Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୬୩୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨୯, କଟକରୁ ୧୭୬, କେନ୍ଦ୍ରାପଡାରୁ ୧୪୮, ବାଲେଶ୍ବରରୁ ୧୨୯, ପୁରୀରୁ ୯୦, ଜଗତସିଂହପୁରରୁ ୮୭, ଯାଜପୁରରୁ ୭୭, କୋରାପୁଟରୁ ୭୩, ଭଦ୍ରକରୁ ୬୯, ସୁନ୍ଦରଗଡରୁ ୬୩, ଢେଙ୍କାନାଳରୁ ୫୫, ମୟୂରଭଞ୍ଜରୁ ୪୬, ଅନୁଗୁଳରୁ ୩୮, ନୟାଗଡରୁ ୩୧, କନ୍ଧମାଳରୁ ୨୭, ରାୟଗଡାରୁ ୨୧, କେନ୍ଦୁଝରରୁ ୧୮, ସମ୍ବଲପୁରରୁ ୧୨, ବରଗଡରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ଦେବଗଡରୁ ୮, ସୋନପୁରରୁ ୮, ଗଜପତିରୁ ୬, କଳାହାଣ୍ଡିରୁ ୫, ମାଲକାନଗିରୁରୁ ୪, ଝାରସୁଗୁଡାରୁ ୩, ନୂଆପଡାରୁ ୩, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୩ ହଜାର ୭୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୨୪୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ କୁ ବୃଦ୍ଧି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ: ନିୟମ ପାଳନରେ ହେଳା କଲେ ଲାଗୁ ହେବ ଲକଡାଉନ

ଭୁବନେଶ୍ବର: ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି। ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ, ଅନ୍‌ଲକ୍‌ ପରେ କେତେକ ମାର୍କେଟରେ ଵହୁତ ଭିଡ ହେଉଛି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ। ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍‌ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ। ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍‌ ବଢୁଛି। ଭୁବନେଶ୍ବରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି। ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍‌ ହେଉଛି। କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ। କରୋନା ଭାଇରସ୍‌ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି। ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ବାହା ହିଁ ଆମେ ତୃତୀୟ ଲହରର ବିପଦକୁ କମ୍‌ କରିଦେଇପାରିବା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦ୍ବିତୀୟ ଲହରରେ ଆମେ ଦେଖିଲେ କରୋନା ଭାଇରସ୍ କାହାରିକୁ ଛାଡି ନାହିଁ। ବୁଢା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ସଂକ୍ରମିତ ହୋଇଛନ୍ତି। ଟିକା କେବଳ ଗୁରୁତର ଅବସ୍ଥାରୁ ଆମକୁ ସରକ୍ଷା ଦେଉଛି। କିନ୍ତୁ ଟିକା ନେଲେ ମଧ୍ୟ ନିଜେ ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରିବାର ଭୟ ରହୁଛି ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ। ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି। ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି। ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ।

ଦ୍ବିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତ୍ତି ଆପଣମାନଙ୍କ ହାତରେ। ଜୀବନ ଅମୂଲ୍ୟ । ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ। ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ।’

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳା ଦେଖାଇଲେ ସାହସିକତା: ଟଙ୍କା ବ୍ୟାଗ ଛଡାଇ ନେଉଥିବାବେଳେ ଲୁଟେରାକୁ କଲେ କାବୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟିବା ମହଙ୍ଗା ପଡିଛି। ଜଣେ ଦୁର୍ବୃତ୍ତ ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ସମ୍ପୃକ୍ତ ମହିଳାଜଣଙ୍କ ସାହାସିକତା ଦେଖାଇଛନ୍ତି। ୧୫ ହଜାର ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ମହିଳାଜଣଙ୍କ ଲୁଟେରାକୁ ମାଡି ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଛକରେ ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଟାଙ୍ଗୀ ଥାନା  ପାରି ଓରଡ ପଂଚାୟତ ଲକ୍ଷ୍ମୀଧର ପୁର ଗ୍ରାମର ପ୍ରମିଳା ଦେଇ ଚାନ୍ଦପୁର ଷ୍ଟେଟ୍ ବ୍ୟାଙ୍କରୁ ୧୫ ହଜାର ଟଙ୍କା ଉଠାଇ ଅଟୋ ରିକସାରେ ଘରକୁ ଫେରୁଥିଲେ। ଅଟୋରୁ ଓହ୍ଲାଇ ଚାଲି ଚାଲି ଘରକୁ ଫେରୁଥିବା ବେଳେ ପ୍ରମିଳାଙ୍କ ଠାରୁ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଛଡାଇ ନେଇଥିଲା। ହେଲେ ପ୍ରମିଳା ସାହସିକତା ଦେଖାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଲୁଟେରାକୁ ପ୍ରମିଳା ମାଡି ବସିଥିଲେ। ଫଳରେ ଲୁଟେରାଜଣଙ୍କ ଭାରସାମ୍ୟ ହରାଇ ଧାନ ଜମିରେ ଗଳି ପଡିଥିଲା। ଏଥିରେ ପ୍ରମିଳା ମଧ୍ୟ ଆହତ ହୋଇଛନ୍ତି। ପରେ ଲୋକେ  ଏକାଠି ହୋଇ ଲୁଟେରା କାବୁ କଲେ କରିନେଇଥିଲେ। ଉତ୍ୟକ୍ତ ଲୋକେ ଲୁଟେରାଙ୍କୁ ବାନ୍ଧି ବୁହେ ଛେଚିଥିଲେ।

ଖବର ପାଇ ଟାଙ୍ଗୀ  ପୋଲିସ୍ ବାଇକ୍ ସହ ଲୁଟେରାକୁ ଅଟକ ରଖିଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ପୋଲିସ ଟାଙ୍ଗୀ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Categories
ଅପରାଧ ଆଜିର ଖବର

ବାଣପୁରର ବିଭିନ୍ନ ଗ୍ରାମରେ ପୋଲିସର ଚଢ଼ାଉ: ଦେଶୀ ମଦ ଜବତ, ଜଣେ ଅଭିଯୁକ୍ତ ଗିରଫ ଅନ୍ୟ ଜଣେ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ବିଭିନ୍ନ ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ଜବତ ସମେତ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଏବଂ ପୁଞ୍ଜିଆମା ଶାସନ ଗ୍ରାମରେ ଚୋରା ମଦ ବିକ୍ରି ଚାଲିଥିବାର ଖବର ପାଇଥିଲେ। ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ ପାଇଁ ଏସଡ଼ିପିଓ ବାଣପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

ବାଣପୁର ଥାନା ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନା ମିଳିତ ଭାବେ ଉକ୍ତ ଦୁଇ ଗ୍ରାମରେ ଚଢ଼ାଉ କରିଥିଲେ। ତେବେ ଚଢାଉ ବେଳେ ସେହି ଦୁଇ ଗ୍ରାମରୁ ପୋଲିସ ୧୨୫ ଲିଟର ଦେଶୀ ମଦ ଏବଂ ଗୋଟେ ବାଇକ ଜବତ କରିଥିବାବେଳେ ପୁଞ୍ଜିଆମା ଶାସନରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

ପୋଲିସ ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୭୮/୨୧ ଏବଂ ୨୭୯/୨୧ ରେ ଦୁଇ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

