Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୪: ସୁସ୍ଥ ହେଲେ ୩୩୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୩୯୧ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୧ ହଜାର ୬୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୦୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୧୨୦ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୫୯୫, ଖୋର୍ଦ୍ଧାରୁ ୫୪୨, ବାଲେଶ୍ବରରୁ ୨୫୮, ଯାଜପୁରରୁ ୨୦୪, ମୟୂରଭଞ୍ଜରୁ ୧୯୩, ପୁରୀରୁ ୧୭୯, ଭଦ୍ରକରୁ ୧୪୪, ନୟାଗଡରୁ ୧୦୪, ଜଗତସିଂହପୁରରୁ ୮୭, କୋରାପୁଟରୁ ୭୭, କେନ୍ଦ୍ରାପଡାରୁ ୭୬, ମାଲକାନାଗିରିରୁ ୬୪, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୮, ସୁନ୍ଦରଗଡରୁ ୫୩, ରାୟଗଡାରୁ ୫୧, କେନ୍ଦୁଝରରୁ ୫୦, କନ୍ଧମାଳରୁ ୩୭, ବରଗଡରୁ ୩୪, ନବରଙ୍ଗପୁରରୁ ୩୩, ବଲାଙ୍ଗୀରିରୁ ୨୫, ସମ୍ବଲପୁରରୁ ୧୮, କଳାହାଣ୍ଡିରୁ ୧୬, ସୋନପୁରରୁ ୧୪, ଗଞ୍ଜାମରୁ ୧୦, ଝାରସୁଗୁଡାରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ଦେବଗଡରୁ ୭, ଗଜପତିରୁ ୬ ଏବଂ ଷ୍ଟେଟ ପୁଲରୁ ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯ ହଜାର ୬୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୨୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୩୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ଲାଗୁ ହେବ ‘ଟୁ ଚାଇଲ୍ଡ ପଲିସି’!: ଦୁଇରୁ ଅଧିକ ସନ୍ତାନ ରଖିଥିଲେ ଉପୁଜିବ ଏଭଳି ସମସ୍ୟା

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଅନ୍ତରାଷ୍ଟ୍ରୀୟ ଜନସଂଖ୍ୟା ଦିବସ। ଏହି ଉପଲକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏକ ବଡ ଘୋଷଣା କରିପାରନ୍ତି। ଉତ୍ତରପ୍ରଦେଶରେ “ଟୁ ଚାଇଲ୍ଡ ପଲିସି” ର ଘୋଷଣା କରିପାରନ୍ତି। ତେଣୁ ଏଥିପାଇଁ ଉତ୍ତରପ୍ରଦେଶ ରାଜ୍ୟ ଆଇନ ଆୟୋଗ ଦ୍ଵାରା ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକର ପ୍ରଥମ ଡ୍ରାଫ୍ଟ ଜାରି କରିଛନ୍ତି। ଏଥିରେ ଦୁଇରୁ ଅଧିକ ସନ୍ତାନ ରଖିଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଏବଂ ସରକାରୀ ଯୋଜନାରୁ ବଞ୍ଚିତ ରଖିବାକୁ ନିର୍ଦ୍ଦେଶ ହୋଇଛି।

ଏହାସହିତ ସ୍ଥାନୀୟ ନିର୍ବାଚନ ଲଢିବା ପାଇଁ ମଧ୍ୟ ସୁଯୋଗ ମିଳିବ ନାହିଁ। ସରକାରୀ ଚାକିରୀ ପାଇଁ ଆବେଦନ କରିବା ଉପରେ ମଧ୍ୟ କଟକଣା ଲାଗିବ। ରାସନ କାର୍ଡରେ କେବଳ ୪ ଜଣ ସଦସ୍ୟଙ୍କୁ ରାସନ ମିଳିବା ପାଇଁ ପ୍ରବଧାନ ରହିବ। ଯେଉଁମାନେ ଦୁଇରୁ ଅଧିକ ସନ୍ତାନ ରଖିଛନ୍ତି, ସେମାନଙ୍କର ପଦୋନ୍ନତି ଲାଗିବା ନେଇ ଡ୍ରାଫ୍ଟରେ ଉଲ୍ଲେଖ ଅଛି।

ଡ୍ରାଫ୍ଟ ଅନୁଯାୟୀ, ଯଦି ରାଜ୍ୟରେ ଏହି ନିୟମ ଲାଗୁ ହୁଏ, ତେବେ ଏକ ବର୍ଷ ଭିତରେ ସରକାରୀ କର୍ମଚାରୀମାନେ, ସ୍ଥାନୀୟ ନିର୍ବାଚନରେ ନିର୍ବାଚିତ ପ୍ରତିନିଧୀମାନଙ୍କୁ ଏହାର ଶପଥ ପତ୍ର ଦେବାକୁ ପଡିବ। ସେମାନେ ସମସ୍ତେ ଦୁଇରୁ ଅଧିକ ସନ୍ତାନ ନକରିବା ପାଇଁ ଶପଥ ପତ୍ର ଦେବେ। ଯଦି ଏହାର ଉଲ୍ଲଂଘନ କରନ୍ତି, ତେବେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବନ୍ଦ ହୋଇପାରେ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ରଦ୍ଦ ହୋଇପାରେ।

ଅନୁରୂପ ଭାବେ, ଯେଉଁ ବ୍ୟକ୍ତି ଏହି ନିୟମର ପାଳନ କରନ୍ତି, ସେମାନଙ୍କୁ ଅନେକ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବା ନେଇ ଡ୍ରାଫ୍ଟରେ ଉଲ୍ଲେଖ ଅଛି। ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଯୋଜନା ଅନୁଯାୟୀ ଚାକିରୀ ସମୟରେ ଅତିରିକ୍ତ ଦରମା ବୃଦ୍ଧି, ଜମି କିମ୍ବା ଘର କିଣିବା ପାଇଁ ସବସିଡି ବ୍ୟବସ୍ଥା ଇତ୍ୟାଦି କରାଯିବ ବୋଲି ଡ୍ରାଫ୍ଟରେ ଉଲ୍ଲେଖ ଅଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ମନୋରଂଜନ

ଦ୍ଵିତୀୟ ଥର ପାଇଁ ବାପା ମା’ ହେଲେ ଗୀତା ବସରା ଏବଂ ହରଭଜନ ସିଂହ: ଜନ୍ମ ଦେଲେ ପୁତ୍ର ସନ୍ତାନ

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ପୂର୍ବତନ କ୍ରିକେଟ ଖେଳାଳି ହରଭଜନ ସିଂହଙ୍କ ପତ୍ନୀ ଗୀତା ବସରା ଦ୍ଵିତୀୟ ସନ୍ତାନର ମା’ ହୋଇଛନ୍ତି। ଗୀତା ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୂର୍ବରୁ ଏହି ଦମ୍ପତି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ମା’ ବାପା ହେବାରେ ସୌଭାଗ୍ୟ ଲାଭ କରିଥିଲେ।

