Categories
ଆଞ୍ଚଳିକ

ଚିଲିକାରେ ଟୀକାକରଣ କାର୍ଯ୍ୟକ୍ରମ: ଜାଣନ୍ତୁ ଆସନ୍ତାକାଲି କେଉଁ କେନ୍ଦ୍ରରେ ଦିଆଯିବ କେତେ ସଂଖ୍ୟକ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ଏଗାର ଶହ ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ପାଇଁ ଏହାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ନେଇ ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିରେ ଆଜି ଭଳି ଆସନ୍ତାକାଲି ସମାନ ସଂଖ୍ୟକ ଟୀକା ଲୋକଙ୍କୁ ଦିଆଯିବ।

ହେଲେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଆସନ୍ତାକାଲି ଟୀକା କରଣ ବନ୍ଦ ରହିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୫୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସବୁଜ ଶକ୍ତି ବ୍ୟବସାୟରେ ରିଲାଏନ୍ସ କଂପାନୀ, ଗାଁ ଛାତରେ ଲଗାଇବେ ସୌର ପ୍ୟାନେଲ, ଆମ୍ବାନୀଙ୍କ ଘୋଷଣା

ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି।

ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି।

ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା ସୌର ଫୋଟୋଭୋଲ୍ଟିକ୍ ମଡ୍ୟୁଲ୍ ତିଆରି କରିବ। ଦ୍ୱିତୀୟରେ, ଶକ୍ତି ସଂରକ୍ଷଣ କିମ୍ବା ସଂରକ୍ଷଣ ପାଇଁ କମ୍ପାନୀ।

ଏହା ଏକ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ବ୍ୟାଟେରୀ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ। ତୃତୀୟରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଇଲେକ୍ଟ୍ରୋଲାଇଜର କାରଖାନା ପ୍ରତିଷ୍ଠା ହେବ। ଚତୁର୍ଥ କମ୍ପାନୀ ହାଇଡ୍ରୋଜେନକୁ ଶକ୍ତିରେ ପରିଣତ କରିବା ପାଇଁ ଏକ ଇନ୍ଧନ ସେଲ କାରଖାନା ନିର୍ମାଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ 2030 ସୁଦ୍ଧା ଦେଶ ସମ୍ମୁଖରେ 450 GW  ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ 2030 ସୁଦ୍ଧା 100GW ସୌର ଶକ୍ତି ଉତ୍ପାଦନ କରିବ। ସେହିପରି ଗ୍ରାମ ଛାତ ଉପର ମଧ୍ୟ ସୌର ଶକ୍ତି ଉତ୍ପାଦନ କରାଯିବ। ଗ୍ରାମଗୁଡିକରେ ସୌର ଶକ୍ତି ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆମ୍ବାନୀ କହିଛନ୍ତି। ରିଲାଏନ୍ସ ସୌର ଶକ୍ତିକୁ ସୁଲଭ କରିବା ପାଇଁ ଦୁନିଆର ସର୍ବନିମ୍ନ ସୌର ମଡ୍ୟୁଲଗୁଡିକର ଉପଯୋଗ କରିବ।

ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୂର୍ଯ୍ୟ ଅସୀମିତ ଶକ୍ତି ଉତ୍ପାଦନ କରନ୍ତି। ଯଦି ଆମେ ସୌର ଶକ୍ତି ବ୍ୟବହାର କରିବାରେ ସକ୍ଷମ, ତେବେ ଭାରତ ପାରଂପାରିକ ବା ଜୀବାଷ୍ଣୁ ଇନ୍ଧନ ଆମଦାନୀକାରୀଙ୍କଠାରୁ ନିର୍ମଳ ସୌର ଶକ୍ତି ରପ୍ତାନି ଦେଶ ହୋଇପାରେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମୁକେଶ ଆମ୍ବାନୀଙ୍କ ବଡ ଘୋଷଣା, ଗଣେଷ ପୂଜାରେ ଆସିବ ନୂଆ ସ୍ମାର୍ଟ ଫୋନ ଜିଓଫୋନ ନେକ୍ସେଟ୍

ମୁମ୍ବାଇ, ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ) ର ବହୁ ପ୍ରତୀକ୍ଷିତ ବାର୍ଷିକ ସାଧାରଣ ସଭାରେ ବା ଏଜିଏମ୍ ରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ରିଲାଏନ୍ସ ଜିଓ ଭାରତରେ ଏକ ନୂତନ ସ୍ମର୍ଟ ଫୋନ ବଜାରକୁ ଆଣିବ। ଯାହାର ନାମ ହେଲା ଜିଓଫୋନ୍ ନେକ୍ସେଟ JioPhone Next । ଖୁସିର କଥା ଏହା ଗୁଗୁଲ ଏବଂ ଜିଓ ମିଳିତ ଭାବେ ବିକଶିତ କରୁଛନ୍ତି। ଉଭୟ କଂପାନୀର ସହଭାଗିତାରେ ଏହି ନୂଆ ଜିଓଫୋନ୍ ନେକ୍ସେଟ ପ୍ରସ୍ତୁତ କରାଯାଉଛି।

ଏହି ଫୋନ କେବଳ ଭାରତରେ ନୁହେଁ ବିଶ୍ୱରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହେବ ବୋଲି  ମୁକେଶ ଘୋଷଣା କରିଛନ୍ତି। ଏହି ନୂଆ ଜିଓଫୋନ୍ ନେକ୍ସେଟ୍ ଆସନ୍ତା ଗଣେଶ ଚତୁର୍ଥୀ ଅର୍ଥାତ ସେପ୍ଟେମ୍ବର 10ରେ ବଜାର ପ୍ରବେଶ କରିବ ବୋଲି ମୁକେଶ କହିଛନ୍ତି। ଏହି ଫୋନ ପ୍ରଥମେ ଭାରତରେ ଲଞ୍ଚ ହେବ, ଏହା ପରେ ବିଶ୍ବ ବଜାରରେ ଉପଲବ୍ଧ କରାଯିବ ବୋଲି ବୈଠକରେ ଆମ୍ବାନୀ କହିଛନ୍ତି।

