Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ସରକାରଙ୍କ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ବାଦ ପଡିଲା ଓଡିଆ ଭାଷା, ଆଇଟି ମନ୍ତ୍ରୀଙ୍କ ପ୍ରତିବାଦ

ଭୁବନେଶ୍ବର, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡିବା ଘଟଣା ନେଇ ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କ୍ଷୋଭ ପ୍ରକାଶ କରିଛନ୍ତି ଓ ଏହି ଘଟଣାର ସତ୍ୟାସତ ଅନୁଧ୍ୟାନ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ଓ କୌଣସି ପରିସ୍ଥିତିରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ସହ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲରୁ ଓଡ଼ିଆ ଭାଷା ବାଦ ପଡ଼ିଥିବା ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରୀ ବେହେରା ଗଭୀର ଉଦବେଗ ପ୍ରକାଶ କରିବା ସହ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ପିଲାମାନେ ଅନଲାଇନ ଶିକ୍ଷା ଉପରେ ବହୁଳ ଭାବେ ନିର୍ଭର କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ସମେତ ଅନେକ ଉପାନ୍ତ ଅଞ୍ଚଳରେ ନେଟୱର୍କ ସୁଦୃଢୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ସ୍ୱୟଂ ଅନଲାଇନ ଶିକ୍ଷା ପୋର୍ଟାଲ ଏକ ଭଲ ବ୍ୟବସ୍ଥା ଓ ଏଥିରେ ବିଜ୍ଞାନ, ବୈଷୟିକ, ଫର୍ମାସୀ, ସାମାଜିକ ବିଜ୍ଞାନ ଆଇନ।

ମ୍ୟାନେଜମେଣ୍ଟ ଆଦି ବିଷୟର ପାଠ୍ୟ ପୁସ୍ତକ ଆଇଆଇଟି, କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଏବଂ ଆଇଆଇଏସସିର ଅଭିଜ୍ଞ ଅଧ୍ୟାପକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ଓ ଶିକ୍ଷା ଗ୍ରହଣରେ ଭାଷା ଯେପରି ବାଧକ ନ ସାଜେ ତାହାକୁ ନଜରରେ ରଖି କେନ୍ଦ୍ର ଶିକ୍ଷା  ମନ୍ତ୍ରଣାଳୟ ଓଡ଼ିଆ ଭାଷା ସମେତ ମୋଟ ୧୦ ଟି ଭାଷାରେ ପାଠ୍ୟ ପୁସ୍ତକ ଉପଲବ୍ଧ କରିବା ନେଇ ଘୋଷଣା କରିଥିଲେ। ଏହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ତେବେ ଏଆଇସିଟିଇ ପକ୍ଷରୁ ପାଠ୍ୟ ପୁସ୍ତକ ଅନୁବାଦ ସମୟରେ ଓଡ଼ିଆ ଭାଷା ବାଦ ପଡ଼ିଥିବା ସାମ୍ନାକୁ ଆସିଛି। ଏସବୁକୁ ନେଇ କେନ୍ଦ୍ର ନିକଟରେ ଅଭିଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ମୌସୁମୀ, ବନ୍ୟା ଆଶଙ୍କାରେ ଜଳ ସଂପଦ ବିଭାଗର ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର, ଆଗାମୀ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ଫଳରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ବିଭାଗୀୟ ବ୍ୟାପକ ପ୍ରସ୍ତୁତି ସଂପର୍କରେ ଆଜି ଏକ ବୈଠକରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ସ୍ଥିତି ସମୀକ୍ଷା କରିଛନ୍ତି ।

ବୈଠକରେ ରାଜ୍ୟରେ ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଓ ଏହାର ପରିଚାଳନା, ନଦୀବନ୍ଧର ଦୃଢତା, ବନ୍ୟା ମୁକାବିଲା ପାଇଁ ଆବଶ୍ୟକ ବିଭିନ୍ନ ସ୍ଥାନରେ ବାଲିବସ୍ତା, ବଲ୍ଲା, ବାଉଁଶ ଆଦି ଉପକରଣର ମହଜୁଦ ସ୍ଥାନ ଓ ପରିମାଣ ଆଦି ସଂପର୍କରେ ପ୍ରମୁଖ ଶାସନ ସଚିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

“ଆକବର ମହାନ” ଲେଖି ହିନ୍ଦୁସେନା ଲଗାଇଲା ବିବାଦିତ ପୋଷ୍ଟର: ରୋଡର ନାମକୁ ମଧ୍ୟ କଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଦିଲ୍ଲୀ ଆକବର ରୋଡର ବିଭିନ୍ନ ସ୍ଥାନରେ “ଆକବର ମହାନ” କୁ ନେଇ ବିବାଦିତ ପୋଷ୍ଟର ଏବଂ ହୋର୍ଡିଙ୍ଗ ଲଗାଯାଇଛି। ପୋଷ୍ଟରରେ ଲେଖାଯାଇଛି କି, ଯେଉଁ ଆକବରକୁ ମହାନ କୁହାଯାଉଛି, ପ୍ରକୃତରେ ସେ ଜଣେ ବଳତ୍କାରୀ ଏବଂ ଆତଙ୍କବାଦୀ ଥିଲା। ନିଜର ଶାସନ କାଳରେ ଆକବର ହଜାର ହଜାର ହିନ୍ଦୁ ଝିଅଙ୍କୁ ଦୁଷ୍କର୍ମ କରିଥିଲା ଏବଂ ହିନ୍ଦୁମାନଙ୍କୁ ହତ୍ୟା କରିଥିଲା। ସେଥିପାଇଁ ହିନ୍ଦୁସେନା ଏହି ପୋଷ୍ଟର ଲଗାଇଛି।

ହିନ୍ଦୁସେନାର କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀ ପୋଲିସର ବ୍ୟାରିକେଡ଼ରେ ମଧ୍ୟ ଏହି ପୋଷ୍ଟର ଲଗାଇଦେଇଛି। ଏହାସହ ହିନ୍ଦୁସେନାର କାର୍ଯ୍ୟକର୍ତ୍ତାମାନେ ଆକବର ରୋଡର ନାମକୁ ବଳତ୍କାରୀ ଆକବର ମାର୍ଗ ଏବଂ ଆତଙ୍କବଦୀ ଆକବର ମାର୍ଗ ଲେଖିଛନ୍ତି। ପୋଷ୍ଟର ଉପରେ ହିନ୍ଦୁସେନା ଏବଂ ସୁରଜୀତ ଯାଦବଙ୍କର ନାମ ଲେଖାଯାଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଗ୍ରାହକ ଏବେ ହ୍ୱାଟ୍‌ସଆପ୍ ଜରିଆରେ କରିପାରିବେ ରିଚାର୍ଜ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଏବେଠାରୁ ହ୍ୱାଟ୍‌ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ। ସେଥିପାଇଁ ଜିଓ ଗ୍ରାହକଙ୍କୁ ୭୦୦୦୭୭୦୦୦୭ ନମ୍ବର ସେଭ୍ କରି ନିଜର ହ୍ୱାଟ୍‌ସଆପରୁ ‘ଐସ’ ବୋଲି ପଠାଇବାକୁ ପଡିବ।

ଏହି ସୁବିଧା ପ୍ରଦାନ ପାଇଁ ଜିଓ ହ୍ୱାଟ୍‌ସଆପ ସହିତ ସମନ୍ୱିତ ହୋଇ ବର୍ତ୍ତମାନର ସମୟରେ ଗ୍ରାହକ ସଶକ୍ତିକରଣ ନିମନ୍ତେ ସର୍ବାଧୁନିକ ଉତ୍ପାଦ ଆଣିଛି। ହ୍ୱାଟ୍‌ସଆପ ଘରେ ଘରେ ସୁପରିଚିତ ଏକ ନାମ ଏବଂ ଏବଂ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ ବ୍ୟବହାରକାରୀ ଦିନରେ ଏକାଧିକ ଥର ହ୍ୱାଟ୍‌ସଆପ୍ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏବଂ ଜିଓ ଗ୍ରାହକମାନେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଯେଭଳି ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ପ୍ରୟାସରେ ଜିଓ ବ୍ୟବହାରକାରୀମାନେ ଏଣିକି ହ୍ୱାଟ୍‌ସଆପ ଜରିଆରେ ସେମାନଙ୍କ ମୋବିଲିଟି, ଫାଇବର ଏବଂ ଜିଓମାର୍ଟ ଆକାଉଣ୍ଟର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିପାରିବେ। ରିଚାର୍ଜ କିମ୍ବା ଦେୟ ପ୍ରଦାନ ପାଇଁ ଇ-ୱାଲେଟ, ୟୁପିଆଇ, କ୍ରେଡିଟି ଓ ଡେବିଟ କାର୍ଡ ଆଦି ସମସ୍ତ ପ୍ରକାରର ଦେୟ ବିକଳ୍ପ ମଧ୍ୟ ଉପଲବ୍ଧ ହେଉଛି।

ଜିଓ ଗ୍ରାହକମାନେ ଯେଉଁସବୁ ସେବା ହ୍ୱାଟ୍‌ସଆପ୍ ଜରିଆରେ ପାଇପାରିବେ ସେଥିମଧ୍ୟରେ ରହିଛି ଜିଓ ସିମ୍ ରିଚାର୍ଜ, ନୂଆ ଜିଓ ସିମ୍ ଅଥବା ପୋର୍ଟ-ଇନ (ଏମ୍‌ଏନ୍‌ପି), ଜିଓ ସିମ୍ ସମ୍ପର୍କିତ ସହାୟତା, ଜିଓଫାଇବର ସମ୍ପର୍କିତ ସହାୟତା, ଆନ୍ତର୍ଜାତିକ ରୋମିଂ ପାଇଁ ସହାୟତା, ଜିଓମାର୍ଟ ପାଇଁ ସହାୟତା ଇତ୍ୟାଦି ଅନେକ କିଛି । ଏଥିସହିତ ଜିଓର ଏହି ହ୍ୱାଟ୍‌ସଆପ୍ ଚାଟ୍‌ବଟ୍ ଜରିଆରେ କୌଣସି ଅଂଚଳର କୋଭିଡ୍ ଭାକ୍ସିନ୍ କେନ୍ଦ୍ର ସୂଚନା, ଭାକ୍ସିନ୍ ଉପଲବ୍ଧତା ଇତ୍ୟାଦିର ସୂଚନା ମଧ୍ୟ ମିଳିପାରିବ।

ଜିଓ ବ୍ୟବହାରକାରୀ ଏହି ବୈଶିଷ୍ଟ୍ୟଗୁଡିକୁ ଏବେ ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ଏବଂ ଖୁବଶୀଘ୍ର ଏହା ଅଧିକ ଭାରତୀୟ ଭାଷାଗୁଡିକରେ ଉପଲବ୍ଧ ହେବ।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ: ପୁଣି ଉପରମୁହାଁ ହେଲା ସଂକ୍ରମଣ, ଆସନ୍ତାକାଲି ୭ଟି ସ୍ଥାନରେ ମିଳିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ, ଚିଲିକା ବ୍ଲକରେ ୧୭ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୦ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ, ଚିଲିକା ବ୍ଲକରୁ ୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୯୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୭ ଜଣ, ଚିଲିକା ବ୍ଲକରେ ୬୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ଚାଲୁ ରହିବ। ବାଣପୁର ମାଇନର ସ୍କୁଲ, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସୁନାଖେଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଆସନ୍ତାକାଲି ୧୦୦ ଗୋଟି ଲେଖାଏଁ ୪୦୦ ଟି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଈରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୦ ଗୋଟି ଲେଖାଏଁ ୩୦୦ ଟି ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୨୯୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୨୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୪୮, କଟକରୁ ୭୩୫, ଯାଜପୁରରୁ ୫୦୬, ପୁରୀରୁ ୪୭୩, ବାଲେଶ୍ବରରୁ ୪୫୨, ମୟୂରଭଞ୍ଜରୁ ୪୪୫, ଢେଙ୍କାନାଳରୁ ୩୯୯, କେନ୍ଦ୍ରାପଡାରୁ ୩୦୨, ନୟାଗଡରୁ ୨୭୦, କୋରାପୁଟରୁ ୨୪୭, ସୁନ୍ଦରଗଡରୁ ୨୪୩, ନବରଙ୍ଗପୁରରୁ ୨୧୫, ରାୟଗଡାରୁ ୨୦୮, ଜଗତସିଂହପୁରରୁ ୨୧୦, ଅନୁଗୁଳରୁ ୧୯୯, କେନ୍ଦୁଝରରୁ ୧୯୪, ସମ୍ବଲପୁରରୁ ୧୯୩, ବରଗଡରୁ ୧୮୬, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୬, ବୌଦ୍ଧରୁ ୧୪୭, ସୋନପୁରରୁ ୧୨୫, ମାଲକାନାଗିରିରୁ ୧୨୨, ବଲାଙ୍ଗୀରିରୁ ୧୧୩, ବଲାଙ୍ଗୀରିରୁ ୧୧୩, କନ୍ଧମାଳରୁ ୧୦୨, ଝାରସୁଗୁଡାରୁ ୯୦, ଦେବଗଡରୁ ୮୦, ଗଜପତିରୁ ୬୩, ନୂଆପଡାରୁ ୩୭ ଏବଂ ଷ୍ଟେଟ ପୁଲରୁ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୭୨ ହଜାର ୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୬୪ ହଜାର ୬୭୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୩୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୬୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦେବୀ ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ କାମାକ୍ଷା ମଧ୍ୟରେ ଚାଲିବ ଏକ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, ପୁରୀ ଏବଂ କାମାକ୍ଷା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଅଛି। ସେହି ଅନୁସାରେ ଏହି ଟ୍ରେନଟି ନିମ୍ନ ନିର୍ଦ୍ଧାରିତ ସମୟ ମଧ୍ୟରେ ଚଳାଚଳ କରିବ।

୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ମାସ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୮ଘ ୧୦ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୨୨ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଘ.୫୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପଯ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ସାକ୍ଷୀଗୋପଳ, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ବାଲେଶ୍ୱର, ହ୍ୱିଜିଲି, ମେଦିନପୁର, ଆସନସୋଲ, ଦୁର୍ଗାପୁର, ରାମପୁର ହାଟ, ନ୍ୟୁ ଜଲପାଈଗୁଡ଼ି ଓ ରଙ୍ଗିଆ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୬୮: ସୁସ୍ଥ ହେଲେ ୧୧୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୬୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୬୮୫ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୬ ହଜାର ୨୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୬୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ କଲା ଟାଙ୍ଗୀ ପୋଲିସ୍: ଗାଡି ଜବତ, ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକରୁ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ଟାଙ୍ଗୀ ପୋଲିସ୍ ପର୍ଦ୍ଦାଫାଶ୍ କରିଛି। ଲୁଟ୍ ପିକଅପ ଭ୍ୟାନ ସହ ୩ ଲୁଟେରାକୁ ପୋଲିସ ଗିରଫ କରିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବାଲୁଗାଁ ଏସଡ଼ିପିଓ ମାନସ ରଂଜନ ବାରିକ ସୂଚନା ଦେଇଛନ୍ତି।

ଏସଡ଼ିପିଓଙ୍କ ସୂଚନା ମୁତାବକ ଗତ ୩ ତାରିଖ ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକରେ ବ୍ରହ୍ମପୁର ଗୋଳନ୍ଥରାରୁ ଜଳେଶ୍ୱର ନେଇ ଯାଉଥିବା ଅଣ୍ଡା ବୋଝେଇ ପିକ୍ ଅପ୍ ଭ୍ୟାନ (ଓଡ଼ି-୦୧ ଏସି- ୧୭୭୨) କୁ ଲୁଟେରାମାନେ ଲୁଟି ନେଇଥିଲେ। ୩ଟି ବାଇକ୍ ରେ ୬ ଜଣ ଲୁଟେରା ଆସି ଗାଡି ଚାଳକଙ୍କୁ ମାଡ ମାରି  ଲୁଟେରାମାନେ ଲୁଟି ନେଇଥିଲେ।

ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ମିଶାଇ ତିନି ଗୋଟି ଟିମ ତିଆରି କରିଥିଲେ। ଉକ୍ତ ଟିମ କୁ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆ ପରିଚାଳନା କରିଥିବାବେଳେ ଉକ୍ତ ଟିମ ଖୋର୍ଦ୍ଧା ଜିଲ୍ଲାରେ ଏବଂ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା।

ତେବେ ଗତକାଲି ଟାଙ୍ଗୀ ପୋଲିସ୍ ଉକ୍ତ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ପିକଅପ ଭ୍ୟାନ,ଗୋଟିଏ ବାଇକ୍,୩ ଟି ମୋବାଇଲ ଫୋନ୍ ଏବଂ ୧୨୦୦ ଟଙ୍କା ଜବତ କରିଛି। ଗିରଫ ଲୁଟେରାମାନେ ହେଲେ ରଣପୁରର ଶେଖ୍ ଇମରାନ, ଖୋର୍ଦ୍ଧାର ମହମ୍ମଦ ସାବିର୍ ଓ ଜଟଣୀର ଅଂଚଳର ଶେଖ ସନୱାର ଓରଫ ସୋନୁ। ଆଜି ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ ଉକ୍ତ ଘଟଣାର ତଦନ୍ତ ଜାରିରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା: ଏହି ଗ୍ରାମଗୁଡିକରେ ଆସନ୍ତାକାଲି ଠାରୁ ୭ ଦିନ ଯାଏଁ ଦୈନିକ ୫ ଘଣ୍ଟା ଲେଖାଏଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀର କିଛି ଗ୍ରାମରେ ଆସନ୍ତାକାଲି ଜୁନ ୧୧ ଶୁକ୍ରବାର ଠାରୁ ଗୁରୁବାର ଜୁନ ୧୭ (ସାତ ଦିନ) ପର୍ଯ୍ୟନ୍ତ ଦୈନିକ ସକାଳ ୮ ରୁ ଅପରାହ୍ନ ୧ ଘଟିକା ଯାଏଁ (ପାଞ୍ଚ ଘଣ୍ଟା) ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ।

୧୧ କେଭି ତାର ମରାମତି ନିମନ୍ତେ ଉକ୍ତ ଗ୍ରାମଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଟିପିସିଓଡ଼ିଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ବୋଇତହୁଡ଼ା ଠାରୁ ପାରୀକଂସାରୀ ଯାଏଁ ଯାଇଥିବା ବିଦ୍ୟୁତ କନେକ୍ସନ ଅଧୀନରେ ଥିବା ଗ୍ରାମ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରହିବ।

ତେବେ ବିଦ୍ୟୁତ ସରବରାହ ବନ୍ଦ ରହିବାକୁ ଥିବା ଗ୍ରାମଗୁଡିକ ହେଲା ବିଷ୍ଣୁଡିହ, ଖଣତ, ଧୁଆଁଳ, କୋତରି, ଦୀକ୍ଷୀତପଡ଼ା, ପାରିକଂସାରୀ, ମହାକାଳପଡ଼ା, ପାଇକୋଷଡିହ, ବ୍ରାହ୍ମଣକୋଷଡିହ, ଦାମୋଦରପୁର ଏବଂ ସୋଲରୀ ଢ଼ାବା। ସେଥିପାଇଁ ସମ୍ପୃକ୍ତ ଗ୍ରାମଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ଆଜି ସୂଚନା ଦିଆଯାଇଥିବାର ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା: ପୁରୀ ବ୍ୟତୀତ ରାଜ୍ୟର ସବୁ ମନ୍ଦିରରେ କେବଳ ନୀତିକାନ୍ତି

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଜି ଏକ ପ୍ରେସ ବିବୃତ୍ତି ରଖିଛନ୍ତି। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହେବ। ପୁରୀ ବ୍ୟତୀତ ରାଜ୍ୟରେ ସବୁ ମନ୍ଦିରରେ ରଥଯାତ୍ରା ବନ୍ଦ ରହିବ। ସବୁ ମନ୍ଦିରରେ କେବଳ ନୀତିକାନ୍ତି ପାଇଁ ଅନୁମତି ରହିଛି।

ତେବେ ପୁରୀରେ ଯେଉଁ ସେବାୟତମାନେ ରଥ ଯାତ୍ରାରେ ସାମିଲ ହେବେ, ସେମାନେ ଦୁଇ ଡୋଜ ଟୀକା ନେଇଥିବା ଆବଶ୍ୟକ। ଏବଂ ଆରଟିପିସିଆର ଟେଷ୍ଟ ରିପୋର୍ଟରେ ନେଗେଟିଭ ସେବାୟତଙ୍କୁ ରଥଯାତ୍ରାରେ ଅନୁମତି ମିଳିବ। ରଥଯାତ୍ରା ସମୟରେ କରୋନା କଟକଣାକୁ ମାନିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ସାମାଜିକ ଦୁରତ୍ଵ ଏବଂ ମାସ୍କ ପରିଧାନ କରିବା ଅନିବାର୍ଯ୍ୟ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟାରେ ଗାଈମଇଁଷି ମରିଥିଲେ ୩୦ ହଜାର,ଅନ୍ୟ ପଶୁଙ୍କ ପାଇଁ ୨୫ ହଜାର, ନବୀନଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର ପଶୁ ସଂପଦ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶୁ ସଂପଦ ପ୍ୟାକେଜରେ କଣ ଅଛି

1- ବାତ୍ୟାରେ ଦୁଧିଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ଖୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ) ଦିଆଯିବ । ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ – ପ୍ରତି ବାଛୁରୀ ପାଇଁ ୧୬,୦୦୦ ଟଙ୍କା, ୩୦ଟି ଛେଳି ଓ ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ।

2- ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ।

3- ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

4- ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ ବା ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।

5- ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।

6- ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।

7- କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟି ବନ୍ଧ ଆଦିର ମରାମତି ଓ ରକ୍ଷଣା ବେକ୍ଷଣ ସହିତ ଗାଈ ଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା,ଜାଣନ୍ତୁ କଣ ଅଛି

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୃଷିକ୍ଷେତ୍ର –

1-୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀ ଙ୍କୁ ହେକ୍ଟର ର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩,୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮,୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ। ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ। କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ।

2-ସବୁଦିନିଆ ଫସଲ ପାଇଁ ଚାଷୀ ମାନଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ।

3-ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ। ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ।

4-ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ଏକ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର‌୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

5-ଖରିଫ ଋତୁରେ ଧାନ,ଝୋଟ ଓ ଡାଲିଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର‌୍ୟ୍ୟକ୍ରମ ଗ୍ରହଣ କରାଯିବ।

6-ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀ ମାନଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ।

7-୬୦,୦୦୦ ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ।

8-ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆଇ ଦିଆଯିବ।

9-ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ। ପମ୍ପସେଟ୍ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫,୦୦୦ ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ।

10-ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ କେତେକ ସ୍ଥାନରେ ଜମିରେ ଲୁଣି ପାଣି ମାଡିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ଏପରି ଜମିର ପୋଷକତତ୍ତ୍ବର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ (Nutrient Management & Soil Ameliorants) ହେକ୍ଟର ପିଚ୍ଛା ୭୫୦ ଟଙ୍କା ସହାୟତା ଦିଆଯିବ। ସମୁଦାୟ ୧୦ ହଜାର ହେକ୍ଟର ଜମି ପାଇଁ ସହାୟତା ପ୍ରଦାନ କରାଯିବ।

11-ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫,୦୦୦ ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ।

12-୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ।

13-ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦,୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ପ୍ରଦାନ କରାଯିବ।

14-କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍ ମାଗଣାରେ ଯୋଗାଇ ଦିଆଯିବ।

15-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ।

16-କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ବାୟୁ: ଆଗାମୀ ୪ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁଛି। ଆଗାମୀ ୪୮ ଘଣ୍ଟା ଭିତରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଚଳିତ ବର୍ଷ ମୌସୁମୀ ଓଡିଶାରେ ପହଞ୍ଚିଛି। ଓଡିଶାରେ ୧୦ ତାରିଖରୁ ୧୪ ତାରିଖ ଭିତରେ ମୌସୁମୀ ଛୁଇଁବ ବୋଲି ପୂର୍ବରୁ ପାଣିପାଗ କେନ୍ଦ୍ର ଆକଳନ କରିଥିଲା।

ତେବେ ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏଁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଏବଂ ଭୁସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

ଜିତିନି ପ୍ରସାଦ ବିଜେପିରେ ମିଶିବା ପରେ ଅନ୍ୟତମ କଂଗ୍ରେସ ଯୁବ ନେତା ସଚିନ ପାଇଲଟଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ଉତ୍ତର ପ୍ରଦେଶ କଂଗ୍ରେସର ଜଣେ ଟାଣୁଆ ନେତା ହେଉଛନ୍ତି ଜିତିନି ପ୍ରସାଦ। ଗତକାଲି ସେ ରାହୁଲଙ୍କ ହାତ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହି ଘଟଣା ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଯୁବ ନେତା ସଚିନ ପାଇଲଟ ବୟାନକୁ ନେଇ ଚାଲିଛି ଚର୍ଚ୍ଚା। ସଚିନ କହିଛନ୍ତି ଯେ ଜିତିନି କଂଗ୍ରେସ ଛାଡିବା ନିଶ୍ଚିତ କ୍ଷତିକାରକ, ଏ ନେଇ ଏଆଇସିସି ଗମ୍ଭୀର ଭାବେ ଚିନ୍ତା କରିବାର ଥିଲା।

ସଚିନଙ୍କ ଏପରି ବୟାନ ଜାତୀୟ ରାଜନୀତିରେ ଯେତିକି ଚର୍ଚ୍ଚା ହେଉ ନାହିଁ କଂଗ୍ରେସ ଦଳ ଭିତରେ ଚାଲିଛି ମାନସ ମନ୍ଥନ। କାରଣ ବହୁଦିନ ଧରି ରାଜସ୍ଥାନରେ କଂଗ୍ରେସ ରାଜନୀତିକୁ ନେଇ ସଚିନ ପାଇଲଟ ଅସନ୍ତୁଷ୍ଠ ଅଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହିତ ତାଙ୍କର ବିବାଦ ଲାଗି ରହିଛି। ଏହିପରି ସମୟରେ ସଚିନଙ୍କ ଏହି ବୟାନ ବହୁ ଦିଗକୁ ଇଙ୍ଗିତ କରୁଛି।

ଜାତୀୟ ରାଜନୈତିକ ବିଶେଷଜ୍ଞଙ୍କ ଅନୁସାରେ ସଚିନ ହୁଏତ କୌଣସି ମୂହୁର୍ତ୍ତରେ କଂଗ୍ରେସକୁ ବାଏ ବାଏ କରି ଦେଇପାରନ୍ତି। ପୂର୍ବରୁ ସେ ଏ ନେଇ କେତେଥର ପଦକ୍ଷେପ ନେଇଥିଲେ। ହେଲେ କଂଗ୍ରେସର ବରିଷ୍ଠ ନେତାଙ୍କ ବୁଝାସୁଝା ପରେ ସେ ରାସ୍ତାକୁ ଆସିଛନ୍ତି। କିନ୍ତୁ ସେ ଭିତରେ ଭିତରେ ଅସନ୍ତୁଷ୍ଠ ଥିବାର ସମସ୍ତେ ଜାଣନ୍ତି। ସେଥିପାଇଁ ସେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନି ପ୍ରସାଦଙ୍କ ପଥ ଅନୁସରଣ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଏକଦା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଜିତିନି ପ୍ରସାଦ ରାହୁଳ ଗାନ୍ଧୀଙ୍କ ଅତି ଘନିଷ୍ଠ ଥିଲେ। ରାହୁଳ ଯୁବ ନେତୃତ୍ବକୁ ପ୍ରାଧ୍ୟାନ୍ୟ ଦେବା ପାଇଁ ଏହି ଦୁଇ ନେତାଙ୍କ ସହ ସଚିନଙ୍କୁ ମଧ୍ୟ ଗୁଡବୁକରେ ରଖିଥିଲେ। ହେଲେ ସଚିନ ବିଭିନ୍ନ ସମୟରେ ଅସନ୍ତୁଷ୍ଠତା ଲକ୍ଷଣ ପ୍ରକାଶ କରିବା ଯୋଗୁଁ ରାହୁଲଙ୍କ ଶୁଭ ଦୃଷ୍ଟି ଆଉ ତାଙ୍କ ଉପରେ ନାହିଁ।

ଅନ୍ୟପଟେ କଂଗ୍ରେସର ଟାଣୁଆ ନେତାଙ୍କୁ ବିଜେପି ନିଜ ଦଳକୁ ଆଣିବାରେ ବେଶ୍ ଧୁରନ୍ଧର। ଜ୍ୟୋତିରାଦିତ୍ୟ ଏବଂ ଜିତିନିଙ୍କୁ କଂଗ୍ରେସ ଗଡ ଭାଙ୍ଗି ନିଜ ପଟକୁ ଆଣିବାରେ ବିଜେପି ସକ୍ଷମ ହୋଇପାରିଛି। ସେହିପରି କଂଗ୍ରେସରେ ଅସନ୍ତୁଷ୍ଠ ଥିବା ସଚିନ ପାଇଲଟଙ୍କୁ ମଧ୍ୟ ବିଜେପି ମୁହାଁ କରାଇବା ଦଳ ପାଇଁ ବଡ କଥା ନୁହେଁ ବୋଲି ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ଅସରାଏ ବର୍ଷା ହେଲେ ବିଧାରପୁର ଛକରେ ଜମୁଛି ଆଣ୍ଠୁଏ ପାଣି, ପ୍ରଶାସନ ପାଲଟିଛି ନିଦାବିଷ୍ଣୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ର ପ୍ରମୁଖ ସ୍ଥଳୀ ବୋଲାଉଥୁବା ବିଧାରପୁର ଛକ ମରଣଯନ୍ତା ପାଲଟିଛି। ଉକ୍ତ ଛକରେ ଅସରାଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ପାଣି। ତେବେ ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଅଛି।

ସୂଚନା ମୁତାବକ ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷାପାଣି ସବୁ ବିଧାରପୁର ଗ୍ରାମକୁ ଯାଉଥିଲା।  ତେଣୁ କିଛି ଦିନ ତଳେ ଗାଲୁଆ ପଞ୍ଚାୟତ ପକ୍ଷରୁ ବିଧାରପୁର ରାସ୍ତାକୁ ଉଚ୍ଚା କରାଯାଇଥିବାରୁ ବର୍ତ୍ତମାନ ବର୍ଷାପାଣି ନିଷ୍କାସିତ ହୋଇନପାରି ପାଣ୍ଡିରିପଦର ଛକରେ ଜମିରହୁଛି। ଯାହାଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଏପରିକି ବେଳେ ବେଳେ ଉକ୍ତ ଛକରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ଯାହାର ଶିକାର ସାଧାରଣ ଜନତା ହେଉଛନ୍ତି।

ଅପରପକ୍ଷେ ପ୍ରଶାସନ ବର୍ତ୍ତମାନ କୋଭିଡ଼ ଫାଇନ କାଟିବାରେ ବ୍ୟସ୍ତଥିବାବେଳେ ଉକ୍ତ ଜଟିଳ ସମସ୍ୟା ପ୍ରଶାସନଙ୍କୁ ବରକୋଳି ଫଳ ସଦୃଶ ଲାଗୁଛି। ନିତିଦିନ ଉକ୍ତ ରାସ୍ତା ଦେଇ ଖୋଦ ବାଣପୁର ତହସିଲଦାର, ବିଡ଼ିଓ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବରାବର ଚଳପ୍ରଚଳ କରୁଥିଲେ ମଧ୍ୟ ଉକ୍ତ ସମସ୍ୟାକୁ ଦେଖି ନଦେଖିଲା ପରି ରହୁଛନ୍ତି।

ଆଜିଠାରୁ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବାବେଳେ ଏହାର ପ୍ରଭାବ ମଧ୍ୟ ବାଣପୁରରେ ଦେଖିବାକୁ ମିଳିଲାଣି। କୋଭିଡ଼କୁ ପ୍ରତିହିତ ପାଇଁ ସରକାର ପରିଷ୍କାର, ପରିଛନକୁ ସର୍ବାଗ୍ରେ ଗୁରୁତ୍ୱ ଦେଉଥିବାବେଳେ ଯଦି ଉକ୍ତ ଅଞ୍ଚଳରେ ଏପରି ଜଳବନ୍ଦୀ ସମସ୍ୟା ଲାଗି ଭବିଷ୍ୟତରେ କୋଭିଡ ସଂକ୍ରମଣ ବ୍ୟାପେ ତାହାହେଲେ ସେଥିଲାଗି କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ତେବେ ଏସମସ୍ୟା ନେଇ ଆମ ପ୍ରତିନିଧି ପୂର୍ତ୍ତବିଭାଗ ଏସଡ଼ିଓ ଶ୍ଵେତା ଦାସଙ୍କୁ ପଚାରିବାରୁ ସେ ପୂର୍ବରୁ ଉକ୍ତ ସମସ୍ୟା ସହ ଅବଗତ ଥିବାର ସ୍ୱୀକାର କରିଛନ୍ତି। ଏହାର ସ୍ଥାୟୀ ସମାଧାନ ନିମନ୍ତେ ଏକ ପ୍ରସ୍ତାବ ବିଭାଗକୁ ଅନୁମୋଦନ ପାଇଁ ଯାଇଥିବାର ସୂଚନା ଦେଇଛନ୍ତି। ହେଲେ ବର୍ତ୍ତମାନ ଏହାର ଅସ୍ଥାୟୀ ପ୍ରତିକାର ଯଥାଶୀଘ୍ର କରିବା ପାଇଁ ଆମ ପ୍ରତିନିଧି ଏସଡ଼ିଓଙ୍କୁ ଅନୁରୋଧ କରିବାରୁ ଦୁଇ ଘଣ୍ଟା ଭିତରେ ଉକ୍ତ ରାସ୍ତାରୁ ଜଳ ନିଷ୍କାସନ ହୋଇଯିବ ବୋଲି ସୁଶ୍ରୀ ଦାସ ପ୍ରତିଶୃତି ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିବେ ରାଜନୀତି, 2024 ନିର୍ବାଚନ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି

ଭୁବନେଶ୍ବର, ସାଂସଦ ଅନୁଭବ ମହାନ୍ତିଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ରାଜନୀତି କରିବେ। ତେବେ ଏହା ବର୍ଷାଙ୍କର କୌଣସି ଘୋଷଣା ନୁହେଁ, ବରଂ ତାଙ୍କର ହାବଭାବ ଦେଖି ସ୍ପଷ୍ଟ ହୋଇଛି ଯେ, ବର୍ଷା କେଉଁ ମୂର୍ହୁତରେ ରାଜନୈତିକ ମଞ୍ଚକୁ ଲମ୍ପ ପ୍ରଦାନ କରିବେ। ତାଙ୍କର ନିକଟତମ ମହଲର କହିବା ଅନୁସାରେ ବର୍ଷା 2024 ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ କାମ ଆରମ୍ଭ କରିଛନ୍ତି। ତେବେ ବର୍ଷା ରାଜନୀତି କରିବାର କେତେକ କାରଣ ଆମେ ଏଠାରେ ଉପସ୍ଥାପିତ କରୁଛୁ।

ପ୍ରଥମ କଥା ହେଲା ବର୍ଷାଙ୍କର ରାଜନୀତି କରିବାର ବାସ୍ନା ତାଙ୍କ ସୋସିଆଲ ମିଡିଆରୁ ସ୍ପଷ୍ଟ ବାରି ହୋଇପଡୁଛି। ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏକ ବ୍ୟାନର ଆଗରେ ଛିଡା ହୋଇଥିବା ଫଟୋ ସେ ସୋସିଆଲ ମିଡିରେ ସେୟାର କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଣ୍ଡିୟମର ନବୀକରଣ କାର୍ଯ୍ୟ ଶିଳାନ୍ୟାସ କରିବା ସମୟର ହେଉଛି ସେହି ଫଟୋ। ନବୀନଙ୍କ ଫଟୋକୁ ବ୍ୟାକଗ୍ରାଉଣ୍ଡ କରି ଫଟୋ ନେବା ଏବଂ ସୋସିୟାଲ ମିଡିଆରେ ସେୟାର କରିବାର ଆଗ୍ରହକୁ ପ୍ରମାଣିତ କରିଛି ଯେ ‘ତମ ଭିତରେ କିଛି ଅଛି କି’ ?

