Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଆଜି କେନ୍ଦ୍ର ସରକାର ତାହାର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। କେନ୍ଦ୍ର କର୍ମଚାରୀଙ୍କ ପାଇଁ  ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଛି। କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ସରକାର ବୃଦ୍ଧି କରିଛି। ମୋଟ ୧୧ ପ୍ରତିଶତର ଏକ ବମ୍ପର ବୃଦ୍ଧି  କରିଛି କେନ୍ଦ୍ର ସରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ପକ୍ଷରୁ ଜାନୁୟାରୀ ୧ ତାରିଖ ୨୦୨୦ ମସିହାରୁ ମହଙ୍ଗା ଭତ୍ତା ବନ୍ଦ ଥିଲା। ଏହା ପରେ ଜୁଲାଇ ୧ ତାରିଖ ୨୦୨୧ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଥିଲା।

ତେବେ ଜୁଲାଇ ୧ ତାରିଖରୁ ଏହି ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଫଳରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଶ୍ଵସ୍ତିକର ଖବର ମିଳିଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରର ନୂଆ ଆଇଟି ନିୟମ ବିବାଦ ପ୍ରସଙ୍ଗ: ଅଭିଯୋଗ ଶୁଣାଣି ଅଧିକାରୀଙ୍କୁ ନିଯୁକ୍ତି ଦେଲା ଟ୍ଵିଟର

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ପାଳନ କରିବାକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଲାଗିରହିଛି। ଗତ ମାର୍ଚ୍ଚ ମାସ ଠାରୁ ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଲାଗିରହିଛି। ତେବେ ଏହା ଭିତରେ ସରକାରର ନୂଆ ନିୟମ ହିସାବରେ ଜଣେ ଅଧିକାରୀଙ୍କୁ ଅଭିଯୋଗ ଶୁଣିବା ପାଇଁ ଟ୍ବିଟର ନିଯୁକ୍ତି ଦେଇଛି। ଅଭିଯୋଗ ଶୁଣାଣି ଅଧିକାରୀ ଭାବେ ବିନୟ ପ୍ରକାଶଙ୍କୁ ଟ୍ବିଟର ନିଯୁକ୍ତି ଦେଇଛି। ଟ୍ବିଟର ପକ୍ଷରୁ ବିନୟଙ୍କ ଇ-ମେଲ ଆଇଡିକୁ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ଗର୍ଭବତୀ ମହିଳାଙ୍କୁ ମିଳିବ କରୋନା ଟିକା: କେନ୍ଦ୍ର ସରକାର ଦେଲା ଅନୁମତି

ନୂଆଦିଲ୍ଲୀ: ଗର୍ଭବତୀଙ୍କୁ କରୋନା ଟିକା ଦେବାକୁ ନେଇ ଏବେ ଆଶଙ୍କା ସମାପ୍ତ ହୋଇଛି। ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ବହୁ ଦିନ ଧରି ଏହା ଉପରେ ଆଲୋଚନା ଓ ତର୍ଜମା ଜାରି ରହିଥିଲା।

ତେବେ ଶେଷରେ କେନ୍ଦ୍ର ସରକାର ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ଅନୁମତି ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟିକାକରଣରେ ସାମିଲ ହେବା ପାଇଁ ଗର୍ଭବତୀ ମହିଳାମାନେ କୋ-ୱିନ ଆପରେ ପଞ୍ଜୀକରଣ କରି ସ୍ଲଟ ବୁକିଂ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ଢାଞ୍ଚାରେ ସୁଧାର ଆଣିବାକୁ ୨୩ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିବ କେନ୍ଦ୍ର: ଶିଶୁଙ୍କ ଚିକିତ୍ସା ଉପରେ ଦିଆଯିବ ଗୁରୁତ୍ଵ

ନୂଆଦିଲ୍ଲୀ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ୨୩ ହଜାର ୨୨୦ କୋଟି ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥିରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ଏହି ଯୋଜନାରେ ଜିଲ୍ଲା ଏବଂ ଉପଜିଲ୍ଲାଗୁଡିକରେ ଆଇସିୟୁ, ଅକ୍ସିଜେନ ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯିବ।

ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ ସେବାର ଢାଞ୍ଚାରେ ସୁଧାର କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। କରୋନାର ତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂକ୍ରମଣ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ତେଣୁ ଆବଶ୍ୟକତାକୁ ଦେଖି ଜରୁରୀକାଳିନ ପ୍ରସ୍ତୁତି ଜରିଆରେ ଶିଶୁ ଏବଂ ମହାମାରୀ ସମ୍ପର୍କିତ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଜିଲ୍ଲା ଏବଂ ଉପଜିଲ୍ଲାସ୍ତର ଲାଗି ଆଇସିୟୁ ଶଜ୍ଜ୍ୟା, ଅକ୍ସିଜେନ ଯୋଗାଣ ଉପରେ ସୁନିଶ୍ଚିତ କରାଯିବ। ଏଥିରେ ବହୁ ସଂଖ୍ୟାରେ ମେଡ଼ିକାଲ ଛାତ୍ରଛାତ୍ରୀ, ନର୍ସ, ଆମ୍ବୁଲାନ୍ସ, ମେଡ଼ିକାଲ ଅକ୍ସିଜେନ, ଚିକିତ୍ସା ଉପକରଣର ଉପଲବ୍ଧ କରିବା ଉପରେ ଗୁରୁତ୍ଵ ଦିଆଯିବ। ଏହା ସହ ଟେଲି ଯୋଗାଯୋଗ ଏବଂ ଆମ୍ବୁଲାନ୍ସ ସେବାର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ।

