Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ ମଙ୍ଗଳବାରେ କାହାକୁ ଅନ୍ଧ ଭାବରେ ବିଶ୍ବାସ କରନ୍ତୁ ନାହିଁ

ସିଂହ : – ଆଜି ଆପଣ ସାମାଜିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ପୁରାତନ ପ୍ରକଳ୍ପର ସଫଳତା ଆତ୍ମବିଶ୍ୱାସ ବୃଦ୍ଧି କରିବ । ସମ୍ପତ୍ତି ଉପରେ ବିବାଦ ହୋଇପାରେ । କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ବିଛା : – ଆଜି ଆପଣ ଆର୍ଥିକ ଯୋଜନାରେ ଲାଭ ପାଇବେ । ପଡୋଶୀଙ୍କଠାରୁ ଟେନସନ ଆସିପାରେ । ପ୍ରୟାସରେ ଆପଣ ସଫଳତା ପାଇପାରିବେ । ସାଂସ୍କୃତିକ ପ୍ରକଳ୍ପ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

Categories
ଆଜିର ଖବର ଧର୍ମ

ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ଟଙ୍କା କାରାବାରରେ ରୁହନ୍ତୁ ସତର୍କ

ବୃଷ: – ଆଜିର ଦିନଟି କାର୍ଯ୍ୟାଳୟର ପରିବେଶ ଭଲ ରହିବ । ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରବଳ ଇଚ୍ଛା ରହିବ । ବୈବାହିକ ଜୀବନ ଉପରେ ଭୟର ମେଘ ବୁଲୁପାରେ । ଅନେକ ଦିନର ଅସୁସ୍ଥତା ପରେ ଆଜି ଆରାମ ପାଇବେ । ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଏ, କାର୍ଯ୍ୟକ୍ଷେତ୍ରରେ ଲାଭ ହେବ ।

କର୍କଟ: – ଆଜି, ଆପଣଙ୍କର ସମ୍ପର୍କ ନିକଟତର ହେବ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଟଙ୍କା କାରବାରରେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀ ଏବଂ ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମମତା ବାନାର୍ଜୀଙ୍କୁ ଗୋଟିଏ ଦିନ ପ୍ରଚାର ବନ୍ଦ ନିର୍ଦ୍ଦେଶକୁ କଂଗ୍ରେସ ନେତା ଜ୍ଞାନେନ୍ଦ୍ରଙ୍କ ନିନ୍ଦା

ଭୁବନେଶ୍ୱର: ଭାରତ ବର୍ଷରେ ଗଣତନ୍ତ୍ର ଯେଉଁ ବିପନ୍ନ ଅବସ୍ଥାକୁ ଆସିଛି ତାହାର ଜ୍ୱଳନ୍ତ ପ୍ରମାଣ ଆଜି ନିର୍ବାଚନ କମିଶନଙ୍କ ଏକପାଖିଆ ନିଷ୍ପତ୍ତିରୁ ପ୍ରମାଣିତ ହୋଇଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ କମିଶନଙ୍କ ନିଷ୍ପତ୍ତିକୁ ଦୃଢ ନିନ୍ଦା କରିଛନ୍ତି।

ପଶ୍ଚିମବଙ୍ଗରେ ଯେଉଁଭଳି ଭାବରେ ନର୍ବାଚନୀ ହିଂସା ଚାଲିଛି ସେଥିପାଇଁ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଭାବରେ ଦାୟୀ। ଅନ୍ୟ ରାଜ୍ୟମାନଙ୍କରେ ଦୁଇଦିନରେ ନିର୍ବାଚନ ସରୁଥିବା ବେଳେ ୮ଦିନ ନିର୍ବାଚନ କରି କେନ୍ଦ୍ର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ନିର୍ବାଚନକୁ ଏକ ଭିନ୍ନ ରଙ୍ଗ ଦେଇଛନ୍ତି। ଏହାର କଡ଼ା ମୁକାବିଲା ଆଗାମୀ ଦିନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପି ଦଳକୁ ଶିକ୍ଷା ଦେବେ।

