Categories
ଆଜିର ଖବର

ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ହୋଇପାରେ ଅସୁବିଧା

ତୂଳା: – ରିଏଲ୍ ଇଷ୍ଟେଟ୍ ସମ୍ବନ୍ଧୀୟ ବିନିଯୋଗ ଆପଣଙ୍କୁ ମହତ୍ବ ପୂର୍ଣ୍ଣ ଲାଭ ଦେବ । ପିଲାମାନେ ଘର କାମ ପରିଚାଳନା କରିବାରେ ସାହାଯ୍ୟ କରିବେ । ଖାଲି ସମୟରେ ଏପରି କାର୍ଯ୍ୟ କରିବାକୁ ସେମାନଙ୍କୁ ଉତ୍ସାହିତ କର । ଆପଣଙ୍କର ପ୍ରେମ ସମ୍ପର୍କ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ ।

କୁମ୍ଭ: – ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।  ଆଜି ଆପଣଙ୍କ ନିକଟକୁ ଆସୁଥିବା ନୂତନ ବିନିଯୋଗ ସୁଯୋଗ ବିଷୟରେ ବିଚାର କରନ୍ତୁ । କିନ୍ତୁ ଯଦି ଆପଣ ସେହି ଯୋଜନାଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରି ତେବେ ଟଙ୍କା ବିନିଯୋଗ କରନ୍ତୁ । ଚତୁର କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଆପଣଙ୍କର ପରିବାରର ସଦସ୍ୟ ଆପଣଙ୍କ ଉପରେ ହେବେ କ୍ରୋଧାନ୍ବିତ

ମିଥୁନ: – ଯଦି ଆପଣ ଆପଣଙ୍କର ଘରୋଇ ଦାୟିତ୍ବକୁ ଅଣଦେଖା କରନ୍ତି, ତେବେ ଆପଣଙ୍କ ସହିତ ରହୁଥିବା କିଛି ଲୋକ କ୍ରୋଧିତ ହୋଇପାରନ୍ତି। ଆଜି ସାମାଜିକ ଏବଂ ଧାର୍ମିକ ଉତ୍ସବ ପାଇଁ ଉତ୍ତମ ଦିନ ।  ହସ ଏବଂ ମଜା ମଧ୍ୟରେ ଆପଣ ଏବଂ ଆପଣଙ୍କର ଜୀବନସାଥୀ ମଧ୍ୟରେ ଏକ ପୁରୁଣା ପ୍ରସଙ୍ଗ ଉପୁଜିପାରେ, ଯାହା ବିତର୍କର ରୂପ ନେଇପାରେ ।

ମକର : – ରିଅଲ ଇଷ୍ଟେଟରେ ଅତିରିକ୍ତ ଟଙ୍କା ବିନିଯୋଗ କରାଯାଇପାରିବ । ଅନ୍ୟମାନଙ୍କୁ ଆପଣଙ୍କର କିଛି ସମୟ ଦେବା ଏକ ଭଲ ଦିନ । ଆଜିର ଏହି ସୁନ୍ଦର ଦିନରେ , ପ୍ରେମ ସମ୍ପର୍କ ବିଷୟରେ ଆପଣଙ୍କର ସମସ୍ତ ଅଭିଯୋଗ ଉଭେଇ ଯିବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରର ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭେଟି ପାରିବେ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଲୁକାୟିତ ଆର୍ଶିବାଦ, ହେବେ ଶକ୍ତିମାନ

ବୃଷ: – ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆଜି ଖୋଲା ହାତରେ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଆପଣଙ୍କର କାମ ପ୍ରତି ଧ୍ୟାନ ଦିଅନ୍ତି, ତେବେ ସଫଳତା ଏବଂ ପ୍ରତିଷ୍ଠା ପାଇବେ।  ଆଜି ଆପଣ ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବେ ଏବଂ ଆପଣ କରିବାକୁ ଚାହୁଁଥିବା କାର୍ଯ୍ୟଗୁଡ଼ିକ ଆଶା କରାଯାଉଥିବା ଠାରୁ ଅଧିକ ଲାଭଦାୟକ ହେବ।

ମୀନ: – ଆପଣଙ୍କର ଦାନକାରୀ ଆଚରଣ ପାଇଁ ଏକ ଲୁକ୍କାୟିତ ଆଶୀର୍ବାଦ ମିଳିବ,  ଯେତେବେଳେ ବିନିଯୋଗର ପ୍ରଶ୍ନ ତୁମ ସାମ୍ନାରେ ରହିବ। , ତା’ପରେ ସ୍ବାଧୀନ ହୋଇ ନିଜେ ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କ ମନ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅଟକି ରହିବ,ଯେଉଁ କାରଣରୁ ଆପଣ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦେଇ ପାରିବେ ନାହିଁ ।

Categories
ଆଜିର ଖବର ଧର୍ମ

ଶନିବାର ଦିନ ଏହି ରାଶିର ବ୍ୟକ୍ତିମାନେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେବାକୁ ପଡିବ

ମେଷ: – ଧାର୍ମିକ ଭାବନା ହେତୁ ଆପଣ ଯେ କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ଏବଂ ଜଣେ ସାଧୁଙ୍କଠାରୁ କିଛି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିବେ । କ୍ୟାରିୟର ପାଇଁ ଯୋଜନା ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ଆଶା ଅନୁଯାୟୀ ଫଳାଫଳ ଆସେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ ।  ଆପଣଙ୍କର ପରିଚିତ ଭିତରେ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ଭେଟିବା ଆବଶ୍ୟକ ।

ଧନୁ : – ଆଜି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ, ଯେଉଁ କାରଣରୁ ଆପଣଙ୍କୁ ଚାପ ଏବଂ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ମନୋରଞ୍ଜନ ଏବଂ ସୌନ୍ଦର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ବିତାନ୍ତୁ ନାହିଁ ।  ଆପଣ ବେପରୁଆ ମନୋଭାବ ଆପଣଙ୍କ ପିତାମାତାଙ୍କୁ ଦୁଃଖ ଦେଇପାରେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ, ସେମାନଙ୍କର ମତାମତ ମଧ୍ୟ ଜାଣନ୍ତୁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କର ଶନିବାରରେ ପ୍ରିୟଜନକଙ୍କଠାରୁ ଦୂରତା ବଢିପାରେ

କନ୍ୟା : – ପରିବାରର ଆଶା ପୂରଣ କରିବାକୁ ହେଲେ ଆପଣଙ୍କୁ କିଛି ଟ୍ୟାକ୍ସ ଦେଖାଇବାକୁ ପଡିବ । ଆପଣ କିଛି ଭଲ ଖବର ପାଇପାରିବେ, ଯାହା କେବଳ ଆପଣଙ୍କୁ ନୁହେଁ ଆପଣଙ୍କ ପରିବାରକୁ ମଧ୍ୟ ଖୁସି କରିବ । କାହାର ହସ୍ତକ୍ଷେପ ଯୋଗୁ, ଆପଣ ଏବଂ ଆପଣଙ୍କ ପ୍ରିୟଜନଙ୍କ ମଧ୍ୟରେ ଥିବା ଦୂରତା ହୋଇପାରେ ।

ବିଛା: – କୌଣସି ପଦକ୍ଷେପ ନେବା ପୂର୍ବରୁ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଯୁବକମାନେ ବିଦ୍ୟାଳୟ ପ୍ରକଳ୍ପ ବିଷୟରେ କିଛି ମତାମତ ପାଇବା ଆବଶ୍ୟକ କରିପାରନ୍ତି । ସହକର୍ମୀ ଏବଂ ବୟସ୍କମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ହେତୁ ଅଫିସରେ କାର୍ଯ୍ୟର ଲାଭ ଉଠାଇବ।

Categories
ଆଜିର ଖବର ଧର୍ମ

ଶନିବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ବଢିବ ଖର୍ଚ୍ଚ, ଜାଣନ୍ତୁ ରାଶିଫଳ

କର୍କଟ: – ଖର୍ଚ୍ଚରେ ବୃଦ୍ଧି ଘଟିବ,, କିନ୍ତୁ ସେହି ସମୟରେ ଆୟର ବୃଦ୍ଧି ଏହାକୁ ସନ୍ତୁଳିତ କରିବ। ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ମନକୁ ଶାନ୍ତ ରଖିବା ଆବଶ୍ୟକ ।  ଆପଣଙ୍କର ପ୍ରୟାସ ନିଶ୍ଚିତ ଭାବରେ ସକରାତ୍ମକ ଫଳାଫଳ ଦେବ ।

ସିଂହ: – ଆର୍ଥିକ ଉନ୍ନତି ହେତୁ, ଆପଣ ଆବଶ୍ୟକ କରୁଥିବା ଜିନିଷ କିଣିବା ଆପଣଙ୍କ ପାଇଁ ସହଜ ହେବ । ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏକ ସୁନ୍ଦର ସନ୍ଧ୍ୟା ପାଇଁ ଘରକୁ ଆସିପାରନ୍ତି । ଦିନଟି ବହୁତ ଭଲ ନୁହେଁ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଥାନା ପାଖରେ ଥିବା ଦୋକାନରୁ ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଲୁଟେରା କରିଛନ୍ତି ଟାର୍ଗେଟ୍। ରାତ୍ରି ସମୟରେ ସଟର ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ। କୋର୍ଟପେଟା ଛକ ରୋହିଣୀ ଡ଼ାଇଗ୍ନୋଷ୍ଟିକ୍ ଓ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ସଟର ତାଲା ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଏତେ ଉଚ୍ଚ ସୁରକ୍ଷା ସଂପନ୍ନ ଅଂଚଳରେ ମଧ୍ୟ ଚୋରମାନେ ନିର୍ଭୟରେ କିଭଳି ଏହି ଦୋକାନର ସଟର ଭାଙ୍ଗି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯଦି ପୋଲିସର ନାକନିଶ ତଳେ ଏଭଳି ଲୁଟ୍ ହେବ ତେବେ ସାହି ସାହି ମଧ୍ୟର ଅବସ୍ଥା କ’ଣ ହେବ ଲୋକେ ଭୟଭୀତ ହେଉଛନ୍ତି।

ସୂଚନାଯୋଗ୍ୟ ଏହି ଦୋକାନକୁ ଲାଗି ରାଜାରାଣୀ କମ୍ପେ୍ଲକ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ରହିଛି। ଏହି ଦୁଇ ଅନୁଷ୍ଠାନରେ ରାତ୍ରୀକାଳୀନ ସିକ୍ୟୁରିଟି ଗାର୍ଡ଼ ମଧ୍ୟ ଜଗି ରହୁଛନ୍ତି। ଏସବୁ ସତ୍ତ୍ୱେ ଚୋରମାନେ ନିର୍ଭୟରେ ତାହା ସାହସିକତାର ପରିଚୟ ଦେଇଛନ୍ତି। ଏହାକୁ ଦେଖିଲେ ପୋଲିସ୍‌ର କାର୍ଯ୍ୟଦକ୍ଷତା ଏବଂ ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକିଛି ଦିନ ହେଲା ଏହି ଥାନା ଅଂଚଳରେ ଚୋରି ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଥିବା ଯୋଗୁଁ ପୋଲିସ୍‌ର ନିଦ ହଜାଇ ଦେଇଛି। ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବାବେଳେ ଦୋକାନ ମଧ୍ୟରୁ ୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଡ଼ମେଡ଼ିକାଲ୍ ଦ୍ୱିତୀୟ ଗେଟ୍ ଖୋଲିବାକୁ କୋର୍ଟର ଆଦେଶ: ଆଦେଶ ନ ମାନିଲେ ତାଲା ଭାଙ୍ଗିବ ପରିଷଦ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ୍ ଏମ୍‌କେସିଜିକୁ ଯିବା ପାଇଁ ଦୁଇଟି ଗେଟ୍ ରହିଛି। ଗୋଟିଏ ମୁଖ୍ୟଦ୍ୱାର ଏବଂ ଅନ୍ୟଟି ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଗୋଟିଏ ଗେଟ୍। ନୂଆବସ୍‌ଷ୍ଟାଣ୍ଡ ପାଖ ଗେଟ୍‌ଟିରେ ଦୀର୍ଘଦିନ ହେବ କେଉଁ ସ୍ୱାର୍ଥ ନେଇ ତାଲା ମାରି ବନ୍ଦ କରାଯାଇଛି ତାହା ଜଣାପଡ଼ୁନି। ଏହି ଗେଟ୍ ବନ୍ଦ ରହିବା ଯୋଗୁଁ ଆସିକା ରୋଡ଼୍ ଦେଇ ଯେଉଁ ରୋଗୀ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆମ୍ବୁଲାନସରେ ଆସୁଥାନ୍ତି ସେମାନଙ୍କୁ ଆଉ ଦୁଇକିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ିଥାଏ।

ଫଳରେ କିଛି ଲୋକଙ୍କ ରାସ୍ତାରେ ହିଁ ଜୀବନ ଚାଲିଯାଇଥାଏ। ଏହା ସହ ନୂଆଁବସ୍‌ଷ୍ଟାଣ୍ଡ ରାସ୍ତାଟି ପ୍ରବଳ ଜନଗହଳି ହେଉଥିବାରୁ ବହୁ ସମୟ ଧରି ଟ୍ରାଫିକ୍ ଜାମ ରହୁଛି। ତେଣୁ ଆମ୍ବୁଲାନସଟି ଏହି ରାସ୍ତାରେ ମେଡ଼ିକାଲ୍ ଯିବାବେଳେ ବହୁତ ବିଳମ୍ବ ହେବା ସହ ଲୋକଙ୍କ ଜୀବନହାନି ମଧ୍ୟ ହେଉଛି। ଏହି ଦ୍ୱିତୀୟ ଗେଟ୍ ଖୋଲିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁବାର ଧାରଣା, ଆନ୍ଦୋଳନ କରାଯିବା ସହ ଆର୍‌ଡ଼ିସି, ଜିଲ୍ଲାପାଳ, ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କିଛି ସୁଫଳ ନ ମିଳିବାରୁ ଉଚ୍ଚ ନ୍ୟାୟାଳୟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶେଷରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାକୁ ମାନ୍ୟବର ହାଇକୋର୍ଟ ବିଚାର କରି ତୁରନ୍ତ ୨୦ ଦିନ ମଧ୍ୟରେ ମେଡ଼ିକାଲ୍‌ର ଦ୍ୱିତୀୟ ଗେଟ୍‌ଟି ଖୋଲିବାକୁ ଏମ୍‌କେସିଜି ସୁପରିଟେଣ୍ଡେଣ୍ଟଙ୍କୁ କୋର୍ଟ ଆଦେଶ ଦେଇଛନ୍ତି।

ଏହା ଏକ ଐତିହାସିକା ଘଟଣା ସହ ଲୋକଙ୍କ ବୃହତ୍ତର ସ୍ୱାର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହି ମକଦ୍ଦମାକୁ ଆଇନଜୀବୀ ସରୋଜ କୁମାର ପାଢ଼ୀ, ନୃସିଂହ ରାଉତ ଓ ଏସ୍‌କେ ନାୟକ ପରିଚାଳନା କରିଥିଲେ। ଏନେଇ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯଦି କୋର୍ଟର ଆଦେଶ ପ୍ରକାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆ ବସ୍‌ଷ୍ଟାଣ୍ଡ ଫାଟକ ନ ଖୋଲନ୍ତି ତେବେ ଭାରତୀୟ ବିକାଶ ପରିଷଦ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କୋର୍ଟ ଅବମାନନା କେସ ରୁଜୁ କରିବା ସହିତ ଆବଶ୍ୟକସ୍ଥଳେ ଗେଟ୍‌ର ତାଲା ଭାଙ୍ଗି ଗେଟ୍ ଖୋଲିବାର ବ୍ୟବସ୍ଥା କରାଯିବ।

ଯେତେହୁ ଏହା ଗରିବ, ଖଟିଖିଆ, ସାଧାରଣ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ବିକାଶ ପରିଷଦ କର ବା ମର ପନ୍ଥା ଆପଣେଇବା ପାଇଁ ବାଧ୍ୟ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

Categories
ଧର୍ମ ବିଶେଷ ଖବର

ମହାମାରୀ ସମୟରେ ବୁଢ଼ୀ ଠାକୁରାଣୀ ଯାତ୍ରା: ତର୍କ ନୁହେଁ ସତର୍କର ସମୟ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ର ଆୟୋଜନ ଆଜି ମହାମାରୀ ଆଇନ ଓ ନୀତିନିୟମ ଅନୁଶାସନ ଭିତରେ ପାଳନ କରାଯିବା ପାଇଁ ପ୍ରଶାସନ ଯେତେ ପ୍ରକାର କଠୋର ହେଲେ ମଧ୍ୟ ସାଂପ୍ରତିକ ସମୟରେ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ସମାଗମ ସୀମିତ ରହିବା ନିହାତି ଜୁରରୀ।

ମାଆ ଠାକୁରାଣୀ ସାଆନ୍ତାଣୀ ତାଙ୍କ ବାପଘରକୁ ଆସିବା ପାଇଁ ବିଧି ରହିଛି। ତେଣୁ ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଏ। ଅତି ନିଷ୍ଠା ଓ ସମର୍ପଣ ଭାବଦେଇ ପୂଜାର୍ଚ୍ଚନା ପରମ୍ପରାକୁ ମହାମାରୀ ଅଟକାଇ ଦେଇପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଚାପରେ ରହିଲେ ମଧ୍ୟ ମାଆ ଆସିବେ ଅସ୍ଥାୟୀ ମଣ୍ଡପକୁ; ପ୍ରାୟତଃ ପ୍ରସ୍ତୁତି ଚୂଡ଼ାନ୍ତ। ଏଭଳି ପରିସ୍ଥିତିରେ ଦୈନିକ ରାଜ୍ୟର ମହାମାରୀ ସମ୍ବନ୍ଧରେ ଆସୁଥିବା ସାଂଘାତିକ ଖବର ଚିନ୍ତା ମଧ୍ୟ ବଢ଼ାଇ ଚାଲିଛି।

ନୀତିନିୟମ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ସମାନ ମା’ ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା କେବଳ ମଣ୍ଡପରେ କରାଯାଇ ସାଧାରଣ ଭକ୍ତ ଦର୍ଶନକୁ ପୁନଃବିଚାର କରିବା ପାଇଁ ବୋଧହୁଏ ସମୟ ବାଧ୍ୟ କରିବ। ମା’ଙ୍କ ଯାତ୍ରା ଆସନ୍ତା ଏପ୍ରିଲ୍ ୯ ତାରିଖ ଦିନ ପାଳନ ହୋଇ ଏକ ସପ୍ତାହବ୍ୟାପୀ ଚାଲିବ। ଶୁଭଖୁଣ୍ଟି ସ୍ଥାପନ ସ୍ଥଳରେ ପୂଜା ଅର୍ଚ୍ଚନା କରାଯାଇ ଅସ୍ଥାୟୀ ମଣ୍ଡପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ବେଗରେ ଚାଲିଛି। ତଥାପି ସହରବାସୀ ମାଆଙ୍କୁ ପୂଜାର୍ଚ୍ଚନା ଦର୍ଶନ ପର୍ବକୁ କିଭଳି ଢ଼ଂଗରେ କରୁଛନ୍ତି ଏହି ଦୃଶ୍ୟ ଦେଖିବାକୁ ବାକି ରହିଲା।

ବ୍ରହ୍ମପୁର ସହରର ଆରାଧ୍ୟାଦେବୀ ବୁଢ଼ୀ ଠାକୁରାଣୀ ତାଙ୍କର ପର୍ବ ଦ୍ୱିବର୍ଷକୁ ଥରେ ପାଳନ କରାଯାଇ ବିଶ୍ୱସ୍ତରରେ ଏଇ ଯାତ୍ରାର ମହାତ୍ମ୍ୟକୁ ପ୍ରସାର କରାଯାଇଥାଏ। ବିଭିନ୍ନ ପ୍ରକାର କଳାକୁଂଜ, ବେଶ, ଭୋଗ ଏବଂ ରାତ୍ରିରେ ମା’ଙ୍କ ଭ୍ରମଣରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଏକପ୍ରକାର ଭକ୍ତି ଆଧ୍ୟାତ୍ମିକ ଚେତନାର ପରିବେଶ ସୃଷ୍ଟି ହୁଏ ବ୍ରହ୍ମପୁର ସହରରେ।

ଦକ୍ଷିଣ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟରୁ ମଧ୍ୟ ଅନେକ ଦର୍ଶନ ସକାଶେ ଶ୍ରଦ୍ଧାଳୁ ଆସନ୍ତି। ମା’ ପୂଜା ପାଉଥିବା ସ୍ଥଳରେ ବିବାହିତ ଝିଅବୋହୂ କୁମାରୀ କନ୍ୟାଙ୍କ ସକାଳୁ ରାତ୍ରି ଯାଏ ଗହଳି ରହିଥାଏ। ୨୦୨୧ରେ ଏସବୁର ଚିତ୍ର ପ୍ରତି ମହାମାରୀର କଡ଼ା ପ୍ରହାର ରହିଛି। ଏଣୁ ମହାମାରୀ ରୋଗର ପ୍ରତିକାର ନିମିତ୍ତ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବା ସ୍ୱାଭାବିକ। ଜୀବନକୁ ସୁରକ୍ଷିତ କରି ରଖିବା ପାଇଁ ସ୍ୱାସ୍ଥ୍ୟଗତ ଦିଗକୁ ଅନୁଧ୍ୟାନ କରି ଯେଉଁ ପ୍ରକାର ମା’ଙ୍କ ଉତ୍ସବ ପାଳନ କରାଯିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସାଧାରଣ ଜନତା ଓ ଆୟୋଜକ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ।

ଯଦି ସାମାନ୍ୟ ତ୍ରୁଟି ରହିଯାଏ କିମ୍ବା ସଂକ୍ରମିତ ରୋଗୀଙ୍କୁ ଅନୁପ୍ରବେଶ ହୋଇ ସଂକ୍ରମଣ ବ୍ୟାପିବାର ବାଟ ଖୋଲିଯାଏ ସହରବାସୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଗଂଜାମ ଜିଲ୍ଲାର ନାଗରିକମାନେ ପ୍ରଚଣ୍ଡ ଅଧ୍ୟାତ୍ମ ବିଶ୍ୱାସୀ। ତୀର୍ଥ ହେଉକି ଯାନିଯାତ୍ରା ଉତ୍ସବରେ ଏମାନଙ୍କ ତ୍ୟାଗ, ସମର୍ପଣ, ଭାବପୂର୍ଣ୍ଣ ପୂଜାର୍ଚ୍ଚନାର ତୁଳନା ନାହିଁ। ସାରା ଭାରତରେ ଗଂଜାମ ଜିଲ୍ଲାର ଲୋକମାନଙ୍କ ପ୍ରଗାଢ଼ ଈଶ୍ୱର ବିଶ୍ୱାସକୁ ନେଇ ସବୁବେଳେ ଚର୍ଚ୍ଚା। ଏଣୁ ମା’ ସାଆନ୍ତାଣୀଙ୍କ ଯାତ୍ରାରେ ଜନସମାଗମ ପାଇଁ କିଛି ଦାୟିତ୍ୱହୀନ ମଣିଷଙ୍କ ପାଇଁ ଯେ ମାହାମାରୀ ବିରୁଦ୍ଧରେ ଲଢ଼ିବାକୁ ଥିବା ସବୁ ବ୍ୟବସ୍ଥାକୁ ବିଫଳ କରିନଦେବ କିଏ ବା କହିବ?

ଏପରି ସମୟରେ ଆମ ହାତରୁ ଅନେକ ପୁଣି ସମସ୍ୟାର ସମାଧାନର ବାଟ ମଧ୍ୟ ଖସିଯିବ ଏବଂ ଗଂଜାମକୁ ଭୟ ପୁଣି ଗ୍ରାସ କରିବ। ଆମ ପାଇଁ ବିକଳ୍ପ ହେଲା ମା’ ଏପ୍ରିଲ୍ ୯ ତାରିଖରେ ପୂଜାମଣ୍ଡପକୁ ଆସିବାପରେ ଦେଶୀ ବେହେରା ସାହିରେ ତାଙ୍କ ପୂଜାର୍ଚ୍ଚନା ବିଧି ସବୁ ସୂଚାରୁ ରୂପରେ ପାଳନ ହେଉ କିନ୍ତୁ ଲୋକ ସଂପର୍କ ଓ ଦର୍ଶନକୁ ଆଦୌ ସ୍ୱୀକୃତି ନଦେବା ହିଁ ସମୟର ଆବଶ୍ୟକତା ରହିଛି। ସେଇ ସ୍ଥାନ ଧୂପ, ଦୀପ, ହଳଦୀ, ଚନ୍ଦନ, କର୍ପୁରକନା ଓ ଭୋଗ ଆଦି ବିକ୍ରି ସଂପୂର୍ଣ୍ଣ ବାରଣ କରିଦିଆଯାଉ। ଏପରିକି ଫୁଲହାର ଦେବା କେବଳ ବିଧି ଅନୁଯାୟୀ ପରମ୍ପରାକୁ ପାଳନ କରି ପୂଜାର୍ଚ୍ଚନାରେ ନିୟୋଜିତ ସବୋୟତମାନଙ୍କ ଦ୍ୱାରା ହିଁ ସୀମିତ ରହୁ।

ସହରବାସୀ ନିଜକୁ ନିଜେ ପ୍ରସ୍ତୁତ କରିନେଇ ଦର୍ଶନ ଲାଭର ଉତ୍କଣ୍ଠାକୁ ମହାମାରୀ ସମୟରେ ନ ରଖି ବରଂ ନିଜ ନିଜ ଘରେ ମା’ଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋଟିଏ ରଖି ଦୀପଟିଏ ଜାଳି ନିଜର ମନର ଭାବ ପ୍ରକଟ କରି ମହାମାରୀ ମୁକ୍ତି ପାଇଁ ପ୍ରାର୍ଥନା କରନ୍ତୁ। ରାତ୍ରିରେ ମା’ଙ୍କ ଭ୍ରମଣରେ ସଂଖ୍ୟା ୫୦ ଭିତରେ ହିଁ ସୀମିତ ରହୁ। ବିଶ୍ୱାବସୀଙ୍କୁ ମହାମାରୀ ମୁହଁରୁ ମୁକୁଳିବା ପାଇଁ ବ୍ୟାକୁଳ ମନରେ ପ୍ରାର୍ଥନା ଶ୍ରେଷ୍ଠ ନୈବେଦ୍ୟ।

ମା’ଙ୍କ ପୂଜା ଅର୍ଚ୍ଚନା ବିଧି ପୂର୍ବକ ହେଉ କିନ୍ତୁ ସାଧାରଣ ଭକ୍ତ ଭାବରେ ଜନସମାଗମ ପାଇଁ ସେଇ ସ୍ଥାନକୁ ୧୪୪ ଧାରା ମଧ୍ୟରେ ବଳବତ୍ତର ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବାହିନୀ ଅଧିକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସହରର ବହୁ ଗୁଣୀଜ୍ଞାନୀ ଆଧ୍ୟାତ୍ମପ୍ରେମୀ ଗବେଷକ, ସାହିତ୍ୟିକମାନେ ସହରବାସୀଙ୍କ ତରଫରୁ ନିବେଦନ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବୈଠକ: ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ ପାଇଁ ନିଷ୍ପତ୍ତି

ଭୁବନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଭଳି କାର୍ଯ୍ଯକ୍ରମ ଏକ ସରକାରୀ ଉଦ୍ୟୋଗଦ୍ବାରା ନିଆଯିବାରେ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷଙ୍କ ଅତ୍ୟାଧୁନିକ ଚିନ୍ତାଧାରା ଦ୍ବାରା ରାଜ୍ୟର ଉଦ୍ୟୋଗଗୁଡିକର ବଜାର ଚାହିଦା ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ଏହି ବୈଠକରେ ଉଦ୍ୟୋଗମାନଙ୍କଦ୍ଵାରା ଉତ୍ପାଦିତ ଅଫିସ୍ ଫର୍ଣ୍ଣିଚର ମଧ୍ୟରୁ ପ୍ରଥମ ସୋପାନରେ ଡୁଆଲ ଡେସ୍କ, ଆଲମିରା, କମ୍ପୁଟର ଟେବଲ, ହଷ୍ଟେଲ ଡାଇନିଂ ଟେବଲ ଓ ହଷ୍ଟେଲ ଖଟ ଏହିପରି କେତୋଟି ପ୍ରଡକ୍ଟର ବିଭିନ୍ନ ମାନ ନିର୍ଦ୍ଧାରଣ କରାଯାଇ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଦ୍ଵାରା ଏକ କମନ୍ ବ୍ରାଣ୍ଡି କରାଯିବ। ରାଜ୍ୟ ରପ୍ତାନି ନିର୍ଦ୍ଦେଶେକଙ୍କ ଅଧ୍ୟକ୍ଷତାରେ ଏକ ମାନଦଣ୍ଡ ନିର୍ଦ୍ଧାରଣ କମିଟି ଗଠନ କରାଯାଇ ଏହି ପ୍ରଡକ୍ଟ ଗୁଡିକର ମାନ ନିର୍ଦ୍ଧାରଣ କରାଯିବ।

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଏହି ଫର୍ଣ୍ଣିଚର ଗୁଡିକୁ ଡିସପ୍ଲେ କରିବା ପାଇଁ ଓଡିଶାର ସବୁ ଜିଲ୍ଲା ସଦର ମହକୁମାରେ କମରସିଆଲ ସ୍ପେଶ ଯୋଗାଇ ଦେବାକୁ ଏହାର ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରାଯାଉଛି। ଏହା ବ୍ୟତିତ ନିଗମ ଡିଜିଟାଲ ମେଡ଼ିଆର ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରଡକ୍ଟଗୁଡିକର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯିବା ପାଇଁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରତିଶୃତି ଦେଇଛନ୍ତି।

ରାଜ୍ୟର ଶିକ୍ତ ଅଭିବୃଦ୍ଧି ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏଭଳି ଯୁଗାନ୍ତକାରୀ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର ନିଷ୍ପତ୍ତିକୁ ଓଡିଶାର ଉଦ୍ୟୋଗୀସଂଘଗୁଡିକ ପ୍ରଶଂସା କରିଛନ୍ତି ଏବଂ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର କରୋନା ମହାମାରୀ ସମୟରେ ଅତ୍ୟାଧୁନିକ ଚିନ୍ତାଧାରା ପାଇଁ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇଛନ୍ତି।

ଉକ୍ତ ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସାହାଣୀ, ରାଜ୍ୟ ରପ୍ତାନି ଉନ୍ନୟନ ନିର୍ଦ୍ଦେଶକ ଶରଣ କୁମାର ଜେନା, ରପ୍ତାନି ଉନ୍ନୟନ ଯୁଗ୍ମ ନିର୍ଦ୍ଦେଶକ ଡଃ ଏନ୍ କେ ଦାସ ବିଭିନ୍ନ ଏମ୍.ଏସ୍.ଏମ୍.ଇ ଆସୋସିଏସନର କର୍ମକର୍ତ୍ତା ସରଙ୍ଗ ପାଟୋତିଆ, ଦେବପ୍ରସାଦ ମିଶ୍ର, ବିଜୟ କୁମାର ସିଂ, ସଞ୍ଜୟ କୁମାର ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର ଦିପକ୍ କଜାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ: ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା:

୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ।

୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ।

କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ

୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ।

ସେହିପରି ଅନ୍ୟ ଏକ ମେମୁ ଟ୍ରେନ ୬୮୪୩୮ କଟକ-ଭଦ୍ରକ ମେମୁ କଟକରୁ ୧୨ ଏପ୍ରିଲ ୨୦୨୧ ଠାରୁ ପୂର୍ବାହ୍ନ ୧୧ଘ.୫୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୨ଘ.୦୫ମି.ରେ ପହଞ୍ଚିବ

୬୮୪୩୭ ଭଦ୍ରକ-କଟକ ମେମୁ ଭଦ୍ରକରୁ ୧୨ ଏପ୍ରିଲ ୨୦୨୧ ଠାରୁ ଅପରାହ୍ନ ୩ଘ.୩୦ମି.ରେ ଛାଡି କଟକ ଠାରେ ସନ୍ଧ୍ୟା ୬ଘ.୩୫ମି.ରେ ପହଞ୍ଚିବ

କଟକ-ପାରାଦୀପ-କଟକ ମେମୁ ଟ୍ରେନ୍ ସେବା:

୧- ୬୮୪୦୧ କଟକ-ପାରାଦୀପ ମେମୁ କଟକରୁ ୧୨ ଏପ୍ରିଲ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡି ପାରାଦୀପ ଠାରେ ରାତ୍ର ୮ଘ.୫୦ମି.ରେ ପହଞ୍ଚିବ।

୨- ୬୮୪୦୨ ପାରାଦୀପ-କଟକ ମେମୁ ପାରାଦୀପରୁ ୧୩ ଏପ୍ରିଲ ଠାରୁ ୬ଘ.୩୦ମି.ରେ ଛାଡି କଟକ ଠାରେ ପୂର୍ବାହ୍ନ ୮ଘ.୨୦ମି.ରେ ପହଞ୍ଚିବ।

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ:

ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ୨୦ ଏପ୍ରିଲ ଏବଂ ଜଗଦଳପୁରରୁ ୨୧ ଏପ୍ରିଲ ଠାରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Categories
ଆଜିର ଖବର ଆଞ୍ଚଳିକ

ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ତୁଷାରଶ୍ରୀ ପ୍ରତିଭା ସମ୍ମାନ

ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ୱାର୍ଡ଼ ନମ୍ବର ୨୮ସ୍ଥିତ ଆଚାର୍ଯ୍ୟ ବିହାର ପରିଷଦ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧ ସେବା ସପ୍ତାହ ଉପଲକ୍ଷେ ‘ତୁଷାରଶ୍ରୀ ପ୍ରତିଭା ସମ୍ମାନ’ ଉତ୍ସବ ଅନୁଷ୍ଠିତ ହୋଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ତୁଷାର ଚାରିଟେବୁଲ ଟ୍ରଷ୍ଟର ଏଭଳି ଅଭିନବ ପ୍ରୟାସ ନାରୀମାନଙ୍କୁ ଦୁଇପାଦ ଆଗକୁ ନେବାରେ ସହାୟକ ହୋଇପାରିବ। ଫଳରେ ନାରୀମାନେ ସମାଜସେବା ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିବେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟା ମୀରା ଦାସ ଯୋଗଦେଇ କହିଲେ ଯେ, ଆଜିର ଦୁନିଆରେ ନାରୀମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଉଦ୍ୟମ ଜାରି ରଖିବା ସହ ସବୁବେଳେ ସମାଜର ମଙ୍ଗଳ ପାଇଁ ଚିନ୍ତା କରିବା ଦରକାର।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖିକା ଓ ଶିକ୍ଷାବିତ୍ ଶ୍ରୀମତୀ ମନୋରମା ବିଶ୍ୱାଳ ମହାପାତ୍ର, ଲେଖିକା, କବି ସୌଭାଗ୍ୟଲକ୍ଷ୍ମୀ ସେଠୀ, ସମାଜସେବୀ ଶ୍ରୀମତୀ ରେଣୁ ରଥ, ଶିକ୍ଷୟିତ୍ରୀ, ସମାଜସେବୀ ସୁଷମାଦେଇ ମହାପାତ୍ର, ଅଭିନେତ୍ରୀ ଭୂମିକା ଦାଶ, ପୁନମ ମିଶ୍ର, ଐଶ୍ୱର୍ଯ୍ୟା ବେହେରା, ନୀତା ପଣ୍ଡା, ମମତା ଦାସ, କଣ୍ଠଶିଳ୍ପୀ ସୁନିତା ନାୟକ, କ୍ରୀଡ଼ା କ୍ଷେତ୍ରରେ ସୁମିତା ତ୍ରିପାଠୀ, ସୁହାନା ତବୁସୁମ୍‌, ଶ୍ରୀମତୀ ସୁସରଳା ଶ୍ୟାମଲା, ଡ. ସସ୍ମିତା ତ୍ରିପାଠୀ, ଡ. ନମିତା ପଣ୍ଡା, ଓଡ଼ିଶୀ ନୃତ୍ୟାଙ୍ଗନା ମେଘନା ମହାନ୍ତି, ବିଦିଷାବସୁ ମଲ୍ଲିକ, ପିଆଲି ଦେ, ଅମିତା ଜେନାଙ୍କୁ ଅତିଥିମାନେ ମାନପତ୍ର, ଉପଢୌକନ ଦେଇ ତୁଷାରଶ୍ରୀ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରି ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଲେ ଯେ ଆମ ଟ୍ରଷ୍ଟର ଏହି ଛୋଟିଆ ପ୍ରୟାସ ଆଗାମୀ ଦିନରେ ନାରୀମାନଙ୍କୁ ସମାଜସେବା କ୍ଷେତ୍ରରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବାରେ ସହାୟକ ହେବ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଜିତେନ୍ଦ୍ର କୁମାର ଜେନା, ନବକିଶୋର ବେହେରା, ବିକାଶ ସୁନ୍ଦର ପଟ୍ଟନାୟକ, ଅର୍ଜୁନ ସାହୁ, ଶିବିର କୁମାର ପରିଡ଼ା, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ଦାସ, ଶିଶିର କୁମାର ମହାପାତ୍ର, ଅମ୍ଲେଶ ଦାସ, କେଦାର ପଟ୍ଟନାୟକ, ମୁନା ମିଶ୍ର, ବାପିନା ପାତ୍ର, ସଂଗ୍ରାମ ଜେନା, ମନୋଜ ମିଶ୍ର, ଗୋଲକ ବିହାରୀ ନାୟକ, ଅବିନାଶ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ବନ୍ଦରେ ବିକ୍ଷୋଭ କରି ‘ଆମ ଅଧିକାର’ କର୍ମୀ ଗିରଫ

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସମର୍ଥନ କରି ଆଜି ଆମ ଅଧିକାର ପକ୍ଷରୁ ନବୀନ ନିବାସ, ରାଜମହଲ ଛକ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳା କୃଷି ନୀତି ବାତିଲ ଦାବିରେ ‘ଆମ ଅଧିକାର’ର କର୍ମକର୍ତ୍ତାମାନେ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧାବାଟରେ ପୋଲିସ୍ ବାଧା ଦେବାରୁ ପୋଲିସ୍ ସହ ସେଠାରେ ଧସ୍ତାଧସ୍ତି ହୋଇଥିଲା। ପରେ ଶୋଭଯାତ୍ରା ରାଜମହଲ ଛକରେ ପହଞ୍ôଚ ସେଠାରେ ରାସ୍ତାରୋକ କରାଯାଇଥିଲା।

ଆମ ଅଧିକାରର ଆନ୍ଦୋଳନକୁ ସମର୍ଥନ ଜଣାଇ ଶ୍ରମିକ ସଂଗଠନ ‘ବିଟୁ’ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଏଜିଛକ ଅଭିମୁଖେ ଯାତ୍ରା କରିଥିଲା। ସେଠାରୁ ସଚିବାଳୟମାର୍ଗ ଦେଇ ଶୋଭଯାତ୍ରା ଯାଉଥିବା ସମୟରେ ପୋଲିସ୍ ରାସ୍ତା ଅବରୋଧ କରିବାରୁ କର୍ମୀମାନେ ରାସ୍ତାରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା, ମାନସ ସାହୁ ଏବଂ ବିଟୁ ପକ୍ଷରୁ ବିକ୍ରମ ନାୟକ ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇ ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ ଜ୍ଞାପନ କରିଥିଲେ।

କୃଷକ ବିରୋଧୀ କୃଷିନୀତି ସମ୍ପୂର୍ଣ୍ଣ ବାତିଲ ନହେବା ଯାଏ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ। ସଞ୍ଜୟ ପରିଡ଼ା, ଜଗନ ସାହୁ, ସୁବାଷ କୁମାର ତାରଣିଆଁ, କ୍ରିଷ୍ଣା ଶତପଥୀ, ରାହୁଲ ମହାପାତ୍ର ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ପୋଲିସ୍ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ମାର୍ଚ୍ଚ ୨୮ ରୁ ଏହି ରାଜ୍ୟରେ ଲାଗିଲା କର୍ଫ୍ୟୁ: ରାତି ୮ ଟା ରୁ ସକାଳ ୭ ଟା ଯାଏଁ କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢିବା ସାଙ୍ଗକୁ ଧୀରେ ଧୀରେ କଟକଣା ମଧ୍ୟ ଆରମ୍ଭ ହୋଇଛି। ଦେଶରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। ସେଥିପାଇଁ ମହାରାଷ୍ଟ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ଲାଗୁ କରିଛନ୍ତି। ଆସନ୍ତା ୨୮ ତାରିଖରୁ ସମଗ୍ର ରାଜ୍ୟରେ ଏହି କଟକଣା ଜାରି ରହିବ। ରାତି ୮ ଟା ରୁ ସକାଳ ୭ ଟା ଯାଏଁ କଟକଣା ଲାଗିବ। ଏହି ସମୟ ଭିତରେ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ଟିଏମସି କାର୍ଯ୍ଯାଳୟ ଭିତରେ ବିସ୍ଫୋରଣ: ବିଜେପି ଆଣିଲା ଏଭଳି ଅଭିଯୋଗ

କଲିକତା: ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ ହୋଇଛି। ବାଙ୍କୁରାର ଜୟପୁରରେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଟିଏମସି ଏନେଇ ବାମ ଦଳ-କଂଗ୍ରେସ ମେଣ୍ଟ ଉପରେ ଅଭିଯୋଗ ଆଣିଛି। ହେଲେ ବୋମା ତିଆରି କରୁଥିବା ବେଳେ ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

ତେବେ ଏହି ଘଟଣା ଉପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି। ବଙ୍ଗଳା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଏହି ଘଟଣା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୧୫, ବରଗଡରୁ ୭, ଖୋର୍ଦ୍ଧାରୁ ୭, ସୁନ୍ଦରଗଡରୁ ୭, ବାଲେଶ୍ବରରୁ ୬, କଟକରୁ ୫, ଯାଜପୁରରୁ ୫, ଢେଙ୍କାନାଳରୁ ୩, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଛି। ତେବେ ୧୨୪୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୦ କରୋନା ଆକ୍ରାନ୍ତ: ସୁସ୍ଥ ହେଲେ ୧୧ ଜଣ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୬୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନା ପାଇଁ ବନ୍ଦ ହେଲା ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ

ରମେଶ ମହାନ୍ତି

ଜଗତସିଂହପୁର: କୋଭିଡ୍-୧୯ ର ଦୃତ ସଂକ୍ରମଣ (ଦ୍ୱିତୀୟ ଲହରୀ)କୁ ଦୃଷ୍ଟିରେ ରଖି ଚଳିତବର୍ଷ ଜିଲ୍ଲା ସଦର ମହକୁମା ଠାରେ ଏପ୍ରିଲ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧କୁ ଜିଲ୍ଲାପାଳ ସ୍ଥଗିତ ରଖିଛନ୍ତି।

ପ୍ରକାଶ ଥାଉକି ଚଳିତ ମାର୍ଚ୍ଚ ମାସ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜନସମାବେଶ ଉପରେ କଟକଣା ଜାରି କରିଥିବାରୁ ଏବଂ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ନିମନ୍ତେ ଚଳିତ ବର୍ଷ ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତିଲ୍ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ରାର୍ଥୀ

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପ-ନିର୍ବାଚନ ପାଇଁ  ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି। ରୁଦ୍ରପ୍ରତାପ ହେଉଛନ୍ତି ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ।

ଏହା ପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପିପିଲି ଉପ-ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ଆଜି ନିଜର ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିସାରିଛନ୍ତି। ଏପ୍ରିଲ ୧୭ ତାରିଖରେ ଉପ-ନିର୍ବାଚନ ପାଇଁ ଭୋଟିଂ ହେବ।

Categories
ଆଞ୍ଚଳିକ

ଚିଲିକାରେ ଗଠନ ହେଲା ସ୍ଵାମୀ ବିବେକାନନ୍ଦ ସେବା ସଂଘ: ଓଜେଏସ୍ ଅଧିକାରୀଣି କୃଷ୍ଣାଙ୍କୁ କଲେ ସମ୍ମାନିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ସାମାଜିକ ସଂଗଠନ ଗଠିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ନାମରେ ଉକ୍ତ ସଂଗଠନ ଗଠିତ ହୋଇଛି। ଚିଲିକାର ସାମାଜିକ କାର୍ଯ୍ୟରେ ସ୍ପୃହା ରଖୁଥିବା ଯୁବକ ମାନଙ୍କୁ ନେଇ ଏହି  ସଂଗଠନ କାମ କରିବ। ସଂଗଠନ ପ୍ରତିଷ୍ଠା ଦିବସରେ ବାଣପୁରରେ ଏକ କାର୍ଯ୍ଯାଳୟର ମଧ୍ୟ ଶୁଭ ଉଦଘାଟନ ହୋଇଯାଇଛି।

ଏହି ଅବସରରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ଝିଅ କୃଷ୍ଣା ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି। ସଂଗଠନର ପ୍ରତିଷ୍ଠା ଦିବସରେ ସଦସ୍ୟମାନେ ଏକ ଶପଥ ପାଠ କରିଥିଲେ। ପ୍ରାୟ ୭୦ ଜଣ ଯୁବକ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସଂଗଠନର ସଦସ୍ୟତା ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ।

ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସଂଗଠନର ସର୍ବୋପରି ଉନ୍ନତି, ବିସ୍ତାର ତଥା ପ୍ରଚାର ପ୍ରସାର ନିମନ୍ତେ ନିଜର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ସହ ସମାଜର ଦଳିତ, ଅବହେଳିତ ଏବଂ ନିଷ୍ପେସିତ ଲୋକଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା କରିବେ ବୋଲି ଯୁବକମାନେ ଶପଥ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ସତ୍ୟନାରାୟଣ ଷଡଙ୍ଗୀ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା- ସଞ୍ଚାଳକ), ସମ୍ମାନିତ ଅତିଥି ଭାବେ ଅଜୟ ଦାସ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା- ନଗର ପ୍ରମୁଖ), ବୈରାଗୀ ଚରଣ ବଳ (ସ୍ଵାମୀ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଶାଖା – ସମ୍ପର୍କ ପ୍ରମୁଖ) ଏବଂ ମୁଖ୍ୟବକ୍ତା ଜିତେନ୍ଦ୍ର ସାମନ୍ତରାୟ (ସାମାଜ ସେବୀ) ଆଦି ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଅଭିଭାଷଣ ପ୍ରଦାନ କରି ଉତ୍ସାହିତ କରିଥିଲେ।

ଆୟୋଜିତ ସଭାକୁ ସଂଗଠନର ସଭାପତି ବିଦ୍ୟୁତ କୁମାର କାଣ୍ଡି ସଭାପତିତ୍ଵ କରିଥିବା ବେଳେ ପ୍ରଦୀପ କୁମାର ବିଶ୍ଵାଳ ସଭା ପରିଚାଳନା କରିଥିଲେ। ସଂଗଠନର ଉପ ସଭାପତି ଶ୍ରୀକାନ୍ତ ପଲାଇ, ସାଧାରଣ ସମ୍ପାଦକ ଲଲିତ କୁମାର ପ୍ରଧାନ, ଆଶୁତୋଷ ପାଢୀ, ସମ୍ପାଦକ ଶିବ ପ୍ରସାଦ ବଳିୟାରସିଂହ, ନରେଶ ଜେନାଙ୍କ ସମେତ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ, ନୂଆଦିଲ୍ଲୀସ୍ଥିତ ଆର୍ମି ହସପଟିଲାରେ ଭର୍ତ୍ତି

ନୂଆଦିଲ୍ଲୀ, ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସେଠାରେ ବର୍ତ୍ତମାନ ତାଙ୍କର ଧାରାବାହିକ ସ୍ବାସ୍ଥ୍ୟ ଚେକଅପ ସହିତ କିଛି ସମୟ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରହିଥିବା ଜଣାପଡିଛି।