ସେହିଭଳି କରୋନାରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ‘ଲୋନ ଗ୍ୟାରେଣ୍ଟି ଯୋଜନା’ ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ୫୦ ହଜାର କୋଟି ଟଙ୍କା ଦିଆଯିବ। ବାକି ୬୦ ହଜାର କୋଟି ଟଙ୍କା ଅନ୍ଯାନ୍ଯ ବ୍ୟବସ୍ଥାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ରଖାଯାଇଥିବା ବେଳେ। ଏହାର ସର୍ବାଧିକ ସୁଧ ଦର ୭.୯୫ ପ୍ରତିଶତ ରହିବ ଏବଂ ଅନ୍ୟ କ୍ଷେତ୍ର ପାଇଁ ସୁଧ ଦର ୮.୨୫ ପ୍ରତିଶତ ରହିବ। ପରିସ୍ଥିତିକୁ ଦେଖି ଏହାର ପରିବର୍ତ୍ତନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟା ରାମ ମନ୍ଦିର ଜମିକୁ କାହିଁକି ୧୮ କୋଟିରେ କିଣିଲା ଟ୍ରଷ୍ଟ?: କେନ୍ଦ୍ର ସରକାର ଏବଂ ସଂଘକୁ ପଠାଗଲା ରିପୋର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଜମି କିଣାକୁ ନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ବିବାଦ ଘଟଣାରେ କେନ୍ଦ୍ର ସରକାରକୁ ଆଜି ଟ୍ରଷ୍ଟ ଏକ ରିପୋର୍ଟ ପଠାଇଛି। ବିରୋଧୀ ଦଳଙ୍କ ଦ୍ଵାରା ଏହା ଏକ ଷଡଯନ୍ତ୍ର ବୋଲି ଉକ୍ତ ରିପୋର୍ଟରେ ଟ୍ରଷ୍ଟ ଦର୍ଶାଇଛି। ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର ସରକାର ବ୍ୟତୀତ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଜମି କିଣା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଏବଂ କିପରି ଭିନ୍ନ ଭିନ୍ନ ଜମିର ମୂଲ୍ୟ ରହିଛି ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ରାମ ଜନ୍ମ ଭୂମୀ ନିର୍ମାଣ ପାଇଁ ଟ୍ରଷ୍ଟ ୨ କୋଟିର ଜମିକୁ ୧୮.୫ କୋଟି ଟଙ୍କାରେ କିଣିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରରେ ହେବ କ୍ୟାବିନେଟ ବିସ୍ତାର!: ଅମିତ ଶାହ ଏବଂ ଜେପି ନଡ୍ଡାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ପରାଜୟ ଏବଂ ଉତ୍ତରପ୍ରଦେଶ ହେବାକୁ ଥିବା ନିର୍ବାଚନକୁ ଦେଖି କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଚାଲିଛି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛୋଟ ଛୋଟ ଗ୍ରୁପ କରି ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରୁଛନ୍ତି। ଏବଂ ସମ୍ବଧୀୟ ମନ୍ତ୍ରାଳୟ ବାବଦରେ ସମୀକ୍ଷା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ କରିଛନ୍ତି। ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଆଧାରରେ କିଛି ବଡ ପରିବର୍ତ୍ତନ ହେବାର ସଂକେତ ମିଳୁଛି। ଉତ୍ତରପ୍ରଦେଶ ନିର୍ବାଚନକୁ ଦେଖି କେନ୍ଦ୍ର ସରକାର ଆଗାମୀ ଦିନରେ କିଛି ବଡ ସାମାଜିକ ଯୋଜନା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚାଷୀଙ୍କ ପାଇଁ ଖୁସି ଖବର: ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖୁସି ଖବର ଦେଇଛି। କେନ୍ଦ୍ର କ୍ୟାବିନେଟରେ ଆଜି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି। ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିଛି। ଏହା ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଥିଲା।

ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟୁଇଟରକୁ କେନ୍ଦ୍ର ଦେଲା ଅନ୍ତିମ ଚେତାବନୀ: ନୂଆ ନିୟମ ଲାଗୁ ନକଲେ, ପରିଣାମ ପାଇଁ ରୁହ ପ୍ରସ୍ତୁତ

ନୂଆଦିଲ୍ଲୀ: ଟୁଇଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ବିବାଦ କମିବାରେ ନାଁ ନେଉନାହିଁ। ନୂଆ ଡିଜିଟାଲ ନିୟମ ତୁରନ୍ତ ଲାଗୁ କରିବା ଲାଗି ଟୁଇଟରକୁ କେନ୍ଦ୍ର ସରକାର କହିଛି। ନଚେତ ଏହାର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଟୁଇଟରକୁ କେନ୍ଦ୍ର ସରକାର ଚେତାବନୀ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଥିଲା। କିଛି ସମୟ ପରେ ପୁନଶ୍ଚ ବ୍ଲୁ ଟିକ୍ କୁ ଫେରାଇଦେଇଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ସମେତ ତିନି ଜଣ ବଡ ନେତାଙ୍କ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଛି। ଯାହାଫଳରେ କେନ୍ଦ୍ର ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢି ଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସରକାର ଚେତାବନୀ ଦେବା ପରେ ସଂଘ ନେତାମାନଙ୍କର ବ୍ଲୁ ଟିକ୍ କୁ ଟୁଇଟର ପୁନଶ୍ଚ ଫେରାଇଦେଇଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବଢିଲା ବିବାଦ: ସଂଘର ବଡ ନେତାଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଉପ ରାଷ୍ଟ୍ରପତି ଭେଙ୍କେୟା ନାୟଡୁ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇବା ପରେ ବିବାଦ ଆହୁରି ଘନୀଭୂତ ହୋଇଛି। କିନ୍ତୁ ଉପରାଷ୍ଟ୍ରପତିଙ୍କ ମାମଲାରେ ଟ୍ବିଟର କିଛି ସମୟ ପରେ ୟୁ-ଟର୍ନ ନେଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ପୁଣି ଥରେ ଫେରିଆସିଛି।

ତେବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି। ସ୍ଵୟଂ ସେବକ ମୋହନ ଭାଗବତ, ସୁରେଶ ଯୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀଙ୍କ ସହ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକାକରଣ କରାଯିବା ଲକ୍ଷ୍ୟ: ଆଇସିଏମଆର ଡିଜି

ନୂଆଦିଲ୍ଲୀ: କରୋନା ଟୀକା ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକା ମିଳିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିଶ୍ଵରେ ଟୀକା ଉତ୍ପାଦନ କରୁଥିବା ୫ ଟି ଦେଶ ମଧ୍ୟରେ ଭାରତ ଗୋଟିଏ ଦେଶ। ଭାରତରେ ଟୀକା ଉତ୍ପାଦନ ହେଉଥିବାରୁ ଟୀକା ଉପଲବ୍ଧ ହେବାରେ ଅସୁବିଧା ରହିବ ନାହିଁ। ଜୁଲାଇ ଏବଂ ଅଗଷ୍ଟ ମାସ ବେଳକୁ ଦେଶରେ ପ୍ରଚୁର ପରିମାଣର ଟୀକା ଉତ୍ପାଦନ ହେଉଥିବ। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ତେଣୁ ସମସ୍ତଙ୍କୁ ଟୀକା ଦେବାକୁ ସମୟ ଲାଗିବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଟୀକାକରଣକୁ ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଅଳପନ ନେଲେ ଅବସର: ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଲେ ମମତା

କଲିକତା: କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ବିବାଦ ମଧ୍ୟରେ ରାଜ୍ୟର ମୁଖ୍ୟ ସଚିବ ଅଳପନ ବନ୍ଦୋପାଧ୍ୟାୟ ଅବସର ଘୋଷଣା କରିଛନ୍ତି। ହେଲେ ଅଳପନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆଗାମୀ ତିନି ବର୍ଷ ପାଇଁ ମାମାତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

