Categories
ବିଶେଷ ଖବର ରାଜ୍ୟ ଖବର

ଫୋକସରେ ଜଗତସିଂହପୁର, ୨୧୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,  ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରୁତ୍ବ ବଢିଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗାଁ ଠାରୁ ସହର ପର‌୍ୟ୍ୟନ୍ତ ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସେ କହିଥିଲେ ।

କରୋନା ମହାମାରୀ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାମାରୀ ଯୋଗୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଆମେ ସମସ୍ତେ ପ୍ରଭାବିତ ହୋଇଛେ । ବହୁ ଲୋକଙ୍କ ରୋଜଗାର ଉପରେ ପ୍ରଭାବ ପଡିଛି । ତେଣୁ ରାଜ୍ୟ ସରକାର ଗରିବ ଲୋକ, ଚାଷୀ, ଶ୍ରମିକ, ମା ସମସ୍ତଙ୍କ ପାଇଁ ୨୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।

ଆଜି ଜଗତସିଂହପୁର ଜିଲ୍ଲାରେ Liquid Medical Oxygen Plant ଉଦ୍‌ଘାଟିତ ହେଲା ବୋଲି ପ୍ରକାଶ କରି ସେ କହିଲେ ଯେ କୋଭିଡ ସମୟରେ ଓଡିଶା ଦେଶର ୧୭ଟି ରାଜ୍ୟକୁ ମେଡିକାଲ ଅକ୍‌ସିଜେନ ଯୋଗାଇ ଦେଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକର ଖୁସି ମୋ ପାଇଁ ସବୁଠାରୁ ବଡ ସନ୍ତୋଷ । ଲୋକଙ୍କ ପାଇଁ ଆମେ କାମ କରୁଛୁ ଓ କରିଚାଲିବୁ । ସେ କୃଷକ ମାନଙ୍କ କଲ୍ୟାଣ ହେଉ ବା ମା ମାନଙ୍କ ସଶକ୍ତିକରଣ ବା କ୍ରୀଡା ପ୍ରତିଭାର ବିକାଶ – ଏ ସବୁ କାଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବା । ଅନେକ କ୍ଷେତ୍ରରେ ଓଡିଶା ଆଜି ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇପାରିଛି । ଏହି ଧାରାକୁ ଆମେ ସମସ୍ତେ ମିଶି ଆଗକୁ ନେବା ଓ ଓଡିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଦେଇଥିଲେ ।

କାର‌୍ୟ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ଓ ଜଳସମ୍ପଦ ବିକାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁରର ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ଆଜି ଓଡିଶା ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି କ୍ରୀଡାର ବିକାଶ ପର‌୍ୟ୍ୟନ୍ତ ଏବଂ ବିଭିନ୍ନ କଲ୍ୟାଣ କାର‌୍ୟ୍ୟକ୍ରମ କ୍ଷେତ୍ରରେ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ଏହି କାର‌୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖି ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ ।

ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ମୁଦୁଲି ସ୍ୱାଗତ ଭାଷଣ ଦେଇଥିଲେ । ଜଗତସିଂହପୁର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର କାର‌୍ୟ୍ୟକ୍ରମରେ ବିଜୁ ସେତୁ ଯୋଜନାରେ ବୋରିକିନା-ସୁଙ୍ଗୁଡା ରାସ୍ତାର ସ୍ଥାନୀୟ ନାଳ ଉପରେ ସେତୁ, ପାଇକା ନଦୀ ଉପରେ ଲଙ୍କାପଡାଠାରେ ଏକ ଉଚ୍ଚସ୍ତରୀୟ ସେତୁ, ମା ଶାରଳାଙ୍କ ମନ୍ଦିର ନିକଟରେ ମାର୍କେଟ କମ୍ପ୍ଲେକ୍ସ, ପାରାଦୀପ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ପାରାଦୀପ କୋଭିଡ ଚିକିତ୍ସାଳୟରେ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ ଆଦି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହେବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଥିଲା ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଚୀନ୍ ଇଞ୍ଜିନିୟରମାନଙ୍କ ଉପରେ ଆକ୍ରମଣକୁ ନେଇ ପାକିସ୍ତାନ ଆଣିଲା ସାଂଘାତିକ ଅଭିଯୋଗ: ଭାରତ ଦେଲା ଜବାବ

ନୂଆଦିଲ୍ଲୀ: ଚୀନ୍ ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ବସ୍ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ନେଇ ଭାରତ ଉପରେ ପାକିସ୍ତାନ ଅଭିଯୋଗ ଆଣିଛି। ଫଳରେ ପାକିସ୍ତାନର ଏହି ଅଭିଯୋଗ ଉପରେଭାରତ ଜବାବ ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ଏଭଳି ଏକ ପ୍ରୟାସ କରୁଛି।

ସେ କହିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ଏହା ପାକିସ୍ତାନର ଆଉ ଏକ ଷଡଯନ୍ତ୍ର। ଆଞ୍ଚଳିକ ଅସ୍ଥିରତା ଏବଂ ସେଠାରେ ଆତଙ୍କବାଦୀଙ୍କୁ ରଖିବାରେ ପାକିସ୍ତାନ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଅଭିଯୋଗ କରିଥିଲେ ଯେ, ଗତ ମାସରେ ଖେବର ପଖ୍ତୁନଖୱା ପ୍ରଦେଶରେ ଏକ ବସ୍‌ରେ ଆତ୍ମଘାତୀ ଆକ୍ରମଣ ପଛରେ ଭାରତ ଏବଂ ଆଫଗାନିସ୍ତାନ ସହଯୋଗ କରିଥିଲେ।

