Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ବିବାଦରେ ବିବାଦୀୟ ବିଜେଡି ସାଂସଦ ଭର୍ତ୍ତୁହରି ମହାତାବ, ବହୂ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ଭୁବନେଶ୍ବର, ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବ। ତେବେ ଏଥର ବିବାଦ କୌଣସି ରାଜନୈତିକ ନୁହେଁ, ସଂପୂର୍ଣ୍ଣ ପାରିବାରିକ। ସାଂସଦଙ୍କ ବିରୋଧରେ ତାଙ୍କ ପୁତ୍ର ବଧୁ ଆଣିଛନ୍ତି ଗୁରୁତର ଅଭିଯୋଗ। ତାହା ହେଲା ଯେ, ସାଂସଦ କୁଆଡେ ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିଲେ। ସେ ନେଇ ବୋହୁ ସାକ୍ଷୀ ମହତାବ ଭୋପାଳର ଏକ ଥାନାରେ ମାମଲା ଋଜୁ କରିଛନ୍ତି।

ସାକ୍ଷା ତିନିଜଣଙ୍କ ନାମ ମାମଲାରେ ଉଲ୍ଲେଖ କରିଛନ୍ତି। ସେମାନେ ହେଲେ ଶଶୂର ଭର୍ତ୍ତୁହରି ମହତାବ, ଶାଶୁ ମହାଶ୍ବେତା ମହତାବ ଏବଂ ସ୍ବାମୀ ଲୋକରଂଜନ ମହତାବ। ଏମାନଙ୍କ ନାମରେ ସଂପୃକ୍ତ ଥାନାରେ ମାମଲା ରେଜେଷ୍ଟ୍ରି ହୋଇଥିବାର ଜଣାପଡିଛି।

2016 ମସିହାରେ ଭୋପାଳର ସାକ୍ଷୀଙ୍କୁ ଭର୍ତ୍ତୁହରିଙ୍କ ପୁତ୍ର ଲୋକରଂଜନଙ୍କୁ ବିବାହ କରିଥିଲେ। ବିବାହରେ ପ୍ରାୟ ଅଢେଇ କୋଟି ଟଙ୍କାର ସୁନାଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ହେଲେ ଘରେ ତାଙ୍କୁ ଚାକରାଣୀ ପରି ବ୍ୟବହାର କରାଯାଉଛି ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି। ଏ ନେଇ ସେ ଯେତେ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ।

ଶଶୂରଘରେ କିପରି ନିର୍ଯ୍ୟାତନା ଦିଆଯାଉଥିଲା ସେ ନେଇ ସାକ୍ଷୀ ତାଙ୍କ ଏଫଆଇଆରରେ ବର୍ଣ୍ଣନା କରିଛନ୍ତି। ନିର୍ଯ୍ୟାତନା ସହି ନ ପାରିବାରୁ ସେ ବାଧ୍ୟ ହୋଇ ନିଜ ବାପ ଘରକୁ ଚାଲିଆସିଲେ ବୋଲି ଏଫଆଇଆରରେ ଉଲ୍ଲେଖ କରିଛନ୍ତି।

ଏହି ଘଟଣା ଜଣାପଡିବା ପରେ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭର୍ତ୍ତୁହରିଙ୍କ ବିଜେଡି ସହିତ ଭଲ ନ ଥିବା ବେଳେ ଏହି ଘଟଣା ଆସିବା ତାଙ୍କ ପାଇ ସଙ୍କଟ ଆହୁରି ବଢିଯାଇଛି। ପୂର୍ବରୁ ବିଜେଡି ନେତା ରଘୁ ମହାନ୍ତିଙ୍କ ପୁତ୍ର ବଧୁ ସେହିପରି ଅଭିଯୋଗ ଆଣିଥିଲେ। ପରବର୍ତ୍ତି ସମୟରେ ରଘୁ ମହାନ୍ତିଙ୍କ ରାଜନୈତିକ କ୍ୟାରିୟରରେ ଭଟ୍ଟା ପଡିଯାଇଛି।

ବର୍ତ୍ତମାନ ଭର୍ତ୍ତୁହରିଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ବିଜେଡି ବର୍ତ୍ତମାନ କି ପ୍ରକାରର ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦ୍ୱିତୀୟ ଡୋଜ୍ ନେବା ପରେ ମଧ୍ୟ ଲୋକେ ହେଉଛନ୍ତି ସଂକ୍ରମଣ!: ମୋଟ ମାମଲାରୁ କେବଳ କେରଳରେ ୪୬% ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଉଭୟ ଡୋଜ ନେବା ପରେ ମଧ୍ୟ ଦେଶରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ଦ୍ଵିତୀୟ ମାତ୍ରା ପରେ ମୋଟ ବ୍ରେକଥ୍ରୁ ସଂକ୍ରମଣର ୪୬% କେରଳରୁ ଆସିଛି। କେରଳରେ ପ୍ରାୟ ୮୦ ହଜାର ବ୍ରେକଥ୍ରୁ ସଂକ୍ରମଣ (ଟିକା ନେବା ପରେ ସଂକ୍ରମଣ) ରିପୋର୍ଟ ହୋଇଛି। ଏଥିରେ, ପ୍ରାୟ ୪୦ ହଜାର ଦ୍ୱିତୀୟ ଡୋଜ୍ ପରେ ବ୍ରେକଥ୍ରୁ ସଂକ୍ରମଣ ଅଟେ। ଦ୍ୱିତୀୟ ଡୋଜ୍ ପରେ ଦେଶରେ ୮୭ ହଜାରରୁ ଅଧିକ ବ୍ରେକଥ୍ରୁ ସଂକ୍ରମଣର ରିପୋର୍ଟ ହୋଇଥିବା ଜଣାଯାଇଛି। ଦ୍ୱିତୀୟ ଡୋଜ ପରେ କେରଳ ସମୁଦାୟ ସଂକ୍ରମଣର ୪୬% ଅଟେ। ଅବଶିଷ୍ଟ ୫୪% ଦେଶର ବିଭିନ୍ନ ସ୍ଥାନରୁ ରିପୋର୍ଟ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସବୁଠାରୁ ବଡ ଚିନ୍ତା ହେଉଛି ଯେ, କେରଳର ଦ୍ୱିତୀୟ ମାତ୍ରା ପରେ ଏତେ ସଂଖ୍ୟକ ବ୍ରେକଥ୍ରୁ ସଂକ୍ରମଣର କାରଣ କ’ଣ? କେରଳର ୱାୟାନାଡରେ ପ୍ରାୟ ୧୦୦% ଟୀକାକରଣ (ବୈଧ ଜନସଂଖ୍ୟା), କିନ୍ତୁ ସେଠାରେ ମଧ୍ୟ ସଂକ୍ରମଣ ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଆଜି କରୋନା ମାମଲା ୪୦ ହଜାରରୁ କମ୍ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୦୧ ଟି ନୂଆ ମାମଲା ରୁଜୁ ହୋଇଛି ଏବଂ ୫୩୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୩,୬୪,୧୨୯, ଯାହା ଗତ ୧୪୯ ଦିନ ମଧ୍ୟରେ ସର୍ବନିମ୍ନ ଅଟେ। ଏଥି ସହିତ ଆରୋଗ୍ୟ ହାର ହେଉଛି ୯୭.୫୩ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ୩୯,୧୫୭ ରୋଗୀ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ମୋଟ ୩,୧୫,୨୫,୮୦ ଲୋକ ଏପର୍ଯ୍ୟନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଯଦି ସୁନା ଋଣ ପରିଶୋଧ ନହୁଏ ତେବେ କ’ଣ ହେବ?: ପଢନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ସୁନା ଋଣ ଏକ ସୁରକ୍ଷିତ ଋଣ ଅଟେ। ଯେଉଁଠାରେ ଆପଣ ସୁନା, ଅଳଙ୍କାର କିମ୍ବା କୌଣସି ଜିନିଷ ରଖି ଋଣ ନିଅନ୍ତି। ବ୍ୟକ୍ତିଗତ ଋଣ ତୁଳନାରେ ସୁନା ଋଣ ଅଧିକ ଉପଯୁକ୍ତ ବିବେଚନା କରାଯାଏ। କାରଣ ଏହାର ସୁଧ ହାର ବହୁତ କମ୍ ଅଟେ।

ଆପଣ ବାର୍ଷିକ ୧୧-୧୨ ପ୍ରତିଶତ ସୁଧ ହାରରେ ସୁନା ଋଣ ନେଇପାରିବେ। ଯେତେବେଳେ କି ବ୍ୟକ୍ତିଗତ ଋଣ ୧୪-୨୨ପ୍ରତିଶତ ସୁଧ ହାରରେ ନିଆଯାଏ। ସୁନା ଋଣରେ କୃଷକମାନଙ୍କୁ ମଧ୍ୟ ଅଧିକ ଅଗ୍ରାଧିକାର ଦିଆଯାଏ ଏବଂ କୃଷକମାନେ ଏହାକୁ ୮ ପ୍ରତିଶତ ସୁଧରେ ପାଇଥା’ନ୍ତି।

ବିଶେଷ କଥା ହେଉଛି ଯଦିଓ ଆପଣଙ୍କର ସିବିଲ (CIBIL) ସ୍କୋର କମ୍, ଆପଣ ସହଜରେ ଏକ ସୁନା ଋଣ ନେଇପାରିବେ। ଏହି ଋଣ ପାଇଁ ଆୟ ପ୍ରମାଣପତ୍ର ପ୍ରଦାନ କରିବା ଆବଶ୍ୟକ ନୁହେଁ। କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ ସୁନା ଋଣ ପରିଶୋଧ କରିବାରେ ସକ୍ଷମ ନୁହଁନ୍ତି ତେବେ କ’ଣ ହୋଇପାରେ?

ସୁନା ଋଣ ପରିଶୋଧ କରିବାରେ ଅସମର୍ଥ ହେଲେ କଣ ହେବ?:

ଜରିମାନା ଦେୟ:

ଯଦି ଗ୍ରାହକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଯେତେ ବିଳମ୍ବରେ ଋଣ ପରିଶୋଧ କରନ୍ତି, ତେବେ ତାଙ୍କୁ ବକେୟା ରାଶି ଉପରେ ସୁଧର ଦଣ୍ଡବିଧାନ ହାର ଅଧିକ ହେବ।

ସ୍ମାରକ ପତ୍ର, ବାର୍ତ୍ତା, କଲ୍:

ଯଦି ଆପଣ ସୁନା ଋଣ ପରିମାଣ ପରିଶୋଧ କରିବାରେ ବିଳମ୍ବ କରନ୍ତି କିମ୍ବା ସମୟ ଅତିବାହିତ ହୁଏ, ତେବେ ଋଣଦାତା ଆପଣଙ୍କୁ ଏକ ସ୍ମାରକ ପତ୍ର, ବାର୍ତ୍ତା କିମ୍ବା କଲ ପଠାଇ ଏହା ବିଷୟରେ ସତର୍କ କରିପାରିବେ। କମ୍ପାନୀ ଦ୍ୱାରା ସ୍ମାରକପତ୍ର ପରେ ଗ୍ରାହକ ତୁରନ୍ତ ଯାଇ କମ୍ପାନୀର ଶାଖା ପରିଦର୍ଶନ କରି ବକେୟା ପରିମାଣର ଋଣ ପରିଶୋଧ କରିପାରିବେ।

ନିଲାମ:

ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୁନା ଋଣ ପରିଶୋଧ କରା ନ ଯାଏ, ତେବେ ଗ୍ରାହକଙ୍କ ବିପଦ ଏବଂ ମୂଲ୍ୟରେ ସର୍ବସାଧାରଣ ନିଲାମ ମାଧ୍ୟମରେ ସୁନା ବିକ୍ରୟ କରି ଋଣ ପ୍ରଦାନକାରୀ କମ୍ପାନୀର ଋଣ ପୁନରୁଦ୍ଧାର କରିବାର ଅଧିକାର ରହିଛି। ତେବେ ସୁନା ନିଲାମର ଦୁଇ ସପ୍ତାହ ପୂର୍ବରୁ ଗ୍ରାହକଙ୍କୁ ଜଣାଇବା କମ୍ପାନୀ ପାଇଁ ବାଧ୍ୟତାମୂଳକ ଅଟେ।

ଯଦି କମ୍ପାନୀ ଦ୍ୱାରା ନିଲାମ ହୋଇଥିବା ସୁନା ମୂଲ୍ୟ ଋଣଠାରୁ ଅଧିକ ଅଟେ, ତେବେ କମ୍ପାନୀ ଅବଶିଷ୍ଟ ପରିମାଣକୁ ୩୦ ଦିନ ମଧ୍ୟରେ ଗ୍ରାହକଙ୍କୁ ଫେରସ୍ତ କରିବ, ଏବଂ ଯଦି ନିଲାମ ପରେ ପରିମାଣ ଋଣଠାରୁ କମ୍, ତେବେ କମ୍ପାନୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଋଣ ପୁନରୁଦ୍ଧାର କରିବାକୁ ସେମାନଙ୍କର ଏହା ଅଧିକାର ଅଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରସିଦ୍ଧ କବି ମୁନାୱର ରାଣାଙ୍କ ବିବାଦିତ ବୟାନ: ତାଲିବାନ ଠାରୁ ଭାରତରେ କ୍ରୁରତା ଅଧିକ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ନିଜ ଅଧୀନକୁ ନେଇଛି। ଏହି ପ୍ରସଙ୍ଗରେ ଭାରତରେ ରାଜନୀତି ଆରମ୍ଭ ହୋଇଯାଇଛି। ଭାରତର ପ୍ରସିଦ୍ଧ କବି ମୁନାୱର ରାଣା ତାଲିବାନ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମୁନାୱାର୍ ରାଣା କହିଛନ୍ତି ଯେ, ଆଫଗାନିସ୍ତାନରେ ଯେଉଁ କ୍ରୁରତା ହେଉଛି, ଆମ ଦେଶରେ ତାହାଠାରୁ ଅଧିକ।

ସେ ତାଲିବାନକୁ ସମର୍ଥନ କରି କହିଛନ୍ତି ଯେ, ଏହା ବିଷୟରେ ମତାମତ ଦେବା ଉପରେ ଅତ୍ୟନ୍ତ ତତ୍ପରତା ଦେଖାଦେଇଛି। ରାଣା କହିଛନ୍ତି ଯେ, ୨୦ ବର୍ଷ ମଧ୍ୟରେ ଅନେକ ଦେଶର ସୈନ୍ୟବାହିନୀ ତାଲିବାନ ଉପରେ ବୋମା ଫିଙ୍ଗିଛନ୍ତି, ଆଜି ଯାହା ଘଟୁଛି ତାହା ହେଉଛି ପ୍ରତିଶୋଧର କାର୍ଯ୍ୟ। କେବଳ ସେହି ଲୋକମାନେ ଯେଉଁମାନେ ଆଫଗାନିସ୍ତାନ ସରକାରଙ୍କ ଅତି ନିକଟତର ଅଟନ୍ତି ସେମାନେ ଆଫଗାନିସ୍ତାନରେ ପଳାୟନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ। ମାତ୍ର ୪୪ ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି। କୋଭିଡ୍ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ପରଲୋକ ନେଇ ସୂଚନା ଦେଲେ ତାଙ୍କ ସାନ ଭାଇ ମନୋଜ ଜେନା। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା। ସମସ୍ତେ ଶ୍ରଦ୍ଧାରେ ତାଙ୍କୁ ବାପି ବୋଲି ସମ୍ବୋଧିତ କରନ୍ତି। ତାଙ୍କର ମୃତ୍ୟୁ କଂଗ୍ରେସ ପାଇଁ ଏକ ଅପୂରଣୀୟ ‍‍କ୍ଷତି। ତାଙ୍କର ମୃତ୍ୟୁରେ ଛାତ୍ର ଓ ଯୁବ ଗୋଷ୍ଠୀ ମହଲରେ ଶୋକର ଛାୟା ଖେଳିଯାଇଛି।

ସେ ଅନେକ ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଥିଲା। ସେ ୮୪ ଦିନ ହେବ ଇକ୍‌ମୋ ଚିକିତ୍ସାରେ ଚିକିତ୍ସିତ ହେଉଥିଲେ। ତା’ପୂର୍ବରୁ ଓଡ଼ିଶାରେ ୩ ସପ୍ତାହରୁ ଅଧିକ ଦିନ ଧରି ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ସେ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ, ସଭାପତି, ପିସିସିର ସାଧାରଣ ସମ୍ପାଦକ, ଓ କଟକର ଜିଲ୍ଲା ପ୍ରଭାରୀ ଥିଲେ। ସେ ଅନେକ ସାମାଜିକ ସେବା ସହ ଜଡିତ ଥିଲେ। ଯୁବକମାନହ୍କୁ ଏକାଠି କରି କିପରି କାମ କରିହେବ, ଲୁଲୁଙ୍କ ପରେ ସେ ଦ‍‍‍କ୍ଷତା ତାଙ୍କ ନିକଟରେ ଥିଲା। ତାଙ୍କରି ନେତୃତ୍ୱରେ ହିଁ ହଜାର ହଜାର ଯୁବକ ଓ ଛାତ୍ରମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ୱର ଉତ୍ତୋଳନ କରୁଥିଲେ।

Categories
ଆଜିର ଖବର ଜାତୀୟ ଖବର

BREAKING: ପଶ୍ଚିମବଂଗର ନିର୍ବାଚନ ପରବର୍ତ୍ତି ହିିଂସାକୁ ସିବିଆଇ କରିବ ତଦନ୍ତ

କୋଲକାତା, ଆଜି କୋଲକତା ଉଚ୍ଚ ନ୍ୟାୟଳୟ ଏକ ବଡ ରାୟ ପ୍ରକାଶ କରିଛନ୍ତି। ତାହା ହେଲା ପଶ୍ଚିମବଂଗରେ ନିର୍ବାଚନ ପରେ ହୋଇଥିବା ହିଂସାକାଣ୍ଡ ଓ ଧର୍ଷଣ ଉପରେ ସିବିଆଇ ତଦନ୍ତ କରିବ। ଏ ନେଇ ଆଜି ଉଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାୟରେ କୁହାଯାଇଛି ଯେ, ଏହି ତଦନ୍ତ ଚଳିତ ବର୍ଷ ମେ ମାସ ପରଠାରୁ ହୋଇଥିବା ହତ୍ୟାକାଣ୍ଡ, ଧର୍ଷଣ ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଉପରେ ତଦନ୍ତ କରିବ। ଏହି ତଦନ୍ତ ହାଇକୋର୍ଟ ତତ୍ବାବଧାନରେ ହେବ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି।

ଆଜି କୋର୍ଟର ପାଞ୍ଚ ଜଣିଆ ବେଞ୍ଚ ଏହାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘଟଣ: ବିଷ ପିଇ ଆତ୍ମହତ୍ୟା କଲେ ୨୦ ବର୍ଷୀୟ ଯୁବକ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାନସିରେଇପୁର ଗ୍ରାମର ସୁଶାନ୍ତ ବେହେରା (୨୦) କୌଣସି କାରଣ ବଶତଃ ଗତକାଲି ରାତିରେ ବିଷ ପିଇଦେଇଥିଲେ। ପରିବାର ଲୋକ ସଙ୍ଗେସଙ୍ଗେ ରାତି ପ୍ରାୟ ୧୦.୩୦ ଘଟିକା ସମୟରେ ସୁଶାନ୍ତଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ।

ତେବେ ସୁଶାନ୍ତ ବିଷ ପିଇବାସହ ପ୍ରଚୁର ମଦ ମଧ୍ୟ ପିଇଥିଲେ। ଫଳରେ ଡାକ୍ତର ତାଙ୍କ ପେଟ ସଫା କରି ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଦେଇଥିଲେ। ବାଟରେ ଗଲା ବେଳକୁ ଟାଙ୍ଗୀ ନିକଟରେ ଅବସ୍ଥା ଅଣାୟତ୍ତ ହେବାରୁ ସୁଶାନ୍ତଙ୍କୁ ପରିବାର ଲୋକେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଟାଙ୍ଗୀ ପୋଲିସକୁ ସୂଚନା ଦେଇଥିଲେ।

ଟାଙ୍ଗୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବାସହ ବାଣପୁର ପୋଲିସକୁ ଖବର ଦେଇଥିବାର ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ବିରୋଧରେ ତାଲିବାନ ଦେଖାଇଲା ପ୍ରକୃତ ରୂପ: ଲଗାଇଲା ବାଣିଜ୍ୟିକ ପ୍ରତିବନ୍ଧକ

ନୂଆଦିଲ୍ଲୀ: ତାଲିବାନ ଭାରତ ବିରୋଧରେ ନିଜର ପ୍ରକୃତ ରୂପ ଦେଖାଇବାକୁ ଆରମ୍ଭ କରିଦେଇଛି। ତାଲିବାନ ଭାରତରୁ ଆମଦାନୀ ଏବଂ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ ଅନୁଯାୟୀ ତାଲିବାନ ପାକିସ୍ତାନକୁ ଗମନାଗମନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ଦୃଶ୍ୟମାନ ହେଉଛି। ଶୁଖିଲା ଫଳର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଦିଲ୍ଲୀର ବୃହତ୍ତମ ଶୁଖିଲା ଫଳ ବଜାର ଖାରି ବାବଲିରେ ଶୁଖିଲା ଫଳ ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ ଶୁଖିଲା ଫଳର ମୂଲ୍ୟ କିଲୋଗ୍ରାମ ପିଛା ୨୦୦-୨୫୦ ଟଙ୍କା ବୃଦ୍ଧି ପାଇଛି। ପିସ୍ତା, ବାଦାମ, ଡିମ୍ବିରି ପରି ଅନେକ ଶୁଖିଲା ଫଳ ଆଫଗାନିସ୍ତାନରୁ ଭାରତକୁ ଆସିଥାଏ। ବ୍ୟବସାୟୀମାନେ କହିଛନ୍ତି ଯେ ୧୫-୨୦ ଦିନ ହେଲା କୌଣସି ଦ୍ରବ୍ୟ ଭାରତକୁ ଆସୁନାହିଁ, ଯେଉଁ କାରଣରୁ ବଜାରରେ ଶୁଖିଲା ଫଳର ଅଭାବ ରହିଛି। ଏଥିସହିତ ଭାରତରେ ରକ୍ଷା ବନ୍ଧନ ଆସୁଛି, ତେଣୁ ଭାରତରେ ଶୁଖିଲା ଫଳର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

ଆଫଗାନିସ୍ତାନ ହେଉଛି ଭାରତ ପାଇଁ ଶୁଖିଲା ଫଳର ଏକ ପ୍ରମୁଖ ଉତ୍ସ। କିନ୍ତୁ ବର୍ତ୍ତମାନ ତାଲିବାନ ପୁଣି ଥରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି। ଫଳରେ ଏହା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ପ୍ରଭାବିତ କରିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ତାଲିବାନ ଯୁଗରେ ଭାରତ-ଆଫଗାନିସ୍ତାନ ସମ୍ପର୍କ ପୂର୍ବ ଭଳି ରହିବା ସମ୍ଭବ ନୁହେଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୩୬ ହଜାର ୪୦୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୬ ହଜାର ୪୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୩ ଲକ୍ଷ ୨୨ ହଜାର ୨୫୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୪୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୨୫ ହଜାର ୮୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୪ ହଜାର ୧୨୯ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରା ଜିଲ୍ଲାରୁ ୧୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ଅନୁଗୁଳ ଜିଲ୍ଲାରୁ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ଯାଜପୁର, କେନ୍ଦ୍ରପଡା ଜିଲ୍ଲାରୁ ୩ ଜଣ ଲେଖାଏଁ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୧ ହଜାର ୩୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୬୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୪୧ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୧ ହଜାର ୩୧୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୬୬୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୮୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୯୮ ଜଣ, କଟକ ଜିଲ୍ଲାରୁ ୧୭୬ ଜଣ, ଅନୁଗୁଳ ଜିଲ୍ଲାରୁ ୨୯, ବାଲେଶ୍ଵର ଜିଲ୍ଲାରୁ ୨୨ ଜଣ, ବରଗଡ ଜିଲ୍ଲାରୁ ୭ ଜଣ, ଭଦ୍ରକ ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୪୩ ଜଣ, ଯାଜପୁର ଜିଲ୍ଲାରୁ ୫୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୧, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, କନ୍ଧମାଳ ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨ ଜଣ, କୋରାପୁଟ ଜିଲ୍ଲାରୁ ୨ ଜଣ, ମାଲକାନଗିରି ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୩୬ ଜଣ, ନବରଙ୍ଗପୁର ୩ ଜଣ, ନୟାଗଡ ଜିଲ୍ଲାରୁ ୧୩ ଜଣ, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୩୪ ଜଣ, ରାୟଗଡା ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଜିଲ୍ଲାରୁ ୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩ ଜଣ ଏବଂ ଷ୍ଟେଟ ପୁଲରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଣପୁରରେ ଅଗ୍ନିକାଣ୍ଡ: ୬ ଗୁରୁତରଙ୍କୁ ଏମ୍ସ ଆଉ କଟକ ବଡ ମେଡିକାଲକୁ କରାଗଲା ସ୍ଥାନାନ୍ତରିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୬ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ ଆଜି ସକାଳ ୮.୩୦ ଘଟିକା ସମୟରେ ଗମ୍ଭାରୀମୁଣ୍ଡା ଗ୍ରାମର ରବୀନ୍ଦ୍ର ପ୍ରଧାନଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ଘରକୁ କବଳିତ କରିଦେଇଥିଲା। ଏହା ଦେଖି ସାହି ପଡିଶା ଲୋକ ଘର ଭିତରକୁ ପ୍ରବେଶ କରିବା ସମୟରେ ଏକ ବଡ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଗୁରୁତର ଭାବେ ୬ ଜଣ ଆହତ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ  ହୋଇଛନ୍ତି।

ତେବେ ଗୁରୁତର ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ଏମ୍ସ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବେ ବେଳେ ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ସଦଳବଳେ ଅଗ୍ନିକୁ ଆୟତ୍ତ କରିବାରେ ଲାଗି ପଡ଼ିଥିବାବେଳେ, ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ରଂଜିତ ନାୟକ ଏବଂ ସରପଞ୍ଚ ଅଜୟ କୁମାର ମହାରଥା ଆଦି ଉପସ୍ଥିତ ଅଛନ୍ତି।

ତେବେ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଠାକୁର ଘର ଦୀପ ଦ୍ୱାରା ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏବଂ ଯାହା ବିସ୍ଫୋରଣ ହୋଇଥିଲା ତାହା ଏକାଧିକ କବାଟ ଭାଙ୍ଗିବାରୁ ହୋଇଥିବାର କୁହାଯାଉଛି। ତେବେ ଗ୍ୟାସ ଟାଙ୍କି ଫାଟିନଥିବାର ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ। ଘରେ ଥିବା ସମସ୍ତ ୩ ଟି ଗ୍ୟାସ ଟାଙ୍କି ସୁରକ୍ଷିତ ଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ, ବିମାନ ବନ୍ଦରରେ ବିଜେପି ତରଫରୁ ଦିଆଗଲା ସମ୍ବର୍ଦ୍ଧନା

ଭୁବନେଶ୍ବର, କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ଭୁବନେଶ୍ବରରେ ପହଁଚିଛନ୍ତି। ଏହା ହେଉଛି ନୂଆମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତ। ଉଭୟଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଦଳର କର୍ମିମାନେ ଉଭୟଙ୍କୁ ଏକ ରାଲିରେ ବିମାନ ବନ୍ଦରରୁ ଅଣାଯାଇଥିଲା।

ଉଭୟ ମନ୍ତ୍ରୀ ଓଡିଶାରେ ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେବେ। ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ବିପୁଳ ଆୟୋଜନ କରାଯାଇଛି। କଳ୍ପନା ଛକ, ସାମନ୍ତରାପୁର ଛକ, ପିପିଲି, ସତ୍ୟବାଦି ଏବଂ ପୁରୀରେ ବିପୁଳ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରାଯାଇଛି। ଭଭୟ ପୁରୀରେ ଶ୍ରୀମନ୍ଦିର ଦର୍ଶନ କରିବେ। ଏହାପରେ ଭୁବନେଶ୍ବର ଫେରିଆସିବା ପରେ ଦଳ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା କରାଯିବ।

ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଏହି ସ୍ବାଗତ ସମ୍ବର୍ଦ୍ଧନାରେ ସେ ଯୋଗ ଦେଇପାରି ନାହାଁନ୍ତି।

Categories
ଧର୍ମ ବିଶେଷ ଖବର

ବିସ୍ତୁତ ରାଶିଫଳ: ଅଗଷ୍ଟ 19 ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ହେବେ ମାଲେମାଲ

ମେଷ – ଆଜି ଆପଣ ସାମାଜିକ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଆପଣ ଯେ କୌଣସି ପୁରୁଣା ଯୋଜନାରେ ଭଲ ଲାଭ ପାଇପାରିବେ । କାର୍ଯ୍ୟ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରହିବ । କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ହେବାର ସମ୍ଭାବନା ଅଛି । ପାରିବାରିକ ସମସ୍ୟାର ସମାଧାନ ହୋଇପାରିବ । ଏହି ରାଶିର ଲୋକମାନେ ନିଜ ପିଲାମାନଙ୍କର ଶିକ୍ଷା ବିଷୟରେ ଟିକେ ଚିନ୍ତିତ ହେବେ । ଅଜ୍ଞାତ ଲୋକଙ୍କ ଉପରେ ଅଧିକ ବିଶ୍ୱାସ କର ନାହିଁ । ଆପଣ ବ୍ୟବସାୟରେ ସାଧାରଣ ଲାଭ ପାଇବେ । ଆପଣ ଆପଣଙ୍କର ବିଚାରାଧୀନ ଦେୟ ପାଇପାରିବେ । କର୍ମ ନିୟୋଜିତ ଲୋକଙ୍କ କାର୍ଯ୍ୟରେ ଉନ୍ନତି ହୋଇପାରେ । ଆପଣ ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ – ଆଜି ଆପଣ ହସ ହସ ସହିତ ସମୟ ବିତାଇବେ । ଆପଣ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଇବେ। ବଡ ଇଷ୍ଟେଟ୍ ଯୋଜନା ସଫଳ ହୋଇପାରେ । ସାଙ୍ଗମାନଙ୍କ ସହିତ ମଜାଳିଆ ସମୟ ଅତିବାହିତ କରିବେ । କାର୍ଯ୍ୟ ସମସ୍ୟା ଦୂର ହେବ । ବ୍ୟବସାୟୀମାନେ ବିପୁଳ ଲାଭ ପାଇପାରିବେ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ ଉପରେ ବହୁତ ଖୁସି ହେବେ । ଦାମ୍ପତ୍ୟ ଜୀବନରେ ଚାଲିଥିବା ଚାପ ଦୂର ହେବ । ଆଜିର ସମୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମିଶ୍ରିତ ହେବ ।

ମିଥୁନ – ଆଜି ଆପଣ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରି ଆପଣଙ୍କର ପରିବାର ସଦସ୍ୟଙ୍କ ସହିତ ଅଧିକ ସମୟ ବିତାଇବ । ଆପଣ ଧାର୍ମିକ କାର୍ଯ୍ୟକଳାପକୁ ଉପଭୋଗ କରିବେ । ଆଜି ଆପଣ ଶକ୍ତିରେ ପରିପୂର୍ଣ୍ଣ ହେବେ। ଛାତ୍ରଛାତ୍ରୀମାନେ ସେମାନଙ୍କର ପରିଶ୍ରମର ପୂର୍ଣ୍ଣ ଫଳ ପାଇବାକୁ ଯାଉଛନ୍ତି । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ଆପଣ ଟିକେ ଚିନ୍ତିତ ହୋଇପାରନ୍ତି, କିନ୍ତୁ ନିୟମିତ ଯତ୍ନ ନେବା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ହେବ । ବ୍ୟବସାୟୀମାନେ ଏକ ଲାଭଜନକ ସମାଧାନ ପାଇପାରିବେ ।

କର୍କଟ – ଆଜି ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ ସମାରୋହରେ ଅଂଶଗ୍ରହଣ କରିପାରିବେ । ସମ୍ପର୍କୀୟଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି । କାର୍ଯ୍ୟ ପ୍ରତି ଆପଣକୁ ପୂର୍ଣ୍ଣ ଉତ୍ସାହ ସହିତ ଦେଖାଯିବ । ଏହି ରାଶିର ଲୋକମାନେ ବ୍ୟବସାୟ ସଂପର୍କରେ ଯାତ୍ରା କରିପାରିବେ । ଆପଣର ଯାତ୍ରା ଲାଭଦାୟକ ହେବ । ଆପଣର କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ । ଆପଣଙ୍କର ଆୟ ବୃଦ୍ଧି ପାଇପାରେ । ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ- ଆଜି କୌଣସି ସମ୍ପତ୍ତି ସମ୍ବନ୍ଧୀୟ ଲାଭ ପାଇବା ସମ୍ଭାବନା ଅଛି । ଆପଣଙ୍କର ବ୍ୟକ୍ତିତ୍ୱର ଉନ୍ନତି ହେବ । ଲୋକମାନେ ଆପଣଙ୍କର ଆଚରଣରେ ବହୁତ ଖୁସି ହେବେ । ଆପଣ ସାମାଜିକ କ୍ଷେତ୍ରରେ ସମ୍ମାନ ପାଇବେ । ଶ୍ରେଣୀର ଛାତ୍ରମାନେ ଅଧ୍ୟୟନ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଏହି ରାଶିର ଲୋକମାନେ ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରିବେ । ଦିନର ମଧ୍ୟଭାଗରେ କିଛି କାମ ଟେନସନ ହୋଇପାରେ, କିନ୍ତୁ ଆପଣ ସମସ୍ତ ସମସ୍ୟାକୁ ବୁଦ୍ଧିମାନ ଭାବରେ ସମାଧାନ କରିବେ । ବିବାହିତ ଜୀବନ ଭଲ ହେବ ।

କନ୍ୟା- ଆଜି ଭାଗ୍ୟ ଗ୍ରହମାନଙ୍କର ଶୁଭ ପ୍ରଭାବ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ସମର୍ଥିତ ହେବାକୁ ଯାଉଛି । ଭାଗ୍ୟ ହେତୁ, ଆପଣଙ୍କର କାର୍ଯ୍ୟରେ ଅପାର ସଫଳତା ପାଇବେ । ଆଜି ଆପଣଙ୍କର ମନ ଖୁସି ହେବ । ଆପଣଙ୍କର ସମୟର ଭଲରେ କଟିବ। ଆପଣଙ୍କର ବୁଝାମଣା ସହିତ, ଆପଣ ଯେକୌଣସି ବଡ ସମସ୍ୟାର ସମାଧାନ କରିପାରିବେ । ବ୍ୟବସାୟରେ ଆପଣ ଭଲ ଫଳାଫଳ ପାଇବେ । ସାଙ୍ଗମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ । ବୈଷୟିକ କ୍ଷେତ୍ର ସହିତ ଜଡିତ ଲୋକମାନେ ଲାଭ ପାଇବେ । ସରକାରୀ କର୍ମଚାରୀମାନଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ । ବିବାହିତ ଜୀବନ ସୁଖୀ ହେବ । ପ୍ରେମ ସମ୍ପର୍କ ମଜବୁତ ହେବ । ପାଣିପାଗ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ପରିବର୍ତ୍ତନ ହୋଇପାରେ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ତୂଳା – ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଏକ ବିଶେଷ ସମ୍ପର୍କୀୟଙ୍କଠାରୁ ଭଲ ସୂଚନା ଗ୍ରହଣ କରାଯାଇପାରେ, ଯାହା ପାରିବାରିକ ପରିବେଶକୁ ଖୁସି କରିବ । ହଠାତ୍ ଆପଣଙ୍କର ପୁରୁଣା ବନ୍ଧୁଙ୍କୁ ଭେଟି ପାରିବେ । ଆଜି, ଆପଣଙ୍କର ଅପାରଗତା ଉପରେ ଏକ ନଜର ରଖିବା ଉଚିତ୍ । କାର୍ଯ୍ୟକ୍ଷେତ୍ରରେ ଏକ ସକରାତ୍ମକ ପରିବେଶ ରହିବ । ଆପଣ କାମକୁ ଭଲ ଭାବରେ ସଂପୂର୍ଣ୍ଣ କରିପାରିବେ । ମାନସିକ ଚାପ ହ୍ରାସ ପାଇବ । ଆପଣ ପୁରୁଣା ଶାରୀରିକ ସମସ୍ୟାରୁ ମୁକ୍ତି ପାଇପାରିବେ ।

ବିଛା – ଆଜି ଆପଣଙ୍କର ଭାଗ୍ୟର ସମର୍ଥନ ପାଇବେ । ଆପଣ ବ୍ୟବସାୟରେ ବିପୁଳ ଲାଭ ପାଇପାରିବେ । ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହେବ । ଆଜି ଆପଣଙ୍କୁ କୌଣସି ପ୍ରକାର ବିତର୍କରୁ ଦୂରେଇ ରହିବା ଆବଶ୍ୟକ, ନଚେତ୍ ଆପଣଙ୍କର ଚିନ୍ତା ବଢିପାରେ । କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରେ । ସଫଳତାର କିଛି ନୂତନ ଯୋଜନା ହାତକୁ ଆସିପାରେ । କାର୍ଯ୍ୟ ଅଭ୍ୟାସ ଉନ୍ନତ ହେବ । ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ ।

ଧନୁ – ଆଜି ପିଲାମାନଙ୍କ ପାର୍ଶ୍ୱରୁ ଚିନ୍ତା ଦୂର କରାଯାଇପାରିବ । ଆଜି ଆପଣ ନିଜ ପରିବାରରେ ଶାନ୍ତିପୂର୍ଣ୍ଣ ସମୟ ଅତିବାହିତ କରିବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଏକ ଭଲ ସମୟ ହେବାକୁ ଯାଉଛି, ଏହା ପରେ ଆପଣଙ୍କୁ ଲାଭ ଦେବ । ଆପଣ ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଯୋଜନା କରିପାରିବେ । ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଲୋକମାନେ ସାଧାରଣ ଫଳାଫଳ ପାଇବେ । ନକାରାତ୍ମକ ଚିନ୍ତାଧାରାରୁ ଦୂରରେ ରୁହନ୍ତୁ । ଆପଣ ହୁଏତ କିଛି ଗୁରୁତ୍ୱପୂର୍ଣ୍ଣ ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଚାକିରୀ ଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇବେ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପ୍ରେମ ରହିବ । ପ୍ରେମ ସଂପର୍କରେ ଘନିଷ୍ଠତା ହୋଇପାରେ ।

ମକର – ଆଜି, ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ, ଆପଣ ବିପୁଳ ମୁଦ୍ରା ଲାଭ ପାଇପାରିବେ । ଆପଣର ଚିନ୍ତାଧାରା ସକରାତ୍ମକ ହେବ । ଆପଣ କାମକୁ ଏକ ନୂଆ ଦିଗ ଦେବାକୁ ଚେଷ୍ଟା କରିବେ । ପାରିବାରିକ ପରିବେଶ ଭଲ ରହିବ । ଏହି ରାଶିର ଲୋକମାନେ ଚାକିରି କ୍ଷେତ୍ରରେ ବହୁତ ବଡ଼ ସଫଳତା ହାସଲ କରିପାରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ । ଦରମା ବୃଦ୍ଧି ହେବାର ସମ୍ଭାବନା ଅଛି । ବିବାହିତ ଜୀବନ ମିଶ୍ରିତ ହେବ। ଆଜି ଅଧିକ ମାନସିକ ଚାପରୁ ଦୂରେଇ ରୁହନ୍ତୁ ।

କୁମ୍ଭ – ଆଜି ଆପଣ ମନୋରଞ୍ଜନ କାର୍ଯ୍ୟକଳାପରେ ଅଧିକ ସମୟ ଅତିବାହିତ କରିବେ । ପରିବାର ସଦସ୍ୟଙ୍କ ସାହାଯ୍ୟରେ,  ଆପଣଙ୍କର କାମରେ ଭଲ ଲାଭ ପାଇବେ । ଆପଣର ଭାଗ୍ୟ ଆପଣ ପକ୍ଷରେ ହେବାକୁ ଯାଉଛି। ଭାଇଭଉଣୀଙ୍କ ସହିତ ଆନ୍ତରିକ ସମ୍ପର୍କ ରହିବ । ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ । ଆପଣ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ଚାକିରି କରୁଥିବା ଲୋକମାନଙ୍କୁ ଇଚ୍ଛାକୃତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ । ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ଭାବନାକୁ ସଠିକ୍ ଭାବରେ ବୁଝିବେ । ଟିକିଏ ଅଧିକ କାର୍ଯ୍ୟ ଚାପ ହେତୁ ଶାରୀରିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି ।

ମୀନ – ଆଜି ଆପଣଙ୍କର ଦକ୍ଷତା ଏବଂ ବୁଝାମଣାରୁ ଭଲ ଲାଭ ପାଇବେ । ଘରେ ମାଙ୍ଗଳିକ କାର୍ଯ୍ୟ ସମାପ୍ତ ହୋଇପାରିବ । ଆପଣଙ୍କର ପୁରୁଣା ଯୋଜନା ଭଲ ଫଳ ​​ଦେବ । ଗାଡି ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ । ପରିବାରର ସମସ୍ତ ସଦସ୍ୟଙ୍କ ସମର୍ଥନ ପାଇବେ। ଯନ୍ତ୍ରପାତି ସମ୍ବନ୍ଧୀୟ ବ୍ୟବସାୟ କରୁଥିବା ଲୋକଙ୍କ କାର୍ଯ୍ୟ ଗତିଶୀଳ ହୋଇପାରେ। ଆପଣ ଶତ୍ରୁମାନଙ୍କ ଉପରେ ପ୍ରାଧାନ୍ୟ ଦେବେ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଭଲ ସମନ୍ୱୟ ରହିବ । ବିବାହିତ ଲୋକମାନେ ଏକ ଭଲ ବିବାହ ସମ୍ପର୍କ ପାଇପାରିବେ । ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଡାହାଣ ହାତ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସୂଚନା ମୁତାବକ ଆଜି ରାତି ୧୦ ଘଟିକା ସମୟରେ ରାଜକିଶୋର ସାହୁ (୨୮) ନାମକ ଜଣେ ଯୁବକ ନିଜ ସ୍କୁଟି ଯୋଗେ ସୁନାଖେଳାରୁ ନାଚୁଣୀ ଅଭିମୁଖେ ଯାଉଥିବାବେଳେ ସୁନାଖେଳା ଓଭରବ୍ରିଜ ଉପରେ ପଛପଟୁ ଆସୁଥିବା ଏକ କାଠ ବୋଝେଇ ଟ୍ରକଟି ରାଜକିଶୋରଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ରାଜକିଶୋର ତଳେ ପଡିଯାଇଥିଲେ ଏବଂ ତାଙ୍କ ଡାହାଣ ହାତରେ ଟ୍ରକର ପଛ ଛକା ଚଢିଯାଇଥିଲା। ଯାହାଦ୍ୱରା ରାଜକିଶୋରଙ୍କ ଡାହାଣ ହାତଟି ନଷ୍ଟ ହୋଇଯାଇଥିବାବେଳେ ଗୁରୁତର ଅବସ୍ଥାରେ ରୋଡ଼ରେ ପଡିରହିଥିଲେ।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀର ସହଯୋଗରେ ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅପରପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଏବଂ ହେଲ୍ପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ନାଚୁଣୀ ଫାଣ୍ଡି ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରିରଖିଛି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ ଗଠନ ପ୍ରସଂଗ, ଆଜି କେନ୍ଦ୍ର କ୍ୟାବିନେଟ ଦେଲେ ମଂଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।

ଏହି ଯୋଜନା ପାଇଁ ୧୧,୦୪୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ୮,୮୪୪ କୋଟି ଟଙ୍କା ବ୍ୟୟ କରିବେ। ଅବଶିଷ୍ଟ ୨,୧୯୬ କୋଟି ଟଙ୍କା ରାଜ୍ୟ ମାନଙ୍କୁ ବହନ କରିବାକୁ ହେବ। ଏଥିରେ ଆୟରୁ ଅଧିକ ବ୍ୟୟ ସ୍ଥିତିରେ କ୍ଷତିପୂରଣ ନିମନ୍ତେ ବ୍ୟବସ୍ଥା ମଧ୍ୟ ସାମିଲ ରହିଛି।

ଏହି ଯୋଜନା ଅନ୍ତର୍ଗତ, ୨୦୨୫-୨୬ ସୁଦ୍ଧା ପାମ ଅଏଲ ଚାଷର କ୍ଷେତ୍ରକୁ ଅତିରିକ୍ତ ୬.୫ ଲକ୍ଷ ହେକ୍ଟର ପର‌୍ୟ୍ୟନ୍ତ ବଢ଼ାଇବା ଲାଗି ପ୍ରସ୍ତାବ ରହିଛି। ଶେଷରେ ୧୦ ଲକ୍ଷ ହେକ୍ଟର ପର‌୍ୟ୍ୟନ୍ତ ପାମ ଅଏଲ ଚାଷକୁ ବୃଦ୍ଧି କରାଯିବ। ଅଶୋଧିତ ପାମ ଅଏଲ (ସିପିଓ)ର ଉତ୍ପାଦନ ପରିମାଣ ୨୦୨୫-୨୬ ସୁଦ୍ଧା ୧୧.୨୦ ଲକ୍ଷ ଟନ ଏବଂ ୨୦୨୯-୩୦ ସୁଦ୍ଧା ୨୮ ଲକ୍ଷ ଟନ ପର‌୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ଏହି ଯୋଜନା ଦ୍ବାରା ପାମ ଅଏଲ ଚାଷୀମାନଙ୍କୁ ଅଧିକ ଲାଭ ମିଳିବ। ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହିତ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏଥିସହିତ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଚାଷୀଙ୍କ ଆୟ ମଧ୍ୟ ବଢ଼ିବ।

୧୯୯୧-୯୨ ଠାରୁ ଭାରତ ସରକାର ତୈଳ ବୀଜ ଏବଂ ପାମ ଅଏଲ ଉତ୍ପାଦନ ବଢ଼ାଇବା ଲାଗି ଅନେକ ପ୍ରୟାସ କରିଆସିଛନ୍ତି। ୨୦୧୪-୧୫ରେ ୨୭୫ ଲକ୍ଷ ଟନ ତୈଳବୀଜ ଉତ୍ପାଦିତ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇଁ ୩୬୫.୬୫ ଲକ୍ଷ ଟନରେ ପହଞ୍ଚିଥିଲା। ପାମ ଅଏଲ ଉତ୍ପାଦନ କ୍ଷମତାକୁ ଦୃଷ୍ଟିରେ ରଖି ୨୦୨୦ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଏଲ ପାମ ରିସର୍ଚ୍ଚ (ଆଇଆଇଓପିଆର) ପକ୍ଷରୁ ପାମ ଅଏଲ ଚାଷ ପାଇଁ ଏକ ଅଧ୍ୟୟନ କରାଯାଇଥିଲା। ପାଖାପାଖି ୨୮ ଲକ୍ଷ ହେକ୍ଟର ଜମିରେ ପାମ ଅଏଲ ଚାଷ ବିଷୟରେ ଏହି ସଂସ୍ଥାନ ପକ୍ଷରୁ ବିଚାର ବ୍ୟକ୍ତ କରାଯାଇଥିଲା। ତେଣୁ ତାଳ ଗଛ ଲଗାଇବାର ଅପାର ସମ୍ଭାବନା ରହିଛି, ଯାହା ଆଧାରରେ କଞ୍ଚା ତାଳ ତେଲ ଉତ୍ପାଦନ ବୃଦ୍ଧି କରାଯାଇପାରିବ।

ବର୍ତ୍ତମାନ ସମୟରେ ମାତ୍ର ୩.୭୦ ହେକ୍ଟରରେ ଅଏଲ ପାମ୍ ଚାଷ କରାଯାଉଛି। ଅନ୍ୟ ତୈଳ ବୀଜ ତୁଳନାରେ ତାଳ ତେଲ ଉତ୍ପାଦନ ହେକ୍ଟର ପ୍ରତି ୧୦ରୁ ୪୬ ଗୁଣା ଅଧିକ ହୋଇଥାଏ। ଏହାବ୍ୟତୀତ ଗୋଟିଏ ହେକ୍ଟର ଫସଲରୁ ପାଖାପାଖି ଚାରି ଟନ ତେଲ ବାହାରିଥାଏ। ସେହିପରି ଏହି ଚାଷ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି।

ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେଇ ତଥା ପାଖାପାଖି ୯୮ ପ୍ରତିଶତ କଞ୍ଚା ତାଳ ତେଲ ଆମଦାନୀ କରାଯାଉଥିବା ଦୃଷ୍ଟିରୁ ଏହି ଯୋଜନା ଆରମ୍ଭ କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ଯାହାଫଳରେ ତାଳ ଚାଷର କ୍ଷେତ୍ର ଏବଂ ଉତ୍ପାଦନ ଦେଶରେ ବୃଦ୍ଧି ପାଇବ। ପ୍ରସ୍ତାବିତ ଯୋଜନାରେ ବର୍ତ୍ତମାନର ଜାତୀୟ ଖାଦ୍ୟ ସୁରକ୍ଷା ମିଶନ-ଅଏଲ ପାମ କାର‌୍ୟ୍ୟକ୍ରମକୁ ସାମିଲ କରି ଦିଆଯିବ।

ଏହି ଯୋଜନାରେ ଦୁଇଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପାମ ଅଏଲ ଚାଷୀମାନେ ସତେଜ ଫଳ ଗୁଚ୍ଛ (ଏଫଏଫବି) ପ୍ରସ୍ତୁତ କରିଥାନ୍ତି, ଯାହାର ବୀଜରୁ ତୈଳ ଉଦ୍ୟୋଗ ତେଲ ବାହାର କରିଥାନ୍ତି। ବର୍ତ୍ତମାନ ସମୟରେ ଏହି ଏଏଫବିର ମୂଲ୍ୟ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ଆଧାରରେ ନିର୍ଦ୍ଧାରିତ ହୋଇଥାଏ। ପ୍ରଥମ ଥର କେନ୍ଦ୍ର ସରକାର ଏହି ଏଫଏଫବି ପାଇଁ ଚାଷୀମାନଙ୍କୁ ସୁନିଶ୍ଚିତ ମୂଲ୍ୟ ପ୍ରଦାନ କରୁଛନ୍ତି।

ଏହା ସାଧନଯୋଗ୍ୟତା ମୂଲ୍ୟ (ଭିପି) ନାମରେ ପରିଚିତ ହେବ, ଅର୍ଥାତ ଚାଷୀମାନେ କୌଣସି କ୍ଷତି ସହିବେ ନାହିଁ। ଏହା ଜରିଆରେ ସିପିଓର ଅନ୍ତର୍ଜାତୀୟ ମୂଲ୍ୟରେ ଉତ୍ଥାନ-ପତନ ସମୟରେ ଚାଷୀଙ୍କ ହିତକୁ ସୁରକ୍ଷିତ ରଖାଯିବ। ଏହି ସାଧନଯୋଗ୍ୟତା ମୂଲ୍ୟ ବିଗତ ପାଞ୍ଚ ବର୍ଷ ସମୟରେ ବାର୍ଷିକ ହାରାହାରୀ ସିପିଓ ମୂଲ୍ୟ ଆଧାରରେ ନିର୍ଦ୍ଧାରିତ ହେବ ଏବଂ ପାଇକାରୀ ମୂଲ୍ୟ ସୂଚକାଙ୍କରେ ଦିଆଯାଇଥିବା ପାମ ଅଏଲର ତଥ୍ୟରେ ୧୪.୩ ପ୍ରତିଶତ ବୃଦ୍ଧି କରାଯିବ।

ଅର୍ଥାତ ସାଧନଯୋଗ୍ୟତା ମୂଲ୍ୟ ଏହି ଦୁଇଟି ମୂଲ୍ୟକୁ ମିଶାଇ ନିର୍ଦ୍ଧାରିତ କରାଯିବ। ଏହାକୁ ନିର୍ଦ୍ଧାରଣ କରିବାର ପ୍ରାରମ୍ଭିକ ଅବଧି ନଭେମ୍ବର ୧ ତାରିଖ ଠାରୁ ହେବ ଏବଂ ପରବର୍ତ୍ତୀ ବର୍ଷ ଅକ୍ଟୋବର ୩୧ ତାରିଖ ପର‌୍ୟ୍ୟନ୍ତ ଏହା ଜାରି ରହିବ। ଏହି ସମ୍ପୂର୍ଣ୍ଣ ଅବଧିକୁ ‘ପାମ ଅଏଲ ବର୍ଷ’ କୁହାଯିବ। ଏହି ମୂଲ୍ୟ ସୁନିଶ୍ଚିତତା ଫଳରେ ଭାରତରେ ତାଳ ତେଲ ଚାଷ କରୁଥିବା ଚାଷୀଙ୍କ ମନରେ ବିଶ୍ବାସ ସୃଷ୍ଟି ହେବ ଏବଂ ସେମାନେ ଚାଷର କ୍ଷେତ୍ର ବୃଦ୍ଧି କରିବେ।

ଏହିପରି ଭାବେ ଦେଶରେ ତାଳ ତେଲ ଉତ୍ପାଦନ ବୃଦ୍ଧି ପାଇବ। ଫର୍ମୂଲା ମୂଲ୍ୟ (ଏଫପି) ମଧ୍ୟ ନିର୍ଦ୍ଧାରଣ କରାଯିବ, ଯାହାର ଅନ୍ତର୍ଗତ କ୍ରେତା-ବିକ୍ରେତା ଅଗ୍ରୀମ ଭାବେ ମୂଲ୍ୟ ଉପରେ ସହମତ ହେବେ। ଏହା ମାସିକ ଆଧାରରେ ସିପିଓର ୧୪.୩ ପ୍ରତିଶତ ହେବ। ଆବଶ୍ୟକତା ପଡ଼ିଲେ ସାଧନଯୋଗ୍ୟତା ମୂଲ୍ୟ ଓ ଫର୍ମୁଲା ମୂଲ୍ୟ ଆଧାରରେ ଆୟ-ବ୍ୟୟର ବ୍ୟବଧାନରେ କ୍ଷତିପୂରଣ ଦିଆଯିବ, ଯାହାଫଳରେ ଚାଷୀମାନେ କ୍ଷତି ସହିବେ ନାହିଁ। ଏହି ଅର୍ଥରାଶିକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ସିଧାସଳଖ ଚାଷୀଙ୍କ ଆକାଉଂଟକୁ ପଠାଇ ଦିଆଯିବ।

ଚାଷୀଙ୍କୁ ସାଧନଯୋଗ୍ୟତା ବ୍ୟବଧାନର କ୍ଷତିପୂରଣ ରୂପରେ ଆଶ୍ବାସନା ଦିଆଯିବ। ସିପିଓର ମୂଲ୍ୟକୁ ୧୪.୩ ପ୍ରତିଶତ ଉଦ୍ୟୋଗଗୁଡ଼ିକ ପରିଶୋଧ କରିବେ, ଯାହାକି ୧୫.୩ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧି ପାଇପାରେ। ଯୋଜନାରେ ଏହି ବ୍ୟବସ୍ଥା ମଧ୍ୟ କରାଯାଇଛି ଯେ ଏକ ନିର୍ଦ୍ଧାରିତ ଅବଧି ପରେ ନିୟମ-କାନୁନ ଆପେ ଆପେ ଶେଷ ହୋଇଯିବ। ଏହାର ତାରିଖ ନଭେମ୍ବର ୧, ୨୦୩୭ ପର‌୍ୟ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି।

ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାର ସିପିଓଗୁଡ଼ିକୁ ଦିଆଯିବାକୁ ଥିବା ଦୁଇ ପ୍ରତିଶତ ବ୍ୟୟ ଅତିରିକ୍ତ ଆକାରରେ ବହନ କରିବେ, ଯାହାଫଳରେ ଏଠାକାର କୃଷକମାନଙ୍କୁ ଦେଶର ଅନ୍ୟ ସ୍ଥାନର କୃଷକମାନଙ୍କ ଭଳି ଅଧିକ ଅର୍ଥ ପଇଠ ସୁନିଶ୍ଚିତ ହୋଇପାରିବ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ମାର୍ଗକୁ ଆପଣାଉଥିବା ରାଜ୍ୟମାନଙ୍କୁ ଯୋଜନାରେ ଉଲ୍ଲିଖିତ ସାଧନଯୋଗ୍ୟତା ଅନ୍ତରାଳ ପରିଶୋଧର ଲାଭ ମିଳିବ। ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ସହିତ ବୁଝାମଣାପତ୍ରରେ ସ୍ବାକ୍ଷର କରିବାକୁ ହେବ।

ଯୋଜନାର ଦ୍ବିତୀୟ ପ୍ରମୁଖ ଭାଗ ହେଉଛି ବିଭିନ୍ନ ପ୍ରକାରର ଭୂମିକା ଓ ଗତିବିଧିକୁ ତ୍ବରାନ୍ବିତ କରିବା। ତାଳ ଚାଷ ପାଇଁ ସହାୟତା ବ୍ୟାପକ ମାତ୍ରାରେ ବୃଦ୍ଧି କରାଯାଇଛି। ପୂର୍ବରୁ ହେକ୍ଟର ପ୍ରତି ୧୨ ହଜାର ଟଙ୍କା ଦିଆଯାଉଥିଲା, ଯାହାକୁ ଏବେ ବଢ଼ାଇ ହେକ୍ଟର ପ୍ରତି ୨୯ ହଜାର ଟଙ୍କା କରି ଦିଆଯାଇଛି। ଏହାଛଡ଼ା ରକ୍ଷଣାବେକ୍ଷଣ ଏବଂ ଫସଲ ସମୟରେ ସହାୟତାରେ ମଧ୍ୟ ବୃଦ୍ଧି କରାଯାଇଛି। ପୁରୁଣା ଉଦ୍ୟାନଗୁଡ଼ିକୁ ପୁଣି ଚାଲୁ କରିବା ଲାଗି ଗଛ ପିଛା ୨୫୦ ଟଙ୍କାର ବିଶେଷ ସହାୟତା ଦିଆଯାଉଛି, ଅର୍ଥାତ୍ ଗୋଟିଏ ଗଛ ଲଗାଇଲେ ୨୫୦ ଟଙ୍କା ମିଳିବ।

ଦେଶରେ ଚାରାରୋପଣ ଉପକରଣ କ୍ଷେତ୍ରରେ ରହିଥିବା ଅଭାବକୁ ଦୂର କରିବା ଲାଗି, ବୀଜ ଉତ୍ପାଦନ କରୁଥିବା ଉଦ୍ୟାନକୁ ମଧ୍ୟ ସହାୟତା ଦିଆଯିବ। ଏହାର ଅନ୍ତର୍ଗତ ଭାରତର ଅନ୍ୟ ସ୍ଥାନଗୁଡ଼ିକରେ ୧୫ ହେକ୍ଟର ଲାଗି ୮୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ସହାୟତା ରାଶି ଦିଆଯିବ, ଅନ୍ୟପକ୍ଷରେ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ଏହି ସହାୟତା ରାଶି ୧୫ ହେକ୍ଟର ପିଛା ଏକ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି।

ଏହାବ୍ୟତୀତ ଦେଶର ଅନ୍ୟ ସ୍ଥାନରେ ବୀଜ ଉଦ୍ୟାନ ପାଇଁ ୪୦ ଲକ୍ଷ ଟଙ୍କା ଏବଂ ଉତ୍ତର – ପୂର୍ବାଞ୍ଚଳ ଓ ଆଣ୍ଡାମାନ କ୍ଷେତ୍ରରେ ୫୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନକୁ ବିଶେଷ ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି, ଯାହାର ଅନ୍ତର୍ଗତ ପାହାଡ଼ ଉପରେ ସୋପାନ ପ୍ରଣାଳୀରେ ଅର୍ଦ୍ଧଚନ୍ଦ୍ରାକାର ଚାଷ, ବାୟୋ ଫେନ୍ସିଂ ଏବଂ ଜମିକୁ କୃଷି ଉପଯୋଗୀ କରିବା ଲାଗି ସମନ୍ବିତ କୃଷି ନିମନ୍ତେ ବନ୍ଦୋବସ୍ତ କରାଯାଇଛି। ଉତ୍ତର ପୂର୍ବାଞ୍ଚଳ ଓ ଆଣ୍ଡାମାନ ଲାଗି ଉଦ୍ୟୋଗଗୁଡ଼ିକୁ ପୁଞ୍ଜି ସହାୟତା ସନ୍ଦର୍ଭରେ ଘଂଟା ପ୍ରତି ପାଞ୍ଚ ମେଟ୍ରିକ ଟନ ଆକାରରେ ପାଞ୍ଚ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଫଳରେ ଏହି କ୍ଷେତ୍ର ପ୍ରତି ଉଦ୍ୟୋଗଗୁଡ଼ିକ ଆକୃଷ୍ଟ ହେବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶ୍ରଦ୍ଧାଳୁମାନଙ୍କ ପାଇଁ ଖୁସି ଖବର: ଆସନ୍ତା ୧ରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କରିପାରିବେ ଦର୍ଶନ

ଭୁବନେଶ୍ବର: ଆସନ୍ତା ମାସ ୧ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି। କୋଭିଡ ଗାଇଡଲାଇନ ଅନୁଯାୟୀ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ ଗର୍ଭଗୃହ ମଧ୍ୟକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ରହିଛି। ଆଡପ ମଣ୍ଡପରେ ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ।

Categories
ଆଞ୍ଚଳିକ

ବିଜେପି ବାଲୁଗାଁ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଗକୁ ଆସୁଛି ପୌର ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ବୁଧବାର ଦିନ ବାଲୁଗାଁ ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ସ୍ଥଳେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ନଗର ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାପାନରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ତି: ଡିଏନଏ ପରୀକ୍ଷା ଲାଗି ପରିବାର ପକ୍ଷରୁ ହେଲା ଦାବି

କୋଲକାତା: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ସାତ ଦଶନ୍ଧି ବିତିଯାଇଛି। ସେ ୧୯୪୫ ମସିହାରେ ନିଖୋଜ ହୋଇଯାଇଥିଲେ। ଅନେକ ଐତିହାସିକ ବିଶ୍ଵାସ କରନ୍ତି ଯେ, ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି।

ତେବେ ଜାପାନର ଏକ ମନ୍ଦିରରେ ରଖାଯାଇଥିବା ତଥାକଥିତ ଅସ୍ତିକୁ ଡିଏନ୍ଏ ଯାଞ୍ଚ ପାଇଁ ଭାରତକୁ ଆଣିବାର ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ନେତାଜୀଙ୍କ ନାତି ସୂର୍ଯ୍ୟ କୁମାର ବୋଷ ମଙ୍ଗଳବାର ଦିନ ଏକ ବିବୃତ୍ତି ଜାରି କରି ରେଙ୍କୋଜି ମନ୍ଦିରରେ ରଖାଯାଇଥିବା ଅସ୍ତିର ଡିଏନ୍ଏ ପରୀକ୍ଷା କରିବାକୁ କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି। ଯାହାଫଳରେ ନେତାଜୀଙ୍କ ନିଖୋଜକୁ ନେଇ ସୃଷ୍ଟି ହେଉଥିବା ବିବାଦର ସମାପ୍ତ ହୋଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୪୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୪, କଟକରୁ ୧୧୫, ଯାଜପୁରରୁ ୬୦, ବାଲେଶ୍ବରରୁ ୪୪, କେନ୍ଦ୍ରାପଡାରୁ ୪୨, ଜଗତସିଂହପୁରରୁ ୩୭,  ପୁରୀରୁ ୩୨, ଅନୁଗୁଳରୁ ୩୦, ଭଦ୍ରକରୁ ୩୦, ନୟାଗଡରୁ ୨୮, ମୟୂରଭଞ୍ଜରୁ ୨୫, ସମ୍ବଲପୁରରୁ ୧୨, କଳାହାଣ୍ଡିରୁ ୧୧, ଢେଙ୍କାନାଳରୁ ୯, ବରଗଡରୁ ୮, ସୁନ୍ଦରଗଡରୁ ୮, ରାୟଗଡାରୁ ୭, ଗଞ୍ଜାମରୁ ୫, ନୂଆପଡାରୁ ୫, ଦେବଗଡରୁ ୪, ଗଜପତିରୁ ୩, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ବଲାଙ୍ଗୀରିରୁ ୧, ମାଲକାନାଗିରିରୁ ୧ ଏବଂ  ଏବଂ ଷ୍ଟେଟ ପୁଲରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୧ ହଜାର ୩୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୬୯୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୮୬ କୁ ବୃଦ୍ଧି ହୋଇଛି।

Categories
RakshaBandhan ଜାତୀୟ ଖବର ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ଶ୍ରାବଣ ପୂର୍ଣ୍ଣିମାରେ କରନ୍ତୁ ଏହି ୫ ଟି କାର୍ଯ୍ୟ, ଜାଣନ୍ତୁ ଏହାର ମହତ୍ତ୍ୱ ଏବଂ ବ୍ରତ ପଦ୍ଧତି

ନୂଆଦିଲ୍ଲୀ: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସରେ ଆସୁଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଶ୍ରାବଣ ପୂର୍ଣ୍ଣିମା କୁହାଯାଏ। ଏଥର ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୨୧ ତାରିଖରେ ସନ୍ଧ୍ୟା ୦୭.୦୨ ରୁ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫.୩୩ ପର୍ଯ୍ୟନ୍ତ ରହିବ। ଶିବ ଭକ୍ତମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହା ଶ୍ରାବଣର ଶେଷ ଦିନ। ଏହି ଦିନ ମଧ୍ୟ ଭାରତ ଏବଂ ଉତ୍ତର ଭାରତରେ କଜରୀ ପୂର୍ଣ୍ଣିମା ପାଳନ କରାଯାଏ। ଲୋକମାନେ ମଧ୍ୟ ଏହି ଦିନ ଉପବାସ ରଖନ୍ତି।

ଉଲ୍ଲେଖଥାଉ କି, ପୂର୍ଣ୍ଣିମା ଉପବାସ ପ୍ରତି ମାସରେ ପାଳନ କରାଯାଏ। କିନ୍ତୁ ଶ୍ରାବଣ ପୂର୍ଣ୍ଣିମାଙ୍କ ଉପବାସର ବିଶେଷ ମହତ୍ତ୍ୱ ରହିଛି। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଶୁଭ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା ତପ ଏବଂ ଦାନ ଦ୍ୱାରା ସ୍ୱତନ୍ତ୍ର ଫଳ ପ୍ରାପ୍ତ ହୁଏ।

ଶ୍ରାବଣ ପୂର୍ଣ୍ଣିମାଙ୍କର ମହତ୍ତ୍ୱ:

ବିଭିନ୍ନ ଧାର୍ମିକ ବିଶ୍ୱାସ ସହିତ ଶ୍ରାବଣ ପୂର୍ଣ୍ଣିମା ସମଗ୍ର ଭାରତରେ ପାଳନ କରାଯାଏ। ଉତ୍ତର ଭାରତରେ ଯେଉଁଠାରେ ଏହି ଦିନ ରକ୍ଷାବନ୍ଧନ ପାଳନ କରାଯାଏ। ଏଥି ସହିତ ଦକ୍ଷିଣ ଭାରତରେ ନାରିଏଲ ପୂର୍ଣ୍ଣିମା ଏବଂ ଅବନୀ ଅଭିତମ୍ ଏହି ଦିନ ପାଳନ କରାଯାଏ। କେନ୍ଦ୍ରୀୟ ଭାରତରେ ଏହାକୁ କଜାରୀ ପୁନମ ଏବଂ ଗୁଜୁରାଟରେ ପବିତ୍ରୋପନା ଭାବରେ ପାଳନ କରାଯାଏ। ବିଶ୍ଵାସ କରାଯାଏ ଯେ, ବର୍ଷ ତମାମ କରିଥିବା ବ୍ରତର ସମାନ ଫଳ କେବଳ ଶ୍ରାବଣ ପୂର୍ଣ୍ଣିମାରେ ବ୍ରତ କଲେ ପ୍ରାପ୍ତ ହୋଇଥାଏ।

ଶ୍ରାବଣ ପୂର୍ଣ୍ଣିମା ଉପବାସ ପଦ୍ଧତି:

କଜାରୀ ପୁନମ ପର୍ବ ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ଦିନ ଅନେକ ସ୍ଥାନରେ ପାଳନ କରାଯାଏ। ମହିଳାମାନେ ଏହି ଦିନ ଉପବାସ ରଖନ୍ତି ଏବଂ ପୁଅର ଦୀର୍ଘ ଜୀବନ ଏବଂ ସୁଖ ପାଇଁ ପ୍ରାର୍ଥନା କରନ୍ତି। ଭଗବାନ ଶିବ, ପାର୍ବତୀ, ଶ୍ରୀକୃଷ୍ଣ, ହନୁମାନଜୀ, ଚନ୍ଦ୍ର, ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଶ୍ରାବଣ ପୂର୍ଣ୍ଣିମା ଦିନ ସକାଳେ ଗାଧୋଇବା ପରେ ପୂଜା କରାଯାଏ।

ଶ୍ରାବଣ ପୂର୍ଣ୍ଣିମା ଦିନ କରନ୍ତୁ ଏହି ୫ ଟି କାର୍ଯ୍ୟ:

୧- ଶ୍ରାବଣ ପୂର୍ଣ୍ଣିମା ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବା ପାଇଁ ଅଧିକ ଗୁରୁତ୍ୱ ଦିଅନ୍ତି। ତେଣୁ, ପୂଜା ଆରମ୍ଭ କରିବା ପୂର୍ବରୁ, ଏହି ଦିନ ନାଲି କିମ୍ବା ହଳଦିଆ ରେଶମ କପଡ଼ାରେ ସୋରିଷ, ଅକ୍ଷତକୁ ରଖନ୍ତୁ, ଏହାକୁ ଏକ ନାଲି ସୂତାରେ ବାନ୍ଧି ପାଣି ଛିଞ୍ଚିନିଅନ୍ତୁ ଏବଂ ଏହାକୁ ଏକ ତମ୍ବା ପାତ୍ରରେ ରଖନ୍ତୁ।

୨- ଭଗବାନ ବିଷ୍ଣୁ ଏବଂ ଶିବଙ୍କ ସମେତ ଦେବତା ଏବଂ ଦେବୀଙ୍କୁ ପୂଜା କରିବା ପରେ ବ୍ରାହ୍ମଣଙ୍କ ଦ୍ଵାରା ହାତରେ ରକ୍ଷା ସୂତା ବାନ୍ଧିବା ଉଚିତ୍। ବ୍ରାହ୍ମଣଙ୍କୁ ଖାଦ୍ୟ ଅର୍ପଣ କରିବା ପରେ, ଦାନ ଦକ୍ଷିଣା ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିବା ଉଚିତ୍।

୩- ଶ୍ରାବଣ ପୂର୍ଣ୍ଣିମା ଦିନ ଦେବତା, ସାଧୁ, ପିତୃପୁରୁଷ ଇତ୍ୟାଦିର ନୈବେଦ୍ୟ ମଧ୍ୟ କରାଯାଏ। ଏହି ଦିନ, ଏକ ପବିତ୍ର ନଦୀରେ ଗାଧୋଇ ପିତୃପୁରୁଷଙ୍କ ତର୍ପଣ କରିବା ଉଚିତ।

୪- ଶ୍ରାବଣ ପୂର୍ଣ୍ଣିମା ଦିନ ଗାଈକୁ ଖାଇବାକୁ ଦେବା, ପିମ୍ପୁଡ଼ିକୁ ଗୁଡ ଏବଂ ମାଛମାନଙ୍କୁ ଅଟା ବଲ ତିଆରି କରି ଖାଇବାକୁ ଦେଲେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

୫- ଏହି ଦିନ, ଜଣେ ଗରିବ ଲୋକ କିମ୍ବା ବ୍ରାହ୍ମଣଙ୍କୁ ଦାନ ଦିଅନ୍ତୁ। ଯଦି ବୈଦିକ ରୀତି ନୀତିରେ ପୂର୍ଣ୍ଣିମା ବ୍ରତ କରାଯାଏ, ତେବେ ବର୍ଷସାରା ବୈଦିକ କର୍ମ ନକରିବାର ଭୁଲ ମଧ୍ୟ କ୍ଷମା କରାଯାଇଥାଏ।