ଉଲ୍ଲେଖ ଯୋଗ୍ୟ ଯେ, ବାତ୍ୟା ୟାଶ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା। ହେଲେ ମମତା ବାନାର୍ଜୀ ଏବଂ ମୁଖ୍ୟ ସଚିବ ବନ୍ଦୋପାଧ୍ୟାୟ ଯୋଗୁଁ ୩୦ ମିନିଟ ଅପେକ୍ଷା କରିବାକୁ ପଡିଥିଲା ବୋଲି କେନ୍ଦ୍ର ସରକାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ମମତା ବାନାର୍ଜୀ ବାତ୍ୟା ସମ୍ବଦ୍ଧୀୟ କାଗଜପତ୍ର ଦେଇ ବୈଠକରୁ ବିଦାୟ ନେଇଥିଲେ। ଏହାପରେ କେନ୍ଦ୍ର ପକ୍ଷରୁ ବନ୍ଦୋପାଧ୍ୟାୟକୁ କାର୍ଯ୍ୟ ମୁକ୍ତ କରାଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟରେ ନିଯୁକ୍ତ ହେବା ପାଇଁ ଚିଠି ଦିଆଯାଇଥିଲା। କିନ୍ତୁ ତାଙ୍କୁ କାର୍ଯମୁକ୍ତ କରିବା ପାଇଁ ମମତା ସରକାର ମନା କରିଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡରେ ବାପା ମା’ଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ ବଡ ଘୋଷଣା କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡରେ ବାପା ମା’ଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ସରକାର ବଡ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡରୁ କେନ୍ଦ୍ରର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଅନାଥ ଶିଶୁଙ୍କୁ କେନ୍ଦ୍ର ମାଗଣାରେ ଶିକ୍ଷା ଯୋଗାଇଦେବ। ଏହାସହ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ବିନା ସୁଧରେ ଋଣ ପ୍ରଦାନ କରିବ। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ଆର୍ଥିକ ସହାୟତା ମିଳିବ। ୧୮ ବର୍ଷ ହେବା ଯାଏଁ ଶିଶୁଙ୍କ ନାଁରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ନେଇ କେନ୍ଦ୍ର ଘୋଷଣା କରିଛି। ୨୩ ବର୍ଷ ପୁରଣ ହେଲେ ଏକସଙ୍ଗେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଜୁନ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଇଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ ପରିଚାଳନା ପାଇଁ ଯୋଜନା କରି ଏହାର ପ୍ରଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଟିକାଦାନ କେନ୍ଦ୍ରଗୁଡିକ ଭିଡ ନ ହେବା ପାଇଁ ଟିକାଦାନ ବ୍ୟବସ୍ଥା ନିର୍ଘଣ୍ଟ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଚଳିତ ମେ’ ମାସ ପହିଲାଠାରୁ ଜାତୀୟସ୍ତରରେ କୋଭିଡ-୧୯ ଟିକାକରଣ ଏବଂ ଏହାର ସୁଲଭ ମୂଲ୍ୟ ସମ୍ପର୍କିତ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ନୀତି ଅନୁଯାୟୀ ସମସ୍ତ କେନ୍ଦ୍ରୀୟ ଔଷଧ ଲାବରେଟରୀ ପ୍ରସ୍ତୁତ କରିଥିବା ଟିକାର ୫୦ଶତାଂଶ କେନ୍ଦ୍ର ସରକାର ଅଧିଗ୍ରହଣ କରିବେ। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୂର୍ବଭଳି ବିନା ମୂଲ୍ୟରେ ଦେବେ। ଏଥି ସହିତ ଅନ୍ୟ ୫୦ଶତାଂଶକୁ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଗୁଡିକର କିଣିବା ପାଇଁ ରଖାଯିବ। ଏ ସମ୍ପର୍କିତ ଆଗୁଆ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୫ଦିନ ବ୍ୟବଧାନରେ ମାସକୁ ଦୁଇଥର ଦିଆଯିବ। ରାଜ୍ୟ ଓ ବିଭିନ୍ନ ଜିଲ୍ଲାର କୋଭିଡ-୧୯ ପରିଚାଳନାରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଗତକାଲି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ମେ’ ମାସ ଶେଷ ପର‌୍ୟ୍ୟନ୍ତ ଏବଂ ଜୁନ ୧୫ତାରିଖ ପର‌୍ୟ୍ୟନ୍ତ କୋଭିସିଲ୍ଡ ଓ କୋଭାକ୍ସିନ୍ର ନିଶୁଳ୍କ ଯୋଗାଣ ସମ୍ପର୍କୀତ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଠାଇ ଦେଇଛି। ଆହୁରିମଧ୍ୟ ମେ’ ଏବଂ ଜୁନ ମାସ ନିମନ୍ତେ କିଣିବା ପାଇଁ ଟିକା ସମ୍ପର୍କୀତ ତଥ୍ୟ ମଧ୍ୟ ଜଣାଇ ଦିଆଯାଇଛି। ଏହାଦ୍ୱାରା ଟିକାଦାନ ପ୍ରକ୍ରିୟାକୁ ପ୍ରଭାବଶାଳୀ ଓ ନିୟନ୍ତ୍ରିତ କରାଯାଇପାରିବ।

ମେ’ ପହିଲଠାରୁ ଜୁନ ଶେଷ ପର‌୍ୟ୍ୟନ୍ତ ଅବଧି ପାଇଁ ୪କୋଟି ୮୭ଲକ୍ଷ ୫୫ହଜାର ଡୋଜ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଯୋଗାଇବା ପାଇଁ ଟିକା ପ୍ରସ୍ତୁତକାରୀମାନେ ଜଣାଇଦେଇଛନ୍ତି। ଟିକାର ଯଥାଯଥ ଉପଯୋଗ ପାଇଁ ମଧ୍ୟ କେତେକ ନିର୍ଦ୍ଦେଶାବଳୀ ଦିଆଯାଇଛି। ଏଥିରେ ଜିଲ୍ଲାସ୍ତରରେ କୋଭିଡ ଟିକାକେନ୍ଦ୍ର ପ୍ରସ୍ତୁତି ଏବଂ ଟିକାଦାନ ସମ୍ପର୍କୀତ ନୀତି ନିର୍ଦ୍ଧାରଣ କରିବାକୁ କୁହାଯାଇଛି।

ଏ ସମ୍ପର୍କୀତ ତଥ୍ୟକୁ ବିଭିନ୍ନ ଗଣମାଧ୍ୟମକୁ ଜଣାଇବା, କୋୱିନ ଡିଜିଟାଲ ପ୍ଲାଟଫର୍ମରେ ଏବଂ ସରକାରୀ ଟିକାଦାନ କେନ୍ଦ୍ରର ତଥ୍ୟ ସହ ଟିକାଦାନ ନିର୍ଘଣ୍ଟକୁ ସ୍ଥାନିତ କରିବା, ଟିକାଦାନ କ୍ଷେତ୍ରରେ ଗହଳି ନ ହେବା ଭଳି ପଦକ୍ଷେପ ନେବା, ଟିକା ନେବା ପାଇଁ ବୁକିଂ କରିବା କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରିବା ଆଦି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀରେ କୁହାଯାଇଛି।

କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଟିକାକରଣ ନେଇ ନିୟମିତଭାବେ କେନ୍ଦ୍ର ସରକାର ଉଚ୍ଚସ୍ତରରେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗ୍ରାମାଞ୍ଚଳକୁ କଲବଲ କଲାଣି କରୋନା, ପଦକ୍ଷେପ ଗ୍ରହଣ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଗ୍ରାମାଞ୍ଚଳରେ କୋଭିଡ଼ ୧୯ ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଚାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳକୁ ସମ୍ବେଦନଶୀଳ କରିବା ଏବଂ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ) ଚିକିତ୍ସକମାନଙ୍କୁ ଏବଂ ଚିକିତ୍ସା ସଂସ୍ଥାନ ଆଦିଙ୍କୁ ପରାମର୍ଶ କ୍ରମରେ କୋଭିଡ଼ ସଂକ୍ରମଣ ର ପ୍ରକୃତି ଓ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଉପଯୁକ୍ତ ଉପାୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କ ନିକଟରେ ଉପଲବ୍ଧ କରିବାକୁ କୁହାଯାଇଛି । ଏଥିପାଇଁ ବ୍ୟାପକ ଭାବେ ଜନ ସଂଚାର ଅଭିଯାନ ଚଳାଇବା ଲାଗି ପରାମର୍ଶ ଦିଆଯାଇଛି ।

ଏଥି ସହିତ ଏହି ସମୟରେ ଲୋକମାନଙ୍କ ମନରୁ ଭ୍ରାନ୍ତ ଧାରଣା କିମ୍ବା ଚିନ୍ତାଧାରା ଦୂର କରିବା ନିମନ୍ତେ ବିଶେଷ ଭାବେ ଧ୍ୟାନ ଦେବାକୁ କୁହାଯାଇଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଏହି ଅଭିଯାନ ସହିତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଗଣ, ଶିକ୍ଷକ, ଆଶାକର୍ମୀ ତଥା ସ୍ଥାନୀୟ ଅଗ୍ରଣୀ ସ୍ୱୟଂସେବମକମାନଙ୍କୁ ମଧ୍ୟ ସଂଯୁକ୍ତ କରିବାକୁ କୁହାଯାଇଛି । ସେମାନଙ୍କୁ ଆଙ୍ଗୁଠିରେ ମପାଯାଉଥିବା ଅକ୍ସିମିଟର, ଏନ- ୯୫ ମାସ୍କ, ଇନଫ୍ରା ରେଡ଼୍ ଥର୍ମାଲ ସ୍କାନିଂ ଉପକରଣ, ସାନିଟାଇଜର ଭଳି ଆବଶ୍ୟକ ସୁରକ୍ଷାତ୍ମକ ସାମଗ୍ରୀ ଉପଲବ୍ଧ କରାଇବାକୁ କୁହାଯାଇଛି ।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ପରୀକ୍ଷଣ ତଥା ଟିକାକରଣ କେନ୍ଦ୍ର, ଚିକିତ୍ସକ, ହସପିଟାଲ ଶଯ୍ୟା ଆଦିର ଉପଲବ୍ଧତା ସଂପର୍କରେ ବାସ୍ତବ ତଥ୍ୟ ଉପଲବ୍ଧ କରିବା ସକାଶେ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପଞ୍ଚାୟତ କାର‌୍ୟ୍ୟାଳୟ, ସ୍କୁଲ, ସାଧାରଣ ସେବା କେନ୍ଦ୍ର ଆଦି ଆଇଟି ଅବସଂରଚନାର ଉପଯୋଗ ସୁବିଧା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଆହୁରି କୁହାଯାଇଛି ଯେ “ପଞ୍ଚାୟତର ନିଜ ସଂପର୍କୀତ କ୍ଷେତ୍ରକୁ ସକଳ ପ୍ରକାର ସେବା ଦେବା ସକାଶେ ଆବଶ୍ୟକ ସଂସ୍ଥାଗତ, ଗ୍ରାମ୍ୟ ସ୍ତରର ସହଯୋଗ ଉପଲବ୍ଧ କରିବା ଦିଗରେ ସକ୍ରିୟତା ପ୍ରକାଶ ପାଇବା ଉଚିତ । ଯେଉଁଠାରେ ସମ୍ଭବପର ହେଉଥିବ, ସେଠାରେ ଘରମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ଲୋକେସନ୍ ଭାବେ ମଧ୍ୟ ବିକଶିତ କରାଯାଇପାରିବ । ଯେଉଁଠାରେ ଅଧିକତମ ସ୍ପର୍ଶକାତରଉନ୍ମୁଖୀ କୋଭିଡ଼ ପଜିଟିଭ ମାମଲା ଦେଖାଦେଇଥିବ ସେଠାରେ ଏଭଳି ଘଟଣାର ମୁକାବିଲା ସକାଶେ ଆବଶ୍ୟକ ଓ ଉପଯୁକ୍ତ ପ୍ରବନ୍ଧନ କରାଯିବା ଜରୁରି ।

