Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠନ ହେଲା ୧୪ ଜଣିଆ କମିଟି

ଭୁବନେଶ୍ବର: କରୋନା ଯୋଗୁଁ ଯୁକ୍ତ ୨ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ମୂଲ୍ୟାୟନକୁ ନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଯେପରି କୌଣସି ଖରାପ ପ୍ରଭାବ ପଡିବ ନାହିଁ,  ସେହି ଦିଗରେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।

ତେବେ ଏହାକୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେଣୁ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ଉଦ୍ଦେଶ୍ୟରେ ଏକ ୧୪ ଜଣିଆ କମିଟି ସିଏଚଏସଇ ଗଠନ କରିଛି। ୧୦ ଦିନ ଭିତରେ ଏହି କମିଟି ମୂଲ୍ୟାୟନ ଖସଡା ରିପୋର୍ଟ ଦେବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟୁନି: ଏମ୍ସ ସର୍ବେକ୍ଷଣରୁ ହେଲା ସ୍ପଷ୍ଟ

ନୂଆଦିଲ୍ଲୀ: ଟୀକାକୁ ନେଇ ଏକ ଭଲ ଖବର ମିଳିଛି। ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କ ପ୍ରତି କରୋନା ଘାତକ ହୋଇପାରୁନି। ଉଭୟ ଡୋଜ ଟୀକା ନେଇଥିବା ବ୍ୟକ୍ତି ସଂକ୍ରମଣ ହେଉଥିଲେ ମଧ୍ୟ ଜୀବନ ପରାଇ ବିପଦ ସୃଷ୍ଟି କରୁନାହିଁ। ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଦୁଇଟି ଦୋଜ ଟୀକା ନେଉଥିବା ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହେଉନାହିଁ। ଏପ୍ରିଲ-ମଇ ମାସରେ ଏମ୍ସର ବ୍ରେକ୍ ଥ୍ରୁ ଜିନୋମ ସିକ୍ଵେନ୍ସି ଗବେଷଣାରୁ ସ୍ପଷ୍ଟ କରାଯାଇଛି। ବିଭିନ୍ନ ବର୍ଗର ମୋଟ ୬୩ ଜଣଙ୍କୁ ନେଇ ଏମ୍ସ ସର୍ବେକ୍ଷଣ କରିଥିଲା। ୬୩ ଜଣଙ୍କ ମଧ୍ୟରୁ ୩୬ ଜଣ ଦୁଇଟି ଡୋଜ ନେଇଥିଲା ବେଳେ ୨୭ ଜଣ ପ୍ରଥମ ଡୋଜ ଟୀକା ନେଇଥିଲେ।

ତେବେ ମୋଟ ୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ ଟୀକା ନେଇଥିବା ବେଳେ ୧୦ ଜଣ କୋଭିସିଲ୍ଡ ଟୀକା ନେଇଥିଲେ। ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ଜ୍ଵର ହୋଇଥିଲେ ମଧ୍ୟ ସମସ୍ତେ ସୁସ୍ଥ ହୋଇପାରିଥିଲେ। ତେଣୁ ଟୀକା ଦ୍ଵାରା ଜୀବନ ରକ୍ଷା କରାଯାଇପାରିବ ବୋଲି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି। ଏନେଇ ଏମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ ହଜାର ୬୧୬ ଆକ୍ରାନ୍ତ: ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୬୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳରୁ  ୯୬୬, ଖୋର୍ଦ୍ଧାରୁ ୭୪୭, ସୁନ୍ଦରଗଡରୁ ୭୨୧, ବାଲେଶ୍ବରରୁ ୫୦୮, ଯାଜପୁରରୁ ୪୦୬, ବରଗଡରୁ ୪୦୦, କଟକରୁ ୩୯୭, ନବରଙ୍ଗପୁରରୁ ୩୨୭, ସମ୍ବଲପୁରରୁ ୩୧୭, ବୌଦ୍ଧରୁ ୨୫୦, କଳାହାଣ୍ଡିରୁ ୨୩୮, କୋରାପୁଟରୁ ୨୨୨, ଭଦ୍ରକରୁ ୨୦୪, ଜଗତସିଂହପୁରରୁ ୨୦୩, ରାୟଗଡାରୁ ୧୬୧, ସୋନପୁରରୁ ୧୬୦, ଗଞ୍ଜାମରୁ ୧୫୫, ଢେଙ୍କାନାଳରୁ ୧୪୨, ନୟାଗଡରୁ ୧୩୬, ବଲାଙ୍ଗୀରିରୁ ୧୨୭, ମାଲକାନାଗିରିରୁ ୧୧୧, ପୁରୀରୁ ୧୧୦, କନ୍ଧମାଳରୁ ୯୯, କେନ୍ଦ୍ରାପଡାରୁ ୭୫, ଗଜପତିରୁ ୭୧, ନୂଆପଡାରୁ ୭୦, ଝାରସୁଗୁଡାରୁ ୬୩, ଦେବଗଡରୁ ୫୫, କେନ୍ଦୁଝରରୁ ୫୨, ମୟୂରଭଞ୍ଜରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୫୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲରେ ଉପଲବ୍ଧ ହେଉଛି କର୍କଟ ରୋଗରେ ପୀଡିତ ଶିଶୁଙ୍କ ସମସ୍ତ ଚିକିତ୍ସା