ତେବେ ସେମାନେ ତାଙ୍କ ଝିଅର ନାମ ହିନାୟା ରଖିଛନ୍ତି। ଜୁଲାଇ ୨୭ ତାରିଖ ୨୦୧୬ରେ ହିନାୟାର ଜନ୍ମ ହୋଇଥିଲା। ବର୍ତ୍ତମାନ ନୂଆ ଅତିଥିକୁ ପାଇ ହରଭଜନ ଏବଂ ଗୀତା ବହୁତ ଖୁସି ନଜର ଆସିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗୀତା ବସରା ୨୦୧୫ ମସିହା ୨୯ ଅକ୍ଟୋବର ଦିନ ହରଭଜନ ସିଂହଙ୍କୁ ପଞ୍ଜାବର ଜଳନ୍ଧରରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କ୍ରିକେଟ ଜଗତ ଏବଂ ସିନେମା ଜଗତର ବହୁ ତାରକାମାନେ ସାମିଲ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଟ୍ରେନ ଟିକେଟ ବାତିଲ କରୁଥିଲେ ଦୟାକରି ଏହି ନିୟମକୁ ଧ୍ୟାନରେ ରଖନ୍ତୁ, ନଚେତ ସବୁ ପଇସା ବୁଡିଯିବ

ଭୁବନେଶ୍ବର, ଅନେକ ସମୟରେ ଯାତ୍ରୀମାନେ ଟ୍ରେନ ଟିକେଟ କରି ହଠାତ ତାହାକୁ ବାତିଲ ବା କ୍ୟାନସଲ କରିବାକୁ ପଡିଥାଏ। ଟିକେଟ କନର୍ଫମ ନ ହେବା ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ଯାତ୍ରୀମାନେ ଟିକେଟ ବାତିଲ କରିଥାନ୍ତି। ତେବେ ଟିକେଟ ବାତିଲ ସମୟରେ ରେଳବାଇର କେତକ ନିୟମ ଉପରେ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। କାରଣ ଏହାକୁ ଧ୍ୟାନରେ ନ ରଖିଲେ ହୁଏତ ଆପଣଙ୍କ ଫେରସ୍ତରୁ ଅଧିକା ପଇସା କଟି ଯାଇପାରେ। ଏପରିକି ସମସ୍ତ ପଇସା ମଧ୍ୟ ବୁଡିଯିବାର ସମ୍ଭାବନା ରହିଛି। ସେଥିପାଇଁ ଏହି ନିୟମ ବିଷୟରେ ସମସ୍ତେ ଜାଣି ରଖିବା ଉଚିତ।

ଯଦି ଆପଣଙ୍କ ଟିକେଟ RAC ବା ୱେଟିଂ ଲିଷ୍ଟରେ ଅଛି ତାହା ହେଲେ କିପରି ବାତିଲ କରିବେ

ସାଧାରଣତଃ ଟ୍ରେନ ଛାଡିବାର ବହୁ ପୂର୍ବରୁ ଟିକେଟ କନଫର୍ମର ଏକ ଚାର୍ଟ ବାହାରେ। ସେହି ଚାର୍ଟରେ ଯଦି ଆପଣଙ୍କ ଟିକେଟ RAC କିମ୍ବା ୱେଟିଂ ଲିଷ୍ଟରେ ରହିଲା ତାହା ହେଲେ ଆପଣ ଟ୍ରେନ ଛାଡିବାର 30 ମିନଟ ପୂର୍ବରୁ ଟିକେଟ ଫେରସ୍ତ କରି ଦିଅନ୍ତୁ। କାରଣ ଏହାଠାରୁ ଅଧିକ ସମୟ ଅପେକ୍ଷା କଲେ ଅଧିକ ଚାର୍ଯ୍ୟ ଲାଗିଯିବ। ଏହି ସମୟ ଭିତରେ ଯଦି ଆପଣ ସ୍ଲିପର କ୍ଲାସ ଟିକେଟ ଫେରସ୍ତ କଲେ ତେବେ ଆପଣଙ୍କର ମୂଳ ପଇସାରୁ 60 ଟଙ୍କା କଟି ବାକି ପଇସା ଫେରସ୍ତ ମିଳିବ। ଯଦି ଏସି ଟିକେଟ କରିଛନ୍ତି ତେବେ ତାହାକୁ ବାଲିତ କଲେ ଆପଣଙ୍କର ମବଳ ପଇସାରୁ 65 ଟଙ୍କା କଟିବ।

ଯଦି ଆପଣ କନର୍ଫମ ଟିକେଟ ବାତିଲ କରିବେ ତେବେ କଣ ହେବ

ଆପଣଙ୍କ ଟିକେଟ ଯଦି କନଫର୍ମ ହୋଇସାରିଛି , ହେଲେ କୌଣସି କାରଣରୁ ତାହାକୁ ବାତିଲ କରିବେ ତେବେ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯଦି ଆପଣ ନିୟମ ଅନୁସାରେ ଟିକେଟ ଫେରସ୍ତ ନ କରିବେ ତେବେ ଫେରସ୍ତରେ କୌଣସି ଅର୍ଥ ମିଳିବ ନାହିଁ। ସେଥିପାଇଁ ବିଶେଷ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଯଦି ଠିକ ନିୟମ ଅନୁସାରେ ଆପଣ ଟିକେଟ ଫେରସ୍ତ କରିବେ ତେବେ ଖୁବ କମ ପଇସା କଟିବ।

ଜାଣନ୍ତୁ କନଫର୍ମ ଟିକେଟ ବାତିଲ କଲେ କଣ ରହିଛି ନିୟମ

ଯଦି ଆପଣଙ୍କ ଟିକେଟ କନର୍ଫମ ଅଛି ତେବେ ଟ୍ରେନ ଛାଡିବା ନିର୍ଦ୍ଧିରିତ ସମୟର 48 ଘଣ୍ଟା ପୂର୍ବରୁ ବାତିଲ କରନ୍ତୁ। ଏହା ଦ୍ବାରା ସାଧାରଣ କ୍ଲାସ ଟିକେଟ ପାଇଁ 60 ଟଙ୍କା ଲେଖାଏ ପ୍ରତି ଯାତ୍ରୀ ପିଛା କଟିବ। ସେହିପରି ସ୍ଲିପର କ୍ଲାସ ବାତିଲ ପାଇଁ 120 ଟଙ୍କା କଟିବ। ସେହିପରି ଏସି ଚ୍ୟାୟର ଏବଂ ଥାର୍ଡ ଏସି ବାତିଲ ପାଇଁ 180 ଟଙ୍କା କଟିବ। ସେକେଣ୍ଡ ଏସି ପାଇଁ 200 ଟଙ୍କା ଏବଂ ଫାଷ୍ଟ ଏସି ବା ଏକ୍ସୁକେଟିଭ କ୍ଲାସ ପାଇଁ 240 ଟଙ୍କା କଟିବ। ଏଥିସହିତ ଜିଏସଟି ମଧ୍ୟ ଲାଗିବ।