Categories
ଜାତୀୟ ଖବର ବିଶେଷ ଖବର

କିଛି ଦିନ ମଧ୍ୟରେ ୯କୋଟି ଚାଷୀଙ୍କୁ ମିଳିବ ୧୯ ହଜାର କୋଟି: ଜାଣନ୍ତୁ ଏହି ଯୋଜନା କ’ଣ ଏବଂ କିଭଳି ଉପକୃତ ହେବେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ମିଳିଛି। ଅଗଷ୍ଟ ୯ ତାରିଖରେ ୯ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ୧୯ ହଜାର କୋଟି ଟଙ୍କା ପିଏମ କିସାନ ଯୋଜନା ଅଧୀନରେ ପଠାଇବେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ୬୦୦୦ ଟଙ୍କା ତିନୋଟି କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୮ ଟି କିସ୍ତି ଚାଷୀଙ୍କୁ ପଠାଯାଇଛି। ବର୍ତ୍ତମାନ ନବମ କିସ୍ତି ଚାଷୀଏନକେ ଆକାଉଣ୍ଟରେ ଜମା ହେବାକୁ ଯାଉଛି।

ଏହାପୂର୍ବରୁ, ଅଷ୍ଟମ କିସ୍ତି ମଇ ୧୪ ତାରିଖରେ ପ୍ରଦାନ କରାଯାଇଥିଲା। ଗତ ବର୍ଷ, ଧାନମନ୍ତ୍ରୀ କିଷାନ ଯୋଜନା ଅଧୀନର ଶେଷ କିସ୍ତି ଖ୍ରୀଷ୍ଟମାସ ଅର୍ଥାତ୍ ୨୫ ଡିସେମ୍ବର ୨୦୨୦ ରେ ଦିଆଯାଇଥିଲା। ମମତା ବାନାର୍ଜୀଙ୍କ ନେତୃତ୍ୱରେ ବଙ୍ଗଳା ସରକାର ଏହି ଯୋଜନାର କାର୍ଯ୍ୟକାରିତାକୁ ପୂର୍ବରୁ ବିରୋଧ କରିଥିଲେ ମଧ୍ୟ ଗତଥର ଏହି ଯୋଜନାରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା କ’ଣ?

ପିଏମ-କିସାନଙ୍କ ଅଧୀନରେ ସରକାର କୃଷକମାନଙ୍କୁ ବାର୍ଷିକ ୬୦୦୦ ସହାୟତା ସହାୟତା ପ୍ରଦାନ କରୁଛନ୍ତି। ଏହି ଟଙ୍କା ପ୍ରତି ଚାରିମାସରେ ଥରେ ୨୦୦୦ ଟଙ୍କା ଜମା କରାଯାଏ। ଏହି ଯୋଜନା ୨୪ ଫେବୃଆରୀ ୨୦୧୯ ରେ ଆରମ୍ଭ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର କିପରି ଲାଭ ଉଠାଇବେ:

ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ଲାଭ ଉଠାଇବା ପାଇଁ କୃଷକଙ୍କ ପାଇଁ ଆଧାର କାର୍ଡ ରହିବା ବାଧ୍ୟତାମୂଳକ ଅଟେ। ଆଧାର କାର୍ଡ ବିନା, ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ୨୦୦୦ ଟଙ୍କା କିସ୍ତି ପାଇବାକୁ ହେଲେ ବ୍ୟାଙ୍କରେ ଏକ ଆକାଉଣ୍ଟ ରହିବା ମଧ୍ୟ ଆବଶ୍ୟକ। ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ପଠାଯାଏ। ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ଯଦି କୌଣସି ଡକ୍ୟୁମେଣ୍ଟ ଦାଖଲ କରିବାକୁ ବାକି ଅଛି, ତେବେ ଆପଣ ଏହାକୁ ଅନଲାଇନରେ ଅପଲୋଡ୍ କରିପାରିବେ। ଯଦି ଆପଣ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିସାନ୍ ସାମନ୍ ନିଧି ଯୋଜନା ପାଇଁ ଆବେଦନ କରିନାହାଁନ୍ତି, ତେବେ ଆପଣ ସରକାରଙ୍କ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

ଯଦି ଆପଣ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ନାମ ହିତାଧିକାରୀ ତାଲିକାରେ ଅଛି କି ନାହିଁ, ତେବେ ଆପଣ pmkisan.gov.in ୱେବସାଇଟ୍ ପରିଦର୍ଶନ କରି ଯାଞ୍ଚ କରିପାରିବେ। ଏଠାରେ ହିତାଧିକାରୀଙ୍କ ନୂତନ ତାଲିକା ଅପଲୋଡ୍ ହେଉଛି। ରାଜ୍ୟ / ଜିଲ୍ଲା / ତହସିଲ / ଗ୍ରାମ ହିସାବରେ ଆପଣ ଏଠାରେ ନିଜ ନାମ ଯାଞ୍ଚ କରିପାରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱରରୁ କୁହୁଡି ଅଂଚଳକୁ ଆସୁଥିଲା ଚୋରା ମଦ: ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ଜବତ କଲା ଚାନ୍ଦପୁର ପୋଲିସ

ନୟାଗଡ/ଚାନ୍ଦପୁର: ବେଧଡକ ଭାବେ ଚୋରା ମଦ କାରବାର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଚାଲୁଛି। ବେଆଇନ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖୁଛି। ହେଲେ ତଥାପି ଏହି ଚୋରା କାରବାରରେ ବ୍ରେକ ଲାଗିପାରୁନି। ମଦ ବୋଝେଇ ମାରୁତି ଭ୍ୟାନରୁ ପୋଲିସ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରୁ କୁହୁଡି ଅଂଚଳକୁ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଖବର ପାଇ  ଚାନ୍ଦପୁର ପୋଲିସ୍ ରଚିଥିଲା ଚକ୍ରବ୍ୟୁହ। ୨ ଟି ସନ୍ଦିଗ୍ଧ ମାରୁତି ଭ୍ୟାନକୁ ଚାନ୍ଦପୁର ପୋଲିସ୍ ଜାତୀୟ ରାଜପଥରେ ପିଛା କରିଥିଲା। ଚାନ୍ଦପୁର ନିକଟରେ  ପୋଲିସ୍  ଗାଡି ୨ ଟିକୁ ଅଟକାଇବା  ବେଳେ ଗାଡି ଛାଡି କାର୍ ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟିକୁ ଜବତ କରିବା ବେଳେ ସେଥିରେ ବିଦେଶୀ ମଦ ଲୋଡ ହେବାର ଦେଖିବାକୁ ପାଇଥିଲା।

ଜବତ ହୋଇଥିବା ଗାଡିରୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ମହଜୁଦ ଥିବା ଜଣାପଡିଛି। ଏହି ମାରୁତି ଭ୍ୟାନରେ ବାକାର୍ଡୀ, ମାକଡୁଏଲ ନଂ ୧ ପ୍ରିମିୟମ, ହଣ୍ଟର ଆଦି ଦାମୀ ବିଦେଶୀ ମଦ ବୋତଲ ଥିବା ଜଣା ପଡିଛି। ଏହି ୨ ଟି ଭ୍ୟାନରେ ୧୪୫୨ ମଦ ବୋତଲ ଥିବା ପୋଲିସ୍ ଏସଡିପିଓ ଏସ୍ ଟପ୍ନୋ ପ୍ରକାଶ କରିଛନ୍ତି। ଗାଡି ମାଲିକ କୁହୁଡି ଅଂଚଳର ବୋଲି ପୋଲିସ୍ ଜାଣିବାକୁ ପାଇଛି। ଏ ନେଇ ପୋଲିସ୍ ୧୦୮/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କୁ ଜୋରଦାର କରିଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ ଏହି ଚଢାଉରେ ନେତୃତ୍ଵରେ ନେଇଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଟୀକାକରଣ ଅପଡେଟ୍: ଆସନ୍ତାକାଲି ଚିଲିକାରେ ୧ ହଜାର ୮୩୦ ଜଣଙ୍କୁ ଟୀକା, ଏହି ସମୟରେ ଆରମ୍ଭ ହେବ ସ୍ଲଟ ବୁକିଂ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୧ ହଜାର ୮୩୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁର ସହରାଞ୍ଚଳର ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଦୁଇଟି ଟୀକା କେନ୍ଦ୍ରରେ ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ବାଣପୁର ଏନଏସି (ଅନଲାଇନ ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୧୦୦ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା (ଅଫଲାଇନ)- ୩୦ ଡୋଜ

୨- କୃତିବାସ ଭବନ- ପ୍ରଥମ ଡୋଜ- ୧୫୦ (କେବଳ ୧୮-୪୪ ବର୍ଷୀୟ ନାଗରିକ)

ବାଣପୁର ଗ୍ରାମାଞ୍ଚଳ:

୩- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୪- ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୫- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୬- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୧୨୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୭- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୧୦୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

୮- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮ ରୁ ଟୀକାକରଣ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ)

୧- ରାମପୁର ପ୍ରାଥମିକ ବିଦ୍ୟାଳୟ (ବାଲୁଗାଁ ଏନଏସି )- ୩୦୦ ଡୋଜ

୨- ଚଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ(ଚଣ୍ଡେଶ୍ୱର ଗ୍ରାପ) – ୨୦୦ ଡୋଜ

୩- ଚାଷଙ୍ଗରା ପ୍ରାଥମିକ ବିଦ୍ୟାଳୟ(ନିମିଖେତା ଗ୍ରାପ)- ୧୦୦ ଡୋଜ

୪- କୁମଣ୍ଡଳପାଟଣା ୟୁଜି ୟୁପି ବିଦ୍ୟାଳୟ (କୁମଣ୍ଡଳପାଟଣା ଗ୍ରାପ)- ୨୦୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୪୨ ହଜାର ୬୨୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୬୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୬୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୭ ଲକ୍ଷ ୩୫ ହଜାର ୬୦୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୫ ହଜାର ୭୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୩୩ ହଜାର ୨୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୦ ହଜାର ୩୫୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୮ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ଯାଜପୁର, ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ବଲାଙ୍ଗୀରି, ନୟାଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୨ ହଜାର ୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୮୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୬୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୩୧୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୬୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୫୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୨ ହଜାର ୧୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୬୨ ହଜାର ୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୮୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୦୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୩ ଜଣ, କଟକ ଜିଲ୍ଲାରୁ ୧୯୮ ଜଣ, ଅନୁଗୁଳ ଜିଲ୍ଲାରୁ ୫୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୪୩ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ଭଦ୍ରକ ଜିଲ୍ଲାରୁ ୪୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, ଦେବଗଡ ଜିଲ୍ଲାରୁ ୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮ ଜଣ, ଗଜପତି ଜିଲ୍ଲାରୁ ୫ ଜଣ, ଗଞ୍ଜାମ ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୩ ଜଣ, ଯାଜପୁର ଜିଲ୍ଲାରୁ ୮୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, କନ୍ଧମାଳ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୮ ଜଣ, କେନ୍ଦୁଝର ଜିଲ୍ଲାରୁ ୧୩ ଜଣ, କୋରାପୁଟ ଜିଲ୍ଲାରୁ ୬ ଜଣ, ମାଲକାନଗିରି ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ ଜଣ, ନୟାଗଡ ଜିଲ୍ଲାରୁ ୨୫ ଜଣ, ପୁରୀ ଜିଲ୍ଲାରୁ ୬୭ ଜଣ, ରାୟଗଡା ଜିଲ୍ଲାରୁ ୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୨୩ ଜଣ, ସୋନପୁର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୬ ଜଣ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଧର୍ମ ବିଶେଷ ଖବର

ସେଦିନ ମହାଭାରତର ଟିକି ଚଢେଇର ସୁରକ୍ଷା, ଆଉ ବର୍ତ୍ତମାନର କରୋନା ନେଇ ଅସୁରକ୍ଷିତ ସମାଜ

ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ କରାଯାଉଥାଏ। ମହାଯୁଦ୍ଧର ପୂର୍ବ ଦିନ ଘଟଣା। ବିଶ୍ୱ ନିୟନ୍ତା ଲୀଳାମୟ ଶ୍ରୀକୃଷ୍ଣ ସାଥିରେ ଅର୍ଜୁନଙ୍କୁ ନେଇ ରଣକ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ବଡ ବଡ଼ ବୃକ୍ଷ ଗୁଡିକୁ ଧରାଶାୟୀ କରିବାକୁ ହସ୍ତୀ ମାନଙ୍କୁ ନିୟୋଜିତ ହୋଇଥାଏ । ଏକ ବିଶାଳ ବଟ ବୃକ୍ଷର ଶାଖାରେ ଭରତିଆ ଚଢେଇଟିଏ ବସା ବାନ୍ଧି ଶାବକ ମାନଙ୍କୁ ପାଳନ କରୁଥାଏ।

ଶାବକମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡିବା ଯୋଗ୍ୟ ନଥିଲେ। ଏହି ସମୟରେ ଏକ ବିଶାଳ ହସ୍ତୀ ଆସି ସେହି ବଟ ବୃକ୍ଷଟିକୁ ଧରାଶାୟୀ କଲା। ମାଆ ଚଢେଇର ବସାଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠରେ ପଡି ଭାଙ୍ଗିଗଲା। ହେଲେ ସୌଭାଗ୍ୟ ବଶତଃ ଚାରିଟି ଶାବକ ପିଲା ଅକ୍ଷତ ଅବସ୍ଥାରେ ପଡିଗଲେ। ମା ଚଢେଇଟି କାନ୍ଦି କାନ୍ଦି ଅତ୍ୟନ୍ତ ହତାଶ, ନିରାଶ ହୋଇ ଶ୍ରୀକୃଷ୍ଣଙ୍କ ରଥ ଉପରେ ବସିଗଲା। ମାୟାଧର ତାକୁ ବକ୍ରଦୃଷ୍ଟିରେ ଅନାଇ ଦେଲେ।

ବିଚରା ନିରୁପାୟ ପକ୍ଷୀଟି ଅଶୃତ ନୟନରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କ ଶରଣ ପଶିଲା। ବିକଳରେ ଗୁହାରି କଲା, “ହେ ମହାଭାଗ, ବଟ ବୃକ୍ଷରେ ଥିବା ମୋ ଶ୍ରମରେ ତିଆରି ନୀଡ଼ଟି ଭାଙ୍ଗି ଯାଇଛି। ମୋର ଛୋଟ ଛୋଟ ପିଲାମାନେ ଅସହାୟ ହୋଇ ଭୂମି ଉପରେ ପଡିଛନ୍ତି। ଏବେ ତୁରନ୍ତ ନୀଡ଼ଟିଏ କରିବାକୁ ମୁଁ ଅକ୍ଷମ। କାଲି ଯୁଦ୍ଧ ଆରମ୍ଭ ହେଲେ ମୋ ପିଲାମାନେ ଅଶ୍ଵ ,ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ ଚାପି ହୋଇ ପ୍ରାଣତ୍ୟାଗ କରିବେ। ମୁଁ ଏବେ କଣ କରିବି ପ୍ରଭୁ।”

ମାୟାଧର ପକ୍ଷୀଟିକୁ ସାନ୍ତ୍ୱନା ଆଳରେ କହିଲେ “ କାଳ ତା ବାଟରେ ଯିବ। ବିଧାତା ସମସ୍ତଙ୍କ ପାଇଁ ବିଧାନ ନିଶ୍ଚୟ କରିଛି। ତାହା ତ ଫଳିବ। ତାକୁ କେହି ଅଟକାଇ ପାରିବେ ନାହିଁ। ତାକୁ ମୁଁ ବା କିପରି ଅଟକାଇବି ?

