Categories
ବିଶେଷ ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ରାୟଗଡା ଗସ୍ତର ଦ୍ୱିତୀୟ ଦିନ, ବିଜୁ ଏକ୍ସପ୍ରେସ୍‌ ୱେ ପାଇଁ ୧୫୦୦ କୋଟି ଖର୍ଚ୍ଚ ଅଟକଳ

ଭୁବନେଶ୍ୱର: ରାୟଗଡା ଜିଲ୍ଲା ଗସ୍ତର ଦ୍ୱୀତିୟ ଦିନରେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି କାଶିପୁର, ପଦ୍ମପୁର, ବିଷମକଟକ ଓ ଗୁଣୁପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ବିଭିନ୍ନ ଧାର୍ମିକ ପୀଠ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

କାଶିପୁର ଠାରେ ଶ୍ରୀ ପାଣ୍ଡିଆନ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ତାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ସେଠାରେ ଅବସ୍ଥାପିତ ଡାକ୍ତରମାନଙ୍କ ସହିତ ଆଲୋଚନା କରିବା ସହିତ ସେ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

ପରେ କାଶିପୁର ବ୍ଲକର ଖୁରିଗାଁ ସ୍ଥିତ ଆଦିଶକ୍ତି ମିଶନଶକ୍ତି ମା ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଛତୁ ବିହନ କେନ୍ଦ୍ର ବୁଲି ଦେଖିଥିଲେ। ସେମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କୁ ଉଚ୍ଚ ମୂଲ୍ୟର ବଡ ବଡ ଉଦ୍ୟୋଗ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ସବୁ ପ୍ରକାର ସହାୟତା ସରକାର ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ।

କାଶିପୁର ଅଞ୍ଚଳରେ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଉଛନ୍ତି ଏବଂ ସେଠାରେ ଏକ କଲେଜ ଖୋଲିବାରେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବେଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ କୁ ଆର୍ଥିକ ବିକାଶର ଏକ ମାଧ୍ୟମ ଭାବରେ ବର୍ଣ୍ଣନା କରି ଶ୍ରୀ ପାଣ୍ଡିଆନ କହିଥିଲେ ଦକ୍ଷିଣ ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ୩୩୫ କିଲୋମଟିର ମଧ୍ୟରୁ ୧୨୦ କିଲୋମିଟର କେବଳ ରାୟଗଡା ଜିଲ୍ଲା ଦେଇ ଯାଉଛି । ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ।

ସେଠାରୁ ସେ ବିଷମକକଟକ ଯାଇ ମିଶନଶକ୍ତି ବ୍ଲକ ଲେବଲ୍‌ ଫେଡେରେସନ୍ ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ ଏବଂ ମା ମାନଙ୍କ ସହିତ ଆଲୋଚନା ସମୟରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଷମକଟକର ଖଜୁରି ଗାଁରେ ଥିବା ନିର୍ମାଣାଧୀନ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ବୁଲି ଦେଖିଥିଲେ ଓ ସେ ଅଞ୍ଚଳରେ ବିକାଶ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।

ପରେ ପରେ ୫-ଟି ସଚିବ ଡଙ୍ଗରିଆ କନ୍ଧ ଭାଇଭଉଣୀମାନଙ୍କ ସହିତ ସେମାନଙ୍କ ଜୀବନଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ। ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁଣ୍ଡ ସାଲର ବିଶେଷ ଆଦର ରହିଥିବାରୁ ଏ ସାଲ ତିଆରିରେ ଅଧିକରୁ ଅଧିକ ଯୁବକଯୁବତୀମାନଙ୍କୁ ସାମିଲ କରିବାପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହିତ ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଉତ୍ପାଦିତ ସପୁରି, ହଳଦୀ ଓ ତେନ୍ତୁଳି ଆଦି ଉତ୍ପାଦନ ପାଇଁ ଯେପରି ରାଜ୍ୟ ତଥା ଦେଶରେ ଏକ ସୁଦୃଢ ବଜାର ବ୍ୟବସ୍ଥା ହୋଇପାରିବ ସେଦିଗରେ ପଦକ୍ଷେପ ନେବାପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଷମକଟକ ଗସ୍ତ ଅବସରରେ ସ୍ଥାନୀୟ ଲୋକ ଏବଂ ବିଭିନ୍ନ ସିଭିଲ ସୋସାଇଟି ସହିତ ସ୍ଥାନୀୟ ସମସ୍ୟା ଓ ତା’ର ସମାଧାନ ବିଷୟରେ ଆଲୋଚନା କରିଥିଲେ।

