Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ଆଳରେ ମଦ ପ୍ରସାରଣ ନହେଉ: ଓଡ଼ିଶା ନିଶା ନିବାରଣ ଅଭିଯାନ

ଭୁବନେଶ୍ୱର: ଓଡିଶାର ବିସ୍ତିର୍ଣ୍ଣ ବେଳାଭୂମି ଓ ଖଣିଜ ପଦାର୍ଥ ପରିପୂର୍ଣ୍ଣ ପାହାଡ ଏବଂ ପ୍ରାକୃତିକ ସଂପଦର ସଦୁପଯୋଗ ନ ହୋଇପାରିବାରୁ ଦେଶର ଆର୍ଥିକ ମାନଚିତ୍ରରେ ରାଜ୍ୟକୁ ଗରୀବ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାକୁ ପଡିଛି। ରାଜ୍ୟ ସଂପଦର ପ୍ରକୃତ ମାଲିକ ଜନସାଧାରଣଙ୍କୁ ଆର୍ଥିକ ଦୁର୍ଗତ ମଧ୍ୟରେ ଗତି କରିବାକୁ ପଡୁଛି। ରାଜ୍ୟରେ ସରକାରୀ ପ୍ରୋତ୍ସାହନରେ ମଦ ବିକ୍ରୀର ପ୍ରାବଲ୍ୟ ଯୋଗୁଁ ରାସ୍ତା ଦୁର୍ଘଟଣା, ଘରୋଇ ହିଂସା, ସାମାଜିକ କ୍ଷେତ୍ରରେ ବ୍ୟାପକ ଗଣ୍ଡଗୋଳ ତଥା ସାଂସ୍କୃତିକ, ରାଜନୈତିକ ଓ ଅର୍ଥନୈତିକ ଅବକ୍ଷୟ ଏକ ଚିନ୍ତାଜନକ ଅବସ୍ଥାରେ ପହଂଚିଛି।

ସୁଖର କଥା, ବିଳମ୍ବରେ ହେଲେବି ସରକାର ରାଜ୍ୟର ପ୍ରାକୃତିକ ସଂପଦ ଓ ସୁଦୀର୍ଘ ବେଳାଭୂମିକୁ ଉପଯୋଗ କରି ପର୍ଯ୍ୟଟନ ଶିଳ୍ପର ବିକାଶ ମାଧ୍ୟମରେ ଆର୍ଥୀକ ଅଭିବୃଦ୍ଧି ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପରିକଳ୍ପନା କରିଛନ୍ତି। ମାତ୍ର ଏହି ପରିକଳ୍ପନା ସହ ଯୋଡାହୋଇଥିବା ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନା ସରକାରଙ୍କର ସମସ୍ତ ପରିକଳ୍ପନାକୁ ପାଉଁଶ ଗଦାରେ ପରିଣତ କରି ରାଜ୍ୟକୁ ଅପରାଧୀଙ୍କ ଚରାଭୂଇଁରେ ପରିଣତ କରିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ।

ଯେତେ ଖଣିଖାଦାନ ଅଥବା ଶିଳ୍ପାଂଚଳରେ ମଦପ୍ରସାରଣ ଘଟିଛି, ସେ ଅଂଚଳର ଶ୍ରମିକ କର୍ମଜୀବୀ ବା ସାଧାରଣ ଜନତା ବାହାରି ଉନ୍ନତି ଘଟି ନ ଥିବାର ପୁଞ୍ଜାପୁଞ୍ଜ ଦୃଷ୍ଟାନ୍ତ ଆମ ଚାରିପଟରେ ଦୃଶ୍ୟମାନ। ସର୍ବୋପରି ଆଜି ରାଜ୍ୟର ଦୁଃସ୍ଥିତି ପାଇଁ ମଦ ଏକ ଶକ୍ତ କାରଣ ସାଜିଛି; ତା ସରକାରୀ ମହଲରେ କତ୍ତୃପକ୍ଷ ଦେଖି ମଧ୍ୟ ନ ଦେଖିବାର ଛଳନା କରୁଛନ୍ତି କାରଣ ମଦମାଫିଆଙ୍କ କବଜ୍ଜାରେ ସମଗ୍ର ପ୍ରଶାସନ ପରିଚାଳିତ ହେବା ଅନୁମେୟ ହୁଏ। ସବୁଠାରୁ ଦୁର୍ଭାଗ୍ୟପୂଣ୍ର୍ଣ୍ର କଥା,ମଦମାଫିଆଙ୍କ ପ୍ରରୋଚନାରେ କରୋନା ମହାମାରୀ ସମୟରେ ମଧ୍ୟ ମଣିଷର ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରୁଥିବା ମଦର ବିକ୍ରୀକୁ ବ୍ୟାପକ କରାଗଲା।

ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ଯେ ପୁରୀ ଭଳି ଏକ ବିଶ୍ୱପ୍ରସିଦ୍ଧ ସାଂସ୍କୃତିକ ଓ ଧାର୍ମିକ ପର୍ଯ୍ୟଟନ ସ୍ଥଳକୁ ନେଇ ଗର୍ବ କରୁଥିବା ଓଡିଶାକୁ ମଧ୍ୟ ଏଥିରୁ ବାଦ ଦିଆଯାଇନାହିଁ ଯାହା ରାଜ୍ୟସରକାରଙ୍କର ଓଡିଆ ବିରୋଧୀ ମନୋବୃତ୍ତିକୁ ପ୍ରତ୍ୟକ୍ଷ ପ୍ରମାଣିତ କରୁଛି।

ଏଣୁ ରାଜ୍ୟ ତଥା ରାଜ୍ୟବାସୀଙ୍କ ସମଗ୍ର ହିତ ଦୃଷ୍ଟିରୁ, ଆର୍ଥୀକ ଅଭିବୃଦ୍ଧି ଓ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ପାଇଁ ରାଜ୍ୟର ବିସ୍ତିର୍ଣ୍ଣ ବେଳାଭୂମି ଉପରେ ପର୍ଯ୍ୟଟନ ଶିଳ୍ପର ବ୍ୟାପକ ଯୋଜନା ହାତକୁ ନିଆଯାଉ କିନ୍ତୁ ସମସ୍ତ ଅଭିବୃଦ୍ଧିର ପରିପନ୍ଥୀ ମଦ ପ୍ରସାରଣ ଯୋଜନାକୁ ସେଥିରୁ ବାଦ ଦିଆଯାଉ। ଅନ୍ୟଥା, ରାଜ୍ୟର ସଚେତନ ନାଗରୀକ ସମାଜ ମଦ ପ୍ରସାରଣ ବିରୋଧରେ ଦୃଢସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେବ।