ସୁଶ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ଦିନ ନିର୍ବାଚନ ବନ୍ଦ କରି ଗଣମାଧ୍ୟମରେ ଜୋରଦାର ପ୍ରଚାର କରିବା ପାଇଁ ଅନ୍ୟ ପକ୍ଷରେ ନିର୍ବାଚନ କମିଶନ ସୁଯୋଗ ଦେଇଛନ୍ତି। ଆସନ୍ତା କାଲିର ସୁଶ୍ରୀ ବୋନ୍ଦୋପାଧ୍ୟାୟଙ୍କ ଅନଶନ ଧାରଣାକୁ ଡଃ ଜ୍ଞାନେନ୍ଦ୍ର ପୂର୍ଣ୍ଣ ସମର୍ଥନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ରକୁ ଟୀକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ବର: ପୁଣି କେନ୍ଦ୍ର ସରକାରକୁ ଚିଠି ଲେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଟୀକା ମାଗିଛନ୍ତି। ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ମାଗିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଟୀକା ଅଭାବ ଯୋଗୁଁ ଟୀକାକରଣ ବାଧାପ୍ରାପ୍ତ ହେଉଛି।

ତେଣୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଟୀକା ଦେବା ପାଇଁ କେନ୍ଦ୍ରକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି। ଏବେ ରାଜ୍ୟରେ ଯେତିକି ଟୀକା ଅଛି ତାହା ଗୋଟିଏ ଦିନରେ ସରିଯିବ। ରାଜ୍ୟର କୌଣସି ଉପକେନ୍ଦ୍ରରେ ଟୀକା ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ୭୦୦ ଟିକାକେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି। ଟୀକା ଦେବାରେ ଅନିୟମିତତା ଯୋଗୁଁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହେଉଛି ବୋଲି ନବ ଦାସ କହିଛନ୍ତି।

କିନ୍ତୁ ସେପଟେ ନବ ଦାସଙ୍କ ଚିଠିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଦେଶରେ ଟୀକାର ଅଭାବ ନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟୀକା ଉପଲବ୍ଧ ଅଛି। ଟୀକା ପାଇଁ ସମସ୍ତେ ନିଶ୍ଚିତ ରୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରେ କିନ୍ନର ଭତ୍ତା ଯୋଜନାର ଶୁଭାରମ୍ଭ: ଚିହ୍ନଟ ୫୭ ଜଣ କିନ୍ନରଙ୍କୁ ମିଳିବ ଭତ୍ତା

ରମେଶ ମହାନ୍ତି
ଜଗତସିଂହପୁର: ସରକାରଙ୍କ ଦ୍ବାରା ପ୍ରଣିତ ସ୍ୱୀକୃତ ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୫୭ଜଣ କିନ୍ନର ମାନଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରାଯିବାର ସମସ୍ତ ବ୍ୟବସ୍ଥା ସରିଯାଇଛି। ଆଜି ପ୍ରଥମଥର ପାଇଁ ସେମାନଙ୍କ ମଧ୍ୟରୁ ୯ଜଣ କିନ୍ନରଙ୍କୁ ଜଗତସିଂହପୁର ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶମ୍ଭୁନାଥ ରାଉତ ପରିଚୟପତ୍ର ସହ ସମସ୍ତ ହିତାଧିକାରୀମାନଙ୍କୁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରି ସ୍ୱୀକୃତି ଯୋଜନାକୁ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ କରିଥିଲେ।

ପ୍ରକାଶ ଥାଉକି ଚଳିତ ମାସରେ ରାଜ୍ୟ କିନ୍ନର ସମାଜର ଆଗୁଆ ନେତ୍ରୀ ମୀରା ପରିଡାଙ୍କ ଦ୍ୱାରା ସ୍ଥାପିତ ସ୍ୱେଚ୍ଛାସେବୀ ସଂଗଠନ ସଖା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓଡିଶା ସରକାରଙ୍କ ଦିଆଯାଇଥିବା ୫ଲକ୍ଷ ୭୯ହଜାର ଟଙ୍କାରୁ ଜିଲ୍ଲାପାଳ କିନ୍ନର ଆତ୍ମନିର୍ଭରଶୀଳ ଓ ସାମାଜିକ ନ୍ୟାୟ ବାବଦକୁ ଅଗ୍ରୀମ ୨ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରି ରାଜ୍ୟରେ ଉଦାହରଣ ସୃଷ୍ଟି କରିଥିବାରୁ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଶଂସା କରିଛନ୍ତି।

