Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିମାନେ ଗାଡି ଚଳାଇବା ବେଳେ ରୁହନ୍ତୁ ସାବଧାନ

ମିଥୁନ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ ।

କନ୍ୟା: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଏଥର ଲାଭବାନ ହେବ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ଗୁରୁବାରରେ କଠିନ ପରିଶ୍ରମ କଲେ ମିଳିବ ଫଳ

କର୍କଟ: – ଯୋଜନା ସଫଳ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବୋ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ ।

ସିଂହ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ଦୁଇଟି ରାଶିର ବ୍ୟକ୍ତିଙ୍କ ପାଇଁ ରହିଛି ଶୁଭବେଳା

ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ।  ଭାଇମାନଙ୍କଠାରୁ ସମର୍ଥନ ପାଇବେ ।

ବୃଷ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ କରୋନା କଟକଣା: ଜାଣନ୍ତୁ ବିବାହ ଉତ୍ସବ ପାଇଁ କେଉଁଠୁ ଏବଂ କିପରି ପାଇବେ ଅନୁମତି ପତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଧୀରେ ଧୀରେ କଡାକଡି କାରାଯାଉଥିବା ବେଳେ କେବଳ ଅତି ଜରୁରୀକାଳୀନ କାର୍ଯ୍ୟକୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ତେବେ ଉକ୍ତ ଜରୁରୀକାଳୀନ କାର୍ଯ୍ୟ ମଧ୍ୟରେ ବାହାଘର ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

ହେଲେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣମାନେ କିଛିଦିନ ହେବ ଏ ବିଷୟକୁ ନେଇ ଦ୍ୱନ୍ଦରେ ପଡିଛନ୍ତି। ଅନୁମତି ପତ୍ର ପାଇବା ପାଇଁ ବାରମ୍ବାର ଥାନା ଏବଂ ତହସିଲ ଦୌଡୁଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି।

ଗତ ୧୯ ଏପ୍ରିଲ ରେ ପତ୍ର ସଂଖ୍ୟା ୧୮୮୦ ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେଉଁଥିରେ ବାହାଘର ଏବଂ ଶୁଦ୍ଧିକ୍ରିୟା ପାଇଁ ଏଥର ଜନସାଧାରଣ ମାନେ ସ୍ଥାନୀୟ ଥାନାଧିକାରୀଙ୍କଠୁ ଅନୁମତି ନେବେ। ବାଣପୁର ଏବଂ ବାଲୁଗାଁର ଜନସାଧାରଣ ମାନେ ଏଥର ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟପାଇଁ ସ୍ଥାନୀୟ ଥାନାଧିକାରୀଙ୍କ ଠୁ ଅନୁମତି ନେବେ।

ତେବେ ଏଥିନିମନ୍ତେ ଆବେଦନକାରୀଙ୍କୁ ଅତି କମରେ ପାଞ୍ଚ ଦିନ ପୂର୍ବରୁ ସ୍ଥାନୀୟ ଥାନାରେ ଦରଖାସ୍ତ ସହ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ ପଡିବ ବୋଲି ଉଭୟ ବାଣପୁର ଏବଂ ବାଲୁଗାଁ ଥାନାଧିକାରୀ ସୂଚନା ଦେଇଛନ୍ତି। ତତ ସହିତ ବିବାହରେ ସାମିଲ ହେବାକୁ ଥିବା ଜନସାଧାରଣଙ୍କ ନାମ(ଅତି ବେଶୀରେ ୫୦ଜଣ) ମଧ୍ୟ ଥାନାରେ ଜମା କରିବାକୁ ପଡିବ।

ଏହାପରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ ଏବଂ ବିଚାର କରାଯାଇ ଅନୁମତି ପତ୍ର ଆବେଦନକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉଭୟ ଥାନାଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ଆଜି ବାଣପୁର ତହସିଲ ପକ୍ଷରୁ ପ୍ରଚାର ମାଧ୍ୟମରେ ସୂଚନା ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଷୟ କଣ !

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । ଉଭୟ ନେତା କୋଭିଡ-୧୯ ମହାମାରୀ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପୁଟିନ ଏହି ସମୟରେ ଭାରତ ସରକାର ଓ ଦେଶବାସୀଙ୍କ ସହିତ ଅଛନ୍ତି ଓ ରୁଷ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତକୁ ରୁଷର ସାହାଯ୍ୟ ଦୁଇ ଦେଶର ବନ୍ଧୁତ୍ୱର ପ୍ରତୀକ ବୋଲି କହିଥିଲେ। ଉଭୟ ନେତା ବୈଶ୍ୱିକ ମହାମାରୀ ମୁକାବିଲା କରିବା ଦିଗରେ ଦୁଇ ଦେଶର ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ପୁଟନିକ୍-ଭି ଟିକାର ଆପତକାଳୀନ ବ୍ୟବହାରକୁ ଭାରତ ଅନୁମୋଦନ କରିବା ନେଇ ପୁଟିନ ତାହାର ପ୍ରଶଂସା କରିଥିଲେ । ଭାରତ, ରୁଷ ଓ ଅନ୍ୟାନ୍ୟ ଦେଶରେ ରୁଷୀୟ ଟିକା ପ୍ରସ୍ତୁତ ହେବ ବୋଲି ଦୁଇଦେଶ ନେତା ଉଲ୍ଲେଖ କରିଥିଲେ ।

ଦୁଇଦେଶର ସ୍ୱତନ୍ତ୍ର ଅଂଶୀଦାରୀତା ମନୋଭାବ ଦୃଷ୍ଟିରୁ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଭାରତରେ ଗଗନଯାନ କାର‌୍ୟ୍ୟକ୍ରମ ଓ ଏଥିପାଇଁ ଚାରିଜଣ ମହାକାଶଚାରିଙ୍କ ରୁଷରେ ତାଲିମ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ଉଦ୍ଜାନ ମିତବ୍ୟୟିତା ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଅଧିକ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ନୂତନ ଭାବେ ବିଭିନ୍ନ ଆଲୋଚନା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଥିଲା ।
ସେପ୍ଟେମ୍ବର ୨୦୧୯ରେ ଉଭୟ ନେତା ଭ୍ଲାଡିଭୋଷ୍ଟକ ଶିଖର ସମ୍ମିଳନୀରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଗାମୀ ଦିନରେ ପୁଟିନଙ୍କୁ ଭାରତ ଆସିଲେ ଉଭୟନେତା ଦ୍ୱିପାକ୍ଷିକ ଆଲୋଚନା ଅଧିକ ବ୍ୟାପକ ହୋଇପାରିବ ବୋଲି କହିଥିଲେ । ୨୦୨୧ ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧିନାୟକତ୍ୱକୁ ରୁଷ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ବ୍ୟାପାରରେ ଉଭୟନେତା ଆଲୋଚନା କରିବେ ବୋଲି ନିଜ ନିଜ ସମ୍ମତି ପ୍ରଦାନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନା ପାଇଁ ପୁରୀ ନୂଆଦିଲ୍ଲୀ ପୁରୁଷତ୍ତମ ଏକ୍ସପ୍ରେସ ଉପରେ କରାଗଲା ଏକ ନୂଆ ଘୋଷଣା

ଭୁବନେଶ୍ବର, କରୋନା ପାଇଁ ବିଭିନ୍ନ ସମୟରେ ରେଳ ବିଭାଗ ତାହାର କଟକଣା ଜାରୀ କରିଥାଏ। କେତେବେଳେ ଟ୍ରେନ ବାତିଲ ତ କେତେବେଳେ କରୋନା ପରୀକ୍ଷା ବାଧ୍ୟତାମୁଳକ। ତେବେ ଆଜି ରେଳ ବିଭାଗ ପୁରୀ ନୂଆଦିଲ୍ଲୀ ଯାଉଥିବା ପୁରୁଷତ୍ତମ ଏକ୍ସପ୍ରେସ ଉପରେ ଏକ ନୂଆ ନିଷ୍ପତି ଘୋଷଣା କରିଛି। ତାହା ହେଲା ଏହି ଏକ୍ପପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଆଉ ଖାଇବାକୁ ଦିଆଯିବ ନାହିଁ। କାରଣ ହେଲା କୋଭିଡ ପାଇଁ ଏହି ଟ୍ରେନରୁ ପ୍ୟାଣ୍ଟ୍ରିଂ କାର ପ୍ରତ୍ୟାହାର କରାଯାଇଛି।

ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଆଜିଠାରୁ ଅର୍ଥାତ 28 ତାରିଖରୁ ଏହାକୁ ଲାଗୁ କରାଯାଇଛି। ଉଭୟ ପଟ ଟ୍ରେନ ଚଳାଚଳରେ ଏହା ଲାଗୁ କରାଯାଇଛି। ତେବେ କେତେ ଦିନ ପର୍ଯ୍ୟନ୍ତ ଏହା ବାତିଲ ରହିବ ତାହା କୁହାଯାଇ ନାହିଁ। କେବଳ କୁହାଯାଇଛି ଯେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତି ଲାଗୁ ରହିବ। ଏଥିସହିତ ଯାତ୍ରୀମାନେ ନିଜ ଖାଇବା ବ୍ୟବସ୍ଥା ନିଜେ କରିବେ ବୋଲି ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତାକାଲି ଏହି ସବୁ ଜିଲ୍ଲାରେ ବନ୍ଦ ରହିବ କୋଭିଡ଼ ଟୀକାକରଣ

ଭୁବନେଶ୍ବର: ଆସନ୍ତାକାଲି ୧୨ ଟି ଜିଲ୍ଲାରେ କୋଭିଡ଼ ଟୀକାକରଣ ବନ୍ଦ ରହିବା। ଖୋର୍ଦ୍ଧା, କଟକ, ପୁରୀ, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା ଜିଲ୍ଲାରେ ଟୀକାକରଣ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ଓକିଲ ସଂଘ ସଂପାଦକ ନରେଶ ଦାସ ପ୍ରମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ପୌରପରିଷଦ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୯ ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ୯ ଟି ନୂଆ ଶିଳ୍ପ ପ୍ରକଳ୍ପ ନିର୍ମାଣ ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ସୁରେଶ ମାହାପାତ୍ରଙ୍କ ଅଧ୍ଯକ୍ଷତାରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ସମସ୍ତ ପ୍ରକଳ୍ପଗୁଡିକ ଲାଗି ୨ ହଜାର ୫୭୦ କୋଟି ୫୪ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରାଯିବ ବୋଲି ଏହି ବୈଠକରେ ପ୍ରସ୍ତାବ ହୋଇଛି। ଫଳରେ ଏହି ପ୍ରକଳ୍ପଗୁଡିକ ପାଇଁ ରାଜ୍ୟରେ ୨ ହଜାର ୭୫୫ ଜଣ ନିଯୁକ୍ତି ସୁଯୋଗ ପାଇବେ।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଆଜି ଜଗତସିଂହପୁର ଜିଲ୍ଲାରୁ ୧୨୯ ଜଣ ପଜିଟିଭ୍ ଚିହ୍ନଟ: ସୁସ୍ଥ ହେଲେ ୪୯ ଆକ୍ରାନ୍ତ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଳକରୁ ୧୯ ଜଣ, କୁଜଙ୍ଗ ବ୍ଲକରୁ ୧୯ଜଣ,ଜଗତସିଂହପୁର ବ୍ଳକରୁ ୧୭ଜଣ , ବିରିଡ଼ି ବ୍ଲକରୁ ୧୩ଜଣ ,ନାଉଗାଁ ବ୍ଲକରୁ ୧୧ଜଣ ,ବାଲିକୁଦା ବ୍ଲକରୁ ୯ଜଣ, ଏରସମା ବ୍ଲକରୁ ୬ଜଣ, ରଘୁନାଥପୁର ବ୍ଲକରୁ ୬ଜଣ ଓ ଜଗତସିଂହପୁର ୟୁ.ଏଲ୍.ବି ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିଭଳି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୦୦୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ୫୩୧ ଜଣ ଆକ୍ରାନ୍ତ ଜିଲ୍ଲାରେ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ମାର୍କେଟ ବିଲ୍ଦିଙ୍ଗକୁ ଦୁଇ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ବର: ଆଜି ଭୁବନେଶ୍ଵର ସ୍ଥିତ ମାର୍କେଟ ବିଲ୍ଦିଙ୍ଗ-୨କୁ ଦୁଇ ଦିନ ପାଇଁ ବିଏମସି ସିଲ୍ କରିଛି। ବିଏମସି ଏବଂ ପୋଲିସ ପକ୍ଷରୁ ଆଜି ମାର୍କେଟ ବିଲ୍ଦିଙ୍ଗରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ମାର୍କେଟ ବିଲ୍ଦିଙ୍ଗରେ କୋଭିଡ଼ ନିୟମ ଉଲ୍ଲଂଘନ ହେଉଥିବାରୁ ବିଏମସି ସିଲ୍ କରିଛି।

ସେହିଭଳି କୋଭିଡ଼ ନିୟମ ଉଲ୍ଲଂଘନ ଯୋଗୁଁ ବାପୁଜୀ ନଗର ଭେଣ୍ଡିଂ ଜୋନକୁ ମଧ୍ୟ ବିଏମସି ସିଲ୍ କରିଛି। ତେବେ ଦୁଇ ଦିନ ପାଇଁ ଏହାକୁ ସିଲ କରାଯାଇଥିବା ବେଳେ ଶନିବାର ଏବଂ ରବିବାର ଦିନର ସଟଡାଉନ ପରେ ଆସନ୍ତା ସୋମବାର ଦିନ ଖୋଲିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଟାଇମସ୍ ପତ୍ରିକାର ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସାମିଲ ହେଲା ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି। ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାମ ସାମିଲ କରାଯାଇଛି। ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ବିଗତ କିିଛି ବର୍ଷରେ ଜିଓ ଭାରତରେ ସବୁଠାରୁ ବଡ଼ ୪ଜି ନେଟ୍‌ୱର୍କ ପ୍ରସ୍ତୁତ କରିଛି ଏବଂ ସବୁଠୁ କମ୍ ମୂଲ୍ୟରେ ୪ଜି ସେବା ଯୋଗାଉଛି। ୧ ଜିବି ଡାଟାକୁ ରିଲାଏନ୍ସ ଜିଓ ୫ ଟଙ୍କା ଭଳି ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଟାଇମସ୍ ପତ୍ରିକା ତରଫରୁ କୁହାଯାଇଛି ଯେ ସାରା ଦୁନିଆର ନିବେଶକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍‌ରେ ନିବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି। ସେମାନେ ରିଲାଏନ୍ସ ଜିଓର ୪୧ କୋଟି ଗ୍ରାହକଙ୍କ ନିକଟରେ ପହଂଚିବାକୁ ପ୍ରୟାସ କରୁଛନ୍ତି। ଗତ ବର୍ଷ ଜିଓ ପାଇଁ ୨୦ ବିଲିଅନ ଡଲାରର ନିବେଶ ରାଶି ଆସିଛି। ଏହା ଜିଓର ଦ୍ରୁତ ଗତିରେ ହେଉଥିବା ବୃଦ୍ଧିର ମୂଲ୍ୟ ଓ କ୍ଷମତାକୁ ପ୍ରତିଫଳିତ କରୁଛି। ଜିଓ ପ୍ଲାଟଫର୍ମସ୍ ତରଫରୁ ଫେସବୁକ୍ ସହ ମିଳିତ ଉଦ୍ୟମରେ ହ୍ୱାଟସ୍‌ଆପ୍ ଆଧାରିତ ଏକ ଇ-କମର୍ସ ପ୍ଲାଟଫର୍ମ ବିକଶିତ କରାଯାଇଛି। ସେହିପରି ସୁଲଭ ମୂଲ୍ୟର ୫ଜି ଫୋନ୍ ତିଆରି କରିବା ଲାଗି ଗୁଗୁଲ୍ ସହିତ ମିଶି ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି।

ଭାରତରେ ଡିଜିଟାଲ୍ ପରିବର୍ତନ ଆଣିଥିବାରୁ ଜିଓକୁ ଇନୋଭେଟର୍ସ ବର୍ଗରେ ରଖାଯାଇଛି। ଜିଓ ପ୍ଲାଟଫର୍ମସ୍ ହେଉଛି ଭାରତର ଏକମାତ୍ର କଂପାନି ଯାହାକୁ ଇନୋଭେଟର୍ସ ଶ୍ରେଣୀରେ ସ୍ଥାନ ମିଳିଛି। ଏହି ବର୍ଗରେ ନେଟ୍‌ଫ୍ଲିକ୍ସ, ନିଟେଂଣ୍ଡୋ, ମଡର୍ଣ୍ଣା, ଦି ଲୋଗ୍ ଗ୍ରୁପ୍‌, ସ୍ପଟିଫାଇ ଭଳି ଅନେକ ବିଶ୍ୱସ୍ତରୀୟ କଂପାନି ରହିଛନ୍ତି।

ତାଲିକାରେ ରିଲାଏନ୍ସ ଜିଓ ବ୍ୟତୀତ ଭାରତରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କଂପାନି ବାଇଜୁସ୍‌ର ନାମ ମଧ୍ୟ ସାମିଲ କରାଯାଇଛି। ଏହି ତାଲିକାରେ ସ୍ୱାସ୍ଥ୍ୟ ଦେଖାଶୁଣା, ମନୋରଂଜନ, ପରିବହନ, ଉଦ୍ୟୋଗିକ ସମେତ ବିଭିନ୍ନ କ୍ଷେତ୍ରର କଂପାନିଗୁଡ଼ିକୁ ସାମିଲ କରାଯାଇଛି। ପତ୍ରିକା ଅନୁସାରେ ପ୍ରାସଙ୍ଗିକତା, ପ୍ରଭାବ, ନବାଚାର, ନେତୃତ୍ୱ, ମହତ୍ୱକାଂକ୍ଷା ଓ ସଫଳତା ସହିତ ପ୍ରମୁଖ ମାନକର ମୂଲ୍ୟାୟନ ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ମାନବିକତା ଭୁଲିଗଲେ ସରପଞ୍ଚ, ମହାମାରୀରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ସରପଞ୍ଚଙ୍କ ପ୍ରତିନିଧି ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତାପାଇଁ ହିତାଧିକାରୀଙ୍କୁ ଦୀର୍ଘ ୭ କିଲୋମିଟର ଦୌଡ଼ାଉଥିବାର ଅଭିଯୋଗ ହେଉଛି। ଅସହ୍ୟ ତାତି ସହ କରୋନା ସଂକ୍ରମଣଙ୍କୁ ଭୃକ୍ଷେପ ନକରି ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ପ୍ରତିନିଧି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତରେ ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ୨୦୧୭ ମସିହାରେ ତୁମୁରାପୁଟ ପଞ୍ଚାୟତ ଠାରୁ ଅଲଗା ହୋଇ ଭବାନୀପୁର ପଞ୍ଚାୟତ ଏକ ନୂଆ ପଞ୍ଚାୟତର ମାନ୍ୟତା ପାଇଥିଲା। କିନ୍ତୁ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ଭବାନୀପୁର ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ଏଯାଏଁ ନିର୍ମାଣ ହୋଇପାରିନାହିଁ। ତେବେ ବହୁ ଦାବି ପରେ ଭବାନୀପୁର ପଞ୍ଚାୟତର ବାଲିଡ଼ିହି ଗ୍ରାମର ଏକ ଅସ୍ଥାୟୀ ଘରେ ରାସନ ସାମଗ୍ରୀ ସହ ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତା ଦୀର୍ଘ ବର୍ଷ ହେଲା ହିତାଧିକାରୀଙ୍କୁ ମିଳୁଥିଲା। ହେଲେ ଏବେ ଗତ ଚାରି ମାସ ହେଲା ହିତାଧିକାରୀଙ୍କୁ ଉକ୍ତ ସ୍ଥାନରେ ଆଉ ଭତ୍ତା ମିଳୁନାହିଁ। ଭତ୍ତା ପାଇଁ ଲୋକଙ୍କୁ ଏବେ ଦୀର୍ଘ ୭ କିଲୋମିଟର ଦୂର ତୁମୁରାପୁଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି।

ଏ ନେଇ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡ଼ିହ, ଭବାନୀପୁର, ନାରଣପୁର ଓ ନାଗାମଠ ଗ୍ରାମର ବହୁ ହିତାଧିକାରୀମାନେ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁଙ୍କୁ ଅଭିଯୋଗ କରିବାରୁ ସେ ବାଲିଡ଼ିହି ଗ୍ରାମରେ ଭତ୍ତା ଦେବାକୁ ରୋକଠୋକ ମନା କରିଦେଇଥିବା ଅଭିଯୋଗ ହୋଇଛି।

ଏଠି ପ୍ରଶ୍ନ ଉଠୁଛି ଜଣେ ପରିଣତ ବୟସର ବୃଦ୍ଧ ହେଉ କିମ୍ବା ଜଣେ ଭିନ୍ନକ୍ଷମ ବ୍ୟକ୍ତି କିପରି ୭ କିଲୋମିଟର ଭତ୍ତା ପାଇଁ ଯିବେ? ପ୍ରଚଣ୍ଡ ଖରା ଏବଂ କରୋନା ସଂକ୍ରମଣକୁ ଦେଖି ବୟସ୍କ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଛନ୍ତି। ଏହା ସହ ସମସ୍ତ ସରକାରୀ ସୁବିଧା ହିତାଧିକାରୀଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ମଧ୍ୟ ଦେଉଛନ୍ତି। କିନ୍ତୁ ସରପଞ୍ଚଙ୍କ ପ୍ରତିନିଧି ଏସବୁ ପ୍ରତି ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡ଼ିହି ଗ୍ରାମର ୨୫ ରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ହିତାଧିକାରୀ ମାନେ ମାସିକ ଭତ୍ତାକୁ ଚାତକ ଭଳି ଚାହିଁ ବସିଥିବାବେଳେ ନିଜର ଅସମର୍ଥତା ଲାଗି ଦୀର୍ଘ ଚାରି ମାସ ହେଲା ୭ କିଲୋମିଟର ଯାଇ ଭତ୍ତା ଆଣିପାରୁନଥିବା ଅଭିଯୋଗ ହୋଇଛି।

ଗତ ମାର୍ଚ୍ଚ ମାସ ୧୯ ତାରିଖରେ ଉକ୍ତ ପଞ୍ଚାୟତର ବହୁ ହିତାଧିକାରୀ ଏ ସମ୍ପର୍କରେ  ଖୋର୍ଦ୍ଧା  ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ବାଣପୁର ବିଡ଼ିଓଙ୍କୁ ଡାକ ଯୋଗେ ଏକ ଦାବିପତ୍ର ପଠାଇଥିବାବେଳେ ଏଯାବତ ତାହାର ପ୍ରତିଉତ୍ତର ମିଳିପାରିନାହିଁ।

ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ଭବାନୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନାହାନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା ସତ ଏବଂ କିଛି ମାସ ତଳେ ସରପଞ୍ଚ ପ୍ରତିନିଧି ଏବଂ ବାଲିଡ଼ିହି ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ଭତ୍ତା ଉକ୍ତ ଗ୍ରାମରେ ଆଉ ବଣ୍ଟାଯାଉନଥିବା କହିଛନ୍ତି।

ସେହିଭଳି ବାଣପୁର ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୀମାଦ୍ରୀ ପାତ୍ରଙ୍କୁ ଏନେଇ ପଚାରିବାରୁ ଯେଉଁ ହିତାଧିକାରୀମାନେ ଭତ୍ତା ଆଣିବାପାଇଁ ଅକ୍ଷମ, ସେମାନଙ୍କ ଘରେ ବ୍ଲକ କର୍ମଚାରୀ ପହଁଚି ଭତ୍ତା ଦେବେ ଏବଂ ଅନ୍ୟମାନେ ପଞ୍ଚାୟତ ହେଡ଼କ୍ୱାର୍ଟରରୁ ଭତ୍ତା ପାଇବେ ବୋଲି କହିଛନ୍ତି। କିନ୍ତୁ ଯେହେତୁ ଆଜିପର୍ଯ୍ୟନ୍ତ ପଞ୍ଚାୟତ ହେଡ଼କ୍ୱାର୍ଟର ଚି଼ହ୍ନଟ ହେଇପାରୁନାହିଁ ଏପରି ଅସୁବିଧା ଜାରି ରହିଛି। ତେବେ ଖୁବ ଶୀଘ୍ର ସେ ଉକ୍ତ ସମସ୍ୟାର ସମାଧାନ କରିବା ଦିଗରେ ଚେଷ୍ଟା କରିବେ ବୋଲି ଏବିଡିଓ କହିଛନ୍ତି।

ତେବେ ଦେଖିବାକୁ ବାକି ରହିଲା ନିଜର ବ୍ୟକ୍ତିଗତ ସ୍ୱାର୍ଥପାଇଁ ଆକ୍ରୋଶମୂଳକ ଭାବେ ଗରିବ ହିତାଧିକାରୀଙ୍କୁ ଦୌଡାଉଥିବା ସରପଞ୍ଚ ପ୍ରତିନିଧିଙ୍କ ମାନବିକତା କେବେ ଫେରୁଛି ଏବଂ କେବେ ଗରିବ ହିତାଧିକାରୀ ମାନେ ସେମାନଙ୍କ ପଞ୍ଚାୟତରେ ଭତ୍ତା ପାଇପାରୁଛନ୍ତି। ଅପରପକ୍ଷେ ଯଦି ଉକ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ନହୁଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ବୃଦ୍ଧ ଏବଂ ଦିବ୍ୟାଙ୍ଗ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୪୪: ସୁସ୍ଥ ହେଲେ ୪୪୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୪୪୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୪୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୫ ହଜାର ୬୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୪୯୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୭୨୧, ଖୋର୍ଦ୍ଧାରୁ ୫୯୬, ନୂଆପଡ଼ାରୁ ୩୬୬, ବଲାଙ୍ଗୀରିରୁ ୩୨୦, କଳାହାଣ୍ଡିରୁ ୨୭୨, କଟକରୁ ୨୫୩, ସମ୍ବଲପୁରରୁ ୨୪୧, ପୁରୀରୁ ୧୯୨, ବରଗଡରୁ ୧୯୧, ଝାରସୁଗୁଡାରୁ ୧୬୮, ନବରଙ୍ଗପୁରରୁ ୧୫୦, କେନ୍ଦୁଝରରୁ ୧୦୧, ଯାଜପୁରରୁ ୯୩, ମୟୁରଭଞ୍ଜରୁ ୮୬, କେନ୍ଦ୍ରାପଡ଼ାରୁ ୮୫, ରାୟଗଡ଼ାରୁ ୮୫, ନୟାଗଡରୁ ୭୨, ଗଞ୍ଜାମରୁ ୫୭, ଜଗତସିଂହପୁରରୁ ୪୯, ଅନୁଗୁଳରୁ ୪୩, ଭଦ୍ରକରୁ ୪୩, ଗଜପତିରୁ ୪୩, ସୋନପୁରରୁ ୪୨, ବାଲେଶ୍ବରରୁ ୩୯, କୋରାପୁଟରୁ ୨୭, ଦେବଗଡରୁ ୨୧, କନ୍ଧମାଳରୁ ୨୦, ଢେଙ୍କାନାଳରୁ ୧୯, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୭୫ ହଜାର ୭୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୫ ହଜାର ୨୪୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୧୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ରାଜ୍ୟଗୁଡ଼ିକ ପାଇଁ କୋଭିସିଲ୍ଡ ଟୀକା ଦର ହ୍ରାସ କରିଛି। ପୂର୍ବ ଘୋଷିତ ଦରରୁ ୨୫ ପ୍ରତିଶତ ଟୀକା ଦର ହ୍ରାସ କରିଛି ସେରମ ଇନଷ୍ଟିଚ୍ୟୁଟ। କିନ୍ତୁ କମ୍ପାନୀ ଘରୋଇ ହସ୍ପିଟାଲ ଦରରେ କୌଣସି ପରିବର୍ତ୍ତନ କରିନାହିଁ।

ତେବେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ୪୦୦ ଟଙ୍କା ପ୍ରତି ଡୋଜ ରାଜ୍ୟଗୁଡ଼ିକୁ ଦେବା ପାଇଁ ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଦର ୩୦୦ ଟଙ୍କାକୁ ହ୍ରାସ ପାଇଛି। ଡୋଜ ପିଛା ୧୦୦ ଟଙ୍କା ହ୍ରାସ କରିଛି କମ୍ପାନୀ। ହେଲେ ଘରୋଇ ହସ୍ପିଟାଲ ପାଇଁ ଘୋଷିତ ଦର ୬୦୦ ଟଙ୍କା ଅପରିବର୍ତ୍ତିତ ରହିଛି। ସେରମ ସିଇଓ ଆଦର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଉଦ୍‌ଘାଟିତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଠାରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଉଦ୍ଘାଟିତ ହୋଇଯାଇଛି। ଓଡିଶା ଉଚ୍ଚନ୍ୟାୟାଳୟର ମୂଖ୍ୟ ବିଚାରପତି ଡ.ଜଷ୍ଟିସ୍ ଏସ୍‌.ମୁରଲୀଧର ଭର୍ଚୁଆଲ୍ ମୋଡ୍ ରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟକୁ ଉଦ୍ଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦ୍ଘାଟନ କରାଯାଇଥିବା ମୂଖ୍ୟ ବିଚାରପତି ଏହି ଅବସରରେ ପ୍ରକାଶ କରିଥିଲେ।

ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ୍ ବି.ଆର୍‌.ଷଡଙ୍ଗି କୋର୍ଟ ଉଦ୍‌ଘାଟନ ଅବସରରେ ମୁଖ୍ୟ ବିଚାରପତିଙ୍କ ସହ ଯୋଗ ଦେଇ ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ କୋର୍ଟ ଖୋଲିବାର ଆବଶ୍ୟକତା ସଂପର୍କରେ ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲା ଜଜ୍ ବିରଂଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ରେଢାଖୋଲ ଓକିଲ ସଂଘର ସଭାପତି ଗଣେଶ୍ୱର ପ୍ରଧାନ ଓ ସଂପାଦକ ଉମାକାନ୍ତ ମହାନନ୍ଦ ଏ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ରେଢାଖୋଲ ଓକିଲ ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ପ୍ରଦାନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ।

ଉଦ୍ଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୈାରାଜଜ୍ ଦିପ୍ତି ପ୍ରକାଶ ବ୍ରହ୍ମା, ସବ୍ ଜଜ୍ ଅପୂର୍ବା ଚୈାଧୁରୀ, ଏସ୍‌ଡିଜେଏମ୍ ଅଞଳୀ ମାଛଖଣ୍ଡ, ସମ୍ବଲପୁର କୋର୍ଟ ମ୍ୟାନେଜର ଗୁରୁଜିତ୍ ମିଶ୍ର, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ, ବରିଷ୍ଠ ଆଇନଜୀବୀ ବିଜିତେନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ସରକାରୀ ଓକିଲ ଅଶୋକ ସେନାପତି, ନାରାୟଣ ତ୍ରିପାଠୀ, ଜନକ ବାଘ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ତହସିଲ୍‌ଦାର ରୁବି ବେହେରା, ଓକିଲ ସଂଘ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରେଢାଖୋଲ ଓକିଲ ସଂଘ ସଂପାଦକ ଉମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଗୋଟିଏ ଦିନରେ ଚିହ୍ନଟ ହେଲେ 3 ଲକ୍ଷ 62 ହଜାର

ନୂଆଦିଲ୍ଲୀ, ଆଜି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଛି। ଆଜି କୋଭିଡଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ 62 ହଜାର 903 ନୂତନ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଭାରତରେ କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ ଅଟେ।

ବର୍ତ୍ତମାନ ଦେଶରେ 29 ଲକ୍ଷ 78 ହଜାର କୋଭିଡ ରୋଗୀଙ୍କ ଚିକିତ୍ସା ଚାଲିଛି। ମୋଟ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏହା 16 ଦଶମିକ ପାଞ୍ଚ-ପାଞ୍ଚ ପ୍ରତିଶତ। କୋଭିଡରୁ ସୁସ୍ଥ ହାର ହେଉଛି 82 ଦଶମିକ ତିନି-ତିନି ପ୍ରତିଶତ। ଗତ 24 ଘଣ୍ଟା ମଧ୍ୟରେ, ଦୁଇ ଲକ୍ଷ 61 ହଜାରରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଯାଇଛନ୍ତି, ଏଥି ସହିତ ମୋଟ ଏକ କୋଟି 48 ଲକ୍ଷ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି।

ଗତକାଲି କୋଭିଡ ସଂକ୍ରମଣରେ 3 ହଜାର 2 ଶହ 93 ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ପର୍ଯ୍ୟନ୍ତ ଏହା ହେଉଛି ସର୍ବାଧିକ ମୃତ୍ୟୁ ସଂଖ୍ୟା। ଏହାକୁ ମିଶାଇ ବର୍ତ୍ତମାନ ମୃତକଙ୍କ ସଂଖ୍ୟା 2 ଲକ୍ଷରୁ ଅଧିକରେ ପହଞ୍ଚିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ସାଇନ୍ସ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 17 ଲକ୍ଷ 23 ହଜାର କୋଭିଡ ନମୁନା ପରୀକ୍ଷା କରାଯାଇଥିଲା ଏବଂ ଏହି ଦେଶରେ 28 କୋଟି 27 ଲକ୍ଷରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ନେଇ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା

ଭୁବନେଶ୍ବର: ଆରଏମଆରସି ନିର୍ଦ୍ଦେଶିକା ସଙ୍ଘମିତ୍ରା ପତି କରୋନାକୁ ନେଇ ରାଜ୍ୟବାସୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଯେଉଁ ଆକ୍ରାନ୍ତ ମାସେ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବେ, ସେ ତିନିମାସ ପରେ କରୋନା ଟୀକା ନେଇପାରିବେ। ଆବଶ୍ୟକସ୍ଥଳେ ୬ ସପ୍ତାହ ପରେ ମଧ୍ୟ ଟୀକା ନେଇପାରିବେ।

ଟୀକା ନେବା ପରେ କିମ୍ବା ସୁସ୍ଥ ହୋଇ ଫେରିଥିଲେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ ରଖିବା ଜରୁରୀ। କରୋନାର ଦ୍ଵିତୀୟ ଲହର ପୂର୍ବାପେକ୍ଷା ଅଧିକ ତୀବ୍ର ରହୁଛି। କୋଭିଡ଼ ନିୟମକୁ ମାନିବାରେ ଢିଲା ହେଲେ ସଂକ୍ରମିତ ହେବା ଆଶଙ୍କା ରହିଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ ଏବଂ ହୋମ ଆଇସୋଲେସନରେ ରୁହନ୍ତୁ। ଘରେ ସମସ୍ତେ ପଜିଟିଭ ଥିଲେ ଏକାଠି ରହିପାରିବେ। କିନ୍ତୁ ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ।

ଲକ୍ଷଣ ଦେଖା ଦେଲେ ୩ ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇନିଅନ୍ତୁ। ଟେଷ୍ଟ ରିପୋର୍ଟ ନଆସିବା ଯାଏଁ ନିଜକୁ ଆଇସୋଲେସନରେ ରଖନ୍ତୁ। କରୋନା ଟୀକା ନେଇଥିବା ବ୍ୟକ୍ତି ଯଦି କୌଣସି ଆକ୍ରାନ୍ତଙ୍କ ମଧ୍ୟରେ ଆସନ୍ତି, ତେବେ ତୁରନ୍ତ ଟେଷ୍ଟ କରାଇନିଅନ୍ତୁ। ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ସବୁ ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଇ ଦେଲେ 16 କୋଟି କୋଭିଡ ଟିକା

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 16 କୋଟି କୋଭିଡ ଟିକା ମାଗଣାରେ ଦେଇଛନ୍ତି। ଯାହାର ମୋଟ ମୂଲ୍ୟ 14 କୋଟି 89 ଲକ୍ଷ ଟଙ୍କା ହେବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଏକ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି। ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 57 ଲକ୍ଷରୁ ଅଧିକ କୋଭିଡ ଟିକା ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତି କରିଛି।

ମହାରାଷ୍ଟ୍ରରେ ଟିକା ଅଭାବ ଅଭିଯୋଗରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ରାଜ୍ୟକୁ 58 କୋଟି ଟିକା ଦିଆଯାଇଛି। ଯାହାର ମୋଟ ମୂଲ୍ୟ ଏକ କୋଟି 53 ଲକ୍ଷ ଟଙ୍କାରୁ ଅଧିକ ହେବ। ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ରରେ 5 ଲକ୍ଷ 6 ହଜାର 319 ଟିକା ବାକି ଅଛି। ଆସନ୍ତା ତିନି ଦିନ ମଧ୍ୟରେ ପାଞ୍ଚ ଲକ୍ଷ ଟିକା ଦିଆଯିବ ବୋଲି ମନ୍ତ୍ରଣାଳୟ କହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଟିକା ତୃତୀୟ ପର୍ଯ୍ୟାୟ ମେ 1 ତାରିଖରୁ ଆରମ୍ଭ ହେଉଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଉତ୍ତରପ୍ରଦେଶରେ 12 ଲକ୍ଷ 92 ହଜାରରୁ ଅଧିକ ଟିକା ରହି ଥିବା ବେଳେ ବିହାରରେ 9 ଲକ୍ଷ 41 ହଜାର ଟିକା ରହିଛି। ତେଣୁ ଟିକାର ଅଭାବ କେଉଁଠାରେ ପରିଲକ୍ଷିତ ହେଉ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ, ପ୍ରତିଷ୍ଠିତ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ମଜୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି: “ ମଜୋଜ ଦାସ ପ୍ରସିଦ୍ଧ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ଇଂରାଜୀ ଏବଂ ଓଡିଆ ସାହିତ୍ୟରେ ତାଙ୍କର ବିଶେଷ ଅବଦାନ ରହିଥିଲା । ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନର ଜଣେ ଅଗ୍ରଣୀ ପ୍ରଣେତା ମଧ୍ୟ ଥିଲେ । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।