ଏହି ସଂକ୍ରାନ୍ତରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗଙ୍କୁ ସାକ୍ଷାତ୍ କରି ସରକାରଙ୍କ ମଦ ପ୍ରସାରଣ ଯୋଜନାକୁ ନକରିବା ପାଇଁ ଦାବି ଜଣାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆଜିର ଏହି ଆଲୋଚନା ଏବଂ ବିକ୍ଷୋଭ ପ୍ରଦର୍ଶନରେ ମୋନାର ସମ୍ପାଦକ ରମାକାନ୍ତ ମଣ୍ଡଳଙ୍କ ସହ ସର୍ବଶ୍ରୀ ଖଗେଶ୍ୱର ବଳ, ଶୁଭେନ୍ଦୁ ରାଉତରାୟ, ପ୍ରିୟନାଥ ଆଚାର୍ଯ୍ୟ, ମଳୟ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଜିତେନ୍ଦ୍ର ଦାଶ, ଚିତ୍ରୁପା ଅପା, ଇନ୍ଦୁ ଅପା ଇତ୍ୟାଦି ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରୋଟାରୀ ଆନ୍ଦୋଳନ ବ୍ୟାପକ ହେଲେ ସମାଜରୁ କୁସଂସ୍କାର ହଟିବ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ରୋଟାରିଆନ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସମାଜସେବା କ୍ଷେତ୍ରରେ ସାରା ବିଶ୍ୱରେ ରୋଟାରୀ ଅନୁଷ୍ଠାନ ଯଥେଷ୍ଟ ସୁନାମ ଅର୍ଜନ କରିଛି। ପୋଲିଓ ଭଳି ଏକ ରୋଗ ବିରୁଦ୍ଧରେ ରୋଟାରୀ ଯେଉଁ ସଂକଳ୍ପ ନେଇ କାର୍ଯ୍ୟ କଲା ତାହା ସାରା ବିଶ୍ୱ ଜାଣିଛି । ବର୍ତ୍ତମାନ ସମୟ ଆସିଛି, କୁସଂସ୍କାର ବିରୁଦ୍ଧରେ ରୋଟାରିଆନମାନେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ମୁଖ୍ୟବକ୍ତା, ଭାରତବର୍ଷର ଅନନ୍ୟ ସଂସ୍କୃତ ବିଦ୍ୱାନ ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ସେବା ଏକ ଅନ୍ତର୍ନହିତ ଇଚ୍ଛାଶକ୍ତିର ପରିପ୍ରକାଶ। ରୋଟାରୀରେ କାର୍ଯ୍ୟ କରୁଥିବା ସଦସ୍ୟ ସଦସ୍ୟା ମାନଙ୍କର ନିସ୍ୱାର୍ଥପର ସେବାର ସେ ବହୁ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଦିବ୍ୟଜୀବନ ସଂଘର ସନ୍ଥ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପୂର୍ବ ପ୍ରଶାସକ ତଥା ପୂର୍ବ ଜିଲ୍ଲା ଗଭର୍ଣ୍ଣର ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଯେ, ସେବାର, କିଛି ପ୍ରକାର ଭେଦ ନାହିଁ । ମନୋବୃତ୍ତି ଉପରେ ନିର୍ଭର କରେ। ତୁଷାର୍ତ୍ତକୁ ଜଳ ଦେବା ଯେପରି ସେବା, ରୋଗୀର ସୁସ୍ଥ କଥା ବୁଝିବା ମଧ୍ୟ ସେବା।

ଆଜିର ଅଧିଷ୍ଠାନ ଉତ୍ସବରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସଭାପତି ଦାୟିତ୍ୱ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ୨୦୨୧-୨୨ ବର୍ଷ ପାଇଁ ଅର୍ପଣ କରିଥିଲେ। ରୋଟାରୀ ଏଡିଜି ସୁବ୍ରତ କୁମାର ମିଶ୍ର, ନୂତନ ସଦସ୍ୟା ଭାବେ, ଚଳଚ୍ଚିତ୍ର ତଥା ନାଟ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀଙ୍କୁ ଗ୍ରହଣ କରାଗଲା ବୋଲି ଘୋଷଣା କରିବା ପରେ ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ତ୍ରିପାଠୀଙ୍କୁ ରୋଟାରୀ ପଦକ ପ୍ରଦାନ କରିଥିଲେ। ନିର୍ବାଚିତ ସଭାପତି ଡଃ ସøରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ, ପୂର୍ବତନ ସମ୍ପାଦକ ଶେଖର ସାମନ୍ତରାୟ ବିବରଣୀ ପାଠ ଓ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ନମିତା ମହାପାତ୍ର, ମିତ୍ରା ରାୟ, ସ୍ୱାଗତ ରାଉତରାୟ, ପୂର୍ବତନ ଆଇ.ଜି. ଅରୁଣ କୁମାର ଉପାଧ୍ୟାୟ, ପଣ୍ଡିତ ବିନୋଦ ବିହାରୀ ଦାସ, ମନୋଜ ରଥ ଓ ଡଃ ମନୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ଆସନ୍ତାକାଲି ଏହି ଟ୍ରେନଗୁଡିକ ହେବ ବାତିଲ

ନୂଆଦିଲ୍ଲୀ: କୋଟ୍ଟଭାଲାସା-ପାଲାସା ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ (LHS) ନିର୍ମାଣ ପାଇଁ ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲିଥିଲା। ଏଥିପାଇଁ ଜୁଲାଇ ମାସ ୧୮ ଓ ୧୯ ତାରିଖରେ ଟ୍ରେନ୍ ବାତିଲ କରାଯାଇଥିଲା। ଏହି ଟ୍ରେନ ଗୁଡିକ ବାତିଲ ଯୋଗୁଁ ଏହାର ଲିଙ୍କ ଟ୍ରେନ ଗୁଡିକ ସେମାନଙ୍କ ଉତ୍ପତ୍ତି ଷ୍ଟେସନ ମାନଙ୍କରୁ ଜୁଲାଇ ମାସ ୨୦ ତାରିଖ ଦିନ ବାତିଲ୍ ହୋଇ ରହିବ।

ବାତିଲ୍ ହୋଇଥିବା ଟ୍ରେନଗୁଡିକ ହେଲା:

୧. ୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ୨୦ ଜୁଲାଇ, ୨୦୨୧ ତାରିଖ ଦିନ ବାତିଲ ରହିବ।

୨. ୦୮୦୪୭ ହାଓଡ଼ା-ଭାସ୍କୋ ଡା ଗାମା ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୦ ଜୁଲାଇ, ୨୦୨୧ ତାରିଖ ଦିନ ବାତିଲ ରହିବ।

୩. ୦୨୫୪୩  ହାଓଡ଼ା-ଚେନ୍ନାଇ ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୦ ଜୁଲାଇ, ୨୦୨୧ ତାରିଖ ଦିନ ବାତିଲ ରହିବ।

୪. ୦୨୮୭୪ ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ଯଶୋବନ୍ତପୁର ଠାରୁ ୨୦ ଜୁଲାଇ, ୨୦୨୧ ତାରିଖ ଦିନ ବାତିଲ ରହିବ।

୫. ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ବିଶେଷ ଟ୍ରେନ ବାଙ୍ଗାଲୋରରୁ ୨୦ ଜୁଲାଇ, ୨୦୨୧ ତାରିଖ ଦିନ ବାତିଲ ରହିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଗୋ ମାଫିଆଙ୍କ ଆକ୍ରମଣ ସତ୍ତ୍ୱେ ଗୋରୁ ବୋଝଇ ଗାଡ଼ିକୁ ଜବତ କରି ପୋଲିସ ଜିମା ଦେଲା ବଜରଙ୍ଗ ଦଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋ ଚାଲାଣ ବର୍ତ୍ତମାନ ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବାରମ୍ବାର ପୋଲିସ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ମାନେ ବେଧଡ଼କ ଗୋ ଚାଲାଣ କରିବାକୁ ପଛାଉନାହାନ୍ତି। ତେବେ ପୂର୍ବରୁ ଅନେକ ହିନ୍ଦୁ ସଂଗଠନ ମଧ୍ୟ ଗୋ ଚାଲାଣ ରୋକିବା ନିମନ୍ତେ ପୋଲିସକୁ ଦାବିପତ୍ର ଦେଇଥିବାସ୍ଥଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋପୀନାଥପୁର ଜାତୀୟ ରାଜପଥରୁ ଚିଲିକା ବଜରଙ୍ଗ ଦଳ ଏକ ବେଆଇନ ଗୋରୁ ବୋଝେଇ ଅଟୋ ଜବତ କରିବା ସହ ଦୁଇ ଜଣ ଦୁର୍ବୁତ୍ତଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ଅଞ୍ଚଳରୁ ଏକ ଗୋରୁ ବୋଝେଇ ଡାଲା ଅଟୋ ଦୃତ ଗତିରେ ବାଣପୁର ବାଇପାସରୁ ନାଚୁଣୀ ସଲପଡ଼ିହ ଅଞ୍ଚଳକୁ ଯାଉଥିଲା।  ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଉକ୍ତ ଅଟୋକୁ ଦେଖି ସନ୍ଦେହ କରିଥିଲେ ଏବଂ ରାଜପଥ ରେ ଅଟୋର ପିଛା କରିଥିଲେ। ଅଟୋରେ ତିନି ଜଣ ଦୁର୍ବୁତ୍ତ ଥିବାବେଳେ ସେମାନେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥୀଲେ।