ଆଗାମୀ ଦିନରେ ଏହି ଜିଲ୍ଲାରେ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରି ସେମାନଙ୍କର ସମସ୍ତ ଦାବି ଓ ସୁବିଧା ସୁଯୋଗ ଭତ୍ତା ,ଆବାସ ଯୋଜନା ଗୃହ, ଚାକିରୀ, ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଆତ୍ମନିର୍ଭରଶୀଳ କରାଇବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ମୋହନ ଦାସ, ପାରାଦ୍ଵୀପ ମ୍ୟୁନିସିପାଲିଟିର ସିଓ, ପିଏ, ଡିପିଏ, ଜେସି, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ହିତାଧିକାରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ସୁଶୀଲ ଚନ୍ଦ୍ରା

ନୂଆଦିଲ୍ଲୀ: ସୁଶୀଲ ଚନ୍ଦ୍ରା ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତାକାଲି ଦାୟିତ୍ଵ ଗ୍ରହଣ କରିବେ। ସୁନିଲ ଆରୋରାଙ୍କ ସ୍ଥାନରେ ସୁଶୀଲ ଚନ୍ଦ୍ରା ନିଯୁକ୍ତ ହୋଇଛନ୍ତି। ସୁଶୀଲ ଆସନ୍ତା ମେ’ ୧୪ ତାରିଖ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଲା ୨୪ ଘଣ୍ଟା ପ୍ରଚାର ବ୍ୟାନ

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିଶନର କଡା ପଦକ୍ଷେପ ନେଇଛନ୍ତି। ମମତାଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ ଲଗାଇଛନ୍ତି ନିର୍ବାଚନ କମିଶନର। ଫଳରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ଯନ୍ତ ମମତା ପ୍ରଚାର କରିପାରିବେ ନାହିଁ। କେନ୍ଦ୍ରୀୟ ସୁରକ୍ଷାବଳର ଯବାନଙ୍କ ଉପରେ ଲୋକଙ୍କୁ ବିଦ୍ରୋହ କରିବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।

ଗତ ସପ୍ତାହରେ ଏନେଇ କମିଶନର ଦୁଇଥର ମମତାଙ୍କୁ ନୋଟିସ କରିଥିଲେ। ଫଳରେ ଏହି ଅଭିଯୋଗ ଅନୁଯାୟୀ ଆଜି ନିର୍ବାଚନ କମିଶନର ତାଙ୍କୁ ୨୪ ଘଣ୍ଟିଆ ବ୍ୟାନ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଣ୍ଡେଶ୍ଵରରେ ସଡକ ଦୁର୍ଘଟଣା: ଓଭରବ୍ରିଜ ସ୍ଲାବକୁ ପିଟିଲା କାର, ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଚଣ୍ଡେଶ୍ଵର ଓଭରବ୍ରିଜ ଉପରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ହୋଇଛନ୍ତି।

ମିଳିଥିବା ଖବର ଅନୁଯାୟୀ, ଏକ ମାରୁତି ସୁଇଫ୍ଟ ଡିଜାୟର (ଓଡ଼ି ୦୨ଏକେ୧୧୬୦) କାରଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ହେଲେ କାରଟି ଭାରସାମ୍ୟ ହରାଇ ଚଣ୍ଡେଶ୍ଵର ଓଭର ବ୍ରିଜ ଉପରେ ଥିବା ସ୍ଲାପକୁ ଧକ୍କା ଦେଇଥିଲା। ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଡିଟି ଏତେ ଜୋରରେ ସ୍ଲାବକୁ ଧକ୍କା ଦେଇଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। କାରଟି ଧକ୍କାରେ ଓଭରବ୍ରିଜର ଏକ ସ୍ଲାବ ଉପରୁ ତଳକୁ ଖସିପଡିଥିଲା। ସୌଗ୍ୟବଶତଃ ତଳେ କୌଣସି ଜନସାଧାରଣ ନଥିବାରୁ ଏକ ନିଶ୍ଚିତ ବିପଦରୁ ରକ୍ଷା ମିଳିଛି।

ଏନେଇ ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ଟୀକା ଉତ୍ସବର ଦ୍ଵିତୀୟ ଦିବସ: ଚିଲିକାରେ ଟୀକା ନେଲେ ୧ ହଜାର ୭୭୪ ଜଣ ନାଗରିକ

