Categories
ଆଜିର ଖବର ଜାତୀୟ ଖବର

ଆଜି ଇନଫିନିଟି ଫୋରମ ୨.୦ କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ ଟା ୩୦ମିନିଟ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ମଂଚ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ।

ଇନଫିନିଟି ଫୋରମ୍‌ର ଦ୍ୱିତୀୟ ସଂସ୍କରଣର ଆୟୋଜନ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ୍ ସମିଟ ୨୦୨୪ର ଅଗ୍ରଦୂତ କାର୍ଯ୍ୟକ୍ରମ ରୂପରେ ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍‌ଏସ୍‌ସିଏ) ଏବଂ ଜିଆଇଏଫ୍‌ଟି ସିଟିର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି। ଏହି ଫୋରମ ଏକ ଏମିତି ମଂଚ ପ୍ରଦାନ କରେ, ଯେଉଁଠାରେ ସମଗ୍ର ବିଶ୍ୱର ପ୍ରଗତିଶୀଳ ଚିନ୍ତାଧାରା, ଜଟିଳ ସମସ୍ୟା, ଅଭିନବ ଜ୍ଞାନକୌଶଳ ଆବିଷ୍କାର, ଆଲୋଚନା ଏବଂ ସମାଧାନ ଏବଂ ସୁଯୋଗରେ ବିକଶିତ ହୁଏ।

ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣର ବିଷୟବସ୍ତୁ ହେଉଛି – ‘ଜିଆଇଏଫ୍‌ଟି – ଆଇଏଫ୍‌ଏସ୍‌ସି: ନର୍ଭ ସେଂଟର ଫର୍ ନ୍ୟୁ ଏଜ୍ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌’/ ନୂତନ ଯୁଗର ବିଶ୍ୱସ୍ତରୀୟ ଆର୍ଥିକ ସେବା ପାଇଁ ସ୍ନାୟୁ କେନ୍ଦ୍ର , ଯାହାକୁ ନିମ୍ନଲିଖିତ ତିନୋଟି ଟ୍ରାକ୍ ମାଧ୍ୟମରେ ସଂଯୋଗ କରାଯିବ:

ପ୍ଲେନାରି ଟ୍ରାକ୍‌: ଏକ ନୂତନ ଯୁଗର ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ନିର୍ମାଣ

ଗ୍ରୀନ୍ ଟ୍ରାକ୍‌: “ଗ୍ରୀନ୍ ଷ୍ଟେକ୍‌’ ପାଇଁ ଏକ ପ୍ରସଙ୍ଗ ତିଆରି କରିବା

ସିଲ୍‌ଭର ଟ୍ରାକ୍‌: ଜିଆଇଏଫ୍‌ଟି – ଆଇଏଫଏସସିରେ ଦୀର୍ଘକାଳୀନ ଆର୍ଥିକ କେନ୍ଦ୍ର

ପ୍ରତ୍ୟେକ ଟ୍ରାକରେ ଜଣେ ବରିଷ୍ଠ ଉଦ୍ୟୋଗ ନେତାଙ୍କ ଦ୍ୱାରା ଏକ ଇନଫିନିଟି ଅଭିଭାଷଣ ପ୍ରଦାନ କରାଯିବ ଏବଂ ଭାରତ ଓ ସମଗ୍ର ବିଶ୍ୱର ଆର୍ôଥକ କ୍ଷେତ୍ରର ଶିଳ୍ପ ବିଶେଷଜ୍ଞ ଏବଂ ପେଶାଦାର ମାନଙ୍କର ଏକ ପ୍ୟାନେଲ ଦ୍ୱାରା ଆଲୋଚନା କରାଯିବ, ଯାହା ବ୍ୟବହାରିକ ବୁଝାମଣା ଏବଂ କାର୍ଯ୍ୟକାରୀ ସମାଧାନ ପ୍ରଦାନ କରିବ।

ଏହି ମଂଚରେ ଆମେରିକା, ବ୍ରିଟେନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ସମେତ ୨୦ରୁ ଅଧିକ ଦେଶରେ ଭାରତ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ଦୃଢ଼ ଅନଲାଇନ୍ ଅଂଶଗ୍ରହଣ ସହିତ ୩୦୦ରୁ ଅଧିକ ସିଏକ୍ସଓ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଦେଶୀ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଦେଶୀ ଦୂତାବାସର ପ୍ରତିନିଧିମାନେ ଯୋଗ ଦେବେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏକ ଛୋଟିଆ ପକ୍ଷୀଟିକୁ ଦେଖି ଯମ ରାଜା କାହାଁକି ନାଲି ଆଖିରେ ଚାହିଁଲେ

ପୁରାଣ ଗପ: ଥରେ ଇନ୍ଦ୍ର ଦେବ ଏକ ସଭା କରିବା ପାଇଁ ସମସ୍ତ ଦେବତାଙ୍କୁ ନିମନ୍ତ୍ରଣ ପଠାଇଲେ। ସେହି ନମନ୍ତ୍ରଣ ପତ୍ର ପାଇବା ପରେ ନିର୍ଦ୍ଧାରିତ ସମୟରେ ସବୁ ଦେବତାମାନେ ଧିରେ ଧିରେ ଇନ୍ଦ୍ର ସଭାକୁ ଆଗମନ କଲେ।

ଇନ୍ଦ୍ରସଭାକୁ କେଉଁମାନେ ଆସୁଛନ୍ତି ତାହା ଦେଖିବା ପାଇଁ କାହିଁକି କେଜାଣି ଜଟାୟୁ ପକ୍ଷୀଙ୍କର ଇଚ୍ଛା ପ୍ରକଟ ହେଲା। ସେଥିପାଇଁ ସେ ଇନ୍ଦ୍ରସଭାର ଅଳ୍ପ ଦୂରରେ ଥିବା ଏକ ଗଛରେ ବସି ରହିଲେ। ଜଣଙ୍କ ପରେ ଜଣେ ଇନ୍ଦ୍ର ସଭାକୁ ଗମନ କରୁଥାନ୍ତି, ତାହା ସବୁ ନିରୀକ୍ଷଣ କରୁଥିଲେ ଜଟାୟୁ ପକ୍ଷୀ।

ଶେଷରେ ଆସିଲେ ଯମ ରାଜା ବା ଯମ ଦେବ। ସେ ମଧ୍ୟ ସେହି ସଭାକୁ ନିମନ୍ତ୍ରିତ ହୋଇଥାନ୍ତି। ଯମ ଦେବ ତାଙ୍କ ମଇଁଷି ପିଠିରୁ ଓହ୍ଲାଇ ସଭା ଆଡକୁ ଗତି କଲେ। ହେଲ ହଠାତ ସେ ଏକ ଛୋଟିଆ ପକ୍ଷୀକୁ ଦେଖି ଅଟକିଗଲେ। କାହିଁକି ଅଟକିଲେ ବୋଲି ଜଟାୟୁ ଆଶ୍ଚର୍ଯ୍ୟ ହୋଇଗଲେ।

ଜଟାୟୁ ନିରୀକ୍ଷଣ କରି ଦେଖିଲେ ଯେ, ଯମଦେବ ସେହି ପକ୍ଷୀକୁ ଦେଖି ନାଲି ନାଲି ଆଖିରେ ଅନାଇ ରହିଲେ। ଜଟାୟୁ ଏହାକୁ ଦେଖି ଭୟଭୀତ ହୋଇଗଲେ। ପକ୍ଷୀଟି ନିଶ୍ଚିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେବେ ବୋଲି ଜଟାୟୁ ଜାଣି ପାରିଲେ। ସେ ସେହିଠାରେ ମରିଯିବ ବୋଲି ଜଟାୟୁ ଅନୁମାନ କଲେ।

ହେଲେ ଜଟାୟୁ ଦେଖିଲେ ଯେ, ଯମଦେବ ଭିତରକୁ ଯିବା ପରେ ମଧ୍ୟ ପକ୍ଷୀଟି ସେମିତି ବୁଲୁଥିଲା। ହେଲେ କଣ ହେଲା କେଜାଣି ଜଟାୟୁ ଜାଣିପାରିଲେ ଯେ ଯମ ଦେବ ସଭାରୁ ଫେରିବା ପରେ ଏହି ପକ୍ଷୀଟିକୁ ନିଶ୍ଚିତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବେ। ସେଥିପାଇଁ ସେ ପକ୍ଷୀଟିର ଜୀବନ ରକ୍ଷା କରିବା ପାଇଁ ତାକୁ ସାତ ଯୋଜନ ଦୂରରେ ଥିବା ଏକ ଗଛ କୋରଡରେ ନେଇ ରଖି ଫେରି ଆସିଲେ।

ସଭା ସରିଲା। ଜଣଙ୍କ ପରେ ଜଣେ ଇନ୍ଦ୍ରଭୁବନରୁ ବିଦାୟ ନେବାକୁ ଲାଗିଲେ। ଜଟାୟୁ ସେହିଠାରେ ବଡ ଉତ୍କଣ୍ଠିତ ଭାବେ ଅନେଇ ରହିଥିଲେ। ଶେଷରେ ଯମ ଦେବ ଆସିଲେ, ବାହାରେ ସେହି ପକ୍ଷୀଟି ଯେଉଁଠି ବୁଲୁଥିଲା ସେହି ସ୍ଥାନକୁ ସେ ଅନାଇଲେ। ହେଲେ ପକ୍ଷୀଟିକୁ ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପୁଣି ଚାରିଆଡେ ଅନାଇଲେ ହେଲେ କେଉଁଠି ସେ ପକ୍ଷୀକୁ ନ ଦେଖିବାରୁ ସେଠାରେ ସେ ଯିବାକୁ ବାହାରିଲେ।

ଏହି ସମୟରେ ଜଟାୟୁ ପକ୍ଷୀ ଖୁସିରେ ଯମଦେବଙ୍କ ପାଖକୁ ଆସିଲେ। କହିଲେ, ‘ଯମରାଜ କାହାକୁ ଖୋଜୁଛନ୍ତି କି? ଯମଦେବ କହିଲେ ହଁ, ଏହିଠାରେ ଏକ ପକ୍ଷୀ ବୁଲୁଥିଲା, ସେ କୁଆଡେ ଗଲା ବୋଲି ଦେଖୁଥିଲି। ଜଟାୟୁ କହିଲେ, କାହିଁକି ପ୍ରଭୃ।

ତାପରେ ଯମ ଦେବ କହିଲେ ଯେ, ସେ ପକ୍ଷୀଟିର ମୃତ୍ୟୁ ଯୋଗ ରହିଛି। ଏଠାରୁ ପ୍ରାୟ ସାତ ଯୋଜନ ଦୂରରେ ଥିବା ଏକ ଗଛ କୋରଡରେ ତାର ମୃତ୍ୟୁ ହେବା କଥା। ହେଲେ ଏତେ ଛୋଟ ପକ୍ଷୀଟିଏ ଏତେ ଦୂରକୁ ସେ କିପରି ଯିବ ଏବଂ କିପରି ତାହାର ମୃତ୍ୟୁ ହେବ ସେ ନେଇ ମୁଁ ଆଶ୍ଚର୍ଯ୍ୟ ହେଉଛି। ଏହା କହି ଯମଦେବ ଚାଲିଗଲେ।

ଏହା ଶୁଣିବା ପରେ ଜଟାୟୁ ପକ୍ଷୀ ସବୁକିଛି ବୁଝିପାରି ଦୁଇ ଟୋପା ଲୁହ ନିଗାଡି ଦେଲେ।

Categories
ବିଶେଷ ଖବର

କେଶବାନନ୍ଦ ଭାରତୀ ମାମଲା: ସଂସଦର ଲକ୍ଷ୍ମଣ ରେଖା ଟାଣି ଦେଲା ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୁଣିଥରେ ଚର୍ଚ୍ଚାକୁ ଆସିଛି। ୧୯୭୩ ମସିହାରେ ଏହି ଐତିହାସିକ ନିଷ୍ପତ୍ତିକୁ ଚଳିତ ବର୍ଷ ୫୦ ବର୍ଷ ପୂରିଛି। ହିନ୍ଦୀ, ତେଲୁଗୁ, ତାମିଲ, ଓଡ଼ିଆ, ମାଲାୟଲମ, କନ୍ନଡ, ଗୁଜରାଟୀ, ବଙ୍ଗଳା, ଆସାମୀ ଓ ମରାଠୀ ଭଳି ୧୦ଟି ଭାଷାରେ ଏହି ନିଷ୍ପତ୍ତି ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ୍‍ ହୋଇଥିବାରୁ ଏବେ ଏହା ପୁଣିଥରେ ଚର୍ଚ୍ଚାକୁ ଆସିଛି। କେଶବାନନ୍ଦ ଭାରତୀ ମାମଲାରେ ହିଁ ସମ୍ବିଧାନ ସଂଶୋଧନ ପାଇଁ ସଂସଦର ଅଧିକାରକୁ ନେଇ ସୁପ୍ରିମକୋର୍ଟ ‘ମୌଳିକ ଢାଞ୍ଚାର ସିଦ୍ଧାନ୍ତ’ର ଲକ୍ଷ୍ମଣ ରେଖା ଆଙ୍କିଥିଲେ। ଏହି କାରଣରୁ ଏହି ନିଷ୍ପତ୍ତିକୁ ବେସିକ୍ ଷ୍ଟ୍ରକ୍ଚର ଜଜମେଣ୍ଟ ମଧ୍ୟ କୁହାଯାଏ। ଏହି ନିଷ୍ପତ୍ତିକୁ ମଧ୍ୟ ସମାନ ନାମରେ ସୁପ୍ରିମକୋର୍ଟର ୱେବସାଇଟରେ ଅପଲୋଡ୍ କରାଯାଇଛି। କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ୪ ଜଣ ବିଚାରପତି ଇସ୍ତଫା ଦେଇଥିଲେ। ଏହି ନିଷ୍ପତ୍ତିର କିଛିଦିନ ପରେ ୩ଜଣ ଇସ୍ତଫା ହୋଇଥିବାବେଳେ କିଛିବର୍ଷ ପରେ ଆଉ ଜଣେ ଇସ୍ତଫା ହୋଇଥିଲେ।

୧୩ ଜଣବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିଷ୍ପତ୍ତି ସମ୍ବିଧାନର ମୌଳିକ ଢାଞ୍ଚାର ରକ୍ଷକ ବୋଲି ନୀତି ନିର୍ଦ୍ଧାରଣ କରିଛି। କେଶବାନନ୍ଦ ଭାରତୀ ଶ୍ରୀପଦଗଲଭାରୁ ବନାମ କେରଳ ରାଜ୍ୟର ପୂରା ଘଟଣା କ’ଣ ଥିଲା? ଏହି ମାମଲାର ପୃଷ୍ଠଭୂମି କ’ଣ ଥିଲା? ସର୍ବୋଚ୍ଚ ନ୍ୟାୟାଳୟରେ ଉଭୟ ପକ୍ଷ କ’ଣ ଯୁକ୍ତି ଉପସ୍ଥାପନ କରିଥିଲେ? ରାୟ କ’ଣ ଥିଲା ଏବଂ ଏହାର ମହତ୍ତ୍ୱ କ’ଣ ଥିଲା? ମୌଳିକ ଢାଞ୍ଚା ଅଧୀନରେ କ’ଣ ଆସିବ? ଆସନ୍ତୁ ବୁଝିବା।

ସଂସଦର ଅଧିକାର ଏବଂ ନ୍ୟାୟିକ ସମୀକ୍ଷାର ସୀମା

ଆମେ ସମସ୍ତେ ଜାଣୁ ଯେ ସମ୍ବିଧାନରେ କୌଣସି ପରିବର୍ତ୍ତନ କରିବାର ଅଧିକାର ସଂସଦର ରହିଛି । ସମ୍ବିଧାନର ଧାରା-୩୬୮ରେ ବ୍ୟବସ୍ଥା ରହିଛି । କିନ୍ତୁ ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାରକୁ ପରିବର୍ତ୍ତନ କରିବାର ଅଧିକାର ସଂସଦର ଅଛି କି ? ଏହା ସମ୍ବିଧାନର କୌଣସି ଅଂଶକୁ ପରିବର୍ତ୍ତନ କରିପାରିବ କି ? ଏହା ସମଗ୍ର ସମ୍ବିଧାନକୁ ବଦଳାଇ ପାରିବ କି ? ଏପରିକି ସଂଶୋଧନ ମାଧ୍ୟମରେ ସମ୍ବିଧାନର ଭାବନାକୁ ମଧ୍ୟ ନଷ୍ଟ କରାଯାଇପାରିବ କି ? ଧାରା-୧୩ ଅନୁଯାୟୀ ସଂସଦ କିମ୍ବା ରାଜ୍ୟ ବିଧାନସଭାଦ୍ୱାରା ପାରିତ ଆଇନର ସମୀକ୍ଷା କରିବାର କ୍ଷମତା ସୁପ୍ରିମକୋର୍ଟଙ୍କ ପାଖରେ ଅଛି, କିନ୍ତୁ ଏହି ନ୍ୟାୟିକ ସମୀକ୍ଷାର ସୀମା କ’ଣ ? ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ କେଶବାନନ୍ଦ ଭାରତୀ ବନାମ କେରଳ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଏହି ସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇଥିଲା । ସେହି ନିଷ୍ପତ୍ତି ପୂର୍ବରୁ ସମ୍ବିଧାନ ସଂଶୋଧନ ପାଇଁ ସଂସଦର ଅଧିକାରକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଥିଲା ।

ସରକାର ଓ ନ୍ୟାୟପାଳିକା ମଧ୍ୟରେ ଅନେକ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି, କିନ୍ତୁ କେଶବାନନ୍ଦ ଭାରତୀ ମାମଲା ଏକ ପ୍ରକାରରେ ସଂସଦର ଅଧିକାରକୁ ବ୍ୟାଖ୍ୟା କରିଛି । ସଂସଦ ସମ୍ବିଧାନରେ କେଉଁ ପ୍ରକାର ପରିବର୍ତ୍ତନ କରିପାରିବ ଏବଂ କେଉଁ ପ୍ରକାର ପରିବର୍ତ୍ତନ କରିପାରିବ ନାହିଁ, ତାହା କାଚ ଭଳି ସ୍ପଷ୍ଟ ହୋଇଯାଇଛି । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଐତିହାସିକ ରାୟରେ ମୌଳିକ ଢାଞ୍ଚାର ନୀତିଉପରେ ମୋହର ମାରିଛନ୍ତି । ସମ୍ବିଧାନର ମୌଳିକ ଢାଞ୍ଚାରେ ସଂସଦ ବିଭ୍ରାଟ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଯଦି କୌଣସି ଆଇନକୁ ନବମ ଅନୁସୂଚୀରେ ରଖାଯାଏ, ତେବେ ମୌଳିକ ଢାଞ୍ଚା ଅନୁଯାୟୀ ଏହାର ନ୍ୟାୟିକ ସମୀକ୍ଷା କରାଯାଇପାରିବ ।

କ’ଣ ଥିଲା ଘଟଣା ?