ଯଦି ଆପଣ 48 ଘଣ୍ଟା ପୂର୍ବରୁ ଟିକେଟ ଫେରସ୍ତ କରି ନାହାଁନ୍ତି ତେବେ ସେଥିରେ ଅଧିକ ଚାର୍ଯ୍ୟ ଲାଗିବ। ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 48 ଘଣ୍ଟା ଭିତରେ କିମ୍ବା 12 ଘଣ୍ଟା ପୂର୍ବରୁ ଫେରସ୍ତ କଲେ 25 ପ୍ରତିଶତ ମୂଲ୍ୟ ହ୍ରାସ ହେବ। ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 12 ଘଣ୍ଟା ଭିତରେ ଟିକେଟ ବାତିଲ କଲେ ତେବେ 50 ପ୍ରତିଶତ ମୂଲ୍ୟ କଟିଯିବ। ହେଲେ ସାବଧାନ,ଟ୍ରେନ ଛାଡିବାର 4 ଘଣ୍ଟା ପୂର୍ବରୁ ଟିକେଟ ବାତିଲ ନ କଲେ ଆପଣଙ୍କୁ କୌଣସି ଫେରସ୍ତ ହେବ ନାହିଁ।

ସେଥିପାଇଁ ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 12 ଘଣ୍ଟା ପୂର୍ବରୁ କନଫର୍ମ ଟିକେଟ ଯାତ୍ରା ଧ୍ୟାନ ଦେବା ଉଚିତ। ସେହିପରି ୱେଟିଂ ଲିଷ୍ଟ ବା RAC ଯାତ୍ରୀମାନେ ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର 30 ମିନଟ ପୂର୍ବରୁ ଟିକଟ ବାତିଲ କରିବା ପାଇଁ ଚେଷ୍ଠା କରନ୍ତୁ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଘୋଷଣା ହେଲା ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ନୂଆ ତାରିଖ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ଖେଳ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜ ପାଇଁ ତାରିଖ ଘୋଷଣା ହୋଇଛି। ଶ୍ରୀଲଙ୍କା ଟିମ ଶିବିରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସିରିଜର ତାରିଖରେ ପରିବର୍ତ୍ତନ କରାଯାଇଥିଲା। ଏହି ସିରିଜର ପ୍ରଥମ ମ୍ୟାଚ ୧୩ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଏହାର ପ୍ରଥମ ମ୍ୟାଚ ୧୮ ତାରିଖରୁ ଆରମ୍ଭ ହେବ। ଏହି ସିରିଜରେ ୩ ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳାଯିବ। ତେବେ ପ୍ରଥମ ଦିନିକିଆ ଜୁଲାଇ ୧୮ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୦ ତାରିଖ ଏବଂ ତୃତୀୟ ମ୍ୟାଚଟି ୨୩ ତାରିଖରେ ଖେଳାଯିବ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ବିଶ୍ଳେଷକ ଜିଟି ନିରୋସନ ବ୍ରିଟେନରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ଫଳରେ ଶ୍ରୀଲଙ୍କା ଖେଳାଳିଙ୍କୁ ୩ ଦିନ ପୃଥକବାସ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦିନିକିଆ ସିରିଜ ୧୩ ତାରିଖ ଠାରୁ ଆରମ୍ଭ ହେବାର ଥିଲା ଏବଂ ଦ୍ଵିତୀୟ ଓ ତୃତୀୟ ମ୍ୟାଚ ୧୬ ତାରିଖ ଏବଂ ୧୮ ତାରିଖରେ ହେବାକୁ ଥିଲା।

ସେହିଭଳି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୩ ତାରିଖ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୨୫ ତାରିଖରେ ଖେଳାଯିବାକୁ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଦୁଇ ଗୁରୁତର ଯବାନଙ୍କୁ ନିଜ ହେଲିକ୍ୟାପ୍ଟରରେ ଏୟାରଲିଫ୍ଟ କଲେ ଡିଜି

ଭୁବନେଶ୍ବର: ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ଫୁଲବାଣୀ-ବୌଦ୍ଧ ସୀମାରେ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ୮ ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଛି। ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ଯବାନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଛି।

କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନିଜ ହେଲିକ୍ୟାପ୍ଟରରେ ଆହାତ ଜବାନଙ୍କୁ ଡିଜି ଭୁବନଶ୍ଵର ଏୟାରଲିଫ୍ଟ କରିଛନ୍ତି। ବର୍ତ୍ତମାନ ସେମାନଙ୍କୁ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାରେ ପ୍ରାଥମିକ ବୁଣାକାର ସହଯୋଗ ସମିତିକୁ ଆର୍ଥିକ ପ୍ରୋତ୍ସାହନ

ରମେଶ ମହାନ୍ତି
ଜଗତସିଂହପୁର: ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣ ସମୟରେ ଜଗତସିଂହପୁର ଜିଲ୍ଲାର ପ୍ରାଥମିକ ବୁଣାକାର ସହଯୋଗ ସମିତି ମାନଙ୍କୁ ରାଜ୍ୟ ସ୍ତରୀୟ ମାର୍କେଟିଂ ସଂଗଠନ ମାନଙ୍କ ସହିତ ବୟନଶିଳ୍ପ ଉତ୍ପାଦ ସାମଗ୍ରୀ କିଣାବିକା ନିମନ୍ତେ ସଂଯୋଗୀକରଣ କରାଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷରେ ବଡବାଗ ପ୍ରାଥମିକ ବୁଣାକାର ସହଯୋଗ ସମିତି (ପି.ଏଚ୍.ସି.ଏସ୍)କୁ ବୟନିକା ଅନୁଷ୍ଠାନ ମାଧ୍ୟମରେ ୩୨.୨୫ ଲକ୍ଷ ଓ ୨୦୨୧-୨୨ ବର୍ଷ ପାଇଁ ୫.୫୭ ଲକ୍ଷ ଟଙ୍କା ଏବଂ ଉତ୍କଳିକା ଅନୁଷ୍ଠାନ ମାଧ୍ୟମରେ ୨୦୨୦-୨୧ ବର୍ଷରେ ୪.୫୧ଲକ୍ଷ ଏବଂ ୨୦୨୧-୨୨ ବର୍ଷ ପାଇଁ ୨.୧୪ଲକ୍ଷ ମାର୍କେଟିଂ ନିମନ୍ତେ ସଂଯୋଗ କରାଯାଇଛି।

ସେହିପରି ୨୦୨୦-୨୧ ବର୍ଷରେ ବୟନିକା ସହିତ ଶ୍ରୀ ଶ୍ରୀ ପାର୍ବତୀ (ପି.ଏଚ୍.ସି.ଏସ୍) ୦.୬୭ଲକ୍ଷ , ବାସୁଦେବ ଶ୍ରୀ ସାରଳା (ପି.ଏଚ୍.ସି.ଏସ୍)୮.୫୦ ଲକ୍ଷ, ଜଗନ୍ନାଥପୁର (ପି.ଏଚ୍.ସି.ଏସ୍) ୭ଲକ୍ଷ, ଓଡିଶୋ (ପି.ଏଚ୍.ସି.ଏସ୍) ୧୮.୬୬ ଲକ୍ଷ, ଅଲଣାହାଟ (ପି.ଏଚ୍.ସି.ଏସ୍)୩.୧୭ ଲକ୍ଷ, କେନ୍ଦାଳ (ପି.ଏଚ୍.ସି.ଏସ୍) ୩.୦୧ ଲକ୍ଷ ,ନେତାଜୀ (ପି.ଏଚ୍.ସି.ଏସ୍) ୫.୫୧ ଲକ୍ଷ, ଶ୍ରୀ ଦୁର୍ଗା (ପି.ଏଚ୍.ସି.ଏସ୍) ୧.୭୦ ଲକ୍ଷ ଟଙ୍କା ବଜାର କିଣାବିକା ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ସେହିପରି ସିଦ୍ଧ ବାନାମ୍ବର ସମିତିକୁ ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ୨୦୨୦-୨୧ ବର୍ଷ ପାଇଁ ୧୦.୫୦ ଲକ୍ଷ ଓ ୨୦୨୧-୨୨ ବର୍ଷ ପାଇଁ ୧.୬୭ ଲକ୍ଷ ମାର୍କେଟିଂ ସୁବିଧା ଯୋଗାଇ ଦିଆଯାଇଛି।

