Categories
ଆଞ୍ଚଳିକ

ବାଣପୁର: ଆଦର୍ଶ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ବାଣପୁର (ସୀତାରାମ ଅଗ୍ରୱାଲ): ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକ ସ୍ତରୀୟ ଆଦର୍ଶ ଶ୍ରେଣୀଗୃହର ଶୁଭ ଉଦଘାଟନ ନନ୍ଦପୁର ପଞ୍ଚାୟତର ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକର ଏଫଏଲଏନ ମଡେଲ ସ୍କୁଲ ରୂପେ ପରିଚିତ ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶ୍ରେଣୀଗୃହ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ କରକମଳରେ ଉଦଘାଟିତ ହୋଇଛି।

ଡିଆଇଇଟି ଖୋର୍ଦ୍ଧାର ପ୍ରିନସିପାଲ ତାପସ ନାୟକ ମହେଶ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଏବଂ ବିଆରସିସି ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ମାନସିଂହ ବିଦ୍ୟାଳୟଟି ଏକ ଜୀବନ୍ତ ବିଦ୍ୟାଳୟ ବୋଲି ପ୍ରକାଶ କରି ଏହାର ସାଜସଜ୍ଜା,ପରିଷ୍କାର ପରିଚ୍ଛନ୍ନତା ଓ ସର୍ବୋପରି ଛାତ୍ରଛାତ୍ରୀ ମାନଙ୍କର ପାଠପଢା ପ୍ରତି ଆଗ୍ରହ ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ବୃନ୍ଦ ଏବଂ ସିଆରସିସି ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ଖୁଣ୍ଟିଆ,କୈଳାଶ ହୋତା ପ୍ରମୁଖ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଆମ ସଂକଳ୍ପ ବିକଶିତ ଭାରତ ରଥକୁ ସ୍ୱାଗତ 

ବାଣପୁର (ସୀତାରାମ ଅଗ୍ରୱାଲ): ମୋଦି ସରକାରଙ୍କ ସଫଳତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇବା ଭରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷରେ ‘ଆମ ସଂକଳ୍ପ ବିକଶିତ ଭାରତ’ ରଥ ବାଣପୁର ବ୍ଲକର ସବୁ ପଞ୍ଚାୟତକୁ ଯାତ୍ରା କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ରଥକୁ ନନ୍ଦପୁର ପଞ୍ଚାୟତରେ ଜୋରଦାର ସ୍ୱାଗତ କରାଯାଇଛି।  ପଞ୍ଚାୟତର ମହିଳା, ଅଙ୍ଗନବାଡି ସଭ୍ୟଙ୍କ ସହ ସରପଞ୍ଚ ଏବଂ ମୋଦି ଅନୁଗାମୀ ମାନେ ରଥକୁ ସ୍ୱାଗତ କରିଥିଲେ। ବିଭିନ୍ନ ପ୍ରକାର ଝୋଟି ସହ ମୋଦିଙ୍କ ଫୋଟୋରେ ପୁଷ୍ପମାଲ୍ୟ ଦେଇ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ସ୍ୱାଗତ କରାଯାଇଥିଲା।

ରଥରେ ପ୍ରକାଶିତ ଏଲଇଡି ମାଧ୍ୟମରେ ମୋଦି ଓ ସରକାରଙ୍କ ସଫଳତାକୁ ଦର୍ଶକ ମାନେ ଦେଖି କେନ୍ଦ୍ର ସରକାରଙ୍କୁ ପ୍ରଂଶସା କରିଥିଲେ। ୪କୋଟି ଲୋକଙ୍କୁ ପକ୍କା ଘର ନିର୍ମାଣ, ୧୦କୋଟି ଲୋକଙ୍କୁ ଉଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ,୫୫କୋଟି ଲୋକଙ୍କୁ ମାଗଣାରେ ଚିକିତ୍ସା, ସହ ୧୩୫କୋଟିରୁ ଅଧିକ ନଳ ସଂଯୋଗ, ଏବଂ ଔଷଧ ଉପରେ ୭୫ଶତକଡା ରିହାତି ଭଳି ଯୋଜନା ଗୁଡିକୁ ମୁଖ୍ୟତଃ ରଥ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ଚରଣ ଜେନା ଓ ଜିଆରଏସ ଜିତୁ ଖଟେଇ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୪୧ କେଜି ଗଞ୍ଜେଇ ଜବତ: କାର ଓ ଚାଲାଣକାରୀ ଗିରଫ

ରଣପୁର: ଭଞ୍ଜନଗରରୁ ଭୁବେନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ। ରଣପୁର କୋଟଗଡ଼ ଘାଟି ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କଲା ରଣପୁର ପୋଲିସ। ଗୋଟିଏ ଟାଟା ଟିଆଗୋ କାର ସହ ୪୧ କେଜି ଗଞ୍ଜେଇ ଜବତ କରିଛି ରଣପୁର ପୋଲିସ। ଏହାସହ ଚୋରା ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ। ଅଭିଯୁକ୍ତର ନାମ ସରୋଜ କୁମାର ସାହୁ, ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବୋଲି ଜଣା ପଡିଛି।

ଅଭିଯୁକ୍ତ ସରୋଜ ରିତିମତ ଭାବେ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲା। ଏ ନେଇ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀଙ୍କ ନିହାର ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ନେତୃତ୍ୱରେ ସଦଳ ବଳେ କୋଟାଗଡ଼ ଘାଟି ନିକଟ ପାର୍କ ଠାରେ ଛକି ରହିଥିଲା। ସେହି ଠାରୁ ରଣପୁର ପୋଲିସ କାର ସହ ୪୧ ଜବତ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦେଢ଼ ଲକ୍ଷ ହେବ ବୋଲି ଶରଣକୂଳ ଏସ.ଡି.ପି.ଓ ସୁଧାକର ସାହୁ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପ୍ରେସ ମିଟ୍ ରେ ରଣପୁର ଆଇ.ଆଇ.ସି ନିହାର ରଞ୍ଜନ ମହାନ୍ତି, ସୁନାଖଳା ଫାଣ୍ଡି ଅଧିକାରୀ ପ୍ରତି ପ୍ରକାଶ ମହାନ୍ତି ଓ ଥାନାର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁର୍ଗାଦେବୀ ବସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଭାବିନିପୁର ଠାରେ ଦୁର୍ଗାଦେବୀ ବସ ଓ ଡି ୦୭ ଭି ୭୭୭୯ କୁ କେହି ଅଜଣା ଦୁର୍ବୃତ୍ତ ଟାୟାର ରେ ନିଆଁ ଲଗାଇବା ସହ ଆଗ ଗ୍ଲାସ କୁ ଭାଙ୍ଗି ଦେଇ ଥିଲେ। ଗ୍ଲାସ ଭାଙ୍ଗିବା ଶବ୍ଦ ଶୁଣି ବସ ରେ ସୋଇଥିବା କଣ୍ଡକ୍ଟର୍ ଓ ହେଲ୍ପର କର୍ମଚାରୀ ଉଠି ଦେଖିଲାବେଳକୁ ଉଠିବା ଜାଣି ଦୁବୃତ୍ତ ମାନେ ଦୌଡି ପଳାଇ ଥିଲେ। କଣ୍ଡକ୍ଟର ଓ ହେଲ୍ପର ନିଆଁ ଲିଭାଇଥିଲେ।
ପରେ କଣ୍ଡକ୍ଟର ଵି. ଶଙ୍କର ପାତ୍ର ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ।

ସେହି ଭଳି ଅଙ୍ଗାରଗାଁ ନିକଟରେ ରାତ୍ରି ରହଣି କରୁଥିବା ଦୁର୍ଗାଦେବୀ ବସ ଓ ଡି ୦୭ ଏ ଡି ୬୮୯୯ ବସ ର ବିଭିନ୍ନ କେବୁଲ କାଟିବା ସହ ଭ୍ୟାକୁମ୍ ପାଇପ ରେ ନିଆଁ ଲଗାଇ ଦେଇଥିଲେ। ଏହି ବସ ର କଣ୍ଡକ୍ଟର୍ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି। ତେଣୁ ପୂର୍ବ ଶତ୍ରୁତା ରୁ ହୋଇଥିବା ମାଲିକ ସନ୍ଦେହ କରିଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଅର୍ଥ ଭଳି ବିଦ୍ୟୁତ୍ ସଞ୍ଚୟ କରିବା ଆବଶ୍ୟକ: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଟାରିଫ୍ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ। ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଶକ୍ତି ସଂରକ୍ଷଣ କରିବା ନିହାତି ଜରୁରୀ। ଏବେ ଶକ୍ତି ସଂରକ୍ଷଣର ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି; ସେସବୁକୁ ଗ୍ରହଣ କରି ଶକ୍ତିସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରିବାକୁ ପଡ଼ିବ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦେବ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି। କାରଣ ଛାତ୍ର ଓ ଯୁବଗୋଷ୍ଠୀ ହିଁ କୌଣସି ନୀତି ବା ନିୟମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଇବାର ଯଥାର୍ଥ ଦକ୍ଷତା ରଖନ୍ତି। ଏହା ସହିତ ଅକ୍ଷୟଶକ୍ତିର ବ୍ୟବହାରକୁ ଗୁରୁତ୍ଵ ଦେବା ସହ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କମାଇବା ପାଇଁ ସେ କହିଥିଲେ।

ପାଣି, ବାୟୁ ଓ ଅଗ୍ନି ଭଳି ବିଦ୍ୟୁତ୍ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାଲଟିସାରିଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଶକ୍ତି ଚାହିଦା ପ୍ରତି ବର୍ଷ ୧୦ ପ୍ରତିଶତ ହାରରେ ବଢ଼ିବାରେ ଲାଗିଛି। ଯଦିଓ ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସମର୍ଥ କିନ୍ତୁ ଏହି କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ଉତ୍ପାଦନ, ସଂଚାରଣ ଓ ବିତରଣ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି କରିବାରେ ଲାଗିଛି। ଭବିଷ୍ୟତର ଶକ୍ତି ସଂକଟକୁ ଏଡ଼ାଇବା ପାଇଁ ଏବେଠାରୁ ହିଁ ଶକ୍ତି ସଂରକ୍ଷଣକୁ ପ୍ରାଧାନ୍ୟ ଦେବାକୁ ଶ୍ରୀ ଦେବ ଗୁରୁତ୍ଵ ଦେଇଛନ୍ତି। ଅର୍ଥ ସଂଚୟକୁ ଆମେ ଯେପରି ଗୁରୁତ୍ଵ ଦେଉଛେ ସେମିତି ଶକ୍ତି ସଂଚୟ ମଧ୍ୟ କରିବା ଜରୁରୀ ବୋଲି ସେ କହିଥିଲେ।

ବର୍ତ୍ତମାନ ଶକ୍ତି ସଂରକ୍ଷଣ ପାଇଁ ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି। ଏସବୁକୁ କାମରେ ଲଗାଇବା ଜରୁରୀ। ସରକାରୀ ହେଉ କି ବେସରକାରୀ ପ୍ରତିଷ୍ଠାନରେ ଶକ୍ତି ସଂରକ୍ଷଣ ନୀତି ଗ୍ରହଣ କରାଯିବା ଦରକାର। ମୋସନ ସେନ୍ସର ଟେକ୍ନୋଲୋଜି ବ୍ୟବହାର ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦେବ ଗୁରୁତ୍ଵ ଦେଇଥିଲେ। ଶକ୍ତି ସଂରକ୍ଷଣର କୌଣସି ବିକଳ୍ପ ନାହିଁ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ସେଣ୍ଟର ଫର୍ ଏନଭାଇରନମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ଡକ୍ଟର କେ ମୁରୁଗେସନ ଯୋଗ ଦେଇ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ଉପରେ ଗୁରୁତ୍ଵ ଦେଇଥିଲେ। ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ହେଲେ ଶକ୍ତି ସଂରକ୍ଷଣ ଅଭିଯାନର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ।