କେଶବାନନ୍ଦ ଭାରତୀ ଏହି ମାମଲାରେ ଆବେଦନକାରୀ ଏବଂ କେରଳ ରାଜ୍ୟ ଉତ୍ତରଦାତା ଥିଲେ । ଭାରତୀ କେରଳର କାସରଗୋଡ଼ ଜିଲ୍ଲାର ଏଡନିର ମଠର ମହନ୍ତ ଥିଲେ । ମଠରେ ତାଙ୍କ ନାମରେ କିଛି ଜମି ମଧ୍ୟ ଥିଲା । ୧୯୬୯ମସିହାରେ କେରଳ ସରକାର କେରଳ ଜମି ସଂସ୍କାର ଆଇନ, ୧୯୬୩ରେ ସଂଶୋଧନ କରି କେରଳ ଜମି ସଂସ୍କାର ସଂଶୋଧନ ଆଇନ ପାରିତ କରିଥିଲେ । ଏହି ଆଇନକୁ ନ୍ୟାୟିକ ସମୀକ୍ଷା କରାଯାଇ ପାରିବ ନାହିଁ, ତେଣୁ ଏହାକୁ ସମ୍ବିଧାନର ନବମ ଅନୁସୂଚୀରେ ମଧ୍ୟ ରଖାଯାଇଥିଲା । ଏହି ଆଇନ ଅନୁଯାୟୀ ରାଜ୍ୟ ସରକାର ଏଡନିର ମଠର କିଛି ଜମି ମଧ୍ୟ ଅଧିଗ୍ରହଣ କରିଥିଲେ । କେଶବାନନ୍ଦ ଭାରତୀ କେରଳ ସରକାରଙ୍କ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଧାରା ୩୨ ଅନୁଯାୟୀ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ । ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଥିବା ବେଳେ ରାଜ୍ୟ ସରକାର କେରଳ ଜମି ସଂସ୍କାର (ସଂଶୋଧନ) ଆଇନ, ୧୯୭୧ ନାମରେ ଆଉ ଏକ ଆଇନ ମଧ୍ୟ ପାରିତ କରିଛନ୍ତି ।

କେଉଁ ଆଧାରରେ କେଶବାନନ୍ଦ ଭାରତୀଙ୍କୁ ଚ୍ୟାଲେଞ୍ଜ କରିଥିଲେ

ଧାରା ୩୨ ଅଧୀନରେ ଏକ ରିଟ୍ ପିଟିସନ୍ ମାଧ୍ୟମରେ ଭାରତୀ ମଠ ଜମି ଅଧିଗ୍ରହଣକୁ ଚ୍ୟାଲେଞ୍ଜ କରିଥିଲେ। ସମ୍ବିଧାନରେ ଦିଆଯାଇଥିବା ଏହି ଅଧିକାରକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଥିଲେ।

ଧାରା ୧୪ (ସମାନତା ଅଧିକାର)
ଧାରା ୧୯(୧) (୧) (ସମ୍ପତ୍ତି ଅଧିଗ୍ରହଣ ଅଧିକାର)
ଧାରା ୨୫ (ଧର୍ମ ପାଳନ ଓ ପ୍ରଚାର କରିବାର ଅଧିକାର)
ଧାରା ୨୬ (ଧାର୍ମିକ ବ୍ୟାପାର ତଦାରଖ କରିବାର ଅଧିକାର)
ଧାରା ୩୧ (ସମ୍ପତ୍ତି ଅଧିକାର)

୨୪, ୨୫ ଓ ୨୯ତମ ସମ୍ବିଧାନ ସଂଶୋଧନକୁ ଚ୍ୟାଲେଞ୍ଜ

ରାଜନୈତିକ ପୃଷ୍ଠଭୂମି: ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରତ୍ୟାହାର କଲେ ଇନ୍ଦିରା ସରକାର
କେଶବାନନ୍ଦ ଭାରତୀ ମାମଲାକୁ ବୁଝିବାକୁ ହେଲେ ସେହି ସମୟର କିଛି ରାଜନୈତିକ ଘଟଣା ଓ ଏହାର ପୃଷ୍ଠଭୂମିକୁ ବୁଝିବା ମଧ୍ୟ ଜରୁରୀ, ଯାହାର କେନ୍ଦ୍ରରେ ସୁପ୍ରିମକୋର୍ଟଙ୍କ ରାୟ କେନ୍ଦ୍ରୀଭୂତ ହୋଇଥିଲା । ୧୯୬୭ ଗୋଲକନାଥ ବନାମ ପଞ୍ଜାବ ରାଜ୍ୟ ରାୟରେ ସୁପ୍ରିମକୋର୍ଟ ସମ୍ବିଧାନ ସଂଶୋଧନ ପାଇଁ ସଂସଦର କ୍ଷମତା ସୀମିତ କରିଥିଲେ ।

କେଶବାନନ୍ଦ ଭାରତୀ ମାମଲା ଭଳି ଗୋଲକନାଥ ମାମଲା ମଧ୍ୟ ଜମି ସଂସ୍କାର ଆଇନ ସହ ଜଡ଼ିତ ଥିଲା । ଗୋଲକନାଥ ମାମଲାର ପରବର୍ତ୍ତୀ ବର୍ଷଗୁଡ଼ିକରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ କେତେକ ପ୍ରମୁଖ ଓ ମହତ୍ତ୍ବାକାଂକ୍ଷୀ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ, ଯେପରିକି ବ୍ୟାଙ୍କଗୁଡ଼ିକର ଜାତୀୟକରଣ, ସ୍ୱାଧୀନତା ପୂର୍ବରୁ ରାଜା ଓ ରାଜକୁମାରଙ୍କ ପ୍ରିଭି ପର୍ସ ଉପରେ ପ୍ରତିବନ୍ଧକ ଲଗାଇବା । ଏହାପରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ସମ୍ବିଧାନରେ ସଂଶୋଧନ ମାଧ୍ୟମରେ ଗୋଲକନାଥ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲଂଘନ କରିଥିଲେ । ୨୪ତମ ସମ୍ବିଧାନ ସଂଶୋଧନ ଜରିଆରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା । ଏହି ସମ୍ବିଧାନ ସଂଶୋଧନରେ କୁହାଯାଇଛି ଯେ ଧାରା-୩୬୮ ଅନୁଯାୟୀ ସଂସଦ ମୌଳିକ ଅଧିକାରକୁ ମଧ୍ୟ ହ୍ରାସ କରିପାରିବ । ୨୫ତମ ସମ୍ବିଧାନ ସଂଶୋଧନ ଜରିଆରେ ସମ୍ପତ୍ତି ଅଧିକାରକୁ କ୍ଷୁଣ୍ଣ କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ଯଦି ସରକାର ଚାହିଁବେ ତେବେ ସର୍ବସାଧାରଣ ବ୍ୟବହାର ପାଇଁ ଘରୋଇ ସମ୍ପତ୍ତି ଅଧିଗ୍ରହଣ କରିପାରିବେ, ଏଥିପାଇଁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶି ସଂସଦଦ୍ୱାରା ସ୍ଥିର କରାଯିବ, ଅଦାଲତ ନୁହେଁ । ଏହାବ୍ୟତୀତ ୨୯ତମ ସମ୍ବିଧାନ ସଂଶୋଧନ ଜରିଆରେ କେରଳ ଜମି ସଂସ୍କାର ଆଇନ ୧୯୬୩କୁ ସମ୍ବିଧାନର ନବମ ଅନୁସୂଚୀରେ ରଖାଯାଇଥିଲା । କେଶବାନନ୍ଦ ଭାରତୀ ମାମଲାରେ ୨୪, ୨୫ ଓ ୨୯ତମ ସମ୍ବିଧାନ ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଥିଲା ।

କ’ଣ ଥିଲା ଯୁକ୍ତି

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ସମ୍ବିଧାନ ସଂଶୋଧନ ପାଇଁ ସଂସଦର ଅଧିକାର ସୀମିତ । ଭବିଷ୍ୟତରେ ଯେପରି ସରକାର ସେମାନଙ୍କ ଉପରେ କୌଣସି ଅତ୍ୟାଚାର କରିପାରିବେ ନାହିଁ ସେଥିପାଇଁ ସମ୍ବିଧାନରେ ନାଗରିକମାନଙ୍କୁ ସ୍ବାଧୀନତା ଓ ଅଧିକାର ଦିଆଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ୨୫ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ନୂତନ ଧାରା-୩୧ସି ଯୋଡ଼ିବା ଦ୍ୱାରା ସେମାନଙ୍କ ସ୍ୱାଧୀନତା ଛଡ଼ାଇ ନିଆଯାଇଛି । ୨୪ ଓ ୨୫ତମ ସମ୍ବିଧାନ ସଂଶୋଧନ ଧାରା ୧୯(୧)(ଏଫ୍) ଅନୁଯାୟୀ ସମ୍ପତ୍ତିର ‘ମୌଳିକ’ ଅଧିକାର ଉଲ୍ଲଂଘନ କରାଯାଇଛି (ସେତେବେଳେ ସମ୍ପତ୍ତି ଅଧିକାର ମଧ୍ୟ ମୌଳିକ ଅଧିକାରର ଅଂଶ ଥିଲା, କିନ୍ତୁ ୪୪ତମ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ଏହାକୁ ମୌଳିକ ଅଧିକାର ପରିବର୍ତ୍ତେ କେବଳ ଆଇନଗତ ଅଧିକାରରେ ପରିଣତ କରାଯାଇଥିଲା) ।

ଅନ୍ୟପକ୍ଷରେ କେରଳ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ସମ୍ବିଧାନ ସଂଶୋଧନ ପାଇଁ ସଂସଦର କ୍ଷମତା ଅସୀମ ଏବଂ ନିରପେକ୍ଷ । ସମ୍ବିଧାନର ପ୍ରସ୍ତାବନାରେ ନାଗରିକମାନଙ୍କୁ ଦିଆଯାଇଥିବା ସାମାଜିକ-ଅର୍ଥନୈତିକ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରିବାର ସମ୍ପୂର୍ଣ୍ଣ କ୍ଷମତା ସଂସଦର ରହିବା ଉଚିତ । ଜମି ସଂସ୍କାର ମଧ୍ୟ ସେଭଳି ଏକ ପ୍ରତିଶ୍ରୁତି । କେରଳ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯଦି ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରାଯାଏ, ତେବେ ନାଗରିକଙ୍କ ସାମାଜିକ-ଅର୍ଥନୈତିକ ଉନ୍ନତି ପାଇଁ ଯଦି ରାଜ୍ୟ କୌଣସି ଆଇନ ଆଣେ, ତେବେ ଏହା ତୃତୀୟ ଭାଗରେ ଦିଆଯାଇଥିବା ମୌଳିକ ଅଧିକାର ସହିତ ସିଧାସଳଖ ସଂଘର୍ଷ କରିବ । ଏହି ମାମଲାରେ ପ୍ରତିବାଦୀମାନେ ଏତେ ମାତ୍ରାରେ କହିଥିଲେ ଯେ ସଂସଦ କେବଳ ମୌଳିକ ଅଧିକାରକୁ ସଂଶୋଧନ କରିପାରିବ ନାହିଁ ବରଂ ଏହାକୁ ଉଚ୍ଛେଦ ମଧ୍ୟ କରିପାରିବ । ଏପରିକି ଦେଶରେ ଗଣତନ୍ତ୍ର ବଦଳରେ ଏକଦଳୀୟ ଶାସନ ପ୍ରତିଷ୍ଠା କରିପାରିବ ।

ଧାରା-୧୩

ସମ୍ବିଧାନର ଧାରା-୧୩ ଅନୁଯାୟୀ ନ୍ୟାୟିକ ସମୀକ୍ଷା କରିବାର କ୍ଷମତା ଅଦାଲତଙ୍କ ପାଖରେ ରହିଛି । ସମ୍ବିଧାନର ତୃତୀୟ ଭାଗ ଅନୁଯାୟୀ ଯଦି କୌଣସି ଆଇନ, ଶୃଙ୍ଖଳା, ନିୟମ ଇତ୍ୟାଦି ନ ହୁଏ ତେବେ ତାହା ଅସାମ୍ବିଧାନିକ ବୋଲି ଏଥିରେ କୁହାଯାଇଛି । ଏହି ଧାରା ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାରକୁ ସୁରକ୍ଷା ଦେବା ସହ ବିଧାନସଭା ଓ ସରକାରଙ୍କ କ୍ଷମତାକୁ ନିୟନ୍ତ୍ରଣ କରିଥାଏ ।

କ’ଣ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ ?