ସୀତାରାମ ଅଗ୍ରୱାଲ

ବାଣପୁର: ସୋମବାର ଦିନ ଟୀକା ଉତ୍ସବର ଦ୍ଵିତୀୟ ଦିବସ ଥିଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟୀକା ନେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ ବହୁ ନାଗରିକମାନେ ଉତ୍ଫୁଲିତ ହୋଇ ଟୀକା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

ଦ୍ଵିତୀୟ ଦିବସରେ ସୁନାଖେଳାରେ ୨୧୨ ଜଣ, ଗମ୍ଭାରୀମୁଣ୍ଡାରେ ୨୫୩ ଜଣ, ନୀଳାଦ୍ରିପ୍ରସାଦରେ ୧୮୭ ଜଣ ଏବଂ ବାଣପୁରରେ ୩୯୦ ଜଣ ନାଗରିକ ଟୀକା ନେଇଥିବାର ସୂଚନା ଦେଇଛନ୍ତି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର। ତେବେ ଉକ୍ତ ଟୀକା ଉତ୍ସବ କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ବାଣପୁର ମେଡିକାଲର କର୍ମଚାରୀମାନେ ଯଥା ହୃଦାନନ୍ଦ ବିଷୋୟୀ, ପ୍ରଶାନ୍ତ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଅନିଲ ନାୟକ, ସତ୍ୟବ୍ରତ ସାହୁ, ଅଭିମନ୍ୟୁ ଭୋପା ଏବଂ ଶିବାନୀ ହୋତା ଆଦି ସହଯୋଗ କରିଥିଲେ।

ସେହିପରି ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୩୨ ଜଣ ନାଗରିକ ଟୀକା ନେଇଥିବାର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ବାଲୁଗାଁରେ ୩୫୬ ଜଣ, ନଈରୀରେ ୧୮୮ ଜଣ ଏବଂ ଜରିପଡାରେ ୧୮୮ ଜଣ ନାଗରିକ ଟୀକା ନେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୩୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୫, ସୁନ୍ଦରଗଡରୁ ୭୩, କଳାହାଣ୍ଡିରୁ ୬୪, ନୂଆପଡାରୁ ୬୨, ବଲାଙ୍ଗୀରିରୁ ୩୫, କଟକରୁ ୨୬, ଝାରସୁଗୁଡାରୁ ୨୫, କେନ୍ଦୁଝରରୁ ୨୦, ବରଗଡରୁ ୧୯, ମୟୂରଭଞ୍ଜରୁ ୧୫, ନବରଙ୍ଗପୁରରୁ ୧୫, ରାୟଗଡାରୁ ୧୪, ଅନୁଗୁଳରୁ ୧୨, ଯାଜପୁରରୁ ୧୧, ନୟାଗଡରୁ ୧୧, ପୁରୀରୁ ୧୧, ସମ୍ବଲପୁରରୁ ୧୦, ଗଞ୍ଜାମରୁ ୮, ବାଲେଶ୍ବରରୁ ୫, ଭଦ୍ରକରୁ ୪, କନ୍ଧମାଳରୁ ୩, ମାଲକାନାଗିରିରୁ ୩, ଜଗତସିଂହପୁରରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟ ପୁଲରୁ ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୦ ହଜାର ୬୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ୩୦୨ କୁ ବୃଦ୍ଧି ହୋଇଛି। ତେବେ ୮ ହଜାର ୭୨୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଘୋଷଣା କଲା ବିଏମସି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୧୭୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ବିଭିନ୍ନ ରାଜ୍ୟରୁ କିମ୍ବା ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିଏମସି ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇଛି। ସବୁ ଯାତ୍ରୀଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ ଟୀକା ନେଇଥିବା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ହୋଇଛି। ଯେଉଁ ଯାତ୍ରୀଙ୍କ ପାଖରେ ଏସବୁ ପ୍ରମାଣପତ୍ର ନଥାଏ, ସେମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି।

