Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୭୭୩: ସୁସ୍ଥ ହେଲେ ୩୪୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୩୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୪୦୧ କୁ ବୃଦ୍ଧି ହୋଇଛି।

ପଟିଆରୁ ସର୍ବାଧିକ ୫୯ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଲ୍ଲୀରୁ ୪୨ ଜଣ, ଖଣ୍ଡଗିରିରୁ ୪୧ ଜଣ, ଚନ୍ଦ୍ରଶେଖରପୁରରୁ ୩୨ ଜଣ, ଓଲ୍ଡ ଟାଉନରୁ ୨୨ ଜଣ, ୟୁନିଟ-୨ରୁ ୨୧ ଜଣ, ଜୟଦେବ ବିହାର ଏବଂ ଲକ୍ଷ୍ମୀସାଗରରୁ ୧୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ଭୁବନେଶ୍ବରରୁ ୩୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୫ ହଜାର ୨୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ ହଜାର ୮୯୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାର ଦ୍ଵିତୀୟ ଲହରରେ କମ ବୟସ୍କ ରୁହନ୍ତୁ ସତର୍କ: ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ସରକାର

ଭୁବନେଶ୍ବର: ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।ବିଶେଷକରି ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ କମ ବୟସ୍କମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଲୋକେ ଠିକରେ ମାସ୍କ ପିନ୍ଧୁନଥିବାରୁ ରାଜ୍ୟରେ ଅଧିକ ସଂକ୍ରମିତ ହେଉଛନ୍ତି। ସଠିକ ଭାବେ ମାସ୍କ ପିନ୍ଧିଲେ ସଂକ୍ରମଣକୁ ରୋକା ଯାଇପାରିବା। ସର୍ଜିକାଲ ମାସ୍କ ଠାରୁ କପଡ଼ାରେ ତିଆରି ମାସ୍କ ଅଧିକ ନିରାପଦ। ଏହା ବାୟୁରେ ଅଧିକ ବ୍ୟାପୁଥିବାରୁ ବନ୍ଦ କୋଠରିରେ ଅଧିକ ଲୋକ ବସି ବୈଠକ ନକରିବା ପାଇଁ କୁହାଯାଇଛି। ତେଣୁ ବନ୍ଦ କୋଠରି କିମ୍ବା ଗାଡି ମଧ୍ୟରେ ବସିଲେ ମଧ୍ୟ ମାସ୍କକୁ ଠିକ ଭାବେ ପରିଧାନ କରିବା ଉଚିତ।

ତେବେ ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହରରେ ସଂକ୍ରମିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭିନ୍ନ ଲକ୍ଷଣ ଦେଖାଯାଉଛି। ବାନ୍ତି ହେବା, ପତଳା ଝାଡା ହେବା ଲକ୍ଷଣ ରୋଗୀଙ୍କ ନିକଟରେ ଦେଖାଯାଉଛି। ଟୀକା ନେଇସାରିଥିବା ଲୋକଙ୍କୁ ପୁନଃ ସଂକ୍ରମଣ ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଟୀକା ନେଇଥିବା ଲୋକ ଆକ୍ରାନ୍ତ ହେଲେ ଗୁରୁତର ହୋଇନଥିବା ଦେଖାଯାଉଛି।

ଜ୍ଵର ହୋଇ ଶରୀରର ତାପମାତ୍ରା ୧୦୦ ଉପରେ କିମ୍ବା ଅମ୍ଳଜାନ ସ୍ତର ୯୦ ତଳକୁ ଖସିଲେ ହସ୍ପିଟାଲ ଯାଅନ୍ତୁ। ଲକ୍ଷଣ ଦେଖାଗଲେ ୧୯୨୯କୁ ଫୋନ କରି ଡାକ୍ତରଖାନା ଯାଇପାରିବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦୁଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି: ଟାଙ୍ଗୀରେ ବିକ୍ଷୋଭ ସହ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ କିମ୍ବା ବାତିଲ ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ ଅଥବା ବାତିଲ କରିବା ପାଇଁ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

କଲେଜର ସମସ୍ତ ଛାତ୍ରଛାତ୍ରୀ ଟାଙ୍ଗୀ ପୂର୍ତ୍ତ ବିଭାଗ ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ ଓ ବିକ୍ଷୋଭ କରିଛନ୍ତି। ମାଟ୍ରିକ ପରୀକ୍ଷା ବାତିଲ ଢାଞ୍ଚାରେ ନିୟମ ଲାଗୁ କରିବାକୁ ଛାତ୍ର ସଂଗଠନ ଦାବି କରିଛି।

ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରାସ୍ତାରେ ବସିରହି ବିକ୍ଷୋଭ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖାଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ କଂଗ୍ରେସର ଦାବି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ଦଳର ଏକ ଟିମ୍ ଭେଟିଛି। ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ଵରେ କଂଗ୍ରେସର ୪ ଜଣିଆ ଟିମ୍ ଆଜି ସିଇଓଙ୍କୁ ଭେଟିଛି। କରୋନା ସଂକ୍ରମଣ ବଢୁଥିବାରୁ ପିପିଲି ଉପନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ସିଇଓଙ୍କ ନିକଟରେ ଦାବି କରିଛି।

ଆସନ୍ତା ମାସ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଦାନ ହେବାକୁ ଥିବା ବେଳେ ୧୯ ତାରିଖରେ ଭୋଟ ଗଣତି ହେବ। କିନ୍ତୁ ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଝଡବର୍ଷା ନେଇ ସତର୍କ ସୂଚନା: ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ରାଜ୍ୟରେ ଆଜି ଏବଂ ଆସନ୍ତାକାଲି ଝଡବର୍ଷା ହେବା ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ସହ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଜି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି।

ସେହିଭଳି ଆସନ୍ତାକାଲି ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ: ଅଧ୍ୟାପକ ଗିରଫ

ବ୍ରହ୍ମପୁର: ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ଧମକ ଦେବା ପରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜଣେ ଅଧ୍ୟାପକଙ୍କ ଉପରେ ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଜନୈକ ଛାତ୍ରୀ ୨୦୧୪ ମସିହାରେ ଅର୍ଥନୀତି ବିଭାଗର ଅଧ୍ୟାପକଙ୍କ ନିକଟକୁ ଟିୟୁସନ ହେବା ପାଇଁ ଯଉଥିଲେ। ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢୁଥିବା ବେଳେ ସୋରଡା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ନିକଟକୁ ଯାଉଥିଲେ। ଅଭିଯୁକ୍ତ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ସେ ଫଟୋ ଭାଇରାଲ କରିଦେବାକୁ କହି ବର୍ଷ ବର୍ଷ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଆସୁଥିଲେ। କିନ୍ତୁ ପୀଡ଼ିତା ରାଜି ନହେବାରୁ ଅଧ୍ୟାପକ ଜଣଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏହି ଘଟଣାକୁ ନେଇ ଆସିକା ଥାନାରେ ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି। ସୋରଡା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓର ଅଭିନବ ପ୍ରୟାସ

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି। ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଇଂଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ। କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା ନିର୍ଣ୍ଣୟ କରିବା ଏବେ ମୁସ୍କିଲ୍ ବ୍ୟାପାର ହୋଇପଡ଼ିଛି।

ଆଜି ବିଭିନ୍ନ ସମ୍ବାଦ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପହଂଚିବା ପାଇଁ ଦୂରତା ବା ସମୟ କିଛି ବି ଲାଗୁନି। ସବୁ କିଛି ହାତ ପାହାନ୍ତାରେ ମିଳୁଛି। କେବଳ ଖବରକାଗଜ, ପତ୍ରିକା, ଟିଭି ବା ରେଡିଓ ନୁହେଁ ସୋସିଆଲ୍ ମିଡିଆରେ ଆମେ ୨୪ ଘଂଟା ନ୍ୟୁଜ୍‌ ସହିତ ସଂଶ୍ଳିଷ୍ଟ। ଠିକ୍ ସୂଚନା ହିଁ ଆମ ପାଇଁ ଉପଯୋଗୀ ଓ ହିତକାରୀ। କାରଣ ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହାର ପ୍ରଭାବ ଗୁରୁତ୍ୱପୂର୍ଣ୍ଣ।

ଗୋଟେ ମିଥ୍ୟା ଖବରର ପ୍ରଭାବ କେବଳ ବ୍ୟକ୍ତି ବା ବ୍ୟକ୍ତିତ୍ୱ ନୁହେଁ ବରଂ ପୁରା ସମାଜ ଉପରେ ଗଭୀର ରେଖାପାତ କରେ। ଯଦିଓ ଆଜି ଆମେ ସଭ୍ୟ ଶିକ୍ଷିତ ବା ସମୟ ସହ ଅଭିଜ୍ଞ ହୋଇଛେ ତଥାପି ଆମେ ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବରର ଜାଲରୁ ମୁକ୍ତ ହୋଇ ପାରିନାହୁଁ। ଖାସ ଏହି ସମସ୍ୟାକୁ ବିଶ୍ଲେଷଣ କରିବା ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ଏହି ପ୍ରୟାସରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ରେ ପ୍ରସାରିତ ହେଉଛି ଫ୍ୟାକ୍ଟ ଶାଲା କାର୍ଯ୍ୟକ୍ରମ।

ପ୍ରତ୍ୟେକ ଶନିବାର ଓ ରବିବାର ସକାଳ ୭ଟା, ଅପରାହ୍ଣ ୧ଟା ଏବଂ ସନ୍ଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପ୍ରସାରିତ ହେଉଛି। ଏହି ପ୍ରୟାସରେ ବିଭିନ୍ନ ବର୍ଗର ଅଭିଜ୍ଞମାନେ ଆମ ସହ ଯୋଡି ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସୂଚନା (ଇନ୍‌ଫର୍ମେସନ୍‌) ସମ୍ପର୍କରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଲୋକ ସମ୍ପର୍କ ନିର୍ଦ୍ଦେଶକ ପରେଶ ଦାସ। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏ ନେଇ ବିଶେଷ ଆଲୋଚନା କରିଛନ୍ତି।

ସେହିପରି ଏକତରଫା ସମ୍ବାଦ ପରିବେଷଣ (ବାୟେସ୍‌ଡ ନ୍ୟୁଜ୍‌) ସମ୍ପର୍କରେ ସାମ୍ବାଦିକା ତଥା ସୋଆର ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନି ମିଶ୍ର। ତାଙ୍କ ସହିତ ଆର୍‌ଜେ କେପି ଏବଂ ଆର୍‌ଜେ ସବ୍‌ନମ୍ ବିସ୍ତୃତ ଆଲୋଚନା କରିଥିଲେ। ସେହିପରି ସମ୍ବାଦ କ’ଣ (ହ୍ୱାଟ ଇଜ୍ ନ୍ୟୁଜ୍‌) ଏ ନେଇ ଆଲୋଚନା କରିଥିଲେ ‘ସମ୍ବାଦ’ର ଯାଜପୁର ଏଡିସନ୍‌ର ଚିଫ୍‌ କୋ-ଏଡିଟର୍ ସୁଦାମ୍‌ବନ୍ଧୁ ଭଟ୍ଟମିଶ୍ର। ତାଙ୍କ ସହିତ ଆର୍‌ଜେ ସବ୍‌ନମ୍ ଏବଂ ଆର୍‌ଜେ କେପି ଆଲୋଚନା କରିଥିଲେ।

ସେହିପରି ସମ୍ବାଦକୁ ଠିକ୍ ଭାବେ ତଦାରଖ କରି ପରିବେଷଣ କରିବା (ଷ୍ଟପ୍‌, ଚେକ୍‌, ଗୋ ଆହେଡ) ସମ୍ପର୍କରେ ଆଲୋଚନା କରିଥିଲେ ନ୍ୟୁଜ୍‌୭ ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ। ତାଙ୍କ ସହ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ସବ୍‌ନମ୍ ଓ ଆର୍‌ଜେ କେପି। ସମ୍ବାଦର ସୂତ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ଆର୍‌ଜେ ସବ୍‌ନମ୍‌, ଆର୍‌ଜେ ରମାବଲ୍ଲଭ ଓ ଆର୍‌ଜେ କେପି।

ସେହିପରି ଭୁଲ୍ ସମ୍ବାଦ (ମିସ୍‌ଇନ୍‌ଫର୍ମେସନ୍‌) କୁ ଭିତ୍ତି କରି କିଭଳି ସମ୍ବାଦ ପରିବେଷଣ କରାଯାଉଛି ସେ ନେଇ ଆଲୋଚନା କରିଥିଲେ ଆର୍‌ଜେ ରମାବଲ୍ଲଭ, ଆର୍‌ଜେ ଗୌର ଏବଂ ଆର୍‌ଜେ ସବ୍‌ନମ୍।

ଏଥି ସହିତ ନ୍ୟାରୋ କାଷ୍ଟିଂ ଜରିଆରେ ସୋଆ ରେଡିଓ ଆଖପାଖ ବିଭିନ୍ନ ଅଂଚଳକୁ ଯାଇ ଏ ସମ୍ବନ୍ଧରେ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବାତିଲ ହେଲା ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କାରଣ

ଭୁବନେଶ୍ବର, ଯାତ୍ରୀଙ୍କ ଯିବାଆସିବା ନ ଥିବାରୁ ପୂର୍ବତଟ ରେଳବାଇ ଦୁଇଟି ସ୍ବତନ୍ତ୍ର ଟ୍ରେନର ଚଳାଚଳକୁ ବାତିଲ କରିଛନ୍ତି। ସେଗୁଡିକ ହେଲା

୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ୨୭ ଏପ୍ରିଲ୍ ଏବଂ ନୟାଗଡ଼ ଟାଉନ୍ରୁ ୨୮ ଏପ୍ରିଲ, ୨୦୨୧ ଠାରୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଅଛି। ଏଠାରେ ଦର୍ଶାଇ ଦିଆଯାଉଅଛି ଯେ, ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ ଦ୍ୱାରା ମାତ୍ର ୦୨ ଶତକଡାରୁ କମ ଯାତ୍ରୀ ଏହାର ଚଳାଚଳ ଠାରୁ ଉପଲବ୍ଧ ହୋଇଛନ୍ତି।

ସେହିଭଳି, ୦୮୪୧୩/୦୮୪୧୪ ପାରାଦୀପ-ପୁରୀ-ପାରାଦୀପ ବିଶେଷ ଟ୍ରେନ ଉଭୟ ଦିଗରୁ ୨୭ ଏପ୍ରିଲ, ୨୦୨୧ ଠାରୁ ବାତିଲ କରାଯିବାକୁ ମଧ୍ୟ ନିଷ୍ପତି ନିଆଯାଇଅଛି। ଏଠାରେ ଦର୍ଶାଇ ଦିଆଯାଉଅଛି ଯେ, ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ଦ୍ୱାରା ଏହାର ଚଳାଚଳ ଠାରୁ ମାତ୍ର ୧୦ ଶତକଡା ରୁ କମ ଯାତ୍ରୀ ଉପଲବ୍ଧ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

CBSE 12th ପରୀକ୍ଷା ସ୍ଥଗିତ ଉପରେ ଏକ ବଡ ପଦକ୍ଷେପ ନେଲା କେରଳର ସ୍କୁଲ ପରିଚାଳନା ସଂଘ

ନୂଆଦିଲ୍ଲୀ, ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ସିବିଏସ୍ଇ 12 ବୋର୍ଡ ପରୀକ୍ଷାକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି। ତେବେ ଏହାକୁ ନେଇ କେରଳ ସିବିଏସ୍ଇ ସ୍କୁଲ୍ ମ୍ୟାନେଜମେଣ୍ଟ ଆସୋସିଏସନ୍ ତରଫରୁ ଏକ ବଡ ପଦକ୍ଷେପ ନିଆଯାଇଛି। ସଂଘ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ CBSE 12th ଛାତ୍ରଛାତ୍ରୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଥିବା ସମସ୍ୟାକୁ କେନ୍ଦ୍ର ସରକାର ସମାଧାନ କରନ୍ତୁ ବୋଲି ନିବେଦନ କରାଯାଇଛି।

ଆସୋସିଏସନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସିବିଏସ୍ଇ କ୍ଲାସ୍ 12 ବୋର୍ଡ ପରୀକ୍ଷା 2021 ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଡିଗ୍ରୀ ଏବଂ ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଆଡମିଶନ ସ୍ଥଗିତ ରଖାଯାଉ। ଏ ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପଦକ୍ଷେପ ନେବାକୁ ପଡିବ ବୋଲି ସଂଘ ନିବେଦନ କରିଛି।

ଏହି ଚିଠିରେ  ଦର୍ଶାଯାଇଛି ଯେ କେରଳ ରାଜ୍ୟ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୀଘ୍ର ଶେଷ ହେବ ଏବଂ ଫଳ ମଧ୍ୟ ପ୍ରକାଶିତ ହେବ। ଏହାପରେ ସେମାନଙ୍କର ଡିଗ୍ରୀ କଲେଜରେ ନାମଲେଖା ମଧ୍ୟ ଆରମ୍ଭ ହୋଇଯିବ। ଏହାଦ୍ବାରା ସିବିଏସ୍ଇ କ୍ଲାସ୍ 12 ଛାତ୍ରଛାତ୍ରୀଙ୍କ ଚିନ୍ତା ବୃଦ୍ଧି ପାଇବ। କାରଣ ସେମାନଙ୍କର ଫଳ ବାହାରି ନ ଥିବାରୁ ସେମାନେ କୌଣସି ଡିଗ୍ରୀ କଲେଜରେ ନାମ ଲେଖାଇ ପାରିବେ ନାହିଁ।

ଇତି ମଧ୍ୟରେ ବିଭିନ୍ନ ରାଜ୍ୟ ସରକାରମାନେ ବରିଷ୍ଠ ଶିକ୍ଷାବିତଙ୍କ ସହିତ ପରାମର୍ଶ କରି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବାକୁ ଚିନ୍ତା କରୁଛନ୍ତି। ଏହା ପ୍ରକାଶ ପାଇବା ପରେ ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ଆରମ୍ଭ ହେବ। ଏଥିରେ CBSE 12th ପାଶ୍ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ।

ସିବିଏସଇ ଛାତ୍ରଛାତ୍ରୀମାନଙ୍କ ପ୍ରତି ଏପରି ଅନ୍ୟାୟକୁ ଏଡାଇବା ପାଇଁ ସରକାର ଦୟାକରି ରାଜ୍ୟ ସରକାରଙ୍କୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବା ପରେ ଆଡମିଶନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନିବେଦନ କରିଛି କେରଳର CBSE ବିଦ୍ୟାଳୟ ପରିଚାଳନା ସଂଘ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

୮୫ ବର୍ଷ ତଳେ ଏପ୍ରିଲ ୨୮ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡିଆ ଚଳଚିତ୍ର ସୀତା ବିବାହ, କିଛି ରୋଚକ କଥା

ଦିଲ୍ଲୀପ ହାଲି

ରାସ ସ୍ରଷ୍ଟା ସେ, ଆଧ୍ୟାତ୍ମିକତା ମନ୍ତ୍ରରେ ଦୀକ୍ଷିତ ଜଣେ ଦିବ୍ୟପୁରୁଷ । ସିନେମା ଭଳି ଆଧୁନିକ ଦୃଶ୍ୟକାବ୍ୟ କିନ୍ତୁ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଓଡ଼ିଶାରେ, ଓଡ଼ିଆ ସିନେମା ଆକାରରେ, ସିଧାସଳଖ କହିଲେ ଓଡ଼ଆ ଭାଷାର ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ ସେ ଆରମ୍ଭ କରିଥିଲେ ଓଡ଼ିଶାରେ ନାଁ ଦେଇଥିଲେ ‘ସୀତା ବିବାହ’ । ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ ।

ସ୍ୱର୍ଗତ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀ କେବେ ସିନେମା ଦେଖନ୍ତି ନାହିଁ । କିନ୍ତୁ ସେଦିନ ଘର ପଛପଟ ପୁରୀର ‘ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ’କୁ ସେ ଗଲେ ଭ୍ରାମ୍ୟମାଣ ସିନେମା ଦେଖିବା ପାଇଁ । ବିଖ୍ୟାତ ହାସ୍ୟ ଅଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଅଭିନୟ ତାଙ୍କୁ ଏତେ ମୁଗ୍‌ଧ କଲା ଯେ ସେ ସେଇଦିନ ନିଷ୍ପତ୍ତି ନେଲେ ଫିଲ୍ମ ତିଆରି କରିବେ ଏବଂ ତାପରେ ଆରମ୍ଭ ହୋଇଗଲା ପ୍ରସ୍ତୁତି ।

ଏହା ୧୯୩୫ ମସିହା କଥା, ବାସ୍ ଏହାପରେ ମାତ୍ର ବର୍ଷକ ବ୍ୟବଧାନରେ ନିର୍ମାଣ ପାଇଁ ବାଟ ଦେଖିଲା ‘ସୀତା ବିବାହ’ । ସ୍ୱର୍ଗତ ଦେବ ଗୋସ୍ୱାମୀ ନିଜେ ଏହାକୁ ପ୍ରଯୋଜନା କରିଥିଲେ, ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ ।

୧୨ ରିଲ୍ ବିଶିଷ୍ଟ ‘ସୀତା ବିବାହ’ ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ମୁକ୍ତିଲାଭ କରିଥିଲା ପୁରୀର ଳକ୍ଷ୍ମୀ ଟକିଜଠାରେ । ସୀତା ବିବାହରେ ମୋଟ ୨୯ ହଜାର ୭୮୧ ଟଙ୍କା ଦଶଅଣା ଖର୍ଚ୍ଚ ହୋଇଥିଲା । ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା, ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ୧୫୦ ଟଙ୍କା ନେଇଥିଲେ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା , କେବଳ ଯିବା ଆସିବା ଖର୍ଚ୍ଚ ବାବଦରେ ପାରିଶ୍ରମିକ ନେଇଥିଲେ।

ଓଡିଶା ସିନେକ୍ରିଟକ ତରଫରୁ ପ୍ରକାଶିତ ‘ସୀତା ବିବାହ’ ଚଳଚିତ୍ରର ଚିତ୍ରନାଟ୍ୟ ପୁସ୍ତକଙ୍କୁ ଉନମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବେଙ୍ଗଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଟ ପକ୍ଷରୁ କଲିକତା ଲାଲ ବଜାର ପୋଲିସ କମିଶନର ଏହାକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେତେବେଳେ ଗୋଟିଏ ଶୋ ସମୟସୀମା ଥିଲା ୩ ଘଣ୍ଟା । ତେଣୁ ‘ସୀତା ବିବାହ’ ପ୍ରଦର୍ଶନ ସହ ଘଣ୍ଟାଏ ଲମ୍ବା ବଙ୍ଗଳା ସାମାଜିକ ଚିତ୍ର ‘ମଣିକାଞ୍ଚନ’ ମଧ୍ୟ ଦର୍ଶକମାନଙ୍କୁ ଦେଖାଯାଉଥିଲା । କଲିକତାରେ କାଳୀ ଫିଲ୍ମସ ପକ୍ଷରୁ ନୂଆ ପ୍ରିଣ୍ଟ୍ ‘ସୀତା ବିବାହ’ର ଭ୍ରାମ୍ୟମାଣ ସିନେମା ପ୍ରଦର୍ଶନ ସରିଲା ପରେ ଟେଣ୍ଟ ମଧ୍ୟରେ ପ୍ରିଣ୍ଟ୍‌ଟି ଥିଲା । ଆକସ୍ମିକ ଅଗ୍ନିକାଣ୍ଡ ଯୋଗ ତାହା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଗଲା ।

ସର୍ବପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ର କୌଣସି ସନ୍ତକ ଏବେ ସୁରକ୍ଷିତ ନାହିଁ, କାହାନ୍ତି ବି ଅଭିନୟ କରିଥିବା କଳାକାର, କିନ୍ତୁ ଏ ସ୍ମୃତି ଭୁଲିବାର ନୁହେଁ । କାରଣ ଏହି ସିନେମା ହିଁ ଏକ ଆଞ୍ଚଳିକ ସିନେମା ଦୁନିଆର ମାର୍ଗଦର୍ଶକ ଥିଲା ।

ଅଗ୍ରଣୀ ସିନେ ସଂଗଠକ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନକୁ ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ନାତି ଶ୍ରୀଯୁକ୍ତ ବଟରାଜ ଦେବ ଗୋସ୍ୱାମୀ ‘ସୀତା ବିବାହ’ର ସମ୍ପୂର୍ଣ୍ଣ ଚିତ୍ରନାଟ୍ୟ ଓ ଗୀତକୁ ସଂରକ୍ଷିତ ରଖିବା ପାଇଁ ଚୁକ୍ତି କରିଥିଲେ । ଗତବର୍ଷ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିତ୍ରନାଟ୍ୟ ପୁସ୍ତକକୁ ଆନୁଷ୍ଠାନିକ ଭାବରେ ୨୦୧୭, ଏପ୍ରିଲ ୨୮ ତାରିଖରେ ଉଦ୍‌ଘାଟନ କରିଥିଲେ ।

୧୯୩୬ ମସିହା ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନଙ୍କ ଶୁଭ ଜନ୍ମଦିବସ ଏବଂ ଏହାକୁ ସଂକଳ୍ପ ଦିବସ ଭାବେ ପାଳନ କରାଯାଉଛି । ସେହିଦିନ ସୀତା ବିବାହ ଦିବସ ପାଳନ ସେହି ସଂକଳ୍ପକୁ ଆଉ ପାଦେ ଆଗେଇ ନେବ ଓଡ଼ିଆ କଳା, ସଂସ୍କୃତି ଓ ସିନେମା କ୍ଷେତ୍ରରେ । ମଞ୍ଜ ହିଁ ଗଛର ସବୁକିଛି । ଠିକ୍ ସେମିତି ‘ସୀତା ବିବାହ’ ଓଡ଼ିଆ ସିନେମାର ପରିଚୟ । ଏହା ଯେତେ ସ୍ମରଣରେ ରହିବ ଓଡ଼ିଆ ସିନେମାର ଗୌରବଗାଥା ସେତିକି ସ୍ପଷ୍ଟ ହେବ ।

ସମ୍ପାଦକ, ଓଡ଼ିଶା ସିନେକ୍ରିଟିକ ଆସୋସିଏସନ
ବଡ଼ଗଡ଼, ଭୁବନେଶ୍ୱର
ମୋ : ୯୮୬୧୦୦୯୨୫୨

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କାଲିଠୁ ପଞ୍ଜୀକରଣ, କିନ୍ତୁ ବିଳମ୍ବ ହେବ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକା ଦାନ!: ବିଜୟ ପାଣିଗ୍ରାହୀ

ଭୁବନେଶ୍ଵର: ଆସନ୍ତାକାଲିଠୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। କୋ-ୱିନ ଆପ୍ ମାଧ୍ୟମରେ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ପାଇଁ ପଞ୍ଜୀକରଣ କରିପାରିବେ। କିନ୍ତୁ ୧୮ ରୁ ୪୪ ବର୍ଷ ବ୍ୟକ୍ତି ଟୀକା ନେବାରେ ବିଳମ୍ବ ହୋଇପାରେ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ମେ’ ୧ ତାରିଖରେ ଟୀକା ଦେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ ଟୀକା ଆସିବାରେ ବିଳମ୍ବ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣରେ ଅନିଶ୍ଚିତତା ଦେଖାଯାଇଛି। କୋଭାକ୍ସିନ ଟୀକା ମେ’ ମଧ୍ୟଭାଗରେ ଆସିବାର ଅଛି। କୋଭିସିଲ୍ଡ ପାଇଁ ଆମେ କେନ୍ଦ୍ରକୁ ଚିଠି ଲେଖିଛୁ। ଟୀକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦେବୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଡପୋଖରୀଆ ନିକଟରେ ସଡକ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଭଉଣୀ ମୃତ, ଭାଇ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଯେଉଁଥିରେ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଅଛନ୍ତି।

ସୂଚନା ଅନୁଯାୟୀ, ଭାଇ ଭଉଣୀ ଦୁହେଁ ଭୂବନେଶ୍ୱରରୁ ଏକ ସ୍କୁଟିରେ ବ୍ରହ୍ମପୁର ଆଡେ ଯାଉଥିବା ବେଳେ ବଡପୋଖରୀଆ ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ସ୍କୁଟିରୁ ଭାଇ ଭଉଣୀ ଦୁହେଁ ଛିଟିକି ପଡିଥିଲେ।

ଘଟଣା ସ୍ଥଳରେ ଭଉଣୀ ମୃତ୍ୟୁ ବରଣ କରିଥିବା ବେଳେ ଭାଇକୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।ମୃତକ ଜଣଙ୍କ ସାଗରୀକା ପାଢୀ। ସାଗରୀକା ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ। ଘଟଣା ସ୍ଥଳରେ ରାଜପଥ ପାଟ୍ରୋଲିଂ ପୋଲିସ ପହଞ୍ଚି ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ତଳକୁ ଖସିବାର ନାଁ ଧରୁନି, ଆଜି ୧୦୯୨ ଜଣ ଚିହ୍ନଟ

ଭୁବନେଶ୍ବର, କରୋନାର ଭୟବହତା ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ପରିଲକ୍ଷିତ ହୋଇଛି। ବିଶେଷ କରି ଭୁବନେଶ୍ବରରେ ଏହାର ପ୍ରକୋପ ବଢିବାରେ ଲାଗିଛି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ 958 ଜଣ ଚିହ୍ନଟ ହୋଇଥିଲେ। ହେଲେ ଆଜି ଏହି ସଂଖ୍ୟା ହଜାରେ ଟପିଛି। ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧି ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା ହେଉଛି ୧୦୯୨ ଜଣ। ଆଜି ୩୦ ଟି ଜିଲ୍ଲାରୁ ମୋଟ ୬ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲା- ୧୦୯୨ ଜଣ

ବଲାଙ୍ଗୀରି ଜିଲ୍ଲା- ୪୫୭ ଜଣ

ନୂଆପଡା ଜିଲ୍ଲା- ୪୦୦ ଜଣ

ସୁନ୍ଦରଗଡ ଜିଲ୍ଲା- ୩୭୧ ଜଣ,

ଝାରସୁଗୁଡା ଜିଲ୍ଲା- ୩୫୯ ଜଣ

ବରଗଡ ଜିଲ୍ଲା- ୨୮୬ ଜଣ

କଳାହାଣ୍ଡି- ୨୭୭ ଜଣ

ପୁରୀ ଜିଲ୍ଲା- ୨୬୬ ଜଣ

କେନ୍ଦୁଝର ଜିଲ୍ଲା- ୨୬୬ ଜଣ

ଅନୁଗୁଳ ଜିଲ୍ଲା- ୨୩୯ ଜଣ

ଗଞ୍ଜାମ ଜିଲ୍ଲା- ୨୦୯ ଜଣ

ନବରଂଗପୁର ଜିଲ୍ଲା- ୨୦୬ ଜଣ

କଟକ ୧୯୮ ଜଣ

ସମ୍ବଲପୁର ଜିଲ୍ଲା- ୧୫୮ ଜଣ

ମୟୂରଭଞ୍ଜ ଜିଲ୍ଲା- ୧୨୯ ଜଣ

ନୟାଗଡ ଜିଲ୍ଲା- ୧୧୧ ଜଣ

ଯାଜପୁର ଜିଲ୍ଲା- ୧୦୭ ଜଣ

ଗଜପତି ଜିଲ୍ଲା- ୭୯ ଜଣ

ବାଲେଶ୍ଵର ଜିଲ୍ଲା- ୭୮ ଜଣ

ରାୟଗଡା ଜିଲ୍ଲା- ୭୭ ଜଣ

କୋରାପୁଟ ଜିଲ୍ଲା- ୭୬ ଜଣ

ସୋନପୁର ଜିଲ୍ଲା- ୭୪ ଜଣ

ଭଦ୍ରକ ଜିଲ୍ଲା- ୬୫ ଜଣ

କେନ୍ଦ୍ରାପଡା ଜିଲ୍ଲା- ୬୪ ଜଣ

ବୌଦ୍ଧ ଜିଲ୍ଲା- ୬୪ ଜଣ

ଜଗତସିଂହପୁର ଜିଲ୍ଲା- ୬୨ ଜଣ

ଦେବଗଡ ଜିଲ୍ଲା- ୩୬ ଜଣ

କନ୍ଧମାଳ ଜିଲ୍ଲା- ୩୪ ଜଣ

ମାଲକାନାଗିରି ଜିଲ୍ଲା- ୨୯ ଜଣ

ଢେଙ୍କାନାଳ ଜିଲ୍ଲା- ୧୨ ଜଣ

ଷ୍ଟେଟ ପୁଲରୁ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ: ସ୍ଵଦେଶ ଫେରିବାକୁ ଅଷ୍ଟ୍ରେଲିଆ ଖେଳାଳି ଚିନ୍ତିତ, ଚାର୍ଟର ପ୍ଳେନ ପାଇଁ କରିଲେ ଦାବି

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢୁଥିବାରୁ ଆଇପିଏଲର ଅନେକ ଖେଳାଳି ଚିନ୍ତିତ ଅଛନ୍ତି। କିଛି ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ଛାଡି ଘରକୁ ଫେରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି କ୍ରିସ ଲୀନ୍ ଚିନ୍ତା ପ୍ରକଟ କରିଛନ୍ତି। ସେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଛନ୍ତି ଯେ, ଆଇପିଏଲ ଖେଳ ସରିବା ପରେ ଖେଳାଳିମାନେ ସ୍ଵଦେଶ ଫେରିବା ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।

ଲୀନ୍ କହିଛନ୍ତି ଯେ, କ୍ରିକେଟ ଅଷ୍ଟ୍ରେଲିଆ ପ୍ରତ୍ୟେକ ଆଇପିଏଲରେ ଖେଳାଳିଙ୍କ ଠାରୁ ୧୦ ପ୍ରତିଶତ ଭାଗ ନେଉଛି। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ କଣ ଚଳିତ ବର୍ଷ ଖେଳାଳିଙ୍କ ପାଇଁ ଚାର୍ଟର ପ୍ଳେନ ପାଇଁ ଖର୍ଚ୍ଚ କରି ପାରିବ ନାହିଁ? ଆମ ଠାରୁ ଲୋକେ ଭଲ ସ୍ଥିତିରେ ଅଛନ୍ତି। ଆମେ ଏବେ କଠିନ ସମୟ ଦେଇ ଗତି କରୁଛୁ। ଆଇପିଏଲ ଶେଷ ହେବା ମାତ୍ରେ ଘରକୁ ଶୀଘ୍ର ଫେରିବା ଆମେ ଉଚିତ ମାନେ କରୁଛୁ। ତେଣୁ ସରକାରଙ୍କୁ ଅନୁରୋଧ, ଆମ ପାଇଁ ଚାର୍ଟର ପ୍ଳେନର ବ୍ୟବସ୍ଥା କରିବେ।

ତେବେ ବର୍ତ୍ତମାନ ଆଇପିଏଲ ଭଲ ବାତାବରଣରେ ଖେଳାଯାଉଛି ଏବଂ ଆମେ ଏଥିରେ ସନ୍ତୁଷ୍ଟ ଅଛୁ। ମୁଁ ଏବେ ଆଇପିଏଲରୁ ହଟିବା ପାଇଁ କୌଣସି ଯୋଜନା ନାହିଁ। ଯଦିବା ଏହି ସମୟରେ ଭାରତର ସ୍ଥିତି ଭଲ ନାହିଁ, ତଥାପି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ଆମେ ଲୋକଙ୍କ ପାଇଁ କିଛି କ୍ଷଣ ପାଇଁ ଖୁସି ଆଣିପାରୁଛୁ।

ସ୍ଵଦେଶ ଫେରିବାକୁ ନେଇ ଅଷ୍ଟ୍ରେଲିଆ ଖେଳାଳିମାନଙ୍କ ମଧ୍ୟରେ ସସ୍ପେନ୍ସ ଜାରି ରହିଛି। ଏହା ଭିତରେ ଦେଶରେ ପ୍ରବେଶ ନିଷେଦ୍ଧ ଆଶଙ୍କା କରି ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏଣ୍ଡ୍ର୍ଯୁ ଟାଏ ଅଷ୍ଟ୍ରେଲିଆ ଫେରିଯାଇଛନ୍ତି। ସେହିଭଳି ବ୍ୟକ୍ତିଗତ କାରଣରୁ ଆଡମ ଜାମ୍ପା ଏବଂ କେନ ରିଚାର୍ଡସନ ଆଇପିଏଲରୁ ହଟିଯାଇଛନ୍ତି। କିନ୍ତୁ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ନର ଏବଂ ପେଟ କୁମିନ୍ସ ଏବେ ବି ଖେଳ ଜାରି ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସିରସ୍ତାରୁ ବଟିରା ପର୍ଯ୍ୟନ୍ତ କେନାଲ କାର୍ଯ୍ୟ: କୋଟି କୋଟି ଟଙ୍କାର ଅର୍ଥ ହଡ଼ପ ଉଦ୍ୟମ

ରମେଶ ମହାନ୍ତି
ଜଗତସିଂହପୁର: ଗାଁ ଗହଳିର ଉନ୍ନତିକରଣ ନିମନ୍ତେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଠିକାଦାରଙ୍କ ସହ ବିଭାଗୀୟ କିଛି ଅସାଧୁ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ସିଂହ ଭାଗ ଅର୍ଥକୁ ଚଳୁ କରିବାରେ ଠିକାଦାର ସଫଳ ହେଉଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ସିରସ୍ତା ଠାରୁ ବଟିରା ପର୍ଯ୍ୟନ୍ତ ପାଇକା ବାମପାର୍ଶ୍ୱ କେନାଲ ଓ ବନ୍ଧର ପୁନଃରୁଦ୍ଧାର ନିମନ୍ତେ (ଏମ୍.ସି.ଆଇ)ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ ବିଭାଗ ପକ୍ଷରୁ ପାଖାପାଖି ୯କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା କାର୍ଯ୍ୟ ଏଷ୍ଟିମେଣ୍ଟ ଅନୁସାରେ କରାନଯାଇ ଅତ୍ୟନ୍ତ ନିମ୍ନମାନର ଭାବେ ଯେନତେନ ପ୍ରକାରେ କାର୍ଯ୍ୟ କରାଯାଉଥିବା କୁହାଯାଉଥିବା ବେଳେ ବିଭାଗୀୟ କିଛି ଅଧିକାରୀଙ୍କୁ କରାୟତ କରି ଠିକାଦାର ଏହି କୋଟି କୋଟି ଟଙ୍କାର ଅର୍ଥକୁ ଚଳୁ କରିଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ବିଭାଗୀୟ ଏମ୍.ସି.ଆଇ କାର୍ଯ୍ୟାଳୟ ଏସ୍.ଡି.ଓ ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଏଷ୍ଟିମେଣ୍ଟ ଅନୁଯାୟୀ ଏହି କେନାଲବନ୍ଧ ସୁଦୃଢୀକରଣ, ବନ୍ଧ ମଜବୁତ୍, ମାଟିକାମ, ୫ଟି ବ୍ରିଜ୍ କାର୍ଯ୍ୟ, କେନାଲ୍ ଖୋଳା କାର୍ଯ୍ୟ ସହିତ କେନାଲ ଭିତର ବନ୍ଧ କଡରେ ନିର୍ମାଣ ହେଉଥିବା ଦେବାଲ୍ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଭାବେ କରାଯାଇ ଯଥାଶୀଘ୍ର ଏହାକୁ ଘୋଡାଇବାକୁ ମାଟି ଚଢାଇ ଦିଆଯାଉଛି ବୋଲି କୁହାଯାଉଛି। ଉକ୍ତ କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ କାର୍ଯ୍ୟ ସ୍ଥଳରେ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କଠୁ ଶୁଣିବାକୁ ମିଳୁଛି।

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ ଚାଲିଥିବା କୁହାଯାଉଥିବା ବେଳେ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର କୋଟି କୋଟି ଟଙ୍କାର ଅର୍ଥକୁ ହଡପ୍ କରି ଚଳୁ କରିଦେବାକୁ ଉଦ୍ୟମ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚପଦାଧିକାରୀ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭୬ ଲକ୍ଷ ୪୬ ହଜାର ୩୦୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୮ ଲକ୍ଷ ୮୨ ହଜାର ୨୦୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୦ କରୋନା ଆକ୍ରାନ୍ତ: ୨ ହଜାର ଟପିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ମୃତ୍ୟୁବରଣ କରିଛନ୍ତି। ସେହିଭଳି ରାୟଗଡା ଜିଲ୍ଲାରୁ ୨ ଜଣ ଏବଂ ବୌଦ୍ଧ ଜିଲ୍ଲାରୁ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୭ ହଜାର ୧୧୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୦ ହଜାର ୯୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୦୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଧର୍ମ

ବିପଦ ସମୟରେ ଆପଣ କଣ କରିବେ? ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି 3ଟି କଥାକୁ ଧ୍ୟାନ ଦିଅନ୍ତୁ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଜଣେ ବିପଦ ସମୟରେ କଣ କରିବା ଉଚିତ ତାହା ବର୍ଣ୍ଣନା କରିଛନ୍ତି। ସେହି ଅନୁସାରେ..

1. ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଜୀବନରେ କଠିନ ସମୟ ଆସେ ସେତେବେଳେ ନିଜକୁ କେବେବି ବିତୁର୍ଷ୍ଣା ବା ବିଭ୍ରାନ୍ତ ହେବାକୁ ଦିଅନ୍ତୁ ନାହିଁ । ଏକ ବିଭ୍ରାନ୍ତ ମନ କଦାପି ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହେବ ନାହିଁ। ତେଣୁ ଧର୍ଯ୍ୟବାନ ହୁଅନ୍ତୁ ଏବଂ ନିଜ ପରିବାର ଏବଂ ଘନିଷ୍ଠ ଲୋକଙ୍କୁ ଏକାଠି କରନ୍ତୁ। ଚାଣକ୍ୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଧର୍ଯ୍ୟର ସହିତ କାମ କରନ୍ତି, ତେବେ ସେ ସହଜରେ କଷ୍ଟ ସମୟକୁ ଅତିକ୍ରମ କରିପାରିବେ।

2. ଚାଣକ୍ୟ ନୀତି ଶାସ୍ତ୍ରୀଙ୍କ ଅନୁଯାୟୀ, ନିଜକୁ କଷ୍ଟ ସମୟରେ ନକାରାତ୍ମକତାର ଶିକାର ହେବାକୁ ଦିଅନ୍ତୁ ନାହିଁ। ଯେତେ କଷ୍ଟ ହେଉନା କାହିଁକି, କେବେବି ଚିନ୍ତା କର ନାହିଁ ଯେ କେବଳ ଜଣେ ବ୍ୟକ୍ତି କିଛି କରିପାରିବ ନାହିଁ। ସକରାତ୍ମକ ରୁହନ୍ତୁ ଏବଂ ପରିସ୍ଥିତିକୁ ବୁଝନ୍ତୁ ଏବଂ ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

3. ଚାଣକ୍ୟ କହିଛନ୍ତି କଠିନ ସମୟରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନେକ ଥର ତରବରରେ ଆପଣ ପରିସ୍ଥିତି ବୁଝନ୍ତି ନାହିଁ, ଯେଉଁଥିପାଇଁ ସେମାନେ ଭୁଲ ନିଷ୍ପତ୍ତି ନିଅନ୍ତି। ତେଣୁ, ସମସ୍ୟାକୁ ଭଲ ଭାବରେ ବୁଝନ୍ତୁ ଏବଂ ତା’ପରେ ଏହାର ସମାଧାନ କିପରି ହେବ ସେ ବିଷୟରେ ଚିନ୍ତା କରନ୍ତୁ। ରଣନୀତି ସହିତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

Categories
ଫଟୋ ଖବର

ଚୈତ୍ର ମାସ ଶେଷ ମଙ୍ଗଳବାରରେ ମା ମଝିଘରିଆଣିଙ୍କ ଦର୍ଶନ ପାଇଁ ବିଭୋର ଭକ୍ତ

ଚୈତ୍ର ମାସ ଶେଷ ମଙ୍ଗଳବାରରେ ମା ମଝିଘରିଆଣିଙ୍କ ଦର୍ଶନ ପାଇଁ ବିଭୋର ଭକ୍ତ

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୬ ହଜାର ୭୩ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୫୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬୭ ହଜାର ୧୧୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୦ ହଜାର ୯୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୯୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ ଜଣ, ଅନୁଗୁଳ ଜିଲ୍ଲାରୁ ୨୩୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୭୮ ଜଣ, ବରଗଡ ଜିଲ୍ଲାରୁ ୨୮୬ ଜଣ, ଭଦ୍ରକ ଜିଲ୍ଲାରୁ ୬୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୪୫୭ ଜଣ, ବୌଦ୍ଧ ଜିଲ୍ଲାରୁ ୬୪ ଜଣ, କଟକ ୧୯୮ ଜଣ, ଦେବଗଡ ଜିଲ୍ଲାରୁ ୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ ଜଣ, ଗଜପତି ଜିଲ୍ଲାରୁ ୭୯ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୨ ଜଣ, ଯାଜପୁର ଜିଲ୍ଲାରୁ ୧୦୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୩୫୯ ଜଣ, କଳାହାଣ୍ଡିରୁ ୨୭୭ ଜଣ, କନ୍ଧମାଳ ଜିଲ୍ଲାରୁ ୩୪ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬୪ ଜଣ, କେନ୍ଦୁଝର ଜିଲ୍ଲାରୁ ୨୬୬ ଜଣ, କୋରାପୁଟ ଜିଲ୍ଲାରୁ ୭୬ ଜଣ, ମାଲକାନାଗିରି ଜିଲ୍ଲାରୁ ୨୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୨୯ ଜଣ, ନବରଂଗପୁର ଜିଲ୍ଲାରୁ ୨୦୬ ଜଣ, ନୟାଗଡ ଜିଲ୍ଲାରୁ ୧୧୧ ଜଣ, ନୂଆପଡା ଜିଲ୍ଲାରୁ ୪୦୦ ଜଣ, ପୁରୀ ଜିଲ୍ଲାରୁ ୨୬୬ ଜଣ, ରାୟଗଡା ଜିଲ୍ଲାରୁ ୭୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫୮ ଜଣ, ସୋନପୁର ଜିଲ୍ଲାରୁ ୭୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୭୧ ଜଣ, ଏବଂ ଷ୍ଟେଟ ପୁଲରୁ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଶେଷ ଚୈତ୍ର ମଙ୍ଗଳବାର: କାକଟପୁର ମା’ ମଙ୍ଗଳା ମନ୍ଦିରରେ ୧୪୪ ଧାରା ଜାରି

କୋଣାର୍କ: କରୋନା ସଂକ୍ରମଣକୁ ଦେଖି କାକଟପୁର ମା’ ମଙ୍ଗଳା ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଝାମୁ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନା ଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଆଜି ଶେଷ ଚୈତ୍ର ମଙ୍ଗଳବାରରେ ମା’ ମଙ୍ଗଳାଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହେବ। ତେଣୁ ଭିଡକୁ ରୋକିବା ପାଇଁ ପ୍ରଶାସନ ୧୪୪ ଧାରା ଜାରି କରିଛି। କୋଭିଡ଼ କଟକଣା ମଧ୍ୟରେ ଝାମୁ ଯାତ୍ରା କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। କେବଳ ମାନସିକଧାରୀ ଓ ସେବାୟତଙ୍କ ଉପସ୍ଥିତିରେ ଝାମୁ ଯାତ୍ରା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।