Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୬: ସୁସ୍ଥ ହେଲେ ୩୩୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୭୦୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କାଠରେ ଶ୍ରୀମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁର ବାଳକ ଦିଲ୍ଲୀପ ମହାରଣା, ଯେ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ

ବ୍ରହ୍ମପୁର, ବର୍ତ୍ତମାନ କରୋନା ପରିସ୍ଥିତିରେ କେହି ଶ୍ରୀମନ୍ଦିର ଯିବା ସମ୍ଭବ ହୋଇପାରୁ ନାହିଁ। ହେଲେ ଘରେ ବସି କିମ୍ବା ପାଖ ମନ୍ଦିରକୁ ଯାଇ ଭକ୍ତମାନେ ନିଜର ଅଭିଳାଷାକୁ ପରିପୂରଣ କରୁଛନ୍ତି। ତେବେ ଏସବୁଥିରୁ ଯେଉଁମାନେ ବଞ୍ଚିତ ସେମାନେ ଘରେ ବସି ଧ୍ୟାନ କରୁଛନ୍ତି। ଏସବୁ ଘଡିଷନ୍ଧି ମୂହୁର୍ତ୍ତରେ ଘରେ ବସି ଅନେକ ଲୋକ ନିଜନିଜ ମାଧ୍ୟମରେ ଭକ୍ତି ଅର୍ଘ ଦେଉଛନ୍ତି।

ସେମିତି ଜଣେ ବାଳକ ହେଉଛନ୍ତି ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା। ଯାହାର ବୟସ ୧୮ ବର୍ଷ। ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର। ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ ତିଆରି ୪ ଇଞ୍ଚି ମୂଳ ପୀଠ ସହ ୫.୬ ଇଞ୍ଚର, ଏକ ଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି।

ଏହି ମନ୍ଦିରଟିକୁ ଯେ କେହି ଦେଖିଛୁ ସେ ଆଶ୍ଚର୍ଯ୍ୟ ହେଉଛି। କାରଣ ଦୂରରୁ ଯେ କେହି ଦେଖିବ ଅବିକଳ  ଶ୍ରୀମନ୍ଦିରର ଭ୍ରମ ସୃଷ୍ଟି କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମନ୍ଦିର ଭିତରେ ଛୋଟଛୋଟ ମନ୍ଦିର ମଧ୍ୟ ସେ କାଠରେ ନିର୍ମାଣ କରିଛନ୍ତି। ଶ୍ରୀ ମନ୍ଦିରର ଭିତରେ ମେଘନାଦ ପାଚେରୀ ମୁଖ୍ୟ ମନ୍ଦିର ଜଗମୋହନ ଭୋଗ ମଣ୍ଡପ ତା ସହ ନୀଳଚକ୍ର ଏବଂ ପତିତ ପାବନ ବାନା।

ମନ୍ଦିର ବେଢା ଭିତରେ ଭିତର ବେଢା ଛୋଟ ବଡ଼ ୧୦ ରୁ ଅଧିକ ମନ୍ଦିର ଚାରି ଦ୍ୱାର ସିଂହ ଅଶ୍ୱ ବ୍ୟାଘ୍ର ଏବଂ ହସ୍ତୀ ଦ୍ୱାର ତା ସହ ଅରୁଣ ସ୍ତମ୍ବ ଏବଂ ଏକ ଇଞ୍ଚର ପତିତ ପାବନ ବିଗ୍ରହ ବି ଖୋଦିତ ହେଇଚି। ଏହି ମନ୍ଦିର ତିଆରି କରିବା ପାଇଁ ଦିଲୀପକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ ସମୟ ଲାଗିଥିଲା।

ଆଗରୁ ସେ ଏକ ଇଞ୍ଚର ଦୁର୍ଗାଙ୍କର ମୂର୍ତ୍ତି ରାମ ମନ୍ଦିର କରି ଇଣ୍ଡିଆ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ନିଜକୁ ଗ୍ରାଣ୍ଡ ମାଷ୍ଟର ଭାବରେ ସ୍ଥାନୀୟ କରିଛନ୍ତି। ଆଜି ଶ୍ରୀମନ୍ଦିର ତିଆରି ପଛରେ ତାଙ୍କୁ ତାଙ୍କ ମାମୁଁ ବାସ୍ତୁବିତ ସାନ୍ୟାସୀ ମହାରଣା ପ୍ରେରଣା ଦେଇଥିବା ସହ ତାଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହରାଣ ସହଯୋଗ କରିଥିଲେ।

କରୋନା ମହାମାରୀ ଭିତରେ ଲୋକ ମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଯୋଗ ନ ପାଉଥିବା ବେଳେ। ତାଙ୍କ ହାତରେ ତିଆରି ଏହି କୀର୍ତିରାଜିକୁ ସେ ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ବନାମ ବୈଜୟନ୍ତ: ଆସାମ ବେଳେ ତମେ ସ୍ବାଗତ କରି ନ ଥିଲ, ଏବେ ମୁଁ କାହିକି ଶୁଭେଚ୍ଛା କରିବି !

ଭୁବନେଶ୍ବର, ନିକଟରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣକୁ ନେଇ ଓଡିଶାର ବିଭିନ୍ନ ମହଲରେ ଖୁସି ପ୍ରକଟ କରାଯାଉଛି। କାରଣ ଏଥର ଓଡିଶାର ତିନିଜଣ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା, ଅଶ୍ବିନୀଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବା ଅନ୍ୟତମ କାରଣ। ସେଥିପାଇଁ ଦଳମତ ନିର୍ବିଶେଷରେ ଏହି ତିନିଜଣଙ୍କୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଉଛି। ହେଲେ ଆଶ୍ଚର୍ଯ୍ୟର କଥା ଟୁଇଟରେ ସବୁବେଳେ ସକ୍ରିୟ ଥିବା ବୈଜୟନ୍ତ ପଣ୍ଡା କାହାକୁ ବି ସ୍ବାଗତ କରି ନାହାଁନ୍ତି। ନା ଧର୍ମେନ୍ଦ୍ର, ନା ଅଶ୍ବିନୀ କିମ୍ବା ନା ବିଶେଶ୍ବର।

ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡିଶାର ଏହି ତିନି ଜଣ ମନ୍ତ୍ରୀଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ସହିତ ବିଜେଡିର କେତେକ ନେତା ମଧ୍ୟ ସ୍ବାଗତ କରିଛନ୍ତି। ବିଜେପି ଦଳର ପ୍ରାୟ ସମସ୍ତ ନେତା ମଧ୍ୟ ଏହି ତିନିଜଣଙ୍କୁ ସ୍ବାଗତ କରିଛନ୍ତି। ହେଲେ ବୈଜୟନ୍ତ ପଣ୍ଡା ପୁରା ନିରବକୁ ନେଇ ଦଳ ଭିତରେ ଚାଲିଛି ଆଲୋଚନା।

ରାଜ୍ୟ ବିଜେପିର ଜଣେ ଟାଣୁଆ ନେତାଙ୍କ କହିବା କଥା ଯେ, ବୈଜୟନ୍ତ ଏଥର କୁଆାଡେ ମନ୍ତ୍ରୀ ହେବେ ବୋଲି ବେଶ୍ ଚେଷ୍ଠା କରିଥିଲେ। ଏପରିକି ବହୁ ଜାତୀୟ ଟିଭି ଚ୍ୟାନେଲରେ ସେ ମନ୍ତ୍ରୀ ହେଉଛନ୍ତି ବୋଲି ପ୍ରଚାର ମଧ୍ୟ କରାଇଥିଲେ। ସେତେବେଳେ କେତେକ ଚ୍ୟାନେଲ ଏପରି ପ୍ରଚାର କଲେ ଯେ, ଲାଗିଲା ବୈଜୟନ୍ତ ମନ୍ତ୍ରୀ ହୋଇସାରିଛନ୍ତି।  ହେଲେ ମୋଦି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କଲେ ନାହିଁ। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଅଶ୍ବିନୀ ବୈଷ୍ଣବ ଏବଂ ବିଶେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଗଲା।

ଏହାକୁ ନେଇ ବୈଜୟନ୍ତ କୁଆଡେ ଭାରି ଖପ୍ପା। ତାଙ୍କୁ ନ ନେଲେ ନାହିଁ, ଧର୍ମେନ୍ଦ୍ରଙ୍କୁ ପୁଣି ମନ୍ତ୍ରୀ ମଣ୍ଡଳରେ ସାମିଲ କରିବାକୁ ନେଇ ତାଙ୍କୁ ଆହୁରି ବାଧିଛି। ସେଥିପାଇଁ ଧର୍ମେନ୍ଦ୍ରଙ୍କ ପାଇଁ ବୈଜୟନ୍ତ କାହାକୁ ହେଲେ ଶୁଭେଚ୍ଛା ଜଣାଇଲେ ନାହିଁ। ନୂଆ ମନ୍ତ୍ରୀମଣ୍ଡଳ ଦିନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକରେ ବୈଜୟନ୍ତ ଟୁଇଟରରେ ଶୋକ ପ୍ରକାଶ କରିଛନ୍ତି। ହେଲେ ସଂଧ୍ୟାରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ନେଇ ସେ ଚୁପ ରହିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କୁ ବୈଜୟନ୍ତ ସ୍ବାଗତ ନ କରିବାର ପଛରେ ଆଉ ଏକ କାରଣ ମଧ୍ୟ ରହିଛି ବୋଲି କୁହାଯାଉଛି। ତାହା ହେଲା ଆସାମ ନିର୍ବାଚନରେ ବିଜେପିର ସଫଳତା ନେଇ  ଧର୍ମେନ୍ଦ୍ର ପ୍ରଧାନ ସେତେବେଳେ ମୋଦିସାହାଙ୍କଠାରୁ ଆରମ୍ଭ କରି ଆସାମର ତଳ ସ୍ତର ନେତାଙ୍କୁ ଧନ୍ୟବାଦ ଦେଲେ। ହେଲେ ଆସାମ ପ୍ରଭାରୀ ବୈଜୟନ୍ତ ନାମ ସେଥିରେ ନ ଥିଲା। ସେଥିପାଇଁ ବିଜେପି ଭିତରେ କୁହାକୁହି ହେଉଛନ୍ତି ଯେ, ‘ଆସାମ ନିର୍ବାଚନରେ ମୋତେ ଧନ୍ୟବାଦ ଦେଇ ନ ଥିଲ, ତମେ ମନ୍ତ୍ରୀ ହେଲେ ମୁଁ କାହିଁକି ଶୁଭେଚ୍ଛା ଜଣାଇବି।’

Categories
ଆଜିର ଖବର ଜାତୀୟ ଖବର

କ୍ଷମତାକୁ ଆସିଲେ କୋଭିଡ ତଥ୍ୟ ଲୁଚାଇଥିବା ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଅଖିଲେଶ ଯାଦବ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ରାଜ୍ୟର ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି। ବିଧାନସଭା ନିର୍ବାଚନ ପରେ ତାଙ୍କ ଦଳ ସରକାର ଗଠନ କରିବା ପରେ କୋଭିଡ-୧୯ ରିପୋର୍ଟର ତଦନ୍ତ କରିବ ବୋଲି ଅଖିଲେଶ କହିଛନ୍ତି। ତଦନ୍ତ ପରେ କରୋନା ସମ୍ବଧୀୟ ତଥ୍ୟ ଲୁଚାଉଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଲେଶ କହିଛନ୍ତି ଯେ, ତଥ୍ୟ ଲୁଚାଇବା ଦ୍ଵାରା ସଂକ୍ରମଣ ବୃଦ୍ଧି ପାଇଛି। ଯାହା ଫଳରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି। କିନ୍ତୁ ରାଜ୍ୟରେ ସଠିକ ଭାବେ କେତେ ଲୋକ କରୋନାରେ ମୃତ୍ୟୁ ହୋଇଛି, ତାହା ସରକାର ଲୁଚାଇବାକୁ ଚେଷ୍ଟା କରୁଛି। ତେଣୁ ମୃତକଙ୍କ ସମ୍ପର୍କୀୟମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଯୋଗୀ ସରକାର ଚାହୁଁ ନହିଁ ବୋଲି ଅଖିଲେଶ ଅଭିଯୋଗ କରିଛନ୍ତି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ସିଂହଦ୍ବାରରେ ତିନି ରଥ, ଆଜି ରାତିରୁ ବଳବତ୍ତର ହେବ କର୍ଫ୍ୟୁ

ପୁରୀ, ଆସନ୍ତାକାଲି ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତିନି ରଥ ସିଂହଦ୍ବାରରେ ଲାଗିଛି। ଆଜି ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷ, ଦେବଦଳନ ଏବଂ ତାଳଧ୍ବଜ ରଥକୁ ସିଂହଦ୍ବାର ନିକଟକୁ ନିଆଯାଇ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଯାଇଛି। ଆସନ୍ତାକାଲି ମହାପ୍ରଭୃ ଏହି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ଯିବେ।

ପଂରପରା ଅନୁସାରେ ରଥଯାତ୍ରା ପୂର୍ବଦିନ ରଥ ନିର୍ମାଣର ସମସ୍ତ କାର୍ଯ୍ୟ ଶେଷ ହୋଇଥାଏ। ରଥଖଳାରେ ଏହା ନିର୍ମାଣ ହେଉଥିବାରୁ ସିଂହଦ୍ବାରଠାରୁ ଏହା ଅଳ୍ପ ଦୂରରେ ରୁହେ। ହେଲେ ରଥଯାତ୍ରା ପାଇଁ ତା ପୂର୍ବଦିନ ରଥକୁ ଦକ୍ଷଣିମୋଡ କରାଯାଇ ସିଂହଦ୍ବାର ନିକଟକୁ ନିଆଯାଇଥାଏ। ଫଳରେ ଠାକୁର ଶ୍ରୀମନ୍ଦିରରୁ ବାହାରି ସିଧା ରଥରେ ବସିପାରିବେ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ରାତିରୁ ପୁରୀ ସହରରେ କର୍ଫୁ ଲାଗିବ ଯାହା ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ରହିବ। ବିନା ଭକ୍ତରେ କିପରି ଶାନ୍ତି ଶୃଙ୍ଖଳାରେ ପ୍ରଭୃଙ୍କ ନିତି ହେବ ସେ ନେଇ ମନ୍ଦିର ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି।

ମନ୍ଦିର ପ୍ରଶାସନ ଅନୁସାରେ ସୋମବାର ସକାଳ ୮ଟା ୩୦ ମିନିଟରେ ପହଣ୍ଡି ବିଜେ ହେବ। ତିନିଠାକୁରଙ୍କ ଏହି ପହଣ୍ଡି ବିଜେ ଦିନ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଛେରା ପହଁରା ମଧ୍ୟାହ୍ନ ୧୨ ଟା ୪୫ ରୁ ୨ଟା ପଯ୍ୟନ୍ତ ଚାଲିବ। ରଥଟଣା ଅପରାହ୍ନ ୩ଟା ବେଳ ଆରମ୍ଭ ହେବ।

କରୋନା ପାଇଁ ଗଜପତି ଦିବ୍ୟସିଂହ ଚଳିତ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ନ ଥିଲେ। ହେଲେ ସେ ରଥଯାତ୍ରା ଏବଂ ବାହୁଡା ଯାତ୍ରାରେ ଛେରା ପହଁରା କରିବେ ବୋଲି ରାଜନଅର ତରଫରୁ କୁହାଯାଇଛି। ଗତ ବର୍ଷ ମଧ୍ୟ ସ୍ନାନ ପୂର୍ଣ୍ଣିମାରେ ଗଜପତି ଛେରା ପହଁରା କରି ନ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି: ଉତ୍ତରାଖଣ୍ଡରେ ନିର୍ବାଚନୀ ପ୍ରତିଶ୍ରୁତି ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରାଖଣ୍ଡ ନିର୍ବାଚନକୁ ନେଇ ଆମ ଆଦ୍ମି ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅରବିନ୍ଦ କେଜ୍ରିୱାଲ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଏହି ନିର୍ବାଚନରେ ଆପର ସରକାର ଗଠନ ହେଲେ ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମୁକ୍ତରେ ମିଳିବ। ଏହାସହ କୃଷକଙ୍କୁ ମୁକ୍ତରେ ବିଜୁଳି ଦିଆଯିବ ଏବଂ ପୁରୁଣା ବିଦ୍ୟୁତ ଦେୟକୁ ମଧ୍ୟ ଛାଡ କରାଯିବ। ରାଜ୍ୟରେ ୨୪ ଘଣ୍ଟିଆ ବିଜୁଳି ବ୍ୟବସ୍ଥା କରାଯିବ। ଦିଲ୍ଲୀ ଭଳି ଉତ୍ତରାଖଣ୍ଡରେ କେବେ ପାୱାର କଟ ହେବ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ଅରବିନ୍ଦ ଆଜି ଡେରାଡୁନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେଉଁଭଳି ଚକ୍କିର ଭିତର ପାର୍ଶ୍ଵ ମାଧ୍ୟମରେ ଗହମ ପେସା ଯାଉଛି, ସେହିଭଳି ଉତ୍ତରାଖଣ୍ଡ ଜନତାଙ୍କୁ ଦୁଇଟି ପାର୍ଟି ପେଷି ଚାଲିଛନ୍ତି। ବର୍ତ୍ତମାନ ଶାସକ ଦଳ ପାଖରେ ମୁଖ୍ୟମନ୍ତ୍ରୀ ହେବ ପାଇଁ ନେତା ନାହାନ୍ତି। ଜଣଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ କିଛି ଦିନ ପରେ ତାଙ୍କୁ ଅଯୋଗ୍ୟ ମାନେ କରୁଛି। ଏବଂ ପୁନର୍ବାର ଅନ୍ୟଜଣଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଉଛି।

ଆପ ସଂଯୋଜକ ଆହୁରି କହିଛନ୍ତି ଯେ, ଦେଶରେ ଦର ଦାମ ବଢିବାରେ ଲାଗିଛି। କିନ୍ତୁ ଲୋକଙ୍କ ଆୟ ବଢୁନାହିଁ। ଉତ୍ତରାଖଣ୍ଡ ରାଜ୍ୟ ନିଜେ ବିଦ୍ୟୁତ ଉତ୍ପାଦନ କରୁଛି ଏବଂ ଅନ୍ୟ ରାଜ୍ୟକୁ ବିଜୁଳି ବିକୁଛି। ତେଣୁ ଏଥିରେ ଉତ୍ତରାଖଣ୍ଡ ଜନତାଙ୍କୁ ଏତେ ମହଙ୍ଗାରେ ବିଜୁଳି ଦର ଦେବାକୁ କାହିଁକି ଦେବାକୁ ପଡୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ଲାଗି ଏମ୍ସରେ ପହଞ୍ଚିଲେ ପୋଲିସ ଡିଜି: ଗତକାଲି ଉଭୟଙ୍କୁ କରାଯାଇଥିଲା ଏୟାରଲିଫ୍ଟ

ଭୁବନେଶ୍ବର: ଆଜି ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ପୋଲିସ ଡିଜି ହସ୍ପିଟାଲ ଗସ୍ତ କରିଥିଲେ। ଆହତ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ଡିଜି ଯାଇଥିଲେ। ସେଠାରେ ଆହତ ଯବାନମାନଙ୍କ ସହ କଥା ବାର୍ତ୍ତା ହେବା ସହ ଶୀଘ୍ର ସୁସ୍ଥ ହେବା ପାଇଁ ଡିଜି ଆଶା ପ୍ରକଟ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଫୁଲବାଣୀ-ବୌଦ୍ଧ ସୀମାରେ ପୋଲିସ ଆଉ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ନାରାୟଣ ପ୍ରସାଦ ଓ ଉମା ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁଁ ଦୁଇ ଜଣ ଯବାନ ଆହତ ହୋଇଥିଲେ। ଗୁରୁତର ଯବାନଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଥିଲା।

କୋରାପୁଟ-ମାଲକାନଗିରି ଗସ୍ତରେ ଯାଇଥିବା ପୋଲିସ ଡିଜି ଗସ୍ତ ପରିବର୍ତ୍ତନ କରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନିଜ ହେଲିକ୍ୟାପ୍ଟରରେ ଆହାତ ଜବାନଙ୍କୁ ଡିଜି ଭୁବନଶ୍ଵର ଏୟାରଲିଫ୍ଟ କରିଥିଲେ। ବର୍ତ୍ତମାନ ଆହତ ଯବାନ ଦ୍ୱୟ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରର ନୂଆ ଆଇଟି ନିୟମ ବିବାଦ ପ୍ରସଙ୍ଗ: ଅଭିଯୋଗ ଶୁଣାଣି ଅଧିକାରୀଙ୍କୁ ନିଯୁକ୍ତି ଦେଲା ଟ୍ଵିଟର

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ପାଳନ କରିବାକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଲାଗିରହିଛି। ଗତ ମାର୍ଚ୍ଚ ମାସ ଠାରୁ ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ଲାଗିରହିଛି। ତେବେ ଏହା ଭିତରେ ସରକାରର ନୂଆ ନିୟମ ହିସାବରେ ଜଣେ ଅଧିକାରୀଙ୍କୁ ଅଭିଯୋଗ ଶୁଣିବା ପାଇଁ ଟ୍ବିଟର ନିଯୁକ୍ତି ଦେଇଛି। ଅଭିଯୋଗ ଶୁଣାଣି ଅଧିକାରୀ ଭାବେ ବିନୟ ପ୍ରକାଶଙ୍କୁ ଟ୍ବିଟର ନିଯୁକ୍ତି ଦେଇଛି। ଟ୍ବିଟର ପକ୍ଷରୁ ବିନୟଙ୍କ ଇ-ମେଲ ଆଇଡିକୁ ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡିରେ ବାଘଛାଲ ତସ୍କର ସକ୍ରୀୟ: ୯ ଛାଲ ଜବତ, ୪ ବେପାରୀ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବାଘଛାଲ ଦଲାଲ ସକ୍ରୀୟ ଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ଚଢାଉ କରାଯାଇ ୯ ଟି ବାଘଛାଲ ଜବତ କରାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଅନ୍ୟ ରାଜ୍ୟର ଜନୈକ ଗ୍ରାହକଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ମରାମପୁର ଓ ନର୍ଲା ରେଂଜ ଅଂଚଳରେ ବାଘ ଛାଲ କାରବାର ହେଉଥିବା ସଂପର୍କରେ ବନ ବିଭାଗ ଖବର ପାଇବା ପରେ ସେହି ରାକେଟକୁ ଦରିବାକୁ ଯୋଜନା କରାଯାଇଥିଲା। ବନବିଭାଗ ଓ ଜବଲପୁର ୱାଇଲ୍ଡ ଲାଇଫ କ୍ରାଇମ ବ୍ୟୁରୋ ର ଜନୈକ ସଦସ୍ୟ ଗ୍ରାହକ ସାଜି ବାଘଛାଲ ବେପାରୀଙ୍କ ଠାରୁ କିଣିବା ବାହାନାରେ ବାଘଛାଲ ଜବତ କରିଥିବା ଜଣାପଡିଛି । ମଦନପୁର ରାମପୁର ଅଂଚଳରୁ ୩ଟି ବାଘଛାଲ ଜବତ କରାଯାଇଥିବା ବେଳେ ସବିଶେଷ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ବେପାରୀ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତମ ଭୋଇ, ବଫଲା ଗ୍ରାମର ରଙ୍ଗାଚରଣ ଭୋଇ, ଅମାଠର କାର୍ତିକ ରଣାଙ୍କୁ ଗିରଫ କରିଥିବା ପ୍ରକାଶ । ମନୋଜ ବେହେରାଙ୍କ ଠାରୁ ୩ଟି ଓ ରଙ୍ଗାଚରଣ ଭୋଇଙ୍କ ଠାରୁ ୪ଟି ଛାଲ ଜବତ କରାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ।

ଏହି ଲିଙ୍କ ରୁ ମିଳିଥିବା ତଥ୍ୟ ଅନୁସାରେ କେଗାଁ ରେଂଜ ଅଂଚଳରୁ ବାଲାଣ ହେଉଥିବା ବେଳେ ଏନଏଚ-୨୬ ଜାରିଙ୍ଗ ରାସ୍ତ।।ରେ ୩ଜଣ ବେପାରୀଙ୍କ ଠାରୁ ୨ଟି ଛାଲ ଜବତ କରାଯାଇ ଅଭିଯୁକ୍ତ ଭୁଲିଆରବାଗ, କୋଦଣ୍ଡ ଗୌଡ ଓ ଉଆଁସୁ ଜାନୀ ଙ୍କୁ ଗିରଫ କରାଯାଇଥରବା ପ୍ରକାଶ।

ଜବତ ବାଘଛାଲ ଗୁଡିକୁ ପରୀକ୍ଷା କରାଯିବା ପାଇଁ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଫୋରେନସିକ ଲାବୋରେଟୋରୀକୁ ପଠାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଜବତ ବାଘଛାଲ ମଧ୍ୟରୁ ୮ଟି କଲରାପତରିଆ ବାଘଛାଲ ଓ ଗୋଟିଏ ମହାବଳବାଘର ବୋଲି କୁହଯାଉଛି। ଏହି ଚଢଉରେ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋର ସୂଚନା ଅନୁସାରେ କଳାହାଣ୍ଡି ଉତର ଓ ଦକ୍ଷିଣ ବନଖଣ୍ଡର ପଦାଧିକାରୀଙ୍କ ସମେତ ଛତିଶଗଡ ବନ ବିଭାଗ ପଦାଧିକାରୀ ମାନେ ମିଶି ଚଢଉ କରିଥିବା ଜଣାପଡିଛି। ଗତ କିଛି ମାସ ତଳେ ଛତିଶଗଡ ଗରିଆବନ୍ଦ ପୋଲିସ ଦ୍ୱାରା କଳାହାଣ୍ଡିର ୪ଜଣ ବାଘଛାଲ ବେପାରୀ ଗିରଫ ହୋଇଥିବା ଜଣାପଡିଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୫୯୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୯୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, କେନ୍ଦୁଝର, ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ , ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଏବଂ ନୟାଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, କେନ୍ଦ୍ରପଡା, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, ବାଲେଶ୍ଵର, ବଲାଙ୍ଗୀରି, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯ ହଜାର ୬୩୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୯୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୧ ହଜାର ୫୦୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୫୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୮ ଲକ୍ଷ ୩୭ ହଜାର ୨୨୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮ ହଜାର ୪୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୫ ହଜାର ୬୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୪ ହଜାର ୧୧୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଶ୍ବିନୀ ବୈଷ୍ଣବ ହେଲେ କେନ୍ଦ୍ର ମନ୍ତ୍ରୀ, କିନ୍ତୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମିଳିଲା ଶୁଭେଚ୍ଛା, କାହିଁକି ?

ଭୁବନେଶ୍ବର, ଅଶ୍ବିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିବାରେ ଲାଗିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେତେକ ଲୋକ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଶୁଭେଚ୍ଛା କରୁଛନ୍ତି। ସୌମ୍ୟବାବୁଙ୍କୁ ଫୋନ କରି କହୁଛନ୍ତି, ଆପଣ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ଶୁଭେଚ୍ଛା।

ସୌମ୍ୟବାବୁ ଏପରି ଫୋନ କଲ ପାଇ ସେଦିନ ଆଉ ସମ୍ଭାଳିପାରିଲେ ନାହିଁ। ସମସ୍ତଙ୍କୁ ମୁଁ ଅଶ୍ବିନୀ ବୈଷ୍ଣବ ନୁହେଁ ବୋଲି କହି କହି ବ୍ୟସ୍ତ ହେଲେ। ସାଧାରଣତଃ ଯେ କେହି ମନ୍ତ୍ରୀ ହେଲେ ଚିହ୍ନା ଅଚିହ୍ନା ଲୋକେ ଶୁଭେଚ୍ଛା ଦେଇଥାନ୍ତି। ହେଲେ ଲୋକେ ଅଶ୍ବିନୀବାବୁଙ୍କ ଶୁଭେଚ୍ଛା ନ କରି ତାଙ୍କୁ ଶୁଭେଚ୍ଛା କରିବାକୁ ନେଇ ଖୋଦ ସୌମ୍ୟବାବୁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ।

ଏହିପରି ବାରମ୍ବାର ଶୁଭେଚ୍ଛା କଲ ଆସିବା ପରେ ସୌମ୍ୟବାବୁ ନିଜେ ମଧ୍ୟ ଏହା ପଛର କାରଣ କଣ ଜାଣିବା ପାଇଁ ଇଚ୍ଛୁକ ହେଲେ। ଯେଉଁମାନେ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଚାରିଲେ ମୋତେ କାହିଁକି ଫୋନ କରୁଛ। ଏହାର ଉତ୍ତରେ ସୌମ୍ୟବାବୁ ଯାହା ଶୁଣିଲେ ସେଥିରେ ତାଙ୍କୁ ମୁଣ୍ଡ ଖରାପ ହୋଇ ଯାଇଥିଲା।

ଘଟଣାଟି ହେଲା ଯେ, ରାଜ୍ୟ ସରକାରଙ୍କ ଡାଇରୀରେ ସମସ୍ତ ବିଧାୟକ ତଥା ସାଂସାଦଙ୍କ ଠିକଣା ସହିତ ଫୋନ ନମ୍ବର ଛପାଯାଇଥାଏ। ଏଥର ଡାଇରୀରେ ପୂର୍ବରୁ ରାଜ୍ୟସଭା ସାଂସଦ ଥିବା ସୌମ୍ୟବାବୁଙ୍କ ନାମକୁ କାଟି ଅଶ୍ବିନୀ ବୈଷ୍ଣବଙ୍କ ନାମ ଛପାଯାଇଛି। ହେଲେ ଦୁର୍ଭାଗ୍ୟବସତଃ ନାମ ବଦଳିଛି ସିନା ସୌମ୍ୟବାବୁଙ୍କ ଠିକଣା ଓ ଫୋନ ନମ୍ବର ବଦଳା ଯାଇ ନାହିଁ। ଫଳରେ ଡାଇରୀରୁ ଯେଉଁମାନେ ଅଶ୍ବିନୀବାବୁଙ୍କ ନମ୍ବର ଖୋଜି ପାଇଛନ୍ତି ସେମାନେ ସୌମ୍ୟବାବୁଙ୍କ ନମ୍ବରକୁ କଲ କରିଛନ୍ତି।

ତେବେ ଏହି ଘଟଣାଟି ଆଜି ଖୋଦ ସୌମ୍ୟବାବୁ ତାଙ୍କର ‘ସମ୍ବାଦ’ ଖବର କାଗଜରେ  ଲୋକ ଲୋଚନକୁ ଆଣିଛନ୍ତି। ଆମ ଘରର ହାଲଚାଲରେ ସେ ନିଜେ ଏହି କଥାକୁ ଉଲ୍ଲେଖ କରିଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ସଂପର୍କରେ ତାଙ୍କର ଏହି ଲେଖା ଭିତରେ ରହିଛି ଏହି ଭୁଲ ଫୋନ ନମ୍ବର ଘଟଣା।

ଘଟଣାଟିକୁ ସୌମ୍ୟବାବୁ କିପରି ଗ୍ରହଣ କରିଛନ୍ତି ତାହା ଭିନ୍ନ କଥା। କିନ୍ତୁ ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ଓଡିଶା ସରକାରୀ ଅଧିକାରୀଙ୍କ ଖାମଖିଆଲି ନିତି। ଜଣେ ଭିଆଇପିଙ୍କ ସଂପର୍କରେ ତଥ୍ୟ ଦେବା ବେଳେ ଡାଇରୀ ପ୍ରସ୍ତୁତ କରୁଥିବା ଅଧିକାରୀମାନେ କେତେ ସତର୍କ ଅଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରି ହୋଇପଡିଛି। ବର୍ତ୍ତମାନ ସୌମ୍ୟବାବୁ ଘଟଣାଟିକୁ ପଦାକୁ ଆଣିବାରୁ ଏହି ଭୁଲ ଜଣାପଡିଲା। ତେବେ ଏମିତି ଆହୁରେ କେତେକ ଭିଭିଆଇପିଙ୍କ ତଥ୍ୟ ଭୁଲ ନ ଥିବ ତାହା କହି ହେବ ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଧର୍ମ ପରିଚୟ ଲୁଚାଇ ବିବାହ କଲେ ହେବ କାର୍ଯ୍ୟାନୁଷ୍ଠାନ: ସବୁ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ରହିବ ସମାନ ନିୟମ

ନୂଆଦିଲ୍ଲୀ: ଏଣିକି ଧାର୍ମିକ ପରିଚୟ ଲୁଚାଇ ବିବାହ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଯଦି କୌଣସି ବ୍ୟକ୍ତି ନିଜର ଧର୍ମ ଲୁଚାଇ ଅନ୍ୟ ସମ୍ପ୍ରଦାୟର ମହିଳାଙ୍କୁ ବିବାହ କରନ୍ତି, ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଧର୍ମର ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ। ଆସାମର ବିଜେପି ସରକାର ଏଭଳି ଆଇନ ଆଣିବାକୁ ଯାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧର୍ମ ପରିଚୟ ଏବଂ ସୂଚନା ଲୁଚାଇ ଅନ୍ୟ ସମ୍ପ୍ରଦାୟରେ ବିବାହ କରୁଥିବା ମହିଳାଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବହୁତ ଶୀଘ୍ର ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଉଭୟ ହିନ୍ଦୁ ଏବଂ ମୁସଲାମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ହିନ୍ଦୁ ଯୁବକ ମଧ୍ୟ ନିଜର ପରିଚୟ ଲୁଚାଇ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ବିବାହ କରିପାରିବେ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଏହି ଆଇନ ଆଣିବା ଲାଗି ବିଜେପି ପ୍ରତିଶ୍ରୁତି ଦେଇଥିଲା। ‘ଲଭ ଜିହାଦ’ ବିରୋଧରେ ଆଇନ ଆଣିବ ବୋଲି ବିଜେପି ନିଜର ଘୋଷଣା ପତ୍ରରେ ଉଲ୍ଲେଖ କରିଥିଲା। ରାଜ୍ୟରେ ‘ଲଭ ଜିହାଦ’ ଏବଂ ‘ଲ୍ୟାଣ୍ଡ ଜିହାଦ’ର ମୂଳଉତ୍ପାଟନ କରିବା ଲାଗି ଉପଯୁକ୍ତ ଆଇନ ଓ ନୀତି ପ୍ରସ୍ତୁତ କରିବ ବୋଲି ବିଜେପି ଘୋଷଣା ପତ୍ରରେ ପ୍ରକାଶ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୨୮୨  ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୧୫ ଜଣ ଚିହ୍ନଟ ହୋଇଥିବା ବେଳେ ୯୬୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯ ହଜାର ୬୩୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୫୩୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୯୨ ଜଣ, କଟକ ଜିଲ୍ଲାରୁ ୨୮୯ ଜଣ, ଅନୁଗୁଳ ଜିଲ୍ଲାରୁ ୬୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୪୬ ଜଣ, ବରଗଡ ଜିଲ୍ଲାରୁ ୧୭ ଜଣ, ଭଦ୍ରକ ଜିଲ୍ଲାରୁ ୭୧ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୯ ଜଣ, ବୌଦ୍ଧ ଜିଲ୍ଲାରୁ ୧୦ ଜଣ, ଦେବଗଡ ଜିଲ୍ଲାରୁ ୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୫ ଜଣ, ଗଜପତି ଜିଲ୍ଲାରୁ ୮ ଜଣ, ଗଞ୍ଜାମ ଜିଲ୍ଲାରୁ ୧୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୭୩ ଜଣ, ଯାଜପୁର ଜିଲ୍ଲାରୁ ୧୧୧ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ, କନ୍ଧମାଳ ଜିଲ୍ଲାରୁ ୨୦ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬୨ ଜଣ, କେନ୍ଦୁଝର ଜିଲ୍ଲାରୁ ୫୧ ଜଣ, କୋରାପୁଟ ଜିଲ୍ଲାରୁ ୪୦ ଜଣ, ମାଲକାନାଗିରି ଜିଲ୍ଲାରୁ ୩୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୪୧ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ, ନୟାଗଡ ଜିଲ୍ଲାରୁ ୮୩ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୧୨୭ ଜଣ, ରାୟଗଡା ଜିଲ୍ଲାରୁ ୧୫ ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ ଜଣ, ସୋନପୁର ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୭ ଜଣ ଏବଂ ଷ୍ଟେଟ ପୁଲରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତୀୟ ଆମ୍ବର ଚାହିଦା ବିଦେଶରେ କିପରି ବଢିଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଟନଟନ ହେଉଛି ରପ୍ତାନୀ

ନୂଆଦିଲ୍ଲୀ, କରୋନା ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜକୁ ଖାତିର ନକରି ଭାରତ ଏହି ଋତୁରେ ଆମ୍ବ ରପ୍ତାନୀ ବ୍ୟବସାୟକୁ ସଂପ୍ରସାରଣ କରିଛି। ଏକ ପ୍ରମୁଖ ପଦକ୍ଷେପ ସ୍ବରୁପ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ମିଳିଥିବା ଜିଆଇ ସାର୍ଟିଫାଏଡ୍ ଫାଜିଲ୍ ଆମ୍ବ କିସମକୁ ବାହାରିନ ଦେଶକୁ ରପ୍ତାନି କରାଯାଇଛି। ଭାରତ ସରକାରଙ୍କ APEDA ରେ ପଞ୍ଜୀକୃତ କୋଲକାତାର DM ଉଦ୍ୟୋଗ ଦ୍ବାର ଏହି ଆମ୍ବ ରପ୍ତାନି ହୋଇଛି। ଏହାକୁ ବାହାରିନର ଅଲ ଜଜିରା ଗ୍ରୁପ କିଣି ନେଇଛି।

ରାଜ୍ୟରୁ ଆମ୍ବ ରପ୍ତାନି ବୃଦ୍ଧି ପାଇଁ APEDA ପଦକ୍ଷେପ ଆରମ୍ଭ କରିଛି। ଆମ୍ବ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏହା କ୍ରେତା-ବିକ୍ରେତା ମଧ୍ୟରେ ଭର୍ଚୁଆଲ୍ ବୈଠକ ଏବଂ ଫେଷ୍ଟିଭାଲର ଆୟୋଜନ ମଧ୍ୟ କରାଯାଉଛି। ବାହାରିନକୁ ଏହି ରପ୍ତାନୀ ପରେ କତାରର ଦୋହାକୁ ମଧ୍ୟ ଆମ୍ବ ରପ୍ତାନୀ ପାଇଁ ଅର୍ଡର ଆସିଛି। ଏହି ଦେଶକୁ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଜିଆଇ ମାର୍କା ନଅ ପ୍ରକାରର ଆମ୍ବ ରପ୍ତାନୀ କରାଯାଇଛି।

ରପ୍ତାନି ହୋଇଥିବା ଏହି ନଅ ପ୍ରକାର ଆମ୍ବ ହେଲା ପଶ୍ଚିମବଙ୍ଗ ମାଲଦାର ଖିରସାପାଟୀ, ଲକ୍ଷ୍ମଣଭୋଗ, ଫଜଲି, ଆମ୍ରପଲୀ ଏବଂ ଚାଉସା ଆମ୍ବ ରହିଛି। ସେହିପରି ପଶ୍ଚିମ ବଂଗର ନାଦିଆ ଅଞ୍ଚଳର ଦୁଶେରୀ ଆମ୍ବ ମଧ୍ୟ ଏଥିରେ ରହିଛି। ଉତ୍ତର ପ୍ରଦେଶର ମାଲିହାବାଦର ଦୁଶେରୀ ଆମ୍ବ ମଧ୍ୟ ରପ୍ତାନୀ କରାଯାଇଛି।

ଜୁନ୍, 2021 ରେ, ବହାରେନରେ ଏକ ସପ୍ତାହ ବ୍ୟାପୀ ଭାରତୀୟ ଆମ୍ବ ପ୍ରଦର୍ଶନୀର ଆୟୋଜିନ କରାଯାଇଥିଲା। ସେଠାରେ ପଶ୍ଚିମବଂଗରୁ ତିନୋଟି ଜିଆଇ ସାର୍ଟିଫିକେଟ୍ ଜାତିର ଆମ୍ବ ଖୀରସାପଟି ଏବଂ ଲକ୍ଷ୍ମଣଭୋଗ, ବିହାରର ଜରଡାଲୁ ଆମ୍ବ ସହିତ 16 ପ୍ରକାରର ଫଳ ପ୍ରଦର୍ଶିତ ହୋଇଥିଲା।

ବହରାଇନ୍‌ରେ  13 ଟି ଷ୍ଟୋର୍‌ ମାଧ୍ୟମରେ ଏହି ଆମ୍ବ କିସମ ବିକ୍ରି ହୋଇଥିଲା। ନିକଟରେ ଜର୍ମାନୀର ବର୍ଲିନଠାରେ ମଧ୍ୟ ଆମ୍ବ ମହୋତ୍ସବର ଆୟୋଜନ କରାଯାଇଥିଲା। ଏହି ଋତୁରେ ପ୍ରଥମ ଥର ପାଇଁ ଭାରତ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାର କୃଷକମାନଙ୍କଠାରୁ ଜିଆଇ ସାର୍ଟିଫିକେଟ୍ ମିଳିଥିବା ବାଇଗନପଲ୍ଲୀ ଏବଂ ଅନ୍ୟାନ୍ୟ କିସମର ପ୍ରାୟ 2.5 ମେଟ୍ରିକ ଟନ ଆମ୍ବ ପଠାଯାଇଛି।

ଭାରତରେ ଆମ୍ବକୁ ‘ଫଳର ରାଜା’ ବୋଲି ମଧ୍ୟ କୁହାଯାଏ। ଭାରତର ଅଧିକାଂଶ ରାଜ୍ୟରେ ଆମ୍ବ ବୃକ୍ଷରୋପଣ ହୋଇଥିବାବେଳେ ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକରେ ଏହି ଫଳର ମୋଟ ଉତ୍ପାଦନରେ ପ୍ରମୁଖ ଅଂଶ ରହିଛି। ଆଲଫୋନସୋ, କେସର, ଟୋଟାପୁରୀ ଏବଂ ବାଇଗନପଲ୍ଲୀ କିସମର ଆମ୍ବ ଭାରତରୁ ବେଶି ପରିମାଣର ରପ୍ତାନି ହେଉଛି। ମୁଖ୍ୟତଃ ବିଦେଶକୁ ତାଜା ଆମ୍ବ ବ୍ୟତିତ ଆମ୍ବ ରସ ଏବଂ ଆମ୍ବ ସରା ବା ମ୍ୟାଙ୍ଗୋ ସ୍ଲାଇସ କରାଯାଇ ବିଦେଶକୁ ରପ୍ତାନୀ କରାଇଥାଏ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଲଳ: ଜୁଲାଇ 11 ତାରିଖ ରବିବାରରେ ସାତୋଟି ରାଶି ଉପରେ ଅଛି ମା ଲକ୍ଷ୍ମୀଙ୍କ ଆର୍ଶିବାଦ

ମେଷ: ଆଜି ନୂତନ ସମ୍ପର୍କର ସାହାଯ୍ୟରେ ଆର୍ଥିକ ଅସୁବିଧା ଦୂର ହେବ, ସମ୍ପର୍କରେ ପରିବାର ସଦସ୍ୟଙ୍କ ବିରୋଧ ଯୋଗୁଁ ମନ ଦୁଃଖିତ ହେବ । ଆଜି ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସାମାଜିକ କଥାବାର୍ତ୍ତା ଆପଣଙ୍କୁ ଖୁସି ରଖିବ । ତୁମର ଦୁଃଖରେ ସମ୍ପର୍କୀୟମାନେ ଅଂଶୀଦାର ହେବେ । ସେମାନଙ୍କ ସମସ୍ୟାକୁ ସେମାନଙ୍କ ସହିତ ବାଣ୍ଟିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ । ଅନେକ ଜିନିଷ ତୁମର ଧର୍ଯ୍ୟ ପରୀକ୍ଷା କରିବ । ବିବାହିତ ଜୀବନ ସୁଖଦ ହେବ ।

ବୃଷ: – ଯୋଜନାଗୁଡ଼ିକର ଫଳପ୍ରଦତା ହେତୁ ଆଜି ଆପଣଙ୍କ ମନ ଖୁସି ହେବ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବେପରୁଆ ହୁଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ହେବ । ଆଜି ଆପଣ କର୍ମକ୍ଷେତ୍ରରେ ଆପଣଙ୍କର ଶକ୍ତି ଏବଂ ଦୁର୍ବଳତା ଜାଣିବାକୁ ସମର୍ଥ ହେବେ । ନିଜ ପତିଙ୍କୁ ନ ପଚାରି ଯୋଜନା ପ୍ରସ୍ତୁତ କରନ୍ତୁ ନାହିଁ ନଚେତ୍ ଆପଣ ସେମାନଙ୍କ ପକ୍ଷରୁ ନକାରାତ୍ମକ ମତାମତ ପାଇପାରିବେ । ଆଜି ଦୀର୍ଘ ଦିନର ସମସ୍ୟା ସମାପ୍ତ ହୋଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ।

ମିଥୁନ: – ଆଜି, କୈଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାଧାନ ହେବାର ସମ୍ଭାବନା ରହିବ ଯାହାକି ଦୀର୍ଘ ଦିନ ଧରି ଅବରୋଧ ହୋଇ ରହିଆସିଛି। ଶିକ୍ଷା ପ୍ରତିଯୋଗିତା ଦିଗରେ ପ୍ରୟାସ ଫଳପ୍ରଦ ହେବ । ତୁମର ପ୍ରବୃତ୍ତି ଆଧ୍ୟାତ୍ମିକତା ପ୍ରତି ରହିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଏକ ଅନୁକୂଳ ଦିନ । ବ୍ୟକ୍ତିଗତ ସମସ୍ୟା ନିୟନ୍ତ୍ରଣରେ ରହିବ । ତୁମର ଭାବନାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ । ମାନସିକ ଚାପକୁ ଏଡାଇବା ପାଇଁ କିଛି ଆକର୍ଷଣୀୟ ଏବଂ ଭଲ ପଢନ୍ତୁ । ତୁମର ବକ୍ତବ୍ୟ ଉପରେ ସଂଯମ ରଖ । ପାରିବାରିକ ପ୍ରସଙ୍ଗରେ ସାବଧାନ ରୁହନ୍ତୁ ।

କର୍କଟ: – ଆଜି ଏକମାତ୍ର ପ୍ରକୃତି ହେତୁ ମନ ସୃଜନଶୀଳ ଯୋଜନାଗୁଡ଼ିକୁ ଅର୍ଥପୂର୍ଣ୍ଣ କରିବାରେ ଅସମର୍ଥ ହେବ, ଯଦିଓ ସବୁକିଛି ଠିକ୍ ଅଛି, ଏହା ଘୃଣ୍ୟ ଅନୁଭବ କରିବ । ସାମାଜିକ ଏବଂ ଧାର୍ମିକ ଉତ୍ସବ ପାଇଁ ଏହା ଏକ ଭଲ ଦିନ । ବୃତ୍ତିଗତ ଭାବରେ ତୁମର ଭଲ କାମ ପାଇଁ ତୁମେ ସ୍ୱୀକୃତି ପାଇପାରିବ । ବ୍ୟବସାୟରେ ନୂତନ ସମ୍ଭାବନା ଅନୁସନ୍ଧାନ କରାଯାଇପାରିବ । ଆଜି ତୁମର ବିରୋଧୀମାନେ ସକ୍ରିୟ ରହିବେ । ଆର୍ଥିକ କ୍ଷେତ୍ରରେ ତୁମେ ସଫଳତା ପାଇବ । ବ୍ୟବସାୟ ଯୋଜନା ଫଳପ୍ରଦ ହେବ।

ସିଂହ: – ଆଜି କିଛି କାର୍ଯ୍ୟରେ ସଫଳତା ହେତୁ ଉତ୍ସାହ ବୃଦ୍ଧି ପାଇବ, ବାସ୍ତୁ ଭୋଗ ପାଇଁ ଇଚ୍ଛା ବଢିବ । ଏକାଗ୍ରତା ବଜାୟ ରଖନ୍ତୁ । ଗୋଟିଏ ଦିଗରେ କରାଯାଇଥିବା କଠିନ ପରିଶ୍ରମ ଭଲ ଫଳାଫଳ ଦେବ । ଆଜି ଏକ ଭଲ ଦିନ ହେବ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଏକ ଆରାମଦାୟକ ଏବଂ ଶାନ୍ତିପୂର୍ଣ୍ଣ ଦିନ ଉପଭୋଗ କରନ୍ତୁ । ଆଜି କୌଣସି ଅଜ୍ଞାତ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ ନାହିଁ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

କନ୍ୟା: – ଆଜି ଆପଣ ନିଜକୁ ଭଲ ଏବଂ ଆତ୍ମବିଶ୍ବାସୀ ଅନୁଭବ କରିବେ । କଳ୍ପନାରେ ବାସ କରିବା ବନ୍ଦ କର ଏବଂ ବସ୍ତୁ ଜଗତକୁ ଅନୁସରଣ କରିବାକୁ ଚେଷ୍ଟା କର, ଆଜି ମନ ପାରିବାରିକ ସମସ୍ୟା ଦ୍ୱାରା ବିଭ୍ରାନ୍ତ ହୋଇପାରେ । ପ୍ରେମ ପାଇଁ ସମୟ ଉପଯୁକ୍ତ ଅଟେ । ଏହା ଆପଣଙ୍କ ମାନସିକ ଶାନ୍ତି ଭଙ୍ଗ କରିବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ସାଥୀ ଏବଂ ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ । ଆଜି ଆପଣ ଏକାକୀ ଅନୁଭବ କରିପାରନ୍ତି, ଏହାକୁ ଏଡାଇବା ପାଇଁ, କୌଣସି ସ୍ଥାନକୁ ଯାଇ ସାଙ୍ଗମାନଙ୍କ ସହିତ କିଛି ସମୟ ବିତାନ୍ତୁ ।

ତୂଳା: – ଆଜି ତୁମର ଭାଗ୍ୟ ଦ୍ୱାରା ପ୍ରାପ୍ତ ସମସ୍ତ ଭଲ ଏବଂ ଖରାପ ପରିସ୍ଥିତି ସହିତ ଆପୋଷ ବୁଝାମଣା କର, କିଛି ନୂତନ ଯୋଗଦାନ ସାମ୍ନାକୁ ଆସିବ । ଘରୋଇ ଜୀବନ ଆରାମଦାୟକ ଏବଂ ଖୁସି ହେବ । ଆଜି ଆପଣ ଏହି ରୋଗରୁ ମୁକ୍ତି ପାଇବେ ଯାହା ଅନେକ ଦିନ ଧରି ଚାଲିଆସୁଛି । ଶତ୍ରୁମାନେ ବୃଦ୍ଧି ପାଇବେ । ଯଦି ଲୋକମାନେ ଆପଣଙ୍କ ସମସ୍ୟା ସହିତ ଆସନ୍ତି, ସେମାନଙ୍କୁ ଅଣଦେଖା କରନ୍ତୁ, ଆପଣଙ୍କର ଆଚରଣକୁ ସକାରାତ୍ମକ ରଖନ୍ତୁ । ଶୀଘ୍ର ସଫଳତାର ଦ୍ୱାର ଖୋଲିବ ।

ବିଛା : – ଆଜି ମନ ଆପଣଙ୍କ ପରିବାର ସଦସ୍ୟଙ୍କ ଆରାମ ପାଇଁ ଚିନ୍ତିତ ହେବ, ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପରିବର୍ତ୍ତେ ଆପଣଙ୍କ ଦିନଟି ମଜାଳିଆରେ ବିତାଇବେ । ଭ୍ରମଣ ନୂତନ ବ୍ୟବସାୟର ସୁଯୋଗ ଖୋଲିବ । କୌଣସି ପଦକ୍ଷେପ ନେବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ । ଆଜି ଆପଣ ଏକ ପୁରୁଣା ବନ୍ଧୁଙ୍କୁ ଭେଟିବେ । ପରିବାର ସଦସ୍ୟମାନେ ଆପଣଙ୍କ ଉପରେ ଖୁସି ହେବେ ଏବଂ ଘରେ ଶାନ୍ତି ରହିବ । ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଚଳନଶୀଳ ଏବଂ ଅସ୍ଥାବର ସମ୍ପତ୍ତି ଦିଗରେ ସଫଳତା ମିଳିବ ।

ଧନୁ : – ଆଜି ଆପଣଙ୍କ ଘରୋଇ ଦାୟିତ୍ବରେ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ଅଛି, କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାଧାନରେ ମନ ଖୁସି ହେବ । ଶିଶୁର ବିଫଳତା ଆପଣଙ୍କୁ ଅସୁବିଧାରେ ପକାଇପାରେ । କୌଣସି ପଦକ୍ଷେପ ନେବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ନିଶ୍ଚିତ ହୁଅନ୍ତୁ । ତୁମର ପ୍ରତିଦ୍ୱନ୍ଦୀମାନେ ତୁମକୁ ପ୍ରାଧାନ୍ୟ ଦେଇପାରନ୍ତି । ଖର୍ଚ୍ଚ ବଢିବ କିନ୍ତୁ ଏହା ବିଷୟରେ ଚିନ୍ତା କର ନାହିଁ । ଭ୍ରମଣ ପାଇଁ ଭଲ ଦିନ । ବ୍ୟବସାୟ ପ୍ରସଙ୍ଗରେ ଭାବପ୍ରବଣ ନିଷ୍ପତ୍ତି ନିଅ ନାହିଁ ।

ମକର : – ଆଜି ଗ୍ରହ ସ୍ୱାସ୍ଥ୍ୟର ଅନୁକୂଳ କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାରେ ଅସମର୍ଥତା ମନରେ ନିରାଶା ସୃଷ୍ଟି କରିବ । ଆଜି ସମ୍ପର୍କୀୟଙ୍କୁ ସମୟ ଦିଅ । ଋଣ ମାଗୁଥିବା ଲୋକଙ୍କୁ ଅଣଦେଖା କରନ୍ତୁ । ଆଜି, ଟିକିଏ କଠିନ ପରିଶ୍ରମ ସହିତ, ପୂର୍ଣ୍ଣ ଫଳାଫଳ ଆଶା କରାଯାଏ । ଏକ ନୂତନ ସମ୍ପତ୍ତି କିଣିବା ପାଇଁ ଆଜି ଏକ ଶୁଭ ଦିନ । ଯାତ୍ରା ଆପଣଙ୍କ ପାଇଁ ଉପଭୋଗ୍ୟ ଏବଂ ଅତ୍ୟନ୍ତ ଲାଭଦାୟକ ହେବ । ଶିଶୁର ଦାୟିତ୍ ପୂରଣ ହେବ । ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

କୁମ୍ଭ: – ଆଜି ସକରାତ୍ମକ ଚିନ୍ତାଧାରା ନିଶ୍ଚିତ ଭାବରେ ତୁମର ନୂତନ ଦିଗରେ ରଙ୍ଗ ଆଣିବ, ସକରାତ୍ମକ ଚିନ୍ତାଧାରା ଗ୍ରହଣ କରିବ, ଜୀବନକୁ ସଠିକ୍ ଦିଗ ଦେବ । ତୁମକୁ ଆବଶ୍ୟକ କରୁଥିବା ସାଙ୍ଗମାନଙ୍କୁ ପରିଦର୍ଶନ କର । ସମସ୍ୟାଗୁଡିକ ବିଷୟରେ ଅଧିକ ଚିନ୍ତା କରନ୍ତୁ ନାହିଁ । ଯୋଜନା ଏବଂ ମନୋଭାବରେ ପରିବର୍ତ୍ତନ ହୋଇପାରେ । ଆଜି ଗାଡି ଚଲାଇବା କିମ୍ବା ରାସ୍ତା ଅତିକ୍ରମ କରିବା ସମୟରେ ଅତ୍ୟନ୍ତ ସତର୍କ ରୁହନ୍ତୁ । ଦାମ୍ପତ୍ୟ ଜୀବନ ପାଇଁ ଏହା ଏକ ଭଲ ଦିନ । ଅନ୍ୟମାନଙ୍କଠାରୁ ସହଯୋଗ ନେବାରେ ସଫଳତା ପାଇବେ ।

ମୀନ: ଆଜି ଆପଣଙ୍କର ଭବିଷ୍ୟତ ଚିନ୍ତାଧାରା ଆପଣଙ୍କ ମନ ଉପରେ ପ୍ରଭାବଶାଳୀ ହେବ, କଳ୍ପନାରେ ବଞ୍ଚିବା ବନ୍ଦ କରନ୍ତୁ ଏବଂ ବସ୍ତୁ ଜୀବନକୁ ଅନୁସରଣ କରନ୍ତୁ । ବ୍ୟବସାୟରେ କୌଣସି ଠକେଇ ପାଇଁ ଆଖି ଓ କାନ ଖୋଲା ରଖନ୍ତୁ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଭୁଲ ବୁଝାମଣା ହେତୁ ଆପଣଙ୍କର ସମ୍ପର୍କ କିଛି ସମୟ ପାଇଁ ଭଲରେ ଚାଲିନଥିଲା ଆଜି ତାହା ହଟିଯିବ । ଅନେକ ଦିନ ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ଆଜି ମିଳିପାରିବ । ଆପଣ ଏକ ବିଶେଷ ବ୍ୟକ୍ତିଙ୍କଠାରୁ ସମର୍ଥନ ପାଇବେ ।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଚଳିତ ବର୍ଷର ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଜି ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡ. ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକ ଭୂୟାଁ, ସି.ଜେ.ଏମ୍  ପ୍ରିୟରଞ୍ଜନ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍  ଶଶୀରେଖା ମିଶ୍ର, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର ସୁଦିପା ପାତ୍ର, ମହିଳା କୋର୍ଟ ଜଜ୍ ରଶ୍ମିତା ସାହୁ, ମୁନସିଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ସୁପରିଚାଳନା କରିଥିଲେ।

ଉକ୍ତ ଲୋକ ଅଦାଲତରେ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ସମସ୍ତ ନିୟମ ପାଳନ କରାଯିବା ସହିତ ସାମାଜିକ ଦୂରତା ରକ୍ଷାକରି ମୋକଦ୍ଦମା ଗୁଡିକର ବିଚାର କରାଯାଇ ଆପୋଷ ସମାଧାନ କରାଯାଇଥିଲା। ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ପି.ପି ନଳିନୀ କାନ୍ତ ମହାରଣା ,ଜି.ପି ସଲିଲ ଘୋଷ, ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ ଓ ସମାଜସେବୀ ସୁଷମା ପ୍ରଧାନ ସଭ୍ୟ ଭାବରେ ମୋକଦ୍ଦମାର ପରିଚାଳନା କରିଥିଲେ।

ବିଶେଷକରି ଦୁର୍ଘଟଣା ଜନିତ କ୍ଷତିପୂରଣ, ଫୌଜଦାରୀ, ଦେୱାନୀ, ପାରିବାରିକ ଏବଂ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଞ୍ଚଳରେ ଥିବା ବ୍ୟାଙ୍କ୍ କେସ୍ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଥିଲା।

ସମୁଦାୟ ୯୬୬ ମାମଲାରୁ ୧୩୦ଟି ସଫଳତାର ସହ ଫଇସଲା ହେବା ସହିତ ୧.୦୬.୫୮.୦୧୧ ଟଙ୍କା ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କ୍ କେସ୍ ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମାରେ ୯୬୦ଟି ମାମଲାରୁ ୪୮ଟି ସଫଳତାର ସହିତ ଫଇସଲା ହେବା ସହ ୬.୫୮.୯୦୦ ଟଙ୍କା ଆଦାୟ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ବଡ କାର୍ଯ୍ୟାନୁଷ୍ଠାନ: ଜମ୍ମୁରୁ ବହିସ୍କୃତ ହେଲେ ୧୧ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦେଶ ବିରୋଧୀ କାର୍ଯ୍ୟକଳାପ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିସ୍କୃତ କରାଯାଇଛି। ସମ୍ବିଧାନର ଧାରା ୩୧୧ (୨, ସି) ଅନୁଯାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ଚାକିରିରୁ ବହିସ୍କୃତ ହୋଇଥିବା ୧୧ ଜଣଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗ ଓ ୩ ଜଣ ବଡଗାମ ଜିଲ୍ଲାର ସରକାରୀ କର୍ମଚାରୀ ଅଛନ୍ତି। ସେହିଭଳି ଶ୍ରୀନଗର, ପୁଲୱାମ ଏବଂ କୂପୱାଡାରୁ ଜଣେ ଲେଖାଏଁ ସରକାରୀ କର୍ମଚାରୀଙ୍କୁ ବହିସ୍କୃତ କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଶିକ୍ଷା ବିଭାଗ କର୍ମଚାରୀ, ୨ ଜଣ ଜମ୍ମୁ-କାଶ୍ମୀର ପୋଲିସ ଏବଂ କୃଷି, ଦକ୍ଷତା ବିଭାଗ, ବିଦ୍ୟୁତ, ଏସକେଆଇଏମଏସ  ଏବଂ ସ୍ୱାସ୍ଥ୍ୟ ବିଭାଗରୁ ଜଣେ ଲେଖାଏଁ କର୍ମଚାରୀ ବହିସ୍କୃତ ହୋଇଛନ୍ତି।

ଆତଙ୍କବାଦୀ ବିଚାରଧାରାକୁ ସମର୍ଥନ କରିବା ଓ ପ୍ରଚାର କରିବା ଅଭିଯୋଗରେ ଅନନ୍ତନାଗ ଜିଲ୍ଲାର ଦୁଇ ଜଣଙ୍କ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହାସହିତ ପୋଲିସ ବିଭାଗ ଭିତରୁ ଆତଙ୍କବାଦୀଙ୍କୁ ସମର୍ଥନ ଏବଂ ଗୁପ୍ତ ସୂଚନା ସହ ସାହାଯ୍ୟ କରିବା ଅଭିଯୋଗରେ ଜମ୍ମୁ-କାଶ୍ମୀରର ଦୁଇଜଣ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଆଉ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସିଧା ସଳଖ ଆତଙ୍କବାଦୀଙ୍କ ସହ ସାମିଲ ଥିବା ଏବଂ ଆତଙ୍କବଦୀ ସଂଗଠନ ହିଜବୁଲ ପାଇଁ କାର୍ଯ୍ୟ କରିବା ସହ ଦୁଇ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଘରେ ରଖି ସାହାଯ୍ୟ କରୁଥିବା ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ କଲା କିସିଣ୍ଡା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ ପୁର୍ବ ଶତୃତାକୁ କେନ୍ଦ୍ରକରି ଜଣେ ବୃଦ୍ଧକୁ ଟାଙ୍ଗିଆରେ ଆକ୍ରମଣ ହୋଇଥିଲା। ହେଲେ ଆକ୍ରମଣ କରିବା ପରେ ଅଭିଯୁକ୍ତଜଣଙ୍କ ଫେରାର୍ ହୋଇଯାଇଥିଲା। ଗତକାଲି ରାତିରେ ଅଭିଯୁକ୍ତଜଣଙ୍କୁ କିସିଣ୍ଡା ପୋଲିସ୍ ଗିରଫ କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୯ ଜୁଲାଇ ସକାଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ହିରାଲଇ ଗ୍ରାମର ରଘୁ ଦେହୁରୀ (୬୦)ଗାଁ ଛକରେ ଥିବା ବେଳେ ଗ୍ରାମର କମ୍ଭୁ ପଟ୍ଟନାୟକ ନାମକ ଜଣେ ଯୁବକ ରଘୁର ମୁଣ୍ଡକୁ ଏକ ଟାଙ୍ଗିଆରେ ହାଣି ପକାଇଥିଲା। ଗାଁ ଲୋକମାନେ ପାଟିତୁଣ୍ଡ କରିବାରୁ ଟାଙ୍ଗିଆ ଛାଡି ଆକ୍ରମଣ କାରୀ ଫେରାର ହୋଇଯାଇଥିଲା। ରଘୁର ବେକକୁ କମ୍ଭୁ ଟାଙ୍ଗିଆରେ ଚୋଟ ମାରିବାକୁ ଉଦ୍ୟମ କରୁଥିବାବେଳେ ସୌଭାଗ୍ୟକୁ ରଘୁ ବେକକୁ ନୁଆଁଇ ଦେବାରୁ ନିଜ ମୁଣ୍ଡରେ ଟାଙ୍ଗିଆଟି ବାଜି ଯାଇଥିଲା। ସେଠାରେ ସେ ତଳେ ପଡିଯାଇଥିଲେ।

ଆହତ ରଘୁକୁ ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ପୂର୍ବ ଶତୃତାରୁ ଏହି ଆକ୍ରମଣ ହୋଇଥିବା ବେଳେ ଆକ୍ରମଣକାରୀ କମ୍ଭୁ ଫେରାର ହୋଇଯାଇଥିଲା।

ଗତକାଲି ରାତିରେ କିସିଣ୍ଡା ପୋଲିସ୍ ଆକ୍ରମଣ କାରୀ କମ୍ଭୁ ପଟ୍ଟନାୟକକୁ ତାର ଘରୁ ଗିରଫ କରିବାରେ ସଫଳ ହୋଇଥିଲା। ଆହତ ରଘୁ ଦେହୁରୀର ଅଭିଯୋଗ କ୍ରମେ କିସିଣ୍ଡା ଥାନା କେସ୍ ନଂ ୩୯/୨୦୨୧ଦଫା ୩୪୧, ୩୦୭ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣା ପଡଛିି। ଆଜି ଆକ୍ରମଣକାରୀ କମ୍ଭୁ ପଟ୍ଟନାୟକକୁ କୋର୍ଟଚାଲାଣ କରାଯାଇଥିବା କିସିଣ୍ଡା ଏସ୍‌.ଆଇ ରାମେଶ୍ୱର ସିଂ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ: ରୋଗୀ ସଂପର୍କୀୟଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲେ ଡାକ୍ତର

ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଡାକ୍ତରଙ୍କୁ ରୋଗୀଙ୍କସମ୍ପର୍କୀୟମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବହିଃବିଭାଗକୁ ପଶି ଡାକ୍ତରଙ୍କୁ ୬ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସମ୍ପୃକ୍ତ ଡାକ୍ତର ଜଣଙ୍କ ଲହୁ ଲୁହାଣ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ନୟାଗଡ ଜିଲ୍ଲା ଚାନ୍ଦପୁର ଶାସ୍ତ୍ରୀନଗରର ଜଣେ ମହିଳା ଚିକିତ୍ସା ପାଇଁ ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଜଣେ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ। କିନ୍ତୁ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେହି ଶିଶୁର ଚିକିତ୍ସା କରିଥିଲେ।

ଏଥିରେ ମହିଳା ରୋଗୀଙ୍କ ସଂପର୍କୀୟ ଉତ୍ୟକ୍ତ ହୋଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମାଡ ମାରିଥିଲେ। ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତରଙ୍କ ଆଖି, ବେକ, ମୁହଁରେ ଆଘାତ ଲାଗିଛି। ଏହା ସହ ଡାକ୍ତରଙ୍କୁ ଜୀବନରେ ମାରି ଦେବା ପାଇଁ ଦୁର୍ବୁତ୍ତମାନେ ଧମକ ଦେଇଥିଲେ। ଆକ୍ରମଣର ଶୀକାର ହୋଇଛନ୍ତି ଡାକ୍ତର ସୁଭାଶିଷ ଷଡଙ୍ଗୀ। ଆକ୍ରମଣ ସମୟରେ ସେଠାରେ ଉପସ୍ଥିତ ଥିବା ମେଡିକାଲର ସୁରକ୍ଷା କର୍ମୀ, ଆଟେଣ୍ଡାଣ୍ଟ ଡାକ୍ତରଙ୍କୁ ଵଂଚାଇବାକୁ ଯାଇ ଆକ୍ରମଣର ଶିକାର ମଧ୍ୟ ହୋଇଥିଲେ। ବର୍ତ୍ତମାନ ମେଡିକାଲରେ ରୋଗୀ ସେବା ବନ୍ଦ ରହିଛି। ଖବର ପାଇ ଟାଙ୍ଗୀ ଅତିରିକ୍ତ ତହସିଲଦାର ସରତ ଦେହୁରୀ, ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକ ଓ ପୋଲିସ୍ ଫୋର୍ସ ମେଡିକାଲରେ ପହଞ୍ଚିଥିଲା।

ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ, ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଟାଙ୍ଗୀ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଥିବା ବେଳେ ସମସ୍ତ ଅଭିଯୁକ୍ତମାନେ ଗୋଟିଏ ପରିବାର ବୋଲି ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି ଓଡ଼ିଆର ମଉଡ଼ମଣି: ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ଓଡ଼ିଶାର ବିଦ୍ୱାନମାନଙ୍କର ଅଗ୍ରଣୀ ଅନୁଷ୍ଠାନ, ଉତ୍କଳ ବିଦ୍ୱତ ପରିଷଦ ତରଫରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଉଦ୍‌ଘାଟିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରାଜଭବନରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ‘ଇତିହାସ ପୃଷ୍ଠାରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା’ ସମ୍ବନ୍ଧୀୟ ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ଭାଷଣରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜ ବକ୍ତବ୍ୟରେ କହିଲେ ଯେ, ‘ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି ଓଡ଼ିଆର ମଉଡ଼ମଣି। ଏ ଜାତିର ପ୍ରାଣ ଓ ପରିଚୟ। ଇତିହାସକୁ ଅବଲୋକନ କଲେ ଜଣାଯାଏ ବହୁ ଘାତ ପ୍ରତିଘାତ ଭିତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ଓଡ଼ିଆମାନେ ରକ୍ଷା କରିବାକୁ ଅନେକ ବଳିଦାନ ଦେଇଛନ୍ତି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅତିଶୀଘ୍ର ଏ କରୋନା ମହାମାରୀ ଦୂର ହେଉ ଏବଂ ଜନସାଧାରଣ ପୁନର୍ବାର ଶାନ୍ତି ଓ ମୈତ୍ରୀର ବାତାବରଣରେ ଜୀବନଯାପନ କରନ୍ତୁ।’

ପୁରୀ ଗଜପତି ମହାରାଜା କହିଲେ ଯେ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। ସ୍କନ୍ଧପୁରାଣ, ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରୁ ଜଣାଯାଏ ଯେ ରାଜା ଇନ୍ଦଦ୍ୟୁମ୍ନଙ୍କ ଠାରୁ ଏ ପରମ୍ପରା ଆରମ୍ଭ ହୋଇଛି। ପ୍ରତ୍ୟେକ ଶ୍ରୀଜଗନ୍ନାଥପ୍ରେମୀ ସ୍କନ୍ଧପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟ ପଢି ମହାପ୍ରଭୁଙ୍କ ବିଷୟରେ ଅଧିକରୁ ଅଧିକ ଜାଣିଲେ ଆମ ସଂସ୍କୃତି ଓ ପରମ୍ପରା ରକ୍ଷା ହୋଇପାରିବ।

ବରେଣ୍ୟ ବକ୍ତାମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ, ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଧର୍ମଶାସ୍ତ୍ରବିତ୍ ଡଃ ଅତୁଲ କୁମାର ନନ୍ଦ, ଐତିହ୍ୟ ବିଶାରଦ ଡଃ ସୁରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ଉପରେ ତଥ୍ୟ ଓ ତତ୍ତ୍ୱଭିତ୍ତିକ ପ୍ରବନ୍ଧମାନ ଉପସ୍ଥାପନ କରିଥିଲେ।

ପ୍ରାରମ୍ଭରେ ସ୍ୱାଗତ ଭାଷଣ ଆନ୍ତରାଷ୍ଟ୍ରୀୟ ହିନ୍ଦୁ ମହାସଭାର ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ, ଅତିଥି ପରିଚୟ ପ୍ରଦାନ, ଉତ୍କଳ ବିଦ୍ୱତ ପରିଷଦର ଉପଦେଷ୍ଟା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ବନ୍ଧରେ ପ୍ରାଥମିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଐତିହ୍ୟ ସଂରକ୍ଷଣ ପରିଷଦର ସମ୍ପାଦକ ଦେବୀ ପ୍ରସନ୍ନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ବିଜୟଚନ୍ଦ୍ର ବ୍ରହ୍ମା, ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ ଓ ସୌମ୍ୟାଶ୍ରୀ ଆଶୀର୍ବାଦମ। ଆଜିର କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ତିରୁପତିରୁ ଡଃ ଜ୍ଞାନ ରଞ୍ଜନ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପଣ୍ଡିତ ବିନୋଦ ବିହାରୀ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।