ତଥାପି ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଏଥିର ଭୟଭୀତ ନହୋଇ ଗାଡ଼ିକୁ ପିଛା କରିଥିଲେ ଏବଂ ଗୋପୀନାଥ ପୁର ଜାତୀୟ ରାଜପଥ ନିକଟରେ ଗାଡିକୁ କାବୁ କରିଥିଲେ। ଗାଡ଼ିରୁ ଜଣେ ଦୁର୍ବୁତ୍ତ ଫେରାର ହୋଇଯାଇଥିବାବେଳେ ଦୁଇ ଜଣଙ୍କୁ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ଅଟକ ରଖିବା ସହ ୩ ଗୋଟି ଗୋରୁଙ୍କୁ ମୁମୁର୍ଷୁ ଅବସ୍ଥାରେ ଅଟୋରୁ ଉଦ୍ଧାର କରିଥିଲେ। ଏହାପରେ ତୁରନ୍ତ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କୁ ଏ ନେଇ ସୂଚନା ଦେଇଥିଲେ।

ଏସଡ଼ିପିଓ ବିଳମ୍ବ ନକରି ତୁରନ୍ତ ସ୍ଥାନୀୟ ପୋଲିସକୁ ଘଟଣାସ୍ଥଳକୁ ପଠାଇଥିଲେ। ବାଣପୁର ପୋଲିସ ତଦନ୍ତ କଲାପରେ ଜାଣିବାକୁ ପାଇଥିଲା ଯେ, ଏହା ଏକ ଚୋରା ଗୋ ଚାଲାଣ ଗାଡ଼ି। ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୫୪/୨୧ ରେ ଏକ ମାମଲା ୠଜୁ କରାଯାଇ ଅଟୋକୁ ଜବତ କରାଯାଇଛି। ଏବଂ ଉଦ୍ଧାର ଗୋରୁଙ୍କୁ ବାଣପୁର ଅରାଙ୍ଗ ସ୍ଥିତ ଗୋଶାଳାକୁ ଜିମା ଦିଆଯାଇଛି ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉ ଅଭିଯାନରେ ବଜରଙ୍ଗ ଦଳ ଖୋର୍ଦ୍ଧା ଜିଲ୍ଲା ସହ ସଂଯୋଜକ ଆକାଶ ନାୟକ, ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ସଂଯୋଜକ ରାଜେଶ ନାୟକ, ସହ ସଂଯୋଜକ ଆଶୁତୋଷ ପାଢ଼ୀ, ଜିତେନ୍ଦ୍ର ପରିଡା, ଅନିଲ କୁମାର ପାଢ଼ୀ ଏବଂ କାର୍ଯ୍ୟକର୍ତ୍ତା ଦେବି କଲ୍ୟାଣ କରଣ, ଦ୍ଵିତୀ ସୁନ୍ଦର ରାଉତ, ସନ୍ତୋଷ ସାହୁ ଆଦି ସାମିଲ ଥିଲେ।

ସୂଚନା ଥାଉକି ଗତ ଦୁଇ ଦିନ ତଳେ ନାଚୁଣୀ ଫାଣ୍ଡି ପୋଲିସ କଉଡ଼ିଖଣି ଛକ ଜାତୀୟ ରାଜପଥରୁ ଦୁଇ ଗୋଟି ବେଆଇନ ଗୋ ଚାଲାଣ ଗାଡ଼ି ଜବତ କରି ୧୧ ଟି ମଇଁଷି ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୨୪୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୨୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୫୦,  କଟକରୁ ୨୮୪, ଯାଜପୁରରୁ ୧୬୩, ମୟୂରଭଞ୍ଜରୁ ୧୬୧, ବାଲେଶ୍ବରରୁ ୧୫୦, ଭଦ୍ରକରୁ ୧୩୮, ପୁରୀରୁ ୧୨୪, ଜଗତସିଂହପୁରରୁ ୧୦୮, ଅନୁଗୁଳରୁ ୯୨, ସୁନ୍ଦରଗଡରୁ ୮୭, ନୟାଗଡରୁ ୭୮, ଢେଙ୍କାନାଳରୁ ୭୧, କେନ୍ଦୁଝରରୁ ୫୭, ମାଳାକାନାଗିରିରୁ ୩୨, ରାୟଗଡାରୁ ୨୮, କେନ୍ଦ୍ରାପଡାରୁ ୨୭, କନ୍ଧମାଳରୁ ୨୬, କୋରାପୁଟରୁ ୨୪, ବରଗଡରୁ ୧୦, ସମ୍ବଲପୁରରୁ ୧୦, କଳାହାଣ୍ଡିରୁ ୯, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ସୋନପୁରରୁ ୬, ବୌଦ୍ଧରୁ ୫, ଦେବଗଡରୁ ୫, ଝାରସୁଗୁଡାରୁ ୫, ଗଜପତିରୁ ୪, ନୂଆପଡାରୁ ୪, ବଲାଙ୍ଗୀରିରୁ ୧ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୨ ହଜାର ୬୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୫ ହଜାର ୯୭୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୨୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୧୧୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୮୧: ସୁସ୍ଥ ହେଲେ ୧୫୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୬୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୯୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୟୁରଭଂଜର ୯୪ଟି ଗାଁର ୧୫ ହଜାର ହେକ୍ଟର ଜମିକୁ ଗଲା ସୁବର୍ଣ୍ଣରେଖା ପାଣି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ଆଜି ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଚାଷ ଜମିକୁ ପାଣି ଛଡା ଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ, ମୋରଡା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ଟି ଗ୍ରାମର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଜି ମୟୂରଭଞ୍ଜ ଜିଲ୍ଲା ଓ ସାରା ଓଡିଶା ପାଇଁ ଏକ ଆନନ୍ଦର ଦିନ। ଏହା ଦ୍ଵାରା ମୟୂରଭଞ୍ଜରେ ଜମିରେ ସୁନାର ଫସଲ ଫଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଦ୍ଵାରା ମୟୂରଭଞ୍ଜ ଓ ବାଲେଶ୍ଵରର ୧.୦୯ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୟୂରଭଞ୍ଜ ତାଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜରେ ସ୍ୱାସ୍ଥ୍ୟସେବାର ବିକାଶ ହେଉ ବା ମିଶନଶକ୍ତି କାର‌୍ୟ୍ୟର ସଫଳ ରୂପାୟନ ହେଉ ବା ଜନଜାତି ମାନଙ୍କର ବିକାଶ ସବୁ କ୍ଷେତ୍ରରେ ମୟୂରଭଞ୍ଜ ଆଜି ଉନ୍ନତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ଘରକୁ ସବୁ ପରିବାରକୁ ପାଇପ ପାଣି ଯୋଗାଇବାରେ ଦେଶର ଅଳ୍ପ କେତେକ ଜିଲ୍ଲା ମଧ୍ୟରୁ ମୟୂରଭଞ୍ଜ ଦେଶର ପ୍ରଥମ ଜିଲ୍ଲା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୟୂରଭଞ୍ଜରେ ପାଇପ ପାଣି ପ୍ରକଳ୍ପ ପାଇଁ ୭୬୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଜଳସେଚସନ ରାଜ୍ୟ ସରକାରଙ୍କର ଏକ ପ୍ରଥମିକତା କ୍ଷେତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଖରିଫ ଋତୁ ରୁ ଦେଓ ଜଳସେଚନ ପ୍ରକଳ୍ପରୁ ୧୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯିବ । ଆଗାମୀ ୨-୩ ବର୍ଷ ମଧ୍ୟରେ ପ୍ରାୟ ୧୫ ଟି ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜଳ ଏକ ଅମୂଲ୍ୟ ସମ୍ପଦ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏହାକୁ ନଷ୍ଟ ନ କରି ଠିକ ଭାବେ ବିନିଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛି ଓ ସେମାନଙ୍କ ଉନ୍ନତି ପାଇଁ କାମ କରୁଛି । କାଳିଆ ଯୋଜନାରେ ୬୭ ଲକ୍ଷ ଚାଷୀ ପରିବାର ଉପକାର ପାଉଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ କାଯ୍ୟକ୍ରମ ଯୋଗୁ ଚାଷୀ ଆଜି ସମ୍ମାନର ସହ ବଞ୍ଚି ପାରୁଛି। ଚାଷୀକୁ ତାର ହକ ଦେବା ଆମର ଲକ୍ଷ ଏବଂ ଚାଷୀର ହକ ମିଳିଲା ପର‌୍ୟ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ , ଆଇନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ମୟୂରଭଞ୍ଜର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଉଛନ୍ତି । ଆଜିର ପ୍ରକଳ୍ପ ଦ୍ଵାରା ୨୦୨୪ ଜାନୁଆରୀ ସୁଧା ଜିଲ୍ଲାର ୭୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ ବୋଲି ସେ କହିଥିଲେ । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ରାଜ୍ୟରେ ଜଳସେଚନ ପାଇଁ ବିଭାଗ ର ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ. ପାଣ୍ଡିଆନ କାଯ୍ୟକ୍ରମର ପରିଚାଳନା କରିଥିଲେ ।
ମୟୂରଭଞ୍ଜ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ଶ୍ରୀ ପି କେ ଜେନା ଏବଂ ଜଳସଂପଦ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ନିରାକାରପୁର ଷ୍ଟେସନ ନିକଟରେ ଅଘଟଣ: ମାଲବାହୀ ଟ୍ରେନ ଧକ୍କାରେ କାର୍ଯ୍ୟରଟ ଟ୍ରାକ୍ ମ୍ୟାନଙ୍କ ଗଲା ଜୀବନ

ନିରାକରପୁର: ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ଭୂଷଣ୍ଡପୁର ମଧ୍ୟରେ ଏକ ଅଘଟଣ ଘଟିଯାଇଛି। ନିରାକାରପୁର-ଭୂଷଣ୍ଡପୁର ମଧ୍ୟରେ ରେଳ ଲାଇନ ମଧ୍ୟରେ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ ଟ୍ରାକ୍ ମ୍ୟାନଙ୍କ ମୃତ୍ୟୁ ହୋଇଯାଇଛି।

ସୂଚନା ମୁତାବକ, ନିରଞ୍ଜନ ଜେନା (୩୨) ନିରାକାରପୁର ଷ୍ଟେସନରେ ଟ୍ରାକ୍ ମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ହେଲେ ଆଜି ଅପରାହ୍ନରେ ଟ୍ରାକ୍ ତଦାରଖ କରୁଥିବା ବେଳେ ଡାଉନ ଲାଇନରେ ଆସି ଏକ ମାଲବାହୀ ଟ୍ରେନଟି ନିରଞ୍ଜନଙ୍କୁ ଧକ୍କା ଦେଇଥିଲା। ଫଳରେ ନିରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।  ନିରଞ୍ଜନଙ୍କ ଘର ନିରାକାରପୁର ଥାନା ଲେଣ୍ଡୋ ଗୋବିନ୍ଦପୁର ଗାଁର ବୋଲି ଜଣାପଡିଛି।

ଖବର ପାଇ ନିରାକାରପୁର ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଘଟଣାସ୍ଥଳରେ ଖୋର୍ଦ୍ଧା ରୋଡ ଜିଆରପି, ଓଆଇସି ଧରଣିଧର ପ୍ରଧାନ ଏବଂ ନିରାକରପୁର ଜିଆରପି ଫାଣ୍ଡି ଅଧିକାରୀ ଲିଙ୍ଗରାଜ ସେଠୀ ପହଞ୍ଚି କେସ ନମ୍ବର ୨୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ବାହୁଡା, ଆଜି ମହାପ୍ରଭୃଙ୍କ ସଂଧ୍ୟା ଦର୍ଶନ, ଏହାର ଗୁରୁତ୍ବ କଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ତାଙ୍କ ଜନ୍ମବେଦୀର ଲୀଳା ସାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାହୁଡା ପୂର୍ବଦିନ ସଂଧ୍ୟା ଦର୍ଶନ ଥିବାରୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବା କଥା। ହେଲେ କରୋନା କଟକଣା ପାଇଁ ସଂଧ୍ୟା ଦର୍ଶନ ବନ୍ଦ କରିଦିଆଯାଇଛି।

ତେବେ ସାଧାରଣ ଭକ୍ତମନରେ ପ୍ରଶ୍ନ ଉଠେ ଆଡପ ମଣ୍ଡପରେ ଶ୍ରଜୀୟୁଙ୍କୁ ସବୁଦିନ ସଂଧ୍ୟାରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ ତାହାକୁ ସଂଧ୍ୟା ଦର୍ଶନ ନ କହି କେବଳ ବାହୁଡା ପୂର୍ବଦିନକୁ ସଂଧ୍ୟା ଦର୍ଶନ କାହିଁକି କୁହାଯାଏ। ଏହାର କାରାଣ ହେଲା ଯେ, ବାହୁଡା ପୂର୍ବଦିନ ଠାକୁରଙ୍କ ଆଡପ ମଣ୍ଡପରେ ଶେଷ ଦର୍ଶନ। ସାଧାରଣତଃ ସଂଧ୍ୟା ସମୟଟି ଦିନର ଶେଷ ସମୟ ହୋଇଥାଏ। ସେଥିପାଇଁ ଠାକୁରଙ୍କୁ ବାହୁଡା ପୂର୍ବଦିନ ସଂଧ୍ୟାରେ ଶେଷ ଦର୍ଶନ ହୋଇଥିବାରୁ ଏହାକୁ ସଂଧ୍ୟା ଦର୍ଶନ କୁହାଯାଇଥାଏ। ଏହିଦିନ ନବମୀ ତିଥି ଥିବାରୁ ଏହାକୁ ନବମୀ ସଂଧ୍ୟା ଦର୍ଶନ ମଧ୍ୟ କୁହାଯାଏ।

ନବମୀ ସଂଧ୍ୟା ଦର୍ଶନରେ କେତେକ ସ୍ବତନ୍ତ୍ର ନୀତି ପାଳତ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ସଂଧ୍ୟା ଦର୍ଶନ କେତେକ ନିର୍ଦ୍ଦିଷ୍ଠ ସମୟ ଭିତରେ କରିବାକୁ ପଡିଥାଏ। ଏହିଦିନ ଠାକୁରଙ୍କ ବଡସିଂହାର ବେଶ ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହାପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧାକାର୍ଯ୍ୟ କରିଥାନ୍ତି। ଦଇତାପତିମାନେ ଶ୍ରୀଜୀୟୁଙ୍କ ପହଣ୍ଡି ବିଜେ ପାଇଁ ଗୁପ୍ତନୀତି ପ୍ରସ୍ତୁତ କରିଥାନ୍ତି।

ବିଶ୍ବାସ ରହିଛି ଯେ ଶ୍ରୀମନ୍ଦିରର ରତ୍ନସିଂହାସନରେ ତିନିଠାକୁରଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ ଆଡପ ମଣ୍ଡପ ଦର୍ଶନ ତାହାଠାରୁ ଢେରେଗୁଣ ଅଧିକ ହୋଇଥାଏ। ସେଥିପାଇଁ ଠାକୁର ରଥଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ପରେ ଆଡପ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଗୁଇନ୍ଦାଗିରି ଘଟଣା: କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ, ଶୋଇବା ଘରର କଥାବାର୍ତ୍ତା ଶୁଣୁଛି ମୋଦୀ ସରକାର

