Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପୁଣିଥରେ ଦୁବାଇରେ ଖେଳାଯିବ ଆଇପିଏଲ-୧୪!: ଜାଣନ୍ତୁ କେଉଁ ତାରିଖରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ଏହି ସବୁ ମ୍ୟାଚ ଖେଳାଯିବ, ତାହା ଏବେ ବିସିସିଆଇ ସ୍ପଷ୍ଟ କରିନାହିଁ।

କିନ୍ତୁ ମେ’ ୨୯ରେ ହେବାକୁ ଥିବା ବିସିସିଆଇର ସାଧାରଣ ବୈଠକରେ ଏହାର ତାରିଖ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଦୁବାଇରେ ଏହି ସଂସ୍କରଣର ବାକି ଥିବା ସମସ୍ତ ମ୍ୟାଚ ଆୟୋଜନ ହେବା ସମ୍ଭାବନା ରହିଛି। ତେବେ ସେଥିପାଇଁ ଅନ୍ୟ ଦେଶର କ୍ରିକେଟ ବୋର୍ଡ ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସାଥିରେ ଆଲୋଚନା ଜାରି ରହିଛି।

ମିଳିଥିବା ଖବର ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ମାସର ୧୯-୨୦ ତାରିଖରେ ଆଇପିଏଲ-୧୪ ସଂସ୍କରଣ ପୁଣି ଥରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ହେବ ବୋଲି ଖବର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ୨୧ ଦିନ ଭିତରେ ସମ୍ପନ୍ନ ହେବ। ୨୧ ଦିନ ଭିତରେ ୧୦ ଟି ଡବଲ ହେଡର, ୭ ଦିନରେ ଗୋଟିଏ ଲେଖାଏଁ ମ୍ୟାଚ ଏବଂ ୪ ଟି ପ୍ଲେ ଅଫ ମ୍ୟାଚ ଖେଳାଯିବ।

ତେବେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରୁ ସେପ୍ଟେମ୍ବର ୧୯ ତାରିଖରେ ଦୁବାଇରେ ପହଞ୍ଚିବେ। ସେଠାରେ ସେମାନେ ୩ ଦିନ କ୍ଵାରେଣ୍ଟିନରେ ରହିବେ। ଅନ୍ୟ ଦେଶର ଖେଳାଳି କାରାବିୟାନ ପ୍ରିମିୟର ଲିଗରୁ ସିଧା ଆଇପିଏଲ ଦଳରେ ସାମିଲ ହେବେ।

ଉଲ୍ଲେଖ ଯୋଗ୍ୟ ଯେ, ସିପିଏଲ ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସିପିଏଲ ଟୁର୍ଣ୍ଣାମେଣ୍ଟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ମଧ୍ୟ ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଶାହରୁଖ ଖାନଙ୍କ ଅନ୍ଦାଜ୍ ରେ ଝିଅ ସୁହାନା ପାଳିଲେ ୨୧ ତମ ଜନ୍ମଦିନ

ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ଝିଅ ସୁହାନା ଖାନ ଗତ ୨୨ ତାରିଖରେ ୨୧ ତମ ଜନ୍ମଦିନ ପାଳନ କରିଛନ୍ତି। ଯଦିବା ସୁହାନା ଖାନ ଏପର୍ଯ୍ୟନ୍ତ ଫିଲ୍ମରେ ଡେବ୍ୟୁ କରିନାହାନ୍ତି, ହେଲେ ତାଙ୍କର ସମର୍ଥକ ଏବଂ ତାଙ୍କ ସମର୍ଥକ ପେଜର ତାଲିକା ବହୁତ ଲମ୍ବା ଅଛି। ସୋସିଆଲ ମିଡିଆରେ ସୁହାନା ଖାନ ବହୁତ ସକ୍ରିୟ ଅଛନ୍ତି।

ବର୍ତ୍ତମାନ ତାଙ୍କର ଏକ ବିଡିଓ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି।

ବନ୍ଧୁମାନଙ୍କ ସହ ମିଶି ସୁହାନା ଖାନ ୨୧ ତମ ଜନ୍ମଦିନ ନ୍ୟୁୟର୍କରେ ପାଳନ କରିଥିଲେ। ଏହି ସମୟରେ ସେ ବେଲୁନ ସାଥିରେ ଖେଳୁଥିବା ସୁହାନା ନଜର ଆସିଥିଲେ। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଶାହାରୁଖ ଖାନଙ୍କ ‘ମୋହବତେ’ ଫିଲ୍ମର ମ୍ୟୁଜିକ ବାଜୁଥିଲା, ଯାହା ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କୁ ଖୁବ ଶୀଘ୍ର ଫିଲ୍ମରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ସୁହାନାଙ୍କ ଫ୍ୟାନ୍ସମାନେ କମେଣ୍ଟରେ ଲେଖିଛନ୍ତି। ଏହାପୂର୍ବରୁ ସୁହାନା ଏକ ସୁନ୍ଦର ଫଟୋ ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୬୨: ସୁସ୍ଥ ହେଲେ ୯୯୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୯୬୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୭ ହଜାର ୮୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୯୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୭୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୭୩୨, ଅନୁଗୁଳରୁ ୯୪୩, କଟକରୁ ୮୫୨, ଯାଜପୁରରୁ ୬୭୯, ସୁନ୍ଦରଗଡରୁ ୬୨୭, ସମ୍ବଲପୁରରୁ ୫୩୮, ବଲାଙ୍ଗୀରିରୁ ୫୦୬, ବାଲେଶ୍ଵର ଜିଲ୍ଲାରୁ ୪୭୨, ମୟୂରଭଞ୍ଜରୁ ୪୪୯, ଭଦ୍ରକରୁ ୪୧୪, କୋରାପୁଟରୁ ୩୫୫, ବରଗଡରୁ ୩୫୧, ପୁରୀରୁ ୩୫୦, ନବରଙ୍ଗପୁରରୁ ୩୪୨, କଳାହାଣ୍ଡିରୁ ୨୭୧, ଜଗତସିଂହପୁରରୁ ୨୬୭, କେନ୍ଦୁଝରରୁ ୨୩୭, ସୋନପୁରରୁ ୨୩୬, ଝାରସୁଗୁଡାରୁ ୨୩୧, ଗଞ୍ଜାମରୁ ୨୧୫, ନୟାଗଡରୁ ୨୧୫, ବୌଦ୍ଧରୁ ୧୯୦, ନୂଆପଡାରୁ ୧୮୦, ଢେଙ୍କାନାଳରୁ ୧୬୯, ରାୟଗଡାରୁ ୧୬୫, କେନ୍ଦ୍ରାପଡାରୁ ୧୬୨, ମାଲକାନାଗିରିରୁ ୧୧୧, ଦେବଗଡରୁ ୧୦୬, କନ୍ଧମାଳରୁ ୭୫, ଗଜପତିରୁ ୬୩ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୧୨ ହଜାର ୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୧୪ ହଜାର ୩୮୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୧ ହଜାର ୨୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୮ ହଜାର ୮୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆଜି ଉପରମୁହାଁ ସଂକ୍ରମଣ, ଆସନ୍ତାକାଲି ବନ୍ଦ ରହିବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ଦୁଇ ଗୁଣରୁ ଅଧିକ। ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୭ ଜଣ, ଚିଲିକା ବ୍ଲକରେ ୧୪୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୫୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉଭୟ ବାଣପୁର ଏବଂ ବାଲୁଗାଁରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ଉଭୟ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଉପକୂଳ ପାଖେଇଲା ‘ୟଶ’: ଅଧିକ ବିପଦରେ ବାଲେଶ୍ୱର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି।

ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ।

ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ ରୁ ୫୦ କିଲୋମିଟର ହେବ ବୋଲି ଆଶଙ୍କା କରାଯାଉଛି।

ମଙ୍ଗଳବାର ଅପରାହ୍ନରୁ ଓଡିଶା ଉପକୂଳବର୍ତ୍ତୀ ଜଗତସିଂହପୁରରୁ ବାଲେଶ୍ୱର ଜିଲ୍ଲା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି।

କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, ଯାଜପୁର, କେଉଁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, ଏବଂ ଅନୁଗୁଳ ପ୍ରଭୃତି ଜିଲ୍ଲା ଗୁଡିକର କେତେକ ଅଂଚଳରେ ମଙ୍ଗଳବାର ରାତିରୁ ଅତି ପ୍ରବଳ ବର୍ଷା ହେବାର ସେ ଅନୁମାନ କରିଛନ୍ତି।

ବାଲେଶ୍ୱର,ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ପ୍ରଭୃତି ଜିଲ୍ଲାରେ ୨୫୦ ମିଲିମିଟର ରୁ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ଥିବା ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ଵାଦଶ ପରୀକ୍ଷାକୁ ନେଇ କେନ୍ଦ୍ର ମାଗିଥିଲା ପରାମର୍ଶ: ବାତିଲ କରିବା ପାଇଁ ଏହି ରାଜ୍ୟଗୁଡିକ ରଖିଲେ ମତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା।

ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି।

ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଚଣ୍ଡିଗଡ, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଅରୁଣାଞ୍ଚଳ ପ୍ରଦେଶ ଏବଂ ସିକ୍କିମ ଭଳି ରାଜ୍ୟଗୁଡିକ ପରୀକ୍ଷାର ସମୟ ସୀମାକୁ ହ୍ରାସ କରାଇ ଆୟୋଜନ କରିବା ପାଇଁ କହିଛନ୍ତି। ସେହିଭଳି ଦ୍ଵାଦଶ ପରୀକ୍ଷାକୁ ବ୍ୟକ୍ତିଗତ ଭାବେ ଆୟୋଜନ କରିବାକୁ ପଞ୍ଜାବ ସରକାର କହିଛି।

ସେପଟେ କର୍ଣ୍ଣାଟକ ଏବଂ ପୁଡୁଚେରୀ ସରକାର ପରୀକ୍ଷା ନିଷ୍ପତ୍ତି କେନ୍ଦ୍ର ସରକାର ଉପରେ ଛାଡି ଦେଇଛନ୍ତି। କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହା ସେମାନେ ମାନିବେ ବୋଲି କହିଛନ୍ତି।

କିନ୍ତୁ କେବଳ ଦୁଇଟି ରାଜ୍ୟ ସିବିଏସଇ ପରୀକ୍ଷା କରିବା ପକ୍ଷରେ ନଥିବା ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରିବା ପକ୍ଷରେ ମାହାରାଷ୍ଟ୍ର ଏବଂ ଦିଲ୍ଲୀ ସରକାର ମତ ରଖିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରାସ୍ତା ପ୍ରସ୍ତୁତ କରିବାକୁ ଏହି ଦୁଇ ସରକାର କେନ୍ଦ୍ର ନିକଟରେ କହିଛନ୍ତି।

ତେବେ ସର୍ବାଧିକ ରାଜ୍ୟ ସରକାର ପରୀକ୍ଷା ଆୟୋଜନ ପକ୍ଷରେ ଅଛନ୍ତି ଏବଂ ସେମାନେ ଜୁଲାଇ କିମ୍ବା ଅଗଷ୍ଟ ମାସରେ ପରୀକ୍ଷା ସମୟକୁ କମ କରି ଆୟୋଜନ କରିବା ପାଇଁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟୀକାକୁ ନେଇ ଏବେ ବି ରହିଛି ଭ୍ରମ: ସ୍ଵାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁଲେ ଭୟଭୀତ ଲୋକ

ଲକ୍ଷ୍ନୌ: ଦେଶରେ ଅନେକ ରାଜ୍ୟରେ କୋରୋନ ଟୀକାକାରଣକୁ ନେଇ ବଡ ସମସ୍ୟା ଦେଖାଯାଇଛି। କେଉଁଠି ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଥିବା ବେଳେ କେଉଁଠି ଟୀକା ନେବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ତ୍ତମାନ ଯେଉଁ ସ୍ଥାନରେ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେଠାରେ ଟୀକାର ଅଭାବ ଦେଖାଦେଉଛି। କରୋନା ସଂକ୍ରମଣକୁ ଦେଖି ଲୋକେ ଟୀକା ନେବା ପାଇଁ ବ୍ୟସ୍ତ ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଟୀକା ନେବା ପାଇଁ ଲୋକଙ୍କ ପଛରେ ପଡୁଥିବା ଦେଖାଯାଉଛି।

ସେଇଭଳି କେତେକ ସ୍ଥାନରେ ଲୋକଙ୍କୁ ଟୀକା ଦେବା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ଏବେ ଏମିତି କିଛି ସମସ୍ୟା ଠିଆ ହୋଇଛି, ଯାହା ପ୍ରଶାସନର ମୁଣ୍ଡା ବିନ୍ଧାର କାରଣ ହୋଇଛି। ଏହି ରାଜ୍ୟର ଗ୍ରାମାଞ୍ଚଳଗୁଡିକରେ ଟୀକା ଉପରେ ଲୋକଙ୍କର ଏବେ ବି ଭ୍ରମ ସୃଷ୍ଟି ହୋଇଛି। ଲୋକେ ଟିକା ନେବା ପାଇଁ ବିଲକୁଲ ଆଗ୍ରହ ପ୍ରକାଶ କରୁନାହାନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ରାଜଧାନୀ ଲକ୍ଷ୍ନୌ ନିକଟସ୍ଥ ମାତ୍ର ୫୦ କିଲୋମିଟର ଦୂରରେ ଥିବା ବାରବାଙ୍କୀ ଜିଲ୍ଲାରେ ୧.୫ ଲକ୍ଷ ଟୀକା ଡୋଜ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଠାରେ ଲକ୍ଷ୍ୟ ଠାରୁ ମାତ୍ର ତିନି ଭାଗରୁ ଏକ ଭାଗ ଲୋକଙ୍କୁ ଟୀକା ଦିଆଯାଇଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ସେହି ଜିଲ୍ଲାର ଏକ ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ଟୀକା ଦେବା ପାଇଁ ପହଞ୍ଚିଛନ୍ତି। ଲୋକେ ସେମାନଙ୍କୁ ଦେଖି ଦୌଡିବାକୁ ଲାଗିଥିଲେ ଏବଂ ଏପରିକି କିଛି ଲୋକ ନଦୀ ମଧ୍ୟକୁ ଡେଇଁପଡିଥିବା ଭଳି ଘଟଣା ଦେଖିବାକୁ ମିଳିଥିଲା।