ଧାରା-୩୬୮ ଅନୁଯାୟୀ ସମ୍ବିଧାନ ସଂଶୋଧନ ପାଇଁ ସଂସଦର କ୍ଷମତା ଅସୀମିତ କି ନାହିଁ ସେ ନେଇ ୧୩ ଜଣିଆ ଖଣ୍ଡପୀଠ ତୀବ୍ର ବିଭାଜନ କରିଥିଲେ। ୭-୬ ସଂଖ୍ୟାଗରିଷ୍ଠତାରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ ଧାରା-୩୬୮ ଅନୁଯାୟୀ କେନ୍ଦ୍ରକୁ ଦିଆଯାଇଥିବା ସଂଶୋଧନ କ୍ଷମତା ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିବାର ଅଧିକାର ନାହିଁ, ଯାହାଦ୍ୱାରା ଏହାର ପରିଚୟ ପରିବର୍ତ୍ତନ ନ ହୁଏ । ଏହି ଖଣ୍ଡପୀଠରେ ତତ୍କାଳୀନ ପ୍ରଧାନ ବିଚାରପତି ଏସ୍ ଏମ୍ ସିକ୍ରିଙ୍କ ବ୍ୟତୀତ ଜଷ୍ଟିସ୍ ଜେଏମ୍ ଶେଲତ, ଜଷ୍ଟିସ୍ କେଏସ୍ ହେଗଡେ, ଜଷ୍ଟିସ୍ ଏଏନ୍ ଗ୍ରୋଭର, ଏଏନ୍ ରାୟ, ପିଜେ ରେଡ୍ଡୀ, ଡିଜି ପାଲେକର, ଏଚ୍ ଆର୍ ଖାନ୍ନା, କେକେ ମାଥ୍ୟୁ, ଏମ୍ ଏଚ୍ ବେଗ୍, ଏସ୍ ଏନ୍ ଦ୍ୱିବେଦୀ, ଜଷ୍ଟିସ୍ ବିକେ ମୁଖାର୍ଜୀ ଓ ଜଷ୍ଟିସ୍ ୱାଇଭି ଚନ୍ଦ୍ରଚୂଡ଼ ସାମିଲ ଥିଲେ । ତତ୍କାଳୀନ ପ୍ରଧାନ ବିଚାରପତି ଏସ୍ ଏମ୍ ସିକ୍ରି, ଜଷ୍ଟିସ୍ ହେଗଡେ, ଜଷ୍ଟିସ୍ ମୁଖାର୍ଜୀ, ଜଷ୍ଟିସ୍ ଶେଲାଟ୍, ଜଷ୍ଟିସ୍ ଗ୍ରୋଭର, ଜଷ୍ଟିସ୍ ରେଡ୍ଡୀ ଓ ଜଷ୍ଟିସ୍ ଖାନ୍ନା ବହୁମତ ରାୟରେ କହିଥିଲେ ଯେ ସମ୍ବିଧାନ ସଂଶୋଧନ ପାଇଁ ସଂସଦର ଅଧିକାର ସୀମିତ, ମୌଳିକ ଢାଞ୍ଚାରେ ତ୍ରୁଟି କରାଯାଇପାରିବ ନାହିଁ । ଅନ୍ୟପକ୍ଷରେ ଜଷ୍ଟିସ ରାୟ, ଜଷ୍ଟିସ ପାଲେକର, ଜଷ୍ଟିସ ମାଥ୍ୟୁ, ଜଷ୍ଟିସ ବେଗ, ଜଷ୍ଟିସ ଦ୍ୱିବେଦୀ ଓ ଜଷ୍ଟିସ ଚନ୍ଦ୍ରଚୂଡ଼ ଏକ ସଂଖ୍ୟାଲଘୁ ରାୟରେ କହିଛନ୍ତି ଯେ ଧାରା-୩୬୮ ଅନୁଯାୟୀ ସଂସଦ ସଂଶୋଧନ ଅଧିକାର ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ପରଦିନ ଇନ୍ଦିରା ଗାନ୍ଧିଙ୍କ ବିସ୍ଫୋରଣ, ପ୍ରତିବାଦରେ ୩ ବିଚାରପତି ଇସ୍ତଫା ଦେଲେ
ମୌଳିକ ଢାଞ୍ଚା ସହିତ ଏହି ଐତିହାସିକ ନିଷ୍ପତ୍ତି ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତିର ବାଟରେ ଏକ ବଡ଼ ପ୍ରତିବନ୍ଧକ ପାଲଟିଥିଲା । ଏହାର ପରଦିନ ଅର୍ଥାତ୍ ୧୯୭୩ ମସିହା ଏପ୍ରିଲ ୨୫ ତାରିଖରେ ଜଣେ କି ଦୁଇଜଣ ନୁହେଁ ବରଂ ୩ ଜଣ ବିଚାରପତିଙ୍କ ବରିଷ୍ଠତାକୁ ଅଣଦେଖା କରି ସରକାର ଜଷ୍ଟିସ ରାୟଙ୍କୁ ପ୍ରଧାନ ବିଚାରପତି ସିକ୍ରିଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିଥିଲେ । ଜଷ୍ଟିସ ସେଲାଟ, ହେଗଡେ ଏବଂ ଗ୍ରୋଭର ଜଷ୍ଟିସ ରାୟଙ୍କଠାରୁ ବରିଷ୍ଠ ଥିଲେ। ପ୍ରତିବାଦରେ ତିନିଜଣ ଇସ୍ତଫା ଦେଇଥିଲେ । ୧୯୭୩ ମସିହା ଏପ୍ରିଲ ୨୬ ତାରିଖରେ ଜଷ୍ଟିସ୍ ରାୟ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିଥିଲେ ।

ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଜଷ୍ଟିସ ଖାନ୍ନା ଏକ ଐତିହାସିକ ନିଷ୍ପତ୍ତି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା

ଜରୁରୀକାଳୀନ ପରିସ୍ଥିତି ସମୟରେ ଜଷ୍ଟିସ ଏଚ୍ ଆର୍ ଖାନ୍ନା ଆଉ ଏକ ରାୟ ଦେଇଥିଲେ, ଯାହା ଇନ୍ଦିରା ଗାନ୍ଧୀଙ୍କୁ ଆହୁରି କ୍ଷୁବ୍ଧ କରିଥିଲା । ୨୮ ଏପ୍ରିଲ ୧୯୭୬ରେ ଜଷ୍ଟିସ ଖାନ୍ନା ଏଡିଏମ ଜବଲପୁର ମାମଲାରେ ଏକମାତ୍ର ଭିନ୍ନ ଭିନ୍ନ ରାୟ ଦେଇଥିଲେ । ସେ ତାଙ୍କ ରାୟରେ ଲେଖିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଜୀବନର ମୌଳିକ ଅଧିକାରକୁ କୌଣସି ପରିସ୍ଥିତିରେ ସ୍ଥଗିତ ରଖାଯାଇ ପାରିବ ନାହିଁ । ତତ୍କାଳୀନ ପ୍ରଧାନ ବିଚାରପତି ଏଏନ୍ ରାୟ ଏବଂ ଜଷ୍ଟିସ୍ ବେଗ୍, ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ପିଏନ୍ ଭଗବତୀଙ୍କ ତୁଳନାରେ ତାଙ୍କର ଭିନ୍ନ ଭିନ୍ନ ନିଷ୍ପତ୍ତି ଅଧିକ ଲୋକପ୍ରିୟ ହୋଇଥିଲା । ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ମୌଳିକ ଅଧିକାର ବନ୍ଦ ରହିବ ବୋଲି ଏହି ୪ ଜଣ ବିଚାରପତିଙ୍କ ନିଷ୍ପତ୍ତି ସରକାରଙ୍କ ନିଜସ୍ୱ ଥିଲା । ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ପୁଣିଥରେ ପ୍ରତିଶୋଧ ନେଇ ଜଷ୍ଟିସ ଖାନ୍ନାଙ୍କ ବରିଷ୍ଠତାକୁ ଅଣଦେଖା କରି ଜଷ୍ଟିସ ବେଗଙ୍କୁ ପ୍ରଧାନ ବିଚାରପତିଭାବେ ନିଯୁକ୍ତ କରିଥିଲେ । ଏହାର ପ୍ରତିବାଦରେ ଜଷ୍ଟିସ ଖାନ୍ନା ଇସ୍ତଫା ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ଜୋନସ୍ତରୀୟ ଶିଶୁ ମହୋତ୍ସବ “ସର୍‌ଗି ଫୁଲ୍‌”, ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଉତ୍ସାହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଛି ଉତ୍ତର-ଓଡ଼ିଶା ଜୋନସ୍ତରୀୟ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଯୋଗଦେଇ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

“ଆମ ରାଜ୍ୟର ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ପ୍ରତିଭା ରହିଛି। ପ୍ରତିଭା ପ୍ରଦର୍ଶନ ପାଇଁ ସର୍‌ଗି ଫୁଲ୍ ହେଉଛି ଏକ ଉପଯୁକ୍ତ ମାଧ୍ୟମ। ଉତ୍ତର-ଓଡ଼ିଶା ଜୋନସ୍ତରୀୟ କାର୍ଯ୍ୟକ୍ରମ ସୁନ୍ଦରଗଡ଼ ଜିଲ୍ଲାରେ ହେଉଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା”, କହିଛନ୍ତି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ।

“ଜନଜାତି ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ “ସର୍‌ଗି ଫୁଲ୍‌” ହେଉଛି ଉପଯୁକ୍ତ ପ୍ଲାଟଫର୍ମ। ତେଣୁ ପିଲାମାନେ ଏହାର ସୁଯୋଗ ନେଇ ନିଜର ଦକ୍ଷତା ଓ ପାରଦର୍ଶିତା ଦେଖାନ୍ତୁ”, କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

“ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ଶୁକ୍ରବାର ଦିନ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ଭିତରେ “ଶିଶୁ ସାମ୍ବାଦିକ” କର୍ମଶାଳା ବିଶେଷ ଆକର୍ଷଣ ପାଲଟିଥିଲା।

ବକୁଳ ଫାଉଣ୍ଡେସନ ସହଯୋଗିତାରେ ଆୟୋଜିତ ଏହି କର୍ମଶାଳାରେ ବରିଷ୍ଠ ସାମ୍ବାଦିକ ଅନୁଜ ଦାସ ଯୋଗଦେଇ ପିଲାମାନଙ୍କୁ ସାମ୍ବାଦିକତା ବିଷୟରେ ସୂଚନା ଦେଇଥିଲେ। ଜନଜାତି ଛାତ୍ରଛାତ୍ରୀମାନେ ଏଥିରେ ଭାଗନେଇ ଖବରର ସଂଜ୍ଞା, ଖବର ସଂଗ୍ରହ ଓ ପରିବେଷଣ ଏବଂ ସମ୍ପାଦନା ଆଦି ବିଷୟରେ ବୁଝିଥିଲେ।

ସେହିପରି ମୋ ସ୍କୁଲ ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଟିଙ୍କରିଂ, କାର୍ଟୁନ୍‌, ୱାର୍ଡ ପଜଲ୍ ଏବଂ ପୁସ୍ତକ ସମୀକ୍ଷା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏହାସହ ରଙ୍ଗିନ କାଗଜରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଓ ଅଦରକାରୀ କାଗଜରୁ ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତି, ଷ୍ଟୋରି ଟେଲିଂ, ଥିଏଟର, ମ୍ୟାଥ୍ ଗେମ୍‌, ଓଡ଼ିଶୀ ନୃତ୍ୟ ଏବଂ ମ୍ୟାଜିକ୍ ସୋ’ ଭଳି କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ପାଲଟିଥିଲା।

“ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଉଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଶିଶୁ ମହୋତ୍ସବ ଆୟୋଜନ କରାଯାଉଛି। ଏଥିରେ ୧୫ଟି ଜିଲ୍ଲାର ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ଡିସେମ୍ବର ୯ ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟକୁ ନେଇ ହେବେ ଚିନ୍ତିତ

ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଆୟ ବୃଦ୍ଧି ଏବଂ ପ୍ରଗତି ମୁଳକ କାର୍ଯ୍ୟ କରିବାରେ ଇଚ୍ଛା ହେବ। ଲାଭ ସୁଯୋଗ ଆସିବ । ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ । ଏକ ଯାତ୍ରା ଯୋଜନା ହେବ । ଘର ବାହାରେ କିଛି ଟେନସନ ହେବ । ସ୍ବାସ୍ଥ୍ୟ ଭଲ ରହିବ।

ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟ କଷ୍ଟମାଇଜ୍ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନକୁ ନେଇଯିବ । ସେୟାର ବଜାରରେ ଲାଭ ହେବ । ଚାକିରିରେ ସୁବିଧା ବଢିପାରେ । ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଟଙ୍କା ସହଜରେ ଗ୍ରହଣ କରାଯିବ ।

ମିଥୁନ – ଆପଣ ଦୁଃଖଦ ସୂଚନା ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ । ଧାଁଧପଡ ଲାଗି ରହିବ। ବିପଦ ଦୂରେଇ ରୁହନ୍ତୁ । ଖରାପ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ । ତୁମର କାମ ଉପରେ ଅଧିକ ଧ୍ୟାନ ଆବଶ୍ୟକ କରେ । ବକ୍ତବ୍ୟର ନିୟନ୍ତ୍ରଣ ନିଅ । ଚିନ୍ତା ଏବଂ ଟେନସନ ରହିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ । ଉପକୃତ ହେବ ।

କର୍କଟ- ଭୁଲିଯାଇଥିବା ସାଥୀ ଏବଂ ପରିଦର୍ଶକଙ୍କ ଗ୍ରହଣ ଏବଂ ସମ୍ମାନ ପାଇଁ ଖର୍ଚ୍ଚ ହେବ । ଆତ୍ମ ସମ୍ମାନ ରହିବ । ଆପଣ ଉତ୍ସାହଜନକ ସୂଚନା ପାଇବେ । ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସଦସ୍ୟଙ୍କ ଅଗ୍ରଗତିର ଖବର ଆସିବ । ଖୁସି ହେବେ । ପରିବାର ସହାୟତା ରହିବ । କୌଣସି ବ୍ୟକ୍ତିଙ୍କ ବିବାଦରେ ପ୍ରବେଶ କର ନାହିଁ, ଏହା ଲାଭଦାୟକ ହେବ ।

ସିଂହ- ଘର ବାହାରେ ଏକ ମନୋରମ ପରିବେଶ ରହିବ । ଆପଣ ଚାକିରିରେ ଆରାମ ଅନୁଭବ କରିବେ । ବ୍ୟବସାୟରୁ ସନ୍ତୁଷ୍ଟ ହେବେ । ପିଲାମାନଙ୍କ ବିଷୟରେ ଚିନ୍ତା କରିବେ । ବିରୋଧୀ ଏବଂ ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ଏବଂ ମାର୍ଗଦର୍ଶନ ପାଇବେ । ଲାଭ ସୁଯୋଗ ଆସିବ । ଏକ ଯାତ୍ରା ଯୋଜନା ହେବ । ଖୁସି ହେବେ ।

କନ୍ୟା- ଯାତ୍ରା ଆକର୍ଷଣୀୟ ଏବଂ ଲାଭଦାୟକ ହେବ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । ବ୍ୟବସାୟ ଲାଭଦାୟକ ହେବ । ଘର ବାହାରେ ସଫଳତା ମିଳିବ । ପରିବାରରେ ଶାନ୍ତି ବଜାଇ ରହିବ। କାର୍ଯ୍ୟରେ ଉତ୍ସର୍ଗୀକୃତ ଏବଂ ଉତ୍ସାହ ରହିବ । ଆପଣ ଖୁସିରେ ସାଙ୍ଗମାନଙ୍କ ସହିତ ସମୟ ବିତାଇବେ ।

ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ । କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ । ଚିନ୍ତା ଏବଂ ଟେନସନ ରହିବ । ନିଜ ସାଥୀଙ୍କ ସହିତ ଯୋଗାଯୋଗ କରନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ଲୋକମାନେ ଅଲଗା ହୋଇପାରନ୍ତି । ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ। ଆୟରେ ନିଶ୍ଚିତତା ରହିବ । ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ତତ୍ପରତା ନାହିଁ ।

ବିଛା- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଆରାମ ମିଳିବ । ଯେ କୌଣସି ଜରୁରୀ ଜିନିଷ ଶୀଘ୍ର ନଷ୍ଟ ହୋଇପାରେ । ଆଇନଗତ ବାଧା ଉପୁଜିପାରେ । ବିବାଦ କର ନାହିଁ । ବ୍ୟବସାୟ ଭଲ କରିବ । ଘର ବାହାରେ ସୁଖ ମିଳିବ ।

ଧନୁ –ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ପଦ୍ଧତିରେ ଉନ୍ନତି ହେବ । ସାମାଜିକ କାର୍ଯ୍ୟ ସଫଳ ହେବ ।  ସମ୍ମାନ ପାଇବେ । ସେଠାରେ ସଫଳତା ହେବ । ଲାଭ ସୁଯୋଗ ଆସିବ । ଘର ବାହାରେ ଖୁସିର ପରିବେଶ ରହିବ । ପରିବାର ସହାୟତା ଗ୍ରହଣ କରାଯିବ । ବଡ କାମ କରିବାକୁ ଇଚ୍ଛା କରିବେ । ସଫଳତାର ମାଧ୍ୟମ ସଂଗ୍ରହ କରିବ । ବିବାଦ କରନ୍ତୁ ନାହିଁ ।

ମକର- ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ସମର୍ଥନ ପାଇବାର ସମ୍ଭାବନା ଅଛି । ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। କୌଣସି କୂଟନୀତିଜ୍ଞଙ୍କ ସମର୍ଥନ ମିଳିପାରିବ । ଲାଭର ଦ୍ୱାର ଖୋଲିବ । ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ବ୍ୟସ୍ତ ରହିବ । ଆପଣ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବିବାଦରୁ ଦୂରେଇ ରୁହନ୍ତୁ । ଟଙ୍କା ଗ୍ରହଣ କରାଯିବ । ଲଜ୍ଜିତ ହୁଅନ୍ତୁ ନାହିଁ ।

କୁମ୍ଭ – ସ୍ୱାସ୍ଥ୍ୟର ଯତ୍ନ ନିଅ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଆୟ ହ୍ରାସ ହୋଇପାରେ। ଘର ବାହାରେ ସହଯୋଗ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଲୋକମାନେ ସେମାନଙ୍କର ମତ ବ୍ୟାଖ୍ୟା କରିବାକୁ ସମର୍ଥ ହେବେ ନାହିଁ । ଅପାରଗତା ପାଇଁ ବିପୁଳ ଖର୍ଚ୍ଚ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ବନ୍ଧୁତ୍ୱ ସହଯୋଗ କରିବେ । ଟଙ୍କା ସମ୍ଭବ।

ମୀନ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ପ୍ରତିବନ୍ଧକ ହଟାଯିବ ଏବଂ ଲାଭର ପରିସ୍ଥିତି ସୃଷ୍ଟି ହେବ । ପରିବାର ସଦସ୍ୟମାନେ ଭଲ ବ୍ୟବହାର କରିବେ। ବ୍ୟବସାୟ ଭଲ କରିବ । ନୂତନ ଲୋକଙ୍କୁ ଯୋଗାଯୋଗ କରାଯିବ । ଆୟ ବୃଦ୍ଧି ପାଇବ ଏବଂ ସୁସ୍ଥ ରହିବ । ଚିନ୍ତା କମିଯିବ । ତତ୍ପରତା ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେଲା “କାଉଁରୀ-୨୦୨୩”

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା “କାଉଁରୀ ମହୋତ୍ସବ” ପଞ୍ଚମ ବର୍ଷରେ ସଫଳତାର ସହ ପାଦ ଥାପିଛି। ଏହି ପଞ୍ଚମ ବର୍ଷର”କାଉଁରୀ ମହୋତ୍ସବ-୨୦୨୩” ପ୍ରଥମ ଦିବସର ମୁଖ୍ୟ ଅତିଥି ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି।

ମୁଖ୍ୟ ବକ୍ତା ଭାବେ ଜାତୀୟ ପର୍ଯ୍ୟଟକ ବିଭାଗର ଅଧ୍ୟକ୍ଷ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ସେବା ଉତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ରାଜସୁନାଖଳାର ଐତିହ୍ୟ ପରମ୍ପରା, ଶିକ୍ଷା, କଳା, ସଂସ୍କୃତି ଓ ଇତିହାସକୁ ନେଇ ଏକ ବାର୍ଷିକ ବିଶେଷାଙ୍କ ”କାଉଁରୀ” ଉନ୍ମୋଚିତ ହୋଇ ଯାଇଛି।  ରାଜସୁନାଖଳାକୁ ଭଲ ପାଉଥିବା ପ୍ରତ୍ୟେକ କବି, ଲେଖକ ତଥା ବାହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଗଳ୍ପ, କବିତା ଆଦି ଏହି ପତ୍ରିକାରେ ସ୍ଥାନିତ ହୋଇଛି।

ରାଜସୁନାଖଳା ମହୋତ୍ସବ ପାଇଁ ନିର୍ଦ୍ଧିଷ୍ଟ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ।

ଏହି ଅବସରରେ ବିଭିନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ମହୋତ୍ସବ କମିଟି ତରଫରୁ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ରାଜ୍ୟପାଳ ମହୋଦୟଙ୍କୁ ମୁମେଣ୍ଟମ ଉପହାର ଭାବେ ପ୍ରଦାନ କରିଥିଲେ।

ମହାମହିମ ରାଜ୍ୟପାଳ କହିଥିଲେ ଯେ ମୁଁ ଏଠି ଜନସାଧାରଣଙ୍କ ସେବକ ଭାବେ ଉପସ୍ଥିତ ଅଛି। ଶହୀଦ ରଘୁଦିବାକରଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍ସବ ବିନା ଜୀବନ ବ୍ୟର୍ଥ ଅଟେ। ତେଣୁ ସମୟ ସମୟରେ ଉତ୍ସବ କରି ଜୀବନକୁ ସାର୍ଥକ କରିବାର ଆବଶ୍ୟକତା ରହିଛି।

ଏହି ଉତ୍ସବ ମାଧ୍ୟମରେରେ ସଂସ୍କୃତି, ପ୍ରଥା, ପରମ୍ପରାର ପ୍ରଚାର ପ୍ରସାର ହୋଇ ପାରିଛି।  ଏହା ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇ ପାରନ୍ତି। ସଭାକାର୍ଯ୍ୟ ପରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ଭୁବନେଶ୍ଵର: ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ୦୭ ଡିସେମ୍ବର, ୨୦୨୩ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି। ଅଗ୍ନି-୧ ହେଉଛି ଏକ ପ୍ରମାଣିତ ଅତ୍ୟନ୍ତ ନିର୍ଦ୍ଦିଷ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀ। ରଣନୀତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀ ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳତାର ସହିତ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

୧୨୭ ବାଟାଲିୟନ CRPF ଦ୍ୱାରା ଜନସମ୍ପର୍କ ଶିବିର ଆୟୋଜିତ

ଭୁବନେଶ୍ବର: ଜି/୧୨୭ ବାଟାଲିୟନ CRPF, ଯିଏକି ନକ୍ସଲ ବିରୋଧୀ କାର୍ଯ୍ୟ ପାଇଁ ପୋଲିସ ଷ୍ଟେସନ ବେଲଘର ନିୟୋଜିତ। ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲା ସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁ ର ଗରିବ ପରିବାର ଲୋକମାନଙ୍କୁ କମାଣ୍ଡେଣ୍ଟ -୧୨୭ ବାଟାଲିୟନ CRPF ତଥା ବଟାଲିୟନ ଅନ୍ୟ କର୍ମୀ, ସ୍ଥାନୀୟ ପ୍ରଶାସନରୁ ବନ ରେଞ୍ଜର ବେଲଘର, ବେଲଘର, ଥାନା ଅଧିକାରୀ, ଝିରିପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଝିରିପାଣିର ସରପଞ୍ଚ ସହିତ କ୍ଷେତ୍ରର ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିରେ ମାଗଣା ଔଷଧ ଓ କମଳ ବଣ୍ଟନ ଯାଇଅଛି।

ଏହି କାର୍ଯ୍ୟକ୍ରମ ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ ଏହି ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହି ଯୋଜନ ଅଧୀନରେ ସମୁଦାୟ ୫୦୦ ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏହି ସମୟରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କମାଣ୍ଡାଣ୍ଟ -୧୨୭ ବାଟାଲି୍ୟାନ କହିଛନ୍ତି ଯେ, ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବୈଦେଶିକ ମୁଦ୍ରା ଭଣ୍ଡାରରେ ବଡ ଲମ୍ଫ, ୬୦୪ ବିଲିୟନ ଡ଼ଲାରରେ ପହଞ୍ଚିଲା ଫୋରେକ୍ସ ରିଜର୍ଭ

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ଭଣ୍ଡାର ଚାରି ମାସର ଉଚ୍ଚରେ ପହଞ୍ଚିଛି। ୬ ବିଲିୟନ ଡ଼ଲାର ବୃଦ୍ଧି ସହିତ ବୈଦେଶିକ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଅତିକ୍ରମ କରିଛି। ଆରବିଆଇ ତଥ୍ୟ ଅନୁଯାୟୀ, ଡିସେମ୍ବର ୧ ତାରିଖ ୨୦୨୩ ଶେଷ ସପ୍ତାହରେ ଫୋରେକ୍ସ ରିଜର୍ଭ ୬.୧୦ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୬୦୪.୦୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା କ୍ରମାଗତ ତୃତୀୟ ସପ୍ତାହ ଯାହା ଫରେକ୍ସ ରିଜର୍ଭରେ ବୃଦ୍ଧି ଘଟିଥିବାର ଦେଖାଯାଇଛି।

ବ୍ୟାଙ୍କ ସେକ୍ଟର ନିୟାମକ ଆରବିଆଇ ଶୁକ୍ରବାର ଦିନ ବୈଦେଶିକ ମୁଦ୍ରା ସଂରକ୍ଷଣର ତଥ୍ୟ ପ୍ରକାଶ କରିଛି। ତଥ୍ୟ ଅନୁଯାୟୀ, ଡିସେମ୍ବର ୧ ସୁଦ୍ଧା ବୈଦେଶିକ ମୁଦ୍ରା ସଂରକ୍ଷଣ ୬୦୪.୦୪ ବିଲିୟନ ଡ଼ଲାରକୁ ଖସି ଆସିଛି, ଯାହା ପ୍ରଥମ ସପ୍ତାହରେ ୫୯୭.୩୯୫ ବିଲିୟନ ଡ଼ଲାର ଥିଲା।

Categories
ବିଶେଷ ଖବର

ମହୁଆ ମୋଇତ୍ରାଙ୍କ ବହିଷ୍କାର ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ: ଶଶୀ ଥରୁର

ନୂଆଦିଲ୍ଲୀ: ଟଙ୍କା ପାଇଁ ପ୍ରଶ୍ନ ପଚାରିବାରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ଶୁକ୍ରବାର ଲୋକସଭାରୁ ବହିଷ୍କାର କରାଯାଇଛି। ମହୁଆ ମୋଇତ୍ରାଙ୍କ ବିଦାୟ ପରେ ମହୁଆଙ୍କୁ ସମର୍ଥନରେ ଆଗେଇ ଆସିଛନ୍ତି ବିରୋଧୀ ଦଳର ଅନେକ ନେତା। କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ଏଥିରେ ସାମିଲ ଅଛନ୍ତି। ସୌଭାଗ୍ୟବଶତଃ ଏହା (ବହିଷ୍କାର କାର୍ଯ୍ୟାନୁଷ୍ଠାନ) ମହୁଆ ମୋଇତ୍ରାଙ୍କୁ ମଜବୁତ କରିବ ବୋଲି ଥରୁର ଟ୍ୱିଟ୍ କରିଛନ୍ତି। ଏବେ ସେ ଆଗାମୀ ନିର୍ବାଚନରେ ବହୁମତ ସହିତ ନିର୍ବାଚିତ ହୋଇ ଫେରିବେ।

ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ

ମହୁଆ ମୋଇତ୍ରାଙ୍କୁ ଶଶୀ ଥରୁରଙ୍କ ବହିଷ୍କାର ବିରୋଧୀ ଗୋଷ୍ଠୀର ଇଣ୍ଡି ମେଣ୍ଟ ପାଇଁ ଶୁଭ ସଙ୍କେତ। ଶଶୀ ଥରୁର ତାଙ୍କ ଟ୍ୱିଟରେ ଆହୁରି ଲେଖିଛନ୍ତି ଯେ ଆପଣ ଦେଖିଛନ୍ତି କିପରି ବିରୋଧୀ ଦଳର ସାଂସଦମାନେ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଠିଆ ହୋଇଥିଲେ। ବାସ୍ତବରେ ବହିଷ୍କାର ପରେ ମହୁଆ ମୋଇତ୍ରା ସଂସଦ ପରିସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ନୈତିକତା କମିଟିର ବହିଷ୍କାର କରିବାର କୌଣସି ଅଧିକାର ନାହିଁ … ଏହା ହେଉଛି ଆପଣଙ୍କ (ବିଜେପି)ର ଅନ୍ତର ଆରମ୍ଭ ବୋଲି ମୋଇତ୍ରା କହିଥିଲେ।

ମହୁଆଙ୍କୁ ସମର୍ଥନ କଲେ ବିରୋଧୀ

ମହୁଆଙ୍କ ବହିଷ୍କାର ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏହା ଭିତ୍ତିହୀନ ତଥ୍ୟ ଏବଂ ପ୍ରତିଶୋଧ ଉପରେ ଆଧାରିତ। ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଯେଉଁମାନେ ଅଭିଯୋଗ ଆଣିଛନ୍ତି ସେମାନେ ଦୁବାଇରେ ବସିଛନ୍ତି। ସେ ଏକ ବୟାନ ଦେଇଥିଲେ ଏବଂ ସେହି ଆଧାରରେ ଆପଣ ଏକ ନିଷ୍ପତ୍ତି ନେଇଛନ୍ତି। ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା କେଉଁଠି ନା କେଉଁଠି ଜାତୀୟ ନ୍ୟାୟ ଧାରା ବିରୁଦ୍ଧରେ ଯାଇଛି। ମୁଁ ଆଶା କରୁଛି ଆଗାମୀ ସମୟରେ ଯେତେବେଳେ ସେ ଟିଏମସିରୁ ନିର୍ବାଚନ ଲଢ଼ିବେ ଏବଂ ବିପୁଳ ସଂଖ୍ୟାଗରିଷ୍ଠତା ସହ ଜିତିବେ।

କ’ଣ କହୁଛି ଟିଏମସି

ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବା ପ୍ରସଙ୍ଗରେ ଟିଏମସି ସଭାପତି ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆଜି ମୁଁ ବିଜେପି ଦଳର ଆଭିମୁଖ୍ୟ ଦେଖି ଦୁଃଖିତ। ସେମାନେ କିପରି ଗଣତନ୍ତ୍ର ସହ ବିଶ୍ୱାସଘାତକତା କଲେ। ସେ ମହୁଆଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦେଇନଥିଲେ। ଏଥିରେ ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି। ମୁଁ ଆପଣଙ୍କୁ କହୁଛି ଯେ ମହୁଆ (ମୋଇତ୍ରା) ପରିସ୍ଥିତିର ଶିକାର ହୋଇଛନ୍ତି। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଆମ ଦଳ ମହୁଆଙ୍କ ସହ ଅଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ଦଳ ବିଜେପି ସହ ଲଢ଼ିବ। ଗଣତନ୍ତ୍ର ପାଇଁ ଏହା ଦୁର୍ଭାଗ୍ୟଜନକ।

Categories
ଆଜିର ଖବର ଜାତୀୟ ଖବର

‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩କୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ଆଧାରଶୀଳା ସ୍ଥାପନ ଫଳକକୁ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଉତ୍ତରାଖଣ୍ଡ : ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି ‘ସମୃଦ୍ଧି ପାଇଁ ଶାନ୍ତି’।

ଏହି ଅବସରରେ ଶିଳ୍ପପତିମାନେ ମଧ୍ୟ ନିଜର ମତ ବ୍ୟକ୍ତ କରିଥିଲେ। ଅଦାନୀ ଗ୍ରୁପର ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦେଶକ (କୃଷି, ତୈଳ ଓ ଗ୍ୟାସ) ପ୍ରଣବ ଅଦାନୀ କହିଛନ୍ତି ଯେ ନିକଟ ଅତୀତରେ ଏକକ ପଏଣ୍ଟ ମଞ୍ଜୁରୀ, ପ୍ରତିଯୋଗିତାମୂଳକ ଜମି ମୂଲ୍ୟ, ସୁଲଭ ବିଦ୍ୟୁତ୍ ଓ ଦକ୍ଷ ବଣ୍ଟନ, ଅତ୍ୟନ୍ତ ଦକ୍ଷ ମାନବ ସମ୍ବଳ ଏବଂ ଜାତୀୟ ରାଜଧାନୀର ନିକଟତମ ସ୍ଥାନ ଏବଂ ଏକ ଅତ୍ୟନ୍ତ ଶୃଙ୍ଖଳିତ ଆଇନ ଶୃଙ୍ଖଳା ପରିବେଶର ଅଭୂତପୂର୍ବ ମିଶ୍ରଣ ସହିତ ଅଭିବୃଦ୍ଧି ଓ ବିକାଶ ପ୍ରତି ରାଜ୍ୟର ଆଭିମୁଖ୍ୟ ଯୋଗୁଁ ଉତ୍ତରାଖଣ୍ଡ ଘରୋଇ କ୍ଷେତ୍ରର ପୁଞ୍ଜି ନିବେଶ ପାଇଁ ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। ରାଜ୍ୟରେ ଉଦ୍ୟୋଗ ସମ୍ପ୍ରସାରଣ ଏବଂ ଅଧିକ ପୁଞ୍ଜି ନିବେଶ ଓ ନିଯୁକ୍ତି ଆଣିବା ପାଇଁ ତାଙ୍କର ଯୋଜନା ବିଷୟରେ ବିସ୍ତୃତ ଭାବରେ ଶ୍ରୀ ଅଦାନୀ ବର୍ଣ୍ଣନା କରିଥିଲେ। ଉତ୍ତରାଖଣ୍ଡ ରାଜ୍ୟକୁ ତାଙ୍କର ନିରନ୍ତର ସମର୍ଥନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ଭାରତବାସୀ ତାଙ୍କ ଉପରେ ଅଭୂତପୂର୍ବ ବିଶ୍ୱାସ ରଖିଛନ୍ତି ଓ ବିଶ୍ୱାସ ପ୍ରକଟ କରିଛନ୍ତି।

ଜେଏସଡବ୍ଲ୍ୟୁର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କେଦାରନାଥ ଏବଂ ବଦ୍ରିନାଥର ବିକାଶ ପ୍ରକଳ୍ପ ସମୟରେ ଉତ୍ତରାଖଣ୍ଡ ରାଜ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ଉପରେ ତାଙ୍କର ଅନୁଭବ ଉପରେ ଆଲୋକପାତ କରିଥିଲେ। ଦେଶର ଚେହେରା ବଦଳାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଜିଡିପି ଅଭିବୃଦ୍ଧିର ମାପଦଣ୍ଡ ବିଷୟରେ ଉଲ୍ଲେଖ କରିଥିଲେ । ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ମତ ରଖିଥିଲେ । ବିଶ୍ୱ ମହାଶକ୍ତି ହେବା ଦିଗରେ ଭାରତର ଯାତ୍ରାରେ ନେତୃତ୍ୱ ପାଇଁ ଶ୍ରୀ ଜିନ୍ଦଲ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ସାରା ଦେଶରେ ତୀର୍ଥସ୍ଥଳୀକୁ ସଂଯୋଗ କରିବା କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଉତ୍ତରାଖଣ୍ଡରେ ପାଖାପାଖି ୧୫,୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା ପାଇଁ କମ୍ପାନୀର ଯୋଜନା ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲେ ଏବଂ ନଭେମ୍ବର ମାସରେ ଆରମ୍ଭ ହୋଇଥିବା’ସ୍ୱଚ୍ଛ କେଦାରନାଥ ପ୍ରକଳ୍ପ’ ବିଷୟରେ ମଧ୍ୟ କହିଥିଲେ । ସବୁ କ୍ଷେତ୍ରରେ ସମର୍ଥନ ପାଇଁ ସେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ବିକାଶ ଯାତ୍ରାରେ କମ୍ପାନୀର ନିରନ୍ତର ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଆଇଟିସିର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ ଜି -୨୦ ଶିଖର ସମ୍ମିଳନୀର ସଫଳତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ଦକ୍ଷିଣ ବିଶ୍ୱ ପାଇଁ ତାଙ୍କର ସମର୍ଥନକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଅନେକ ଉଦ୍ଦେଶ୍ୟମୂଳକ ନୀତିଗତ ପଦକ୍ଷେପ ଭାରତକୁ ବହୁମୁଖୀ ଆହ୍ୱାନ ଗୁଡିକର ସମ୍ମୁଖୀନ ହେଉଥିବା ବିଶ୍ୱରେ ଅନୁକୂଳ ସ୍ଥିତିରେ ରଖିଛି। ଅର୍ଥବ୍ୟବସ୍ଥାର ଅନେକ କ୍ଷେତ୍ରର ପରିବର୍ତ୍ତନ ଏବଂ ଜିଡିପି ସଂଖ୍ୟା ନିଜ କଥା କହୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଏପରି ଏକ ପରିସ୍ଥିତି ସୃଷ୍ଟି କରିଛି ଯେଉଁଠାରେ ବିଶ୍ୱସ୍ତରରେ ଚଳିତ ଦଶନ୍ଧିକୁ ଭାରତର ସମୟ ବୋଲି କୁହାଯାଉଛି।

ପତଞ୍ଜଳିର ପ୍ରତିଷ୍ଠାତା ତଥା ଯୋଗ ଗୁରୁ ବାବା ରାମଦେବ ପ୍ରଧାନମନ୍ତ୍ରୀଙ୍କୁ’ବିକଶିତ ଭାରତ’ର ଦୂରଦର୍ଶୀ ଏବଂ ୧୪୦ କୋଟି ଭାରତୀୟ ନାଗରିକ ତଥା ସାରା ବିଶ୍ୱବାସୀଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ । ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି, ତାହା ଉପରେ ସେ ଆଲୋକପାତ କରିଥିଲେ ଏବଂ ପୁଞ୍ଜି ନିବେଶ ଆଣିବା ତଥା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ପତଞ୍ଜଳିର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଭବିଷ୍ୟତରେ ୧୦,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଏବଂ ଆଗାମୀ ଦିନରେ ୧୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନୂତନ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଓ ଇଚ୍ଛା ଶକ୍ତିକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ଏବଂ ରାଜ୍ୟରେ ଅତିକମରେ ଗୋଟିଏ ଲେଖାଏଁ ୟୁନିଟ୍ ପ୍ରତିଷ୍ଠା କରିବାକୁ କର୍ପୋରେଟ୍ ହାଉସ୍ ଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଯୋଗାଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ବିକାଶକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଭାରତକୁ ବିଶ୍ୱ ଅର୍ଥବ୍ୟବସ୍ଥାରେ ଶକ୍ତିଶାଳୀ କରିବା ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସୁଦୃଢ଼ କରିବାକୁ ସେ ନିବେଶକ ମାନଙ୍କୁ ନିବେଦନ କରିଥିଲେ ।

ଏମାର ଇଣ୍ଡିଆର ସିଇଓ ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ଦେଶର ବିକାଶ ପାଇଁ ଦିଗ, ଦୂରଦୃଷ୍ଟି ଏବଂ ଦୃଷ୍ଟିକୋଣ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାରେ ଅଂଶୀଦାର ହେବା ପାଇଁ କର୍ପୋରେଟ ଜଗତର ପ୍ରତିବଦ୍ଧତାକୁ ସେ ପ୍ରକାଶ କରିଥିଲେ। ସେ ଭାରତ – ୟୁଏଇ ସମ୍ପର୍କରେ ନୂଆ ଉଜ୍ଜ୍ୱଳତା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଏମାରର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି।

ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ମଧ୍ୟ ଭାରତ ପ୍ରତି ବିଶ୍ୱ ଦୃଷ୍ଟିକୋଣରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ ଜିଏସ୍ଟି ଏବଂ ଫିନଟେକ୍ ବିପ୍ଳବ ଭଳି ଅନେକ ନୀତିଗତ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ ଯାହା ଶିଳ୍ପ ଜଗତ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି।

ଟିଭିଏସ୍ ଯୋଗାଣ ଶୃଙ୍ଖଳା ସମାଧାନର ଅଧ୍ୟକ୍ଷ ଆର୍. ଦୀନେଶ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସେ ଉତ୍ତରାଖଣ୍ଡର ଅଭିବୃଦ୍ଧି କାହାଣୀରେ ସଂଗଠନର ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଟାୟାର ଏବଂ ଅଟୋ ଯନ୍ତ୍ରାଂଶର ଉତ୍ପାଦନ ୟୁନିଟ୍ ଏବଂ ଲଜିଷ୍ଟିକ୍ସ ଏବଂ ଅଟୋ ସେକ୍ଟରରେ ସେବାର ଉଦାହରଣ ଦେଇଥିଲେ । ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଏବଂ ଗୋଦାମ ଗୃହ ନିର୍ମାଣ କ୍ଷମତା ବୃଦ୍ଧି କରିବା ନିମନ୍ତେ କଂପାନୀର ଯୋଜନା ସମ୍ପର୍କରେ ସେ ବିସ୍ତାର ଭାବେ କହିଥିଲେ, ଯାହା ଦ୍ୱାରା ଟିଭିଏସ୍ର ସମସ୍ତ କମ୍ପାନୀରେ ୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ।

ପରିବର୍ତ୍ତିତ ବର୍ତ୍ତମାନର ବିଶ୍ୱ ପରିଦୃଶ୍ୟ ଯୋଗୁଁ ଡିଜିଟାଲ ଏବଂ ସ୍ଥିରତା ପରିବର୍ତ୍ତନରେ ଆର୍ôଥକ ସହାୟତା ଏବଂ ଉନ୍ନତି ପ୍ରଦାନ କରି ଅଟୋ ବଜାର କ୍ଷେତ୍ରରେ ଅଂଶୀଦାର ମାନଙ୍କୁ ସହାୟତା କରିବାକୁ କମ୍ପାନୀର ତତ୍ପରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସିଆଇଆଇର ଅଧ୍ୟକ୍ଷ ଭାବରେ ସେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରିବା ପାଇଁ ୧୦ଟି ମଡେଲ କ୍ୟାରିୟର କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏକ ସ୍ପେଶାଲିଟି ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର/ ବିଶେଷ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯେଉଁଥିରେ ଆତିଥ୍ୟ, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ୧୦,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ।

ସଭାକୁ ସମ୍ବୋଧିତ କରି , ପ୍ରଧାନମନ୍ତ୍ରୀ ଦେବଭୂମି ଉତ୍ତରାଖଣ୍ଡରେ ଉପସ୍ଥିତ ଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଶତାବ୍ଦୀର ତୃତୀୟ ଦଶନ୍ଧି ହେଉଛି ଉତ୍ତରାଖଣ୍ଡ ର ଦଶନ୍ଧି ବୋଲି ତାଙ୍କ ବକ୍ତବ୍ୟକୁ ମନେ ପକାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହି ବକ୍ତବ୍ୟ ଏହି ମାଟିରେ ସାକାର ହେବା ସନ୍ତୋଷର ବିଷୟ । ସିଲ୍କୟାରା ଟନେଲରୁ ଶ୍ରମିକଙ୍କ ସଫଳ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ଏବଂ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଉତ୍ତରାଖଣ୍ଡ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ ହେଉଛି ଏପରି ଏକ ରାଜ୍ୟ ଯେଉଁଠାରେ ଜଣେ ଏକା ସାଙ୍ଗରେ ଦେବତ୍ୱ ଏବଂ ବିକାଶ ଅନୁଭବ କରେ। ଏହି ଭାବନାକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଏକ କବିତା ପାଠ କରିଥିଲେ।

ଏହି ଅବସରରେ ଉପସ୍ଥିତ ନିବେଶକ ମାନଙ୍କୁ ଶିଳ୍ପକ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବହୁରାଷ୍ଟ୍ରୀୟ କଂପାନୀଗୁଡ଼ିକ ଦ୍ୱାରା କରାଯାଇଥିବା ଏସ୍ଡବ୍ଲ୍ୟୁଓଟି ବିଶ୍ଳେଷଣର ଉଦାହରଣ ଦେଇଥିଲେ ଏବଂ ଦେଶ କ୍ଷେତ୍ରରେ ଏହି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏସ୍ଡବ୍ଲ୍ୟୁଓଟି ବିଶ୍ଳେଷଣର ଫଳାଫଳ ଦେଶରେ ଆକାଂକ୍ଷା, ଆଶା, ଆତ୍ମବିଶ୍ୱାସ, ଅଭିନବତା ଏବଂ ସୁଯୋଗର ପ୍ରଚୁରତା ସୂଚାଇବ ବୋଲି ସେ ଆଲୋକପାତ କରିଥିଲେ । ସେ ନୀତି ଭିତ୍ତିକ ଶାସନର ସୂଚକ ଏବଂ ରାଜନୈତିକ ସ୍ଥିରତା ପାଇଁ ନାଗରିକ ମାନଙ୍କର ସଂକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ଆଲୋକପାତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆକାଂକ୍ଷୀ ଭାରତ ଅସ୍ଥିର ପରିବର୍ତ୍ତେ ଏକ ସ୍ଥିର ସରକାର ଚାହୁଁଛି” ଏବଂ ଲୋକମାନେ ଉତ୍ତମ ଶାସନ ପ୍ରଦାନ କରୁଥିବା ଏବଂ ଭଲ କାର୍ଯ୍ୟ କରୁଥିବା ସରକାରଙ୍କୁ ଭୋଟ ଦେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । କୋଭିଡ୍ ମହାମାରୀ ଏବଂ ଅସ୍ଥିର ଭୂ – ରାଜନୈତିକ ପରିସ୍ଥିତି ସତ୍ତ୍ୱେ ଦେଶର ରେକର୍ଡ ଗତିରେ ଆଗକୁ ବଢ଼ିବାର କ୍ଷମତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । କରୋନା ଟିକା ହେଉ କିମ୍ବା ଆର୍ଥିକ ନୀତି, ଭାରତର ନିଜର ସାମର୍ଥ୍ୟ ଓ ନୀତି ଉପରେ ଭରସା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଫଳରେ ବିଶ୍ୱର ଅନ୍ୟ ବୃହତ ଅର୍ଥବ୍ୟବସ୍ଥା ମାନଙ୍କ ତୁଳନାରେ ଭାରତ ନିଜର ଏକ ଲିଗ୍ରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତରାଖଣ୍ଡ ସମେତ ଭାରତର ପ୍ରତ୍ୟେକ ରାଜ୍ୟ ଏହି ଶକ୍ତିର ଫାଇଦା ଉଠାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ଡବଲ ଇଞ୍ଜିନ ସରକାରର ଲାଭ ବିଷୟରେ ଦୋହରାଇ ଥିଲେ ଯାହାର ଦ୍ୱିଗୁଣିତ ପ୍ରୟାସ ସବୁଠି ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ। ରାଜ୍ୟ ସରକାର ସ୍ଥାନୀୟ ବାସ୍ତବତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ଅଭୂତପୂର୍ବ ପୁଞ୍ଜି ନିବେଶ କରୁଛନ୍ତି । ଉଭୟ ସ୍ତରରେ ସରକାର ପରସ୍ପରର ପ୍ରୟାସକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଗ୍ରାମାଞ୍ଚଳରୁ ଚାରି ଧାମକୁ ଯାଉଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଦିଲ୍ଲୀ – ଡେରାଡୁନ ମଧ୍ୟରେ ଦୂରତା ଅଢେଇ ଘଣ୍ଟାର ଯାତ୍ରାକୁ ହ୍ରାସ ପାଇବ। ଡେରାଡୁନ୍ ଓ ପନ୍ତନଗର ବିମାନବନ୍ଦର ସମ୍ପ୍ରସାରଣ ବିମାନ ଯୋଗାଯୋଗକୁ ସୁଦୃଢ଼ କରିବ। ରାଜ୍ୟରେ ହେଲି – ଟ୍ୟାକ୍ସି ସେବାର ସମ୍ପ୍ରସାରଣ କରାଯାଉଛି ଏବଂ ରେଳ ସଂଯୋଗକୁ ସୁଦୃଢ଼ କରାଯାଉଛି। ଏସବୁ କୃଷି, ଶିଳ୍ପ, ଲଜିଷ୍ଟିକ୍ସ, ଷ୍ଟୋରେଜ୍ , ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି।

ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ସ୍ଥାନ ଗୁଡ଼ିକୁ ସୀମିତ ପ୍ରବେଶ ଅନୁମତି ପ୍ରଦାନ କରିଥିବା ପୂର୍ବ ସରକାର ମାନଙ୍କ ଆଭିମୁଖ୍ୟକୁ ବିରୋଧ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଦେଶର ପ୍ରଥମ ଗ୍ରାମ ଭାବରେ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ବିକାଶ ମାନଦଣ୍ଡରେ ପଛରେ ଥିବା ଗ୍ରାମ ଏବଂ ଅଞ୍ଚଳ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଶ୍ରୀ ମୋଦୀ ଉତ୍ତରାଖଣ୍ଡର ଅବ୍ୟବହୃତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ନିବେଶକ ମାନଙ୍କୁ ଏହାର ସଦୁପଯୋଗ କରିବାକୁ ଅନୁରୋଧ କରିଥିଲେ।

ଡବଲ ଇଞ୍ଜିନ ସରକାରଙ୍କ ଲାଭ ଉଠାଇଥିବା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ଗସ୍ତ ପାଇଁ ସାରା ବିଶ୍ୱ ତଥା ଦେଶର ଲୋକଙ୍କ ଉତ୍ସାହ ବିଷୟରେ ଉଲ୍ଲେଖ କରିଥିଲେ। ପର୍ଯ୍ୟଟକଙ୍କୁ ପ୍ରକୃତି ତଥା ଭାରତର ଐତିହ୍ୟ ସହିତ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଷୟବସ୍ତୁ ଭିତ୍ତିକ ପର୍ଯ୍ୟଟନ ସର୍କିଟ୍ ସୃଷ୍ଟି ସମ୍ପର୍କରେ ସେ ସୂଚନା ଦେଇଥିଲେ। ପ୍ରକୃତି, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗଠିତ ଉତ୍ତରାଖଣ୍ଡ ଏକ ବ୍ରାଣ୍ଡ ଭାବେ ଉଭା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯୋଗ, ଆୟୁର୍ବେଦ, ତୀର୍ଥ ଏବଂ ଦୁଃସାହସିକ କ୍ରୀଡ଼ା କ୍ଷେତ୍ରରେ ଅନୁସନ୍ଧାନ ଏବଂ ସୁଯୋଗ ସୃଷ୍ଟି କରିବାକୁ ନିବେଶକ ମାନଙ୍କୁ ପ୍ରାଥମିକତା ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଦେଶର ଧନୀ, ସମ୍ପନ୍ନ ବ୍ୟକ୍ତି ଓ ଯୁବବର୍ଗଙ୍କୁ ମେକ୍ ଇନ୍ ଇଣ୍ଡିଆ ଭଳି’ୱେଡ୍ ଇନ୍ ଇଣ୍ଡିଆ’ (ଭାରତରେ ବିବାହ) ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ ଅତି କମ୍ରେ ଗୋଟିଏ ବିବାହ ସମାରୋହ କରିବା ଏବଂ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। “ଯଦି ଉତ୍ତରାଖଣ୍ଡରେ ୧ ବର୍ଷରେ ୫୦୦୦ ବିବାହ ହୁଏ, ତେବେ ଏକ ନୂତନ ଭିତ୍ତିଭୂମି ସୃଷ୍ଟି ହେବ ଏବଂ ରାଜ୍ୟକୁ ବିଶ୍ୱ ପାଇଁ ଏକ ବିବାହ ସ୍ଥଳରେ ପରିଣତ କରିବ”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ, ଯେକୌଣସି ସଂକଳ୍ପ ହାସଲ କରିବା ପାଇଁ ଭାରତର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ପରିବର୍ତ୍ତନର ଏକ ପ୍ରବଳ ସ୍ରୋତ ବହିବାରେ ଲାଗିଛି। ବିଗତ ୧୦ ବର୍ଷ ମଧ୍ୟରେ ଏକ ଆକାଂକ୍ଷୀ ଭାରତ ସୃଷ୍ଟି ହୋଇଛି। ପୂର୍ବରୁ ବଞ୍ଚିତ ଜନସଂଖ୍ୟାର ଏକ ବଡ଼ ଅଂଶକୁ ଯୋଜନା ଏବଂ ସୁଯୋଗ ସହିତ ଯୋଡାଯାଉଛି। କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳି ଅର୍ଥବ୍ୟବସ୍ଥାକୁ ନୂଆ ଗତି ଦେଉଛନ୍ତି। ଉଭୟ ନୂତନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ଶ୍ରେଣୀ ଅଧିକ ଖର୍ଚ୍ଚ କରୁଛନ୍ତି”ଆମକୁ ଭାରତର ମଧ୍ୟବିତ୍ତ ଶ୍ରେଣୀ ଭିତରେ ରହିଥିବା ସମ୍ଭାବନାକୁ ବୁଝିବାକୁ ପଡିବ। ଉତ୍ତରାଖଣ୍ଡରେ ସମାଜର ଏହି ଶକ୍ତି ଆପଣଙ୍କ ପାଇଁ ଏକ ବିଶାଳ ବଜାର ମଧ୍ୟ ସୃଷ୍ଟି କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ହାଉସ ଅଫ୍ ହିମାଳୟ ବ୍ରାଣ୍ଡର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଉତ୍ତରାଖଣ୍ଡର ସ୍ଥାନୀୟ ଉତ୍ପାଦକୁ ବିଦେଶୀ ବଜାରକୁ ନେବା ପାଇଁ ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ।

ଶ୍ରୀ ମୋଦୀ କହିଥିଲେ, “ହାଉସ୍ ଅଫ୍ ହିମାଳୟ’ ଆମର ଭୋକାଲ୍ ଫର୍ ଲୋକାଲ ଆଣ୍ଡ୍ ଲୋକାଲ ଫର୍ ଗ୍ଲୋବାଲ୍ (ସ୍ଥାନୀୟ ଜିନିଷର ବ୍ୟବହାର ଏବଂ ସ୍ଥାନୀୟ ଜିନିଷକୁ ବିଶ୍ୱରେ ପହଞ୍ଚାଇବା) ର ଧାରଣାକୁ ଆହୁରି ସୁଦୃଢ଼ କରିଛି। ଭାରତର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକର ଉତ୍ପାଦ ଗୁଡ଼ିକ ବିଶ୍ୱସ୍ତରୀୟ ହେବାର ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ମହଙ୍ଗା ମାଟି ବାସନ ତିଆରି ହୋଇ ବିଦେଶରେ ସ୍ୱତନ୍ତ୍ର ଉପାୟରେ ଉପସ୍ଥାପିତ ହେବାର ଉଦାହରଣ ଦେଇଥିଲେ। ପାରମ୍ପରିକ ଭାବରେ ଏଭଳି ଅନେକ ଉତ୍କୃଷ୍ଟ ଉତ୍ପାଦ ତିଆରି କରୁଥିବା ଭାରତର ବିଶ୍ୱକର୍ମା ମାନଙ୍କର ଦକ୍ଷତା ଏବଂ କାରିଗରୀ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଭଳି ସ୍ଥାନୀୟ ଉତ୍ପାଦ ପାଇଁ ବିଶ୍ୱ ବଜାର ଅନୁସନ୍ଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ନିବେଶକ ମାନଙ୍କୁ ବିଭିନ୍ନ ଜିଲ୍ଲାରେ ଏଭଳି ଉତ୍ପାଦ ଚିହ୍ନଟ କରିବାକୁ ଅନୁରୋଧ କରିଥିଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଏବଂ ଏଫ୍ପିଓ ମାନଙ୍କ ସହ ଯୋଗାଯୋଗ କରିବାର ସମ୍ଭାବନା ଖୋଜିବାକୁ ସେ ଅନୁରୋଧ କରିଥିଲେ। “ସ୍ଥାନୀୟକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହା ଏକ ଚମତ୍କାର ଭାଗିଦାରୀ ହୋଇପାରେ” ବୋଲି ସେ କହିଥିଲେ। ଲକ୍ଷପତି ଦିଦି ଅଭିଯାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ଗ୍ରାମାଞ୍ଚଳରୁ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ତାଙ୍କର ସଂକଳ୍ପ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ହାଉସ୍ ଅଫ୍ ହିମାଳୟ ବ୍ରାଣ୍ଡ୍ର ଶୁଭାରମ୍ଭ ସହିତ ଏହି ପଦକ୍ଷେପ ତ୍ୱରାନ୍ୱିତ ହେବ। ଏହି ପଦକ୍ଷେପ ପାଇଁ ସେ ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ଚରିତ୍ରକୁ ସୁଦୃଢ଼ କରିବା ପାଇଁ ଲାଲକିଲ୍ଲାରୁ ତାଙ୍କ ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଥିଲେ, “ଆମେ ଯାହା ବି କରୁ, ତାହା ବିଶ୍ୱର ଶ୍ରେଷ୍ଠ ହେବା ଉଚିତ୍। ଆମର ମାନଦଣ୍ଡକୁ ବିଶ୍ୱ ଅନୁସରଣ କରିବା ଉଚିତ୍। ଆମର ଉତ୍ପାଦନ ଶୂନ୍ୟ ପ୍ରଭାବ, ଶୂନ୍ୟ ତ୍ରୁଟି ନୀତି ଉପରେ ଆଧାରିତ ହେବା ଉଚିତ୍। ଏବେ ରପ୍ତାନି ଭିତ୍ତିକ ଉତ୍ପାଦନକୁ କିପରି ବୃଦ୍ଧି କରା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେ କହିଛନ୍ତି ଯେ ଉଚ୍ଚାକାଂକ୍ଷୀ ପିଏଲଆଇ ଅଭିଯାନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ପାଇଁ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାର ସଂକଳ୍ପ ପ୍ରଦର୍ଶନ କରିଥାଏ। ନୂତନ ନିବେଶ ଦ୍ୱାରା ସ୍ଥାନୀୟ ଯୋଗାଣ ଶୃଙ୍ଖଳା ଏବଂ ଏମ୍ଏସ୍ଏମ୍ଇ ଗୁଡିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶସ୍ତା ରପ୍ତାନି ମାନସିକତାରୁ ବାହାରକୁ ଆସିବାର ଏବଂ ଦକ୍ଷତା ବିକାଶକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ପେଟ୍ରୋଲିୟମ୍ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ଏବଂ କୋଇଲା ପାଇଁ ୪ ଲକ୍ଷ କୋଟି ଟଙ୍କାର ଆମଦାନୀ ବିଲ୍ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆଜି ବି ଭାରତ ୧୫ ହଜାର କୋଟି ଟଙ୍କାର ଡାଲି ଆମଦାନୀ କରୁଥିବାରୁ ଡାଲି ଓ ତୈଳବୀଜ ଆମଦାନୀ ହ୍ରାସ କରିବାର ପ୍ରୟାସ ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ଭାରତ ମିଲେଟ୍ସ ଭଳି ପୁଷ୍ଟିକର ଖାଦ୍ୟରେ ସମୃଦ୍ଧ ହୋଇଥିବା ବେଳେ ପୋଷଣ ନାମରେ ପ୍ୟାକେଜ୍ ହୋଇଥିବା ଖାଦ୍ୟ ବିରୋଧରେ ପ୍ରଧାନମନ୍ତ୍ରୀ ସତର୍କ କରାଇଥିଲେ। ଆୟୁଷ ସମ୍ବନ୍ଧିତ ଜୈବିକ ଖାଦ୍ୟର ସମ୍ଭାବନା ଏବଂ ରାଜ୍ୟର କୃଷକ ଓ ଉଦ୍ୟୋଗୀ ମାନଙ୍କ ପାଇଁ ଏହା ପ୍ରଦାନ କରୁଥିବା ସୁଯୋଗ ଉପରେ ସେ ଆଲୋକପାତ କରିଥିଲେ। ଏପରିକି ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ଖାଦ୍ୟ କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ସାହାଯ୍ୟ କରିବାକୁ ସେ ଉପସ୍ଥିତ ଜନତାଙ୍କୁ କହିଥିଲେ।

ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଭାରତ ପାଇଁ, ଏହାର କମ୍ପାନୀ ଏବଂ ଏହାର ନିବେଶକମାନଙ୍କ ପାଇଁ ଏକ ଅଭୂତପୂର୍ବ ସମୟ। ସ୍ଥିର ସରକାର, ସହାୟକ ନୀତି ବ୍ୟବସ୍ଥା, ସଂସ୍କାରର ମାନସିକତା ଏବଂ ପରିବର୍ତ୍ତନ ଓ ବିକାଶ କ୍ଷେତ୍ରରେ ଆତ୍ମବିଶ୍ୱାସର ମିଶ୍ରଣକୁ ଶ୍ରେୟ ଦେଇ ସେ କହିଥିଲେ, “ଭାରତ ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି”। ଏହା ହେଉଛି ଠିକ ସମୟ, ଉପଯୁକ୍ତ ସମୟ। ଏହା ହେଉଛି ଭାରତର ସମୟ”, ପ୍ରଧାନମନ୍ତ୍ରୀ ନିବେଶକ ମାନଙ୍କୁ ଉତ୍ତରାଖଣ୍ଡ ସହିତ ଆଗକୁ ବଢ଼ିବାକୁ ଏବଂ ଏହାର ବିକାଶ ଯାତ୍ରାରେ ଅଂଶଗ୍ରହଣ କରିବାକୁ ନିବେଦନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩ ହେଉଛି ଉତ୍ତରାଖଣ୍ଡକୁ ଏକ ନୂତନ ନିବେଶ ସ୍ଥଳ ଭାବରେ ପ୍ରତିଷ୍ଠା କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ। ୨୦୨୩ ଡିସେମ୍ବର ୮ ଓ ୯ ତାରିଖରେ’ସମୃଦ୍ଧି ପାଇଁ ଶାନ୍ତି’ ଶୀର୍ଷକରେ ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।

ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ହଜାର ହଜାର ନିବେଶକ ଓ ପ୍ରତିନିଧି ଯୋଗ ଦେଇଛନ୍ତି। ଏଥିରେ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସମେତ ଅଗ୍ରଣୀ ଶିଳ୍ପପତିମାନେ ଯୋଗ ଦେଇଛନ୍ତି।

Categories
ଆଞ୍ଚଳିକ

ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଦଶମ ଦିବସରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ.ମନୋରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମରେ ସରାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଶିବାନୀ ବାରିକ ମୁଖ୍ୟ ଅତିଥି, ନାକ୍ଟିଦେଉଳ ୟୁନିଅନ୍ ବ୍ୟାଙ୍କ ଶାଖା ପରିଚାଳକ ଚନ୍ଦ୍ର ମୋହନ ମାଝୀ ମୁଖ୍ୟବକ୍ତା, ମ୍ୟାନେଜର ପ୍ରଶାନ୍ତ କୁମାର ବାରିକ ସାଧନ କର୍ମୀ ଭାବେ ଯୋଗଦେଇ ଡିଜିଟାଲ ଭାରତରେ ଆର୍ଥିକ ସଚେତନତାର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ରଙ୍ଗୋଲି,ପାରମ୍ପରିକ ତଥା ଆଧୁନିକ ସଂଗୀତ ଗାନ, ଷ୍ଟାଣ୍ଡ ଅଫ୍ କମିଡି ଓ ଏକକ ଅଭିନୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଧ୍ୟାପିକା ବିନୀତା ମୁର୍ମୁ, ଅଞ୍ଜନା ସାହୁ, ବୈଜୟନ୍ତୀ ସାହୁ, ଅରୁଣ ବିଶ୍ବାଳ, ଜିତେନ୍ଦ୍ରିୟ ପ୍ରଧାନ, ହୁସେନ ପ୍ରଧାନ ବିଚାରକ ଭାବେ ଯୋଗ ଦେଇ ଥିଲେ। ଉପସ୍ଥିତ ଅତିଥିଗଣ, ମୁଁ ଦିଲ୍ଲୀ ଯିବି କାର୍ଯ୍ୟକ୍ରମ ଅଧିନରେ ଅନୁଷ୍ଠିତ ଡ୍ରଇଂ, ସାଧାରଣଜ୍ଞାନ, ବକ୍ତୃତା, ନୃତ୍ୟ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମ ଡଃ.ପ୍ରଶାନ୍ତ କୁମାର ଦାଶ ସଂଯୋଜନା କରିଥିଲେ। ନୋଡାଲ ଅଫିସର ସଂଜୀବ ଦାଶ ଓ ସମସ୍ତ ଅଧ୍ଯାପକ ଅଧ୍ୟାପିକା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ଯାପକ ସରୋଜ ଭୁଏ ଧନ୍ୟବାଦ ଅର୍ପଣ କରଥିଲେ।

Categories
ବିଶେଷ ଖବର

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ପାଇଁ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି।

ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ ଯେ ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

ସାଂସଦ ପଦରୁ ବହିଷ୍କୃତ ମାମଲା: ମହୁଆଙ୍କ ଆଗରେ କ’ଣ ରହିଛି ଆଇନଗତ ବିକଳ୍ପ?

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରାଙ୍କୁ ‘କ୍ୟାସ୍ ଫର୍ କ୍ୱେରି’ ମାମଲାରେ ନୈତିକତା କମିଟି ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରାଯାଇଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ଘେରିବା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ସେ ଜଣେ ବ୍ୟବସାୟୀଙ୍କଠାରୁ ଉପହାର ଏବଂ ନଗଦ ଟଙ୍କା ଗ୍ରହଣ କରିଥିଲେ ବୋଲି ନୈତିକ କମିଟିର ରିପୋର୍ଟକୁ ନେଇ ତୀବ୍ର ସମାଲୋଚନା କରାଯାଇଛି।

ସଂସଦୀୟ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ମାଗିବା କାର୍ଯ୍ୟ ବେଆଇନ ଲାଞ୍ଚ କି ନାହିଁ ତାହାକୁ ନେଇ ମୋଇତ୍ରାଙ୍କ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ଆଇନ ବିଶେଷଜ୍ଞମାନେ ଏହି ଉଲ୍ଲଂଘନର ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଯଦି ଜଣେ ସାଂସଦ ପ୍ରକୃତରେ ପାରିଶ୍ରମିକ ପାଇଁ ସଂସଦୀୟ ଦାୟିତ୍ୱ ନିର୍ବାହ କରନ୍ତି, ତେବେ ଅବମାନନା ଏବଂ ଅଧିକାରର ଗୁରୁତର ଉଲ୍ଲଂଘନ ପାଇଁ ଅଧିକାର କମିଟି ଦ୍ୱାରା ତଦନ୍ତ ହେବା ଆବଶ୍ୟକ।

ତେବେ ଏହି ମାମଲାରେ ମୈତ୍ରଙ୍କୁ ବହିଷ୍କାର କରିବାକୁ ନୈତିକତା କମିଟି ନିଷ୍ପତ୍ତି ନେଇଛି।
କିନ୍ତୁ ମାମଲାକୁ ଜଟିଳ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସାଂସଦମାନଙ୍କୁ ସେମାନଙ୍କ ସଂସଦ ଲଗ୍‍ଇନ୍ ପ୍ରମାଣପତ୍ର ଅନ୍ୟମାନଙ୍କୁ ଦେବା ପାଇଁ ବାରଣ କରିବା ପାଇଁ ସ୍ପଷ୍ଟ ନିୟମର ଅନୁପସ୍ଥିତି ରହିଛି। କାରଣ ଅନଲାଇନ୍ ପ୍ରଶ୍ନ ଦାଖଲର ଅଭ୍ୟାସ ଅପେକ୍ଷାକୃତ ସାମ୍ପ୍ରତିକ ଅଟେ। ତେବେ ନିର୍ଦ୍ଦିଷ୍ଟ ନିୟମ ନ ଥିବାରୁ ସଂସଦୀୟ ଆଚରଣର ସମ୍ଭାବ୍ୟ ଉଲ୍ଲଂଘନର ଗମ୍ଭୀରତା ହ୍ରାସ ପାଉନାହିଁ।

ମୋଇତ୍ରାଙ୍କୁ ବହିଷ୍କାର କରାଯିବା ପରେ ଏବେ ତାଙ୍କୁ ଏହି ନିଷ୍ପତ୍ତିକୁ ଅଦାଲତରେ ଚ୍ୟାଲେଞ୍ଜ କରିବାର ଅଧିକାର ରହିଛି। କମିଟିର ତଦନ୍ତ ସମୟରେ ସମ୍ଭାବ୍ୟ ବେଆଇନ ପଦକ୍ଷେପ, ଅସାମ୍ବିଧାନିକତା କିମ୍ବା ପ୍ରାକୃତିକ ନ୍ୟାୟରୁ ବଞ୍ଚିତ ହେବା ଭଳି କୌଣସି କାରଣ ରହିଛି।

ପୂର୍ବ ମାମଲାରେ ସୁପ୍ରିମକୋର୍ଟ କ’ଣ ରାୟ ଦେଇଛନ୍ତି?

ଅତୀତରେ ସମାନ ମାମଲା ଉପରେ ସୁପ୍ରିମକୋର୍ଟ ଭିନ୍ନ ଭିନ୍ନ ମତ ରଖିଛନ୍ତି, ଯାହା ସଂସଦୀୟ ବହିଷ୍କାରର ଜଟିଳତାକୁ ପ୍ରତିଫଳିତ କରୁଛି। ୨୦୦୭ର ରାଜା ରାମ ପାଲ ମାମଲା ଦର୍ଶାଇଥିଲା ଯେ ନ୍ୟାୟଯୋଗ୍ୟତା ଅଧୀନରେ ସଂସଦ ନିଜର ସଦସ୍ୟମାନଙ୍କୁ ବହିଷ୍କାର କରିବାର କ୍ଷମତା ରଖିଛି। ତେବେ ସଂସଦରେ ବାଖ୍ୟା କରିବା ସମ୍ପର୍କିତ ଧାରା ୧୦୧ର ବ୍ୟାଖ୍ୟା ଯୋଗୁଁ ବିଚାରପତିଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା।
ବହିଷ୍କାର କରିବା ସଂସଦର କ୍ଷମତା ମଧ୍ୟରେ ଅଛି ବୋଲି ସଂଖ୍ୟାଗରିଷ୍ଠ ଯୁକ୍ତି ବାଢ଼ିଥିବାବେଳେ ଅନ୍ୟମାନେ ଧାରା ୧୦୧ର ସମ୍ପୂର୍ଣ୍ଣ ପ୍ରକୃତି ଏବଂ ବହିଷ୍କାର ଉପରେ ନିରବତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ପରବର୍ତ୍ତୀ ମାମଲାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବହିଷ୍କାରକୁ ଅସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ପଞ୍ଜାବ ବିଧାନସଭାର ଅମରିନ୍ଦର ସିଂହ ବନାମ ସ୍ପେଶାଲ କମିଟି ଘୋଷଣା କରିଛନ୍ତି। ଏହି ରାୟ ବିଶେଷକରି ପୂର୍ବ କାର୍ଯ୍ୟକାଳରୁ ସେମାନଙ୍କ ଆଇନଗତ କାର୍ଯ୍ୟ ସମ୍ବନ୍ଧରେ ରାଜନୈତିକ ବିରୋଧୀ କିମ୍ବା ଅସନ୍ତୁଷ୍ଟମାନଙ୍କୁ ଟାର୍ଗେଟ କରିବା ପାଇଁ ଆଇନଗତ ଅଧିକାରର ସମ୍ଭାବ୍ୟ ଅପବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛି।

ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବାର ସାମ୍ପ୍ରତିକ ଦୃଶ୍ୟ ଦର୍ଶାଉଛି ଯେ ଶାସନରେ ପରିବର୍ତ୍ତନ ନ କରି ମଧ୍ୟ କିପରି ରାଜନୈତିକ ବିରୋଧୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇପାରିବ। କୌଣସି ଆର୍ଥିକ ଅନିୟମିତତାକୁ ପ୍ରମାଣିତ କରିବା ପାଇଁ ନୈତିକତା କମିଟିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ପରିସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅମରିନ୍ଦର ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ବହିଷ୍କାର ପାଇଁ ଅସ୍ପଷ୍ଟ କାରଣ, ଯେପରିକି ଜଣେ ସଦସ୍ୟଙ୍କୁ ଅଯୋଗ୍ୟ ଆଚରଣ କରିବା କିମ୍ବା ଗୃହର ମର୍ଯ୍ୟାଦା ହ୍ରାସ କରିବା ଭଳି ଅସ୍ପଷ୍ଟ କାରଣକୁ ନେଇ ଚିନ୍ତା ପ୍ରକଟ କରିଛି। ଏଭଳି ବ୍ୟାପକ ମାନଦଣ୍ଡ ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ଆଇନଗତ ଅଧିକାରର ଚୟନମୂଳକ ପ୍ରୟୋଗ ପାଇଁ ବାଟ ଖୋଲିପାରେ।

ମହୁଆ ମୋଇତ୍ରାର ଆଇନଗତ ବିକଳ୍ପ

ପ୍ରଥମତଃ ନୈତିକ କମିଟିର ନିଷ୍ପତ୍ତି ବିରୋଧରେ ମୋଇତ୍ରା ଆବେଦନ କରିପାରିବେ। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା କିମ୍ବା ଆଦେଶ ଦେବା ପାଇଁ ଅନୁରୋଧ କରିପାରିବେ। ଏହି ଆବେଦନ ପ୍ରାକୃତିକ ନ୍ୟାୟ ଏବଂ ନିରପେକ୍ଷ ଶୁଣାଣିର ନୀତି ଆଧାରରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନୂଆ (ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟର ଅଶ୍ଵାନ ସଭାଗୃହରେ ନୂଆ (ନୂତନ ଉନ୍ନତ ଅଭିଳାଷା) ଓଡିଶା ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନାର ଶୁଭାରମ୍ଭ ଭୁବନେଶ୍ୱରରୁ ମାନ୍ୟବର ମନ୍ତ୍ରୀ ଦକ୍ଷତା ବିକାଶ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଦ୍ୱାରା ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ କରାଯାଇ ଥିଲା। ଏଥିରେ ଦକ୍ଷତା ବିକାଶ ବିଭାଗ ର ପ୍ରମୁଖ ସଚିବ ଉଷା ପାଢ଼ୀ, ନିର୍ଦେଶକ ରେଘୁ ଜି ଏବଂ ଦକ୍ଷତା ବିକାଶ ବିଭାଗ ର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

ଏହି ଯୋଜନା ମାଧ୍ୟମରେ ୧ ଲକ୍ଷ ଯୁବକ ଯୁବତୀ ମାନଙ୍କୁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ନିଯୁକ୍ତିକ୍ଷମ କରାଇବାର ଲକ୍ଷ ରଖାଯାଇଛି। ଏହା ବ୍ୟତୀତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକର ରୂପରେଖ ପ୍ରସ୍ତୁତି ପାଇଁ ଜିଲ୍ଲା ମାନଙ୍କୁ ନୂଆ ଓଡିଶାରେ କ୍ଷମତା ପ୍ରଦାନ କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ ଆଲୁମିନା ସହଭାଗିତା ରେ ଚଳିତ ଆର୍ଥିକ ବର୍ଷରେ ୧୫୦ ଜଣ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ,କଳାହାଣ୍ଡି ଜିଲ୍ଲା ର ଆଗାମୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଦିଶାନିର୍ଦେଶ ବିଷୟରେ ଉଦ୍ବୋଧନ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ, ସରକାରୀ ପଲିଟେକ୍ନିକ ର ଅଧ୍ୟକ୍ଷ ଅମୁଲ୍ୟ ପଣ୍ଡା, ସୁଯୋଗ୍ୟ ମିଶ୍ର, ବେଦାନ୍ତ ତରଫରୁ ଶିଶିର ତରଫଦର, ଅଭିନୟ ପ୍ରତାପ ଓ ୫୦ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ମୁଁ ଆଇନ ଓ ସମ୍ବିଧାନର ସେବକ: କାହିଁକି ଏପରି କହିଲେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼?

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ମୁଁ ଆଇନ ଓ ସମ୍ବିଧାନର ସେବକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ନିର୍ଦ୍ଧାରିତ ବ୍ୟବସ୍ଥାକୁ ଅନୁସରଣ କରୁଛୁ। ଶୁକ୍ରବାର ଶୁଣାଣି ଆରମ୍ଭ ହେବା ପରେ ଆଇନଜୀବୀ ମାଥ୍ୟୁ ଜେ ନେଡୁମପାରା କହିଥିଲେ ଯେ କଲେଜିୟମ ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ। ସେ ଏହି ମାମଲାର ଶୁଣାଣି କରିଥିଲେ। ବରିଷ୍ଠ ଓକିଲଙ୍କୁ ମନୋନୀତ କରିବାର ପରମ୍ପରାକୁ ଉଚ୍ଛେଦ କରାଯାଉ ବୋଲି ସେ କହିଛନ୍ତି।

ଏହା ଉପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆପଣ ନିଜ ହୃଦୟକୁ ବଢ଼ାଇବା ପାଇଁ ସ୍ୱାଧୀନ। କିନ୍ତୁ ପ୍ରଧାନ ବିଚାରପତି ଭାବେ ଏବଂ ବିଶେଷ କରି ଜଣେ ବିଚାରପତି ଭାବେ ମୁଁ ଆଇନ ଓ ସମ୍ବିଧାନର ସେବକ। ମୁଁ କହିପାରିବି ନାହିଁ ଯେ ମୁଁ ଏହାକୁ ପସନ୍ଦ କରେ ନା ମୁଁ ଏହା କରିବି।

ଆଇନଜୀବୀ ମାଥ୍ୟୁ ଜେ ନେଡୁମପାରା ଖଣ୍ଡପୀଠଙ୍କ ନିକଟରେ କଲେଜିୟମ ବ୍ୟବସ୍ଥାରେ ସଂସ୍କାରର ଆବଶ୍ୟକତା ଏବଂ ବରିଷ୍ଠ ଆଇନଜୀବୀ ପଦଉଚ୍ଛେଦ କରିବାର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଥିଲେ। ଜଷ୍ଟିସ ଜେ.ବି.ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠ ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବୀ ପଦକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନକୁ ଚଳିତ ବର୍ଷ ଅକ୍ଟୋବରରେ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ମହୁଆଙ୍କ ଭଳି ସମାନ ମାମଲାରେ ୨୦୦୫ ରେ ୧୧ ଜଣ ସାଂସଦଙ୍କୁ କରାଯାଇଥିଲା ବହିଷ୍କାର

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଲୋକସଭା ନୈତିକତା କମିଟି ତାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିଥିଲା। ଆଜି ଲୋକସଭାରେ କମିଟିର ରିପୋର୍ଟ ଉପରେ ଆଲୋଚନା ହୋଇଥିଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଟିଏମସି ସାଂସଦଙ୍କ ସଦସ୍ୟତା ରଦ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ସଂକଳ୍ପ ପାରିତ ହେବା ପରେ ମହୁଆ ମୋଇତ୍ରାଙ୍କ ସଂସଦ ସଦସ୍ୟତା ବାତିଲ ହୋଇଛି। ୨୦୦୫ରେ ଲୋକସଭାର ୧୦ ଜଣ ଓ ଜଣେ ରାଜ୍ୟସଭା ସଦସ୍ୟଙ୍କୁ ବହିଷ୍କାର କରାଯିବା ପରେ ଗୃହରେ ଆଲୋଚନା ସମୟରେ ଏହି ମାମଲା ମଧ୍ୟ ଉଠିଥିଲା।

ମହଙ୍ଗା ଉପହାର ବଦଳରେ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ତରଫରୁ ସଂସଦରେ ପ୍ରଶ୍ନ ପଚାରିଥିବା ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ସେ ହିରାନନ୍ଦାନୀଙ୍କ ସହ ନିଜର ସଂସଦୀୟ ଲଗ୍ ଇନ୍ ଆଇଡି ଓ ପାସୱାର୍ଡ ସେୟାର କରିଥିବା ଅଭିଯୋଗ ହୋଇଛି, ଯାହାଦ୍ୱାରା ସେ ସିଧାସଳଖ ପ୍ରଶ୍ନ ପଚାରିପାରିବେ।

ମହୁଆ ମୋଇତ୍ରା ମାମଲାରେ ନୈତିକତା କମିଟିର ସୁପାରିସ ଉପରେ ଲୋକସଭାରେ ଆଲୋଚନାବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ଏହି ମାମଲାରେ ସରକାର ତରବରିଆଭାବେ ପଦକ୍ଷେପ ନେଉଛନ୍ତି। ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ୨୦୦୫ କ୍ୟାସ ଫର କ୍ୱେରି ମାମଲାକୁ ଉଲ୍ଲେଖ କରି କହିଛନ୍ତି ଯେ ସେତେବେଳେ ୧୦ ଜଣ ସାଂସଦଙ୍କୁ ସେମାନଙ୍କ ପକ୍ଷ ନ ଶୁଣି ବହିଷ୍କାର କରାଯାଇଥିଲା। ଏହାପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ନୈତିକତା କମିଟି ରିପୋର୍ଟ ଉପରେ ଆଲୋଚନା ସମୟରେ କହିଥିଲେ ଯେ ମହୁଆ ମୋଇତ୍ରାଙ୍କୁ ମଧ୍ୟ କହିବାର ସୁଯୋଗ ଦିଆଯିବା ଉଚିତ। ତେବେ ମୋଇତ୍ରାଙ୍କୁ ନୈତିକତା କମିଟି ମଧ୍ୟ ଡକାଇଥିଲା।

ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ୨୦୦୫ ମସିହାର ପ୍ରଶ୍ନ ପାଇଁ ଟଙ୍କା ମାମଲା କ’ଣ ଥିଲା? ଆସନ୍ତୁ ଜାଣିବା। ଏହି ପ୍ରସଙ୍ଗ ଉଠିବା ପରେ ୧୧ ଜଣ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା। ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ହୋଇଥିଲା। ଏମାନଙ୍କ ମଧ୍ୟରୁ ୧୦ ଜଣ ଲୋକସଭା ସଦସ୍ୟ ଓ ଜଣେ ରାଜ୍ୟସଭା ସାଂସଦ ଥିଲେ। ସେତେବେଳେ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ୟୁପିଏ-୧ ସରକାର ଥିଲା।

୨୦୦୫ର ପ୍ରଶ୍ନ ପାଇଁ ନଗଦ ଟଙ୍କା ମାମଲା କ’ଣ ଥିଲା?

୧୨ ଡିସେମ୍ବର ୨୦୦୫। ଏକ ନ୍ୟୁଜ୍ ପୋର୍ଟାଲର ଷ୍ଟିଂ ଅପରେସନ୍ ଯୋଗୁଁ ରାଜନୈତିକ ଭୂମିକମ୍ପ ସୃଷ୍ଟି ହୋଇଥିଲା। ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ୧୧ ଜଣ ସାଂସଦ ଟଙ୍କା ଅଫର ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ବିଜେପିର ୬ ଜଣ, ବିଏସପିର ୩ ଜଣ, ଆରଜେଡି ଓ କଂଗ୍ରେସର ୧-୧ ଜଣ ଥିଲେ। ଏହି ସାଂସଦମାନେ ହେଲେ ୱାଇଜି ମହାଜନ (ବିଜେପି), ଛତ୍ରପାଲ ସିଂହ ଲୋଧା (ବିଜେପି), ଆନ୍ନା ସାହେବ ଏମକେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂହ (ବିଜେପି), ରାମ ସେବକ ସିଂହ (କଂଗ୍ରେସ), ନରେନ୍ଦ୍ର କୁମାର କୁଶୱାହା (ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି), ସୁରେଶ ଚାନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୋଲ (ବିଏସପି) ଏବଂ ରାଜା ରାମ ପାଲ (ବିଏସପି)। ସର୍ବନିମ୍ନ ନଗଦ ଟଙ୍କା ଲୋଧାଙ୍କୁ ୧୫ ହଜାର ଟଙ୍କା ଦିଆଯାଇଥିବାବେଳେ ଆରଜେଡି ସାଂସଦ ମନୋଜ କୁମାରଙ୍କୁ ସର୍ବାଧିକ ନଗଦ ରାଶି ପ୍ରଦାନ କରାଯାଇଥିଲା।

୨୪ ଡିସେମ୍ବର ୨୦୦୫ରେ ସଂସଦରେ ଭୋଟ ଜରିଆରେ ସମସ୍ତ ୧୧ ଜଣ ଅଭିଯୁକ୍ତ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା। ଲୋକସଭାରେ ପ୍ରଣବ ମୁଖାର୍ଜୀ ୧୦ ଜଣ ସାଂସଦଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦେଇଥିବାବେଳେ ରାଜ୍ୟସଭାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜଣେ ସାଂସଦଙ୍କୁ ବହିଷ୍କାର କରିବାକୁ ପ୍ରସ୍ତାବ ଦେଇଥିଲେ। ଭୋଟ ଗ୍ରହଣବେଳେ ବିଜେପି ଓ୍ଵାକ୍ ଆଉଟ୍ କରିଥିଲା। ଦଳର ବରିଷ୍ଠ ନେତା ତଥା ତତ୍କାଳୀନ ବିରୋଧୀ ଦଳ ନେତା ଲାଲକୃଷ୍ଣ ଆଡଭାନୀ କହିଥିଲେ ଯେ ସାଂସଦମାନେ ଯାହା କରିଛନ୍ତି ତାହା କମ ଦୁର୍ନୀତି ଏବଂ ଅଧିକ ମୂର୍ଖତା। ଏଥିପାଇଁ ବହିଷ୍କାର ଅତ୍ୟନ୍ତ କଠୋର ଦଣ୍ଡ ହେବ।

୨୦୦୭ ଜାନୁଆରୀରେ ସୁପ୍ରିମକୋର୍ଟ ମଧ୍ୟ ସାଂସଦମାନଙ୍କୁ ବହିଷ୍କାର କରିବା ନିଷ୍ପତ୍ତିକୁ ବଜାୟ ରଖିଥିଲେ। ସେହି ବର୍ଷ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ ମଧ୍ୟ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା। ନ୍ୟୁଜ୍ ପୋର୍ଟାଲର ଦୁଇଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

Categories
ବିଶେଷ ଖବର

ସମ୍ବିଧାନ ଓ ଗଣତନ୍ତ୍ରର ହତ୍ୟା, ସଂସଦୀୟ ଇତିହାସରେ କଳା ଦିନ: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂସଦ ସଦସ୍ୟତା ହରାଇଥିବା ମହୁଆ ମୋଇତ୍ରାଙ୍କ ସମର୍ଥନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ମହୁଆ ମୋଇତ୍ରାଙ୍କ ଉପରେ ନିଆଯାଇଥିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ସମ୍ବିଧାନ ଓ ଗଣତନ୍ତ୍ରକୁ ହତ୍ୟା କରାଗଲା। ବାଚସ୍ପତି ତରବରିଆଭାବେ ନିଷ୍ପତ୍ତି ନେଇଛନ୍ତି। ଆଜି ବିଜେପି ଦଳର ଆଭିମୁଖ୍ୟ ଦେଖି ମୁଁ ଦୁଃଖିତ। ସେମାନେ କିପରି ଗଣତନ୍ତ୍ର ସହ ବିଶ୍ୱାସଘାତକତା କଲେ ? ସେ ମହୁଆଙ୍କୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦେଇନଥିଲେ। ଏଥିରେ ସମ୍ପୂର୍ଣ୍ଣ ଅନ୍ୟାୟ ହୋଇଛି। ଲୋକମାନେ ବିଜେପିକୁ ଜବାବ ଦେବେ।

ସେ କହିଛନ୍ତି ଯେ ମହୁଆ ମୋଇତ୍ରାଙ୍କୁ ଦଳ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯାଉଛି। ମୁଁ ଭାବିଥିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ସଠିକ୍ ଆଭିମୁଖ୍ୟ ରଖିବେ, କିନ୍ତୁ ତାହା ହେଲା ନାହିଁ। ସମଗ୍ର ସଂସଦ ପାଇଁ ଏହା ଏକ ଦୁଃଖଦ ଦିନ। ମହୁଆ ମୋଇତ୍ରାଙ୍କୁ ନିଜକୁ ରକ୍ଷା କରିବାକୁ ଅନୁମତି ଦିଆଯାଇନଥିଲା ତାହା ଗ୍ରହଣୀୟ ନୁହେଁ। ସଂସଦର ସଦସ୍ୟତା ଉଚ୍ଛେଦ ପରେ ମହୁଆ ମୋଇତ୍ରା ଦାବି କରିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ସଂସଦରେ ଏହି କାର୍ଯ୍ୟାନୁଷ୍ଠାନ ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ଏକ ଷଡ଼ଯନ୍ତ୍ର।

ମହୁଆ ମୋଇତ୍ରା ଏହା କହିଛନ୍ତି

ଶୁକ୍ରବାର ଲୋକସଭାରେ ସଂସଦର ନୈତିକତା କମିଟିର ସୁପାରିସକୁ ଅନୁମୋଦନ ମିଳିଛି। ଏହାପରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସଦସ୍ୟତା ଉଚ୍ଛେଦ ପ୍ରସ୍ତାବକୁ ସ୍ୱର ଭୋଟରେ ଅନୁମୋଦନ ମିଳିଥିଲା। ମହୁଆ ମୋଇତ୍ରା କହିଛନ୍ତି ଯେ, ଯଦି ଏହି ମୋଦୀ ସରକାର ଭାବୁଛନ୍ତି ଯେ ମୋତେ ଚୁପ୍ କରି ସେମାନେ ଆଦାନୀ ପ୍ରସଙ୍ଗର ଅନ୍ତ ଘଟାଇବେ, ତେବେ ମୁଁ ଆପଣଙ୍କୁ କହିଦେଉଛି ଯେ ଏହି କଙ୍ଗାରୁ ଅଦାଲତ ସମଗ୍ର ଭାରତକୁ ଦେଖାଇ ଦେଇଛନ୍ତି ଯେ ତରବରିଆ ଏବଂ ଉପଯୁକ୍ତ ପ୍ରକ୍ରିୟାର ଦୁରୁପଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

‘ନାବାଳିକାମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା’ ନେଇ କଲିକତା ହାଇକୋର୍ଟ ଦେଇଥିବା ପରାମର୍ଶରେ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ନାବାଳିକାମାନଙ୍କ ଯୌନ ଇଚ୍ଛାକୁ ନେଇ କଲିକତା ହାଇକୋର୍ଟଙ୍କ ରାୟକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଆପତ୍ତି ଉଠାଇଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କିଶୋରୀମାନଙ୍କୁ ସେମାନଙ୍କ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ମନ୍ତବ୍ୟକୁ ଆପତ୍ତିଜନକ ଏବଂ ଅନାବଶ୍ୟକ ବୋଲି କହିଛନ୍ତି। ଜଷ୍ଟିସ ଅଭୟ ଏସ୍ ଓକା ଓ ପଙ୍କଜ ମିଥାଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମନ୍ତବ୍ୟ ସମ୍ବିଧାନର ଧାରା-୨୧ ଅନୁଯାୟୀ ନାବାଳକମାନଙ୍କ ଅଧିକାରକୁ ଖୋଲାଖୋଲି ଉଲ୍ଲଂଘନ କରୁଛି।

ଖଣ୍ଡପୀଠ ଏହି ମାମଲାରେ ପଶ୍ଚିମବଙ୍ଗ ସରକାର ଏବଂ ଅନ୍ୟ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଆମେ ପ୍ରାଥମିକ ଦୃଷ୍ଟିରୁ ବିଶ୍ୱାସ କରୁ ଯେ ବିଚାରପତିମାନେ ବ୍ୟକ୍ତିଗତ ମତ ପ୍ରକାଶ କରିବା କିମ୍ବା ଉପଦେଶ ଦେବା ଆଶା କରାଯାଏ ନାହିଁ। ଏହି ମାମଲାରେ ସହଯୋଗ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ମାଧବୀ ଦିବାନଙ୍କୁ ଆମିକସ୍ କ୍ୟୁରିଭାବେ ନିଯୁକ୍ତ କରିଛନ୍ତି। ଆମିକସ୍ କ୍ୟୁରିଙ୍କୁ ସହଯୋଗ କରିବା ପାଇଁ କୋର୍ଟ ଆଇନଜୀବୀ ଲିଜ୍ ମାଥ୍ୟୁଙ୍କୁ ଅଧିକାର ଦେଇଛନ୍ତି।

୧୮ ଅକ୍ଟୋବର ୨୦୨୩ରେ କୋଲକାତା ହାଇକୋର୍ଟ ଦେଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱମୋଟୋଭାବେ ଗ୍ରହଣ କରିଛନ୍ତି। ଏଥିରେ କୁହାଯାଇଛି ଯେ କିଶୋରୀମାନେ ନିଜ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଦୁଇ ମିନିଟର ଆନନ୍ଦରେ ନିଜକୁ ନିୟୋଜିତ କରିବା ଉଚିତ ନୁହେଁ। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ଜଣେ ନାବାଳିକାଙ୍କ ଆବେଦନର ଶୁଣାଣି କରି କୋଲକାତା ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସେସନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନାବାଳିକାଙ୍କ ସହ ପୁଅର ‘ରୋମାଣ୍ଟିକ୍ ପ୍ରେମ ସମ୍ପର୍କ’ ଥିଲା।
ସେସନ୍ସ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଥିଲେ। ପ୍ରାରମ୍ଭିକ ଯୌନ ସମ୍ପର୍କ ଯୋଗୁଁ ସୃଷ୍ଟି ହେଉଥିବା ଆଇନଗତ ଜଟିଳତାକୁ ଏଡ଼ାଇବା ପାଇଁ ସେ ବିଦ୍ୟାଳୟରେ ବ୍ୟାପକ ଯୌନ ଶିକ୍ଷା ପାଇଁ ଆହ୍ୱାନ ଦେଇଥିଲେ।

Categories
ବିଶେଷ ଖବର

ସଂସଦରେ ସାଂସଦ ବୟାନ: ମୁଁ ନିଜେ ପ୍ରଶ୍ନ କରେ ନାହିଁ, ସହାୟକ କରେ

ନୂଆଦିଲ୍ଲୀ: ଟଙ୍କା ପାଇଁ ପ୍ରଶ୍ନ ପଚାରିବା ମାମଲାରେ ଆଜି ଲୋକସଭାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିହାରର ବାଙ୍କାରୁ ଜେଡିୟୁ ସାଂସଦ ଗିରଧାରୀ ଯାଦବ ଏ ନେଇ ଆଲୋଚନାରେ ଭାଗ ନେଉଥିବାବେଳେ ବାଚସ୍ପତି ଓମ୍ ବିର୍ଲାଙ୍କ ସମ୍ମୁଖରେ ସେ କହିଥିଲେ ଯେ ତାଙ୍କ ପ୍ରଶ୍ନ ତାଙ୍କ ସହାୟକ ପଚାରିଛନ୍ତି। ମୁଁ କେବେ ବି ମୋର ନିଜେ ପ୍ରଶ୍ନ କରେ ନାହିଁ। ଏହି ସବୁ କାମ ମୋର ସହାୟକ କରିଛନ୍ତି। ବାଚସ୍ପତି ଓମ୍ ବିର୍ଲା ଗିରଧାରୀଙ୍କ ବୟାନରେ କ୍ରୋଧିତ ହୋଇ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଗିରଧାରୀ କହିଛନ୍ତି ଯେ, ‘ମୋର ପାସୱାର୍ଡ ମଧ୍ୟ ମନେ ନାହିଁ। ଏହା ମୋ ସହାୟକ ପାଖରେ ରହୁଛି। ମୁଁ ଏଥର ଭୟରେ କୌଣସି ପ୍ରଶ୍ନ ପଚାରିନଥିଲି। କ’ଣ ହେବ ଜାଣି ନାହିଁ? ଜେଡିୟୁ ସାଂସଦ କହିଛନ୍ତି ଯେ, ମୋର ପ୍ରଶ୍ନ ଅନ୍ୟମାନେ ପଚାରିଥିଲେ। ମୁଁ କେବେ ବି ମୋର ନିଜେ ପ୍ରଶ୍ନ କରେ ନାହିଁ। ଅଧିକାଂଶ ସାଂସଦ ନିଜ ନିଜର ପ୍ରଶ୍ନ ଓ୍ୱେବସାଇଟରେ ଅପଲୋଡ କରନ୍ତି ନାହିଁ।’ ସେ କହିଛନ୍ତି ଯେ କିଛି ଅତି ତୀକ୍ଷ୍ଣ ଲୋକ ଥିବେ ଯେଉଁମାନେ ୨ ଘଣ୍ଟା ମଧ୍ୟରେ ରିପୋର୍ଟ ପଢ଼ିଥିବେ।

ଗଣତନ୍ତ୍ରରେ ଆମକୁ ଭୟଭୀତ କରାଯାଇଛି। ସେ କହିଛନ୍ତି କମ୍ପ୍ୟୁଟର ଚଳାଇବା ଆମେ ଜାଣିନାହୁଁ। ଆମେ ତୃତୀୟ ଥର ସାଂସଦ, ଚାରି ଥର ବିଧାୟକ ହୋଇଛୁ। ଏହି ବୃଦ୍ଧାବସ୍ଥାରେ ଆମେ କ’ଣ ଶିଖିପାରିବା? ଲାଲୁ ଯାଦବ କହୁଥିଲେ ଯେ, ବୃଦ୍ଧ ଗାଈ କ’ଣ ମାଗିଥାଏ? ଏହି ବୟସରେ ଏବେ ଏହା ହୋଇପାରିବ ନାହିଁ। ମୁଁ କୌଣସି ପ୍ରଶ୍ନ ପଚାରିନାହିଁ। ୩୭୭ ଥର ବହୁ କଷ୍ଟରେ ପ୍ରଶ୍ନ ପଚାରିଥିଲି। ଏହା ପୂର୍ବରୁ ମୁଁ ପୂରା ପ୍ରଶ୍ନ ପ୍ରସ୍ତୁତ କରୁଥିଲି। ବର୍ତ୍ତମାନ, ଏହା ମମକୁ ଜଣାନାହିଁ। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ, ମନୁ ସ୍ମୃତିକୁ ଲାଗୁ କରିବାକୁ ଚାହୁଁଛି ବିଜେପି।

ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ନୈତିକତା କମିଟିକୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ଗିରଧାରୀ ପ୍ରଶ୍ନ କରିଛନ୍ତି। କ୍ରସ୍ ପ୍ରଶ୍ନର ଉତ୍ତର ପାଇଁ ସେ ନିଶିକାନ୍ତ ଦୁବେଙ୍କୁ ଡାକିଥିଲେ। କିନ୍ତୁ ହିରାନନ୍ଦାନୀଙ୍କୁ ଡକାଯାଇନଥିଲା। ତାଙ୍କୁ ଡାକିବା ଉଚିତ ଥିଲା। ଏହା ଦୁର୍ଭାଗ୍ୟଜନକ, ଆମେ ସାଂସଦମାନେ ତଳକୁ ଖସି ଯାଇଛୁ। ଆମେ ନୈତିକତା କମିଟିର ଅଧ୍ୟକ୍ଷଙ୍କୁ ହିରାନନ୍ଦାନୀଙ୍କୁ ଡାକିବାକୁ କହିଥିଲୁ କିନ୍ତୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା।

ବୈଠକରେ କୌଣସି ଆଲୋଚନା ହୋଇନଥିଲା। ଦୁଇ ମିନିଟ୍ ମଧ୍ୟରେ ବୈଠକ ଶେଷ ହୋଇଛି। ରିପୋର୍ଟ ଉପରେ କୌଣସି ଆଲୋଚନା ହୋଇନାହିଁ। ସେମାନେ ସାଂସଦଙ୍କୁ ଡାକୁଛନ୍ତି କିନ୍ତୁ ବ୍ୟବସାୟୀଙ୍କୁ ଡାକୁ ନାହାନ୍ତି। ମୁଁ ନ୍ୟାୟ ଦେଖୁନାହିଁ। ସତ୍ୟପାଠରେ ଦଣ୍ଡ ମିଳିପାରିବ କି? ପାସୱାର୍ଡ କେବେ ଦିଆଯାଇନଥିଲା। ପାସୱାର୍ଡ ମହୁଆଙ୍କ ପାଖରେ ଥିଲା, ଯଦିଓ ଲଗଇନ୍ କୌଣସି ସ୍ଥାନରୁ ଥିଲା।

ଗିରିଧାରୀଙ୍କ ବୟାନରେ କ୍ଷୁବ୍ଧ ହେଲେ ବାଚସ୍ପତି ବିର୍ଲା

ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗିର୍ଧାରୀଙ୍କ ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସେ ସମସ୍ତ ସଦସ୍ୟଙ୍କୁ ନିଜେ ପ୍ରଶ୍ନ କରିବାକୁ ଏବଂ ପଚାରିବାକୁ ଅନୁରୋଧ କରିଛନ୍ତି। କେହି ଆମ ପ୍ରଶ୍ନ ପ୍ରସ୍ତୁତ କରି ଅପଲୋଡ଼ କରିପାରିବେ ନାହିଁ। ଏହି ମାମଲାରେ ଆପଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ବିର୍ଲା କହିଥିଲେ ଯେ ତୁମେ ରେକର୍ଡରେ କହୁଛ। ମୁଁ ସଂସଦର ମର୍ଯ୍ୟାଦା ଖସିବାକୁ ଦେବି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିକେନ ଦୋକାନୀକୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବାଲିପଡା ଛକରେ ଚିକେନ ଦୋକାନ କରିଥିବା କାଳିଆ ଗୌଡ଼କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ସାହୁ ଓ ସୌମ୍ୟରଞ୍ଜନ ସାମନ୍ତରାୟ ନାମକ ଦୁଇ ଯୁବକଙ୍କୁ ଗିରଫ କରି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ଜଣେ କୁକୁଡ଼ା ଫାର୍ମ ମାଲିକ ଓ ଆହତ କାଳିଆ ଗୌଡ଼ ତା ପାଖରେ ଅଟୋ ଚାଳକ ଭାବେ କାମ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାଳିଆ ଅଟୋ ଚାଳକ କାମ ଛାଡି ନିଜ ଗାଁ ରେ ଗୋଟେ ଚିକେନ ଦୋକାନ ଖୋଲିଥିଲ। ସେହି ସମୟରୁ କାଳିଆ ସହ ସୁର୍ଯ୍ୟ ନାରାୟଣର ଶତ୍ରୁତା ଆରମ୍ଭ ହୋଇଥିଲା।

ଗତ ମଙ୍ଗଳବାର ଦିନ କାଳିଆକୁ ବିଭିନ୍ନ ବାହାନା ଦେଖାଇ ସୁର୍ଯ୍ୟ କୁକୁଡ଼ା ଫାର୍ମକୁ ଡାକି ଅତର୍କିତ ଭାବେ ସେ ଓ ସାଙ୍ଗ ସୌମ୍ୟରଞ୍ଜନ କାତିରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ କାଳିଆ ସେଠାରୁ ଘରକୁ ଯାଇ ପରିବାର ଲୋକଙ୍କ ସହଯୋଗରେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସଦର ଥାନାରେ ଅଭିଯୋଗ କରିଥିଲା ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ୫୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।