ସେତିକି ନୁହେଁ, ଅନୁଭବଙ୍କ ସହିତ ବିବାଦ ଆରମ୍ଭ ହେବାର କିଛି ମାସ ପରେ ପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ମଧ୍ୟ ହାତ ଦେଇଛନ୍ତି। ପରିବାରର ଭିତରେ ଅଶାନ୍ତି ଥିଲେ ମଧ୍ୟ ସେ ଏହି ସାମାଜିକ କାର୍ଯ୍ୟ କରିବା ପଛରେ ରାଜନୈତିକ ବାସ୍ନା ବାରି ହୋଇପଡୁଛି। ପ୍ରଥମେ ବର୍ଷା କଟକର କେତେକ ସେଚ୍ଛାସେବୀ ତଥା ସାମ୍ବାଦିକଙ୍କ ସହଯୋଗରେ ବିଭିନ୍ନ ପାଠାଗାରକୁ ପୁସ୍ତକ ପ୍ରଦାନ କାର୍ଯ୍ୟ ଆରମ୍ଭ କଲେ। ଏହା ଦ୍ବାରା ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ବହୁତ ସ୍ବାଗତ ମଧ୍ୟ କରାଗଲା।

ମାଗଣା ପୁସ୍ତକ ବଣ୍ଟନ ସହିତ ସେ କରୋନା ସମୟରେ ଗରିବ ଲୋକଙ୍କୁ ଖାଇବା ମଧ୍ୟ ପ୍ରଦାନ କରିବାରେ ଲାଗିଛନ୍ତି। ସେ ଯେଉଁ ସ୍ଥାନକୁ ଯାଉଛନ୍ତି ସେଠାକାର ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରୁଛନ୍ତି। ଯାହା ଫଳରେ ତାଙ୍କ ପ୍ରଶଂସକମାନେ ବର୍ଷାଙ୍କର ଏହି କାର୍ଯ୍ୟକୁ ବେଶ୍ ପ୍ରଶଂସା ମଧ୍ୟ କରୁଛନ୍ତି। ନିକଟରେ ବର୍ଷା ରେଳ ଷ୍ଟେସନରେ କୁଲି ତଥା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ ମଧ୍ୟ କରିଥିଲେ। ଏହି କାର୍ଯ୍ୟ ପାଇଁ ସେ ସମ୍ମାନିତା ନାମିତ ଏକ ସଂସ୍ଥା ସହିତ ଜଡିତ ମଧ୍ୟ ହୋଇଛନ୍ତି।

ବର୍ତ୍ତମାନ ବର୍ଷାଙ୍କର ଅଭିନେତା ସ୍ବାମୀ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ବିବାହ ବିଚ୍ଛେଦ ମାମଲା ଚାଲିଛି। ଏଥିପାଇଁ ଅନୁଭବକୁ ବର୍ତ୍ତମାନ ବିଜେଡି ଏକ ଘରକିଆ କରିଦେଇଛି। ଏହି ଘଟଣା ପରେ ଅନୁଭବଙ୍କୁ ଦଳ କୌଣସି ଦଳୀୟ କାର୍ଯ୍ୟକ୍ରମରେ ସ୍ଥାନିତ କରୁ ନାହିଁ। ତିନୋଟି ଉପନିର୍ବାଚନରେ ବିଜେଡି ଅନୁଭବଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛନ୍ତି। ଏହାର ସୁଯୋଗ କୁଆଡେ ବର୍ଷାଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୪ ହାଜର ୫୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୪ ହଜାର ୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬ ହଜାର ୧୪୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୬୭ ହଜାର ୯୫୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୪ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୧୬୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୬୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ, କଟକ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁ,  ବଲାଙ୍ଗୀରି, ପୁରୀ, ରାୟଗଡା, ସୁନ୍ଦରଗଡ ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଦେବଗଡ, ଢେଙ୍କାନାଳ, କେନ୍ଦ୍ରାପଡା, ସମ୍ବଲପୁର ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୬୪ ହଜାର ୬୭୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୩୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୬୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୬ ହଜାର ୯୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୪୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୫୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୭ ହଜାର ୨୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୬୪ ହଜାର ୬୭୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୩୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୧୭ ଜଣ, କଟକ ଜିଲ୍ଲାରୁ ୬୪୭, ଅନୁଗୁଳ ଜିଲ୍ଲାରୁ ୨୯୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୯୨ ଜଣ, ବରଗଡ ଜିଲ୍ଲାରୁ ୧୦୭ ଜଣ, ଭଦ୍ରକ ଜିଲ୍ଲାରୁ ୨୪୬, ବଲାଙ୍ଗୀରି ଜିଲ୍ଲାରୁ ୭୭, ବୌଦ୍ଧ ଜିଲ୍ଲାରୁ ୧୩୦, ଦେବଗଡ ଜିଲ୍ଲାରୁ ୨୮, ଢେଙ୍କାନାଳ ଜିଲ୍ଲାରୁ ୭୩ ଜଣ, ଗଜପତି ଜିଲ୍ଲାରୁ ୪୮ ଜଣ, ଗଞ୍ଜାମ ଜିଲ୍ଲାରୁ ୪୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨୬ ଜଣ, ଯାଜପୁର ଜିଲ୍ଲାରୁ ୪୩୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୪୨ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୧୧୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୫୩ ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୩ ଜଣ, କୋରାପୁଟ ଜିଲ୍ଲାରୁ ୧୨୬ ଜଣ, ମାଲକାନାଗିରି ଜିଲ୍ଲାରୁ ୮୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୯୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୪୬ ଜଣ, ନୟାଗଡ ଜିଲ୍ଲାରୁ ୧୨୦ ଜଣ, ନୂଆପଡା ଜିଲ୍ଲାରୁ ୧୭ ଜଣ, ପୁରୀ ଜିଲ୍ଲାରୁ ୨୯୧ ଜଣ, ରାୟଗଡା ଜିଲ୍ଲାରୁ ୧୨୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୧ ଜଣ, ସୋନପୁର ଜିଲ୍ଲାରୁ ୬୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୦୮ ଜଣ ଏବଂ ଷ୍ଟେଟ ପୁଲରୁ ୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଆଜି ହେଉଛି ସୂର୍ଯ୍ୟ ପରାଗ, ଭାରତର ଏହି ଦୁଇଟି ସ୍ଥାନରେ ଦେଖାଯିବାର ରହିଛି ସମ୍ଭାବନା