ଏହି ଆକ୍ରମଣରେ ୯ ଜଣ ଚାଇନାର ଇଞ୍ଜିନିଅରଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିଲେ। ଜୁଲାଇ ୧୪ ତାରିଖରେ ଉପର କୋହିସ୍ତାନ ଜିଲ୍ଲାର ଡାସୁ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ଯେଉଁଠାରେ ଚାଇନାର ଏକ କମ୍ପାନୀ ୪ ହଜାର ୩୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ପାଇଁ ସିନ୍ଧୁ ନଦୀ ଉପରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି। ଯେତେବେଳେ ଚାଇନାର ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ନେଇ ଯାଉଥିବା ବସ୍ ନିର୍ମାଣାଧୀନ ଦାସୁ ଡ୍ୟାମ ସ୍ଥାନକୁ ଯାଉଥିଲା, ସେତେବେଳେ ଏହା ବିସ୍ଫୋରଣ ହୋଇ ଏକ ଗଭୀର ଡ୍ରେନ୍‌ରେ ପଡ଼ିଯାଇଥିଲା।

ଅନୁସନ୍ଧାନ ଶେଷ ହେବା ପରେ ଇସଲାମାବାଦରେ ଶାହ ମହମୁଦ କୁରେଶି କହିଛନ୍ତି ଯେ, ଏହି ଆକ୍ରମଣରେ ବ୍ୟବହୃତ ଗାଡି ଆଫଗାନିସ୍ତାନରୁ ଚୋରା ଚାଲାଣ କରାଯାଇଥିଲା। ଭାରତୀୟ ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ଏବଂ ଆଫଗାନିସ୍ତାନର ନ୍ୟାସନାଲ ଡାଇରେକ୍ଟୋରେଟ ଅଫ ସିକ୍ୟୁରିଟି (ଏନଡିଏସ) କୁ ଏହି ଆକ୍ରମଣ କରିଥିବା se ଅଭିଯୋଗ କରିଥିଲେ। ଏହି ଘଟଣା ପଛରେ ଦୁଇଟି ଏଜେନ୍ସିର ହାତ ଅଛି ବୋଲି କୁରେଶି ଅଭିଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୨୪୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୦, କଟକରୁ ୧୪୭, ଯାଜପୁରରୁ ୮୬, ବାଲେଶ୍ବରରୁ ୭୦, ଜଗତସିଂହପୁରରୁ ୬୨, ପୁରୀରୁ ୫୫, ନୟାଗଡରୁ ୫୪, ଭଦ୍ରକରୁ ୪୭, ମୟୂରଭଞ୍ଜରୁ ୪୧, ଅନୁଗୁଳରୁ ୩୩, କେନ୍ଦ୍ରାପଡାରୁ ୩୨, ସମ୍ବଲପୁରରୁ ୧୯, ରାୟଗଡାରୁ ୧୮, କେନ୍ଦୁଝରରୁ ୧୭, ସୁନ୍ଦରଗଡରୁ ୧୬, କୋରାପୁଟରୁ ୯, ଢେଙ୍କାନାଳରୁ ୭, କନ୍ଧମାଳରୁ ୫, ବୌଦ୍ଧରୁ ୪, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ନବରଙ୍ଗପୁରରୁ ୪, ନୂଆପଡାରୁ ୪, ଝାରସୁଗୁଡାରୁ ୨, ମାଲକାନାଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୫ ହଜାର ୯୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୬୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୭୫୭ କୁ ବୃଦ୍ଧି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କ ହେଲା ବଦଳି: ଆମେରିକାରେ ମିଳିବ ନୂଆ ଦାୟିତ୍ଵ

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଭାରତରୁ ହଟାଇ ଆମେରିକା ଫେରାଇନେଇଛି। ଏବେ ସେ ସେଠାରେ ଏକ ନୂଆ ଭୂମିକାରେ କାମ କରିବେ। ତାଙ୍କ ବଦଳି ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ଏବଂ ଟ୍ୱିଟର ମଧ୍ୟରେ କଳହ ଲାଗି ରହିଛି। ଆଜି ରାହୁଲ ଗାନ୍ଧୀ ଟ୍ୱିଟର ଉପରେ ଅନେକ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ନୂତନ ନିୟମକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ କଳହ ଲାଗି ରହିଥିଲା।

ସେ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବାର ପ୍ରାୟ ଦୁଇ ବର୍ଷ ପରେ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ଆମେରିକା ସ୍ଥିତ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ପାଇଁ ଡକାଯାଇଛି।

ମନୀଷ ମହେଶ୍ୱରୀ ୧୮ ଏପ୍ରିଲ ୨୦୦୯ ରେ ନେଟୱାର୍କ ୧୮ ରୁ ଟ୍ୱିଟର ଇଣ୍ଡିଆରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ଆମେରିକାର ବରିଷ୍ଠ ନିର୍ଦ୍ଦେଶକ ରାଜସ୍ୱ ରଣନୀତି ଏବଂ ଅପରେସନ୍ସର ଦାୟିତ୍ଵ ନେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା: ଦୈନିକ ହେବ ୩ଟି ସିଫ୍ଟ

ଭୁବନେଶ୍ବର: କରୋନା ଯୋଗୁଁ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଏହି ପରୀକ୍ଷା ଜୁନ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା।

ତେବେ ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ ସିବିଟି ମୋଡରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। କେଉଁ ଦିନ କେଉଁ ପରୀକ୍ଷା ହେବ, ତାହାର ତାଲିକା ଓଜେଇଇ ୱେବସାଇଟରେ ଉପଲବ୍ଧ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି।

ପରୀକ୍ଷା ବେଳେ କୋଭିଡ୍ ଗାଇଡଲାଇନ୍‌କୁ କଡାକଡି କରାଯିବ। ପରୀକ୍ଷା କେନ୍ଦ୍ରକୁ ଆସିଥିବା  ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍‌ କରାଯିବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀରରେ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କଲା ସୁରକ୍ଷାବାହିନୀ: ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ସୁରକ୍ଷାବାହିନୀ ପଣ୍ଡ କରିଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ୧୫ ଘଣ୍ଟା ଧରି ହୋଇଥିବା ମୁକାବିଲାରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି।