ସ୍ଵାଗତ ଭାଷଣରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଶକ୍ତି ବିଭାଗ ପକ୍ଷରୁ ଶକ୍ତି ସଂରକ୍ଷଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶକ୍ତି ସଂରକ୍ଷଣର ଉପାଦେୟତା ବୁଝାଇବା ପାଇଁ ସ୍କୁଲ ପିଲାମାନଙ୍କୁ ଏଥିରେ ସାମିଲ କରାଯାଇଛି। ମୋ ସ୍କୁଲ ଅଭିଯାନ ଅଧୀନରେ ବିଭିନ୍ନ ସ୍କୁଲରେ ଶକ୍ତି କ୍ଲବ ଗଠନ କରାଯାଇଛି। ସେହି ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଏହି କ୍ଲବର ସଦସ୍ୟ ଭାବେ ଶକ୍ତି ସଂରକ୍ଷଣ ଅଭିଯାନରେ ସାମିଲ ହେଉଛନ୍ତି ବୋଲି ସେ କହିଥିଲେ। ଏହା ସହିତ ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ଡାକ୍ତରଖାନାରେ ରେ ଶକ୍ତି ସଂରକ୍ଷଣ ପଦକ୍ଷେପ ନିଆଯାଇଛି। ଶକ୍ତି ଦକ୍ଷ ବୈଦୁତିକ ଉପକରଣ ଲଗାଯାଇଛି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶକ୍ତି ସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ବିଭିନ୍ନ ସ୍ଵାସ୍ଥ୍ୟ, ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବାହ୍ନରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ମନ୍ତ୍ରୀ ଶ୍ରୀ ଦେବ ଶୁଭାରମ୍ଭ କରିଥିଲେ। ଏକ ଡିଜିଟାଲ ସଚେତନତା ରଥ ସହର ପରିକ୍ରମା କରି ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ରଚାର କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ବିଜ୍ଞାନ ପଦାଧିକାରୀଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଏନଆଅଇସିର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି। ଜିଲ୍ଲାସ୍ତରରେ ଏନଆଇସି ବହୁତ ଭଲ କାମ କରିଛନ୍ତି। ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସଂପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ଏହି ସଫଳତା ଆଧାର ତଥା ଅତୀତର କାର୍ଯ୍ୟ ପଦ୍ଧତିକୁ ବିଶ୍ଲେଷଣ କରି ଆଗାମୀ ଦିନରେ ସୂଚନା ବିଜ୍ଞାନ ଅଧିକାରୀମାନେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ସୂଚନା ବିଜ୍ଞାନୀମାନଙ୍କୁ  ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସୂଚନା ବିଜ୍ଞାନୀମାନଙ୍କର ବୈଷୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରହିଛି। ସବୁବେଳେ କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ରାଜ୍ୟର ଯେଉଁ ପ୍ରକଳ୍ପ କାର୍ଯ୍ୟକାରିତାରେ ଏନଆଇସିର ଭୂମିକା ରହୁଛି, ସେସବୁକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଇଟି କ୍ଷେତ୍ରରେ ଯୋଗଦାନ କରୁଥିବା ଅଧିକାରୀମାନଙ୍କ ପ୍ରତି ସେ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ନିଷ୍ଠା, ଅଭିଜ୍ଞତାସଂପନ୍ନ ଏବଂ  ଦକ୍ଷତା ରଖୁଥିବା  ଆଇଟି ବୃତ୍ତିଧାରୀ ଅନୁଷ୍ଠାନଗୁଡିକ ପାଇଁ ମୂଳପୁଞ୍ଜି ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମ ତଥା ରାଜ୍ୟ କର୍ମଚାରୀ ରାଜ୍ୟ ବୀମା ବିଭାଗ  କମିଶନର ତଥା ଶାସନ ସଚିବ ସନ୍ଥନାଗୋପାଳନ ଆର. ଯୋଗଦେଇ ନାଗରିକମାନଙ୍କୁ ସେବା ଯୋଗାଇବାରେ ନୂତନ ଜ୍ଞାନ କୌଶଳ ତଥା କୃତିମ ବୁଦ୍ଧିମତା, ବ୍ଳକଚେନ, ଭରଚୁଆଲ ରିଅଲିଟି ଆଦି ଉପରେ ଆଲୋକପାତ କରିଥିଲେ।

ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଯୋଗଦେଇ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏନଆଇସିର ଭୂମିକା ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ୍ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ଵୟନ, ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ, କଟକର ବାଲିଯାତ୍ରାରେ ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସଚେତନତା ଆଦି ପ୍ରଚେଷ୍ଟା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପ୍ରଶଂସନୀୟ ଭୂମିକା ସଂପର୍କରେ ସେ ପ୍ରକାଶ କରିଥିଲେ। ଆସନ୍ତା ତିନି ଦିନରେ କୃଷି, ପରିବହନ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ପ୍ରକଳ୍ପ ଉପରେ ବିଭିନ୍ନ ଆଲୋଚନା ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏନ. ଆଇ. ସି. ଓଡିଶାର ମୁଖ୍ୟ ପ୍ରକଳ୍ପ ଗୁଡିକର ଏକ ବାର୍ଷିକ  କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡଃ. ରାମକୃଷ୍ଣ ଦାଶ, ଏନଆଇସିର  ଉପ ମହାନିର୍ଦ୍ଦେଶକ ଓ ଜୟନ୍ତ  କୁମାର ମିଶ୍ର, ଦକ୍ଷତା ବିକାଶ ବିଭାଗ ମୁଖ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଜୟଦେବ ବିହାର ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ସଂସଦର ସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ତି୍ରପାଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ବିଦ୍ୟାରନିଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ବୁଦ୍ଧିଜୀବୀ ଓ ସ୍ମୃତି ସଂସଦର ସମ୍ପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍‍ଗାହ ପରିସରର ସର୍ଭେ କରାଯିବ: ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‍ଗାହ ବିବାଦୀୟ କମ୍ପ୍ଲେକ୍ସର ସର୍ଭେ କରାଯିବ। ଆହ୍ଲାବାଦ ହାଇକୋର୍ଟ ଆଜି ଏହି ରାୟ ଦେଇଛନ୍ତି। ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରି କୋର୍ଟ ସର୍ଭେ ପାଇଁ ଜଣେ କୋର୍ଟ କମିଶନର ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ ମୁସଲିମ୍ ପକ୍ଷ ଅର୍ଥାତ୍ ଓ୍ଵାକଫ୍ ବୋର୍ଡର ଯୁକ୍ତିକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ଏହି ପିଟିସନ୍ ବିଚାରଯୋଗ୍ୟ ନୁହେଁ।

ହାଇକୋର୍ଟର ବିଚାରପତି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ନଭେମ୍ବର ୧୬ରେ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହି ଦିନ ବିବାଦୀୟ କମ୍ପ୍ଲେକ୍ସର ୧୮ଟି ଆବେଦନ ମଧ୍ୟରୁ ୧୭ଟିର ଶୁଣାଣି ହୋଇଥିଲା। ଏହି ସମସ୍ତ ଆବେଦନକୁ ଶୁଣାଣି ପାଇଁ ମଥୁରା ଜିଲ୍ଲା ଅଦାଲତରୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

କୋର୍ଟ କମିଶନରଙ୍କ ଟିମ୍ ପ୍ରମାଣ ସଂଗ୍ରହ କରିବ

ହାଇକୋର୍ଟଙ୍କ ରାୟ ପରେ କୋର୍ଟ କମିଶନର ଏବେ ଶ୍ରୀକୃଷ୍ଣ ଜନ୍ମଭୂମି-ସାହି ଇଦ୍‍ଗାହର ୧୩.୩୭ ଏକର ବିବାଦୀୟ ଜମିର ସର୍ଭେ କରିବେ। ଏହି ସର୍ଭେ ୨୦୨୧ ମେ ମାସରେ ବାରଣାସୀର ଜ୍ଞାନବାପିରେ ହୋଇଥିବା କମିଶନର ସର୍ଭେ ଭଳି ହେବ। ଏଥିରେ କୋର୍ଟ କମିଶନରଙ୍କ ଟିମ୍ ସେଠାକୁ ଯାଇ ପ୍ରମାଣ ସଂଗ୍ରହ କରି କୋର୍ଟକୁ ରିପୋର୍ଟ ଦେବେ।

ଡିସେମ୍ବର ୧୮ରେ ନିଷ୍ପତ୍ତି ନେବ କୋର୍ଟ କମିଶନର ପ୍ୟାନେଲ

ହାଇକୋର୍ଟଙ୍କ ରାୟ ପରେ ହିନ୍ଦୁ ପକ୍ଷର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ଆଜି ଆମେ ମଥୁରାରେ ୧୩.୩୭ ଏକର ବିବାଦୀୟ ଜମି ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କର ବୋଲି ଦାବି କରିଥିଲୁ। ମସଜିଦକୁ ଭୁଲଭାବେ ଦଖଲ କରାଯାଇଛି। ସେହି ଦଖଲକୁ ହଟାଇବା ଦରକାର। ୧୨ ଅକ୍ଟୋବର ୧୯୬୮ ର ଚୁକ୍ତିକୁ ଅବୈଧ ଘୋଷଣା କରାଯିବ।
କୋର୍ଟ କମିଶନରଙ୍କ ସର୍ଭେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ କୋର୍ଟରେ ଦାବି କରିଥିଲୁ। କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କମିଶନରଙ୍କ ଟିମରେ କେତେ ଜଣ ସଦସ୍ୟ ରହିବେ? ସେଠାରେ କିଏ ରହିବ? ଆପଣ ସର୍ବେକ୍ଷଣ କେବେ କରିବେ? କେମିତି ହେବ ଫଟୋ-ଭିଡିଓଗ୍ରାଫି? ଡିସେମ୍ବର ୧୮ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣିରେ ଏସବୁ ଉପରେ ନିଷ୍ପତ୍ତି ନିଆଯିବ।

୧୮ଟି ଆବେଦନ ମଧ୍ୟରୁ ୧୭ଟିର ଶୁଣାଣି

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‍ଗାହ ବିବାଦକୁ ନେଇ ମଥୁରା କୋର୍ଟରେ ୧୮ଟି ଆବେଦନ ମଧ୍ୟରୁ ୧୭ଟିର ଶୁଣାଣି ହୋଇଥିଲା। ଏଥିମଧ୍ୟରୁ ଅଧିକାଂଶ ଆବେଦନରେ କୋର୍ଟ କମିଶନର ସର୍ଭେ ଦାବି କରାଯାଇଥିଲା। ୨୦୨୩ ମେ ମାସରେ ଶ୍ରୀକୃଷ୍ଣ ବିରାଜମାନଙ୍କ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହା ଉପରେ କୋର୍ଟ ମଥୁରା କୋର୍ଟରେ ଚାଲିଥିବା ସମସ୍ତ ମାମଲା ସହ ଜଡ଼ିତ ମାମଲାଗୁଡ଼ିକୁ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ।
ଶ୍ରୀକୃଷ୍ଣ ବିରାଜମାନଙ୍କ ଆବେଦନରେ ହରିଶଙ୍କର ଜୈନ, ବିଷ୍ଣୁ ଜୈନ ଓ ରଞ୍ଜନା ଅଗ୍ନିହୋତ୍ରୀ ଆବେଦନକାରୀ ରହିଛନ୍ତି। ଜଷ୍ଟିସ ମୟଙ୍କ ଜୈନ ମାମଲାର ଶୁଣାଣି କରିଥିଲେ। ପକ୍ଷପକ୍ଷରୁ ଆବେଦନ ଓ ସତ୍ୟପାଠ ଦାଖଲ କରାଯାଇଥିଲା। କେହି ପକ୍ଷଭୁକ୍ତ ହୋଇଥିଲେ ତ ଆଉ କିଏ ସଂଶୋଧନ ପାଇଁ ଆବେଦନ କରିଥିଲେ। ଏହାପରେ କୋର୍ଟ ଅନ୍ୟ ପକ୍ଷ ଅର୍ଥାତ୍ ମୁସଲମାନ ପକ୍ଷକୁ ସିଭିଲ୍ ମାମଲା ଓ ଆବେଦନ ଉପରେ ଜବାବ ଦାଖଲ କରିବାକୁ ସମୟ ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ନାତି ମଥୁରା ମନ୍ଦିର ନିର୍ମାଣ କରିଛନ୍ତି ବୋଲି ଏକ ଦଳ କହିଥିଲା। ମନ୍ଦିର ପାଇଁ ଜମି ଦାନ କରାଯାଇଥିଲା। ତେଣୁ ଜମିର ମାଲିକାନାକୁ ନେଇ କୌଣସି ବିବାଦ ନାହିଁ। ମନ୍ଦିର ଭାଙ୍ଗି ରାଜକୀୟ ମସଜିଦ ନିର୍ମାଣକୁ ନେଇ ବିବାଦ ଲାଗି ରହିଛି। ରାଜସ୍ୱ ରେକର୍ଡରେ ଏହି ଜମି ଏବେବି କଟ୍ରା କେଶବ ଦେବଙ୍କ ନାମରେ ରହିଛି।

ମୁସଲମାନ ପକ୍ଷ ଆପତ୍ତି ଉଠାଇଲେ

ସାହି ଇଦ୍‍ଗାହ ମସଜିଦ ଏବଂ ୟୁପି ସେଣ୍ଟ୍ରାଲ ୱାକଫ୍‍ ବୋର୍ଡର ଓକିଲ ଅଦାଲତରେ ଆପତ୍ତି ଦାଖଲ କରିଥିଲେ। ମୁସଲମାନ ପକ୍ଷ କହିଛନ୍ତି ଯେ ଏହି ପିଟିସନ୍ ବିଚାରଯୋଗ୍ୟ ନୁହେଁ, ଏହାକୁ ଖାରଜ କରାଯିବା ଉଚିତ, ଯାହାକୁ ଅଦାଲତ ଗ୍ରହଣ କରିନାହାଁନ୍ତି।

ଚୁକ୍ତିକୁ ବେଆଇନ ବୋଲି କହୁଛନ୍ତି ହିନ୍ଦୁ ଦଳ

୧୯୬୮ ମସିହା ଅକ୍ଟୋବର ୧୨ ତାରିଖରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସାହି ଇଦ୍‍ଗାହ ମାମଲାରେ ଏକ ରାଜିନାମା ହୋଇଥିଲା। ଶ୍ରୀକୃଷ୍ଣ ଜନ୍ମସ୍ଥାନ ଟ୍ରଷ୍ଟର ସହଯୋଗୀ ସଂଗଠନ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଂଘ ଏବଂ ସାହି ଇଦ୍‍ଗାହ ମଧ୍ୟରେ ହୋଇଥିବା ଏହି ବୁଝାମଣାରେ ଶାହି ଇଦ୍‍ଗାହ ପାଇଁ ୧୩.୩୭ ଏକର ଜମି ମଧ୍ୟରୁ ପ୍ରାୟ ୨.୩୭ ଏକର ଜମି ଦିଆଯାଇଥିଲା।
ତେବେ ଏହି ବୁଝାମଣା ପରେ ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଂଘକୁ ଭାଙ୍ଗି ଦିଆଯାଇଥିଲା। ହିନ୍ଦୁ ପକ୍ଷ ଏହି ଚୁକ୍ତିକୁ ବେଆଇନ ବୋଲି କହୁଛନ୍ତି। ହିନ୍ଦୁ ପକ୍ଷ ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଂଘର ବୁଝାମଣା କରିବାର ଅଧିକାର ନାହିଁ।

ମାମଲା ସହ ଜଡ଼ିତ ଲୋକଙ୍କ ପ୍ରତିକ୍ରିୟା

କୋର୍ଟଙ୍କ ରାୟ ପରେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ଆବେଦନକାରୀ ଦିନେଶ ଶର୍ମା କହିଛନ୍ତି, ମଥୁରାରେ ଶ୍ରୀକୃଷ୍ଣଙ୍କ ଭବ୍ୟ ମନ୍ଦିର ଥିଲା। ଏହାକୁ ବେଆଇନଭାବେ ମୋଗଲ ଶାସକମାନେ ଦଖଲ କରିଥିଲେ। କୋର୍ଟ କମିଶନରଙ୍କ ପରିସରକୁ ଯିବେ ବୋଲି କୋର୍ଟ କହିଛନ୍ତି। ରିପୋର୍ଟ ପ୍ରସ୍ତୁତ ହେବା ପରେ ଏହାକୁ କୋର୍ଟରେ ହାଜର କରାଯିବ। ଏବେ ସେହିଦିନ ଦୂର ନୁହେଁ ଯେତେବେଳେ ଅଯୋଧ୍ୟା ଭଳି ମଥୁରାରେ ଶ୍ରୀକୃଷ୍ଣଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବ।
ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ଅନୁଷ୍ଠାନର ସମ୍ପାଦକ କପିଲ ଶର୍ମା କହିଛନ୍ତି, କୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ଶ୍ରୀକୃଷ୍ଣ ଜନ୍ମଭୂମିକୁ ମୁକ୍ତ କରିବା ପାଇଁ ଚାଲିଥିବା ଆନ୍ଦୋଳନରେ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ସେହିପରି ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ସଂଘର୍ଷ ଟ୍ରଷ୍ଟର ସଭାପତି ମହେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, କୋର୍ଟ କମିଶନରଙ୍କ ସର୍ଭେରୁ ପ୍ରକୃତ ସତ୍ୟ ପଦାକୁ ଆସିବ।

୧୯୬୮ରେ କ’ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା?