ଭୁବନେଶ୍ୱର: ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ପ୍ରତିବର୍ଷ ଜୁନ ମାସ ପ୍ରଥମ ରବିବାର ପାଳନ କରାଯାଏ। ଏହି ଦିବସ ଦର୍ଶାଇଥାଏ ଯେ “କର୍କଟ ରୋଗ ଚିହ୍ନଟ ପରେ ମଧ୍ୟ ଜୀବନର ବାସ୍ତବତା ରହିଥାଏ”। ଜାତୀୟ କ୍ୟାନ୍ସର ସରଭାଇଭର ଦିବସ ଫାଉଣ୍ଡେସନ କର୍କଟରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ “କର୍କଟ ରୋଗ ସହ ବଞ୍ଚିଥିବା ଜଣେ ବ୍ୟକ୍ତି- ରୋଗ ଚିହ୍ନଟ ହେବା କ୍ଷଣ ଠାରୁ ବାକି ଥିବା ଜୀବନ ପର୍ଯ୍ୟନ୍ତ” ବୋଲି ବ୍ୟାଖ୍ୟା କରେ। ଯେକୌଣସି ବ୍ୟକ୍ତିଙ୍କ ଠାରେ କର୍କଟ ରୋଗ ଚିହ୍ନଟ ହେବା ସେହି ବ୍ୟକ୍ତି ଏବଂ ତାଙ୍କ ସମ୍ପୂର୍ଣ୍ଣ ପରିବାର ପାଇଁ ଭୟଙ୍କର ଅଟେ।

ଭୁବନେଶ୍ୱର ସମ ହସ୍ପିଟାଲରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ଡାକ୍ତର ସରୋଜ ପଣ୍ଡାଙ୍କ ଅନୁସାରେ, “ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ ରହିଥାଏ। ବିକଶିତ ରାଷ୍ଟ୍ର ଗୁଡ଼ିକରେ ଶିଶୁ ମାନଙ୍କ ମଧ୍ୟରେ ଦେଖା ଯାଉଥିବା କର୍କଟ ରୋଗରେ ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ରହିଛି।

ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ସ୍ଵାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ସହ ସୀମିତ ଉତ୍ସ କାରଣରୁ କର୍କଟ ରୋଗୀଙ୍କୁ ଚିକତ୍ସା କରିବା ବହୁତ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଯେଉଁ କର୍କଟ ରୋଗୀ ଏବଂ ପରିବାରର ଏହି ରୋଗର ସମ୍ମୁଖୀନ ହୋଇ ତାର ସଫଳ ଚିକିତ୍ସା କରାଇପାରିଛନ୍ତି, ସେମାନେ ପ୍ରକୃତରେ ପ୍ରଶଂସନୀୟ। ପୂର୍ବରୁ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଅଧିକାଂଶ ପିଲା ରାଜ୍ୟ ବାହାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବହୁତ ପରିମାଣରେ ବଦଳି ଯାଇଛି। ଆମ କେନ୍ଦ୍ର ସମ୍ ହସ୍ପିଟାଲ୍ ରେ ଆମର ଆବଶ୍ୟକ ଭିତ୍ତିଭୂମି ଅଛି ଏବଂ ଆମେ ସମସ୍ତ ପ୍ରକାରର ଶିଶୁ କର୍କଟ ରୋଗ ପାଇଁ ଚିକିତ୍ସା ଯୋଗାଉଛୁ। ଆମେ ପ୍ରତିବର୍ଷ ପ୍ରାୟ ଦୁଇଶହ ପିଲାଙ୍କର ବିଭିନ୍ନ କର୍କଟ ରୋଗରେ ଚିକିତ୍ସା କରୁଛୁ। ଲ୍ୟୁକେମିଆ, ଲିମ୍ଫୋମା, ବ୍ରେନ ଟ୍ୟୁମର୍, ବୋନ୍ ଆଣ୍ଡ ସଫ୍ଟ ଟିସୁ କ୍ୟାନ୍ସର, ୱିଲ୍ମସ ଟ୍ୟୁମର୍ (କିଡନୀ କର୍କଟ), ନ୍ୟୁରୋବ୍ଲାଷ୍ଟୋମା, ହେପାଟୋବ୍ଲାଷ୍ଟୋମା ଏବଂ ଅନ୍ୟାନ୍ୟ ବିରଳ କର୍କଟ ରୋଗର ଆମେ ଚିକିତ୍ସା କରୁଛୁ। କର୍କଟ ରୋଗରେ ପୀଡିତ କୌଣସି ବି ଶିଶୁର ଚିକିତ୍ସାର ଅଭାବ ହେବା ଉଚିତ ହୁହେଁ, ଭବିଷ୍ୟତରେ ସେମାନେ ସମାଜର ଏକ ସୁସ୍ଥ ଓ ଦାୟିତ୍ୱବାନ ସଦସ୍ୟ ହୋଇପାରିବେ” ବୋଲି ପ୍ରଫେସର ପଣ୍ଡା ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ସମ ହସ୍ପିଟାଲ ଶିଶୁ କର୍କଟ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କହିଛନ୍ତି ଯେ, ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ବିକାଶଶୀଳ ଦେଶ ଗୁଡ଼ିକରେ ଶିଶୁ କର୍କଟ ଚିକିତ୍ସାରେ ଉନ୍ନତିର ଆବଶ୍ୟକତା ରହିଥିବା ଅନୁଭବ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ର ସରକାର କର୍କଟ ରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛନ୍ତି। ଧୀରେ ଧୀରେ ତାଲିମପ୍ରାପ୍ତ ଶିଶୁ କର୍କଟ ବିଶେଷଜ୍ଞଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତର ଅନ୍ୟ କୌଣସି ବି ଅଗ୍ରଣୀ କେନ୍ଦ୍ର ଭଳି ଆମ କେନ୍ଦ୍ର ମଧ୍ୟ ଶିଶୁ କର୍କଟର ଚିକିତ୍ସା କ୍ଷେତ୍ରରେ କୌଣସି ପ୍ରକାରରେ କମ ନୁହେଁ ”।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରର ଏହି ଗ୍ରାମଗୁଡିକରେ ଛଅ ଦିନ ପର୍ଯ୍ୟନ୍ତ ସକାଳ ୭ ରୁ ୧୨ ଯାଏଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଏବଂ ଏନଏସିର କିଛି ଗ୍ରାମରେ ଆସନ୍ତାକାଲି ରବିବାର ଠାରୁ ଶୁକ୍ରବାର (ଛଅ) ଦିନ ପର୍ଯ୍ୟନ୍ତ ଦୈନିକ ସକାଳ ୭ ରୁ ମଧ୍ୟାହ୍ନ ୧୨ ଯାଏଁ (ପାଞ୍ଚ ଘଣ୍ଟା) ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ।