Image

ସେଥିପାଇଁ ଭୁବନେଶ୍ବରରେ ୩ ଟି ଓୟୋ ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ଘୋଷଣା କରାଯାଇଛି। ପଟିଆ, ଘାଟକିଆ ଓ ଗଜପତି ନଗରରେ ତିନୋଟି ହୋଟେଲକୁ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ର ଭାବେ ବିଏମସି ଘୋଷଣା କରିଛି। ପଟିଆର କିମ୍ସ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସ, ଘାଟିକିଆର ମା’ ସମ ପ୍ୟାଲେସ, ଗଜପତି ନଗରର କଳିଙ୍ଗ ହସ୍ପିଟାଲ ନିକଟସ୍ଥ ମା’ ଗେଷ୍ଟ ହାଉସକୁ ଦେୟଯୁକ୍ତ ସଙ୍ଗରୋଧ ଭାବେ ବିଏମସି ଚିହ୍ନଟ କରିଛି। ଏଥିପାଇଁ ମୋଟ ୪୦ ଟି ଗୃହର ବ୍ୟବସ୍ଥା କରାଯାଇଛି। ବିନା ଶୀତତାପ ନିୟନ୍ତ୍ରଣରେ ରହିଲେ ଯାତ୍ରୀଙ୍କୁ ୧୦୯୯ ଟଙ୍କା ଦେୟ ଦେବାକୁ ପଡ଼ିବ ଏବଂ ଶୀତତାପ ନିୟନ୍ତ୍ରଣ ଗୃହରେ ରହିଲେ ୧୪୯୯ ଟଙ୍କା ଦେବା ପାଇଁ ନିର୍ଦ୍ଧାରଣ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୯୦: ସୁସ୍ଥ ହେଲେ ୫୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୭୦୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୩୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୧୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ କ୍ୟାବିନେଟରେ 10 ଟି ପ୍ରସ୍ତାବକୁ ଲାଗିଲା ମୋହର: ସ୍ୱାସ୍ଥ୍ୟ ସେବା ପାଇଁ ୨ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10 ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟର ୯ ଟି ପ୍ରାସ୍ତାବ ମଧ୍ୟରୁ ସ୍ୱାସ୍ଥ୍ୟସେବା ଉପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଭୁବନେଶ୍ବରରେ ବାଗଚୀ- ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମିତ ହେବ।

ଏହି ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ଦେବେ। ସୁବ୍ରତ ବାଗଚୀ ଏବଂ ସୁସ୍ମିତା ବାଗଚୀ ଏଥିପାଇଁ ୨୧୦ କୋଟି ଟଙ୍କା ଦେବେ। ୨୦୨୪ ମସିହା ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଇନଫୋସିଟି ଭ୍ୟାଲି-୨ରେ ୨୦ ଏକର ଜମି ଯୋଗାଇଦେବ। ୨୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।

ଏତଦବ୍ୟତୀତ ଭୁବନେଶ୍ବରରେ ବାଗଚୀ ପଲିଆଟିଭ କେୟାର ସେଣ୍ଟର ଖୋଲିବ। ସେଥିପାଇଁ ବାଗଚୀ ଦମ୍ପତି ମଧ୍ୟ ୧୩୦ କୋଟି ଟଙ୍କା ଦେବେ। ରାଜ୍ୟ ସରକାର ଏଥିପାଇଁ ୨୦ ଏକର ଜମି ମଧ୍ୟ ଯୋଗାଇଦେବେ। ଏହି ପଲିଆଟିଭ କେୟାର ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ମିଳିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତୃତୀୟ ଟୀକା ଭାବେ ସ୍ପୁଟନିକ-୫ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଋଷ ଟୀକା ସ୍ପୁଟନିକ-୫ ର ଭାରତରେ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ଆଜି ବିଶେଷଜ୍ଞଙ୍କ ଏକ କମିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଥିବା କୁହାଯାଉଛି। ଭାରତରେ ତୃତୀୟ ଟୀକା ଭାବେ ଏହାକୁ ମଞ୍ଜୁରୀ ମିଳିଛି। ପୂର୍ବରୁ କୋଭାକ୍ସିନ ଏବଂ କୋଭାସିଲ୍ଡ ଟୀକାକୁ ମଞ୍ଜୁରୀ ମିଳିଥିଲା। ତେବେ ହାଇଦ୍ରାବାଦର ଡ଼ା.ରେଡି ଲ୍ୟାବ ଦ୍ଵାରା ନିର୍ମିତ ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍ପୁଟନିକ-୫ ର ଜରୁରୀକାଳୀନ ବ୍ୟବହାର ପାଇଁ ଡ଼ା.ରେଡ଼ି ଫେବୃୟାରି ୧୯ ତାରିଖରେ ଆବେଦନ କରିଥିଲା। ବର୍ତ୍ତମାନ ଭାରତ, ବେନେଜୁଏଲା ଏବଂ ବେଲାରୁଷରେ ଏହି ଟୀକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ୧୮ ରୁ ୯୯ ବର୍ଷର ପ୍ରାୟ ୧ ହଜାର ୬୦୦ ଲୋକଙ୍କ ଉପରେ କରାଯାଉଛି। ଏହାର ଦାମ ୧୦ ଡଲାର ଠାରୁ କମ ରହିଛି। ଏହାକୁ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଆବଶ୍ୟକ ନଥିବା ରୋଗୀଙ୍କୁ ମିଳିବନି ଆଡ୍ମିଶନ