ବିଷମକଟକ ଅଞ୍ଚଳର ଚାଟିକୋଣା ଶିବ ମନ୍ଦିର ପରିଦର୍ଶନ କରି, ଶ୍ରୀ ପାଣ୍ଡିଆନ ପୂଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ବିକାଶ ସମ୍ପର୍କରେ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ବିଷମକଟକର ଜଗନ୍ନାଥ ମନ୍ଦିର ଓ ନେଳିଆବନ୍ଧ ପରିଦର୍ଶନ କରିଥିଲେ।

ଏ ଦୁଇ ସ୍ଥାନର ବିକାଶ ପାଇଁ ଏକ ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପରେ ପରେ ଶ୍ରୀ ପାଣ୍ଡିଆନ ପଦ୍ମପୁର ବ୍ଲକକୁ ଯାଇଥିଲେ ଏବଂ ସୌରା ଜନଜାତି ର ପ୍ରସିଦ୍ଧ ମାତ୍ତରବନାମ ମନ୍ଦିର ପରିଦର୍ଶନ କରିଥିଲେ। ଏହି ମନ୍ଦିରର ବିକାଶ କାର୍ଯ୍ୟ ତଫସିଲଭୂକ୍ତ ଜାତି ଓ ଜନଜାତି ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବରେ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ଆଲୋଚନା ସମୟରେ ସୂଚନା ଦେଇଥିଲେ।

ପଦ୍ମପୁର ବ୍ଲକର ଖିଲାମୁଣ୍ଡା ଗ୍ରାମପଞ୍ଚାୟତରେ ଥିବା ଆର୍‌ଏମ୍‌ସି ୟାର୍ଡରେ ଚାଷୀମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ସେମାନେ ଉତ୍ପାଦନ କରୁଥିବା ବିଭିନ୍ନ ଫସଲ ଓ ଏହାର ବଜାର ବ୍ୟବସ୍ଥା ତଥା ସେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପଦ୍ମପୁର ବ୍ଲକ ଅଞ୍ଚଳରେ ଜଳସେଚନ କ୍ଷମତାର ପୂର୍ଣ୍ଣ ଉପୋଯୋଗ ନିମନ୍ତେ ଜଳସେଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଗୁଣୁପୁର ଠାରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସେଫାଳି ହିଲ୍‌ରେ ଥିବା ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଏବଂ ସେବାୟତ ଓ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏକ ମାସ ମଧ୍ୟରେ ମନ୍ଦିରର ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରି ପର୍ଯ୍ୟଟନ ବିଭାଗକୁ ପଠାଇବାପାଇଁ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଥିଲେ। ଗୁଣୁପୁର ଇଣ୍ଡୋର ଷ୍ଟାଡିୟମରେ ମିଶନ ଶକ୍ତି ଓ ସ୍ଥାନୀୟ ଜନ ସାଧାରଣଙ୍କୁ ଭେଟି ଥିଲେ। ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଏବଂ ଏହାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ଏହି ଗସ୍ତ ସମୟରେ କ୍ରୀଡା ସଚିବ ଶ୍ରୀ ଆର୍‌. ଭିନିଲ୍‌ କ୍ରିଷ୍ଣା, ରାୟଗଡା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାରଶହ ଡାକ୍ତରଙ୍କୁ ନିଯୁକ୍ତି ଦେଇ ବାଲେଶ୍ବର ଟ୍ରାଜେଡି କଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବାଲେଶ୍ୱରରେ ଟ୍ରେନ୍ ଦୁର୍ଘଟଣା ପରେ ନିଆଯାଇଥିବା ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାବାସୀଙ୍କୁ ପ୍ରଶଂସା କରିବା ସହ ରାଜ୍ୟ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଛନ୍ତି। “ମୁଁ ମୋର ଲୋକମାନଙ୍କ ପାଇଁ ଗର୍ବିତ। ମୁଁ ଓଡିଶା ପାଇଁ ଗର୍ବିତ ବୋଲି ନବୀନ କହିଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ‘ନିଯୁକ୍ତି ପ୍ରଭା’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ୧୨୦୫ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି।

ଟ୍ରେନ୍ ଦୁର୍ଘଟଣାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ବିଷୟରେ ସମସ୍ତେ ଜାଣିଛନ୍ତି ଯାହା ଦେଶ, ଏପରିକି ବିଶ୍ୱକୁ ଥରାଇ ଦେଇଛି। ଏହା ଏକ ବଡ ଦୁଃଖଦାୟକ ସମୟ ଥିଲା। କିନ୍ତୁ ଏହି ଦୁର୍ଘଟଣାକୁ ମୁକାବିଲା କରିବାରେ ଓଡିଶାର ଶକ୍ତି ଓ କ୍ଷମତା କଣ ତାହା ପ୍ରମାଣିତ କରିଛି। ଏହା ପରେ ସେ କହିଥିଲେ, ଏହା ଓଡିଶାର ଲୋକଙ୍କ ଦୟା ଏବଂ ମାନବିକତାକୁ ଦର୍ଶାଇଛି।

ଡାକ୍ତର, ଡାକ୍ତରୀ ଛାତ୍ର, ସାଧାରଣ ଜନତା ସମସ୍ତଙ୍କର ଗୋଟିଏ କଥା ଥିଲା, ଚାଲ ଜୀବନ ବଞ୍ଚାଇବା, ଯେତେ ସମ୍ଭବ ଆମେ ଜୀବନ ବଞ୍ଚାଇବା। ସେହି ସଙ୍କଳ୍ପ ନେଇ ଆମେ ଏକ ହଜାରରୁ ଅଧିକ ଜୀବନ ରକ୍ଷା କରିପାରିଛୁ। ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଲୋକମାନେ, ରକ୍ତ ଦାନ ପାଇଁ ଲମ୍ବା ଧାଡିର ଦୃଶ୍ୟ ବିରଳ ଆଉ ଅମୂଲ୍ୟ ଅଟେ। ମୁଁ ମୋର ଓଡିଶା ଲୋକମାନଙ୍କ ପାଇଁ ଗର୍ବିତ ମୁଁ ଓଡିଶା ପାଇଁ ଗର୍ବିତ।

ସେ କହିଛନ୍ତି, “ବର୍ତ୍ତମାନ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରକୁ ଆସୁଛି। ମୁଁ ନିଶ୍ଚିତ ଭାବରେ କହିବି ଯେ ଖବର ଆସିବା କ୍ଷଣି ରାଜ୍ୟ ପ୍ରଶାସନ ବେଶ ଚଳଚଞ୍ଚଳ ହୋଇଥିଲା। ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ସହାୟକ କର୍ମଚାରୀ ସମସ୍ତେ ଦୁର୍ଘଟଣାସ୍ଥଳରେ ଏବଂ ଡାକ୍ତରଖାନାରେ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ଉପରେ ନଜର ରଖିଥିଲେ।

ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ, ସମୟ ଏବଂ ପରିବର୍ତ୍ତନ ସବୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଥିଲା। ଏହା ହେଉଛି ଆମର 5T ପଦକ୍ଷେପ। ଏହା ହେଉଛି ପରିବର୍ତ୍ତନ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଦୀର୍ଘକାଳୀନ ରଣନୀତି, ମଧ୍ୟମ ଅବଧି ରଣନୀତି ନେଇ ବାତ୍ୟା ପରିଚାଳନାରେ ସଫଳ ହୋଇଛୁ। ବର୍ତ୍ତମାନ ଏହି ଦୁର୍ଘଟଣା ବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ ପ୍ରମାଣିତ କରିଛି ଯେ ଓଡିଶା ଏ କ୍ଷେତ୍ରରେ କେତେ ସକ୍ଷମ।

ନୂତନ ମେଡିକାଲ ଅଫିସରଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ ରାଜ୍ୟରେ ଡାକ୍ତରଙ୍କ ଶକ୍ତିରେ ଏହା ଏକ ବଡ଼ ଯୋଗଦାନ ଏବଂ ଏହା ନିଶ୍ଚିତ ଭାବରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବ। ରୋଗୀମାନଙ୍କ ସନ୍ତୁଷ୍ଟିକୁ ଆହୁରି ସୁଦୃଢ କରିବ। ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ଯେ ନୂଆ ମେଡିକାଲ ଅଫିସରମାନେ ଆନ୍ତରିକତା ଏବଂ ସହାନୁଭୂତି ସହିତ ସେବା କରିବେ। 

ସେ ସୂଚନା ଦେଇଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ନୀତି ଅନୁସରଣ କରି ଆମେ ଗତ ବର୍ଷେ ମଧ୍ୟରେ ଚାରୋଟି ନୂତନ ମେଡିକାଲ କଲେଜ ଏବଂ ଦୁଇଟି ନୂତନ ପୋଷ୍ଟ ଗ୍ରାଜୁଏଟ୍ ପ୍ରତିଷ୍ଠାନ ଖୋଲିଛୁ। ଏହାଦ୍ୱାରା ପ୍ରତିବର୍ଷ ୨୨୦୦ MBBS ଡାକ୍ତର ଏବଂ ୮୨୬ ବିଶେଷଜ୍ଞ ବାହାରିପାରୁଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାରେ ସ୍ଥିରତା ଆଣି ଆମେ ଗତ ଚାରି ବର୍ଷ ମଧ୍ୟରେ ପ୍ରାୟ ୪୫୦୦ ମେଡିକାଲ ଅଫିସର ନିଯୁକ୍ତ କରିଛୁ। ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଏହି ପଦକ୍ଷେପର ଏକ ଅଂଶ ଭାବରେ ନିକଟରେ ଅତିରିକ୍ତ ୫୦୦୦ ପଦବୀ ସୃଷ୍ଟି କରାଯାଇଛି। ଏହି ପଦବୀରେ ନିଯୁକ୍ତି ଖୁବ୍ ଶୀଘ୍ର କରାଯିବ। ମୁଁ ପୁନର୍ବାର ଖୁସି ଯେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟରେ ସମସ୍ତ MBBS ପଦବୀ ପୂରଣ ହେବ।

ଆସନ୍ତା ବର୍ଷ ଠାରୁ ଓଡିଶା ଡାକ୍ତର ବଳକା ରାଜ୍ୟ ହେବ ବୋଲି ସେ କହିଛନ୍ତି। ରାଜ୍ୟର ଫ୍ଲାଗସିପ୍ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ସେ କହିଛନ୍ତି ଯେ ଏହା ଏକ ଲୋକପ୍ରିୟ ଯୋଜନା, ଯାହା ଦେଶର ଖ୍ୟାତିସମ୍ପନ୍ନ ଘରୋଇ ଡାକ୍ତରଖାନାଗୁଡ଼ିକରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଥାଏ। ରୋଗୀ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କୁ ଏହା ନିଶ୍ଚିତ ଭାବରେ ଏକ ବଡ଼ ସାହାଯ୍ୟ ଯୋଗାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଆମେ ପ୍ରତି ମାସରେ ପ୍ରାୟ ୨୨୫ କୋଟି ଟଙ୍କା ଖର୍ଚ୍ଚ କରୁଛୁ।

ତିନିଜଣ ନୂତନ ମେଡିକାଲ୍ ଅଧିକାରୀ ସ୍ନିଗ୍ଧାମୟ ପଣ୍ଡା, ମୁଖୀରଂଜନ ମଲ୍ଲିକ ଏବଂ ଶର୍ମିଲା ସାହୁ ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କ ଅଭିଜ୍ଞତା ସଂପର୍କରେ କହିଥିଲେ। ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସବୁକିଛି ଠିକ୍ ସମୟରେ କରାଯାଇଥିଲା ବୋଲି ସେମାନେ କହିଛନ୍ତି। 5-ଟି ପଦକ୍ଷେପକୁ ପ୍ରଶଂସା କରି ସେମାନେ ସମସ୍ତେ ଆନ୍ତରିକତାର ସହିତ ସେବା କରିବାକୁ ପ୍ରତିଜ୍ଞା କରିଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ ତାଙ୍କ ସମ୍ବୋଧନରେ ସ୍ୱାସ୍ଥ୍ୟ ବିଭାଗ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ କହିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ବର୍ଣ୍ଣନା କରିଥିଲେ।  ସେ କହିଛନ୍ତି ଯେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ରାଜ୍ୟର ସ୍ୱାସ୍ଥ୍ୟ ଦୃଷ୍ଟିକୋଣକୁ ବଦଳାଇ ଦେଇଛି। ସେ ସୁସ୍ଥ ଓଡିଶା ସୁଖୀ ଓଡିଶା ସଫଳତା ପାଇଁ କାର୍ଯ୍ୟ କରିବାକୁ ନୂତନ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ପି କେ ଜେନା ମଧ୍ୟ ଯୋଗଦେଇ ନୂଆ ମେଡିକାଲ ଅଧିକାରୀଙ୍କୁ ଉପଦେଶ ଦେଇଥିଲେ। ସେହିପରି 5ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କହିଛନ୍ତି ଯେ ‘ନିଯୁକ୍ତି ପ୍ରଭା’ କାର୍ଯ୍ୟକ୍ରମ ସେମାନଙ୍କର ସଫଳତାର ଉତ୍ସବ ଏବଂ ଜୀବନର ଏହି ଅବସ୍ଥାରେ ପହଞ୍ଚିବା ପାଇଁ ସେମାନେ ଦେଇଥିବା ବଳିଦାନର ସମୟ।

୨୦୦୦ ମସିହାରୁ ରାଜ୍ୟ ଯେଉଁ ପରିବର୍ତ୍ତନ ଆଣିଛି ଏବଂ ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ ଚ୍ୟାଲେଞ୍ଜରେ ଓଡିଶା କିପରି ସଫଳତାର ସହ ବାହାରକୁ ଆସୁଛି ସେ ବିଷୟରେ ସେ ସେମାନଙ୍କୁ କହିଥିଲେ।  ମୁଖ୍ୟମନ୍ତ୍ରୀ ସର୍ବଦା ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଡାକ୍ତରମାନେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କଲେ ଏହାର ଉଦ୍ଦେଶ୍ୟ ସଫଳ ହୋଇପାରିବ। ସେମାନେ ନିଜ ବୃତ୍ତିରେ ପ୍ରତ୍ୟେକ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଉତ୍ସର୍ଗୀକୃତ କାର୍ଯ୍ୟ କରିବେ ବୋଲି ସେ ପରାମର୍ଶ ଦେଇଥିଲେ 

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଭି କେ ପାଣ୍ଡିଆନ

ଭୁବନେଶ୍ୱର: ଶୁକ୍ରବାରଠୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ। ସେଠାରେ ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବେ। ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି। ସେହିପରି ନେତା ଓ କର୍ମୀମାନେ ଏ ନେଇ ପ୍ରସ୍ତୁତ ରହିଛନ୍ତି।

ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଲକ୍‌ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବେଲଖଣ୍ଡିରେ ପ୍ରଥମ କାର୍ଯ୍ୟକ୍ରମ ରହିଛି । ସେଠାରେ କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ବିଭିନ୍ନ ସମସ୍ୟା ଉପରେ ସେ ଜନସାଧାରଣଙ୍କ ସହ ଆଲୋଚନା କରିବେ ।

ଏହାପରେ କୋକସରା ଆମପାଣି ବୁଢ଼ାରାଜା ମନ୍ଦିର ସହ ଗୁଡ଼ହାଣ୍ଡି ଡୋକରିଚଞ୍ଚରାକୁ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଆସିବେ ୫ଟି ସଚିବ ଭିକେ ପାଣ୍ଡିଆନ!: ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ୫ଟି ସଚିବ ଭିକେ ପାଣ୍ଡିଆନ କୁଆଡେ ବାଣପୁର ଗସ୍ତରେ ଆସୁଛନ୍ତି ବୋଲି ଚିଲିକା ନିର୍ବାଚନ ମଣ୍ଡଳୀରେ ଚାଲିଛି ଚର୍ଚ୍ଚା। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଶାସନ ଏପରି ପ୍ରସ୍ତୁତି ଦେଖି ସମସ୍ତେ ଅନୁମାନ କରିଛନ୍ତି ଯେ ୫ଟି ସଚିବ ବାଣପୁର ଆସୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଏପରି କାମ ହେଉଛି।

ସୂଚନା ଥାଉକି ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏଥିରୁ ବଞ୍ଚିତ ହୋଇଛି। ଏଯାବତ ୫ଟି ସଚିବଙ୍କ ଶୁଭ ଦୃଷ୍ଟି ଉକ୍ତ ମନ୍ଦିର ଉପରେ ପଡ଼ିନଥିବା ବେଳେ ଭକ୍ତ, ବୁଦ୍ଧିଜୀବୀ ଓ ସେବାୟତଙ୍କ ମନରେ ଏ ନେଇ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏ ନେଇ ଏକାଧିକ ଖବର ପରିବେଷଣ କରିଛନ୍ତି।

ଚର୍ଚ୍ଚା ଅନୁଯାୟୀ ଖୁବ ଶୀଘ୍ର ୫ଟି ସଚିବ ଭିକେ ପାଣ୍ଡିଆନ ବାଣପୁର ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସି ଏହାର ଉନ୍ନତି ପାଇଁ ମେଗା ଯୋଜନା ଘୋଷଣା କରିବେ। ପ୍ରଶାସନର ତତ୍ପରତାରୁ ଏହାର ପୂର୍ବାଭାସ ମିଳିଛି। ବିଗତ ଦୁଇ ଦିନ ହେବ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। କୋଉଠି ରାତାରାତି ରୋଡ ମରାମତି କରାଯାଉଛି ତ ଆଉ କୋଉଠି ଅଚଳ ଷ୍ଟ୍ରିଟ ଲାଇଟକୁ ସଙ୍ଗେସଙ୍ଗେ ବଦଳାଯାଉଛି। ଏପରିକି ଭଗବତୀ ମନ୍ଦିର ପରିସର ଏବଂ ଏହାର ଚତୁଃପାର୍ଶ୍ୱ ବର୍ତ୍ତମାନ ଚକାଚକ ଦିଶୁଛି।

୫ଟି ସଚିବଙ୍କ ଗସ୍ତ ପୁର୍ବରୁ ଭଗବତୀ ମନ୍ଦିରକୁ ସାଜସଜ କରିବା ପାଇଁ ତହସିଲ, ଏନଏସି ଏବଂ ପୂର୍ତ୍ତବିଭାଗ ଲାଗିପଡିଛନ୍ତି। ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ନନ୍ଦପୁର ଛକରୁ ବିଷରପାଟଣା ଛକ ପର୍ଯ୍ୟନ୍ତ ଥିବା ଖାଲଖମା ପିଚୁ ରୋଡ଼କୁ ପୂର୍ତ୍ତବିଭାଗ ଦୁଇ ରାତି ହେଲା ଯୁଦ୍ଧକାଳିନ ଭିତ୍ତିରେ ମରାମତି କରି ଚକାଚକ କରିଛି। ଏପରିକି ଉକ୍ତ ରୋଡରେ ପୁର୍ବରୁ ଥିବା ସମସ୍ତ ସ୍ପିଡ଼ ବ୍ରେକର (ହମ୍ପସ) କୁ ରାତାରାତି ଉଡାଇଦିଆଯାଇଛି।

ସେହିପରି ମା’ ଭଗବତୀ ମନ୍ଦିର ପରିସରରେ ଥିବା ଜନସୁବିଧା କେନ୍ଦ୍ରଟି ବଣବୁଦା ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ତାହା ବଗିଚା ରୁପ ନେଇଛି। ମନ୍ଦିର ପଛ ପାର୍ଶ୍ଵରେ ଥିବା ଶୌଚାଳୟକୁ ଏନଏସି ପକ୍ଷରୁ ଚିତ୍ର କରାଯାଇ ନୂଆ ରୂପ ଦିଆଯାଇଛି।

ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଗବତୀ ମନ୍ଦିରରେ ଡେରା ପକାଇଥିବା ବେଳେ ଘନଘନ ତଦାରଖ ଜାରି ରହିଛି।  ଅପରପକ୍ଷେ ଏନଏସି ଅଧ୍ୟକ୍ଷ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ନିଜ ଟିମ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରୁଛନ୍ତି।

ତେବେ ଯାହା ହେଉ ଉକ୍ତ ଗସ୍ତକୁ ନେଇ ଖୁସି ଅଛନ୍ତି ବାଣପୁରବାସୀ। ମା’ ଙ୍କ ମନ୍ଦିର ମେଗା ଯୋଜନାରେ ସାମିଲ ହେବା ପରେ ବାଣପୁର ମା’ ଭଗବତୀ ମନ୍ଦିରର ଖ୍ୟାତି ଆହୁରି ବଢିବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା କରାଯାଉଛି।

ତେବେ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ବହୁ ପ୍ରତିକ୍ଷିତ ଦାବି ଯଥା ବାଣପୁରକୁ ସବ ଡିଭିଜନ ମାନ୍ୟତା, ଏନଏସିରେ ଡ୍ରେନେଜ ସମସ୍ୟା, ଗୋଦାବରୀଶ ମହାବିଦ୍ୟାଳୟକୁ ସରକାରୀ ଓ ଅଟୋନମସ୍ ମାନ୍ୟତା ଆଦି ମୁଣ୍ଡ ଟେକୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି।
ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।