Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୮୩: ସୁସ୍ଥ ହେଲେ ୨୩୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୮୮୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୯୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୭୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତ: ବାଣପୁରର ବିଦ୍ୟୁତ କାଣ୍ଡିଙ୍କୁ ଆଉ ଏକ ଦାୟିତ୍ଵ ଦେଲା ଦଳ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ନିଜର ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଦ୍ଵାରା ଏଥିପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସଂଗଠନରେ ଯୁବ ପିଢୀକୁ ଗୁରୁତ୍ଵ ଦିଆଯିବ ସହ ବିଭିନ୍ନ ଅଞ୍ଚଳ ପାଇଁ ନୂଆ ନୂଆ ଯୁବକମାନଙ୍କୁ ସଂଗଠନ ଦାୟିତ୍ଵ ଦିଆଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତି କରାଯାଇଛି। ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ନିଯୁକ୍ତି ଦେଇଛନ୍ତି। ତେବେ ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡିଙ୍କ ଉପରେ ଦଳ ଭରସା କରି ତାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ ଭାବେ ଏକ ନୂଆ ଦାୟିତ୍ଵ ଦେଇଛି।

ଜାଣନ୍ତୁ କେଉଁ ମୋର୍ଚ୍ଚା ପାଇଁ କିଏ ରହିଲେ ପ୍ରଭାରୀ:

୧- ଯୁବ ମୋର୍ଚ୍ଚା- ଦୀନବନ୍ଧୁ ସାହୁ

୨- ମହିଳା ମୋର୍ଚ୍ଚା- ରୋଜିନା ରାଣୀ ଦାସ

୩- କୃଷକ ମୋର୍ଚ୍ଚା- ମନୋଜ ନନ୍ଦ

୪- ଓବିସି ମୋର୍ଚ୍ଚା- ବିଦ୍ୟୁତ କୁମାର କାଣ୍ଡି

୫- ଏସସି ମୋର୍ଚ୍ଚା- ହେମନ୍ତ କୁମାର ବେହେରା

– ଏସଟି ମୋର୍ଚ୍ଚା- ଶକ୍ତି ପ୍ରସାଦ ମିଶ୍ର

୭- ସଂଖ୍ୟାଲଘୁ ମୋର୍ଚ୍ଚା- ପ୍ରତାପ ମହାପାତ୍ର।

Categories
ଆଞ୍ଚଳିକ

ଚିଲିକା: ଦୀର୍ଘ ୭ ଦିନର ବିରତି ପରେ ଆସନ୍ତାକାଲି ଦିଆଯିବ ୯୦୦ ଡୋଜ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଦୀର୍ଘ ଏକ ସପ୍ତାହର ବିରତି ପରେ ଆସନ୍ତାକାଲି ପୁଣି ଥରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୯୦୦ ଲୋକଙ୍କୁ କେବଳ ଦ୍ଵିତୀୟ ଡୋଜ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ (କେବଳ ଦ୍ଵିତୀୟ ଡୋଜ)- ୨୦୦ ଡୋଜ (ଟୀକାକରଣ ସକାଳ ୯ ଘଟିକାରୁ ୧୨ ଘଟିକା ଏବଂ ଅପରାହ୍ନ ୧ ଘଟିକାରୁ ୪ ଘଟିକା)

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ଅଗଷ୍ଟ ୧ ତାରିଖ ଯାଏଁ ଜାରି ରହିବ ଆଂଶିକ ଲକଡାଉନ: ସମଗ୍ର ରାଜ୍ୟରେ ଆରମ୍ଭ ହେବ ବସ ସେବା

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ୧ ତାରିଖ ଯାଏଁ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରାଯାଇଛି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି।

କ୍ୟାଟାଗୋରୀ ‘ଏ’ ଜିଲ୍ଲା:

ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କଣ ରହିବ ବନ୍ଦ ଓ ଖୋଲା:

ସକାଳ ୬ ରୁ ସନ୍ଧ୍ୟା ୮ ଯାଏଁ ଦୋକାନ ବଜାର ଖୋଲା ରହିବ। କେବଳ ସପିଙ୍ଗ ମଲ ଏବଂ ପାର୍ଲର ବ୍ୟତୀତ ଅନ୍ୟ ସବୁ ଦୋକାନ ଖୋଲା ରହିବ। ଏହି ଜିଲ୍ଲାଗୁଡିକରେ ସପ୍ତାହନ୍ତ ସଟଡାଉନକୁ ଉଠାଇଦିଆଯାଇଛି। ହେଲେ ସନ୍ଧ୍ୟା ୮ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ପବ୍ଲିକ ଟ୍ରାନ୍ସପୋର୍ଟକୁ ଅନୁମତି। ବସରେ ଯେତିକି ସିଟ ଥିବା ସେତିକି ଯାତ୍ରୀଙ୍କୁ ନେଇ ବସ ସେବା ଚାଲିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ଶୁଟିଙ୍ଗ କୁ ଅନୁମତି। ସାପ୍ତାହିକ ହାଟକୁ ଅନୁମତି ମିଳିଛି। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ସପ୍ତାହନ୍ତ ସଟଡାଉନକୁ ରାଜ୍ୟସରକାର ଏହି ୨୦ ଟି ଜିଲ୍ଲାରୁ ଉଠାଇ ଦେଇଛନ୍ତି।

କ୍ୟାଟୋଗରୀ “ବି” ଜିଲ୍ଲା:

ନୟାଗଡ, ପୁରୀ, କଟକ, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, କେନ୍ଦ୍ରାପଡା ବାଲେଶ୍ଵର ଏବଂ ଖୋର୍ଦ୍ଧା ଜିଲ୍ଲାକୁ କ୍ୟାଟୋଗରୀ “ବି” ରେ ରଖାଯାଇଛି।

ତେବେ କ୍ୟାଟୋଗରୀ “ବି” ଜିଲ୍ଲାଗୁଡିକରେ ସକାଳ ୬ ଟାରୁ ଦିନ ୫ ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କୋଭିଡ କଟକଣା ମାନି ଦୋକାନ ବଜାର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି। ଦୋକାନ କର୍ମଚାରୀମାନେ ଗ୍ରାହକଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପ୍ରବର୍ତ୍ତାଇବେ। ଯେଉଁ ଦୋକାନୀ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିବେ, ସେହି ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଛୋଟ ଛୋଟ ସେଲୁନକୁ ଅନୁମତି ମିଳିଛି। ବସ ସେବାକୁ ଅନୁମତି ମିଳିଛି। ଯେତିକି ସିଟ ଅଛି, ସେତିକି ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଚଳାଚଳ ଚାଲିବ। ଆନ୍ତରାଜ୍ୟ ଏବଂ ପୁରୀକୁ ବସ ସେବା ଏବେ ଅନୁମତି ନାହିଁ। ପାର୍ଲର, ସ୍ପା, ଜିମ ଆଦି ଖୋଲା ରହିବ। ଫିଲ୍ମ ଶୁଟିଙ୍ଗ ପାଇଁ ଅନୁମତି ମିଳିଛି। ଉଭୟ ଇନଡୋର ଏବଂ ଆଉଟ ଡୋର ସୁଟିଙ୍ଗ କୁ ଅନୁମତି। ଆଉଟ ଡୋର ଖେଳକୁ ଅନୁମତି ମିଳିଛି। କିନ୍ତୁ ବିନା ଦର୍ଶକରେ ଖେଳ ଆୟୋଜନ କରିବାକୁ ନିର୍ଦ୍ଦେଶ ହୋଇଛି।

ସାପ୍ତାହିକ ହାଟକୁ ଅନୁମତି ନାହିଁ। ରାଜନୈତିକ ସମାବେଶ, ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦିକୁ ଅନୁମତି ନାହିଁ। ଏହି ଜିଲ୍ଲା ଗୁଡିକରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ଖାଦ୍ୟ ଦୋକାନରେ ବସିକି ଖାଇବା ପାଇଁ ଅନୁମତି ନାହିଁ। ସନ୍ଧ୍ୟା ୫ ଟାରୁ ସକାଳ ୬ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ବିବାହ ଏବଂ ଅନ୍ତିମ ସଂସ୍କାରରେ ଯେଉଁ କଟକଣା ରହିଛି, ତାହା ବଳବତ୍ତର ରହିବ। ଏକାଠି ବସି ଭୋଜି ଖାଇବାକୁ ଅନୁମତି ନାହିଁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଭାରତ ପାଇଁ ବଢିଲା ଅଡୁଆ: ରିଷଭ ପନ୍ତ ହେଲେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମର ଚିନ୍ତା ବଢାଇଲା ଭଳି ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଦୁଇ ଜଣ ଖେଳାଳି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ଯେଉଁ ଦୁଇଜଣ ଖେଳାଳି କରୋନା ଚିହ୍ନଟ ହୋଇଛନ୍ତି, ଏବେ ସେମାନେ ସୁସ୍ଥ ଅଛନ୍ତି। ଏହି ଦୁଇ ଖେଳାଳି ପୃଥକବାସରେ ରହିଛନ୍ତି।

ସୂଚନା ମୁତାବକ, ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କରୋନା ପଜେଟିଭ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କୁ ସର୍ଦ୍ଦି କାଶ ଭଳି ଲକ୍ଷଣ ଦେଖାଯାଇଥିଲା। ତେଣୁ ସେମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ସେହି ଦୁଇଜଣଙ୍କ ମଧ୍ୟରୁ ଜଣେ ଖେଳାଳି ଏବେ ନେଗେଟିଭ ହୋଇଛନ୍ତି।

ବର୍ତ୍ତମାନ ଅନ୍ୟ ଖେଳାଳିଙ୍କୁ ମଧ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ୧୮ ତାରିଖ ପରେ ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରାଯିବ ବୋଲି କୁହାଯାଉଛି। କାରଣ ୧୮ ଜୁଲାଇକୁ ଖେଳାଳିମାନଙ୍କ ଆଇସୋଲେସନରେ ରହିବାର ଦଶମ ଦିନ ହେବ।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ କଂଗ୍ରେସର ବିବାଦ ମଧ୍ୟରେ ବାହାରିଲା ନୂଆ ସୂତ୍ର: ସିଦ୍ଧୁ ହୋଇପାରନ୍ତି ପ୍ରଦେଶ ମୁଖ୍ୟ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗିରହିଛି। ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ମନାନ୍ତର ଜାରି ରହିଛି। ହେଲେ ଏହା ଭିତରେ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏକ ବଡ ବୟାନ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ମନାନ୍ତର ଶେଷ କରିବା ପାଇଁ ଏକ ନୂଆ ସୂତ୍ର ବାହାର କରିଛନ୍ତି। କ୍ୟାପଟେନ ଅମରୀନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଜାରି ରଖିବେ ଏବଂ ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ। ଏହାସହିତ ଦୁଇଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତି ପାଇବେ। ସେମାନେ ହିନ୍ଦୁ ଆଉ ଦଳିତ ସମ୍ପ୍ରଦାୟର ହୋଇଥିବେ। ଏହାକୁ ନେଇ ଖୁବଶୀଘ୍ର ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଲକଡାଉନ ନେଇ ଆଜି ମୁଖ୍ୟ ଶାସନ ସଚିବ କରିବେ ବଡ ଘୋଷଣା, ଜାଣନ୍ତୁ କେତେବେଳେ

ଭଉବନେଶ୍ବର, ରାଜ୍ୟରେ ଯେଉଁ କରୋନା କଟକଣା ଲାଗୁ କରାଯାଇଛି ତାହାର ଅବଧି ଆସନ୍ତାକାଲି ଶେଷ ହେଉଛି। ସେ ନେଇ ଆଜି ଦିନ 2 ଟା 30 ମନିଟରେ ମୁଖ୍ୟ ଶାସନ ସଚିବ ବିଶେଷ ସୂଚନା ଦେବେ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟର କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ କେତେକ ଜିଲ୍ଲାରେ ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ମୁଖ୍ୟତଃ ଖୋର୍ଦ୍ଧା, କଟକ ଜିଲ୍ଲାରେ ଏହି ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହେଉ ନାହିଁ। ସେଥିପାଇଁ ଏହି ଦୁଇ ଜିଲ୍ଲାରେ ପୁଣି କଟକଣା ବଢିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୧ ହଜାର ୮୦୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୮୦୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୮୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୯ ଲକ୍ଷ ୮୭ ହଜାର ୮୮୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୯୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୪୩ ହଜାର ୮୫୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୨ ହଜାର ୪୧ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକର ଆଜି 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା

ଭୁବନେଶ୍ବର, ଦେଶରେ ଯେପରି ହୁହୁ ହୋଇ ତେଳ ଦର ବଢିଚାଲିଛି ସେଥିରେ ସାଧାରଣ ଖାଉଟି ହନ୍ତସନ୍ତ ହେବାରେ ଲାଗିଛନ୍ତି। ଏହାର ପ୍ରତିବାଦ କରି ଆଜି ବିଭିନ୍ନ ବାମଦଳ ତରଫରୁ 6 ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିଛି। ଆଜି ସକାଳୁ କର୍ମିମାନେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପତାକା ଧରି ବିକ୍ଷୋଭ କରିଛନ୍ତି।

ବିଶେଷ କରି କେନ୍ଦ୍ରସରକାରଙ୍କ ବିଭିନ୍ନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶ କରାଯାଇଛି। ଭୁବନେଶ୍ବରର ମାଷ୍ଟରକ୍ୟାଟିନ ଛକ ସହିତ ଚନ୍ଦ୍ରଶେଖରପୁର ଆଇଓସିଏଲ ଅଫିସ ଆଗରେ ମଧ୍ୟ ବିକ୍ଷୋଭ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ମଧ୍ୟ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୮୬୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୮୬୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ ଏବଂ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୦ ହଜାର ୬୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୨୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୮୬୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିଲା ନୂଆ ସୁବିଧା, ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଏକମୋ ଚିକିତ୍ସା

ଭୁବନେଶ୍ବର: ଆଜିଠାରୁ ଓଡିଶାରେ ଆରମ୍ଭ ହେବ ବିରଳ ଏକମୋ ଚିକିତ୍ସା। ଭୁବନେଶ୍ବରର ଏମସ ହସପିଟାଲରେ ଏହା ଆରମ୍ଭ ହେବ। ଆଜି ଏମସର ପ୍ରତିଷ୍ଠା ଦିବସରେ ଏହି ଭିନ୍ନ ଚିକିତ୍ସା କରାଯିବ ବୋଲି ଏମସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। 15 ଦିନ ତଳେ ଏମସକୁ ଆସିଥିବା ଏହି ଏକମୋ ମେସିନ ବର୍ତ୍ତମାନ ଚିକିତ୍ସା ପାଇଁ ନିୟୋଜିତ କରାଯିବ।

ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା। ଫଳରେ ଏହି ଚିକିତ୍ସା ବ୍ୟୟ ବହୁଳ ହୋଇପଡୁଥିଲା। ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଚିକିତ୍ସାର ଗୁରୁତ୍ବ ବଢିଯାଇଛି। ଖୁବ ଶିଘ୍ର ରାଜ୍ୟ ସରକାର ଆଉ 15ଟି ଏକମୋ ମେସିନ ଆଣିବେ ବୋଲି ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୧୧୦ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୮୯୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୦ ହଜାର ୬୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୨୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୬୬୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୫୮ ଜଣ, କଟକ ଜିଲ୍ଲାରୁ ୩୨୩ ଜଣ, ଅନୁଗୁଳ ଜିଲ୍ଲାରୁ ୪୬ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬୮ ଜଣ, ବରଗଡ ଜିଲ୍ଲାରୁ ୧୪ ଜଣ, ଭଦ୍ରକ ଜିଲ୍ଲାରୁ ୭୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୩, ବୌଦ୍ଧ ଜିଲ୍ଲାରୁ ୧୬ ଜଣ, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫ ଜଣ, ଗଜପତି ଜିଲ୍ଲାରୁ ୧୧ ଜଣ, ଗଞ୍ଜାମ ଜିଲ୍ଲାରୁ ୧୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୭ ଜଣ, ଯାଜପୁର ଜିଲ୍ଲାରୁ ୯୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୩୨ ଜଣ, କେନ୍ଦୁଝର ଜିଲ୍ଲାରୁ ୬୬ ଜଣ, କୋରାପୁଟ ଜିଲ୍ଲାରୁ ୧୯ ଜଣ, ମାଲକାନାଗିରି ଜିଲ୍ଲାରୁ ୨୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ, ନୟାଗଡ ଜିଲ୍ଲାରୁ ୭୪ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୧୧୩ ଜଣ, ରାୟଗଡା ଜିଲ୍ଲାରୁ ୨୯ ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ ଜଣ, ସୋନପୁର ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୨ ଜଣ ଏବଂ ଷ୍ଟେଟ ପୁଲରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ : ସାବଧାନ, ଜୁଲାଇ 15 ତାରିଖ ଗୁରୁବାର ଦିନ ଆଠଟି ରାଶି ଉପରେ ରହିଛି ବିପଦ

ମେଷ: – ଆଜି, ଯଦି ଆପଣ ଫଳାଫଳ ବିଷୟରେ ଚିନ୍ତା ନକରି କଠିନ ପରିଶ୍ରମ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଅନାବଶ୍ୟକ ଆର୍ଥିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପ୍ରତିବନ୍ଧକ ହଟିଯିବ । ପରିବାର ସଦସ୍ୟଙ୍କ ସହ ତୀବ୍ର ଯୁକ୍ତିତର୍କ ହେତୁ ମନ ଦୁଃଖୀ ହୋଇପାରେ । ତୁମେ ତୁମର ପ୍ରିୟଙ୍କ ସହିତ ସମୟ ବିତାଇବା ଆବଶ୍ୟକ, ଯାହାଫଳରେ ତୁମେ ଦୁହେଁ ପରସ୍ପରକୁ ଭଲ ଭାବରେ ଜାଣିପାରିବେ ଏବଂ ବୁଝିପାରିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ବୌଦ୍ଧିକ ଆଲୋଚନା ଠାରୁ ଦୂରରେ ରୁହନ୍ତୁ । ଆଜି ଟଙ୍କା ସହ ଜଡିତ କୈଣସି ବଡ ନିଷ୍ପତ୍ତି ନିଅ ନାହିଁ । ଦିନଟି ପରିବାର ସଦସ୍ୟଙ୍କ ସହିତ ହସ, ଥଟ୍ଟା ଏବଂ ଆନନ୍ଦରେ ବିତାଇପାରେ ।

ବୃଷ: – ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ତୁମର ଖାଦ୍ୟର ବିଶେଷ ଯତ୍ନ ନିଅ । ଘରେ ଶାନ୍ତି ରହିବ। ଆପଣଙ୍କୁ ହୁଏତ ଭାବପ୍ରବଣ ଚାପ ଦେଇ ଗତି କରିବାକୁ ପଡିବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ସମ୍ପତ୍ତି ସମ୍ବନ୍ଧରେ ବିବାଦ ଉପୁଜିପାରେ । ଆଜି ଛାତ୍ରମାନଙ୍କ ପାଇଁ ଏକ ଭଲ ଦିନ । ବାହାର ଲୋକଙ୍କ ହସ୍ତକ୍ଷେପ ସତ୍ତ୍ବେ  ତୁମର ଜୀବନ ସାଥୀ ଦ୍ୱାରା ତୁମେ ପ୍ରତ୍ୟେକ ସମ୍ଭାବ୍ୟ ଉପାୟରେ ସଶକ୍ତ ହେବ । ଆଜି ଆପଣ ସହଜରେ ଟଙ୍କା ସଂଗ୍ରହ କରିପାରିବେ । ଆପଣ ପ୍ରତିଯୋଗୀମାନଙ୍କ ଉପରେ ଜିତିବାକୁ ସମର୍ଥ ହେବେ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ ।

ମିଥୁନ: – ଆଜି ସକାଳେ ଆପଣଙ୍କ ମନ କ୍ରୋଧିତ ହେବ । ଅଯଥା ଖର୍ଚ୍ଚ ହେବ । ଦୀର୍ଘ ଯାତ୍ରା ପାଇଁ ଆପଣ ସ୍ୱାସ୍ଥ୍ୟ ଏବଂ ଶକ୍ତି ସ୍ତରରେ କରିଥିବା ଉନ୍ନତିଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ। ସଫଳତା ମିଳିବ । ଛାତ୍ରମାନେ ଆଶା କରାଯାଉଥିବା ଫଳାଫଳ ପାଇବେ ନାହିଁ । କ୍ରୋଧ ସମୟରେ ଧର୍ଯ୍ୟ ରଖ । ତୁମର ସର୍ବୋଚ୍ଚ ପ୍ରକୃତି ସମାଲୋଚନାର ଉତ୍ସ ହୋଇପାରେ । ଭାଇ ଓ ଭଉଣୀମାନଙ୍କ ସହିତ ପ୍ରେମ ବଢିବ । କାର୍ଯ୍ୟର ସଫଳତା ସହିତ ତୁମର ଉତ୍ସାହ ବୃଦ୍ଧି ପାଇବ । ବନ୍ଧୁମାନେ ଆପଣଙ୍କ ପାଖରେ ଠିଆ ହୋଇ ଆପଣଙ୍କୁ ସାହାଯ୍ୟ କରୁଥିବା ଦେଖାଯିବ । ଖାଦ୍ୟକୁ ଅବହେଳା କରନ୍ତୁ ନାହିଁ ।

କର୍କଟ: – ଆଜି ଆପଣ ଅଧିକ ସମ୍ବେଦନଶୀଳ ହେବେ । ଖରାପ ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ଆଜି ଭଲ ଶାରୀରିକ ଏବଂ ମାନସିକ ସୁଖ ମିଳିବ । ତୁମର ପ୍ରୟାସକୁ ସଠିକ୍ ଦିଗ ଦିଅ । ଆପଣଙ୍କ ମନୋଭାବ ଏବଂ ଆଶାବାଦୀ ଚିନ୍ତାଧାରାରେ ନକାରାତ୍ମକ ପରିବର୍ତ୍ତନ ହୋଇପାରେ । ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ଉପୁଜିପାରେ । ଆଦୈ ଭାଗ୍ୟ ଉପରେ ନିର୍ଭର କର ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଦିନ ଉତ୍ଥାନରେ ପରିପୂର୍ଣ୍ଣ ହୋଇପାରେ । ଆପଣ ଆଜି ଏକ ବିଶେଷ ବ୍ୟକ୍ତିଙ୍କୁ ଭେଟି ପାରିବେ । ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ଉପୁଜିପାରେ ।

ସିଂହ: – ଆଜି ଘରୋଇ ସମସ୍ୟା ଆପଣଙ୍କୁ ଚାପ ଦେଇପାରେ । ଆର୍ଥିକ ଅବସ୍ଥା କଠିନ ଥିବାରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଝିରେ ଅଟକି ଯାଇପାରେ । ଆୟ ବ୍ୟୟଠାରୁ ଅଧିକ ହେବ। ମଦ୍ୟପାନର ପ୍ରଭାବରେ ଗାଡି ଚଳାଇବା କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ। ତୁମର ପ୍ରବୃତ୍ତି ଆଧ୍ୟାତ୍ମିକତା ପ୍ରତି ରହିବ । ପରିବାର ସଦସ୍ୟମାନେ ଆପଣଙ୍କ ଜୀବନରେ ବିଶେଷ ଗୁରୁତ୍ୱ ପାଇବେ । ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହାଁନ୍ତି, ତେବେ ସଫଳତା ପାଇବାର ଅଧିକ ସମ୍ଭାବନା ଅଛି । ଆର୍ଥିକ ଲାଭ ମଧ୍ୟ ହେବ । ମନରେ ଅସୁରକ୍ଷିତତାର ଅନୁଭବ ହେବ ।

କନ୍ୟା: – ଆଜି ତୁମେ ତୁମର ଚିନ୍ତାଧାରା ଏବଂ ଶକ୍ତିକୁ ସେହି କାର୍ଯ୍ୟଗୁଡ଼ିକରେ ରଖିବା ଉଚିତ, ଯାହା ମାଧ୍ୟମରେ ତୁମର ସ୍ୱପ୍ନ ବାସ୍ତବ ହୋଇପାରେ । ସାବଧାନ ରୁହନ୍ତୁ ଯେ କ୍ରୋଧରେ କାହା ସହିତ ତୀବ୍ର ଆଲୋଚନା ହେବା ଉଚିତ୍ ନୁହେଁ । ଆୟର ନୂତନ ଉତ୍ସଗୁଡ଼ିକ ଦେଖାଯିବ । କାହା ସହିତ ଶୀଘ୍ର ବନ୍ଧୁତା କରିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କୁ ପରେ ଅନୁତାପ କରିପାରେ । ଗୋଟିଏ ଦିଗରେ କରାଯାଇଥିବା କଠିନ ପରିଶ୍ରମ ଭଲ ଫଳାଫଳ ଦେବ । ଆଜି ଆପଣ ବିଭିନ୍ନ କ୍ଷେତ୍ରରୁ ଉପକୃତ ହେବାର ସମ୍ଭାବନା ଅଛି । ଆପଣଙ୍କ ପାଟିରୁ ବାହାରୁଥିବା ଶବ୍ଦଗୁଡ଼ିକୁ ନିୟନ୍ତ୍ରଣରେ ରଖନ୍ତୁ ।

ତୂଳା: – ଆଜି ଏକ କ୍ଲାନ୍ତ ଦିନ ହେବ । ଆପଣ ଶେଷରେ ଦୀର୍ଘ ବିଚାରାଧୀନ କ୍ଷତିପୂରଣ ଏବଂ ଋଣ ଇତ୍ୟାଦି ପାଇବେ । ସମ୍ପର୍କକୁ ସୁଦୃଢ କରିବା ପାଇଁ ବାର୍ତ୍ତାଳାପକୁ ଏକ ଉପାୟ କର । ଅନ୍ୟମାନଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କୁ ଅନେକ ସକାରାତ୍ମକ ଜିନିଷ ଆଣିବ । ଆୟ ବୃଦ୍ଧି ପାଇବ ବୋଲି ଆଶା କରାଯାଏ, କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ । ତୁମେ ଧାର୍ମିକ କାର୍ଯ୍ୟ ଏବଂ ଈଶ୍ୱରୀୟ ଦର୍ଶନର ଲାଭ ପାଇବ । ହଠାତ୍ ଭ୍ରମଣ ହେତୁ, ଆପଣ ଅସୁବିଧାର ଶିକାର ହୋଇପାରନ୍ତି । ପତ୍ନୀଙ୍କ ସମର୍ଥନ ପାଇବେ । ଶରୀର ଏବଂ ମନର ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା : – ଆଜି ଆପଣ ମନ୍ଦିରକୁ ଯିବାକୁ କିମ୍ବା କୈଣସି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା କରିପାରିବେ । ବିଦେଶ ଯାତ୍ରା ପାଇଁ ପରିସ୍ଥିତି ଅନୁକୂଳ ହେବ। ଆପଣଙ୍କ ପରିବାରର ଭାବନାକୁ ବୁଝି ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଦିନଟି ମଧ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ଭଲ ଅଟେ । ଯେତେବେଳେ ତୁମେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବ ଏବଂ ତାଙ୍କୁ ଭଲଭାବେ ବୁଝିବ ସେତେବେଳେ କାହା ସହିତ ବନ୍ଧୁତା କର । ପ୍ରିୟ ଏବଂ ସାଙ୍ଗମାନଙ୍କ ସହିତ ଏକ ଆଲୋଚନା ହେବ । ଆଜି ତୁମର ମନୋଭାବ ଟିକେ କଠୋର ହୋଇପାରେ । କୈଣସି ବଡ଼ କିମ୍ବା ବିପଦପୂର୍ଣ୍ଣ ନିଷ୍ପତ୍ତି ନିଅ ନାହିଁ ।

ଧନୁ : – ଆଜି, ଯଦି ତୁମେ କାହାର ରହସ୍ୟ ବିଷୟରେ ଜାଣିଛ, ତେବେ ସେହି ଜିନିଷ କାହାକୁ କୁହ ନାହିଁ । ଧ୍ୟାନ ଏବଂ ଯୋଗ ଶାରୀରିକ ଏବଂ ମାନସିକ ଲାଭ ପାଇଁ ଉପଯୋଗୀ ହେବ । ଆଜି ତୁମର ମଧୁର ଆଚରଣ ଲୋକଙ୍କ ହୃଦୟ ଜିତିବ । ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଏକ ଭଲ ସୁଯୋଗ ଅଛି । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ହୋଇପାରେ । ରାସ୍ତାରେ ଅନିୟନ୍ତ୍ରିତ ଭାବରେ ଗାଡି ଚଲାନ୍ତୁ ନାହିଁ । ଆପଣ ଏକ ନୂତନ ଚାକିରି କିମ୍ବା ପ୍ରୋଜେକ୍ଟ ପାଇପାରନ୍ତି । ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ଈଶ୍ବରଙ୍କ ନାମ ଏବଂ ଆଧ୍ୟାତ୍ମିକତାକୁ ସ୍ମରଣ କରିବା ଆପଣଙ୍କ ମନକୁ ଶାନ୍ତି ଦେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।