ଗତ ଜୁଲାଇ ୭ ତାରିଖରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୪୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୨ଜଣ ବୁଣାକାରଙ୍କୁ ତନ୍ତ ନିମନ୍ତେ ୩୬ ହଜାର ଟଙ୍କା, ୬ ଜଣଙ୍କୁ ତନ୍ତ ସହିତ ଉପସାଧନ ସାମଗ୍ରୀ ନିମନ୍ତେ ୧.୨୯.୬୦୦ ଟଙ୍କା ଓ ୩୯ ଜଣ ବୁଣାକାରଙ୍କୁ ବୁଣାବୁଣି ସାମଗ୍ରୀ ନିମନ୍ତେ ୧.୪୦.୪୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲାର ମାଟ୍ରିକ୍ ଟପ୍ପରଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ରମେଶ ମହାନ୍ତି
ଜଗତସିଂହପୁର: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ନମ୍ବର ରଖିଥିବା ନାଉଗାଁ ଦହିପାଳ ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ମୋନାଲିସା ବିଶ୍ୱାଳଙ୍କୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଉନ୍ନତ ଭବିଷ୍ୟତ କାମନା କରିଥିଲେ। ତାଙ୍କର ଉଚ୍ଚଶିକ୍ଷା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ଚେକ୍ ଜରିଆରେ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ଜରୁରୀ ଅଧିକାରୀ ଅଜୟ କୁମାର ମହାନ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଶ୍ରୀଲଙ୍କା ସିରିଜର କାର୍ଯ୍ୟକ୍ରମରେ ହେଲା ପରିବର୍ତ୍ତନ: ୧୩ ତାରିଖ ବଦଳରେ ଏହି ତାରିଖରୁ ଆରମ୍ଭ ହେବ ଖେଳ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିମିତି ଓଭର ସିରିଜର ତାରିଖରେ ପରିବର୍ତ୍ତନ କରାଯାଇଛି। ଏହି ସିରିଜରେ ୩ ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହାର ତାରିଖରେ ପରିବର୍ତ୍ତନ ହୋଇଛି। ଶ୍ରୀଲଙ୍କା ଟିମ ଶିବିରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସିରିଜକୁ ୧୩ ତାରିଖ ବଦଳରେ ୧୭ ତାରିଖରୁ ଆରମ୍ଭ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ବିଶ୍ଳେଷକ ଜିଟି ନିରୋସନ ବ୍ରିଟେନରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଶ୍ରୀଲଙ୍କା ଖେଳାଳିଙ୍କୁ ୩ ଦିନ ପୃଥକବାସ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦିନିକିଆ ସିରିଜ ୧୩ ତାରିଖ ଠାରୁ ଆରମ୍ଭ ହେବାର ଥିଲା ଏବଂ ଦ୍ଵିତୀୟ ଓ ତୃତୀୟ ମ୍ୟାଚ ୧୬ ତାରିଖ ଏବଂ ୧୮ ତାରିଖରେ ହେବାକୁ ଥିଲା।

ସେହିଭଳି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୩ ତାରିଖ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୨୫ ତାରିଖରେ ଖେଳାଯିବାକୁ ଥିଲା।

Categories
ଆଜିର ଖବର ଜାତୀୟ ଖବର

‘ମୁଁ ହିନ୍ଦୁ’, ଆମର ପୂର୍ବ ପୁରୁଷମାନେ ମୁସଲିମ ଧର୍ମ ଗ୍ରହଣ କରିଥିଲେ: ନିତୀଶ କୁମାରଙ୍କ ମନ୍ତ୍ରୀ ଜମା ଖାନ

ପାଟଣା: ଜେଡ଼ିୟୁ ନେତା ତଥା ବିହାରର ସଂଖ୍ୟାଲଘୁ ସଂପ୍ରଦାୟ କଲ୍ୟାଣ ମନ୍ତ୍ରୀ ଜମା ଖାନ ଏକ ବଡ ବୟାନ ଦେଇଛନ୍ତି। ସେ ନିଜକୁ ହିନ୍ଦୁ ବୋଲି କହିଛନ୍ତି। ତାଙ୍କର ପୂର୍ବପୁରୁଷମାନେ ରାଜପୁତ ଥିଲେ ଏବଂ ଧର୍ମ ପରିବର୍ତ୍ତନ କରି ମୁସଲିମ ଧର୍ମ ଗ୍ରହଣ କରିଥିଲେ। ସେଥିପାଇଁ ସେମାନେ ମୁସଲିମ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି। ହଜିପୁରର ଏକ କାର୍ଯ୍ୟକ୍ରମରେ ଧର୍ମାନ୍ତରଣକୁ ନେଇ ଏକ ପ୍ରଶ୍ନରେ ଜମା ଖାନ କହିଛନ୍ତି ଯେ, ନିଜ ଇଚ୍ଛାରେ ଯଦି ଧର୍ମ ପରିବର୍ତ୍ତନ କରାଯାଉଛି, ତେବେ ଏଥିରେ କିଛି ଭୁଲ ନାହିଁ।

ସେ ଆହୁରି କହିଛନ୍ତି ଯେ, ଏବେ ବି ଆମର ସମ୍ପର୍କୀୟ ଅଧା ହିନ୍ଦୁ ଅଛନ୍ତିଏବଂ ଆମେ ସେମାନଙ୍କ ସହ ସାକ୍ଷାତ ମଧ୍ୟ କରୁଛୁ। ଏହି କାର୍ଯ୍ୟକ୍ରମରେ ଜମା ଖାନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୁସଲମାନମାନେ ଜେଡ଼ିୟୁକୁ ଭୋଟ ଦେଇନାହାନ୍ତି ବୋଲି ସେ କହିଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମୁସଲମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଜମା ଖାନ ବିହାରର ଚୈନପୁର ବିଧାନ ସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପ୍ରଥମେ ବହୁଜନ ସମାଜ ପାର୍ଟିର ସଦସ୍ୟ ଥିଲେ ଏବଂ ପରେ ଜେଡ଼ିୟୁରେ ସାମିଲ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୨ ହଜାର ୭୬୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୭୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୦୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୭ ଲକ୍ଷ ୯୫ ହଜାର ୭୧୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭ ହଜାର ୧୪୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୩୩ ହଜାର ୫୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୫ ହଜାର ୩୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇ ଏନ ଏସ ଚିଲିକାର ପାସିଙ୍ଗ ଆଉଟ ପ୍ୟାରେଡ଼ ସମାରୋହ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଭାରତୀୟ ନୌସେନା ଓ ତଟ ରରକ୍ଷୀ ବାହାନୀର ୧/୨୦୨୧ ବ୍ୟାଚର ସମୁଦାୟ ୨୧୪୨ ପ୍ରଶିକ୍ଷାର୍ଥୀ ଆଇଏନଏସ (INS) ଚିଲିକାରୁ ସ୍ନାତକ ହାସଲ କରିଛନ୍ତି। ଏ ଅବସରରେ ଗତକାଲି ଅନୁଷ୍ଠିତ ଏକ ପାସିଙ୍ଗ ଆଉଟ ପ୍ୟାରେଡ଼କୁ କେନ୍ଦ୍ରୀୟ ନୌସେନା ଏକାଡେମୀର କମାଡେଣ୍ଟ ଭାଇସ ଆଡ଼ମିରାଲ ଏମ ଏ ହାମ୍ପି ହୋଲି ନିରୀକ୍ଷିତ କରିଥିଲେ।

ଏହି ଅବସରରେ କୃତ୍ତି ପ୍ରଶିକ୍ଷାର୍ଥୀ ମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ଟ୍ରଫି ପ୍ରଦାନ କରିଥିଲେ।ଆଡିମୀରାଲ ପାସ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ଦକ୍ଷତାର ଉନ୍ନତି, ଜ୍ଞାନର ମୂଳଦୁଆ, ଶିଖିବାର ଇଛାଶକ୍ତି ଏବଂ ନିଜ ନିଜ ବୃତ୍ତିରେ ଉତ୍କର୍ଷ ହେବାକୁ ପରାମର୍ଶ ଦେଇଥିଲେ।

ଆଶିଷ କ୍ଷେତ୍ରି (SSR), ଗୁଲସନ କୁମାର(MR) ଏବଂ ଅଜିତ ସୁରେଶ ନାବିକ(GD) ଓ ନିଖିଲ ବିନୋଦ ରାଠୋର ନାବିକ(DB) ନିଜ ନିଜ ବିଭାଗରେ ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବରେ ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଭାଇସ ଆଡ଼ମିରାଲ ହାମ୍ପି ହୋଲି ୮ ଜୁଲାଇରେ ଏକ ଭେଲିଡେକ୍ଟୋରି କାର୍ଯ୍ୟକ୍ରମ ର ସାକ୍ଷୀ ହୋଇଥିଲେ। ଯେଉଁ କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଶିବାଜି ଡିଭିଜନକୁ ଚାମ୍ପିୟାନ ଟ୍ରଫି ଏବଂ ଏକଲବ୍ୟ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆଇଏନଏସ ଚିଲିକାର ଦ୍ଵିଭାସି ପତ୍ରିକା “ଅଙ୍କୁର”ର ଗ୍ରୀଷ୍ମ ସଂସ୍କରଣକୁ ଭାଇସ ଆଡ଼ମିରାଲ ଉନ୍ମୋଚନ କରିଥିବା ବେଳେ ଆଇଏନଏସ ଚିଲିକାର କମାଣ ଅଧିକାରୀ କମୋଡର ଏନପି ପ୍ରଦୀପ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୫୩୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୩୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୭ ଜଣ, ଗଞ୍ଜାମ, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ ଲେଖାଏଁ ଏବଂ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଳାହାଣ୍ଡି, ନୟାଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଗଜପତି, ଯାଜପୁର, ଝାରସୁଗୁଡା, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬ ହଜାର ୫୧୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୬ ହଜାର ୩୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୩୩ କୁ ବୃଦ୍ଧି ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ, ଭାରତୀୟ ରାଜନୀତିରେ ଜଣେ ଜନାଦୃତ ବ୍ୟକ୍ତିତ୍ବ

ନୂଆଦିଲ୍ଲୀ, ଆଜି ଭାରତୀୟ ରାଜନୀତିର ଜଣେ ଓଜନଦାର ନେତା ରାଜନାଥ ସିଂଙ୍କର ଜନ୍ମ ଦିନ । 70 ବର୍ଷ ବୟସରେ ପଦାର୍ପଣ କଲେ ରାଜନାଥ। ଭାରତୀୟ ଜନତା ପାର୍ଟିରେ ରାଜନାଥ ସିଂ ହେଉଛନ୍ତି ଜଣେ ପ୍ରତିଷ୍ଠିତ ତଥା ଜନାଦୃତ ନେତା। ପଦାର୍ଥ ବିଜ୍ଞାନ ଅଧ୍ୟାପକରୁ ରାଜନେତା ହୋଇଥିବା ରାଜନାଥ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି।

10 ଜୁଲାଇ 1951 ମସିହାରେ ଉତ୍ତର ପ୍ରଦେଶର ଭବହୁରାର ଏକ କୃଷି ପରିବାରରେ ହେଉଛି ତାଙ୍କର ଜନ୍ମ। ରାଜନାଥ ଗୋରଖପୁର ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରି ମିର୍ଜାପୁର କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ।

ରାଜନାଥ 16 ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ଜଡିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। ପରେ ସେ 1972 ମସିହାରେ ସଂଘର ମିର୍ଜାପୁର ୟୁନିଟର ସଚିବ ଭାବରେ କାର୍ଯ୍ୟ କରିଥିଲେ। ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲରେ ଥିଲେ। ତାହା ହିଁ ତାଙ୍କ ପାଇଁ ଲୋକପ୍ରିୟତା ଆଣି ଦେଇଥିଲା। ସେହି ଲୋକପ୍ରିୟତା ଆଧାରରେ ସେ 1980 ରେ ବିଜେପିରେ ଯୋଗ ଦେଇଥିଲେ।

2014 ସାଧାରଣ ନିର୍ବାଚନରେ ​​ଦଳର ଚମତ୍କାର ବିଜୟ ପଛରେ ରାଜନାଥଙ୍କ ଥିଲା ପ୍ରମୁଖ ଭୂମିକା। ସୁଷମା ସ୍ୱରାଜ ଏବଂ ଏଲ.କେ ଆଡଭାନୀଙ୍କ ପରି ବରିଷ୍ଠ ନେତାଙ୍କ କଡ଼ା ସମାଲୋଚନା ସତ୍ତ୍ୱେ ନରେନ୍ଦ୍ର ମୋଦୀଙ୍କୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । 2014 ରେ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ବହୁମତ ହାସଲ କରିବା ପରେ ରାଜନାଥଙ୍କୁ ଗୃହ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଥିଲା।

ସେ ଉତ୍ତରପ୍ରଦେଶରେ ପ୍ରଥମ ବିଜେପି ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ସେତେବେଳେ ସେ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଥିଲେ। ରାଜ୍ୟରେ କପି ବିରୋଧୀ ଆଇନିକୁ ନେଇ ରାଜନାଥ ସିଂ ବିବାଦୀୟ ହୋଇପଡି ଥିଲେ। ସେ ପ୍ରଥମ ଥର ସ୍କୁଲ ପାଠ୍ୟକ୍ରମରେ ବେଦିକ୍ ଗଣିତକୁ ପ୍ରଚଳନ କରିଥିଲେ।

ରାଜନାଥ 2000 ରୁ 2002 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ 2003 ମସିହାରେ କେନ୍ଦ୍ର କୃଷି ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ। ସେ ଡିସେମ୍ବର 31, 2005 ରୁ ଡିସେମ୍ବର 19, 2009 ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ହୋଇଥିଲେ। ନୀତିନ ଗଡକରୀ 2013 ମସିହାରେ ଇସ୍ତଫା ଦେବା ପରେ ସେ ପୁନର୍ବାର ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।

ବର୍ତ୍ତମାନ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରାଇ ପାରିଛନ୍ତି। ବିଜେପିର ହାତ ଗଣତି ଯେଉଁ କେତେଜଣ ଲୋକପ୍ରିୟ ନେତା ଅଛନ୍ତି ସେମାନଙ୍କ ମଧ୍ୟରୁ ରାଜନାଥ ସିଂ ସର୍ବାଗ୍ରେ ରହିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୩୩୪  ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୯୯୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬ ହଜାର ୫୧୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୬ ହଜାର ୩୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୩୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୮୦ ଜଣ, କଟକ ଜିଲ୍ଲାରୁ ୩୭୧ ଜଣ, ଅନୁଗୁଳ ଜିଲ୍ଲାରୁ ୬୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬୪ ଜଣ, ବରଗଡ ଜିଲ୍ଲାରୁ ୧୭ ଜଣ, ଭଦ୍ରକ ଜିଲ୍ଲାରୁ ୧୨୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲାରୁ ୧୩ ଜଣ, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୧ ଜଣ, ଯାଜପୁର ଜିଲ୍ଲାରୁ ୧୭୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୯ ଜଣ, କନ୍ଧମାଳ ଜିଲ୍ଲାରୁ ୨୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୯୬ ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ ଜଣ, କୋରାପୁଟ ଜିଲ୍ଲାରୁ ୧୯ ଜଣ, ମାଲକାନାଗିରି ଜିଲ୍ଲାରୁ ୧୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୦୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭ ଜଣ, ନୟାଗଡ ଜିଲ୍ଲାରୁ ୯୪ ଜଣ, ନୂଆପଡା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୧୦୬ ଜଣ, ରାୟଗଡା ଜିଲ୍ଲାରୁ ୩୮ ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ ଜଣ, ସୋନପୁର ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୭ ଜଣ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ଜୀବନରେ ଶ୍ରେଷ୍ଠତା କିପରି ଏବଂ କେଉଁଠି ମିଳେ ସେ ନେଇ କଣ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା

ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ।

ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ।

ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ ଜାଣିପାରିବେ। ଆଉ ଏହି ଗୁଣ ବିଷୟରେ ଅବଗତ ହେବା ପରେ ତାହାର ମାନବିକତାର ଶ୍ରେଷ୍ଠତା କେତେ ମାପି ହେବ।

ଚାହାଣୀରୁ କ୍ରୋଧ– ମଣିଷର ଚାହାଣୀରୁ କେତେ କ୍ରୋଧ ରହିଛି ତାହା ଜଣାପଡିବ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଆଜି ଜୁଲାଇ 10 ତାରିଖ ଶନିବାରରେ ଏହି ସାତୋଟି ରାଶି ପାଇଁ ଅଛି ଶୁଭ ଖବର

ମେଷ-କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେ କୈଣସି ଆସାଇନମେଣ୍ଟ କିମ୍ବା ପ୍ରୋଜେକ୍ଟ ଆପଣ ସମାପ୍ତ କଲେ ମଧ୍ୟ ସିନିୟରମାନଙ୍କୁ ପ୍ରଭାବିତ କରିବ ନାହିଁ ।

ବୃଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ମିଥୁନ-ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି । ଶିକ୍ଷା କ୍ଷେତ୍ରରେ କୋଚିଂ ସାହାଯ୍ୟରେ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାର ଆଶା ଅଛି । ବିବାହିତ ଲୋକମାନେ ଏହି ପବିତ୍ର ବନ୍ଧନରେ ବନ୍ଧା ହୋଇପାରିବେ । କାହାକୁ ବିଶେଷ ଦେଖାଇବାକୁ ଆପଣଙ୍କର ବହୁତ କିଛି ଅଛି ।

କର୍କଟ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ।  ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ପୂର୍ବରୁ, ଆପଣଙ୍କୁ ଅନେକ ଚତୁରତାର ସମାଧାନ କରିବାକୁ ପଡିବ । ଶିକ୍ଷା କ୍ଷେତ୍ରରେ ଦେବା ଏବଂ ଗ୍ରହଣ କରିବାର ସମାନ ପ୍ରସଙ୍ଗ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ସ୍ୱାସ୍ଥ୍ୟ ସନ୍ତୋଷଜନକ ହେବ ବୋଲି ଆଶା କରାଯାଉଛି ।

ସିଂହ- ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ । ଏକ କାର୍ଯ୍ୟକୁ ବିସ୍ତୃତ ଭାବରେ ଜାଣିବାର ଅଭ୍ୟାସ ଆପଣଙ୍କୁ ଲାଭ କରିବାକୁ ଯାଉଛି । ବାତିଲ ହୋଇଥିବା ଯାତ୍ରା ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି । ଆପଣ ପୂର୍ବ ଅପେକ୍ଷା ଅଧିକ ଫିଟ୍ ଏବଂ ଶକ୍ତି ଅନୁଭବ କରିବେ ।

କନ୍ୟା-ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି । ଆପଣ କିଣୁଥିବା ସମ୍ପତ୍ତି ଭଲ ରିଟର୍ନ ପାଇବା ଆରମ୍ଭ କରିବ । ଚାପଗ୍ରସ୍ତ ପରିବାର ପରିବେଶରେ ସକରାତ୍ମକ ପରିବର୍ତ୍ତନ ସମ୍ଭବ ।

ତୂଳା-ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ । ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଭଲ ପ୍ରସ୍ତୁତି ଲାଭବାନ ହେବାକୁ ଯାଉଛି। ଆର୍ଥିକ ସ୍ତରରେ ସୁରକ୍ଷିତ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୁରୁତ୍ୱ ବଢିବାର ଏକ ସମ୍ଭାବନା ଅଛି ।

ବିଛା-ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ ।  ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ । ଯଦି ଆପଣ କାର୍ଡକୁ ଭଲ ଖେଳୁଛନ୍ତି, ତେବେ ଆପଣଙ୍କର ଚାକିରି ବଜାର ଖୋଲିବାର ସୁଯୋଗ ନେଇପାରିବ । ଏକ ନୂତନ ଉଦ୍ୟୋଗ ପାଇଁ ଅର୍ଥ ପ୍ରଦାନ କଷ୍ଟକର ହେବ ।

ଧନୁ-ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି । ଜୀବାନସାଥୀଙ୍କ ନୀରବତା ଆପଣଙ୍କୁ ବ୍ୟଥିତ କରିପାରେ କିନ୍ତୁ ଆପଣ ନିଜ ଉପାୟରେ ଚେଷ୍ଟା ଜାରି ରଖିବେ । କାହାଠାରୁ ଉପହାର ଆପଣଙ୍କ ଉଦାସୀନ ମନର ଉତ୍ସାହକୁ ବଢାଇପାରେ ।

ମକର-  ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ । ବୃତିଗତ କ୍ଷେତ୍ରର ସିନିୟରମାନଙ୍କ ସହିତ ଆପଣଙ୍କ ବୁଦ୍ଧିର ବ୍ୟବହାର କରି ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିପାରିବେ । କିନ୍ତୁ ପରେ ଆପଣଙ୍କ ସହିତ ସମାନ ଘଟଣା ହୋଇପାରେ, ପ୍ରସ୍ତୁତ ରୁହନ୍ତୁ । ସର୍ବସାଧାରଣ ଯାତ୍ରାକୁ ଉପଭୋଗ କରିବା ପାଇଁ ଉପଯୁକ୍ତ ହେବ ନାହିଁ ।

କୁମ୍ଭ-ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ । ଏକ ସମୟ ମଧ୍ୟରେ ଏକ ବୃତ୍ତିଗତ ସ୍ତରରେ ଏକ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖନ୍ତୁ । ଉପଯୁକ୍ତ ବିନିଯୋଗ ଏବଂ ସଞ୍ଚୟ ଅର୍ଥନୈତିକ ସ୍ତରରେ ଦୃଢ ରହିବ ବୋଲି ଆଶା କରାଯାଉଛି । ଏକ ସନ୍ତୁଳିତ ଖାଦ୍ୟ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଭଲ ରଖିବ ।

ମୀନ-ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ। ପରିବାର ମଧ୍ୟରେ ବେଶ୍ ସୁଖମୟ ପରିବେଷ ରହିବ। ଖୁସି ହେବେ। ପ୍ରେମ ଜୀବନ ଧୀରେ ଧୀରେ ଗତି କରିବାକୁ ଯାଉଛି । ଗାଡି ଚଳାଇବା ଏବଂ ଏକ ଦୀର୍ଘ ଯାତ୍ରା କରିବା ଆନନ୍ଦଦାୟକ ହେବ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କୃଷି ଯୋଜନାର ସଫଳ ରୂପାୟନ ତଦାରଖ ପାଇଁ ଗଠନ ହେଲା ଯୁଗ୍ନ ସ୍କ୍ବାର୍ଡ, କରିବେ ତଦାରଖ

ଭୁବନେଶ୍ୱର, ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇଛି । ଏଥିରେ କୃଷି, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ମାନ ଓ ଦର ସୁନିଶ୍ଚିତ କରିବା ସହିତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ତଦାରଖ କରି ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷିଭବନଠାରେ ନବଗଠିତ ଯୁଗ୍ମ ସ୍କ୍ୱାଡ୍‌ର ଅଧିକାରୀ ଓ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର ବିଭିନ୍ନ ଯୋଜନାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଯୋଜନାର ସଫଳ ରୂପାୟନ ନିମନ୍ତେ ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରାଯାଇଛି । ତେଣୁ ଯୋଜନାର ଅର୍ଥ ଠିକ୍‌ ସମୟରେ ବ୍ୟୟ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ।

ଏଣିକି ପ୍ରତି ମାସରେ ଯୋଜନାରେ ଆବଣ୍ଟିତ ଅର୍ଥର ବ୍ୟୟ ସଂପର୍କରେ ସମୀକ୍ଷା କରାଯିବ । ଯୁଗ୍ମ ସ୍କ୍ୱାଡ୍‌ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାରଅଗ୍ରଗତି ସଂପର୍କରେ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୃଷି ମନ୍ତ୍ରୀଙ୍କ ସମେତ ଶାସନ ସଚିବ ଓ ନିର୍ଦ୍ଦେଶକମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିବେ ।

ଜିଲ୍ଲା ଗସ୍ତ ସମୟରେ ସ୍କ୍ୱାଡ୍‌ ଚଳିତ ଖରିଫ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ସମୀକ୍ଷା କରି ବିହନ, ସାର ଆଦି ଯୋଗାଣକୁ ନିଶ୍ଚିତ କରିବେ । ମନରେଗା ଯୋଜନାରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ତଦାରଖ କରିବେ । ଏଥି ସହିତ ସ୍କ୍ୱାଡ୍‌ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବେ । ସଫଳ ଉଦ୍ୟୋଗଗୁଡ଼ିକୁ ଲୋକଲୋଚନକୁ ଅଣାଯିବ । ଯେଉଁ ପ୍ରକଳ୍ପ ନିର୍ମାଣରେ ସମସ୍ୟା ରହୁଛି ତାହା ଉପରେ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟସ୍ତରର ବରିଷ୍ଠ କୃଷି ଅଧିକାରୀମାନଙ୍କର ଜିଲ୍ଲା ତଥା ବ୍ଲକ୍‌ ସ୍ତରର କୃଷି ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ପ୍ରତ୍ୟକ୍ଷ ଅନୁଭବ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ସୂଚନାଯୋଗ୍ୟ ଯେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନରେ ତତ୍ପରତା ଆଣିବା ଓ ତଦାରଖ ନିମନ୍ତେ ଅତିରିକ୍ତ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୬ଟି ଯୁଗ୍ମ ସ୍କ୍ୱାଡ୍‌ ଗଠନ କରାଯାଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନକୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ୩୦ ଜିଲ୍ଲା ନିମନ୍ତେ ନିୟୋଜିତ ଜିଲ୍ଲା ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜୁନ୍‌ରେ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ୍ ସହିତ ୪ଜି ସ୍ପିଡ୍ ଚାର୍ଟ ଶୀର୍ଷରେ ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ

ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ୍ (ଏମ୍‌ବିପିଏସ୍‌) ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ୍ ସହିତ ସର୍ବାଗ୍ରେ ରହିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଜୁନ୍ ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା । ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୫ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୫ ଏମ୍‌ବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି । ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ଜୁନ୍ ମାସରେ ସର୍ବାଧିକ ୬.୨ ଏମ୍‌ବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୮ ଏମ୍‌ବିପିଏସ୍ ଏବଂ ଏୟାରଟେଲର ୩.୯ ଏମ୍‌ବିପିଏସ୍ ରହିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁ ଦେଖିବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ସହଭାଗିତା କରିବାରେ ସହାୟକ ହୋଇଥାଏ । ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୩ ଏମ୍‌ବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୫.୭ ଏମ୍‌ବିପିଏସ୍ ଡାଉନଲୋଡ ସ୍ପିଡ, ଏୟାରଟେଲ ହାରାହାରି ୪.୫ ଏମ୍‌ବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୪ ଏମ୍‌ବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୨ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଜିଓ ନିକଟରେ ସମଗ୍ର ଓଡ଼ିଶାରେ ୨୦ ମେଗାହର୍ଜ ଅତିରିକ୍ତ ୪ଜି ସ୍ପେକ୍ଟ୍ରମ ନିୟୋଜିତ କରିଛି, ଯଦ୍ଦ୍ୱାରା ଏହାର ମୋବିଲିଟି ନେଟୱର୍କ ଅଧିକ ସୁଦୃଢ ହେବା ସହିତ ସମଗ୍ର ରାଜ୍ୟରେ ବର୍ଦ୍ଧିତ ସ୍ପିଡ ଏବଂ ନେଟୱର୍କ କଭରେଜ ସହିତ ଗ୍ରାହକ ଅନୁଭୂତିକୁ ଉଲ୍ଲେଖନୀୟ ଭାବରେ ସମୃଦ୍ଧ କରିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମଣିଜଙ୍ଗା ଏମ୍.ସି.ଆଇ.ଆଇ ବିଭାଗର ମହାଦୁର୍ନୀତି: ଜିଲ୍ଲାପାଳ ଓ ଫାଇବ୍ ଟିର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରମେଶ ମହାନ୍ତି
ଜଗତସିଂହପୁର: ଗ୍ରାମାଞ୍ଚଳରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ଜଳସେଚନର ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି। ହେଲେ କିଛି ଅସାଧୁ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଅର୍ଥ ଚଳୁ କରାଯାଉଥିବା ବେଳେ ବିକାଶ କେବଳ କାଗଜପତ୍ରରେ ଚାଲିଛି ବୋଲି କୁହାଯାଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ।

ମଣିଜଙ୍ଗା ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ (ଏମ୍.ସି.ଆଇ.ଆଇ) ବିଭାଗର ମଣିଜଙ୍ଗା ସ୍ଥିତ କାର୍ଯ୍ୟାଳୟ ଅଧିନରେ ଚାଲୁଥିବା କୋଟି କୋଟି ଟଙ୍କାର କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରଭାବଶାଳୀ ଠିକାଦାର ଜଣକ କିଛି ଅସାଧୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ କରାୟତ କରି କୋଟି କୋଟି ଟଙ୍କାର ଅର୍ଥକୁ ଆତ୍ମସାତ୍ କରିବାକୁ ଯୋରଦାର ଉଦ୍ୟମ ଚଲାଇଥିବା କୁହାଯାଉଥିବା ବେଳେ ଏନେଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ ଓ ଫାଇବ୍ ଟି କୁ ଅଭିଯୋଗ କରାଯାଇଛି।

ଏମିତିକି ଉକ୍ତ କାର୍ଯ୍ୟ ସମ୍ପର୍କରେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ସଂପୃକ୍ତ ଠିକାଦାର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାଧ୍ୟମରେ ଧମକ ଚମକ ଦେଉଥିବା ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କରାଯାଇଥିବା ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବ ନା ପ୍ରଭାବଶାଳୀ ଠିକାଦାରର ଚାପରେ ଅଭିଯୋଗକୁ ଫାଇଲ୍ ତଳେ ଚାପି ଦିଆଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଠାରୁ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ବିଳାସପୁର ଛକଦେଇ ଯାଇଥିବା ୧୦.ଡି ମାଇନର କେନାଲ କାର୍ଯ୍ୟ କରୁଥିବା ଠିକାଦାର ଯେନତେନ ପ୍ରକାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଏହି କେନାଲ କାର୍ଯ୍ୟ ନିମନ୍ତେ ୩କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟ ବରାଦ ହୋଇଥିବା କୁହାଯାଉଥିବା ବେଳେ ବିଭାଗୀୟ ଏମ୍.ସି.ଆଇ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ସମ୍ପୃକ୍ତ ଠିକାଦାର ଉକ୍ତ କୋଟି କୋଟି ଟଙ୍କାର ଅର୍ଥ ହଡ଼ପ କରିବାକୁ ଯୋରଦାର ଭିତିରି ଉଦ୍ୟମ ଚଲାଇଛି ବୋଲି କୁହାଯାଉଛି।

ଏମିତିକି ସୂଚନା ଅଧିକାର ଆଇନ ବଳରେ ଏହି କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ମଗାଯିବାର ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ ତଥ୍ୟ ଦେଉନାହାଁନ୍ତି କାହିଁକି ? ସମ୍ପୃକ୍ତ ଠିକାଦାରକୁ ବିଭାଗୀୟ ଅଧିକାରୀମାନେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାଁନ୍ତି ତ, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରର କିଭଳି ମଧୁଚନ୍ଦ୍ରିକା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କୁହାଯାଉଛି। କିଛି ଅସାଧୁ ବିଭାଗୀୟ ଅଧିକାରୀଙ୍କ ଏଭଳି ଠିକାଦାର ପ୍ରୀତି ଯୋଗୁଁ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଉନ୍ନତିକରଣ ନିମନ୍ତେ ଆସୁଥିବା କୋଟି କୋଟି ଟଙ୍କାର ଅର୍ଥ ସଠିକ୍ କାର୍ଯ୍ୟରେ ଲାଗିବା ପରିବର୍ତ୍ତେ ଠିକାଦାର ଚଳୁ କରିଦେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନ୍ୟପକ୍ଷରେ ସୂଚନାନୁଯାୟୀ ନିକଟସ୍ଥ ଚାଷୀଙ୍କ ସୁବିଧା ପାଇଁ ଚାଷଜମି ଗୁଡିକୁ ପାଣି ଯୋଗାଇବା ନିମନ୍ତେ ନିର୍ମାଣ କରାଯାଉଥିବା ଉକ୍ତ କେନାଲଟି କେତେକ ଚାଷୀଙ୍କ ବ୍ୟକ୍ତିଗତ ଚାଷଜମି ଭିତରକୁ ମାଡି କରାଯାଇଥିବା ଅଭିଯୋଗ ହେଉଛି। ସୂଚନାନୁଯାୟୀ ଉକ୍ତ କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ଲ୍ୟାଣ୍ଡମାର୍କକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନାଲ ନିର୍ମାଣ ନିମନ୍ତେ କରାଯାଇଥିବା ମାପ ପୂର୍ବରୁ କେତେକ ଚାଷୀଙ୍କୁ ସେଠାରେ ଉପସ୍ଥିତ ରହିବା ପାଇଁ ନୋଟିସ୍ କରାଯାଇ ନଥିବା ବେଳେ ଉକ୍ତ ଚାଷୀ ମାନଙ୍କର ବ୍ୟକ୍ତିଗତ ଜମିକୁ ଜବରଦଖଲ କରି ଉକ୍ତ କେନାଲ୍ ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେଉଛି।

ଏଥିସହିତ ସାମନ୍ତରାପୁର ପଞ୍ଚାୟତର କେତେକ ସ୍ଥାନରେ ଅନାବାଦି ଓ ଗ୍ରାମ୍ୟ ସଂରକ୍ଷିତ ଗୋଜର ଯାଗା ଉପରକୁ ମାଡି ଉକ୍ତ କେନାଲଟି ନିର୍ମାଣ କରାଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରୁ ଏପରି ଅଭିଯୋଗ ଶୁଣିବାକୁ ମିଳୁଛି। ଉକ୍ତ କେନାଲ କାର୍ଯ୍ୟର ନିରପେକ୍ଷ ତଦନ୍ତ କରାଯିବା ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମୋ ସରକାର (ଫାଇବ୍ ଟି) ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରାଯାଇଛି।