Categories
ଆଜିର ଖବର ଧର୍ମ

ସୋମବାରରେ ଏହି ରାଶିର ବ୍ୟକ୍ତିମାନେ କ୍ଷତିର ହେବେ ସମ୍ମୁଖୀନ

ବୃଷ- ଆଘାତ, ଚୋରି ଏବଂ ବିବାଦ ଯୋଗୁଁ କ୍ଷତି ସମ୍ଭାବନା। ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ। ନିଜର ବ୍ୟବସାୟ ଜାରି ରଖ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।

ମିଥୁନ- ସରକାରୀ ପ୍ରତିବନ୍ଧକ ଦୂର ହେବ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।  ଉପକୃତ ହେବ । ଠିକ୍ ସମୟରେ ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବା। ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସିନେମା

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ଶୁଭାରମ୍ଭ

ଭୁବନେଶ୍ୱର, ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟୁ୍ୟବ୍‌ ଚ୍ୟାନେଲ୍‌ ଆଜି ଶୁଭାରମ୍ଭ ହୋଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭିଜୁଆଲ୍‌ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି ।

ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏହି ୟୁ-ଟୁ୍ୟବ୍‌କୁ ଆଜି ଲୋକାର୍ପଣ କରିଛନ୍ତି । ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତରୁ ଏହି ୟୁ-ଟୁ୍ୟବ୍‌ ଶୁଭାରମ୍ଭ କରାଯାଇଥିଲା । ୟୁ-ଟୁ୍ୟବ୍‌ ପ୍ରସ୍ତୁତ କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ଏବଂ ଓଡ଼ିଶା ଡଟ୍‌ କମ୍‌ର ସହାୟତାରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ରାଜ୍ୟରୁ ସଂଗୃହିତ ହେଲା ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ରବିଧାନ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ ଜରିଆରେ ରାଜ୍ୟର ୧୪ଟି ଜିଲ୍ଲାରୁ ଅଦ୍ୟାବଧି ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ସେମାନଙ୍କ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ପ୍ୟାକ୍ସ ଓ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । ତନ୍ମଧ୍ୟରୁ ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କର ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼, ଜଳସେଚିତ ଜମିର ପରିମାଣ ଇତ୍ୟାଦିର ଯାଞ୍ଚ ପ୍ରକ୍ରିୟା ସରିଛି । ଏଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ଧାନ କିଣାଯାଇଛି, ଯାହାର ମୂଲ୍ୟ ପ୍ରାୟ ୭୯୩ କୋଟି ଟଙ୍କା ।

ଚଳିତ ରବିରେ ଅଦ୍ୟାବଧି ରାଜ୍ୟର ୧୦୨୦ଟି ଧାନସଂଗ୍ରହ କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଅଛି । ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଧାନସଂଗ୍ରହ କରାଯାଉଥିବାବେଳେ ଖୁବ୍‌ଶୀଘ୍ର ଅନ୍ୟ ତିନୋଟି ଜିଲ୍ଲା: କୋରାପୁଟ, ଖୋର୍ଦ୍ଧା ଓ ଯାଜପୁରରୁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ମଇ ମାସରୁ ଆରମ୍ଭ ହୋଇଥିବା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଦ୍ୟାବଧି ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ୨ ଲକ୍ଷ ୮ ହଜାର ୮୯ ମେଟି୍ରକ୍‌ ଟନ୍‌, ସୁବର୍ଣ୍ଣପୁରରେ ୮୧,୮୨୪ ମେଟି୍ରକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟି୍ରକ୍‌ ଟନ ଓ କଳାହାଣ୍ଡି ଜିଲ୍ଲାରେ ୫୦,୬୧୦ ମେଟି୍ରକ୍‌ ଟନ୍‌ ଧାନସଂଗ୍ରହ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଣ ପାଇଁ ରାଜ୍ୟ ସରକାର ପୁଣି ଥରେ ଲକଡାଉନର ଅବଧୀ କଲେ ବୃଦ୍ଧି, ଜାଣନ୍ତୁ ଏହାର କାରଣ

ଭୁବନେଶ୍ବର, ଦୁଇ ଥର ରାଜ୍ୟରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ରୁ ଅନେକ ସଫଳତା ମିଳିଛି। ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁପାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛି । ଏହି ସଫଳତାକୁ ଆଖିରେ ରଖି ଲକ୍‌ଡାଉନ୍‌ ଅବଧି ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ ଯେ ପଶ୍ଚିମାଞ୍ଚଳର କେତେକ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଓ ଅନୁଗୋଳ ଆଦି ଉପକୂଳ ଜିଲ୍ଲାମାନଙ୍କରେ ସଂକ୍ରମଣ ହ୍ରାସର ହାର କମ ରହିଛି । ଏବେ ରାଜ୍ୟରେ ମୋଟାମୋଟି କୋଭିଡ୍‌ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍‌ ପରୀକ୍ଷା, ଚିକିତ୍ସା, ହସ୍‌ପିଟାଲରେ ଶଯ୍ୟା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି ।

ଦୈନିକ କୋଭିଡ୍‌ ପରୀକ୍ଷାକୁ ୪୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛି । ଅଧିକ ପରୀକ୍ଷା କରାଯାଉଥିଲେ ସୁଦ୍ଧା ପଜିଟିଭ ହାର ବଢ଼ିନାହିଁ । କୋଭିଡ୍‌ ମହାମାରୀ ସହ ଓଡ଼ିଶା ‘ୟାସ୍‌’ ପରି ଅତି ଭୀଷଣ ବାତ୍ୟାର ସମ୍ମୁଖୀନ ହୋଇଛି । ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଅଣାଯାଇଥିଲା । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି ଏବଂ ଏଥିରେ ବହୁ କର୍ମଚାରୀ ଦିନରାତି କାର୍ଯ୍ୟ କରୁଛନ୍ତି । ଏସବୁ ସ୍ଥାନରେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଏହି ସମସ୍ତ ସ୍ଥିତି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକ୍‌ଡାଉନ୍‌ର ଅବଧି ୧୬ ଦିନ ପାଇଁ ବୃଦ୍ଧି କରାଗଲା ।

ଏହା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । ୧-ବର୍ତ୍ତମାନ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସମୟରେ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବ । ବାହାଘର, ବ୍ରତଘର, ଭୋଜି, ସାମାଜିକ ଓ ଧାର୍ମିକ ସମାବେଶ ଆଦି ଉ ପରେ ପୂର୍ଣ୍ଣ କଟକଣା ରହିବ ।

ପୂର୍ବ ପରି କଟକଣାମୁକ୍ତ ଥିବା ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକୀୟ ସେବା ଯଥା: ପାନୀୟ ଜଳଯୋଗାଣ, ଟେଲିକମ୍‌ ଓ ବିଦୁ୍ୟତ ସେବା ଆଦି ଚାଲୁ ରହିବ । ଦ୍ରବ୍ୟ ପରିବହନ, ଶିଳ୍ପ ଓ କଳକାରଖାନା କାମ ଆଦି ମଧ୍ୟ ପୂର୍ବ ପରି ଚାଲୁ ରହିବ। ନୂଆପଡ଼ା,ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର ଶତକଡ଼ା ୧୦ତଳକୁ ହ୍ରାସ ପାଇବାର ଲକ୍ଷ୍ୟ କରାଯାଇଛି । ଏହି ତିନି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ମଧ୍ୟ ଲଗାତାର ଭାବରେ ହ୍ରାସ ପାଉଛି । ତେଣୁ ଏହି ଜିଲ୍ଲାମାନଙ୍କରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ କରାଯାଇଛି ।

ଏହି ତିନୋଟି ଜିଲ୍ଲାରେ ଅତ୍ୟାବଶ୍ୟକ ପଦାର୍ଥ ପାଇଁ ଦୋକାନଗୁଡ଼ିକ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲାରହିବ । ଅନ୍ୟ ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନ ସକାଳ ୭ଟାରୁ ପୂର୍ବହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଉପରୋକ୍ତ ତିନୋଟି ଜିଲ୍ଲାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ ସେଲୁନ, ପାର୍ଲର ଓ ମଲ ଆଦି ଖୋଲିବ ନାହିଁ ।

ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଗଲେ ଏହି ତିନୋଟି ଜିଲ୍ଲା ପାଇଁ କରାଯାଇଥିବା କୋହଳକୁ ପ୍ରତ୍ୟାହାର କରାଯିବ । ପୁନଶ୍ଚ ମୁଖ୍ୟ ଶାସନ ସଚିବ କହିଥିଲେ ଯେ କିଛି ଲୋକଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ବିପଦଗ୍ରସ୍ତ ହେଉଛନ୍ତି । କୋଭିଡ୍‌ ମହାମାରୀ ଚଳନ୍ତି ଶତାବ୍ଦୀର ବଡ଼ ବିପର୍ଯ୍ୟୟ । ଏହାର ଭୟାବହତାକୁ ଉ ପଲବ୍ଧି କରି କୋଭିଡ୍‌ ନିୟମର ପୂର୍ଣ୍ଣ ପାଳନ କରିବା ସହ ଜନସାଧାରଣ ନିଜର ସହଯୋଗ ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ ୫ଜଣ ନେତାଙ୍କୁ କୋଭିଡ ସେବକ ଭାବେ ଦେଲା ନିଯୁକ୍ତି

ଭୁବନେଶ୍ୱର, ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜାତୀୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓଡ଼ିଶାର ୫ ଜଣଙ୍କୁ “କଂଗ୍ରେସ କୋଭିଡ ସେବକ” ଭାବେ ଦାୟିତ୍ୱ ଦେଇଛନ୍ତି। ଏ ନେଇ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମ ର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ” ଭାବେ ମନୋନୀତ ହୋଇଥିବା ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ ପାଂଚଜଣ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଂଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ।

Categories
ଫଟୋ ଖବର

ପୁରୀର ନରେନ୍ଦ୍ର ପୁଷ୍କରଣୀରେ ଚନ୍ଦନଯାତ୍ରା ପାଇଁ ମହାପ୍ରଭୃ ଖେଳୁଛନ୍ତି ଚାପ

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଫଟୋ ଖବର

ପୁରୀରେ ଚନ୍ଦନଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରଣୀରେ ଚାଲିଛି ପ୍ରଭୃଙ୍କ ବିଭିନ୍ନ ନିତିକାନ୍ତି

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଫଟୋ ଖବର

ଶ୍ରୀଜଗନ୍ନାଥଙ୍କ ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ, ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଙ୍ଗଲି କନ୍ଦା ସଂଗ୍ରହ କରିବାକୁ ଯାଇ ବଡମାଳରେ ହାତୀ ଆକ୍ରମଣରେ ଜଣେ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଅପରାହ୍ନରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଘୋଷରାମାଳ ପଂଚାୟତର ବଡମାଳ ଗ୍ରାମର ଜଣେ ବୃଦ୍ଧ ଲୁହାପଙ୍କ ସେକ୍ସନର ଦଲକି ଖେସଡା ଜଙ୍ଗଲକୁ ଜଙ୍ଗଲି କନ୍ଦା ସଂଗ୍ରହ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ବଡମାଳ ଗ୍ରାମର ଭାର୍ଜିଲ୍ ଲାକଡା (୫୬) ନାମକ ବ୍ୟକ୍ତି ଗ୍ରାମର କେତେଜଣ ଲୋକମାନଙ୍କ ସହ ରେଢାଖୋଲ ରେଞ୍ଜ ଅଧୀନସ୍ଥ ଲୁହାପଙ୍କ ସେକ୍‌ସନ୍ ଦଲକି ଖେସଡା ଜଙ୍ଗଲକୁ ଜଙ୍ଗଲି କନ୍ଦା ସଂଗ୍ରହ ପାଇଁ ଯାଇଥିଲେ। ପାଖାପାଖି ଅପରାହ୍ନ ୩ ଟା ସମୟରେ ସେମାନେ ଏକ ଦନ୍ତା ହାତୀ ହାବୁଡରେ ପଡିଯାଇ ଥିଲେ। ଅନ୍ୟମାନେ ଦଉଡି ପଳାଇ ଯାଇଥିବା ବେଳେ ଭାର୍ଜିଲ ଲାକଡା ଦଉଡି ନ ପାରି ହାତୀ ହାବୁଡରେ ପଡି ଯାଇଥିଲେ। ହାତୀଟି ଭାର୍ଜିଲ କୁ ଦଳି ଚକଟି ମାରି ଦେଇ ପଳାଇ ଯାଇଥିଲା।

ମୃତ ବ୍ୟକ୍ତିର ଖଣ୍ଡ ବିଖଣ୍ଡିତ ଶରୀର ବିଭିନ୍ନ ଅଂଶକୁ ବନବିଭାଗ ଜବତ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି ବନ ବିଭାଗ। ଖବର ପାଇ ବନବିଭାଗର ଫରେଷ୍ଟର ଧର୍ମୁ ପ୍ରଧାନ, ଫରେଷ୍ଟଗାର୍ଡ ଅଜିତ୍ କୁମାର ସାହୁ, କିଶୋର ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଂଚିଥିଲେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ପରିବାରକୁ ସରକାରଙ୍କ ତରଫରୁ ମିଳୁଥିବା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ସୂଚନା ଯୋଗ୍ୟ ଯେ ,ନିକଟ ଅତୀତରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳି ବ୍ଲକ୍ ବାଟଗାଁ ପଂଚାୟତ ବସାଲଇ ଗ୍ରାମର ଗରିଆଟୁପା ଖମଣ ଜଙ୍ଗଲରେ ଗ୍ରାମର ବିରଂଚି ବାଦୀ(୬୦) ନାମକ ବୃଦ୍ଧକୁ ହାତୀ ଦଳି ଦେଇଥିଲା। ଗତ ବର୍ଷ ଜୁନ୍ ୨୦ ତାରିଖରେ ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା, ବାଟଗାଁ ପଂଚାୟତର ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ହାତୀ ମାରିଦେଇଥିବା ବେଳେ ଗତ ତା ୨୩/୫ /୨୦୨୦ ରେ ବେଠୀଆବେନୀ ଗ୍ରାମର ପତ୍ର ତୁଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳୀଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମର ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକଙ୍କୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ, ୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କୁ ହାତୀ ମାରିଦେଇଥିଲା।