ଏହା ବ୍ୟତୀତ, ଗରିବ ଲୋକ ଏବଂ ପ୍ରବାସରୁ ଫେରୁଥିବା ଶ୍ରମିକମାନଙ୍କ ସକାଶେ ବିଶେଷ କ୍ୱାରେଣ୍ଟାଇନ୍ ବା ଆଇସୋଲେସନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବା ଦରକାର । ସ୍ୱାସ୍ଥ୍ୟ ବିଭାଗ ସହିତ ପରାମର୍ଶ କରି, ଅଧିକ ଜନସଂଖ୍ୟାଯୁକ୍ତ ଅଞ୍ଚଳରେ ଲୋକମାନଙ୍କୁ ସର୍ବାଧିକ ଚିକିତ୍ସା ସୁବିଧା ଯୋଗାଣ ସୁନିଶ୍ଚିତ କରିବା ଲାଗି ପଞ୍ଚାୟତରେ ଟିକାକରଣ ଅଭିଯାନ ଚଳାଯିବା ଜରୁରି ।”

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଗ୍ରାମ୍ୟ ସ୍ତରରେ ଗରିବ ଲୋକମାନଙ୍କୁ ରିଲିଫ ଓ ପୁନର୍ବାସ ସୁବିଧା ଉପଲବ୍ଧ କରିବା ନିମନ୍ତେ ଖାଦ୍ୟସାମଗ୍ରୀ, ପାନୀୟ ଜଳ ଉପଳବ୍ଧ କରାଇବା, ସ୍ୱଚ୍ଛତା, ମନରେଗା ରୋଜଗାର ଆଦିର ପ୍ରାବଧାନ କରିବା ସକାଶେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଉପଯୋଗ କରିପାରିବେ ।

ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ, ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛିଯେ ଜିଲ୍ଲା ଏବଂ ତହସିଲମାନଙ୍କ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ଚିକିତ୍ସା ସୁବିଧା ସହିତ ଉପଯୁକ୍ତ ସଂପର୍କ ସ୍ଥାପନ କରାଯିବା ଜରୁରି । ଏହା ଦ୍ୱାରା ଆମ୍ବୁଲାନ୍ସ ସେବା, ଉନ୍ନତ ପରୀକ୍ଷଣ, ଉପଚାର ସୁବିଧା, ମଲ୍ଟି ସ୍ପେସାଲିଟି କେୟାର ଭଳି ଜରୁରି ସେବା ରୋଗୀମାନଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯାଇପାରିବ ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଚିବ ସୁନୀଲ କୁମାର ରାଜ୍ୟମାନଙ୍କୁ କୋଭିଡ଼ ମହାମାରୀ ଏବଂ ସରକାରୀ ସ୍ୱାସ୍ଥ୍ୟସେବା ସହିତ ସମ୍ବନ୍ଧୀତ ପ୍ରସଙ୍ଗକୁ ସଂପାଦନ ନିମନ୍ତେ ଗ୍ରାମ ପଞ୍ଚାୟତ ଏବଂ ଏହାର ସମିତିମାନଙ୍କ କାର‌୍ୟ୍ୟ ଉପରେ ନିୟମିତ ନଜର ରଖିବା ଲାଗି ପଞ୍ଚାୟତିରାଜ, ଗ୍ରାମାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ, ରାଜସ୍ୱ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନେଇ ଆନ୍ତଃ- ବିଭାଗୀୟ ମନିଟରିଂ ବ୍ୟବସ୍ଥା ଗଠନ କରି ସେସବୁକୁ ବ୍ଲକ୍, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ରେଗୁଲେଟୋରୀ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉଚିତ ।

ଏହି ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ଏବଂ ସେମାନଙ୍କର କମିଟିମାନଙ୍କ ଦ୍ୱାରା କୋଭିଡ଼ ମହାମାରୀ ଓ ତତ୍ ସମ୍ପର୍କୀତ ଜନସ୍ୱାସ୍ଥ୍ୟ ସୁବିଧା କିଭଳି ଭାବେ କାର‌୍ୟ୍ୟ କରୁଛି ତାହାକୁ ସୁପରିଚାଳନା କରାଯାଇପାରିବ ବୋଲି ସେ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୫ ଟି ରାଜ୍ୟକୁ ୮୯୨୩.୮ କୋଟି ଘୋଷଣା କଲା କେନ୍ଦ୍ର: ଜାଣନ୍ତୁ ଓଡିଶା ପାଇଁ କେତେ ରହିଛି ଅନୁଦାନ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ୨୫ ଟି ରାଜ୍ୟକୁ କେନ୍ଦ୍ର ସରକାର ପକ୍ଷରୁ ଅନୁଦାନ ରାଶି ଘୋଷଣା କରାଯାଇଛି। ୨୫ ଟି ରାଜ୍ୟକୁ ମୋଟ ୮୯୨୩.୮ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। ଗ୍ରାମାଞ୍ଚଳରେ ଏହି ଅର୍ଥ ଖର୍ଚ୍ଚ ପାଇଁ କେନ୍ଦ୍ର ଘୋଷଣା କରିଛି।