୧୧ କେଭି ତାର ମରାମତି ନିମନ୍ତେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିସିଓଡ଼ିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ମଠପଟଣା ଗ୍ରାମରୁ ରଙ୍କନାଥପାଟଣା ଗ୍ରାମ ଯାଏଁ ଯାଇଥିବା ବିଦ୍ୟୁତ କନେକ୍ସନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ।

ତେବେ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଥିବା ଗ୍ରାମଗୁଡିକ ହେଲା ସୁନାକେରା, ବାଲିପଦର, ରଙ୍କନାଥପାଟଣା, ନୂଆଗାଁ, ଦାସଘରସାହି, ତେନ୍ତୁଳିଡିହ ଏବଂ ଭୀମପୁର।  ସେଥିପାଇଁ ସମ୍ପୃକ୍ତ ଗ୍ରାମଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଆଜି ଉକ୍ତ ସୂଚନା ଦିଆଯାଇଥିବାର ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାର ଦ୍ଵିତୀୟ ଲହରୀରେ ୬୦୦ ରୁ ଉର୍ଦ୍ଧ୍ଵ ଡାକ୍ତରଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଛି। ଏହି ଭୁତାଣୁ ଦାୟୁରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଦିନରାତି ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଦୁଃଖର କଥା ସେମାନେ ମଧ୍ୟ ଏହି ଭୂତାଣୁର ପ୍ରକୋପରେ ଆସି ମୃତ୍ୟୁବରଣ କରୁଛନ୍ତି। କରୋନାର ଦ୍ଵିତୀୟ ଲହରୀରେ ଦେଶର ୬୦୦ ରୁ ଊର୍ଦ୍ଧ୍ଵ ଡାକ୍ତର ମୃତ୍ୟୁବରଣ କରିଥିବା ଜଣାପଡିଛି।

ଭାରତୀୟ ଚିକିତ୍ସା ସଂଘର ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୬୪୬ ଜଣ ଡାକ୍ତର କରୋନାରେ ମୃତ୍ୟୁବରଣ କରିଛନ୍ତି। ସର୍ବାଧିକ ଦିଲ୍ଲୀରେ ୧୦୯ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାରରେ ୯୭ ଜଣ, ଉତ୍ତରପ୍ରଦେଶରେ ୭୯ ଜଣ, ଝାଡଖଣ୍ଡରେ ୩୯ ଜଣ, ଆନ୍ଧ୍ରପ୍ରଦେଶରେ ୩୫ ଜଣ, ତେଲେଙ୍ଗନାରେ ୩୪ ଜଣ, ଗୁଜୁରାଟରେ ୩୭ ଜଣ, ପଶ୍ଚିମବଙ୍ଗରେ ୩୦ ଜଣ ଏବଂ ମାହାରାଷ୍ଟ୍ରରେ ୨୩ ଜଣ ଡାକ୍ତର କରୋନା ଯୁଦ୍ଧରେ ହାରିଯାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହରୀରେ ମୋଟ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ଲହରୀରେ ୬୪୬ ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପାଳିଲା ବିଶ୍ଵ ପରିବେଶ ଦିବସ: ପ୍ରତିଯୋଗିତାରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାନପତ୍ର

ଭୂବନେଶ୍ଵର: ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ଆନୁକୂଲ୍ୟରେ ବିଶ୍ଵ ପରିବେଶ ଦିବସ ଅବସରରେ ଏକ ଅନ୍ ଲାଇନ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ ଭାଷାରେ ସମାନ୍ତରାଳ ଭାବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ପ୍ରତିଯୋଗୀ ‘ନବୋଦ୍ୟମ, ସୃଜନା, ସଂରକ୍ଷଣ: ପରିବେଶ ଦିବସର ଗୁରୁତ୍ଵ’ ବିଷୟରେ ମନ୍ତବ୍ୟ ରଖି ଥିଲେ।

କୋଭିଡ -୧୯ ମହାମାରୀ ପରିବେଶ ସୁରକ୍ଷାର ଗୁରୁତ୍ଵକୁ ସାରା ପୃଥିବୀରେ ଆଗ ଅପେକ୍ଷା ବହୁଗୁଣ ବଢାଇ ଦେଇଛି। ଅନେକେ ସେମାନଙ୍କ ବକ୍ତବ୍ୟ ଏଇ ଚେତାବନୀ ସହିତ ସମାପ୍ତ କରିଛନ୍ତି, “ସମସ୍ତେ ଯେହେତୁ ଯୋଡ଼ା, ପ୍ରକୃତି ଓ ପରିବେଶର ଉପେକ୍ଷା ଅର୍ଥାତ୍ ମଣିଷର ସମୂଳ ବିନାଶ”।