ଭୁବନେଶ୍ବର, ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଜି ଘଟିବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଜ୍ୟେଷ୍ଠ ମାସରେ କୃଷ୍ଣ ପକ୍ଷ ଅମାବାସ୍ୟାରେ ହେବ। ଏହି ଦିନଟି ମଧ୍ୟ ସୂର୍ଯ୍ୟ ପୁତ୍ର ଶନିଙ୍କ ଜନ୍ମ ଦିନ। ଏହିଦିନ ସାବ୍ରିତୀ ବ୍ରତ ମଧ୍ୟ ପାଳନ କରାଯିବ।

ତେବେ ଏହି ସୂର୍ଯ୍ୟ ପରାଗର ବିଶେଷ ମହତ୍ତ୍ୱ ଭାରତରେ ରହିଛି। କାରଣ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ଗ୍ରହଣର ସମୟ ଦିନ 01.42 ରୁ ଆରମ୍ଭ ହୋଇ ଅପରାହ୍ନ 06.41 ପର୍ଯ୍ୟନ୍ତ ରହିବ। 

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ କେଉଁଠାରେ ଦେଖାଯିବ

ଆଜି ହେବାକୁ ଥିବା ସୂର୍ଯ୍ୟ ପରାଗ ଉତ୍ତର-ପୂର୍ବ ଆମେରିକା, ୟୁରୋପ, ଏସିଆ, ଆଟଲାଣ୍ଟିକ୍ ମହାସାଗରର ଉତ୍ତର ଭାଗରେ ଆଂଶିକ ଦୃଶ୍ୟମାନ ହେବ | ତେବେ ଗ୍ରୀନଲ୍ୟାଣ୍ଡ, ଉତ୍ତର କାନାଡା ଏବଂ ଋଷରେ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ଦେଖାଯିବ। ଏହି ସୂର୍ଯ୍ୟ ଗ୍ରହଣ କେବଳ ଭାରତର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ।

ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଅରୁଣାଚଳ ପ୍ରଦେଶ ଏବଂ ଲଦାଖର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ତେବେ ସୂର୍ଯ୍ୟ ଅସ୍ତ ହେବା ବେଳକୁ ଏହି ଦୁଇ ସ୍ଥାନରେ ଦେଖିଯିବ ବୋଲି ଜଣାପଡିଛି। ତେବେ ତାହା ପରାଗର ଅବସ୍ଥିତି ଉପରେ ନିର୍ଭର କରୁଛି।

ଭାରତରେ ଏହି ସୂର୍ଯ୍ୟ ପରାଗର କଣ ରହିବ ପ୍ରଭାବ

ଜ୍ୟୋତିଷମାନେ ଏହି ସୂର୍ଯ୍ୟ ଗ୍ରହଣକୁ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ବୋଲି ବର୍ଣ୍ଣନା କରିଛନ୍ତି। ଏହି କାରଣରୁ, ସୂର୍ଯ୍ୟ ଉପରେ ସମୁଦାୟ ଚନ୍ଦ୍ରଗ୍ରହଣର ଦୃଶ୍ୟ ଭାରତରେ ଦେଖାଯିବ ନାହିଁ, କିନ୍ତୁ ଯେଉଁ ଦେଶ ବା ଅଞ୍ଚଳ ଯେଉଁଠାରେ ସୂର୍ଯ୍ୟ ପରାଗର ମୂଳ ରୂପ ଦୃଶ୍ୟମାନ ହେବ ତାହା ଆକର୍ଷଣୀୟ ତଥା ରୋମାଞ୍ଚକର ମଧ୍ୟ ହେବ।

ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ, ଏଥର ସୂର୍ଯ୍ୟଙ୍କ ମଧ୍ୟ ଭାଗରେ ଚନ୍ଦ୍ର ଆସିବା ହେତୁ 99 ପ୍ରତିଶତ ଲୁଚି ରହିବେ, ଏହି କାରଣରୁ ସୂର୍ଯ୍ୟଙ୍କ ରୂପ ‘ରିଙ୍ଗ ଅଫ୍ ଫାୟାର’ ହୋଇଯିବ। ଦିନ ହୋଇଥିଲେ ମଧ୍ୟ କିଛି ସମୟ ପାଇଁ, କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ରାତି ପରି ଅନ୍ଧାର ରହିବ।

ସୂର୍ଯ୍ୟ ପରାଗ ବେଳେ ଭାରତରେ ପୂଜା ବିଧି କିପରି ହେବ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଶନିଙ୍କୁ ସୂର୍ଯ୍ୟଙ୍କ ପୁତ୍ର ବୋଲି କୁହାଯାଏ। ଯଦି ସୂର୍ଯ୍ୟଙ୍କୁ ଶକ୍ତିଶାଳୀ ବୋଲି ଧରାଯାଏ, ତେବେ ଶନିଙ୍କ ପ୍ରଭାବ ତୀକ୍ଷ୍ଣ ବୋଲି ଧରାଯାଏ।  ଜ୍ୟୋତିଷମାନେ ବିଶ୍ବାସ କରନ୍ତି ଯେ ଯଦିଓ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ହେବ, ତଥାପି ଏହା ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବ।

ଯଦିଓ ଏହି ସୂର୍ଯ୍ୟ ପରାଗ ପାଇଁ ସୂତାକ ଅବଧି ବୈଧ ହେବ ନାହିଁ, ସେଥିପାଇଁ ଏହି ସୂର୍ଯ୍ୟ ଗ୍ରହଣ ଉପରେ କୈଣସି ପ୍ରକାରର ଧାର୍ମିକ ଏବଂ ଶୁଭ କାର୍ଯ୍ୟ ଉପରେ ପ୍ରତିବନ୍ଧକ ରହିବ ନାହିଁ। ଏହି ଦିନ ସାବିତ୍ରୀ ବ୍ରତ ପଡୁଥିବାରୁ ସଧବାମାନେ ଏହି ବ୍ରତ ପାଳନ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।