ସ୍ୱାସ୍ଥ୍ୟକର୍ମୀ ଯେତେବେଳେ ଏବାବଦରେ ଜାଣିବାକୁ ଚାହିଁଲେ, ସେତେବେଳ ଟୀକା ଭୟରେ ଲୋକ ଦୌଡୁଥିବା ଜାଣିବାକୁ ପାଇଥିଲେ। ଟୀକା ନେଲେ ଲୋକେ ମରିଯାଉଛନ୍ତି ଏବଂ ଏହା ବିଷ ଛୁଞ୍ଚି ବୋଲି କିଛି ଲୋକ ସ୍ଵାସ୍ଥ୍ୟକର୍ମୀଙ୍କୁ କହିଛନ୍ତି। ତେବେ କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଟୀକା ନେବା ଜରୁରୀ ହୋଇପଡିଥିବା ବେଳେ ଟୀକାକୁ ନେଇ ଲୋକଙ୍କ ମଧ୍ୟରେ ଏଭଳି ଭ୍ରମ ପ୍ରଶାସନକୁ ବିଚଳିତ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବିବାଦିତ ବୟାନକୁ ଫେରାଇ ନେଲେ ରାମଦେବ: ହେଲେ ଆଇଏମଏକୁ ପଚାରିଲେ ୨୫ ଟି ପ୍ରଶ୍ନ

ନୂଆଦିଲ୍ଲୀ: ଏଲୋପ୍ୟାଥିକ ଔଷଧ ଉପରେ ଯୋଗ ଗୁରୁ ରାମଦେବ ବାବା ଏକ ବିବାଦିତ ବୟାନ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ବିବାଦିତ ବୟାନକୁ ଫେରାଇ ନେବା ପାଇଁ ଯୋଗ ଗୁରୁଙ୍କୁ କହିଥିଲେ। ଏହାପରେ ସେ ଏହି ବିବାଦିତ ବୟାନକୁ ଫେରାଇ ନେଇଥିଲେ ମଧ୍ୟ ବିବାଦ କମିବାର ନାଁ ନେଉନାହିଁ।

ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନକୁ ଯୋଗ ଗୁରୁ ଏଲୋପ୍ୟାଥିକ ଚିକିତ୍ସା ଉପରେ ୨୫ ଟି ପ୍ରଶ୍ନ କରିଛନ୍ତି। କ’ଣ ଉଚ୍ଚ ରକ୍ତଚାପ ଏବଂ ଡାୟବିଟିଜ ରୋଗୀଙ୍କୁ ଏଲୋପ୍ୟାଥିକ ଔଷଧ ସ୍ଥାୟୀ ଉପଶମ ଦେଉଛି? କ’ଣ ଫ୍ୟାଟି ଲିଭର ଏବଂ ଲିଭର ସିରୋସିସ ରୋଗ ପାଇଁ ଔଷଧ ଅଛି? ଅସ୍ତ୍ରୋପଚାର ବିନା ହୃଦଜନିତ ରୋଗର ଚିକିତ୍ସା କରାଯାଇ ଉପଚାର କରାଯାଇ ପାରିବ? କୋଲେଷ୍ଟରର କୌଣସି ଉପଚାର ଅଛି? ଏହିଭଳି ସେ ଆଇଏମକୁ ୨୫ ଟି ପ୍ରଶ୍ନ ପଚାରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଯୋଗ ଗୁରୁଙ୍କ ଏକ ବିବାଦିତ ବୟାନ ଭାଇରାଲ ହୋଇଥିଲା। ସେ ଏଲୋପ୍ୟାଥିକକୁ ମୂର୍ଖତାପୂର୍ଣ୍ଣ ବିଜ୍ଞାନ ବୋଲି କହିଥିଲେ। ରାମଦେବ ବାବଙ୍କ ଏହି ବୟାନକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ କଡା ବିରୋଧ କରିଥିଲା। ଯୋଗ ଗୁରୁ ଆହୁରି କହିଥିଲେ ଯେ, ରେମଡେସିବିର, ଫେବିଫ୍ଳୁ ଭଳି ଔଷଧ କରୋନା ଚିକିତ୍ସାରେ ବିଫଳ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୯୬ ହଜାର ୪୨୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୯ ଲକ୍ଷ ୪୮ ହଜାର ୮୭୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭ ହଜାର ୨୩୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୪ ହଜାର ୮୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୫ ଲକ୍ଷ ୮୬ ହଜାର ୭୮୨ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୫୪୯ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ଅନୁଗୁଳ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବଗଡ, ଯାଜପୁର, କୋରାପୁଟ  ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୧୦ ହଜାର ୯୩୯ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୧୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୬୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୧୪ ହଜାର ୩୮୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୧ ହଜାର ୨୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୦ ହଜାର ୫୫୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୯୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮, କଟକ ଜିଲ୍ଲାରୁ ୯୨୨ ଜଣ, ଅନୁଗୁଳ ଜିଲ୍ଲାରୁ ୮୧୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୬୧ ଜଣ, ବରଗଡ ଜିଲ୍ଲାରୁ ୧୪୨ ଜଣ, ଭଦ୍ରକ ଜିଲ୍ଲାରୁ ୧୪୨, ବଲାଙ୍ଗୀରି ଜିଲ୍ଲାରୁ ୧୯୫, ବୌଦ୍ଧ ଜିଲ୍ଲାରୁ ୩୮୫, ଦେବଗଡ ଜିଲ୍ଲାରୁ ୧୦୦, ଢେଙ୍କାନାଳ ଜିଲ୍ଲାରୁ ୭୬୩ ଜଣ, ଗଜପତି ଜିଲ୍ଲାରୁ ୪୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨୫୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୧ ଜଣ, ଯାଜପୁର ଜିଲ୍ଲାରୁ ୫୪୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୯୧ ଜଣ, କଳାହାଣ୍ଡିରୁ ୨୪୪ ଜଣ, କନ୍ଧମାଳ ଜିଲ୍ଲାରୁ ୭୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩୨୩ ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୬ ଜଣ, କୋରାପୁଟ ଜିଲ୍ଲାରୁ ୨୪୨ ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୩ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬୦୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ ଜଣ, ନୟାଗଡ ଜିଲ୍ଲାରୁ ୨୨୫ ଜଣ, ନୂଆପଡା ଜିଲ୍ଲାରୁ ୬୪ ଜଣ, ପୁରୀ ଜିଲ୍ଲାରୁ ୪୫୬ ଜଣ, ରାୟଗଡା ଜିଲ୍ଲାରୁ ୧୫୬ ଜଣ, ସମ୍ବଲପୁର ଜିଲ୍ଲାରୁ ୩୧୯ ଜଣ, ସୋନପୁର ଜିଲ୍ଲାରୁ ୨୩୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୧୨ ଜଣ ଏବଂ ଷ୍ଟେଟ ପୁଲରୁ ୨୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ ଏକ ସଂକ୍ରାମଣ ରୋଗ ନୁହେଁ, ଚିକିତ୍ସା ପାଇଁ ରହିଛି ଚ୍ୟାଲେଞ୍ଜ, ଡାକ୍ତର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ ବା ଫିମ୍ପି ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ସେ କହିଛନ୍ତି ଯେ, ଏହି ରୋଗ ବିଭିନ୍ନ ପ୍ରକାରର ରହିଛି। ମାନବ ଶରୀରର କେଉଁ ଅଙ୍ଗରେ ମ୍ୟୁକୋରମାଇକୋସିସ୍ ଲକ୍ଷଣ ଦେଖାଦେଇଛି ସେହି ଅନୁସାରେ ଏହାର ପ୍ରକାର ଭେଦ ନିର୍ଣ୍ଣୟ କରାଯାଇଥାଏ । ସଂକ୍ରମଣର ଲକ୍ଷଣ ଓ ସଂକେତ ଶରୀରର ବିଭିନ୍ନ ଅଙ୍ଗ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଯେପରି

ରାଇନୋ ଅର୍ବିଟାଲ ସେରିବ୍ରାଲ୍ ମ୍ୟୁକୋରମାଇକୋସିସ୍: ଏଭଳି ଧରଣର ମ୍ୟୁକୋରମାଇକୋସିସ୍ ସଂକ୍ରମଣ ସ୍ଥଳେ ନାକ, ଆଖି ଏବଂ ଆଖିଗାତ ଚତୁଃପାଶ୍ୱର୍, ପାଟିର କ୍ୟାଭିଟି, ନାକରୁ ସବୁଜ ରଙ୍ଗର ପାଣି ଗଡ଼ିବା, ନାସାରନ୍ଧ୍ରରେ ଯନ୍ତ୍ରଣା ଅନୁଭବ କରିବା, ନାକରୁ ରକ୍ତ ପଡ଼ିବା, ମୁହଁ ଫୁଲିବା, ମୁହଁର ସମ୍ବେଦନୀ ଶକ୍ତି ହ୍ରାସ ପାଇବା ଓ ଚର୍ମର ରଙ୍ଗ ଫିକା ପଡ଼ିଯିବା ଇତ୍ୟାଦି ଘଟିଥାଏ ।

ଶ୍ୱାସନଳୀ ମ୍ୟୁକୋରମାଇକୋସିସ୍: ଏଭଳି ଫଙ୍ଗାଲ ସଂକମଣ ଫୁସଫୁସକୁ ଆକ୍ରାନ୍ତ କରିଥାଏ। ଏହା ଫଳରେ ଜ୍ୱର, ଛାତିରେ ଯନ୍ତ୍ରଣା, କଫ ଓ କାଶରେ ରକ୍ତ ପଡ଼ିଥାଏ । ଏହି ଫଙ୍ଗସ୍ ମଧ୍ୟ ଉଦରନଳୀ (ପାକସ୍ଥଳୀ)କୁ ସଂକ୍ରମିତ କରିଥାଏ । ଅକ୍ସିଜେନ୍ ଥେରାପୀ ସହିତ ଏହାର କୌଣସି ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ।

“ଅନେକ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି, ଯେଉଁମାନେ ଅକ୍ସିଜେନ୍ ଥେରାପିରେ ନାହାନ୍ତି ସେମାନଙ୍କ ଠାରେ ମଧ୍ୟ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ପରିଲକ୍ଷିତ ହେଉଛି । ତେଣୁ ଅକ୍ସିଜେନ୍ ଥେରାପୀ ଏବଂ ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ହେବା ଭିତରେ କୌଣସି ନିର୍ଦ୍ଦିଷ୍ଟ ସଂପର୍କ ନାହିଁ ।”ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।

ଚିକିତ୍ସା ପାଇଁ ଚାଲେଞ୍ଜ୍

ଆଣ୍ଟି ଫଙ୍ଗାଲ୍ ଚିକିତ୍ସା ଅନେକ ସପ୍ତାହ ଧରି ଚାଲିଥାଏ । ତେଣୁ ଏହା ହସପିଟାଲମାନଙ୍କ ସକାଶେ ଏକ ସମସ୍ୟା ଭାବେ ଦେଖାଦେଇଛି । ଯେହେତୁ କୋଭିଡ଼ ପଜିଟିଭ୍ ଏବଂ କୋଭିଡ଼ ନେଗେଟିଭ୍ ଉଭୟ ଧରଣର ରୋଗୀ ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ହେଉଛନ୍ତି ସେହି ଦୃଷ୍ଟିରୁ ସେମାନଙ୍କୁ ହସପିଟାଲରେ ପୃଥକ୍ ୱାଡ଼ରେ ରଖି ଚିକିତ୍ସା କରାଯିବା ଆବଶ୍ୟକ । ସୁଚିନ୍ତିତ ଭାବେ ଆବଶ୍ୟକ ସ୍ଥଳେ ସେମାନଙ୍କ ଠାରେ ଅସ୍ତ୍ରୋପଚାର ମଧ୍ୟ କରାଯିବା ଆବଶ୍ୟକ । କାରଣ ଯେହେତୁ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ପାଇଁ କୋଭିଡ଼ ୧୯ ସଂକ୍ରମିତ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର କରାଗଲେ ସେମାନଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା କାଏମ ରଖିବା ସବୁଠାରୁ ଜରୁରି କାରଣ ସେହିଭଳି ରୋଗୀଙ୍କ ଠାରେ ଅପର୍ଚୁନିଷ୍ଟିକ୍ ସଂକ୍ରମଣର ମାତ୍ରା ସର୍ବାଧିକ । ଯେଉଁମାନେ ଅକ୍ସିଜେନ୍ କନସେନଟ୍ରେଟର ବ୍ୟବହାର କରୁଛନ୍ତି ସେମାନେ ନିଜର ହ୍ୟୁମିଡିଫାୟରକୁ ନିୟମିତ ଭାବେ ସଫା କରିନେବା ଏକାନ୍ତ ଜରୁରି । ଏଥି ସହିତ ଏହି ଦୁଇଟି କଥାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

୧. ମ୍ୟୁକୋରମାଇକୋସିସ୍ ଠାରୁ ନିରାପଦରେ ରହନ୍ତୁ- କୋଭିଡ଼ ୧୯ ରୋଗୀମାନଙ୍କ ଠାରେ ଗୋଟିଏ ଫଙ୍ଗାଲ୍ ଜଟିଳତା ଚିହ୍ନଟ କରାଯାଇଛି ।

୨. ସଦାବେଳେ ନିଜର ରକ୍ତ ସର୍କରା ମାତ୍ରାକୁ ମନିଟର କରନ୍ତୁ ଓ ନିୟନ୍ତ୍ରଣରେ ରଖନ୍ତୁ: ମଧୁମେହ ରୋଗୀଙ୍କ ପାଇଁ ପରାମର୍ଶ ।

Categories
ଧର୍ମ ବିଶେଷ ଖବର

ଆଜି ମେ 25 ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ ।

ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ । ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ । ଆପଣ ବୁଲିବାକୁ ଯୋଜନା କରିପାରିବେ ।

ମିଥୁନ ରାଶିଫଳ- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ । ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ । ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ । ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ । ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ । ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ ।

କର୍କଟ ରାଶିଫଳ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ହାସଲ ହେବ । ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ । ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ । କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ । ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ ।

ତୂଳା ରାଶିଫଳ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ ।

କନ୍ୟା ରାଶିଫଳ- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ । ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ । ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ । ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ ।

ବିଛା ରାଶିଫଳ-ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ । ଶକ୍ତିର ଅଭାବ ରହିବ । ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ । ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ । ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ । ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ । ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ଟଙ୍କା ଅଯୋଗ୍ୟ ହେବ ।

ସିଂହ ରାଶିଫଳ- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ । ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ । ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ । ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ । ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

ଧନୁ ରାଶିଫଳ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ । ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ । ଚାକିରିରେ ଲୋକଙ୍କୁ ଉପକୃତ କରିବେ । ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ । ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ । ଶତ୍ରୁମାନେ ଜିତିବେ ।

ମକର ରାଶିଫଳ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ । ଯାନ ଆନନ୍ଦ ପାଇବେ । ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ । ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ । ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

କୁମ୍ଭ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ମୀନ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ଗୃହମନ୍ତ୍ରୀ, ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀ କଣ କହିଲେ

ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡବାତ୍ୟା “ୟାସ୍‍”ର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଉପ ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସାମୁଦ୍ରିକ ଝଡ଼ବାତ୍ୟା “ୟାସ୍‍” ଫଳରେ ଯେଉଁ ସମ୍ଭାବ୍ୟ ସ୍ଥିତି ଉତ୍ପନ୍ନ ହେବ ତାହାର ମୁକୁବିଲା ନିମନ୍ତେ ବିସ୍ତୃତ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଝଡ଼ବାତ୍ୟା ସମ୍ପର୍କରେ ଗତକାଲି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ର ପ୍ରଶାସନଙ୍କୁ କୋଭିଡ଼ ୧୯ ହସପିଟାଲ, ପରୀକ୍ଷାଗାର, ଟିକା କୋଲ୍ଡ ଚେନ୍‍ ତଥା ଅନ୍ୟାନ୍ୟ ମେଡ଼ିକାଲମାନଙ୍କରେ ବିଜୁଳି ଯୋଗାଣର ପର‌୍ୟ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବା ସକାଶେ ପରାମର୍ଶ ଦେଇଛନ୍ତି । ଅଧିକନ୍ତୁ, ସେ ପରମର୍ଶ ଦେଇଛନ୍ତି ଯେ ହସପିଟାଲମାନଙ୍କରେ ପର‌୍ୟ୍ୟାପ୍ତ ମାତ୍ରାର ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ଉଚିତ ।

ବାତ୍ୟା ପରେ ଯେହେତୁ ଯାନବାହନ ଚଳାଚଳ କ୍ଷେତ୍ରରେ ସାମୟିକ ପ୍ରତିବନ୍ଧକ ଉପୁଜିପାରେ ଏହାକୁ ଦୃଷ୍ଟିରେ ରଖି ଏଭଳି ଔଷଧପତ୍ର ମହଜୁଦ ରଖିବା ଆବଶ୍ୟକ । ଅସ୍ଥାୟୀ ହସପିଟାଲ ସମେତ ସ୍ୱାସ୍ଥ୍ୟକେନ୍ଦମାନ, ଯେଉଁମାନେ କି ଏହି ସାମୁଦ୍ରିକ ଝଡ଼ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ସେଠାରେ ଯେଭଳି ବିଶେଷ କ୍ଷୟକ୍ଷତି ନହୁଏ ଏବଂ ଯେଉଁଠାରେ ଆବଶ୍ୟକ ସେହିସବୁ ସ୍ଥାନମାନଙ୍କୁ ଆଗୁଆ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତିଯେ ଦେଶର ପଶ୍ଚିମ ତଟୀୟ ରାଜ୍ୟମାନଙ୍କରେ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଥିବାରୁ ସେଠାରେ ଚିକିତ୍ସା ବ୍ୟବସ୍ଥା ଉପରେ ସାମୁଦ୍ରିକ ଝଡ଼ବାତ୍ୟାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନଥିଲା ।

ରାଜ୍ୟ ସରକାରଙ୍କୁ ବାତ୍ୟା ପ୍ରସ୍ତୁତି ନିମନ୍ତେ ସହାୟତା ଯୋଗାଣର ପ୍ରତିଶ୍ରୁତି ପ୍ରଦାନ ନିମନ୍ତେ ବୈଠକ କରିଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ । ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଓଡ଼ିଶା ସରକାର ଏହି ସାମୁଦ୍ରିକ ଝଡ଼ବାତ୍ୟାର ମୁକାବିଲା ସକାଶେ ସବୁମତେ ପ୍ରସ୍ତୁତ ରହିଛନ୍ତି ।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ବାତ୍ୟା ମୁକାବିଲା ନିମନ୍ତେ ତାଙ୍କ ରାଜ୍ୟ ସରକାର ଆବଶ୍ୟକ ପ୍ରାବଧାନ ଓ ପ୍ରସ୍ତୁତି କାର‌୍ୟ୍ୟ ଶେଷ କରିଛନ୍ତି ।ଏହି ବାତ୍ୟା ଯୋଗୁ ଯେଭଳି ସର୍ବନିମ୍ନ ଧନଜୀବନ ହାନି ଘଟେ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେହିଭଳି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଥିଲେ ଯେ ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ଲାଗି ତାଙ୍କ ରାଜ୍ୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପ ରାଜ୍ୟପାଳ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସୂଚାଇଥିଲେ ଯେ ଏହି ବାତ୍ୟାର ଦ୍ୱୀପପୁଞ୍ଜ ଉପରେ ଅତି ସାମାନ୍ୟ ପ୍ରଭାବ ରହିବ ।

ଏହି ସମୀକ୍ଷା ବୈଠପରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, କ୍ୟାବିନେଟ ସଚିବ, ସ୍ୱରାଷ୍ଟ୍ର ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶକ୍ତି, ଟେଲିଯୋଗାଯୋଗ, ସଡ଼କ ପରିବହନ ଓ ରାଜମାର୍ଗ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ, ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସଚିବଗଣ, ଏନଡିଏମଏ, ସିଆଇଏସସି, ସମନ୍ୱିତ ଡିଫେନ୍ସ ଷ୍ଟାଫ୍ରୀ ସଦସ୍ୟଗଣ, ଭାରତୀୟ ପାଣିପାଗ ବିଭାଗ, ତଟରକ୍ଷୀ ବାହିନୀ ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକବୃନ୍ଦ, ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ପରଲୋକ

ଭୁବନେଶ୍ବର, ପ୍ରଖ୍ୟାତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସଙ୍କର କରୋନାରେ ପରଲୋକ ହୋଇଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ଦେହତ୍ୟାଗ କରିଛନ୍ତି।

ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ।

କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ମୁଖ୍ୟତଃ ତାଙ୍କର ଉପସ୍ଥାପନା ଶୈଳୀ ଲୋକଙ୍କ ଦ୍ବାରା ବେଶ୍ ଆଦୃତି ହୋଇପାରିଥିଲା। ଉଚ୍ଚ ସ୍ବରରେ ଏବଂ ଶିଘ୍ରଶିଘ୍ର କହିବାର କଳା ତାଙ୍କୁ ବେଶ ଭଲଭାବରେ ଜଣା ଥିଲା।

ଜଣେ ସଂସ୍କୃତି ଗବେଷକ ହୋଇଥିଲେ ମଧ୍ୟ ଲୋକଙ୍କୁ ସାଧାରଣ ଭାଷାରେ ବୁଝାଇ କହିବାର କଳା ଚାରଣ ରାମଦାସଙ୍କୁ ଜଣାଥିଲା। ଏଥିସହିତ ତାଙ୍କର ବେଶ ପୋଷାକ ଜଣେ ସିଦ୍ଧ ପୁରଷ ଭାବରେ ପରିଚିତ କରାଇପାରିଥିଲା। ତାଙ୍କ ଦ୍ବାରା ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ । ଏହ ସିଡିଗୁଡିକ ସେତେବେଳେ ବେଶ୍ ଲୋକପ୍ରିୟ ହୋଇପାରିଥିଲା।

ତାଙ୍କର ବିୟୋଗରେ ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ମହଲରେ ବେଶ୍ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାଣନ୍ତୁ, ବାତ୍ୟା ୟଶ୍ କେଉଁଦିନ କେଉଁ ରୂପ ଧାରଣ କରିବା ସହିତ ପବନର ଗତି କେତେ ରହିବ

ଭୁବନେଶ୍ବର, ବାତ୍ୟା ୟଶ୍ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ତାଜା ସୂଚନା ଅନୁସାରେ ଏହା ଘଣ୍ଟାକୁ 12 କିଲୋମିଟର ବେଗରେ ଗତି କରୁଛି। ଏହା ଆସନ୍ତା 26 ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟା କେଉଁ ଦିନ କିପରି ରୂପ ଧାରଣ କରୁଛି ତାହା ଆସନ୍ତୁ ଜାଣିବା

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ୟଶ୍ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି

ଭୁବନେଶ୍ବର, ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟଶ୍ ତୀବ୍ର ରୂପ ଧାରଣ କରିଛି। ବର୍ତ୍ତମାନ ଏହି ବାତ୍ୟା ୟଶ୍ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା କେଉଁଠାରେ ସ୍ଥଳ ଭାଗ ଛୁଇଁବ ତାହା ନିର୍ଦ୍ଧାରଣ କରାଯାଇ ପାରି ନାହିଁ। ବର୍ତ୍ତମାନର ଗତିପଥ ଅନୁସାରେ ବାଲେଶ୍ବରରେ ସ୍ଥଳ ଭାଗ ଛୁଇଁବ ବୋଲି ସମ୍ଭାବନା ରହିଛି।

ବର୍ତ୍ତମାନ ବାତ୍ୟା ୟଶ୍ ପାରାଦୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ ଥିବା ବେଳେ ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଠାରୁ ୫୯୦ କିଲୋମିଟର ଓ ଦୀଘା ଠାରୁ ୫୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ।

ଭାରତୀୟ ପାଣିପାଗ ସୂଚନା ଅନୁସାରେ ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖ ଦିନ ପୂର୍ବାହ୍ନରେ ଲ୍ୟାଣ୍ଡଫଲ କରିବ। ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ କୁହାଯାଉଛି ।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ କି.ମିରୁ ୧୬୫ କି.ମି ରହିବ । ଏ ନେଇ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ମଙ୍ଗଳବାରରୁ ରାଜ୍ୟରେ ବର୍ଷା ଆରମ୍ଭ ହେବର ସମ୍ଭାବନା ରହିଛି। ଧିରେ ଧରେ ଏହି ବର୍ଷାର ପ୍ରକୋପ ବଢିବ। ଏଥିସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ ରୋଗ ହେଲେ ଆପଣ କେମିତି ଜାଣିବେ, କଣ କହୁଛନ୍ତି ଏମସ୍ ନୂଆଦିଲ୍ଲୀ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ (ଫିମ୍ପି) ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ମ୍ୟୁକୋରମାଇକୋସିସକୁ ବ୍ଲାକ୍ ଫଙ୍ଗସ୍ କହିବା ଉଚିତ ନୁହେଁ

ଡାକ୍ତର ଗୁଲେରିଆଙ୍କ ମତରେ ଏହି ରୋଗକୁ ବ୍ଲାକ୍ ଫଙ୍ଗସ୍ ବୋଲି ନାମିତ କରିବା ଉଚିତ ନୁହେଁ, ବରଂ ଏହା ମ୍ୟୁକୋରମାଇକୋସିସ୍ । କାରଣ ଏଭଳି ନାମରେ ନାମିତ କରାଗଲେ ଲୋକମାନଙ୍କ ମନରେ ଏହା ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଛି । “ଚିକି୍ତ୍ସା ଶାସ୍ତ୍ରରେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଫାମିଲିର ରୋଗ । ଯେହେତୁ ମ୍ୟୁକୋରମାଇକୋସିସ୍ କଲଚର୍ ବେଳେ ହ୍ୱାଇଟ୍ ଫଙ୍ଗାଲ୍ କଲୋନୀରେ କଳା କଳା ଚିହ୍ନସବୁ ଦୃଶ୍ୟ ହେଉଛି ଏଥି ସହିତ ବ୍ଲାକ୍ ଫଙ୍ଗସ୍ ନାମକୁ ଯୋଡ଼ି ଦିଆଯାଇଛି ।

ସାଧାରଣତଃ, ଅନେକ ପ୍ରକାର ଫଙ୍ଗାଲ୍ ସଂକ୍ରମଣ ଯଥା, କ୍ୟାନଡ଼ିଡ଼ା, ଆସ୍ପେରଜିଲୋସିସ୍, କ୍ରପ୍ଟୋକୋକସ୍, ହିଷ୍ଟୋପ୍ଲାସ୍ମୋସିସ୍ ଏବଂ କୋସିଡ଼ିଓ ଆଇଡ଼ୋମାଇକୋସିସ୍ ରହିଛି। ମ୍ୟୁକୋର ମାଇକୋସିସ୍, କ୍ୟାନଡିଡା ଏବଂ ଆସ୍ପେରଜିଲୋସିସ୍ ଭଳି ଫଙ୍ଗାଲ୍ ସଂକ୍ରମଣ କମ୍ ରୋଗପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ଠାରେ ଦେଖାଯାଇଥାଏ।

ସଂକ୍ରମଣର ସ୍ୱଭାବ, ଲକ୍ଷଣ ଓ ଚିକିତ୍ସା

ଏଭଳି ସଂକ୍ରମଣର ମାତ୍ରା ବୃଦ୍ଧି ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଲେ, ‘କ୍ୟାନଡିଡା ଫଙ୍ଗାଲ୍ ସଂକ୍ରମଣରେ ମୁହଁରେ, ପାଟି ଭିତର କ୍ୟାଭିଟିରେ ଓ ଜିଭରେ ଧଳା ଧଳା ପ୍ୟାଚ୍ ଦେଖାଯାଇଥାଏ । ଏହା ମଧ୍ୟ ଗୁପ୍ତାଙ୍ଗକୁ ସଂକ୍ରମିତ କରିପାରେ ଏବଂ ରକ୍ତକୁ ସୁଦ୍ଧା ଏହା ସଂକ୍ରମିତ କରିଥାଏ ।

ସେପରି ସ୍ଥଳେ ଏହା ଗୁରୁତର ଆକାର ଧାରଣ କରିଥାଏ। ଆସ୍ପେରଜିଲୋସିସ୍ ଯାହାକି ଏତେ ସାଧାରଣ ଭାବେ ପରିଲକ୍ଷିତ ହୁଏନାହିଁ, ତାହା ଫୁସଫୁସକୁ ସଂକ୍ରମିତ କରିଥାଏ ଏବଂ ତାହା ଫୁସଫୁସରେ କ୍ୟାଭିଟ (କଣା) ସୃଷ୍ଟି କରିଥାଏ । କୋଭିଡ଼ ୧୯ କ୍ଷେତ୍ରରେ ଯାହା ପରିଲକ୍ଷିତ ହେଉଛି ତାହା ଅଧିକତର ମ୍ୟୁକୋରମାଇକୋସିସ୍ କ୍ୱଚିତ୍ କ୍ଷେତ୍ରରେ ଆସ୍ପେରଜିଲୋସିସ୍ ଦେଖାଯାଉଛି ଏବଂ କିଛି ଲୋକଙ୍କ ଠାରେ କ୍ୟାନଡିଡା ପରିଲକ୍ଷିତ ହେଉଛି ।”

ହାଇ ରିସ୍କ ରୋଗୀ ଯେଉଁମାନେ କି ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ସେମାନଙ୍କ ସଂପର୍କରେ ମତ ରଖି ଡାକ୍ତର ଗୁଲେରିଆ କହିଛନ୍ତି ଯେ, ‘ମ୍ୟୁକୋରମାଇକୋସିସ୍ରେ ପୀଡ଼ିତ ୯୦% – ୯୫% ରୋଗୀ ମଧୁମେହ ରୋଗୀ କିମ୍ବା ସେମାନେ ଷ୍ଟେରଏଡ଼ ନେଉଛନ୍ତି। ଯେଉଁ ଲୋକମାନେ ମଧୁମେହରେ ପୀଡ଼ିତ ନୁହନ୍ତି କିମ୍ବା ଷ୍ଟେରଏଡ଼୍ ନେଉନାହାନ୍ତି ସେମାନଙ୍କ ଠାରେ କ୍ୱଚିତ୍ ଏହା ଦେଖାଯାଇଥାଏ ।”

ଡାକ୍ତର ଗୁଲେରିଆ ଆହୁରି କହିଛନ୍ତି ଯେ ଯେଉଁ ରୋଗୀମାନେ ହାଇ ରିସ୍କ ବର୍ଗରେ ଅଛନ୍ତି, ଅର୍ଥାତ୍ ଯେଉଁମାନଙ୍କ ଠାରେ ମଧୁମେହ ମାତ୍ରା ଅନିୟନ୍ତ୍ରିତ ଏବଂ ଯେଉଁମାନେ ଷ୍ଟେରଏଡ଼ ନେଉଛନ୍ତି ଓ କୋଭିଡ଼ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଠାରେ ଯଦି ନିମ୍ନଲିଖିତ ଲକ୍ଷଣ ଦେଖାଯାଉଥାଏ ତେବେ ସେମାନେ ତାହା ଡାକ୍ତରମାନଙ୍କ ନଜରକୁ ତୁରନ୍ତ ଆଣିବା ଉଚିତ ।

“ମ୍ୟୁକୋରମାଇକୋସିସ୍ ପାଇଁ କେତେକ ଚେତାବନୀ ସଂକେତ ହେଲା ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା, ନାକରେ ମଇଳା ଜମିବା କିମ୍ବା ସେଥିରୁ ରକ୍ତ ପଡ଼ିବା, ଆଖି ପତା ତଳ ଫୁଲିବା, ମୁହଁର ସମ୍ବେଦନଶକ୍ତି କମିଯିବା ଭଳି ଲକ୍ଷଣ ଦେଖାଦେଲେ ଏବଂ ସେମାନେ ହାଇ ରିସ୍କଯୁକ୍ତ ରୋଗୀ ହୋଇଥିଲେ କିମ୍ବା ସେମାନେ ଯଦି ଷ୍ଟେରଏଡ଼ ନେଉଥାନ୍ତି, ତେବେ ସେମାନେ ତାହା ଡାକ୍ତରଙ୍କୁ ତୁରନ୍ତ ଜଣାନ୍ତୁ ଯଦ୍ୱାରା ଯଥାଶୀଘ୍ର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ ହୋଇପାରିବ ।”

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲା କରିବା ପାଇଁ ଅଧିକାରୀମାନେ ଅଫିସରେ ରହିବାକୁ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଜନସାଧାରଣଙ୍କ ଅତ୍ୟାବଶ୍ରକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ଏବଂ ରବିଧାନ ସଂଗ୍ରହ ବିଷୟରେ ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା କରିବା ପାଇଁ କହିଛନ୍ତି ।

ସମ୍ବେଦନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଖାଉଟିମାନଙ୍କ ନିକଟରେ ରାସନ ସାମଗ୍ରୀ ଯେପରି ଠିକଣା ଭାବରେ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି । ମଇ ଓ ଜୁନ ମାସର ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକୁ କାଲି ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ସମୟରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଚୁଡ଼ା ଓ ଗୁଡ଼ ଗଚ୍ଛିତ ରଖିବା ସହିତ ଯେପରି ଆବଶ୍ୟକ ପରିମାଣର ଡିଜେଲ, ପେଟ୍ରୋଲ, କିରୋସିନି ଏବଂ ଏଲ୍‌ପିଜି ଗ୍ୟାସ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ପ୍ରେଟ୍ରୋଲ ପମ୍ପ ଏବଂ ଡିଲରମାନଙ୍କ ସହିତ ଯୋଗାଯୋଗ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ, ଅଟା, ଡାଲି, ଖାଇବା ତେଲ, ଆଳୁ, ପିଆଜ ଇତ୍ୟାଦି କ୍ରୟ କରିବାର ସମ୍ଭାବନା ଥିବାରୁ ଖାଉଟିମାନଙ୍କୁ ଅଧିକ ସାମଗ୍ରୀ ନକିଣିବା ପାଇଁ ସଚେତନ କରିବା ପାଇଁ କହିଛନ୍ତି । ଏଥି ସହିତ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି କରିବାର ଆଶଙ୍କା ଦୃଷ୍ଟିରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରି ଖିଲାପୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ସମୟରେ କୌଣସି ଅଧିକାରୀ ଏବଂ କର୍ମଚାରୀ ସଦର ମହକୁମା ଛାଡ଼ି ନଯିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସଂପ୍ରତି ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କଠାରୁ ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବାତ୍ୟାର ସ୍ଥିତିକୁ ବିଚାରକୁ ନେଇ ନିହାତି ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଳ୍ପ ସମୟ ପାଇଁ ସ୍ଥଗିତ ରଖିବା ଦିଗରେ ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସଂଗୃହୀତ ହୋଇଥିବା ଧାନକୁ ତୁରନ୍ତ ମିଲରମାନେ ଉଠାଇ ନେବା ସହିତ ମଣ୍ଡିରେ ତାରପୋଲିନ୍‌ ଦ୍ୱାରା ଧାନକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ତାର୍‌ପୋଲିନ୍‌ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ବିଭାଗ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣରେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ(ଧାନ ସଂଗ୍ରହ) ଏବଂ ଅତିରିକ୍ତ ସଚିବ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌), ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ନିବନ୍ଧକ, ସମବାୟ ସମିତି ସମୂହ, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଓସାମ୍‌ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଉପକୂଳ ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ ପ୍ରମୁଖ ଯୋଗଦେଇଥିଲେ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁରରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ବାତ୍ୟା ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ ଅଞ୍ଚଳରୁ ୬୦ଜଣ ଓ ଜଗତସିଂହପୁର ପୌରାଞ୍ଚଳରୁ ୧୪୦ ଜଣ ସ୍ଥାନାନ୍ତରିତ ହୋଇଛନ୍ତି। ଜିଲ୍ଲାରେ ୨୦୦୦ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ ପ୍ରତିଶତ ହୋମ୍ ଆଇସୋଲେସନରେ ରହିଛନ୍ତି ଓ ସେମାନଙ୍କର ପକ୍କାଘର ରହିଛି। ଅନ୍ୟ ୨୦୦ ଜଣଙ୍କୁ ଉତ୍ସର୍ଗୀକୃତ କେନ୍ଦ୍ରରେ ରଖାଯିବ। ଏଥିସହିତ ପାରାଦ୍ବୀପ କୋଭିଡ୍ ହସପିଟାଲରେ ୬୦ଜଣ ଓ କୋଭିଡ୍ କେୟାର୍ ସେଣ୍ଟରରେ ୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେହି କ୍ରିଟିକାଲ୍ ନାହାଁନ୍ତି। ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ୍ ରହିଛି। ଆସନ୍ତା କାଲି ୨୫୦ଟି ଅକ୍ସିଜେନ ସିଲିଣ୍ଡର ଜିଲ୍ଲାରେ ପହଞ୍ଚିବ।

ପାରାଦ୍ଵୀପରେ ବରିଷ୍ଠ ପୋଲିସ୍ ଅଧିକାରୀ ପହଞ୍ଚିଛନ୍ତି ଓ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଜଗତସିଂହପୁରରେ ପହଞ୍ଚିଛନ୍ତି। ବାତ୍ୟା ପରେ ରାସ୍ତାରେ ଭାଙ୍ଗି ପଡିଥିବା ଗଛ ସଫା, ବିଦ୍ୟୁତ ଖୁଣ୍ଟି ପୁନରୁଦ୍ଧାର ଓ ରାସ୍ତା ମରାମତି ନିମନ୍ତେ ଯଥେଷ୍ଟ ସଂଖ୍ୟାରେ ଟିମ୍ ଅଛନ୍ତି। ଏନ୍.ଡି.ଆର୍.ଏଫ୍ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ପ୍ରସ୍ତୁତ ରହିଛନ୍ତି। ବାତ୍ୟାର ୨/୩ ଘଣ୍ଟା ମଧ୍ୟରେ ରାସ୍ତା ସଫା ହେବ। ପାନୀୟଜଳ ଯୋଗାଣ ପାଇଁ ମୋବାଇଲ୍ ଟ୍ୟାଙ୍କର ପ୍ରସ୍ତୁତ ରହିଛି।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ରହି ପ୍ରମୁଖ ଶାସନ ସଚିବଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହିତ ପୂର୍ବାହ୍ନରେ କୁଜଙ୍ଗ ବ୍ଲକ ଓ ପାରାଦ୍ବୀପ ପୌରପରିଷଦରେ ଅତିରିକ୍ତ ଜିଲ୍ଲାପାଳ, କୁଜଙ୍ଗ ବିଡିଓ, ତହସିଲଦାର, ପାରାଦ୍ଵୀପ ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ସହିତ ବାତ୍ୟା ପ୍ରସ୍ତୁତି, ସ୍ଥାନାନ୍ତରଣ, ଶୁଖିଲାଖାଦ୍ୟ ଓ ପାନୀୟଜଳ ଯୋଗାଣ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।