Categories
ଆଜିର ଖବର ଜାତୀୟ ଖବର

ରିଲାଏନ୍ସ ପକ୍ଷରୁ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ସ୍ନାତକ ଇଞ୍ଜିନିୟର ଟ୍ରେନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ 

ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ‘ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି।

କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା।

ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯।

ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ। ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ। ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ମନ୍ତ୍ରୀଙ୍କ ଦ୍ୱାରା ଗୋପୀନାଥପୁର ନୀଳଗିରି ଓ ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଅଶ୍ୱିନୀ ବୈଷ୍ଣବ ରେଳବାଇ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଆଜି ଗୋପୀନାଥପୁର ନୀଳଗିରି ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋପୀନାଥପୁର ନୀଳଗିରି – ବାଲେଶ୍ୱର ନୂତନ ଏମୟୁ ଟ୍ରେନ ସେବାକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିବାସହ ଏବଂ ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ।

ବାଲେଶ୍ୱର ପର୍ଯ୍ୟନ୍ତ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ସଂଯୋଗ ପାଇଥିବାରୁ ରେଳମନ୍ତ୍ରୀ ଗୋପୀନାଥପୁର ନୀଳଗିରିର ସ୍ଥାନୀୟ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ରାଜ୍ୟରେ ରେଳ ନେଟୱାର୍କକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ଏହି ଅଞ୍ଚଳ ପାଇଁ ନୂତନ ଷ୍ଟେସନ ବିଲଡିଂ, ନୂତନ ପାସେଞ୍ଜର ଲାଇନ ଏବଂ ନୂତନ ମେମୁ ସେବାର ପ୍ରତିଶୃତି ପୂରଣ କରିଛି। ଗୋପୀନାଥପୁର ନୀଳଗିରି ଠାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ ସୁକାନ୍ତ କୁମାର ନାୟକ ଉପସ୍ଥିତ ଥିଲେ।

ଏହି ରୁଟରେ ପ୍ରତିଦିନ ତିନି ଯୋଡି MEMU ଟ୍ରେନ୍ ଚାଲିବ। MEMU ଟ୍ରେନର ନିୟମିତ ଚାଲିବା ୧୪ ତାରିଖରୁ ଆରମ୍ଭ ହେବ ଏବଂ ସମସ୍ତ MEMU ଟ୍ରେନ୍ ସୁତେଇ ବଡ଼ଗାଁ ଷ୍ଟେସନ ଠାରେ ରହିବ।

ପରେ, ବେତନଟୀ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନ୍ୟବର ରେଳମନ୍ତ୍ରୀ ବେତନଟୀ ଷ୍ଟେସନରେ ସବୱେ ପାଇଁ ମୂଳଦୁଆ ପକାଇଲେ। ଏହା ଯାତ୍ରୀମାନଙ୍କର ସୁଗମ ପ୍ରବେଶ ଏବଂ ପ୍ରସ୍ଥାନ ଏବଂ ସ୍ଥାନୀୟ ଲୋକଙ୍କ ମୁକ୍ତ ଚଳାଚଳ ନିଶ୍ଚିତ କରିବ। ସେ ବେତନଟୀ ଷ୍ଟେସନରେ ନୂତନ PRS କାଉଣ୍ଟରର ଉଦଘାଟନ କରିଛନ୍ତି। ନୂତନ ଭାବେ ଖୋଲା ଯାଇଥିବା PRS କାଉଣ୍ଟର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧାଜନକ ଏବଂ ସମୟ ସଂଚୟ ଟିକେଟ୍ ବୁକିଂ ସୁବିଧା ଯୋଗାଇବ।

ବେତନଟୀ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଜଲ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ ସନାତନ ବିଜୁଲି ଉପସ୍ଥିତ ଥିଲେ।

ଦକ୍ଷିଣ ପୂର୍ବାଞ୍ଚଳ ରେଳ ବିଭାଗର ଜେନେରାଲ ମ୍ୟାନେଜର ଅନିଲ କୁମାର ମିଶ୍ର ଗୋପୀନାଥପୁର ନୀଳଗିରି ଏବଂ ବେତନଟୀରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ତଥା ଅନ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେ ଆର ଚୌଧୁରୀ, ବିଭାଗୀୟ ରେଳ ପରିଚାଳକ, ଖଡ଼ଗ୍ପୁର ଏବଂ ଦକ୍ଷିଣ ପୂର୍ବ ରେଳର ଅନ୍ୟ ପ୍ରଧାନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କିଶୋରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ କିଶୋରୀ ମେଳା ଜରିଆରେ ମୁଖ୍ୟମନ୍ତ୍ରୀ ସମ୍ପୁର୍ଣ୍ଣ ପୃଷ୍ଟି ଯୋଜନା “ସୋପାନ” କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଆଜି ବ୍ରହ୍ମପୁର ସହର ସାନବଜାର ନିକଟସ୍ଥ କବିସୂର୍ଯ୍ୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଡିପିଓ କଲ୍ୟାଣୀ ପାଢୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ଥାନୀୟ କର୍ପୋରେଟର ଟି କିଶୋର,”ସକ୍ଷୀ” କେନ୍ଦ୍ର ଆଇନ ସହାୟିକା ସ୍ନେହମୟୀ ପାଢ଼ୀ ପ୍ରମୁଖ ଯୋଗଦାନ କରି କିଶୋରୀ ବାଳିକା ମାନଙ୍କର ଶାରୀରିକ କ୍ଷମତା ବ୍ରୁଦ୍ଦି ପାଇଁ ପ୍ରୁଷ୍ଟିକର ଖାଦ୍ୟ ର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କର “ସୋପାନ” ଯୋଜନା ଅନ୍ତର୍ଭୁକ୍ତ ରହିଛି। ଏହାର ସୁବିଧା ସମସ୍ତ କିଶୋରୀ ବାଳିକା ପାଇପାରିବେ ବୋଲି ଉପସ୍ଥିତ ଅତିଥି ମାନେ ମତଦାନ କରିଥିଲେ। ଅଞ୍ଚଳର ଅଙ୍ଗନବାଡ଼ି ପରିଦର୍ଶକଙ୍କ ସମେତ ବହୁ କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ
ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ହନୁମାନ କଲ୍ୟାଣ ମଣ୍ଡପରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଥିଲେ ଏବଂ ସେମାନଙ୍କୁ ମିଳୁଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀ ବୈଷ୍ଣବ ଜଣେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀ ବିଜୟ ଗିରିଙ୍କ ସହ କଥା ହୋଇଥିଲେ । ଶ୍ରୀ ଗିରି ଜଣେ ଉଠାଦୋକାନୀ ଭାବେ ପରିବା ବିକ୍ରି କରୁଛନ୍ତି। ପିଏମ୍‌ ସ୍ୱନିଧି ଯୋଜନାରେ ମିଳିଥିବା ଋଣ ସହାୟତା ତାଙ୍କୁ ବ୍ୟବସାୟ ବଢ଼ାଇବାରେ ସହାୟକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଶ୍ରୀ ଗିରିଙ୍କ ଭଳି ସ୍ୱାଭିମାନୀ ଭାଇମାନଙ୍କ ବିଷୟରେ କେହି କେବେ ଚିନ୍ତା କରିନଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ସହଜରେ ବନ୍ଧକମୁକ୍ତ ଋଣ ସୁବିଧା ଯୋଗାଇ ଦେଇଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁ ଯୋଜନା ଦ୍ୱାରା ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ ସେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗରିବ ଲୋକଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଚାଉଳ ଯୋଗାଇ ଦେଉଛନ୍ତି। ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଗରିବଙ୍କ ଦୁଃଖ ବୁଝିଥିବା ଜଣେ ବ୍ୟକ୍ତି କେବଳ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ବୈଷ୍ଣବ ଆହୁରି କହିଥିଲେ, ମହିଳାଙ୍କୁ ଉଜ୍ଜ୍ୱଳା ଗ୍ୟାସ, ସବୁ ଘରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ପ୍ରତି ଗାଁରେ ସଡ଼କ, ସବୁ ଗାଁରେ ବିଦ୍ୟୁତ ସେବା, ୪-ଜି, ୫-ଜି ଦୂରସଞ୍ଚାର ସେବା, ଏସବୁ ସୁବିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗାଇ ଦେଉଛନ୍ତି। ସବୁ ପରିବାରର ଦୁଃଖ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁ ରେଳ ଭିତ୍ତିଭୂମିର ଆଶାନୁରୂପ ବିକାଶ ହୋଇପାରୁନଥିଲା। ଏବେ ଦେଶର ରେଳ ସେବାରେ ଯଥେଷ୍ଟ ସୁଧାର ଆସିଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ: ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି। ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ। ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ। ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ ବୋଲି ଶନିବାର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଭବନର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ। ଦେବଗଡର ମୁଳପୁଞ୍ଜି ଶିକ୍ଷା। ଏଠାରେ ପାଠପଢାର ବହୁତ ପୁରୁଣା ସଂସ୍କାର ଅଛି। ଜିଲ୍ଲାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ। ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି।

ଭାରତ ସରକାରଙ୍କ ସହଯୋଗରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି। ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଳାହାଣ୍ଡି ଉତ୍ସବର ‘ଘୁମୁରା’ ପୂର୍ବରୁ ଶୁଭିଲା ପଥୋତ୍ସବର ବିଗୁଲ: ରାଜରାସ୍ତା ପାଲଟିଲା ମହୋତ୍ସବର ମହାମଞ୍ଚ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବାର୍ତ୍ତାବହ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବ୍ୟବହିତ ପୂର୍ବରୁ ଆଜି ଭବାନୀପାଟଣା ସହରରେ ମହା ସମାରୋହରେ ରାହାଗିରି(ପଥୋତ୍ସବ) ଆୟୋଜିତ ହୋଇଯାଇଛି। ପଥ ଉତ୍ସବକୁ ନେଇ ସହରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଜେଲ୍ ଛକରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲୋକାରଣ୍ୟ ପାଲଟିଥିଲା।

ଉଦ୍ଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଯୋଜନା ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଅତିଥି ଭାବେ ଯୋଗଦେଇ ଜନସାଧାରଣକୁ ସମ୍ବୋଧନ କରିଥିଲେ। ରାହଗିରି ଉପ କମିଟିର ସଭାପତି ଡ. ଅଜୟ ମିଶ୍ର ସ୍ଵାଗତ ଅଭିଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଆବାହକ ସଞ୍ଜୟ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ରାହାଗିରି ଉପକମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବାଲ ଗୋପାଳ ସେବା ନିକେତନର ଶିଳ୍ପୀମାନଙ୍କ ଦ୍ଵାରା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଧାରିତ ବାଲୁକା କଳା, ପତଞ୍ଜଳି ଯୋଗ ସମିତି ଓ ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀଙ୍କ ଯୋଗ ପ୍ରଦର୍ଶନ, ବିଭିନ୍ନ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ରଙ୍ଗୋଲି, ୮୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଚିତ୍ରକଳା ପ୍ରଦର୍ଶନ, ବିକାଶ ଶିକ୍ଷାନୁଷ୍ଠାନର ସଙ୍ଗୀତ ପରିବେଷଣ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁଙ୍କ ଓଡିଶୀ, ହାଇଟେକ୍ ପବ୍ଲିକ ସ୍କୁଲର ସମର କଳା ଉଶୁ ଓ ସେଖ ମୁନୱାର ଓ ସହଯୋଗୀଙ୍କ ତାଇକୁଣ୍ଡୁ, ବ୍ୟାଡମିଣ୍ଟନ ଏସୋସିଏସନ ଦ୍ଵାରା ଆୟୋଜିତ ବ୍ୟାଡମିଣ୍ଟନ ଖେଳରେ ଜନ ସାଧାରଣଙ୍କ ଅଂଶଗ୍ରହଣ, ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ନୃତ୍ୟ ପ୍ରଦର୍ଶନ, ଇଶ୍ଵର ରାଓଙ୍କ ଘୁଡକା ନୃତ୍ୟ, ପ୍ରଭୃତି ଆକର୍ଷଣୀୟ ଓ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ଓ କଳାପ୍ରେମୀ ଉପଭୋଗ କରିଥିଲେ।

ଶତାଧିକ ବରିଷ୍ଠ ନାଗରିକଙ୍କ ସମେତ ଶିଶୁ ଓ ଯୁବକ ଯୁବତୀଙ୍କ ରେମ୍ପ ସୋ, ଅନୁପ ଶତପଥୀଙ୍କ ଯାଦୁକଳା ପ୍ରଦର୍ଶନ, ବ୍ୟଙ୍ଗକବିମାନଙ୍କ ଦ୍ଵାରା କବିତା ପାଠୋତ୍ସବ, ବିଳମ୍ବିତ ରାତି ଯାଏଁ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିପରି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମରେ ହାଇଟେକ ପବ୍ଲିକ ସ୍କୁଲ, ଗାୟତ୍ରୀ ବିଜ୍ଞାନ ମହାବିଦ୍ୟାଳୟ, ବିକାଶ ଶିକ୍ଷାନୁଷ୍ଠାନ, ପ୍ରଗତି ମହାବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ସ୍ମାର୍ଟ ସ୍କୁଲ, ଶାସ୍ତ୍ରୀଜି ଶିକ୍ଷା ନିକେତନ ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କ ଛାତ୍ରଛାତ୍ରୀମାନେ ସାମିଲ ହୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଡ଼ାକ୍ତରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡ ଶୁଣାଣି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ରାଜ କୁମାର ଦାସଙ୍କ ଅଦାଲତରେ ସମାପ୍ତ ହୋଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ମାନ୍ୟବର ଅଦାଲତ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏତଦବ୍ୟତୀତ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ସେହିପରି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ସହଯୋଗ କରିଥିବା ବିଧାନ ସେଠୀ ଓ ଗଙ୍ଗା ବେହେରାକୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଛତ୍ରପୁର ଉପଖଣ୍ଡ ଡ଼ାକ୍ତରଖାନାର ତତ୍କାଳୀନ ବରିଷ୍ଠ ଡାକ୍ତର ଡ଼ଃ ତ୍ରିପାଠୀ ବ୍ରହ୍ମପୁର ଧୁଆଁ ବସଷ୍ଟାଣ୍ଡ ନିକଟସ୍ଥ ନିଜ ଘରେ ଗାୟତ୍ରୀ କ୍ଲିନିକ୍ ନାମରେ ଏକ ନର୍ସିଂ ହୋମ୍ ଚଳାଇଥିଲେ। ଉକ୍ତ ନର୍ସିଂ ହୋମ୍ ରେ ଜଣେ ମହିଳା ନର୍ସ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଖଲିକୋଟ ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମର ବିଷ୍ଣୁ ଗୌଡ଼ ନାମରେ ଜଣେ ବ୍ୟାଙ୍କ ଏଜେଣ୍ଟ୍ ଉଭୟ ଡାକ୍ତର ଓ ନର୍ସ୍ ଙ୍କ ପରିଚିତ ହୋଇଥିଲେ।

କିନ୍ତୁ ଉକ୍ତ ଏଜେଣ୍ଟ୍ ଓ ବିବାହିତ ଡାକ୍ତର ହୃଷିକେଶ ତ୍ରିପାଠୀ ଉଭୟେ ମହିଳା ନର୍ସ୍ କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଡାକ୍ତର ତ୍ରିପାଠୀ ଜାଣିବା ପରେ ଦିବଂଗତ ଏଜେଣ୍ଟଙ୍କୁ ଏହି ପ୍ରେମ ସମ୍ପର୍କରୁ ଦୁରେଇ ରହିବା ପାଇଁ ତାଗିଦ୍ କରିଥିଲେ। କିନ୍ତୁ ବିଷ୍ଣୁ ଗୌଡ଼ ଡାକ୍ତରଙ୍କ ନଶୁଣିବାରୁ ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ସୁଯୋଗ ଦେଖି ବିଷ୍ଣୁଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଅଚେତ ଅବସ୍ଥାରେ ତାକୁ କଟୁରୀ ଜରିଆରେ ହତ୍ୟା କରି ତାର ଅଙ୍ଗପ୍ରତ୍ୟଙ୍ଗ ସବୁ ଅଲଗା ଅଲଗା କରି ଏକ ଜରି ଅଖାରେ ଭର୍ତ୍ତି କରି ନିଜ କ୍ଲିନିକ୍ କର୍ମଚାରୀ ଗଙ୍ଗା ବେହେରା ଓ ବିଧାନ ସେଠୀ ଜରିଆରେ ବଡଡୁମୁଳା ସ୍ଥିତ ଏକ ପରିତ୍ୟକ୍ତ କୁଅଁରେ ନେଇ ପକାଇ ଦେଇଥିଲେ।

ଏହି ଘଟଣା ପରେ ଡାକ୍ତର ତ୍ରିପାଠୀଙ୍କ ଗାଡ଼ି ଚାଲକ ମୃତ ବିଷ୍ଣୁଙ୍କ ପତ୍ନୀଙ୍କୁ ଜଣାଇବା ପରେ ପତ୍ନୀଙ୍କ ଅଭିଯୋଗକୁ ଗ୍ରହଣ କରି ଏକ ଅପହରଣ ମାମଲା ରୁଜୁ କରି ପୋଲିସ ଗତ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ବିଷ୍ଣୁଙ୍କ ଖଣ୍ଡବିଖଣ୍ଡିତ ଶବକୁ ଉକ୍ତ କୁଅ ମଧ୍ୟରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଏବଂ ଡ଼ଃ ତ୍ରିପାଠୀକୁ ବାରମ୍ବାର ଥାନାକୁ ନେଇ ଜେରା କରିବା ପରେ ସେ ନିଜେ ହତ୍ୟାକାରୀ ବୋଲି ସ୍ଵୀକାର କରିଥିଲେ। ପୋଲିସ ସେହିଦିନଠାରୁ ତାଙ୍କୁ ଗିରଫ କରି ହତ୍ୟା ମାମଲାରେ କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ମୋଟ ୨୩ ଜଣଙ୍କ ସାକ୍ଷୀ ବୟାନ୍ ଗ୍ରହଣ କରି ମାନ୍ୟବର ଅଦାଲତ ଉକ୍ତ ରାୟ ଶୁଣାଇଛନ୍ତି। ଏହି ଭଳି ରାୟ ଶୁଣିବା ପରେ ମୃତ ବିଷ୍ଣୁଙ୍କ ପତ୍ନୀ ନର୍ମଦା ଗୌଡ଼ ସନ୍ତୋଷ ପ୍ରକାଶ କରିବା ସହ ଡ଼ଃ ତ୍ରିପାଠୀଙ୍କ ମୃତ୍ୟୁ ପରେ ହିଁ ସେ ଖୁସି ହେବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସନ୍ଦେହ ଜନକ ଭାବେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଯୁବକ ଅଟକ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଅଟୋନଗର ନିକଟସ୍ଥ ନିର୍ମଳା ପ୍ଲାଜା ନାମକ ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଗୋଳନ୍ଥରା ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଯୁବତୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ମୃତ ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ହୋଇଥିବା ବେଳେ ଅଟକ ଯୁବକ ଜଣକ ସଙ୍କେତ ସେନାପତି ଓ ତାଙ୍କର ଘର ନୟାପଲ୍ଲୀ ଭୁବନେଶ୍ବର ବୋଲି ଜଣାପଡିଛି। ପୋଲିସ ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଜାତୀୟ ଖବର ବିଶେଷ ଖବର

ଶଙ୍କରାଚାର୍ଯ୍ୟ କିଏ, ହିନ୍ଦୁ ଧର୍ମରେ କେତେ ଗୁରୁତ୍ୱପୂର୍ଣ୍ଣ?

ନୂଆଦିଲ୍ଲୀ: ଭାରତର ୪ଟି ମଠରେ ୪ଜଣ ଶଙ୍କରାଚାର୍ଯ୍ୟ ଅଛନ୍ତି। ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା କରିବାର ସର୍ବୋଚ୍ଚ ଗୁରୁ। ହିନ୍ଦୁ ଧର୍ମରେ ଏମାନଙ୍କର ବହୁତ ମହତ୍ତ୍ୱ ରହିଛି। ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ରାମ ମନ୍ଦିରରେ ରାମଲାଲଶଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସେପଟେ ଏହି କାର୍ଯ୍ୟକ୍ରମରେ କିଛି ଶଙ୍କରାଚାର୍ଯ୍ୟ ଯୋଗ ଦେବେ ନାହିଁ ବୋଲି ଖବର ସାମ୍ନାକୁ ଆସିଛି। କିନ୍ତୁ ଆପଣ ଜାଣନ୍ତି କି ଶଙ୍କରାଚାର୍ଯ୍ୟ କିଏ ଏବଂ ହିନ୍ଦୁ ଧର୍ମରେ ତାଙ୍କର କେତେ ମହତ୍ତ୍ୱ ରହିଛି?
୪ ଜଣ ଶଙ୍କରାଚାର୍ଯ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ତିନିଜଣ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଆମେ ରାମ ମନ୍ଦିର କାର୍ଯ୍ୟକ୍ରମକୁ ବିରୋଧ କରୁନାହୁଁ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁନାହୁଁ, କେବଳ ପ୍ରାଣ ପ୍ରତିଷ୍ଠା ସମାରୋହ ହିନ୍ଦୁ ଶାସ୍ତ୍ର ଅନୁଯାୟୀ କରାଯାଉନାହିଁ। ଯେପରି ସମ୍ବିଧାନର ବ୍ୟାଖ୍ୟା କରିବା ପାଇଁ ସୁପ୍ରିମକୋର୍ଟଙ୍କର ଚୂଡ଼ାନ୍ତ ଅଧିକାର ରହିଛି, ସେହିଭଳି ଶଙ୍କରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମରେ ସର୍ବୋଚ୍ଚ ଗୁରୁ ଏବଂ ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା କରିବା।

ଯଦି ଆମେ ଶଙ୍କରାଚାର୍ଯ୍ୟଙ୍କ ଇତିହାସ ବିଷୟରେ କହିବା ତେବେ ଏହାର ଆରମ୍ଭ ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ବୋଲି ବିବେଚନା କରାଯାଏ। ଆଦି ଶଙ୍କରାଚାର୍ଯ୍ୟ ଜଣେ ହିନ୍ଦୁ ଦାର୍ଶନିକ ଓ ଧାର୍ମିକ ନେତା ଥିଲେ। ଆଦି ଶଙ୍କରାଚାର୍ଯ୍ୟ କେରଳର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଜଗଦଗୁରୁ ମଧ୍ୟ କୁହାଯାଏ।

ଶଙ୍କରାଚାର୍ଯ୍ୟ ପଦରେ ବସିଥିବା ବ୍ୟକ୍ତିଙ୍କର ତ୍ୟାଗୀ, ଦାଣ୍ଡି ସନ୍ୟାସୀ, ସଂସ୍କୃତ, ଚତୁର୍ବେଦ, ବେଦାନ୍ତ ବ୍ରାହ୍ମଣ, ବ୍ରହ୍ମଚାରୀ ଓ ପୁରାଣ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ଏହାବ୍ୟତୀତ ଏହି ବ୍ୟକ୍ତି ରାଜନୀତି ସହ ଜଡ଼ିତ ହେବା ଉଚିତ ନୁହେଁ। ଖାଲି ସେତିକି ନୁହେଁ ଆଦି ଶଙ୍କରଙ୍କ ଦ୍ୱାରା ଏହି ୪ଟି ଧାମ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହି ୪ଧାମ ହେଉଛି, କର୍ଣ୍ଣାଟକର ଚିକମାଗଲୁରରେ ଶ୍ରୀ ଶ୍ରୀ ଶ୍ରୀ ଶୃଙ୍ଗେରୀ ଶାରଦା ପିଠମ୍। ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ଥିବା ଜ୍ୟୋର୍ତି ମଠ। ଗୁଜୁରାଟର ଦ୍ୱାରକାରେ ଥିବା କାଲିକା ମଠ। ଓଡ଼ିଶାର ପୁରୀର ଗୋବର୍ଦ୍ଧନ ମଠ।

ଶଙ୍କରାଚାର୍ଯ୍ୟମାନେ କିଏ?

ଯେପରି ସମ୍ବିଧାନର ବ୍ୟାଖ୍ୟା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ହିଁ ଚୂଡ଼ାନ୍ତ କର୍ତ୍ତୃପକ୍ଷ, ସେହିଭଳି ଶଙ୍କରାଚାର୍ଯ୍ୟମାନେ ହିନ୍ଦୁ ଧର୍ମରେ ଏବଂ ହିନ୍ଦୁ ଶାସ୍ତ୍ରର ବ୍ୟାଖ୍ୟା ପାଇଁ “ସର୍ବୋଚ୍ଚ କର୍ତ୍ତୃପକ୍ଷ” ଅଟନ୍ତି।

ଅଷ୍ଟମ ଶତାବ୍ଦୀର ହିନ୍ଦୁ ସନ୍ଥ ଆଦି ଶଙ୍କରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଚାରିଟି ପ୍ରମୁଖ ମଠର ନେତୃତ୍ୱ ଶଙ୍କରାଚାର୍ଯ୍ୟ ବା ପଣ୍ଡିତମାନେ ନେଇଥାନ୍ତି। ସଂସ୍କୃତରେ ପୀଠ କୁହାଯାଉଥିବା ପ୍ରତ୍ୟେକ ମଠକୁ ଗୋଟିଏ ଲେଖାଏଁ ବେଦର ରକ୍ଷକ ଭାବରେ କାର୍ଯ୍ୟ କରିବା ଏବଂ ବୈଦିକ ସାହିତ୍ୟକୁ ବଞ୍ଚାଇ ରଖିବାପାଇଁ ଦାୟିତ୍ୱ ଦିଆଯାଇଥିଲା।

ପୁରୀର ଗୋବର୍ଦ୍ଧନ ମଠ ଋଗ୍‍ ବେଦର ରକ୍ଷକ ହୋଇଥିବାବେଳେ ଗୁଜରାଟର ଦ୍ୱାରକା ଶାରଦା ପୀଠମ ସାମ୍‍ ବେଦ ପାଇଁ ଦାୟୀ। ସେହିପରି କର୍ଣ୍ଣାଟକର ଶ୍ରୀଙ୍ଗେରୀ ଶାରଦା ପୀଠ ଅଥର୍ବ ବେଦ ପାଇଁ ଏବଂ ଉତ୍ତରାଖଣ୍ଡର ଯୋଶୀମଠରେ ଥିବା ଜ୍ୟୋର୍ତି ମଠ ଯଜୁର ବେଦ ପାଇଁ ଦାୟୀ। ସମସ୍ତ ପୀଠ ଚାରି ଦିଗରେ ଅବସ୍ଥିତ ଏବଂ ଭାରତର ସବୁଠାରୁ ପୂଜ୍ୟ ତୀର୍ଥସ୍ଥଳମଧ୍ୟରୁ ଅନ୍ୟତମ।

ଶଙ୍କରାଚାର୍ଯ୍ୟମାନଙ୍କର ମହତ୍ତ୍ୱକୁ ଭଲ ଭାବରେ ବୁଝିବା ପାଇଁ ଆଦି ଶଙ୍କରଙ୍କ ବିଷୟରେ ଜାଣିବା ଜରୁରୀ ଏବଂ ସେ କିପରି ସନାତନ ବା ହିନ୍ଦୁ ଧର୍ମର ପୁନରୁଦ୍ଧାର କରିଥିଲେ।

କିଏ ଥିଲେ ଆଦି ଶଙ୍କରା ?

ବାସ୍ତବରେ “ଶଙ୍କରାଚାର୍ଯ୍ୟ” ଉପାଧି ବୌଦ୍ଧ ଓ ଜୈନମାନଙ୍କର ପ୍ରଭାବ ଥିବା ସମୟରେ ହିନ୍ଦୁ ଧର୍ମର ସଂସ୍କାର ଓ ପୁନରୁଦ୍ଧାର ପାଇଁ ଶ୍ରେୟ ପ୍ରାପ୍ତ ବୈଦିକ ପଣ୍ଡିତ ଆଦି ଶଙ୍କରଙ୍କଠାରୁ ନିଆଯାଇଛି। ଆଦି ଶଙ୍କରା ୭୮୮ ଖ୍ରୀଷ୍ଟାବ୍ଦରେ ବୈଶାଖ ମାସରେ କେରଳର କାଲଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ (କିନ୍ତୁ ଏହାକୁ କେତେକ ପଣ୍ଡିତ ବିରୋଧ କରିଛନ୍ତି)। ଜଗଦଗୁରୁ ନାମରେ ମଧ୍ୟ ପରିଚିତ ଶଙ୍କରଙ୍କର ଏକ ସଂକ୍ଷିପ୍ତ ଜୀବନ ଥିଲା (ବିଶ୍ୱାସ କରାଯାଏ ଯେ ସେ ମାତ୍ର ୩୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ) କିନ୍ତୁ ହିନ୍ଦୁ ଧର୍ମ ଉପରେ ତାଙ୍କର ଏକ ବଡ଼ ପ୍ରଭାବ ପଡ଼ିଥିଲା।

ଭଗବାନ ଶିବଙ୍କ ଅବତାର ଭାବରେ ପୂଜା ପାଉଥିବା ଏହି ବିଶ୍ୱାସ କରାଯାଏ ଯେ ସେ ମାତ୍ର ୧୬ ବର୍ଷ ବୟସରେ ବେଦରେ ପାରଦର୍ଶିତା ହାସଲ କରିଥିଲେ। ଜୈନ ଧର୍ମ ଓ ବୌଦ୍ଧ ଧର୍ମର ଉନ୍ନତି ମଧ୍ୟରେ ଶଙ୍କରା ଖୁବ୍ କମ୍ ବୟସରେ ବ୍ରହ୍ମା ସୂତ୍ର, ଉପନିଷଦ ଓ ଭଗବତ ଗୀତା ଉପରେ ନିଜର ମନ୍ତବ୍ୟ ପ୍ରଚାର କରିବା ପାଇଁ ଭାରତର କୋଣ ଅନୁକୋଣକୁ ଯାତ୍ରା କରିବା ଆରମ୍ଭ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ମା ସୁନା ଚେନ୍ ବିକ୍ରୟ କରି କିଟ୍ ବ୍ୟାଗ୍ କିଣିଥିଲେ… ଜାଣନ୍ତୁ ଧ୍ରୁଭ୍ ଜୁରେଲ୍ କିଏ, ଯିଏ ଟେଷ୍ଟ ସିରିଜ୍ ପାଇଁ ଦଳରେ ପାଇଛନ୍ତି ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛି। ଏହା ପରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ସହିତ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଏକ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ଟେଷ୍ଟ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଏକ ଅଂଶ। କେପଟାଉନ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନିଜର ସ୍ଥିତିକୁ ମଜବୁତ କରିଥିଲା ​​ଏବଂ ଯେତେବେଳେ ଜାନୁଆରୀ ୨୫ ତାରିଖରୁ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିବ, ସେତେବେଳେ ଏହା ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ଶୁକ୍ରବାର ବିଳମ୍ବିତ ରାତିରେ ବିସିସିଆଇ ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଚୟନକର୍ତ୍ତାଙ୍କ ଦ୍ୱାରା ଚୟନରେ ଉତ୍ତରପ୍ରଦେଶ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲ ମଧ୍ୟ ସ୍ଥାନ ପାଇଛନ୍ତି। ଧ୍ରୁଭ ଜୁରେଲ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର କ୍ୟାପ ପାଇଛନ୍ତି।

ଧ୍ରୁଭ ଜୁରେଲ କିଏ?:

୨୦୨୦ ରେ ଆୟୋଜିତ ଅଣ୍ଡର -୧୯ ବିଶ୍ୱକପ୍‌ରେ ଧ୍ରୁଭ ଜୁରେଲ ଭାରତର ଉପ-ଅଧିନାୟକ ଥିଲେ। ୨୨ ବର୍ଷୀୟା ବିଦର୍ଭ ବିପକ୍ଷରେ ୨୦୨୨ ରଣଜୀ ଟ୍ରଫି ମ୍ୟାଚରେ ଉତ୍ତରପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ। ଧ୍ରୁଭ ଜୁରେଲ ଏପର୍ଯ୍ୟନ୍ତ ୧୫ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ଏକ ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ସହ ବର୍ଷ ମଧ୍ୟରେ ୭୯୦ ରନ୍ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୨୪୯ ରନ୍। ସେ ୧୦ ଟି ଲିଷ୍ଟ-ଏ ଏବଂ ୨୩ ଟି -୨୦ ଖେଳ ମଧ୍ୟ ଖେଳିଛନ୍ତି। ଆଇପିଏଲ୍ ୨୦୨୨ ରେ ରାଜସ୍ଥାନ ରୟାଲ୍ସ ଜୁରେଲଙ୍କୁ ତାଙ୍କ ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ସେ ୨୦୨୩ ମସିହାରେ ଆଇପିଏଲ୍ ଡେବ୍ୟୁ କରିଥିଲେ ଏବଂ ରୟାଲ୍ସ ପାଇଁ ୧୩ ଟି ମ୍ୟାଚ୍ ଖେଳି ୧୭୨.୭୨ ଷ୍ଟ୍ରାଇକ୍ ହାରରେ ୧୫୨ ରନ୍ ସ୍କୋର କରିଥିଲେ। ରାଜସ୍ଥାନ ତାଙ୍କୁ ଆଇପିଏଲ-୨୦୨୪ ପାଇଁ ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଢାକାରେ ଜରୁରୀକାଳୀନ ଅବତରଣ କଲା ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୁଆହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ବାଂଲାଦେଶର ରାଜଧାନୀ ଢକାରେ ଜରୁରୀକାଳୀନ ଅବତରଣ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ନମ୍ବର 6E 5319 ମୁମ୍ବାଇରୁ ଗୁଆହାଟୀ ଯିବାକୁ ଥିଲା, କିନ୍ତୁ ଗୁଆହାଟୀରେ ଘନ କୁହୁଡି ହେତୁ ବିମାନ ସେଠାରେ ଅବତରଣ କରି ପାରିନଥିଲା। ବିମାନଟି ଢାକା ବିମାନବନ୍ଦରରେ ଅବତରଣ କରିଥିଲା। ବିଶେଷ କଥା ହେଉଛି ଏହି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ପାଖରେ ପାସପୋର୍ଟ ନାହିଁ। ଏଭଳି ପରିସ୍ଥିତିରେ ଢକା ବିମାନବନ୍ଦରରେ ଠିଆ ହୋଇଥିବା ବିମାନ ଭିତରେ ସମସ୍ତ ଯାତ୍ରୀ ବସିଛନ୍ତି।

ମୁମ୍ବାଇର ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁରଜ ସିଂ ଠାକୁର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଛନ୍ତି ଯେ, ମୁମ୍ବାଇରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ବର୍ତ୍ତମାନ ଢକାରେ ଅବତରଣ କରିଛି।

ସେ ଆହୁରି ଲେଖିଛନ୍ତି ଯେ, ମୁଁ ମୁମ୍ବାଇରୁ ଗୁଆହାଟୀ ପର୍ଯ୍ୟନ୍ତ IndiGo6E ବିମାନ ନମ୍ବର 6E 5319 ରେ ଯାତ୍ରା କରିଥିଲି। କିନ୍ତୁ ଘନ କୁହୁଡି ଯୋଗୁଁ ବିମାନଟି ଗୁଆହାଟୀରେ ଅବତରଣ କରିପାରିଲା ନାହିଁ। ଗୁଆହାଟି ବଦଳରେ ଏହାକୁ ଢାକାରେ ଅବତରଣ କରାଯାଇଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ବିମାନରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କାହାର ପାସପୋର୍ଟ ନାହିଁ। ଏବଂ ସମସ୍ତେ ପାସପୋର୍ଟ ବିନା ଢାକା ବିମାନବନ୍ଦରରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଧାର୍ମିକ ପର୍ଯ୍ୟଟନ ଖୋଜାରେ ୯୭% ବୃଦ୍ଧି, ଅଯୋଧ୍ୟାର ରାମ ମନ୍ଦିର ଖୋଲିଛି ଆଶାର ନୂଆ ଦ୍ୱାର

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ଜାନୁଆରୀ ୨୨ରେ ଉଦ୍‍ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ଧାର୍ମିକ ପର୍ଯ୍ୟଟନକୁ ନୂଆ ଉଚ୍ଚତା ଦେଇଛି। ଧାର୍ମିକ ସ୍ଥଳକୁ ଯିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନଲାଇନ ଟ୍ରାଭେଲ ପ୍ଲାଟଫର୍ମ ମେକ୍ ମାଇଟ୍ରିପ୍ ଅନୁଯାୟୀ, ଗତ ଦୁଇବର୍ଷ ମଧ୍ୟରେ ଧାର୍ମିକ ସ୍ଥଳ ଖୋଜିବା ପାଇଁ ଲୋକଙ୍କ ସଂଖ୍ୟା ପ୍ରାୟ ୯୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧ରୁ ୨୦୨୩ ମଧ୍ୟରେ ଲୋକମାନେ ଦର୍ଶନ ପାଇଁ ଧାର୍ମିକ ସ୍ଥାନକୁ ପସନ୍ଦ କରୁଛନ୍ତି। ସେଥିମଧ୍ୟରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଅଯୋଧ୍ୟା ଏବଂ ସେଠାରେ ନିର୍ମିତ ହେଉଥିବା ରାମ ମନ୍ଦିର।

ଅଯୋଧ୍ୟାକୁ ନେଇ ଲୋକମାନେ ସବୁଠାରୁ ଅଧିକ ଖୋଜୁଛନ୍ତି

ଅନଲାଇନ ଟ୍ରାଭେଲ କମ୍ପାନି ମେକ୍ ମାଇଟ୍ରିପ୍‍ର ତଥ୍ୟ ଅନୁଯାୟୀ ଲୋକମାନେ ଏବେ ଅଯୋଧ୍ୟାକୁ ନେଇ ସବୁଠାରୁ ଅଧିକ ସର୍ଚ୍ଚ କରୁଛନ୍ତି। ଏହି ସଂଖ୍ୟା ୫୮୫ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀର ଅନଲାଇନ ପ୍ଲାଟଫର୍ମରୁ ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଧାର୍ମିକ ଭ୍ରମଣ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ଦୁଇବର୍ଷ ମଧ୍ୟରେ ଲୋକଙ୍କ ପ୍ରାଥମିକତା ଦ୍ରୁତ ଗତିରେ ବଦଳି ଯାଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏହି ଚିନ୍ତାଧାରା ଆହୁରି ଦୃଢ଼ ହେବାରେ ଲାଗିଛି।

ଏହି ଧାର୍ମିକ ସହରଗୁଡ଼ିକ ବିଷୟରେ ଜାଣିବା ପାଇଁ ଆଗ୍ରହ ମଧ୍ୟ ବଢ଼ିଲା

ଅନଲାଇନ୍ ପ୍ଲାଟଫର୍ମ ଅନୁଯାୟୀ, ୨୦୨୧ରୁ ୨୦୨୩ ମଧ୍ୟରେ ଅଯୋଧ୍ୟା ବ୍ୟତୀତ ଉଜ୍ଜୈନ (୩୫୯ ପ୍ରତିଶତ), ବଦ୍ରିନାଥ (୩୪୩ ପ୍ରତିଶତ), ଅମରନାଥ (୩୨୯ ପ୍ରତିଶତ), କେଦାରନାଥ (୩୨୨ ପ୍ରତିଶତ), ମଥୁରା (୨୨୩ ପ୍ରତିଶତ), ଦ୍ୱାରକାଧିଶ (୧୯୩ ପ୍ରତିଶତ), ଶିରିଡ଼ି (୧୮୧ ପ୍ରତିଶତ), ହରିଦ୍ୱାର (୧୧୭ ପ୍ରତିଶତ) ଏବଂ ବୋଧଗୟା (୧୧୪ ପ୍ରତିଶତ) ଲୋକମାନେ ଅଧିକ ସର୍ଚ୍ଚ କରିଥିଲେ।

ଡିସେମ୍ବର ୩୦ରେ ଅଯୋଧ୍ୟାକୁ ନେଇ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା
ମେକ୍ ମାଇଟ୍ରିପ୍ ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନେବା ପରଠାରୁ ଏହା ବିଷୟରେ ଜାଣିଥିବା ଲୋକଙ୍କ ସଂଖ୍ୟା ଆକାଶଛୁଆଁ ହୋଇଛି। ରାମ ମନ୍ଦିର ଉଦ୍‍ଘାଟନ ତାରିଖ ପରେ ଅଯୋଧ୍ୟାକୁ ନେଇ ସର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା ୧୮୦୬ ପ୍ରତିଶତ ବୃଦ୍ଧି ପାଇଛି। ଡିସେମ୍ବର ୩୦ରେ ଅଯୋଧ୍ୟାକୁ ନେଇ ସର୍ବାଧିକ ସର୍ଚ୍ଚ କରାଯାଇଥିଲା। ଏହି ଦିନ ଅଯୋଧ୍ୟା ବିମାନବନ୍ଦର ଉଦ୍‍ଘାଟିତ ହୋଇଥିଲା। ଅଯୋଧ୍ୟାର ନବୀକରଣ ହୋଇଥିବା ରେଳ ଷ୍ଟେସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ନୂଆ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ବିଦେଶରୁ ମଧ୍ୟ ଲୋକେ ରାମ ମନ୍ଦିରକୁ ଆସିବାକୁ ଚାହୁଁଛନ୍ତି

ଅଯୋଧ୍ୟାର ରାମ ମନ୍ଦିରର ପ୍ରଚାର ବିଦେଶରେ ପହଞ୍ଚିଛି। ଅଯୋଧ୍ୟାକୁ ମଧ୍ୟ ଭାରତର ସୀମା ବାହାରୁ ଖୋଜା ଚାଲିଛି। କମ୍ପାନିର କହିବା ଅନୁଯାୟୀ, ୨୨.୫ ପ୍ରତିଶତ ସର୍ଚ୍ଚ ଆମେରିକା ଏବଂ ୨୨.୨ ପ୍ରତିଶତ ଉପସାଗରୀୟ ଦେଶରୁ ଆସିଛି। ଏହାବ୍ୟତୀତ କାନାଡା, ନେପାଳ ଓ ଅଷ୍ଟ୍ରେଲିଆର ଲୋକମାନେ ମଧ୍ୟ ଅଯୋଧ୍ୟା ଓ ରାମ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଉଦ୍‍ଘାଟନୀ ଦିବସରେ ପ୍ରାୟ ୧୧ ହଜାର ବିଶିଷ୍ଟ ବ୍ୟକ୍ତି ଅଯୋଧ୍ୟାରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଇଣ୍ଡି ମେଣ୍ଟ: ମଲ୍ଲିକାର୍ଜୁନ ଖଡଗେ ଅଧ୍ୟକ୍ଷ, ନୀତୀଶ ଆବାହାକ!

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଜି ବିରୋଧୀ ଦଳର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି। ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଧ୍ୟ ଆବାହକ ପଦ ପାଇଁ ମନୋନୀତ କରାଯାଇଛି। ଆସନ ବଣ୍ଟନ ଏଜେଣ୍ଡା, ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ଏବଂ ମେଣ୍ଟ ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗର ସମୀକ୍ଷା ପାଇଁ ଆଜି ଭାରତୀୟ ଗୋଷ୍ଠୀର ନେତାମାନେ ଏକ ଭର୍ଚୁଆଲ ବୈଠକ କରିଥିଲେ। ତେବେ ନୀତୀଶ କୁମାରଙ୍କ ଦଳ କହିଛି ଯେ ସେ କୌଣସି ପଦପଦବୀ ପାଇଁ ଲାଳାୟିତ ନୁହଁନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଆଲୋଚନା ପରେ ଆବାହକ ପଦ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Categories
ବିଶେଷ ଖବର

ମମତା ବାନାର୍ଜୀ ନୁହଁନ୍ତି, ସେ ହେଉଛନ୍ତି ମୁମତାଜ ଖାନ: ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପଶ୍ଚିମବଙ୍ଗରେ ସାଧୁମାନଙ୍କୁ ମାଡ଼ ମାରିବା ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସେ ମମତା ବାନାର୍ଜୀ ନୁହଁନ୍ତି, ବରଂ ବାସ୍ତବରେ ମୁମତାଜ ଖାନ। ଗେରୁଆ ରଙ୍ଗ ଦେଖି ସେ ରାଗି ଯାଆନ୍ତି। ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ପଛରେ ମୁଖ୍ୟମନ୍ତ୍ରୀଙ୍କ ହାତ ରହିଛି।

ଆଚାର୍ଯ୍ୟ ଦାସ କହିଛନ୍ତି, ମୁମତାଜ ଖାନଙ୍କୁ ଏବେ ମମତା ବାନାର୍ଜୀ ବୋଲି କେହି କେଉଁଠୁ ତାଙ୍କ ନାମ ନେଇଛନ୍ତି ତାହା ଜଣାପଡ଼ିନାହିଁ। ସେ ନିଶ୍ଚୟ ପୂର୍ବରୁ ମୁମତାଜ ଖାନ ଥିଲେ। ପଶ୍ଚିମବଙ୍ଗରେ ହିଁ ହିନ୍ଦୁ ଓ ସାଧୁଙ୍କ ଉପରେ ଅଧିକ ଅତ୍ୟାଚାର ହେଉଛି। ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରାଯାଏ। ଦୁର୍ଗାମାତାଙ୍କ ପୂଜା ପାଇଁ ମଣ୍ଡପରେ ମଧ୍ୟ ଏଭଳି ଘଟଣା ଘଟୁଛି। ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ କ୍ଷେତ୍ରରେ ଏପରି ଘଟୁଛି କାରଣ ମୁଖ୍ୟମନ୍ତ୍ରୀ ନିଜେ ଏହାର ବିପରୀତ।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ, ଦୁର୍ଗାପୂଜା, ରାମନବମୀ କିମ୍ବା ଯେକୌଣସି ହିନ୍ଦୁ ରୀତିନୀତି ରହିଛି, ସେ ଏସବୁକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ତେଣୁ ସାଧୁମାନଙ୍କର ଗେରୁଆ ରୂପ ଦେଖି ସେମାନେ ଆହୁରି କ୍ରୋଧିତ ହୋଇଯାଆନ୍ତି। ସେଥିପାଇଁ ସେ ଆକ୍ରମଣ କରନ୍ତି। ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଅତ୍ୟନ୍ତ ନିନ୍ଦନୀୟ। ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ କିଛି ସାଧୁଙ୍କୁ ଭିଡ଼ ମାଡ଼ ମରାଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି।

ରାମ ମନ୍ଦିର ପ୍ରସଙ୍ଗରେ ଆଲ୍ଲାଙ୍କ ଶପଥ ନେଲେ ମମତା

ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, “ମୋତେ ରାମ ମନ୍ଦିର ବିଷୟରେ ପଚରାଯାଇଥିଲା। ମୁଁ ଏକ ପର୍ବରେ ବିଶ୍ୱାସ କରେ ଯାହା ସମସ୍ତଙ୍କୁ ସାଙ୍ଗରେ ନେଇଥାଏ, ସମସ୍ତଙ୍କ ବିଷୟରେ କହିଥାଏ। ତୁମେ ଯାହା କରିବାକୁ ଚାହୁଁଛ ତାହା କର, ତୁମେ ନିର୍ବାଚନ ପୂର୍ବରୁ ଚିତ୍କାର କରୁଛ, ମୋର କୌଣସି ଅସୁବିଧା ନାହିଁ କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଅଣଦେଖା କରିବା ଠିକ୍ ନୁହେଁ । ମୁଁ ଇଶ୍ୱର-ଆଲ୍ଲାଙ୍କ ଶପଥ ନେଉଛି ଯେ ଯେପର୍ଯ୍ୟନ୍ତ ମୁଁ ବଞ୍ଚିବି, ମୁଁ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଭେଦଭାବକୁ କେବେ ବି ଅନୁମତି ଦେବି ନାହିଁ।”

Categories
ବିଶେଷ ଖବର

ଇକବାଲ ଅନସାରୀ କିଏ?: ଯାହାଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କରାଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମନ୍ଦିର ନିର୍ମାଣର ସମସ୍ତ ମାମଲାରେ ଇକବାଲ ଅନସାରୀଙ୍କ ସହଯୋଗ ଏହାର ସମାଧାନ କରିବାରେ ସଫଳ ହୋଇଛି। ଇକବାଲ ଅନସାରୀଙ୍କ ଘର ଅଯୋଧ୍ୟା ସହରରେ ପ୍ରବେଶ କରିବା ପରେ ପ୍ରଥମେ ପଡ଼ିଥାଏ। ରାମ ମନ୍ଦିର ପରିସର ନିକଟରେ ରହୁଥିବା ଇକବାଲ ପିଲାବେଳୁ ମନ୍ଦିର ଆନ୍ଦୋଳନର ପ୍ରତ୍ୟେକ କାର୍ଯ୍ୟକଳାପ ଦେଖିଆସିଛନ୍ତି। ଇକବାଲ ପିତା ହାମିଦ ଅନସାରୀଙ୍କଠାରୁ ଆଇନଗତ ଜଟିଳତା ମଧ୍ୟ ଶିଖିଛନ୍ତି। ପିତାଙ୍କ ଦେହାନ୍ତ ପରେ ସେ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସପକ୍ଷରେ ଯିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକୁ ସର୍ବଦା ପ୍ରଶଂସା କରାଯାଇଛି ଏବଂ ପ୍ରଶଂସା ଜାରି ରହିବ।

ଅଯୋଧ୍ୟା ଜମି ବିବାଦ ମାମଲାରେ ଇକବାଲ ଅନସାରୀ ଅନ୍ୟତମ ପକ୍ଷଭୁକ୍ତ ଥିଲେ। ତାଙ୍କ ବାପା ହାସିମ ଅନସାରୀ ଜମି ବିବାଦ ମାମଲାରେ ସବୁଠାରୁ ବୟସ୍କ ପକ୍ଷବାଦୀ ଥିଲେ। ୨୦୧୬ରେ ୯୫ ବର୍ଷ ବୟସରେ ହାସିମ ଅନସାରୀଙ୍କ ମୃତ୍ୟୁ ହୋଇଥିଲା, ଯାହା ପରେ ଇକବାଲ କୋର୍ଟରେ ମାମଲା ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ, ଅଯୋଧ୍ୟା ବିବାଦର ବିଚାର କୋର୍ଟ ବାହାରେ ହୋଇପାରିବ ବୋଲି ଇକବାଲ ଅନସାରୀ, ହାଜି ମେହବୁବ ଓ ମହମ୍ମଦ ଉମର ଅସ୍ୱୀକାର କରିଥିଲେ। ଏ ନେଇ ଅଯୋଧ୍ୟାରେ ସ୍ଥାନୀୟ ମୁସଲମାନମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ମୁସଲମାନମାନେ ମସଜିଦକୁ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିବେ ନାହିଁ ବୋଲି ଏକ ସଂକଳ୍ପ ପାରିତ କରିଥିଲେ । ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଏକ ସରକାରୀ ଟ୍ରଷ୍ଟ ମାଧ୍ୟମରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଥିଲେ। ଅଯୋଧ୍ୟାରେ ମସଜିଦ ପାଇଁ ହିନ୍ଦୁ ପକ୍ଷ ମୁସଲମାନ ପକ୍ଷକୁ ୫ ଏକର ଜମି ଦେବାକୁ ପଡ଼ିବ ବୋଲି ରାୟରେ ଦର୍ଶାଯାଇଛି। ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ମାମଲାମାମଲାର ପୂର୍ବତନ ପକ୍ଷବାଦୀ ଇକବାଲ ଅନସାରୀଙ୍କୁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‍ଘାଟନ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ନିମନ୍ତ୍ରଣ ଦିଆଯାଇଛି। ଇକବାଲ ଅନସାରୀ ବାବ୍ରୀ ମସଜିଦ୍ର ପ୍ରମୁଖ ସମର୍ଥକ ଥିଲେ। ୫ ଅଗଷ୍ଟ, ୨୦୨୦ରେ ଅନୁଷ୍ଠିତ ରାମ ମନ୍ଦିରର ଭୂମି ପୂଜନ ସମାରୋହରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ ମିଳିଥିଲା। ଡିସେମ୍ବର ୩୦ ରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ଅନସାରୀ ମଧ୍ୟ ଥିଲେ। ଉତ୍ତରପ୍ରଦେଶରେ ଏକ ପୁନଃବିକଶିତ ରେଳ ଷ୍ଟେସନ ଏବଂ ନବନିର୍ମିତ ବିମାନବନ୍ଦରର ଉଦ୍‍ଘାଟନ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୋଦି।

ଏକ ଭିଡିଓରେ ଇକବାଲ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଉପରେ ଫୁଲ ବର୍ଷା କରୁଥିବା ଦେଖିବାକୁ ମିଳିଛି। ମନ୍ଦିର ସହରରେ ରୋଡ୍ ସୋ’ବେଳେ ପାଞ୍ଜିଟୋଲା ଅଞ୍ଚଳ ଦେଇ ମୋଦିଙ୍କ କାଫିଲା ଅତିକ୍ରମ କରିବା ପରେ ଇକବାଲ କହିଥିଲେ, ସେ (ମୋଦୀ) ଆମ ଘରକୁ ଆସିଛନ୍ତି। ସେ ଆମର ଅତିଥି ଏବଂ ଆମର ପ୍ରଧାନମନ୍ତ୍ରୀ। ଜମି ବିବାଦ ମାମଲାର ସବୁଠାରୁ ବୟସ୍କ ପକ୍ଷକାର ଇକବାଲଙ୍କ ବାପା ହାସିମ ଅନସାରୀ୨୦୧୬ରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଜାନୁଆରୀ ୨୨ ତାରିଖରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସ୫ମାରୋହ ପାଇଁ ଅଯୋଧ୍ୟାକୁ ସଜ୍ଜିତ କରାଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଯେଉଁଠାରେ ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହତ୍ୟା ହେବାର ୧୦ ଦିନ ପରେ ହରିୟାଣା କେନାଲରେ ମିଳିଲା ମଡେଲର ଦିବ୍ୟା ପାହୁଜାଙ୍କ ମୃତଦେହ

ନୂଆଦିଲ୍ଲୀ: ହରିୟାଣାର ଏକ କେନାଲରୁ ମଡେଲର ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଟୋହନା କେନାଲରେ ଦିବ୍ୟାଙ୍କ ମୃତଦେହ ମିଳିଛି। ଶବଟି ଦିବ୍ୟାଙ୍କର ଏବଂ ଏହା ଦିବ୍ୟାଙ୍କ ପରିବାର ସଦସ୍ୟ ନିଜେ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ପୋଲିସ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରକାଶ ଯେ ଏହି ମାମଲାରେ ଅଭିଯୁକ୍ତ ବଲରାଜଙ୍କ ନିର୍ଦ୍ଦେଶରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଏହି ମାମଲାରେ ୬ ଟି ପୋଲିସ ଟିମ୍ କାର୍ଯ୍ୟ କରୁଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅବକାରୀ ଦୁର୍ନୀତି ମାମଲା: ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ, ଜାନୁଆରୀ ୧୮ରେ ଇଡି କରିବ ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ ଜାରି କରିଛି। ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ଜାରି କରିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଜାନୁଆରୀ ୧୮ ତାରିଖରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରେ ହାଜର ହେବାକୁ କହିଛି। ଏବେ ଦେଖିବାକୁ ବାକି ରହିଲା ଯେ AAP ର ଜାତୀୟ ସଂଯୋଜକ ଚତୁର୍ଥ ଥର ପାଇଁ ଜେରାରେ ଯୋଗ ଦେଉଛନ୍ତି କି ନାହିଁ।

ଏହାପୂର୍ବରୁ, ଦିଲ୍ଲୀ ଅବକାରୀ ନୀତି ମାମଲାରେନଭେମ୍ବର ୨ ତାରିଖ ୨୦୨୩, ଡିସେମ୍ବର ୨୧ ତାରିଖ ୨୦୨୩ ଏବଂ ଜାନୁୟାରୀ ୩ ତାରିଖ ୨୦୨୪ ରେ ପଚରାଉଚରା ପାଇଁ ଇଡି ଦିଲ୍ଲୀ ସିଏମଙ୍କୁ ଡାକିଥିଲା। କିନ୍ତୁ ତିନିଥର ପଚରାଉଚରା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ପ୍ରତ୍ୟେକ ଥର ସେ ଏକ ଚିଠି ଜାରି କରି ଇଡିର ଡାକରାକୁ ବେଆଇନ ବୋଲି କହିଥିଲେ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ କେଉଁ ଆଧାରରେ ଡାକିବାକୁ ଚାହୁଁଛନ୍ତି ଏହାର ଉତ୍ତର ମାଗିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅଟଳ ବିହାରୀ ବାଜପେୟୀ ସେଓ୍ଵାରୀ-ନୱା ସେୱା ଅଟଳ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭି ମୁମ୍ବାଇଠାରେ ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ-ନୱା ସେୱା ଅଟଳ ସେତୁକୁ ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ ଫଟୋ ଗ୍ୟାଲେରୀ ଓ ଅଟଳ ସେତୁର ଏକ ପ୍ରଦର୍ଶନୀ ମଡେଲ ପରିଦର୍ଶନ କରିଥିଲେ।

ଏମଟିଏଚଏଲ ଅଟଳ ସେତୁ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହା ପ୍ରାୟ ୨୧.୮ କିଲୋମିଟର ଲମ୍ବ ୬ ଲେନ୍ ବିଶିଷ୍ଟ ପୋଲ ଯାହାର ଦୂରତା ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ଭୂପୃଷ୍ଠରେ ପ୍ରାୟ ୫.୫ କିଲୋମିଟର ବ୍ୟାପୀ ରହିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

‘‘ଆମ ନାଗରିକମାନଙ୍କ ପାଇଁ ‘ସହଜ ଜୀବନଧାରଣ’ ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟଳ ସେତୁକୁ ଉଦଘାଟନ କରି ଆନନ୍ଦିତ। ଏହି ସେତୁ ଯାତ୍ରା ସମୟ ହ୍ରାସ କରିବା ସହ ଯୋଗାଯୋଗରେ ସୁଧାର ଆଣି ଦୈନନ୍ଦିନ ଯାତାୟାତକୁ ସହଜ କରିବ ବୋଲି ପ୍ରତିଶ୍ରୁତି ଦେଇଛି।’’

ପ୍ରଧାନମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ରମେଶ ବୈଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ।

ଅଟଳ ବିହାରୀ ବାଜପେୟୀ ସେୱରୀନୱା ସେୱା ଅଟଳ ସେତୁ

ସହରୀ ପରିବହନ ଭିତ୍ତିଭୂମି ଏବଂ ଯୋଗାଯୋଗକୁ ସୁଦୃଢ଼ କରି ନାଗରିକମାନଙ୍କ ‘ସହଜ ପରିବହନ’ରେ ଉନ୍ନତି ଆଣିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ। ଏହି ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍‌ଟିଏଚ୍‌ଏଲ୍‌), ଯାହାର ନାମ ଏବେ ‘ଅଟଳ ବିହାରୀ ବାଜପେୟୀ ସେଓ୍ଵରୀ- ନହୱା ଶେଭା ଅଟଳ ସେତୁ’ ରଖାଯାଇଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଶିଳାନ୍ୟାସ କରିଥିଲେ।

ମୋଟ ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଅଟଳ ସେତୁ। ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ବ୍ୟାପି ରହିଥିବା ଏହି ସେତୁର ମୋଟ୍‌ ଲମ୍ବ ପ୍ରାୟ ୨୧.୮ କିଲୋମିଟର ଏବଂ ଏହା ହେଉଛି ୬ ଲେନ୍ ବିଶିଷ୍ଟ। ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ। ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନଭୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଦ୍ରୁତ ସଡ଼କ ଯୋଗାଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟ ମଧ୍ୟ ହ୍ରାସ କରିବ। ଏହାଦ୍ୱାରା ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହରୁ ବନ୍ଦର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆସିବ।

Categories
ବିଶେଷ ଖବର

ଲୋକସଭା ନିର୍ବାଚନ: ସପା ସହିତ ଦିଲ୍ଲୀ ବୈଠକ ସ୍ଥଗିତ ରଖିଲା କଂଗ୍ରେସ, ଆସନ ବୁଝାମଣାକୁ ନେଇ ବିବାଦ ଜାରି

ନୂଆଦିଲ୍ଲୀ: ୟୁପିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଆସନ ବଣ୍ଟନକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀରେ ଆସନ ବଣ୍ଟନକୁ ନେଇ ଦୁଇ ଦଳର ନେତାଙ୍କ ମଧ୍ୟରେ ବୈଠକ ହେବାର ଥିଲା। କଂଗ୍ରେସର ବ୍ୟସ୍ତତା ଦର୍ଶାଇ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ କରିଦେଇଛି। ସପାର ଜଣେ ନେତା କହିଛନ୍ତି ଯେ ହୋମୱାର୍କ ନାହିଁ ବୋଲି କହି କଂଗ୍ରେସ ବୈଠକ ତାରିଖକୁ ଆଗକୁ ବଢ଼ିବାକୁ କହିଛି। ତେବେ ହଠାତ୍ ବୈଠକ ସ୍ଥଗିତ ରହୁଥିବାରୁ ଏସପି ଭିତରେ ମଧ୍ୟ ଅସନ୍ତୋଷର ସ୍ୱର ଉଠିବାରେ ଲାଗିଛି।

ସପା ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ସପାର ମୁଖ୍ୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ଏବଂ କଂଗ୍ରେସର ମେଣ୍ଟ କମିଟି ଅଧ୍ୟକ୍ଷ ମୁକୁଲ ୱାସନିକଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଅଖିଳେଶ ଆଲୋଚନା ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରିଥିଲେ, ଯେଉଁଥିରେ ରାମଗୋପାଳ ଯାଦବ, ରାଜ୍ୟସଭା ସାଂସଦ ଜାଭେଦ ଅଲ୍ଲୀ, ବିଧାୟକ ଲାଲଜୀ ବର୍ମା ଓ ସଂଗ୍ରାମ ସିଂହ ଯାଦବ ଏବଂ ପୂର୍ବତନ ବିଧାୟକ ଉଦୟବୀରଙ୍କୁ ମଧ୍ୟ ସାମିଲ କରାଯାଇଛି। ଶୁକ୍ରବାର ଦିଲ୍ଲୀରେ ଏସପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଏକ ବୈଠକ ହେବାର ଥିଲା।

ସପା ସହିତ କଂଗ୍ରେସର ପୁଣି ଧୋକା

ମିଳିଥିବା ସୂଚନା ଅନୁଯାୟୀ, କିଛି ସପା ନେତା ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ କଂଗ୍ରେସ ଏହି ବୈଠକକୁ ସ୍ଥଗିତ ରଖିଥିଲା। ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ରାମ ଗୋପାଳ ଯାଦବଙ୍କୁ ଫୋନ୍ କରି କହିଥିଲେ ଯେ ମେଣ୍ଟ କମିଟି ସଭାପତି ମୁକୁଲ ଓ୍ୱାସନିକ ଏବଂ ୟୁପି ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ବୈଠକ ସମ୍ଭବ ନୁହେଁ। ରାଜ୍ୟ ସଂଗଠନ ରାହୁଳଙ୍କ ଯାତ୍ରାରେ ବ୍ୟସ୍ତ ଥିବାରୁ ହୋମୱାର୍କ କରାଯାଇନାହିଁ।

ସିଟ୍ ଏବଂ ସହଯୋଗୀଙ୍କୁ ନେଇ ଚାପ

ଦୁଇ ଦଳ ମଧ୍ୟରେ ବୈଠକ ସ୍ଥଗିତ ରଖାଯିବା କାରଣ ନେଇ କଳ୍ପନାଜଳ୍ପନା ଜାରି ରହିଛି। କୁହାଯାଉଛି ଯେ କଂଗ୍ରେସ ବିଏସପିର ସମ୍ଭାବନା ଖୋଜୁଛି। ଜାନୁଆରୀ ୧୫ ହେଉଛି ବିଏସପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନ। ସେହିଦିନ ମାୟାବତୀଙ୍କ ଆଭିମୁଖ୍ୟ ଉପରେ କଂଗ୍ରେସର ନଜର ରହିଛି, ତେଣୁ ସେପର୍ଯ୍ୟନ୍ତ ଏହାକୁ ଅପେକ୍ଷା କରାଯାଉଛି । ସେହିପରି ୨୦୧୯ ଲୋକସଭା ଓ ୨୦୨୨ ବିଧାନସଭା ନିର୍ବାଚନ ଆଧାରରେ ଆସନ ବଣ୍ଟନ ପାଇଁ ସପା ଦାବି କରୁଥିବା ଚର୍ଚ୍ଚା ହେଉଛି। ଏହି ଆଧାରରେ କଂଗ୍ରେସ ପାଇଁ ୧୦ଟି ଆସନ ଦାବି କରିବା କଷ୍ଟକର ହୋଇପଡ଼ିଛି, ତେଣୁ ଏହି ପ୍ରସଙ୍ଗ ଉଠାଯାଉନାହିଁ।

ଏସପିର କ୍ଷୋଭ ପ୍ରକାଶ

ସମାଜବାଦୀ ମିଡିଆ ସେଲର ହ୍ୟାଣ୍ଡେଲ ମଧ୍ୟ ବୈଠକ ସ୍ଥଗିତ ରଖିଥିବାରୁ କଂଗ୍ରେସକୁ ସମାଲୋଚନା କରିଛି। ଏହି ହ୍ୟାଣ୍ଡେଲକୁ ଏସପି ମିଡିଆ ସେଲର ଅଫିସିଆଲ ହ୍ୟାଣ୍ଡେଲ ବୋଲି ଦାବି କରାଯାଇଛି। ଏହି କାର୍ଯ୍ୟକଳାପ ଯୋଗୁଁ କଂଗ୍ରେସ ୩ଟି ରାଜ୍ୟକୁ ବିଜେପି ହାତରେ ଟେକି ଦେଇଛି। ଏବେ ଲୋକସଭାରେ ମଧ୍ୟ ମେଣ୍ଟ ଓ ସହଯୋଗୀ ଦଳକୁ ନେଇ ଗମ୍ଭୀର ନୁହଁନ୍ତି। ଯେତେବେଳେ ସପା ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଥିଲେ, ସେତେବେଳେ ଆସନ ବଣ୍ଟନ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ

ତେବେ ପରେ ଏହି ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଥିଲା। ଜଣେ ଏସପି ନେତା କହିଛନ୍ତି ଯେ ଯଦି ବୈଠକ ଯଦି ସ୍ଥଗିତ ରଖାଗଲା, ତେବେ ସେମାନେ ପୂର୍ବରୁ ସୂଚନା ଦେଇଥାନ୍ତେ। ବୈଠକ ଡାକି ସ୍ଥଗିତ ରଖିବା ଭୁଲ। ତେବେ ୩/୪ ଦିନ ପରେ ଆଉ ଏକ ବୈଠକ ବସିବ।

Categories
ବିଶେଷ ଖବର

ସୋମନାଥ ମନ୍ଦିରର ପ୍ରାଣପ୍ରତିଷ୍ଠାରେ ନେହେରୁଙ୍କ ଅନୁପସ୍ଥିତିର କାହାଣୀ କ’ଣ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦଳକୁ ନିମନ୍ତ୍ରଣ ମିଳିଥିଲା। କଂଗ୍ରେସ ଏହାକୁ ବିଜେପି ଓ ଆରଏସଏସର ଏକ କାର୍ଯ୍ୟକ୍ରମ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ହେବା ପରେ ରାଜନୀତି ସରଗରମ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ ୭୩ ବର୍ଷ ତଳେ ସୋମନାଥ ମନ୍ଦିର ଉଦ୍‍ଘାଟନ ସହ ଯୋଡ଼ିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ରାମ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଛି। ସାତ ଦଶନ୍ଧି ପୂର୍ବର କଥା ମନେପକାଇ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଏହି ସମଗ୍ର ପ୍ରସଙ୍ଗରେ ସମାଲୋଚନା କରାଯାଇଛି। ଏହାପରେ ନେହେରୁ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ସୋମନାଥ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗଦେବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଖୋଲାଖୋଲି ମତଭେଦ ହୋଇଥିଲା। କ’ଣ ଥିଲା ସେହି କାହାଣୀ? ଆସନ୍ତୁ ଜାଣିବା ଏଠାରେ….

ଏହା ସାତ ଦଶନ୍ଧି ପୂର୍ବର କଥା। ବର୍ତ୍ତମାନ ଭଳି ବାତାବରଣ ଭଳି ପ୍ରାୟ ସମାନ ସ୍ଥିତି ଥିଲା। ତାରିଖ ଥିଲା ୧୧ ମଇ ୧୯୫୧। ଗୁଜରାଟରେ ଉଦ୍‍ଘାଟିତ ହେଲା ସୋମନାଥ ମନ୍ଦିର। ଏହା ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ଆକ୍ରମଣକାରୀମାନେ ଏହି ମନ୍ଦିରକୁ ଅନେକ ଥର ଧ୍ୱଂସ କରିଥିଲେ। ଔରଙ୍ଗଜେବଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଭାଙ୍ଗି ଦିଆଯାଇଥିଲା। ସ୍ୱାଧୀନତା ପରେ ଏହାର ପୁନଃନିର୍ମାଣ କରାଯାଇଥିଲା। ଏହାର ଶ୍ରେୟ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଯାଉଛି।

୧୯୫୧ ମସିହା ମଇ ୧୧ ତାରିଖରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମନ୍ଦିରରେ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣକୁ ନେହେରୁ ବିରୋଧ କରିଥିଲେ। ନେହେରୁ ଏଥିରେ ଯୋଗଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ନେହେରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ମଧ୍ୟ ରାଜେନ୍ଦ୍ର ପ୍ରସାଦଙ୍କ କୁହାଯାଇଥିଲା।

ପ୍ରସାଦଙ୍କୁ ଚିଠି ଲେଖିଲେ ନେହେରୁ

ସୋମନାଥ ମନ୍ଦିର ଉଦ୍‍ଘାଟନ କାର୍ଯ୍ୟକ୍ରମର ପ୍ରାୟ ତିନିମାସ ପୂର୍ବରୁ ନେହେରୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ୧୯୫୧ ମସିହା ମାର୍ଚ୍ଚ ୧୩ ତାରିଖରେ ଲେଖାଯାଇଥିଲା। ସେ ଲେଖିଛନ୍ତି- ଯଦି ଆପଣ ଭାବୁଛନ୍ତି ଯେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଆପଣଙ୍କ ପାଇଁ ଠିକ୍ ହେବ ନାହିଁ, ତେବେ ମୁଁ ଆପଣଙ୍କ ଉପରେ ଚାପ ପକାଇବି ନାହିଁ। ନେହେରୁ ଲେଖିଥିଲେ ଯେ ରାଜେନ୍ଦ୍ର ପ୍ରସାଦଙ୍କ ସୋମନାଥ ମନ୍ଦିର ଗସ୍ତ ରାଜନୈତିକ ଗୁରୁତ୍ୱ ବହନ କରୁଛି। ଏହା କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ। ତେଣୁ ସେମାନେ ଏଥିରେ ଯିବା ଉଚିତ ନୁହେଁ।

ବାସ୍ତବରେ ନେହେରୁ ଚାହୁଁନଥିଲେ ଯେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ନେହେରୁ ଅନୁଭବ କରିଥିଲେ ଯେ ଏହା ଜନସାଧାରଣଙ୍କୁ ଏକ ଭୁଲ ବାର୍ତ୍ତା ଦେଇପାରେ। ଏହି କାରଣରୁ ନେହେରୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ଭିନ୍ନକଥା ଯେ ପ୍ରସାଦ ନେହେରୁଙ୍କ କଥା ନ ଶୁଣି ସୋମନାଥ ମନ୍ଦିର ଉଦ୍‍ଘାଟନରେ ଯୋଗ ଦେଇଥିଲେ।

ରାଜେନ୍ଦ୍ର ପ୍ରସାଦ ଚିଠିର ଉତ୍ତର ଦେଇଛନ୍ତି

ନେହେରୁଙ୍କ ଚିଠିର ଜବାବରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ମଧ୍ୟ ଏକ ଚିଠି ଲେଖିଥିଲେ। ପ୍ରସାଦ ଲେଖିଛନ୍ତି- ମୁଁ ମୋ ଧର୍ମରେ ବହୁତ ବିଶ୍ୱାସ କରେ ଏବଂ ଏଥିରୁ ନିଜକୁ ଅଲଗା କରିପାରିବି ନାହିଁ। ତା’ପରେ ସେ କେବଳ ଉଦ୍‍ଘାଟନ ଉତ୍ସବରେ ଯୋଗ ଦେଇନଥିଲେ, ତେବେ କାର୍ଯ୍ୟକ୍ରମ ଅନୁଯାୟୀ ଶିବଲିଙ୍ଗ ମଧ୍ୟ ପ୍ରତିଷ୍ଠା କରିଥିଲେ। ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏ ନେଇ ସେ ମହାତ୍ମା ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଗାନ୍ଧୀ ଏହି ପ୍ରସ୍ତାବକୁ ପ୍ରଶଂସା କରିଥିଲେ। କିନ୍ତୁ ସର୍ତ୍ତ ଥିଲା ଯେ ଏଥିରେ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯିବ ନାହିଁ। ପଟେଲ ଏହି ସର୍ତ୍ତକୁ ଅକ୍ଷରରେ ପାଳନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ବଣ୍ଟନ ହେବ ମହାକାଳ ମନ୍ଦିର ଲଡ଼ୁ: ଉଜ୍ଜୈନରୁ ପଠାଯିବ ୨୫୦ କୁଇଣ୍ଟାଲ ଓଜନର ୫ ଲକ୍ଷ ଲଡ଼ୁ

ନୂଆଦିଲ୍ଲୀ: ଭଗବାନ ମହାକାଳଙ୍କ ସହର ଉଜ୍ଜୈନରୁ ୫ ଲକ୍ଷ ଲଡ଼ୁ ଭଗବାନ ରାମଙ୍କ ସହର ଅଯୋଧ୍ୟାକୁ ପଠାଯିବ। ଜାନୁଆରୀ ୨୨ରେ ରାମଲାଲା ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ମହାକାଳ ମନ୍ଦିରର ଲଡ଼ୁ ଉପଭୋଗ କରିବେ। ଭକ୍ତଙ୍କୁ ପ୍ରସାଦରୂପେ ଲଡ଼ୁ ବଣ୍ଟନ କରାଯିବ।

ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ଏହାପରେ ଉଜ୍ଜୈନର ମହାକାଳ ମନ୍ଦିରର ଚିନ୍ତାମନ ୟୁନିଟରେ ଲଡ଼ୁ ତିଆରି କାମ ଆରମ୍ଭ ହୋଇଛି। ଏଠାରେ ୨୫୦ କୁଇଣ୍ଟାଲ ଲଡ଼ୁ ପ୍ରସାଦୀ ପ୍ରସ୍ତୁତ ହେଉଛି। ଯାହାର ମୂଲ୍ୟ ପାଖାପାଖି ଏକ କୋଟି ଟଙ୍କା ହେବ।

ଜିଲ୍ଲାପାଳ ନୀରଜ ସିଂହ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ ଲକ୍ଷ ଲଡ଼ୁ ଉପହାରସ୍ୱରୂପ ଅଯୋଧ୍ୟା ପଠାଯିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୫ ଦିନ ସମୟ ଲାଗିବ। ଲଡ଼ୁ ଅଯୋଧ୍ୟା ନେବା ପାଇଁ ୩ରୁ ୫ଟି ଟ୍ରକର ବ୍ୟବସ୍ଥା କରିବାକୁ ପଡ଼ିବ। ଜାନୁଆରି ୧୭ କିମ୍ବା ୧୮ ତାରିଖରେ ଏହି ଲଡ଼ୁ ସାମଗ୍ରୀ ଉଜ୍ଜୈନରୁ ବାହାରିବ। ପ୍ରାୟ ୨୧ ଜାନୁଆରୀ ସୁଦ୍ଧା ଲଡ଼ୁ ଅଯୋଧ୍ୟାରେ ପହଞ୍ଚିବ।

୧ କୋଟି ଟଙ୍କାର ୫ ଲକ୍ଷ ଲଡ଼ୁ

ମହାକାଳ ମନ୍ଦିର ପ୍ରଶାସକ ସନ୍ଦୀପ ସୋନି କହିଛନ୍ତି ଯେ ପ୍ରତ୍ୟେକ ଲଡ଼ୁର ଓଜନ ୫୦ ଗ୍ରାମ ହେବ। ଏଗୁଡ଼ିକୁ ଅଲଗା ଅଲଗା ଡବାରେ ପ୍ୟାକିଂ କରାଯିବ। ଏଥିପାଇଁ ଦୈନିକ ପ୍ରାୟ ୧୦୦ ଜଣ ଅତିରିକ୍ତ କାର୍ଯ୍ୟରେ ନିୟୋଜିତ ହେବେ। ୟୁନିଟରେ ଲଡ଼ୁ ତିଆରି ହେବ, କିନ୍ତୁ ଏହାର ପ୍ୟାକିଂ ପରିସରରେ ହେବ। ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ୪୦×୧୨୮ର ଗୁମ୍ବୁଜ ନିର୍ମାଣ କରାଯାଉଛି। ମହାକାଳ ମନ୍ଦିରରେ ନିର୍ମିତ ଲଡ଼ୁ ଶୁଦ୍ଧ। ଏଥିରେ ପାଣି ମିଶାଯାଏ ନାହିଁ। ଲଡ଼ୁ ପ୍ୟାକେଟରେ ମହାକାଳ ମନ୍ଦିରର ବ୍ରାଣ୍ଡିଂ ରହିବ।

ଦୈନିକ ୪୦ କୁଇଣ୍ଟାଲ ଲଡ଼ୁ ପ୍ରସ୍ତୁତ ହେଉଛି

ସାଧାରଣ ଦିନରେ ୟୁନିଟରେ ଦୈନିକ ପ୍ରାୟ ୪୦ କୁଇଣ୍ଟାଲ ଧାନ ପ୍ରସ୍ତୁତ ହୋଇଥାଏ। ଏହାକୁ ୮୦ ଜଣ ଲୋକ ପ୍ରସ୍ତୁତ କରିଥାନ୍ତି। ରାମ ମନ୍ଦିର ପାଇଁ ଦୈନିକ ପ୍ରାୟ ୫୦ କୁଇଣ୍ଟାଲ ଲଡ଼ୁ ଅତିରିକ୍ତ ଉତ୍ପାଦନ କରାଯିବ। ଏଥିପାଇଁ ଅଲଗା ୧୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ।

ଏହିପରି ଶୁଦ୍ଧ ଲଡ଼ୁ ତିଆରି କରାଯାଏ

ସାରା ଦେଶରୁ ମହାକାଳ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଲଡ଼ୁ ପ୍ରସାଦ ନେଇ ଯାଆନ୍ତି। ଭାରତ ସରକାରଙ୍କ ଏକ ଅନୁଷ୍ଠାନ ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଏଠାରେ ଥିବା ଲଡ଼ୁଗୁଡ଼ିକୁ ସ୍ୱଚ୍ଛତା ପାଇଁ ୫ ଷ୍ଟାର ରେଟିଂ ଦିଆଯାଇଛି ।

ବାସ୍ତବରେ ମହାକାଳ ମନ୍ଦିରରେ ମିଳୁଥିବା ଲଡ଼ୁ ତିଆରି କରିବା ସମୟରେ ଶୁଦ୍ଧତାର ବିଶେଷ ଯତ୍ନ ନିଆଯାଏ। ୨୦ ବର୍ଷ ଧରି ଲଡ଼ୁ ପ୍ରସାଦୀ ପ୍ରସ୍ତୁତ କରୁଥିବା ରାଜୁ ହଲୱାଇ କୁହନ୍ତି – ଲଡ଼ୁ ତିଆରି କରିବା ପୂର୍ବରୁ ୨୦ କେଜି ବେସନ, ୫ କେଜି ସୁଜିକୁ ଗୋଟିଏ ଥରରେ ୨୦ କେଜି ଦେଶୀ ଘିଅରେ ମିଶାଇ ଭଟିର ଉଚ୍ଚ ଆଞ୍ଚରେ ବେକ୍ କରାଯାଏ।

ଏହି ପ୍ରକ୍ରିୟା ଦେଢ଼ରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ। କମ୍ପ୍ରେସିଂ ସମୟରେ ଏହି ମିଶ୍ରଣକୁ କ୍ରମାଗତ ଭାବରେ କଡ଼େଇରେ ମିଶ୍ରଣ କରାଯାଏ। ଏହାପରେ ବେସନକୁ ଏକ ବଡ଼ ଟ୍ରେରେ ରଖି ଥଣ୍ଡା କରାଯାଏ। ଏଥିପାଇଁ ୨୪ ଘଣ୍ଟା ସମୟ ଲାଗିଥାଏ। ଥଣ୍ଡା ହେଲେ ସେଥିରେ ଚିନି, ଅଳେଇଚ ଓ ଶୁଖିଲା ଫଳ ମିଶାଯାଇଥାଏ। ଏହାକୁ ହାତରେ ଭଲ ଭାବେ ମିଶାଇଲେ ଲଡ଼ୁ ମିଶ୍ରଣ ପ୍ରସ୍ତୁତ ହୋଇଯାଏ।

ଭୋଗ ପ୍ରମାଣପତ୍ର ମଧ୍ୟ ମିଳିଛି

ଖାଦ୍ୟ ବିଭାଗ ଅଧିକାରୀଙ୍କ କହିବା ନୁଯାୟୀ ଭୋଗ ସାର୍ଟିଫିକେଟ୍ (ଭଗବାନଙ୍କୁ ଆନନ୍ଦମୟ ହାଇଜେନିକ୍ ଅର୍ପଣ) ମିଳିଛି। ଏହି କାରଣରୁ, ସ୍ୱଚ୍ଛତା ରେଟିଂ ପାଇବାରେ ବିଶେଷ ଅସୁବିଧା ନ ଥିଲା, କାରଣ ଆମେ ପୂର୍ବରୁ ସ୍ୱଚ୍ଛତାର ମାନଦଣ୍ଡ ଅନୁସରଣ କରୁଥିଲୁ।