ତେବେ ଉତ୍ତରପ୍ରଦେଶକୁ ସର୍ବାଧିକ ୧୪୪୧ କୋଟି ୬୦ ଲକ୍ଷ ଟଙ୍କା ଦେବା ଲାଗି କେନ୍ଦ୍ର ଘୋଷଣା କରିଥିବା ବେଳେ ବିହାର ପାଇଁ ୭୪୧ କୋଟି ୮୦ ଲକ୍ଷ, ପଶ୍ଚିମବଙ୍ଗ ପାଇଁ ୬୫୨ କୋଟି ୨୦ ଲକ୍ଷ, ଆନ୍ଧ୍ରକୁ ୩୮୭ କୋଟି ୯୦ ଲକ୍ଷ, ଓଡିଶା ପାଇଁ ୩୩୩ କୋଟି ୮୦ ଲକ୍ଷ ଟଙ୍କା, ଆସାମ ପାଇଁ ୨୩୭ କୋଟି ୨୦ ଲକ୍ଷ ଓ ଛତିଶଗଡକୁ ୨୧୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ତୃତୀୟ ଲହରକୁ ନେଇ ଚେତାବନୀ ଦେଲେ କେନ୍ଦ୍ର ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତା

ନୂଆଦିଲ୍ଲୀ: ଦ୍ଵିତୀୟ ଲହର ପରେ ତୃତୀୟ ଲହର ଆସିବ। କିନ୍ତୁ ଏହା କେବେ ଆସିବ, ତାହା କହିବା ସମ୍ଭବ ନୁହେଁ। ଏନେଇ କେନ୍ଦ୍ର ସରକାରର ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ ଚେତାବନୀ ଦେଇଛନ୍ତି। ଏଥିପାଇଁ ଆମ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ରାଘବନ କହିଛନ୍ତି।

ତେବେ ଏହି ଲହରକୁ ପ୍ରତିହିତ କରିବା ପାଇଁ ଟୀକାର ଅପଡେଟ କରିବାକୁ ପଡିବ। ଏହାସହ ଟୀକାକରଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ପଡିବ ବୋଲି ରାଘବନ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସବୁ ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଇ ଦେଲେ 16 କୋଟି କୋଭିଡ ଟିକା

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 16 କୋଟି କୋଭିଡ ଟିକା ମାଗଣାରେ ଦେଇଛନ୍ତି। ଯାହାର ମୋଟ ମୂଲ୍ୟ 14 କୋଟି 89 ଲକ୍ଷ ଟଙ୍କା ହେବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଏକ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି। ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 57 ଲକ୍ଷରୁ ଅଧିକ କୋଭିଡ ଟିକା ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତି କରିଛି।

ମହାରାଷ୍ଟ୍ରରେ ଟିକା ଅଭାବ ଅଭିଯୋଗରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ରାଜ୍ୟକୁ 58 କୋଟି ଟିକା ଦିଆଯାଇଛି। ଯାହାର ମୋଟ ମୂଲ୍ୟ ଏକ କୋଟି 53 ଲକ୍ଷ ଟଙ୍କାରୁ ଅଧିକ ହେବ। ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ରରେ 5 ଲକ୍ଷ 6 ହଜାର 319 ଟିକା ବାକି ଅଛି। ଆସନ୍ତା ତିନି ଦିନ ମଧ୍ୟରେ ପାଞ୍ଚ ଲକ୍ଷ ଟିକା ଦିଆଯିବ ବୋଲି ମନ୍ତ୍ରଣାଳୟ କହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଟିକା ତୃତୀୟ ପର୍ଯ୍ୟାୟ ମେ 1 ତାରିଖରୁ ଆରମ୍ଭ ହେଉଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଉତ୍ତରପ୍ରଦେଶରେ 12 ଲକ୍ଷ 92 ହଜାରରୁ ଅଧିକ ଟିକା ରହି ଥିବା ବେଳେ ବିହାରରେ 9 ଲକ୍ଷ 41 ହଜାର ଟିକା ରହିଛି। ତେଣୁ ଟିକାର ଅଭାବ କେଉଁଠାରେ ପରିଲକ୍ଷିତ ହେଉ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା: ସୀମା ଶୁଳ୍କ ଛାଡ ନେଇ ଘୋଷଣା

ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଅମ୍ଳଜାନ ଏବଂ ତତସମନ୍ଧୀୟ ଉପକରଣ ଉପରେ ସୀମା ଶୁଳ୍କ ଛାଡ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛି।

