Categories
ଆଜିର ଖବର

ରବିବାର ଦିନ ଏହି ରାଶିର ବ୍ୟକ୍ତିଙ୍କର ଅପର୍ଯ୍ୟାପ୍ତ ଖର୍ଚ୍ଚ ହେବାର ସମ୍ଭାବନା, ବିଚଳିତ ହୋଇପଡିବେ

କନ୍ୟା- ବର୍ତ୍ତମାନ ପର୍ଯ୍ୟନ୍ତ ତୁମର ନକାରାତ୍ମକ ମନୋଭାବ ହେତୁ ତୁମେ ଅଗ୍ରଗତି କରିବାକୁ ସମର୍ଥ ନୁହଁ । ଏହା ବୁଝିବା ପାଇଁ ଉପଯୁକ୍ତ ସମୟ। ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଚିନ୍ତା କରିବାର କ୍ଷମତାକୁ ନଷ୍ଟ କରିଦେଇଛି। ପରିସ୍ଥିତିର ଉଜ୍ଜ୍ୱଳ ଦିଗକୁ ଦେଖନ୍ତୁ ଏବଂ ଆପଣ ଦେଖିବେ ଯେ ଜିନିଷଗୁଡ଼ିକରେ ଉନ୍ନତି ଆସୁଛି ।

ତୂଳା- ଆଜି ବିନା କାରଣରେ ନିଜକୁ ସମାଲୋଚନା କରିବା ଆପଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିପାରେ । ଖର୍ଚ୍ଚର ଅପ୍ରତ୍ୟାଶିତ ବୃଦ୍ଧି ଆପଣଙ୍କ ମାନସିକ ଶାନ୍ତିକୁ ବିଚଳିତ କରିବ । ତାଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଜଣେ ବନ୍ଧୁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ଆଜି ତୁମେ ତୁମର ପ୍ରିୟଙ୍କ ପ୍ରେମରେ ବୁଡ଼ି ଯାଇଥିବା ଅନୁଭବ କରିବ ।

Categories
ଆଜିର ଖବର ଧର୍ମ

ରାଶିଫଳ: ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ଅଭିଜ୍ଞ ବ୍ୟକ୍ତିଙ୍କ ବିନା ପରାମର୍ଶରେ କିଛି କରନ୍ତୁ ନାହିଁ

ମେଷ- ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଆଜି ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଆର୍ଥିକ କ୍ଷତି ଘଟାଇବ । ତୁମର ଶୀତଳ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ ।

କର୍କଟ – ଆଜି, ନିୟମିତ ବ୍ୟାୟାମ ମାଧ୍ୟମରେ ଆପଣଙ୍କର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ଦାୟିତ୍ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ମାନସିକ ଚାପ ଦେଇପାରେ । ତୁମର ସାହସ ତୁମକୁ ଭଲ ପାଇବାରେ ସଫଳ ହେବ । ତୁମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ବେ ଆଜି ତୁମେ ନିଜ ପାଇଁ ସମୟ ବାହାର କରିବାରେ ସକ୍ଷମ ହେବ।

Categories
ଆଜିର ଖବର ଧର୍ମ

ପଚାଶ ବର୍ଷ ପରେ ରାହୁ କେତୁ ଏହି ରାଶି ପ୍ରତି ହେଲେ ଖୁସି, ପାଞ୍ଚଦିନ ଭିତରେ ମିଳିବ ଖୁସି ଖବର

ନୂଆଦିଲ୍ଲୀ, ଆଜି ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ । ପାରିବାରିକ ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇପାରେ । ଜୀବନ ଯନ୍ତ୍ରଣାଦାୟକ ହେବ । ଆଜି କୌଣସି ସ୍ଥାନରୁ ହଠାତ୍ ମୁଦ୍ରା ଲାଭ ହୋଇପାରେ । ଆଜି ଗୃହର ସଦସ୍ୟମାନଙ୍କ ସହିତ ମତଭେଦ ହୋଇପାରେ । ଶିଶୁ ସୁଖ ବୃଦ୍ଧି ପାଇବ । ଭବିଷ୍ୟତରେ ଯଦି ଆପଣ ଭଲ ରିଟର୍ନ ପାଇବାକୁ ଚାହୁଁଛନ୍ତି ତେବେ କିଛି ଟଙ୍କା ବିନିଯୋଗ କରନ୍ତୁ ।

ଆଜି ସ୍ୱାସ୍ଥ୍ୟରେ, ଯୋଗ ଏବଂ ଧ୍ୟାନର ସାହାଯ୍ୟ ନେଇ ଆପଣଙ୍କୁ ନିଜକୁ ସୁସ୍ଥ ରଖିବାକୁ ପଡିବ । ଆଜି କର୍ମକ୍ଷେତ୍ରରେ ପରିସ୍ଥିତି ବିଚଳିତ ହୋଇପାରେ । ଆପଣ ବୁଦ୍ଧିଜୀବୀଙ୍କ ସହ ରହିବେ । ବ୍ୟବସାୟରେ ଭଲ ସଫଳତା ମିଳିବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅ ନାହିଁ । ତୁମର ଜୀବନର ସାମ୍ପ୍ରତିକ ପରିସ୍ଥିତିର ମୂଲ୍ୟାଙ୍କନ କରିବା ଏବଂ ପ୍ରାଥମିକତା ଆଧାରରେ ତୁମର ଯୋଜନା ବଣ୍ଟନ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ଦିନ । ପ୍ରେମ ଜୀବନ ପାଇଁ ଦିନଟି ଦୁର୍ବଳ ।

ସ୍ୱାସ୍ଥ୍ୟ ମଧ୍ୟ ଟିକିଏ ଦୁର୍ବଳ ହେବ । ପତି-ପତ୍ନୀଙ୍କ ସହିତ ମତଭେଦ ହୋଇପାରେ । ତୁମ ସାଥୀଙ୍କ ସହିତ ତୁମେ ଏକ ରୋମାଣ୍ଟିକ୍ ମୁହୂର୍ତ୍ତ ପାଇବ । ଲେଖା ଏବଂ ବୌଦ୍ଧିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ । ଆୟର ଉତ୍ସ ବୃଦ୍ଧି ପାଇବ । ଆଜି ଜଣେ ନିକଟ କିମ୍ବା ପ୍ରିୟ ବ୍ୟକ୍ତି ମାନସିକ ଶାନ୍ତି ବଜାୟ ରଖିବାରେ ସାହାଯ୍ୟ କରିବେ । ଶ୍ରମ ଅଧିକ ହେବ । ତୁମ ଦ୍ୱାରା ନିଆଯାଇଥିବା କୌଣସି ଭୁଲ ନିଷ୍ପତ୍ତି ସେମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ସେହି ଭାଗ୍ୟଶାଳୀ ରାଶି ଚିହ୍ନଗୁଡ଼ିକ ହେଉଛି ମୀନ ରାଶି, କନ୍ୟା ରାଶି, ଧନୁ ରାଶି, ବିଛା ରାଶି ଏବଂ ମେଷ ରାଶି।

Categories
ଆଜିର ଖବର ଧର୍ମ

ରାଶିଫଳ: ରବିବାର ଦିନ ଏହି ରାଶି ବ୍ୟକ୍ତିଙ୍କର ପୁରୁଣା ଜମି ବିକ୍ରି ପାଇଁ ହେବ ସହମତି, ମିଳିବ ଲାଭ

ବୃଷ – ଆଜି ତୁମର ଜୀବନ ସାଥୀ ହେତୁ ତୁମ ପାଇଁ ଖୁସିର ଏକ କାରଣ ବୋଲି ପ୍ରମାଣିତ ହେବ । ଯଦି ଆପଣ ଋଣ ନେବା ପାଇଁ ଦୀର୍ଘ ଦିନ ଧରି ଏହି କାର୍ଯ୍ୟରେ ନିୟୋଜିତ ଥିଲେ, ତେବେ ଏହି ସପ୍ତାହରେ ଆପଣ ଋଣ ପାଇପାରିବେ । ଯେତେବେଳେ ତୁମେ ଏକୁଟିଆ ଅନୁଭବ କରିବ, ତୁମର ପରିବାରର ସାହାଯ୍ୟ ନିଅ ।

ମିଥୁନ – ବାହାରେ ପଡ଼ିଥିବା ତୁମର ଜମି ଆଜି ଭଲ ମୂଲ୍ୟରେ ବିକ୍ରି ହୋଇପାରିବ, ଯାହା ଆପଣଙ୍କୁ ଲାଭ ଦେବ। ତୁମର ଉଷ୍ମ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । ଯେତେବେଳେ ତୁମେ ଲୋକମାନଙ୍କ ସହିତ ଥିବ, ତୁମର ସୁଗନ୍ଧ ଫୁଲ ପରି ବିସ୍ତାର ହେବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ୱର: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁୁ ବିଭିନ୍ନ କାରଣରୁ ସମର୍ଥ ହୋଇପାରନ୍ତି ନାହିଁ, ଏକଥା ଜିଓ ହୃଦୟଙ୍ଗମ କରିଛି। ସେଥିପାଇଁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କରାଯାଇଛି ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ ଏବଂ ଏଥିପାଇଁ ପରବର୍ତ୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ। ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ସର୍ବାଗ୍ରେ ରହିଥିବା ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ, ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ।

ସୂଚନାଯୋଗ୍ୟ ଯେ ଜିଓ ନିଜର ଡାଟା କ୍ଷମତା ଓ ସ୍ପିଡକୁ ପ୍ରାୟତଃ ଦୁଇଗୁଣ କରିବାକୁ ନିକଟରେ ତାହାର ନେଟୱର୍କକୁ ଅଧିକ ସମୃଦ୍ଧ କରିଛି। ସେଥିପାଇଁ ଜିଓ ବ୍ୟବହାରକାରୀମାନେ ଉନ୍ନତ ନେଟୱର୍କ ସଂଯୋଗ ଏବଂ ଅଧିକ ସ୍ପିଡ ଅନୁଭବ କରିପାରୁଛନ୍ତି। ଏହା ଦ୍ୱାରା ଜିଓ ଗ୍ରାହକ ଅଧିକ ଡାଟା ବ୍ୟବହାର କରିବାରେ ସକ୍ଷମ ହୋଇଛିନ୍ତି ଏବଂ ଅନେକ ବ୍ୟବହାରକାରୀଙ୍କର ଦୈନିକ ଧାର୍ଯ୍ୟ ଡାଟା ପରିମାଣ ଶେଷ ହେବା ପରେ ଦିନର ଅବଶିଷ୍ଟ ସମୟ ସେମାନଙ୍କ ନିକଟରେ ଆଉ ହାଇସ୍ପିଡ ଡାଟା ରହୁନାହିଁ। ତାହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏଭଳି ସହଜ ଡାଟା ଋଣ ସୁବିଧା ପ୍ରଚଳନ କରିଛି।

ଦୈନିକ ଧାର୍ଯ୍ୟ ହାଇସ୍ପିଡ ଡାଟା ପରିମାଣ ଶେଷକରି ତୁରନ୍ତ ରିଚାର୍ଜ କରିବାକୁ ସମର୍ଥ ହେଉନଥିବା ଜିଓ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଏହି ଜରୁରୀ ଡାଟା ଋଣ ବ୍ୟବସ୍ଥା ପ୍ରଚଳନ କରିଛି, ଯାହା ‘ଏବେ ରିଚାର୍ଜ କର, ପରେ ଦେୟ ପୈଠ କର’ ସୁବିଧା ଯୋଗାଇ ଦେଉଛି। ଏହା ଅଧୀନରେ ଜିଓ ତାହାର ପ୍ରିପେଡ ଗ୍ରାହକଙ୍କୁ ପ୍ରତ୍ୟେକ ୧ ଜିବି ଲେଖାଁଏ ୫ଟି ହାଇସ୍ପିଡ ଜରୁରୀକାଳୀନ ଡାଟା ପ୍ୟାକ୍ ଋଣ ଆକାରରେ ଯୋଗାଇଦେବ। ଏହି ପ୍ରତ୍ୟେକ ଡାଟା ପ୍ୟାକ୍ ମୂଲ୍ୟ ୧୧ ଟଙ୍କା ରହିଛି। ଜିଓ ଉପଭୋକ୍ତା ନିଜ ଆବଶ୍ୟକତା ଅନୁସାରେ ଏହି ପ୍ରତ୍ୟେକ ଏକ ଜିବି ଡାଟା ପ୍ୟାକ୍ ଋଣ ଆକାରରେ ବ୍ୟବହାର କରି ପରବର୍ତ୍ତୀ ସମୟରେ ଦେୟ ପୈଠ କରିପାରିବେ।

ଏହି ସୁବିଧା ଉପଭୋଗ କରିବା ପାଇଁ ଜିଓ ଗ୍ରାହକଙ୍କୁ ମାଇଁ ଜିଓ ଆପ୍ ଖୋଲି ଏହାର ଉପରେ ବାମପଟେ ଥିବା ‘ମେନୁ’କୁ ଯିବାକୁ ହେବ। ସେଥିରେ ମୋବାଇଲ ସେବା ଅଧୀନରେ ରହିଥିବା ‘ଜରୁରୀ ଡାଟା ଋଣ’ ବିକଳ୍ପ ପସନ୍ଦ କରିବାକୁ ପଡିବ। ଜରୁରୀ ଡାଟା ଋଣ ବ୍ୟାନରରେ ଥିବା ‘ପ୍ରୋସିଡ’ ବା ଆଗାନ୍ତୁ ଉପରେ କ୍ଲିକ୍ କରିବା ପରେ ‘ଗେଟ୍ ଏମର୍ଜେନ୍ସି ଡାଟା ଲୋନ’ ବା ଜରୁରୀ ଡାଟା ଋଣ ଉପଲବ୍ଧ କରନ୍ତୁ ଉପରେ କ୍ଲିକ୍ କରିବାକୁ ପଡିବ। ଏହାପରେ ଜରୁରୀ ଡାଟା ଋଣ ସୁବିଧା ପାଇବାକୁ ‘ଆକ୍ଟିଭ ନାଓ’ ବା ଏବେ ସକ୍ରିୟ କରନ୍ତୁ ଉପରେ କ୍ଲିକ୍ କରିବାକୁ ହେବ। ଏହାଦ୍ୱରା ଜରୁରୀ ଡାଟା ଋଣ ସୁବିଧା କାର୍ଯ୍ୟକ୍ଷମ ହୋଇଯିବ। ବ୍ୟବହାର କରାଯାଇଥିବା ଡାଟା ଋଣ ବାବଦ ଦେୟ ପରବର୍ତୀ ସମୟରେ ସେହି ସମାନ ପେଜ୍‌ରେ ପୈଠ କରାଯାଇପାରିବ।

ତେବେ ଜରୁରୀକାଳୀନ ଡାଟା ଋଣ ସୁବଧାର ଲାଭ ନେବା ପାଇଁ ଜିଓ ଗ୍ରାହକଙ୍କ ପାଖରେ ବୈଧ ମୂଳ ଭାଲିଡିଟି ପ୍ଲାନ୍ ରହିଥିବା ଆବଶ୍ୟକ। ଜରୁରୀକାଳୀନ ଡାଟା ପ୍ୟାକ୍‌ର ବୈଧତା ଗ୍ରାହକଙ୍କ ମୂଳ ପ୍ଲାନ୍‌ର ରହିଥିବା ବୈଧତା ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୧୧: ସୁସ୍ଥ ହେଲେ ୨୭୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୧୧୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୯ ହଜାର ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୨୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୧୫୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୧୧, କଟକରୁ ୩୮୪, ଯାଜପୁରରୁ ୩୩୨, ବାଲେଶ୍ବରରୁ ୧୭୪, ଭଦ୍ରକରୁ ୧୬୮, ମୟୂରଭଞ୍ଜରୁ ୧୬୪, ପୁରୀରୁ ୧୫୯, ନୟାଗଡରୁ ୧୪୯, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୧୨, ସୁନ୍ଦରଗଡରୁ ୧୦୦, କେନ୍ଦୁଝରରୁ ୯୨, ଅନୁଗୁଳରୁ ୮୨, କୋରାପୁଟରୁ ୭୪, ମାଲକାନାଗିରିରୁ ୬୪, ରାୟଗଡାରୁ ୬୪, ବୌଦ୍ଧରୁ ୪୧, ନବରଙ୍ଗପୁରରୁ ୪୧, ବରଗଡରୁ ୪୦, ଢେଙ୍କାନାଳରୁ ୩୬, ଝାରସୁଗୁଡାରୁ ୨୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୨, ଗଞ୍ଜାମରୁ ୧୯, ଗଜପତିରୁ ୧୯, ସମ୍ବଲପୁରରୁ ୧୫, ନୂଆପଡାରୁ ୧୪, ବଲାଙ୍ଗୀରିରୁ ୧୨, ସୋନପୁରରୁ ୯, ଦେବଗଡରୁ ଏବଂ ଷ୍ଟେଟ ପୁଲରୁ ୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୩୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୫୩ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ସମବାୟ ସମିତିରେ ମହାଦୁର୍ନୀତି, କର୍ମଚାରୀ ଖାଇଗଲେ ଗରିବ ଚାଷୀଙ୍କ ୬ ଲକ୍ଷ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ସାରା ରାଜ୍ୟରେ ଚାଷୀମାନଙ୍କ ମଣ୍ଡି ସମସ୍ୟାକୁ ନେଇ ବିରୋଧ ଦଳ ଆନ୍ଦୋଳନ ଜାରି ରଖିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ହଳନ୍ଦା ସମବାୟ ସମିତିରେ ଏକ ବଡ଼ ଦୁର୍ନୀତିର ଗୁମର ଫିଟିଛି। ଗୋଟିଏ ପଟେ ଚାଷୀ ମାନଙ୍କୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଅପରପକ୍ଷରେ ଚାଷୀ ମାନଙ୍କୁ ଲୁଟିବାରେ ଲାଗିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନ।

ଅଭିଯୋଗ ମୁତାବକ ହଳନ୍ଦା ସମବାୟ ସମିତି ଅଧୀନରେ ଥିବା ହଳନ୍ଦା, ବଡ଼ସିରେଇପୁର, ଅରଖଡିହ, ବେରୁଆଁବାଡ଼ି, ସାଲୁଣି ଏବଂ କୋଳଥଡିହ ଗ୍ରାମର ପାଖାପାଖି ୩୦ ଜଣ ଚାଷୀ ଗତ ମାର୍ଚ୍ଚ ମାସ ୧୯ ତାରିଖରୁ ସେମାନଙ୍କ ଧାନ ବିକ୍ରି କରିଥିଲେ ସୁଧା ଅଦ୍ୟାବଧି ଧାନ ବିକ୍ରି ଟଙ୍କା ସେମାନେ ପାଇନାହାନ୍ତି। ଚାଷୀମାନଙ୍କ କହିବା କଥା ଯେ, ସେମାନେ ହାରାହାରି ୩୨୨ କ୍ୟୁଇଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି, ଯାହାର ସରକାରୀ ମୂଲ୍ୟ କ୍ୟୁଇଣ୍ଟାଲ ପିଛା  ୧୮୬୮ ଟଙ୍କା ହିସାବରେ ପାଖାପାଖି ୬ ଲକ୍ଷ ଟଙ୍କା ହେବ।

ନିୟମ ମୁତାବକ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଇସା ଆସିବା କଥା। କିନ୍ତୁ ଏହା ଭିତରେ ସାଢେ ତିନି ମାସ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପଇସା ଜମା ହୋଇନାହିଁ। ଏ ନେଇ ବାରମ୍ବାର ଚାଷୀମାନେ ହଳନ୍ଦା ସମବାୟ ସମିତି ଡ଼ିଇଓ ବିପ୍ଳବ ବିଶୋଇଙ୍କୁ ପଚାରିଥିଲେ ମଧ୍ୟ ସେ ବାରମ୍ବାର ବିଭିନ୍ନ ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଅନୁରୂପ ଭାବେ ସମବାୟ ସମିତି ସମ୍ପାଦକ ଜୟନ୍ତ ରଣସିଂହକୁ ପଚାରିବାରୁ ସେ ମଧ୍ୟ କଥାକୁ ଏଡାଇଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ତେବେ ସେମାନଙ୍କ ସନ୍ଦେହ ବଢ଼ିବାରୁ ବାଧ୍ୟ ହୋଇ ଗତକାଲି କିଛି ଚାଷୀ ମାନେ ଖୋର୍ଦ୍ଧା ଜିଲ୍ଲା ସମବାୟ ସମିତି ସହ ନିବନ୍ଧକଙ୍କ ନିକଟକୁ ଯାଇ ଏନେଇ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ପତ୍ର ଦେଇ ଉକ୍ତ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି। ଆମ ଚିଲିକା ପ୍ରତିନିଧି ଏନେଇ  ଜିଲ୍ଲା ସମବାୟ ସମିତି ସହ ନିବନ୍ଧକ ଉମାଶଙ୍କର ଦାସଙ୍କୁ ପଚାରିବାରୁ ଉକ୍ତ ଘଟଣା ସତ୍ୟ ବୋଲି ସେ ସ୍ୱୀକାର କରିବା ସହ ଚାଷୀମାନଙ୍କ ଟୋକନର ଅବଧି ଉକ୍ତ ଦିନ ସରିଯାଇଥିଲେ ସୁଦ୍ଧା ଡ଼ିଇଓ ଜାଣିଶୁଣି ସେମାନଙ୍କ ମିଛ ଆଇ ସ୍କାନ କରି ନକଲି ଭେଣ୍ଡର ସ୍ଲିପ ଦେଇ ଧାନଗୁଡିକୁ ବେଆଇନ ଭାବେ ଅନ୍ୟତ୍ର ବିକ୍ରି କରିଦେଇଥିବାର କହିଛନ୍ତି।

ତେବେ ସମବାୟ ସମିତି ସମ୍ପାଦକ ମଧ୍ୟ ଏଥିରେ ସାମିଲ ଅଛନ୍ତି କି ନାହିଁ ପଚାରିବାରୁ ବୁଧବାର ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଏକ ନିରପେକ୍ଷ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଆମ ପ୍ରତିନିଧି ହଳନ୍ଦା ସମବାୟ ସମିତିର ସମ୍ପାଦକ ଜୟନ୍ତ ରଣସିଂହଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ସତ ବୋଲି କହିବା ସହ ହୋଇଥିବା ଦୁର୍ନୀତିକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା ମୁତାବକ ଡ଼ିଇଓ ୨୩ ଜଣ ଚାଷୀଙ୍କ ୩୧୪ କ୍ୟୁଇଣ୍ଟାଲ ଧାନକୁ ୧୭୦୦ (ପ୍ରତି କ୍ୟୁଇଣ୍ଟାଲ) ଟଙ୍କା ହିସାବରେ ୫ ଲକ୍ଷ ୩୪ ହଜାର ଟଙ୍କାରେ ଅନ୍ୟତ୍ର ବିକି ନିଜେ ଚଳୁ କରିଦେଇଛନ୍ତି। ସେହିପରି ଭାବେ ଡ଼ିଇଓଙ୍କୁ ଆମ ପ୍ରତନିଧି ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।

ଗୋଟେ ପକ୍ଷରେ ଚାଷୀମାନେ ଉଭୟ ଡ଼ିଇଓ ଏବଂ ସମ୍ପାଦକ ମିଶିକରି ଏତେବଡ ଦୁର୍ନୀତି କରିଥିବାର କହୁଥିବା ବେଳେ ଅନ୍ୟ ପକ୍ଷରେ ସମ୍ପାଦକ ଡ଼ିଇଓଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି।  ତେବେ ଏପରି ମହାଦୁର୍ନୀତି ଦୀର୍ଘ ତିନି ମାସ ହେଲା ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ କିପରି ଏହାର ଟେର ପାଇଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଯଥାଶୀଘ୍ର ସମବାୟ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଗରିବ ଚାଷୀଙ୍କ ପ୍ରାପ୍ୟ ସେମାନେ କିପରି ଫେରିପାଇବେ ସେଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ସାଧାରଣରେ ଦାବି ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ନୂଆ ବିମାନ ବନ୍ଦର ନେଇ କେନ୍ଦ୍ର ଅଧିକାରୀଙ୍କ ସହିତ ହେଲା ବୈଠକ, ଖୁବ ଶିଘ୍ର ହେବ ଘୋଷଣା

ଭୁବନେଶ୍ବର, ଆଜି ଭୁବନେଶ୍ବରର ଖାରବେଳ ଭବନରେ ଓଡିଶାର ନୂଆ ବିମାନ ବନ୍ଦରକୁ ନେଇ ବସିଛି ଏକ ଉଚ୍ଚ ସ୍ତରୀୟ ବୈଠକ। ଓଡିଶା ପରିବହନ କମିସନର ମଧୂସୁଦନ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ବେସମାରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଉଷା ପାଢୀ ଯୋଗ ଦେଇଥିଲେ।

ଏଥିରେ ଓଡିଶାର ପ୍ରସ୍ତାବିତ ପୁରୀ, ରାଉରକେଲା, ଉତକେଲା ଏବଂ ଜୟପୁର ବିମାନ ବନ୍ଦର ଉପରେ ଆଲୋଚନା କରାଯାଇଥିଲା। ଏହି 4ଟିର କାର୍ଯ୍ୟ ଏବଂ ନିର୍ମାଣ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ଖୁବ ଶିଘ୍ର ଉଡାନ ଯୋଜନାରେ ଉତକେଲା ଏବଂ ଜୟପୁରକୁ ବିମାନ ଯୋଗାଯୋଗ କରାଯିବ ବୋଲି ନିଷ୍ପତି ହୋଇଛି। ତେବେ କେବେଠାରୁ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବ।

ପୂର୍ବରୁ ଉଡାନ ଯୋଜନାରେ ଓଡ଼ିଶାର ୧୦ଟି ନୂଆ ବିମାନପଥ ସାମିଲ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଟେଣ୍ଡର ଆହ୍ବାନ ମଧ୍ୟ କରିଛନ୍ତି। ଟେଣ୍ଡରରେ ସାମିଲ ହୋଇଥିବା ବିମାନପଥ ଗୁଡିକ ହେଲା ଭୁବନେଶ୍ବର-ଉତକେଲା, ଉତକେଲା-ଭୁବନେଶ୍ବର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ବର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ବର, ଭୁବନେଶ୍ବର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ବର ।

ଏହି ବୈଠକ ପରେ ଖୁବ ଶିଘ୍ର ଓଡିଶାର ଏ ସବୁ ସ୍ଥାନକୁ ବିମାନ ଉଡିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୮ ତାରିଖରେ ରଥଯାତ୍ରା ସମନ୍ବୟ ବୈଠକ, ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେବେ ନବୀନ

ପୁରୀ, ଜୁଲାଇ ୧୨ ତାରିଖରେ ପଡୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପୁରୀରେ ପ୍ରସ୍ତୁତି ପର୍ବ ବେଶ୍ ଦ୍ରୁତଗତିରେ ଚାଲିଛି। ତେବେ ଏ ନେଇ ଆସନ୍ତା ୮ ତାରିଖରେ ବସିବ ରଥଯାତ୍ରା ସମନ୍ବୟ ବୈଠକ। ଏହି ବୈଠକରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀ, ସେବାୟତ, ସ୍ଥାନୀୟ ବିଧାୟକ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଏବଂ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

୯୯ ତମ ଅନ୍ତର୍ଜାତୀୟ ସମବାୟ ଦିବସରେ ପୁନର୍ଗଠନ ପାଇଁ ସହଭାଗିତାକୁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର,  ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ ଆନୁକୂଲ୍ୟରେ ୯୯ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ସେ ଏହା କହିଲେ।

ମନ୍ତ୍ରୀ ଆହୁରି କହିଲେ ଯେ ଚଳିତ ବର୍ଷର ଅନ୍ତର୍ଜାତୀୟ ସମବାୟ ଦିବସର ବିଷୟବସ୍ତୁ ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଆଧାରରେ ସମବାୟ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ। କରୋନା ବିପତ୍ତିକୁ ମୁକାବିଲା କରିବା ପାଇଁ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ । କୋଭିଡ୍‌-୧୯ ସ୍ଥିତିରେ କୃଷିକାର୍ଯ୍ୟକୁ ଗତିଶୀଳ କରିବାରେ ସମବାୟ ସଂସ୍ଥା ପ୍ରମୁଖ ଭୂମିକା ନିର୍ବାହ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି ।

ସମବାୟ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇଦେବା ପାଇଁ ଯେଉଁ ଦାୟିତ୍ୱ ରହିଛି ତାହାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ନିମନ୍ତେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚ ଉନ୍ନତି କରଣ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜନ

ଭୁବନେଶ୍ବର, ରାଜଧାନୀ ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର 34 ର ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କର ଇଷ୍ଟ ପ୍ରଭୂ ଯୀଶୁଙ୍କର ପୂଜାଗୃହ-ଚର୍ଚ୍ଚର ଉନ୍ନତି କରଣ ଏବଂ ନୂତନ ଗୃହ ନିର୍ମାଣର୍ଥେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସହାୟତା ବାବଦରେ 2 କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ନିର୍ମିତ୍ତ ସତ୍ୟନଗର ଚର୍ଚ୍ଚ ପରିସରରେ ଚର୍ଚ୍ଚର Father, ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଡିଭିଜନ-1 ଗୃହ ଏବଂ ରାସ୍ତା ନିର୍ମାଣ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଚର୍ଚ୍ଚ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଭୂମିପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତରାଖଣ୍ଡର ସରିଲା ଅନିଶ୍ଚିତତା ରାଜନୀତି, ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା, ସଂଧ୍ୟାରେ ଶପଥ

ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ଶେଷରେ ବରିଷ୍ଠ ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉତ୍ତରାଖଣ୍ଡ ବିଧାନସଭାରେ ତାଙ୍କୁ ବିଜେପିର ନେତା ଭାବରେ ମନୋନିତ କରାଯାଇଛି।

ଧାମି ହେଉଛନ୍ତି ଉତ୍ତରାଖଣ୍ଡର ଉଦାମସିଂ ନଗର ଜିଲ୍ଲାର ଖାତିମା ନିର୍ବାଚନ ମଣ୍ଡଳୀର ବିଧାୟକ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତିରଥ ସିଂ ରାୱତଙ୍କ ସ୍ଥାନ ନେବେ ଧାମି।

ଉତ୍ତରାଖଣ୍ଡର ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ଆଜି ସକାଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଡେରାଡୁନରେ ପହଁଞ୍ଚିଥିଲେ। ସେଠାରେ ସେ ବରିଷ୍ଠ ନେତା ତଥା ବିଧାୟକଙ୍କ ସହିତ ଆଲୋଚନା ପରେ ଧାମିଙ୍କ ନାମ ମନୋନିତ କରାଯାଇଛି ବୋଲି ଜଣାପଡିଚି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆଗେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରିବାକୁ ସରକାରୀ ସ୍ତରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ବର, ନିର୍ବାଚନ ଅବଧୀ ଅନୁସାରେ ପ୍ରଥମେ ପୌର ନିର୍ବାଚନ ହେବା କଥା। କାରଣ ଏହାର ଅବଧୀ ବହୁ ଆଗରୁ ସରିଗଲାଣି। ପଞ୍ଚାୟତ ନିର୍ବାଚନର ଅବଧୀ ଆସନ୍ତା 2022ରେ ଶେଷ ହେବ। ସେଥିପାଇଁ ଏହି ଦୁଇ ତ୍ରୁଣମୂଳ ସଂସ୍ଥାର ନିର୍ବାଚନ ଏହି 2021ରେ ହେବା କଥା। ହେଲେ ସରକାରୀ ସ୍ତରରେ ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବା ପାଇଁ କୁଆଡେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଖୋଲି ଯାଇଛି। କାରଣ ସ୍ଥାନ ସଂରକ୍ଷଣ ନେଇ କୋର୍ଟରେ ଯେଉଁ ମାମଲା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବିଧାନସଭାରେ ଏହାକୁ ପାଶ କରି ନିର୍ବାଚନ ପାଇଁ ସୁପାରିଶ କରିବା କଥା।

ହେଲେ ଜଣେ ସରକାରୀ କର୍ମଚାରୀଙ୍କ କହିବା ଅନୁସାରେ ରାଜ୍ୟ ସରକାର ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବେ। ସେଥିପାଇଁ ପୌର ନିର୍ବାଚନକୁ ଜାଣିଏହାର କାରଣରେ କୁହାଯାଇଛି ଯେ, ସରକାରୀ ଦଳ ବିଜେଡିର ବର୍ତ୍ତମାନ ଗ୍ରାମାଞ୍ଚଳରେ ସ୍ଥିତି ବେଶ ମଜବୁତ ରହିଛି। ଗତ ନିର୍ବାଚନରେ ବିଜେଡି ଗ୍ରାମାଞ୍ଚଳ ଭୋଟ ଅଧିକ ହାତେଇଛି।

ସେହିପରି ପୌରାଞ୍ଚଳକୁ ଦେଖିଲେ ବିଜେଡି ଅନ୍ୟଦଳଠାରୁ ଅଧିକ ଭୋଟ ହାତେଇଥିଲେ ମଧ୍ୟ ସେଥିରେ ଦଳ ସନ୍ତୁଷ୍ଠ ନାହିଁ। ସେଥିପାଇଁ ଯଦି ପୌର ନିର୍ବାଚନ ଆଗେ କରାଯାଏ ଏବଂ ଦଳର ପ୍ରଦର୍ଶନ ଅଶାନୁମୋଦିତ ହେବା ନାହିଁ । ଏହାପରେ ପଞ୍ଚାୟତ ନିର୍ବାଚନରେ ଦଳ ପଛରେ ପଡିଯିବ। ଗ୍ରାମାଞ୍ଚଳ ଭୋଟ ବିଜେଡି ପାଇଁ ନିଶ୍ଚିତ ଥିବାରୁ ସେହି ହାୱା ପୌର ନିର୍ବାଚନରେ ପଡିବ ବୋଲି ଚିନ୍ତା କରି ଆଗ ପଞ୍ଚାୟତ ନିର୍ବାଚନକୁ ଦଳ ଯିବ ବୋଲି କୁହାଯାଉଛି।

ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନ 2024 ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଯାଉଛି। ସେସବୁକୁ ଦୃଷ୍ଟିରେ ରଖି ବିଜେଡି ହାତେ ମାପି ଚାଖଣ୍ଡେ ଚାଲୁଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ବିଜେଡି ସର୍ବଶକ୍ତିମାନ ଦଳ ଭାବେ ରାଜ୍ୟରେ ରହିଛି। ତଥାପି କେଉଁଠି ନା କେଉଁଠି ଦଳ ଆଶଙ୍କା ଭିତରେ ରହିଥିବାର ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶସ୍ତା ହୋଇପାରେ ଡାଲି, ମୁଗ ବ୍ୟତିତ ଅନ୍ୟ ଡାଲି ମହଜୁଦ ନେଇ କେନ୍ଦ୍ର ସରକାର ଜାରି କଲେ କଟକଣା

ନୂଆଦିଲ୍ଲୀ, ଅକ୍ଟୋବର 31 ପର୍ଯ୍ୟନ୍ତ ସରକାର ମୁଗ ବ୍ୟତୀତ ସମସ୍ତ ଡାଲିର ଷ୍ଟକ୍ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି। ହୋର୍ଡିଂ ଯାଞ୍ଚ ଏବଂ ମୁଦ୍ରାସ୍ଫୀତି ଯାଞ୍ଚ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆଦେଶ , ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀ, ମିଲର୍ ଏବଂ ଆମଦାନୀକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।

ହୋଲସେଲରଙ୍କ ପାଇଁ ଷ୍ଟୋରେଜ୍ ସୀମା 200 ଟନ୍ ଏବଂ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ପାଞ୍ଚ ଟନ୍ ହେବ। କେନ୍ଦ୍ର ସରକାର ଗ୍ରହଣ କରିଥିବା ଅନେକ ପଦକ୍ଷେପ ଯୋଗୁଁ ଡାଲି ଏବଂ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ଆର୍ଥିକ ବର୍ଷରେ ପ୍ରମୁଖ ଡାଲିର ସର୍ବାଧିକ ଉତ୍ପାଦନ ଦୁଇ ଶହ ପାଞ୍ଚ ଲକ୍ଷ ଟନରୁ ଅଧିକ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ 19 ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେସନ

ନୂଆଦିଲ୍ଲୀ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ 19 ରୁ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି। ଏଥିରେ ମୋଟ 20 କାର୍ଯ୍ୟ ଦିବସ ରହିଛି। ସଂସଦୀୟ ବ୍ୟାପାର ଉପରେ କ୍ୟାବିନେଟ କମିଟି ଜୁଲାଇ 19 ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନକୁ ସୁପାରିଶ କରିଥିଲା। ଏହି 20 କାର୍ଯ୍ୟ ଦିବସ ଅଧିବେଶନରେ ଅନେକ ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ଅଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାଇବର ଠକାମୀର ଶିକାର ହେଲେ ବାଣପୁରର ଯୁବକ: ଚାକିରୀ ବାହାନାରେ ଲୁଟିନେଲେ ୬୦ ହଜାରରୁ ଉର୍ଦ୍ଧ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ରାଜ୍ୟରେ ସାଇବର ଠକାମି ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ସାଇବର ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ଏଥିରୁ ବାଦ ପଡ଼ିନି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳ। ବିଦେଶରେ ଚାକିରୀ ଦେବେ କହି ବାଣପୁରର ଜଣେ ଯୁବକଙ୍କ ନିକଟରୁ ସାଇବର ଠକ ବିଭିନ୍ନ କିସ୍ତିରେ ଆକାଉଣ୍ଟରୁ ୬୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ନେଇଗଲେ।

ଅନ୍ୟପଟେ ବିଦେଶରେ ନକଲି ଚାକିରୀ ଅଫର ଲେଟର ପାଇ ଖୁସିରେ ନିଜର ବର୍ତ୍ତମାନ ଚାକିରୀ ମଧ୍ୟ ଛାଡିଦେଲେ ଯୁବକ। ଶେଷରେ ବାଣପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ସାଇବର ଲୁଟର ଶିକାର ହୋଇଥିବା ଯୁବକ ଜଣକ।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅନିଲ କୁମାର ମାଝୀ(୨୭) ମୁମ୍ବାଇରେ ଟାଟା କମ୍ପାନୀରେ ସିଭିଲ ଇଞ୍ଜିନିଅର ଭାବେ କାର୍ଯ୍ୟରତ ଥିଲେ। ତେବେ ଜୁନ ମାସ ୧୫ ତାରିଖ ଦିନ ଅନିଲଙ୍କ ଇ-ମେଲ ଆଇଡିକୁ ଏକ ଅଜଣା ମେଲ ଆସିଥିଲା ଯେଉଁଥିରେ ‘ଅଲ ସଫର ଷ୍ଟିଲ ଇଞ୍ଜିନିଅରିଙ୍ଗ ଲିମିଟେଡ଼’, ନାମକ ଦୁବାଇ ସ୍ଥିତ ଏକ ନକଲି ସଂସ୍ଥାରେ ନିଯୁକ୍ତି ପାଇଁ ଅଫର ଲେଟର ଥିଲା। ହେଲେ ଉକ୍ତ ଅଫର ଲେଟରରେ କୌଣସି ଟଙ୍କା ଦେବାପାଇଁ ଉଲ୍ଲେଖ ନଥିଲା। ଟେଲିଫୋନ ମାଧ୍ୟମରେ ଅନିଲ ଏକ ନକଲି ସାକ୍ଷାତକାର ମଧ୍ୟ ଦେଇଥିଲେ। ଏହାପରେ ଜୁନ ୧୮ ତାରିଖରେ ଭିସା ଆପ୍ଲିକେସନ ପ୍ରୋସେସିଙ୍ଗ ଏବଂ ଆମ୍ବାସି ବାବଦକୁ ନୂଆ ଦିଲ୍ଲୀର ଏକ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୧୦ ହଜାର ଟଙ୍କା ପଇଠ କରିବା ପାଇଁ ଅନିଲଙ୍କୁ ଏକ ମେଲ ଆସିଥିଲା। ଅନିଲ ସାଥିସାଥି ଉକ୍ତ ଆକଉଣ୍ଟକୁ ନିଜ ଗୁଗୁଲ ପେ ମାଧ୍ୟମରେ ୧୦ ହଜାର ଟଙ୍କା ପଠାଇଥିଲେ।

ପୁଣି ଜୁନ ୨୨ ତାରିଖରେ ଆଉ ଏକ ମେଲ ଅନିଲଙ୍କ ପାଖକୁ ଆସିଲା ଯେଉଁଥିରେ ଏକ ନକଲି ଭିସାର ଲିଙ୍କ ଥିଲା ଏବଂ ୨୫ ହଜାର ଟଙ୍କା ପଇଠ କରିବାକୁ କୁହାଯାଇଥିଲା। ଏଥିରେ ଅନିଲ ଖୁସି ହୋଇ ୨୫ ହଜାର ଟଙ୍କା ଏବଂ ପୁଣିଥରେ ବିମାନ ଟିକେଟ ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ବାବଦକୁ ୨୬ ହଜାର ଟଙ୍କା ଉକ୍ତ ଆକାଉଣ୍ଟକୁ ପଠେଇଥିଲେ। ଏଯାବତ ଅନିଲ ନିଜ ଗୁଗୁଲ ପେ ମାଧ୍ୟମରେ ୬୧ ହଜାର ୧୦୦ ଟଙ୍କା ସମ୍ପୃକ୍ତ ଆକାଉଣ୍ଟକୁ ଦେଇ ସାରିଥିଲେ।

ଯେତେବେଳେ ବାରମ୍ବାର ଉକ୍ତ ନକଲି କମ୍ପାନୀ ଅନିଲଙ୍କୁ ପଇସା ମାଗିଲା ତେବେ ଅନିଲଙ୍କ ସନ୍ଦେହ ସୃଷ୍ଟି ହେଲା ଏବଂ ସମ୍ପୃକ୍ତ କମ୍ପାନୀର ୱେବସାଇଟ ଏବଂ ଅନ୍ୟାନ୍ୟ ସୂତ୍ରରୁ ତଦନ୍ତ କରିବାରୁ ଏପରି ୱେବସାଇଟ କିଛି ନଥିବାର ସେ ଜାଣିବାକୁ ପାଇଥିଲେ।

ତେବେ ଏହା ଏକ ସାଇବର ଠକେଇ ବୋଲି ଜାଣିବାରୁ ଅନିଲଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଅନିଲ ଆଉ ପଇସା ନଦେବାରୁ ଉକ୍ତ ନକଲି କମ୍ପାନୀ ଓଡ଼ିଶାର ଜଣେ ଏଜେଣ୍ଟଙ୍କ ଦ୍ୱାରା ଅନିଲଙ୍କୁ ଫୋନ କରିଥିଲା ଏବଂ ସମ୍ପୃକ୍ତ ଏଜେଣ୍ଟ ଜଣକ ନିଜକୁ ଅନିଲଙ୍କ ପରି ଆଶାୟୀ ପ୍ରାର୍ଥୀ ଦର୍ଶାଇଥିଲେ ଏବଂ ଉକ୍ତ କମ୍ପାନୀରେ ଚାକିରୀ ପାଇଁ ବିଦେଶ ଯିବେ ବୋଲି କହିଥିଲେ।

ଅନୁରୂପ ଭାବେ ସେ ମଧ୍ୟ ବିଦେଶ ଯିବା ପାଇଁ ଉକ୍ତ କମ୍ପାନୀକୁ ୧ ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ସମ୍ପୃକ୍ତ କମ୍ପାନୀ ଅସଲି ବୋଲି ଅନିଲଙ୍କୁ କହିଥିଲେ। ଅନିଲ ଆଉ ସେ ସବୁକୁ ନଶୁଣି ଜାଣିଯାଇଥିଲେ ଯେ ସେ ସାଇବର ଠକାମୀର ଶିକାର ହୋଇଛନ୍ତି। ବର୍ତ୍ତମାନ ଦୁଃଖରେ ଭାଙ୍ଗି ପଡିଛନ୍ତି ଅନିଲ। ବିଦେଶରେ ଚାକିରୀ ଲୋଭରେ ଶେଷରେ ନିଜର ଟାଟା କମ୍ପାନୀରୁ ମଧ୍ୟ ଇସ୍ତଫା ଦେଇ ଘରକୁ ପଳାଇ ଆସିଛନ୍ତି ଅନିଲ। ତେବେ ଏ ନେଇ ଗତକାଲି ଅନିଲ ବାଣପୁର ଥାନାରେ ଲିଖିତ ଅଭିଯୋଗ କରି ଥାନାଧିକାରୀ ଏବଂ ବାଲୁଗାଁ ଏସଡ଼ିପିଓଙ୍କ ନିକଟରେ ନ୍ୟାୟଭିକ୍ଷା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ଅଭିନେତା ଅମୀର ଖାନଙ୍କୁ ନେଇ ବଡ ଖବର, ସ୍ବାମୀ ସ୍ତ୍ରୀ ହେବେନି, ହେଲେ ପିଲାର ବାପାମା ହେବେ

ମୁମ୍ବାଇ, ବଲିଉଡ ଅଭିନେତା ଅମୀର ଖାନଙ୍କ ଦ୍ୱିତୀୟ ବିବାହ ମଧ୍ୟ ଭାଙ୍ଗି ଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ କିରଣ ରାଓଙ୍କୁ ପରସ୍ପର ସହମିତ ଦେଇ ଛାଡପତ୍ର କରିଛନ୍ତି। ଦୁହେଁ 2005 ମସିହା ଡିସେମ୍ବର 28ରେ ବିବାହ କରିଥିଲେ। 15 ବର୍ଷ ପରେ ଉଭୟ ନିଜ ବିବାହ ଭାଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଛାଡପତ୍ର ସମ୍ପର୍କରେ ଅମୀର ଏବଂ କିରଣ ମଧ୍ୟ ଏକ ଅଫିସିୟାଲ ବିବୃତ୍ତି ଜାରି କରିଛନ୍ତି।

ଦୁହେଁ ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା 15 ବର୍ଷ ମଧ୍ୟରେ, ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ହସ ସହିତ ଖୁସିର ଜୀବନ ବିତାଉଥିଲୁ ଏବଂ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ସହିତ ଆମର ସମ୍ପର୍କ ବଢିବାକୁ ଲାଗିଲା। ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ। ଯାହାକୁ ସ୍ବାମୀ ସ୍ତ୍ରୀ ବୋଲି କୁହାଯିବ ନାହିଁ।

ଆମେ କିଛି ଦିନ ପୂର୍ବରୁ ଆମର ଅଲଗା ହେବାର ଯୋଜନା କରିଥିଲୁ ଏବଂ ବର୍ତ୍ତମାନ ଆମେ ଏହି ଅଲଗା ବାସ୍ତବ ରୂପ ନେଇଛି।  ଆମେ ପୁଅ ଆଜାଦଙ୍କ ପିତାମାତା ହେବା ଜାରି ରଖିବୁ ଏବଂ ଏକତ୍ର ତାଙ୍କର ଯତ୍ନ ନେବୁ।  ଆମେ ଚଳଚ୍ଚିତ୍ର ଏବଂ ଆମର ପାନି ଫାଉଣ୍ଡେସନ୍ ପାଇଁ ଏକାଠି କାମ କରିବା ଜାରି ରଖିବୁ।

ଏହି ଟୁଇଟରୁ ସ୍ପଷ୍ଟ ସୂଚନା ମିଳିଛି ଯେ, ଅମୀର ଖାନ ଏବଂ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି। ଉଭୟ ଲଗାନ ଚଳଚିତ୍ରରେ ଭଲପାଇ ଶେଷରେ ବିବାହ କରିଥିଲେ। ଲଗାନ ଚଳଚିତ୍ରରେ କିରଣ ରାଓ ସହ ନିର୍ଦ୍ଦେଶିକା ଥିଲେ। ଏହି ଚଳଚିତ୍ରର ସୁଟିଂ ସେଟର ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଯାହା ପରବର୍ତ୍ତି ସମୟରେ ସ୍ବାମୀସ୍ତ୍ରୀକୁ ରୂପାନ୍ତରିତ ହୋଇଥିଲା।

ପୂର୍ବରୁ ଅମୀର ପ୍ରତିଷ୍ଠିତ ଅଭିନେତ୍ରୀ ରୀନା ଦତ୍ତଙ୍କୁ 1986 ମସିହାରେ ବିବାହ କରିଥିଲେ। ହେଲେ ଏହି ବିବାହ 2002 ମସିହାରେ ଭାଙ୍ଗି ଯାଇଥିଲା। ଏହାପରେ ଅମୀର 2005 ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ: ବାଲେଶ୍ବରର ରେମୁଣା ନିକଟସ୍ଥ ଦୁଇଟି ସ୍ଥାନର ମାଟିତଳୁ ମିଳିଲା ପ୍ରାଚୀନ ସଭ୍ୟତାର ଭଗ୍ନାଂଶ

ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୧ରେ ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ବାଲେଶ୍ୱର ସହର ଠାରୁ ୨୦ କି.ମି ଦୂରରେ ଅବସ୍ଥିତ ରେମୁଣା ବ୍ଲକ୍ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଛି । ପ୍ରତ୍ନତତ୍ତ୍ୱବିତ୍ ଡ. ସୁନୀଲ କୁମାର ପଟ୍ଟନାୟକ କହିଥିଲେ, ଦୁର୍ଗାଦେବୀର ପ୍ରତ୍ନତାତ୍ତ୍ୱିକ ଅବଶେଷର ପର‌୍ୟ୍ୟାଲୋଚନା ପରେ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତ୍‌ଖନନ ନିମନ୍ତେ ସ୍ୱୀକୃତି ପତ୍ର ମିଳିଥିଲା ।

ଉତ୍‌ଖନନ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ମଇ ୫ ଯାଏ ଚାଲିଥିଲା । ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟଭାଗରେ ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଥିଲା । ଉଭୟ ପାର୍ଶ୍ୱରେ ଗଙ୍ଗାହାର ଓ ପ୍ରସନ୍ନ ନାଳ ଗଡ଼ଖାଇ ଭାବରେ ଅଦ୍ୟାବଧି ରହିଛି । ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ମିଳିଅଛି ।

ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ମାଗ, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ମିଳିଛି । ଏଥିସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଅଛି । ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନର ପ୍ରଥମ ପର‌୍ୟ୍ୟାୟରେ ଆଜକୁ ପ୍ରାୟ ୪୦୦୦ ବର୍ଷ ପୁର୍ବ ବୋଲି ଜଣାପଡ଼ୁଛି ।

ଓଡ଼ିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ଆଦି ଉପଲବ୍ଧ ହୋଇସାରିଅଛି । ଓଡ଼ିଶାର ପ୍ରାଗ୍‌ଐତିହାସିକ ଯୁଗ, ଯାହାକି ଏଠାରେ ତାମ୍ର-ପାଷାଣ ଯୁଗ ସମସାମୟିକ । ଖ୍ରୀଷ୍ଟ ପୂର୍ବ ୨୧୦୦ ରୁ ୧୦୦୦ ସମୟ କାଳ ମଧ୍ୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏବଂ ପରେ ପରେ ଖ୍ରୀଷ୍ଟ ପୂର୍ବ୧୫୦୦ ରୁ ୬୦୦ ବର୍ଷ ସମୟର ଲୌହ ଯୁଗର ବିକାଶ ଏବଂ ଉନ୍ନତ ଗୌର ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତୀ ସମୟରେ ଖ୍ରୀଷ୍ଟ ପୂର୍ବ ୪୦୦ ଦଳକୁ ସହରୀ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀର ପ୍ରାପ୍ତ ହୋଇଅଛି ବୋଲି ଡ. ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇଥିବା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ଓ ସର୍ବେକ୍ଷଣରେ ବହୁ ସହର ଓ ସଭ୍ୟତାର ଅନୁସନ୍ଧାନ ମିଳିଅଛି । ସେଗୁଡିକ ମଧ୍ୟରେ ଯାଜପୁର ଜିଲ୍ଲାର ରାଧାନଗର, ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼, ଗଞ୍ଜାମ ଜିଲ୍ଲାର ଜଉଗଡ଼ ଓ ଲାଠି ଏବଂ ପଶ୍ଚିମ ଓଡ଼ିଶାର ଅଶୁରଗଡ଼, ବୁଦ୍ଧିଗଡ଼, ତାରପୁରଗଡ଼ । କିନ୍ତୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାଗ୍‌ ଐତିହାସିକ ସଭ୍ୟତା ଠାରୁ ଆରମ୍ଭ କରି ବୌଦ୍ଧ ଜୈନ୍ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଥିଲେ ହେଁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ କୌଣସି ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ମିଳିନଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବଦଳିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ, ନୂଆଙ୍କୁ ଦିଆଗଲା ନିଯୁକ୍ତି

ଭୁବନେଶ୍ବର, ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ଏ ନେଇ ଗତକାଲି ସାଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ବିଜ୍ଞପ୍ତି ଅନୁସାରେ ନୂଆ ଶାସନ ସଚିବ ଭାବେ ଗୃହ ଓ ନଗର ଉନ୍ନୟନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଡ ଦଳାଇ ଯେଉଁଦିନ ଏହି ପଦବୀରେ ଯୋଗଦେବେ ସେହିଦିନ ବିଷ୍ଣୁପଦ କାର୍ଯ୍ୟରୁ ଆବ୍ୟାହତି ନେବେ। ବିଷ୍ଣୁପଦ ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ, ନିଆଯିବ ରଥ ପରିଚାଳନା ନେଇ ନିଷ୍ପତି

ପୁରୀ, ଆଜି ଅପରାହ୍ନ 4ଟା 30ରେ ରଥଯାତ୍ରାକୁ ନେଇ ଛତିଶା ନିଯୋଗ ବୈଠକ ବସିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କୋଭିଡ କଟକଣା ପାଇଁ ଏହି ବୈଠକ ଭିଡିଓ କନଫ୍ରେସିଂ ମାଧ୍ୟମରେ କରାଯିବ।

ଏହି ବୈଠକରେ ମୁଖ୍ୟତଃ ରଥଯାତ୍ରା ପରିଚାଳନା ନେଇ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବ। ଏଥିସହିତ ରଥଯାତ୍ରା ସମ୍ବନ୍ଧିୟ ଅନ୍ୟାନ୍ୟ ନିଷ୍ପତି ମଧ୍ୟ ଏହି ବୈଠକରେ ନିଆଯିବ। ଏହି ବୈଠକ ଶେଷ ହେବା ପରେ ମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପରିଚାଳନା ନେଇ ଘୋଷଣା କରାଯିବ।