ଡ. ଚକ୍ରଧର ପାତ୍ର, ଡ. ଶୁଭପ୍ରଦ ଦାଶ, ଶୁଭମ୍ ଆଚାର୍ଯ୍ୟ, ଅଜୟ କର୍ଣ୍ଣ, ଦିବ୍ୟ ରଞ୍ଜନ ଦଳାଇ, ଡ. ଅଂଶୁମାନ ଜେନା ଓ ସରୋଜ କୁମାର ମହାନ୍ତି ବିଚାରକ ଥିଲେ ଓ ଏନଏସଏସ ଅତିରିକ୍ତ ପ୍ରୋଗ୍ରାମ ସଂଯୋଜକ ଡ଼.ଶୋଭନ ପଟ୍ଟନାୟକ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରତୀକ ଦାଶ, ଅମିତ ପଣ୍ଡା, ବିଶାନ୍ତ ନାୟକ ଓ ଅମିତ ଅଗସ୍ତି।

ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ଏନଏସଏସ ସଂଯୋଜକ ଡ଼ଃ ନଚିକେତା ଶର୍ମା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତ୍ୟେକ ବର୍ଗରୁ ତିନି ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆଜି ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆସନ୍ତାକାଲି ହେବନି ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୨ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୮ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୦ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ, ଚିଲିକା ବ୍ଲକରୁ ୧୫ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୭୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ରବିବାର ଥିବାରୁ ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ଏନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭ ହେଲା ବ୍ୟବସାୟୀମାନଙ୍କର କୋଭିଡ ପରୀକ୍ଷା

ଭୁବନେଶ୍ବର,  ଭୁବନେଶ୍ୱର ମହାନଗର ନିଗମର ନର୍ଥ ଜୋନ୍‌ରେ ଆରମ୍ଭ ହୋଇଛି ବ୍ୟବସାୟୀ ମାନଙ୍କର ସାମୁହିକ କୋଭିଡ଼୍ ପରୀକ୍ଷା । କମିଶନର ସଞ୍ଜୟ କୁମାର ସିଂହଙ୍କ ଅନୁମତି କ୍ରମେ ବ୍ୟବସାୟୀ ମାନଙ୍କର କୋଭିଡ଼୍ ପରୀକ୍ଷଣକୁ ଆଜି ଆରମ୍ଭ କରାଇଛନ୍ତି ବି ଏମ୍ ସି ନର୍ଥ ଜୋନ୍ । ସ୍ଥାନୀୟ ନିଳାଦ୍ରୀବିହାର ତାରିଣୀ ମାର୍କେଟ୍‌ରେ ଥିବା ପରିବା ଏବଂ ମାଛ, ମାଂସ ବ୍ୟବସାୟୀ ମାନଙ୍କର ପରୀକ୍ଷଣ କରାଯାଇଛି ।

ଏହି ପରୀକ୍ଷଣ ଆରମ୍ଭରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ବ୍ୟବସାୟୀ ମାନଙ୍କୁ କୋଭିଡ଼୍ ପରୀକ୍ଷଣର ଉପାଦେୟତା ବାବଦରେ ବୁଝାଇଥିଲେ । ପରୀକ୍ଷଣରୁ କୋଭିଡ଼୍ ପଜିଟିଭ୍ ବାହାରିଲେ ସେମାନଙ୍କର ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ସରକାରଙ୍କ ବ୍ୟବସ୍ଥାରେ କରାଯିବ, ତେଣୁ ସ୍ୱେଚ୍ଛାକୃତ ଭାବେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଥିଲା ।

ଜଣେ ବ୍ୟବସାୟୀ ଦୈନିକ ହାଟ ବଜାରକୁ ଆସୁଛନ୍ତି, ତେଣୁ ତାଙ୍କର କୋଭିଡ଼୍ ସ୍ଥିତି ଜାଣିହେଲେ ତାଙ୍କ ଠାରୁ ଅନ୍ୟମାନଙ୍କୁ ସଂକ୍ରମଣ ଯିବନାହିଁ ଏବଂ ସମ୍ପୃକ୍ତ ବ୍ୟବସାୟୀ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ଜଗିପାରିବେ । ଜଣେ ବ୍ୟବସାୟୀ ଅତି କମ୍‌ରେ ୩୦ ରୁ ଅଧିକ ଜଣଙ୍କ ସଂସ୍ପର୍ଶରେ ଆସିଥାନ୍ତି ।

ତେଣୁ ସେମାନେ ନିଜେ ସୁସ୍ଥ ରହିଲେ ନିଜର ଗୁଜୁରାଣ ମେଂଟାଇବା ସହଜ ହେବ । ଏଥିପାଇଁ କମିଶନରଙ୍କ ଅନୁମତି କ୍ରମେ ନର୍ଥ ଜୋନ୍‌ରେ ସମସ୍ତ ପ୍ରକାର ବ୍ୟବସାୟୀଙ୍କ କୋଭିଡ଼୍ ପରୀକ୍ଷା କରିବାର ଅଭିଯାନ ଆଜି ଆରମ୍ଭ କରାଯାଇଛି ବୋଲି କହିଛନ୍ତି ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୯୨: ସୁସ୍ଥ ହେଲେ ୧୨୫୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୯୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ହଜାର ୯୧୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୦ ହଜାର ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ହଜାର ୪୬୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୫୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ବିରୁଦ୍ଧରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ, ନିରାଶ୍ରୟଙ୍କୁ ଦିଆଗଲା କରୋନା ଟିକା

ଭୁବନେଶ୍ୱର, ଆଜି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ସମ୍ପୃକ୍ତ ଜୋନାଲ୍ ଡ଼େପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଏହି ଟିକାକରଣ ବିଭିନ୍ନ ଏସୟୁଏଚ୍ ରେ ଆରମ୍ଭ କରାଯାଇଛି ।

ଆରମ୍ଭ ହୋଇଥିବା ଏସୟୁଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥ ଜୋନ୍‌), ଭୀମ୍‌ପୁର ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍‌) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍‌) । ବି ଏମ୍ ସି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି ଏବଂ ସମସ୍ତ ଏସ୍ ୟୁ ଏଚ୍ ରେ ଏହି ଟିକାକରଣ କରାଯିବ ବୋଲି କହିଛନ୍ତି କର୍ତୃପକ୍ଷ ।