ଶୁଳ୍କ ଛାଡ ଦ୍ଵାରା ଅମ୍ଳଜାନ ଯୋଗାଣ ସହଜ ହେବ। ଏହାସହିତ ଅମ୍ଳଜାନ ସମ୍ପର୍କିତ ଉପକରଣ ଆମଦାନୀ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କରୋନା ଟୀକା ଉପରେ ମଧ୍ୟ କେନ୍ଦ୍ର ସରକାର ସୀମା ଶୁଳ୍କ ଛାଡ କରିଛନ୍ତି। ସୀମା ଶୁଳ୍କ ଛାଡ ଦ୍ଵାରା ବିଦେଶରୁ ଟୀକା ମଧ୍ୟ ସୁଲଭ ଦରରେ ମିଳିପାରିବ। ଆମଦାନୀ ବେଳେ ଏସବୁ ଦ୍ରବ୍ୟରୁ ୩ ମାସ ଯାଏଁ ସୀମା ଶୁଳ୍କ ଛାଡ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ଦୁଇ ମାସ ପାଇଁ ମାଗଣାରେ ମିଳିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: କରୋନା ସମୟରେ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି। ଲୋକଙ୍କୁ ଆସନ୍ତା ଦୁଇ ମାସ ପାଇଁ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ଯୋଗାଇବ। ଆସନ୍ତା ମେ’ ଏବଂ ଜୁନ ମାସରେ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ କେନ୍ଦ୍ର ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏଥିରେ ଦେଶର ୮୦ କୋଟି ଲୋକ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ବଣ୍ଟନ କରାଯିବ। ଏହି ଯୋଜନାରେ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଥିଲେ। ଏହା ଦ୍ଵାରା ତିନିମାସ (ଏପ୍ରିଲରୁ ଜୁନ୍‌) ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ କେନ୍ଦ୍ର ଯୋଗାଇଥିଲା। ପରେ ଏହି ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ ରହିଛି: ବିଜୟ ପାଣିଗ୍ରାହୀ

ଭୁବନେଶ୍ବର: ମେ’ ୧ ତାରିଖରୁ ଘରୋଇ ହସ୍ପିଟାଲ ଉପ୍ତାଦକଙ୍କ ଠାରୁ ସିଧାସଳଖ ଟୀକା କିଣିବେ। କେନ୍ଦ୍ର ସରକାର ଅନୁଯାୟୀ ଟୀକା ଦର ଧାର୍ଯ୍ୟ ହେବ। ଟୀକା ନେବା ପାଇଁ ପଞ୍ଜୀକରଣ ସମୟରେ ଟୀକାର ଦର ଦେଖିପାରିବେ।

ଆଜି ରାଜ୍ୟରେ ୭ ଶହ କେନ୍ଦ୍ରରେ ଟୀକାକରଣ ଜାରି ରହିଛି। ଏଯାବତ ରାଜ୍ୟରେ ୫୪ ଲକ୍ଷ ୪୧ ହଜାର ୪୭୮ ଜଣ ଟୀକା ନେଇଛନ୍ତି। ଟୀକା ନେବା ପରେ ମାତ୍ର ୫୦ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଦ୍ଵିତୀୟ ଡୋଜ ପରେ ସଂକ୍ରମଣ ସଂଖ୍ୟା ବହୁତ କମ ଅଛି। ସପ୍ତାହରେ ୫ ଦିନ ଟୀକାକରଣ ଚାଲିବ। ସପ୍ତାହନ୍ତ ସଟଡାଉନ ଯୋଗୁଁ ଶନିବାର ଏବଂ ରବିବାର ଦିନ ଟୀକାକରଣ ବନ୍ଦ ରହିବ। ଏବଂ ଏହି ଦୁଇ ଦିନ ଟୀକା କେନ୍ଦ୍ରକୁ ବିଶୋଧନ କରାଯିବ।

ତେବେ ରାଜ୍ୟରେ ଏଯାଏଁ ଟ୍ରିପଲ ମ୍ୟୁଟାଣ୍ଟ ଭାରିଏଣ୍ଟ ଚିହ୍ନଟ ହୋଇନି। ଏହି ଭାରିଏଣ୍ଟ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ସମସ୍ତଙ୍କୁ ସତର୍କ ରହିବା ଜରୁରୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମିଳିବ କରୋନା ଟୀକା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ମେ’ ୧ ତାରିଖରୁ ୧୮ ବର୍ଷର ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କରୋନା ଟୀକା ମିଳିବ। ଏଥର ରାଜ୍ୟ ସରକାର ସିଧା ସଳଖ ଟୀକା ପାଇପାରିବେ। ଉତ୍ପାଦକମାନେ କେନ୍ଦ୍ରକୁ ୫୦ ପ୍ରତିଶତ ଟୀକା ଦେବା ସହିତ ବାକି ୫୦ ପ୍ରତିଶତ ଟୀକା ରାଜ୍ୟକୁ ଦେଇପାରିବେ।

ରାଜ୍ୟକୁ ଟୀକା ଯୋଗାଣ ନେଇ ଟୀକାର ମୂଲ୍ୟ ଉତ୍ପାଦକମାନେ ପ୍ରକାଶ କରିବେ। ରାଜ୍ୟ ସରକାର, ଶିଳ୍ପସଂସ୍ଥା, ଘରୋଇ ହସ୍ପିଟାଲଗୁଡିକ ସିଧାସଳଖ ଉତ୍ପାଦକଙ୍କ ଠାରୁ ଟୀକା କିଣିପାରିବେ। ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର ଏବଂ ଶିଳ୍ପସଂସ୍ଥାଗୁଡିକ ଟୀକା କିଣିପାରିବେ।