Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚିଲିକା ଉପକୂଳରେ ଦେବୀ ମନସା

ଅଧ୍ୟାପକ ଡକ୍ଟର ସତ୍ୟ ଷଡ଼ଙ୍ଗୀ

ଆଜି ଶ୍ରାବଣ କୃଷ୍ଣ ପଞ୍ଚମୀ, ମନସା ପଞ୍ଚମୀ। ଦେବୀ ମନସାଙ୍କ ଆରାଧନା ଦିନ। ସୁପ୍ତେ ଜନାର୍ଦ୍ଦନେ କୃଷ୍ଣେ ପଞ୍ଚମ୍ୟାଂ ଭବନାଙ୍ଗଣେ /ପୂଜୟେତ୍ ମନସା ଦେବୀଂ ସ୍ନୁହୀ ବିଟପ ସଂସ୍ଥିତାମ୍। ଅର୍ଥାତ୍ ହରିଶୟନ ପରେ ପଞ୍ଚମୀ ତିଥିରେ କଣ୍ଟାସିଝୁ ଗଛ ମୂଳେ ସ୍ଥିତା ଦେବୀ ମନସାଙ୍କ ପୂଜା କରଣୀୟ। ଆପଣ କେବେ ଚିଲିକା ବ୍ଳକ୍ ହରିପୁର ପଞ୍ଚାୟତ ପରବଳ ନୂଆପାଟଣା ଗ୍ରାମକୁ ଯାଇଛନ୍ତି? ସେଠାକାର ଉତ୍ତରାୟଣୀ ମନ୍ଦିର ବେଢ଼ାରେ ଅଛି ମନସା ଦେବୀଙ୍କ ପ୍ରାଚୀନ ପ୍ରତିମା।

ଗୋଟିଏ ପଥରରେ ନିର୍ମିତ ମନସାଙ୍କ ବିଗ୍ରହର ମୁଖମଣ୍ଡଳ ଓ କପାଳ ଭାଗ ଅସ୍ପଷ୍ଟ ହେଲେ ହେଁ ଅନ୍ୟାନ୍ୟ ଅଂଶ ବିଶେଷ କ୍ଷୟପ୍ରାପ୍ତ ହୋଇନାହିଁ। ଦେବୀ ପ୍ରସ୍ଫୁଟିତ ସହସ୍ରଦଳ ପଦ୍ମ ଉପରେ ଲଳିତଆସନ ଭଙ୍ଗୀରେ ଅର୍ଥାତ୍ ବାମ ପୟର ଆଣ୍ଡୁବକ୍ର କରି ବସିଥିବା ପଦ୍ମ ଉପରେ ରଖିଲାବେଳେ ଦକ୍ଷିଣ ପୟର ନିମ୍ନକୁ ପ୍ରଲମ୍ବିତ ରଖି ଉପବେଶନ କରିଛନ୍ତି। ତାଙ୍କ ବାମ କୋଳରେ ତାଙ୍କ ପୁତ୍ର ଆସ୍ତିକ ନିଜ ବାମ ଭୁଜ ପାପୁଲିରେ ଦେବୀଙ୍କ ବାମ ଆଣ୍ଠୁରେ ଭରା ଦେଇ ଅର୍ଦ୍ଧଶାୟିତ ରହିଛନ୍ତି। ଆସ୍ତିକଙ୍କର ଦକ୍ଷିଣ ଭୁଜ ସ୍କନ୍ଧରୁ କହୁଣୀ ପର‌୍ୟ୍ୟନ୍ତ ଉପରକୁ ଉଠି ପୁନଶ୍ଚ ନିମ୍ନକୁ ଦୋଳାୟମାନ ଅବସ୍ଥାରେ ଶରୀରର ପୃଷ୍ଠଦେଶରେ ନ୍ୟସ୍ତ ଅଛି। ତାଙ୍କର ଦୁଇ ଚରଣ ଦେବୀଙ୍କ ଦକ୍ଷିଣ ଜାନୁ ଅତିକ୍ରମ କରିଛି, ମାତ୍ର ବାମ ପାଦ ଭାଙ୍ଗି ଯାଇଛି।

ଦ୍ୱିଭୁଜା ଦେବୀ କୌଣସି ଆୟୁଧ ଧାରଣ କରିନାହାନ୍ତି ବରଂ ପୁତ୍ରକୁ କୋଳାଗ୍ରତ କରିଥିବା ଦୃଶ୍ୟ ଅଙ୍କିତ। ଦେବୀଙ୍କ ଭୁଜରେ ବାହୁଟି, ବଳୟ, କଣ୍ଠରେ ହାର, କର୍ଣ୍ଣରେ କୁଣ୍ଡଳାକୃତି କର୍ଣ୍ଣପୂରକ ପ୍ରଭୃତି ଅଳଙ୍କାର ମଣ୍ଡିତ ହୋଇଛି। ଆସ୍ତିକ ବ୍ରହ୍ମଚାରୀ-ସୁଲଭ କୃଷ୍ଣାଜୀନ ପରିଧାନ କରିଥିବା ପରିଲକ୍ଷିତ ହୁଏ। ଦେବୀଙ୍କ ଦକ୍ଷିଣ ସ୍କନ୍ଧ ଊର୍ଦ୍ଧ୍ୱରେ କେଶକବରୀ ଓ ଦକ୍ଷିଣ କର୍ଣ୍ଣରେ କୁଣ୍ଡଳାକୃତି କର୍ଣ୍ଣଭୂଷଣ ଶୋଭମାନ।

ଦକ୍ଷିଣଭୁଜ ପୃଷ୍ଠଭୂମିରେ ଜଣେ ଅନୁଗତ କିମ୍ବା ଅନୁଗତା ହାତ ପାପୁଲିକୁ ସର୍ପଫଣାକୃତି କରି ନୃତ୍ୟ କଲାଭଳି ଦଣ୍ଡାୟମାନ। ପ୍ରସ୍ତରର ଦକ୍ଷିଣ ଭାଗରେ ବାଳକଙ୍କ ହସ୍ତପାପୁଲି ନିମ୍ନକୁ ମଧ୍ୟ ସେହିଭଳି ଅଙ୍କନ ରହିଛି। ବାଳକ ଆସ୍ତିକଙ୍କ ବକ୍ଷରେ ରୁଦ୍ରାକ୍ଷ ତୁଲ୍ୟ ମାଳା ଓ ହସ୍ତରେ ମଧ୍ୟ ତତ୍ତୁଲ୍ୟ କିଛି  ପରିଧେୟ ରହିଛି। ଉଭୟଙ୍କ ମୁଖମଣ୍ଡଳ ଓ ମସ୍ତକ ଶୀର୍ଷ ନଷ୍ଟ ହୋଇଥିବା ହେତୁ ତାହାର ବର୍ଣ୍ଣନା ପ୍ରାଞ୍ଜଳ ରୂପେ କରାଯାଇପାରୁନାହିଁ।

ତଥାପି ଦେବୀଙ୍କ ମସ୍ତକୋପରି ସର୍ପଫଣା ଓ ସ୍ନୁହୀ (କଣ୍ଟାସିଝୁ) ବୃକ୍ଷର କଣ୍ଟକିତ ଡାଳ ରହିଥିବା ଅନୁମେୟ। ପଦ୍ମ ତଳକୁ ଦେବୀଙ୍କର ପ୍ରଲମ୍ବିତ ଦକ୍ଷିଣପାଦର ବାମ ପାଶ୍ୱର୍ରେ ଦୁଇ ଜଣ ଉପାସକ ଦୃଶ୍ୟ ହେଉଛନ୍ତି ଓ ଦକ୍ଷିଣରେ ଫଣା ଟେକିଥିବା ଗୋଟିଏ ସର୍ପ ଅଙ୍କିତ ଅର୍ଥାତ୍ ସେମାନେ ସର୍ପ ପୂଜା କରୁଛନ୍ତି। ପ୍ରତିମା ଅତ୍ୟନ୍ତ ରମଣୀୟ, ସୌଷ୍ଠବପୂର୍ଣ୍ଣ ଓ କଳାତ୍ମକ।

ପୁରାଣଗୁଡ଼ିକରେ ଦେବୀ ମନସାଙ୍କ ପରିଚୟ ଦେଇ କୁହାଯାଇଛି ଯେ ସେ “କଶ୍ୟପଙ୍କ ଔରସରେ କଦ୍ରୁଙ୍କ ଗର୍ଭଜାତ କନ୍ୟା। ଏ ଅନନ୍ତ ବା ବାସୁକି ନାଗଙ୍କ ଭଉଣୀ। ଏହାଙ୍କର ଅନ୍ୟ ନାମ ଜରତ୍କାରୀ। ଜରତ୍କାରୁ ଋଷି ଏହାଙ୍କୁ ବିବାହ ହୋଇଥିଲେ। ଆସ୍ତୀକ ଋଷି ଏହି ଦମ୍ପତିର ସନ୍ତାନ। ଏ ସର୍ପମାନଙ୍କଠାରୁ ମନୁଷ୍ୟକୁ ରକ୍ଷା କରିବା ଦେବୀ ରୂପେ ପୂଜିତା ହୁଅନ୍ତି। ଏହାଙ୍କର ପ୍ରିୟ ବୃକ୍ଷ କଣ୍ଟାସିଝୁ।” ପୁନଶ୍ଚ ଆସ୍ତିକଙ୍କ ସମ୍ପର୍କରେ ପୁରାଣରେ କଥିତ ଅଛି: “ମହର୍ଷି ଜରତ୍କାରୁ ଏହାଙ୍କର ପିତା। ସର୍ପରାଜ ବାସୁକୀଙ୍କ ଭଗିନୀ ଜରତ୍କାରୀ ମାତା। ପାଣ୍ଡୁ କୁଳୋଦ୍ଭବ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସମୟରେ ଏଇ ଆସ୍ତିକ ମାତୁଳବଂଶକୁ ରକ୍ଷା କରିଥିଲେ, ତେଣୁ ଆସ୍ତିକ ନାମ ସ୍ମରଣ କଲେ ସର୍ପ ଭୟ ନିବାରିତ ହୁଏ ବୋଲି ପୁରାଣର ମତ।”

