Categories
ଆଜିର ଖବର ଧର୍ମ

ଏହି ରାଶିର ବ୍ୟକ୍ତିମାନେ କୌଣସି ଅପରିଚିତ ଲୋକଙ୍କ କଥା ପଡନ୍ତୁ ନାହିଁ

ବିଛା- ଏକ ରାଜନୈତିକ ପ୍ରତିବନ୍ଧକ ଆସିପାରେ। ଶୀଘ୍ର କିଛି ଭୁଲ କରନ୍ତୁ ନାହିଁ । ବିବାଦରୁ ଦୂରେଇ ରୁହନ୍ତୁ। ଦୀର୍ଘ ସମୟ ଧରି ଅଟକି ରହିଥିବା ଟଙ୍କା ମିଳିବାର ଏକ ସୁଯୋଗ ଅଛି, ଏହାକୁ ଆଣିବାକୁ ଚେଷ୍ଟା କରନ୍ତୁ।

ମୀନ- ଅପରିଚିତ ବ୍ୟକ୍ତିଙ୍କ କଥାରେ ଜଡିତ ହୁଅ ନାହିଁ । ଟଙ୍କା ନଷ୍ଟ ହୋଇପାରେ। ଅଳ୍ପ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ଏକ ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

Categories
ଆଜିର ଖବର ଧର୍ମ

ଗୁରୁବାରରେ ଏହି ରାଶିର ବ୍ୟକ୍ତିଙ୍କର ଦିନତମାମ ଟେନସନ ଲାଗି ରହିବ

ମିଥୁନ- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। ବଜେଟ୍ ଖରାପ ହେବ। ଦୁଃଖଦ ଖବର ଦୂରରୁ ଗ୍ରହଣ କରାଯାଇପାରେ, ଧର୍ଯ୍ୟବାନ ହୁଅ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ।

କନ୍ୟା- ଯାତ୍ରା ସଫଳ ହେବ। ଶାରୀରିକ ଯନ୍ତ୍ରଣା ହୋଇପାରେ। ସେଥିପାଇଁ ଅସ୍ଥିରତା ଦେଖାଯିବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣ ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଦୀର୍ଘ ସମୟ ଧରି କାମକୁ ଅଟକାଇବାର ସମ୍ଭାବନା ଅଛି।

Categories
ଜୀବନ ଶୈଳୀ ବିଶେଷ ଖବର

ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍‌: ଆଜିଓ ବିଗ୍ ବୋଲ୍ଡ ସେଲ୍‌

ମୁମ୍ବାଇ/ଭୁବନେଶ୍ୱର: ଆଜିଓ (AJIO), ଯାହାକି ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍‌, ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫେସନ ପାଇଁ ବେଶ୍ ଲୋକପ୍ରିୟ, ଏବେ ନେଇଆସିଛି ବିଗ୍ ବୋଲ୍ଡ ସେଲ୍‌, ଯାହା ୧ ରୁ ୫ ଜୁଲାଇ ୨୦୨୧ ପର‌୍ୟ୍ୟନ୍ତ ଜାରି ରହିବ ଏବଂ ଅନ୍‌ଲାଇନ୍ ସପିଙ୍ଗ୍ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ।

ଆଜିଓ ବିଗ୍ ବୋଲ୍ଡ ସେଲ୍ ହେଉଛି ଏପଯ୍ୟନ୍ତ ଫେସନର ସବୁଠାରୁ ବୃହତ୍ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୬,୦୦,୦୦୦ ରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍ ରହିଥିବା ବିଶାଳ କ୍ୟଟ୍‌ଲଗ୍ ସହିତ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି।

ଏହି ଆକର୍ଷଣୀୟ ସେଲରେ ଅନେକ ଗୁଡ଼ିଏ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି। ସ୍ୱଳ୍ପ ମୂଲ୍ୟ, ସ୍ୱତନ୍ତ୍ର ଘଣ୍ଟିକିଆ ଡିଲ୍‌, ଉପହାର ଓ ପଏଂଟ ଅର୍ଜନ ସହିତ ସାରା ଦେଶର ଗ୍ରାହକମାନଙ୍କ ପାଇଁ ଏହି ଆଜିଓ ବିଗ୍ ବୋଲ୍ଡ ସେଲ୍‌ରେ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ୍ ଯଥା ନାଇକ୍‌, ପ୍ୟୁମା, ଆଦିଦାସ୍‌, ଲିଭାଇସ୍‌, ୟୁନାଇଟେଡ୍ କଲର୍ସ ଅଫ୍ ବେନେଟନ୍ ଏବଂ ଆହୁରି ଅନେକ ବ୍ରାଣ୍ଡ୍ ଆକର୍ଷଣୀୟ ଅଫର ସହିତ ଉପଲବ୍ଧ ରହିଛି।

ଏହି ବିଶାଳ ଉତ୍ସବରେ ପ୍ରସିଦ୍ଧ ଫାସନିଷ୍ଟା ଅଭିନେତ୍ରୀ ସୋନମ୍ କପୁର ଓ ଲୋକପ୍ରିୟ ତାରକା ଗୁରୁ ରନ୍ଧାୱା, ଶ୍ରୁତି ହସନ୍‌, କାଜଲ ଅଗ୍ରୱାଲ୍ ଓ ମୌନି ରଏ ଆଦି ଫାସନ୍‌କୁ ଆହୁରି ଆକର୍ଷଣୀୟ କରୁଥିବା ଦେଖିବାକୁ ମିଳିବ।