ସମାଜର ବିଭିନ୍ନ ବର୍ଗଙ୍କୁ ଆମେ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । କେବଳ ଟିକାକରଣ ନୁହେଁ କୋଭିଡ଼୍ ଟେଷ୍ଟିଂର ମଧ୍ୟ ଏହିଭଳି ସୁବିଧା କରାଯାଇଛି । ଏସ୍ ୟୁ ଏଚ୍ ଅନ୍ତେବାସୀଙ୍କ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହନ କରିବା ଦ୍ୱାରା ସେମାନଙ୍କ ମନରେ କରୋନା ଜନିତ ଆଶଙ୍କା ଦୂରହେବା, କରୋନା ସଚେତନତା ବଢିବା ଏବଂ ସେମାନଙ୍କର ପ୍ରକୃଷ୍ଟ ଯତ୍ନ ନେବାର ଯଥାର୍ଥତା ରକ୍ଷା ହେବବୋଲି କହିଛନ୍ତି ବି ଏମ୍ ସି କମିଶନର ।

ଆଜି ସକାଳ ୯ ଘଟିକା ସମୟରେ ଏହି ଟିକାକରଣ ପ୍ରକ୍ରିୟା ଉତ୍ତର ଜୋନ୍‌ର ଚନ୍ଦ୍ରଶେଖରପୁର ସ୍ୱତନ୍ତ୍ର ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ଉକ୍ତ ଏସ୍ ୟୁ ଏଚ୍ ର ଟିକାକରଣ ପ୍ରକ୍ରିୟା ସମ୍ପାଦନ କରାଇଛନ୍ତି । ଏଠାରେ ସମୁଦାୟ ୩୬ ଜଣ ଟିକା ନେଇଛନ୍ତି ।

ଅନ୍ୟ ପକ୍ଷରେ ଦକ୍ଷିଣ-ପଶ୍ଚିମ ଜୋନ୍ ର ଗଙ୍ଗନଗର ଏସ୍ ୟୁ ଏଚ୍ ଏବଂ ଭୀମପୁର ଆଶ୍ରୟସ୍ଥଳୀରେ ସମୁଦାୟ ୫୦ ଜଣଙ୍କୁ କୋଭିଡ଼୍ ଟିକା ନେବାରେ ଉପସ୍ଥିତ ଥିଲେ ଦକ୍ଷିଣ-ପୂର୍ବ ଜୋନ୍ ର ଜୋନାଲ୍ ଡ଼େପୁଟି କମିଶନର ରବିନାରାୟଣ ଜେଠୀ । ଅନୁରୂପ ଭାବେ ଦକ୍ଷିଣ-ପୂର୍ବ ଜୋନ୍‌ରେ ମଧ୍ୟ ଜୋନାଲ୍ ଡ଼େପୁଟି କମିଶନର ଅଂଶୁମାନ ରଥଙ୍କ ଉପସ୍ଥିତିରେ ସ୍ଥାନୀୟ ଅଶୋକନଗର ସ୍ଥିତ ଏସ୍ ୟୁ ଏଚ୍ ରେ ଟିକାକରଣ କରାଯାଇଛି । ଏଠାରେ ଆଜି ସମୁଦାୟ ୨୫ ଜଣ ଟିକା ନେଇଥିବା ଜଣାପଡ଼ିଛି ।

ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ସୋସିଆଲ୍ ଇକ୍ୟୁଇଟି ସେଂଟର, ଅଶୋକ ନଗର, ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ଭୀମପୁର, ଘାଟିକିଆ, ଚନ୍ଦ୍ରଶେଖରପୁର, ଗଙ୍ଗନଗର ଏବଂ ମାଳିସାହି ଏସ୍ ୟୁ ଏଚ୍ ମାନଙ୍କରେ ପାଖାପାଖି ୪୦୦ ଅନ୍ତେବାସୀଙ୍କ ରହିବା ସୁବିଧା ଥିବାବେଳେ ମହାମାରୀ ସମୟରେ ଏହିସବୁ ସ୍ଥାନରେ ୮୦ ରୁ ୯୦ ପ୍ରତିଶତ ଅନ୍ତେବାସୀ ରହୁଛନ୍ତି ।

ଏମାନଙ୍କ ମଧ୍ୟରେ ବୃଦ୍ଧ, ବୃଦ୍ଧା, ମାନସିକ ଭିନ୍ନକ୍ଷମ, ଶ୍ରମିକ ଏବଂ ଅସହାୟ ମହିଳାମାନେ ରହୁଛନ୍ତି । ନିକଟ ଅତୀତରେ ଭିକ୍ଷାବୃତି କରୁଥିବା ଏବଂ ଶ୍ରମଜୀବି ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ଏବଂ ବି ଏମ୍ ସି ତରଫରୁ ସରକାରଙ୍କ ନିୟମ ଅନୁସାରେ ଏହି ଅନ୍ତେବାସୀ ମାନଙ୍କର ଯତ୍ନ ନିଆଯାଇଛି ।

ଏସ୍ ୟୁ ଏଚ୍ ରେ ଟିକାକରଣ ପ୍ରକ୍ରିୟା ଚାଲୁରହି ଯଥାଶୀଘ୍ର ଏହାକୁ ଶେଷ କରାଯିବ ଏବଂ ଏଠାରେ ଥିବା କୌଣସି ଅନ୍ତେବାସୀଙ୍କର କୋଭିଡ଼୍ ସମ୍ପର୍କୀତ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସେମାନଙ୍କର ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ଼୍ କେୟାର ସେଂଟର/କୋଭିଡ଼୍ କେୟାର ହସ୍ପିଟାଲ୍ କୁ ପଠାଯାଉଛି । ଏପରିକି ଯଦି କାହାରିକୁ ଏସ୍ ୟୁ ଏଚ୍ ରେ ରଖିବାକୁ ପଡ଼ୁଛି ଏହା ପୂର୍ବରୁ ସେମାନଙ୍କର କୋଭିଡ଼୍ ଟେଷ୍ଟ୍ କରାଯାଉଛି ।

ଆଜିର ଆୟୋଜିତ ଟିକାକରଣରେ ଓଡ଼ିଶା ପତିତାଉଦ୍ଧାର ସମିତିର ସଂଯୋଜିକା ଦେବୀ ମାତୃମୟୀ ପ୍ରିୟଦର୍ଶିନୀ ଏବଂ ପରିଚାଳିକା ପ୍ରିୟମ୍ବଦା ବିଶ୍ୱାଳ ସମସ୍ତ କେନ୍ଦ୍ର ବୁଲି ଟିକାକରଣ ଟିମ୍ କୁ ସହଯୋଗ କରିବା ସହିତ କୋଭିଡ଼୍ ନିୟମ ମାନି କିପରି ଅନ୍ତେବାସୀମାନେ ଟିକା ନେଇପାରିବେ ସେଥିପାଇଁ ସହଯୋଗ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଜେଡି କହିଲା ବିଜେପି ସାଂସଦ ଅପରାଜିତାଙ୍କ ପାଇଁ ଏସଡିଜି ହେଉଛି ‘ସବୁ ଡାହା ଗପ’

ଭୁବନେଶ୍ୱର, ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିଥିଲେ। ତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା ତାଙ୍କର ଏକ ପ୍ରକାରର ପ୍ରଳାପ। ବିଜେପି ନେତ୍ରୀଙ୍କ ପାଇଁ ଏହି ଏସ୍‌ଡିଜ ହେଉଛି ‘ସବୁ ଡାହା ଗପ’।ଏପରି ଅଭିଯୋଗ କରିଛି ବିଜେଡି।

ଏହି ରିପୋର୍ଟକୁ ନେଇ ରାଜନୀତିକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ସାଂସଦ ଓ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ଅମର ପଟ୍ଟନାୟକ । ଡ. ପଟ୍ଟନାୟକ କହିଛନ୍ତି ଯେ କୋଭିଡ ଟିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ନଜର ହଟେଇବାକୁ ଅପଚେଷ୍ଟା କରିଥିଲେ ବି ଏଥିରେ ସେ ଗୁରୁତର ଭାବରେ ଅସଫଳ ହୋଇଛନ୍ତି ।

ଆଜି ଯେତେବେଳେ ଭାରତବର୍ଷର ଛାତ୍ରଛାତ୍ରୀମାନେ କୋଭାକ୍‌ସିନ ଟିକା ନେଲାପରେ ମଧ୍ୟ ଅନ୍ୟ ରାଷ୍ଟ୍ରମାନେ ଏହି ଟିକାକୁ ଅଗ୍ରାହ୍ୟ କରୁଛନ୍ତି ଓ ଭାରତୀୟ ଛାତ୍ରଛାତ୍ରୀଙ୍କର ବିଦେଶରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କରେ ଯୋଗ ଦେବାରେ ଅସୁବିଧା ଉପୁଜୁଛି, ସେତେବେଳେ ଏହି ପ୍ରକାରର ପ୍ରସଙ୍ଗ ଏବଂ ଦ୍ରୁତ ଟୀକାକରଣ ଉପରେ ଜୋର ଦେବା ବଦଳରେ ଏକ ରିପୋର୍ଟକୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ଏସଡିଜି ରିପୋର୍ଟ ଅନୁଯାଇ ଓଡିଶା ଦୁଇ ବର୍ଷ ମଧ୍ୟରେ ୨୨ତମ ସ୍ଥାନରୁ ଉତ୍ତୀର୍ଣ୍ଣ ହୋଇ ଭାରତ ବର୍ଷରେ ୧୯ତମ ସ୍ଥାନରେ ପହଞ୍ଚିଛି । ରିପୋର୍ଟରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଆଖି ବୁଜି ଅଧିକ ନମ୍ବର ଦିଆଯାଇଥିବା ବେଳେ, ଓଡ଼ିଶାର ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମମତା ଯୋଜନା ଭଳି ଅତି ସଫଳ ଓ ଜନପ୍ରିୟ ଯୋଜନାକୁ ମୂଲ୍ୟାୟନରେ ସମ୍ପୂର୍ଣ ଅଣଦେଖା କରାଯାଇଛି ।

ଶିଳ୍ପାୟନ କ୍ଷେତ୍ରରେ ଓଡିଶାକୁ ୨୦୧୯ରେ ୯୨ ପ୍ରତିଶତ ନମ୍ବର ଦିଆଯାଇଥିବାବେଳେ ଏ ବର୍ଷ ୦(ଶୂନ) ଦିଆହୋଇଛି । ୨୦୨୦ରେ ସମଗ୍ର ଦେଶରେ ଶିଳ୍ପାୟନ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଓଡିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲାବେଳେ ୨୦୨୦ରେ କାହିଁକି ୦(ଶୂନ) ମାର୍କ ଦିଆଗଲା ବୋଲି ଡ.ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ବ୍ୟାଙ୍କ ସେବା ଏବେ ବି ଗ୍ରାମାଞ୍ଚଳରେ ପହଞ୍ଚିପାରି ନାହିଁ । କିନ୍ତୁ ଏହି ରିପୋର୍ଟରେ ଓଡ଼ିଶାରେ ବ୍ୟାଙ୍କ ସେବାକୁ ୯୯ ପ୍ରତିଶତ ନମ୍ବର ଦିଆଯାଇଛି। ଏହି ପ୍ରସଙ୍ଗରେ ବି ବିଜେପି ନେତ୍ରୀ ଆଜି ତାଙ୍କର ସାମ୍ବାଦିକ ସମ୍ବିଳନୀରେ ମୁହଁ ଖୋଲିନାହାନ୍ତି ବୋଲି ଅମର କହିଛନ୍ତି।

ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିଲା ବେଳେ ଏହି ରିପୋର୍ଟରେ ତାହାର ଉଲ୍ଲେଖ ନାହିଁ । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ଟି ଜିଲ୍ଲାରେ ରେଳ ସେବା ପହଞ୍ଚି ପାରିନାହିଁ । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରିପୋର୍ଟରେ ସ୍ଥାନ ଦିଆଯାଇନାହିଁ ।

ଓଡ଼ିଶାରେ ମୋବାଇଲ ଓ ଇଣ୍ଟରନେଟ୍‍ ସେବା ଦୁର୍ଗମଞ୍ଚଅଞ୍ଚଳମାନଙ୍କରେ ଏବେ ବି ଅପହଞ୍ଚ। କିନ୍ତୁ ଏହି ରିପୋର୍ଟରେ ୨୦୧୯ରେ ଇଣ୍ଟରନେଟ୍‍ ସଂଯୋଗକୁ ୧୨୩ ପ୍ରତିଶତ ନମ୍ବର ଦିଆଯାଇ ଥିବାବେଳେ ୨୦୨୦ରେ ଅତି ଆକସ୍ମିକ ଭାବରେ ୪୪ ପ୍ରତିଶତକୁ ଖସାଇ ଦିଆଯାଇଛି ।

ଏହି ପ୍ରକାର ଭାବରେ ଏସ୍‌ଡିଜି ରିପୋର୍ଟକୁ ନେଇ ଆଜି ସାସଂଦ ଅପରାଜିତା ଷଡ଼ଙ୍ଗୀ ଯାହାସବୁ ଦର୍ଶାଇଛନ୍ତି ତାହା ‘ସବୁ ଡାହା ଗପ’ ଗପିଛନ୍ତି ବୋଲି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ଅମର ପଟ୍ଟନାୟକ କହିଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବେଆଇନ ଘେରି ସୃଷ୍ଟିକାରୀଙ୍କ ବିରୋଧରେ ରୁଜୁ ହେବ ଫୌଜଦାରୀ ମାମଲା: ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଚ୍ଚ ନ୍ୟାୟଳୟଙ୍କ ଆଦେଶକୁ ପୂରଣ କରିବା ପାଇଁ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛି।

ପୂର୍ବରୁ ତିନି ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଇଥିବାବେଳେ ଆଜି ପୁଣି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟିଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ଉକ୍ତ ଉଚ୍ଛେଦ ଅଭିଯାନ ଜାରି ରହିଥିଲା।

ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଚିଲିକା ତହସିଲଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ, ସିଡ଼ିଏ ଅଧିକାରୀ, ରାଜସ୍ବ କର୍ମଚାରୀ ଏବଂ ପୋଲିସ ଫୋର୍ସଙ୍କ ଉପସ୍ଥିତରେ ଚିଲିକା ମଧ୍ୟରୁ ଘେରି ଉଚ୍ଛେଦ କରାଯାଇଛି।

ତେବେ ଆଜି ସମୁଦାୟ ୫୫ ଏକର ଅଞ୍ଚଳରୁ ଘେରି ଉଚ୍ଛେଦ ହୋଇଥିବାର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଶାସନ ଦ୍ୱାରା କରାଯାଉଥିବା ଘେରି ଉଚ୍ଛେଦର ତୁରନ୍ତ ପରେ ମାଫିଆମାନଙ୍କ ଦ୍ୱାରା ପୁଣି ସମ୍ପୃକ୍ତ ଅଞ୍ଚଳରେ ଘେରି ନିର୍ମାଣ କରାଯାଉଥିବାରୁ ପ୍ରଶାସନ ବର୍ତ୍ତମାନ ଏହାକୁ ଗୁରୁତର ସହ ନେଇ କଡା ପଦକ୍ଷପ ଗ୍ରହଣ କରିବାକୁ ଯାଉଅଛି।

ଆଗକୁ ଯଦି ପୁଣି ମାଫିଆମାନେ ସମ୍ପୃକ୍ତ ଅଞ୍ଚଳରେ ଘେରି ନିର୍ମାଣ କରିବେ ତେବେ ସେମାନଙ୍କୁ ଚି଼ହ୍ନଟ କରାଯାଇ ତାଙ୍କ ବିରୋଧରେ ନିକଟସ୍ଥ ଥାନାରେ ପ୍ରଶାସନ ପକ୍ଷରୁ ଫୌଜଦାରୀ ମାମଲା ରୁଜୁ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହୁରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟୁଇଟରକୁ କେନ୍ଦ୍ର ଦେଲା ଅନ୍ତିମ ଚେତାବନୀ: ନୂଆ ନିୟମ ଲାଗୁ ନକଲେ, ପରିଣାମ ପାଇଁ ରୁହ ପ୍ରସ୍ତୁତ

ନୂଆଦିଲ୍ଲୀ: ଟୁଇଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ବିବାଦ କମିବାରେ ନାଁ ନେଉନାହିଁ। ନୂଆ ଡିଜିଟାଲ ନିୟମ ତୁରନ୍ତ ଲାଗୁ କରିବା ଲାଗି ଟୁଇଟରକୁ କେନ୍ଦ୍ର ସରକାର କହିଛି। ନଚେତ ଏହାର ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଟୁଇଟରକୁ କେନ୍ଦ୍ର ସରକାର ଚେତାବନୀ ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଥିଲା। କିଛି ସମୟ ପରେ ପୁନଶ୍ଚ ବ୍ଲୁ ଟିକ୍ କୁ ଫେରାଇଦେଇଥିଲା। କିନ୍ତୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ସମେତ ତିନି ଜଣ ବଡ ନେତାଙ୍କ ଆକାଉଣ୍ଟରୁ ଟୁଇଟର ବ୍ଲୁ ଟିକ୍ ହଟାଇଦେଇଛି। ଯାହାଫଳରେ କେନ୍ଦ୍ର ସରକାର ଏବଂ ଟୁଇଟର ମଧ୍ୟରେ ବିବାଦ ବଢି ଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ର ସରକାର ଚେତାବନୀ ଦେବା ପରେ ସଂଘ ନେତାମାନଙ୍କର ବ୍ଲୁ ଟିକ୍ କୁ ଟୁଇଟର ପୁନଶ୍ଚ ଫେରାଇଦେଇଛି।

Categories
ଫଟୋ ଖବର

ରଥ ଖଳା ଠାରେ ଅର ନିର୍ମାଣ ଓ ପଇ କାମ ସହ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଗେଇ ଚାଲିଛି

ଆଜି ରଥ ଖଳା ଠାରେ, ଅର ନିର୍ମାଣ ଓ ପଇ କାମ ସହ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ସମୁଦାୟ ୨୯ ଟି ଚକ କାର୍ଯ୍ୟ ଶେଷ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସନ୍ତା ସୋମବାରରୁ ୧୮ ରୁ ୪୪ ବର୍ଷର ବର୍ଗଙ୍କୁ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ

ଭୁବନେଶ୍ବର: ଆସନ୍ତା ସୋମବାରରୁ ରାଜଧାନୀ ଭୁବନେଶ୍ବରରେ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ ହେବ। ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଆରମ୍ଭ ହେବ। ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ଉଭୟ ପ୍ରଥମ ଓ ଦ୍ଵିତୀୟ ଡୋଜ ଟୀକା ଦେବା ଉପରେ ଗୁରୁତ୍ଵ ଦିଆଯିବ। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ କୋହଳ ହେଲା ଲକଡାଉନ କଟକଣା: ସକାଳ ୧୦ ରୁ ରାତି ୮ ଯାଏଁ ଖୋଲିବ ଦୋକାନ ବଜାର

ନୂଆଦିଲ୍ଲୀ: ଦିଲ୍ଲୀରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। କରୋନା ଦ୍ଵିତୀୟ ଲହର ଯୋଗୁଁ ଦିଲ୍ଲୀରେ କଟକଣା ଲଗାଇବାକୁ ପଡିଥିଲା। ଏବେ ଦିଲ୍ଲୀ ସରକାର ଧୀରେ ଧୀରେ ଅନ-ଲକ ପ୍ରକ୍ରିୟାକୁ ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀରେ ଏବେ ଅଡ-ଇଭେନ ଫର୍ମୁଲାରେ ଦୋକାନ ବଜାର ଖୋଲାଯିବ। ସକାଳ ୧୦ ଟାରୁ ରାତି ୮ ଟା ଯାଏଁ ଦୋକାନ ବଜାର ଖୋଲା ରହିବ।

କିନ୍ତୁ ଜରୁରୀ ସେବାରେ ଥିବା ଦୋକାନଗୁଡିକପାଇଁ ଅଡ-ଇଭେନ କାର୍ଯ୍ୟକାରୀ ହେବନାହିଁ। ଏହା ସହିତ ମେଟ୍ରୋ ସେବା ମଧ୍ୟ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ ସରକାର। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ମେଟ୍ରୋ ସେବା ଚାଲିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ସହ ବୃକ୍ଷରୋପଣ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳନ ହେବା ସହିତ ବୃକ୍ଷରୋପଣ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ମହମ୍ମଦ ଶାହା ଫୟଜଲ୍ ଓ ଝିଲିଲିନା ନାୟକ ଏବଂ ଫରେଷ୍ଟ ରେଞ୍ଜ ଅଫିସର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ପାରାଲିଗାଲ୍ ସ୍ୱେଚ୍ଛାସେବୀ ଅବନିକାନ୍ତ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତି ସରକାରଙ୍କ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବଢିଲା ବିବାଦ: ସଂଘର ବଡ ନେତାଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଉପ ରାଷ୍ଟ୍ରପତି ଭେଙ୍କେୟା ନାୟଡୁ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇବା ପରେ ବିବାଦ ଆହୁରି ଘନୀଭୂତ ହୋଇଛି। କିନ୍ତୁ ଉପରାଷ୍ଟ୍ରପତିଙ୍କ ମାମଲାରେ ଟ୍ବିଟର କିଛି ସମୟ ପରେ ୟୁ-ଟର୍ନ ନେଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ପୁଣି ଥରେ ଫେରିଆସିଛି।

ତେବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି। ସ୍ଵୟଂ ସେବକ ମୋହନ ଭାଗବତ, ସୁରେଶ ଯୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀଙ୍କ ସହ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୦ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୯୫୨ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୫୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, ଅନୁଗୁଳ, ବୌଦ୍ଧ,  ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ବରଗଡ, ଓ ଦେବଗଡ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, ନୟାଗଡ, କନ୍ଧମାଳ  ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬ ହଜାର ୯୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୨୪ ହଜାର ୪୦୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮ ହଜାର ୬୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୯୫୨ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ଲକ୍ଷ ୨୦ ହାଜର ୫୨୯ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୦ ହଜାର ୫୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୩୮୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୪ ହଜାର ୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୫ ଲକ୍ଷ ୫୫ ହଜାର ୨୪୮ ଆକ୍ଟିଭ୍‌ କେସ୍ ରହିଛି।