ଟ୍ବିଟ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ ଡର୍ସିଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟ୍ଟରରେ କିଛି ବ୍ୟବହାର କାରୀଙ୍କ ସାମ୍ପ୍ରଦାୟିକ ମନୋଭାବ ନେଇ ଡର୍ସିଙ୍କ ସହିତ ଆଲୋଚନା କରିଥିଲେ ଟ୍ରମ୍ପ। ମଙ୍ଗଳବାର ଡର୍ସିଙ୍କ ସହିତ ଆଲୋଚନା କରିଥିବା ନେଇ ଏକ ଫଟୋ ଟ୍ବିଟ୍ଟରରେ ସେୟାର କରିଥିଲେ ଟ୍ରମ୍ପ। ଟ୍ରମ୍ପ ଲେଖିଥିଲେ ଜ୍ୟାକ୍ଙ୍କ ସହିତ ବିଶ୍ବରେ ସୋସିଆଲ ମିଡିଆର ପ୍ରଭାବ ନେଇ ବିସ୍ତୃତ ଆଲୋଚନା। ଏହି ବୈଠକରେ ହ୍ବାଇଟ୍ ହାଉସ୍ର ସୋସିଆଲ ମିଡିଆ ନିର୍ଦ୍ଦେଶକ ଡାନ୍ ସ୍କେଭିନୋ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତିତ ଟ୍ବିଟ୍ଟରର ଆଇନ ଏବଂ ସୁରକ୍ଷା ସେଲ୍ ମୁଖ୍ୟ ବିଜୟା ଗାଡ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବରରେ ଟ୍ବିଟ୍ଟର ତାଙ୍କର ଫଲୋଅରଙ୍କୁ ହଟାଉଛି ବୋଲି ଅଭିଯୋଗ ବାଢିଥିଲେ ଟ୍ରମ୍ପ।
Author: Samikhsya Bureau
ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିଛନ୍ତି ମାତ୍ର ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ କେମିତି ହେଲେ ଇତ୍ୟାଦି ସମ୍ପର୍କରେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହିତ ମୋଦି ଆଲୋଚନା କରିଥିଲେ। ସାକ୍ଷାତକାର ବେଳେ ମୋଦୀ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପ୍ରତିବର୍ଷ କିଛି ଉପହାର ପଠାନ୍ତି। ମୋଦି କହିଛନ୍ତି ନିର୍ବାଚନ ସମୟରେ ଏହା କହିବା ଅନୁଚିତ୍ ମାତ୍ର ଦିଦି ତାଙ୍କ ପାଇଁ ପ୍ରତିବର୍ଷ ଦୁଇରୁ ତିନୋଟି କୁର୍ତ୍ତା ପଠାଇଥାନ୍ତି। ପ୍ରଥମରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ବର୍ଷରେ ଦୁଇ ରୁ ତିନି ପ୍ରକାରର ମିଠା ପଠାଉଥିଲେ ଏହା ଜାଣିବା ପରେ ମମତା ମୋତେ ମିଠା ପଠାଇ ପାରନ୍ତି ବୋଲି ମୋଦି କହିଥିଲେ। ବୁଧବାର ଅକ୍ଷୟ କୁମାରଙ୍କ ସହିତ ମୋଦିଙ୍କ ସାକ୍ଷାତକାର ପ୍ରସାରଣ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ…
ରଙ୍ଗାଚରଣ ପ୍ରଧାନ କମ୍ ମତଦାନ ହୋଇଥିବାରୁ ଭୁବନେଶ୍ବରବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ସେମାନେ ପୁଣି ଥରେ ପ୍ରମାଣ କରିଦେଲେ ଯେ ଅଧିକ ଉନ୍ନତି ପାଇଁ ଭୋଟ ପ୍ରତିଶତ ବଢିବା ଜରୁରୀ ନୁହେଁ । ଲଗାତର ଭୋଟ ପ୍ରତିଶତ ବଢାଇ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡିକୁ ମିଳିଛି କ’ଣ ? ଦେଶକୁ ଲୁଟୁଥିବା ଶକ୍ତି ଓ ଟଙ୍କା ନେଇ ଟୁଇଟ୍ କରୁଥିବା ସେଲିବ୍ରିଟିମାନେ ଏକ ଅଯୁକ୍ତିକର ପ୍ରଚାର ଚଳାଇଛନ୍ତି ଯେ ଅଧିକ ଭୋଟିଂ ହେବା ଗଣତନ୍ତ୍ର ପାଇଁ ଭଲ । ତା’ମାନେ ଆମେ ମଲେଇ ଖାଉଥିବୁ ଆଉ ତମେ ପାଞ୍ଚ ବର୍ଷରେ ଥରେ ଆଙ୍ଗୁଠିରେ କାଳି ଲଗେଇ ଖୁସି ହୁଅ ଯେ ଆମେ ପୄଥିବୀର ସର୍ବବୄହତ ଗଣତନ୍ତ୍ର । ମୁଁ ଜାଣୁଛି ବହୁତ ବନ୍ଧୁ ମୋ ସହିତ ଅସହମତ ହେବେ । ସେମାନେ ମୋତେ ବୁଝେଇ ଦେଲେ ମୁଁ ଖୁସିରେ ମାନିଯିବି । ଯେଉଁମାନେ ରାଜନିତୀରେ ଆମ୍ବ କ’ଣ ଆମ୍ବଡା କ’ଣ…
ଉତ୍ତର-ପୂର୍ବାଞ୍ଚଳ ଅଞ୍ଚଳରେ ଭୂକମ୍ପ ଅନୂଭୂତ ହୋଇଛି। ଭାରତର ଅରୁଣାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ସମେତ ନେପାଳରେ ଏହି ଭୂକମ୍ପର ପ୍ରଭାବ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ରାତି ପ୍ରାୟ ୧ ଟା ୩୦ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ପ୍ରଦେଶର କିଛି ଅଂଶରେ ଏହାର ଝଟ୍କା ଲାଗିଥିଲା। ବୁଧବାର ସକାଳ ୬ଟାରେ ନେପାଳରେ ୨ ଥର ଭୂକମ୍ପ ହୋଇଥିଲା। ଚୀନର କିଛି ଅଂଶକୁ ମଧ୍ୟ ଏହାର ପ୍ରଭାବ ଅନୂଭୂତ କରିଥିବା ବେଜିଂ ପକ୍ଷରୁ କୁହାଯାଇଛି। ଅରୁଣାଚଳ ପ୍ରଦେଶରେ ଅନୂଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିବା ବେଳେ ନେପାଳରେ ସୃଷ୍ଟ ଭୂକମ୍ପର ତୀବ୍ରତା ଯଥାକ୍ରମେ ୫.୨ ଏବଂ ୪.୩ ରହିଛି। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ସମ୍ପର୍କରେ ଜଣାପଡ଼ିବା ପରେ ନେପାଳ ସରକାର ଜରୁରିକାଳୀନ ସେବାଗୁଡ଼ିକୁ ହାଇ ଆଲର୍ଟରେ ରଖିଛନ୍ତି।
ନୟାଗଡ ଜିଲ୍ଲା ଦଶପଲ୍ଲାରେ ଅବସ୍ଥିତ ବାଣୀଗୋଛା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ୩ ଟି ବନ୍ଧୁକ ଲୁଟ୍ ହୋଇଛି। ୭ ଜଣ ସଶସ୍ତ୍ର ମାଓବାଦୀ ଏହି ବନ୍ଧୁକ ଲୁଟ କରିଥିବା ଅଭିଯୋଗ ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସମେତ ୭ ଟି ମୋବାଇଲ ଲୁଟ୍ କରିଥିବା ଜଣାପଡିଛି। ଏ ସମ୍ପର୍କରେ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଦଶପଲ୍ଲାରେ ଲଙ୍କାପୋଡି ଉତ୍ସବ ଚାଲିଥିଲା। ସେହି ସମୟରେ ମାଓବାଦୀମାନେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ଭାଙ୍ଗି ଭିତରକୁ ପଶିଥିଲେ । ମାଓବାଦୀମାନେ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ୩ ଟି ବନ୍ଧୁକ ଲୁଟ୍ କରି ନେଇଥିଲେ। ମାଓବାଦୀ ମାନେ ସେଠାରେ କେତେକ ମାଓ ପୋଷ୍ଟର ପକାଇ ପଳାଇଥିଲେ।
