Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମାନ୍ୟ ହ୍ରାସ ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି 8 ହଜାର ପଜେଟିଭ ଚିହ୍ନଟ

ଭୁବନେଶ୍ବର, ଆଜିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ହେଲେ ପରିସ୍ଥିତି ପୂର୍ବପରି ଉଦବେଗ ଜନକ ରହିଛି। କାରଣ ଆଜିର ରିପୋର୍ଟ ଅନୁସାରେ ରାଜ୍ୟରୁ 8 ହଜାର 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 4 ହଜାର 5 ଶହ 68 ରହିଛି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 3 ହଜାର 4 ଶହ 47 ରହିଛି।

ଗତକାଲି ଏହି ସଂଖ୍ୟା 10 ହଜାର ଟପିଯାଇଥିଲା। ଅର୍ଥାତ ସରକାରୀ ରିପୋର୍ଟ ଅନୁସାରେ ଶନିବାର ଦିନ ମୋଟ 10 ହଜାର 413 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହି ସଂଖ୍ୟା ଗତକାଲିଠାରୁ ଦଦେଢ ହଜାର କମ ରହିଥିଲେ ମଧ୍ୟ ପରିସ୍ଥିତି ଉଦବେଗଜନକ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କରୋନା ପରିଚାଳନା ନେଇ ଆସିବ ବଡ ଖବର, ମୁଖ୍ୟ ଶାସନ ସଚିବ କରିବେ ଘୋଷଣା

ଭୁବନେଶ୍ବର, ଆଜି ରାଜ୍ୟ ସରକାର କରୋନା ପରିଚାଳନା ନେଇ କରିବେ ଏକ ବଡ ଘୋଷଣା। ଆଜି ଦିନ 10ଟା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ଘୋଷଣା କରିବେ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି।

ତେବେ କଣ ଘୋଷଣା ହେବ ସେ ନେଇ କିଛି କୁହାଯାଇ ନାହିଁ। ଯାହା ଆଶଙ୍କା କରାଯାଉଛି ତାହା ହେଳେ ରାଜ୍ୟରେ ପୁଣି ଥରେ ସର୍ଟ ଡାଉନ ଘୋଷଣା ହୋଇପାରେ। କାରଣ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦି ଏହିପରି ଧାରା ଲାଗି ରୁହେ ତେବେ ତାହା ଦିଲ୍ଲୀ ପରି ପରିସ୍ଥିତି ସୃଷ୍ଟି କରିବ। ସେଥିପାଇଁ ଏହି ସଂକ୍ରାମଣକୁ ରୋକିବା ପାଇଁ ସରକାର ବଡ ନିଷ୍ପତି ଘୋଷଣା କରିବେ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣାର ସିଧା ପ୍ରସାରଣ ଦେଖିବା ପାଇଁ ଦିନ 10ଟା ରେ ତଳ ଲିଙ୍କକୁ କ୍ଲିକ କରନ୍ତୁ କିମ୍ବା ‘ ସମୀକ୍ଷା ‘ ଫେସବୁକ ପେଜକୁ ଯାଇ କ୍ଲିକ କରନ୍ତୁ।

https://www.facebook.com/thesamikhsya.in

Categories
ଆଜିର ଖବର

ଆଜି ମେ ଦୁଇ ତାରିଖ ରବିବାରରେ ଏହି ସାତୋଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

ମେଷ- ବୈବାହିକ ପ୍ରସ୍ତାବ ମିଳିପାରିବ । ବ୍ୟବସାୟ ଲାଭଦାୟକ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଜଣେ ପ୍ରଭାବଶାଳୀ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ । ଶାରୀରିକ କଷ୍ଟ ସମ୍ଭାବନା । ବିରୋଧୀମାନେ ସକ୍ରିୟ ରହିବେ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଖୁସି ହେବ ।

ବୃଷ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ଆୟ ବୃଦ୍ଧି ପାଇବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ନିବେଶକମାନେ ଲାଭବାନ ହେବେ । ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହ। କ୍ଷତି କରିପାରନ୍ତି । ଲଜ୍ଜିତ ହୁଅନ୍ତୁ ନାହିଁ ।

ମିଥୁନ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପାରିବ। ଯାତ୍ରା ଚିତ୍ତାକର୍ଷକ ହେବ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ବ୍ୟବସାୟ ବୃଦ୍ଧି ପାଇବ । ଚାକିରୀରେ କାର୍ଯ୍ୟକୁ ପ୍ରଶଂସା କରାଯିବ। ଆଜି ପ୍ରିୟ ଖାଦ୍ୟର ଆନନ୍ଦ ପାଇବ। ଷ୍ଟକ୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଅନୁକୂଳ ଲାଭ ଦେବ। ଘର ବାହାରେ ସୁଖ ମିଳିବ। ଈର୍ଷାପରାୟଣ ଲୋକଙ୍କ ଠାରୁ ସତର୍କତା ଆବଶ୍ୟକ।

କର୍କଟ – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି। ଦୂରରୁ ଆପଣ ଦୁଃଖଦ ଖବର ପାଇବେ, ଧର୍ଯ୍ୟବାନ ହୁଅନ୍ତୁ । କୈଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଚାଲିଥିବା ବିବାଦ ଅସୁବିଧା ସୃଷ୍ଟି କରିବ। ଜଣେ ବ୍ୟକ୍ତିର ଆଚରଣ ମନକୁ ଆଘାତ ଦେଇପାରେ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆୟ ରହିବ।

ସିଂହ- ପ୍ରୟାସ ସଫଳ ହେବ। ସାମାଜିକ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ରିସ୍କ ନେବାକୁ ସାହସ କରିବେ । ଜଣେ ପ୍ରଭାବଶାଳୀ ବ୍ୟକ୍ତି ପରିଚିତ ହୋଇପାରନ୍ତି । ବ୍ୟବସାୟ ଲାଭଦାୟକ ହେବ । ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ ।

କନ୍ୟା- ଖରାପ ଲୋକମାନଙ୍କର ପରିଚୟ ଅସୁବିଧା ସୃଷ୍ଟି କରିବ । ସେମାନଙ୍କଠାରୁ ଦୂରରେ ରୁହନ୍ତୁ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ପରିବାର ବନ୍ଧୁ ଏବଂ ସମ୍ପର୍କୀୟମାନେ ଅତିଥି ଭାବରେ ଘରକୁ ଆସିପାରନ୍ତି । ବକ୍ତବ୍ୟର ନିୟନ୍ତ୍ରଣ ନିଅ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କରିବେ । ବ୍ୟବସାୟ ଭଲ କରିବ । ଲଜ୍ଜିତ ହୁଅନ୍ତୁ ନାହିଁ ।

ତୂଳା- ରୋଜଗାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ଦୀର୍ଘ ହୋଇପାରେ । ଅପ୍ରତ୍ୟାଶିତ ଲାଭର ପରିମାଣ ଅଛି । ଜୁଆ ଖେଳ, ବେଟିଂ ଏବଂ ଲଟେରୀଠାରୁ ଦୂରରେ ରୁହନ୍ତୁ । ଯେ କୈଣସି ବଡ ସମସ୍ୟାରୁ ମୁକ୍ତି ମିଳିପାରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗ ଦର୍ଶନ କରିପାରିବେ। ଘର ବାହାରେ ସୁଖ ମିଳିବ।

ବିଛା- ନିରାଶାରୁ ଦୂରେଇ ରୁହନ୍ତୁ । ଟଙ୍କା ନଷ୍ଟ ହୋଇପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଏକ ଋଣ ନେବାକୁ ପଡିପାରେ ।  ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଶୀଘ୍ର କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟ ଭଲ କରିବ । ସାଙ୍ଗମାନଙ୍କ ସହିତ ସମୟ ଭଲ ହେବ ।

ଧନୁ- ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ କ୍ରୋଧ ହୋଇପାରେ । ଆଜି ଟଙ୍କା ରହିବ । ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ। ସାଙ୍ଗମାନଙ୍କ ସମର୍ଥନ ଠିକ୍ ସମୟରେ ଗ୍ରହଣ କରାଯିବ। ଖୁସି ହେବେ। ଅଜ୍ଞାତ ଭୟ ତୁମକୁ ହନ୍ତସନ୍ତ କରିବ । ବ୍ୟବସାୟ ଭଲ କରିବ । ଲାଭ ସୁଯୋଗ ଆସିବ। ଲଜ୍ଜିତ ହୁଅନ୍ତୁ ନାହିଁ ।

ମକର- ଆଘାତ ଏବଂ ରୋଗରୁ ଆଖିକୁ ରକ୍ଷା କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ଜଣେ ବ୍ୟକ୍ତିର ଆଚରଣ ଅପମାନିତ ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନକୁ ବିଚାର କରାଯାଇପାରେ। ବ୍ୟବସାୟ ଭଲ କରିବ। ପରିବାରରେ ଶାନ୍ତି ଏବଂ ସୁଖ ରହିବ।

କୁମ୍ଭ – ଚିନ୍ତା ଏବଂ ଟେନସନ ହେବ । ଅଯଥା ଖର୍ଚ୍ଚ ହେବ। ସୁଗମ ଢଙ୍ଗରେ ଟଙ୍କା ଗ୍ରହଣ କରାଯିବ । ଯାତ୍ରା ଚିତ୍ତାକର୍ଷକ ହେବ। ବ୍ୟବସାୟ ଲାଭଦାୟକ ହେବ । ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ଭାଇମାନଙ୍କଠାରୁ ପାର୍ଥକ୍ୟ ହଟାଇ ପରିସ୍ଥିତି ଅନୁକୂଳ ହେବ । ତୀର୍ଥଯାତ୍ରା ଯୋଜନା କରାଯିବ। ସତସଙ୍ଗର ଲାଭ ହେବ ।

ମୀନ- ଆଶଙ୍କା ହେତୁ ଏକ ବଡ ଭୁଲ ହୋଇପାରେ। ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ନକାରାତ୍ମକତା ରହିବ । ବ୍ୟବସାୟ ଭଲ କରିବ। ଆୟରେ ନିଶ୍ଚିତତା ରହିବ। ଅନ୍ୟମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ ।

Categories
ଫଟୋ ଖବର

ଖଲିକୋଟ ନିକଟସ୍ଥ ଏକ ସ୍ଥାନରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏକ ପୁରୁଣା ମନ୍ଦିର

ଖଲିକୋଟ ନିକଟସ୍ଥ ଏକ ସ୍ଥାନରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଏକ ପ୍ରାଚୀନ ମନ୍ଦିର

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ପାଇବେ ଶାରିରୀକ କଷ୍ଟ

ମେଷ- ବୈବାହିକ ପ୍ରସ୍ତାବ ମିଳିପାରିବ । ବ୍ୟବସାୟ ଲାଭଦାୟକ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଜଣେ ପ୍ରଭାବଶାଳୀ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ଏବଂ ମାର୍ଗଦର୍ଶନ ମିଳିବ । ଶାରୀରିକ କଷ୍ଟ ସମ୍ଭାବନା । ବିରୋଧୀମାନେ ସକ୍ରିୟ ରହିବେ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

ମିଥୁନ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପାରିବ। ଯାତ୍ରା ଚିତ୍ତାକର୍ଷକ ହେବ । ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ବ୍ୟବସାୟ ବୃଦ୍ଧି ପାଇବ । ଚାକିରୀରେ କାର୍ଯ୍ୟକୁ ପ୍ରଶଂସା କରାଯିବ । ଆଜି ପ୍ରିୟ ଖାଦ୍ୟର ଆନନ୍ଦ ପାଇବ । ଷ୍ଟକ୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଅନୁକୂଳ ଲାଭ ଦେବ ।

 

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ

କର୍କଟ – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଦୂରରୁ ଆପଣ ଦୁଃଖଦ ଖବର ପାଇବେ, ଧର୍ଯ୍ୟବାନ ହୁଅନ୍ତୁ । କୈଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଚାଲିଥିବା ବିବାଦ ଅସୁବିଧା ସୃଷ୍ଟି କରିବ ।

କନ୍ୟା- ଖରାପ ଲୋକମାନଙ୍କର ପରିଚୟ ଅସୁବିଧା ସୃଷ୍ଟି କରିବ । ସେମାନଙ୍କଠାରୁ ଦୂରରେ ରୁହନ୍ତୁ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ପରିବାର ବନ୍ଧୁ ଏବଂ ସମ୍ପର୍କୀୟମାନେ ଅତିଥି ଭାବରେ ଘରକୁ ଆସିପାରନ୍ତି । ବକ୍ତବ୍ୟର ନିୟନ୍ତ୍ରଣ ନିଅ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ରବିବାର ଦିନ ବକ୍ତବ୍ୟରେ କରନ୍ତୁ ନିୟନ୍ତ୍ରଣ

ବିଛା- ନିରାଶାରୁ ଦୂରେଇ ରୁହନ୍ତୁ । ଟଙ୍କା ନଷ୍ଟ ହୋଇପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଏକ ଋଣ ନେବାକୁ ପଡିପାରେ ।  ସ୍ୱାସ୍ଥ୍ୟ ଦୁର୍ବଳ ରହିବ ।

କୁମ୍ଭ – ଚିନ୍ତା ଏବଂ ଟେନସନ ହେବ । ଅଯଥା ଖର୍ଚ୍ଚ ହେବ । ସୁଗମ ଢଙ୍ଗରେ ଟଙ୍କା ଗ୍ରହଣ କରାଯିବ । ଯାତ୍ରା ଚିତ୍ତାକର୍ଷକ ହେବ । ବ୍ୟବସାୟ ଲାଭଦାୟକ ହେବ । ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ ।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିମାନଙ୍କର ଅଜ୍ଞାତ ଭୟ ହନ୍ତସନ୍ତ କରିବ

ଧନୁ- ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ କ୍ରୋଧ ହୋଇପାରେ । ଆଜି ଟଙ୍କା ରହିବ । ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ। ସାଙ୍ଗମାନଙ୍କ ସମର୍ଥନ ଠିକ୍ ସମୟରେ ଗ୍ରହଣ କରାଯିବ । ଖୁସି ହେବେ । ଅଜ୍ଞାତ ଭୟ ତୁମକୁ ହନ୍ତସନ୍ତ କରିବ । ବ୍ୟବସାୟ ଭଲ କରିବ ।

ମୀନ- ଆଶଙ୍କା ହେତୁ ଏକ ବଡ ଭୁଲ ହୋଇପାରେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ ।

Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନଙ୍କୁ ରବିବାରରେ ଏକ ବଡ ସମସ୍ୟାରୁ ମିଳିବ ମୁକ୍ତି

ତୂଳା- ରୋଜଗାର ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ଦୀର୍ଘ ହୋଇପାରେ । ଅପ୍ରତ୍ୟାଶିତ ଲାଭର ପରିମାଣ ଅଛି । ଜୁଆ ଖେଳ, ବେଟିଂ ଏବଂ ଲଟେରୀଠାରୁ ଦୂରରେ ରୁହନ୍ତୁ । ଯେ କୈଣସି ବଡ ସମସ୍ୟାରୁ ମୁକ୍ତି ମିଳିପାରିବ ।

ମକର- ଆଘାତ ଏବଂ ରୋଗରୁ ଆଖିକୁ ରକ୍ଷା କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ । ଜଣେ ବ୍ୟକ୍ତିର ଆଚରଣ ଅପମାନିତ ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ।

Categories
ଆଜିର ଖବର ଧର୍ମ

ରବିବାରରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟ ସମର୍ଥନ କରିବ

ବୃଷ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ଆୟ ବୃଦ୍ଧି ପାଇବ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ।

ସିଂହ- ପ୍ରୟାସ ସଫଳ ହେବ । ସାମାଜିକ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ । ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ରିସ୍କ ନେବାକୁ ସାହସ କରିବେ । ଜଣେ ପ୍ରଭାବଶାଳୀ ବ୍ୟକ୍ତି ପରିଚିତ ହୋଇପାରନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଥରେ ସାରା ଓଡିଶାରେ ଲକ ଡାଉନ ସମ୍ଭାବନା, ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ଆସନ୍ତାକାଲି ଦିନ 10ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କୋଭିଡ ସଂକ୍ରାନ୍ତରେ ଏକ ବଡ ଘୋଷଣା କରିବେ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣମାଧ୍ୟମକୁ ଅବଗତ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ତରରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି କରୋନା ପରିଚାଳନା ନେଇ କଣ କହିବେ ମୁଖ୍ୟ ଶାସନ ସଚିବ ସେ ନେଇ ସମସ୍ତଙ୍କର ଅପେକ୍ଷା।

ତେବେ ସାଧାରଣରେ ଯାହା ଆଲୋଚନା ହେଉଛି ତାହା ହେଲା ରାଜ୍ୟରେ ପୁଣି ଥରେ ଲକଡାଉନ ଘୋଷଣା ହୋଇପାରେ। କାରଣ ବର୍ତ୍ତମାନ ଓଡିଶାର ସ୍ଥିତି ଧିରେ ଧିରେ ସଙ୍କଟମୟ ପରିସ୍ଥିତି ଆଡକୁ ଗତିକରିବାରେ ଲାଗିଛି। ବିଗତ ଦିନର କରୋନା ଗ୍ରାଫକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି।

ଶନିବାର ଦିନ ଯେଉଁ କରୋନା ଗ୍ରାଫ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଟପିଲା। ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ଏହିପରି ବଢି ବଢି ଦିନକୁ 25 ହଜାର ଟପିଗଲା। ଫଳରେ ସେଠାକାର ସ୍ବାସ୍ଥ୍ୟ ବ୍ୟବସ୍ଥା ଭୂଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବର୍ତ୍ତମାନ ଓଡିଶା ସେଇ ଆଡକୁ ମୁହାଁଇବାରେ ଲାଗିଛି। କାରଣ ଦ୍ବିତୀୟ ଲହରରେ ପ୍ରଥମେ ଏହା ଏକ ହଜାରରୁ ଦୁଇ ହଜାର ଭିତରେ ରହୁଥିଲା। ଶେଷରେ ଏହା ବଢିବଢି 4 ହଜାରରୁ 5 ହଜାର ମଧ୍ୟରେ ରହିଲା। ଏହିପରି ଭାବେ ବଢି ବଢି ବର୍ତ୍ତମାନ ଏହା 10 ହଜାର ଟପିଗଲାଣି। ବିଶେଷ କରି ଭୁବନେଶ୍ବରର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଏକ ବଡ ପଦକ୍ଷେପ ନେବାର ସମ୍ଭାବନା ସୃଷ୍ଟି ହେଲାଣି। ଯଦି ତାହା ନ କରନ୍ତି ତେବେ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମେ ମାସ ହେଉଛି ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ। ଏହି ମାସଟିକୁ ଠିକରେ ପରିଚାଳନା କରିପାରିଲେ ପରବର୍ତ୍ତି ସମୟରେ କରୋନାକୁ ସମ୍ଭାଳି ହେବ। ସେଥିପାଇଁ ରବିବାରରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଘୋଷଣା କରିବାକୁ ବାଧ୍ୟ ହେଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଚଳିତ ଏପ୍ରିଲରେ ସଂଗ୍ରହ ହେଲା ରେକର୍ଡ ପରିମାଣର ଜିଏସଟି, ମୋଟ ଆଦାୟ ଦେଢ ଲକ୍ଷ କୋଟି

ନୂଆଦିଲ୍ଲୀ, ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସଟି ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍ଟିର ମୋଟ ପରିମାଣ ୧ ଲକ୍ଷ ୪୧ ହଜାର ୩୮୪କୋଟି ଟଙ୍କା । ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି  ପରିମାଣ ୨୭ ହଜାର ୮୩୭କୋଟି, ରାଜ୍ୟ ଜିଏସଟି ପରିମାଣ ୩୫ ହଜାର ୬୨୧କୋଟି ଟଙ୍କା। ସମନ୍ୱିତ ଜିଏସ୍ଟି (ଆଇଜିଏସ୍ଟି) ପରିମାଣ ୬୮ ହଜାର ୪୮୧ କୋଟି ଟଙ୍କା ।

ସଂଗୃହୀତ ଆଇଜିଏସଟି ମଧ୍ୟରେ ୨୯ ହଜାର ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ ଦ୍ରବ୍ୟକର ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସଂଗୃହୀତ ମୋଟ ଜିଏସଟି ୯ ହଜାର ୪୪୫ କୋଟି ଟଙ୍କାର ସେସ୍ ବା ଉପକର ରହିଛି । ଏହି ଉପକର ମଧ୍ୟରୁ ୯୮୧ କୋଟି ଟଙ୍କା ସାମଗ୍ରୀ ଆମଦାନୀ କ୍ଷେତ୍ରରେ ସଂଗୃହୀତ ହୋଇଛି ।

କୋଭିଡ ମହାମାରୀ ଦ୍ୱିତୀୟ ସଂକ୍ରମଣ ଯୋଗୁଁ ଦେଶର ବିଭିନ୍ନ ଭାଗ ପ୍ରଭାବିତ ହୋଇଛି । ଏହା ସତ୍ତ୍ୱେ ଭାରତୀୟ ବାଣିଜ୍ୟ ବ୍ୟବସାୟରେ ଉଲ୍ଲେଖନୀୟ ପୁନରୁଥାନ୍ ଘଟିଛି । ସମ୍ପୃକ୍ତ ବ୍ୟବସାୟୀମାନେ ଏପ୍ରିଲ ମାସରେ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବା ସହ ନିୟମିତ ମାସିକ ଜିଏସ୍ଟି ଦେୟ ମଧ୍ୟ ପ୍ରଦାନ କରିଛନ୍ତି ।

ଚଳିତବର୍ଷ ଏପ୍ରିଲ ମାସରେ ଯେଉଁ ଜିଏସ୍ଟି ସଂଗୃହୀତ ହୋଇଛି ତାହା ଏକ ରେକର୍ଡ । ଦେଶରେ ଜିଏସ୍ଟି ପ୍ରବର୍ତ୍ତନ ହେବା ପରଠାରୁ ଏତେ ପରିମାଣର ଜିଏସ୍ଟି ବାବଦ ରାଜସ୍ୱ ଏ ଯାଏଁ ସଂଗୃହୀତ ହୋଇ ନ ଥିଲା । ଚଳିତବର୍ଷ ମାର୍ଚ୍ଚ ମାସଠାରୁ ମଧ୍ୟ ଏପ୍ରିଲରେ ୧୪ଶତାଂଶ ଅଧିକ ଜିଏସ୍ଟି ସଂଗୃହୀତ ହୋଇଛି ।

ଗତ ଛ’ମାସ ଧରି ଜିଏସ୍ଟି ସଂଗ୍ରହରେ ପ୍ରଗତି ପରିଲକ୍ଷିତ ହୋଇଆସୁଛି । ଏପ୍ରିଲରେ ସଂଗୃହୀତ ଜିଏସ୍ଟିର ଆଉ ଏକ ବିଶେଷତ୍ୱ ହେଲା ଏଥିରେ ମାର୍ଚ୍ଚ ଅପେକ୍ଷା ଘରୋଇ କାରବାର କ୍ଷେତ୍ରରେ ଅଧିକ ୨୧ ଶତାଂଶ ରାଜସ୍ୱ ଆଦାୟ ହୋଇଛି । ଗତ ସାତ ମାସ ମଧ୍ୟରେ ନିରବଚ୍ଛିନ୍ନ ଭାବେ ଜିଏସ୍ଟି ସଂଗ୍ରହ ପରିମାଣ ମାସିକ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଆସୁଛି । ଏ କ୍ଷେତ୍ରରେ ମଧ୍ୟ ନିରନ୍ତର ରାଜସ୍ୱ ବୃଦ୍ଧି ଘଟୁଛି ।

ଏସବୁ ସ୍ପଷ୍ଟଭାବେ ସୂଚାଉଛି ଯେ ଏହି ସମୟରେ ଦେଶରେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ସଫଳ ହୋଇଛି । ଆହୁରି ମଧ୍ୟ ଟିକସ ପ୍ରଶାସନ ପକ୍ଷରୁ ରାଜସ୍ୱ, ଜିଏସ୍ଟି ଆଦାୟର ନିଷ୍ଠା ଓ ପ୍ର୍ରୟାସ ଜାରି ରଖାଯାଇଛି । ଜାଲ୍ ବିଲ୍ ପୈଠ, ଟିକସ ଏବଂ ଜିଏସଟି ଠକେଇ ଓ ଫାଙ୍କିବା ଆଦି ଘଟଣା ଉପରେ ତୀକ୍ଷ୍ମ ନଜର ରଖାଯିବା ସହିତ ବିଭିନ୍ନ ରାଜସ୍ୱ ଉତ୍ସର ତଥ୍ୟାବଳୀକୁ ଗଭୀରଭାବେ ଅନୁଶୀଳନ କରାଯାଇ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି ।

ଜିଏସଟି, ଆୟକର, ସୀମାଶୁଳ୍କ ଆଦି କ୍ଷେତ୍ରରେ ରାଜସ୍ୱ ଆଦାୟ ଭଲ ରହିଛି ।
ସେହିଭଳି ତ୍ରୈମାସିକ ରିଟର୍ଣ୍ଣ ଓ ମାସିକିଆ ଟିକସ ଦାଖଲ ବ୍ୟବସ୍ଥା ସଫଳତାର ସହିତ କାର‌୍ୟ୍ୟ କରୁଛି । ଏହାଦ୍ୱାରା ଛୋଟମୋଟ ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିଛି । ସେମାନେ ପ୍ରତି ତିନିମାସରେ ଗୋଟିଏ ରିଟର୍ଣ୍ଣ ଦାଖଲ କରୁଛନ୍ତି । ଟିକସ ଦାତା ପ୍ରି ଫିଲ୍ଡ ଜିଏସ୍ଟି-ଆର ୨ଇ ଏବଂ ୩ଈ ରିଟର୍ଣ୍ଣ ଫ୍ରର୍ମ ମାଧ୍ୟମରେ ଆଇଟି ସହାୟତା ଯୋଗାଇ ଦିଆଯାଉଛି । ଆଇଟି ସିଷ୍ଟମର ଦକ୍ଷତା ବୃଦ୍ଧି ଓ ପରିସରକୁ ସୁଦୃଢ କରାଯିବା ଫଳରେ ରିଟର୍ଣ୍ଣ ଫାଇଲ ପ୍ରକ୍ରିୟା ସହଜ ହୋଇଛି ।

ଚଳିତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍ଟିରୁ ରାଜ୍ୟମାନଙ୍କୁ ସେମାନଙ୍କ ପ୍ରାପ୍ୟ ବାବଦରେ ୨୯, ୧୮୫କୋଟି ଏବଂ ସମନ୍ୱିତ ଜିଏସଟିରୁ ୨୨ ହଜାର ୭୫୬କୋଟି ଟଙ୍କା ଆଡହକ୍(ଅସ୍ଥାୟୀ) ଭାବେ ଯେଉଁ ରାଜସ୍ୱ ପ୍ରଦାନ କରିଛନ୍ତି ତାହାର ମୋଟ ପରିମାଣ ୫୭, ୦୨୨ କୋଟି । ସେଥିମଧ୍ୟରେ ସିଜିଏସଟି ପରିମାଣ ୫୭,୦୨୨କୋଟି ଏବଂ ଏସଜିଏସଟି ପରିମାଣ ୫୮,୩୭୭ କୋଟି ଟଙ୍କା ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଅନୁଗୁଳରୁ ସିକନ୍ଦରାବାଦକୁ ଗଲା ଅକ୍ସିଜେନ, ପାଞ୍ଚଟି ଟ୍ୟାଙ୍କରେ ନେଇ ଗଡିଲା ଟ୍ରେନ

ଭୁବନେଶ୍ବର, ଅନୁଗୁଳରୁ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ଭରି ଅକ୍ସିଜେନ୍ ଏକ୍ସପ୍ରେସ ଟ୍ରେନ୍ ଆଜି ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଛି। ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ ରୋ-ରୋ ସେବା ମାଧ୍ୟମରେ ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରୁ ସିକନ୍ଦରାବାଦକୁ ପ୍ରାୟ ୬୩.୬ ଟନ୍ LMO ପରିବହନ କରିଛି।

ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ସିକନ୍ଦରାବାଦରୁ ପାଞ୍ଚଟି ଖାଲି ଟ୍ୟାଙ୍କର ଥିବା ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲକୁ ଗତକାଲି ଅନୁଗୁଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଲୋଡିଂ ପାଇଁ ରଖାଯାଇ ପ୍ରାୟ ୬୩.୬ ଟନ୍  LMO ପାଞ୍ଚଟି ଟ୍ୟାଙ୍କରେ ଭର୍ତିକରାଯାଇ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ତେଲେଙ୍ଗାନା ଯାତ୍ରା କରିଛି।

ଗୁରୁବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଦ୍ୱାରା ଆସିଥିବା ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍, ଅନୁଗୁଳସ୍ଥିତ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରେ ୩୨ ଟନ୍ LMO ଧାରଣ କରି ଗତକାଲି ସକାଳେ ଭାରତୀୟ ରେଳବାଇର ରୋରୋ ସେବା ସହିତ ଟ୍ରେନ୍ ଯୋଗେ ହରିୟାଣାକୁ ପଠାଯାଇଥିଲା। ଶୁକ୍ରବାର ଦିନ ସ୍ୱତନ୍ତ୍ର ବାୟୁସେନା ବିମାନରୁ ଅନଲୋଡ୍ ହୋଇଥିବା ଆଉ ଦୁଇଟି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ଅନୁଗୁଳରୁ ହରିୟାଣାକୁ ପଠାଇବାକୁ ପ୍ରସ୍ତୁତ କରାଯାଉଅଛି।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅକ୍ସିଜେନ୍ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ କରାଇବା ସହିତ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି। ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ହୋଇଥିବା ଯୋଗୁଁ ଏହାପ୍ରତି ସର୍ବାଧିକ ଯତ୍ନ ନିଆଯାଇଛି ଯେଉଁଥିରେ ସର୍ବାଧିକ ବେଗ ତ୍ୱରାନ୍ୱିତ ଏବଂ ହ୍ରାସ ହୋଇପାରେ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଣକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ତ୍ୱରିତ ସେବା ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରେନ ରେକ ଉପରେ ଖାଲି ଟ୍ୟାଙ୍କର ଗୁଡିକୁ ଓହ୍ଲାଇବା ଏବଂ ଅମ୍ଳଜାନ ଭରା ଟ୍ୟାଙ୍କର ଗୁଡିକୁ ଟ୍ରେନ ରେକ ଉପରେ ସଠିକ ଭାବେ ରଖିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁନ ତୃତୀୟ ସପ୍ତାହ ସୁଦ୍ଧା ଘୋଷଣା ହେବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ: ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ/ଭୁବନେଶ୍ବର: ଜୁନ ତୃତୀୟ ସପ୍ତାହ ସୁଦ୍ଧା ଘୋଷଣା ହେବ ସିବିଏସଇ ଦଶମ ପରୀକ୍ଷା ଫଳାଫଳ। ଏନେଇ ସିବିଏସଇ ପକ୍ଷରୁ ଏକ ଗାଇଡ ଲାଇନ ଜାରି କରାଯାଇଛି।

ତେବେ ଏହି ଗାଇଡ ଲାଇନ ଅନୁଯାୟୀ, ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ ହେବ। ସ୍କୁଲ ପ୍ରିନ୍ସିପାଲ ଓ ଅନ୍ୟ ୭ ଜଣ ଶିକ୍ଷକଙ୍କୁ ନେଇ ଏହି କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି। ସେହି ୭ ଜଣଙ୍କ ମଧ୍ୟରୁ ନିଜ ସ୍କୁଲର ୫ ଜଣ ଶିକ୍ଷକ ଏବଂ ପାଖ ସ୍କୁଲର ୨ ଜଣ ଏହି କମିଟିରେ ରହିବେ। ବର୍ଷ ସାରା ପରୀକ୍ଷାକୁ ଦେଖି ୮୦ ମାର୍କର ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ହୋଇଛି। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ହେବ।

ଜୁନ ୫ ସୁଦ୍ଧା ସିବିଏସଇକୁ ୮୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ। ମୂଲ୍ୟାୟନ ବେଳେ ସ୍କୁଲର ପୂର୍ବ ୩ ବର୍ଷର ଫଳାଫଳକୁ ବିଚାରକୁ ନିଆଯିବ। ଜୁନ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ।

Categories
ଆଜିର ଖବର ରାଜ୍ୟ ଖବର

କରୋନାକୁ ନେଇ ଆସନ୍ତାକାଲି ସକାଳ ୧୦ ଟାରେ ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାର କରୋନାକୁ ନେଇ ସକାଳ ୧୦ ଟା ରେ ବଡ ଘୋଷଣା କରିପାରନ୍ତି। କୋଭିଡ଼ ପରିଚାଳନା ଉପରେ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରନ୍ତି। ତେବେ ମେ’ ମାସ ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ ଆଣିବେ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଦେଶର ୧୧ ପ୍ରତିଶତରୁ ଅଧିକ ମେଡିକାଲ ଗ୍ରେଡ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ

ମୁମ୍ବଇ/ଭୁବନେଶ୍ୱର: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ ଜରୁରୀ ଆବଶ୍ୟକତା ହୋଇଛି। ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି ଗୋଟିଏ ସ୍ଥାନରେ ଏହି ଜୀବନ ରକ୍ଷାକାରୀ ସମ୍ବଳର ଦେଶରେ ସର୍ବବୃହତ ଉତ୍ପାଦନକାରୀ ହୋଇଛି। ଜାମନଗରସ୍ଥିତ ଏହାର ବିଶୋଧନାଗାର-ତଥା-ପେଟ୍ରୋରସାୟନ କଂପ୍ଲେକ୍ସ ତଥା ଏହାର ଅନ୍ୟାନ୍ୟ ୟୁନିଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସଂପ୍ରତି ଦୈନିକ ୧୦୦୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁଛିଯାହା ଭାରତରେ ହେଉଥିବା ମୋଟ ଉତ୍ପାଦନର ୧୧ ପ୍ରତିଶତ । ଏହି ଅନୁସାରେ ଏହା ପ୍ରତି ଦଶ ଜଣରେ ଜଣେ ରୋଗୀଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି। ଏହି ଅମ୍ଳଜାନ କୋଭିଡ-୧୯ରେ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯାଉଛି।

ରିଲାଏନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରିଲାଏନ୍ସ ପକ୍ଷରୁ ଭାରତରେ ମେଡିକାଲ ଅକ୍ସିଜେନ ଉପଲବ୍ଧ ସ୍ଥିତି ମଜଭୁତ କରିବାକୁ ଜାମନଗରଠାରେ ଦୁଇସୂତ୍ରୀ ଆଭିମୁଖ୍ୟ କାର୍ଯ୍ୟକାରୀ କରାଯାଉଛି। ପ୍ରଥମତଃ ରିଲାଏନ୍ସର ଜାମନଗର ଏବଂ ଅନ୍ୟାନ୍ୟ ୟୁନିଟରେ ଥିବା ଶିଳ୍ପଭିତିକ ପ୍ରକ୍ରିୟାରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନକୁ ଅଗ୍ରାଧିକାର ଦିଆଯାଉଛି। ଦ୍ୱିତୀୟରେ ଉତ୍ପାଦିତ ଅମ୍ଳଜାନକୁ କରୋନା ପ୍ରଭାବିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସୁରୁଖୁରୁରେ ଓ ନିରାପଦରେ ପଠାଇବାକୁ ବୋଝେଇ ଓ ପରିବହନ ବ୍ୟବସ୍ଥାକୁ ଅଧିକ ସୁସଂହତ କରାଯାଉଛି। କୋଭିଡ ମହାମାରୀ ପୂର୍ବରୁ ରିଲାଏନ୍ସ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରୁନଥିଲା।

ତେବେ ରିଲାଏନ୍ସର ଇଞ୍ଜିନିୟରମାନେ ଖୁବ କମ ସମୟ ମଧ୍ୟରେ ବିଶୋଧନାଗାର ଏବଂ ପେଟ୍ରୋରସାୟନ ଗ୍ରେଡ ଅମ୍ଳଜାନ ଉତ୍ପାଦନ ଡିଜାଇନକୁ ଅତ୍ୟନ୍ତ ଶୁଦ୍ଧ ମେଡିକାଲ ଗ୍ରେଡ ଅମ୍ଳଜାନରେ ରୂପାନ୍ତରିତ କରିବା ଏବଂ ଉତ୍ପାଦନ ବୃଦ୍ଧି ଘଟାଇବା କାର୍ଯ୍ୟ ସମ୍ପାଦନ କରିଥିଲେ। ମେଡିକାଲ ଗ୍ରେଡ ତରଳ ଅକ୍ସିଜେନକୁ ସାଧାରଣତଃ ତରଳ ଆକାରରେ ବିଯୁକ୍ତ ୧୮୩ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରସ୍ତୁତ କରାଯାଇଥାଏ ଯାହା ପ୍ରାୟତଃ ୯୯.୫% ଶୁଦ୍ଧ ହୋଇଥାଏ। ସେଥିପାଇଁ ଏହି ଅମ୍ଳଜାନ ଉତ୍ପାଦନ ଏବଂ ଏହାର ପରିମାଣ ବୃଦ୍ଧି କରିବା କ୍ଷେତ୍ରରେ ଅନେକ ଆପଦ ରହିଥାଏ।

ରିଲାଏନ୍ସ ସଂପ୍ରତି ତାହାର ମେଡିକାଲ ଗ୍ରେଡ ଅମ୍ଳଜାନ ଉତ୍ପାଦନ ବସ୍ତୁତଃ ଶୂନ୍ୟ ସ୍ତରରୁ ଦିନକୁ ୧୦୦୦ ଟନ୍‌କୁ ଖୁବ କମ ସମୟ ମଧ୍ୟରେ ପହଂଚାଇବା ସହିତ ଉତ୍ପାଦନ ବୃଦ୍ଧି କରାଇ ପାରିଛି। ରିଲାଏନ୍ସ ଇଞ୍ଜିନିୟରମାନେ ଅକ୍ଳାନ୍ତ ଭାବରେ କାର୍ଯ୍ୟକରି ଏବଂ କ୍ରାୟୋଜେନିକ ବାୟୁ ପୃଥକିକରଣ ୟୁନିଟଗୁଡିକକୁ ସର୍ବାଧିକ କାର୍ଯ୍ୟକ୍ଷମ କରାଇ ତଥା ସେଥିରେ ଆବଶ୍ୟକ ପରିବର୍ତନ ଆଣି ଏହା ସମ୍ଭବ କରିପାରିଛନ୍ତି। ସଂପ୍ରତି ରିଲାଏନ୍ସ ଦେଶରେ ଉତ୍ପାଦିତ ମୋଟ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନର ୧୧ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଛି।

ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଏହି ଅମ୍ଳଜାନ ମାଗଣାରେ ଯୋଗାଇ ଦିଆଯାଉଛି ଏବଂ ଏହା ପ୍ରତିଦିନ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଶ୍ୱସ୍ତି ପ୍ରଦାନ କରୁଛି। କେବଳ ଅପ୍ରେଲ୍ ମାସରେ ରିଲାଏନ୍ସ ୧୫୦୦୦ ମେଟ୍ରିକ୍ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇଥିବା ବେଳେ ୨୦୨୦ ମାର୍ଚ୍ଚରେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ରିଲାଏନ୍ସ ସମଗ୍ର ଦେଶରେ ୫୫,୦୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଯୋଗାଇ ସାରିଛି।

ଉଚ୍ଚ ଗୁଣମାନର ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ ସହିତ ତାହାକୁ ଦେଶର ବିଭିନ୍ନ ଭାଗକୁ ପରିବହନ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବା ଆଉ ଏକ ଆହ୍ୱାନ ହୋଇଛି। ସେଥିପାଇଁ ଏହାର ନିରାପଦ ଏବଂ ତ୍ୱରିତ ପରିବହନ ନିମନ୍ତେ ରିଲାଏନ୍ସ ନିଜର ବୋଝେଇ କ୍ଷମତା ବୃଦ୍ଧି ଘଟାଇବା ଆବଶ୍ୟକତା ଦେଖାଦେଇଥିଲା। ଏହା ହାସଲ କରିବାକୁ ରିଲାଏନ୍ସର ଇଞ୍ଜିନିୟରମାନେ ରେଳ ଏବଂ ସଡକ ପରିବହନ ବ୍ୟବସ୍ଥାରେ ସ୍ମାର୍ଟ ଲଜିଷ୍ଟିକ୍ସ ପରିବର୍ତନ କରିଥିଲେ। ସେଥିମଧ୍ୟରେ ସମାନ୍ତରାଳ ଲାଇନ ବିଛାଇବାହୋସ୍ ବ୍ୟବହାର କରିବା ଏବଂ ପ୍ରେସର ଡିଫରେନ୍ସିଆଲ ଜରିଆରେ ତରଳ ଟ୍ୟାଙ୍କରଗୁଡିକୁ ବୋଝେଇ କରିବା ଆଦି ଅନ୍ତର୍ଭୁକ୍ତ। ଅନ୍ୟଏକ ନୂତନ ପଦକ୍ଷେପ ସ୍ୱରୂପ ରିଲାଏନ୍ସ ନାଇଟ୍ରୋଜେନ ଟ୍ୟାଙ୍କରଗୁଡିକୁ ମେଡିକାଲ ଗ୍ରେଡ ଅମ୍ଳଜାନ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତା ସଂଗଠନ ଦ୍ୱାରା ଅନୁମୋଦିତ ନିରାପଦ ପ୍ରକ୍ରିୟାରେ ପରିବହନକାରୀ ଟ୍ରକରେ ରୂପାନ୍ତରିତ କରିଥିଲା।

ଏଥିସହିତ ରିଲାଏନ୍ସ ସାଉଦି ଆରବଜର୍ମାନୀବେଲଜିୟମହଲାଣ୍ଡ ଏବଂ ଥାଇଲାଣ୍ଡ୍‌ରୁ ୨୪ଟି ଆଇଏସ୍‌ଓ କଂଟେନର ବିମାନଯୋଗେ ଭାରତକୁ ଆଣିବା ବ୍ୟବସ୍ଥା କରିଥିଲା। ଏଥିସହ ଦେଶର ତରଳ ଅମ୍ଳଜାନ ପରିବହନ କ୍ଷମତାରେ ବୃଦ୍ଧି ଘଟାଇ ରିଲାଏନ୍ସ ୫୦୦ ମେଟ୍ରିନ ଟନ୍ ଅତିରିକ୍ତ ପରିବହନ କ୍ଷମତା ଯୋଗ କରିଛି। ଏହି ଆଇଏସ୍‌ଓ କଂଟେନରଗୁଡିକ ଦେଶରେ ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ପରିବହନ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେବ। ବିମାନ ଯୋଗେ ଆଇଏସ୍‌ଓ କଂଟେନରଗୁଡିକ ଭାରତ ଆଣିବାରେ ଭାରତୀୟ ବାୟୁସେନା ସହଯୋଗ ପ୍ରଦାନ କରିଥିବାରୁ କମ୍ପାନୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିଭଳି ଆଇଏସ୍‌ଓ କଂଟେନରଗୁଡିକ ଅଧିଗ୍ରହଣ କରିବାରେ ରିଲାଏନ୍ସର ସହଯୋଗୀ ସାଉଦି ଆରାମକୋ ଏବଂ ବିପି ପୂର୍ଣ୍ଣ ସହଯୋଗ ଯୋଗାଇଦେଇଛନ୍ତି।

ଏହି ସମସ୍ତ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ସମଗ୍ର ଭାରତ କୋଭିଡ-୧୯ ମହାମାରୀର ନୂଆ ଲହର ବିରୁଦ୍ଧରେ ଲଢେଇ କରୁଥିବାବେଳେ ମୋ ପାଇଁ ଏବଂ ରିଲାଏନ୍ସରେ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ଜୀବନ ବଂଚାଇବା ଠାରୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଭାରତରେ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଏବଂ ପରିବହନ କ୍ଷମତାର ବଢାଇବାର ତୁରନ୍ତ ଆବଶ୍ୟମତା ରହିଛି। ଜାମନଗରରେ କାର୍ଯ୍ୟରତ ଯୁବ ଇଞ୍ଜିନିୟରମାନଙ୍କ ସାହସ ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ମୁଁ ଗର୍ବିତ କାଣ ସେମାନେ ଦେଶର ଏହି ଜରୁରୀ ଆବଶ୍ୟକତା ସମୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରି ନିଜର ଦୃଢ ସଂକଳ୍ପ ବଳରେ ସଫଳତା ହାସଲ କରିଛନ୍ତି। ”

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, “ଆମ ଦେଶ ସଂପ୍ରତି ଏକ ଅପ୍ରତ୍ୟାଶିତ ସଙ୍କଟ ଦେଇ ଗତିକରୁଛି। ରିଲାଏନ୍ସ ଫାଉଣ୍ଡେସନରେ ଆମେ ଯଥାସମ୍ଭବ ସହାୟତା ଯୋଗାଣ ଜାରି ରଖିବୁ। ପ୍ରତ୍ୟେକଟି ଜୀବନ ମୂଲ୍ୟବାନ। ଆମର ଜାମନଗର ବିଶୋଧନାଗାରରେ ଥିବା ଆମ ପ୍ଲାଂଟଗୁଡିକରେ ପରିବର୍ତନ ଆଣି ରାତାରାତି ମେଡିକାଲ ଗ୍ରେଡ ତରଳ ଅମ୍ଳଜାନ ଉତ୍ପାଦନ କରିବାକୁ ପ୍ରସ୍ତୁତ କରାଯାଇଛିଯାହାକୁ ସମଗ୍ର ଦେଶରେ ଯୋଗାଇ ଦିଆଯାଉଛି। ଆମର ଭାବନା ଏବଂ ଆମର ପ୍ରାର୍ଥନା ଆମର ପ୍ରିୟ ଦେଶବାସୀ ଓ ସମସ୍ତ ମହିଳାଙ୍କ ସହିତ ରହିଛି । ସମ୍ମିଳିତ ଭାବରେ ଉଦ୍ୟମ ଜାରିରଖି ଏକାଠି ଏହି ଜଟିଳ ସମସ୍ୟାକୁ ଆମେ ଦୂର କରିବା।”

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୯୩: ସୁସ୍ଥ ହେଲେ ୫୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାର ୫୦୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୧୬୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରେ ଆଜି ସର୍ବାଧିକ ୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ରମେଶ ମହାନ୍ତି

ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଦୃତ ଗତିରେ ହୁ ହୁ ହୋଇ ବଢୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଆଜି ସର୍ବାଧିକ ୨୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୪୩ଜଣ , ଜଗତସିଂହପୁର ବ୍ଲକରୁ ୩୦ଜଣ, ବାଲିକୁଦା ବ୍ଲକରୁ ୨୫ଜଣ, ବିରିଡ଼ି ବ୍ଲକରୁ ୨୦ଜଣ, ନାଉଗାଁ ବ୍ଲକରୁ ୧୭ଜଣ, ତିର୍ତ୍ତୋଲ ବ୍ଳକରୁ ୧୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୫ଜଣ, ଏରସମା ବ୍ଲକରୁ ୧୪ଜଣ ଓ ରଘୁନାଥପୁର ବ୍ଲକରୁ ୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୦୪୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୬୪୮ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୭୪୭ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପରିସ୍ଥିତି ଅସମ୍ଭାଳ, ମଇ ୧୫ ପର୍ଯ୍ୟନ୍ତ ସଟ୍‌ଡାଉନ କରିବା ଉଚିତ ପଦକ୍ଷେପ ହେବ: ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡାଙ୍କ ନିଷ୍ପତ୍ତିକୁ ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ କରିବା ସହ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ କରୋନାର ଜଟିଳ ସ୍ଥିତି ଦେଖିଲା ପରେ, ସଟଡାଉନ ହିଁ ଏକମାତ୍ର ଉପାୟ ବୋଲି ମାନିବାକୁ ପଡ଼ିବ। ସାଧାରଣ ଭାବେ ଶ୍ରମିକ, ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଏ ସବୁଠାରୁ ମଣିଷ ଜୀବନ ଯଥେଷ୍ଟ ମୂଲ୍ୟବାନ ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ରାଜ୍ୟ ସରକାର ତୁରନ୍ତ ସଟଡ଼ାଉନ କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ସଂଗ୍ରହ ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କୋହଳ ବ୍ୟବସ୍ଥା କରିବାକୁ ସେ ରାଜ୍ୟ ସରକାରଙ୍କ ଠାରେ ଦୃଢ ଦାବି କରିଛନ୍ତି। ସମସ୍ତ ଜରୁରୀକାଳୀନ ସେବା ପୂର୍ବଭଳି କାର୍ଯ୍ୟ କରିବା ସହ ଜରୁରୀ କାର୍ଯ୍ୟ ଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ହେବାକୁ ସେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ଡେରି ହେଲେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଡଃ ଜ୍ଞାନେନ୍ଦ୍ର ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫ ହଜାର ୬୩୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୬୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୪୬, କଳାହାଣ୍ଡିରୁ ୪୫୧, ସୁନ୍ଦରଗଡରୁ ୪୨୬, କଟକରୁ ୩୬୭, ନୂଆପଡାରୁ ୩୧୮, ପୁରୀରୁ ୩୦୫, ନବରଙ୍ଗପୁରରୁ ୨୫୨, ସମ୍ବଲପୁରରୁ ୨୨୯, ବଲାଙ୍ଗୀରିରୁ ୨୦୯, କେନ୍ଦୁଝରରୁ ୧୯୨, ଝାରସୁଗୁଡାରୁ ୧୭୬, ଗଞ୍ଜାମରୁ ୧୫୩, ସୋନପୁରରୁ ୧୨୯, ଯାଜପୁରରୁ ୧୧୫, ମୟୂରଭଞ୍ଜରୁ ୧୧୫, ରାୟଗଡ଼ାରୁ ୧୦୮, ବରଗଡରୁ ୮୯, ବାଲେଶ୍ବରରୁ ୭୮, ଅନୁଗୁଳରୁ ୭୨, ଭଦ୍ରକରୁ ୭୧, ଗଜପତିରୁ ୬୯, ନୟାଗଡରୁ ୬୮, ଦେବଗଡରୁ ୬୭, କୋରାପୁଟରୁ ୪୮, ଜଗତସିଂହପୁରରୁ ୪୭, କେନ୍ଦ୍ରାପଡାରୁ ୪୧, କନ୍ଧମାଳରୁ ୨୬, ବୌଦ୍ଧରୁ ୧୩, ମାଲକାନାଗିରିରୁ ୯, ଢେଙ୍କାନାଳରୁ ୬ ଏବଂ ଷ୍ଟେଟ ପୁଲରୁ ୨୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୯୧ ହଜାର ୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୫ ହଜାର ୪୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭ ହଜାର ୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ସମୟ ନିର୍ଦ୍ଧାରଣ କଲା ବିଏମସି

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ବିଏମସି ସମୟ ନିର୍ଦ୍ଧାରଣ କରିଛି। ଟୀକାକରଣକୁ ଦୁଇଟି ପର୍ଯ୍ୟାୟରେ ଭାଗ କରାଯାଇଛି।

ପ୍ରଥମ ଭାଗରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଦ୍ଵିତୀୟ ଭାଗରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ସକାଳ ୮ ଟା ରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ହେବ। ଏବଂ ଅପରାହ୍ନ ୩ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକା ଦିଆଯିବ।

ତେବେ ଟୀକାକରଣ ପାଇଁ ଭୁବନେଶ୍ବରରେ ୨୬ ଟି କେନ୍ଦ୍ରରେ ବ୍ୟବସ୍ଥା କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅପରପକ୍ଷରେ କୌଣସି ବ୍ୟକ୍ତି ପଞ୍ଜୀକରଣ ବିନା ଟୀକା ଦିଆଯିବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି, ସେମାନେ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରି ଟୀକାକରଣରେ ସାମିଲ ହୁଅନ୍ତୁ ବୋଲି କମିଶନର କହିଛନ୍ତି।