ଏହା ଶୁଣି ମା ଚଢେଇଟିର ଆଖିରୁ ଲୋତକର ଧାର ବୋହି ଚାଲିଲା। ନମ୍ର ଓ ବିନୟ ଭାବରେ ପାର୍ଥନା କଲା “ପ୍ରଭୁ ମୁଁ କାଳ , ବିଧାନ , ବିଧାତା କିମ୍ବା ଭାଗ୍ୟର କଥା ଜାଣି ନାହିଁ। ତେବେ ଏତିକି ନିଶ୍ଚୟ ଜାଣେ, ଆପଣ ହିଁ କାଳ ଚକ୍ରକୁ ନିୟନ୍ତ୍ରଣ କରନ୍ତି। ଆପଣ ହି ଭାଗ୍ୟର ନିଆନ୍ତା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଆପଣ ଚାହିଁଲେ ମୋ ପିଲାମାନଙ୍କୁ ରକ୍ଷା କରି ପାରିବେ। ମୁଁ ନିଶ୍ଚିତ ହୋଇ ମୋର ପିଲାମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତରେ ଅର୍ପଣ କରୁଛି ଓ ଆପଣଙ୍କ ଶରଣ ପଶୁଛି । ମୋ ଜୀବନ ପଛେ ଯାଉ ମୋ ପିଲାମାନଙ୍କୁ ରକ୍ଷାକର। ଏହି ଦାଇତ୍ୱ ଆପଣଙ୍କୁ ଦେଲି।

ମୃଦୁ ହାସ୍ୟରେ ଶ୍ରୀକୃଷ୍ଣ , ଭରତିଆ ଚଢେଇକୁ କହିଲେ “ ତୁମକୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡିବ। ମୋ କଥାରେ ଯଦି ରାଜି ତେବେ ମୁଁ କିଛି ସାହାଯ୍ୟ କରିବି। ଯେତେ କଷ୍ଟ ହେଲେ ବି ମୁଁ ସବୁ କରିବାକୁ ରାଜି ଅଛି ପ୍ରଭୁ, ଚଢେଇ କହିଲା। ଏହାପରେ ଶ୍ରୀକୃଷ୍ଣ ଚଢ଼େଇଟିକୁ କହିଲେ । ପିଲା ମାନଙ୍କୁ ଛାଡି ଆଜି କେବଳ ଗୋଟିଏ କାମ କର। ୨୦ ରୁ ୨୧ ଦିନ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ସଞ୍ଚୟ କରି ରଖ । ବାକି କଥା ମୋ ହାତ ରେ ଛାଡି ଦିଅ।

ରଥ ନେଇ ଶ୍ରୀକୃଷ୍ଣ ଶିବିରକୁ ଚାଲିଗଲେ ଅନ୍ୟାନ୍ୟ ପ୍ରସ୍ତୁତି ତଦାରଖ ପାଇଁ । ପରଦିନ ଯୁଦ୍ଧ ଆରମ୍ଭ ସମୟ ଉପନୀତ ହେଲା। ପ୍ରଭାତ ସମୟରେ ରଣକ୍ଷେତ୍ର ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ , ରଥାରୋହୀ, ଅଶ୍ଵାରୋହୀ , ପଦାତିକ ବାହୀନି ସହ ସୁସଜ୍ଜିତ ରଥ ଗୁଡିକରେ କୁରୁ ଓ ପାଣ୍ଡବ ପକ୍ଷର ଅନେକ ସେନା ଓ ସେନାପତି ମାନେ ଅବତୀର୍ଣ ।

ଉଭୟ ପକ୍ଷରୁ ରଣଭେରୀ, ତୁରୀ ଓ ଶଙ୍ଖ ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା। ଠିକ୍ ଏହି ସମୟରେ ସାରଥି ଶ୍ରୀକୃଷ୍ଣ ରଥରୁ ଅବତରଣ କରି ଦଣ୍ଡାୟମାନ ହେଲେ। ସେ ଅର୍ଜୁନ ଙ୍କୁ କହିଲେ “ ପାର୍ଥ , ତୁମର ଗାଣ୍ଡୀବ ଧନୁ ଓ ଶରଟିଏ ମୋତେ ଦିଅ। ଅର୍ଜୁନ ହତ ଚକିତ ହୋଇଗଲେ, ଇୟେ କଣ ଶୁଣୁଛନ୍ତି ! ଶ୍ରୀକୃଷ୍ଣ ଯେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ କିମ୍ବା ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେବେ ନାହିଁ ବୋଲି ସର୍ତ ରଖିଥିଲେ ! ନିରୁତ୍ତର ହୋଇ ଅର୍ଜ୍ଜୁନ ଧନୁ ଓ ଶରକୁ ବଢେଇ ଦେଲେ।

ଶ୍ରୀକୃଷ୍ଣ ଧନୁରେ ଶର ସଂଯୋଗ କରି ସୁଦୂରରେ ଥିବା କୌରବ ପକ୍ଷର ଏକ ବିଶାଳ ଗଜ ଆଡକୁ ଶର ନିକ୍ଷେପ କଲେ । ଶରଟି ଯାଇ ଗଜ ର ମସ୍ତକରେ ନ ବାଜି ତାର ବେକରେ ଝୁଲୁ ଥିବା ବିଶାଳକାୟ ଧାତବ ନିର୍ମିତ ଘଣ୍ଟିରେ ବାଜିଲା ଓ ତାହା ଛିଣ୍ଡି ଭୂମିରେ ପଡ଼ିଲା । ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ। ପଚାରିଲେ “ ସଖା ଆପଣ ଏ କଣ କଲେ ? ମତେ କହିଥିଲେ ମୁଁ ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି । ଆପଣତ ଲକ୍ଷ୍ୟଚ୍ୟୁତ ହେଲେ ?

ଶ୍ରୀକୃଷ୍ଣ ମୃଦୁ ହାସ୍ୟରେ ଅର୍ଜୁନ ଙ୍କୁ କହିଲେ “ ପାର୍ଥ, ମୁଁ ନା ଯୁଦ୍ଧ କରୁଥିଲି ନା ଗଜକୁ ମାରିବାକୁ ଚେଷ୍ଟା କରୁଥିଲି ? ଯୁଦ୍ଧ ତ ତୁମେ କରିବ । ଏବେ ମୁଁ କଣ କଲି ତାହା ତୁମେ ଯୁଦ୍ଧର ପରିସମାପ୍ତି ପରେ ଜାଣିବ। ତୁମେ ଯୁଦ୍ଧରେ ମନୋନିବେଶ କର।

୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା । କୌରବମାନେ ପରାସ୍ତ ହେଲେ। ଯୁଧ୍ୟ ଶେଷ ହୋଇଗଲେ। ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା । ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ । ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ , ରଥ , ହସ୍ତୀ , ଗଜ ମାନଙ୍କ ଚିତ୍କାର ରେ ପ୍ରକମ୍ପିତ ହଉଥିଲା ଏବେ ସେଠାରେ ଶ୍ମଶାନ ତୁଲ୍ୟ ଦୃଶ୍ୟ। କୁରୁକ୍ଷେତ୍ରର ଭୂମି ରକ୍ତ ରଞ୍ଜିତ ଖାଲି ଶବ , ଭଗ୍ନ ରଥ, ବର୍ଜିତ ଅସ୍ତ୍ର ଶସ୍ତ୍ର ଦୃଶ୍ୟମାନ।

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସେହି ବାଟରେ କଢେଇ ନେଲେ, ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟିଟି ହସ୍ତୀର ବେକରୁ ଛିଡି ପଡିଥିଲା । ତାକୁ ଉଠେଇବାକୁ କହିଲେ ଅର୍ଜୁନଙ୍କୁ । ଅର୍ଜୁନ ତାହା ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ଝାଡ଼ି ଫୁଡ଼ ଫାଡ ହୋଇ ଉଡି ଆସିଲେ । ୧୮ ଦିନ କାଳ ଯୁଦ୍ଧର ବିଭୀଷିକା ମଧ୍ୟରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟି ଭିତରେ ! ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ ।ସେମାନେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶକୁ ଉଡି ଗଲେ ନୂତନ ଜୀବିକା ଓ ବାସ ସ୍ଥାନ ସନ୍ଧାନରେ।

ସାଂପ୍ରତିକ କରୋନା ଭଳି ମହା ଵିପତ୍ତି ସମୟରେ ଏହି ଶିକ୍ଷା ନେବା । ଏକ ମହାଯୁଦ୍ଧର ଅବତୀର୍ଣ ସାରା ପୃଥିବୀର ମାନବ ଜାତି। ଆମେ କାହିଁକି ଭାବିବା ନାହିଁ ଯେ ଘର ରୂପକ ଘଣ୍ଟି ଭିତରେ ସୁରକ୍ଷିତ ରହି ଆମେ ନିଜେ, ନିଜ ପରିବାର , ନିଜ ଗ୍ରାମ ଓ ଦେଶର ତଥା ସମସ୍ତ ମାନବ ଜାତିକୁ ସୁରକ୍ଷିତ ରଖିପାରିବା। ଏହି ଯୁଦ୍ଧ ନିଶ୍ଚିତ ସମାପ୍ତ ହେବ ଧର୍ମର ବିଜୟ ହେବ।

Categories
ଧର୍ମ ବିଶେଷ ଖବର

ରାଶି ଉପରେ ଚନ୍ଦ୍ରଙ୍କର ଚଳନ ହେଲେ କଣ ରହିବ ପ୍ରଭାବ, ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ରର ଏହି ରହସ୍ୟ

ଚନ୍ଦ୍ର ଗମନାଗମନ 2021 ତାରିଖ ପ୍ରଭାବ – ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ର ଶୁଭ୍ର ଏବଂ ଚଞ୍ଚଳତାରେ ପରିପୂର୍ଣ୍ଣ । ଚନ୍ଦ୍ରର ପ୍ରଭାବ ସମସ୍ତ ଜୀବ ଏବଂ ଉଦ୍ଭିଦ ଉପରେ ପଡିଥାଏ। ପୃଥିବୀର ଜଳ ଉପାଦାନ ଉପରେ ଚନ୍ଦ୍ରର ସର୍ବାଧିକ ପ୍ରଭାବ ରହିଛି ବୋଲି ବିବେଚନା କରାଯାଏ।

ସେହିଭଳି ମନୁଷ୍ୟର ମନ ଉପରେ ଚନ୍ଦ୍ରର ପ୍ରଭାବ ମଧ୍ୟ ବହୁତ ବଡ ଅଟେ। ଏହାର ପ୍ରଭାବ ହେତୁ ଆମର ମାନସିକତା ଏବଂ ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗେ । ବେଳେବେଳେ ଆମେ ଖୁସି, ବେଳେବେଳେ ଆମେ ଦୁଃଖିତ କିମ୍ବା ବେଳେବେଳେ ମାନସିକ ଅବସାଦର ଶିକାର ହେଉ।

ଏହି ସବୁ ଜିନିଷ ଚନ୍ଦ୍ର ନିଜେ ପ୍ରଭାବିତ କରନ୍ତି ବୋଲି ବିବେଚନା କରାଯାଏ । ନଅ ଗ୍ରହ ମଧ୍ୟରେ ଚନ୍ଦ୍ର ଦ୍ରୁତତମ ରାଶି ପରିବର୍ତ୍ତନ ବୋଲି କୁହାଯାଏ । ଯେତେ ଶୀଘ୍ର ଏହାର ସ୍ଥିତି ପରିବର୍ତ୍ତନ ହୁଏ, ଏହା ମନୁଷ୍ୟର ପ୍ରକୃତି ଉପରେ ଅଧିକ ପ୍ରଭାବ ପକାଇଥାଏ । ସମୁଦ୍ରକୁ ଆସୁଥିବା ଜୁଆର ସ୍ଥିତିକୁ ମଧ୍ୟ ଚନ୍ଦ୍ର ଉପରେ ଆଧାର କରି ବିଚାର କରାଯାଇଛି।

ଏପରି ପରିସ୍ଥିତିରେ, ଚନ୍ଦ୍ରର ବୃଷ ରାଶିକୁ ଗମନାଗମନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଚନ୍ଦ୍ର ବୃଷରେ ଉଚ୍ଚ ସ୍ଥାନ ପାଇଥାଏ ଏବଂ ଏହି ରାଶିରେ ଚନ୍ଦ୍ରର ଶକ୍ତି ବୃଦ୍ଧି ପାଇଥାଏ । ବୃଷ ରାଶିରେ ଚନ୍ଦ୍ରର ଗମନାଗମନ ଚନ୍ଦ୍ରର ଶୁଭ୍ରତା ଏବଂ ଏହାର ପ୍ରଭାବକୁ ବଢାଇବାକୁ ଯାଉଛି। ଆସନ୍ତୁ ଜାଣିବା ସମସ୍ତ ରାଶି ଚିହ୍ନ ପାଇଁ ଚନ୍ଦ୍ର ବୃଷ ଗମନାଗମନର ପ୍ରଭାବ କିପରି ହୋଇପାରେ ।

ମେଷ- ମେଷ ରାଶିର ଲୋକଙ୍କ ପାଇଁ, ଏଥର କିଛି କାମ ପାଇଁ କିମ୍ବା ଅନ୍ୟଟି ପାଇଁ ରହିବାକୁ ଯାଉଛି । ଦାୟିତ୍ବର ବୃଦ୍ଧି ଘଟିବା ସହିତ ଆପଣଙ୍କ ଲୋକଙ୍କଠାରୁ ଆପଣଙ୍କ ଉପରେ ବହୁତ ଚାପ ପଡ଼ିବ। ଆଜି ତୁମର ପ୍ରେମ ସଂପର୍କରେ ଆପଣ କିଛି ଆରାମ ଦେଖିପାରିବେ, ବନ୍ଧୁମାନଙ୍କର ଆସୋସିଏସନ ସମ୍ପର୍କକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବ |

ବୃଷ- ବୃଷ ରାଶିର ଲୋକଙ୍କ ପାଇଁ, ଏଥର ସେମାନଙ୍କ ଅଧିକାରୀମାନଙ୍କ ସହିତ କାର୍ଯ୍ୟର ଅତ୍ୟଧିକତା ଦେଖାଏ । ଏହି ସମୟରେ ହଠାତ୍ ଭ୍ରମଣର ସୁଯୋଗ ହୋଇପାରେ, କିଛି ଅନ୍ୟ ଖାଦ୍ୟ ଏବଂ ପାନୀୟ ପ୍ରତି ଆପଣଙ୍କର ଅସାବଧାନତା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ଏବଂ ଏହି ସମୟରେ ଆପଣ ନିଜ ପରିବାରକୁ ଯେକୌଣସି ସମୟ ଦେବାକୁ ଚାହିଁବେ ଅଭାବ ହୋଇପାରେ । କିନ୍ତୁ ଭଲ ହେବ । ଲାଭ ପାଇଁ ସୁଯୋଗ ।

Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 4 ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶିର ପାଇଁ ରହିଛି ବିପଦ

ମେଷ- ଭାଇମାନଙ୍କର ସାହାଯ୍ୟ ପାଇବେ। ସମ୍ପତ୍ତି କାରବାରରେ ସାବଧାନ ରୁହନ୍ତୁ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। କୋର୍ଟରେ ସୁସଙ୍ଗତତା ରହିବ। ଆଜି ଟଙ୍କା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ପ୍ରଲୋଭିତ ହୁଅ ନାହିଁ। ବ୍ୟବସାୟରେ ଇଚ୍ଛାକୃତ ଲାଭର ସମ୍ଭାବନା ଅଛି।

ବୃଷ- ଶୁଭ କାର୍ଯ୍ୟରେ ଯୋଗଦାନ ଶୁଭ ଏବଂ ସମ୍ମାନ ଆଣିବ। ବ୍ୟବସାୟିକ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତୁ ନାହିଁ । ସମ୍ପତ୍ତି କାର୍ଯ୍ୟ ଲାଭ ଦେବ। ବେକାରୀ ଦୂର ହେବ। ଆଜି ଟଙ୍କାର ପ୍ରବାହ ହେବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ । ଲକ୍ଷ୍ୟକୁ ଧ୍ୟାନରେ ରଖିବାକୁ ଚେଷ୍ଟା କରନ୍ତୁ, ସଫଳତା ପାଇବେ।

ମିଥୁନ- ଘର ବାହାରେ ସୁଖ ମିଳିବ। ତୁମର ଆଚରଣ ଏବଂ ଦକ୍ଷତା ଅଧିକାରୀ ଶ୍ରେଣୀରୁ ସହଯୋଗ ପାଇବ । ଶିଶୁର କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଆପଣ ଦୁଃଖଦ ଖବର ପାଇପାରନ୍ତି। ଚିନ୍ତା ରହିବ। ପରିବାରରେ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇପାରେ।

କର୍କଟ – ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ। ପ୍ରଚାରରୁ ଦୂରରେ ରୁହନ୍ତୁ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବ। ଆପଣ ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ବ୍ୟବସାୟରେ ସାବଧାନ ରୁହନ୍ତୁ। ବାସ୍ତବତାକୁ ଗୁରୁତ୍ୱ ଦିଅନ୍ତୁ। ପ୍ରୟାସରେ ସଫଳତାର ସମ୍ଭାବନା କମ୍। ଭଲ ଆକାରରେ ରହିବେ।

ସିଂହ- ଟଙ୍କା ଆସିବ। ଆଜି ବିଶେଷ ଲାଭର ସମ୍ଭାବନା ଅଛି। ବୁଦ୍ଧି ଏବଂ ମନୋବଳ ସହିତ ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇବ। କଠିନ ପରିଶ୍ରମର ଫଳ ମିଳିବ। ସଫଳତା ସହିତ ସୁଖ ମିଳିବ। ପ୍ରତିଷ୍ଠା ବୃଦ୍ଧି ପାଇବ। ଶତ୍ରୁମାନେ ଶାନ୍ତ ରହିବେ। ବ୍ୟବସାୟରେ କାର୍ଯ୍ୟର ସମ୍ପ୍ରସାରଣ ହେବ। ସମ୍ପର୍କୀୟଙ୍କୁ ଭେଟିବେ।

କନ୍ୟା- ଶୀଘ୍ର କାର୍ଯ୍ୟ କରିବାକୁ ଚେଷ୍ଠା କରନ୍ତୁ ନାହିଁ । ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ଶକ୍ତି ବୃଦ୍ଧି ହେବ। ପରିବାରରେ ସହଯୋଗର ପରିବେଶ ରହିବ। ଅତିଥିମାନଙ୍କର ଏକ ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ସୁଖ ମିଳିବ। ମୂଲ୍ୟ ବୃଦ୍ଧି ହେବ। ଇଚ୍ଛାକୃତ କାର୍ଯ୍ୟର ସଫଳତା ଅଛି। ଆପଣ ଦ୍ୱନ୍ଦ୍ୱରୁ ମୁକ୍ତି ପାଇବେ।

ତୂଳା– ପରିଶ୍ରମର ପରିମାଣ ଅନୁଯାୟୀ ବହୁତ ଲାଭ ହେବ। ତୁମର ଗୁରୁତ୍ବପୂର୍ଣ୍ଣ ଜିନିଷକୁ ସୁବିଧାରେ ରଖ। ଭ୍ରମଣ, ଚାକିରି ଏବଂ ବିନିଯୋଗ ଅନୁକୂଳ ଲାଭ ଦେବ। ଉପହାର ଇତ୍ୟାଦି ଗ୍ରହଣ କରାଯିବ। କିଛି ବଡ କାମ କରିବାରେ ସୁଖ ମିଳିବ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି। ପିଲାଙ୍କ ପାଖରୁ ଏକ ସୁଖଦ ପରିସ୍ଥିତିର ଖବର ଆସିବ।

ବିଛା- ପେଟ ବିକୃତିର ଯୋଗ ହେତୁ ଖାଦ୍ୟ ଏବଂ ପାନୀୟ ଉପରେ ସଂଯମତା ରଖନ୍ତୁ। ବିବାଦକୁ ଏଡ଼ାଇବା ଉଚିତ୍। ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇପାରେ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅପ୍ରତ୍ୟାଶିତ ବଡ ଖର୍ଚ୍ଚ ଆସିବ। ଋଣ ନେବାକୁ ପଡିପାରେ, ରିସ୍କ ନିଅ ନାହିଁ। କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ବାସ କର ନାହିଁ।

ଧନୁ- ନୂତନ ସଫଳତା ହାସଲ କରିବା ସମ୍ଭବ। ବ୍ୟବସାୟ ଭଲ କରିବ। କୋର୍ଟ କାର୍ଯ୍ୟ କରାଯିବ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ଆଜି ଟଙ୍କା ରହିବ। କାହା କଥାରେ ପ୍ରଲୋଭିତ ହୁଅନ୍ତୁ ନାହିଁ। ପାରିବାରିକ ସମସ୍ୟା ବିଷୟରେ ଚିନ୍ତା ହେବ। ଯଥାସମ୍ଭବ ସମୟର ଅନୁକୂଳତାର ସୁଯୋଗ ନିଅନ୍ତୁ।

ମକର- ଆଜି ଏକ ନୂତନ ଅନୁସନ୍ଧାନ ହେବ। ବନ୍ଦ କାର୍ଯ୍ୟ କରାଯିବ। ରିସ୍କ ନିଅ ନାହିଁ। ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ। କୌଶଳ ଏବଂ ସହନଶୀଳତାର ଶକ୍ତି ଉପରେ ପ୍ରତିବନ୍ଧକ ସମାଧାନ ହୋଇପାରିବ। ତୁମର ଡାଏଟକୁ ନିୟନ୍ତ୍ରଣ କର । ନୂତନ ଚୁକ୍ତିରୁ ଲାଭ ମିଳିବ। ଟଙ୍କା ପାଇବା ସହଜ ହେବ।

କୁମ୍ଭ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ନୂତନ ଚୁକ୍ତିନାମା ହେବ। ଲାଭ ସୁଯୋଗ ବୃଦ୍ଧି ପାଇବ। ବ୍ୟବସାୟ ଭଲ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ପିଲାମାନଙ୍କର କାର୍ଯ୍ୟ ସମାଜରେ ସମ୍ମାନ ବୃଦ୍ଧି କରିବ। ନେତୃତ୍ୱ ଗୁଣଗୁଡ଼ିକର ପ୍ରାଧାନ୍ୟତା ହେତୁ ପ୍ରଶାସନ ଏବଂ ନେତୃତ୍ୱ ସମ୍ବନ୍ଧୀୟ କାର୍ଯ୍ୟ ସଫଳ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହ।

ମୀନ- ସ୍ଥାୟୀ ସମ୍ପତ୍ତି କିଣିବାର ସମ୍ଭାବନା ରହିବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସାବଧାନ ରୁହନ୍ତୁ। ଅନ୍ୟମାନଙ୍କର ଜାମିନ ନିଅ ନାହିଁ । ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ପାରିବାରିକ ଜୀବନରେ ଟେନସନ ହୋଇପାରେ। ବ୍ୟବସାୟରେ ନୂତନ ଯୋଜନାଗୁଡ଼ିକରୁ ଲାଭ ହେବାର ସମ୍ଭାବନା ଅଛି। ଆପଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଆଦର୍ଶ ବିଦ୍ୟାଳୟର ଦଶମ ପରୀକ୍ଷା ଫଳ, ଜାଣନ୍ତୁ କିଏ ହେଲା ଟପର

ଭୁବନେଶ୍ବର, ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି। ସମୁଦାୟ ୯୫୫୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୩୭୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କେଉଁଝର ଜିଲ୍ଲା ଆନନ୍ଦପୁର ଶାଳପଡା ଆଦର୍ଶ ବିଦ୍ୟାଳୟ ଛାତ୍ର ଶ୍ରୀ ଅମ୍ରିତ୍ ରାଜ ବିଶ୍ବାଳ ୯୯.୪୦ ପ୍ରତିଶତ ନମ୍ବର ରଖି ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ଛାତ୍ରୀମାନଙ୍କଠାରୁ ଛାତ୍ରମାନେ ଭଲ ଫଳ କରିଛନ୍ତି।

ଆଦର୍ଶ ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶୁଭେଚ୍ଛା ଜଣାଇଛନ୍ତି।

Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ପକ୍ଷରୁ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ଶୁଭାରମ୍ଭ

ମୁମ୍ବାଇ/ଭୁବନେଶ୍ୱର, ରିଲାଏନ୍ସ୍ ର ଗ୍ରାହକ ବ୍ରାଣ୍ଡ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୁରଣ କରିବା ପାଇଁ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଘର ଡ଼ିଜ-ଇନଫେକଟାଣ୍ଟ ର ବ୍ୟାପକ ଉତ୍ପାଦ ସମ୍ଭାର ପ୍ରସ୍ତୁତ କରାଯାଇଛି ।

କର୍ପୁର, ନିମ୍ବ ଏବଂ ହଳଦୀ ଭଳି ପ୍ରାକୃତିକ ଉପାଦାନଗୁଡ଼ିକର ଉତ୍ତମତାର ସମାହାର ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦଗୁଡିକ ସେନ୍ସୋରିଆଲ୍ ଏବଂ ସୁଗନ୍ଧ ମାଧ୍ୟମରେ ନୂତନ ଭାବରେ ନିରାପତ୍ତା ଅନୁଭବ ପ୍ରଦାନ କରିଥାଏ । ଏହାର ଅନନ୍ୟ ‘ତତକ୍ଷଣାତ୍ କାର‌୍ୟ୍ୟ’ ବା ଇନଷ୍ଟଣ୍ଟ ଆକ୍ସନ ସୂତ୍ର ତୁରନ୍ତ ଜୀବାଣୁ ଓ ଭୁତାଣୁ ବିରୁଦ୍ଧରେ କାର‌୍ୟ୍ୟ କରିବା ଆରମ୍ଭ କରି ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ ।

ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବିସ୍ତୃତ ଉତ୍ପାଦ ସମ୍ଭାର ମଧ୍ୟରେ ରହିଛି ବ୍ୟକ୍ତିଗତ ସ୍ୱଚ୍ଛତା ଉତ୍ପାଦ ଯଥା ଜୀବାଣୁ ସୁରକ୍ଷା ସାବୁନ, ହ୍ୟାଣ୍ଡୱାସ୍, ହ୍ୟାଣ୍ଡ ସାନିଟାଇଜର, ସାୱାର ଜେଲ୍ ଏବଂ ସୁରକ୍ଷା ୱାଇପ୍ ଇତ୍ୟାଦି । ହୋମ ଡିଜ-ଇନଫେକସନ୍ ପାଇଁ, ପ୍ୟୁରିକ୍ ରେଞ୍ଜ୍ ମଧ୍ୟରେ ରହିଛି ଡିଜ-ଇନଫେକ୍ଟାଣ୍ଟ ସ୍ପ୍ରେ, ବହୁମୁଖୀ ଡିଜ-ଇନଫେକ୍ଟାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଲିକ୍ୱିଡ୍, ପନିପରିବା ୱାଶିଂ ଲିକ୍ୱିଡ୍ ଇତ୍ୟାଦି ।

ଦେଶର ସମସ୍ତ ରିଲାଏନ୍ସ ରିଟେଲ ଗ୍ରୋସରୀ ଷ୍ଟୋରଗୁଡିକରେ ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦ ଉପଲବ୍ଧ । ଗ୍ରାହକମାନେ ଜିଓ ମାର୍ଟ, ନେଟମେଡ଼ସରେ ଉତ୍ପାଦ ଅର୍ଡର କରିପାରିବେ କିମ୍ବା ନିକଟସ୍ଥ ଦୋକାନରୁ କିଣି ପାରିବେ । ଏହି ଉତ୍ପାଦଗୁଡ଼ିକରେ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର୍ ମଧ୍ୟ ଉପଲବ୍ଧ ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲା ଯୁବମୋର୍ଚ୍ଚା

ଭୁବନେଶ୍ୱର, ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନିତି ବିରୋଧରେ ଆଜି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୃକ୍ତ କରାଯାଉ। ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି।

ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଛକ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର ନେତୃତ୍ୱରେ ବିକ୍ଷୋଭ କରାଯାଇଥିଲା। ଏହି ଅବସରରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଯୁବମୋର୍ଚ୍ଚା ପ୍ରଭାରୀ ତଥା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ପ୍ରକାଶ ଦଳେଇ, ରାଜ୍ୟ ସଂଯୋଜକ ସୁଜିତ ସାହୁ, ସଂଗ୍ରାମ ପାତ୍ର, ପ୍ରତୀକ୍ଷା ଆଚାର୍ଯ୍ୟ, ସୁବ୍ରତ ବିଶ୍ୱାଳ, ରତନ ଦିଗାଲଙ୍କ ସମେତ ଯୁବମୋର୍ଚ୍ଚା କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ପରୀକ୍ଷା ପାସ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫଳତାର ସହ ସିବିଏସଇ ପରୀକ୍ଷା ପାସ୍ କରିଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ସେ ଶୁଭକାମନା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସଫଳତାର ସହ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଥିବା ଯୁବ ବନ୍ଧୁମାନଙ୍କୁ ଅଭିନନ୍ଦନ । ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା ।”

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ଫେରିବା ପରେ ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିପକ୍ଷ ଖେଳାଳୀ ହି ବିଂ ଜିଆଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସିନ୍ଧୁ ଓ ତାଙ୍କ କୋଚ ପାର୍କ ତାଏ ସ୍ୟାଙ୍ଗଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଶ୍ରୀ ଠାକୁରଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି, ପଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଷିଥ ପରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସିନ୍ଧୁଙ୍କ ମାତାପିତା ପି ବିଜୟା ଏବଂ ପିଭି ରମନା ହାଇଦ୍ରାବାଦରୁ ଏହି କାର‌୍ୟ୍ୟକ୍ରମ ପାଇଁ ବିଶେଷ ଭାବେ ଯାତ୍ରା କରିଥିଲେ। ସାଂସଦ ଶ୍ରୀ ଶ୍ୟାମବାବୁ ରାଓ, ବନ୍ଦି ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ ଏବଂ ଟିଜି ଭେଙ୍କଟେଶ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଠାକୁର କହିଥିଲେ, “ପିଭି ସିନ୍ଧୁ ଭାରତର ପରିଚୟ ଓ ପ୍ରେରଣା ଏବଂ ଦେଶ ପାଇଁ ଖେଳିବାକୁ ସ୍ଵପ୍ନ ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ସେ ଅନୁପ୍ରାଣିତ କରିଛନ୍ତି । ପିଭି ସିନ୍ଧୁ ଭାରତର ମହାନ ଅଲିମ୍ପିଆନମାନଙ୍କ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସିନ୍ଧୁ ପଦକ ଜିତିବା ପରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ସିନ୍ଧୁ ତାଙ୍କର ପ୍ରଦର୍ଶନ ଦ୍ବାରା ୧୩୦ କୋଟି ଭାରତୀୟଙ୍କୁ ଗୌରବାନ୍ବିତ କରିଛନ୍ତି।

କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉଲ୍ଲସିତ ଦେଖାଯାଉଥିବା ସିନ୍ଧୁ କହିଥିଲେ ଯେ ସେ ସେମିଫାଇନାଲରେ ବିଜୟୀ ହୋଇପାରି ନ ଥିବାରୁ ଦୁଃଖିତ, ତେବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିବାରୁ ଆନନ୍ଦିତ। କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ଯେ ସିନ୍ଧୁ ଜଣେ ମହାନ କ୍ରୀଡ଼ା ତାରକା ଏବଂ ସେ ବାରମ୍ବାର ଏହାକୁ ପ୍ରମାଣିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରମାଣିକ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସ ପାଇଁ ସିନ୍ଧୁଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାର ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କୁ ୫୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ଏବଂ ତାଙ୍କ ପାଇଁ ହାଇଦ୍ରାବାଦରେ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଆୟୋଜନ କରିବା ଲାଗି ସୁବିଧା ଯୋଗାଇ ଦିଆଯାଇଥିଲା। ତେଲଙ୍ଗାନା ସରକାରଙ୍କ ସହ ମିଶି ତାଙ୍କ ପାଇଁ ଅଲିମ୍ପିକ୍ସ ଗେମ ପୂର୍ବରୁ ଗୋଚ୍ଛିବୋଲି ଷ୍ଟାଡିୟମରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିଲା।

ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୯ କିଗ୍ରା ବର୍ଗରେ ରୋପ୍ୟ ପଦକ ହାସଲ କରିବା ପରେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି। ସେହିପରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିବା ବକ୍ସର ଲୋଭଲିନା ବୋର୍ଗୋହେନ ୬୯ କିଗ୍ରା ବର୍ଗର ସେମି ଫାଇନାଲରେ ତୁର୍କୀର ବୁସେନାଜ ସୁର୍ମେନେଲିଙ୍କୁ ବୁଧବାର ଦିନ ଭେଟିବେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ରାଜପଥରେ କାର ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା: ଅଜଣା ବ୍ୟକ୍ତି ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: କାର ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଫଳରେ ବାଇକ ଚାଳକ ଗୁରୁତର ହୋଇ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ପୁରୁଣା ୫ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଏକ ସଡକ ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ ଗୋଟିଏ କାର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବାଇକଟି ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ହେଲେ ଉଭୟଙ୍କ ମଧ୍ୟରେ ଅଚାନକ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ସେଠାରେ ଯାଉଥିବା କିଛି ବ୍ୟକ୍ତି ବାଇକ ଚାଳକ ଘଟଣା ସ୍ଥଳରେ ପଡିଥିବାର ଦେଖିଥିଲେ। ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ।

ହେଲେ ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ଫେରାର ହୋଇଯାଇଥିଲା। ଗୁରୁତର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଁଚି ବାଇକ ଟିକୁ ଜବତ କରି ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୭୦୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୭୦୨  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୬୩, କଟକରୁ ୨୩୩, ବାଲେଶ୍ବରରୁ ୧୧୦,  ଯାଜପୁରରୁ ୧୦୮, ଅନୁଗୁଳରୁ ୮୨, ମୟୂରଭଞ୍ଜରୁ ୭୨, ପୁରୀରୁ ୭୧, ଜଗତସିଂହପୁରରୁ ୫୬, ନୟାଗଡରୁ ୫୧, ସୁନ୍ଦରଗଡରୁ ୪୪, ଢେଙ୍କାନାଳରୁ ୪୩, କେନ୍ଦ୍ରାପଡାରୁ ୪୧, କେନ୍ଦୁଝରରୁ ୨୨, ସମ୍ବଲପୁରରୁ ୧୪, ନୂଆପଡାରୁ ୧୩, ସୋନପୁରରୁ ୧୩, ବରଗଡରୁ ୧୦, କନ୍ଧମାଳରୁ ୧୦, କୋରାପୁଟରୁ ୧୦, ମାଲକାନଗିରିରୁ ୧୦, ବୌଦ୍ଧରୁ ୯, ଦେବଗଡରୁ ୯, ଗଞ୍ଜାମରୁ ୮, ବଲାଙ୍ଗୀରିରୁ ୭, ରାୟଗଡାରୁ ୬, ଝାରସୁଗୁଡାରୁ ୫, ନବରଙ୍ଗପୁରରୁ ୫, କଳାହାଣ୍ଡିରୁ ୪ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୬୨ ହଜାର ୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୮୬୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୬୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୧୦୨ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ବାଣପୁର ନଗର ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ରାଜ୍ୟ ସଭାପତି ସମୀର ମହାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବାବା ବୋଖାରି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ବାଣପୁର ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ ଆଦି ଯୋଗ ଦେଇଥିଲେ।

ଉକ୍ତ ସଭାରେ ବାଣପୁର ଏନଏସିର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମତ ରଖିଥିଲେ। ସଭା ଶେଷରେ ଆଗାମୀ ପୌର ନିର୍ବାଚନ ପରିଚାଳନା ପାଇଁ ପ୍ରତି ୱାର୍ଡର ୱାର୍ଡ ପ୍ରଭାରୀମାନଙ୍କୁ ଦଳ ପକ୍ଷରୁ ନିଯୁକ୍ତି କରାଯାଇଥିଲା।

ବୈଠକ ପରେ ଚିଲିକାର ବିଶିଷ୍ଟ ସମାଜସେବୀ ତଥା ବାଲୁଗାଁ ଏନଏସିର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ଦାସଙ୍କ ବାଣପୁର ସ୍ଥିତ ବାସଭବନକୁ ଯାଇଥିଲେ। ସ୍ବର୍ଗତ ଅଶୋକଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉକ୍ତ ବୈଠକରେ ଯୋଗଦେବା ପୂର୍ବରୁ ତାଙ୍କୁ ବାଲୁଗାଁ ଗାନ୍ଧୀଛକରେ ବାଲୁଗାଁ ନଗର ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଭାବେ ଗାନ୍ଧୀଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମହାନ୍ତି ମାଲ୍ୟାର୍ପଣ କରିଥିଲେ। ଏବଂ ଶ୍ରୀ ମହାନ୍ତି ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା ‘ ଭଗବତୀ ମନ୍ଦିରରେ ମା’ ଙ୍କ ଦର୍ଶନ ମଧ୍ୟ କରିଥିଲେ।