ସମୀକ୍ଷା ବ୍ୟୁରୋ ଗତ ୨୩ ଏପ୍ରିଲରେ ଓଡିଶାର ୬ ଟି ଲୋକସଭା ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡାରେ ଏକ ନିର୍ବାଚନ ସଭାରେ ସମ୍ବୋଧିତ କରି କହିଥିଲେ ଯେ, ନବୀନ ବାବୁକା ଓଡିଶା ସେ ଜାନା ତୟ ହୈ- ଅର୍ଥାତ ଓଡିଶା ଶାସନରୁ ନବୀନ ପଟ୍ଟନାୟକଙ୍କ ବିଦାୟ ଏଥର ନିଧାର୍ଯ୍ୟ। ଯେତେବେଳେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ବଡ ଇଜ୍ଜତଦାର ଢଙ୍ଗରେ ଏ କଥା କହୁଥିଲେ, ସେତେବେଳେ ଓଡିଶାର ଜନ ସାଧାରଣ ଓଡିଶା ଶାସନର ଭବିଷ୍ୟତ ବିଷୟରେ ନିର୍ଣ୍ଣାୟକ ନିଷ୍ପତ୍ତି ନେଇସାରିଥିଲେ। ୧୦୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହୋଇସାରିଥିବା ନିର୍ବାଚନରେ ୧୯ ବର୍ଷ ଧରି ଶାସନ କରୁଥିବା ବିଜୁ ଜନତା ଦଳ କୁ ପୁଣି ଥରେ ବହୁମତ ମିଳିସାରିଛି ବୋଲି ବିଭିନ୍ନ ସୂତ୍ରରୁ ଜଣା ପଡୁଛି। ଗତ ମାସେ ଧରି ଆମର କ୍ଷେତ୍ର ଅଧ୍ୟୟନ, ବିଭିନ୍ନ ସାମ୍ବାଦିକ ଓ ସମାଜସେବୀଙ୍କ ସୂଚନା ତଥା…
ଆଜି ଅପରାହ୍ନ 5ଟା ସୁଦ୍ଧା ରାଜ୍ୟରେ ମୋଟ 61 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ମତଦାନ ହାର କମ ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ମୋଟ 38.29 ପ୍ରତିଶତ ଭୋଟଦାନ ହୋଇଛି। ସେହିପରି ଅନ୍ୟ ନିର୍ବାଚନ ମଣ୍ଡଳୀରେ ଭୋଟ ହାର ହେଲା.. ଜୟଦେବ-57.47 % ଭୁବନେଶ୍ବର ମଧ୍ୟ-38.29 % ଭୁବନେଶ୍ବର ଉତ୍ତର-37.36 % ଏକ୍ରାମ ଭୁବନେଶ୍ବର-45.15 % ଜଟଣୀ-59.01 % ବେଗୁନିଆ-63.20 % ଖୋର୍ଦ୍ଧା-59.70 %
ସମୀକ୍ଷା ବ୍ୟୁରୋ ପୁଣି ଥରେ ଭାରତରେ ବିଶ୍ବର ପ୍ରତିଷ୍ଠିତ ଶିଳ୍ପପତି ତଥା ଟେଲିକମ ଶିଳ୍ପରେ ଏକ ବିପ୍ଲବ ଆଣିଥିବା ମୁକେଶ ଆମ୍ବିନୀଙ୍କ ଜିଓ ରିଲାଏନସ ଆଣୁଛି ଆଉ ଏକ ବଡ ବିପ୍ଲବ। ତାହା ହେଉଛି ଗିଗାଫାଇବର ସଂଯୋଗ। ଏଥିରେ ଘର ଭିତରେ ଆପଣ ଆପଣଙ୍କ କଂପୁଟରରେ ପାଇପାରିବେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ, ଟେଲିଭିଜନରେ ଶହଶହ ଚ୍ୟାନେଲ ଏବଂ ଲ୍ୟାଣ୍ଡଫୋନରେ ମାଗଣା ଅସୀମିତ କଲ। ଇଣ୍ଟରନେଟରେ ଗ୍ରାହକ ଦୈନିକ 100 ଜିବି ଡାଟା ଯାହାକି 100 ଏମବି ପ୍ରତି ସେକେଣ୍ଡରେ ପାଇପାରିବେ। ବର୍ତ୍ତମାନ ଗ୍ରାହକମାନେ ଘରେ ଇଣ୍ଟରନେଟ ପାଇଁ ଅତିକମରେ 5ଶହ ଟଙ୍କା, ଲ୍ୟାଣ୍ଡଫୋନ ପାଇଁ ଦୁଇଶହ ଟଙ୍କା ଏବଂ ଟିଭି ଚ୍ୟାନେଲ ପାଇଁ ପ୍ରାୟ 5ଶହ ଟଙ୍କା ଦେବାକୁ ପଡୁଛି। ହେଲେ ଗିଗାଫାଇବର ସଂଯୋଗରେ ଏସବୁ ସେବା ମାତ୍ର ଛଅ ଶହ ଟଙ୍କାରେ ଅର୍ଥାତ ଅଧା ଦାମରେ ରିଲାଏନସ କଂପାନୀ ଯୋଗାଇ ଦେବ। 2018 ମସିହା ଅଗଷ୍ଟ ମାସରୁ ରିଲାଏନସ ଜିଓ ଦେଶରେ ଗିଗାଫାଇବର…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ କାରଣରୁ ସ୍ଥଗିତ ଥିବା ୯ଟି ବୁଥରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସୂଚନାନୁସାରେ, ଗତ ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ଟି ଲୋକସଭା ସମେତ ୩୫ଟି ବିଧାନସଭା ଆସନରେ ଭୋଟଦାନ କରାଯାଇଥିଲା । କିଛି ବୁଥରେ ଇଭିଏମ, ଭିଭିପାଟ୍, ବୁଥ ରିଗିଂ ଅଭିଯୋଗ ଆସିଥିଲା । ଫଳରେ ଏହି ସମସ୍ତ ବୁଥରେ ସାନି ନିର୍ବାଚନ ହେବା ନେଇ କମିଶନ ସୂଚନା ଦେଇଥିଲେ । ତେବେ ଏହି ସବୁ ବୁଥରେ ଆସନ୍ତା ୨୫ରେ ମତଦାନ ହେବ ବୋଲି ଜଣାପଡିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନର ସୂଚନା ପ୍ରଦାନ କରିଛନ୍ତି । ସାନି ନିର୍ବାଚନ ହେବାକୁ ଥିବା ବୁଥ ମଧ୍ୟରେ ସୁନ୍ଦରଗଡର ବୁଥ ନମ୍ବର ୨୧୩, ଦଶପଲାର ବାହାଡାଝୋଲା, ବରଗଡ…
ଭାରତ ଏସିଆନ୍ ବକ୍ସିଂ ଚାମ୍ପିୟନ୍ସିପ୍ର ପ୍ରଥମ ଦିନରେ ଅନ୍ୟୁନ ଦୁଇଟି ପଦକ ପକ୍କା କରିଛି । ଦୁଇ ଭାରତୀୟ ରେସ୍ଲର ବଜରଙ୍ଗ ପୁନିଆ ଏବଂ ପ୍ରବୀଣ ରାଣା ନିଜ ନିଜ ଓଜନ ବର୍ଗରେ ଫାଇନାଲ୍ରେ ପ୍ରବେଶ କରିଛନ୍ତି । 65 କିଗ୍ରା ବର୍ଗରେ ବିଶ୍ବର ଏକ ନମ୍ବର ଖେଳାଳି ପୁନିଆ ଉଜ୍ବେକିସ୍ତାନର ସିରୋଜିଦ୍ଦିନ୍ ଖାସାନୋଭ୍ଙ୍କୁ 12-1ରେ ଏକତିରଫା ଭାବରେ ପରାସ୍ତ କରିଛନ୍ତି । ନିଜର ଫାଇନାଲ୍ ମୁକାବିଲାରେ କାଜାକାସ୍ତାନର ସାୟାଟବେକ୍ ଓକାସ୍ସଭ୍ଙ୍କ ମୁକାବିଲା କରିବେ ବଜରଙ୍ଗ । ଇରାନ୍ର ପେମାନ୍ ବିବାନି ଏବଂ ଶ୍ରୀଲଙ୍କାର ଚାର୍ଲସ୍ ଫେର୍ଣ୍ଣଙ୍କୁ ପରାସ୍ତ କରିଥିଲେ । 79 କିଗ୍ରା ବର୍ଗରେ ପ୍ରବୀଣ ରାଣା ମଧ୍ୟ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ରାଣା 3-2 ବ୍ୟବଧାନରେ କାଜାକାସ୍ତାନର ଗାଲିମ୍ଝାନ୍ ଉସେର୍ବାୟେଭ୍ଙ୍କୁ ପରାସ୍ତ କରିଛନ୍ତି । ଫାଇନାଲ୍ରେ ଇରାନ୍ର ବାହାମାନ୍ ମହମ୍ମଦ ତୈମୁରଙ୍କୁ ଭେଟିବେ ପ୍ରବୀଣ ରାଣା । ଜାପାନର ୟୁଟା ଆବେ ଏବଂ ମଙ୍ଗୋଲିଆର ଯଗ୍ସ ଏର୍ଡେନେ…
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ଅପରାହ୍ନଣ ୩ଟା ସୁଦ୍ଧା ୪୭% ମତଦାନ ହୋଇଥିବାର ସିଇଓ ସୂଚନା ଦେଇଛନ୍ତି । ଓଡିଶାର ୬ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର ୧୩ଟି ରାଜ୍ୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଯାଇଛି । ଢେଙ୍କାନାଳ ୪୪%, କେନ୍ଦୁଝର ୪୨% ଓ ସମ୍ବଲପୁରରେ ୪୦% ମତଦାନ, ଭୁବନେଶ୍ବରରେ ୩୫%, ପୁରୀରେ ୪୮%, କଟକରେ ୪୪% ମତଦାନ ହୋଇଛି । ଇଭିଏମ୍ ଅଚଳ ତଥା