ଏମିତି ବାରମ୍ବାର ରେଢାଖୋଲ ଅଂଚଳରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ଦନ୍ତା ହାତୀକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବ ମୌସୁମୀ: ସାମାନ୍ୟ ବର୍ଷା ହେବା ନେଇ ଅନୁମାନ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତିନି ଦିନ ବିଳମ୍ବରେ ପହଞ୍ଚିବ। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ମେ’ ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ପହଞ୍ଚି ଯାଇଥାଏ। କିନ୍ତୁ ଚଳିତ ବର୍ଷ ୩ ଦିନ ବିଳମ୍ବରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଚଳିତ ବର୍ଷ ମୌସୁମୀ ବର୍ଷା ସାମାନ୍ୟ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୮୮୧  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୯୦, ଅନୁଗୁଳରୁ ୧୧୫୪, କଟକରୁ ୧୦୬୬, ଯାଜପୁରରୁ ୬୪୭, ସୁନ୍ଦରଗଡରୁ ୭୧୩, ବାଲେଶ୍ଵରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡରୁ ୩୦୦, ବଲାଙ୍ଗୀରିରୁ ୨୯୭, ସମ୍ବଲପୁରରୁ ୨୯୨, କେନ୍ଦ୍ରାପଡାରୁ ୨୮୫, ନୟାଗଡରୁ ୨୫୩, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡାରୁ ୨୧୧, ରାୟଗଡାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡରୁ ୯୮, ନୂଆପଡାରୁ ୮୫ ଏବଂ ଷ୍ଟେଟ ପୁଲରୁ ୩୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୭୦ ହଜାର ୫୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୩ ହଜାର ୩୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ଚିଲିକା କରୋନା ଅପଡେଟ: ପୁଣି ବଢିଲା ସଂକ୍ରମଣ, ଆସନ୍ତାକାଲି ୭ଟି ସ୍ଥାନରେ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୩ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୪ ଜଣ, ଚିଲିକା ବ୍ଲକରେ ୧୨୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର ମାଇନର ସ୍କୁଲ ଏବଂ ନୀଳାଦ୍ରିପ୍ରସାଦ, ଗମ୍ଭାରୀମୁଣ୍ଡା ଓ ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆସନ୍ତାକାଲି ୧୦୦ ଲେଖାଏଁ ମୋଟ ୪୦୦ଟି ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିଭଳି ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ୧୦୦ ଲେଖାଏଁ ମୋଟ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରା ବାଇକକୁ ବିକିବା ଏବଂ କିଣିବା ପଡିଲା ମହଙ୍ଗା: ନାଚୁଣୀ ପୋଲିସ ହାତରେ ଧରା ହେଲେ ବେପାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଚୋରା ବାଇକ ବିକିବା ଏବଂ କିଣିବା ମହଙ୍ଗା ପଡିଛି। ଦୁଇ ଚୋରା ବାଇକ ବେପାରୀ ପୋଲିସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏପରି ଘଟଣା ଘଟିଛି।

ସୂଚନା ମୁତାବକ ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଚୋରା ମଟରସାଇକେଲ ଧରି ବଡ଼ପଦର ଠାରୁ ନାଚୁଣୀ ବଜାର ଦେଇ ରତନପୁର ଯାଉଛନ୍ତି ବୋଲି କୌଣସି ସୂତ୍ରରୁ ଖବର ପାଇଥିଲେ। ବିଳମ୍ବ ନକରି ଶ୍ରୀ ସାହୁ ନାଚୁଣୀ ବଜାର ଅଭିମୁଖେ ଅଗ୍ରସର ହୋଇଥିଲେ ଏବଂ ସଲପଡ଼ିହ ଛକଠାରେ ଉକ୍ତ ବାଇକ ଚାଳକଙ୍କୁ ଧରିଥିଲେ। ଚାଳକ ଜଣକ ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮) ବୋଲି ଜଣାପଡିଛନ୍ତି।

ତେବେ ସେ ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ଚଲାଉଥିବା ବେଳେ ପଚରାଉଚୁରା ସମୟରେ ଏହା ଏକ ଚୋରା ଗାଡ଼ି ବୋଲି ପୋଲିସ ଜାଣିବାକୁ ପାଇଥିଲା। ସମ୍ପୃକ୍ତ ମଟରସାଇକେଲରେ ଏକ ଡାଲା ଅଟୋର ନମ୍ବର ପ୍ଲେଟ ଲାଗିଥିଲା। ତେବେ ବାବୁଲି ଗତ ବର୍ଷ ଚୋରା ମଟରସାଇକେଲ କାରବାରରେ ଚାନ୍ଦପୁର ପୋଲିସ ହାତରେ ଗିରଫ ହୋଇଥିବାର ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିଲେ।

ଅନୁରୂପଭାବେ ଟାଙ୍ଗୀ ଥାନା ନିମୁନିଆ ଗ୍ରାମର ଅଭିମନ୍ୟୁ ପ୍ରଧାନଙ୍କୁ ସେ ମାତ୍ର ୭ ହଜାର ୫ ଶହ ଟଙ୍କାରେ ଦୁଇ ବର୍ଷ ପୂର୍ବେ ବାବୁଲି ଆଉ ଦୁଇ ଗୋଟି ଚୋରା ବାଇକ ବିକିଥିବାର ମଧ୍ୟ ପୋଲିସକୁ କହିଥିଲେ। ଏହା ଜାଣିବାପରେ ବାଣପୁର ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଫାଣ୍ଡି ଅଧିକାରୀ ନିମୁନିଆ ଗ୍ରାମରେ ଚଢ଼ାଉ କରି ଅଭିମନ୍ୟୁଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଚୋରା ବାଇକ ମଧ୍ୟ ଜବତ କରିଛନ୍ତି।

ଏ ନେଇ ବାଣପୁର ଥାନାରେ ୧୮୯/୨୧ ରେ ଏକ ମାମଲା ରୁଜୁ ହେବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ନାଚୁଣୀ ଫାଣ୍ଡି ଅଧିକାରୀ।

Categories
ଜାତୀୟ ଖବର ବିଶେଷ ଖବର

‘ମନ୍ କି ବାତ’ରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଲେ ମୋଦୀ, ଓଡିଆ କ୍ୟାପେଟନଙ୍କ ସହ ହେଲେ କଥା

ନୂଆଦିଲ୍ଲୀ, କୋଭିଡର ଦ୍ୱିତୀୟ ତରଙ୍ଗକୁ ସାମ୍ନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଦୂରଦୂରାନ୍ତରେ ମେଡିକାଲ ଅମ୍ଳଜାନ ପରିବହନ କରିବା ଏକ ମହତ୍ କାର୍ଯ୍ୟ। ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତର, ନର୍ସ ଏବଂ ଆଗଧାଡିର ଯୋଦ୍ଧାମାନେ ଦିନରାତି କାର୍ଯ୍ୟ ଯେପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ।

ସେ କହିଛନ୍ତି ଯେ ଯେତେ ବଡ଼ ଚ୍ୟାଲେଞ୍ଜ  ହେଉନା କାହିଁକି, ଜିତିବା ପାଇଁ ଭାରତର ସଂକଳ୍ପ ସର୍ବଦା ତାହାଠାରୁ ଅଧିକ ରହିଆସିଛି। ମୋଦୀ କହିଛନ୍ତି ଯେ ମହାମାରୀ ମଧ୍ୟରେ ସେବା ଏବଂ ସହଯୋଗର ସଂକଳ୍ପ ନେଇ ଭାରତ ଆଗକୁ ବଢୁଛି। ସୁରକ୍ଷିତ ଦୂରତା ଅନୁସରଣ କରିବା, ମାସ୍କ ପିନ୍ଧିବା ଏବଂ ଟୀକାକରଣ କରିବାକୁ ସେ ସମସ୍ତ ଲୋକଙ୍କୁ ନିବେଦନ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ କୋଭିଡର ଦ୍ୱିତୀୟ ତରଙ୍ଗ ଆସିଲା, ହଠାତ୍ ଅମ୍ଳଜାନର ଚାହିଦା ବହୁଗୁଣିତ ହୋଇଗଲା। ସେ କହିଛନ୍ତି ଯେ ଶିଳ୍ପ ଅମ୍ଳଜାନ ଉତ୍ପାଦନ କରୁଥିବା ଅଧିକାଂଶ କାରଖାନା ଦେଶର ପୂର୍ବ ଭାଗରେ ଏଛି। ସେଠାରୁ ଦେଶର ଅନ୍ୟ ଭାଗକୁ ପରିବହନ କରିବା ଏକ ବଡ଼ ଆହ୍ବାନ ଥିଲା।

ସେ କହିଛନ୍ତି ଯେ କ୍ରାୟୋଜେନିକ୍ ଟ୍ୟାଙ୍କର ଡ୍ରାଇଭର, ଅମ୍ଳଜାନ ଏକ୍ସପ୍ରେସ ଏବଂ ବାୟୁସେନା ଯୋଦ୍ଧାମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜୈନପୁରର ଦୀନେଶ ଉପାଧ୍ୟାୟଙ୍କ ସହ କଥାବାର୍ତ୍ତା କରିଥିଲେ। ସେ ତାଙ୍କର ତରଳ ଅମ୍ଳଜାନ ଟ୍ୟାଙ୍କର୍ ଚଳାଇବାର ଅଭିଜ୍ଞତା ବାଣ୍ଟିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଟ୍ୟାଙ୍କର୍ ଡ୍ରାଇଭରମାନେ ଅମ୍ଳଜାନ ନେଇ ଡାକ୍ତରଖାନାରେ ପହଞ୍ଚନ୍ତି, ସେତେବେଳେ ଭଗବାନଙ୍କ ଦ୍ୱାରା ପଠାଯାଇଥିବା ଦୂତମାନେ ଉପସ୍ଥିତ ହୁଅନ୍ତି। ଅମ୍ଳଜାନ ବିତରଣରେ ଭାରତୀୟ ରେଳର ଅବଦାନକୁ ସେ ପ୍ରଶଂସା ମଧ୍ୟ କରିଥିଲେ।

ସେ କହିଛନ୍ତି ଯେ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ଦ୍ବାରା ଅଧିକ ପରିମାଣର ଅମ୍ଳଜାନକୁ ଦେଶର କୋଣ ଅନୁକୋଣକୁ ପରିବହନ କରାଯାଇଥିଲା। ସେ କହିଛନ୍ତି ଯେ ମହିଳାମାନେ ଅମ୍ଳଜାନ ଏକ୍ସପ୍ରେସ ଚଳାଉଥିବାରୁ ଏହା ଆଉ ଏକ ଗର୍ବର ବିଷୟ। ସେ ଅମ୍ଳଜାନ ଏକ୍ସପ୍ରେସର ଲୋକୋ ପାଇଲଟ୍ ଶିରିଶା ଗଜନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ନୈସେନା, ବାୟୁସେନା, ସେନା ଏବଂ DRDO ପରି ଅନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ତ ଲୋକଙ୍କ କାର୍ଯ୍ୟ ଜାଣିବା ଏବଂ ବୁଝିବା ପାଇଁ ସମସ୍ତ ଦେଶବାସୀଙ୍କ ମନରେ ଆଗ୍ରହ ଅଛି। ସେ ବାୟୁସେନା ଗ୍ରୁପ୍ କ୍ୟାପଟେନ ଏ.କେ ପଟ୍ଟନାୟକଙ୍କ ସହ କଥାବାର୍ତ୍ତା କରିଥିଲେ। ପଟ୍ଟନାୟକ ହେଉଛନ୍ତି ଓଡିଶା ବାସିନ୍ଦା।

ପ୍ରଧାନମନ୍ତ୍ରୀ ସେମାନଙ୍କର ମହାନ ଅବଦାନ ପାଇଁ ସୈନିକ ଏବଂ କରୋନା ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଇଥିଲେ। ସେ କହିଛନ୍ତି ଯେ ବିଶ୍ୱରେ ଶହେ ବର୍ଷ ପରେ ଏହି ପ୍ରକାର ବିପର୍ଯ୍ୟୟ ଆସିଛି। ଏହା ଶତାବ୍ଦୀର ଏକ ବଡ ସଙ୍କଟ। ଏହି ପ୍ରକାରର ସଙ୍କଟର ମୁକାବିଲା କରିବାରେ କାହାରି ଅଭିଜ୍ଞତା ନଥିଲା। ସେ କହିଛନ୍ତି ଯେ ସାଧାରଣ ଦିନରେ ଆମେ ନଅ ଶହ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ ଉତ୍ପାଦନ କରୁଥିଲୁ। ବର୍ତ୍ତମାନ, ଏହା ଦଶ ଗୁଣରୁ ଅଧିକ ବଛିଛି। ଦିନକୁ ପ୍ରାୟ ନଅ ହଜାର ପାଞ୍ଚ ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି।

ମୋଦୀ କହିଛନ୍ତି ଯେ କରୋନାରେ ପ୍ରଥମେ ଦେଶରେ କେବଳ ଗୋଟିଏ ପରୀକ୍ଷା ଲାବୋରେଟୋରୀ ଥିଲା, କିନ୍ତୁ ଆଜି ଅଢେଇ ହଜାରରୁ ଅଧିକ ଲ୍ୟାବ କାର୍ଯ୍ୟ କରୁଛି। ପ୍ରାରମ୍ଭରେ ଗୋଟିଏ ଦିନରେ କିଛି ଶହ ପରୀକ୍ଷା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଗୋଟିଏ ଦିନରେ ଦୁଇ ଲକ୍ଷରୁ ଅଧିକ ପରୀକ୍ଷା କରାଯାଉଛି।

ବର୍ତ୍ତମାନ ସୁଦ୍ଧା 33 କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅନେକ ଫ୍ରଣ୍ଟ ଲାଇନ କର୍ମଚାରୀ ନମୁନା ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି ଯେ ସେମାନେ ଆକ୍ରାନ୍ତଙ୍କ ନମୁନା ସଂଗ୍ରହ କରି ନେବା ଏକ ଉତ୍ତମ ସେବା। ସେ ଦିଲ୍ଲୀର ଲ୍ୟାବ ଟେକ୍ନିସିଆନ ପ୍ରକାଶ କାଣ୍ଡପାଲଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସଂଯୋଗର ବିଷୟ ଯେ ଆଜି ମେ 30, ମନ କି ବାତ ଦିନ, ଏଥିସହ ଆଜି ମଧ୍ୟ ସରକାରଙ୍କୁ ସାତ ବର୍ଷ ପୂରଣ କରିଛି। ସେ କହିଛନ୍ତି ଯେ ଦେଶ ବର୍ଷ ବର୍ଷ ଧରି ସାବକା ସାଥ, ସାବକା ବିକାଶ, ସାବକା ବିଶ୍ୱ ମନ୍ତ୍ର ଅନୁସରଣ କରିଆସୁଛି। ସେ କହିଛନ୍ତି ଯେ ଆଜି ଭାରତ ନିଜର ସଂକଳ୍ପ ନେଇ ଚାଲିଛି ଏବଂ ଅନ୍ୟ ଦେଶର ଚିନ୍ତାଧାରା ପାଇଁ ଭାରତ ଉପରେ କୈଣସି ଚାପ ନାହିଁ।

ସେ ଲୋକଙ୍କଠାରୁ ପାଇଥିବା ଚିଠି ପାଇଁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ କାର୍ଯ୍ୟକ୍ରମ ହେତୁ ବିଦ୍ୟୁତ୍, ପାଇପ ଜଳ, ରାସ୍ତା ଏବଂ ଘର ଭଳି ବ୍ୟବସ୍ଥା ବିଷୟରେ ଲୋକମାନେ ଯେତେବେଳେ ସେମାନଙ୍କୁ ଚିଠିରେ ଜଣାନ୍ତି ତାହା ଜାଣିବା ସନ୍ତୋଷଜନକ ଅଟେ।

ସେ କହିଛନ୍ତି ଯେ ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ କେବଳ ସାଢେ ତିନି କୋଟି ଗ୍ରାମୀଣ ପରିବାରରେ ଜଳ ସଂଯୋଗ ରହିଥିଲା। କିନ୍ତୁ ଗତ ଏକୋଇଶ ମାସ ମଧ୍ୟରେ ସାଢେ ଚାରି କୋଟି ଗ୍ରାମୀଣ ପରିବାରକୁ ବିଶୁଦ୍ଧ ଜଳ ସଂଯୋଗ ଦିଆଯାଇଛି। ସେ କହିଛନ୍ତି ଯେ ଏହି ସଫଳତା ସରକାର ଏବଂ ଲୋକ ମିଳିତ ଭାବରେ କାର୍ଯ୍ୟ କରିବାର ଫଳାଫଳ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୧୭ ଯାଏଁ ବଳବତ୍ତର ରହିବ କଟକଣା

ଭୁବନେଶ୍ବର: ରାଜ୍ୟରେ ଲକଡାଉନ କଟକଣା ଅବଧିକୁ ଆଉ ୧୬ ଦିନ ପାଇଁ ବୃଦ୍ଧି କରାଯାଇଛି। ଜୁନ ୧୭ ତାରିଖ ଯାଏଁ ଲକଡାଉନ କଟକଣା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଜୁନ ୧୭ ତାରିଖ ସକାଳ ୫ ଟା ଯାଏଁ କଟକଣା ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ। କେବଳ ୩ ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ କୋହଳ କରାଯାଇଛି।

ଗଜପତି, ନୂଆପଡା ଏବଂ ସୁନ୍ଦରପଡା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଏହି ଜିଲ୍ଲାରେ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ହେଲେ ରାଜ୍ୟର ବାକି ସବୁ ଜିଲ୍ଲାରେ ପୂର୍ବ ଭଳି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୦୧: ସୁସ୍ଥ ହେଲେ ୧୧୫୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୯୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୯୭୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୩ ହଜାର ୧୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୪୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୩୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଝାରପଡା ଜେଲରେ ଅପରେସନ କ୍ଳିନଅପ୍: ଚିଫ ୱାର୍ଡରଙ୍କୁ ନିଲମ୍ବନ କଲେ ଡିଜି ସନ୍ତୋଷ ଉପଧ୍ୟାୟ

ଭୁବନେଶ୍ବର: ଭୁବନେଶ୍ଵର ସ୍ଥିତ ଝାରପଡା ଜେଲର ଚିଫ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ଚିଫ ୱାର୍ଡର ସୁନ୍ଦର୍ଶନ ବାରିକଙ୍କୁ ନିଲମ୍ବନ କରାଯାଇଛି। ସୁଦର୍ଶନଙ୍କୁ ଝରପଡା ଜେଲ ଡିଜି ସନ୍ତୋଷ ଉପଧ୍ୟାୟ ନିଲମ୍ବନ କରିଛନ୍ତି। ଝାରପଡା ଜେଲରେ ଅପରେସନ କ୍ଳିନଅପ ଚାଲିଥିଲା। ଜେଲର ମାଟି ଭିତରୁ ମୋବାଇଲ ଜବତ ହେବା ସହ ଏପର୍ଯ୍ୟନ୍ତ ୨୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ଖବର ପ୍ରସାରଣ ପରେ ଦୃଷ୍ଟିହୀନଙ୍କୁ ମିଳିଲା ରାସନ ସାମଗ୍ରୀ: ବାଲୁଗାଁ ଏସଡିପିଓ ମଧ୍ୟ କଲେ ସାହାଯ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଦୃଷ୍ଟିହୀନ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀ ପଞ୍ଚାୟତର ଦୃଷ୍ଟିହୀନ ବ୍ୟକ୍ତି ଯୋଗେନ୍ଦ୍ର ବେହେରା ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିଲେ। ଗତକାଲି ଏନେଇ ଏକ ଖବର ସମୀକ୍ଷା ନିୟୁଜରେ ପ୍ରସାରଣ କରାଯାଇଥିଲା। ତେବେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି ସ୍ଥାନୀୟ ବ୍ଲକ ପ୍ରଶାସନ। ଆଜି ସକାଳୁ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ନିର୍ଦ୍ଦେଶକ୍ରମେ ଯୋଗେନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ରାସନ ଚାଉଳ ପ୍ରଦାନ କରାଯାଇଅଛି।

ବିଡ଼ିଓଙ୍କ କହିବା ମୁତାବକ ଇ-ପିଓଏସ ଯନ୍ତ୍ରଟି ବିଗତ ଚାରିଦିନ ହେଲା ଖରାପ ଥିବାରୁ ଏହାକୁ ମରାମତି ନିମନ୍ତେ ଖୋର୍ଦ୍ଧା ପଠାଯାଇଥିଲା। ତେବେ ଗତକାଲି ସଂନ୍ଧ୍ୟାରେ ଯନ୍ତ୍ର ମରାମତି ହୋଇ ଆସିଲାପରେ ଆଜି ଯୋଗେନ୍ଦ୍ରଙ୍କୁ ରାସନ ସାମଗ୍ରୀ ଦିଆଯାଇଛି।

ଅନୁରୂପଭାବେ ଯୋଗେନ୍ଦ୍ରଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦ୍ଦେଶକ୍ରମେ ଖୋଦ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଯୋଗେନ୍ଦ୍ରଙ୍କ ଘରକୁ ଯାଇ ରନ୍ଧା ଖାଦ୍ୟ ସହ ପନିପରିବା, ଚୁଡା, ଚିନି, ସୋୟାବିନ ବଡି, ଚାଉଳ ଏବଂ କିଛି ପଇସା ମଧ୍ୟ ପ୍ରଦାନ କରିଛନ୍ତି। ଏସଡ଼ିପିଓ ଏବଂ ଫାଣ୍ଡି ଅଧିକାରୀଙ୍କ ଏପରି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସୂଚନା ଥାଉକି ଲକଡ଼ାଉନ ପ୍ରାରମ୍ଭରୁ ବାଲୁଗାଁ ଏସଡ଼ିପିଓ ଅସହାୟଙ୍କ ନିମନ୍ତେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ରାସନ ସହ ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ଖାଦ୍ୟ ସାମଗ୍ରୀ ପାଇ ଯୋଗେନ୍ଦ୍ରଙ୍କ ପରିବାର ବର୍ତ୍ତମାନ ବେଶ୍ ଖୁସି ହୋଇପଡିଛନ୍ତି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ, ଚିଲିକା ବିଡ଼ିଓ, ବାଲୁଗାଁ ଏସଡ଼ିପିଓଙ୍କୁ ଅନ୍ତରରୁ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟରେ ବଢିଲା ଲକଡାଉନ ଅବଧି: ଜୁନ ୭ ପର୍ଯ୍ୟନ୍ତ ରହିବ କଟକଣା

ନୂଆଦିଲ୍ଲୀ: କରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଥିଲେ ମଧ୍ୟ ଦେଶରେ ବିପଦ ଏଯାଏଁ ଟଳିନି। ଦେଶରେ ଏବେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି। କେଉଁଠି ଲକଡାଉନକୁ କୋହଳ କରାଯାଉଥିବା ବେଳେ କେଉଁଠି କଟକଣାକୁ କଡାକଡି କରାଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ହରିୟଣା ସରକାର ମଧ୍ୟ ଲକଡାଉନ କଟକଣାକୁ ବୃଦ୍ଧି କରିଛି। ଜୁନ ୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଏହା ସହିତ ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ଦୋକାନ ଖୋଲା ରହିବା ପାଇଁ କହିଛନ୍ତି। ଅଡ-ଇଭନ ଫର୍ମୁଲାରେ ଦୋକାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ହେଲେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସଂସ୍ଥା ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଖଟ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଏହା ଭିତରେ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ। ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ମୁଖ୍ୟମନ୍ତ୍ରୀ ମନୋହର ଘୋଷଣା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବୁଲା କୁକୁରକୁ ପିଟିପିଟି ମାରିବା ଭିଡିଓ ଭାଇରାଲ: ଗିରଫ ହେଲା ଅଭିଯୁକ୍ତ

କେନ୍ଦ୍ରାପଡା: ବୁଲା କୁକୁରକୁ ଜନୈକ ବ୍ୟକ୍ତି ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ପ୍ରହରାଜପୁର ଗ୍ରାମରେ ବାବୁଲା ସିଂହ (୫୦) ନାମକ ବ୍ୟକ୍ତିଙ୍କ ବିରୋଧରେ ବୁଲା କୁକୁରକୁ ମାରିଥିବା ଅଭିଯୋଗ ହୋଇଥିଲା। ପାଳିତ ଦୁଇଟି କୁକୁଡାକୁ ବୁଲା କୁକୁରଟି ମାରିଥିବାରୁ ବାବୁଲା କ୍ରୋଧାନ୍ଵିତ ହୋଇଯାଇଥିଲା। ସେ ଉକ୍ତ କୁକୁରଟି କୁ ପିଟିପିଟି ମାରିଦେଇଥିଲା।

ବାବୁଲା କୁକୁରଟିକୁ ମାରିଥିବାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ତାଙ୍କ ବିରୋଧରେ ଆଇପିସି ଧାରା ୪୨୯ ଅନୁଯାୟୀ ଅଭିଯୋଗ ହୋଇଛି। ବାବୁଲାଙ୍କୁ ଏହି ଘଟଣାରେ ପୋଲିସ ଗିରଫ କରି ଜେଲ ପଠାଇଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଗୋଆ ରାଜ୍ୟ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ଗୋଆ ରାଜ୍ୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୋଆ ଏହାର ସୁନ୍ଦର ଉପକୂଳ ଏବଂ ଆତିଥ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ରାଜ୍ୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶର ଏକ ଉତ୍କୃଷ୍ଟ ଉଦାହରଣ। ଗୋଆର ନିରନ୍ତର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି।

ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଆଜି ଗୋଆ ରାଜ୍ୟ ଦିବସରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ବର୍ଷରେ ଗୋଆର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ସେ କାମନା କରିଛନ୍ତି।