ଏହି ସେଲ୍‌ରେ ସଭିଙ୍କ ପାଇଁ କିଛି ନା କିଛି ରହିଛି। ଆପଣ ନୂତନ ଷ୍ଟାଇଲକୁ କମ୍ ମୂଲ୍ୟରେ ପାଇପାରିବେ ଓ ଏଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ଛାଡ଼ ରହିଛି। ଏହା ସହିତ ଲୋକପ୍ରିୟ ବର୍ଗ ଯଥା ଟି-ସାର୍ଟ, ଜିନ୍ସ, କୁର୍ତା ଓ ସ୍ନିକରରେ ଅତୁଳନୀୟ ଡିଲ୍‌ର ସୁଯୋଗ ମଧ୍ୟ ରହିଛି। ଆକର୍ଷଣୀୟ ମୂଲ୍ୟ ବ୍ୟତୀତ, ଆଜିଓ ମଧ୍ୟ ଏହି ସେଲ୍ ଅବଧିରେ ଅନେକ ଗୁଡ଼ିଏ ଆନ୍ତର୍ଜାତିକ ବ୍ରାଣ୍ଡର ଶୁଭାରମ୍ଭ କରିବାର କାଯ୍ୟକ୍ରମ ରହିଛି।

ଆଜିଓ ଦେଶର ଲୋକପ୍ରିୟ ଅନ୍‌ଲାଇନ୍ ଫେସନ୍ ପ୍ଲାଟଫର୍ମରେ ପରିଣତ ହୋଇଛି ଏବଂ ଏଥିରେ ପୁରୁଷ ଓ ମହିଳାମାନଙ୍କର ଅନେକ ଗୁଡ଼ିଏ ସ୍ୱତନ୍ତ୍ର ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ କଲେକ୍ସନର ସମ୍ଭାର ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୧୭: ସୁସ୍ଥ ହେଲେ ୩୭୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୮୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୨୨୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୮ ହଜାର ୪୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୪୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ପ୍ରଶାସନର ବଡ ପଦକ୍ଷେପ: ଏଣିକି ପଞ୍ଚାୟତ ଏବଂ ଏନଏସିରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ବାଣପୁର: ଟୀକାନେବାକୁ ନେଇ ବାଣପୁରରେ ପ୍ରତିଦିନ ବିଭିନ୍ନ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି।  ନାଗରିକମାନେ ଦିନ ଦିନ ଧରି ଟୀକା ନେବାପାଇଁ ଧାଡିରେ ଅପେକ୍ଷା କରୁଥିବାର ଦେଖାଯାଇଛି। ବେଆଇନ ଭାବେ ଦିନକ ପୂର୍ବରୁ କେତେକ ବ୍ୟକ୍ତି ଟୀକା କେନ୍ଦ୍ର ସମ୍ମୁଖରେ ନିଜର ଆଧାର କାର୍ଡର ନକଲରେ ମୋବାଇଲ ନମ୍ବର ଲେଖି ଥୋଇ ଦେଇ ଜାଗା ମାଡ଼ିବସୁଛନ୍ତି। ଯାହାଫଳରେ ଟୀକାକରଣ ଦିନ ସଠିକ ସମୟରେ ଆସୁଥିବା ବ୍ୟକ୍ତି ଟୀକା ପାଇପାରୁନାହାନ୍ତି। ଅପରପକ୍ଷରେ ଏହାଦ୍ୱାରା ସାଇବର ଠକେଇର ଶିକାର ବି ଜନସାଧାରଣମାନେ ହେବାର ବହୁ ସମ୍ଭାବନା ରହୁଛି। ସେହିପରି ଭାବେ ଅନ୍ୟ କେତେକ ଟୀକାକେନ୍ଦ୍ର ସମ୍ମୁଖରେ ଟୀକାର କଳାବଜାରୀ ହେଉଥୁବାର ମଧ୍ୟ ଅଭିଯୋଗ ହେଉଛି।

ତେବେ ଏସବୁ ସମସ୍ୟାକୁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଗୁରୁତର ସହ ନେଇଛି। ବାଣପୁର ବ୍ଲକ ଏବଂ ଏନଏସି ଅଞ୍ଚଳରେ ଟୀକାକରଣ ପ୍ରକ୍ରିୟାକୁ ସରଳିକରଣ କରିବା ପାଇଁ ପାଇଁ ସ୍ଥାନୀୟ ପ୍ରଶାସନ ଏକ ବଡ ପଦକ୍ଷେପ ନେଇଛି।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅଗାମୀ ଦିନରେ ବାଣପୁର ବ୍ଲକରେ ପଞ୍ଚାୟତ ସ୍ତରୀୟ ଏବଂ ଏନଏସି ରେ ୱାର୍ଡ ସ୍ତରୀୟ ଟୀକାକରଣ ପାଇଁ ନିଷ୍ପତ୍ତି କରାଯାଇଛି। ଏଥି ନିମନ୍ତେ ନିମ୍ନଲିଖିତ ପଦକ୍ଷେପ ଗୁଡ଼ିକ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବାଣପୁର ବିଡ଼ିଓ ପ୍ରତି ପଞ୍ଚାୟତର ଟୀକାକରଣ କେନ୍ଦ୍ରର ସୂଚୀ ପ୍ରସ୍ତୁତ କରିବେ। ଏବଂ ଏହାର ବ୍ୟବସ୍ଥା ମଧ୍ୟ ବୁଝିବେ। ସମାନ ଜିନିଷ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ପ୍ରତି ୱାର୍ଡରେ କରିବେ ଉଭୟ ଅଧିକାରୀ ପ୍ରତି ଟୀକାକରଣ କେନ୍ଦ୍ରରେ ବ୍ୟାରିକେଡ଼ ସହ ପିଇବା ପାଣି ବ୍ୟବସ୍ଥା କରାଇବେ। ବାଣପୁର ଥାନାଧିକାରୀ ସବୁ ଟୀକା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ନିମନ୍ତେ ପୋଲିସ କର୍ମଚାରୀ ନିୟୋଜିତ କରିବେ।

ସମସ୍ତ ଅଧିକାରୀମାନେ ନିୟମିତ ଭାବେ ଟୀକା କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ରଖାଯାଉଥିବା ଆଧାର କାର୍ଡ ନକଲ ଏବଂ ମୋବଇଲ ନମ୍ବରକୁ ଯାଞ୍ଚ କରିବେ। ଯଦ୍ବାରା  ସାଇବର ଠକଙ୍କ ଠାରୁ ଜନସାଧାରଣଙ୍କୁ ରକ୍ଷା କରାଯାଇପାରିବ।

ବାଣପୁର ମେଡିକାଲ ଏବଂ ଏନଏସି ପ୍ରଶାସନ ଟୀକାକରଣର ବହୁ ପୂର୍ବରୁ ମହଜୁଦ ଥିବା ଟୀକାର ସୂଚନା ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇବେ।

ସରପଞ୍ଚ/ୱାର୍ଡ ମେମ୍ବର /ୱାର୍ଡ ଅଫିସର(ଏନଏସି) ମାନେ ଟୀକାକରଣର ବିସ୍ତୃତ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଅନୁରୋଧ କରିଛି।

ତେବେ ଟୀକାକେନ୍ଦ୍ରରେ ସ୍ଥାନୀୟ ବ୍ୟକ୍ତିଙ୍କୁ ଚି଼ହ୍ନଟ ଏବଂ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ କୁ ରୋକିବା ନିମନ୍ତେ ଆଗକୁ ସରପଞ୍ଚ/ୱାର୍ଡ ମେମ୍ବର/ୱାର୍ଡ ଅଫିସରଙ୍କ ସହ ପ୍ରଶାସନର ଆଉ ଗୋଟାଏ ବୈଠକ ହେବ ବୋଲି ସୂଚନା ମିଳିଛି।

ଏହି ବୈଠକରେ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡ଼ିଓ, ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଦି ସାମିଲ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା: କାଳିଆ ଯୋଜନାରେ ଭୂମିହୀନ କୃଷକ ପାଇଲେ ୩୮୬ କୋଟି ଟଙ୍କା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ୟେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ ଖୁସି। ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର (ଘଙ୍କମକ୍ଷରଙ୍କଗ୍ଦ)। ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତି କୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀ ର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ତା’ର ତ୍ୟାଗକୁ ସମ୍ମାନ କରୁ । ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ M S Swaminathan Committee ସୁପାରିସ କୁ କାଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି ଏବଂ ଏହା ପୂରଣ ହେଲା ପର‌୍ୟ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ଵାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି ବୋଲି ସେ ପ୍ରକାଶ କରିଥିଲେ । କାଳିଆ ଯୋଜନା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ,” କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତି କୁ ବଞ୍ଚାଇ ଥିଲା । ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ,ଶ୍ରମିକ, ଉଠା ଦୋକାନୀ , ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟୀକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ କୃଷି ଓ କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକ ମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀ ମାନଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରଯାଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ଆଲୋଚନା କରିଥିଲେ । ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା କହିଥିଲେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି । ସେହିପରି ସୁନ୍ଦରଗଡ ର ସୂରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି ସେ କିପରି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ ।

ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ପରିବାର ଭଲରେ ଚଳାଉଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ୧୦୦୦ ଟଙ୍କା ଲେଖାଏଁ ସହାୟତା ପାଇ ସବୁ ଭୂମିହୀନ ଚାଷୀ ଖୁସି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ।

ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି ।କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦ ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର‌୍ୟ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।
କୃଷି ବିଭାଗ କମିଶନର ତଥା ସଚିବ ଶ୍ରୀ ଏସ . କେ . ବଶିଷ୍ଠ ସ୍ଵାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , କୃଷି ଉତ୍ପାଦନ କମିଶନର ଏବଂ ୩୦ ଟି ଜିଲ୍ଲା ର ଭୂମିହୀନ ଚାଷୀ ମାନେ ଭିଡିଓ କାନଫରେନସିଂ ଜରିଆରେ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୨୩୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୮୮, ଯାଜପୁରରୁ ୩୩୪, କଟକରୁ ୨୯୪, ପୁରୀରୁ ୨୧୫, ବାଲେଶ୍ବରରୁ ୨୦୩, ଅନୁଗୁଳରୁ ୧୭୫, କେନ୍ଦ୍ରାପଡାରୁ ୧୪୭, ଜଗତସିଂହପୁରରୁ ୧୪୩, ଭଦ୍ରକରୁ ୧୩୩, ମୟୂରଭଞ୍ଜରୁ ୧୨୮, ନୟାଗଡରୁ ୧୦୪, ସୁନ୍ଦରଗଡରୁ ୭୩, ମାଲକାନାଗିରିରୁ ୭୦, କେନ୍ଦୁଝରରୁ ୬୭, କନ୍ଧମାଳରୁ ୬୦, ରାୟଗଡାରୁ ୫୩, ଢେଙ୍କାନାଳରୁ ୪୪, କଳାହାଣ୍ଡିରୁ ୩୯, ସମ୍ବଲପୁରରୁ ୩୮, ବଲାଙ୍ଗୀରିରୁ ୩୭, ବୌଦ୍ଧରୁ ୩୭, ବରଗଡରୁ ୩୬, କୋରାପୁଟରୁ ୩୬, ନବରଙ୍ଗପୁରରୁ ୨୯, ନୂଆପଡାରୁ ୧୮, ସୋନପୁରରୁ ୧୬, ଗଜପତିରୁ ୧୩, ଦେବଗଡରୁ ୧୦, ଗଞ୍ଜାମରୁ ୧୦, ଝାରସୁଗୁଡାରୁ ୫ ଏବଂ ଷ୍ଟେଟ ପୁଲରୁ ୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୭୭ ହଜାର ୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ ହଜାର ୧୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୧୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

କଳାହାଣ୍ଡି ରେ ପି.ସି.ଭି. ଟୀକାକରଣର କାର୍ଯ୍ୟକ୍ରମ ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ୍ଦ ଭାବେ ନିମୋକୋକାଲ କଞ୍ଜୁଗେଟ ଟିକା ବା ପି.ସି.ଭି. କୁ ଯୋଡ଼ା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ମାନ୍ୟବର ଶିଳ୍ପ, ଶକ୍ତି, ଗୃହ ଏମ.ଏସ.ଏମ.ଇ. ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ରାଜ୍ୟବ୍ୟାପୀ ଏହି ଯୋଜନା ଆଜିଠାରୁ ଆରମ୍ଭ କରାଯିବା ପରେ ରାଜ୍ୟର ପାଖାପାଖି ଆଠ ଲକ୍ଷ ଶିଶୁ ଉପକୃତ ହେବେ। ଏହି ଟୀକା ଶିଶୁ ମାନଙ୍କୁ ପ୍ରଥମ ଡୋଜ ଜନ୍ମ ହେବାର ଦେଢ଼ ମାସ, ଦ୍ୱିତୀୟ ଡୋଜ୍ ସାଡେ ତିନି ମାସ ଓ ତୃତୀୟ ଡୋଜ ୯ ମାସ ବ୍ୟବଧାନରେ ଦିଆଯିବା ଯୋଜନା କରାଯାଇଛି। ପ୍ରତି ସପ୍ତାହର ବୁଧବାର ଦିନ ଏହି ଟୀକା ପିଲାଙ୍କୁ ନିୟମିତ ଟୀକାକରଣ ଦିଆଯିବ। ଏହି ଟିକାର ସେଭଳି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ନିମୋକୋକଲ ଜୀବାଣୁ ସଂକ୍ରମଣ ଫଳରେ, ନିମୋନିଆ ହେବା ଯୋଗୁଁ ପ୍ରତି ହଜାରେ ଶିଶୁ ମଧ୍ୟରେ ୫୪ ଶିଶୁ ମୃତ୍ୟୁବରଣ କରୁଥିଲେ। ତେବେ ଏହି ଟୀକାକରଣ ଦ୍ଵାରା ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରେ ଶିଶୁମୃତ୍ୟୁ ହାର କମ କରିବାରେ ସରକାର ସଫଳ ହେବେ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କନ୍ଫରେନ୍ସ ହଲ ଠାରେ ଆୟୋଜିତ ପ୍ରେସ କନ୍ଫରେନ୍ସରେ ବିବୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ଜଳନ୍ଧର ମେହେର, ଏଡିପିଏଚଓ ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ପୋଲିସ ଓ ଅବକାରୀର ମିଳିତ ଚଢ଼ାଉ, ଜଣେ ମହିଳାଙ୍କ ସମେତ ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦୁଲ୍ଲଣୀ ଶାସନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗିରଫ କରିଛି। ଉଭୟ ବିଭାଗ ସେମାନଙ୍କ ନିକଟରୁ ୧୭୩ ଲିଟର ଦେଶୀ ମଦ ଜବତ କରିଛି। ଚଢ଼ାଉ ସମୟରେ ଅଭିଯୁକ୍ତ ଦ୍ୱୟ ପୃଥକ ପୃଥକ ଭାବେ ଦୁଲ୍ଲଣୀ ଗ୍ରାମରେ ଦେଶୀ ମଦ ବିକୁଥିବାର ଉଭୟ ବିଭାଗ ଜାଣିବାକୁ ପାଇଥିଲା।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୨୯ ଏବଂ ବାଣପୁର ପୋଲିସ କେସ ନମ୍ବର ୨୪୨/୨୧ ରେ ଦୁଇ ଗୋଟି ପୃଥକ ପୃଥକ ମାମଲା ୠଜୁକରି ଉଭୟଙ୍କୁ ଗିରଫ କରିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ଏଏସଆଇ ପ୍ରତାପ ପାହାଡ଼ସିଂ ଆଦି ସାମିଲ ଥିଲେ।

Categories
ଆଜିର ଖବର

ଗାଧୋଇବାକୁ ଯାଇ ଯୁବକ ନିଖୋଜ: ଖୋଜୁଛନ୍ତି ତିର୍ତ୍ତୋଲ ଅଗ୍ନିଶମ ବିଭାଗ କର୍ମଚାରୀ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଆମ୍ବେରି ପଞ୍ଚାୟତ ସ୍ଥିତ ଆମ୍ବେରି ଗ୍ରାମର ଜଣେ ଯୁବକ ନିକଟସ୍ଥ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛି।

ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ସ୍ଥିତ ଆମ୍ବେରୀ ଗ୍ରାମର ଅକ୍ଷୟ ମଲ୍ଲିକଙ୍କ ୧୮ ବର୍ଷର ପୁଅ ସୁମନ ମଲ୍ଲିକ ଆଜି ଦିନ ପାଖାପାଖି ୧୨ଟା ବେଳେ ନିଜ ଗାଁ ଠାରୁ ପ୍ରାୟ ଏକ କି.ମି ଭରାଗୋଳ ପାଇକା ନଦୀରେ ଗାଧଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲା। ସେଠାରେ ଗାଧଉଥିବା ଅନ୍ୟମାନେ ଡାକପକାଇବା ସହିତ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସୁମନର କୌଣସି ସନ୍ଧାନ ପାଇପାରି ନଥିଲା।

ଏସଂମ୍ପର୍କରେ ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ମଧ୍ୟାହ୍ନ ଠାରୁ ପାଇକା ନଦୀରେ ବୁଡି ଖୋଜା ଖୋଜି ଚଲାଇଥିଲେ ମଧ୍ୟ ସଂନ୍ଧ୍ୟାବେଳ ପର୍ଯ୍ୟନ୍ତ ସୁମନର କୌଣସି ସନ୍ଧାନ ମିଳିପାରି ନାହିଁ। ଅକ୍ଷୟ ମଲ୍ଲିକଙ୍କ ତିନି ଝିଅ ମଧ୍ୟରୁ ସୁମନ ଏକମାତ୍ର ପୁଅ ବୋଲି ଜଣାପଡିଛି। ଚପଲ ଓ ବସ୍ତ୍ର ଗାଧୁଆ ଗାଧୁଆ ତୁଠରେ ଥୁଆ ହୋଇଥିବା ବେଳେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି କାନ୍ଦ ବୋବାଳି କରୁଛନ୍ତି।

ଏହି ଖବର ବିଜୁଳି ବେଗରେ ଚାରିଆଡେ ପ୍ରଘଟ ହୋଇ ଯିବାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୁମନକୁ ଖୋଜାଖୋଜି କରୁଥିବା ପାଇକା ନଦୀ ସ୍ଥଳରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜିଏସଟି ପ୍ରଦାନକାରୀଙ୍କ ପାଇଁ ଖୁସି ଖବର, ଶ୍ରେଷ୍ଠ କରଦାତାଙ୍କୁ କେନ୍ଦ୍ର ସରକାର କରିବେ ସମ୍ମାନିତ

ନୂଆଦିଲ୍ଲୀ, ଜିଏସଟି ସଫଳତାରେ ସହଯୋଗ କରିଥିବା ଟିକସଦାତାଙ୍କୁ ସମ୍ମାନିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜିଏସ୍ଟି  1 ଜୁଲାଇ 2017 ରୁ କାର୍ଯ୍ୟକାରୀ କରାଯାଇଛି। ଏହି ସମୟ ମଧ୍ୟରେ ଟିକସ ପ୍ରକ୍ରିୟା ସରଳୀକୃତ ହୋଇଛି ଏବଂ ଟିକସ ଆଧାର ବୃଦ୍ଧି ପାଇଛି। ଜିଏସଟି ଆଦାୟ କ୍ରମାଗତ ବୃଦ୍ଧି ଘଟିଛି। ଲଗାତାର ଆଠ ମାସ ଧରି ଏହା ଏକ ଲକ୍ଷ କୋଟିରୁ ଅଧିକ ହୋଇଛି।

ଜିଏସଟିର ଚାରି ବର୍ଷର କାର୍ଯ୍ୟ ଶେଷ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କହିଛି ଯେ ସରକାର 54 ହଜାର ଚାରି ଶହ 39 ଟିକସଦାତାଙ୍କୁ ସମ୍ମାନିତ କରିବେ। ଏଥିମଧ୍ୟରୁ 88% ରୁ ଅଧିକ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ଅଛନ୍ତି।

କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମସ ବିଭାଗ ଏହି ଟିକସଦାତାଙ୍କୁ ସମ୍ମାନତ କରି ପ୍ରମାଣପତ୍ର ପ୍ରଦାନ କରିବ। ଜିଏସ୍ଟି ନେଟୱାର୍କ ଏହି ଟିକସଦାତାମାନଙ୍କୁ ଇ-ମେଲ ମାଧ୍ୟମରେ ପୃଥକ ଭାବରେ କୃତଜ୍ଞତା ପତ୍ର ପଠାଇବେ। ମନ୍ତ୍ରଣାଳୟ କହିଛି ଯେ ଟିକସଦାତା ସେବାରେ ନିରନ୍ତର ଉନ୍ନତି ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋସିଆଲ୍ ମିଡିଆ ରାଉଟରକୁ ଲୋକାର୍ପଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଆୟୁଷ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ କୁଡାନାଳୀ ଗ୍ରାମର କୁନି ୱେବଡ଼ିଜାଇନର ଦ୍ୱାରା ପ୍ରସ୍ତୁତ ସୋସିଆଲ ମିଡ଼ିଆକୁ (ରାଉଟର) ଏବେ ନୂତନ ଭାବେ ୧୩ ଟି ଆଂଚଳିକ ଭାଷା ର ନୂତନ ସଂସ୍କରଣ ର ଶୁଭଲୋକାର୍ପଣ ପାଇଁ ଏହାର ନିର୍ମାତା ୧୪ ବର୍ଷ ବୟସ୍କ ଆୟୁଷ ରଞ୍ଜନ ରାଉତ ଭାରତର ପ୍ରଧାନମନ୍ତ୍ରୀ ତଥା ଡିଜିଟାଲଇଣ୍ଡିଆର ପରିକଳ୍ପନା କରିଥିବା ନରେନ୍ଦ୍ର ମୋଦିଙ୍କୁ ଭରଚୁଆଲ ମାଧ୍ୟମରେ କରିବା ପାଇଁ ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବଙ୍କ ଜରିଆରେ ନିମନ୍ତ୍ରଣ କରିଛନ୍ତି। ଏ ସମ୍ବନ୍ଧୀୟ ନିମନ୍ତ୍ରଣ ପତ୍ର ଆଜି ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ନୀତେଶ ଗଙ୍ଗଦେବଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଆୟୁଷ ପ୍ରଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଆୟୁଷ ମାତ୍ର ୧୩ ବର୍ଷ ବୟସରେ ୨୦୨୦ ଲକଡାଉନ ସମୟରେ ଏହି ସୋସିଆଲ ମିଡ଼ିଆ (ରାଉଟର) ନିର୍ମାଣ କରି ବେଶ  ହୋଇଥିଲେ। ଓଡିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ରାଜଭବନ ଡକାଇ ଆଶୀର୍ବାଦ ପ୍ରଦାନ କରିଥିଲେ। ବର୍ତ୍ତମାନ ୧୩ ଭାଷାଭାଷୀ ଙ୍କ ପାଇଁ “ରାଉଟର” କୁ ନିର୍ମାଣ କରାଯାଇଛି ଓ ଏହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଲୋକାର୍ପଣ କରିବା ଲକ୍ଷ୍ୟ ରହିଥିବାରୁ ସମ୍ବଲପୁରସାଂସଦ ଙ୍କ ଜରିଆ ନିମନ୍ତ୍ରଣ ପଠାଇଲେବୋଲି ଆୟୁଷ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ଗାଁ ରେ ନିଜ ଜମିକୁ ଯାଇଥିବା ବେଳେ ଜଣେ ଚାଷୀକୁ ଭାଲୁ କାମୁଡିବାରୁ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ଜାମୁଜୋରୀ ଗ୍ରାମର ଗୋବିନ୍ଦ ଓରାମ(୪୫) ନିଜ ଜମିକୁ ଚାଷକାମରେ ଯାଇଥିବା ବେଳେ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କର ବାମ ଗୋଡ ଜଙ୍ଘରେ କାମୁଡି ଦେଇଥିଲା। ଗ୍ରାମବାସୀ ଖବର ପାଇ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନସ୍‌ରେ ରେଢାଖୋଲ ଡାକ୍ତରଖାନାକୁ ପଠାଇ ସେଠାରେ ଚିକିତ୍ସିତ କରାଇଥିଲେ। ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି।

ବର୍ତ୍ତମାନ ତାଙ୍କର ଅବସ୍ଥା ଠିକ୍ ଥିବା ଜଣା ପଡିଛି। ସରକାରଙ୍କ ବନବିଭାଗ ତରଫରୁ ଆବଶ୍ୟକୀୟ ଆର୍ଥିକ ସହଯୋଗ ଆହତ ଗୋବିନ୍ଦଙ୍କୁ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ କିସାନ୍ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ମଧ୍ୟ ଚିଲିକାରେ ବନ୍ଦ ରହିବ ଟୀକାକରଣ: ଆଶଙ୍କାରେ ଅପେକ୍ଷାରତ ଦ୍ଵିତୀୟ ଡୋଜ ନାଗରିକ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଟୀକାର ଘୋର ଅଭାବ ଦେଖାଯାଇଛି। କ୍ରମାଗତ ଦୁଇ ଦିନ ହେଲା ଜିଲ୍ଲାକୁ ଟୀକା ଆସୁନାହିଁ। ଯାହାଫଳରେ ନାଗରିକ ମାନେ ବହୁ ହଇରାଣ ହରକତ ହେଉଥିବାର ଦେଖାଯାଇଛି। ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଛି।

ତେବେ ଆସନ୍ତାକାଲି ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଏଥିଲାଗି ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ନାଗରିକ ମାନେ।  ପ୍ରଥମ ଡୋଜ ନେବାର ୮୪ ଦିନରୁ ଅଧିକ ସମୟ ହୋଇଯାଇଥିବା ନାଗରିକମାନେ ଚିନ୍ତାରେ ପଡିଯାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନ କଟକଣା: ଜାଣନ୍ତୁ କ’ଣ ରହିଛି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୧୫ ଦିନ ତଥା ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରିଛନ୍ତି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି।

କ୍ୟାଟାଗୋରୀ ‘ଏ’ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କଣ ରହିବ ବନ୍ଦ ଓ ଖୋଲା

ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲା ରହିବ। କେବଳ ସପିଙ୍ଗ ମଲ ଏବଂ ପାର୍ଲର ବ୍ୟତୀତ ଅନ୍ୟ ସବୁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାଗୁଡିକରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ।

କ୍ୟାଟୋଗରୀ “ବି” ଜିଲ୍ଲା:

ନୟାଗଡ, ପୁରୀ, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାକୁ କ୍ୟାଟୋଗରୀ “ବି” ରେ ରଖାଯାଇଛି। ଏହି ଜିଲ୍ଲାଗୁଡିକରେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ରହିଛି।

ତେବେ କ୍ୟାଟୋଗରୀ “ବି” ଜିଲ୍ଲାଗୁଡିକରେ ସକାଳ ୬ ଟାରୁ ଦିନ ୨ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୋଟ ଛୋଟ ସେଲୁନକୁ ଅନୁମତି ମିଳିଛି। ପାର୍ଲାର, ସ୍ପା, ମଲ ଆଦି ବନ୍ଦ ରହିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ହେଲେ କେବଳ ଆଉଟ ଡୋର ଶୁଟିଙ୍ଗକୁ ଅନୁମତି ମିଳିଛି।

ସାପ୍ତାହିକ ହାଟକୁ ଅନୁମତି ନାହିଁ। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ଏଠାରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି ନାହିଁ। ଖାଦ୍ୟ ଦୋକାନରେ ବସିକି ଖାଇବା ପାଇଁ ଅନୁମତି ନାହିଁ। ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୁରଟ ଶ୍ରମିକଙ୍କ ପାଇଁ ଖୁସି ଖବର, ଖୋର୍ଦ୍ଧା ରୋଡରୁ ଚାଲିବ ଆଉ ଏକ ନୂଆ ଟ୍ରେନ, ଜାଣନ୍ତୁ ଏହାର ସମୟ

ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ଅପେକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଏହି ଟ୍ରେନଟି ନିମ୍ନ ସମୟ ଅନୁସାରେ ବାହାରିବ ବୋଲି କୁହାଯାଇଛି।

ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ ୦୮୫୮୫/୦୮୫୮୬ ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୫ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୭ ଜୁଲାଇ, ୨୦୨୧ (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଞ୍ଚିବ। ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ ୭ ଜୁଲାଇ ୨୦୨୧ (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି ୮ ଜୁଲାଇ, ୨୦୨୧ (ଗୁରୁବାର) ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ଉଭୟ ପ୍ରଥମ ଏବଂ ୨ୟ ଏସିର କମ୍ପୋଜିଟ୍ କୋଚ୍, ଗୋଟିଏ ଏସି-୨ ଟାୟାର୍, ଚାରିଟି ଏସି -୩ ଟାୟାର୍, ଆଠଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ, ଗୋଟିଏ ଗାର୍ଡ ତଥା ଲଗେଜ୍ ଭ୍ୟାନ ଏବଂ ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗ କୋଚ୍ ଉପଲବ୍ଧ ଥିବାବେଳେ ଏହା ଖୋର୍ଦ୍ଧା ରୋଡ ଓ ଉଦନା ମଧ୍ୟରେ ଉଭୟ ପାର୍ଶ୍ୱରୁ ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, କେସିଙ୍ଗା, ଟିଟିଲାଗଡ, କାଣ୍ଟାବାଞ୍ଜୀ, ଖରିଆର ରୋଡ୍, ମହାସମୁନ୍ଦ, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ବଦନେରା, ଅକୋଲା, ଭୁସାବଳ, ଜଲଗାଓଁ ଓ ନନ୍ଦୁରବାର ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ଏକ ଘଣ୍ଟା ବ୍ୟବଧାନରେ ନାଚୁଣୀ ଜାତୀୟ ରାଜପଥରେ ଦୁଇ ଗୋଟି ସଡ଼କ ଦୁର୍ଘଟଣା

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଏକ ଘଣ୍ଟା ବ୍ୟବଧାନରେ ଦୁଇ ଗୋଟି ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ସକାଳ ୫ ଘଟିକାରେ ବ୍ରହ୍ମପୁରରୁ ଏକ ଟମାଟୋ ବୋଝେଇ ଟ୍ରକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବରଡ଼ି ଛକଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଶହ ଶହ ଟମାଟୋ ଜାତୀୟ ରାଜପଥରେ ପଡି ନଷ୍ଟ ହୋଇଯାଇଥିବା ବେଳେ ଗାଡି ଚାଳକ ଏବଂ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ଏକ କ୍ରେନ ମାଧ୍ୟମରେ ଗାଡିଟିକୁ ଉଦ୍ଧାର କରିଛନ୍ତି।

ଅନୁରୂପ ଭାବେ ଏହାର ଏକ ଘଣ୍ଟା ପରେ ସକାଳ ୬ ଘଟିକାରେ ଖୋର୍ଦ୍ଧାରୁ ଆସ୍କା ଯାଉଥିବା ଏକ ରଙ୍ଗ ବୋଝେଇ ପିକଅପ ଗାଡିଟି ସେହି ସ୍ଥାନରେ ଭରସାମ୍ୟ ହରାଇ ଓଲଟିପଡ଼ିଥିଲା।  ଫଳରେ ଲକ୍ଷାଧିକ ଟଙ୍କାର ରଙ୍ଗ ଜାତୀୟ ରାଜପଥରେ ପଡି ନଷ୍ଟ ହୋଇଯାଇଛି। ତେବେ ଗାଡି ଚାଳକ ଏବଂ ହେଲ୍ପର ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିଥିବାର ଦେଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକ ପାଇଁ  ଯୋଗ୍ୟତା ଅର୍ଜ୍ଜନ କଲେ ଦୂତୀ ଚାନ୍ଦ: ୱାର୍ଲ୍ଡ ରାଙ୍କିଂ ଅନୁସାରେ ହେଲେ ମନୋନୀତ

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶା ଝିଅ ଦୂତୀ ଚାନ୍ଦଙ୍କୁ ଏକ ବଡ ସଫଳତା ମିଳିଛି। ଜାତୀୟ ଚମ୍ପିୟାନ ଦୂତୀ ଚାନ୍ଦଙ୍କୁ ଟୋକିଓ ଅଲମ୍ପିକ ପାଇଁ  ଟିକେଟ ମିଳିଛି। ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଟୋକିଓ ଅଲମ୍ପିକ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ୱାର୍ଲ୍ଡ ରାଙ୍କିଂ ଅନୁସାରେ ଦୂତୀଙ୍କୁ ମନୋନୀତ କରାଯାଇଛି। ଏଥିପାଇଁ ରାଜ୍ୟ ଓ ଦେଶର ଖେଳପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ବିମାନ କଟକଣା ଅବଧିକୁ ଜୁଲାଇ ୩୧ ଯାଏଁ କରାଗଲା ବୃଦ୍ଧି

ନୂଆଦିଲ୍ଲୀ: ଜୁଲାଇ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ କଟକଣାର ଅବଧିକୁ ବୃଦ୍ଧି କରାଯାଇଛି। କୋଭିଡ ଯୋଗୁଁ ଭାରତକୁ ଆସୁଥିବା ଏବଂ ଭାରତରୁ ବିଦେଶକୁ ଯାଉଥିବା ବିମାନ ଉପରେ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ। ପ୍ରାୟ ୧୫ ମାସ ପରେ ଜୁଲାଇ ୧ ତାରିଖରୁ ଅନ୍ତର୍ଜାତୀୟ ବିମାନ କଟକଣା ଉଠିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହି କଟକଣାକୁ ଜୁଲାଇ ୩୧ ଯାଏଁ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କଟକଣାକୁ କଡାକଡି କରିବା ପାଇଁ ସବୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏନେଇ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତକଙ୍କ ପରିବାରକୁ ଦିଆଯାଉ କ୍ଷତିପୂରଣ: ୬ ସପ୍ତାହରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସହାୟତା ରାଶି ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ କେତେ ଦିଆଯିବ, ତାହା ଅଦାଲତ ସ୍ଥିର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେ ଲାଗି କେନ୍ଦ୍ର ସରକାର ସ୍ଥିର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତଙ୍କୁ କେନ୍ଦ୍ର ସରକାର ଜଣାଇଦେଇଛନ୍ତି।

ତେବେ କେନ୍ଦ୍ର ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ ରାଶି ନିର୍ଣ୍ଣୟ କରିପାରିବେ ବୋଲି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ ସରକାର କ୍ଷତିପୂରଣ ସ୍ଥିର କରିପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୬ ସପ୍ତାହ ସମୟ ଦେଇଛନ୍ତି। ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଆଉ ନାହାନ୍ତି ଅଭିନେତ୍ରୀ ମନ୍ଦୀରା ବେଦୀଙ୍କ ସ୍ଵାମୀ ରାଜ କୌଶଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦୀରା ବେଦୀଙ୍କ ସ୍ଵାମୀ ରାଜ କୌଶଳଙ୍କ ଦେହାନ୍ତ ହୋଇଯାଇଛି। ହୃଦଘାତ ଯୋଗୁଁ ରାଜ କୌଶଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଭୋର ୪ ଟା ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମେଡିକାଲ ସହୟତା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ମାନଦୀର ଏବଂ ରାଜଙ୍କ ମଧ୍ୟରେ ୧୯୯୯ ମସିହାରେ ବିବାହ ହୋଇଥିଲା। ସେମାନଙ୍କର ଗୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ରାଜ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ଅନେକ ଭଲ ଫିଲ୍ମ ରାଜ ନିର୍ମାଣ କରିଥିଲେ। ପ୍ୟାର ମେ କଭି କଭି, ଶାଦି କା ଲଡ୍ଡୁ, ମାଇଁ ବ୍ରଦର ନିଖିଲ ଏବଂ ଏନ୍ଥନୀ କୌନ ହେ ଭଳି ଅନେକ ଫିଲ୍ମ ସେ ନିର୍ମାଣ କରିଥିଲେ।