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦକୁ ନେଇ କେନ୍ଦ୍ର ସରକାରକୁ କଂଗ୍ରେସ ତୀବ୍ର ଟାର୍ଗେଟ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ମୋଦୀ ସରକାର ଆଇନ ଏବଂ ସମ୍ବିଧାନକୁ ହତ୍ୟା କରୁଛି। ଜାତୀୟ ସୁରକ୍ଷା ସହ ଖେଳୁଥିବା ମୋଦୀ ସରକାର ଦେଶଦ୍ରୋହ କାମ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ମୋଦୀ ସରକାର ମଧ୍ୟ ଶୋଇବା ଘରର କଥାବାର୍ତ୍ତା ଶୁଣୁଛି। ସୁରଜେୱାଲା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସମେତ ଅନେକ ରାଜନେତା ଏବଂ ସାମ୍ବାଦିକଙ୍କୁ ଗୁଇନ୍ଦାଗିରି କରାଯାଇଛି। ବିଜେପିକୁ ଭାରତୀୟ ଗୁଇନ୍ଦାଗିରି ପାର୍ଟି ନାମରେ ନାମିତ କରାଯିବା ଉଚିତ୍।

ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ବିଭାଗର ମୁଖ୍ୟମାନଙ୍କୁ ମଧ୍ୟ ଗୁଇନ୍ଦାଗିରି କରାଯାଇଛି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଯାଞ୍ଚ କରାଯାଉ। ଆମେ ସଂସଦରେ ଏହି ସମଗ୍ର ପ୍ରସଙ୍ଗ ଉଠାଇବୁ। ଏଥି ସହ ଆଧୀର ରଂଜନ ଚୌଧୁରୀ କହିଛନ୍ତି, ‘ପିଏମ ମୋଦୀ ଡିଜିଟାଲ ଇଣ୍ଡିଆ ବିଷୟରେ କଥାବାର୍ତ୍ତା କରୁଛନ୍ତି କିନ୍ତୁ ଏହା ହେଉଛି ସର୍ଭିଲାନ୍ସ ଇଣ୍ଡିଆ। ସମସ୍ତ ବିରୋଧୀ ଦଳ ମିଳିତ ଭାବେ ସଂସଦରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ରକ୍ତଦାନ କଲେ ମହିଳା

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବିଜେଡି ରାଜ୍ୟ କାଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି । କୋଭିଡ୍‌-୧୯ ଗାଇଡଲାଇନ୍‌କୁ ପାଳନ କରି ବିଜୁ ମହିଳା ଜନତା ଦଳ ପକ୍ଷରୁ ‘ଜୀବନ ବିନ୍ଦୁ’ ଓ ‘ମୋ ପରିବାର’ ସହଯୋଗରେ ଆଜି ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ କେବଳ ମହିଳାମାନେ ରକ୍ତଦାନ କରିଛନ୍ତି ଓ ୭୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ପାରିଛି ।

ରାଜ୍ୟରେ ରକ୍ତଦାନ ଅଭାବକୁ ଦୂର କରିବା ନିମନ୍ତେ ୨୦୧୫ ମସିହାରେ ମାନ୍ୟବର ବିଜେଡି ସଭାପତିଙ୍କ ସାମାଜିକ ପ୍ରତିବଦ୍ଧତା ଓ ଦୂରଗାମୀ ନିଷ୍ପତ୍ତି ଏବେ ଏହି ରକ୍ତଦାନ କାର‌୍ୟ୍ୟକ୍ରମ ‘ଜୀବନ ବିନ୍ଦୁ’କୁ ଏକ ସାମାଜିକ ଅଭିଯାନରେ ପରିଣତ କରିପାରିଛି । ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଲାଗି ରହୁଥିବାବେଳେ ଆଜି ଏତେ ସଂଖ୍ୟକ ମହିଳା ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ସମାଜ ଓ ଅନ୍ୟ ମହିଳାଙ୍କ ନିମନ୍ତେ ପ୍ରେରଣାଦାୟୀ ହେବ ।

ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ, ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏବେ ରାଜ୍ୟବ୍ୟାପୀ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ହେଉଥିବାବେଳେ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାପକ ଭାବେ କେବଳ ମହିଳାଙ୍କୁ ନେଇ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଏହି କାର‌୍ୟ୍ୟକ୍ରମରେ ଦଳର ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବିଜେଡି ଉପସଭାପତି ଶୀମତୀ ଉଷା ଦେବୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଓ ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ‘ଓଡ଼ିଶା-ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟରେ ୨୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଅନୁମାନ କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୨ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକଲି ସକାଳ ୮ ଟା ୩୦ ଯାଏଁ ୨୨ ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଏହି ସମୟରେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Categories
ଆଞ୍ଚଳିକ

ଆସନ୍ତାକାଲି ଚିଲିକାରେ ମୋଟ ୧୧ ଶହ ଲୋକ ନେବେ ଦ୍ଵିତୀୟ ଡୋଜ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ କେତେ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧୧ ଶହ ଲୋକଙ୍କୁ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୨- ସହିଦ କୃତ୍ତିବାସ ଭବନ, ପଲଟନ ପଡିଆ- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୮୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୨୦ଡୋଜ)

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୯୦ ଡୋଜ ( ଗର୍ଭବତୀ ମହିଳାଙ୍କୁ ୧୦ ଡୋଜ)

୫– ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୯୦ଡୋଜ ( ଗର୍ଭବତୀ ମହିଳାଙ୍କୁ ୧୦ ଡୋଜ)

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ (ବାଲୁଗାଁ ଏନଏସି)- ୧୦୦ ଡୋଜ

୨- ଛତ୍ରଗଡ ପ୍ରାଥମିକ ବିଦ୍ୟାଳୟ (ଡୁଙ୍ଗମାଳ ଗ୍ରା.ପ)- ୫୦ ଡୋଜ

୩- ମାଣ୍ଡିଆମେରୁ ପ୍ରାଥମିକ ବିଦ୍ୟାଳୟ (ବଉଳାବନ୍ଧ ଗ୍ରା.ପ)- ୫୦ ଡୋଜ

୪- ବାଲିନାସି ପ୍ରାଥମିକ ବିଦ୍ୟାଳୟ (କଳକଳେଶ୍ୱର ଗ୍ରା.ପ)- ୫୦ ଡୋଜ

୫- ବିରିବାଡ଼ି ବାତ୍ୟା ଆଶ୍ରୟସ୍ଥଳୀ (ବିରିବାଡ଼ି ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ କରିବାରୁ ଟିଭି ସାମ୍ବାଦିକଙ୍କ ଚାକିରୀ ଗଲା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟୁଇଟି କରିବା ଘଟଣା ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ପଡିଛି। ତାହା ହେଉଛି ତାଙ୍କୁ ସବୁଦିନ ପାଇଁ ଅଫିସରୁ ଛୁଟି କରି ଦିଆଯାଇଛି। ସେ ହେଉଛନ୍ତି ଦେଶର ନାମଜାଦା ନ୍ୟୁଜ ଚ୍ୟାନେଲ ଆଜତକ ର ସାମ୍ବାଦିକ ଶ୍ୟାମ ମିରା ସିଂ।