୧୯୪୬ ମସିହାରେ ଯୁଗଲ କିଶୋର ବିର୍ଲା ଏହି ଜମିର ଯତ୍ନ ନେବା ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଗଠନ କରିଥିଲେ। ୧୯୬୭ ମସିହାରେ ଯୁଗଳ କିଶୋରଙ୍କ ଦେହାନ୍ତ ହୋଇଥିଲା। ଅଦାଲତର ରେକର୍ଡ ଅନୁଯାୟୀ, ୧୯୬୮ ପୂର୍ବରୁ ଏହି କମ୍ପ୍ଲେକ୍ସର ବିଶେଷ ବିକାଶ ହୋଇନଥିଲା। ଏଥିସହ ୧୩.୩୭ ଏକର ଜମିରେ ଅନେକ ଲୋକ ବସବାସ କରିଥିଲେ।
୧୯୬୮ମସିହାରେ ଟ୍ରଷ୍ଟ ମୁସଲମାନ ପକ୍ଷ ସହ ଚୁକ୍ତି କରିଥିଲା। ଏହା ଅଧୀନରେ ସାହି ଇଦ୍‍ଗାହ ମସଜିଦର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ମୁସଲମାନମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ୧୯୬୮ମସିହାରେ ହୋଇଥିବା ଚୁକ୍ତି ପରେ କମ୍ପ୍ଲେକ୍ସରେ ରହୁଥିବା ମୁସଲମାନମାନଙ୍କୁ ଏହାକୁ ଖାଲି କରିବାକୁ କୁହାଯାଇଥିଲା। ଏହା ସହ ମସଜିଦ୍ ଓ ମନ୍ଦିରକୁ ଏକାସାଙ୍ଗରେ ଚଳାଇବା ପାଇଁ ମଝିରେ ପାଚେରୀ ନିର୍ମାଣ କରାଯାଇଥିଲା।

ମନ୍ଦିର ଆଡ଼କୁ ମସଜିଦରେ କୌଣସି ଝରକା, କବାଟ କିମ୍ବା ଖୋଲା ଡ୍ରେନ୍ ରହିବ ନାହିଁ ବୋଲି ଚୁକ୍ତିରେ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଏଠାରେ ଦୁଇଟି ପୂଜାସ୍ଥଳୀକୁ ଏକ କାନ୍ଥ ଦ୍ୱାରା ଅଲଗା କରାଯାଇଛି।

ଆବେଦନକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ୧୯୬୮ ର ଚୁକ୍ତି ଜାଲିଆତି ଥିଲା ଏବଂ ଆଇନଗତଭାବେ ବୈଧ ନୁହେଁ। ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଦେବତା କାର୍ଯ୍ୟରେ ସାମିଲ ନ ଥିବାରୁ ଆପୋସ ବୁଝାମଣା କରି ଦେବତାଙ୍କ ଅଧିକାରକୁ ବନ୍ଦ କରାଯାଇପାରିବ ନାହିଁ।

ବିବାଦୀୟ ଜମି ଉପରେ କାହାର ଅଧିକାର ରହିଛି?

ସାହି ଇଦ୍‍ଗାହ ମସଜିଦ ଔରଙ୍ଗଜେବ ୧୬୭୦ ମସିହାରେ ନିର୍ମାଣ କରିଥିଲେ। ଏକ ପୁରୁଣା ମନ୍ଦିର ବଦଳରେ ଏହି ମସଜିଦ ନିର୍ମାଣ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ। ଏହି ଅଞ୍ଚଳକୁ ନାଜୁଲ ଜମି ଅର୍ଥାତ୍ ଅଣକୃଷି ଜମି ବୋଲି ବିବେଚନା କରାଯାଏ। ଏଥିରେ ପ୍ରଥମେ ମରାଠା ଓ ପରେ ଇଂରେଜମାନଙ୍କର ଆଧିପତ୍ୟ ଥିଲା।

ଇଦ୍‍ଗାହ ମସଜିଦ୍ ଉପରେ ନିର୍ମିତ ଏହି ୧୩.୩୭ ଏକର ଜମିକୁ ୧୮୧୫ ମସିହାରେ ବନାରସର ରାଜା ପାଟନି ମଲ୍ ଇଷ୍ଟ ଇଣ୍ଡିଆ କମ୍ପାନିଠାରୁ ନିଲାମରେ କିଣିଥିଲେ। ରାଜା ପଟନୀ ମାଲ ଏହି ଜମିକୁ ଯୁଗଳ କିଶୋର ବିର୍ଲାଙ୍କୁ ବିକ୍ରି କରିଥିଲେ ଏବଂ ଏହା ପଣ୍ଡିତ ମଦନ ମୋହନ ମାଲବ୍ୟ, ଗୋସ୍ୱାମୀ ଗଣେଶ ଦତ୍ତ ଏବଂ ଭିକେନ ଲାଲଜୀ ଆଟ୍ରେୟାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଜୁଗଲ କିଶୋର ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରିଥିଲେ, ଯାହା କଟ୍ରା କେଶବ ଦେବ ମନ୍ଦିରର ମାଲିକାନା ଅଧିକାର ହାସଲ କରିଥିଲା।

ଦେବତାଙ୍କ ଅଧିକାର କ’ଣ?

ଭାରତୀୟ ଆଇନ ଅନୁଯାୟୀ ଦେବତାଙ୍କୁ ପ୍ରାକୃତିକ ବ୍ୟକ୍ତି ପରିବର୍ତ୍ତେ ନ୍ୟାୟିକ ବ୍ୟକ୍ତି ଭାବରେ ବିବେଚନା କରାଯାଏ। ଦେବଦେବୀମାନଙ୍କର ସମ୍ପତ୍ତି ଅଧିଗ୍ରହଣ, ବିକ୍ରୟ, କ୍ରୟ, ହସ୍ତାନ୍ତର ଏବଂ କୋର୍ଟ ମାମଲା ଲଢ଼ିବା ସମେତ ସମସ୍ତ ଆଇନଗତ ଅଧିକାର ରହିଛି।
ଆଇନରେ ଦେବତାଙ୍କୁ ନାବାଳକ ଭାବରେ ବିବେଚନା କରାଯାଏ ଏବଂ କୋର୍ଟରେ ସେ ପୁରୋହିତଙ୍କ ମାଧ୍ୟମରେ ନିଜର ମାମଲା ଲଢ଼ିପାରିବେ। ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ହିନ୍ଦୁମାନଙ୍କର ଦେବଦେବୀମାନଙ୍କୁ ସମ୍ପତ୍ତି ଅଧିକାର ମିଳିଥାଏ।

Categories
ବିଶେଷ ଖବର

୨୦୨୪ରେ ବିଜେପି ୟୁପିରୁ ୭୪ଟି ଆସନ ସହ ଇତିହାସ ସୃଷ୍ଟି କରିବାକୁ ଯାଉଛି କି?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବିରୋଧୀ ଇଣ୍ଡି ମେଣ୍ଟ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଜୋରସୋରରେ ଚଳାଇଛି। ଏହି ପ୍ରସ୍ତୁତି ମଧ୍ୟରେ ଟାଇମ୍ସ ନାଓ ଇଟିଜି ସର୍ଭେ ରିପୋର୍ଟରେ ବିରୋଧୀଙ୍କ ସମସ୍ତ ଦାବିକୁ ଖରଜ କରିଛି। ଲୋକସଭା ନିର୍ବାଚନକୁ ନେଇ କରାଯାଇଥିବା ଟାଇମ୍ସ ନାଓ ଇଟିଜି ସର୍ଭେରେ ଦେଶର ଏକ ବଡ଼ ଚିତ୍ର ସାମ୍ନାକୁ ଆସିଛି। ଏହି ସର୍ଭେ ରିପୋର୍ଟରେ ଭାରତୀୟ ଜନତା ପାର୍ଟି କ୍ରମାଗତ ତୃତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସହିତ ସରକାର ଗଠନ କରୁଥିବା ଦେଖିବାକୁ ମିଳିଛି। ଦଳ ଏକାକୀ ଦେଶରେ ୩୦୮ରୁ ୩୨୮ ଆସନ ପାଇବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ବିରୋଧୀ ଇଣ୍ଡି ମେଣ୍ଟ.ଏ ସଂଖ୍ୟାଗରିଷ୍ଠତାଠାରୁ ବହୁ ଦୂରରେ ଥିବା ଜଣାପଡ଼ିଛି। ଇଣ୍ଡି ମେଣ୍ଟର ସବୁଠାରୁ ପ୍ରଭାବଶାଳୀ ଦଳ କଂଗ୍ରେସ ପୁଣିଥରେ ଏକାକୀ ୫୨ରୁ ୭୨ ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ସର୍ଭେ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶରୁ ପୁଣିଥରେ ବିଜେପି ବହୁ ସଂଖ୍ୟାରେ ସାଂସଦ ଜିତିବା ସହିତ ସରକାର ଗଠନ କରିବାରେ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ରାଜ୍ୟରେ ବିଜେପି ୭୦ରୁ ୭୪ଟି ଆସନରେ ବିଜୟୀ ହେବ ବୋଲି ଆକଳନ କରାଯାଇଛି। ବିରୋଧୀ ମେଣ୍ଟ ନେତା ଅଖିଳେଶ ଯାଦବଙ୍କ ପାଇଁ ଏହା ଚିନ୍ତାଜନକ ଖବର।

ବଡ଼ ଦାବି, ମାଟି ଉପରେ ଦଖଲ ନାହିଁ

ଉତ୍ତରପ୍ରଦେଶରେ ଶାସକ ଦଳ ଓ ବିରୋଧୀ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ବିରୋଧୀ ଦଳର ନେତୃତ୍ୱ ନେଉଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ନିଜକୁ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ନେତାଭାବେ ପରିଚୟ ଦେଉଥିବା ଅଖିଳେଶ ଯାଦବ ଏବେ ଆସନ ବଣ୍ଟନ ନେଇ ନିଜର ଭୂମିକା ନିର୍ଦ୍ଧାରଣ କରିବାରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ଓ ରାଷ୍ଟ୍ରୀୟ ଲୋକଦଳର ନିଜସ୍ୱ ଅଭିଳାଷ ରହିଛି। ଏସବୁ ଭିତରେ ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ନିଜର ଭିତ୍ତିଭୂମି ମଜବୁତ କରିବାରେ ବ୍ୟସ୍ତ ରହିଛି।

ଦଳ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ଅଧିକାରୀ ମୁତୟନ କରାଯାଇଛି। ନିର୍ବାଚନକୁ ଆଖି ଆଗରେ ରଖି ଦଳ ସେହି ଅଞ୍ଚଳକୁ ଟାର୍ଗେଟ କରୁଛି ଯେଉଁଠି ନିଜର ସ୍ଥିତି ମଜବୁତ ହୋଇନାହିଁ। ମୋଦିଙ୍କ ଗ୍ୟାରେଣ୍ଟିରେ ଦଳୀୟ କର୍ମୀମାନେ ଲୋକଙ୍କୁ ଯୋଡ଼ିବା ପାଇଁ ଅଭିଯାନରେ ଲାଗିପଡ଼ିଛନ୍ତି। ଏଭଳି ଅଞ୍ଚଳରେ ଭୋଟରଙ୍କୁ ଟାର୍ଗେଟ କରୁଛି ଦଳ। ସେପଟେ ଆସନ ବଣ୍ଟନ ଉପରେ ବିରୋଧୀଙ୍କ ଲଢ଼େଇ ଉପରେ ନିର୍ଭର କରୁଥିବା ଜଣାପଡ଼ିଛି। ବିଜେପି ଭଳି ଇଣ୍ଡି ମେଣ୍ଟର କୌଣସି ଯୋଜନା ଥିବା ଭଳି ମନେ ହେଉନାହିଁ।

ବିରୋଧୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ରଣନୀତିର ଅଭାବ

ବିରୋଧୀ ଇଣ୍ଡି ମେଣ୍ଟ ସମ୍ମୁଖୀନ ହୋଇଥିବା ସବୁଠାରୁ ବଡ ସଙ୍କଟ ହେଉଛି ରଣନୀତିର ଅଭାବ। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଓ ରାଜ୍ୟରେ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଘେରିବା ପାଇଁ ଇଣ୍ଡି ମେଣ୍ଟ ଠୋସ୍ ପ୍ରସଙ୍ଗ ଖୋଜୁଛି। ୟୁପି ନିର୍ବାଚନ ୨୦୨୨ ସମୟରେ ଅଖିଳେଶ ଯାଦବ ଏକ ବାତାବରଣ ସୃଷ୍ଟି କରିଥିଲେ। କିନ୍ତୁ ଶେଷରେ ସରକାରଙ୍କ ବିରୋଧରେ କୌଣସି ଠୋସ୍ ପ୍ରସଙ୍ଗ ନ ଥିବାରୁ ଆଶାନୁରୂପ ସଫଳତା ପାଇପାରିନଥିଲେ। ଦଳ କେବଳ ନିଜର ଭୋଟ୍ ପ୍ରତିଶତ ବୃଦ୍ଧିକୁ ନେଇ ଖୁସି ରହିଛି। ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ବିରୋଧୀ ଇଣ୍ଡି ମେଣ୍ଟରେ ରଣନୀତିର ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ଅଖିଳେଶ ଯାଦବ ରାଜ୍ୟ ସ୍ତରରେ ସକ୍ରିୟ ଅଛନ୍ତି, କିନ୍ତୁ ନିରନ୍ତରତାର ଅଭାବ ରହିଛି। ସେପଟେ ଜୟନ୍ତ ଚୌଧୁରୀ ନିଜକୁ ପଶ୍ଚିମ ୟୁପିରେ ସୀମିତ ରଖିଛନ୍ତି। କଂଗ୍ରେସର ରଣନୀତି ପ୍ରସ୍ତୁତ ହେଉନାହିଁ। ଏହାର କାରଣ ହେଉଛି ଦଳର ୟୁପି ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦେଢ଼ବର୍ଷ ଧରି ନିଖୋଜ ରହିଛନ୍ତି। ଦଳର ସଭାପତି ଅଜୟ ରାୟ ନିଜ ସ୍ତରରେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବୁଥ୍ ସ୍ତରକୁ ସୁଦୃଢ଼ କରିବା ଓ କ୍ୟାଡର୍ ବଢ଼ାଇବାରେ ଦଳ ଏବେବି ପଛରେ ପଡ଼ିଥିବା ଜଣାପଡ଼ିଛି।

ବିରୋଧୀ ଇଣ୍ଡି ମେଣ୍ଟର ଦାବିକୁ ପଦାରେ ପକାଇଲା ସର୍ଭେ

ଟାଇମ୍ସ ନାଓ ଇଟିଜି ସର୍ଭେ ବିରୋଧୀ ଇଣ୍ଡି ମେଣ୍ଟର ପ୍ରସ୍ତୁତି ଓ ଦାବିକୁ ପଦାରେ ପକାଇଛି। ଏବେ ନିର୍ବାଚନ ହେଲେ ଭାରତୀୟ ଜନତା ପାର୍ଟି ଏକାକୀ ୭୦ରୁ ୭୪ଟି ଆସନ ଜିତିପାରେ। ସେହିପରି ବିରୋଧୀ ଇଣ୍ଡି ମେଣ୍ଟ ୪ରୁ ୮ଟି ଆସନରେ ବିଜୟୀ ହୋଇପାରେ। ଅର୍ଥାତ୍ ରାଜ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ମିଳିତଭାବେ ଭାରତୀୟ ଜନତା ପାର୍ଟିକୁ ଟକ୍କର ଦେବାରେ ସଫଳ ହେଉନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରାଯିବା ପରେ ମାୟାବତୀଙ୍କୁ କୌଣସି ବିଶେଷ ଫାଇଦା ମିଳୁନଥିବା ଜଣାପଡ଼ିଛି। ଆକାଶ ଆନନ୍ଦଙ୍କୁ ଅଧିକ ଅଭିଜ୍ଞତା ପାଇବା ପାଇଁ ସିଧାସଳଖ ବିଜେପିକୁ ଟକ୍କର ଦେବାକୁ ପଡ଼ିବ। ଏଭଳି ସ୍ଥିତିରେ ବହୁଜନ ସମାଜ ପାର୍ଟି ପୁଣିଥରେ ୨୦୧୪ର ସ୍ଥିତିରେ ପହଞ୍ଚିଥିବା ଜଣାପଡ଼ିଛି।

୨୦୧୯ ଲୋକସଭା ନିର୍ବାଚନରେ ବିଏସପି ସମାଜବାଦୀ ପାର୍ଟି ସହ ମେଣ୍ଟ କରି ଆସନକୁ ଦୁଇ ଅଙ୍କକୁ ଆଣିଥିଲା। ୨୦୧୪ରେ ବିଏସପି କୌଣସି ଆସନ ଜିତିନଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଏସପି ଶୂନରୁ ବୃଦ୍ଧି ପାଇ ୧୦ଟି ଆସନ ଜିତିବାରେ ସଫଳ ହୋଇଥିଲା। ଏବେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ନିଜେ ଏକାକୀ ନିର୍ବାଚନ ଲଢ଼ିବାକୁ ଦାବି କରୁଛି। ଏଭଳି ସ୍ଥିତିରେ ଦଳ ଶୂନ୍ୟରୁ ଗୋଟିଏ ଆସନ ପାଇବ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଅନ୍ୟମାନଙ୍କୁ ଗୋଟିଏରୁ ତିନିଟି ଆସନ ମିଳିପାରେ।

ଭୋଟ୍ ବ୍ୟାଙ୍କ, ଚେହେରା ବିଜେପିକୁ ଶକ୍ତିଶାଳୀ କଲା

ୟୁପିରେ ଭାରତୀୟ ଜନତା ପାର୍ଟି ବହୁତ ଶକ୍ତିଶାଳୀ ଦେଖାଯାଉଛି। ଏହାର କାରଣ ହେଉଛି ଦଳର ସ୍ଥାୟୀ ଭୋଟ୍ ବ୍ୟାଙ୍କ। ବାସ୍ତବରେ ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ବାରଣାସୀ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଓବିସି ବର୍ଗ ସିଧାସଳଖ ଦଳରେ ସାମିଲ ହୋଇଥିଲେ। ୟୁପି ନିର୍ବାଚନ ୨୦୨୨ରେ ଏହି ଭୋଟ୍ ବ୍ୟାଙ୍କରେ କିଛି ବିଚ୍ଛିନ୍ନତା ଦେଖିବାକୁ ମିଳିଥିଲା, କିନ୍ତୁ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ କ୍ଷମତାକୁ ଫେରିବାରେ ସଫଳ ହୋଇଥିଲା। ଏବେ ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ସପକ୍ଷରେ ଅନେକ ପ୍ରସଙ୍ଗ ଆସୁଥିବା ଦେଖିବାକୁ ମିଳୁଛି। ଏଥିରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ଏହା ଉପରେ ଭୋଟରମାନେ ଆସ୍ଥା ପ୍ରକଟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ରାଜ୍ୟ ରାଜନୀତିରେ ନିଜର କାର୍ଯ୍ୟ, ଆଇନ ବ୍ୟବସ୍ଥାର ବୁଲଡୋଜର ମଡ଼େଲ ଏବଂ ବିକାଶ ଯୋଜନା ମାଧ୍ୟମରେ ଏକ ଛାପ ଛାଡ଼ିଥିବା ଯୋଗୀ ଆଦିତ୍ୟନାଥଙ୍କ ଚେହେରା ମଧ୍ୟ ପ୍ରଭାବଶାଳୀ ହୋଇଛି।

୨୦୨୪ ଲୋକସଭା ନିର୍ବାଚନରେ ଦଳ ପ୍ରାୟ ୯ଟି ଆସନ ହରାଇଥିଲେ ମଧ୍ୟ। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୬୨ଟି ଆସନ ରେ ବିଜୟୀ ହୋଇଥିବା ବେଳେ ବିଜେପି ୭୧ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ମୋଦି-ଯୋଗୀଙ୍କ ଯୋଗୁଁ ଦଳ ରାଜ୍ୟର ୪୯.୯୮ ପ୍ରତିଶତ ଭୋଟ୍ ହାସଲ କରିଛି। ଭୋଟ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜ୍ୟରେ ଏହା ଦଳର ଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ଏହି କାରଣରୁ ବିଜେପିର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ

୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ଦୁଇ ବୃହତ୍ତମ ସାମାଜିକ ସମୀକରଣ ଭାରତୀୟ ଜନତା ପାର୍ଟି ବିରୋଧରେ ଏକାଠି ହୋଇଥିଲା। ଦଳିତ-ମୁସଲମାନ-ଓବିସି ମେଣ୍ଟ ମାଧ୍ୟମରେ ରାଜ୍ୟରେ କ୍ଷମତାକୁ ଆସିଥିବା ଏମଓ୍ୱାଇ ସମୀକରଣ ସହ ଏସପି ଏବଂ ବିଏସପି ଏକାଠି ହୋଇଥିଲେ। ଯଦି ଉଭୟ ଦଳର ଭୋଟ୍ ପ୍ରତିଶତ ଉପରେ ନଜର ପକାଯାଏ, ତେବେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ବ୍ୟାଙ୍କ ଏହି ଦୁଇ ଦଳ ନେଇଥାନ୍ତି। ତେବେ କାଗଜପତ୍ରରେ ଯେଉଁ ସମୀକରଣ ଦୃଢ଼ ଦେଖାଯାଉଥିଲା, ତାହା ପ୍ରକୃତ ପକ୍ଷରେ ନ ଥିଲା।

୨୦୧୭ରେ ବିଜେପି ସପକ୍ଷରେ ଭୋଟ୍

୨୦୧୭ ବିଧାନସଭା ନିର୍ବାଚନକୁ ଦେଖିଲେ ସପା ଓ କଂଗ୍ରେସ ଏକାଠି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଆରଏଲଡିର ମଧ୍ୟ ସମର୍ଥନ ମିଳିଥିଲା। ସେତେବେଳେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ବିଜେପି ଲହରରେ ସମସ୍ତେ ଉଡ଼ି ଯାଇଥିଲେ। ବିଜେପି ଅତିରିକ୍ତ ୨୪.୬୭ ପ୍ରତିଶତ ଭୋଟ୍ ସହିତ ୩୯.୬୭ ପ୍ରତିଶତ ଭୋଟ୍ ବ୍ୟାଙ୍କ ଦଖଲ କରିଛି। ବିଜେପି ଏକାକୀ ୟୁପିରେ ୩୧୨ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ସପା-କଂଗ୍ରେସ ମେଣ୍ଟ ୭.୩୩ ପ୍ରତିଶତ ଭୋଟ୍ ହରାଇ ୨୧.୮୨ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲା। ସପା ମାତ୍ର ୪୭ଟି ଆସନରେ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ ବିଏସପି ୩.୬୮ ପ୍ରତିଶତ ଭୋଟ୍ ହରାଇଥିଲା। ଦଳ ୨୨.୨୩ ପ୍ରତିଶତ ଭୋଟ୍ ସହ ୧୯ଟି ଆସନ ଜିତିବାରେ ସଫଳ ହୋଇଥିଲା।

୨୦୧୯ରେ ମହାମେଣ୍ଟର ବିଫଳ

ଏହାର ଦୁଇବର୍ଷ ପରେ ଅନୁଷ୍ଠିତ ୨୦୧୯ ଲୋକସଭା ନିର୍ବାଚନରେ ସପା-ବିଏସପି ମେଣ୍ଟଦ୍ୱାରା ସୃଷ୍ଟି ହୋଇଥିବା ବାତାବରଣକୁ ବିଜେପି କାଟିପାରିଥିଲା। ଦଳକୁ ୭.୩୫ ପ୍ରତିଶତ ଭୋଟ୍ ଅତିରିକ୍ତ ମିଳିଛି। ଏହା ୪୯.୯୮ ପ୍ରତିଶତ ଭୋଟ୍ ବ୍ୟାଙ୍କ ଦଖଲ କରିଛି। ସେହିପରି ଏସପି-ବିଏସପି ମେଣ୍ଟରେ ସାମିଲ ଥିବା ବିଏସପି ୦.୩୪ ପ୍ରତିଶତ ଭୋଟ୍ ହରାଇ ୧୯.୪୩ ପ୍ରତିଶତ ଭୋଟ୍ ପାଇବାରେ ସକ୍ଷମ ହୋଇଛି। ଦଳ ୧୦ଟି ଆସନରେ ବିଜୟୀ ହୋଇଥିଲା। ଅଖିଳେଶଙ୍କ ନେତୃତ୍ୱାଧୀନ ସପା ୪.୨୪ ପ୍ରତିଶତ ଭୋଟ୍ ହରାଇଛି। ଦଳ ୧୮.୧୧ ପ୍ରତିଶତ ଭୋଟ୍ ସହ ୫ଟି ଆସନରେ ବିଜୟୀ ହୋଇଥିଲା, ଯାହାକି ୨୦୧୪ ତୁଳନାରେ ସମାନ ଥିଲା। ତେଣୁ ମହାମେଣ୍ଟ ବିଶେଷ ପ୍ରଭାବ ପକାଇ ପାରିନଥିଲା।

୨୦୨୨ରେ ମଧ୍ୟ ସପାଠାରୁ ବିଜେପି ଆଗୁଆ ରହିଛି

ଯଦିଓ ୟୁପିର ୨୦୨୨ ନିର୍ବାଚନରେ ବିଜେପିର ଆସନ ହ୍ରାସ ପାଇଛି, ତଥାପି ଭୋଟ୍ ସୁଇଙ୍ଗ ସକାରାତ୍ମକ ସଙ୍କେତ ଦେଇଛି। ଦଳ ସପକ୍ଷରେ ୧.୬୨ ପ୍ରତିଶତ ଅତିରିକ୍ତ ଭୋଟ୍ ପଡ଼ିଥିଲା। ବିଜେପି ୪୧.୨୯ ପ୍ରତିଶତ ଭୋଟ୍ ସହ ୨୫୫ଟି ଆସନ ଜିତିବାରେ ସଫଳ ହୋଇଛି। ସେହିପରି ସପା ସପକ୍ଷରେ ୧୦.୨୪ ପ୍ରତିଶତ ଭୋଟ୍ ପଡ଼ିଛି। ରେକର୍ଡ ୩୨.୦୬ ପ୍ରତିଶତ ଭୋଟ ପାଇ ଏସପି ୧୧୧ଟି ଆସନରେ ବିଜୟୀ ହୋଇଛି। ସେହିପରି କଂଗ୍ରେସକୁ ୩.୯୨ ପ୍ରତିଶତ ଓ ବିଏସ୍ ପିକୁ ୯.୩୫ ପ୍ରତିଶତ ଭୋଟ୍ ମିଳିଛି। ଏବେ ଲୋକସଭା ନିର୍ବାଚନର ପାଳି। ଏଭଳି ସ୍ଥିତିରେ ବିରୋଧୀ ମେଣ୍ଟ ପକ୍ଷରୁ ବଡ଼ ବଡ଼ ଦାବି କରାଯାଉଥିଲେ ମଧ୍ୟ ବିଜେପିକୁ ରୋକିବା ପାଇଁ ରଣନୀତି ବଡ଼ ଧରଣର ଦେଖାଯାଉନାହିଁ।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: ୧୪ ଲୋକସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଅଶାଳୀନ ଆଚରଣ ପାଇଁ ଲୋକସଭା ବାଚସ୍ପତି ଗୁରୁବାର ୧୪ ଜଣ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସର ୯ ଜଣ, ସିପିଆଇଏମର ୨ ଜଣ, ଡିଏମକେର ୨ ଜଣ ଏବଂ ସିପିଆଇର ଜଣେ ଅଛନ୍ତି। ବୁଧବାର ଲୋକସଭା ସୁରକ୍ଷା ଉଲ୍ଲଂଘନକୁ ନେଇ ବିରୋଧୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରି ଆସୁଛନ୍ତି।

ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କଂଗ୍ରେସ ଦଳର ୫ ଜଣ ସାଂସଦ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଡିନ୍ କୁରିଆକୋସ୍, ଜୋଥି ମଣି ଏବଂ ରମ୍ୟା ହରିଦାସଙ୍କୁ ନିଲମ୍ବନ କରିବାକୁ ଲୋକସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା।

‘ଆପଣଙ୍କ ଅନୁମତି କ୍ରମେ ମୁଁ ନିମ୍ନଲିଖିତ କଥାକୁ ଆଗେଇ ନେଉଛି: ଏହି ଗୃହ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଏସ୍ ଜୋଥିମାନି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କ ଆଚରଣକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଉପରୋକ୍ତ ସଦସ୍ୟମାନଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଉ ବୋଲି ବିରୋଧୀ ସାଂସଦଙ୍କ ନାରାବାଜି ମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।’

ପରେ ବିରୋଧୀ ଦଳର ୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ସେମାନେ ହେଲେ ବେନି ବେହାନନ, ଭିକେ ଶ୍ରୀକନ୍ଦନ, ମହମ୍ମଦ ଜାଭେଦ, ପିଆର ନଟରାଜନ, କାନିମୋଝି କରୁଣାନିଧି, କେ ସୁବ୍ରମଣ୍ୟମ, ଏସଆର ପାର୍ଥିବନ, ଏସ ଭେଙ୍କଟେସନ ଓ ମଣିକମ ଟାଗୋର।

Categories
ବିଶେଷ ଖବର

ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ୧୦୦ ବର୍ଷର ସମସ୍ୟାର ସମାଧାନ ହେଲା ୧୦୦ ଦିନରେ

ଭୁବନେଶ୍ଵର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ। ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର ସମସ୍ୟା ଦୂର ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି।

ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଗଷ୍ଟ ୨୦ ତାରିଖରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା। ଏମାନଙ୍କର ୧୮ଟି ରାଜସ୍ବ ଗ୍ରାମ ପାଇଁ ସର୍ଭେ ଆରମ୍ଭ ହୋଇଥିଲା। ଏଥିମଧ୍ୟରୁ ଆଜି ୭ଟି ଗାଁର ୮୬୬ଟି ପରିବାର ପାଇଁ ସର୍ଭେ ସଂପୂର୍ଣ୍ଣ କରାଯାଇ ଜମିପଟ୍ଟା ଦିଆଯାଇଛି। ବାକି ୧୧ଟି ଗାଁର ସର୍ଭେ ଚାଲିଛି। ଏହି ୧୧ଟି ଗାଁର ଖୁବଶୀଘ୍ର ୧୩୩୯ଟି ପରିବାର ଖୁବଶୀଘ୍ର ଜମିପଟ୍ଟା ପାଇବେ।

ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ତହସିଲର ୨୨ଟି ଗାଁର ଜମି ୧୯୮୩ ମସିହାରେ ଜଳସଂପଦ ବିଭାଗ ନାମରେ ରେକର୍ଡ ହୋଇଥିଲା। ଆଜି ୧୭ଟି ଗାଁର ଜମି ରାଜସ୍ବ ବିଭାଗକୁ ଯାଇଛି ଏବଂ ସେଗୁଡିକର settlement ଚାଲିଛି। ଏମାନଙ୍କ ମଧ୍ୟରୁ ୯୬୨ ଜଣଙ୍କୁ ଆଜି ଘରଡିହ ପଟ୍ଟା ଓ ୭୦୦ ଜଣଙ୍କୁ ଜମିପଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିଛନ୍ତି। ଅଗଷ୍ଟ ମାସ ୨୬ ଓ ୨୭ରେ ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ପରେ ଏଠାରେ ସର୍ଭେ କାମ ତ୍ବରାନ୍ବିତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ଓ ହିତାଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ମୁଁ ସବୁବେଳେ ନିଷ୍ଠାପର ଉଦ୍ୟମ କରିଆସିଛି । ଆପଣମାନଙ୍କ ଖୁସି ହିଁ ମୋର ସବୁଠାରୁ ବଡ ସଫଳତା।

ଜମିପଟ୍ଟା ପାଇବା ଦ୍ବାରା ଆପଣମାନେ ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ଦିଆଯାଇଥିଲା। ଖୁବଶୀଘ୍ର ଆଉ ୧୮ ହଜାର ହିତାଧିକାରୀ ଗ୍ରାମକଣ୍ଠ ପଟ୍ଟା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଲଖନପୁର ଓ ସୋରଡା ତହସିଲର ଲୋକ ମାନଙ୍କ ବହୁ ଦିନର ଜମିବାଡି ସମସ୍ୟା ଦୂର ହୋଇଥିବାରୁ ସେ ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ପାଇଁ ଆପଣମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି।

ସମସ୍ୟାର ସମାଧାନ ପ୍ରକ୍ରିୟା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଆପଣଙ୍କ ଅଞ୍ଚଳକୁ ଯାଇ ଆପଣମାନଙ୍କୁ ଭେଟି ଥିଲେ ଓ ଆପଣମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ମୋତେ ଆପଣମାନଙ୍କର ଏହି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ସାଧାରଣ ଲୋକଙ୍କ ହିତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆପଣମାନଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ଖୁବଶୀଘ୍ର ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲୁ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଅଗଷ୍ଟ ୨୦ ତାରିଖରେ ଝାରସୁଗୁଡା ଏବଂ ଅଗଷ୍ଟ ୨୬ ଓ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ପରେ, ଏହିସବୁ ଜମି ଗୁଡିକର ତୁରନ୍ତ ସର୍ଭେ କରାଯାଇ ପଟ୍ଟା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ୫-ଟି ଓ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନ୍ କହିଥିଲେ ଯେ ସାଧାରଣ ଲୋକଙ୍କ ସ୍ଵାର୍ଥ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ବହୁ ବର୍ଷର ସମସ୍ୟା ସମାଧାନ ହୋଇପାରିଛି।

ଲଖନପୁର ରେ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରମ ମନ୍ତ୍ରୀ ସାରଦା ନାୟକ ଏହି ଜମି ସମସ୍ୟା ସମାଧାନ କୁ ଏକ ଐତିହାସକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଆସ୍କା ସଂସାଦ ପ୍ରମିଳା ବିଶୋଇ .ଝାରସୁଗୁଡ଼ା ବିଧାୟକ ଅଳକା ମହାନ୍ତି ଓ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ର ଉଚ୍ଚ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ନୂଆଁଖାଇ: ମା’ଙ୍କ ପାଖରେ ଲାଗି ହେଲା “ନବାନ୍ନ”

ବାଣପୁର (ସୀତାରାମ ଅଗ୍ରୱାଲ): ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ ଲାଗି ହେଲା “ନବାନ୍ନ”। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ। ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆବିରି ଆଣି ଚାଷି ଉପିପ୍ରଧାନ ମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥିଲେ। ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ବୁଲି ପ୍ରଧାନ ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ପବିତ୍ର ନାୟକ, ଶିବ ନାୟକ, ସଂଗ୍ରାମ ମହାପାତ୍ର ଶଙ୍କର ନାୟକ ଭିତର ଶୋଧ କରି ଧୋପଖାଳ କରିଥିଲେ।

ସୁଆର ସେବକ ଟୁଟୁ ପଣ୍ଡା, ରଂଜନ ଷଡ଼ଙ୍ଗୀ ଗୋବର ଗଙ୍ଗାଜଳରେ ରୋଷଶାଳା ଲିପା ପୋଛା କରି ଶୋଧ କରିଥିଲେ। ନୂଆ ଚୁଲିପଡ଼ିଥିଲା। ଦେବା ଦେବୀଙ୍କୁ ନୂତନ ବସ୍ତ୍ର, ଏଣ୍ଡୁରିପାଇଁ ନୁଆଁ ହାଣ୍ଡି ନୂଆ ଅଥର କନା ସହିତ ସମସ୍ତ ଦ୍ରବ୍ୟ ମନ୍ଦିର କାର୍ଯ୍ୟାଳୟରୁ ଆଣି କାଳୁ ଦଣ୍ଡ ସେଣା ଯୋଗାଇ ଦେଇଥିଲେ। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପସ୍ରାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ,ସାଧାରଣ ଦର୍ଶନ ପରେ ଅମୃତ ବେଳା ଦିବା ୨ ଘ/ ୧୭ମି ଗତେ ଦେବା ଦେବୀଙ୍କ ପାଖରେ ନୂଆ ଚାଉଳ ନୂଆବିରି, ନୂଆ ଚୂଡାରୁ ପ୍ରସ୍ତୁତ ଖେଚେଡ଼ି, ଡାଲି,ଆମ୍ବିଳ, ମହୁର, ଶାଗମୁଗ,ଏଣ୍ଡୁରି, ଘସା ବିଡ଼ିଆ, ଫଳ ମୂଳ ଇତ୍ୟାଦି ନୈବେଦ୍ୟ ଆକାରରେ ଠା କରାଯାଇ ଘଣ୍ଟା କାହାଳି ବୀର ବାଦ୍ୟବାଜି ପରିଛା ସାଆନ୍ତ ପ୍ରସନ୍ନ ମହାପାତ୍ର ଧୂପ ବଢାଇ ଆଳତି କରିଥିଲେ। ପରମ୍ପରା ଅନୁସାରେ ମା’ଙ୍କୁନବାନ୍ନ ଲାଗି ପର୍ଯ୍ୟନ୍ତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କୌଣସି ପ୍ରକାର ଯଜମାନି ଭୋଗରାଗ ଲାଗି ବନ୍ଦ ଥିଲା।

ପରେନିଯୋଗୀ ସେବାୟତମାନେ ମା’ଙ୍କ ନବାନ୍ନ ପ୍ରସାଦ ସେବନ କରି ସମସ୍ତ ଶ୍ରଦ୍ଧାଳୁଙ୍କୁ ମଧ୍ଯ ନବାନ୍ନପ୍ରସାଦବଣ୍ଟନ କରିଥିଲେ। ମା’ ଙ୍କ ମନ୍ଦିରର ପ୍ରଚଳିତ ଏହି ନବାନ୍ନ ନୀତିକାନ୍ତି ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ ପାଳିତ ହେବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ସ୍କୁଲ ପରିସରରୁ ପିଲା ଚୋରକୁ ଧରିଲେ ଅଭିଭାବକ, ଥାନାରେ ଦେଲେ ଜିମା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବକକୁ ପିଲା ଚୋରି କରୁଥିବା ନେଇ ଅଭିଭାବକ ଓ କର୍ମଚାରୀମାନେ କାବୁକରି ନିର୍ଧୂମ ମାଡ଼ ମାରିବାସହ ଥାନାରେ ଜିମା ଦେଇଥିବା ଖବର ମିଳିଛି। ଖବର ମୁତାବକ ଆଜି ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଲମ୍ପିଆଡ଼ ପରୀକ୍ଷା ଥିବାରୁ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ସକାଳେ ବିଦ୍ୟାଳୟକୁ ଆସିଥିଲେ। ଅଳ୍ପ ସଂଖ୍ୟକ ପିଲା ଆସିଥିବାର ସୁଯୋଗ ନେଇ ଜଣେ ବ୍ୟକ୍ତି ହଠାତ ବିଦ୍ୟାଳୟ ପରିସର ଭିତରେ ପଶି ଜଣେ ଛାତ୍ରକୁ ବିସ୍କୁଟ ମିକ୍ସଚରର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ଏଥିରେ ପିଲାଟି ଅମଙ୍ଗ ହେବାରୁ ତାକୁ ଟଣାଓଟରା କରିଥିଲା।ଯାହାଫଳରେ ପିଲାଟି ଜୋରରେ କାନ୍ଦିବାରୁ କିଛି ଅଭିଭାବକ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ।