ମକର: – ଆଜି ଆପଣ ବହୁତ ଭଲ ମନୋଭାବରେ ରହିବେ । ସତେଜ ହେବାକୁ ଭଲ ବିଶ୍ରାମ ନିଅ । ପରୀକ୍ଷା-ପ୍ରତିଯୋଗିତାରେ ସଫଳତା ପାଇବା ପାଇଁ ଏକ ଦୃଢ ସମ୍ଭାବନା ଅଛି। ଏକ ପୁରୁଣା ଜିନିଷକୁ ମନେ ରଖିବା କିଛି ସମୟ ପାଇଁ ଆପଣଙ୍କ ମନୋବଳକୁ ନଷ୍ଟ କରିପାରେ । ଧୂମପାନ ନିଶାରୁ ମୁକ୍ତି ପାଇବା ପାଇଁ ପତ୍ନୀ ଆପଣଙ୍କୁ ଉତ୍ସାହିତ କରିବେ । ଅନ୍ୟ ଖରାପ ଅଭ୍ୟାସ ଛାଡିବା ମଧ୍ୟ ଏକ ଭଲ ସମୟ । ଅଂଶଗ୍ରହଣ ଲାଭଦାୟକ ହେବ । ନକାରାତ୍ମକ ଚିନ୍ତାଧାରା ଦ୍ୱାରା ତୁମର ମନ ବିଭ୍ରାନ୍ତ ହୋଇପାରେ । ଯତ୍ନର ସହିତ ଗାଡି ଚଲାନ୍ତୁ, ଏବଂ ପ୍ରତ୍ୟେକ ପରିସ୍ଥିତିରେ ଭଦ୍ର ହୁଅନ୍ତୁ ।

କୁମ୍ଭ: – ଆଜି ତୁମ ଜୀବନରେ ବହୁତ ଖୁସି ଆଣିଦେବ । ଭ୍ରମଣ ଆପଣଙ୍କୁ ଥକ୍କା ଏବଂ ଚାପ ଦେବ କିନ୍ତୁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ଅନ୍ୟମାନଙ୍କ ଉପରେ ନିର୍ଭର କର ନାହିଁ । ଆପଣଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିପାରନ୍ତି । ଯଦି ତୁମେ କାହାକୁ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ କର, ତୁମେ ପ୍ରତାରିତ ହେବ । ତୁମର କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅ । ଆଜି ତୁମେ ତୁମର ଜୀବନ ସାଥୀଙ୍କ ପ୍ରେମର ଉପହାର ପାଇବ । ଯେକୈଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଅନେକ ଥର ଚିନ୍ତା କରନ୍ତୁ । ଅଶାନ୍ତି ଏବଂ ଆନ୍ଦୋଳନ ଆପଣଙ୍କ ମନ ଉପରେ ରହିବ । ଆଇନଗତ ବାଧା ଦୂର ହେବ ।

ମୀନ: – ଆଜି ଆପଣଙ୍କ ପାଇଁ ବହୁତ ଶୁଭ ଦିନ ହେବ । ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ହେବ । ନୂତନ ଯୋଜନା ଆକର୍ଷଣୀୟ ହେବ । ତୁମର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶୀଘ୍ର କର ନାହିଁ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ । ଆପଣ ଦିନସାରା ମନୋରଞ୍ଜନ କାର୍ଯ୍ୟରେ ବ୍ୟସ୍ତ ରହିବେ । କୌଣସି କାରଣରୁ ହଠାତ୍ ଟଙ୍କା ଖର୍ଚ୍ଚ ହେବ । ପରିବାର ସହିତ ଖୁସିରେ ସମୟ ବିତାଇବେ । ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ପୁରୁଣା ଶତ୍ରୁମାନେ ଆଜି ତୁମର ବନ୍ଧୁ ହୋଇପାରନ୍ତି । ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ, ବିଶେଷ କରି ଆପଣଙ୍କ ସାଥୀଙ୍କ ନିଷ୍ପତ୍ତିରେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ରେଳ ପ୍ରକଳ୍ପ ସମୀକ୍ଷା କରି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ, ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ନୂଆ ରେକର୍ଡ କରିଛନ୍ତି। ତାହା ହେଲା ସେ ଆଜି ରାତି 12 ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଛନ୍ତି। ବିଶେଷ କରି ଓଡିଶାର 25ଟି ରେଳ ପ୍ରକଳ୍ପ ଉପରେ ଏହି ସମୀକ୍ଷା ବୈଠକ କରିଥିଲେ।

ଆଜି ବିଭାଗୀୟ ଅଧିକାରୀଙ୍କୁ ଓଡିଶାର ରେଳ ପ୍ରକଳ୍ପର ସ୍ଥିତି ବିଷୟରେ ଅବଗତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଅଧିକାରୀମାନେ ସମସ୍ତ ରେକର୍ଡ ନେଇ ତାଙ୍କ ଅଫିସରେ ହାଜର ହୋଇଥିଲେ। ତେବେ ଏହି ସମୀକ୍ଷା ଶେଷ ହେବା ବେଳକୁ ରାତି 12 ବାଜି ଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଯୋଜନା ପାଇଁ ୫୪,୬୧୮ କୋଟି ଟଙ୍କା ପ୍ୟାକେଜକୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି । ଭାରତ ସରକାରଙ୍କ ଏହିସବୁ ଯୋଜନାଗୁଡ଼ିକର କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇଛି ଓ ସେଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ଏହି ପଦକ୍ଷେପ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଜାରି ରହିବ ଯାହା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆରମ୍ଭ କରାଯିବ ।

ଏହି ମଂଜୁରୀ ଏଇଥିପାଇଁ ପ୍ରଦାନ କରାଯାଇଛି , ଯଦ୍ୱାରା ପ୍ରାଣୀଧନ କ୍ଷେତ୍ରର ବିକାଶକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ଯେଉଁ କାରଣ ଯୋଗୁ ପଶୁପାଳନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଦେଶର ପ୍ରାୟ ୧୦ କୋଟି କୃଷକଙ୍କୁ ଫାଇଦା ମିଳିପାରିବ । ଏହି ପ୍ୟାକେଜ୍‍ ଅଧୀନରେ କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫୪,୬୧୮ କୋଟି ଟଙ୍କାର ମୋଟ ନିବେଶ ସଂଗ୍ରହ କରିବା ନିମନ୍ତେ ୯୮୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଆର୍ଥିକ ପ୍ରଭାବ:

କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୯୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯାହା ଏହିସବୁ ଯୋଜାଗୁଡ଼ିକରେ ହିଁ ବ୍ୟୟ କରାଯିବ । ଏହା ଦ୍ୱାରା ପଶୁପାଳନ କ୍ଷେତ୍ରରେ ମୋଟ ୫୪,୬୧୮ କୋଟି ଟଙ୍କା ନିବେଶ ଜୁଟାଇବା ଦିଗରେ ସହାୟକ ହେବ । ଏଥିରେ ରାଜ୍ୟ ସରକାରମାନଙ୍କ, ରାଜ୍ୟ ସହକାରୀତାଗଣ, ଆର୍ଥିକ ସଂସ୍ଥାନ, ବାହ୍ୟ ଆର୍ଥିକ ଏଜେନ୍ସି ଏବଂ ଅନ୍ୟ ହିତଧାରକମାନଙ୍କ ନିବେଶ ସାମିଲ ।

ବିବରଣୀ:

ଏହି ଆର୍ଥିକ ପ୍ରୋତ୍ସାହନ ଆଧାରର ବିଭାଗର ସମସ୍ତ ଯୋଜନାକୁ ତିନିଗୋଟି ବୃହତ୍‍ ବିକାଶ ଯୋଜନାରେ ଶ୍ରେଣୀଭୁକ୍ତ କରାଯିବ । ସେଥିରେ ରାଷ୍ଟ୍ରୀୟ ଗୋକୁଳ ମିଶନ୍‍, ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ (ଏନପିଡ଼ିଡ଼ି), ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ (ଏନଏଲଏମ) ଏବଂ ପ୍ରାଣୀଧନ ଗଣନା ତଥା ଏକୀକୃତ ନମୁନା ସର୍ବେକ୍ଷଣ (ଏଲସି- ଏଣ୍ଡ୍‍ ଆଇଏସଏସ)କୁ ଉପଯୋଜନାଗୁଡ଼ିକ ଆଧାରରେ ସାମିଲ କରାଯାଇଛି । ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ନାମ ବଦଳାଯାଇ ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏଡିସିପି) ରଖାଯାଇଛି।

ଏଥିରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ଯୋଗ ନିୟନ୍ତ୍ରଣକୁ ସାମିଲ କରାଯାଇଛି, କିନ୍ତୁ ଏଥି ସହିତ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଅବସଂରଚନା ବିକାଶ ନିଧିକୁ ମଧ୍ୟ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପଶୁପାଳନ ଅବସଂରଚନା ବିକାଶ ନିଧି (ଏଏଚଆଇଡ଼ିଏଫ) ଏବଂ ଡାଏରୀ ଅବସଂରଚନା ବିକାଶ ନିଧି (ଡିଆଇଡିଏଫ)କୁ ପରସ୍ପର ସହିତ ମିଶାଇ ଦିଆଯାଇଛି । ଏହିଭଳି ଭାବେ ଅବସଂରଚନା ବିକାଶ ନିଧି ପ୍ରସ୍ତୁତ କରାଯାଇଛି । ଡାଏରୀ ଗତିବିଧିମାନଙ୍କରେ ସଂଲଗ୍ନ ଡାଏରୀ ସହକାରୀତା ଏବଂ କୃଷକ ଉତ୍ପାଦନ ସଂଗଠନଗୁଡ଼ିକୁ ମଧ୍ୟ ଏହିଭଳି ଭାବେ ତୃତୀୟ ବର୍ଗ ଭାବେ ସାମିଲ କରାଯାଇଛି ଯଦ୍ୱାରା ଡାଏରୀ ସହକାରୀତାଗୁଡ଼ିକୁ ସହାୟତା ମିଳିପାରିବ ।

ପ୍ରଭାବ:

ଋାଷ୍ଟ୍ରୀୟ ଗୋକୁଳ ମିଶନ ଦ୍ୱାରା ସ୍ୱଦେଶୀ ପ୍ରଜାତିର ବିକାଶ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମକୁ ସହାୟତା ମିଳିପାରିବ । ଏହାଦ୍ୱାରା ଗାଁର ଗରିବ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆସିପାରିବ । ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ ଯୋଜନା (ଏନପିଡ଼ିଡ଼ି)ର ଲକ୍ଷ୍ୟ ମୋଟରେ ପ୍ରାୟ ୮୯୦୦ କୁଲର ଲଗାଯିବ ଯେଉଁଥିରେ କି ଦୁଗ୍ଧ ସଂରକ୍ଷଣ କରାଯାଇପାରିବ । ଏଭଳି ପଦକ୍ଷେପ ଦ୍ୱାରା ଆଠଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦନଙ୍କୁ ଫାଇଦା ମିଳିବ ଏବଂ ୨୦ ଏଲଏଲପିଡ଼ି ଦୁଧର ଅତିରିକ୍ତ ସଂଗ୍ରହ ସମ୍ଭବପର ହୋଇପାରିବ । ଏନପିଡ଼ିଡ଼ି ଅଧୀରେ ଜାପାନ ଇଣ୍ଟରନ୍ୟାସନାଲକୁ କାର୍ଯ୍ୟକାରୀ ଏଜେନ୍ସି (ଜିଆଇସିଏ) ରୁ ଆର୍ଥିକ ସହାୟତା ପ୍ରାପ୍ତ ହେବ ଯାହାଫଳରେ ଦେଶର ୪୫୦୦ ଗ୍ରାମରେ ନୂତନ ଅବସଂରଚନାର ନିର୍ମାଣ ହେବ ଏବଂ ଗାଁଗୁଡ଼ିକ ଅଧିକ ଶକ୍ତିସମ୍ପନ୍ନ ହୋଇପାରିବେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ହୋଇଗଲା ଭୁଲ, ଏବେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ନା ଗୁରୁତ୍ବହୀନ କହିବ

ଭୁବନେଶ୍ବର, ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଆଶାଥିଲା ପେଟ୍ରୋଲିୟମ ଆଉ ଇସ୍ପାତ ବିଭାଗ ଯାଉ ପଛେ ରାଜ୍ୟସଭାରେ ବିଜେପି ସଂସଦୀୟ ନେତା ପଦ ମିଳୁ। ହେଲେ ସେଥିରେ ମଧ୍ୟ ତାଙ୍କୁ ହତାସ ହେବାକୁ ପଡିଛି।  ଆଜି ପୀୟୁଶ ଗୋଏଲଙ୍କୁ ବିଜେପି ଏହି ପଦ ପାଇଁ ମନୋନିତ କରିଛି। ତେବେ ଧର୍ମେନ୍ଦ୍ର କଣ ପାଇବେ ଆଉ ନ ପାଇବେ ତାହା ବଡ କଥା ନୁହେଁ। ବଡକଥା ହେଲା ଯେଉଁ ଗଣମାଧ୍ୟମ ତାଙ୍କୁ ମୋଦି ବେଶ ଗୁରୁ ଦାୟିତ୍ବ ଦେଇଛନ୍ତି ଏବଂ ଆଉ ଦେବେ ବୋଲି ପ୍ରଚାର କରୁଥିଲେ ସେମାନେ ଏବେ କହିବେ କଣ ?

ଧର୍ମେନ୍ଦ୍ରଙ୍କୁ ଯେତେବେଳେ ପେଟ୍ରୋଲିୟମ ଓ ଇସ୍ପାତ ବିଭାଗରୁ ବାହାର କରି ଶିକ୍ଷା ମନ୍ତ୍ରୀ କରାଗଲା ସେତେେବଳେ ଏହି ଗଣମାଧ୍ୟମଗୁଡିକର ପ୍ରଚାର ଥିଲା ଭିନ୍ନ। ଏମାନେ ଧର୍ମେନ୍ଦ୍ରଙ୍କୁ ମୋଦି ବେଶ ଗୁରୁତ୍ବ ଦେଇଛନ୍ତି ବୋଲି ପ୍ରଚାର କରିଥିଲେ। ଶିକ୍ଷା ବିଭାଗର ଗୁରୁତ୍ବ କେତେ ସେହିମାନେ ହିଁ ଜାଣିଥିବେ, ହେଲେ ସାଧାରଣ ଲୋକେ ଏହା ଠିକ୍ ବୁଝିଥିଲେ।

ଏହାପରେ ପୁଣି ଜାତୀୟ ଏବଂ ରାଜ୍ୟ ଗଣମାଧ୍ୟମରେ ପ୍ରଚାର କରାଗଲା ଯେ, ମୋଦି ଧର୍ମେନ୍ଦ୍ରଙ୍କୁ ପୁଣି ଏକ ଗୁରୁ ଦାୟିତ୍ବ ଦେବେ। ତାହା ଥିଲା ସେ କୁଆଡେ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳର ନେତା ହେବେ। ଏହା ଦ୍ବାରା ତାଙ୍କର କ୍ଷମତା ବଢିବ। ଏହାକୁ ବେଶ କିଛିଦିନ ଧରି ପ୍ରମୁଖ ଖବର ଭାବେ ପ୍ରଚାର ପ୍ରସାର କରାଗଲା। ହେଲେ ତାହା ମଧ୍ୟ ନ ମିଳିବା ପରେ ସେମାନେ ଏବେ ଚୁପ ହୋଇଯାଇଛନ୍ତି।

ନିକଟରେ ଧର୍ମେନ୍ଦ୍ରଙ୍କୁ ଯେତେବେଳେ କେତେକ ସଂସଦୀୟ କମିଟର ସଦସ୍ୟ କରାଗଲା ତାହାକୁ ମଧ୍ୟ ଏହି ଗଣମାଧ୍ୟମ ବେଶ ଗୁରୁତ୍ବପୂର୍ଣ ବୋଲି କହି ବୁଲିଲେ। ପ୍ରକୃତରେ ସଂସଦୀୟ କମଟିର ସଦସ୍ୟ ହେବା ଦ୍ବାରା କଣ ହୁଏ ତାହା ସାଧାରଣ ଜନତା ଜାଣନ୍ତି ନାହିଁ। ହେଲେ ଏହି କମିଟରେ ରହିବା ଦ୍ବାରା ଧର୍ମେନ୍ଦ୍ରଙ୍କ କୁଆଡେ କ୍ଷମତା ବୃଦ୍ଧି ହେଲା ବୋଲି କୁହାଗଲା।

ଏସବୁ ରିପୋର୍ଟ ଦେଖିବା ପରେ ଜଣଙ୍କର ମନରେ ପ୍ରଶ୍ନ ଆସିବ ଯେ, ଧର୍ମେନ୍ଦ୍ର କଣ କ୍ଷମତା ଲୋଭୀ କି ? ଧର୍ମେନ୍ଦ୍ର କଣ ବିନା କ୍ଷମତାରେ ରାଜନୀତି କରିପାରିବେ ନାହିଁ କି ? ଏସବୁ ଭିତରେ ଆମେ ଏକ ଗୁରୁତ୍ବ ପୂର୍ଣ୍ଣ ତଥ୍ୟ ପାଇଛୁ। ତାହା ହେଲା, ଧର୍ମେନ୍ଦ୍ରଙ୍କୁ ସଂସଦୀୟ ନେତା କରିବା ପରେ କିପରି ଖବର ପ୍ରସାରଣ ହେବ ସେଥିପାଇଁ କରାଯାଇଥିଲା ଏକ ବଡ ଯୋଜନା।

ନୂଆଦିଲ୍ଲୀର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଅନୁସାରେ ଧର୍ମେନ୍ଦ୍ରଙ୍କର କୋଟେରୀ ଏଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେମାନେ ଜାତୀୟ ସ୍ତରର କେତେକ ଗଣମାଧ୍ୟମ ସହିତ ଯୋଗାଯୋଗ କରି ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ କହିଥିଲେ। ଓଡିଶାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମର୍ଥିତ ଚ୍ୟାନେଲ ବ୍ୟତିତ ଆଉ ତିନୋଟି ଚ୍ୟାନେଲ ସହିତ ଯୋଗାଯୋଗ କରାଯାଇଥିଲା। କେଉଁ ଲାଇନରେ ଖବର ଏବଂ ଆଲୋଚନା ହେବ ସେ ନେଇ ସେମାନଙ୍କୁ ଇଂରାଜୀ ଓ ଓଡିଆ ଭାଷାରେ ତଥ୍ୟ ମଧ୍ୟ ଯୋଗାଇ ଦିଆଯାଇଥିଲା।

ଯଦି ଧର୍ମେନ୍ଦ୍ରଙ୍କ ନାମ ସଂସଦୀୟ ନେତା ଭାବେ ଘୋଷଣା ହୋଇଥାଆନ୍ତା ତେବେ ଏମାନେ ସିଂହ ଲମ୍ପ ପ୍ରଦାନ କରିବା ପରି ଷ୍ଟୁଡିଓକୁ ଓହ୍ଲାଇ ଥାଆନ୍ତେ। ଧର୍ମେନ୍ଦ୍ରଙ୍କ କ୍ଷମତା ବଢିଲା ବୋଲି ଘନଘନ ପ୍ରଚାର କରିଥାଆନ୍ତେ। ହେଲେ ଶେଷ ମୂହୁର୍ତ୍ତରେ ଧର୍ମେନ୍ଦ୍ର ପ୍ରାଧାନ୍ୟ ଅଙ୍କ ସବୁ ଭୁଲ ହୋଇଗଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ପୁଣି ସକ୍ରିୟ ହେଲେ ଗୋରୁ ମାଫିଆ: ଗାଡି ସମେତ ଦୁଇ ଅଟକ, ୭ ଜୀବନ୍ତ ଗାଈଙ୍କୁ ଉଦ୍ଧାର କଲା ବାଘମାରୀ ପୋଲିସ

ଖୋର୍ଦ୍ଧା:  କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ କମିଥିବାବେଳେ ପୁଣିଥରେ ଗୋରୁ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଗତକାଲି ନାଚୁଣୀରୁ ୪ ଗୋଟି ଗୋରୁକୁ ପୋଲିସ ଉଦ୍ଧାର କରିଥିବାବେଳେ ଆଜି ପୁଣି ୭ ଗୋଟି ଗୋରୁଙ୍କୁ ବାଘମାରୀ ପୋଲିସ ଉଦ୍ଧାର କରିଛି। ଏହା ସହ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ଆଜି ସଂଧ୍ୟାରେ ଏକ ବେଆଇନ ଗୋରୁ ଚାଲାଣ ହେଉଥିବାର ଏକ ବିଶେଷ ସୂତ୍ରରୁ ବାଘମାରି ଆଇଆଇସି ଅର୍ଚ୍ଚନା ମଲ୍ଲିକଙ୍କୁ ସୂଚନା ମିଳିଥିଲା। ଗୋରୁ ବୋଝେଇ ଟାଟା ଏସି ଗାଡ଼ି (ଓଡ଼ି-୦୨-୧୪୦୯) କଟକ ଜିଲ୍ଲା ବାଙ୍କୀ ଥାନା ନରଗଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ତରତୁଆ ଗ୍ରାମକୁ ଯାଉଥିବାର ଆଇଆଇସିଙ୍କୁ ଖବର ମିଳିଥିଲା। ବିଳମ୍ବ ନକରି ତୁରନ୍ତ ଆଇଆଇସି ଏବଂ ଟିମ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ ଜାରି ରଖିଥିଲେ। ପରିଶେଷରେ ସାରୁଅ ବ୍ରିଜ ନିକଟରୁ ଉକ୍ତ ଗାଡିକୁ ପୋଲିସ ଠାବ କରିଥିଲା। ଉକ୍ତ ଗାଡ଼ିରୁ ୭ ଗୋଟି ଜୀବନ୍ତ ଗୋରୁ ଉଦ୍ଧାର କରାଯାଇଛି।

ଅନୁରୂପ ଭାବେ ଗାଡ଼ି ଚାଳକ ମୁନିର ଖାନ (୨୦) ଏବଂ ହେଲ୍ପର ଇନାମ ଖାନ (୩୫) ଙ୍କୁ ପୋଲିସ ଅଟକ ରଖିବା ସହ ଗାଡ଼ି ଟିକୁ ଜବତ କରିଛି। ଅଟକ ଅଭିଯୁକ୍ତଙ୍କ ବିରୋଧରେ ବାଘମାରି ଥାନାରେ କେସ ନମ୍ବର ୫୧/୨୧ ରେ ଏକ ମାମଲା ରୁଜ୍ଜୁ କରାଯିବା ସହ ଉଦ୍ଧାର ହୋଇଥିବା ଗୋରୁମାନଙ୍କୁ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଅର୍ଚ୍ଚନା ମଲ୍ଲିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଆଇନ ମଦ କାରବାର: ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ।

ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୪୮ ଏବଂ ୨୪୯ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ବାମଦେବ ଜେନା ସାମିଲ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ବାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି। କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ଏଥିରେ ମୁଖ୍ୟତଃ ଇସ୍ପାତ ଶିଳ୍ପ ହିଁ ରହିଛି। ଏହି ପ୍ରକଳ୍ପ ମଧ୍ୟରେ ୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍‌ସ ଲିମିଟେଡର ସମନ୍ବିତ ଇସ୍ପାତ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ବର୍ତ୍ତମାନ ଏଥିରୁ ୭.୫୫ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହେବ। ଏହି ସଂପ୍ରସାରିତ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କୁ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଢେଙ୍କାନାଳ ଜିଲ୍ଲାବାସୀଙ୍କ ଧନ୍ୟବାଦର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲା ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ। ଢେଙ୍କାନାଳର ଖଣିଜ ସଂପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢିତୋଳିବା ତାଙ୍କର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ସେ ଶାସନ ଦାୟିତ୍ବ ନେବାବେଳେ ରାଜ୍ୟରେ ମାତ୍ର ୨ ମିଲିଅନ ଟନ୍‌ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୩୦ ମିଲିଅନ ଟନ୍‌ରେ ପହଞ୍ଚିପାରିଛି। ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍‌ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ। ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍‌ ସମୟରେ ଶେଷ ହେବ, ସେଥିପାଇଁ ଲୋକପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନସାଧାରଣ ସମସ୍ତଙ୍କ ସହଯୋଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଢେଙ୍କାନାଳ ଜିଲ୍ଲାରେ ବର୍ତ୍ତମାନ ଚାଲିଥିବା ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହାଦ୍ବାରା ଜିଲ୍ଲାର ୮ଟି ବ୍ଲକ ଓ ସବୁ ସହରାଞ୍ଚଳରେ ଘରେ ଘରେ ପାଇପ ପାଣି ସୁବିଧାରେ ମିଳିପାରିବ। ଜିଲ୍ଲାରେ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ହେବ। ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମ କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ବାଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ଡଃ ନୃସିଂହ ସାହୁ, ହିନ୍ଦୋଳ, ଓଡାପଡା ବ୍ଲକ୍‌ର ଅଧ୍ୟକ୍ଷ, ପ୍ରକଳ୍ପ ଅଞ୍ଚଳର ଲୋକପ୍ରତିନିଧି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଜିଲ୍ଲାର ଆର୍ଥିକ ବିକାଶରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହ ଯୁବ ସମାଜ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ ବୋଲି ଆଶାପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ସଂଚାଳନ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ୨୦ ବର୍ଷ ତଳେ ଓଡିଶା ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟର ସହଯୋଗ ଉପରେ ନିର୍ଭର କରୁଥିବା ବେଳେ ଆଜି ଓଡିଶା ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢାଇବ ସହ ବିକାଶର ଛବିକୁ ଅଧିକ ଉଜ୍ଜଳ କରିପାରିଛି।

ଏହି କାର୍ଯ୍ୟକ୍ରମ ଭିଡ଼ିଓ କନ୍ ଫରେନସି ଜରିଆରେ ଅନୂଷ୍ଠିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୬୦୫ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୬୮, କଟକରୁ ୪୨୦, ବାଲେଶ୍ବରରୁ ୨୩୮, ଯାଜପୁରରୁ ୧୫୩, ପୁରୀରୁ ୧୪୯, ଜଗତସିଂହପୁରରୁ ୧୧୦, ଅନୁଗୁଳରୁ ୧୦୨, ମୟୂରଭଞ୍ଜରୁ ୧୦୧, ନୟାଗଡରୁ ୮୦, ଢେଙ୍କାନାଳରୁ ୭୫, କେନ୍ଦୁଝରରୁ ୭୪, କେନ୍ଦ୍ରାପଡାରୁ ମାଲକାନାଗିରିରୁ ୫୭, ସୁନ୍ଦରଗଡରୁ ୫୫, କୋରାପୁଟରୁ ୪୧, ନବରଙ୍ଗପୁରରୁ ୨୮, ସମ୍ବଲପୁରରୁ ୨୫, ରାୟଗଡାରୁ ୨୪, କନ୍ଧମାଳରୁ ୨୦, ସୋନପୁରରୁ ୧୭, ବଲାଙ୍ଗୀରିରୁ ୧୬, କଳାହାଣ୍ଡିରୁ ୧୪, ବୌଦ୍ଧରୁ ୧୩, ଗଞ୍ଜାମରୁ ୯, ଗଜପତିରୁ ୯, ନୂଆପଡାରୁ ୯, ଦେବଗଡରୁ ୮, ବରଗଡରୁ ୭, ଝାରସୁଗୁଡାରୁ ୩ ଏବଂ ଷ୍ଟେଟ ପୁଲରୁ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୨୦ ହଜାର ୬୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୮୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୯୪ କୁ ବୃଦ୍ଧି ହୋଇଛି।

Categories
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ଅନିୟମିତତା ଅଭିଯୋଗ: ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗରେ ଆଜି ନାକଟିଦେଉଳ ବିଜେପି ତରଫରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ।

କେନ୍ଦ୍ର ସରକାର ୨୦୨୨ ମସିହା ପର୍ଯ୍ୟନ୍ତ ଦେଶରେ ସମସ୍ତ ଗରୀବ ଲୋକଙ୍କୁ ପକ୍କାଘର ପ୍ରଦାନ କରିବାକୁ ଲକ୍ଷ୍ୟ କରିଥିବା ବେଳେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ବିଜେପି ଅଭିଯୋଗ କରିଛି। ୨୦୧୯ ମସିହାରେ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ସର୍ଭେ କାମରେ ଭୁଲ କରିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସଂପର୍କ ରଖି ଘର ହାତେଇଥିଲେ। ବହୁ ଗରୀବ ହିତାଧିକାରୀ ବାଦ୍ ପଡିଥିଲେ ମଧୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାଯାଇ ପାରି ନ ଥିବା ବିଜେପି ଅଭିଯୋଗ କରିଛି।

ଯେଉଁ ମାନେ ଏହି ଭ୍ରଷ୍ଟାଚାର କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ବିଜେପି ତରଫରୁ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା। ଆଜିର ଏହି ବିକ୍ଷୋଭରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢାଖୋଲ ନିର୍ବାଚନ ମଣ୍ଡଳିର ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ନାକଟିଦେଉଳ ଜୋନ୍‌-୧ର ଜିଲ୍ଲା ପରିଷଦ ସଭ୍ୟ ପୂର୍ଣଚନ୍ଦ୍ର ଗଡତ୍ୟା, ଜୋନ୍‌-୨ର ସଭ୍ୟ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖଙ୍କ ନେତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା। ବହୁ ବିଜେପି କର୍ମୀ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ।