Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ଆନ୍ତରାଜ୍ୟ ଚାଲାଣ ହେଉଥିବା ୧୬୬.୩ କେଜି ଗଂଜେଇ ଜବତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାତୀୟ ରାଜପଥ-୨୬ କୁ ଚୋରା ବେପାରୀ ସୁଗମ୍ୟ ପଥ ବୋଲି ବିବେଚନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ ଦ୍ୱାରା ଶାଢୀ ପାକେଟ ଭିତରେ ଗଂଜେଇ ଚାଲାଣ କରୁଥିବା ଅବସ୍ଥାରେ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଗଂଜେଇକୁ ପଲିଥିନ ପାକେଟ କରାଯାଇ ଶାଢୀ ଭିତରେ ପ୍ୟାକିଂ କରାଯାଇ ଶାଢୀ ବେପାର କରୁଥିବା ଭ୍ରମ ସୃଷ୍ଟି କରିବା ଶୈଳୀରେ ୧୬୬ କେଜି ୩୧୪ ଗ୍ରାମ ଗଂଜେଇ ବିହାରର ଛାପ୍ରା ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଜବତ କରିଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକଙ୍କ ସୂତ୍ରରୁ ପ୍ରକାଶ।

ଏସଂପର୍କରେ କେସିଙ୍ଗା ଥାନା କେଶନଂ.୨୬୭ ତା.୧୭.୦୭.୨୦୨୧ ଏନଡିପିଏସ ଆଇନ ଧାରା ୨୦ (ବି) (ସି) ରେ ଏକ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବୋଲେରୋ ଜେଏଚ ୦୫-ଏକ୍ସ ୬୨୬୩ ସମେତ ଚୋରା ଚାଲଣକାରୀ ଅଭିଯୁକ୍ତ ବିହାର ଶରନ ଜିଲ୍ଲାର ମହମ୍ମଦ ଟିପୁ ସୁଲତନା (୨୨), ମନସୁର ଆଲାମ (୨୦) ଓ ଉତର ପ୍ରଦେଶ ବାଲ୍ଲା ଜିଲ୍ଲାର ଅଂଜୁ ସୋନି (୨୯) କୁ ଗିରଫ କରାଯାଇଥିବା ପୋଲିସ ସୂ୬ଥରୁ ପ୍ରକାଶ। ଏଥିସହ ଅଭିଯୁକ୍ତର ପାନକାର୍ଡ, ଆଧାରକାର୍ଡ, ମୋବାଇଲ,ଭ୍ୟାନିଟୀ ବେଗ, ନଗଦ ୧୫୭୦/- ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏସଂପର୍କରେ ଅଧିକ ତଦନ୍ତ ଜାରିରହିଥିବା ଏସପିଙ୍କ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାର ୧୬୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୧୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୯୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୧ ଲକ୍ଷ ୪୪ ହଜାର ୨୨୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୮ ହଜାର ୪୫୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୨୧ ହଜାର ୬୬୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୧୧୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୧୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, କଟକ, ପୁରୀ, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୦ ହଜାର ୪୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୧୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୬୪୮ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୬୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୦ ହଜାର ୪୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୦୫୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୬୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୩୩୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୩୦ ଜଣ, ଅନୁଗୁଳ ଜିଲ୍ଲାରୁ ୮୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୮୩ ଜଣ, ବରଗଡ ଜିଲ୍ଲାରୁ ୧୭ ଜଣ, ଭଦ୍ରକ ଜିଲ୍ଲାରୁ ୭୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧ ଜଣ, ବୌଦ୍ଧ ଜିଲ୍ଲାରୁ ୫ ଜଣ, ଦେବଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୫୪ ଜଣ, ଗଜପତି ଜିଲ୍ଲାରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୨ ଜଣ, ଯାଜପୁର ଜିଲ୍ଲାରୁ ୧୧୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୦ ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ ଜଣ, କୋରାପୁଟ ଜିଲ୍ଲାରୁ ୬ ଜଣ, ମାଲକାନାଗିରି ଜିଲ୍ଲାରୁ ୩୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ, ନୟାଗଡ ଜିଲ୍ଲାରୁ ୭୩ ଜଣ, ନୂଆପଡା ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୬୭ ଜଣ, ରାୟଗଡା ଜିଲ୍ଲାରୁ ୨୧ ଜଣ, ସମ୍ବଲପୁର ଜିଲ୍ଲାରୁ ୨୪ ଜଣ, ସୋନପୁର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୩ ଜଣ ଏବଂ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 19 ତାରିଖ ସୋମବାରରେ ଆଠଟି ରାଶି ଉପରେ ମହାଦେବଙ୍କ ରହିଛି କୃପା

ମେଷ ରାଶି-ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଆରାମ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ। ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ଚାଲିବ।

ବୃଷ ରାଶି- ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ରୋଜଗାର ବୃଦ୍ଧି ପାଇବ। ଚାକିରିରେ ଅଧିକାର ବଢିପାରେ। ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ। ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ। ଧାରଣା ସକରାତ୍ମକତା ବୃଦ୍ଧି କରିବ। ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ।

ମିଥୁନ ରାଶି-ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟ ଭଲ କରିବ। ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ। ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି। ଅଳସୁଆରୁ ଦୂରେଇ ରୁହନ୍ତୁ। ପରିବାର ଲୋକେ ସାହାଯ୍ୟ କରିବେ।

କର୍କଟ ରାଶି–ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି। ପରିବାରରେ ଉତ୍ତେଜନା ଦେଖାଦେବ। ବ୍ୟବସାୟ ମଧ୍ୟମ ହେବ।

ସିଂହ ରାଶି-ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାର ବୃଦ୍ଧି ପାଇବ। ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ପତ୍ତି ବିବାଦ ହୋଇପାରେ। ବ୍ୟବସାୟ-ଚାକିରିରେ ଲାଭ ହେବ। କ୍ରନିକ ରୋଗ ଦେଖାଦେଇପାରେ। ପ୍ରୟାସ ସଫଳ ହେବ।

କନ୍ୟା ରାଶି-ଆପଣଙ୍କ ପାଇଁ ଖୁସି ଖବର। ମାନ ବୃଦ୍ଧି ହେବ। ଖୁସି ହେବ। ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ। ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ। ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ।

ତୂଳା ରାଶି-ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କରନ୍ତୁ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ।

ବିଛା ରାଶି-ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ।

ଧନୁ ରାଶି–ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ। ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା। ବ୍ୟବସାୟରେ ବାଧା ଆସିବ।

ମକର ରାଶି–ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ।

କୁମ୍ଭ ରାଶି-ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। କୋର୍ଟ କାର୍ଯ୍ୟ ସଫଳ କରାଯିବ। ବ୍ୟବସାୟ ଭଲ କରିବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ-ବ୍ୟବସାୟ ଲାଭ କରିବାର ସମ୍ଭାବନା ଅଛି । ବିବାହିତ ଜୀବନରେ ସୁସଙ୍ଗତତା ରହିବ। ସାମାଜିକ ସମାବେଶରେ ଅଂଶଗ୍ରହଣ କରିବେ। ଭଲ ଲାଭଦାୟକ ଫଳାଫଳ ଦେବ।

ମୀନ ରାଶି-ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଆର୍ଥିକତାକୁ ଧ୍ୟାନରେ ରଖନ୍ତୁ। ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟ ଲାଭଦାୟକ ହେବ। ଖର୍ଚ୍ଚ ହ୍ରାସ କରନ୍ତୁ। କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଇଣ୍ଡିୟାନ ପାନୋରାମା ପାଇଁ ଚଳଚିତ୍ର ଆହ୍ବାନ କଲା ଇଫି ଉତ୍ସବ କମିଟ, ଅନଲାଇନରେ ଆବେଦନ

ନୂଆଦିଲ୍ଲୀ, ୫୨ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ (ଇଫି) ପକ୍ଷରୁ ଇଣ୍ଡିଆନ୍‍ ପାନୋରାମା ୨୦୨୧ ନିମନ୍ତେ ପ୍ରବେଶିକ ଆମନ୍ତ୍ରଣ ଘୋଷଣା କରାଯାଇଛି । ଇଣ୍ଡିଆନ୍‍ ପାନୋରାମା ବାସ୍ତବ ପକ୍ଷେ ଇଫି ମହୋତ୍ସବର ଏକ ପ୍ରମୁଖ ଅଂଶ ଯାହା ଅଧୀନରେ ଚଳଚ୍ଚିତ୍ର କଳାର ପ୍ରଚାର ନିମନ୍ତେ ସବୁଠାରୁ ଉତ୍ତମ ସମକାଳନୀ ଭାରତୀୟ ଚଳଚ୍ଚିତ୍ରକୁ ଚୟନ କରାଯାଇଥାଏ । ଇଫିର ୫୨ତମ ମହୋତ୍ସବ ନଭେମ୍ବର ୨୦ରୁ ୨୮, ୨୦୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ଏଥିରେ ଆବେଦନ ଅନଲାଇନ୍‍ ମାଧ୍ୟମରେ ଦାଖଲ କରାରିବାର ଅନ୍ତିମ ତାରିଖ ୧୨ ଅଗଷ୍ଟ, ୨୦୨୧ ରଖାଯାଇଛି ଏବଂ ଅନ୍ୟ ଆବଶ୍ୟକ କାଗଜାତ ସହିତ ଅନଲାଇନ୍‍ରେ ଜମା କରାଯାଇଥିବା ଆବେଦନର ହାର୍ଡ଼କପି ପ୍ରାପ୍ତ ହେବାର ଚୂଡ଼ାନ୍ତ ତାରିଖ ୨୩ ଅଗଷ୍ଟ, ୨୦୨୧ । ଭାରତୀୟ ପାନୋରାମା, ୨୦୨୧ ନିମନ୍ତେ ଚଳଚ୍ଚିତ୍ର ଦାଖଲ କରିବା ବେଳେ କିଛି ଦିଶା ନିର୍ଦ୍ଦେଶକୁ ମଧ୍ୟ ଅନୁପାଳନ କରିବାକୁ ପଡ଼ିବ।

ସିବିଏଫସିର ତାରିଖ ଅଥବା ପୈଠ କରାଯାଇଥିବା ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ଏହି ମହୋତ୍ସବ ପୂର୍ବରୁ ୧୨ ମାସ ମଧ୍ୟରେ ହୋଇଥିବା ବାଂଛନୀୟ, ଅର୍ଥାତ୍‍, ତାହା ୧ ଅଗଷ୍ଟ, ୨୦୨୦ ଠାରୁ ୩୧ ଜୁଲାଇ ୨୦୨୧ ମଧ୍ୟରେ ହୋଇଥିବା ଆବଶ୍ୟକ । ଯେଉଁ ଚଳଚ୍ଚିତ୍ରକୁ ସିବିଏଫସି ଦ୍ୱାରା ପ୍ରମାଣିତ କରାଯାଇନାହିଁ ଏବଂ ସେହିସବୁ ଚଳଚ୍ଚିତ୍ର ଏହି ଅବଧି ମଧ୍ୟରେ ନିର୍ମନ୍ତ ହୋଇଛି, ସେଗୁଡ଼ିକୁ ମଧ୍ୟ ଦାଖଲ କରାଯାଇପାରିବ। ସମସ୍ତ ଚଳଚ୍ଚିତ୍ରରେ ଇଂରାଜୀ ଭାଷାରେ ଉପଶୀର୍ଷକ ହେବା ବାଧ୍ୟତାମୂଳକ।

ଇଣ୍ଡିଆନ୍‍ ପାନୋରାମାକୁ ୧୯୭୮ ମସିହାରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଅଂଶ ବିଶେଷ ଭାବେ ଆରମ୍ଭ କରାଯାଇଥିଲା ଯଦ୍ୱାରା ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମାଧ୍ୟମରେ ଭାରତୀୟ ଚଳଚ୍ଚିତ୍ର ଏବଂ ଏହାର ସମୃଦ୍ଧି ସଂସ୍କୃତି ଓ ପରମ୍ପରାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ସେହି ଦିନଠାରୁ ହିଁ ଭାରତୀୟ ପାନୋରାମା ସେହି ବର୍ଷ ସର୍ବଶ୍ରେଷ୍ଠ ଭାରତୀୟ ଚଳ୍‍ଚ୍‍ଚିତ୍ରକୁ ପ୍ରଦର୍ଶିତ କରିବା ନିମନ୍ତେ ସମର୍ପିତ ରହିଆସିଛି।

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଚଳଚ୍ଚିତ୍ର ସମାରୋହ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆନ୍‍ ପାନୋରାମାର ଉଦ୍ଦେଶ୍ୟ ସିନେମାଟିକ୍‍, ବିଷୟଗତ ଏବଂ ସୌନ୍ଦର୍ଯ୍ୟଗତ ଉତ୍କୃଷ୍ଟତାଯୁକ୍ତ ଫିଚର ଏବଂ ଅଣ- ଫିଚର ଚଳଚ୍ଚିତ୍ରକୁ ଚୟନ କରିବା ଏବଂ ସେହିସବୁ ଚଳଚ୍ଚିତ୍ରଗୁଡ଼ିକୁ ଲାଭମୁକ୍ତ ଭାବେ ପ୍ରଦର୍ଶନ କରି ଚଳଚ୍ଚିତ୍ର କଳାର ବୃଦ୍ଧି ଘଟାଇବା ଅଟେ।

ଏହିସବୁ ଚଳଚ୍ଚିତ୍ରର ଏଭଳି ପ୍ରଦର୍ଶନ ଭାରତୀୟ ଏବଂ ବିଦେଶୀ ଅନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ସମାରୋହରେ ଦ୍ୱିପାକ୍ଷିୟ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମମାନଙ୍କ ଅଧୀନରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ସପ୍ତାହରେ ସାଂସ୍କୃତିକ ଭାବ ବିନିମୟ ପ୍ରୋଟୋକଲ ବାହାରେ ବିଶେଷ ଭାରତୀୟ ଚଳଚ୍ଚିତ୍ର ସମାରୋହରେ ଏବଂ ଭାରତରେ ବିଶେଷ ଭାବେ ଇଣ୍ଡିଆନ୍‍ ପାନୋରାମା ସମାରୋହମାନଙ୍କରେ କରାଯାଇ ଆସୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆପଣଙ୍କ ପାଖରେ ବହୁ ପୁରୁଣା ବା ଭିଣ୍ଟେଜ୍ ଗାଡି ଅଛି କି? ରେଜିଷ୍ଟ୍ରେସନ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ, ଭିଣ୍ଟେଜ ଗାଡି ସଂଗ୍ରହ କରି ରଖୁଥିବା ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିବା ପାଇଁ ଆସିଲା ନୂଆ ନିୟମ। ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଅତି ପୁରୁଣା ମୋଟରଯାନଗୁଡିକୁ ଐତିହ୍ୟ ଦୃଷ୍ଟିକୋଣରୁ ସାଇତି ରଖିବା ଲକ୍ଷ୍ୟରେ ଏସବୁର ପଞ୍ଜୀକରଣ ପ୍ରକ୍ରିୟା ଔପଚାରିକ ଭାବେ ଆରମ୍ଭ ହୋଇଛି ।

ଏକ ଟୁଇଟ କରି ସେ କହିଛନ୍ତି ଯେ ଏସବୁ ଭିଣ୍ଟେଜ ଯାନର ପଞ୍ଜୀକରଣ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିବା ପାଇଁ ବିଭିନ୍ନ ରାଜ୍ୟରେ ଆବଶ୍ୟକ ନିୟମକାନୁନ ନ ଥିଲା । ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ନିୟମ ପ୍ରଣୟନ କରାଯାଇଛି ।

ସେହି ଅନୁସାରେ ସବୁ ରାଜ୍ୟରେ ଆଗ୍ରହୀ ବ୍ୟକ୍ତିବିଶେଷ ଭିଣ୍ଟେଜ ଯାନଗୁଡିକୁ ସହଜରେ ପଞ୍ଜୀକରଣ କରି ସାଇତି ରଖିପାରିବେ । ନୂଆ ନିୟମ ଅନୁସାରେ ସମ୍ପୃକ୍ତ ଯାନଗୁଡିକର ପୁରୁଣା ନମ୍ବର ମାଲିକଙ୍କୁ ମିଳିବ । ଆବେଦନକାରୀଙ୍କୁ ‘ଭିଏ’ ସିରିଜ୍ରେ (ୟୁନିକ ରେଜିଷ୍ଟ୍ରେସନ ମାର୍କ) ଏହି ପୁରୁଣା ନମ୍ବର ପ୍ରଦାନ କରାଯିବ ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଇତିମଧ୍ୟରେ କେନ୍ଦ୍ରୀୟ ମୋଟର ଯାନ ଆଇନ (ସିଏମ୍ଭିଆର) ୧୯୮୯ରେ ସଂଶୋଧନ ଆଣି ଭିଣ୍ଟେଜ ଗାଡିଗୁଡିକର ପଞ୍ଜୀକରଣ ପ୍ରକ୍ରିୟାକୁ ସହଜ କରିଛି । ଏହି ନୂଆ ଆଇନ ଫଳରେ ଐତିହ୍ୟ ଦୃଷ୍ଟିରୁ ଭାରତରେ ଭିଣ୍ଟେଜ ମୋଟର ଯାନଗୁଡିକର ସଂରକ୍ଷଣ ଓ ସମ୍ବର୍ଦ୍ଧନ ସହଜ ହେବ ।

ପ୍ରମୁଖ ବିଶେଷତ୍ୱ:- ନୂଆ ପଞ୍ଜୀକରଣ ଆଇନର ତଳେ ଦିଆଯାଇଥିବା ସର୍ତ୍ତର୍ ଅନୁସାରେ ଭିଣ୍ଟେଜ ଗାଡିଗୁଡିକୁ ସଂରକ୍ଷିତ କରିବା ପାଇଁ ଅନୁମତି ମିଳିବ ।

● ସମ୍ପୃକ୍ତ ସବୁ ୨ବା ୪ ଚକିଆ ଯାନ ୫୦ବର୍ଷର ପୁରୁଣା ହୋଇଥିବ । ସେସବୁର ମୂଳ ରୂପ ଓ ଆକାର ଅପରିବର୍ତ୍ତିତ ରହିଥିବ । ଏସବୁ ଯାନର ବଡଧରଣର ଜୀର୍ଣ୍ଣୋଦ୍ଧାର (ଓଭର ହଲିଂ) ହୋଇ ନ ଥିବ ।

● ଫର୍ମ-୨ ଏଥିପାଇଁ ପଞ୍ଜୀକରଣ ବା ପୁନଃ ପଞ୍ଜୀକରଣ ନିମନ୍ତେ ଆବେଦନ କରିବାକୁ ପଡିବ । ଏଥିସହିତ ଏକ ବୀମା ପଲିସି, ଆବଶ୍ୟକ ଫି, ଆମଦାନୀ ହୋଇଥିବା ଯାନ କ୍ଷେତ୍ରରେ ଏଣ୍ଟ୍ରିବିଲ୍ ଏବଂ ପୂର୍ବରୁ ଭାରତରେ ପଞ୍ଜୀକୃତ ହୋଇଥିବା ଯାନର ଆର.ସି. ବୁକ୍ ଦାଖଲ କରିବାକୁ ପଡିବ ।

● ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷ (ରେଜିଷ୍ଟ୍ରେସନ ଅଥରିଟି) ଆବେଦନର ୬୦ଦିନ ମଧ୍ୟରେ ଫର୍ମ ୨୩ଇ ଅନୁସାରେ ଆବେଦକାରୀଙ୍କୁ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରିବେ ।

● ଯେଉଁ ଯାନଗୁଡିକ ପୂର୍ବରୁ ଭାରତରେ ପଞ୍ଜୀକୃତ ହୋଇଛି ସେସବୁ ଯାନର ମାଲିକ ନିଜର ମୂଳ ରେଜିଷ୍ଟ୍ରେସନ ମାର୍କ (ନମ୍ବର) ରଖିପାରିବେ । ତେବେ ଯେଉଁମାନେ ନୂଆ ପଞ୍ଜୀକରଣ କରିବାକୁ ଚାହିଁବେ ସେମାନଙ୍କୁ “ଢଢ ଠଇ ଢଣ” ସଙ୍କେତ ପ୍ରଦାନ କରାଯିବ । ଢଢ ର ଅର୍ଥ ରାଜ୍ୟର କୋଡ, ଠଇ ର ଅର୍ଥ ଭିଣ୍ଟେଜ ଏବଂ ଢଣରେ ଦୁଇ ସଂଖ୍ୟା ବିଶିଷ୍ଟ ସିରିଜ (ଶୃଙ୍ଖଳା) ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେହିଭଳି ୦୦୦୧ରୁ ୯୯୯୯ ଯାଏ ଯେଉଁ ସଂଖ୍ୟା ରାଜ୍ୟ ରେଜିଷ୍ଟେସନ ଅଥରିଟିକୁ ପ୍ରଦାନ କରାଯାଇଛି ସେଥିରୁ ସଂଖ୍ୟା ‘୮’ କୁ ଅଣାଯାଇ ଏହି ଯାନ ପାଇଁ ବ୍ୟବହର କରାଯିବ ।

● ପୁରୁଣା ଯାନର ନୂଆ ପଞ୍ଜୀକରଣ ପାଇଁ ଯାନ ପିଛା ଫି ୨୦ହଜାର ଟଙ୍କା ଏବଂ ପରବର୍ତ୍ତୀ ପଞ୍ଜୀକରଣ ପାଇଁ ୫୦୦୦ ଟଙ୍କା ଧାର‌୍ୟ୍ୟ କରାଯାଇଛି ।

● ଏହି ଭିଣ୍ଟେଜ ମୋଟର ଯାନଗୁଡିକୁ ରାସ୍ତାରେ ନିୟମିତ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ।

Categories
ଆଜିର ଖବର ମନୋରଂଜନ

ପୁଣି ଥରେ ପରଦାକୁ ଆସିବ ଲୋକପ୍ରିୟ ହାସ୍ୟ ଧାରାବାହିକ ‘ଦ କପିଳ ଶର୍ମା ସୋ’

ମୁମ୍ବାଇ, ପୁଣିଥରେ ପରଦାକୁ ଆସିବ ଦେଶର ବେଶ ଲୋକପ୍ରିୟ କମେଡି ସିରିୟଲ ଦ କପିଲ ଶର୍ମା ସୋ ’ । ଆଜିଠାରୁ କପିଳ ଶର୍ମା ତାଙ୍କ କମେଡି ଟକ୍ ସୋ ର ସୁଟିଂ ଆରମ୍ଭ କରିଛନ୍ତି। ସୋ’ର ଆଗାମୀ ସିଜନରେ କପିଳଙ୍କ ପୁରୁଣା ବନ୍ଧୁ ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ସୁଦେଶ ଲେହେରୀ, କୃଷ୍ଣ ଅଭିଷେକ, କିକୁ ଶାରଦା, ଭାରତୀ ସିଂ ଏବଂ ଚନ୍ଦନ ପ୍ରଭାକର ଯୋଗ ଦେବେ।

ରବିବାର ଦିନ କପିଲ ଇନଷ୍ଟାଗ୍ରାମରେ ତାଙ୍କର ଟିମ ସହିତ ଅନେକ ଫଟୋ ସେୟାର କରିଛନ୍ତି। ଏଥିରେ ସମସ୍ତ କଳାକାର କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖାଯାଇଛି।

ଦେଶରେ ବର୍ତ୍ତମାନର ସବୁଠାରୁ ଲୋକପ୍ରିୟ କମେଡି ସୋ ମଧ୍ୟରୁ ଅନ୍ୟତମ ହେଉଛି ଦ କପିଳ ଶର୍ମା ସୋ। ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ଏହି ସୋ ବହୁତ ଦିନ ଧରି ପରଦାରେ ଚାଲିଆସୁଛି । ତେବେ ଚଳିତ ବର୍ଷ ପ୍ରାରମ୍ଭରେ କପିଳ, ତାଙ୍କ ପତ୍ନୀ ଏବଂ ନବଜାତ ପୁତ୍ର ତ୍ରିଶାନଙ୍କ ପାଇଁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବହୁଦିନ ବିରତି ପରେ ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଶେଷରେ ନବଜୋତ ସିଂ ସିଦ୍ଧୁ ହେଲେ ପଂଜାବ କଂଗ୍ରେସର କ୍ୟାପେଟନ, ସଭାପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ, ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ମଧ୍ୟରେ ହାଇକମାଣ୍ଡ ରବିବାର ଦିନ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ମନୋନିତ କରିଛନ୍ତି। ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତୃତ୍ୱ ମଧ୍ୟ ଚାରିଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି। ଏଥିପାଇଁ କଂଗ୍ରେସ ନେତା କେ ସି ବେଣୁଗୋପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପଞ୍ଜାବ କଂଗ୍ରେସର ଯେଉଁମାନେ କାର୍ଯ୍ୟକାରୀ ସଭାପତି ଭାବରେ ମନୋନିତ କରାଯାଇଛି ସେମାନେ ହେଲୋେ ସାଙ୍ଗତ ସିଂ, ପୱନ ଗୋୟଲ, କୁଲଜିତ ସିଂ ନାଗ୍ରା ଏବଂ ସୁଖବିନ୍ଦର ସିଂ ଡାନି। ଏହା ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରହିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ହେଲେ ଦଳୀୟ ସଂଗଠନର ନିୟନ୍ତ୍ରଣ ସିଦ୍ଧୁଙ୍କ ହାତରେ ରହିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୂର୍ବ ଶତୃତାକୁ କେନ୍ଦ୍ରକରି ସରପଞ୍ଚ ସ୍ଵାମୀଙ୍କ ଦୁଇ ହାତ ହାଣିଦେଲେ ଦୁର୍ବୁତ

ନୂଆଦିଲ୍ଲୀ: ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ସରପଞ୍ଚଙ୍କ ସ୍ବାମୀ ଦୁଇ ହାତ କାଟି ଦେଇଛନ୍ତି। ଏହାପରେ ଗୁରୁତର ଅବସ୍ଥାରେ ଯୁବକଜଣଙ୍କ ଥାନାରେ ପହଞ୍ଚି କାନ୍ଦି କାନ୍ଦି ପୋଲିସକୁ ଘଟଣା ବିଷୟରେ ଜଣାଇଛନ୍ତି। ମଧ୍ୟପ୍ରଦେଶର ହୋଶଙ୍ଗାବାଦରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ହୋଶଙ୍ଗାବାଦ ବାବାଇର ଚୋରାହେଟ ଗାଁରେ ଶୁକ୍ରବାର ଦିନ ଜଣେ ଯୁବକ ଜମିରୁ ଘରକୁ ଫେରୁଥିଲେ। ହେଲେ ରାସ୍ତାରେ ଅଟକାଇ ସରପଞ୍ଚଙ୍କ ସ୍ଵାମୀ ନୃଶଂସ ଭାବେ ଯୁବକଙ୍କ ଦୁଇ ହାତ କାଟିଦେଲ। ଫଳରେ ପୀଡିତ ଯୁବକଜଣଙ୍କ ଗୁରୁତର ଅବସ୍ଥାରେ ଲହୁ ଲୁହାଣ ହୋଇ ଥାନାରେ ପହଞ୍ଚିଥିଲେ। ସେଠାରେ ସେ ଏହି ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ। ପୀଡିତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ହୋଶଙ୍ଗାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ନାଗପୁର ସ୍ଥାନାନ୍ତର କରାଯାଇଛି।

ତେବେ ପୂର୍ବ ଶତୃତା କାରଣରୁ ଅଭିଯୁକ୍ତ ଏଭଳି ନୃଶଂସ ଘଟଣା ଘଟାଇଥିବା ପୋଲିସ କହିଛି। ପୋଲିସ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୮ ଜଣ ଲୋକଙ୍କ ନାମରେ ମାମଲା ରୂଜ୍ଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଅଭିଯାନ ଜାରି ରଖିଛି।

Categories
ଆଞ୍ଚଳିକ

ଚିଲିକା: ପରିଣତ ବୟସରେ ପରିବାର ଛାଡି ସଡ଼କରେ ବୃଦ୍ଧା, ଭୋକ ଉପାସରେ କଟୁଛି ଜୀବନ

ସୀତାରାମ ଅଗ୍ରୱାଲ

ଚିଲିକା: ସତରେ ବାପା, ମା ପୁଅ ଝିଅ ଜନ୍ମ କରିବାର ପରିଣାମ ଯେ ଦିନେ ଏତେ ଭୟଙ୍କର ହୋଇପାରେ ତାହା କଳ୍ପନା କରିହେଉନି। ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପରିଣତ ବୟସରେ ନିଜ ଘର ଛାଡି ଯାଯାବର ଜୀବନଯାପନ କରିବାକୁ ପଡୁଛି। ଓଳିଏ ଖାଇଲେ ପୁଣି ଓଳିଏ ଉପାସରେ ରହୁଛନ୍ତି ବୃଦ୍ଧା ଜଣକ। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୁଳ ପାନ୍ଥନିବାସ ଯିବା ରାସ୍ତାରେ।

ରାସ୍ତାର ଡାହାଣ ପାର୍ଶ୍ୱରେ ଏକ ଛୋଟିଆ ଘରେ ଜଣେ ବୃଦ୍ଧା ଅସ୍ଥାୟୀ ଭାବେ ବାସ କରୁଛନ୍ତି। ବୃଦ୍ଧାଙ୍କ ନାମ ଅପସରା ମହାପାତ୍ର। ବୟସ ୮୦ ଟପିଗଲାଣି। ଚିଲିକା ବ୍ଲକ ବିଧାରପୁର ଗ୍ରାମ ସ୍ଥିତ ବ୍ରାହ୍ମଣ ଶାସନ ସାହିରେ ତାଙ୍କ ଘର। ତାଙ୍କର ଦୁଇଟି ପୁଅ ଏବଂଗୋଟିଏ ଝିଅ ଥାଇ ମଧ୍ୟ ଏବେ ସେ ବେସାହାରା।

ବୃଦ୍ଧା କୁହନ୍ତି ତାଙ୍କର ଅନେକ ସମ୍ପତି ଥାଇ ମଧ୍ୟ ଆଜି ସେ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କୁ କେହି ଗାଳିଗୁଲଜ କଲେ ସେ ସାହିପାରନ୍ତିନି। ପରିବାର ଲୋକମାନେ ପ୍ରତି ଛୋଟ ଛୋଟ କଥାରେ ଅପସରାଙ୍କୁ ଗାଳି ଗୁଲଜ କରିବା ସହ ସଦାବେଳେ ତାଙ୍କ ଉପରେ ଦାଉ ସାଧିଥାନ୍ତି। ଏପରିକି ଟିକିଏ ଟିକିଏ କଥା ଯୋଗୁଁ ଘରେ ସଦାବେଳେ କଳହ ସୃଷ୍ଟି ହୁଏ। ସେଥିନିମନ୍ତେ ସମ୍ମାନ ହରାଇ ବଞ୍ଚିବା ଅପେକ୍ଷା ସ୍ୱାଭିମାନ ସହ ବଞ୍ଚିବାର ପନ୍ଥା ଆପଣେଇଛନ୍ତି ବୋଲି ବୃଦ୍ଧାଜଣଙ୍କ କୋହଭରା କଣ୍ଠରେ କହିଛନ୍ତି। ତେଣୁ ସେ ଦୀର୍ଘ ଏକ ବର୍ଷ ହେଲା ନିଜ ଘର ଛାଡି ଯାଯାବର ଜୀବନଯାପନ କରୁଛନ୍ତି।

ଓଳିଏ ମାଗିଯାଚି ଖାଇଲେ ଓଳିଏ ଉପାସରେ ରୁହନ୍ତି ଅପସରା। ଗତ ଏକମାସ ହେଲା ଅପସରା ବଡକୁଳ ପାନ୍ଥନିବାସ ଯିବା ରାସ୍ତାରେ ଏକ ଛୋଟିଆ ଘରେ ରହୁଛନ୍ତି। ଉକ୍ତ ଘରଟିକୁ କେହି ଜଣେ ସହୃଦୟ ବ୍ୟକ୍ତି ବୃଦ୍ଧାଙ୍କୁ ରହିବା ଲାଗି ଦେଇଛନ୍ତି। ବାଟରେ ଯିବା ଆସିବା ସମୟରେ କୌଣସି ସ୍ଵେଚ୍ଚାସେବୀ କିମ୍ବା ସମାଜସେବୀ ବ୍ୟକ୍ତିବିଶେଷ ଯଦି ବୃଦ୍ଧାଙ୍କୁ ଖାଇବାକୁ ଦିଅନ୍ତି ତେବେ ସେ ଖାଦ୍ୟ ପାଇଥାନ୍ତି, ନଚେତ ଅନାହାରରେ ଦିନ କାଟିଥାନ୍ତି।

ରାଜ୍ୟ ସରକାର ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକାଧିକ ଯୋଜନାମାନ ପ୍ରଣୟନ କରିଥିବାବେଳେ ପରିଣତ ବୟସରେ ବୃଦ୍ଧାଙ୍କ ଏପରି ଅବସ୍ଥା ଉକ୍ତ ଯୋଜନାଗୁଡିକର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏ ଦିଗରେ ଯଥାଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ବୃଦ୍ଧାଙ୍କ ଥଇଥାନ ବ୍ୟବସ୍ଥା କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୪୯୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୪୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୬୪,  କଟକରୁ ୩୭୮, ବାଲେଶ୍ଵରରୁ ୨୨୧, ଯାଜପୁରରୁ ୧୮୦, ନୟାଗଡରୁ ୧୪୭, ପୁରୀରୁ ୧୦୪, ମୟୂରଭଞ୍ଜରୁ ୧୦୧, ଢେଙ୍କାନାଳରୁ ୮୮, ଭଦ୍ରକରୁ ୮୨, ଜଗତସିଂହପୁରରୁ ୭୧, କେନ୍ଦ୍ରାପଡାରୁ ୬୦, ସୁନ୍ଦରଗଡରୁ ୫୯, ଅନୁଗୁଳରୁ ୫୪, କେନ୍ଦୁଝରରୁ ୪୪, କୋରାପୁଟରୁ ୩୨, ବରଗଡରୁ ୩୦, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୧, ସୋନପୁରରୁ ୨୦, ମାଳାକାନାଗିରିରୁ ୧୯, ରାୟଗଡାରୁ ୧୮, ସମବଲପୁରରୁ ୧୮, ଝାରସୁଗୁଡାରୁ ୧୨, ନବରଙ୍ଗପୁରରୁ ୯, ଦେବଗଡରୁ ୬, ବଲାଙ୍ଗୀରିରୁ ୪, ଗଞ୍ଜାମରୁ ୩, ନୂଆପଡାରୁ ୩, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୧୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୦ ହଜାର ୪୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୨ ହଜାର ୧୧୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୪୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୫୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବାତିଲ ହେଲା ବିଶାଖା ଆଉ ପ୍ରଶାନ୍ତି ଏକ୍ସପ୍ରେସ , ଜାଣନ୍ତୁ କେଉଁଦିନ

ଭୁବନେଶ୍ବର, କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନର ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାଯ୍ୟ ହେଉଥିବାରୁ କେତେକ ଟ୍ରେନ ବାତିଲ କରାଯାଇଛି। ସେଗୁଡିକ ହେଲା…

୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱର ରୁ ଜୁଲାଇ ମାସ ୨୦ ତାରିଖ ଦିନ ବାତିଲ ରହିବ ।

୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଏବଂ ୦୭୨୪୪ ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ ରାୟଗଡାରୁ ଜୁଲାଇ ମାସ ୧୯ ତାରିଖ ଦିନ ବାତିଲ ରହିବ।

୦୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ବିଶେଷ ଟ୍ରେନ ସିକନ୍ଦରାବାଦରୁ, ଚେନ୍ନାଇରୁ ୦୨୮୨୨ ଚେନ୍ନାଇ-ହାଓଡ଼ା ବିଶେଷ ଟ୍ରେନ, ଭାସ୍କୋରୁ ୦୮୦୪୮ ଭାସ୍କୋ-ହାଓଡ଼ା ବିଶେଷ ଟ୍ରେନ, ଗୁଣ୍ଟୁରରୁ ୦୭୨୪୩ ଗୁଣ୍ଟୁର-ରାୟାଗଡା ବିଶେଷ ଟ୍ରେନ ଏବଂ ହାଓଡ଼ାରୁ ୦୨୮୭୩ ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ବାତିଲ ରହିବ।

୦୮୪୯୫ ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ ଏବଂ ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଯଥାକ୍ରମେ ରାମେଶ୍ୱରମ ଓ ବାଙ୍ଗାଲୋରରୁ ଜୁଲାଇ ମାସ ୧୮ ତାରିଖ ଦିନ ଏବଂ ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ ଏବଂ ୦୨୮୨୧ ହାଓଡ଼ା-ଚେନ୍ନାଇ ସ୍ପେଶାଲ ହାଓଡ଼ା ଠାରୁ ଜୁଲାଇ ମାସ ୧୯ ତାରିଖ ଦିନ ସର୍ବନିମ୍ନ ଅଧା ଘଣ୍ଟାରୁ ସର୍ବାଧିକ ଦେଢ଼ଘଣ୍ଟା ବିଳମ୍ବରେ ଛାଡିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ବେସାହାରା ପ୍ରାଣୀଙ୍କ ସାହାରା ପାଲଟିଥିବା ଅବସରପ୍ରାପ୍ତ ସେନା ଅଧିକାରିଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କୋଟା ସହରରେ ରହୁଥିବା ପ୍ରମିଳା ସିଂଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରମିଳା ହେଉଛନ୍ତି ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରିଣୀ । ତାଙ୍କର ଦୟାଳୁ ସ୍ୱଭାବ ଓ ସେବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି।

କରୋନା ଜନିତ ଲକଡାଉନ୍ ସମୟରେ ଅବସରପ୍ରାପ୍ତ ମେଜର ପ୍ରମିଳା ସିଂ ଏବଂ ତାଙ୍କ ପିତା ଶ୍ୟାମବୀର ସିଂ ଅସହାୟ ଓ ପରିତ୍ୟକ୍ତ ସ୍ଥିତିରେ ଥିବା ପଶୁଙ୍କ ଯତ୍ନ ନେଇଥିଲେ । ସେମାନଙ୍କର ଯନ୍ତ୍ରଣାକୁ ବୁଝି ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ । ନିଜର ବ୍ୟକ୍ତିଗତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ମେଜର ପ୍ରମିଳା ଓ ତାଙ୍କ ପିତା ରାସ୍ତାରେ ବୁଲୁଥିବା ବୁଲା ପଶୁଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ମେଜର ପ୍ରମିଳାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରୟାସକୁ ସମାଜ ପାଇଁ ଏକ ପ୍ରେରଣା ବୋଲି ଅଭିହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କୁ ଲେଖିଥିବା ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବିଗତ ପାଖାପାଖି ଦେଢ଼ ବର୍ଷ ଧରି, ଆମେ ଏକ ଅଭୂତପୂର୍ବ ପରିସ୍ଥିତିକୁ ଦୃଢ଼ତାର ସହ ସମ୍ମୁଖିନ ହୋଇଛୁ । ଏହା ଏପରି ଏକ ଐତିହାସିକ ସମୟ ଯାହାକୁ ଲୋକମାନେ ସାରା ଜୀବନ ଭୁଲି ପାରିବେ ନାହିଁ । ଏହା କେବଳ ମଣିଷଙ୍କ ପାଇଁ ନୁହେଁ ବରଂ ମଣିଷମାନଙ୍କ ସାନ୍ନିଧ୍ୟରେ ରହୁଥିବା ଅନେକ ପ୍ରାଣୀଙ୍କ ପାଇଁ କଷ୍ଟକର ମୁହୂର୍ତ୍ତ। ଏପରି ସ୍ଥିତିରେ ଆପଣ ଅସହାୟ ପଶୁଙ୍କ ଦୁଃଖ-ଯନ୍ତ୍ରଣା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ତଥା ସେମାନଙ୍କର କଲ୍ୟାଣ ପାଇଁ ବ୍ୟକ୍ତିଗତ ସ୍ତରରେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ କାମ କରିବା ପ୍ରଶଂସନୀୟ ଅଟେ ।

ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହା ମାନବିକତାକୁ ନେଇ ଆମକୁ ଗର୍ବ କରିବାର ଅବସର ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ମେଜର ପ୍ରମିଳା ଏବଂ ତଙ୍କ ପିତା ଏହିପରି ଭାବେ ସେମାନଙ୍କର ପ୍ରୟାସ ଜରିଆରେ ସମାଜରେ ସଚେତନତା ପ୍ରସାରିତ କରି ନିଜର କାଯ୍ୟ ମାଧ୍ୟମରେ ଲୋକମାନଙ୍କୁ ନିରନ୍ତର ଅନୁପ୍ରାଣିତ କରି ଚାଲିଥିବେ ।

ଏଥିପୂର୍ବରୁ ମେଜର ପ୍ରମିଳା ସିଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ପଶୁମାନଙ୍କର ଦେଖାଶୁଣା କରିବା ଲାଗି ଲକଡାଉନ ସମୟରେ ସେ ଯେଉଁ କାମ ଆରମ୍ଭ କରିଥିଲେ ତାହା ଏବେ ସୁଦ୍ଧା ଜାରି ରହିଛି । ସେ ପତ୍ରରେ ଅସହାୟ ପଶୁଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରି ସମାଜର ଅଧିକରୁ ଅଧିକ ଲୋକଙ୍କୁ ଏମାନଙ୍କ ସହାୟତା କରିବା ନିମନ୍ତେ ଆଗେଇ ଆସିବା ନିମନ୍ତେ ଅପିଲ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି କାର୍ଯ୍ୟାଳୟରେ କୋଭିଡ କଟକଣା ନ ମାନିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ, ସୋମବାରରୁ ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଆଂଶିକ ଲକଡାଉନ ଜାରି ରହିଛି। କରୋନା କଟକଣା ଭିତରେ କାର୍ଯ୍ୟାଳୟ ଚଳାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ହେଲେ କରୋନା ସଂକ୍ରମଣକୁ ଦେଖି ଭୁବନେଶ୍ଵରରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପାଇଁ ବିଏମସି ଏକ ଗାଇଡଲାଇନ୍ ଜାରି କରିଛି। କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ସହିତ ହାତ ସାନିଟାଇଜ କରିବା ପାଇଁ ବିଏମସି ବାଧ୍ୟତାମୂଳକ କରିଛି।

ଯଦି କୌଣସି କାର୍ଯ୍ୟାଳୟ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ସମ୍ପୃକ୍ତ କାର୍ଯ୍ୟାଳୟ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ପ୍ରକାଶ କରିଛନ୍ତି। ଭୁବନେଶ୍ଵରରେ କରୋନା ସଂକ୍ରମଣରେ ଆଶାତୀତ ହ୍ରାସ ପାଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର କହିଛନ୍ତି।

ତେବେ ଆସନ୍ତା ସୋମବାର ଠାରୁ ବିଏମସି ଏନଫୋର୍ସମେଣ୍ଟ ଟିମ୍ ଏବଂ ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯେଉଁ ସରକାରୀ ଅଥବା ଘରୋଇ କାର୍ଯ୍ୟାଳୟ ନିୟମ ଉଲ୍ଲଂଘନ କରିବେ, ତାହାକୁ ବନ୍ଦ କରାଯିବ ବୋଲି କମିଶନର କହିଛନ୍ତି। କୌଣସି କାର୍ଯ୍ୟାଳୟରେ ଏପରି ମାମଲା ସାମ୍ନାକୁ ଆସିଲେ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରାଯିବ ବୋଲି ବିଏମସି ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୮: ସୁସ୍ଥ ହେଲେ ୨୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ହଜାର ୮୮୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୮୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୯୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୩୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଉଦ୍ୟମରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ହସ୍ପିଟାଲ ପରିସରରେ ଡ଼ାକ୍ତର ଏବଂ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ଟ୍ରଷ୍ଟ ତରଫରୁ ଆଚାର୍ଯ୍ୟ ବିହାର ପାର୍କ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହିତ ନିଷ୍ଠା, କର୍ତ୍ତବ୍ୟ ଓ ତ୍ୟାଗ ପାଇଁ ଡ଼ାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିଥିଲେ।

ମହାମାରୀ କରୋନା ଦୁଇବର୍ଷ ଧରି ରାଜ୍ୟରେ ତାର କାୟାବିସ୍ତାର କରିଚାଲିଛି। ଏଥିରେ ବହୁ ଲୋକ ସଂକ୍ରମିତ ହୋଇଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଡ଼ାକ୍ତର ଏବଂ ନର୍ସମାନେ ଦିନରାତି ପରିଶ୍ରମ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଡାକ୍ତର ଏବଂ ନର୍ସମାନଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ଟ୍ରଷ୍ଟ ତରଫରୁ ଡଃ ସିଦ୍ଧାର୍ଥ ବେହେରା, ରବିରଞ୍ଜନ ରାଉତ, ଅଶ୍ୱିନୀ କୁମାର ପାଟ୍ଟଶାଣି, ସୌଦାମିନୀ ସାହୁ, ପ୍ରତିମା ଦେଇ, ଡଃ ଶାନ୍ତିଲତା ରଥ, ଡଃ ଦେବବ୍ରତ ପାଢୀ, ଡଃ. ଦ୍ରିଜେଶ କୁମାର ପଣ୍ଡା, ଡଃ ଅଶୋକ କୁମାର ଦାସ, ଡଃ ବି.ପି. ଦୁବେ, ଡଃ ସନ୍ତୋଷ ବିଶ୍ୱାଳ, ସସ୍ମିତା ବିଶ୍ୱାଳ, ଡଃ ମମତା ରଥ. ଡଃ ମନୋଜ କୁମାର ତ୍ରିପାଠୀ ଏବଂ ଡଃ ରମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ୧୫ଜଣ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରାଯାଇଥିଲା।

ସେହିପରି କରୋନା ସମୟରେ ଅମ୍ଲଜାନ ଅଭାବରୁ ବହୁ କରୋନା ରୋଗୀ ମୃତ୍ୟୁବରଣ କରିଥିଲେ। ଅମ୍ଲଜାନର ଅଭାବକୁ ପୂରଣ କରିବା ପାଇଁ ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିରଞ୍ଚି ନାରାୟଣ ମହାସୁପକାର ଏବଂ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ନବକିଶୋର ବେହେରା, ଶିବିର କୁମାର ପରିଡ଼ା, ପୁଷ୍ପାଞ୍ଜଳି ଦାସ, ଆଡ଼ଭୋକେଟ ସିଦ୍ଧାର୍ଥ ଦାସ, ସଭାପତି ଜିତେନ୍ଦ୍ର କୁମାର ଜେନା, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ଦାଶ, ଶିଶିର କୁମାର ମହାପାତ୍ର, ପ୍ରଶାନ୍ତ ମହାନ୍ତି, ସୁଷମା ଦେଇ ମହାପାତ୍ର, ଗୀତାଞ୍ଜଳି ପ୍ରଧାନ, ଆରତୀ ବିଶ୍ୱାଳ, ମଧୁସୂତନ ଦୋରା, ମୁନା ମିଶ୍ର, ଅମ୍ଲେଶ ଦାଶ, ସଂଗ୍ରାମ ଜେନା, ସୁଶାନ୍ତ ରାଉ. ମନୋରଞ୍ଜନ ମହାନ୍ତି ଏବଂ ଶକ୍ତିସାହେବ ପତି ପ୍ରମୁଖ ଉପସ୍ଥିତ କରି ବିଭିନ୍ନ ଚାରା ରୋପଣ କରିଥିଲେ। ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜୁଲାଇ ୨୧ ରୁ ଭୁବନେଶ୍ଵରରେ ଆରମ୍ଭ ହେବ ଗର୍ଭବତୀଙ୍କ ପାଇଁ ଟୀକାକରଣ: ସପ୍ତାହରେ ଦୁଇ ଦିନ ମିଳିବ ଟୀକା