ଭୁବନେଶ୍ବର: ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରିଛି। ଆବଶ୍ୟକ ନଥିବା ରୋଗୀଙ୍କୁ ଆଡ୍ମିଶନ ମିଳିବ ନାହିଁ। ଗୁରୁତର ରୋଗୀଙ୍କ ପାଖରେ ମାତ୍ର ଜଣେ ଆଟେଣ୍ଡାଣ୍ଟକୁ ମିଳିବ ଅନୁମତି। ହସ୍ପିଟାଲରେ ଜରୁରୀ ଅସ୍ତ୍ରୋପଚାର ବ୍ୟତୀତ ସାଧାରଣ ଅସ୍ତ୍ରୋପଚାର ପାଇଁ ରୋକ ଲଗାଯାଇଛି। ଓପିଡି ପାଇଁ ସେଣ୍ଟ୍ରାଲ ରେଜିଷ୍ଟ୍ରେସନକୁ ବନ୍ଦ କରାଯାଇଥିବା ବେଳେ ଭିଡ ରୋକିବା ପାଇଁ ମାନୁଆଲ ରେଜିଷ୍ଟ୍ରେସନକୁ ଅନୁମତି ମିଳିଛି।  ଓପିଡି ଏବଂ ଆଇପିଡିକୁ ପ୍ରବେଶ ପାଇଁ ମିଡ଼ିଆ ଉପରେ କଟକଣା ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ନିର୍ବାଚନୀ ହିଂସା ଘଟଣା: ଡିଜିପି ଅଭୟ କରୁଛନ୍ତି ସମୀକ୍ଷା, ବିଜେପି କଲା ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନୀ ହିଂସା ପରେ ପୋଲିସ ଡିଜିପି ଅଭୟଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଜି ପିପିଲିରେ ପହଞ୍ଚିଛନ୍ତି। ପିପିଲିରେ ବଢୁଥିବା ନିର୍ବାଚନୀ ହିଂସାକୁ ନେଇ ସମୀକ୍ଷା କରୁଛନ୍ତି। ପିପିଲି ଥାନାରେ ଡିଜିପି ଏବଂ ବହୁ ବରିଷ୍ଠ ଅଧିକାରୀ ସ୍ଥିତି ସମୀକ୍ଷା କରୁଛନ୍ତି। ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ଏବଂ ଇଡ଼ିଆଇଜି ଆଇନ ଶ୍ରୁଙ୍ଖଳା ଏଥିରେ ମଧ୍ୟ ସାମିଲ ଅଛନ୍ତି।