ପୋଲିସର ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରୁ ରକେଟ୍ ଲଞ୍ଚର୍ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଆଜି କୁଲଗାମ ଜିଲ୍ଲାର ଶ୍ରୀନଗର-ଜମ୍ମୁ ରାଜପଥରେ ଦୁଇଜଣ ଆତଙ୍କବାଦୀ ବିଏସଏଫ କନଭେନରେ ନିଆଁ ଲଗାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ସୁରକ୍ଷା ବଳ କର୍ମଚାରୀ ଏବଂ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ବିଜେପି ବିରଜାଈ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ସ୍ଥିତ ବିରଜାଈ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍ତରାୟୀଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିରଜାଈ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବାସ୍ଥଳେ ଅତିଥିଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚଳଚ୍ଚିତ୍ର ଅଭିନେତା ହରିହର ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଆଦି ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବିରଜାଈ ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ରାଜ୍ୟ ପରିଷଦ ସଭ୍ୟ ମାଧବ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ବାମନ ଦାସ, ଜିତେନ୍ଦ୍ର ସାମନ୍ତରାୟ, ଦେବବ୍ରତ ବଡ଼ଜେନା, ଶତ୍ରୁଘ୍ନ ସାହୁ, ବିଜୟ ବିଶ୍ୱାଳ, ପ୍ରତିମା ଦେଇ ଆଦି ଉପସ୍ଥିତି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖରସ୍ରୋତା ଜଳବିବାଦ ବଳ ପ୍ରୟୋଗ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ସମାଧାନ ହେଉ: ସିପିଆଇ(ଏମ୍‌-ଏଲ୍‌)

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି। ଆଳି-ରାଜକନିକାବାସୀଙ୍କ ଦାବି ହେଲା ଖରସ୍ରୋତା ନଦୀରେ ସରକାର ପ୍ରଥମେ ଆନ୍ନିକଟ କରନ୍ତୁ। ତାହେଲେ ଭୂତଳ ଜଳସ୍ତର କମିବ ନାହିଁ।

ଲୋକଙ୍କ ପାନୀୟ ଜଳ ଓ ଚାଷବାସଙ୍କ ପାଇଁ ମଧୁର ଜଳ ସମସ୍ୟା ଉପୁଜିବ ନାହିଁ କି ଲୁଣାପାଣି ମାଡ଼ିବ ନାହିଁ। ସରକାର ଏହି ପ୍ରକଳ୍ପର ସମସ୍ତ ତଥ୍ୟ (ଡ଼ିପିଆର) ଜନଗଣଙ୍କ ଅବଗତି ନିମନ୍ତେ ପ୍ରକାଶ କରନ୍ତୁ ଯଥା ଖରସ୍ରୋତା ନଦୀରେ କେତେ ଜଳ କେଉଁ ସମୟରେ ପ୍ରବାହିତ ହେଉଛି ଓ କେତେ ପାଣି ସରକାର ଭଦ୍ରକକୁ ପିଇବା ପାଇଁ ନେବେ ଇତ୍ୟାତି ଇତ୍ୟାଦି।

ଆନ୍ଦୋଳନରତ ଜନଗଣ କେବେ ବି ଭଦ୍ରକକୁ ପାନୀୟ ଜଳଯୋଗାଣର ବିରୋଧୀ ନୁହଁନ୍ତି ବରଂ ସରକାରର ଆଦାନୀର ଧାମରା ପ୍ରକଳ୍ପ ପାଇଁ ଖରସ୍ରୋତାରୁ ମଧୁର ଜଳ ନେବା ଓ ତାର ମାଲ ପରିବହନ ପାଇଁ ଆନ୍ନିକଟ ନ କରିବା ଜିଦରେ ଅଟଳ ରହୁଛନ୍ତି। ଲୋକଙ୍କ ସହ ଆଲୋଚନା ନକରି ଜବରଦସ୍ତ ପ୍ରକଳ୍ପ କରାଇ ନେବାର ଉଦ୍ୟମ ଯୋଗୁ ଗତ ୧୨.୮.୨୦୨୧ରେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ସରକାର ଦାୟୀ।

ପୁନଶ୍ଚ ଆନ୍ଦୋଳନ ପରେ ରାତିରେ ଘରେ ପଶି ଅନ୍ଧାଧୂନିଆଁ ଭାବେ ଲୋକଙ୍କୁ ଗିରଫ କଲେ, ଭଙ୍ଗାରୁଜା କଲେ ଓ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ଲୋକଙ୍କ ପ୍ରତି ଦୁର୍ବ୍ୟବହାର କଲେ, ଆମେ ତାର ଘୋର ନିନ୍ଦା କରୁଛୁ। ଆମର ଦାବି ହେଲା ସରକାର ବଳ ପ୍ରୟୋଗ ବନ୍ଦ କରନ୍ତୁ ଓ ‘ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି’ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରନ୍ତୁ।

Categories
PanchayatElection ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ସୁପ୍ରିମୋଙ୍କ ଐତିହାସିକ ନିଷ୍ପତି, ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ରହିବ ୨୭% ଆସନ

ଭୁବନେଶ୍ୱର, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତିରାଜ ସଂସ୍ଥାର ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ଅତି କମ୍‌ରେ ୨୭% ଦଳୀୟ ପ୍ରାର୍ଥୀ ଘୋଷଣା କରିବାକୁ ଦଳ ନିଷ୍ପତ୍ତି ନେଇଛି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଡକ୍ଟର ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି ।

ଦଳର ଦୁଇ ବରିଷ୍ଠ ନେତା କହିଛନ୍ତି ଯେ କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ । ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ୍‍ ନଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା ପାଇଁ ବିଜେଡି କହିବା ସହିତ ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଆହ୍ୱାନ ଦେଇଛି ।

ସ।।ମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ପଛୁଆବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ।