ପିଲା ଚୋରି କରୁଥିବା ସନ୍ଦେହ ନେଇ ଉକ୍ତ ଯୁବକକୁ ନିର୍ଧୂମ ମାଡ଼ ମାରି ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ। ଛାତ୍ର ଜଣକ ବାଣପୁର ସାନ ହନ୍ତୁଆଡ଼ ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ପୁଅ ରୋଷନ ପ୍ରଧାନ (୭) ଷ୍ଟାଣ୍ଡର୍ଡ-୧ ଅଧ୍ୟୟନ କରୁଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଦ୍ରୀଭୂଷଣ ବେହେରା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସମ୍ପୃକ୍ତ ଯୁବକଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ରେଳ ଟିକେଟ, ଆଧାରକାର୍ଡ, କିଛି ଟଙ୍କା ଓ ନିଶାଦ୍ରବ୍ୟ ଆଦି ଜବତ ହୋଇଛି। ଆଧାରକାର୍ଡ ଆଧାରରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲିକତା ବର୍ଦ୍ଧମାନ ଅଞ୍ଚଳର ପ୍ରତାପ ବାଗଡ଼ି (୩୩) ବୋଲି ଜଣାପଡିଛି।

ଯୁବକକୁ ୩୬୦/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଦ୍ୟାଳୟର ସିସି ଟିଭି ଯାଞ୍ଚ କରି ତଦନ୍ତ ଜାରି ରହିଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତି ନେଇ ଅଭିଭାବକ ମହଲରେ ଅସନ୍ତୋଷ ବାତାବରଣ ଦେଖା ଯାଇଥିବା ବେଳେ ବିଦ୍ୟାଳୟର ସୁରକ୍ଷା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

କେତେବେଳେ, କେଉଁଠାରେ ଏବଂ କିପରି ଦେଖିବେ ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି -୨୦ ମ୍ୟାଚ?

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି -୨୦ ଆଜି ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯିବ। ବର୍ଷା ହେତୁ ପ୍ରଥମ ମ୍ୟାଚ୍ ଧୋଇଯିବା ପରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ହାରିଛି। ବର୍ତ୍ତମାନ ତୃତୀୟ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଯେକୌଣସି ମୂଲ୍ୟରେ ଜିତିବାକୁ ଏବଂ ସିରିଜକୁ ୧-୧ ରେ ସମାନ କରିବାକୁ ଚାହୁଁଛି। ଏହି ସମୟରେ ଟିମ୍ ଆଫ୍ରିକା ସିରିଜ୍ ଜିତିବା ଉଦ୍ଦେଶ୍ୟରେ ପଡ଼ିଆରେ ପ୍ରବେଶ କରିବ। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ହେବା ସମ୍ଭାବନା। ତେବେ ଆସନ୍ତୁ ଜାଣିବା କେତେବେଳେ, କେଉଁଠାରେ ଏବଂ କିପରି ଆପଣ ଏହି ମ୍ୟାଚ୍ ଲାଇଭ୍ ଦେଖିପାରିବେ?

ମ୍ୟାଚ୍ କେଉଁଠାରେ ଖେଳାଯିବ?:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ୍ ଜୋହାନ୍ସବର୍ଗର ନ୍ୟୁ ୱାଣ୍ଡର୍ସ ଷ୍ଟାଡିୟମରେ ଖେଳାଯିବ।

ପ୍ରତିଯୋଗିତା କେବେ ହେବ?:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ରାତି ୮:୩୦ ରେ ଆରମ୍ଭ ହେବ।

କେଉଁଠାରେ ଲାଇଭ୍ ଦେଖିବା?:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ସିରିଜର ତୃତୀୟ ମୁକାବିଲା ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ଭାରତରେ ଟିଭିରେ ସିଧା ପ୍ରସାରଣ ହେବ।

ମାଗଣାରେ ଲାଇଭ୍ କିପରି ଦେଖିବେ?:

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟି -୨୦ ମ୍ୟାଚ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ମାଗଣାରେ ସିଧା ପ୍ରସାରଣ ହେବ। ତେବେ ଲାଇଭ୍ ଷ୍ଟ୍ରିମିଂ କେବଳ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ହେବ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ ହେଡ୍ ଟୁ ହେଡ୍:

ଏପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୫ ଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ୨୫ ଟି ମ୍ୟାଚ୍ ମଧ୍ୟରୁ ଭାରତ ୧୩ ଟି ଏବଂ ଦକ୍ଷିଣ ଆଫ୍ରିକା ୧୧ ଟି ଜିତିଛି। ଏଭଳି ପରିସ୍ଥିତିରେ ଆଜି କେଉଁ ଦଳ ଜିତିବ ତାହା ଦେଖିବା ମଜାଦାର ହେବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଧାରା ୩୭୦ ର ରାୟ ପରେ ଚାଇନାରେ କାହିଁକି ସୃଷ୍ଟି ହେଲା ଆତଙ୍କ, କ’ଣ କହିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ?

ନୂଆଦିଲ୍ଲୀ: ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ସହିତ ଚୀନ୍ ମଧ୍ୟ ଚିନ୍ତାରେ ପଡିଯାଇଛି। ବୁଧବାର ଦିନ ଚୀନ୍ ପୁଣି ଲଦାଖ ଦାବି କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ, “ତଥାକଥିତ ୟୁନିଅନ୍ ଟେରିଟୋରୀ ଲଦାଖକୁ ଚୀନ୍ କଦାପି ସ୍ୱୀକୃତି ଦେଇ ନାହିଁ। ଏହା ଭାରତର ଏକପାଖିଆ ତଥା ବେଆଇନ ନିଷ୍ପତ୍ତି।”

ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ମାଓ କହିଛନ୍ତି ଯେ, ଚୀନ୍-ଭାରତ ସୀମାର ପଶ୍ଚିମ ଅଞ୍ଚଳ ଉପରେ ଚୀନ୍‌ର ଅଧିକାର ଥିବା ହେତୁ ଭାରତର ଘରୋଇ କୋର୍ଟର ରାୟରେ ଏହାର ତଥ୍ୟରେ କୌଣସି ପରିବର୍ତ୍ତନ ହୋଇଯିବ ନାହିଁ।

ମଙ୍ଗଳବାର ଦିନ ମୁସଲିମ ଦେଶର ସଂଗଠନ ଅଫ୍ ଇସଲାମିକ ସହଯୋଗ (ଓଆଇସି) ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି, କିନ୍ତୁ ଭାରତ ସରକାର ଏହି ସଂଗଠନର ବିବୃତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ପାକିସ୍ତାନର ନାମ ନ ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶର କହିବା ଅନୁଯାୟୀ ଓଆଇସି ଏସବୁ କରୁଛି, ତେଣୁ ଓଆଇସିର କାର୍ଯ୍ୟ ସନ୍ଦେହଜନକ ହୋଇପଡିଛି।

OIC ଏକ ବିବୃତ୍ତି ଜାରି କରି ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛି। ବିବୃତ୍ତିରେ କହିଛି ଯେ, ଆମେ ଜମ୍ମୁ କାଶ୍ମୀରର ଲୋକଙ୍କ ସହିତ ଅଛୁ। ଆନ୍ତର୍ଜାତୀୟ ବିବାଦୀୟ ଅଞ୍ଚଳରେ ଭାରତ ପରିବର୍ତ୍ତନ କରିଛି।

Categories
ବିଶେଷ ଖବର

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଉପକୃତ ହେବେ ୧୩ ଲକ୍ଷ ଲୋକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। କୋରାପୁଟରେ ୬୩ଟି ବସ୍ ଜିଲ୍ଲାର ୨୩୪ ପଞ୍ଚାୟତକୁ ଯୋଡିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍‌ସେବା ଆରମ୍ଭ ହୋଇ ଆଜି କୋରାପୁଟରେ ପହଞ୍ଚିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଲେ। ଏହି ୬ଟି ଜିଲ୍ଲାର ୧୧୩୧ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ମିଳିଲା। ଏ ସବୁ ଜିଲ୍ଲାର ୬୩ ଲକ୍ଷ ଲୋକଙ୍କ ପାଇଁ ଘର ପାଖରୁ ସେମାନଙ୍କୁ ଯିବା ଆସିବା ପାଇଁ ସୁବିଧା ହେଲା। ଗମନାଗମନ ପାଇଁ ଦୈନନ୍ଦିନ ଅସୁବିଧା ଦୂର ହେବା ସହିତ ଲୋକମାନେ ସୁବିଧାରେ କମ୍ ଖର୍ଚ୍ଚରେ ଯିବାଆସିବା ସୁବିଧା ପାଇପାରିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟତ ଅସୁବିଧା ବିଷୟରେ ଜାଣି ଏହି ଯୋଜନା ଆରମ୍ଭ କରାଯାଇଛି। ଲକ୍ଷ୍ମୀ ବସ୍‌ ସମସ୍ତଙ୍କୁ ଯୋଡିବା କାମ କରିବ। ପିଲାମାନଙ୍କୁ ସ୍କୁଲ କଲେଜ ନେବ। ରୋଗୀକୁ ହସ୍ପିଟାଲ ନେବ। ଚାଷୀକୁ ମାର୍କେଟ ସହିତ ଯୋଡିବ। ମା’ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଯିବାଆସିବା ପାଇଁ ସୁବିଧା ହେବ। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଲକ୍ଷ୍ମୀ ବସ୍‌ ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଏବେ ଆମ ରାଜ୍ୟରେ ଗାଁ ଗାଁରେ ବିକାଶର ଉତ୍ସବ ଚାଲିଛି। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ମାନଙ୍କରେ ନୂଆ ଜାଗରଣ ଆସିଛି। ଜଗନ୍ନାଥ ସଂସ୍କୃତିର ପ୍ରସାର ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ହୋଇଛି। ବିକାଶ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ପଞ୍ଚାୟତଗୁଡିକ ବିକାଶ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର ପାଲଟିଛି। ଗାଁର ରୂପାନ୍ତର ସାରା ଓଡିଶାର ରୂପାନ୍ତର ପାଇଁ ରାସ୍ତା ଖୋଲିଛି। ଓଡିଶା ଆମ ସମସ୍ତଙ୍କର। ଏ ବିକାଶ ମଧ୍ୟ ଆମ ସମସ୍ତଙ୍କର ବୋଲି କହିବା ସହିତ ସମସ୍ତଙ୍କର ସହଯୋଗରେ ନୂଆ ଓଡିଶା ଗଠନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ବସ୍‌ ରାଜ୍ୟବାସୀଙ୍କ ଟଙ୍କାରେ କିଣା ଯାଇଛି। ତେଣୁ ଏହାକୁ ନିଜ ସମ୍ପତ୍ତି ଭାବି ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଶ୍ରୀ ପାଣ୍ଡିଆନ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସବୁକ୍ଷେତ୍ରରେ ବିକାଶର ଧାରା ଜାରି ରହିଛି । ଗାଁରୁ ସହର, ସବୁଠି ଆଜି ଦିଶୁଛି ବିକାଶର ଝଲକ । ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳରେ ଯାତାୟତକୁ ସୁଗମ କରି ସମୃଦ୍ଧି ଆଣିବ । ଓଡିଶାକୁ ଭାରତର ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସରେ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କୋଟପାଡ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ପଟାଙ୍ଗୀ ବିଧାୟକ ଶ୍ରୀ ପିତମ ପାଢୀ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖି ଜିଲ୍ଲାର ପରିବହନ ବ୍ୟବସ୍ଥାରେ ବିରାଟ ରୂପାନ୍ତର ସହ ଜନସାଧାରଣଙ୍କ ଆର୍ଥିକ ବିକାଶରେ ଲକ୍ଷ୍ମୀ ଯୋଜନା ବିଶେଷ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହେଲେ ୫ କଂଗ୍ରେସ ଲୋକସଭା ସାଂସଦ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଅଭାବକୁ ନେଇ ବିରୋଧୀ ଦଳ ଆଜି ଲୋକସଭା ଓ ରାଜ୍ୟସଭାରେ ଏକ ହଙ୍ଗମା ସୃଷ୍ଟି କରିଛନ୍ତି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଛନ୍ତି। ଏହି ସମୟରେ ଲୋକସଭା ବାଚସ୍ପତି ବାଧା ସୃଷ୍ଟି ଅଭିଯୋଗରେ ଶୀତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କଂଗ୍ରେସ ସଦସ୍ୟ ଟି ଏନ୍ ପ୍ରତାପନ୍, ହିବି ଇଡେନ୍, ଜୋତିମଣି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କୁ ନିଲମ୍ବିତ କରିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକସଭାରେ କହିଛନ୍ତି ଯେ, ଆମେ ସମସ୍ତେ ସହମତ ଅଟୁ ଯେ ଗତକାଲିର ଦୁର୍ଭାଗ୍ୟଜନକ ଘଟଣା ଲୋକସଭା ସଦସ୍ୟଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଗମ୍ଭୀରତା ଏବଂ ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।

ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କୌଣସି ସଦସ୍ୟଙ୍କ ଠାରୁ ରାଜନୀତି ଆଶା କରାଯାଏ ନାହିଁ, ଆମକୁ ଦଳୀୟ ରାଜନୀତିରୁ ଉପରକୁ ଉଠି କାର୍ଯ୍ୟ କରିବାକୁ ପଡିବ। ଅତୀତରେ ମଧ୍ୟ ସଂସଦରେ ସୁରକ୍ଷା ଅଭାବରୁ ଏଭଳି ଘଟଣା ଘଟିଥିଲା ​​ଏବଂ ତତ୍କାଳୀନ ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରକ୍ରିୟା ଚାଲିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାରତକୁ କିଛି ଦରକାର ନାହିଁ, କେବଳ ବୋମା ଦରକାର: ବର୍ଷେ ଧରି ଚାଲିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଦେଶର ସଂସଦରେ ବିଶୃଙ୍ଖଳା ସୃଷ୍ଟି କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି କିଛି ଯୁବକ। ଏମାନଙ୍କ ବିଷୟରେ ସୂଚନା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟର ସୀମା ବଢ଼ିବାରେ ଲାଗିଛି। ଲୋକସଭାରେ ଅନୁପ୍ରବେଶ କରିଥିବା ସାଗର ଶର୍ମା ଓ ମନୋରଞ୍ଜନ ଡିଙ୍କ ସମେତ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଅମୋଲ ଓ ନୀଲମଙ୍କୁ ପ୍ରାଥମିକ ପଚରାଉଚରାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଦେଶର ସଂସଦରେ ପ୍ରବେଶ କରି ବିପ୍ଳବ ଆଣିବା ପାଇଁ ଏକ ବର୍ଷ ହେଲା ଷଡ଼ଯନ୍ତ୍ର ଚାଲିଥିଲା। ଏହି ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ହ୍ୟାଣ୍ଡଲର ମଧ୍ୟ ଠାବ ହୋଇଛନ୍ତି ଯାହାଙ୍କ ନାମ ଲଳିତ ଝା। ସେ ଶେଷଥର ପାଇଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ, ‘ଯଦି ଭାରତକୁ କିଛି ଦରକାର ହୁଏ, ତେବେ ଏହା ଏକ ବୋମା’। ଏଥିରୁ ଆକଳନ କରାଯାଇପାରିବ ଯେ ଲଳିତ ଝାଙ୍କ ଭଳି ଲୋକଙ୍କ ଭିତରେ ନିଜ ଦେଶ ଓ ଦେଶବାସୀଙ୍କ ବିରୋଧରେ କେତେ ବିଷ ଭର୍ତ୍ତି ହୋଇଛି। ଆସନ୍ତୁ ଜାଣିବା ଲଳିତ ଝାଙ୍କ ନେତୃତ୍ୱରେ ଏହି ହେଡମ୍ୟାନ୍ ଟିମ୍ କେମିତି ବର୍ଷେ ଧରି ଷଡ଼ଯନ୍ତ୍ର କରିଥିଲେ।

ସେମାନେ କେତେଥର ନିଜ ଘୃଣ୍ୟ ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ସଂସଦକୁ ଟାର୍ଗେଟ କରିଥିଲେ। ତେବେ ଦେଶର ୪ଟି ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ହରିୟାଣାରୁ ଏହି ଷଡ଼ଯନ୍ତ୍ରକାରୀମାନେ କେମିତି ଦିଲ୍ଲୀରେ ପହଞ୍ଚି ଅନ୍ତିମ ବ୍ୟବସ୍ଥା କରି ଷଡ଼ଯନ୍ତ୍ରକୁ କାର୍ଯ୍ୟରେ ପରିଣତ କରିଛନ୍ତି।

ଏପର୍ଯ୍ୟନ୍ତ ପଚରାଉଚରା ଆଧାରରେ କ’ଣ ସାମ୍ନାକୁ ଆସିଛି

ଲୋକସଭାରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣେ ଦୁଇଥର ସଂସଦର ରେକି କରିଥିଲେ। ମୌସୁମୀ ଅଧିବେଶନରେ ପ୍ରଥମ ଥର ଏବଂ ନିକଟରେ ଦ୍ୱିତୀୟ ଥର ସେପ୍ଟେମ୍ବର ୧୮ରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସମୟରେ ରେକି କରିଥିଲା। ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ ସେ ଏବଂ ତାଙ୍କ ସହଯୋଗୀମାନେ ଭଗତ ସିଂ ଫ୍ୟାନ୍ କ୍ଲବ ସହ ଜଡ଼ିତ ଅଛନ୍ତି। ଏହି ଗୋଷ୍ଠୀର ବାମପନ୍ଥୀ ଉଗ୍ରବାଦୀ ଗୋଷ୍ଠୀ ସହ ସମ୍ପର୍କ ଥାଇପାରେ ବୋଲି ତଦନ୍ତରୁ ଜଣାପଡ଼ିଛି।

ପ୍ରତ୍ୟେକ ଚରିତ୍ରକୁ ଜାଣନ୍ତୁ

କର୍ଣ୍ଣାଟକର ୩୪ ବର୍ଷୀୟ ମନୋରଂଜନ ଡି ଜୁଲାଇ-ଅଗଷ୍ଟ ମାସରେ ଭିଜିଟର୍ ପାସରେ ଲୋକସଭାକୁ ଆସିଥିଲେ। ଲକ୍ଷ୍ନୌବାସିନ୍ଦା ସାଗର ଶର୍ମାଙ୍କ ସହ ସେ ଲୋକସଭାରେ ୨୦୨୩ ଡିସେମ୍ବର ୧୩ରେ ଧରାପଡ଼ିଥିଲେ ଯେତେବେଳେ ଦୁହେଁ ଗ୍ୟାଲେରିକୁ ଡେଇଁ ଲାଲ-ହଳଦିଆ ଧୂଆଁ ବାହାରୁଥିବା ଗ୍ୟାସ୍ କନିଷ୍ଟର ଖୋଲିଥିଲେ।

ଗିରଫ ଦୁଇଜଣ ହେଲେ ହରିୟାଣାର ନୀଲମ କୌର ଓରଫ ନୀଲମ ଆଜାଦ (୩୭) ଓ ମହାରାଷ୍ଟ୍ରର ଅମୋଲ ସିନ୍ଦେ (୨୨)। ୨୦୨୦ରେ ନରେନ୍ଦ୍ର ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ହୋଇଥିବା ବିକ୍ଷୋଭରେ ନୀଲମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ଏହି ସବୁ ଲଳିତ ଝାଙ୍କ ହେଣ୍ଡଲର ହେଉଛନ୍ତି ବିହାରର ବାସିନ୍ଦା। ସେ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ନିଜକୁ ଜଣେ ଶିକ୍ଷକ ବୋଲି ବର୍ଣ୍ଣନା କରିଛନ୍ତି। ସେହିପରି ଏହି ଗ୍ରୁପର ଅନ୍ୟଜଣେ ବ୍ୟକ୍ତି ବିକ୍ରମ ଓରଫ ଭିକି ଗୁରୁଗ୍ରାମର ବାସିନ୍ଦା। ଏହା ପାଗଳ ଗୋଷ୍ଠୀର ଯେଉଁମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ସହିତ ପରଦା ପଛରେ ଅନେକ ବିଷାକ୍ତ ଶକ୍ତି ଅଛି, ଏହା ଧୀରେ ଧୀରେ ସାମ୍ନାକୁ ଆସିବ।

ବର୍ଷକର କସରତ ଏବଂ ତା’ପରେ…

ଏହି ପାଗଳ ଫେସବୁକ୍ ଗ୍ରୁପ୍ ‘ଭଗତ ସିଂହ ଫ୍ୟାନ୍ କ୍ଲବ୍’ର ଅଂଶ ବିଶେଷ। ସେମାନଙ୍କ କଲ୍ ଡିଟେଲ୍ସ ଏବଂ ସେମାନଙ୍କ ପ୍ରାଥମିକ ପଚରାଉଚରାର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ପ୍ରାୟ ଏକବର୍ଷ ଧରି ପରସ୍ପର ସହ ଯୋଗାଯୋଗରେ ଥିଲେ ଏବଂ କିଛି ମାସ ପୂର୍ବରୁ ମଇସୁରରେ ସାକ୍ଷାତ୍‍ ମଧ୍ୟ କରିଥିଲେ। ବଜେଟ୍ ଅଧିବେଶନ ସମୟରେ ସଂସଦ ଭବନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଜଣେ ଅଭିଯୁକ୍ତ। ସୂତ୍ରରୁ ପ୍ରକାଶ ଯେ ଏହାପରେ ସେମାନେ ଜାଣିବାକୁ ପାଇଲେ ଯେ ସୁରକ୍ଷା କର୍ମୀମାନେ ଜୋତା ଉଠାଉନାହାଁନ୍ତି କିମ୍ବା ପର୍ଯ୍ୟଟକମାନଙ୍କୁ ଯାଞ୍ଚ କରୁନାହାଁନ୍ତି। ଏହାର ସୁଯୋଗରେ ସଂସଦରେ ବିଦ୍ରୋହ କରି ଦେଶ ଓ ବିଶ୍ୱକୁ ଆତଙ୍କିତ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା।

ଗୁରୁଗ୍ରାମରେ ଏକାଠି ହେଲେ ପାଗଳ ଲୋକ

ଯେତେବେଳେ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଗଲା, ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହେବାକୁ ସ୍ଥିର କଲେ। ଭିକିଙ୍କ ଘରେ ସାକ୍ଷାତ୍‍ କରିବାକୁ ସ୍ଥିର ହୋଇଥିଲା। ଡିସେମ୍ବର ୧୦ରେ ଲକ୍ଷ୍ନୌରୁ ସାଗର ଶର୍ମା ଏବଂ ମହାରାଷ୍ଟ୍ରର ଅମୋଲ ସିନ୍ଦେ ଏବଂ ହିସାରରୁ ନୀଲମ କୌର ଦିଲ୍ଲୀରେ ପହଞ୍ଚିଥିଲେ। ସେମାନେ ଏକ ମେଟ୍ରୋ ଷ୍ଟେସନରେ ଭେଟିଥିଲେ ଏବଂ ଗୁରୁଗ୍ରାମରେ ଥିବା ସେମାନଙ୍କ ସହକର୍ମୀ ବିକ୍ରମ ଓରଫ ଭିକିଙ୍କ ଘରକୁ ଯାଇଥିଲେ। ସେମାନଙ୍କ ସହ ମନୋରଞ୍ଜନ ଡି ଦିଲ୍ଲୀ ଯାଇଥିଲେ ଏବଂ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ସକାଳେ ଏଥିରେ ଯୋଗ ଦେଇଥିଲେ ବୋଲି ନୂଆଦିଲ୍ଲୀର ଜଣେ ଅଧିକାରୀ କହିଛନ୍ତି। ସେମାନେ ସମସ୍ତେ ସୋମବାର ଦିଲ୍ଲୀ ଆସିଥିଲେ।

ସଂସଦ ଆକ୍ରମଣର ବାର୍ଷିକୀ ଅବସରରେ ଏହି ଆକ୍ରମଣ କରାଯାଇଥିଲା

ସାଗର ବୁଧବାର ସକାଳେ ସାଂସଦ ପ୍ରତାପ ସିଂହ୍ମାଙ୍କ ସଚିବଙ୍କଠାରୁ ପାସ୍ ନେଇ କିଛି ଭାରତୀୟ ପତାକା କିଣିଥିଲେ ଏବଂ ଇଣ୍ଡିଆ ଗେଟରେ ଅନ୍ୟମାନଙ୍କୁ ଭେଟିଥିଲେ। ଅମୋଲ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଧୂଆଁ କାନିଷ୍ଟର ଦେଇଥିଲେ । ମଧ୍ୟାହ୍ନ ୧୨ଟାରେ ଦୁଇଜଣ ସଂସଦ ଭିତରକୁ ଯାଇଥିବାବେଳେ ୩ ଜଣ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବାର ଥିଲା।

ତଦନ୍ତକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଲକ୍ଷ୍ନୌର ବାସିନ୍ଦା ସାଗର ଜଣେ ଅଂଶୀଦାର ଲିଙ୍କ୍ ଥିଲେ, ଯିଏ କି ଫୋନ୍ ଏବଂ ସୋସିଆଲ୍ ମିଡିଆରେ ସମସ୍ତ ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ଥିଲେ। ନୀଲମ ବିକ୍ରମ ଏବଂ ତାଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କୁ ଦଳରେ ସାମିଲ କରିଥିଲେ। ବିକ୍ରମ ଗୁରୁଗ୍ରାମର ସେକ୍ଟର-୭ରେ ରହୁଥିଲେ ଏବଂ ଅନ୍ୟ ଲୋକଙ୍କୁ ଯୋଗାଯୋଗ କରିଥିଲେ। ସେ ଏକ ସାମରିକ ଗ୍ୟାଙ୍ଗ ସହ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ତାଙ୍କୁ ପଚରାଉଚରା କରୁଛି।
ଏମାନଙ୍କ ମନରେ ରହିଛି ଏତେ ବିଷ!