ସେପଟେ ଏହି ହିଂସା ଲାଗି ପୋଲିସକୁ ଦାୟୀ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା. ସମ୍ବିତ ପାତ୍ର ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି। ମୁକ୍ତ ଓ ଅବଧ ନିର୍ବାଚନରେ ପୋଲିସ ବାଧକ ସାଜିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡ଼ି ସହାୟତାରେ ପୋଲିସ ଅବଧ ନିର୍ବାଚନକୁ ଅଟକାଇବା ପାଇଁ ଚେଷ୍ଟା କରୁଛି ବୋଲି ସମ୍ବିତ କହିଛନ୍ତି। ପିପିଲିରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ପୋଲିସ ଚେଷ୍ଟା କରୁଛି ବୋଲି ଡ଼ା. ପାତ୍ର ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜରୁରୀକାଳୀନ ବ୍ୟବହାର ପାଇଁ ସ୍ପୁଟନିକ-୫ କୁ ମିଳିପାରେ ଅନୁମତି: ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଋଷ ଟୀକା ସ୍ପୁଟନିକ ୫ ର ଭାରତରେ ବ୍ୟବହାର ପାଇଁ ଆଜି ବିଶେଷଜ୍ଞଏକ କମିଟି ଆଲୋଚନ କରିବ। ହାଇଦ୍ରାବାଦର ଡ଼ା.ରେଡି ଲ୍ୟାବ ଦ୍ଵାରା ନିର୍ମିତ ଏହି ଟୀକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି। ଜରୁରୀକାଳୀନ ବ୍ୟବହାରର ଅନୁମତି ଉପରେ ବିଚାର ପାଇଁ ଆଜି ଏସଇସି ଏହି ବୈଠକ କରିବ।

ଉଲ୍ଲେଖ ଯୋଗ୍ୟ ଯେ, ସ୍ପୁଟନିକ-୫ ର ଜରୁରୀକାଳୀନ ବ୍ୟବହାର ପାଇଁ ଡ଼ା.ରେଡ଼ି ଫେବୃୟାରି ୧୯ ତାରିଖରେ ଆବେଦନ କରିଥିଲା। ବର୍ତ୍ତମାନ ଭାରତ, ବେନେଜୁଏଲା ଏବଂ ବେଲାରୁଷରେ ଏହି ଟୀକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଛି। ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ୧୮ ରୁ ୯୯ ବର୍ଷର ପ୍ରାୟ ୧ ହଜାର ୬୦୦ ଲୋକଙ୍କ ଉପରେ କରାଯାଉଛି। ଏହାର ଦାମ ୧୦ ଡଲାର ଠାରୁ କମ ରହିଛି। ଏହାକୁ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖାଯାଇପାରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲେଶ୍ଵର ଇମାମୀ ପେପର ମିଲରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ଵର: ଆଜି ବାଲେଶ୍ବରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ କେବଳ ଇମାମୀ ପେପର ମିଲରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ପେପର ମିଲରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୧ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ମିଲର ୩ ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରିଛି। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଦୁଲାଲସେନ ଜଗଦ୍ଦେବ ଏନେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆତ୍ମସମର୍ପଣ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୁଖ୍ୟ ସହଯୋଗୀ

ଭୁବନେଶ୍ବର: ଆଜି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୁଖ୍ୟ ସହଯୋଗୀ ୟାକୁବ ଆତ୍ମସମର୍ପଣ କରିଛି। ଆଜି ସେ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି। ହାଇଦର କଟକର ଏସସିବିରୁ ଫେରାର ହେବା ପୂର୍ବରୁ ୟାକୁବ ତାକୁ ସାକ୍ଷାତ କରିଥିଲା। ଏସସିବିରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ଖାଇବା ପାଇଁ ସେ ବିରିୟାନୀ ଦେଇଥିଲା। ପରେ ହାଇଦର ସେଠାରୁ ଫେରାର ହୋଇଥିଲା। ହାଇଦରକୁ ଧରିବା ପାଇଁ ଓଡିଶା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତାହାର ମୁଖ୍ୟ ସହଯୋଗୀ ୟାକୁବ ଆଜି ଚାଉଳିଆଗଞ୍ଜ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶାକୁ ଆସୁଛି ୨ ଲକ୍ଷ ୭୧ ହଜାର ଟୀକା ଡ଼ୋଜ

ଭୁବନେଶ୍ଵର: ଆଜି ଓଡ଼ିଶାକୁ ୨ ଲକ୍ଷ ୭୧ ହଜାର କୋଭାସିଲ୍ଡ ଟୀକା ଡ଼ୋଜ ଆସୁଛି। ଆଜି ୭୦୦ ଟୀକାକରଣ କେନ୍ଦ୍ର ବନ୍ଦ ରହିଥିବା ବେଳେ ୭୫୫ ଟି ଟୀକା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୮ ହଜାର ୯୧୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର ୯୧୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୦ ହଜାର ୧୭୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୧ ହଜାର ୯ ଆକ୍ଟିଭ୍‌ କେସ୍ ରହିଛି।