ଖରାପ ନେଇ କେତେକ ସ୍ଥାନରେ ଭୋଟିଂ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା । ବଡମ୍ବା ଝାଟିଆ ୧୯୬ ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିବାବେଳେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଗୋଟିଏ ଚିହ୍ନକୁ ଭୋଟ ଯାଉଥିବା ଅଭିଯୋଗ ହୋଇଥିଲା । ଇଭିଏମ୍ ସଂଯୋଗରେ ତ୍ରୁଟି ଯୋଗୁଁ ଏପରି ହେଉଥିବା ଜଣାପଡିଲା ପରେ ଭୋଟ ଗ୍ରହଣ ସ୍ଥଗିତ…
2002 ଗୁଜରାତ ଦଙ୍ଗା ସମୟରେ ଘଟିଥିବା ବିଲ୍କିସ୍ ବାନୋ ମାମଲାରେ ପୀଡିତାଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍କୋର୍ଟ । ସାମ୍ପ୍ରଦାୟିକ ଦଙ୍ଗାରେ ପୀଡିତ ବିଲ୍କିସ୍ ୟାକୁବ୍ ରସୁଲ ବାନୋଙ୍କୁ 50 ଲକ୍ଷ ଟଙ୍କାର ସହାୟତା ରାଶି ସହିତ, ସରକାରୀ ଚାକିରି ଏବଂ ପସନ୍ଦ ସ୍ଥାନରେ ସରକାରୀ ଗୃହ ଯୋଗାଇବା ପାଇଁ ମଙ୍ଗଳବାର ଦିନ ସର୍ବୋଚ୍ଚ କୋର୍ଟ ଗୁଜରାତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ 3, 2002ରେ ଅହମ୍ମଦାବାଦର ରାଧିକପୁର ଗ୍ରାମରେ ଗର୍ଭବତୀ ବିଲ୍କିସ୍ ବାନୋଙ୍କୁ ଗଣ ବଳାତ୍କାର କରାଯାଇଥିଲା । ଏହି ଘଟଣାରେ ବାନୋଙ୍କ ପରିବାରର 7 ଜଣଙ୍କୁ ହତ୍ୟା କରାଯାଇଥିଲା । ଗୁଜୁରାତ ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ହେମନ୍ତିକା ଓ୍ବାହି ରାୟର ବିରୋଧ କରିବାରୁ ଖମଣ୍ଡପୀଠ ନିରାଶା ବ୍ୟକ୍ତ କରିବା ସହ ଏହି ମାମଲାରେ…
ଭୋଟରଙ୍କୁ ପ୍ରଭାବିତ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆଜି କଟକ ଜିଲ୍ଲା ନିର୍ବାଚନ ଅଧିକାରୀ କଟକ-ବାରବାଟୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି କରିଛନ୍ତି । ନିର୍ବାଚନ ଅବଧି ସରିବା ପରେ ବି ସୋସିଆଲ୍ ମିଡ଼ିଆରେ ପ୍ରଚାର କରିଥିଲେ ଦେବାଶିଷ । ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି କୈଣସି ପ୍ରାର୍ଥୀ ଭୋଟରଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କଟକଣା ରହିଛି। ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏପ୍ରିଲ ୨୨ରେ ଫେସବୁକରେ ମେସେଜ ଜରିଆରେ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଗନ ହୋଇଛି । ଭୋଟରଙ୍କୁ ପ୍ରଭାବିତ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆଜି କଟକ ଜିଲ୍ଲା ନିର୍ବାଚନ ଅଧିକାରୀ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଜବାବ ଦେବାକୁ ଦେବାଶିଷଙ୍କୁ…
ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବାରଣାସୀରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ମୋଦୀଙ୍କ ସହିତ ଲଢ଼େଇ କରିବାକୁ ଏସ୍ପି ବାରଣାସୀ ସଂସଦୀୟ କ୍ଷେତ୍ର ଉପରକୁ ଶାଳିନୀ ଯାଦବଙ୍କୁ ଛାଡ଼ିଛି । ଏସ୍ପି-ବିଏସ୍ପି ମେଣ୍ଟ ଶାଳିନୀ ଯାଦବଙ୍କ ଉପରେ ଆସ୍ଥା ପ୍ରକଟ କରିଛି । କଂଗ୍ରେସରୁ ଶୃଙ୍ଖଳାଗତ କାରଣରୁ ବହିଷ୍କାର ହୋଇଥିବା ଯାଦବ ଅଖିଳେଶଙ୍କ ଦଳରେ ଯୋଗ ଦେଇଥିବା ବେଳେ ବାରଣାସୀରୁ ଟିକଟ ମଧ୍ୟ ପାଇଛନ୍ତି । ଶାଳିନୀ ଯାଦବ 2017 ରେ କଂଗ୍ରେସ ଟିକେଟ୍ରୁ ପୌରପରିଷଦ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ହାରିଯାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗତକାଲି ସେ ଏସ୍ପି ଦଳରେ ସାମିଲ ହୋଇଛନ୍ତି । ସେ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ୟାମଲାଲ ଯାଦବଙ୍କ ବୋହୁ । ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲା ସଭାପତି ପ୍ରଜାନାଥ ଶର୍ମା କହିଛନ୍ତି ଦଳ ବିରୋଧୀ କାର୍ଯ୍ୟ ପାଇଁ…
କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଡବଲ ଇଂଜିନ ଲାଇନଚ୍ୟୁତ ହୋଇଯାଇଛି। ସେହିପରି ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଡବଲ ଇଂଜିନ ଫେଲ ମାରିବ। ଆଜି ମାରଥନ ପ୍ରଚାରରେ ଏହି କଥା କହିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ। ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆଜି ନବୀନ ବାଲେଶ୍ବର, ଭଦ୍ରଖ, ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରଥନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି ଯେ, ମୋଦି ଗତ 5 ବର୍ଷରେ ଲୋକଙ୍କ ଆସ୍ଥା ହରାଇଛନ୍ତି। ତାଙ୍କୁ ଲୋକମାନେ ଆଉ ଭୋଟ ଦେବେ ନାହିଁ ବୋଲି ନବୀନ କହିଛନ୍ତି। ଓଡିଶାର ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ହେଲା, ସେତେବେଳେ କେନ୍ଦ୍ରର କାହାରି ଦେଖା ମିଲିଲା ନାହିଁ। ହେଲେ ଏବେ ଭୋଟ ମାଗିବାକୁ ସେମାନେ ବାରମ୍ବାର ଓଡିଶା ଗସ୍ତ କରିବାରେ ଲାଗିଛନ୍ତି। ଓଡିଶା ଲୋକେ ଜାଣିସାରିଲେଣି, ଆଉ…
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ପ୍ରବଳ ଖରା ସତ୍ୱେ ଲୋକମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ ଅପରାହ୍ନ ଗୋଟାଏ ସୁଦ୍ଧା 6ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ 34 ପ୍ରତିଶତ ମତଦାନ ହୋଇଛି । ଏ ନେଇ ମୁଖ୍ୟ ନିର୍ବାଚନ ସୂଚନା ଦେଇଛନ୍ତି । ଆଜି ଦେଶର 117ଟି ଲୋକସଭା ଆସନରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରୀ ରହିଛି । ଓଡିଶାର 6ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର 13ଟି ରାଜ୍ୟରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ଯାଇଛି । ଭୁବନେଶ୍ୱରରେ 20%, ପୁରୀରେ 33%, କଟକରେ 33% ମତଦାନ, ଢେଙ୍କାନାଳ 33%, କେନ୍ଦୁଝର 35% ଓ ସମ୍ବଲପୁରରେ 30% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମୟରେ ପୁଲିଂ ବୁଥ୍ରେ ଜଣେ…
ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ନେତାଙ୍କୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ । ଫଡନବିସ୍ କହିଛନ୍ତି ଏୟାର ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ବିପକ୍ଷ ନେତାଙ୍କୁ ରକେଟ୍ରେ ବାନ୍ଧି ସୀମା ସେପଟକୁ ପଠାଇବା ଦରକାର, ଏହା ହେଲେ ସେମାନେ ସିଧାସଳଖ ପ୍ରମାଣ ପାଇପାରିବେ । ମହାରାଷ୍ଟ୍ରର ବିରାରରେ ଏକ ନିର୍ବାଚନୀ ରାଲିରେ ଏହି ମନ୍ତବ୍ୟ ଦେଇଛନ୍ତି ଫଡନବିସ୍ । ସେହିପରି ଏନ୍ଡିଏ ବିପକ୍ଷରେ ମହାମେଣ୍ଟକୁ ମହା ଖେଚୁଡୀ ବୋଲି ସମ୍ବୋଧନ କରିବା ସହିତ ବିମାନ ବାହିନୀର କ୍ଷମତା ନେଇ ପ୍ରଶ୍ନ ଉଠାଉଥିବା ଏହି ନେତାଙ୍କୁ ସମାଲୋଚନା କରିଥିଲେ । ଜଲ୍ନାରେ ଅନ୍ୟ ଏକ ରାଲିରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ପଙ୍କଜା ମୁଣ୍ଡେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । ସିଧାସଳଖ ରାହୁଲଙ୍କୁ ଆକ୍ରମଣ କରି କହିଛନ୍ତି ରାହୁଲଙ୍କୁ ରକେଟ୍ ସହିତ ପଠାଗଲେ ବିପକ୍ଷ ଦଳ ମାନଙ୍କର ଏୟାର ଷ୍ଟ୍ରାଇକ୍…
ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆଉ ୬ଟି ଲୋକସଭା ତତ୍ସଂଲଗ୍ନ ୪୨ଟି ବିଧାନସଭା ଆସନ ରହିଛି । ଚତୁର୍ଥ ପର୍ଯ୍ୟାୟରେ ରହିଥିବା ପ୍ରମୁଖ ଲୋକସଭା ଆସନଗୁଡ଼ିକରେ ବିଜେପି ତା’ର ତୀକ୍ଷ୍ଣ ନଜର ରଖିଛି । ଏଥିପାଇଁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପିର ଷ୍ଟାର୍ ପ୍ରଚାରକମାନେ ପ୍ରଚାର କରିବାରେ ପୂରା ବ୍ୟସ୍ତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ପ୍ରଚାର ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଛନ୍ତି । ମୋଦି କେନ୍ଦ୍ରାପଡ଼ା, ବାଲେଶ୍ବରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରଥମେ କେନ୍ଦ୍ରାପଡ଼ାର ବାରୁଅରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ଭାଷଣ ଦେବା ସହ ବିଜେଡି ସରକାରଙ୍କୁ ସମାଲୋଚନା କରିବା ସହ ନିଜ ସରକାରର…
ମଙ୍ଗଳବାର ସୁପ୍ରିମ୍କୋର୍ଟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାଫାଲେ ରାୟ ଉପରେ ରାହୁଲଙ୍କ ଚୌକିଦାର ଚୋର ହେ ମନ୍ତବ୍ୟ ଉପରେ ମଙ୍ଗଳବାର ଏହି ନୋଟିସ ଜାରି କରାଯାଇଛି । ଏପ୍ରିଲ୍ 30 ତାରିଖରେ ମାମଲାର ଆସନ୍ତା ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ରାହୁଲ ଗତକାଲି ନିଜ ମନ୍ତବ୍ୟକୁ ବିପକ୍ଷ ରାଜନୈତିକ ଦଳ ମାନେ କଦର୍ଥ କରି ପ୍ରକାଶ କରିଛନ୍ତି ବୋଲକି ଅଭିଯୋଗ କରିବା ସହ ସୁପ୍ରିମ୍କୋର୍ଟଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ । ନିର୍ବାଚନୀ ପ୍ରଚାର ସମୟରେ ଏପରି ହୋଇଥିବା ମଧ୍ୟ ରାହୁଲ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦିଲ୍ଲୀରୁ ବିଜେପିର ସାଂସଦ ପ୍ରାର୍ଥୀ ମୀନାକ୍ଷୀ ଲେଖି ରାହୁଲଙ୍କକ ବିପକ୍ଷରେ ମାମଲା ଦାଏର କରିଥିଲେ ।
ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ଓଡିଶାରେ ଦିନ ଗୋଟାଏ ସୁଦ୍ଧା 25.26 ପ୍ରତିଶତ ହୋଇଛି। ବର୍ତ୍ତମାନ 3ୟ ପର୍ଯ୍ୟାୟ ଯେଉଁ 6ଟି ଲୋକସଭା ଆସନରେ ମତଦାନ ହୋଇଛି ସେଗୁଡିକର ଭୋଟଦାନ ପ୍ରତିଶତ ହାର ହେଲା ସମ୍ବଲପୁର-26.63 % କେଉଁଝର-30.13 % ଢେଙ୍କାନାଳ-29.54 % କଟକ-18.48 % ପୁରୀ-25.89 % ଭୁବନେଶ୍ବର-21.45 %
କ୍ରିକେଟରରୁ ରାଜନେତା ବନିଥିବା ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେ ଏକ ରୋଡ ଶୋ କରି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ଏହି ଆସନରୁ ପ୍ରାର୍ଥୀ ରହିଥିବା ମହେଶ ଗିରି ଗମ୍ଭୀରଙ୍କୁ ନାମାଙ୍କନ ଦାଖଲ ପରେ ଶୁଭେଚ୍ଛା ଜଣାଇଛନ୍ତି । ଗମ୍ଭୀର କଂଗ୍ରେସର ଅରବିନ୍ଦର ସିଂହ ଲଭଲୀ ଓ ଆପ୍ର ଅତୀଶଙ୍କ ସହ ପ୍ରତିଦ୍ବନ୍ଦିତା କରିବେ । ନାମାଙ୍କନ ଦାଖଲ କରିବା ସମୟରେ ଗମ୍ଭୀର କହିଛନ୍ତି, ବିଗତ 5 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା କରାଯାଉଥିବା ବିକାଶ ମୂଳକ କାମରେ ନିଜର ସାମାନ୍ୟ ଯୋଗଦାନ ପାଇଁ ମୁଁ ରାଜନୀତିକୁ ଆସିଛି । ମୋଦିଙ୍କ ସାମ୍ରାଜ୍ୟକୁ ଆଗକୁ ବଢାଇବା ମୋର ପ୍ରଥମ ଲକ୍ଷ୍ୟ ରହିବ । ଏହି 37 ବର୍ଷୀୟ ପୂର୍ବତନ କ୍ରିକେଟର ଡିସେମ୍ବର 4, 2018ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର…