ସଂସଦ ଉପରେ ଆକ୍ରମଣର ୨୨ତମ ବାର୍ଷିକୀ ଅବସରରେ ଯେତେବେଳେ ସେମାନଙ୍କ ଷଡ଼ଯନ୍ତ୍ର ସଫଳ ହୋଇଥିଲା, ସେତେବେଳେ ଲଳିତ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି। ଭିଡିଓରେ ନୀଲମ ଧୂଆଁ ବାହାର କରୁଥିବା ଏବଂ ସଂସଦ ବାହାରେ ସ୍ଲୋଗାନ ଦେଉଥିବାର ଦେଖିବାକୁ ମିଳିଛି। ତାଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖାଯାଇଛି, ‘ଭାରତକୁ ଯାହା ଦରକାର ତାହା ହେଉଛି ବୋମା’। ସେ ବାହାରୁ ଅନୁପ୍ରବେଶ କରି ଭିଡିଓ ତିଆରି କରି ଏନଜିଓ ଚଳାଉଥିବା ତାଙ୍କର ଜଣେ ସହଯୋଗୀଙ୍କୁ ପଠାଇଥିବା ଜଣାପଡ଼ିଛି।

ସିଆରପିଏଫ୍ ଡିଜିଙ୍କ ଦ୍ୱାରା ତଦନ୍ତ

ବର୍ତ୍ତମାନ ଏହାର ତଦନ୍ତ ଜାରି ରହିଛି। ସରକାର ଏକ ତଦନ୍ତ କମିଟି ଘୋଷଣା କରିଛନ୍ତି। ଲୋକସଭା ସଚିବାଳୟର ଅନୁରୋଧ କ୍ରମେ ଗୃହ ମନ୍ତ୍ରାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ସିଆରପିଏଫ ଡିଜି ଅନୀଶ ଦୟାଲ ସିଂଙ୍କ ନେତୃତ୍ୱରେ ଅନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟ ଏବଂ ବିଶେଷଜ୍ଞଙ୍କୁ ନେଇ ଏହି ତଦନ୍ତ କମିଟି ଗଠନ କରାଯାଇଛି। ସେମାନଙ୍କ ବିରୋଧରେ ୟୁଏପିଏ ମଧ୍ୟ ଲାଗୁ କରାଯାଇଛି। ସଂସଦ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଦିଲ୍ଲୀ ପୁଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ଜଣଙ୍କୁ ଗିରଫ କରିଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ୪୫୨ (ଅନୁପ୍ରବେଶ), ୧୫୩ (ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଉତ୍ତେଜନା), ୧୮୬ (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ନିର୍ବାହରେ ବାଧା ସୃଷ୍ଟି କରିବା), ୩୫୩ (ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ନିର୍ବାହରେ ବାଧା ସୃଷ୍ଟି କରିବା ପାଇଁ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ) ଏବଂ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନର ଧାରା ୧୬ ଓ ୧୮ ଅନୁଯାୟୀ ମାମଲା ରୁଜୁ କରିଛି। ମାମଲାର ଅଧିକ ତଦନ୍ତ ପାଇଁ ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଉଛି। ଭିକିଙ୍କ ପତ୍ନୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ବୋଲି ପୁଲିସ କହିଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ନବମ ଦିନର କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିଥିଲେ। ରାଜ୍ୟସଭାରେ ଟିଏମସି ସାଂସଦ ଡେରେକ୍ ଓ’ବ୍ରାଏନ୍ ଗୃହକୁ ଆସିବା ପରେ ଅଧ୍ୟକ୍ଷ ଜଗଦୀପ ଧନଖର କ୍ଷୁବ୍ଧ ହୋଇଥିଲେ। ସେ ଡେରେକଙ୍କୁ ଗୃହ ଛାଡ଼ିବାକୁ କହିଥିଲେ। ଏହାପରେ ଡେରେକଙ୍କୁ ବାକି ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା।

ସେହିପରି ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସାଂସଦମାନେ ଏଭଳି ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଯେପରି ପାସ ନ ଦିଅନ୍ତି ସେଥିପ୍ରତି ଯତ୍ନବାନ ହେବା ଉଚିତ, ଯେଉଁ କାରଣରୁ ଅରାଜକତା ବ୍ୟାପିବାର ଆଶଙ୍କା ରହିଛି। ବିରୋଧୀ ସାଂସଦଙ୍କ ହଙ୍ଗାମା ଭିତରେ ଲୋକସଭା ବାଚସ୍ପତି ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତଙ୍କୁ ସୁରକ୍ଷା ଦେବା ତାଙ୍କର ଦାୟିତ୍ୱ।

ଲୋକସଭା ଆରମ୍ଭ ହେବାମାତ୍ରେ ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ
ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ପହଞ୍ଚିବା ମାତ୍ରେ ସଂସଦର ସୁରକ୍ଷାକୁ ନେଇ ବିରୋଧୀ ସାଂସଦମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ସେମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଥିଲେ। ଓମ୍ ବିର୍ଲା ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଥିଲେ। ଗତକାଲି ଘଟିଥିବା ଘଟଣାକୁ ନେଇ ସମସ୍ତେ ଚିନ୍ତିତ, ଏହି ଘଟଣା ଦୁର୍ଭାଗ୍ୟଜନକ ଏବଂ ଏହା ଉପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ଲୋକସଭା ବାଚସ୍ପତି ହିସାବରେ ସମସ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ବୋଲି ସେ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଛନ୍ତି ଯେ ଗତକାଲିର ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ବାଚସ୍ପତି ଏହି ଘଟଣାକୁ ଗୁରୁତ୍ୱ ଦେଇଛନ୍ତି। ସଂସଦରେ ପ୍ରବେଶ କରିବା ପାଇଁ ଆମେ କାହାକୁ ପାସ୍ ଦେବୁ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ। ବିଶୃଙ୍ଖଳିତ ବାତାବରଣ ସୃଷ୍ଟି କରୁଥିବା ଲୋକଙ୍କୁ ପାସ୍ ନ ଦେବା ପାଇଁ ସାଂସଦମାନଙ୍କୁ ଯତ୍ନବାନ ହେବାକୁ ପଡ଼ିବ। ଭବିଷ୍ୟତରେ ସମସ୍ତ ସତର୍କତା ଅବଲମ୍ବନ କରାଯିବ।

ରାଜ୍ୟସଭାରେ ମଧ୍ୟ ଟିଏମସି ସାଂସଦଙ୍କୁ ରାଜ୍ୟସଭାରୁ ବହିଷ୍କାର କଲେ ଅଧ୍ୟକ୍ଷ

ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। ସାଂସଦମାନେ ସଂସଦର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ୍ ଓ’ବ୍ରାଏନ୍ ଗୃହ ମଝିକୁ ଆସିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହାକୁ ତୀବ୍ର ବିରୋଧ କରିଥିଲେ। ସେ ରାଜି ନ ହେବାରୁ ଅଧ୍ୟକ୍ଷ ତାଙ୍କୁ ତୁରନ୍ତ ଗୃହ ଛାଡ଼ିବାକୁ କହିଥିଲେ।

ଚେୟାରମ୍ୟାନ୍ ଡେରେକଙ୍କୁ କହିଲେ, ‘ତୁମେ କ’ଣ କରୁଛ? ତୁମେ ଅଧିକାର ଉଲ୍ଲଂଘନ କରୁଛ। ତୁମର ଆଚରଣ ଦେଖି ମୋ ମୁଣ୍ଡ ଲଜ୍ଜାରେ ନଇଁପଡ଼ୁଛି।’ ଏହାପରେ ସେ ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ମଧ୍ୟାହ୍ନ ୧୨ଟାରେ ଗୃହ ଆରମ୍ଭ ହେବାମାତ୍ରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମାଗିବେ ବିରୋଧୀ ଦଳ

ଡିସେମ୍ବର ୧୩ ତାରିଖରେ ସଂସଦରେ ସୁରକ୍ଷା ଉଲ୍ଲଂଘନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଇଣ୍ଡି ମେଣ୍ଟର ନେତା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚେମ୍ବରରେ ବୈଠକ ପରେ ବିରୋଧୀ ଦଳ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‍ ପାଇଁ ସମୟ ମାଗିବେ। ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ଉଭୟ ଗୃହରେ ଅମିତ ଶାହାଙ୍କ ବୟାନ ଦାବି କରିବେ।

ସୁରକ୍ଷା ତ୍ରୁଟିକୁ ନେଇ କେନ୍ଦ୍ରକୁ ସମାଲୋଚନା କଲା କଂଗ୍ରେସ

ସଂସଦର ସୁରକ୍ଷାରେ ତ୍ରୁଟି ନେଇ ମଙ୍ଗଳବାର କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ କହିଛନ୍ତି- ଏହା କେବଳ ଲୋକସଭା ଓ ରାଜ୍ୟସଭାର ପ୍ରଶ୍ନ ନୁହେଁ। ପ୍ରଶ୍ନ ଉଠୁଛି ଏତେ କଡ଼ା ସୁରକ୍ଷା ସତ୍ତ୍ୱେ ଦୁଇଜଣ କିପରି ଭିତରକୁ ପଶି ସୁରକ୍ଷା ଉଲ୍ଲଂଘନ କଲେ। ଅପରାହ୍ନ ୪ଟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସଂସଦର ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଥିଲେ।

ଆଜି ୩ଟି ଅପରାଧିକ ବିଲ୍ ଉପରେ ବିତର୍କ ହେବ

ଏଠାରେ ଆଜି ଲୋକସଭାରେ ୩ଟି ନୂଆ ଅପରାଧିକ ବିଲ୍ ଉପରେ ଆଲୋଚନା ହେବାକୁ ଯାଉଛି। ଡିସେମ୍ବର ୧୫ ତାରିଖ ଶୁକ୍ରବାର ଭୋଟ୍ ଗ୍ରହଣ ହେବ। ଗତ ଡିସେମ୍ବର ୧୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ପୁରୁଣା ଅପରାଧିକ ବିଲ୍ ପ୍ରତ୍ୟାହାର କରି ଆଗତ କରିଥିଲେ। ସେ କହିଛନ୍ତି ଯେ ପୁରୁଣା ବିଲ୍‍ର ୫ଟି ବିଭାଗକୁ ପରିବର୍ତ୍ତନ କରାଯାଇଛି। ଅଧିକାଂଶ ଉନ୍ନତି ବ୍ୟାକରଣ ଏବଂ ଭାଷା ସହିତ ଜଡ଼ିତ। ବାଚସ୍ପତି ଓମ୍ ବିର୍ଲା ୩ଟି ବିଲ୍ ଉପରେ ଆଲୋଚନା ପାଇଁ ମୋଟ ୧୨ ଘଣ୍ଟା ସମୟ ଦେଇଛନ୍ତି।

Categories
ବିଶେଷ ଖବର

ପଶ୍ଚିମବଙ୍ଗରେ ବିଜେପିକୁ ହରାଇ ପାରିବେ କି ମମତା ବାନାର୍ଜୀ?: ଆସିଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଅର୍ଥ ନେଇ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ସାଂସଦ ବରଖାସ୍ତ ହୋଇଛନ୍ତି। ସେବେଠାରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଆକ୍ରମଣାତ୍ମକ ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ କ’ଣ ଚିତ୍ର ସାମ୍ନାକୁ ଆସିପାରେ? ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ଏକ ସର୍ଭେ କରାଯାଇଛି। ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନ ଉପରେ ପୂର୍ବାନୁମାନ କରାଯାଇଛି। ଏବେ ନିର୍ବାଚନ ହେଲେ ପଶ୍ଚିମବଙ୍ଗରେ କେଉଁ ଦଳକୁ କେତେ ଆସନ ଓ କେତେ ପ୍ରତିଶତ ଭୋଟ ମିଳିବ ବୋଲି କୁହାଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିଜର ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲା। ଦଳ ପଶ୍ଚିମବଙ୍ଗରେ ୧୮ଟି ଆସନରେ ବିଜୟୀ ହୋଇଥିଲା।

କିଏ ପାଇବ କେତେ ଆସନ?

ଟାଇମ୍ସ ନାଓ-ଇଟିଜି ରିସର୍ଚ୍ଚ ତା’ର ସଦ୍ୟତମ ସର୍ଭେରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସକୁ ଲୋକସଭା ନିର୍ବାଚନରେ ୨୦ରୁ ୨୪ ଆସନ ମିଳିବ ବୋଲି ପୂର୍ବାନୁମାନ କରିଛି। ସର୍ଭେରେ ବିଜେପିକୁ ୧୭ରୁ ୧୯ ଓ ସିପିଆଇଏମକୁ ୧ରୁ ୨ ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ସେହିପରି କଂଗ୍ରେସକୁ ୧ରୁ ୨ଟି ଆସନ ମିଳିପାରେ। ଏଭଳି ପରିସ୍ଥିତିରେ ଏନଡିଏକୁ ମୋଟ ୧୭ରୁ ୧୯ ଟି ଆସନ ମିଳିବାର ସମ୍ଭାବନା ରହିଛି ଏବଂ ଇଣ୍ଡି ମେଣ୍ଟକୁ ୨୨ରୁ ୨୬ ଟି ଆସନ ମିଳିବାର ସମ୍ଭାବନା ରହିଛି।

୨୦୧୯ରେ କିଏ କେତେ ପ୍ରତିଶତ ଭୋଟ ପାଇଥିଲା?

୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ଏକ ଅପ୍ରତ୍ୟାଶିତ ସଫଳତା ମିଳିଥିଲା। ଦଳ ୨ଟି ଲୋକସଭା ଆସନରୁ ସିଧାସଳଖ ୧୮ଟିଆସନରେ ବିଜୟୀ ହୋଇଥିଲା। ଏହାର କ୍ଷତି ସହିଥିଲା ତୃଣମୂଳ କଂଗ୍ରେସ। ଟିଏମସି ୩୪ ଲୋକସଭା ଆସନରୁ ୨୨କୁ ଖସି ଆସିଛି। ଟାଇମ୍ସ ନାଓ ଇଟିଜି ରିସର୍ଚ୍ଚ ସର୍ଭେରେ ୨୦୧୯ ବେଳର ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି। ଗତ ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ୪୩.୩ ପ୍ରତିଶତ ଭୋଟ୍ ମିଳିଥିବାବେଳେ ବିଜେପିକୁ ୪୦.୭ ପ୍ରତିଶତ ଭୋଟ୍ ମିଳିଥିଲା। ଲୋକସଭା ନିର୍ବାଚନରେ କଂଗ୍ରେସକୁ ୫.୬୭ ପ୍ରତିଶତ ଓ ସିପିଆଇଏମକୁ ୬.୩୩ ପ୍ରତିଶତ ଭୋଟ୍ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍

ନୂଆଦିଲ୍ଲୀ: ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି। ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଡେରେକ ଓ’ବ୍ରାଇନ୍ ଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାଫଳରେ ସେ ସମଗ୍ର ଶୀତକାଳୀନ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ।