Categories
ଆଜିର ଖବର ମନୋରଂଜନ ସିନେମା

ନୂଆ ଓଡ଼ିଆ ଗୀତ ‘ସବୁକଥା ଶେଷରେ ତୋରି‌ ନାଁ’ର ରେକର୍ଡିଂ ଆରମ୍ଭ

ଭୁବନେଶ୍ବର, ଆମ ଟିଭି ପ୍ରସ୍ତୁତ ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ନୂଆ ଓଡ଼ିଆ ଗୀତ “ସବୁକଥା ଶେଷରେ ତୋରି‌ ନାଁ ” କଟକସ୍ଥିତ ମିଲନ ଷ୍ଟୁଡିଓରେ ରେକର୍ଡିଂ ହୋଇଛି। ସୁବ୍ରତ ସ୍ୱାଇଁ ରଚିତ ଗୀତଟି ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । କଣ୍ଠଦାନ କରିଛନ୍ତି ଅନୁରାଧା ପାଣିଗ୍ରାହୀ।

ଗୀତଟି ଗଣେଶ ପୂଜା ଅବସରରେ ମୁକ୍ତିଲାଭ କରବ‌ ବୋଲି କାଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ଏଥିରେ ରେକର୍ଡିଷ୍ଟ ସୈ।ଭାଗ୍ୟ ପଣ୍ଡା , ପ୍ରଯୋଜକ ସଚ୍ଚିକାନ୍ତ ଜେନା, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ଇଭେଣ୍ଟ ମ୍ୟାନେଜର ରକି‌ ଇନାୟତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗା ଦର୍ଶନ ପାଇଁ ଖୋଲିବ ସିଂହଦ୍ବାର, ଏସଓପି ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ଶେଷରେ ବହୁ ପ୍ରତୀକ୍ଷା ପରେ ଜଗାର ସିଂହଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ। ଆସନ୍ତା 16 ତାରିଖ ପରଠାରୁ ଏହି ଦର୍ଶନ ଆରମ୍ଭ ହେବ। ତେବେ ପ୍ରଥମ ପାଞ୍ଚଦିନ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରଶାସନ ତରଫରୁ ୱର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ 6ଟି ଲେଖାଏଁ ୱାର୍ଡର ଲୋକଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି। ତେବେ କରୋନା କଟକଣା ପାଇଁ ଏହି ଦର୍ଶନ ବେଳେ କେତେକ ନିୟମ ଲାଗୁ କରାଯାଇଛି।

ପୁରୀବାସୀ ଅଗଷ୍ଟ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଦର୍ଶନ କରିବେ। ତେବେ ସେମାନଙ୍କୁ କୌଣସି କରୋନା ସାର୍ଟିଫିକେଟ ଦେଖାଇବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ସୁଦ୍ଧା ପୁରା ପୁରୀ ସହରରେ ଟିକାକରଣ ହୋଇ ନ ଥିଲେ ମଧ୍ୟ ଜଗା ଦର୍ଶନ ପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ। ତେବେ ପୁରୀ ବାସିନ୍ଦା ଭାବେ ଆଧାରକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ପୁରୀବାସୀ କିପରି ଭଲରେ ଜଗା ଦର୍ଶନ କରିବେ ସେ ନେଇ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି।

ଏହାପରେ 23 ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। 20 ତାରିଖରେ ପୁରୀବାସୀଙ୍କ ଦର୍ଶନ ସରିବା ପରେ 21 ଓ 22 ତାରିଖ ଦୁଇଦିନ ସପ୍ତାହନ୍ତ ଲକଡାଉନ ଲାଗୁ ରହିଛି। ଫଳରେ ସେହି ଦୁଇଦିନ ଦର୍ଶନ ବନ୍ଦ କରାଯାଇଛି। ସେଥିପାଇଁ 23 ତାରିଖରୁ ଏହି ଦର୍ଶନ ଆରମ୍ଭ ହେବ। ସପ୍ତାହର 5ଦିନ ସକାଳ 7ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ଦର୍ଶନ ସୁବିଧା ମିଳିପାରିବ। ତେବେ ଏହି ସମୟରେ ନେଗେଟିଭ ସାର୍ଟିଫିକେଟ କିମ୍ବା ଦୁଇ ଡୋଜ ଟିକା ନେବାର ପ୍ରମାଣ ପତ୍ର ଭକ୍ତଙ୍କୁ ଦେବାକୁ ପଡିବ।

ପୂର୍ବପରି ଭକ୍ତମାନେ ମାସ୍କ, ସାନିଟାଇଜର ପ୍ରଭୃତି ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଦ୍ବାରରେ ସାନିଟାଇଜର ରଖାଯିବ ବୋଲି ନିଷ୍ପତି କରାଯାଇଛି। ସେହିପରି ମନ୍ଦିର ଭିତରେ ଦୀପ ଲଗାଇବା ପାଇଁ ମନା କରାଯାଇଛି। ଭକ୍ତମାନେ ଆନନ୍ଦ ବଜାରରୁ ଅଭଡା କିଣିପାରିବେ ହେଲେ ସେଠାରେ ସେବନ କରିପାରିବେ ନାହିଁ। ଦର୍ଶନ ପାଇଁ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସ୍ବତନ୍ତ୍ର ଧାଡି କରାଯିବ।

ତେବେ ଶ୍ରୀମନ୍ଦିର ପ୍ରତ୍ୟେକ ଶନିବାର ଓ ରବିବାର ସହିତ ବିଭିନ୍ନ ପର୍ବପର୍ବାଣୀରେ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କାରଣ ଏହିଦିନ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମର ଆଶଙ୍କା ରହିଥିବାରୁ ପ୍ରଶାସନ ଏହି ନିଷ୍ପତି ଗ୍ରହଣ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ସ୍ପେଶାଲ ଫୋକସ ରାଜ୍ୟ ପାଇଁ ରାଜ୍ୟସଭାରେ ଦାବୀ କଲା ବିଜେଡି, ଏଥର ଦେଲା ନୂଆ ତଥ୍ୟ

ନୂଆଦିଲ୍ଲୀ, ପୁଣି ଥରେ ଓଡିଶାକୁ ବିଶେଷ ଧ୍ୟାନ ଦେବା ପାଇଁ କେନ୍ଦ୍ର ନିକଟରେ ଦାବୀ କରିଛି ବିଜେଡି। ତେବେ ଏଥର ନୂଆ ତରିକାରେ ବିଜେଡି କେନ୍ଦ୍ର ନିକଟରେ ଏହି ଦାବୀ ଉପସ୍ଥାପନା କରିଛି। ଆଜି ରାଜ୍ୟ ସଭାରେ ବିଜେଡି ସଦସ୍ୟ ଡ ସସ୍ମିତ ପାତ୍ର ଶୂନ୍ୟକାଳରେ ଏହି ଦାବୀ ଉପସ୍ଥାପନା କରିଥିଲେ। ପୂର୍ବରୁ ବିଜେଡି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରାଯାଉ ବୋଲି କେନ୍ଦ୍ର ନିକଟରେ ଦାବୀ କରିଆସୁଥିଲା। ହେଲେ ଏଥର ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବୀ କରିଛି।

ରାଜ୍ୟସଭାରେ ସସ୍ମତି କହିଛନ୍ତି ଯେ, ଓଡିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି। କେତେବେଳେ ବାତ୍ୟା କିମ୍ବା ବନ୍ୟା ଲାଗିରହିଛି। ସେହି ସମୟରେ କେନ୍ଦ୍ର ଓଡିଶା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବୀ କରିଛି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭାଗୁଆଳିରେ ବିନିଯୋଗ ହେଉଛି। ଅର୍ଥାତ କେନ୍ଦ୍ର ସରକାର 60 ପ୍ରତିଶତ ଦେଉଥିବା ବେଳେ ସେହି ଯୋଜନା ପାଇଁ ରାଜ୍ୟ 40 ପ୍ରତିଶତ ଦେଉଛି। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଖର୍ଚ୍ଚ କରୁଛନ୍ତି ତାହାକୁ ହିସାବ କଲେ ଏହି ଅଂଶ 50:50 ହୋଇଯାଇଛି।

ତେବେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏହା ଅଂଶ ଭରଣା କରିବା ରାଜ୍ୟ ପକ୍ଷରେ ସମ୍ଭବ ହେଉ ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହାକୁ 90:10 ଅଂଶରେ ଲାଗୁ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି। ତେବେ ସେ ଗୃହକୁ ଜଣାଇଛନ୍ତି ଯେ, ରାଜ୍ୟରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହେବା ସେହି ଦିନଠାରୁ ଏହାକୁ ତିନିବର୍ଷ ପାଇଁ ଲାଗୁ କରାଯାଉ। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୟରେ ଏହା ଠିକ୍ ଭାବେ ମୁକାବିଲା କରିହେବ ବୋଲି ସସ୍ମିତ କହିଛନ୍ତି।

ସେହିପରି ସସ୍ମତି କେବିକେ ଜିଲ୍ଲାକୁ କେନ୍ଦ୍ର ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି। ଅବିଭକ୍ତ କଳାହାଣ୍ଡି, କୋରାପୁଟ ଏବଂ ବଲାଙ୍ଗିର ଜିଲ୍ଲାରେ ବ୍ୟାଙ୍କ ସେବା, ଟେଲି ଯୋଗାଯୋଗ ଏବଂ ଇଣ୍ଟରନେଟ ସେବା ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ଗୃହରେ ଦାବୀ କରିଛନ୍ତି। ଗୃହରେ ପ୍ରବଳ ହଟ୍ଟଗୋଳ ଚାଲିଥିବା ବେଳେ ସସ୍ମିତ ଏହି ଦାବୀ ଉପସ୍ଥାପନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ମହିଳା ହକିରେ ଏକ ପଦକକୁ ଅଳ୍ପକେ ହରାଇଲୁ କିନ୍ତୁ ଏହା ଦେଶର ଆବେଗକୁ ପ୍ରତିଫଳିତ କରିଛି, ମୋଦି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମହିଳା ହକିରେ ଅଳ୍ପକେ ପଦକ ହରାଇଛୁ କିନ୍ତୁ ଏହି ଦଳ ନୂତନ ଭାରତର ଆବେଗକୁ ପ୍ରତିଫଳିତ କରିଛି। ଯେଉଁଠାରେ ଆମେ ଆମର ଶ୍ରେଷ୍ଠ ତଥା ନୂତନ କୃତିତ୍ୱ ହାସଲ କରିଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ ।

ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଟୋକିଓ ୨୦୨୦ ରେ ଆମର ମହିଳା ହକି ଦଳର ମହାନ ପ୍ରଦର୍ଶନକୁ ଆମେ ସର୍ବଦା ମନେ ରଖିବୁ । ସେମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଦଳର ପ୍ରତ୍ୟେକ ସଦସ୍ୟ ଉଲ୍ଲେଖନୀୟ ସାହସ, ଦକ୍ଷତା ଏବଂ ସହନଶୀଳତା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ । ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ଏହି ଦଳ ପାଇଁ ଭାରତ ଗର୍ବିତ ।

ଆମେ ମହିଳା ହକିରେ ଏକ ପଦକକୁ ଅଳ୍ପକେ ହରାଇଲୁ କିନ୍ତୁ ଏହି ଦଳ ନୂଆ ଭାରତର ଆବେଗକୁ ପ୍ରତିଫଳିତ କରିଛି – ଯେଉଁଠାରେ ଆମେ ଆମର ସର୍ବୋତ୍ତମ ଏବଂ ନୂତନ କୃତୀତ୍ୱ ହାସଲ କରିପାରିଛୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟୋକିଓ ୨୦୨୦ ରେ ସେମାନଙ୍କର ସଫଳତା ଭାରତର ଛୋଟ ଝିଅମାନଙ୍କୁ ହକି ଖେଳିବାକୁ ଉତ୍ସାହିତ କରିବ ଏବଂ ଏଥିରେ ଉତ୍କର୍ଷତା ପ୍ରତିପାଦନ କରିବ । ଏହି ଦଳ ପାଇଁ ଗର୍ବିତ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା ଦେଶ, ଏମକ୍ୟୁଏମ ନେତା ଅଲତାଫ୍ ହୁସେନ

ନୂଆଦିଲ୍ଲୀ, ପାକିସ୍ଥାନ ହେଉଛି ଅଣ ମୁସଲିମ ଧର୍ମର ମରଣ ଯନ୍ତା। ସେହି ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟକୁ ସମ୍ମାନ ଦିଆଯାଏ ନାହିଁ। ଏପରି ଏକ ବିସ୍ପୋରକ କଥା କହିଛନ୍ତି ଏମକ୍ୟୁଏମ ର ପ୍ରତିଷ୍ଠାତା ଅଲତାଫ୍ ହୁସେନ। ଲଣ୍ଡନରେ ରହୁଥିବା ଅଲତାଫ ଆଜି ତାଙ୍କ ଟୁଇଟରରେ ପାକିସ୍ଥାନକୁ ମଧ୍ୟ ଚେତାବନି ଦେଇଛନ୍ତି।

ସେ ଏକ ସିରିଜ ଟୁଇଟ କରି କହିଛନ୍ତି ଯେ, ପାକିସ୍ଥାନରେ ଯେପରି ଅଣ ମୁସଲିମ ଧର୍ମପିଠକୁ ଭଙ୍ଗାଯାଉଛି ତାହା ଅମାନବିକତା। ସେତିକି ନୁହେଁ ସେ ତାଙ୍କ ଟୁଇଟିରେ ଏପରି କାର୍ଯ୍ୟକୁ ଦୃଢ ବିରୋଧ ମଧ୍ୟ କରିଛନ୍ତି। ଏହା ହେଉଛି ଇସଲାମିକ ବିରୋଧୀ, ଅଗଣତାନ୍ତ୍ରିକ ଏବଂ ଅନ୍ୟାୟ କାର୍ଯ୍ୟ। ପାକିସ୍ଥାନ ତୁରନ୍ତ ଏପରି କାର୍ଯ୍ୟରୁ ନିବୃତ ରହୁ ବୋଲି ଅଲତାଫ କହିଛନ୍ତି।

ପାକିସ୍ଥିନର ଏପରି କାର୍ଯ୍ୟ ବିରୋଧରେ ବିଚାର କରି ଦଣ୍ଡ ଦେବା ପାଇଁ ସେ ଜାତିସଂଘର ସେକ୍ରେଟାରୀ ଜେନରାଲଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜାତିସଂଘ ତୁରନ୍ତ ପାକିସ୍ଥାନ ସରକାରଙ୍କ ସହିତ କଥାବାର୍ତ୍ତା କରି ଏପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ପାକିସ୍ଥାନକୁ ନିର୍ଦ୍ଦେଶ ଦିଅନ୍ତୁ।

ପାକିସ୍ଥାନ ଆର୍ମି ଏବଂ ତାଙ୍କର ଗୁପ୍ତ ସଂସ୍ଥା ଆଇଏସଆଇ ର ଲୋକେ ପାକିସ୍ଥାନରେ ଥିବା ବିଭିନ୍ନ ଅଣ ମୁସଲିମ ଧର୍ମପିଠ ଭାଙ୍ଗି ଦେଇଛନ୍ତି। ଏଥିସହିତ ସେମାନେ ଏହି ସଂପ୍ରଦାୟର ଲୋକଙ୍କୁ ଘୃଣା ମଧ୍ୟ କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଅଲତାଫ୍ କହିଛନ୍ତି।

ନିକଟରେ ପାକିସ୍ଥାନ ଅଧିନସ୍ଥ ପଂଜାବ ରାଜ୍ୟର ଫଇସଲାବାଦରେ ଅହମାଦୀ ଧର୍ମପିଠ ଉପରେ ଆକ୍ରମଣ କରି ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ସାରା ବିଶ୍ବରେ ବିରୋଧର ସ୍ବର ଉଠିଛି। ଏଥିରେ ଅଲତାଫଙ୍କ ଏପରି ବିବୃତି ଏହି ବିରୋଧକୁ ଆହୁରି ଦୃଢ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସିଙ୍ଗିଲ ଡୋଜ କରୋନା ଟୀକାର ଜରୁରୀ ବ୍ୟବହାର ପାଇଁ ଭାରତ ସରକରାଙ୍କୁ ଆବେଦନ

ନୂଆଦିଲ୍ଲୀ, ଭାରତରେ ଗୋଟିଏ ଡୋଜ କରୋନା ଟୀକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି ଜନସନ ଆଣ୍ଡ ଜନସନ କଂପାନୀ। ଏହି କଂପାନୀ କହିଛି ଯେ, ଜନସନ ଆଣ୍ଡ ଜନସନ କଂପାନୀର ଟୀକାର 3ଟି କ୍ଲିନିକାଲ ପରୀକ୍ଷା ସରିଛି। ଏଥିରେ 85 ପ୍ରତିଶତ ସଫଳତା ମିଳିଛି। ସେଥିପାଇଁ ଭାରତରେ ଏହାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦିଆଯାଉ ବୋଲି କଂପାନୀ କହିଛି। ଏହି ସିଙ୍ଗଲ ଡୋଜ ଟୀକା ନେବାର 28 ଦିନ ମଧ୍ୟରେ ଏହା ବେଶ୍ ଫଳ ପ୍ରଦ ହେଉଛି ବୋଲି କଂପାନୀ କହିଛି।

Categories
ଆଜିର ଖବର ଜାତୀୟ ଖବର

ବଦଳି ଗଲା ଦେଶର ସର୍ବୋଚ୍ଚ ଖେଳରତ୍ନ ପୁରସ୍କାର ନାମ, ପ୍ରଧାନମନ୍ତ୍ରୀ ଟୁଇଟ କରି ଦେଲେ ସୂଚନା

ନୁୂଆଦିଲ୍ଲୀ, କେନ୍ଦ୍ର ସରକାର ଦେଶରେ ଦିଆଯାଉଥିବା ଖେଳରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଟୁଇଟି କରି ଅବଗତ କରାଇଛନ୍ତି। ଭାରତର ଖେଳାଳୀଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଉଛି । ଏହା ହେଉଛି ଭାରତର କ୍ରୀଡା ଜଗତରେ ସର୍ବୋଚ୍ଚ ପୁରସ୍କାର। ହେଲେ ଏହି ପୁରସ୍କାର ବର୍ତ୍ତମାନ ନୂଆ ନାମରେ ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟି କରି ଜଣାଇଛନ୍ତି ଯେ, ଏହି ପୁରସ୍କାରର ନାମ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ନାମରେ ପ୍ରଦାନ କରାଯିବ। ମୋଦି କହିଛନ୍ତି ଯେ ଦେଶର ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ପୁରସ୍କାରର ନାମ ପରିବର୍ତ୍ତନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଉଚ୍ଚ ଶିକ୍ଷା ବିଭାଗର ଘୋଷଣା, ଏହି ତାରିଖରୁ ଖୋଲିବ ଓଡିଶାର ସମସ୍ତ କଲେଜ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର, ଆସନ୍ତା ଅଗଷ୍ଟ ୧୬ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିରେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ କ୍ଲାସ ରୁମରେ ପାଠପଢା ହେବ। ଏଥିସହିତ ହଷ୍ଟେଲ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମହାମାରୀ କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ କ୍ଲାସ୍ ରୁମ୍‌ରେ ପୁଣି ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ଷ୍ଟିକ୍ ଧରି ବିରୋଧୀଙ୍କ ମୁହଁ ଉପରକୁ ବଲ ଫୋପାଡି ଦେଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ

ଭୁବନେଶ୍ବର,  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରନ୍ତି ତାହା ବିରୋଧୀ ବୁଝିବା ଭାରି କଷ୍ଟକର ବ୍ୟାପାର। ବିଭିନ୍ନ ସମୟରେ ସେ ଏପରି ମାଷ୍ଟର ଷ୍ଟ୍ରୋକ ମାରୁଛନ୍ତି ଯେ, ବିରୋଧୀ ପୁରା ବାଟବଣା। ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଜଳକା ହୋଇ ଅନେଇ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରକୃତରେ ନବୀନ ପଟ୍ଟନାୟକ କଣ ଖେଳୁଛନ୍ତି, କିପରି ଖେଳୁଛନ୍ତି ତାହା ବିରୋଧୀ ଖୋଜି ଧରିପାରୁ ନାହାଁନ୍ତି।

ବର୍ତ୍ତମାନ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ପ୍ରସଂଗକୁ ଯିବା। ଟୋକିଓ ମାଟିରେ ଭାରତୀୟ ହକିଦଳ ଯେଉଁ ସଫଳତା ପାଇଲେ ତାହା ନିଶ୍ଚିତ ଗର୍ବର ବିଷୟ। ସେଥିପାଇଁ ସାରା ଦେଶର ଲୋକେ ହକି ଇଣ୍ଡିଆ ଟିମକୁ ପ୍ରଶଂସା କରିବାରେ ଲାଗିଛନ୍ତି। ତେବେ ଏହି ପ୍ରଶଂସା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଡି ହୋଇଯାଇଛନ୍ତି। କାରଣ ହେଲା ସାହାରା ଗ୍ରୁପ ଯେତେବେଳେ ହକି ଇଣ୍ଡିଆର ପ୍ରାୟୋଜକରୁ ଓହରି ଗଲା, ସେତେବେଳେ ନବୀନ ପଟ୍ଟନାୟକ ଏହାର ସାହାରା ସାଜିଥିଲେ।

ହକି ଇଣ୍ଡିଆର ପ୍ରାୟୋଜକ ସାଜି ସେତେବେଳେ ନବୀନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାୟ ଏକଶହ କୋଟି ଏଥିରେ ବ୍ୟୟ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ବିରୋଧୀ ଏହାକୁ ନେଇ ବିଭିନ୍ନ କୁତ୍ସାରଟନା କରିଥିଲେ। ସେମାନଙ୍କ ଭକ୍ତମାନେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଭର୍ଚ୍ଛନା କରିବାରେ ଲାଗିଥିଲେ। ଏହି ଟଙ୍କା ଓଡିଶାର ଗରିବ ଲୋକଙ୍କ ଉନ୍ନତିରେ ବିନିଯୋଗ କରାଯାଉ ବୋଲି ମତ ଦେଇଥିଲେ। ଏତେ ଟଙ୍କା ହକି ଇଣ୍ଡିଆ ପଛରେ ଖର୍ଚ୍ଚ କଲେ ଓଡିଶାର କଣ ଲାଭ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ।

ସେହିପରି ଓଡିଶାରେ ବିଶ୍ବ କପ ହକି ଚମ୍ପିୟାନସିପ ଆୟୋଜନକୁ ନେଇ ମଧ୍ୟ ବିରୋଧୀ ଦଳ ବେଶ ସମାଲୋଚନା କରିଥିଲେ। ଶାହାରୁଖ ଖାନ, ସଲମନ ଖାନଙ୍କ ପଛରେ ଏତେ ଟଙ୍କା କଣ ପାଇଁ ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ସେତେବେଳେ ବିରୋଧୀ ସେହି ସମାଲୋଚନାକୁ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ନେଇ ଯାଇଥିଲେ। ହେଲେ ସାରା ବିଶ୍ବରୁ ଆସିଥିବା ହକି ଖେଳାଳୀ ରାଜ୍ୟର ଏହି ଆୟୋଜନକୁ ପ୍ରଶଂସା କରିବା ଦ୍ବାରା ବିରୋଧୀଙ୍କ ପାଟି ବନ୍ଦ ହୋଇ ଯାଇଥିଲା।

ସେଥିପାଇଁ କୁହାଯିବ ଯେ, ନବୀନ ପଟ୍ଟନାୟକ ଯେଉଁ ଖେଳ ଖେଳୁଛନ୍ତି ତାହା ବିରୋଧୀ ଦଳ ଜାଣିବା କଷ୍ଟକର ବ୍ୟାପାର। ଯାହା ହକି ଇଣ୍ଡିଆର ପ୍ରାୟୋଜକ ସାଜିବାର ପ୍ରମାଣ ଏବେ ବିରୋଧୀଙ୍କୁ ମିଳିଲା। 2018 ମସିହାର ନବୀନଙ୍କ ଏହି ନିଷ୍ପତି ଆଜି ସାରା ବିଶ୍ବରେ ପ୍ରଶଂସା ସାଉଁଟିବାରେ ଲାଗିଛି। ଯାହା ଓଡିଶାର ପାଇଁ ଏକ ଗର୍ବର ବିଷୟ। ଭବିଷ୍ୟତରେ ଏହି ନିଷ୍ପତି ନୀବନଙ୍କୁ ଆହୁରି ସଫଳତା ଦେବାର ମଧ୍ୟ ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ବର୍ତ୍ତମାନ ମୋଟ ଆକ୍ରାନ୍ତ ସଂଖ୍ୟା କେତେ ? ସକ୍ରିୟ ମାମଲା କେତେ ଅଛି ?

ଭୁବନେଶ୍ବର, ଓଡିଶାରେ ବର୍ତ୍ତମାନ କରୋନା ସଂକ୍ରାମଣ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ପ୍ରଥମେ ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ଧିରେ ଧିରେ ତାହା ନିୟନ୍ତ୍ରଣକୁ ଆସୁଛି। ତେବେ ସରକାରୀ ତଥ୍ୟ ଅନୁସାରେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟ ଅନୁସାରେ…

ମୋଟ କୋରନା ପରୀକ୍ଷା- ୧ କୋଟି ୬୪ ଲକ୍ଷ ୨୪ ହଜାର ୬୪୫

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା- ୯ ଲକ୍ଷ ୮୪ ହଜାର ୭୩୧
ମୋଟ ସୁସ୍ଥ ସଂଖ୍ୟା- ୯ ଲକ୍ଷ ୬୫ ହଜାର ୩୭୦
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା- ୧୩ ହଜାର ୬

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୬୬ ଜଣଙ୍କର କରୋନାରେ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ

ଭୁବନେଶ୍ବର, ଆଜିର ସରକାରୀ ତଥ୍ୟ ଅନୁସାରେ କରୋନାରେ ମୋଟ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୬, ୩୦୨ କୁ ବୃଦ୍ଧି ପାଇଛି। ନୂଆ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ବାଲେଶ୍ୱର ୬ ଜଣ

ଭଦ୍ରକରେ ଜଣେ

ବଲାଙ୍ଗୀରରେ ୨ ଜଣ

କଟକରେ ୧୧ ଜଣ

ଗଞ୍ଜାମରେ ୧୦ ଜଣ

ଝାରସୁଗୁଡ଼ାରେ ଜଣେ

କନ୍ଧମାଳରେ ଜଣେ

କେନ୍ଦୁଝରରେ ୩ ଜଣ

ଖୋର୍ଦ୍ଧାରେ ୧୯ ଜଣ

ମୟୁରଭଞ୍ଜରେ ୨ ଜଣ

ନୟାଗଡ଼ରେ ଜଣେ

ନୁଆପଡାରେ ଜଣେ

ପୁରୀ ୨ ଜଣ

ରାୟଗଡ଼ାରେ ଜଣେ

ସମ୍ବଲପୁରରେ ଜଣେ

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ୧୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୦୨ ଥିବା ବେଳେ ସ୍ଥାନୀୟ ସଂକ୍ରମାଣ ସଂଖ୍ୟା ହେଲା ୫୦୬ ଜଣ। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ହେଲା..

୧- ଅନୁଗୁଳ ଜିଲ୍ଲାରୁ – ୫୫
୨- ବାଲେଶ୍ୱର ଜିଲ୍ଲାରୁ – ୬୩
୩- ବରଗଡ଼ ଜିଲ୍ଲାରୁ – ୫
୪- ଭଦ୍ରକ ଜିଲ୍ଲାରୁ – ୨୨
୫- ବଲାଙ୍ଗୀର ଜିଲ୍ଲାରୁ – ୫
୬- କଟକ ଜିଲ୍ଲାରୁ – ୧୭୩
୭- ଦେବଗଡ଼ ଜିଲ୍ଲାରୁ – ୫
୮- ଢେଙ୍କାନାଳ ଜିଲ୍ଲାରୁ – ୧୫
୯- ଗଜପତି ଜିଲ୍ଲାରୁ – ୧
୧୦- ଗଞ୍ଜାମ ଜିଲ୍ଲାରୁ – ୧୨
୧୧- ଜଗତସିଂହପୁର ଜିଲ୍ଲାରୁ – ୬୦
୧୨- ଯାଜପୁର ଜିଲ୍ଲାରୁ – ୫୭
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୩
୧୪- କଳାହାଣ୍ଡି ଜିଲ୍ଲାରୁ – ୨
୧୫- କନ୍ଧମାଳ ଜିଲ୍ଲାରୁ – ୧୬
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩୨
୧୭- କେନ୍ଦୁଝର ଜିଲ୍ଲାରୁ – ୧୬
୧୮- ଖୋର୍ଦ୍ଧାରୁ : ୩୯୯
୧୯- କୋରାପୁଟ ଜିଲ୍ଲାରୁ – ୨
୨୦- ମାଲକାନଗିରି : ୪
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୩୩
୨୨- ନବରଙ୍ଗପୁର ଜିଲ୍ଲାରେ: ୪
୨୩- ନୟାଗଡ଼ ଜିଲ୍ଲାରୁ – ୨୫
୨୪- ନୂଆପଡ଼ା ଜିଲ୍ଲାରୁ – ୨
୨୫- ପୁରୀ ଜିଲ୍ଲାରୁ – ୫୮
୨୬- ରାୟଗଡ଼ା ଜିଲ୍ଲାରୁ – ୮
୨୭- ସମ୍ବଲପୁର ଜିଲ୍ଲାରୁ – ୨୪
୨୮- ସୋନପୁର ଜିଲ୍ଲାରୁ – ୩
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୨୦
୩୦- ଷ୍ଟେଟ ପୁଲ- ୮୪

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଦିନ ଦ୍ବିପହରରେ ବନ୍ଧୁକ ମୁନରେ ବାପ ଝିଅଙ୍କ ଠୁ ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି। ଲୁଟ୍ ର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା (୪୨) ଓ ତାଙ୍କ ଝିଅ ସୁନିତା ବେହେରା(୧୮)।

ଘଟଣାରୁ ପ୍ରକାଶ ଯେ, ଗତକାଲି ମଧ୍ୟାହ୍ନ ସମୟରେ ଲଲାଟ ଓ ତାଙ୍କ ଝିଅ ସୁନିତା ଖୋର୍ଦ୍ଧାରୁ ଟୀକା ନେଇ ଫେରୁଥିଲେ। ଏ ସମୟରେ ପୁର୍ବରୁ ଏକ ମୋଟର ସାଇକେଲରେ ଏମାନଙ୍କ ପିଛା କରି ଆସୁଥିବା ଦୁର୍ବୁତ୍ତ ଭାଟପଡା ଓ ବିଂଝିଳା ମଧ୍ୟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତ ଉଭୟଙ୍କୁ ବନ୍ଧୁକରେ ମାଡମାରିବା ସହ ଲାତ ଗୋଇଠା ମାରି ଲହୁ ଲୁହାଣ କରିଥିବା ବେଳେ ସୁନିତାଙ୍କ ଚଷମା ଓ ଲଲାଟଙ୍କ ହେଲମେଟ ଭାଙ୍ଗିଦେଇଥିଲେ।

ଝିଅ ସୁନିତା ପିନ୍ଧିଥିବା ୧୨ ଗ୍ରାମ ସୁନା ଚେନ ସହ ଲଲାଟଙ୍କ ମନୀପର୍ସ ସାଙ୍ଗକୁ ନଗଦ ୫୦୦୦ ଟଙ୍କା ଓ ଅତ୍ୟାବଶ୍ୟକ କାଗଜପତ୍ର ଲୁଟିନେଇ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ ଜଣକ। ଏହାକୁ ନେଇ ଲୁଟ୍ ର ଶିକାର ହୋଇଥିବା ଲଲାଟ କୁମାର ବେହେରା ବାଣପୁର ମେଡିକାଲ କୁ ଯାଇ ଚିକିତ୍ସା କରାଇବା ସହ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଅଗଷ୍ଟ 6 ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

ମେଷ: – ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ ।

ବୃଷ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ। ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ କରିବାକୁ ଧ୍ୟାନ ଦେବାକୁ ପଡିବ ।

ମିଥୁନ: –ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ । ତୁମେ ଖୁସି ହେବ । ଘର ଜୀବନ ଖୁସି ହେବ । ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଅନ୍ୟମାନଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିପାରିବେ ।

କର୍କଟ: – ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ ।  ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ। ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ ।

ସିଂହ : – ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ  ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ । ଯେଉଁମାନେ ଏକ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରିୟଙ୍କ ସହ କଥା ହୋଇ ସାକ୍ଷାତ କରି ବହୁତ ଖୁସି ହେବେ । ପ୍ରେମ ଜୀବନ ଶକ୍ତିଶାଳୀ ହେବ ।

କନ୍ୟା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ । ତୁମେ ତୁମର ପ୍ରିୟଙ୍କ ସହିତ ବହୁତ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସହିତ କିଛି କିଣାକିଣି କରିବ ।

ତୂଳା: – ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ ପରେ ଭଲ ଫଳାଫଳ ହାସଲ ହେବ । ଘରୋଇ ଜୀବନ ପ୍ରତି ଧ୍ୟାନ ଦେବେ ଏବଂ କିଛି ବଡ ଖର୍ଚ୍ଚ ମଧ୍ୟ ହୋଇପାରେ ।

ବିଛା: – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ । ଯେଉଁମାନେ କାହାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ କମ୍ ସମସ୍ୟା ହେବ । ଅଧ୍ୟୟନରେ ଅସୁବିଧା ହେବ । ତୁମେ ତୁମର ପ୍ରତିପକ୍ଷଙ୍କ ଉପରେ ବିଜୟୀ ହେବ । ଆଜି ତୁମର ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: – ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ । ଆଜି ଘରୋଇ ଜୀବନ ପାଇଁ ଏକ ଭଲ ଦିନ ହେବ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି ସେମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ।

ମକର: –ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । ଭାଗ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ ।

କୁମ୍ଭ: –ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । ଆଜି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ହେବେ କାରଣ ସ୍ୱାସ୍ଥ୍ୟ ଦୃଢ ହେବ ।

ମୀନ : –ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ ଏବଂ ଜୀବନ ସାଥୀ ଆପଣଙ୍କ ଜୀବନରେ ଲାଭ ପାଇଁ ବାଟ ଖୋଲିବ । ତୁମର ସମ୍ପର୍କରେ ସୁଖ ରହିବ । ବାହାର ଲୋକଙ୍କଠାରୁ କିଛି ଲାଭ ହେବ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ସ୍ବିଗି ଡେଲିଭରୀ ବଏ ଚଳାଇବେ ଇଲେଟ୍ରିକ୍ ଗାଡି, ରିଲାଏନ୍ସ ବିପି ସହିତ ହେଲା ବୁଝାମଣା

ମୁମ୍ବାଇ, ଏକ ସୁସଂହତ ବିଦ୍ୟୁତ ଚାଳିତ ବାହନ (ଇଭି) ପରିବ୍ୟବସ୍ଥା ସୃଷ୍ଟି ଦିଗରେ ଯୋଗଦାନ ସ୍ୱରୂପ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ ଏବଂ ସ୍ୱିଗି ପକ୍ଷରୁ ସମ୍ମିଳିତ ଉଦ୍ୟମ ଆକାରରେ ଆଜି ପରୀକ୍ଷାମୂଳକ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ଭାରତର ସର୍ବବୃହତ ଖାଦ୍ୟ ଯୋଗାଣ ପ୍ଲାଟଫର୍ମରେ ବିଦ୍ୟୁତ ଚାଳିତ ବାହନ (ଇଭି) ନିୟୋଜନ ବୃଦ୍ଧି ଘଟାଇବ ।

ବିଦ୍ୟୁତ ଚାଳିତ ୨-ଚକିଆ ନିୟୋଜନ ସହିତ ବ୍ୟାଟେରୀ ଚାଳିତ ବିଦ୍ୟୁତ ଯାନବାହନ (ଇଭି) ଗୁଡିକର ବ୍ୟବହାର ନିମନ୍ତେ ଏହି ସହଭାଗିତାରେ ଲକ୍ଷ୍ୟ ରଖାଯାଇଛି, ଯାହାକୁ ଜିଓ-ବିପିର ବ୍ୟାଟେରୀ ସ୍ୱାପ ଷ୍ଟେସନସମୂହର ନେଟୱର୍କ ଏବଂ ସ୍ୱିଗିର ଯୋଗାଣ ସହଭାଗୀମାନଙ୍କର ନେଟୱର୍କ ସମର୍ଥନ ଯୋଗାଇବ ।

ଦୁଇ ଅଗ୍ରଣୀ ଶିଳ୍ପ ସଂସ୍ଥାର ଏହି ସହଭାଗିତା ସଂପୂର୍ଣ୍ଣ ନୂତନ ବ୍ୟବସାୟିକ ମଡେଲ ଜରିଆରେ ଯୋଗାଣକାରୀ ଯାନବାହନ ନିମନ୍ତେ ଏକ ସବୁଜ ଓ କମ୍ ବ୍ୟୟସାପେକ୍ଷ ସମାଧାନ ଯୋଗାଇବାକୁ ସେମାନଙ୍କର ଯଥାସାଧ୍ୟ ସାମର୍ଥ୍ୟ, ପରିବ୍ୟାପ୍ତି ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସମନ୍ୱୟ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ୱିଗି ସହଯୋଗରେ ଆରବିଏମଏଲ ବିଭିନ୍ନ ସ୍ଥାନରେ ଜିଓ-ବିପି ବ୍ୟାଟେରୀ ସ୍ୱାପିଂ ଷ୍ଟେସନଗୁଡିକ ସ୍ଥାପନ କରିବ ଏବଂ ସ୍ୱିଗିର ସମସ୍ତ ଯୋଗାଣକାରୀ ସହଭାଗୀ ତଥା ବ୍ୟାଟେରୀ ସ୍ୱାପିଂ ସମ୍ପର୍କିତ ସ୍ୱିଗିର ଅଧିକୃତ କର୍ମଚାରୀଙ୍କୁ ସମସ୍ତ ଆବଶ୍ୟକ ବୈଷୟିକ ସହାୟତା ଓ ତାଲିମ ଯୋଗାଇଦେବ ।

ଏ ସମ୍ପର୍କରେ ପ୍ରକାଶକରି ରିଲାଏନ୍ସ ବିପି ମୋବିଲିଟି ଲିମିଟେଡର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହରିଶ ସି. ମେହଟା କହିଛନ୍ତି, “ବିଦ୍ୟୁତ ଚାଳିତ ଗମନାଗମନ ନିମନ୍ତେ ଭାରତ ସରକାର ରଖିଥିବା ଦୂରଦୃଷ୍ଟିକୁ ସମର୍ଥନ କରିବା ଲକ୍ଷ୍ୟରେ ଆରବିଏମଏଲ ଇ-ମୋବିଲିଟି ସେବା କ୍ଷେତ୍ରକୁ ପ୍ରବେଶ କରିଛି ଏବଂ ଏଭଳି ଏକ ପରିବ୍ୟବସ୍ଥା ସୃଷ୍ଟି କରିବାକୁ ପ୍ରତିବଦ୍ଧ, ଯାହା ଦେଶରେ ବିଦ୍ୟୁତ ଚାଳିତ ଯାନବାହନ ବ୍ୟବହାରିତାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।

ବିଦ୍ୟୁତିକରଣ କ୍ଷେତ୍ରରେ ବିପିର ବିଶ୍ୱସ୍ତରୀୟ ଜ୍ଞାନକୁ ଉପଯୋଗ କରି ଆରବିଏମଏଲ ଇଭି ଚାର୍ଜିଂ ହବ୍ ଏବଂ ବ୍ୟାଟେରୀ ସ୍ୱାପିଂ ଷ୍ଟେସନସମୂହର ଏକ ମଜଭୁତ ଏବଂ ଦୀର୍ଘସ୍ଥ୍ରାୟୀ ଭିତିଭୂମି ସୃଷ୍ଟି କରୁଛି, ଯାହା ସମସ୍ତ ସହଭାଗୀଙ୍କୁ ଡିଜିଟାଲ ଉପାୟରେ ପରିଚାଳିତ ସେବା ଯୋଗାଇବ । ସ୍ୱିଗି ସହିତ ଆମର ସହଭାଗିତା ଦେଶରେ ଯୋଗାଣ ଏବଂ ପରିବହନ କମ୍ପାନୀଗୁଡିକ ମଧ୍ୟରେ ଇଭିର ବ୍ୟବହାର ବୃଦ୍ଧି କରିବାର ସାମର୍ଥ୍ୟ ରଖୁଛି । ଆମେ ଦୃଢ ନିଶ୍ଚିତ ଯେ ସ୍ୱିଗି ଏବଂ ତାହାର ଯୋଗାଣ ସହଭାଗୀମାନେ ଆମର ବ୍ୟାଟେରୀ ସ୍ୱାପ ଷ୍ଟେସନଗୁଡିକର ବିସ୍ତାରିତ ନେଟୱର୍କରୁ ବହୁ ଭାବରେ ଉପକୃତ ହେବେ ।”

ସ୍ୱିଗିର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶ୍ରୀହର୍ଷ ମାଜେଟି କହିଛନ୍ତି, “ବ୍ୟବସାୟିକ ଅଭିବୃଦ୍ଧି ସହିତ ସମାନ ସମୟରେ ଏହାର ଅଂଶୀଦାରଙ୍କ ସ୍ୱାର୍ଥ, ଗୋଷ୍ଠୀର କଲ୍ୟାଣ ଏବଂ ପରିବେଶ ଉପରେ ପ୍ରଭାବକୁ ସର୍ବନିମ୍ନ ସ୍ତରରେ ରଖିବା ଆଦି ବିଷୟ ପ୍ରତି ଦୃଷ୍ଟି ଦେବାକୁ ହେବ । ସ୍ୱିଗିର ଯାନବାହନଗୁଡିକ ପ୍ରତି ମାସରେ ନିୟୁତାଧିକ ସଂଖ୍ୟାରେ ସାମଗ୍ରୀ ଯୋଗାଇ ଦେଉଛନ୍ତି ଏବଂ ଆମ ସହଭାଗୀମାନେ ଦୈନିକ ହାରାହାରି ୮୦-୧୦୦ କିଲୋମିଟର ଯାତ୍ରା କରୁଛନ୍ତି ।

ଆମେ ଆମ ଗ୍ରାହକଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ଯୋଗାଇଦେବା ଦିଗରେ ଉଦ୍ୟମ ଜାରି ରଖିଥିବାବେଳେ ଆମେ ଆମ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ପରିବେଶ ଉପରେ ପଡୁଥିବା ପ୍ରଭାବ ପ୍ରତି ମଧ୍ୟ ସଚେତନ ରହିଛୁ ଏବଂ ଆମର ଯାତ୍ରାକୁ ଅଧିକ ନିରନ୍ତର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛୁ । ଏ କ୍ଷେତ୍ରରେ ଇଭିକୁ ରୂପାନ୍ତରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହୋଇଛି । ଏହା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ଆମର ଯୋଗାଣ ସହଭାଗୀଙ୍କୁ ଅଧିକ ଆୟ କରିବା ନିମନ୍ତେ ସଶକ୍ତ କରିବ ।”

ସମଗ୍ର ଦେଶରେ ବ୍ୟାଟେରୀ ସ୍ୱାପିଂ ଷ୍ଟେସଗୁଡିକର ସର୍ବବୃହତ ନେଟୱାର୍କ ସ୍ଥାପନ ଲକ୍ଷ୍ୟରେ ଆରବିଏମଏଲ ଏକ ପରିବ୍ୟବସ୍ଥା ସୃଷ୍ଟି କରୁଛି ଯାହା ଇଭି ମୂଲ୍ୟ ଶୃଙ୍ଖଳରେ ସମସ୍ତ ସହଭାଗୀଙ୍କୁ ଫାଇଦା ପହଂଚାଇବ । ସ୍ୱିଗି ସହିତ କମ୍ପାନୀର ସହଭାଗିତା ଭାରତର ସାମଗ୍ରୀ ଯୋଗାଣ ଓ ପରିବହନକାରୀ କମ୍ପାନୀଗୁଡିକ ମଧ୍ୟରେ ଇଭିର ବ୍ୟବହାର ବୃଦ୍ଧି ଘଟାଇବ । ଉଚ୍ଚ ପ୍ରଦର୍ଶନକାରୀ ବ୍ୟାଟେରୀ ସଡକରେ ଉତ୍ତମ ଫଳାପଳ ଦେଉଥିବାବେଳେ ମାତ୍ର କେଇ ମିନିଟ ମଧ୍ୟରେ ସ୍ୱାପିଂ ଦ୍ୱାରା ବିଶେଷକରି ଶେଷ ମାଇଲ ସାମଗ୍ରୀ ଯୋଗାଣ ନିମନ୍ତେ ଚଳାଚଳ କରୁଥିବା ଦୁଇ ଓ ତିନି-ଚକିଆ ଯାନବାହନ ନିମନ୍ତେ ଏକ ଉପଯୁକ୍ତ ସମାଧାନ ହୋଇଛି ।

ଜିଓ-ବିପି ଆଗାମୀ ପାଂଚବର୍ଷ ମଧ୍ୟରେ ଏହାର ରିଟେଲ ବିକ୍ରୟ ସ୍ଥଳଗୁଡିକରେ ହଜାର ହଜାର ବ୍ୟାଟେରୀ ସ୍ୱାପିଂ ଷ୍ଟେସନଗୁଡିକର ଏକ ବିତରଣ ନେଟୱର୍କ ସ୍ଥାପନ ସହିତ ସମଗ୍ର ଭାରତରେ ପ୍ରମୁଖ ଆବାସିକ ଏବଂ ବ୍ୟବସାୟିକ କଂପ୍ଲେକ୍ସ, ମଲ୍‌, ହୋଟେଲ, ବିଜନେସ ପାର୍କ, ଆଇଟି ହବ୍‌, ପାର୍କିଂ ସ୍ଥଳ ଆଦିରେ ମଧ୍ୟ ଏହି ଷ୍ଟେସନ ସ୍ଥାପନ କରିବ ।

ଏକ ସମନ୍ୱିତ ଇଭି ଭିତିଭୂମି କମ୍ପାନୀ ଭାବରେ ଜିଓ-ବିପି ମଧ୍ୟ ଅଗ୍ରଣୀ ଓଇଏମ, ପ୍ରଯୁକ୍ତି ଏବଂ ପ୍ଲାଟଫର୍ମ ସଂସ୍ଥାଗୁଡିକ ସହିତ ଏହାର ଇଭି ସ୍ଥିର ଚାର୍ଜିଂ ଷ୍ଟେସନ ସ୍ଥାପନ ନିମନ୍ତେ ସକ୍ରିୟ ଭାବରେ ସହଭାଗିତା କରୁଛି ଏବଂ ଏହା ନିର୍ଦ୍ଦିଷ୍ଟ ଭାବରେ କାର୍ ଏବଂ ବସ ପାଇଁ କରାଯାଉଛି । ନିକଟ ଭବିଷ୍ୟତରେ ଏଗୁଡିକ ବିଭିନ୍ନ ସହରାଂଚଳରେ ମଧ୍ୟ ଦେଖିବାକୁ ମିଳିବ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହକି ଖେଳାଳୀଙ୍କ ଗହଣରେ ବିଜୟ ଉତ୍ସବ ପାଳିଲେ କ୍ରୀଡ଼ାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା

ଭୁବନେଶ୍ୱର, ଭାରତୀୟ ପୁରୁଷ ହକି ଦଳ ଆଜି ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭାରତୀୟ ଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ହକି ଖେଳାଳିଙ୍କ ଗହଣରେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମସ୍ତ ହକିପ୍ରେମୀମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆଜି ମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହକି ହାଇପରଫର୍ମାନ୍ସ ସେଣ୍ଟର ପରିସରରେ ହକି ଖେଳାଳୀଙ୍କୁ ମିଠା ଖୁଆଇବା ସହ ଅଲିମ୍ପିକ୍‌ ବିଜୟର ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଭାରତୀୟ ପୁରୁଷ ହକି ଦଳ ଆଜି ନିଜର ଅଦମ୍ୟ ପରାକାଷ୍ଠା ସହ ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରିଛି । ଆଜିର ଦିନ ସମଗ୍ର କ୍ରୀଡ଼ା ଇତିହାସରେ ଏକ ଗୌରବମୟ ଦିନ ହୋଇ ରହିବା ସହ ଆଗାମୀ ପିଢ଼ିର ଖେଳାଳୀମାନଙ୍କୁ ବେଶ୍‌ ପ୍ରେରଣା ଯୋଗାଇବ । ଆସନ୍ତକାଲି ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବାକୁ ଯାଉଥିବାବେଳେ ଆଜିର ଉତ୍ସାହ ସେମାନଙ୍କୁ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି ।

ବିଗତ ୮/୧୦ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଭଲପାଇବା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ତାଙ୍କ ପ୍ରତିବଦ୍ଧତା ଆଜି ଆମକୁ ସଫଳତାର ସୋପାନରେ ପହଞ୍ଚାଇପାରିଛି। ମୁଖ୍ୟମନ୍ତ୍ରୀ ଭାରତର ପୁରୁଷ ଓ ମହିଳା ହକି ଦଳକୁ ୫ ବର୍ଷ ପାଇଁ ପ୍ରାୟୋଜନ କରିବା ପାଇଁ ଯେଉଁ ନର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଆମେ ତାକୁ ପାଳନ କରିଆସୁଛୁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ଭାରତୀୟ ପୁରୁଷ ହକି ଦଳ ଆଜି ଯେଉଁ ଅଦ୍ଭୂତପୂର୍ବ ବିଜୟ ହାସଲ କଲେ ତାହା ବର୍ତ୍ତମାନର କ୍ରୀଡ଼ାବିତ୍‌ଙ୍କୁ ବେଶ୍‌ ପ୍ରେରଣା ଯୋଗାଇବ । ଏହି ପରିପ୍ରେକ୍ଷୀରେ ଆଗାମୀ ପିଢ଼ିର ଖେଳାଳୀମାନଙ୍କ ଲାଗି ଆମ ସରକାର ସ୍ପୋନସର୍‌ସିପ୍‌ ସହ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା, ହାଇ ପରଫର୍ମାନ୍ସ ସେଣ୍ଟର ଏବଂ ତୃଣମୂଳ ସ୍ତରରୁ କୋଚିଂ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ । ଆମର ଦୃଢ଼ ପ୍ରଚେଷ୍ଠା ଆଗାମୀ ଦିନରେ ଓଡ଼ିଶାରେ ବହୁତ ଭଲ ଖେଳାଳୀ ସୃଷ୍ଟି କରି ଆମ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଭାରତୀୟ ଦଳର ସମସ୍ତ ଖେଳାଳୀ, କୋଚ, ଅଫିସିଆଲ୍‌, ହକି ଇଣ୍ଡିଆ, ଅନ୍ତର୍ଜାତୀୟ ହକି ଫେଡେରେସନ୍‌ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ମାଟିିରେ ଭାରତୀୟ ବିଜୟ ପତାକା ଉଡ଼ାଇଥିବାରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ମଧ୍ୟ ସଂସଦର ଉଭୟ ଗୃହରେ ପେଗାସସ୍ ସହିତ କୃଷି ଆଇନକୁ ବିରୋଧ କରି ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଆଜି ସଂସଦରେ ହଟ୍ଟଗୋଳ ଜାରି ରହିଛି। ଉତ୍ତେଜନା କାରଣରୁ ଉଭୟ ଗୃହର ପ୍ରକ୍ରିୟା ଅପରାହ୍ନ 2 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ପ୍ରଥମ ମୁଲତବୀ ପରେ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ଉତ୍ତେଜନା ମଧ୍ୟରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଦିଲ୍ଲୀରେ ଯୌନ ଶୋଷଣ ତଥା ଦଳିତ ଝିଅର ମୃତ୍ୟୁ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷାକୁ ନେଇ ସରକାର ବହୁତ ଚିନ୍ତିତ ଅଛନ୍ତି।

ଏହା ପୂର୍ବରୁ ସକାଳେ ଯେତେବେଳେ ଲୋକସଭା ଆରମ୍ଭ ହୋଇଥିଲା, ବିରୋଧୀ କଂଗ୍ରେସ, ତ୍ରୁଣମୁଳ କଂଗ୍ରେସ, ଡିଏମକେ ଏବଂ ଅନ୍ୟ ସଦସ୍ୟମାନେ ପେଗାସସ୍ ଗୁପ୍ତଚର, କୃଷି ଆଇନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ପ୍ରଶ୍ନକାଳକୁ ବାଧା ଦେଇଥିଲେ।

ଅନ୍ୟପକ୍ଷରେ, ଯେତେବେଳେ ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ପୁଣି ଆରମ୍ଭ ହେଲା ସେତେବେଳେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଗତକାଲିର ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ନିଲମ୍ବିତ ସାଂସଦମାନେ ବ୍ୟାଗ ଏବଂ ଅନ୍ୟାନ୍ୟ ଜିନିଷ ଆଣିବା ପାଇଁ ଗୃହ ଭିତରକୁ ପ୍ରବେଶ କରିଥିଲେ। ହେଲେ ସେମାନଙ୍କୁ ସୁରକ୍ଷା କର୍ମି ଅଟକାଇବା ସହିତ ଦୁଃବ୍ୟବହାର କରିଥିଲେ। ସାଂସଦମାନେ ଗଣ୍ଡଗୋଳ କରିଥିବା ଘଟଣା ଭୁଲ ବୋଲି ସେ କହିଛନ୍ତି।

ଏହାର ଜବାବରେ ମୁକତାର ଅବ୍ବାସ ନକଭି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ସାଂସଦଙ୍କ ପ୍ରତି ସରକାରଙ୍କର ଯଥେଷ୍ଠ ସମ୍ମାନ ରହିଛି, କିନ୍ତୁ ହିଂସା ଯଥାର୍ଥ ନୁହେଁ। ଉତ୍ତେଜନା ମଧ୍ୟରେ ଡେପୁଟି ଚେୟାରମ୍ୟାନ୍ ପ୍ରଶ୍ନକାଳ ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିସ୍ଥିତିରେ କୈଣସି ଉନ୍ନତି ହୋଇ ନ ଥିବାରୁ ଗୃହକୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

ଏହାପୂର୍ବରୁ ଡେପୁଟି ଚେୟାରମ୍ୟାନ୍ କହିଛନ୍ତି ଯେ ନିଲମ୍ବିତ ସାଂସଦଙ୍କ ଗୃହରେ ପ୍ରବେଶ ଘଟଣା ଦୁର୍ଭାଗ୍ୟଜନକ, ସେମାନଙ୍କୁ ମହିଳା ସୁରକ୍ଷା ଅଧିକାରୀ ଅଟକାଇ ଥିଲେ। ସେ କହିଛନ୍ତି ଯେ ସୁରକ୍ଷା ଅଧିକାରୀ ଆହତ ହୋଇଥିବାର ଅଭିଯୋଗ ଆସିଛି। ଅଧ୍ୟକ୍ଷ ଏହା ଉପରେ ବିଚାର କରୁଛନ୍ତି। ସେ ଏହି ଘଟଣାକୁ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି। ତ୍ରୁଣମୂଳ କଂଗ୍ରେସ ସାଂସଦ ଶୁଭେନ୍ଦୁ ଶେଖର ରାୟ କହିଛନ୍ତି ଯେ ଗୃହ ସ୍ଥଗିତ ରହିବା ପରେ ଟିଏମସି ସଦସ୍ୟମାନେ ସେମାନଙ୍କ ଜିନିଷପତ୍ର ସଂଗ୍ରହ କରିବାକୁ ଗୃହକୁ ଆସୁଥିଲେ। ହେଲେ ସେମାନଙ୍କୁ ଅଟକାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଏହା ଉପରେ ତ୍ରୁଣମୂଳ କଂଗ୍ରେସ, କଂଗ୍ରେସ, ଡିଏମକେ ଏବଂ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। କୋଳାହଳ ମଧ୍ୟରେ ଗୃହର ନେତା ପୀୟୁଷ ଗୋୟଲ କହିଛନ୍ତି ଯେ ଗୃହର ନିୟମ ଅନୁସାରେ ସୁରକ୍ଷା ଅଧିକାରୀ ଏହି ସଦସ୍ୟମାନଙ୍କୁ ଅଟକାଇଛନ୍ତି। ଏପରି କୋଳାହଳ ଜାରି ରହିଥିବା ବେଳେ ଗୃହରେ 11:30 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଆରମ୍ଭ ପରେ ଗୃହର କାର୍ଯ୍ୟ ପ୍ରଥମେ 12 ଟା ପର୍ଯ୍ୟନ୍ତ ଏବଂ ପରେ 2 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ତେବେ ଭାରତୀୟ ହକି ଦଳର ବିଜୟ ଏବଂ ବକ୍ସର ଲୋଭଲିନା ବୋର୍ଗୋହେନଙ୍କୁ ସଦସ୍ୟମାନେ ଗୃହରେ ଟେବୁଲ ବାଡାଇ ଅଭିନନ୍ଦନ ଜଣାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ବର୍ଷା କାରଣରୁ ଖେଳ ବାଧାପ୍ରାପ୍ତ, ଟିମ୍ ଇଣ୍ଡିଆ ୧୨୫/୪

ନୂଆଦିଲ୍ଲୀ: ଖରାପ ଆଲୋକ ଏବଂ ପରେ ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ବନ୍ଦ ରଖାଯାଇଛି। ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପ୍ରାରମ୍ଭିକ ଯୋଡି ଭାରତକୁ ଏକ ଭଲ ଆରମ୍ଭରେ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୭ ରନ୍ ଭାଗିଦାରୀ କରିଥିଲେ। ୯୭ ରନ୍ ପର୍ଯ୍ୟନ୍ତ କୌଣସି ୱିକେଟ୍ ହରାଇ ନ ଥିବା ଟିମ୍ ଇଣ୍ଡିଆ ୧୨୫ ରନ୍ ରେ ୪ଟି ୱିକେଟ୍ ହରାଇଛି। ପ୍ରଥମ ୱିକେଟ୍ ଖସିଯିବା ପରେ ହିଁ ଭାରତୀୟ ଇନିଂସ ବିଫଳ ହୋଇଥିଲା। ୩୬ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ଏହାପରେ ଚେତେଶ୍ୱର ପୂଜାରା ୪ ରନ, ଅଧିନାୟକ ବିରାଟ କୋହଲି ବିନା ଖାତା ଖୋଲି ଏବଂ ଅଜିଙ୍କ୍ୟ ରାହାଣେ ୫ ରନ କରି ଆଉଟ୍ ହୋଇଥିଲେ।

ପୂଜାରା ଏବଂ କୋହଲି ଆଣ୍ଡରସନଙ୍କ ଦ୍ଵାରା ଆଉଟ ହୋଇଥିବାବେଳେ ରାହାଣେ ରନ ଆଉଟ୍ ହୋଇଥିଲେ। ବର୍ତ୍ତମାନ କେ.ଏଲ୍ ରାହୁଲ ୫୭ ରନ ଏବଂ ରିଷଭ ପନ୍ତ ସାତ ରନ୍ କରି ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ଠାରୁ ଭାରତ ୫୮ ରନ୍ ପଛରେ ରହିଛି। ଇଂଲଣ୍ଡ ପାଇଁ ଜେମ୍ସ ଆଣ୍ଡରସନ ଦୁଇଟି ଏବଂ ଅଲି ରବିନ୍ସନ୍ ଗୋଟିଏ ୱିକେଟ୍ ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୬୫୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୧୧, କଟକରୁ ୨୦୬, ପୁରୀରୁ ୧୨୭, ଯାଜପୁରରୁ ୮୩, ଜଗତସିଂହପୁରରୁ ୮୧, ନୟାଗଡରୁ ୭୯, ଭଦ୍ରକରୁ ୭୨, ମୟୂରଭଞ୍ଜରୁ ୬୧, ବାଲେଶ୍ବରରୁ ୫୫, ଅନୁଗୁଳରୁ ୪୪, କେନ୍ଦ୍ରାପଡାରୁ ୩୬, ଢେଙ୍କାନାଳରୁ ୨୪, ସୋନପୁରରୁ ୧୮, କନ୍ଧମାଳରୁ ୧୫, ସମ୍ବଲପୁରରୁ ୧୫, ରାୟଗଡାରୁ ୧୪, କେନ୍ଦୁଝରରୁ ୧୩, ଝାରସୁଗୁଡାରୁ ୧୨, ନବରଙ୍ଗପୁରରୁ ୧୧, ସୁନ୍ଦରଗଡରୁ ୧୧, ଦେବଗଡରୁ ୧୦, ଗଞ୍ଜାମରୁ ୯, ବରଗଡରୁ ୮, କଳାହାଣ୍ଡିରୁ ୫, ବୌଦ୍ଧରୁ ୪, କୋରାପୁଟରୁ ୪, ଗଜପତିରୁ ୩, ବଲାଙ୍ଗୀରିରୁ ୨, ନୂଆପଡାରୁ ୨  ଏବଂ ଷ୍ଟେଟ ପୁଲରୁ ୧୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୫ ହଜାର ୩୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୮୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୨୩୬ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ଯୁବକଙ୍କ ମୃତ୍ୟୁ: ବାଣପୁର ପୋଲିସର ତନାଘନା ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡସିରେଇପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୁବକଜଣଙ୍କର ମୃତ୍ୟୁ ହୋଇଛି।

ଅଭିଯୋଗ ମୁତାବକ ଆଜି ସନ୍ଧ୍ୟାରେ ବଡ଼ସିରେଇପୁର ଗ୍ରାମର ଲକ୍ଷ୍ମୀ ମହାରଣାଙ୍କ ପୁତ୍ର ସନ୍ତୋଷ ମହାରଣା (୨୧) ଗ୍ରାମ ଯୁବକଙ୍କ ସହ ଖେଳୁଥିଲେ। ତେବେ ଖେଳିବା ସମୟରେ କୌଣସି କାରଣ ଲାଗି ସନ୍ତୋଷଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବାରୁ ତାଙ୍କ ପ୍ରାଣବାୟୁ ଘଟଣା ସ୍ଥଳରେ ଚାଲିଯାଇଥିଲା। ତେବେ ଗ୍ରାମବାସୀ ତୁରନ୍ତ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଡାକ୍ତରଙ୍କ ସୂଚନା ମୁତାବକ ସନ୍ତୋଷଙ୍କ ବାମ ଛାତିରେ କୌଣସି ମାରଣାସ୍ତ୍ର ଦ୍ୱାରା ଗଭୀର କ୍ଷତ ହୋଇଛି। ବାଣପୁର ମେଡିକାଲ ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଅପରପକ୍ଷରେ ବାଣପୁର ଆଇଆଇସି ବଡ଼ସିରେଇପୁର ଗ୍ରାମକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବା ସହ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗ୍ରାମର ଦୁଇ ଜଣ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ ବାଲୁଗାଁ ଷ୍ଟେସନ ଛାଡିବାକୁ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ସାନସିରେଇପୁର ବିଟ ହାଉସ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଉଭୟଙ୍କ ବାଇକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ରୋଡ଼ରେ ଛିଟିକି ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିବାବେଳେ ଉଭୟ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାର ଡାକ୍ତର ସୂଚନା ଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଥାଉକି ଆହତ ପଦ୍ମନାଭ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜଣେ ଠିକାଦାରଙ୍କ ଯୋଗେ ଆଜି ସନ୍ଧ୍ୟା ଟ୍ରେନରେ କାମ ଆଶାରେ ଚେନ୍ନାଇ ଯାଇଥାନ୍ତେ। ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଥିବାବେଳେ ସେ ମଧ୍ୟ ବର୍ତ୍ତମାନ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି। ଭାଗ୍ୟକୁ ଆଦରି ବାଣପୁର ମେଡିକାଲ ପରିସରରେ ପଦ୍ମନାଭ କାନ୍ଦୁଥୁବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।