JioPhone Next ହେଉଛି ଏପରି ଏକ ସ୍ମାର୍ଟଫୋନ୍ ଯାହା ଗୁଗୁଲ୍ ଏବଂ ଜିଓ ଏବଂ ପ୍ଲେ ଷ୍ଟୋର୍ର ଆପ୍ସର ସମ୍ପୂର୍ଣ୍ଣ ସମର୍ଥନ କରିବ। ଫୋନ୍ ଭଏସ୍ ଆସିଷ୍ଟାଣ୍ଟକୁ ମଧ୍ୟ ସମର୍ଥନ କରିବ ଏବଂ ଏପରିକି ଗୋଟିଏ କ୍ୟାମେରା ସହିତ ସଜ୍ଜିତ ହେବ ଯାହା ବର୍ଦ୍ଧିତ ରିଅଲିଟି ଫିଲ୍ଟରକୁ ସମର୍ଥନ କରିବ।

ଏଜିଏମ୍ ବୈଠକରେ କମ୍ପାନୀ ଘୋଷଣା କରିଛି ଯେ ଜିଓରେ 37.9 ମିଲିୟନରୁ ଅଧିକ ନୂତନ ଗ୍ରାହକ ଯୋଗ ହୋଇଛନ୍ତି। ରିଲାଏନ୍ସ ଜିଓର ଦେଶରେ 42.5 ମିଲିୟନରୁ ଅଧିକ ଗ୍ରାହକ ଅଛନ୍ତି। କମ୍ପାନୀ ଭାରତରେ ଡାଟା ବ୍ୟବହାରରେ 45 ପ୍ରତିଶତ ବୃଦ୍ଧି କରିଛି। ରିଲାଏନ୍ସ ଜିଓ 200 ନିୟୁତ ନୂତନ ଗ୍ରାହକ ଯୋଗ କରିବ ବୋଲି ଆଶା କରାଯାଉଛି।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଫାଇବର ଗତ ଏକ ବର୍ଷ ମଧ୍ୟରେ 2 ମିଲିୟନରୁ ଅଧିକ ନୂତନ ସଂଯୋଗ କରିଛି । 3 ମିଲିୟନ ସକ୍ରିୟ ଘର ଏବଂ ବ୍ୟବସାୟ ଉପଭୋକ୍ତାଙ୍କର ଏକ ମିଳିତ ଆଧାର ସହିତ, ଜିଓ ଫାଇବର ଭାରତର ସର୍ବବୃହତ ତଥା ଦ୍ରୁତତମ ବୃଦ୍ଧି ପାଉଥିବା ବ୍ରଡବ୍ୟାଣ୍ଡ ଅପରେଟର ହୋଇପାରିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ  5G କୁ ଶୀଘ୍ର ଏବଂ ନିରବଚ୍ଛିନ୍ନ ଭାବରେ ଅପଗ୍ରେଡ୍ କରିବାକୁ ଏକ ନିଆରା ସ୍ଥିତିରେ ଅଛି। 5G ଇକୋସିଷ୍ଟମ୍ ବଢାଇବାକୁ, ଆମେ 5G ଉପକରଣର ପରିସର ବିକାଶ ପାଇଁ ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ କରୁଛୁ। ଜିଓ କେବଳ ଭାରତକୁ 2G ମୁକ୍ତ କରିବା ପାଇଁ କାମ କରୁନାହିଁ, ବରଂ 5G କୁ ଯୁକ୍ତ କରିବା ପାଇଁ ମଧ୍ୟ ପ୍ରୟାସ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀର ମାମଲା: ପ୍ରଧାନମନ୍ତ୍ରୀଙ୍କ ବୈଠକର ଯୋଗ ଦେବା ପାଇଁ ଯାତ୍ରା ଆରମ୍ଭ କଲେ ନେତାଗଣ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଆଜି ଏକ ମହତ୍ବପୂର୍ଣ୍ଣ ଦିନ। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଯାଉଛି।

ଜମ୍ମୁ-କାଶ୍ମୀର ପ୍ରାୟ ୧୪ ଟି ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେବେ। ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀଙ୍କସହ ରାଜ୍ୟର ନେତାମାନଙ୍କ ଏହା ପ୍ରଥମ ବୈଠକ ହେବ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଆବାସ ଅଭିମୁଖେ ନେତାମାନଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଅପରାହ୍ନ ୩ ଟା ସମୟରେ ଏହି ବୈଠକ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଓମଫେଡ ଚାଷୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା କାଳରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କୋଭିଡ ସହାୟତା ଘୋଷଣା କରିଛନ୍ତି।

ସେଥିପାଇଁ ପ୍ରତି ଚାଷୀଙ୍କୁ ୬ ହଜାର ଲେଖାଏଁ ଆର୍ଥିକ ସହାୟତା ମିଳିବ। ଗୋ ଖାଦ୍ୟ ବାବଦକୁ ପ୍ରତ୍ୟେକ  ଦୁଗ୍ଧ ଚାଷୀଙ୍କୁ ଏହି ସହାୟତା ରାଶି ମିଳିବ। ଏଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଭର୍ଚୁୟାଲ ମାଧ୍ୟମରେ ମହାପ୍ରଭୃଙ୍କ ଗଜାନନ ବେଶ ଦର୍ଶନ କରୁଛନ୍ତି ଭକ୍ତଗଣ

ପୁରୀ, ସ୍ନାନ ମଣ୍ଡପରେ ଶ୍ରୀଜିୟୁଙ୍କ ସ୍ନାନ ଶେଷ ହେବା ପରେ ବର୍ତ୍ତମାନ ଗଜାନନ ବେଶରେ ଭର୍ଚ୍ୟୁୟାଲ ମାଧ୍ୟମରେ ଦର୍ଶନ ଦେଉଛନ୍ତି। କରୋନା ପାଇଁ ସାରା ପୁରୀରେ 144 ଧାରା ଲାଗୁ ହୋଇଥିବାରୁ ଭକ୍ତମାନେ ସିଧା ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ରାଜ୍ୟ ମହାପ୍ରଭୃଙ୍କ ଗଜାନନ ବେଶ ଦର୍ଶନ ପାଇଁ ଟିଭି ମାଧ୍ୟମ ପାଲଟିଛି। ଓଡିଶାର ସମସ୍ତ ଟିଭି ଚ୍ୟାନେଲରେ ଠାକୁରଙ୍କ ଏହି ବିରଳ ବେଶକୁ ପ୍ରସାରଣ କରୁଛନ୍ତି। ଫଳରେ ସିଧା ନ ହେଲା ନାଇଁ ଭର୍ଚୁୟାଲରେ ଦର୍ଶନ କରୁଛନ୍ତି ଭକ୍ତଗଣ।

ସ୍ନାନ ଯାତ୍ରା ପାଇଁ ରାତି 2 ଟା 30 ମିନଟରେ ପ୍ରଥମେ ପହଁଣ୍ଡି ଆରମ୍ଭ ହୋଇଥିଲା। 4ଟା ବେଳେ ପ୍ରଥମେ ମଦନମୋହନ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହା ପରେ ତିନିଠାକୁର ଧାଡି ପହଁଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହାପରେ ସ୍ନାନ କରାଯାଇ ନୂଆଲୁଗା ପରିଧାନ କରାଯାଇଥିଲା। ସେହିପର ଛେରାପହଁରା ଦିନ ୧୦ଟା ୩୦ ଅନୁଷ୍ଠିତ ହୋଇଥିଲା। ହେଲେ ଏଥର ଗଜପତି ଛେରା ପହାଁରା ନ କରି ତାଙ୍କ ମୁଦିରସ୍ତ ଏହି କାର୍ଯ୍ୟ କରିଥିଲେ।  ଏହାପରେ ହାତୀ ବେଶ ବା ଗଜାନନ ବେଶରେ ପ୍ରଭୃ ଦର୍ଶନ ଦେଉଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ନାଚୁଣୀ ଫାଣ୍ଡି ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଲକ୍ଷାଧିକ ଟଙ୍କାର ମାଛଧରା ଜାଲ ଚୋରୀ କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଉଳାବନ୍ଧ ଗ୍ରାମର ଲକ୍ଷ୍ମୀଧର ବେହେରା ପେସାରେ ଜଣେ ଧୀବର। ଚିଲିକାରୁ ମାଛ ଧରି ତାଙ୍କ ପରିବାର ଗୁଜୁରାଣ ମେଣ୍ଟାନ୍ତି।

ତେବେ ଗତବର୍ଷ ନଭେମ୍ବର ମାସ ୪ ତାରିଖ ରାତ୍ରିରେ ଲକ୍ଷ୍ମୀଧରଙ୍କ ୧୫୦ ବଣ୍ଡିଲ ଜାଲଗୁଡିକୁ ସେହି ଗ୍ରାମର ବୁଢ଼ା ବେହେରା, ସନ୍ଦୀପ ଜେନା ଏବଂ ସୁକୁଟା ସାହୁ  ମିଶିକରି ଚୋରି କରି ନେଇଯାଇଥିବାର ଅଭିଯୋଗ ହୋଇଥିଲା। ଉକ୍ତ ଜାଲଗୁଡିକର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ଏହାପରେ ଲକ୍ଷ୍ମୀଧର ଗ୍ରାମରେ ଏକ ସାମାଜିକ ବୈଠକ ଡକାଇ ଉକ୍ତ ଘଟଣା ଉପସ୍ଥାପନ କରିଥିଲେ। ତେବେ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଜାଲ ଚୋରୀ କରିଥିବା ଅଭିଯୁକ୍ତମାନେ ସବୁ ଜାଲ ଫେରାଇଦେବେ ବୋଲି ଗ୍ରାମ ସଭାରେ ପ୍ରତିଶୃତି ଦେଇଥିଲେ। କିନ୍ତୁ ସେହି ନିର୍ଦ୍ଦିଷ୍ଟ ତାରିଖ ଦିନ ଅଭିଯୁକ୍ତମାନେଫେରାର ହୋଇଯାଇଥିଲେ।

ପରିଶେଷରେ ବାଧ୍ୟ ହୋଇ ଲକ୍ଷ୍ମୀଧର ଗତକାଲି ଗ୍ରାମବାସୀଙ୍କ ଉପସ୍ଥିତିରେ ନାଚୁଣୀ ଫାଣ୍ଡିରେ ଏ ବିଷୟ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାକୁ ଗୁରୁତର ସହ ନେଇ ଗତକାଲି ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଦ୍ବୟ ହେଲେ ସୁକୁଟା ସାହୁ ଏବଂ ସନ୍ଦୀପ ଜେନା। ସେମାନଙ୍କ ନିକଟରୁ ଫାଣ୍ଡି ଅଧିକାରୀ ୧୦୫ ବଣ୍ଡିଲ ଜାଲ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ଏବଂ ଗୋଟେ ବାଇକ ମଧ୍ୟ ଜବତ କରିଛନ୍ତି।

ଉକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୨୬/୨୧ ରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଫାଣ୍ଡି ଅଧିକାରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଅଭିଯୋଗକାରି ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତିର୍ତ୍ତୋଲରେ ଶିରାପ୍ ନିଶାର ବହୁଳ କାରବାର: ପଥଭ୍ରଷ୍ଟ ଯୁବସମାଜ, ପ୍ରଶାସନ ନିଷ୍କ୍ରିୟ

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ବଜାର ଅଞ୍ଚଳରେ ଦିନକୁ ଦିନ ଶିରାପ୍ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହି ନିଶାକୁ ସେବନ କରି ଯୁବସମାଜ ପଥଭ୍ରଷ୍ଟ ହେବା ସହିତ ନିଜର ହିତାହିତ ଜ୍ଞାନ ହରାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। କାଶ ଶିରାପକୁ ବାନ୍ତି ବଟିକାରେ ମିଶ୍ରଣ କରି ନିଶା ଆକାରରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଏଭଳି ଏକ ମାରାତ୍ମକ ନିଶାକୁ ତିର୍ତ୍ତୋଲ ଅଞ୍ଚଳର ଅନେକ ଭଦ୍ରମୁଖା ପିନ୍ଧା ବ୍ୟକ୍ତିଙ୍କ ସମେତ ଯୁବଗୋଷ୍ଠୀ ଓ ବିଦ୍ୟାର୍ଥୀ ମାନେ ସେବନ କରି ମୃତ୍ୟୁ ମୁଖକୁ ଠେଲି ହୋଇଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଔଷଧ ଦୋକାନୀ ଏହି ନିଶା ଶିରାପର ବହୁଳ ବିକ୍ରୟ କରି ମାଲେମାଲ୍ ହେଉଥିବା କୁହାଯାଉଛି।

ସୂଚନାନୁଯାୟୀ ଏଭଳି ଏକ ମାରାତ୍ମକ ନିଶା ଆକାରରେ ବ୍ୟବହାର କରାଯାଉଥିବା ଏହି ଶିରାପ୍ ଓ ବଟିକାକୁ ତିର୍ତ୍ତୋଲ ବଜାର ଅଞ୍ଚଳର ଜନୈକ ଭଦ୍ରମୁଖା ପିନ୍ଧା ଔଷଧ ଦୋକାନୀ ନିର୍ଭୟରେ ଖୁଲମ୍ ଖୁଲ୍ଲା ହୋଲସୋଲିଙ୍ଗ୍ କରୁଥିବା କୁହାଯାଉଥିବା ବେଳେ ଏପରି ଏକ ମାରାତ୍ମକ ନିଶାକୁ ସେବନ କରୁଥିବା ଜନୈକ ଇନ୍ସୁରାନ୍ସ୍ ଏଜେଣ୍ଟ ଉକ୍ତ ଔଷଧ ଦୋକାନରେ ରହି ଏହି ନିଶା ବେପାର ବୃଦ୍ଧିରେ଼ ସହଯୋଗ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବେ ଡ୍ରଗ୍ସ୍ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ଔଷଧ ଦୋକାନୀ ଉପରେ ଚଢାଉ କରାଯାଇଥିବା କୁହାଯାଉଥିବା ବେଳେ ମୋଟା ଅଙ୍କର ହାତଗୁଞ୍ଜା ଦେଇ ଖସିଯିବା ପରେ ଏବେ ପୁଣି ଯୋରଦାର ବେପାର ଚଳାଇଥିବା ଶୁଣିବାକୁ ମିଳୁଛି।

ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ବେଳେ ମଧ୍ୟ ଏହି ଶିରାପ୍ ନିଶା ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏମିତିକି ଏହି ବଜାରର ବିଭିନ୍ନ ସ୍ଥାନରେ କୁଢ କୁଢ ଶିରାପ୍ ବୋତଲ ଗଦା ହେଇଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଅଞ୍ଚଳର ଯୁବସମାଜଙ୍କ ଜୀବନକୁ ଜଳାଞ୍ଜଳି ଦେଇ ଓ ବିପଥଗାମୀ କରୁଥିବା ଏହି ଭଦ୍ରମୁଖା ପିନ୍ଧା ବହୁଳ ଶିରାପ୍ ବେପାରୀ ଔଷଧ ଦୋକାନୀ ଉପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୫୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୬୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୮୨ ହଜାର ୮୦୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୦ ଲକ୍ଷ ୬୩ ହଜାର ୭୪୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୨୭ ହଜାର ୫୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୪ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୭୬୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୬୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ସୁନ୍ଦରଗଡ, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ନୟାଗଡ, ଓ ସମ୍ବଲପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଭଦ୍ରକ, ଢେଙ୍କାନାଳ ଓ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୩ ହଜାର ୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୭୭୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୬୦ କୁ ବୃଦ୍ଧି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରୁ ଚିହ୍ନଟ ହେଲେ ୩,୬୫୦ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ହ୍ରାସ ପାଇଥିରେ ମଧ୍ୟ ଗତ କିଛିଦିନ ଧରି ନୂଆ ମାମଲା ତିନି ହଜାର ଉପରେ ରହୁଛି।  ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩,୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯୮ ଜଣ ଥିବା ବେଳେ ସ୍ଥାନୀୟ ସମ୍ପର୍କରୁ ୧୫୫୨ ଜଣ ଚିହ୍ନଟ ହୋଇଛନ୍ତି।

ବିଭିନ୍ନ ଜିଲ୍ଲା ସ୍ତରୀୟ ସଂକ୍ରାମଣ ସଂଖ୍ୟା ହେଲା ଏହିପରି

୧ – ଅନୁଗୁଳ: ୧୧୨

୨ – ବାଲେଶ୍ୱର: ୨୭୮

୩ – ବରଗଡ: ୪୫

୪ – ଭଦ୍ରକ: ୧୭୦

୫ – ବଲାଙ୍ଗୀର: ୧୬

୬ – ବୌଦ୍ଧ: ୪୧

୭ – କଟକ: ୪୮୫

୮ – ଦେବଗଡ଼: ୪

୯ – ଢେଙ୍କାନାଳ: ୧୧୦

୧୦ – ଗଜପତି: ୮

୧୧ – ଗଞ୍ଜାମ: ୧୪

୧୨ – ଜଗତସିଂହପୁର: ୧୩୮

୧୩ – ଯାଜପୁର: ୩୩୨

୧୪ – ଝାରସୁଗୁଡ଼ା:୮

୧୫ – କଳାହାଣ୍ଡି: ୨୩

୧୬ – କନ୍ଧମାଳ: ୨୬

୧୭ – କେନ୍ଦ୍ରାପଡା: ୧୦୬

୧୮ – କେନ୍ଦୁଝର: ୬୮

୧୯ – ଖୋର୍ଦ୍ଧା: ୬୦୪

୨୦ – କୋରାପୁଟ: ୧୦୪

୨୧ – ମାଲକାନଗିରି: ୬୭

୨୨ – ମୟୂରଭଞ୍ଜ: ୧୪୫

୨୩ – ନବରଙ୍ଗପୁର: ୬୯

୨୪ – ନୟାଗଡ଼: ୧୨୨

୨୫ – ନୁଆପଡା: ୧୦

୨୬ – ପୁରୀ: ୧୮୭

୨୭ – ରାୟଗଡ଼ା: ୧୦୬

୨୮ – ସମ୍ବଲପୁର: ୩୫

୨୯ – ସୋନପୁର: ୨୨

୩୦ – ସୁନ୍ଦରଗଡ: ୧୦୬

୩୧ – ରାଜ୍ୟ ପୁଲ୍: ୮୯

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୬୫୦ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୫୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୫୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୫୩ ହଜାର ୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୭୭୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୧୬ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୦୪ ଜଣ, କଟକ ଜିଲ୍ଲାରୁ ୪୮୫ ଜଣ, ଅନୁଗୁଳ ଜିଲ୍ଲାରୁ ୧୧୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୭୮ ଜଣ, ବରଗଡ ଜିଲ୍ଲାରୁ ୪୫ ଜଣ, ଭଦ୍ରକ ଜିଲ୍ଲାରୁ ୧୭୦, ବଲାଙ୍ଗୀରି ଜିଲ୍ଲାରୁ ୧୬, ବୌଦ୍ଧ ଜିଲ୍ଲାରୁ ୪୧, ଦେବଗଡ ଜିଲ୍ଲାରୁ ୪, ଢେଙ୍କାନାଳ ଜିଲ୍ଲାରୁ ୧୧୦ ଜଣ, ଗଜପତି ଜିଲ୍ଲାରୁ ୮ ଜଣ, ଗଞ୍ଜାମ ଜିଲ୍ଲାରୁ ୧୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୮ ଜଣ, ଯାଜପୁର ଜିଲ୍ଲାରୁ ୩୩୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୩ ଜଣ, କନ୍ଧମାଳ ଜିଲ୍ଲାରୁ ୨୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୦୬ ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ ଜଣ, କୋରାପୁଟ ଜିଲ୍ଲାରୁ ୧୦୪ ଜଣ, ମାଲକାନାଗିରି ଜିଲ୍ଲାରୁ ୬୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୪୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୯ ଜଣ, ନୟାଗଡ ଜିଲ୍ଲାରୁ ୧୨୨ ଜଣ, ନୂଆପଡା ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୧୮୭ ଜଣ, ରାୟଗଡା ଜିଲ୍ଲାରୁ ୧୦୬ ଜଣ, ସମ୍ବଲପୁର ଜିଲ୍ଲାରୁ ୩୫ ଜଣ, ସୋନପୁର ଜିଲ୍ଲାରୁ ୨୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୦୬ ଜଣ ଏବଂ ଷ୍ଟେଟ ପୁଲରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲଟ

ଭୁବନେଶ୍ବର, ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ଏଥିରେ ମାଟ୍ରିକ ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।

ଛାତ୍ରଛାତ୍ରୀମାନେ ଆସନ୍ତାକାଲି ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଏହି ରେଜଲଟ ଦେଖିପାରିବେ। ୱେବସାଇଟ ହେଲା www.bseodisha.ac.in ଏବଂ www.bseodisha.nic.in ରେ ମଧ୍ୟ ଉପଲବ୍ଧ ହେବ । ଏଥିସହିତ ମୋବାଇଲ ଏସଏମଏସରେ ମଧ୍ୟ ଛାତ୍ରଚାତ୍ରୀମାନେ ରେଜଲଟ ଜାଣପାରିବେ।

ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ । ଚଳିତ ବର୍ଷ କରୋନା ପାଇଁ ମାଟ୍ରିକ ପରୀକ୍ଷା ହୋଇପାରି ନାହିଁ। ହେଲେ ବୋର୍ଡ କର୍ତ୍ତୁପକ୍ଷ ଏକ ପରିମାପ ନିର୍ଦ୍ଧାରଣ କରି ଏହି ରେଜଲଟ ପ୍ରକାଶିତ କରିବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସ୍ନାନ କରିବା ପାଇଁ ସ୍ନାନମଣ୍ଡପରେ ବିଜେ କଲେ ଚର୍ତ୍ତୁଦ୍ଧାମୂର୍ତ୍ତି

ପୁରୀ, ଆଜି ହେଉଛି ପବିତ୍ର ସ୍ନାନଯାତ୍ରା ବା ସ୍ନାନ ପୂର୍ଣ୍ଣିମା। ଏହିଦିନ ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ନାନ ମଣ୍ଡପକୁ ବିଜେ କରି ସ୍ନାନ କରିଥାନ୍ତି। ଆଜି ରାତି 2 ଟା 30 ମିନଟରେ ପହଁଣ୍ଡି ଆରମ୍ଭ ହୋଇଥିଲା। 4ଟା ବେଳେ ପ୍ରଥମେ ମଦନମୋହନ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହା ପରେ ନୂଆଲୁଗା ଲାଗି ଦିନ ୧୦ଟା, ଛେରାପହଁରା ଦିନ ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ ଅନୁଷ୍ଠିତ ହେବ।

Categories
RathJatra ଧର୍ମ ବିଶେଷ ଖବର

ସ୍ନାନଯାତ୍ରା ପରେ ତିନିଠାକୁରଙ୍କ ଗଜାନନ ବେଶ ଧାରଣ କରିବା ପଛରେ ରହିଛି ଏକ ଆଶ୍ଚର୍ଯ୍ୟ କାହାଣୀ

ଭୁବନେଶ୍ବର, ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ ।

ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ ।

ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ।ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନସ୍ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଆଜି କରିବେ ବଡ ଘୋଷଣା, ଆଣିପାରନ୍ତି ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ।

ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ ଅକ୍ଷୟ ଶକ୍ତି ବା ରିଇନେବୁଲ ଏନର୍ଜି ସେକ୍ଟରରେ କଂପାନୀ ପ୍ରବେଶ କରିବାର ସମ୍ଭାବନା ରହିଛି। କାରଣ କଂପାନୀ ଲକ୍ଷ ରଖିଛି ଭବିଷ୍ୟତରେ ଏହି ଶକ୍ତିର ଚାହିଦା ସୃଷ୍ଟି ହେବ।

ସେହିପରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଉପରେ ମଧ୍ୟ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ କଂପାନୀ ଏକ ଭିନ୍ନ ଧରଣର ନୂଆ ଶସ୍ତା ସ୍ମାର୍ଟ ଫୋନ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି। ତେବେ ଏହି ଏଜିଏମରେ ମୁକେଶ ଆମ୍ବାନୀଙ୍କ ଘୋଷଣାକୁ ନେଇ ସାରା ବିଶ୍ବ ବ୍ୟବସାୟ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 24 ତାରିଖ ସ୍ନାନପୂର୍ଣ୍ଣିମାରେ ଏହି ଆଠଟି ରାଶି ପ୍ରତି ରହିଛି ମା ଲକ୍ଷ୍ମୀଙ୍କ ଆର୍ଶିବାଦ

ମେଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ ।

ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ

ମିଥୁନ- ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି ।

କର୍କଟ- ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ ।

ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ । ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ ।

କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ବନ୍ଧୁଙ୍କ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି । କିଛି ସମୟ ପରେ ଆପଣ ମନ କଥା କହିବାର ସୁଯୋଗ ପାଇବ।

ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ।

ବିଛା-ପରିବାର ସାହାଯ୍ୟ କରିବେ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଧନୁ-କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ । ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ । ଆପଣଙ୍କୁ ପରିବାର ସମ୍ବନ୍ଧୀୟ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ ।

ମକର-ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆୟ ବୃଦ୍ଧି ପାଇବ । ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ ।

କୁମ୍ଭ-ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ ।

ମୀନ-ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ । ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ ।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଜ୍ୟେଷ୍ଠ ପୂର୍ଣ୍ଣିମାରେ କଣ ପାଇଁ ତିନି ଠାକୁରଙ୍କୁ ୧୦୮ ସୁନା କଳସୀ ଜଳରେ ସ୍ନାନ କରାଯାଇଥାଏ ?

ଭୁବନେଶ୍ବର, ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକରୁ ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ।

ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଅଲମ୍ପିକ ଦିବସରେ ଭାରତୀୟ ଅଲମ୍ପିୟାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ହେଉଛି ଅଲମ୍ପିକ ଦିବସ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଅଲମ୍ପିୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଟୁଇଟ ଯୋଗେ କହିଛନ୍ତି ଯେ, ଅଲମ୍ପିକରେ ଭାଗ ନେବାକୁ ଥିବା ଅଲମ୍ପିୟାନଙ୍କୁ ଶୁଭେଚ୍ଛା। ସେମାନେ ଭାରତର ପତାକାକୁ ଉପରକୁ ଉଡାଇ ଚାଲନ୍ତୁ। ଓଡିଶାରେ ଏକ ବିଶ୍ବସ୍ତରୀୟ କ୍ରୀଡା ଭୂମି କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ। ଏହା ପ୍ରତିଟି ଭାରତୀୟ କ୍ରୀଡାପ୍ରେମୀଙ୍କୁ ନିଶ୍ଚିତ ଆକର୍ଷିତ କରିବ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ଅଲିମ୍ପିକ ଦିବସରେ ଭାରତୀୟ ଅଲିମ୍ପିଆନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଅଲିମ୍ପିକ ଦିବସ ଅବସରରେ କହିଛନ୍ତି । ଏହାସହିତ ସେ ଟୋକିଓ ଅଲିମ୍ପିକରେ ଭାଗ ନେଉଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି ଯେ,

ଆଜି ଅଲିମ୍ପିକ ଦିବସରେ ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି । କ୍ରୀଡା ପ୍ରତି ଅବଦାନ ଓ ଅନ୍ୟ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇ ଥିବାରୁ ଦେଶ ସେମାନଙ୍କ ପାଇଁ ଗର୍ବିତ ।

ଆଉ କିଛି ସପ୍ତାହ ମଧ୍ୟରେ ଟୋକିଓରେ ଆରମ୍ଭ ହେବ । ପ୍ରତିଭାବାନ ଆଥଲେଟଙ୍କୁ ନେଇ ଗଠିତ ଆମ ଦଳକୁ ଅନେକ ଶୁଭେଚ୍ଛା ଜଣାଉଛି । ଅଲିମ୍ପିକ ଅବ୍ୟବହିତ ପୂର୍ବରୁ ମାଇଁଗଭ କ୍ୱିଜ ଆୟୋଜନ କରୁଛୁ । ମୁଁ ସମସ୍ତଙ୍କୁ ବିଶେଷ କରି ଯୁବ ବନ୍ଧୁମାନଙ୍କୁ ଏଥିରେ ଭାଗ ନେବାକୁ ନିବେଦନ କରୁଛି ।

Categories
PIB_NEWS ଜାତୀୟ ଖବର ବିଶେଷ ଖବର

ସିଡବ୍ଲୁସି ସହିତ ମିଶିଲା ସିଆରଡବ୍ଲୁସି, ମିଳିଲା କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀଙ୍କ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ”ର ଦୃଷ୍ଟିକୋଣ ଦିଗରେ ଅଗ୍ରସର ହୋଇ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗରେ ଘରୋଇ କ୍ଷେତ୍ରର ଦକ୍ଷତାକୁ ଉପଯୋଗ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ।

କମ୍ପାନୀ ଆଇନ, ୧୯୫୬, ଅନ୍ତର୍ଗତ ୨୦୦୭ରେ ଏକ ମିନି ରତ୍ନ ଶ୍ରେଣୀ-୨ରେ ସାମିଲ ହୋଇଥିବା କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ) ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ’ (ସିଆରଡବ୍ଲୁସି)ର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ନିଜ ହୋଲ୍ଡିଂ ଉଦ୍ୟୋଗ ‘ସେଣ୍ଟ୍ରାଲ ୱେରହାଉସିଂ କର୍ପୋରେସନ’ (ସିଡବ୍ଲୁସି) ସହିତ ସ୍ଥାନାନ୍ତର କରିବା ଓ ବିଲୟ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି ।

ଏହି ବିଲୟ ଫଳରେ ଗୋଟିଏ ପ୍ରଶାସନ ମାଧ୍ୟମରେ କେବଳ ଦୁଇଟି କମ୍ପାନୀର ପଣ୍ୟ ଭଣ୍ଡାରଣ, ପରିଚାଳନା ଓ ପରିବହନ ଭଳି ସମାନ କାର‌୍ୟ୍ୟ ଏକୀକୃତ ହେବ ନାହିଁ ବରଂ ଏଗୁଡ଼ିକର ଦକ୍ଷତା, ସର୍ବାଧିକ କ୍ଷମତାର ଉପଯୋଗ, ପାରଦର୍ଶିତା, ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହନ ମିଳିପାରିବ । ଅନୁରୂପ ଭାବେ ଆର୍ଥିକ ସଞ୍ଚୟକୁ ମଧ୍ୟ ସୁନିଶ୍ଚିତ କରାଯିବା ସହିତ ନୂଆ ପଣ୍ୟାଗାର କ୍ଷମତା ଲାଗି ରେଲୱେ ସାଇଡିଂର ଲାଭ ନିଆଯାଇପାରିବ ।

ଏହାଫଳରେ କର୍ପୋରେଟ କାଯ୍ୟାୟଳୟର ଭଡ଼ା, କର୍ମଚାରୀମାନଙ୍କର ବେତନ ଓ ଅନ୍ୟ ପ୍ରଶାସନିକ ବ୍ୟୟରେ ସଞ୍ଚୟ କାରଣରୁ ରେଲ ସାଇଡ୍ ୱେରହାଉସ କମ୍ପେ୍ଲକ୍ସ (ଆରଡବ୍ଲୁସି)ର ପରିଚାଳନାଗତ ବ୍ୟୟରେ ଆନୁମାନିକ ୫ କୋଟି ଟଙ୍କା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଆରଡବ୍ଲୁସିର କ୍ଷମତା ଉପଯୋଗରେ ମଧ୍ୟ ସୁଧାର ଆସିବ କାରଣ ସିଡବ୍ଲୁସି ଲାଗି ସିମେଣ୍ଟ, ସାର, ଚିନି, ଲୁଣ ଓ ସୋଡ଼ା ଭଳି ବର୍ତ୍ତମାନର ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀର ଭଣ୍ଡାରଣ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିବ । ଏହି ବିଲୟ ସହିତ ପଣ୍ୟାଗାର ସ୍ଥଳୀ ନିକଟରେ ଅତି କମରେ ଆହୁରି ୫୦ଟି ରେଳ ସାଇଡ୍ ପଣ୍ୟାଗାର ପ୍ରତିଷ୍ଠା କରିବାର ସୁବିଧା ମିଳିବ ।

ଏହାଫଳରେ କୁଶଳୀ ଶ୍ରମିକମାନଙ୍କ ପାଇଁ ୩୬,୫୦୦ ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ୯,୧୨,୫୦୦ ଶ୍ରମ ଦିବସ ସହ ସମାନ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ବିଲୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ନିର୍ଦ୍ଧାରିତ ଅବଧି ଅର୍ଥାତ୍ ୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସିଡବ୍ଲୁସି ୧୯୫୭ ରେ ପ୍ରତିଷ୍ଠିତ ଏକ ମିନି ରତ୍ନ ଶ୍ରେଣୀ-୧ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ କୃଷି ଉତ୍ପାଦ ଏବଂ ଅନ୍ୟ କେତେକ ସାମଗ୍ରୀର ଭଣ୍ଡାରଣ ଉଦ୍ଦେଶ୍ୟ ଏବଂ ତତସଂକ୍ରାନ୍ତ ମାମଲା ନିମନ୍ତେ ୱେରହାଉସିଂ କର୍ପୋରେସନର ନିଗମନ ଏବଂ ନିୟନ୍ତ୍ରଣ ଭଳି ସେବା ପ୍ରଦାନ କରିଥାଏ । ସିଡବ୍ଲୁସି ଏକ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସଇ) ହୋଇଥିବା ବେଳେ ଏହାର ଅଧିକୃତ ପୁଞ୍ଜି ୧୦୦ କୋଟି ଟଙ୍କା ଏବଂ ପରିଶୋଧ ପୁଞ୍ଜି ୬୮.୦୨ କୋଟି ଟଙ୍କା ।

୨୦୦୭ ଜୁଲାଇ ୧୦ ତାରିଖରେ ସିଡବ୍ଲୁସି ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ (ସିଆରଡବ୍ଲୁସି) ନାମକ ଏକ ପୃଥକ ସହାୟକ କମ୍ପାନୀ ଗଠନ କରିଥିଲା, ଯାହା ରେଳବାଇ ଠାରୁ ଲିଜରେ ନିଆଯାଇଥିବା ଏବଂ ଅନ୍ୟଥା ଭାବେ ଅଧିଗୃହିତ ଜମିରେ ରେଳସାଇଡ ପଣ୍ୟାଗାର କମ୍ପେ୍ଲକ୍ସ, ଟର୍ମିନାଲ, ମଲ୍ଟିମଡେଲ ଲଜିଷ୍ଟିକ୍ସ ହବର ଯୋଜନା, ବିକାଶ, ପ୍ରଚାର, ଅଧିଗ୍ରହଣ ଏବଂ ପରିଚାଳନା କରିଥାଏ ।

ସିଆରଡବ୍ଲୁସି ହେଉଛି ୫୦ ଜଣ କର୍ମଚାରୀ ଓ ୪୮ ଜଣ ଆଉଟସୋର୍ସ କର୍ମଚାରୀଙ୍କୁ ନେଇ ଏକ ଛୋଟ ସଂଗଠନ । ବର୍ତ୍ତମାନ ଏହା ଦେଶବ୍ୟାପୀ ୨୦ଟି ରେଳ ସାଇଡ୍ ପଣ୍ୟାଗାର ପରିଚାଳନା କରୁଛି । ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା, କମ୍ପାନୀର ନିଟ୍ ସମ୍ପତ୍ତି ପରିମାଣ ୧୩୭.୯୪ କୋଟି ଟଙ୍କା (ମୁକ୍ତ ସମ୍ପତ୍ତି ବ୍ୟତୀତ ପରିଶୋଧ ପୁଞ୍ଜି) ରହିଛି । ଆରଡବ୍ଲୁସିର ବିକାଶ ଓ ପରିଚାଳନାରେ ସିଆରଡବ୍ଲୁସି ଉତ୍କୃଷ୍ଟତା, ବିଶେଷଜ୍ଞତା ଓ ସଦ୍ଭାବନା ବିକଶିତ କରିଛି । କିନ୍ତୁ ପୁଞ୍ଜିର ଅଭାବ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏହାର ବୁଝାମଣାପତ୍ରରେ କେତେକ ପ୍ରତିବନ୍ଧକଯୁକ୍ତ ଧାରା କାରଣରୁ ଏହାର ଆଶାନୁରୂପ ବୃଦ୍ଧି ହୋଇପାରିନାହିଁ ।

ସିଡବ୍ଲୁସି, ସିଆରଡବ୍ଲୁସିର ଏକମାତ୍ର ଶେୟାରଧାରକ ହୋଇଥିବାରୁ ଏହାର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବା ଦ୍ୱାରା ଉଭୟ ସଂସ୍ଥା ମଧ୍ୟରୁ କାହାରି କୌଣସି ଆର୍ଥିକ କ୍ଷତି ହେବ ନାହିଁ । ବରଂ ଏହି ନିଷ୍ପତ୍ତି ଫଳରେ ଦୁଇ ସଂସ୍ଥା ମଧ୍ୟରେ ଉନ୍ନତ ତାଳମେଳ ପ୍ରତିଷ୍ଠା କରାଯାଇପାରିବ । ଆରଡବ୍ଲୁସିର ପରିଚାଳନା ଓ ବିପଣନକୁ ସମ୍ଭାଳିବା ଲାଗି ସିଡବ୍ଲୁସି ଦ୍ୱାରା ‘ଆରଡବ୍ଲୁସି ପ୍ରଭାଗ’ ନାମରେ ଏକ ପୃଥକ ବିଭାଗ ଗଠନ କରାଯିବ ।