ଶ୍ୟାମ ତାଙ୍କ ଟୁଇଟରେ ଇଣ୍ଡିଆ ଟୁଡେ ଗ୍ରୁପ ତାଙ୍କୁ ବହିସ୍କାର କରିବା ଖବର ଜଣାଇଛନ୍ତି। ସେ କହିଛନ୍ତି ଯେ ମୋଦିଙ୍କ ବିରୋଧରେ ମୋ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟରେ ଲେଖୁଥିଲି। ହେଲେ ମୋର କଂପାନୀ ତାଗିଦ କରିବା ପରେ ମୋତେ ବହିସ୍କାର କରିଛନ୍ତି। ତେବେ ଏଥିରେ ମୁଁ ନ ଡରି ଆହୁରି ଲେଖିବି ବୋଲି ଶ୍ୟାମ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦଳିତ, ପଛୁଆ ଏବଂ ମହିଳାଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତିକୁ ହଜମ କରି ପାରୁନାହାନ୍ତି ବିରୋଧୀ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଲୋକସଭାରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଦଳର ଅସନ୍ତୋଷ ତଥା ସ୍ଲୋଗାନ ମଧ୍ୟରେ ମନ୍ତ୍ରୀ ପରିଷଦରେ ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ପରିଚିତ କରାଇଥିଲେ। ଏହି ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ଦଳିତ-ପଛୁଆ ବର୍ଗ (ଏସସି ଏସଟି, ଓବିସି ମନ୍ତ୍ରୀ) ଏବଂ ମହିଳାମାନେ ମନ୍ତ୍ରୀ ହେବା କିଛି ଲୋକେ ପସନ୍ଦ କରନ୍ତି ନାହିଁ। ଏହି ମାସରେ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ୩୬ ଜଣ ନୂତନ ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ଦଳିତ ଭାଇମାନେ ମନ୍ତ୍ରୀ ହୋଇଛନ୍ତି। ଆଦିବାସୀ ସମ୍ପ୍ରଦାୟର ଅନେକ ସାଥୀ ମନ୍ତ୍ରୀ ହୋଇଛନ୍ତି, ଏଥିପାଇଁ ଗୃହର ସମସ୍ତ ସଦସ୍ୟ ଖୁସି ହେବା କଥା। ଏଥର ବହୁ କୃଷକ ପରିବାର ଏବଂ ଗ୍ରାମାଞ୍ଚଳ, ସାମାଜିକ, ଅର୍ଥନୈତିକ ପଛୁଆ ବର୍ଗର ଲୋକମାନେ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି। ତେଣୁ ଟେବୁଲକୁ ବାଡେଇ ତାଙ୍କୁ ସମ୍ମାନିତ କରାଯିବା କଥା।

କିନ୍ତୁ ସେମାନଙ୍କୁ ପରିଚିତ କରାଇବା ସମୟରେ ବାଧା ସୃଷ୍ଟି କରାଗଲା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବହୁ ସଂଖ୍ୟକ ମହିଳା, ଦଳିତଙ୍କ ନେତା, ଗରିବ, ପଛୁଆ ଏବଂ କୃଷକ ମନ୍ତ୍ରୀ ହୋଇଛନ୍ତି। ହେଲେ ଏହାକୁ ବିରୋଧୀ ଦଳ ହଜମ କରୁନାହାଁନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବର୍ତ୍ତମାନ ଓଡିଶା ବିଜେପିର ପୋଷ୍ଟର ବଏ କିଏ ହେବ, ଅଶ୍ବିନୀ ନା ଧର୍ମେନ୍ଦ୍ର, ଚିନ୍ତାରେ ଦଳର ନେତା

ଭୁବନେଶ୍ବର, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଶ୍ବିନୀ ବୈଷ୍ଣବଙ୍କ କ୍ଷମତା ବୃଦ୍ଧି ଏବଂ ଧର୍ମେନ୍ଦ୍ରଙ୍କ ଶକ୍ତିହ୍ରାସ ପରେ ଚିନ୍ତାରେ ରାଜ୍ୟ ବିଜେପି। କାରଣ ହେଲା ବର୍ତ୍ତମାନ ଓଡିଶାର ବିଭିନ୍ନ ପୋଷ୍ଟର ବ୍ୟାନରରେ ବିଜେପିର ମୁଖ୍ୟ ଆକର୍ଷଣରେ କିଏ ରହିବ। ଏ ନେଇ ଦଳ ଭିତରେ ଚାଲିଛି ଘଣ୍ଟାଚକଟା ।

ପୂର୍ବରୁ ଶକ୍ତିଶାଳୀ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କର ଓଡିଶା ବିଜେପିରେ ଅଖଣ୍ଡ କ୍ଷମତା ଥିଲା। ସେହି ଆଧାରରେ ସେ ଓଡିଶା ବିଜେପିର ଅଘୋଷିତ ସୁପ୍ରିମୋ ଭାବେ କାର୍ଯ୍ୟ କରୁଥିଲେ। ବିଜେପିର ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ପତ୍ରରେ ଧର୍ମେନ୍ଦ୍ର ମୁଖ୍ୟ ଆକର୍ଷଣ ହୋଇଛନ୍ତି। ଅନେକ ପୋଷ୍ଟର ଏବଂ ହୋଡିଂସରେ ଧର୍ମେନ୍ଦ୍ରଙ୍କ ବଡମୁଣ୍ଡ ଏବଂ ରାଜ୍ୟର ଅନ୍ୟ ନେତାମାନଙ୍କ ଛୋଟ ମୁଣ୍ଡ ରହୁଥିଲା। ତାଙ୍କୁ ଧରି ବର୍ତ୍ତମାନ ବିଜେପି ରାଜ୍ୟରେ ରାଜନୀତି କରୁଛି।

ତେବେ ବର୍ତ୍ତମାନ ଅଶ୍ବିନୀ ବୈଷ୍ଣବ ପାୱାରଫୁଲ ମନ୍ତ୍ରୀ ହେବା ପରେ ତାଙ୍କୁ ପୋଷ୍ଟରବଏ କରାଯିବ କି ନାହିଁ ସେହି ଚିନ୍ତା ବିଜେପି ନେତାଙ୍କୁ ଘାରିଛି। ହେଲେ ଅଶ୍ବିନୀଙ୍କୁ ନେଇ ଓଡିଶା ବିଜେପି ପାଇଁ ଦୁଇଟି ବଡ ଅଡୁଆ ରହିଛି। ତାହା ହେଲା ସେ ହେଉଛନ୍ତି ରାଜ୍ୟ ଶାସକ ଦଳ ବିଜେଡିର ସମର୍ଥିତ ସାଂସଦ। ତେଣୁ ତାଙ୍କୁ ପୋଷ୍ଟର ବଏ କଲେ ଲୋକେ ଏହାକୁ କେତେଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ରହିଛି।

ଦ୍ବିତୀୟରେ ତାଙ୍କୁ ଓଡିଶାର ଲୋକେ ଭଲ ଭାବେ ଜାଣନ୍ତି ନାହିଁ। ଏପରିକି ସେ ଓଡିଶା ରାଜନୀତିରେ ସକ୍ରିୟ ରହିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଅନ୍ୟ ଏକ ବଡ କଥା ହେଲା ଯେ, ଅଶ୍ବିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ବିରୋଧରେ କେବେ କିଛି କହିପାରିବେ ନାହିଁ। ତେଣୁ ବିଜେଡିକୁ ଯେଉଁ ମାଡ ମାରିବ ବୋଲି ବିଜେପି ଭାବିଛି ତାହା ଅଶ୍ବିନୀଙ୍କ ଦ୍ବାରା ହୋଇପାରିବ ନାହିଁ।

ଏସବୁକୁ ନେଇ ବିଜେପି ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛି। ଅଶ୍ବିନୀଙ୍କୁ ପୋଷ୍ଟର ବଏ କଲେ କିଛି ଲାଭ ହେବ ନାହିଁ ବୋଲି ଦଳ ଭାବୁଛି। ହେଲେ ସେ କେନ୍ଦ୍ରରେ ଜଣେ ପାୱାରଫୁଲ ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପୁରା ବାଇପାଶ ମଧ୍ୟ କରିପାରିବ ନାହିଁ। ଫଳରେ ବର୍ତ୍ତମାନ କଣ କରାଯିବ ସେ ନେଇ ଚିନ୍ତାରେ ପଡିଯାଇଛି ବିଜେପି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜେଲରେ ଥିବା ଆଜମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା: ସୀତାପୁର ଜିଲ୍ଲା ଡାକ୍ତରଖାନାରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଆଜି ସକାଳେ ଆଜମ ଖାନଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ଜେଲରେ ପହଞ୍ଚିଥିଲା। ତାଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ଆଜାମ ଖାନଙ୍କୁ ବର୍ତ୍ତମାନ ସୀତାପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ସୀତାପୁର ଜେଲ୍ ସାମ୍ନାରେ ବହୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଆଜମ ଖାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା। କରୋନା ସଂକ୍ରମଣ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ପାଖାପାଖି ଅଢେଇ ମାସ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଥିଲା। ହେଲେ ହସ୍ପିଟାଲରୁ ଛୁଟି ମିଳିବା ପରେ ପୁଣିଥରେ ସେ ଅସୁସ୍ଥ ହୋଇପଡିଛନ୍ତି।

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଗତ ବର୍ଷ ଫେବୃୟାରୀ ମାସରୁ ସୀତାପୁର ଜେଲରେ ଅଛନ୍ତି। ଅବୈଧ ଭାବେ ଜମି ଦଖଲ କରିବା, କାଗଜପତ୍ରର ନକଲି ଏବଂ ଅନ୍ୟ କେତେକ ମାମଲାକୁ ନେଇ ତାଙ୍କ ବିରୋଧରେ କେସ ଚାଲୁରହିଛି। ଆଜମ ଖାନଙ୍କ ବ୍ୟତୀତ ତାଙ୍କ ପୁଅ ଅବଦୁଲା ମଧ୍ୟ ଜେଲରେ ଅଛନ୍ତି। ହେଲେ ତାଙ୍କ ପତ୍ନୀ ତାଜୀନଙ୍କୁ ଜାମିନ ମିଳିସାରିଛି।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତେଜନା ଭିତରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୨ ଟା ଯାଏଁ ଗୃହ ମୁଲତବି

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ସୋମବାର ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳି ଦଳର ସାଂସଦମାନେ ମୁଦ୍ରାସ୍ଫୀତି, କୃଷକଙ୍କ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହ ମଧ୍ୟରେ ପହଞ୍ଚିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ସରକାରଙ୍କ ନୂତନ ମନ୍ତ୍ରୀମାନଙ୍କୁ ପରିଚିତ କରାଇ ପାରି ନ ଥିଲେ। ଉତ୍ତେଜନା ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଲୋକସଭାରେ ମନ୍ତ୍ରୀଙ୍କ ପରିଚୟ ସମୟରେ ହୋହାଲ୍ଲାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଯେଉଁ ମହିଳାମାନେ ଏହି ଗୃହରେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ପରିଚିତ କରାଉଛି। କିନ୍ତୁ କିଛି ଲୋକ ଏନେଇ ବହୁ କଷ୍ଟ ଅନୁଭବ କରୁଛନ୍ତି। ଏହା କ’ଣ ମହିଳା ବିରୋଧୀ ମାନସିକତା? ଦୀର୍ଘ ସମୟ ପରେ ସଂସଦର ଏହି ଅଧିବେଶନରେ ବିରୋଧୀ ମୁଦ୍ରାସ୍ଫୀତି, କରୋନା ମହାମାରୀ, କୃଷକ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ସହିତ ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଫୋନ୍ ହ୍ୟାକ୍ ମାମଲା ମଧ୍ୟ ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛି।

ସଂସଦ ଅଧିବେଶନରେ ସରକାର ପ୍ରାୟ ୩୦ ଟି ବିଲ୍ ପାରିତ କରିବାକୁ ଚେଷ୍ଟା କରିବେ, ସେଥିମଧ୍ୟରୁ ବିଦ୍ୟୁତ୍ ସଂଶୋଧନ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍। ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ପ୍ରସଙ୍ଗରେ ସରକାର ଏକ ଅର୍ଥପୂର୍ଣ୍ଣ ତଥା ସୁସ୍ଥ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

ସେହିପରି ରାଜ୍ୟସଭାରେ ଅଭିନେତା ଦିଲୀପ କୁମାର ଏବଂ କ୍ରୀଡ଼ାବିତ୍ ମିଲ୍କା ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଜ୍ୟସଭାକୁ ମଧ୍ୟ ଏକ ଘଣ୍ଟା ପାଇଁ ମୁଲତବି କରାଯାଇଥିଲା।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ବନାମ ଶ୍ରୀଲଙ୍କା: ଅଧିନାୟକ ଭାବେ ଦଳକୁ ବିଜୟ କରିବା ସହ ଶିଖର ଧୱନ ସୃଷ୍ଟି କଲେ ଅନେକ ରେକର୍ଡ

ନୂଆଦିଲ୍ଲୀ: ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ୭ ୱିକେଟରେ ଜିତିନେଇଛି। ଟିମ ଇଣ୍ଡିଆର ଏହି ବିଜୟରେ ଅଧିନାୟକ ଶିଖରଙ୍କ ମୁଖ୍ୟ ଭୂମିକା ଥିଲା। ସେ ଏହି ମ୍ୟାଚରେ ୮୬ ରନର ଅପରାଜିତ ପାଳି ଖେଳିଥିଲେ। ଏହି ପାଳିରେ ଧୱନ ଅନେକ ରେକର୍ଡ ତାଙ୍କ ନାମରେ ପ୍ରତିଷ୍ଠା କରିଥିଲେ।

ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଧୱନ ଦ୍ରୁତ ୬୦୦୦ ରନ ପୂରଣ କରିବାରେ ଭାରତର ଦ୍ଵିତୀୟ ବ୍ୟାଟ୍ସମ୍ୟାନ ଭାବେ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହାସହିତ ୬୦୦୦ ରନ ପୂରଣ କରିବାରେ ସେ ଦଶମ ଭାରତୀୟ ଖେଳାଳି ଭାବେ ତାଲିକାରେ ସାମିଲ ହୋଇଛନ୍ତି।

ଏହି ମ୍ୟାଚରେ ୨୩ ରନ ପୂରଣ କରିବା ପରେ ସୌରଭ ଗାଙ୍ଗୁଲିଙ୍କୁ ଧୱନ ପଛରେ ପକାଇଦେଇଛନ୍ତି। ୧୪୦ ଟି ମ୍ୟାଚରେ ଧୱନ ୬୦୦୦ ରନ ପୂରଣ କରିଥିବା ବେଳେ ଗାଙ୍ଗୁଲି ୧୪୭ ଟି ପାଳିରେ ଏହି କାରନାମା କରିଥିଲେ। ଏହି ତାଲିକାରେ ବିରାଟ କୋହିଲୀ ପ୍ରଥମ ସ୍ଥାନରେ ଅଛନ୍ତି। ବିରାଟ ମାତ୍ର ୧୩୬ ଟି ମ୍ୟାଚରେ ଏହି ଲକ୍ଷ୍ୟ ପୂରଣ କରିନେଇଥିଲେ।

ସେହିଭଳି ୧୬୨ ଟି ମ୍ୟାଚରେ ରୋହିତ ଶର୍ମା ୬୦୦୦ ରନ ପୂରଣ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୧୬୬ ଟି ମ୍ୟାଚ ଏବଂ ସଚିନ ତେନ୍ଦୁଲକର ୧୭୦ ଟି ମ୍ୟାଚରେ ଏହି ଲକ୍ଷ୍ୟ ପୂରଣ କରିଥିଲେ।

ତେବେ ଦ୍ରୁତ ୬ ହଜାର ରନ ସଂଗ୍ରହ କରିବା ତାଲିକାରେ ଧୱନ ବିଶ୍ଵର ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ଦକ୍ଷିଣ ଆଫ୍ରିକାର ହାଶିମ ଆମଲା ୧୨୩ ଟି ମ୍ୟାଚରେ  ୬ ହଜାର ରନ ପୂରଣ କରି ପ୍ରଥମ ସ୍ଥାନରେ ଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହିଲୀ ୧୩୬ ଟି ମ୍ୟାଚ ଖେଳି ଦ୍ଵିତୀୟ ସ୍ଥାନ, ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ୧୩୯ ଟି ପାଳି ଖେଳି ତୃତୀୟ ସ୍ଥାନ ଏବଂ ଶିଖର ଧୱନ ୧୪୦ ଟି ପାଳିରେ ଦ୍ରୁତ ୬୦୦୦ ରନ ପୂରଣ କରି ବିଶ୍ଵ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି।

ଶ୍ରୀଲଙ୍କା ବିରୋଧରେ ଶିଖର ପୂରଣ କଲେ ୧୦୦୦ ରନ:

ଶ୍ରୀଲଙ୍କା ବିରୋଧରେ ଶିଖର ଧୱନ ୧୦୦୦ ରନ ପୂରଣ କରିନେଇଛନ୍ତି। ଏହି ମ୍ୟାଚରେ ବ୍ୟକ୍ତିଗତ ସ୍କୋର ୧୭ ରନ ଥିବା ବେଳେ ଧୱନ ଏହି ମାଇଲଖୁଣ୍ଟ ପାର କରିଛନ୍ତି। ଶ୍ରୀଲଙ୍କା ବିରୋଧରେ ମାତ୍ର ୧୭ ଟି ମ୍ୟାଚରେ ସେ ୧୦୦୦ ରନ ପୂରଣ କରିଛନ୍ତି।

ଧୱନ ଭାଙ୍ଗିଲେ ୩୭ ବର୍ଷର ପୁରୁଣା ରେକର୍ଡ:

ଶିଖର ଧୱନ ପ୍ରଥମ ଥର ପାଇଁ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଛନ୍ତି। ଭାରତର ସବୁଠାରୁ ବୟସ୍କ ଖେଳାଳି ଭାବେ ସେ ଅଧିନାୟକ ଭାର ସମ୍ଭାଳିଛନ୍ତି। ବର୍ତ୍ତମାନ ଧୱନଙ୍କ ବୟସ ୩୫ ବର୍ଷ ୨୨୫ ଦିନ ଅଟେ। ତେଣୁ ସେ ମହିନ୍ଦର ଅମରନାଥଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ମହିନ୍ଦର ଅମରନାଥ ୧୯୮୪ ମସିହାରେ ପ୍ରଥମ ଥର ପାଇଁ ଅଧିନାୟକ ଭାର ସମ୍ଭାଳିଥିଲେ, ଯେତେବେଳେ ତାଙ୍କର ବୟସ ୩୪ ବର୍ଷ ୩୭ ଦିନ ଥିଲା। ଏହିପରି ଭାବରେ ୩୭ ବର୍ଷର ପୁରୁଣା ରେକର୍ଡକୁ ଶିଖର ପଛରେ ପକାଇଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ଲସ୍କର-ଏ-ତୋଏବା ଆତଙ୍କୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ଶୋପିୟା ଜିଲ୍ଲାରେ ଲସ୍କର-ଏ-ତୋଏବା ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ମୃତ୍ୟୁମୁଖରେ ପହଞ୍ଚାଇ ଦେଇଛନ୍ତି। ସୁରକ୍ଷାବାହିନୀଙ୍କୁ ଏହା ଏକ ବଡ ସଫଳତା ମିଳିଛି।

ସୂଚନା ମୁତାବକ, ସନ୍ଦିଗ୍ଧ ଆତଙ୍କିଙ୍କ ଖବର ପାଇ ସୁରକ୍ଷା ବାହିନୀ ତଦନ୍ତ ଅଭିଯାନଙ୍କୁ କଡାକଡି କରିଥିଲା। ଏହି ସମୟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଫଳରେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କିଛି ଆତଙ୍କବାଦୀ ଲୁଚି ଥିବା ସନ୍ଦେହରେ ସେହି ଅଞ୍ଚଳକୁ ଆହୁରି ତଦନ୍ତ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟ୍ ଡାଉନ୍ ରେ ଚାଲିଥିଲା ଜୁଆ ଖେଳ: ୭ ଜୁଆଡିଙ୍କୁ ବାନ୍ଧିଲା ଟାଙ୍ଗୀ ପୋଲିସ

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ସଟ୍ ଡାଉନ୍ ରେ ଲୋକେ ଘରେ ରହୁଥିବା ବେଳେ ଜୁଆଡି ବେଧଡକ ଭାବେ ଜୁଆ ଖେଳୁଥିବା ଦେଖାଯାଉଛି। ଜୁଆଡିମାନଙ୍କୁ ନା ରହୁଛି କରୋନା ମହାମାରୀର ଚିନ୍ତା ନା ପରିବାର ଚଳାଇବାର ସେମାନଙ୍କ ପାଖେ ନୈତିକ ଦାୟିତ୍ୱ ରହିଛି। ଜୁଆଡିମାନେ ବାରମ୍ବାର ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିଲେ ବି ସେଥିପ୍ରତି ନିଘା ନାହିଁ। ତେଣୁ ସେହି ଜୁଆଡିମାନଙ୍କ ଉପରେ ପୋଲିସ କଡା ନଜର ରଖୁଥିବା ବେଳେ ସେମାନଙ୍କୁ ଗିରଫ ମଧ୍ୟ କରୁଛି। ହେଲେ ଏଭଳି ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସେମାନେ ଆଦୌ ପ୍ରୟାସ କରୁନାହାନ୍ତି।

ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ପ୍ରବଳ ମାତ୍ରାରେ ଜୁଆ ଆଡ୍ଡା ଚାଲୁଥିବା ଦେଖାଯାଉଛି। ପୋଲିସ ବାରମ୍ବାର ସେହି ଜୁଆ ଆଡ୍ଡା ଉପରେ ଚଢାଉ କରି ଏହି ମହାମାରୀ ସମୟରେ ଅନେକ ଜୁଆଡିଙ୍କୁ ଗିରଫ କରୁଛି।

ଜୁଆ ଖେଳ ଚାଲିଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଜୁଆଡିମାନଙ୍କୁ ଧରିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଟାଙ୍ଗୀ ଥାନା ଉଗ୍ରତାରା ନିକଟସ୍ଥ କନ୍ତଳବାଇ ଜଙ୍ଗଲରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିବାର ପୋଲିସ ଜାଣିପାରିଥିଲା। ସେହି ଜୁଆ ଆଡ୍ଡା ଉପରେ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ ଜଙ୍ଗଲ ରାସ୍ତା ଦେଇ ଜୁଆଡିମାନେ ଖସି ପଳାଇଯିବା ପାଇଁ ସକ୍ଷମ ହେଉଥିଲେ।

କିନ୍ତୁ ଏଥର ଯୋଜନା ମୁତାବକ ଜୁଆଡିମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଉକ୍ତ ଚଢାଉରେ ୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିବା ସହ ନକଦ ୩ ହଜାର ଟଙ୍କା, ୫ ଟି ବାଇକ ଏବଂ ଦୁଇଟି ସାଇକେଲକୁ ଜବତ କରିଛି। ଗିରଫ ଜୁଆଡିମାନଙ୍କ ବିରୋଧରେ ୩ ଓପିଜି ଆଇନ ଅନୁଯାୟୀ ଟାଙ୍ଗୀ ଥାନାରେ କେସ ନମ୍ବର ୨୪୦/୨୧ ରେ ମାମଲା ରୁଜୁ ହୋଇଥିବାର ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି।

ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକଙ୍କ ନେତୃତ୍ଵରେ ଏହି ଚଢାଉ କରାଯାଇଥିଲା।