ଦେବୀ ମନସାଙ୍କ ପୂଜା ଉପାସନାର ପ୍ରସାରରେ ବଙ୍ଗଳା ଭାଷାରେ ରଚିତ ଲୋକପ୍ରିୟ କାବ୍ୟର ବିଶେଷ ଭୂମିକା ରହିଛି। କାବ୍ୟର ବିଷୟବସ୍ତୁ ହେଲା:

ଚମ୍ପକ ନଗରୀର ବିଭବଶାଳୀ ଶିବଭକ୍ତ ଚାନ୍ଦ ସୌଦାଗର ମନସାଦେବୀଙ୍କୁ ଅବଜ୍ଞା କରିବା ଫଳରେ ଦେବୀଙ୍କ କୋପରୁ ତାଙ୍କର ଛଅ ପୁଅ ପ୍ରାଣ ହରାଇଲେ। ‘ସପ୍ତଡିଙ୍ଗା’ ନାମକ ତାଙ୍କ ବୋଇତ ସମୁଦ୍ରରେ ବୁଡ଼ିଗଲା। ତାଙ୍କ ପୁତ୍ର ଲକ୍ଷ୍ମୀଧର ବାସର ଘରେ ସର୍ପାଘାତରେ ମୃତ୍ୟୁ ବରଣ କଲା, ମାତ୍ର ତାର ଧର୍ମପତ୍ନୀ ବେହୁଲା ସ୍ୱାମୀର ଶବକୁ କଦଳି ପାଟୁକାରେ ବାହିବାହି ଦେବପୁରରେ ପହଞ୍ଚିଲା ଓ ସେଠାରେ ନୃତ୍ୟ ଜରିଆରେ ଦେବତାଙ୍କୁ ତୁଷ୍ଟ କରି ସ୍ୱାମୀଙ୍କୁ ଫେରି ପାଇଲା। ପୁତ୍ରବଧୂ ବେହୁଲାଙ୍କ ତ୍ୟାଗ, ସାଧନାରେ ପ୍ରଭାବିତ ହୋଇ ଚାନ୍ଦ ସୌଦାଗର ପରିଶେଷରେ ମନସା ଦେବୀଙ୍କୁ ପୂଜା କଲେ।

ଓଡ଼ିଶାରେ ଆସ୍ତିକ-ମନସା ଉପାସନା:

ମନସା ମୂଳତଃ ଜନଜାତିର ଦେବୀ ଭାବରେ ପୂଜା ପାଉଥିଲେ। ପରବର୍ତ୍ତୀ କାଳରେ ମହାଭାରତ ପ୍ରଭୃତିରେ ତାଙ୍କୁ ସନାତନ ଧର୍ମ ପରିସରରେ ଅନ୍ତର୍ଭୁକ୍ତ କରାଯାଇଥିବା ପରିଲକ୍ଷିତ ହୁଏ। ସର୍ପାଘାତରୁ ରକ୍ଷା ପାଇବା ନିମନ୍ତେ ଦେବୀ ମନସାଙ୍କର ଉପାସନା ଆସାମ, ବଙ୍ଗ ତଥା ଓଡ଼ିିଶାରେ ବେଶ୍ ପ୍ରଚଳିତ ଥିଲା।

ଓଡ଼ିଶାର ବିଭିନ୍ନ ସ୍ଥାନରୁ ତାଙ୍କର ପ୍ରତିମା ମିଳୁଛି। ଓଡ଼ିଆ ପଞ୍ଜିକାରେ ମନସାପଞ୍ଚମୀ ତିଥି ସୂଚୀତ ହୋଇଥାଏ। ଡକ୍ଟର ଡୋନାଲ୍ଡସନ୍ ତାଙ୍କ ପୁସ୍ତକରେ ଶେରଗଡ଼, ପାଇକପଡ଼ା, କାକଟପୁର, ଅଡ଼ଶପୁର, ବେରବୋଇ, ଯାଜପୁର ପ୍ରଭୃତି ସ୍ଥାନରେ ଥିବା ୧୮ଟି ଆସ୍ତିକ-ଜରତ୍କାରୀ ବା ଆସ୍ତିକ-ମନସା ପ୍ରତିମୂର୍ତ୍ତିର ଫଟୋଚିତ୍ର ଦେଇଛନ୍ତି, ଯେଉଁଥିରେ ଦେବୀଙ୍କ ସହ ତାଙ୍କ ପୁତ୍ର ଆସ୍ତିକ ମଧ୍ୟ ସ୍ଥାନ ପାଇଛନ୍ତି। ରାଜ୍ୟ ସଂଗ୍ରହାଳୟ ଓ କେନ୍ଦୁଲି ସଂଗ୍ରହାଳୟରେ ମଧ୍ୟ ଗୋଟିଏ ଗୋଟିଏ ଜରତ୍କାରୀ-ଆସ୍ତିକ ମୂର୍ତ୍ତି ରହିଛି।

ଚିଲିକା ବ୍ଳକ ଅନ୍ତର୍ଗତ ପରବଳ ଗ୍ରାମରୁ ଆବିଷ୍କୃତ ଏହି ମନସା-ଆସ୍ତିକ ପ୍ରତିମା ପ୍ରମାଣ ଦିଏ ଯେ ବର୍ତ୍ତମାନ ସାଧାରଣ ଭାବରେ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଏକଦା ଚିଲିକାର ପଶ୍ଚିମ ଉପକୂଳ ଅଞ୍ଚଳରେ ଜରତ୍କାରୀ-ଆସ୍ତିକ ଅର୍ଥାତ୍ ମନସାଦେବୀଙ୍କ ଉପାସନା ଆଦୃତ ଥିଲା। ମୂର୍ତ୍ତିଟି ଆୟତନ ଦୃଷ୍ଟିରୁ କୌଣସି ମନ୍ଦିର ଗାତ୍ରର ଅଂଶ ବିଶେଷ ହୋଇଥାଇ ପାରେ, ମାତ୍ର ଏଥିପାଇଁ ଆଖପାଖରେ ଅନୁସନ୍ଧାନ ଜାରି ରଖିବାକୁ ପଡ଼ିବ। ପୁଣି ସମ୍ପୃକ୍ତ ଅଞ୍ଚଳରୁ ଆଉ ମନସା ପ୍ରତିମା ମିଳିନାହିଁ। ଏ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ଦିଗରେ ନୂତନ ତଥ୍ୟ ମିଳିବା ପର‌୍ୟ୍ୟନ୍ତ କୁହାଯାଇପାରେ ଯେ ଚିଲିକାର ଏହି ଉପକୂଳ ଅଞ୍ଚଳରେ ମନସା-ଉପାସନା ପ୍ରଚଳିତ ଥିଲା।

ସର୍ପାଘାତରୁ ରକ୍ଷା ପାଇବା ବା ଆରୋଗ୍ୟ ଲାଭ କରିବା ବ୍ୟତୀତ ମନସାଦେବୀଙ୍କ ଉପାସନାର ଅନ୍ୟ ଗୋଟିଏ ଦୃଷ୍ଟିକୋଣକୁ ବିଚାର କରାଯାଇପାରେ। ସମ୍ବାଦପତ୍ରରୁ ଜଣାଯାଏ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ରହୁଥିବା ବଙ୍ଗଦେଶୀ ମତ୍ସ୍ୟଜୀବୀ ସମ୍ପ୍ରଦାୟ କନ୍ୟା ସଂକ୍ରାନ୍ତିରେ ନୌକା ଦୁର୍ଘଟଣାରୁ ରକ୍ଷା ନିମନ୍ତେ ଦେବୀ ମନସାଙ୍କ ପୂଜାର୍ଚ୍ଚନା କରନ୍ତି। ମନସା ମଙ୍ଗଳ ବା ପଦ୍ମା ପୁରାଣ ବର୍ଣ୍ଣିତ ଚାନ୍ଦ ସୌଦାଗରଙ୍କ ବୋଇତ ଦୁର୍ଘଟଣାଗ୍ରସ୍ତ ହେବା ସ୍ମୃତି ହୁଏତ ଏହା ପୃଷ୍ଠଭୂମିରେ ରହିଛି। ସେହିପରି ନୌବାଣିଜ୍ୟ, ନୌବାହିନୀ ଓ ମତ୍ସ୍ୟ ଉତ୍ପାଦନର ପ୍ରଧାନ ପେଣ୍ଠ ଚିଲିକା ଉପକୂଳର ଅଧିବାସୀ ମଧ୍ୟ ମନସାଦେବୀଙ୍କ ଉପାସନା କରୁଥିବା ଅମୂଳକ ନହୋଇପାରେ।

କୋଟବିଦ୍ୟାଧରପୁର, ବାଣପୁର- ୭୫୨୦୩୧, ଖୋର୍ଦ୍ଧା , ଯୋଗାଯୋଗ- ୯୪୩୮୩୬୦୫୧୬ 

Categories
ଆଞ୍ଚଳିକ

ଚିଲିକା: ଅଭିଯୋଗ ଶୁଣିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମସ୍ୟା ଦୂର କରିବା ନେଇ ଦେଲେ ପ୍ରତିଶ୍ରୁତି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼କୁଳ ପଞ୍ଚୟତ ଗ୍ରସ୍ତ କରି ପଞ୍ଚୟତବାସୀଙ୍କ ଅଭିଯୋଗ ଶୁଣିଛନ୍ତି। ନିର୍ବାଚନ ସମୟରେ ଲୋକଙ୍କ ନିକଟକୁ ଯାଇ ବିଭିନ୍ନ ସମସ୍ୟା ଦୂର କରିବାନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହାକୁ ପାଳନ କରିଥିବା କହିଛନ୍ତି।

ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମରେ ବଡ଼କୁଳ ପଞ୍ଚୟତ ସମେତ ଅଠରବାଟିଆ ଓ ଡୁଙ୍ଗମାଳ ପଞ୍ଚୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୨୫ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୬ ଟି ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ ଓ ଗମନାଗମନ ସମ୍ପର୍କିତ ସାମୁହିକ ଅଭିଯୋଗ ରହିଥିବା ବେଳେ ଅନ୍ୟ ୧୧୯ ମଧ୍ୟରୁ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅଭିଯୋଗ ରହିଥିଲା।

ସମସ୍ୟାର ସମାଧନ ଖୁବ କମ ସମୟ ମଧ୍ୟରେ କରିବାନେଇ ବିଭାଗୀୟ ଅଧିକାରୀ, ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଲୋଚନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ବ୍ଲକ ଅଧ୍ୟକ୍ଷା ଜୋଷ୍ଣା ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ବିଡ଼ିଓ ହଳଧର ଶବର, ଯୋଗାଣ ଅଧିକାରୀ ଅରୁଣ କୁମାର ଲେଙ୍କା, ସିଡ଼ିପିଓ ଅନୁସ୍ଵୟା ମିଶ୍ର, ଜଳ ଯୋଗାଣ ଅଧିକାରୀ ବାସୁଦେବ ଶତପଥୀ, ସାମାଜିକ ସୁରକ୍ଷା ଅଧିକାରୀ ସତ୍ୟ ନାରାୟଣ ପାଢ଼ୀ, ଏଇଇ ମଧୁସ୍ମିତା ତ୍ରିପାଠୀ, ସରପଞ୍ଚ ପ୍ରହଲ୍ଲାଦ ବେହେରା, ସମିତି ସଭ୍ୟା ରୀନା ରଥ, ସମସ୍ତ ୱାର୍ଡ ମେମ୍ବରଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଚାଉଳ ବଣ୍ଟନ ରାଜନୀତି: ଜାତୀୟ ରାଜପଥ ଅବରୋଧ କଲେ ବିଜେଡି ନେତା ଓ କର୍ମୀ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବ୍ଲକ ଆଙ୍କୁଲା ପଞ୍ଚାୟତରେ କିଛି ଦିନ ହେବ ଦେଖା ଦେଇଛି ଚାଉଳ ବଣ୍ଟନ ରାଜନୀତି। ଚାଉଳ ବାଣ୍ଟିବାପାଇଁ ଯୋଗାଣ ସହାୟକ ଥିବାବେଳେ ଅନ୍ୟ ଦୁଇଜଣଙ୍କୁ ସରପଞ୍ଚ ରଖିଛନ୍ତି। ବିଜେପିର କିଛି ଲୋକଙ୍କୁ ରଖିବାପାଇଁ ବିଜେପି କର୍ମୀ ଅନୁରୋଧ କରିଥିଲେ। କିଛି ଫଳପ୍ରଦ ନହେବାରୁ ଗତ ଛ ଦିନ ହେବ ପଞ୍ଚାୟତ ଅଫିସରେ ବିଜେପି କର୍ମୀ ତାଲା ପକାଇଥିବା ଅଭିଯୋଗ କରୁଛନ୍ତି ବିଜେଡି ନେତା।

ଏଥିରେ ପ୍ରଶାସନକୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

ଆଜି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସମେତ ବିଜେଡି ନେତା ଓ କର୍ମୀ ୧୬ ନଂ ଜାତୀୟ ରାଜପଥ ବ୍ରାହ୍ମଣ କୁଶଡିହ ଛକ ଅବରୋଧ କରିଛନ୍ତି। ଦୀର୍ଘ ଏକଘଣ୍ଟା ଧରି ରାସ୍ତା ବନ୍ଦ ଥିବାରୁ ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ପୋଲିସ ପ୍ରଶାସନ ଓ ବିଡିଓ ଙ୍କ ହସ୍ତକ୍ଷେପ ପରେ ଜାତୀୟ ରାଜପଥରୁ ରାସ୍ତା ରୋକ୍ ପ୍ରତ୍ୟାହୃତ ହୋଇଥିଲା। ତାପରେ ସ୍ୱାଭାବିକ ଭାବେ ଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶିକାର: ୧୮ ମୃତ ବିଦେଶୀ ପକ୍ଷୀ ଜବତ, ଜଣେ ଗିରଫ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକାରେ ଦିନକୁ ଦିନ ଅବାଧ ପକ୍ଷୀ ଶିକାର ବଢ଼ିବାରେ ଲାଗିଛି। ନିକଟରେ ଦୁଇ ଜଣ ପକ୍ଷୀଶିକାରୀ ଗିରଫ ହୋଇଥିବା ବେଳେ ଆଜି ପୁଣି ଆଉଜଣେ ପକ୍ଷୀଶିକାରୀ ଗିରଫ ହୋଇଛନ୍ତି।

ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଭୂଷଣ୍ଡପୁର ବନ୍ୟପ୍ରାଣୀ ସେକ୍ସନ କର୍ମଚାରୀ ମାନେ ବିଧାରପୁର ସାହିର ଭାଗିରଥି ସ୍ୱାଇଁ (୪୮) ନାମକ ପକ୍ଷୀ ଶିକାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୧୮ ଗୋଟି ମୃତ ବିଦେଶୀ ପକ୍ଷୀ ଜବତ କରିଛନ୍ତି। ତେବେ ପକ୍ଷୀମାନଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଅନୁମାନ କରୁଛି ବନ ବିଭାଗ।

ମୃତ ପକ୍ଷୀଙ୍କ ନମୁନା ଫରେନସିକ ଲାବକୁ ଅଧିକ ପରୀକ୍ଷା ପାଇଁ ପଠାଯିବ ବୋଲି ଡ଼ିଏଫଓ କହିଛନ୍ତି।

ସୂଚନା ଥାଉକି ପୁର୍ବରୁ କେବଳ ଶୀତ ଋତୁରେ ଵଦେଶୀ ପକ୍ଷୀ ଶିକାର ଚିଲିକାରେ ବଢୁଥିବା ବେଳେ ଚଳିତ ବର୍ଷ ଏହା ସ୍ୱାଭାବିକ ଭାବେ ବର୍ଷ ତମାମ ଜାରି ରହିଛି ଯାହା ପ୍ରକୃତିପ୍ରେମୀଙ୍କୁ ବ୍ୟଥିତ କରୁଛି। ବନ ବିଭାଗ ଏଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଠାରୁ ଅବିସ୍ମରଣୀୟ ଯାତ୍ରା ଆରମ୍ଭ କଲେ ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ବେଦଙ୍ଗୀ କୁଲକର୍ଣ୍ଣି

ଚିଲିକା (ସୀତାରାମ ଅଗ୍ରୱାଲ): ମନାଲିରୁ ଲେହ ପର୍ଯ୍ୟନ୍ତ ଦ୍ରୁତତମ ମହିଳା ଭାବରେ ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ବେଦଙ୍ଗୀ କୁଲକର୍ଣ୍ଣି ୭ ଜୁଲାଇ ୨୦୨୪ରେ ଭାରତୀୟ ନୌପୋତ ଚିଲିକା ପରିଦର୍ଶନ କରିଥିଲେ। ସେ ଦୁଇଥର ବିଶ୍ୱରେ ସାଇକେଲ ଚଳାଇ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ଘଟଣା ଚକ୍ରରେ ଏକ କଥପ କଥନ ଅଧିବେଶନ ସମୟରେ, ସେ ନିଜର ଅବିଶ୍ୱସନୀୟ ଯାତ୍ରାର ଅଭିଜ୍ଞତା ବାଣ୍ଟିଥିଲେ, ଯାହା ଅଗ୍ନିବୀର ମାନଙ୍କୁ ଶୃଙ୍ଖଳା ଏବଂ ସାହସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲା। ତାଙ୍କର ସ୍ଥିରତା ଏବଂ ଦୃଢ଼ତାର କାହାଣୀ ଦର୍ଶକଙ୍କ ପ୍ରଶଂସା ଏବଂ ଉତ୍ସାହ ସହିତ ପୂରଣ ହୋଇଥିଲା।

କମୋଡୋର ପ୍ରଦିପ, କମାଣ୍ଡିଂ ଅଫିସର ଭାରତୀୟ ନୌପୋତ ଚିଲିକା ୮ଜୁଲାଇ ୨୦୨୪ ରେ ବେଦଙ୍ଗୀଙ୍କ ସାଇକେଲ ଯାତ୍ରାକୁ ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ। ଭାରତୀୟ ନୌପୋତ ଚିଲିକା ରୁ ତାଙ୍କର ଯାତ୍ରା ଆରମ୍ଭ କରି, ସେ ୧୯ ଟି ଦେଶ ପରିଭ୍ରମଣ କରି ନଭେମ୍ବର ୨୪ ରେ ଚିତ୍ରକଳା ହ୍ରଦ ଚିଲିକା ରେ କୀର୍ତ୍ତି ସମ୍ପନ୍ନ କରିବେ। ସମସ୍ତଙ୍କ ପାଇଁ ସୀମା ପ୍ରେରଣ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ପ୍ରେରଣାଦାୟକ କାହାଣୀ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ନୌପୋତ ଚିଲିକାରେ ଅନ୍ତ ଡିଭିଜନ କ୍ରସ – କଣ୍ଟ୍ରି ଚାମ୍ପିୟନସିପ୍ ପ୍ରତିଯୋଗିତା

ଚିଲିକା (ସୀତାରାମ ଅଗ୍ରୱାଲ): ଭାରତୀୟ ନୌପୋତ ଚିଲିକା ଠାରେ ଆନ୍ତ – ଡିଭିଜନାଲ କ୍ରସ – କଣ୍ଟ୍ରି ଚାମ୍ପିଅନସିପ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଷ୍ଟେସନ କମାଣ୍ଡର କମୋଡୋର ଏନପି ପ୍ରଦୀପଙ୍କ ଦ୍ୱାରା ପତାକା ଦେଖାଇ ଆରମ୍ଭ କରାଯାଇଥିଲା।

ପ୍ରତିରକ୍ଷା କର୍ମଚାରୀ, ସାଧାରଣ ନାଗରିକ ଏବଂ ସେମାନଙ୍କ ପରିବାରର ୧୮୦୦ ରୁ ଅଧିକ ଅଂଶଗ୍ରହଣକାରୀ ବିଭିନ୍ନ ବୟସ ବର୍ଗରେ ଆତ୍ମା ଏବଂ ଧର୍ଯ୍ୟର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ସେମାନଙ୍କର ସୀମା ବିସ୍ତାର କରିଥିଲେ। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ତିନି ରନର୍ସଙ୍କୁ ପଦକ ପ୍ରଦାନ କରାଯାଇଥିଲା। ଶିବାଜୀ ବିଭାଗ ସାମଗ୍ରିକ ବିଜେତା ଭାବରେ ଉଭା ହେଲା ଏବଂ ବିକ୍ରମଦିତ୍ୟ ଡିଭିଜନ୍ ଦୁତୀୟ ସ୍ଥାନ ଅଧିକାର କଲା।

ଏହି ପ୍ରତିଯୋଗିତା କେବଳ ଶାରୀରିକ ସୁସ୍ଥତା ଏବଂ ସୌଭାର୍ଦ୍ୟ ଉପରେ ଗୁରୁତ୍ୱ ଦେଇନଥାଏ ବରଂ ଦୃଢତା ଏବଂ ସମ୍ପ୍ରଦାୟ ଅନୁଭବ ମଧ୍ୟ ପାଳନ କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ନୌପୋତ ଚିଲିକାରେ ଡଙ୍ଗା ଟାଣିବା ପ୍ରତିଯୋଗିତା

ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ଭାରତୀୟ ନୌପୋତ ଚିଲିକା ଠାରେ ୦୧/୨୪ ବ୍ୟାଚ୍ ଅଗ୍ନିବୀରଙ୍କ ପାଇଁ ଏକ ରୋମାଞ୍ଚକର ବୋଟ ଟାଣିବା ରେଗାଟା ଆୟୋଜନ କରାଯାଇଥିଲା। ଦୁଃସାହସିକତାର ଆତ୍ମା ସୃଷ୍ଟି କରିବା, ଜଳପ୍ରବାହ କୌଶଳ ବଢାଇବା, ମାନସିକ ଏବଂ ଶାରୀରିକ ଶକ୍ତି ବିକାଶ ପାଇଁ ଏହି ପ୍ରତିଯୋଗିତାର ଲକ୍ଷ୍ୟ ଥିଲା।

ଆଠଟି ଟ୍ରେନିଂ ଡିଭିଜନ୍ ଏବଂ ଜାହାଜର କର୍ମକର୍ତ୍ତାର ଚାରିଟି ଦଳକୁ ନେଇ ସମୁଦାୟ ୧୨ ଟି ଦଳ ସମ୍ମାନଜନକ ରେଗାଟା ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯାହାକୁ ପାରମ୍ପାରିକ ଭାବରେ ‘କକ୍’ କୁହାଯାଏ। ଚିଲକା ହ୍ରଦର ଦୃଶ୍ୟ ଜଳରେ ଏହି ଦୌଡ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦଳ ୨୭ ଫୁଟ ଲମ୍ବର ‘ଡି.କେ ହ୍ୱାଲର୍ସ’କୁ ନେଭିଗେଟ୍ କରିଥିଲେ। ପ୍ରତ୍ୟେକ ହ୍ୱାଲର୍ଙ୍କୁ ଏକ ଦଳ (ରୋୟର) ଏବଂ ଗୋଟିଏ କକ୍ସସ୍ୱେନ୍ (ହେଲମ) ଦ୍ୱାରା ପରିଚାଳିତ କରାଯାଇଥିଲା।

ବୋଟ ଟାଣିବା ରେଗାଟା ଭାରତୀୟ ନୌସେନାର ଅନ୍ୟତମ ସମ୍ମାନଜନକ ତଥା ପାରମ୍ପାରିକ କ୍ରୀଡା କାର୍ଯ୍ୟକଳାପ। ଏହା ଦଳଗତ କାର୍ଯ୍ୟ ଏବଂ ସିନର୍ଜିର ନାବିକ ଏବଂ ନୌବାହିନୀ ପରମ୍ପରାକୁ ଆଲୋକିତ କରେ। ଆଙ୍ଗ୍ରେ ଡିଭିଜନର ଦଳ ସାମଗ୍ରିକ ଚାମ୍ପିଅନ୍ ଭାବରେ ଉଭା ହେଲା। କମୋଡୋର ଏନପି ପ୍ରଦୀପ ଭିଏସଏମ, କମାଣ୍ଡିଂ ଅଫିସର ବିଜେତା ଦଳ ଏବଂ ରନର୍ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ଏବଂ ସମସ୍ତ ଜାହାଜ କର୍ମଚାରୀ ଉତ୍ସାହର ସହିତ ଉତ୍ସାହିତ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ୨୪ ବର୍ଷ ପରେ ଫେରିଲା ମନ୍ତ୍ରୀପଦ, ଦେବେନ୍ଦ୍ର ମାନସିଂହଙ୍କ ପରେ ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଅପେକ୍ଷା ପରେ ଚିଲିକା ନିର୍ବାଚନ ମଣ୍ଡଳୀକୁ ମିଳିଛି ମନ୍ତ୍ରୀପଦ। ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚିଲିକାର ନବ ନିର୍ବାଚିତ ବିଧାୟକ ପୃଥୀରାଜ ହରିଚନ୍ଦନ। ସେ ପ୍ରଥମ ଥର ପାଇଁ ବିଜୟ ଲାଭ କରିଛନ୍ତି।  ସେ ପ୍ରଥମ ଥର  ବିଧାୟକ ହେବା ସହିତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି।

ଏହି ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜିିତିଥିବା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂହ ଶେଷ ମନ୍ତ୍ରୀ ଥିଲେ। ସେତେବେଳେ ସେ ଜିତିବା ପରେ ମୁଖ୍ୟ ସଚେତକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ୧୯୯୯ ମସିହାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଶିଳ୍ପମନ୍ତ୍ରୀ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ପୁଣି ୨୦୦୦ ମସିହାରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ହୋଇଥିଲେ। ତା ପରେ ଏହି ନିର୍ବାଚନ ମଣ୍ଡଳୀରୁ ଆଉ କେହି ମନ୍ତ୍ରୀ ହୋଇପାରି ନାହାଁନ୍ତି।

ଦେବେନ୍ଦ୍ର ମାନସିଂହଙ୍କ ପରେ ପୃଥୀରାଜଙ୍କ ଦାଦା ବିଭୂତି ଭୂଷଣ ହରିଚନ୍ଦନ ଚିଲିକାରୁ ବିଧାୟକ ହେଲେ। ସେ ତିନି ଥର ଚିଲିକାରୁ ବିଧାୟକ ହୋଇଥିଲେ ମଧ୍ୟ କେବେ ବି ମନ୍ତ୍ରୀ ହୋଇପାରି ନ ଥିଲେ। ତେବେ ଏହି ନିର୍ବାଚନ ମଣ୍ଡଳୀର ସବୁଠାରୁ ଲୋକପ୍ରିୟ ମନ୍ତ୍ରୀ ଥିଲେ ପୃଥୀରାଜଙ୍କ ବାପା ବିଶ୍ବଭୂଷଣ ହରିଚନ୍ଦନ।

ସେ ଦୁଇଥର ଚିଲିକାରୁ ବିଧାୟକ ହୋଇ ମନ୍ତ୍ରୀ ଥିଲେ। ତାଙ୍କର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବେଶ ଦବଦବା ମଧ୍ୟ ରହିଥିଲା। ସେ ସେତେବେଳେ ଏକାଥରେ ୭ଟି ବିଭାଗର ମନ୍ତ୍ରୀ ହୋଇ ବେଶ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ୧୯୯୬ ଏବଂ ୨୦୦୦ ମସିହାରେ ସେ ଭୁବନେଶ୍ବର ବିଧାନସଭା ଆସନରୁ ବିଧାୟକ ହୋଇ ନବୀନ ସରକାରରେ ମନ୍ତ୍ରୀ ଥିଲେ।

ବର୍ତ୍ତମାନ ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡର ରାଜ୍ୟପାଳ ଅଛନ୍ତି। ବାପା ବିଶ୍ବଭୂଷଣଙ୍କ ପରି ପୃଥୀରାଜ ମଧ୍ୟ ମନ୍ତ୍ରୀମଣ୍ଡଳରେ ନିଜର ପତିୟାରା ଦେଖାଇପାରିବେ ବୋଲି ଚିଲିକାବାସୀ ଆଶା ରଖିଛନ୍ତି।

Categories
ଆଞ୍ଚଳିକ

ଚିଲିକା: ସମସ୍ତ ଲକ୍ଷ୍ମୀ ବସରୁ ଶଙ୍ଖ ଷ୍ଟିକର ଗାଏବ, ଯୋଜନାର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି। ଆସନ୍ତା ୧୦ ତାରିଖରେ ନୁଆ ବିଜେପି ସରକାର ଗଠନ ହେବ। ତେବେ ନୁଆ ସରକାର ଆସିବା ପୁର୍ବରୁ ପୁରୁଣା ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ ଗୁଡ଼ିକରୁ ବର୍ତ୍ତମାନ ଶଙ୍ଖ ମାର୍କା ଷ୍ଟିକର ବିଭିନ୍ନ ସ୍ଥାନରେ ହଟୁଥିବାର ଦେଖିବାକୁ ମିଳିଛି। ପ୍ରଶ୍ନ ଉଠୁଛି, କାରଣ କ’ଣ? ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ବାଣପୁର ବ୍ଲକ ପାଇଁ ନିୟୋଜିତ ହୋଇଥିବା ସମସ୍ତ ଲକ୍ଷ୍ମୀ ବସରୁ ଶଙ୍ଖ ଷ୍ଟିକର ଗାଏବ ହୋଇଯାଇଛି।

ତେବେ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଦ୍ୱାରା ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରାଯାଇଥିଲା। ଯାହାର ମୂଳ ଲକ୍ଷ୍ୟ ଥିଲା ଲୋକେ କିପରି କମ୍ ଖର୍ଚ୍ଚରେ ଯାତାୟତ କରିପାରିବେ। ଏବଂ ପ୍ରତ୍ୟେକ ବସରେ ଶଙ୍ଖ ଚିହ୍ନ ଷ୍ଟିକର ଲଗା ଯାଇଥିଲା। ଆଜି କିନ୍ତୁ ତାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ମଧ୍ୟ ଦେଖାଗଲାଣି। କାରଣ ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ଲକ୍ଷ୍ମୀ ବସ ଚାଲିଥିଲା ଏବଂ ବର୍ତ୍ତମାନ ତାହାର ଷ୍ଟିକର ଲିଭା ଯାଉଛି। ତେବେ ଏହା କେବଳ ନିର୍ବାଚନ ପ୍ରଚାର ଥିଲା ନା କେବଳ ଲୋକଙ୍କୁ ଭୂଆଁ ବୁଲା ଯାଉଥିଲା। ଯଦି ଲୋକଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ତେବେ ବର୍ତ୍ତମାନ ଷ୍ଟିକର ଉଠାଯାଉଛି କାହିଁକି? ଏ ନେଇ ବସ କର୍ମଚାରୀଙ୍କୁ ପଚାରିବାରୁ ସେ କେବଳ ସ୍ମିତ ହସ ଦେବା ସହ କିଛି କହିନଥିଲେ।

ଗତକାଲି ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଲଗାଯାଇଥିବା ଲେଜର ଲାଇଟ ସମ୍ପୃକ୍ତ ଠିକା କମ୍ପାନୀ ଖୋଲି ନେଇଥିବାର ଦେଖିବାକୁ ମିଳିଥିଲା। ତେବେ ନୂତନ ସରକାର ଗଠନ ନ ହେଉଣୁ ପୂର୍ବ ସରକାରଙ୍କ ଏପରି ଏକାଧିକ ଯୋଜନାରୁ ବର୍ତ୍ତମାନ ଦଳୀୟ ଚି଼ହ୍ନ ଗାଏବ ହେଉଥିବା ବେଳେ ଆଗକୁ ଏହାର କାର୍ଯ୍ୟକାରୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ଉକ୍ତ ଯୋଜନା କେବଳ ନିର୍ବାଚନରେ ଭୋଟ ପାଇବା ପାଇଁ ଲାଗୁ କରାଯାଇଥିବା ସାଧାରଣରେ ଆଲୋଚନା ହେଉଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ କିଏ ଜିତିବ ? ବିଜେଡି ବିଜେପି ଶିବିରରେ ଅସମ୍ଭବ ନିରବତା

ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ ପରିଶ୍ରମ ଏବଂ ଜାନ ଲଗାଇ ଲଢେଇ କରିଛନ୍ତି ସେହି ପ୍ରାର୍ଥୀ ଜିତିବ କି ନାହିଁ ତାହାକୁ ଅପେକ୍ଷା କରି ରହିଛନ୍ତି।

ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟାନ୍ୟ ସ୍ଥାନରେ କେଉଁ ପ୍ରାର୍ଥୀ ଜିତିବ ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଚିଲିକାରେ କିଏ ଜିତିବ ତାହା ଜଣାପଡୁ ନାହିଁ। କାରଣ ଚିଲିକାରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ସହିତ ବିଜେପିର ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି।

ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର କର୍ମିମାନେ ଖାତାକଲମ ଧରି ହିସାବ ନିକାସ କରିଥିଲେ। ତେବେ ସେହି ହିସାବରେ ଯେତେ ଯିଏ ନିଜ ଆଡକୁ ଭିଡି ନମ୍ବର ବଢାଇଲେ ମଧ୍ୟ ତାହାର ବ୍ୟବଧାନ ଅଧିକ ରହିଲା ନାହିଁ। ଫଳରେ କିଏ ଜିତିବ ସେ ନେଇ କର୍ମିମାନେ କୌଣସି ପ୍ରକାରର ଆକଳନ କେହି କରିପାରିଲେ ନାହିଁ। ଏହା ଜଣାପଡିବା ପରେ ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପି ଶିବିରରେ ଅସମ୍ଭବ ନିରବତା ପରିଲକ୍ଷିତ ହୋଇଛି।

ତେବେ ବିଭିନ୍ନ ସଂଗଠନର ଆକଳନ ଅନୁସାରେ ଚିଲିକାରେ କଡା ଟକ୍କର ହେଉଛି ତାହା ସତକଥା। ଆଉ ସେହି ଟକ୍କର ଭିତରେ ବିଜେଡି ପଲା ଭାରୀ ରହିଛି ବୋଲି ଜଣାପଡିଛି। ସେହିପରି ଚିଲିକାରେ କଂଗ୍ରେସ ସ୍ଥିତି ପୂର୍ବରୁ ଭଲ ନ ଥିଲା, ବର୍ତ୍ତମାନ ତାହା ଆହୁରି ତଳକୁ ଖସିଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ଯାଆଁଳା ଭଉଣୀଙ୍କ ଆଶ୍ଚର୍ଯ୍ୟଜନକ ସଫଳତା: ସମାନ ନମ୍ବର ରଖି ଏ-୧ ରେ ହେଲେ ଉତ୍ତୀର୍ଣ୍ଣ

ଚିଲିକା (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଦୁଇ ଯାଆଁଳା ଝିଅ ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୀଙ୍ଗେଶ୍ୱର୍ ଗ୍ରାମପଞ୍ଚାୟତର ଲମ୍ବୋଦରପୁର ଗ୍ରାମର କାର୍ତ୍ତିକ ସାହୁଙ୍କ ଯାଆଁଳା ଝିଅ ସମାନ ନମ୍ବର ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ୫୫୨ ଲେଖାଏଁ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ଯାଆଁଳା ଭଉଣୀ ଦ୍ୱୟ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟର ସମସ୍ତ ଗଣମାଧ୍ୟମ ଉଭୟଙ୍କ ନିକଟକୁ ଦୌଡି ଆସିଛନ୍ତି।

ଦୁଇ ଭଉଣୀ କରିସ୍ମା ବିଶ୍ଵାଳ ଓ କରିନା ବିଶ୍ଵାଳ ବାଲୁଗାଁ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଅଟନ୍ତି। ଉଭୟଙ୍କ ମଧ୍ୟରେ ଅନେକ ସମୟରେ ପ୍ରତିଦ୍ୱନ୍ଦୀ ହେଉଥିଲେ ମଧ୍ୟ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଭୟ ୫୫୨ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ଅତ୍ୟନ୍ତ ଖୁସିର କଥା ବୋଲି କରୀନା ଓ କରିଶ୍ମା ମତବ୍ୟକ୍ତ କରିଛନ୍ତି।

ଏହି ସଫଳତାର ଶ୍ରେୟ ନିଜର ପିତମାତା ଗୁରୁଜୀ ଗୁରୁମା ଓ ପ୍ରଧାନ ଆଚାର୍ଯ୍ୟଙ୍କୁ ଦେଇଛନ୍ତି। ତାଙ୍କ ମାଆ ଙ୍କ କହିବା ଅନୁଯାୟୀ କାରିନା ଓ କରିଷ୍ମା ଉଭୟ ଏକାଠି ଖାଆନ୍ତି, ଏକାଠି ପଢନ୍ତି ଏବଂ ଯେତେବେଳେ ଜଣଙ୍କୁ ଜ୍ଵର ହୁଏ, ସେତେବେଳେ ଆଉ ଜଣଙ୍କୁ ବି ଜ୍ଵର ହୁଏ ବୋଲି ମା’ କହିଛନ୍ତି। ପରିବାରର ବାପା ମାଆ, ମାମୁଁ ମାଇଁ, ମଉସା ମାଉସୀ, ଭାଇ ଓ ଶିଶୁମନ୍ଦିରର ସମସ୍ତ ଗୁରୁଜୀ ଗୁରୂମା ସମସ୍ତେ ଖୁସି ହେବା ସହ କରୀଷ୍ମା ଓ କରୀନାଙ୍କୁ ଆଶୀର୍ବାଦ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବୁଥ ରିଗିଂ ଅଭିଯୋଗ: ତାଲା ପକାଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀରେ ଗତକାଲି ସାଧାରଣ ନିର୍ବାଚନ ଅପାତତଃ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ବେଳେ ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତର ୧୯୩ ନମ୍ବର ବୁଥକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ସେଠାରେ ବୁଥ ଜବରଦଖଲ ହୋଇଥିବା ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ବିଜୟ ପଟ୍ଟନାୟକ ଥାନାରେ ଅଭିଯୋଗ କରିଛନ୍ତି।

ଉକ୍ତ ବୁଥରେ ସମୁଦାୟ ୮୫୪ ଭୋଟର ଭୋଟ ଦେଇଥିବା ବେଳେ ସନ୍ଧ୍ୟା ୬ ଘଟିକା ସମୟରେ ଭୋଟିଂ ଶେଷ ହୋଇଥିଲା। ବୁଥର ପ୍ରିଜାଇଡିଂ ଅଫିସର ଇଭିଏମ ମେସିନ ସିଲ ନ କରି ଆପଣମାନଙ୍କର ଆଉ କୌଣସି କାର୍ଯ୍ୟ ନାହିଁ କହି ଏଜେଣ୍ଟମାନଙ୍କୁ ବାହାର କରିଦେଇଥିଲେ। ହେଲେ ରାତ୍ର ୧୦ ଘଟିକା ସମୟରେ ପୁଣି ଏଜେଣ୍ଟଙ୍କୁ ଦସ୍ତଖତ କରିବାକୁ ଡାକିଥିଲେ।

ବିଜେପି ଏଜେଣ୍ଟମାନେ ବୁଥରେ ପହଂଚିବାରେ ବୁଥ ଭିତରେ ବିଜେଡିର ଚାରିଜଣ କର୍ମୀ ଥିବା ଜାଣିବାକୁ ପାଇଥିଲେ। ଏବଂ ସେମାନେ ପ୍ରିଜାଇଡିଂ ଅଫିସରଙ୍କ ସହ ମିଶି ବୁଥ ରିଗିଂ କରିଥିବା ସନ୍ଦେହ କରି ଅନ୍ୟ ବିଜେପି କର୍ମୀ ମାନଙ୍କୁ ଖବର ଦେଇଥିଲେ। ଫଳରେ ଶହଶହ ବିଜେପି କର୍ମୀ ବୁଥ ପାଖରେ ରୁଣ୍ଡ ହୋଇ ପ୍ରିଜାଇଡିଂ ଅଫିସରଙ୍କ ସହ ବୁଥ ଭିତରେ ଥିବା ଚାରିଜଣଙ୍କୁ ବାହାର ପଟେ ତାଲା ପକାଇ ଗିରଫ କରିବାକୁ ଦାବୀ କରିଥିଲେ।

ଖବର ପାଇ ପୋଲିସ ଏବଂ ତହସିଲଦାର ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ସହ ବୁଥ ଭିତରକୁ ଏଜେଣ୍ଟଙ୍କ ବ୍ୟତୀତ କୌଣସି ବାହାରର ଲୋକ ଯିବା ଅପରାଧ ବୋଲି ପ୍ରକାଶ କରିଥିଲେ। ଏଜେଣ୍ଟଙ୍କ ଅଭିଯୋଗ ଆଧାରରେ ପୋଲିସ ଭିତରେ ଥିବା ଅନ୍ୟ ଚାରିଜଣ ବିଜେଡି କର୍ମୀଙ୍କୁ କାବୁ କରି ଥାନାକୁ ନେବା ପରେ ବୁଥ କର୍ମଚାରୀ ଏବଂ ଇଭିଏମ ଗୁଡିକୁ ବାହାରକୁ ବାହାର କରିଥିଲେ।

ଉକ୍ତ ଘଟଣାରେ ପୋଲିସ ଏକ ଷ୍ଟେସନ ଡ଼ାଇରୀ ପଞ୍ଜିକୃତ କରି ଅଟକ ଚାରିଜଣଙ୍କୁ ଛାଡିଦେଇଥିବା ବେଳେ ରିଟର୍ଣ୍ଣିଂ ଅଫିସରଙ୍କୁ ଘଟଣା ବାବଦରେ ଅନୁସନ୍ଧାନ ପାଇଁ ଅବଗତ କରାଯାଇଥିବା ଆଇଆଇସି ରମେଶ କୁମାର ଦେବତା କହିଛନ୍ତି। ଯଦି କିଛି ଅନିୟମିତତାର ପ୍ରମାଣ ମିଳେ, ତେବେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।

ତେବେ ବୁଥ ଭିତରୁ ଏଜେଣ୍ଟ ମାନଙ୍କୁ ବାହାରକୁ ବାହାର କରିଦେଇଥିବା ବେଳେ ସନ୍ଧ୍ୟା ୬ ଘଟିକାରୁ ରାତି ୧୧ଘଟିକା ପର୍ଯ୍ୟନ୍ତ ବିଜେଡି କର୍ମୀମାନଙ୍କୁ ନେଇ ପ୍ରିଜାଇଡିଂ ଅଫିସର କଣ କରୁଥିଲେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପଚାରିବାରେ ବୁଥ ରିଗିଂ ହୋଇଥିବା ଆମେ ଅନୁମାନ କରୁଛୁ ଏବଂ ଏ ବାବଦରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରସ୍ତ ହେବୁ ବୋଲି କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକା ଓ ମାହାଙ୍ଗାରେେ ଗର୍ଜନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନବୀନଙ୍କୁ ସମାଲୋଚନା

ଭୁବନେଶ୍ବର: ଆଜି ଓଡିଶା ପ୍ରଚାରରେ ଆସି ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବାଣପୁରର ପଲଟନ ପଡିଆରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଥିଲେ। ସେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ଚିଲିକା ବିଧାନସଭା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନଙ୍କୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ।

ତାଙ୍କ ଅଭିଭାଷଣରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ନବୀନ ପଟ୍ଟନାୟକଙ୍କୁ ନୌକରଶାହା ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ବାବୁମାନେ ତାଙ୍କ ଚାରିପାଖେ ଘେରି ରହିଛନ୍ତି ବୋଲି ସେ କହିଥିଲେ। ଏହାଦ୍ବାରା ଓଡିଶାରେ ଖଣି, ଜମି ମାଫିଆ ଏବଂ ବାଲି ମାଫିଆଙ୍କ ରାଜ ଚାଲିଛି। ଉତ୍ତର ପ୍ରଦେଶ ପରି ଓଡିଶାରେ ମଧ୍ୟ ବୁଲଡୋଜର ମାଧ୍ୟମରେ ସେମାନଙ୍କୁ ସାବାଡ କରାଯିବ ବୋଲି ଯୋଗୀ କହିଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ପୁରୀ ବିନା ଦେଶରେ ସନାତନ ଧର୍ମର ବିଚାର କରାଯାଇପାରିବ ନାହିଁ। ମୁଁ ପ୍ରଭୃ ଶ୍ରୀରାମ କ୍ଷେତ୍ରରୁ ପ୍ରଭୃ ଜଗନ୍ନାଥ ଧାମକୁ ଆସିଛି। ଆପଣମାନେ ଯାଆନ୍ତୁ ରାମମନ୍ଦିରକୁ ଦେଖିବେ କିପରି ହୋଇଛି। ହେଲେ ଓଡିଶା ସରକାର ପ୍ରଭୃଙ୍କ ରତ୍ନଭଣ୍ଡାର ଚାବି କେଉଁଆଡେ ହଜିଯାଉଛି ତାହା ଜାଣିପାରୁ ନାହାଁନ୍ତି। ଏପରି ସରକାରଙ୍କୁ ବିଦାୟ କରିଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ସଭାରେ ସେ ସମ୍ବିତ ପାତ୍ର ଏବଂ ପୃଥୀରାଜଙ୍କୁ ଅନୁରୋଧ କରିଥିଲେ ଯେ ଆପଣମାନେ ନିର୍ବାଚନ ପରେ ଏହି ପୁରୀ ଲୋକଙ୍କ ରାମମନ୍ଦିର ଦର୍ଶନ କରାଇବା ପାଇଁ ନିଅନ୍ତୁ। ଆମେ ସେଠାରେ ସ୍ବାଗତ କରିବୁ। ଆପଣମାନେ ଦେଖିବେ କିପରି ସେ ମନ୍ଦିର ହୋଇଛି ବୋଲି ଯୋଗୀ କହିଥିଲେ।  ଏହାପରେ ଯୋଗୀ ଆଦିତ୍ୟନାଥ ମହାଙ୍ଗାର କୁଳିଆରେ ଆୟୋଜିତ ଏକ ଜନସମାବେଶରେ ଉଦବୋଧନ ଦେଇଥିଲେ।

ସେଠାରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମହାଙ୍ଗା ବିଧାନସଭା ପ୍ରାର୍ଥୀ ସୁମନ୍ତ ଘଡାଇଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ। ଏହି ଅବସରରେ ସେ ନବୀନ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ବାବୁରାଜ ଚାଲିଛି। ଏହି ବାବୁରାଜ ଯୋଗୁଁ ରାଜ୍ୟରେ ଅରାଜକତା ବଢିଗଲାଣି। ଓଡିଶା ପଚିଶ ବର୍ଷ ପଛକୁ ଫେରିଗଲାଣି। ହେଲେ ଏଥର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଓଡିଶାରେ ଡବଲ ଇଂଜିନ ସରକାର ଆଣନ୍ତୁ ଦେଖିବେ ରାଜ୍ୟର ଶାସନ ବୁଲେଟ ଟ୍ରେନ ପରି ଚାଲିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବାଣପୁରରେ ଭାଜପାର “ବିଜୟ ସଂକଳ୍ପ ସମାବେଶ”: ଯୋଗ ଦେଲେ ଯୋଗୀ ଆଦିତ୍ୟନାଥ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୁରୀ ଲୋକସଭା କ୍ଷେତ୍ରର ଚ଼ିଲିକା ବିଧାନସଭା ସ୍ଥିତ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା କ୍ଷେତ୍ରର ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର, ଛତିଶଗଡ଼ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ, ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ, ପୁରୀ ଲୋକସଭା ସଂଯୋଜକ ଶଙ୍କର୍ଷଣ ପରିଡ଼ା, ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ପ୍ରଭାରୀ ବିକାଶ ଚ଼ନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ ଓ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ମୁଖ୍ୟଅତିଥି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ଓ‌‌ ଜୟ ମା’ ଭଗବତୀଙ୍କ ଧ୍ଵନିରୁ ଉଦବୋଧନ ଆରମ୍ଭ କରି ମୋଦି ସରକାରଙ୍କ ଜନହିତକାରୀ ଯୋଜନା, ବନ୍ଦେ ଭାରତ ଏକ୍ସପ୍ରେସ, ହର ଘର ନଳ ଯୋଜନା, ମୋଦି ଗ୍ୟାରେଣ୍ଟି ଉପରେ ବିସ୍ତୃତ ଆଲୋଚ଼ନା କରିବା ସହ ବିଜେଡ଼ି ସରକାରର ଅପରାଗତା ଉପରେ କହିଥିଲେ।

ତତସହିତ କେନ୍ଦ୍ରରେ ୪୦୦ ରୁ ଉର୍ଦ୍ଧ୍ବ ସାଂସଦ ସିଟ୍ ଜିତି ପୁନଶ୍ଚ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ସହ ଓଡ଼ିଶାରେ ବିଜେପି ସରକାର ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥଲେ। ବିକଶିତ ଚ଼ିଲିକା ଓ ପୁରୀ ଗଠନ ନିମନ୍ତେ ଭାଜପା ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଓ ଡ଼ାଃ ସମ୍ବିତ ପାତ୍ର ଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ‌‌ ନିବେଦନ କରିଥିଲେ।

ଭାଜପା ସାଂସଦ ପ୍ରାର୍ଥୀ ଡ଼ାଃ ସମ୍ବିତ ପାତ୍ର ପୁରୀ ଲୋକସଭା କ୍ଷେତ୍ରର ସାମଗ୍ରିକ ଓ ଅର୍ଥନୈତିକ ବିକାଶ ପାଇଁ ମୁଁ ସଂକଳ୍ପ ନେଇଛି ବୋଲି କହିବା ସହ ଚ଼ିଲିକାକୁ କେନ୍ଦ୍ର ସହିତ ସିଧାସଳଖ ଯୋଡ଼ି ଡ଼ବଲ ଇଞ୍ଜିନର ପ୍ରଗତିଶୀଳ ସରକାର ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ।

ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ଦାଦନ ସମସ୍ୟାର ମୂଳୋତ୍ପାଟନ କରି ପ୍ରତି କ୍ଷେତକୁ ପାଣି ଓ ପ୍ରତି ହାତକୁ କାମର ସଂକଳ୍ପ ନେଇଛି କହିବା ସହ ଏହି ଚ଼ିଲିକାର ପୁନରୁଦ୍ଧାର, ଇଣ୍ଡଷ୍ଟ୍ରିଆଲ ହବ, ଇକୋ ଟୁରିଜିମ୍ ଓ ଶିକ୍ଷାର ଉନ୍ନତି, ଆନୁଷଙ୍ଗିକ ଶୀତଳ ଭଣ୍ଡାର ପ୍ରତିଷ୍ଠା ଆଦି କରିବା, ମତ୍ସ୍ୟ ବ୍ୟବସାୟ ଓ ପର୍ଯ୍ୟଟନ ଶିଳ୍ପର ବିକାଶ ଆଦି କରିବା ସହ ସଶକ୍ତ, ସୁଦୃଢ଼ ଓ ସମୃଦ୍ଧଶାଳୀ ଚିଲିକା ଗଠନ କରିବାର ପ୍ରତିଶ୍ରୁତି ଦେବା ସହ ଜନସାଧାରଣଙ୍କ ଆଶୀର୍ବାଦ କାମନା କରିଥିଲେ।

ଛତିଶଗଡ଼ର କ୍ୟାବିନେଟ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ, ଚ଼ିଲିକାର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ ଓ ଅନ୍ୟ ନେତୃତ୍ବ ମାନେ ଉଦବୋଧନ ଦେବା ସହ ଉଭୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା‌ ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ବିଶାଳ ଜନସଭାରେ ୧୫ ହଜାର ରୁ ଉର୍ଦ୍ଧ୍ବ ଜନତା ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଅଭିଯୋଗ କଲା ବିଜେଡି, ନିର୍ବାଚନ ବେଳେ ଅଧିକ ପୋଲିସ ମୁତୟନ ଦାବୀ

ଭୁବନେଶ୍ବର: ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ଥରେ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ଏକ ପ୍ରତିନିଧୀ ମଣ୍ଡଳୀ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି।

ଦଳ ଅଭିଯୋଗ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଆସନ୍ତା 24 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ ଏବଂ ଏସଡିପିଓ ଅଫିସ ଉପରେ ଆକ୍ରମଣ କରିବେ ବୋଲି ଧମକ ଦେଇଛନ୍ତି। ଏହି ଧମକ ସେ ଖୋଲିଖୋଲି ପ୍ରେସମିଟ କରି କହିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଖୋର୍ଦ୍ଧାରେ ଆସନ୍ତା ୨୫ ତାରିଖ ଦିନ ନିର୍ବାଚନ ରହିଛି। ତା ପୂର୍ବ ଦିନ ଅର୍ଥାତ 24 ତାରିଖରେ ସେ ଏପରି କାଣ୍ଡ କରିବେ ବୋଲି ସେ ଧମକ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେେ ପ୍ରଶାନ୍ତ କହିଛନ୍ତି ଯେ, ମୁଁ ମୋ ଗୁଣ୍ଡାର ଆଖ୍ୟା ପାଇଁ ଗର୍ବିତ ଆଉ ଏସବୁରେ ବିଫଳ ହେଲେ ମୁଁ ନିର୍ବାଚନ କରାଇ ଦେବି ନାହିଁ। ଦଳ କହିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଣେ କୁଖ୍ୟାତ ଗୁଣ୍ଡା। ପୂର୍ବରୁ ସେ ଜେଲ ଯାଇଛନ୍ତି ଆଉ ବେଲରେ ଆସିଛନ୍ତି। ତେଣୁ କିପରି ୨୫ ତାରିଖରେ ବିନା କୌଣସି ବ୍ୟାଘାତରେ ଶୃଙ୍ଖଳିତ ଭାବେ ନିର୍ବାଚନ ହେବ ଏଥିପାଇଁ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଉ ବୋଲି ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେଡି ।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀରେ ଆପ୍ ତରଫରୁ ରୋଡ ସୋ, ଯୋଗଦେଲେ ରାଜ୍ୟ ସଭାପତି

ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟି ତରଫରୁ ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ା ଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ନୀଶିକାନ୍ତ ମହାପାତ୍ର ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଏହାର ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ।

ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଆଞ୍ଚଳ ଦିର୍ଘଦିନ ହେଲା ଅବହେଳିତ ଓ ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ବଡକୁଳ ଠାରୁ ବାହାରି ବାଲୁଗାଁ, ବାଣପୁର, ଆୟତ୍ତପୁରୁ, ଗମ୍ଭାରୀମୁଣ୍ଡା ହୋଇ ନାଚୁଣୀ ଠାରେ ସରିଥିଲା। ଏଥିରେ ଶତାଧିକ ଲୋକେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସାଧାରଣ ପର୍ଯ୍ୟବେକ୍ଷକଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ

ଖୋର୍ଦ୍ଧା: ପୁରୀ ଲୋକସଭା ନିର୍ବାଚନ ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ସେଠାରେ ଚାଲୁଥିବା ଏମସିଏମସି ତଥା ମିଡିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି କେନ୍ଦ୍ରକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ। ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ପ୍ରିଣ୍ଟ, ଇଲେକ୍ଟ୍ରୋନିକସ ଚାନେଲ ଓ ସୋସିଆଲ ମିଡିଆକୁ ନିୟମିତ ଅନୁଧ୍ୟାନ କରି ପେଡ ନିଉଜ ଗୁଡିକ ଉପରେ ଇସିଆଇର ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରିଟନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡେପୁଟି କଲେକ୍ଟର ତୁଲି ଆମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଓ ଅନ୍ୟାନ୍ୟ କର୍ମଚାରୀମାନେ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ଏମସିଏମସିର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ।

ଏହି ପରିଦର୍ଶନ ସମୟରେ ପର୍ଯ୍ୟବେକ୍ଷକଙ୍କ ଲିଆସନିଙ୍ଗ ଅଫିସର ଶିଵଲାଲ ସାହୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ସୁଭାଷ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ନୟାଗଡ଼ ଓ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ କାର୍ଯ୍ୟର ପର୍ଯ୍ଯବେକ୍ଷଣ ଓ ଅନୁଧ୍ୟାନ କରୁଛନ୍ତି।

Categories
ଆଞ୍ଚଳିକ

ଚିଲିକା: ପ୍ରାକ ନିର୍ବାଚନୀ ହିଂସାକୁ ରୋକିବା ପାଇଁ ପୋଲିସର ମେଗା ଫ୍ଲାଗ ମାର୍ଚ୍ଚ

ଚିଲିକା (ସୀତାରାମ ଅଗ୍ରୱାଲ): ନିକଟରେ ଗଞ୍ଜାମ ଖଲ୍ଲିକୋଟରେ ହୋଇଥିବା ପ୍ରାକ ନିର୍ବାଚନୀ ହିଂସା ପରେ ଆହୁରି ସତର୍କ ହୋଇଛି ପୋଲିସ। ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ପ୍ରାକ ନିର୍ବାଚନ ହିଂସାକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛି ପୋଲିସ।

ଆଜି ଖୋର୍ଦ୍ଧା ଏସପି ଅବିନାଶ କୁମାରଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଏକ ମେଗା ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଫ୍ଲାଗମାର୍ଚ୍ଚରେ ଏସପିଙ୍କ ସମେତ, ୩ ଅତିରିକ୍ତ ଏସପି, ୬ ଡ଼ିଏସପି, ୭ ଇନ୍ସପେକ୍ଟର ଏବଂ ଏକାଧିକ ପ୍ଲାଟୁନ ଫୋର୍ସ ସାମିଲ ଥିଲେ। ତେବେ ଭୟମୁକ୍ତ ମତଦାନକୁ ଗୁରୁତ୍ୱଦେଇ ଏସପି କହିଥିଲେ କି ବାଣପୁର ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ପୋଲିସ ର ଏଠାରେ ସ୍ୱତନ୍ତ୍ର ନଜର ରହିଛି। କିପରି ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମଗ୍ର ଜିଲ୍ଲାରେ ଅନୁଷ୍ଠିତ କରାଯିବ ତାହାପାଇଁ ପୋଲିସ ପ୍ରଶାସନ ସଦାସର୍ବଦା ତତ୍ପର ରହିଥିବା ଏସପି କହିଛନ୍ତି।

ତେବେ ଆଜିର ମେଗା ଫ୍ଲାଗମାର୍ଚ୍ଚ ଦ୍ୱାରା ବାଣପୁର ଅଂଚଳବାସୀଙ୍କ ମନୋବଳ ବଢିଥିବା ପରିଲକ୍ଷିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ: ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ଚିଲିକା (ସୀତାରାମ ଅଗ୍ରୱାଲ): ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ଥିବାବେଳେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ପ୍ରଚାର ପ୍ରସାର ବି ଜୋରସୋରରେ ଚାଲିଛି।  ତେବେ ଉକ୍ତ ନିର୍ବାଚନ ପାଇଁ ଆସନ୍ତା ୨୩ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ପାଇଁ ପ୍ରଚାର କରିବାକୁ ଆସିବେ।

ସୂଚନା ମୁତାବକ ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ (ଆନୁମାନିକ ୧୧ ଘଟିକାରେ ) ଚିଲିକା ନିର୍ବାଚନମଣ୍ଡଳି ପ୍ରଚାରକୁ ଆସିବେ। ସେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେପି। ବିଜେପି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ତେବେ ଯୋଗୀ ଆଦିତ୍ୟନାଥ ଅତ୍ୟନ୍ତ ଲୋକପ୍ରିୟ ଓ କଟର ହିନ୍ଦୁ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏହା ଚିଲିକାରେ ବିଜେପିକୁ ବେଶ ଫାଇଦା ଦେବ ବୋଲି ଦଳ ଆଶା କରିଛି। ପ୍ରଚାରର ଶେଷ ଦିବସରେ ଯୋଗୀ ଆଦିତ୍ୟନାଥଙ୍କୁ ଆଣି ଚିଲିକାରେ ମାଷ୍ଟରଷ୍ଟ୍ରୋକ ଖେଳିବ ଦଳ।  ତେବେ ତାହା ଭୋଟରେ କେତେ ପ୍ରତିଫଳିତ ହେବ ତାହା ଜୁନ ୪ ତାରିଖରେ ଜଣାପଡିବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଗୋଟିଏ ଦିନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ୫ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି। ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି। ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି। ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ।

ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି। କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି। ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ। କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ। ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ। ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି।

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି। କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା। ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ।

ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ

ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ। ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ। ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି। ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି। ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା। ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ।

ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ। ମତ୍ସ୍ୟଜୀବୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ ହେବ ବୋଲି ସେ ଘୋଷଣା କରିଥିଲେ।

ବ୍ରହ୍ମଗିରିରେ ସେ କହିଲେ ଯେ, ଏବେକାର ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ସମସ୍ୟା ନେଇ ଆସିନାହାନ୍ତି, ତା’ହେଲେ ସେ ଲୋକଙ୍କ ପାଇଁ କାମ କଣ କରିଛନ୍ତି ?

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଡବଲ କାମ ହେବ। ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ।

ଡେଲାଙ୍ଗ, ପିପିଲିରେ ସେ କହିଲେ ଯେ, ନିର୍ବାଚନ ପରେ ମୁଁ ଏଠାକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ। ନୂଆ ସରକାରର ପ୍ରାଥମିକତା ଘୋଷଣା କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ।

ସେ ପୁଣି କହିଲେ ଯେ, ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ। ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି। ଏମାନେ କେବଳ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଯୁବ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି ବୋଲି ସେ କହିଥିଲେ।

ଏତେସବୁ କାମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି। ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ। ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ।

ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ ବିକାଶ କାମର ହିସାବ ଦେଇଥିଲେ। ବ୍ରହ୍ମଗିରିରେ ସେ କହିଲେ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି। ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ଫନୀ ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ, ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ, ମନ୍ତ୍ରୀ, ଏମ୍‍.ଏଲ୍‍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ

ବାଣପୁରରେ ସେ କହିଲେ ଯେ, ଚିଲିକାରେ ସେତୁ ନିର୍ମାଣ କରାଯିବ। ଏହା ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ଡଙ୍ଗାସଂଖ୍ୟା ବୃଦ୍ଧି କରାଯିବ। ଚିଳିକାରେ ଡ୍ରେଜିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ସେ କହିଥିଲେ। ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

ପିପିଲିରେ ସେ କହିଲେ ଯେ, ଆପଣମାନଙ୍କ ଲୋ ଭୋଲଟେଜ୍‍ ସମସ୍ୟା (ମଙ୍ଗଳପୁର, ପିପିଲି) ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍‌ଜିଦ୍‌ର ବିକାଶ କାମ କରାଯାଇଛି ବୋଲି ସେ କହିଥିଲେ। ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଲେ ଯେ, ଅରୂପ ହେଉଛନ୍ତି ପିପିଲି ଡେଲାଙ୍ଗ ମାଟିର ପୁଅ। ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି। ଆପଣମାନେ ତାଙ୍କୁ ଆଶୀର୍ବାଦ କଲେ ସେ ଆପଣଙ୍କ ପାଇଁ ଦିନରାତି କାମ କରିବେ।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ଓଡ଼ିଶାରେ ସମସ୍ତଙ୍କ ଘରକୁ ଖୁସି ଆଣିଛି ଏହି ଦଳ। ଏବେ ସମସ୍ତଙ୍କ ଘର ଆଲୋକିତ ହେବ। ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଜୟଦେବରେ ଶ୍ରୀ ପାଣ୍ଡିଆନ କହିଲେ ଯେ, ଭୁବନେଶ୍ୱର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି। ଭୁବନେଶ୍ୱର ପାଇଁ ସେ କୌଣସି ପ୍ରୋଜେକ୍ଟ ଆଣିନାହାନ୍ତି। ଭୁବନେଶ୍ୱର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି। ଦରକାରବେଳେ ଖୋଜିଲେ ଲୋକେ ତାଙ୍କୁ ପାଆନ୍ତି ନାହିଁ। ଏଥର ଲୋକ ତାଙ୍କୁ ଉଚିତ ଜବାବ ଦେବେ। ବିଜେପି ଦଳ ୨୦୧୪ରେ କହିଥିଲେ ଆମେ ସରକାରକୁ ଆସିଲେ ଦରଦାମ କମାଇବୁ ବୋଲି ହେଲେ କିଛି କମାଇଲେ ନାହିଁ। ସବୁ ଦରଦାମ୍‍ ବଢ଼ି ବଢ଼ି ଚାଲିଲା। ଏଥର ନିର୍ବାଚନରେ ଲୋକମାନେ ତାଙ୍କୁ ଦରଦାମ୍‍ ବୃଦ୍ଧିର ଉଚିତ ହିସାବ ଦେବେ।

ସେ ପୁଣି କହିଲେ ଯେ ଏ ସରକାର ବିଜୁ ଜନତା ଦଳର ସରକାର ନୁହେଁ, ଏହା ହେଉଛି ଲୋକଙ୍କ ସରକାର। ଲୋକମତକୁ ଏଠାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ଲୋକଙ୍କ ମୁଣ୍ଡ ଉପରେ ଥିବା ବୋଝକୁ ହାଲ୍‍କା କରିବା ପାଇଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ, ମିଶନଶକ୍ତି, ମମତା ଲକ୍ଷ୍ମୀବସ୍‍, ଆହାର, ଚାଉଳ କାର୍ଡ,ବି.ଏସ୍‍.କେ.ୱାଇ ପରି ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟକୁମାର ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ. ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲୀକ ପ୍ରମୁଖ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଭିକେ ପାଣ୍ଡିଆନ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିଲେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ।  ସେ ଅପରାହ୍ନ ୪.୩୦ ମିନିଟ ସମୟରେ ବାଣପୁର ପଲଟନ ପଡିଆ ଠାରେ ପହଞ୍ଚି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

‘ଜୟ ଜଗନ୍ନାଥ’, ‘ଜୟ ମା ଭଗବତୀ’ରୁ ଭାଷଣ ଆରମ୍ଭ କରି ଓଡିଶା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର କହିଥିଲେ ପାଣ୍ଡିଆନ।  ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି। ବାଣପୁରରେ ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମା’ ଭଗବତୀ ମନ୍ଦିର ରୂପାନ୍ତରିକରଣ ଜାରି ରହିଛି।

ଜୁଲାଇ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ। ବିଦ୍ୟୁତ ବିଲ ଛାଡ କରିବା ପାଇଁ ଶ୍ରୀ ପଣ୍ଡିଆନ ପୁଣିଥରେ ଏଠାରେ ଦୋହରାଇଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ ଶ୍ରୀ ପାଣ୍ଡିଆନ।

ମାତ୍ର ସ୍ୱଳ୍ପ ସମୟ ବାଣପୁରରେ ଉପସ୍ଥିତ ରହିବା ପରେ ସେ ହେଲିକପ୍ଟର ଯୋଗେ ରଣପୁର ଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।