ଭୁବନେଶ୍ବର: ଭୁବନେଶ୍ବରରେ ଜୁଲାଇ ୨୧ ତାରିଖରୁ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ଗର୍ଭବତୀ ମହିଳାମାନଙ୍କୁ କୋଭାକ୍ସିନ ଟୀକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ସପ୍ତାହରେ ଦୁଇ ଦିନ ଯଥା ବୁଧବାର ଏବଂ ଶନିବାର ଦିନ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯିବ। ଦିନ ୧୧ ଟାରୁ ଅପରାହ୍ନ ୧ ଟା ଯାଏଁ ଗର୍ଭବତୀମାନଙ୍କୁ ଟୀକା ଦିଆଯିବ।

ଗର୍ଭବତୀ ପ୍ରମାଣପତ୍ର ଦେଖାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନେ ଟୀକା ନେଇପାରିବେ। ଭୁବନେଶ୍ଵରର ସବୁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲରେ ଗର୍ଭବତୀଙ୍କ ପାଇଁ ଟୀକା ଉପଲବ୍ଧ ହେବ। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ବର୍ଷା ସହ ବଜ୍ରପାତର ସତର୍କ ସୂଚନା: ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୭ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକଲି ସକାଳ ୮ ଟା ୩୦ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ବାଲାଙ୍ଗୀରି, ନୂଆପଡା, ସୋନପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ମୋଟ ୧ ହଜାର ୩୫୦ ଲୋକଙ୍କୁ ଦିଆଯିବ ଟୀକା: ଗର୍ଭବତୀ ମହିଳା ନେବେ ପ୍ରଥମ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୧ ଶହ ଲୋକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବାକୁ ଥିବାବେଳେ କେବଳ ଚିଲିକାରେ ୨୫୦ ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ(ବାଲୁଗାଁ ଏନଏସି)- ୧୦୦ ଡୋଜ
୨- ଇଂଜନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଅଠରବାଟିଆ ଗ୍ରା.ପ)- ୫୦ ଡୋଜ
୩- ପରବଳ ବାତ୍ୟା ଆଶ୍ରୟ ସ୍ଥଳୀ (ହରିପୁର ଗ୍ରା.ପ)- ୫୦ ଡୋଜ
୪- ଦାଶରଥୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ (ଜରିପଡ଼ା ଗ୍ରା.ପ)- ୫୦ ଡୋଜ
୫- ସୋରଣ ପ୍ରାଥମିକ ବିଦ୍ୟାଳୟ (ସୋରଣ ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଗର୍ଭବତୀ ମହିଳାମାନଙ୍କ ନିମନ୍ତେ (ଗର୍ଭବତୀ ହେବାର ୧୨ ସପ୍ତାହରୁ ଅଧିକା ସମୟ ) ପ୍ରଥମ ଡୋଜ (ଚିଲିକା ବ୍ଲକ ଓ ବାଲୁଗାଁ ଏନଏସି)

୧- ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ
୨- ନଈରୀ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୬୦ ଡୋଜ
୩- ଜରିପଡ଼ା ଉପସ୍ୱାସ୍ଥ୍ୟ କେନ୍ଦ୍ର- ୫୦ ଡୋଜ
୪- ସୋରଣ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୫୦ ଡୋଜ

ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର

ମଣ୍ଡିରେ ପଡିଛି ଧାନ, କମ ଦରରେ ଧାନ ଉଠାଣ କରିବାକୁ ବିଭାଗ ଓ ମିଲର୍ସଙ୍କ ଚକ୍ରାନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ସମସ୍ତ ଧାନ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବା ଜଣାପଡିଛି। ଧର୍ମଗଡ ଉପଖଣ୍ଡରେ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ଥିବା ହେତୁ ରବି ଧାନ ଉତ୍ପାଦନରେ ବ୍ୟାପକ ବୃଦ୍ଧି ହୋଇଥିବା କାରଣରୁ କଳାହାଣ୍ଡି ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା କ୍ରମରେ ଦ୍ୱିତୀୟ ସ୍ଥାନରେ ଅଛି। ତେବେ ଯୋଗାଣ ବିଭାଗର ତ୍ରୁଟିପୂର୍ଣ୍ଣ ମଣ୍ଡି ବ୍ୟବସ୍ଥା ଯୋଗୁଁ ଚାଷୀମାନେ କଷ୍ଟ ଉପାର୍ଜିତ ଧାନକୁ ମଣ୍ଡି ମାନଙ୍କରେ ସୁବିଧାରେ ବିକ୍ରି କରିପାରୁନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଧାନକିଣାସଂସ୍ଥା ପାକ୍ସ ପାଖରେ ପର୍ଯ୍ୟାପ୍ତ ଗୋଦାମ ବ୍ୟବସ୍ଥା ରହିଥିଲେହେଁ ମଣ୍ଡିରୁ ଧାନ ଉଠାଣ ପାଇଁ ସର୍ବଦା ମିଲର୍ସଙ୍କ ଉପରେ ହିଁ ନିର୍ଭର କରୁଥିବା ଦେଖାଯାଇଥାଏ।

ଗତ ବନ୍ଦୋବସ୍ତ ପୂର୍ବରୁ ଥିବା ରେକର୍ଡ ଅନୁସାରେ ଅଣଜଳସେଚିତ ଥିବା ଜମି ଗୁଡିକ ପରବର୍ତି ପର୍ଯ୍ୟାୟରେ ଇନ୍ଦ୍ରାବତୀ କେନାଲ ଦ୍ୱାରା ଜଳସେଚନ ହେଉଥିଲେହେଁ ଚଳିତ ବନ୍ଦୋବସ୍ତରେ ପୂର୍ବଭଲି ଅଣଜଳସେଚିତ ହିଁ ଦର୍ଶାଯାଇଥିବା ହେତୁ ଅନେକ ଚାଷୀଙ୍କୁ ସେି ଜମିରୁ ଉତ୍ପାଦିତ ଧାନ ବିକିବା ପାଇଁ ପଂଜିକରଣରେ ବ୍ୟାପକ ଅସୁବିଧା ହୋଇଥିଲା। ଅନ୍ୟପକ୍ଷରେ ଟୋକନ ଇସ୍ୟୁ ହୋଇ ଧାନ ବିକିବା ପାଇଁ ପୂର୍ବରୁ ଏକମାସ ସମୟ ଦିଆଯାଉଥିବା ବେଳେ ଚଳିତ ରବି ଋତୁରେ ତାହା ସର୍ବାଧିକ ୧୫ ଦିନ ସମୟ ଦିଆଯାଇଥିବା ହେତୁ ବହୁ ଚାଷୀ ଧାନ ବିକିବାରେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ଚାଉଲ ସଂଗ୍ରହ ନୀତି ଅନୁସାରେ ମଣ୍ଡିକୁ ଧାନ ଆଣିବା ସହିତ ବସ୍ତା, ସୁତୁଲି ଠାରୁ ଆରମ୍ଭକରି ମଣ୍ଡି ପରିଚାଲନା ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ପାଣ୍ଠି ବ୍ୟବସ୍ଥା କରାଯାଇଥିଲେହେଁ ରାଜ୍ୟ ସରକାର ଯୋଗାଣ ବିଭାଗ ତରଫରୁ ମଣ୍ଡି ମାନଙ୍କରେ ସେସବୁର ବିନିଯୋଗ କରାଯାଉନଥିବା ଅଭିଯୋଗ ହେଉଛି। ମଣ୍ଡି ମାନଙ୍କରେ ଆବଶ୍ୟକୀୟ ଭିତିଭୂମି ଅଭାବ ହେତୁ ଧାନକିଣା ସଂସ୍ଥା ମାନେ ସଂଲଗ୍ନିତ କଷ୍ଟମ ମିଲର୍ସଙ୍କ ଉପରେ ଭରସା କରିବାକୁ ବାଧ୍ୟ ହେଉଥିବା ଦେଖାଯାଇଥାଏ।

ଏସବୁ ବ୍ୟତୀତ ମଣ୍ଡିମାନଙ୍କରେ ମିଲର୍ସ ମାନଙ୍କ ମର୍ଜୀରେ ଧାନ ଉଠାଣ ହେଉଥିବା କାରଣରୁ ଅସାଧୁ ମିଲର୍ସମାନେ ବିଭିନ୍ନ ଷଡଯନ୍ତ୍ର କରି ଚାଷୀଙ୍କ ଧାନ ଉଠାଣରେ ଅଯଥା ବିଲମ୍ବ କରି ଅଧିକ ପରିମାଣ ଧାନ ହରିଲୁଟ କରୁଥିବାର ମଧ୍ୟ ଅଭିଯୋଗ ହେଉଛି। କାଗଜପତ୍ରରେ ଧାନକିଣାସଂସ୍ଥା ପାକ୍ସ/ଏସଏଚଜି ଚାଷୀଙ୍କ ଧାନ କିଣୁଥିବା ବେଳେ ବାସ୍ତବ ପକ୍ଷେ ମିଲର୍ସ ହିଁ ଧାନ କିଣିଥାଏ ଏବଂ ଏହାରି ସୁଯୋଗରେ ବ୍ୟାପକ ଭାବେ ଚାଷିଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇଥାଏ।

ଚାଷୀ ପଂଜିକରଣରେ ବ୍ୟାପକ ଜାଲିଆତି କରାଯାଉଥିବା ବେଳେ ସଂପୃକ୍ତ ରାଜସ୍ୱ ନୀରିକ୍ଷକ ମାନଙ୍କ ସହାୟତାରେ ଅସାଧୁ ମିଲର୍ସ-ପାକ୍ସ/ଏସଏଚଜି କର୍ମକର୍ତାଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବ୍ୟାପକ ଭାବେ ଫଲ୍ସ ଏଂଟ୍ରୀ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।

ଗତ ୩୦.୦୬.୨୦୨୧ ଦିନ ମଣ୍ଡି ବନ୍ଦ ହେବାପରେ ମଧ୍ୟ ମଣ୍ଡି ମାନଙ୍କରେ ଅନେକ ଚାଷୀଙ୍କ ଧାନ ପଡିରହିଛି। ସେସବୁ କିପରି ଭାବେ ବିକ୍ରୀ କରାଯିବ ତାହା ସନ୍ଦେହଜନକ ମନେହୁଏ। ବିଗତ ଦୁଇ ବର୍ଷ ତଳେ ଜୁନାଗଡ ବ୍ଲକ ହାବସପୁର ମଣ୍ଡିରେ ଜନୈକ ଚାଷିଙ୍କ ରବିଋତୁର ଧାନକୁ ସେପଟେମ୍ବର ମାସରେ ଯୋଗାଣ ବିଭାଗ ତତ୍ୱାବଧାନରେ ବିକ୍ରୀ କରାଯାଇଥିଲା ଏବଂ ସେହି ଧାନ କେଉଁ କ୍ରୟସଂସ୍ଥାର ଖାତାରେ ସଂଯୋଗ କରାଗଲା, କେଉଁ ହିସାବରେ ଚାଉଲ ଉଠାଣ କରାଗଲା ତାହାର ହିସାବ ଯେଗାଣ ବିଭାଗ ପାଖରେ ନାହିଁ।

ସେହିପରି ବିଗତ ବର୍ଷ ର ଖରିଫ ଓ ରବିରେ ମଣ୍ଡି ବନ୍ଦ ହେବାପରେ ମଧ୍ୟ ଅନେକ ଚାଷୀଙ୍କ ଧାନ କୁ ଯୋଗାଣ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇ କମ ମୂଲ୍ୟରେ ବିକ୍ରୀ କରାଯାଇଥିବାର ଚାଷୀ ମାନଙ୍କ ସୂତ୍ରରୁ ଜଣାପଡିଛି। ତେବେ ସେହି ଧାନ ସବୁ କେଉଁ କ୍ରୟସଂସ୍ଥାର ଖାତାରେ ସଂଯୋଗ କରାଗଲା, କେଉଁ ହିସାବରେ ଚାଉଲ ଉଠାଣ କରାଗଲା ସେହି ଧାନ ବିକ୍ରୀର ମାର୍କେଟ ଫିଜ ଅସୁଲି କରାଗଲା କି ନାହିଁ ଇତ୍ୟାଦି ର ହିସାବ କିପରି ମିଳିବ ତାହା ମୂଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଇତିମଧ୍ୟରେ ଦାସିଗାଁ ଧାନମଣ୍ଡିର ଧାନ ସବୁକୁ ଦଲାଲ ମାଧ୍ୟମରେ କମ ମୂଲ୍ୟରେ କିଣାଯାଇ ଚାଲାଣ କରାଯାଉଥିବା ବେଳେ ତାହା ସ୍ଥାନୀୟ ଚାଷୀ ମାନଙ୍କ ଦ୍ୱାରା ଅଟକ ରଖାଯାଇଥିବା ଜଣାପଡିଥିଲା। ଅଦ୍ୟାବଧି ଅନେକ ଚାଷୀଙ୍କ ଟୋକନ ଲାପ୍ସ, ଟୋକନ ଆସିନଥିବା ଏବଂ ଚାଷିପଂଜିକରଣରେ ଅସୁବିଧା ହୋଇଥିବା ଚାଷୀଙ୍କ ଧାନ ସବୁ ମଣ୍ଡିରେ ପଡିରହିଥିବା ବେଳେ ତାହା ଯୋଗାଣ ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ସେସବୁ ଧାନକୁ ଯେଣତେଣ ପ୍ରକାରେ ଉଠାଣ କରିଦେବାକୁ କିଛି ଅସାଧୁ ପଦାଧିକାରୀ ଓ ଅସାଧୁ ମିଲର୍ସ ମାନଙ୍କ ମଧୁଚନ୍ଦ୍ରିକା ହୋଇ କମ ମୂଲ୍ୟରେ ଧାନ ଉଠାଣ କରିଦେବାକୁ ଚକ୍ରାନ୍ତ କରୁଥିବା ଜଣାପଡିଛି।

ହେଲେ ବିଗତ ବର୍ଷ ମାନଙ୍କରେ ଏଭଲି ଭାବେ କମ ଦରରେ କିଣାଯାଇ ଧାନ ଉଠାଣ କରାଯାଇଥିବା ବେଳେ ସେସବୁର ହିସାବପତ୍ର ମିଳୁନଥିବା ବେଳେ ଚଳିତ ବର୍ଷ ହଜାର ହଜାର କ୍ୱିଂଟାଲ ଧାନ ବିନା କାଗଜାତରେ କମଦରରେ ଆପୋଷ ବୁଝାମଣା ମାଧ୍ୟମରେ କିଣାଯାଇ କିପରି ଭାବେ ହିସାବକୁ ଅଣାଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏସବୁ କାରବାରରେ ଫଲ୍ସ ଏଂଟ୍ରୀ ହିଁ ଏକମାତ୍ର ରାସ୍ତା ଏବଂ ଗତବର୍ଷର କମଦରରେ କିଣାଯାଇଥିବା ଧାନକୁ ଚଳିତ ବର୍ଷ ଫଲ୍ସ ଏଂଟ୍ରୀ ମାଧ୍ୟମରେ କାଗଜାତ କରାଯାଇଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ। ଯୋଗାଣ ବିଭାଗ ସାମନାରେ ଏଭଲି ଏକ କୋଟୀ କୋଟୀ ଟଙ୍କାର ବାଟମାରଣା ଷଡଯନ୍ତ୍ର ସଂପର୍କରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ନିରପେକ୍ଷ ତଦନ୍ତ କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ଚାଷି ମହଲରେ ଦାବୀ ହେଉଛି।