ସଂରକ୍ଷଣ ସୀମା ୫୦% ସିମୀତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ ଚାକିରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି । ରାଜ୍ୟଗୁଡିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଏବଂ ଏବେ ମଧ୍ୟ କରିପାରିବେ । କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ôଥମାନେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି ।

ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀରେ ସଂରକ୍ଷଣର ସୁବିଧା ପାଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର କୌଣସି ଜାତିକୁ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆବର୍ଗ କମିଶନଙ୍କୁ ତଥ୍ୟ ସହିତ ଉପଯୁକ୍ତ ଦାବି ଉପସ୍ଥାପନ କରିବାକୁ ପଡିଥାଏ। ଯଦି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୁଏ ତେବେ ସେହି ଜାତି ଓବିସି ତାଲିକାଭୁକ୍ତ ହୁଏ । ୧୧.୦୮.୨୦୧୮ ପୂର୍ବରୁ ଆମ ରାଜ୍ୟରେ ୨୦୦ଟି ଜାତି ଏବଂ ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ ହୋଇଛି । ପୂର୍ବଭଳି ରାଜ୍ୟଗୁଡିକ ପଛୁଆବର୍ଗ ତାଲିକା ପ୍ରସ୍ତୁତ ପାଇଁ ସମ୍ବିଧାନ ସଂଶୋଧନରେ ବ୍ୟବସ୍ଥା ଥିବାରୁ ଲୋକସଭାରେ କୌଣସି ବିରୋଧି ଦଳ ଏହାକୁ ବିରୋଧ କରିନାହାନ୍ତି । ହେଲେ ସଂରକ୍ଷଣରେ ଥିବା ୫୦% ସୀମାକୁ ଉଠାଇବାକୁ ସମସ୍ତ ବିରୋଧି ଦଳ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛନ୍ତି ।

ସମ୍ବିଧାନର ୧୦୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନର ଅନୁଚ୍ଛେଦ ୩୩୮ଇ ପରେ ୩୩୮ ଈ ଏବଂ ଅନୁଚ୍ଛେଦ ୩୪୨ ପରେ ୩୪୨ ଇ (ଏହି ଦୁଇଟି ଅନୁଚ୍ଛେଦ) ସଂଯୋଗ କରାଯାଇଛି । ତତ୍‌ପରେ ସମ୍ବିଧାନର ୧୨୭ତମ ସଂଶୋଧନ ମାଧ୍ୟମରେ ଉପରୋକ୍ତ ଦୁଇଟି ଅନୁଚ୍ଛେଦରେ କେତେକ ପରିବର୍ତ୍ତନ କରାଯିବା ସଂଗେ ସଂଗେ ଅନୁଚ୍ଛେଦ ୩୬୬ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରି ପଛୁଆବର୍ଗର ସଂଜ୍ଞା ଉଲ୍ଲେଖ କରାଯାଇଛି ।

ଯଦି ସମ୍ବିଧାନର ୧୨୭ତମ ସାମ୍ବିଧାନିକ ସଂଶୋଧନ କାର୍ଯ୍ୟକାରୀ ହୁଏ ତେବେ ୧୧.୦୮.୨୦୧୮ (୧୦୨ତମ ସାମ୍ବିଧାନିକ ସଂଶୋଧନ) ପୂର୍ବରୁ ଏବଂ ୦୨.୦୪.୧୯୯୩ (ଜାତୀୟ ପଛୁଆ ବର୍ଗ କମିଶନ-ଆଇନ୍‌) ପରେ ଯେପରି ରାଜ୍ୟଗୁଡିକ ସାମାଜିକ ଏବଂ ଶିକ୍ଷାଗତ ପଛୁଆବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ସେହିପରି କରିପାରିବେ ବୋଲି ଶ୍ରୀ ସ୍ୱାଇଁ ଓ ଡକ୍ଟର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣି ଓଭର ବ୍ରିଜ ନିକଟରେ ସଡ଼କ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଯୁବକ ମୃତ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏନେଇ ନାଚୁଣି ଫାଣ୍ଡି ପୋଲିସ ସୂଚନା ଦେଇଛି।

ନାଚୁଣି ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ସୂଚନା ମୁତାବକ ଆଜି ସକାଳେ ନାଚୁଣି ଓଭର ବ୍ରିଜ ନିକଟରେ ଜଣେ ମୃତ ବ୍ୟକ୍ତି ପଡିଥିବାର ଖବର ପାଇଥିଲା ପୋଲିସ। ଦୁର୍ଘଟଣା କାରଣରୁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଗୋପୀନାଥ ମୁଦୁଲି (୩୫)। ତାଙ୍କ ନିଜଘର ସୁନଖଳା ଗ୍ରାମ ହୋଇଥିବାବେଳେ ସେ କିନ୍ତୁ ନାଚୁଣିରେ ରହୁଥିଲେ।

ସବୁଦିନ ପରି ଆଜି ସକାଳେ ଗୋପୀନାଥ ଶୌଚ ହେବା ନିମନ୍ତେ ନାଚୁଣି ଓଭର ବ୍ରିଜ ନିକଟକୁ ଯାଇଥିବାବେଳେ କୌଣସି କାରଣ ବଶତଃ ଏକ ଯାନ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଗୋପୀନାଥ ଙ୍କର ମୃତ୍ୟୁ ହୋଇଛି।

ପୋଲିସ ଠାରୁ ସୂଚନା ପାଇ ଗଙ୍ଗାଧରପୁର ଅଗ୍ନିଶମ ବହିନୀ ଉକ୍ତ ମୃତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ନାଚୁଣି ଫାଣ୍ଡି ପୋଲିସ ଏ ସଂକ୍ରାନ୍ତରେ ବାଣପୁର ଥାନାରେ ୨୯୧/୨୧ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବାଣପୁର ପଠେଇଦେଇଛି। ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ବୋଲି ନାଚୁଣି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ସ୍କ୍ରାପ୍ ପଲିସିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ: ନୂଆ ଗାଡି କିଣିଲେ ପଞ୍ଜୀକରଣ ପାଇଁ ଦେବାକୁ ପଡିବ ନାହିଁ କୌଣସି ଅର୍ଥ

ନୂଆଦିଲ୍ଲୀ: ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ। ପିଏମ ମୋଦୀ ଜାତୀୟ ଅଟୋମୋବାଇଲ ସ୍କ୍ରାପେଜ ନୀତି ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ନୀତି ନୂଆ ଭାରତର ଅଟୋ ସେକ୍ଟରକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି। ବୈଜ୍ଞାନିକ ଢଙ୍ଗରେ ଦେଶରେ ଅନୁପଯୁକ୍ତ ଯାନଗୁଡିକ ହଟାଇବାରେ ଏହି ନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନୀତି ସାଧାରଣ ପରିବାରକୁ ସବୁ ଉପାୟରେ ଉପକୃତ କରିବ, ପ୍ରଥମ ଲାଭ ହେଉଛି ପୁରୁଣା କାରକୁ ସ୍କ୍ରାପ୍ କରିବା ପାଇଁ ଏକ ସାର୍ଟିଫିକେଟ୍ ଦିଆଯିବ। ଯେଉଁ ବ୍ୟକ୍ତିଙ୍କ ପାଖରେ ଏହି ସାର୍ଟିଫିକେଟ୍ ରହିବ, ତାଙ୍କୁ ଏକ ନୂତନ ଗାଡି କିଣିବାରେ ପଞ୍ଜୀକରଣ ପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। ଏହା ସହିତ ତାଙ୍କୁ ସଡକ ଟ୍ୟାକ୍ସରେ ମଧ୍ୟ କିଛି ରିହାତି ଦିଆଯିବ। ଦ୍ୱିତୀୟ ସୁବିଧା ହେବ ଯେ ରକ୍ଷଣାବେକ୍ଷଣ ମୂଲ୍ୟ, ମରାମତି ମୂଲ୍ୟ, ପୁରୁଣା ଯାନର ଇନ୍ଧନ ମଧ୍ୟ ସଞ୍ଚୟ ହେବ। ତୃତୀୟ ସୁବିଧା ସିଧାସଳଖ ଜୀବନ ସହିତ ଜଡିତ। ପୁରୁଣା ଯାନ, ପୁରୁଣା ଟେକ୍ନୋଲୋଜି ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବହୁତ ଅଧିକ, ଯାହା ଏଥିରୁ ମୁକ୍ତି ମିଳିବ। ଚତୁର୍ଥ, ପ୍ରଦୂଷଣ ହେତୁ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ମଧ୍ୟ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବର୍ଜ୍ୟବସ୍ତୁରୁ ବର୍ଜ୍ୟବସ୍ତୁ ଅଭିଯାନର ବୃତ୍ତିଗତ ଅର୍ଥନୀତିରେ ନୂତନ ସ୍କ୍ରାପିଂ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଅଟେ। ସହରଗୁଡିକରୁ ପ୍ରଦୂଷଣ ହ୍ରାସ କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ସହିତ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନୀତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ। ଏହି ନୀତି ଧାତୁ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତାକୁ ମଧ୍ୟ ନୂତନ ଶକ୍ତି ଦେବ। ଏହି ନୀତି ଦେଶରେ ୧୦ ହଜାର କୋଟିରୁ ଅଧିକ ନୂଆ ପୁଞ୍ଜି ବିନିଯୋଗ ଆଣିବ ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ।

ସ୍କ୍ରାପ୍ ପଲିସି କ’ଣ?

୧୫ ଏବଂ ୨୦ ବର୍ଷ ପୁରୁଣା ଯାନଗୁଡିକକୁ ସ୍କ୍ରାପ୍ କରାଯିବ। ବାଣିଜ୍ୟିକ ଯାନ ପାଇଁ ୧୫ ବର୍ଷ ଏବଂ ଘରୋଇ ଯାନ ପାଇଁ ୨୦ ବର୍ଷରେ କଟକଣା ଲାଗିବ। ନିର୍ଦ୍ଧାରିତ ସମୟ ପରେ ଯାନଗୁଡ଼ିକୁ ସ୍ୱୟଂଚାଳିତ ଫିଟନେସ୍ ସେଣ୍ଟରକୁ ନେବାକୁ ପଡିବ। ଘରୋଇ କମ୍ପାନୀଗୁଡିକ ସ୍ୱୟଂଚାଳିତ ଫିଟନେସ୍ ସେଣ୍ଟର ପରିଚାଳନା କରିବେ ଏବଂ ଏହା ନିବେଶକମାନଙ୍କୁ ଆକ୍ରୁଷ୍ଟ କରିବା ଏହି ଶିଖର ସମ୍ମିଳନୀର ଏକ ବଡ଼ ଏଜେଣ୍ଡା ଅଟେ।

ଜାଣନ୍ତୁ ଏହି ସ୍କ୍ରାପ୍ ପଲିସିର କ’ଣ ଲାଭ ହେବ:

ଗାଡି ମାଲିକଙ୍କ ପାଇଁ କମ୍ ଆର୍ଥିକ କ୍ଷତି ହେବ, ଏହା ସହିତ ସଡ଼କ ଦୁର୍ଘଟଣା କମ୍ ହେବ ଏବଂ ଜୀବନ ସୁରକ୍ଷିତ ରହିବ। ଏହା ଦ୍ଵାରା ପ୍ରଦୂଷଣ ମଧ୍ୟ ହ୍ରାସ ହେବ। ବଜେଟରେ ମଧ୍ୟ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନୂତନ ସ୍କ୍ରାପ୍ ନୀତି ବିଷୟରେ ଅର୍ଥମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଆଗାମୀ ୫ ବର୍ଷରେ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକ ବାତିଲ କରିବାକୁ ଦାବି କଲା ଏନସିପିସିଆର

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ପରେ ବିରୋଧ ଦେଖାଦେଇଛି। ବର୍ତ୍ତମାନ ରାଷ୍ଟ୍ରୀୟ ସୁରକ୍ଷା ଆୟୋଗ (ଏନସିପିସିଆର) ମଧ୍ୟ ରାହୁଲ ଗାନ୍ଧୀଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଏନସିପିସିଆର ଦାବି ଅନୁଯାୟୀ, ରାହୁଲ ଗାନ୍ଧୀ ଦୁଷ୍କର୍ମ ପୀଡିତାଙ୍କ ପିତାମାତାଙ୍କ ପରିଚୟ ପ୍ରକାଶ କରି ପୋସ୍କୋ ନିୟମକୁ ଉଲ୍ଲଂଘନ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହି ପରିପ୍ରେକ୍ଷୀରେ ଟ୍ୱିଟର ରାହୁଲ ଗାନ୍ଧୀଙ୍କ ହ୍ୟାଣ୍ଡେଲକୁ ତାଲା ପକାଇ ସାରିଛି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ୨୦ ଜଣ କଂଗ୍ରେସ ନେତା ଏବଂ ଦଳର ୭ ଟି ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ବନ୍ଦ ରଖାଯାଇଛି।

କେବଳ ଏନସିପିସିଆର ଅଭିଯୋଗ ଉପରେ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ରାହୁଲ ନାବାଳିକାର ପରିବାର ସଦସ୍ୟଙ୍କୁ ଭେଟିଥିଲେ, ଯାହାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ବିଜେପି ଅଭିଯୋଗ କରିଛି ଯେ, ଗାନ୍ଧୀ ପୀଡିତାଙ୍କ ପରିବାରର ପରିଚୟ ପ୍ରକାଶ କରିଛନ୍ତି। ଯାହା ବେଆଇନ ଅଟେ। ଏନସିପିସିଆର ଅଭିଯୋଗ ପରେ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଏହି ଆମେରିକୀୟ କମ୍ପାନୀ ପକ୍ଷପାତ କରୁଛି। ଏବଂ ଏହା ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଟ୍ୱିଟର ଦ୍ୱାରା ଯାହା କରାଯାଇଛି ତାହା ହେଉଛି ଭାରତର ଗଣତାନ୍ତ୍ରିକ ପଦ୍ଧତି ଉପରେ ଆକ୍ରମଣ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ: ଓବିସିଙ୍କୁ ମିଳିବ ୨୭ ପ୍ରତିଶତ ଟିକେଟ

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ଲାଗି ବିଜେଡ଼ି ବଡ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓବିସିମାନଙ୍କ ପାଇଁ ଟିକେଟ ସଂରକ୍ଷଣ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓବିସିଙ୍କୁ ଟିକେଟ ଦେବା ପାଇଁ ବିଜେଡ଼ି ଘୋଷଣା କରିଛି।

ଦେଶର ପ୍ରଥମ ଦଳ ଭାବେ ଓବିସିଙ୍କ ପାଇଁ ଦଳ ଟିକେଟ ସଂରକ୍ଷଣ କରିଛି। ଏହା ସହ ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରିବା ଲାଗି ଦଳ ବିଚାର କରୁଛି। ତେବେ ପଞ୍ଚାୟତ ନିର୍ବାଚନ ବ୍ୟତୀତ ଆଗାମୀ ସମସ୍ତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବ ବୋଲି ଦଳ ଘୋଷଣା କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ଦଳ କାର୍ଯ୍ଯାଳୟରେ ଘୋଷଣା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୁଣାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ସ୍ବତନ୍ତ୍ର କୋଭିଡ-୧୯ ପ୍ୟାକେଜ

ଭୁବନେଶ୍ବର, ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକଜେ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ର୍ସବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ର୍ବତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାର ମାନେ ସମୋନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ ବିଶଷେ ଚାହିଦା ରହିଛି।

କିନ୍ତୁ ମହାମାରୀ କୋଭିଡ ପରିପ୍ରେକ୍ଷୀରେ ଗତ ଦୁଇର୍ବଷରେ ହସ୍ତତନ୍ତ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଛି ଏବଂ ଆମର ହଜାର ହଜାର ବୁଣାକାରମାନଙ୍କ ରୋଜଗାରରେ ମଧ୍ୟ ହ୍ରାସ ଘଟିଛି।

ଏହି ପ୍ୟାକଜେରେ concrete ହୋଇନଥିବା ୧୫,୦୦୦ loom pit କୁ ର୍ପଯ୍ୟାୟକମେ ଆଗାମୀ ତିନି ର୍ବଷରେ କଂକ୍ରିଟ କରାଯିବ। ପ୍ରତି loom pit କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲଖୋଏ ର୍ଖଚ୍ଚ କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧,୩୪୨ଟି loom pit ମଧ୍ୟରୁ ଏର୍ପଯ୍ୟନ୍ତ ୧୫,୦୭୧ଟି loom pit କୁ କଂକ୍ରିଟ କରାଯାଇଛି।

ସେହିପରି ୩୦୦୦ ବୁଣାକାର ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକଜେ ଅଧିନରେ ପ୍ରାଥମିକତା ଭିତ୍ତିରେ House-cum-Work shed ଯୋଗାଇ ଦିଆଯିବ। ଏ ର୍ପଯ୍ୟନ୍ତ ୧୧ ହଜାର ୬୯୫ ଟି House-cum-Work shed ବୁଣାକାର ପରିବାରକୁ ଯୋଗାଇ ଦିଆଯାଇଛି। ଲୁଗାବୁଣା ଏବଂ କୁଟୀର ଶିଳ୍ପ ଉତ୍ପାଦନ ପ୍ରକ୍ରିୟାରେ ପରିବାରର ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି।

ସେହିପରି ଡିଜାଇନ ପ୍ରସ୍ତୁତି ମଧ୍ୟ ଏକ ଜଟିଳ ପ୍ରକ୍ରିୟା। ତେଣୁ ବୁଣାକାରମାନଙ୍କ ଆଖି ଉପରେ ଯେପରି ବିଶେଷ ଚାପ ନ ପଡିବ ଏବଂ ସେମାନେ ଦୀର୍ଘ ସମୟ କାମ କରିପାରିବେ, ସେଥିପାଇଁ ସେମାନଙ୍କୁ ଏହି ଯୋଜନା ରେ ବିଜୁଳି ଆଲୁଅ ଓ ବିଜୁଳି ପଙ୍ଖା ଯୋଗାଇ ଦିଆଯିବ।

ସେହିପରି ସମସ୍ତ ଯୋଗ୍ୟ ବୁଣାକାର ପରିବାର କୁ ଅଗ୍ରାଧିକାର ଭିତ୍ତିରେ ବାସଗୃହ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଛି। ପଞ୍ଚାୟତ ରାଜ ବିଭାଗର guideline ଅନୁସାରେ ଏଥିପାଇଁ ହିତାଧିକାରୀ ଚୟନ କରାଯିବ।

ଏହି ପ୍ୟାକେଜରେ ବୁଣାକାର ମାନେ ଯେପରି ସୁବିଧାରେ ଋଣ ପାଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି। ବୁଣାକାର ମାନଙ୍କୁ ପଚାଶ ହଜାର ଟଙ୍କା ର୍ପଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୁଣାକାର ମାନଙ୍କର ଉତ୍ପାଦନ ସାମଗ୍ରୀ ରଖିବା ନିମନ୍ତେ ବିଭିନ୍ନ ଗୋଷ୍ଠୀ ଭିତ୍ତିଭୂମି ଯଥା – CFC, ଗୋଦାମ ଓ ବିକ୍ରୟ କେନ୍ଦ୍ର ଆଦି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ କରାଯିବ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ବାଣପୁରରେ ୭୬୦ ଲୋକ ନେବେ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ କେତେ ରହିଛି ଡୋଜ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି ୭୬୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ଚାରି ଗୋଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା(ଅଫଲାଇନ) ୧୦ ଟି ଡୋଜ

୨- କୃତିବାସ ଭବନ- ପ୍ରଥମ ଡୋଜ- ୧୦୦ (କେବଳ ୧୮-୪୪ ବର୍ଷୀୟ ନାଗରିକ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

7୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

ଅଫଲାଇନ ଟୀକାକରଣ:

୫- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮.୩୦ରୁ ଟୀକାକରଣ ଆରମ୍ଭ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଟୀକା ତଥ୍ୟ ମିଳିପାରିନାହିଁ। ତଥ୍ୟ ମିଳିଲେ ତୁରନ୍ତ ଏନେଇ ବିବରଣୀ ଦିଆଯିବ ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ: ଏହି ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ

ଭୁବନେଶ୍ବର: ଆସନ୍ତାକାଲି ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପାଇବ। ଆସନ୍ତାକାଲି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। orissaresults.nic.in ଓ୍ବେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କରୋନା  ଯୋଗୁଁ ଚଳିତବର୍ଷ ପରୀକ୍ଷା ବାତିଲ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ କଳାରେ ୨ ଲକ୍ଷ ୨୦ ହଜାର ୪୩୭ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୭ ହଜାର ୩୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୯ ଟି ରାଜ୍ୟରେ ୫୦% ଲୋକ ନେଲେ ଏକକ ଡୋଜ୍ ଟିକା: ଜାଣନ୍ତୁ ବିଜେପି ଏବଂ ଅଣ-ବିଜେପି ଶାସିତ ରାଜ୍ୟରେ କଣ ରହିଛି ସ୍ଥିତି

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୫୩ କୋଟି ଟିକା ଡୋଜ ଦିଆଯାଇଛି। ଏଥିମଧ୍ୟରୁ ଅତି କମରେ ୪୧ କୋଟି ଲୋକ ଟୀକାକରଣର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଜନସଂଖ୍ୟା ଅନୁଯାୟୀ, ଭାରତର ଜନସଂଖ୍ୟାର ୩୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ନଅ ପ୍ରତିଶତ ଲୋକ ଉଭୟ ଡୋଜ ନେଇଛନ୍ତି। ଦେଶରେ ନଅଟି ରାଜ୍ୟ ଅଛି ଯେଉଁଠାରେ ଜନସଂଖ୍ୟାର ୫୦ ପ୍ରତିଶତ ପ୍ରଥମ ଡୋଜ ପାଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଉଛି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ ଏବଂ ଛତିଶଗଡ।

ସବୁଠୁ ପଛରେ ରହିଛି ଏହି ରାଜ୍ୟ:

ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ଟିକା ଦିଆଯାଇଛି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ୟୁପି ପଛରେ ଅଛି। ୟୁପିରେ ସର୍ବାଧିକ ୫.୬୩ କୋଟି ଡୋଜ ଦିଆଯାଇଛି। କିନ୍ତୁ ଅତିକମରେ ୩୧ ପ୍ରତିଶତ ଜନସଂଖ୍ୟା ଏକକ ଡୋଜ ଟିକା ଗ୍ରହଣ କରିଛନ୍ତି। ଜନସଂଖ୍ୟା ହିସାବରେ ପଶ୍ଚିମବଙ୍ଗ, ବିହାର, ପଞ୍ଜାବ, ଝାଡଖଣ୍ଡ, ତାମିଲନାଡୁ, ମହାରାଷ୍ଟ୍ରର ରାଜ୍ୟଗୁଡିକରେ ୟୁପି ଅପେକ୍ଷା ଅଧିକ ଟିକା ଦିଆଯାଇଛି।

ସବୁଠୁ ଅଧିକ ଟୀକା ଦିଆଯାଇଥିବା ରାଜ୍ୟ:

ହିମାଚଳ ପ୍ରଦେଶରେ ବୟସ୍କଙ୍କ ମଧ୍ୟରୁ ୭୭ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଛି। ଏହା ପରେ ଜାମ୍ମୁ କାଶ୍ମୀରରେ ୬୬ ପ୍ରତିଶତ, ଉତ୍ତରପ୍ରଦେଶରେ ୬୪ ପ୍ରତିଶତ, ଗୁଜୁରାଟରେ ୬୦ ପ୍ରତିଶତ, ମଧ୍ୟପ୍ରଦେଶରେ ୫୫ ପ୍ରତିଶତ, କର୍ଣ୍ଣାଟକରେ ୫୪ ପ୍ରତିଶତ, କେରଳରେ ୫୪ ପ୍ରତିଶତ, ରାଜସ୍ଥାନରେ ୫୨ ପ୍ରତିଶତ ଏବଂ ଛତିଶଗଡରେ ୫୦ ପ୍ରତିଶତ ରହିଛି।

ବିଜେପି ଶାସିତ ରାଜ୍ୟରେ ଟୀକାକରଣର ସ୍ଥିତି:

୧- ଉତ୍ତରପ୍ରଦେଶ- ମୋଟ ୫ କୋଟି ୬୩ଲକ୍ଷ ଡୋଜ
୨- ମଧ୍ୟପ୍ରଦେଶ – ମୋଟ ୩ କୋଟି ୬୭ ଲକ୍ଷ ଡୋଜ
୩- ଗୁଜୁରାଟ- ମୋଟ ୩ କୋଟି ୮୬ ଲକ୍ଷ ଡୋଜ
୪- ବିହାର- ମୋଟ ୨ କୋଟି ୮୯ ଲକ୍ଷ ଡୋଜ
୫- ହରିୟାଣା- ମୋଟ ୧ କୋଟି ୩୩ ଲକ୍ଷ ଡୋଜ

ଅଣ ବିଜେପି ଶାସିତ ରାଜ୍ୟରେ ଟୀକାକରଣର ସ୍ଥିତି:

୧- ମହାରାଷ୍ଟ୍ର – ୪ କୋଟି ୭୯ ଲକ୍ଷ ଡୋଜ
୨- ରାଜସ୍ଥାନ – ସମୁଦାୟ ୩ କୋଟି ୬୩ ଲକ୍ଷ ଡୋଜ
୩- ପଶ୍ଚିମବଙ୍ଗ- ମୋଟ ୩ କୋଟି ୩୩ଲକ୍ଷ ଡୋଜ
୪- କେରଳ – ୨ କୋଟି ୨୮ ଲକ୍ଷ ଡୋଜ
୫- ଦିଲ୍ଲୀ- ମୋଟ ୧ କୋଟି ୧୨ ଲକ୍ଷ ଡୋଜ

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବିଭତ୍ସ ହତ୍ୟାକାଣ୍ଡ: ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କେନାଲ ହୁଡାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲି ଗ୍ରାମରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। କାଁହୁ ଚରଣ ପରିଡା (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ଦୁର୍ବୁତ୍ତମାନେ କୌଣସି ଏକ ଧାରୁଆ ଅସ୍ତ୍ରରେ ହାଣିଥିବା କୁହାଯାଉଛି। କାହ୍ନୁଙ୍କ ଶରୀରର ଏକାଧିକ ଅଙ୍ଗକୁ ଦୁର୍ବୁତ୍ତମାନେ ନୃଶଂସ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ କାହ୍ନୁଙ୍କ ମୃତ ଦେହକୁ କେନାଲ ହୁଡାରେ ଫୋପାଡିଦେଇଥିବାର ଅଭିଯୋଗ ହୋଇଛି।

ଆଜି ସକାଳୁ ଏ ନେଇ ମୃତକଙ୍କ ପତ୍ନୀ ବାଣପୁର ଥାନାରେ ଜଣାଇବାରୁ ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଆଇଆଇସି ସଦଳବଳେ ପହଞ୍ଚି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛନ୍ତି। ଅପରପକ୍ଷରେ ଉକ୍ତ ହତ୍ୟାକାଣ୍ଡଟି ପୂର୍ବ ଶତ୍ରୁତାକୁ ନେଇ ହୋଇଥିବାର ସନ୍ଦେହ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୪୦ ହଜାର ୧୨୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୧୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୧ ଲକ୍ଷ ୧୭ ହଜାର ୮୨୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୨୫୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୨ ହଜାର ୩୪୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୫ ହଜାର ୨୨୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୬ ହଜାର ୭୫୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୭୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ବରଗଡ ଜିଲ୍ଲାରୁ ସର୍ବାଧିକ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୬ ଜଣ, ଅନୁଗୁଳ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ୫ ଜଣ ଲେଖାଏଁ, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ, ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୪ ହଜାର ୭୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୮୦୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୭୫୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୧୯୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୧୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୯୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୪ ହଜାର ୭୫୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୮୦୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୬୯୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୮ ଟି ଜିଲ୍ଲାରୁ ୧ ହଜାର ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୨୫ ଜଣ, କଟକ ଜିଲ୍ଲାରୁ ୧୬୧ ଜଣ, ଅନୁଗୁଳ ଜିଲ୍ଲାରୁ ୪୯, ବାଲେଶ୍ଵର ଜିଲ୍ଲାରୁ ୬୯ ଜଣ, ବରଗଡ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୯ ଜଣ, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୧ ଜଣ, ଗଜପତି ଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୧୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୬ ଜଣ, ଯାଜପୁର ଜିଲ୍ଲାରୁ ୫୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୯ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦ ଜଣ, କୋରାପୁଟଜିଲ୍ଲାରୁ ୪ ଜଣ, ମାଲକାନଗିରି ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨, ନୟାଗଡ ଜିଲ୍ଲାରୁ ୩୯ ଜଣ, ନୂଆପଡା ଜିଲ୍ଲାରୁ ୨, ପୁରୀ ଜିଲ୍ଲାରୁ ୩୪ ଜଣ, ରାୟଗଡା ଜିଲ୍ଲାରୁ ୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ ଏବଂ ଷ୍ଟେଟ ପୁଲରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।