Author: Samikhsya Bureau

ବୁଧବାର ବିଳମ୍ବିତ ରାତ୍ରରେ ପୁରୀ-ଭୁବନେଶ୍ୱର ରାସ୍ତାରେ ମାଳତିପାଟପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ୨ଟାରେ ଦୁଇଟି ବାଇକରେ ୬ ଜଣ ଯୁବକ ପୁରୀ ଅଭିମୁଖେ ଯାଉଥିଲେ। ସେହି ସମୟରେ ମାଳତିପାଟପୁର ଠାରେ ଗୋଟିଏ ଗାଡି ଅନ୍ଧାରରେ ହମ୍ପସକୁ ଦେଖି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି। ଆହତ ଯୁବକ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯୁବକ ଭଦ୍ରକ ଜିଲ୍ଲାର ଏବଂ ସେମାନେ ପୁରୀ ଭ୍ରମଣ ପାଇଁ ଯାଉଥିଲେ ବୋଲି ଜଣାପଡିଛି।

Read More

କେଦାର ମିଶ୍ର  ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ”…

Read More

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ବୈଠକରେ ଏକକ ନିର୍ବାଚନ ନେଇ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଆଲୋଚନା କରାଯାଇଥିଲା ।  ସରକାରଙ୍କ ଏହି ପ୍ରସ୍ତାବକୁ ବିଜେଡି ସମର୍ଥନ କରୁଛି ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶର ଗତିରୋଧ ହୋଇଥାଏ । ତେଣୁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ନବୀନ । ସେହିପରି ଏହି ବୈଠକରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପରେ ଆଲୋଚନା କରାଯାଇଛି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବାକୁ ଦାବି, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା କରିବାକୁ ନବୀନ ପରାମର୍ଶ ଦେବା ସହିତ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ସମର୍ଥନ ଦେଇଛନ୍ତି ନବୀନ । ଏ ନେଇ ସବୁ…

Read More

ପଶ୍ଚିମ ଓଡିଶାରେ ଏକ ଭୂକମ୍ପ ଝଟ୍‌କା ଅନୂଭୂତ ହୋଇଛି । ପଶ୍ଚିମ ଓଡିଶାର କୁଚିଣ୍ଡା, ସମ୍ବଲପୁର, ବଣାଇ ଏବଂ ଝାରସୁଗୁଡାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ମାତ୍ର ଅଳ୍ପ କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପର ପ୍ରଭାବ ରହିଥିଲା । ଭୂକମ୍ପ ଝଟ୍‌କା ପରେ ସ୍ଥାନୀୟ ଅଞ୍ଚଳର ଲୋକ ଭୟରେ ଘର ବାହାରକୁ ପଳାଇଥିଲେ । ବିଭିନ୍ନ ଉଚ୍ଚ କୋଠାଘରରୁ ଲୋକମାନେ ବାହାରକୁ ଖାଲିସ୍ଥାନକୁ ପଳାଇ ଆସିଥିଲେ ।

Read More

ଚଳିତ କ୍ରିକେଟ ବିଶ୍ବକପ୍‌ରେ ଭାରତକୁ ବଡ ଝଟ୍‌କା । ଭାରତୀୟ ଓପ୍‌ନର ବାମହାତୀ ଶିଖର ଧଓ୍ବନ୍‌ ବିଶ୍ବକପ୍‌ରୁ ବାଦ ପଡିଛନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ ଧଓ୍ବନ୍‌ ବାଦ ପଡିଥିବା ବେଳେ ଧଓ୍ବନ୍‌ଙ୍କ ସ୍ଥାନରେ ବଦଳ ଖେଳାଳି ଭାବରେ ଯୋଗ ଦେଇଥିବା ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି । ପନ୍ତଙ୍କ ସ୍ଥାନରେ ଧଓ୍ବନଙ୍କୁ ସାମିଲ କରାଇବା ନେଇ ଆଇସିସି ନିକଟରେ ଆବେଦନ କରାଯାଇଛି ବୋଲି ଭାରତୀୟ ଦଳର ମ୍ୟାନେଜର ସୁନୀଲ ସୁବ୍ରମଣ୍ୟମ ପ୍ରକାଶ କରିଛନ୍ତି । ଧଓ୍ବନ୍‌ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିବା ବେଳେ ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହେବା ନେଇ ଆଶାପ୍ରକାଶ କରାଯାଉଥିଲା ମାତ୍ର ଧଓ୍ବନ୍‌ ଜୁଲାଇ ପର୍ଯ୍ୟନ୍ତ ଠିକ୍‌ ହେବାର ସମ୍ଭାବନା କ୍ଷୀଣ ଥିବାରୁ ତାଙ୍କ ସ୍ଥାନରେ ପନ୍ତଙ୍କୁ ସାମିଲ କରାଯାଇଛି । ଧଓ୍ବନଙ୍କ ଅନୁପସ୍ଥିତିରେ ରାହୁଲ୍‌ ଓପନ୍‌ କରିବେ ତେଣୁ ଚାରି ନମ୍ବର ସ୍ଥାନ ପାଇଁ ବିଜୟ ଶଙ୍କର, ଦୀନେଶ କାର୍ତ୍ତିକ ଏବଂ…

Read More

ସମୀକ୍ଷା ବ୍ୟୁରୋ ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଉଦବେଗ ଜନକ ଭାବେ ବଢିବାରେ ଲାଗିଛି। ଜାପାନୀ ଜ୍ଵର ଦ୍ବାରା ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଶିଶୁ ମୃତ୍ୟୁବରଣ କରିସାରିଲେଣି। ଆହୁରି ଶହ ଶହ ଶିଶୁ ଏହି ରୋଗରେ ପିଡିତ ହୋଇ ଚିକିତ୍ସା ହେଉଛନ୍ତି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହିପରି ଏକ ଘଡିସନ୍ଧି ସମୟରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୁଛନ୍ତି ସଚେତନତା। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବାଲୁକା କଳା କରି ଏହି ରୋଗରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଛନ୍ତି। ସେ ଏହି କଳା ମାଧ୍ୟମରେ ସରକାରଙ୍କୁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସୁଦର୍ଶନ ଏବଂ ତାଙ୍କର ଛାତ୍ରଛାତ୍ରୀ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ଏକ ମୃତ ଶିଶୁର ସ୍ଥାପତ୍ୟ କରିବା ସହିତ ମୋତେ ଜାପାନୀ ଜ୍ଵରରୁ ରକ୍ଷାକର ବୋଲି ସ୍ଲୋଗାନ ଲେଖିଛନ୍ତି।

Read More

ଓଡିଶାର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଲିଚୁର ତୁରନ୍ତ ସାମ୍ପୁଲ ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ଆଜି ସଚିବାଳୟରେ ବସିଥିବା ସିଡିଏମଓ ବୈଠକରେ ସେ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀମାନେ ବଜାରରେ ବୁଲି ଲିଚୁ ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହି ପରୀକ୍ଷାରେ ଯଦି ମାନବ ଶରୀରକୁ କ୍ଷତି କରୁଥିବା କିଛି କଣିକା ପରିଲକ୍ଷିତ ହେବ ତେବେ ସେସବୁର ବିକ୍ରି ବନ୍ଦ କରାଯିବ। ବିହାର ମୁଜାଫରପୁର ଜିଲ୍ଲାରେ ମସ୍ତିଷ୍କ ଜ୍ୱରରେ ଏ ପର୍ଯ୍ୟନ୍ତ 110 ଜଣ ଶିଶୁ ମୃତ୍ୟୁ ମୁଖରେ ପଡିସାରିଲେଣି। ମୁଖ୍ୟତଃ ଲିଚୁ ଖାଇଲେ ଏହି ରୋଗ ଦେଖାଦିଏ ବୋଲି କୁହାଯାଉଛି। ସେଥିପାଇଁ ବିହାରରେ ବର୍ତ୍ତମାନ ଲିଚୁ ବିକ୍ରିକୁ ବନ୍ଦ କରିଦିଆଯାଇଛି। ଲିଚୁରେ ଏହି ରୋଗ ସୃଷ୍ଟିକାରୀ ଉପାଦାନ ରହିଛି ବୋଲି ପରୀକ୍ଷାରୁ ଜଣାପଡିଛି। ଏହି ଖବର ଜଣାପଡିବା ପରେ ଓଡିଶା…

Read More

୭୦ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୀନତ୍‌ ଅମାନ୍‌ ଅପ୍‌କମିଙ୍ଗ ଫିଲ୍ମ ‘ପାନିପତ୍‌’ରେ ନଜର ଆସିବେ । ଏହି ଫିଲ୍ମଟିରେ ଜୀନତ୍‌ ସକିନା ବେଗମ୍‌ ଚରିତ୍ରରେ ନଜର ଆସିବେ । ଆଶୁତୋଷ ଗଓ୍ବାରିକରଙ୍କ ଏହି ପିରିୟିଡିକି ଫିଲ୍ମରେ ଅର୍ଜୁନ୍‌ କପୁର୍‌, ସଞ୍ଜୟ ଦତ୍ତ, କ୍ରିତି ସାନନ୍‌ ପ୍ରମୁଖ ନଜର ଆସିବେ । ୧୭୬୧ ମସିହା ଜାନୁଆରୀ ୧୪ ତାରିଖରେ ପାନିପଥଠାରେ ହୋଇଥିବା ତୃତୀୟ ପାନିପଥ ଯୁଦ୍ଧକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ । ଭାରତ ଇତିହାସରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ଲଢେଇ । ଏହି ଲଢେଇ ମରାଠା ଓ ଅଫଗାନ୍‌ଙ୍କ ମଧ୍ୟରେ ହୋଇଥିଲା । ପୂର୍ବରୁ ଆଶୁତୋଷଙ୍କ ଫିଲ୍ମ ’ଗବାହୀ’ରେ ଜୀନତ୍‌ ଅଭିନୟ କରିଥିଲେ । ପୁଣିଥରେ ଜୀନତ୍‌ଙ୍କ ସହ କାମ କରିବାକୁ ନେଇ ଆଶୁତୋଷ ବେଶ୍‌ ଖୁସି ଅଛନ୍ତି ।

Read More

ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସବୁଠାରୁ ଫିଟ୍‌ ମାତ୍ର ପେସ୍‌ ବୋଲର ମହମ୍ମଦ ସାମି ଆଘାତପ୍ରାପ୍ତ ନହେବା ମୋ ପାଇଁ ବଡ ଉପଲବ୍ଧି ବୋଲି କହିଛନ୍ତି ଭାରତୀୟ ଦଳର ଟ୍ରେନର ଶଙ୍କର ବାସୁ । 2015ରେ ଭାରତୀୟ ଦଳ ସହିତ ଯୋଗ ଦେଇଥିବା ବାସୁ କୁହନ୍ତି, ସାମି ନିଜ କ୍ୟାରିୟର ଆରମ୍ଭରେ ଅତ୍ୟନ୍ତ ଆଘାତ ପ୍ରବଣ ଥିଲେ । ମାତ୍ର 2015 ପରେ ସାମି ନିଜ ଫିଟ୍‌ନେସ୍‌କୁ ଗୁରୁତର ସହିତ ଗ୍ରହଣ କରିବା ସହିତ ବିଗତ ସିଜିନ୍‌ରେ ଗୋଟିଏ ବି ଟେଷ୍ଟରୁ ବାଦ ନପଡିବା ସଫଳତାର ନିଦର୍ଶନ ବୋଲି କହିଛନ୍ତି ବାସୁ । ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି ସବୁଠୁ ଫିଟ୍‌ ହୋଇଥିଲେ ମଧ୍ୟ ସାମି ଏବଂ କେଦାର ଯାଦବଙ୍କ ପରି ଖେଳାଳିଙ୍କୁ ଫିଟନେସ୍‌ ଫ୍ରିକ୍‌ ବନାଇବା ଏକ ଅଲଗା ଉପଲବ୍ଧି ବୋଲି କହିଛନ୍ତି ବାସୁ । ସାମିଙ୍କ ଫିଟ୍‌ନେସ୍‌ ଉପରେ ଲଗାତାର କାମ କରାଯାଉଛି ଏବଂ ତାଙ୍କ…

Read More

ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ସର୍ବଦଳୀୟ ବୈଠକ । ଏହି ସର୍ବଦଳୀୟ ବୈଠକରେ ମମତା ବାନର୍ଜୀ, ଉଦ୍ଧବ ଠାକରେ, ରାହୁଲ୍‌ ଗାନ୍ଧି, ଅରବିନ୍ଦ କେଜ୍ରିଓ୍ବାଲ, କେସିଆର୍‌, ଷ୍ଟାଲିନ୍‌, ମାୟାବତୀ, ଅଖିଳେଶ, ଏମ୍‌.ଚନ୍ଦ୍ରବାବୁ ନାଇଡୁ ପ୍ରମୁଖ ଯୋଗଦେଇ ନାହାଁନ୍ତି । ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ସର୍ବଦଳୀୟ ବୈଠକରେ ‘ଓ୍ବାନ୍‌ ନେସନ୍‌, ଓ୍ବାନ୍‌ ଇଲେକସନ୍‌’ ନେଇ ଆଲୋଚନା ହେବ । ମୋଦି ସରକାର ‘ଏକକ ନିର୍ବାଚନ’କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଏହାକୁ ପ୍ରଣୟନ କରିବାକୁ ଲାଗିଥିବାବେଳେ ଏହାକୁ ବିରୋଧ କରିଛନ୍ତି କେତେକ ବିରୋଧୀ ଦଳ । ଚଳିତ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ବିଜେପି ’ଏକକ ନିର୍ବାଚନ’କୁ ସ୍ଥାନ ଦେଇଥିଲା । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏହି ବିଷୟକୁ ନେଇ ବେଶ୍‌ ତତ୍ପରତା ଦେଖାଇଛି ବିଜେପି । ତେବେ…

Read More

ଭାରତୀୟ ବଜାରରେ ପ୍ରବେଶ କରିଛି କେଟିଏମ୍‌ର ନୂତନ ମଡେଲ ଆର୍‌ସି 125 । ଭାରତୀୟ ବଜାରରେ ଏହି ଦୁଇ ଚକିଆ ଯାନର ମୂଲ୍ୟ 1.47 ଲକ୍ଷ ଟଙ୍କା ରହିଛି । ଏହା କେଟିଏମ୍‌ର ପୂର୍ବ ମଡେଲ କେଟିଏମ୍‌ ଆରସି 16 ଅପେକ୍ଷା ଉନ୍ନତ ମାନର ରହିଛି । ଏହି ବାଇକ୍‌ରେ 124 ସିସିର ଇଞ୍ଜିନ୍‌ ରହିଥିବା ବେଳେ ଏହା 12 ଏନ୍‌ଏମ୍‌ ଟର୍କ ଏବଂ 14.3 ବିଏଚ୍‌ପିର ଶକ୍ତି ପ୍ରଦାନ କରିଥାଏ । 6 ସ୍ପିଡ୍‌ର ଗିଅର ବକ୍ସ ରହିଥିବା ଏହି ବାଇକ୍‌ରେ 300 ଏମ୍‌ଏମ୍‌ ଏବଂ 230 ଏମ୍‌ଏମ୍‌ର ଡିସ୍କ ବ୍ରେକ୍‌ ରହିଛି ।

Read More

ସମାଜବାଦୀ ଦଳର ଜନୈକ ନେତାଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଛନ୍ତି । ସମାଜବାଦୀ ଦଳର ନେତା ପୁନେମ ସିଂଙ୍କୁ ମାଓବାଦୀ ମାନେ ଅପହରଣ ପରେ ହତ୍ୟା କରିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମଙ୍ଗଳବାର ପୁନେମଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା । ଜଣେ ଠିକାଦାର ଭାବରେ କାର୍ଯ୍ୟ କରୁଥିବା ଏହି ନେତା ଜଣକ ମରିମାଲ୍ଲା ଗ୍ରାମରେ ଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଅପହରଣ କରିଥିଲେ । ପୋଲିସ୍‌ ଥାନା ନିକଟରୁ 16 କିମି ଭିତରକୁ ଜଙ୍ଗଲ ମଧ୍ୟରେ ପୁନେମଙ୍କୁ ହତ୍ୟା କରାଯାଇଥିଲା । ନିକଟରେ ରହିଥିବା ସମସ୍ତ ଗାଡି ଗୁଡିକରେ ମାଓବାଦୀ ମାନେ ନିଆଁ ଲଗାଇଥିବା ବେଳେ ଶବ ଫେରାଇବାକୁ ରାଜି ହେଉନଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Read More

ଗଞ୍ଜାମ ଜିଲ୍ଲା କୁଲଟା ଗାଁରେ ୨୦୦୭ରେ ହୋଇଥିବା ମହେଶ୍ୱର ସାସମଲ ହତ୍ୟା ମାମଲାରେ ଆଜି  ଶୁଣାଣି ହୋଇଛି । ଏହି ଅଭିଯୋଗରେ ଅଭୁଯୁକ୍ତ ୧୯ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ବ୍ରହ୍ମପୁର ଏଡିଜେ -୧ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି ।  ଏହି ୧୯ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇସାରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ମାରପିଟ ହୋଇ ମହେଶ୍ୱର ସାସମଲ ମୃତ୍ୟୁ ହୋଇଥିଲା । ୧୨ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି ।

Read More

ଆସନ୍ତା ୨୧ ତାରିଖରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ବାହାରିବ । ପରୀକ୍ଷା ଫଳ ପ୍ରକାଶ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଜୁନ୍‌ ୨୧ ତାରିଖ ଅପରାହ୍ନ ସାଢେ ୩ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ଶିକ୍ଷା ବର୍ଷ ଆରମ୍ଭ ହୋଇଯାଇଥିବାବେଳେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶରେ ବହୁ ବିଳମ୍ବ ଘଟିଛି । ଏହାକୁ ନେଇ ଛାତ୍ର ଛାତ୍ରୀ ତଥା ଅଭିଭାବକମାନେ ଅସନ୍ତୋଷ ଜାହିର କରିଥିଲେ । ଜୁନ୍‌ ୬ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ବାହାରିଥିବାବେଳେ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବା ନେଇ ବହୁ ବିଳମ୍ବ ଘଟିଛି ।

Read More

ଉତ୍ତରପ୍ରଦେଶର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 11 ଜଣ ଆହତ ହୋଇଛନ୍ତି । ସମ୍ଭଲର ମୋରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବାହାଘରରୁ ଫେରୁଥିବା ଏକ ପରିବାର ଏକ ମିନିଟ୍ରକ୍‌ ସହିତ ଧକ୍କା ହେବାରୁ ଏହି ଅଘଟଣ ଘଟିଛି । ପୋଲିସ୍ ମୁଖ୍ୟ ଯମୁନା ପ୍ରସାଦଙ୍କ ସୂଚନା ଅନୁଯାୟୀ ମୃତକ ସମସ୍ତେ ବିବାହରୁ ଫେରୁଥିବା ଗୋଟିଏ ପରିବାରର ସମସ୍ତଙ୍କ ମୃତ୍ୟୁ ଘଟିଛି । ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Read More

ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇବା ସହ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗତ ୧୭ ତାରିଖରେ ଅରିହଲରେ ଆତଙ୍କବାଦୀମାନେ ଆଇଡି ବ୍ଲାଷ୍ଟ କରିଥିଲେ । ଏଥିରେ ୨ଜଣ ଯବାନ ସହିଦ ହେବା ସହ ୭ଜଣ ଗୁରୁତର ହୋଇଥିଲେ ।  ସହିଦ ହୋଇଥିବା ଯବାନ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍‌ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ତିନି ପ୍ରମୁଖ ଏଜେଣ୍ଡା ବିଷୟରେ ଆଲୋଚନା ହେବା ବୋଲି ସୂଚନା ରହିଛି । ପ୍ରଥମରେ ‘ଏକ ଦେଶ, ଏକ ନିର୍ବାଚନ’ ନେଇ ସବୁ ରାଜନୈତିକ ଦଳଙ୍କ ମତାମତ ସହ ସହମତି ବିଷୟରେ ଚର୍ଚ୍ଚା ହେବାକୁ ରହିଛି । ସେହିପରି ୨୦୨୨ ମସିହାରେ ଭାରତ ସ୍ବାଧୀନତା ପାଇବାର ୭୫ ବର୍ଷ ପାଳନ କରିବ, ଏହି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଓ ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କର ୧୫୦ ବର୍ଷ ଜୟନ୍ତୀ ପାଳନ କରିବା ନେଇ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କିନ୍ତୁ ଏହି ବୈଠକକୁ ଅଧିକରୁ ଅଧିକ ବିପକ୍ଷ ଦଳ ଯୋଗଦେବେନ ନାହିଁ ବୋଲି ସୂଚନା ଦେଇଛନ୍ତି । ପ୍ରଥମେ ଏହି ବୈଠକକୁ ବର୍ଜନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପରବର୍ତ୍ତୀ ସମୟରେ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…

Read More

ରଙ୍ଗାଚରଣ ପ୍ରଧାନ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ନମସ୍କାର । ସାର୍ , ଆପଣ ଆମ ନିର୍ବାଚନମଣ୍ଡଳିର ବିଧାୟକ ହୋଇ ମନ୍ତ୍ରୀ ପଦ ପାଇ ଥିବାରୁ ମୁଁ ଖୁସୀ । ଏହି ପତ୍ର ଜରିଆରେ ଆପଣଙ୍କ ଦୄଷ୍ଟି ଆକର୍ଷଣ କରିବାକୁ ଜରୁରୀ ମନେ କଲି । ଆମ ଅଞ୍ଚଳରୁ ଜିତି ଯଦି ଜଣେ ସଫଳତମ ଶିକ୍ଷା ମନ୍ତ୍ରୀରୁପେ ଆପଣ ନିଜକୁ ପ୍ରମାଣ କରନ୍ତି, ତେବେ ମୋ ଠାରୁ ବେଶି ଖୁସି ଆଉ କିଏ ହେବ ? ତେଣୁ ଆଉ ବେଶି ଡେରି ନକରି ଚଟାପଟ୍ କେତୋଟି ବିନ୍ଦୁ ଆପଣଙ୍କ ଗୋଚରାର୍ଥେ ରଖୁଛି । (୧) ଆପଣ କହିଛନ୍ତି ଯେ ସରକାରୀ ସ୍କୁଲରେ ଥିବା ଖାଲିପଦ ସବୁ ଖୁବ୍ ଶୀଘ୍ର ପୂରଣ କରାଯିବ । +୨ କଲେଜରେ ଖାଲିଥିବା ପଦବୀ ତାଲିକା ଓପିଏସସିକୁ ଦିଆଯିବ । କେତେ ଶୀଘ୍ର ପୁରଣ କରାଯିବ ଆପଣ ସେ ବିଷୟରେ କିଛି କହି ନାହାନ୍ତି ।…

Read More

ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ କଂଗ୍ରେସ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ମଡେଲରେ କାମ କରିବା ଉଚିତ୍‌ ବୋଲି କହିଛନ୍ତି । 2021ରେ ଆସାମ ବିଧାସଭା ନିର୍ବାଚନରେ ଦଳ 80 ଆସନ ହାସଲର ଲକ୍ଷ୍ୟ ରଖିଛି । ଏହି ଳକ୍ଷ୍ୟ ପୂରଣ କରିବା ନିମନ୍ତେ ଦଳକୁ ଆରଏସ୍‌ଏସ୍‌ ମଡେଲରେ କାର୍ଯ୍ୟ କରିବାକୁ ପଡିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରକାଶ କରିଛନ୍ତି । ଆରଏସ୍‌ଏସ୍‌ର କାର୍ଯ୍ୟଧାରା ଅଗ୍ରହଣୀୟ ମାତ୍ର ସାଧାରଣ ସ୍ତରରୁ ଏହି ସଙ୍ଗଠନ କାର୍ଯ୍ୟ କରିଥାଏ ଏବଂ ଧର୍ମୀୟ ଭାବନା ଦ୍ବାରା ଲୋକଙ୍କ ନିକଟତର ହୋଇଥାଏ । କଂଗ୍ରେସ ଆରଏସ୍‌ଏସ୍‌ ପରି ସାଧାରଣ ଲୋକଙ୍କ ନିକଟତର ହେଲେ ହିଁ 2021 ନିର୍ବାଚନରେ ସଫଳତା ହାସଲ କରିପାରିବ । ଭାରତର ଉତ୍ତର ପୂର୍ବୀୟ 8 ରାଜ୍ୟ ମଧ୍ୟରୁ ବିଜେପି 6 ରାଜ୍ୟରେ ଶାସନ କରିବା ପଛରେ ଆରଏସ୍‌ଏସ୍‌ର ସଫଳତା ରହିଛି ବୋଲି କହିଛନ୍ତି…

Read More

ଓଜେଇଇ ପରୀକ୍ଷା ଫଳ ପ୍ରକାଶିତ। ସଚିବାଳୟଠାରେ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଘୋଷଣା କରିଛନ୍ତି ୨୦୧୯ ଓଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ଏମ୍‌ଟେକ୍‌ରେ ପ୍ରଦୀପ କୁମାର ବାରିକ୍‌, ଲ୍ୟାଟେରାଲ୍‌ ଏଣ୍ଟ୍ରି ବିଏମ୍‌ସିରେ ଭବାନୀ ଶଙ୍କର ବେହେରା, ଏମବିଏ୍‌ରେ ପ୍ରଦୀପ କୁମାର କମ୍ବ, ଏମ୍‌ସିଏରେ ସ୍ମିତାରାଣୀ ଚୌଧୁରୀ, ବି. ଫାର୍ମରେ ସମୀର କୁମାର ପାଢୀ, ଏମ୍‌ଫାର୍ମରେ ଅତ୍ୟୁମିର୍ଲା ଚକ୍ରବର୍ତ୍ତୀ, ଇଣ୍ଟିଗ୍ରେଡ୍‌ଡ୍‌ ଏମ୍‌ବିଏରେ ସ୍ବୀକୃତି କୁମାର ମହାପାତ୍ର, ଲ୍ୟାଟେରାଲ୍‌ ଏଣ୍ଟ୍ରି  ଫର୍ମାସୀରେ ଅମିତ୍‌ କୋଟାଲ୍‌, ଲ୍ୟାଟେରାଲ୍‌ ଏଣ୍ଟ୍ରି  ଏମ୍‌ସିଏରେ ସୁମନ୍ତ ପାତ୍ର ପ୍ରମୁଖ ଟପ୍ପର ହୋଇଛନ୍ତି।  ଚଳିତ ବର୍ଷ ଅଫଲାଇନରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍ଲାଇନରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମେ ୧୮ରେ ଓଜେଇଇ ଅଫ୍ ଲାଇନ୍ ପରୀକ୍ଷା ହୋଇଥିବାବେଳେ ଜୁନ୍ ୮ ଓ ୯ରେ ଅନ୍‌ଲାଇନ୍ ପରୀକ୍ଷା ହୋଇଥିଲା। ପରୀକ୍ଷାର୍ଥୀମାନେ ଓଜେଇଇର ନିଜସ୍ୱ ୱେବସାଇଟ୍  http://www.ojee.nic.in କୁ ଯାଇ ନିଜର ରେଜଲ୍ଟ…

Read More

ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଗମ୍ଭୀର ରୂପ ନେଇଛି । ଦିନକୁ ଦିନ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିହାରରେ ଏହି ମୃତ୍ୟୁ ସଂଖ୍ୟା 135 ରହିଥିବା ବେଳେ କେବଳ ମୁଜାଫରପୁରରେ ଏହି ସଂଖ୍ୟା 110 ଛୁଇଁଛି । ମୁଜାଫରପୁରର ଏସ୍‌କେଏମ୍‌ସିଏଚ୍‌ ହସ୍ପିଟାଲ ଏବଂ କେଜ୍ରିଓ୍ବାଲ ହସ୍ପିଟାଲରେ ମାତ୍ରାଧିକ ଶିଶୁଙ୍କୁର ମୃତ୍ୟୁ ଘଟିଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉକ୍ତ ଦୁଇ ହସ୍ପିଟାଲକୁ ଭ୍ରମଣ କରିଥିଲେ । ଏହା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଙ୍କ ସଂଖ୍ୟା 300 ଛୁଇଁଛି । ଏହି ସମୟରେ ନୀତିଶ କୁମାରଙ୍କ ବିପକ୍ଷରେ ଉପସ୍ଥିତ ସାଧାରଣ ଜନତା ସ୍ଲୋଗାନ ଦେଇଥିଲେ । ଏହା ସହିତ ଏହି ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି । କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ତୁରନ୍ତ…

Read More