Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଗଚୀ ଦମ୍ପତିଙ୍କ ସହ ସ୍ବାକ୍ଷରିତ ହେଲା କର୍କଟ ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ରାଜିନାମା

ଭୁବନେଶ୍ୱର: ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଏବଂ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାର ଏବଂ ବାଗଚୀ ଦମ୍ପତିଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି।

ରାଜଧାନୀ ଭୁବନେଶ୍ୱରେ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠା ହେବ। ୨୦୨୪ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ। ପରେ ଏହା ୫ଶହ ଶଯ୍ୟାକୁ ସମ୍ପ୍ରସାରିତ ହେବ। ଏହାସହିତ ଏଥିରେ ୨୫ ପ୍ରତିଶତ ଶଯ୍ୟାରେ ମାଗଣା ଚିକିତ୍ସା ସେବା ଯୂଗାଇବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ଏହି କ୍ୟାନସର ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ସହାୟତା କରିବେ।

ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ। ଏହି କେୟାର ସେଣ୍ଟର ପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଦେବେ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନକୁ ସ୍ଥଗିତ ଆଦେଶ ଦେଲେ ପୁରୀ ଏଡିଏମ

ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ଏଡିଏମ ଏନେଇ ଘୋଷଣା କରିଛନ୍ତି। ସିଇଓ ଓ ଇସିଆଇଙ୍କୁ ସ୍ଥଗିତାଦେଶ କପି ପଠାଯାଇଛି ବୋଲି ପୁରୀ ଏଡ଼ିଏମ କହଛନ୍ତି। ହେଲେ ଆସନ୍ତାକାଲି  ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ପିପିଲି ନଆସିବାକୁ କୁହାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଟାଙ୍ଗୀ: ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ, ଯୋଗ ଦେଲେ ଚିଲିକା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମଙ୍ଗୁଳି ଜେନା ସ୍ମୁତି କମିଟି ପକ୍ଷରୁ ଟାଙ୍ଗୀ ବ୍ଲକର ପୂର୍ବତନ ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ  ହୋଇଯାଇଛି। ଆଜି ନିଜ ଜନ୍ମ ସ୍ଥାନ ବଡପୋଖରିଆ ଗ୍ରାମରେ ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି।

ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସଂଜୟ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଖୋରଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ସାମ୍ଵାଦିକ ପଦ୍ମନାଭ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ମମତା ଜେନା ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ମଙ୍ଗୁଳି ଜେନାଙ୍କର ସ୍ମୁତି ଚାରଣ କରିଥିଲେ। ମଙ୍ଗୁଳି ଟାଙ୍ଗୀ ବ୍ଲକର ଜଣେ ଜଣା ଶୁଣା ଟାଣୁଆ ନେତା ଥିଲେ। ସେ ବହୁ ଜନ ହିତକର କାର୍ଯ୍ୟ କରି ଜନ ସାଧାରଣମାନଙ୍କର ଆସ୍ଥା ଭାଜନ ହୋଇଥିଲେ।

ଗତ ୨ ବର୍ଷ ତଳେ ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧାରେ ଗୁଳି ମାରି ହତ୍ୟା କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀମାନେ ଧରା ପଡିନଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା। ଏହି ଉତ୍ସବରେ କୋଭିଡ୍ କଟକଣାକୁ ମାନି ଶତାଧିକ ଜନ ସାଧାରଣ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ: କୋଭିଡ୍ ସ୍ଥିତିକୁ ନେଇ କଲେ ସମୀକ୍ଷା

ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ଆସି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଭିଡ୍ ସମ୍ପର୍କିତ କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପାସ୍ଥାପନ କରିଥିଲେ।

ସମୀକ୍ଷା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କୋଭିଡ୍ ହସ୍ପିଟାଲରେ ଆବଶ୍ୟକ ବେଡ୍‌, ଆଇସିୟୁ ଏବଂ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି। ରାଉରକେଲାରେ ଥିବା ଜେ ପି ହସ୍ପିଟାଲରେ ୨୫୦ଟି ବେଡ୍ କୋଭିଡ୍ ଚିକିତ୍ସା ପାଇଁ ରଖାଯାଇଛି। ସୁନ୍ଦରଗଡ଼ସ୍ଥିତ ଏନଟିପିସି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ପାଇଁ ୪୦୦ ଶଯ୍ୟା ରହିଛି। ସେହିପରି ରାଉରକେଲାସ୍ଥିତ ହାଇଟେକ କୋଭିଡ୍ ହସ୍ପିଟାଲକୁ ଖୁବଶୀଘ୍ର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଖୋଲାଯିବ । ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ କେୟାର ସେଂଟରଗୁଡ଼ିକରେ ୧ ହଜାରରୁ ଅଧିକ ବେଡର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ କୋଭିଡ୍ ସଂକ୍ରମଣର ପ୍ରତିରୋଧ ନିମନ୍ତେ କୋଭିଡ୍ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପ୍ରବର୍ତ୍ତନ କରାଯିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଅଧିକ ବ୍ୟାପକ କରାଯିବ। ଆବଶ୍ୟକସ୍ଥଳେ ଜିଲ୍ଲା ପ୍ରଶାସନ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରିପାରିବେ।

ଏହି ଗସ୍ତ ଓ ସମୀକ୍ଷା ସମୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ରାଉରକେଲା ଏସପି ମୁକେଶ ଭାମୋ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଆରଏସପି ସିଇଓ ଦୀପକ ଚଟ୍ଟରାଜଙ୍କ ସହିତ ଆରଜିଏଚ, ଆଇଜିଏଚ, ଶାନ୍ତି ମେମୋରିଆଲ ହସ୍ପିଟାଲ, ହାଇଟେକ୍ ହସ୍ପିଟାଲ, ଆରଏସପିର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡ଼ାରୁ ୧୨୦, ଖୋର୍ଦ୍ଧାରୁ ୧୦୨, ସୁନ୍ଦରଗଡରୁ ୮୦, ବରଗଡରୁ ୪୩, ଝାରସୁଗୁଡାରୁ ୨୯, କଟକରୁ ୨୮, କେନ୍ଦୁଝରରୁ ୨୫, କଳାହାଣ୍ଡିରୁ ୨୪, ସମ୍ବଲପୁରରୁ ୨୧, ଗଞ୍ଜାମରୁ ୧୮, ପୁରୀରୁ ୧୫, ଯାଜପୁରରୁ ୧୪, ବଲାଙ୍ଗୀରିରୁ ୧୨, ବାଲେଶ୍ବରରୁ ୧୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୭, ଅନୁଗୁଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୩, ଗଜପତିରୁ ୨, ରାୟଗଡ଼ାରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧, ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ କୁ ବୃଦ୍ଧି ହୋଇଛି। ତେବେ ୧୧ ହଜାର ୬୩୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୩୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୦୭: ସୁସ୍ଥ ହେଲେ ୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୪୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ବନ୍ଦ ହୋଇପାରେ ପିପିଲି ନିର୍ବାଚନ

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ପରଲୋକ ହୋଇଯାଇଛି। ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ ବୋଲି କୁହାଯାଉଛି। ନିର୍ବାଚନ କମିଶନ ମତଦାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ଥିଲା। ହେଲେ ନିର୍ବାଚନର ୩ ଦିନ ପୂର୍ବରୁ ଅଜିତଙ୍କ ଦେହାନ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇପଡିଥିଲେ।

ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ଭିଡ ଜମିଛି। ଅଜିତଙ୍କ ଦେହାନ୍ତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Categories
ଆଞ୍ଚଳିକ

ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା।

ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା ଓ ସହଯୋଗରେ ଉକ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ସୂଚନା ଥାଉକି ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ଦୀର୍ଘ ୭ ବର୍ଷ ହେଲା ସୁଚାରୁରୂପେ ଉକ୍ତ ଗ୍ରାମରେ ପରିଚାଳିତ ହୋଇଆସୁଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁନ୍ ମାସ ପର୍ଯ୍ୟନ୍ତ ଦ୍ଵାଦଶ ଶ୍ରେଣୀ ପିଲାଙ୍କୁ ଚାପରେ ରଖିବା କ’ଣ ଆବଶ୍ୟକ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସିବିଏସଇ ବୋର୍ଡ ପରୀକ୍ଷା ଉପରେ ଏକ ବଡ ନିଷ୍ପତ୍ତି ନେଇଛି। ଦଶମ ଶ୍ରେଣୀ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଥିବା ବେଳେ ଦ୍ଵାଦଶ ଶ୍ରେଣୀ ପରିକ୍ଷାକୁ ସ୍ଥଗିତ ରଖିଛି। ହେଲେ ଆସନ୍ତା ଜୁନ ୧ ତାରିଖରେ ଦ୍ଵାଦଶ ପରୀକ୍ଷାର ନିଷ୍ପତ୍ତି ଉପରେ ସମୀକ୍ଷା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।

ତେବେ ଦ୍ଵାଦଶ ପରୀକ୍ଷାକୁ ନେଇ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରିଛନ୍ତି। ସେ ଟ୍ବିଟ କରି କେନ୍ଦ୍ର ସରକାରକୁ ଏକ ପରାମର୍ଶ ଦେଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯେ, ଦଶମ ପରୀକ୍ଷା ବାତିଲ ହେବା ଏକ ଭଲ ନିଷ୍ପତ୍ତି। କିନ୍ତୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜୁନ ମାସ ପର୍ଯ୍ୟନ୍ତ ଚାପରେ ରଖିବା କ’ଣ ଆବଶ୍ୟକ? କେନ୍ଦ୍ର ସରକାରକୁ ଅନୁରୋଧ କି, ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଉପରେ ବର୍ତ୍ତମାନ ନିଷ୍ପତ୍ତି ନିଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ରାଣ ହରାଇଲେ ୩ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୩୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ ରେ ପହଞ୍ଚିଛି।

ବଲାଙ୍ଗୀରି ଜିଲ୍ଲାରୁ ଜଣେ ୪୩ ବର୍ଷୀୟ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଯାଜପୁର ଜିଲ୍ଲାରୁ ଜଣେ ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି।

ତେବେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୧୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୨୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାତିଲ ହେଲା ସିବିଏସଇ ଦଶମ ପରୀକ୍ଷା!: ସ୍ଥଗିତ ହେଲା ଦ୍ଵାଦଶ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏହା ସହ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଗଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି।

ଦ୍ଵାଦଶ ପରୀକ୍ଷା ପାଇଁ ଆସନ୍ତା ଜୁନ ୧ ତାରିଖରେ ସମୀକ୍ଷା କରାଯିବ। ସେହିଭଳି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ, ତାହା ବୋର୍ଡ ସ୍ଥିର କରିବ। ମୁଖ୍ୟତଃ ଅବଜେକ୍ଟିଭ ପ୍ରଶ୍ନ ମାଧ୍ୟମରେ ପରୀକ୍ଷା କରି ପାଶ କରାଯିବ। କିନ୍ତୁ ବୋର୍ଡ ଦ୍ଵାରା ଦିଆଯାଇଥିବା ମାର୍କରେ ପିଲା ସନ୍ତୁଷ୍ଟ ନ ହେଲେ ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରୀକ୍ଷାକୁ ସ୍ଥଗିତ କିମ୍ବା ବାତିଲ କରିବା ପାଇଁ ଦାବି କରି ଆସୁଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟାର ହାଇଦରକୁ ଖସାଇବାରେ ବଡ ଷଡଯନ୍ତ୍ର ହୋଇଛି: ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର ଏକ ବଡ ବୟାନ ଦେଇଛନ୍ତି। ହାଇଦର ଫେରାର ନୁହେଁ ତାକୁ ଖସାଯାଇଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ହାଇଦର ଘଟଣାରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରକୁ କେତୋଟି ପ୍ରଶ୍ନ କରିଛି।

ପ୍ରକାଶ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଏଥିପାଇଁ ଏକ ବଡ ଷଡଯନ୍ତ୍ର ହୋଇଛି। ତାକୁ ବାରମ୍ବାର ସମ୍ବଲପୁରରୁ କଟକ ସ୍ଥାନାନ୍ତରଣ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କୁ ଏସସିବିରେ ଶଯ୍ୟା ମିଳୁନଥିବା ବେଳେ ହାଇଦରକୁ କ୍ୟାବିନ କେମିତି ମିଳିଲା? କିଡିନୀ ଖରାପ ଥିବା ସତ୍ତ୍ୱେ ତାକୁ କିପରି ବିରିୟାନୀ ଖାଇବାକୁ ଅନୁମତି ଦିଆଗଲା? ଏଥିରେ କିଛି ବଡ ଲୋକଙ୍କ ହାତ ଥାଇପାରେ ବୋଲି ଏଭଳି କିଛି ପ୍ରଶ୍ନ ରଖି ପ୍ରକାଶ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆକ୍ରାନ୍ତ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହିଛନ୍ତି। ପ୍ରାଥମିକ ଲକ୍ଷଣ ଦେଖାଗଲା ପରେ ସେ କୋଭିଡ଼ ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ପୃଥକବାସରେ ରହି ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ଼ ପରୀକ୍ଷା କରିବା ପାଇଁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏହା ଭିତରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଅଖିଲେଶ ଟ୍ବିଟ କରି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆଶିଭାପରେ ସେ ହୋମ ଆଇସୋଲେସନକୁ ଚାଲିଯାଇଛନ୍ତି।

ଅଖିଲେଶ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସମସ୍ତଙ୍କ ଠାରୁ ଅଲଗା କରି ପୃଥକବାସରେ ଚିକିତ୍ସା ଆରମ୍ଭ କରିଛି। ବିଗତ ଦିନରେ ମୋ ସମ୍ପର୍କରେ ଆସିଥିବା ଲୋକଙ୍କୁ ଅନୁରୋଧ ସେମାନେ ଟେଷ୍ଟ କରିନିଅନ୍ତୁ ଏବଂ କ୍ଵାରେଣ୍ଟିନ ହୋଇଯାନ୍ତୁ।

Categories
ଆଜିର ଖବର ଆଞ୍ଚଳିକ

ଜନ୍ମ ଜୟନ୍ତୀରେ ଆମ୍ବେଦକରଙ୍କୁ ନାଗରିକ ଏକତା ପରିଷଦ ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ଜନ୍ମତିଥିରେ ନାଗରିକ ଏକତା ପରିଷଦ ଏବଂ ଭାରତୀୟ ବୌଦ୍ଧ ମହାସଭା ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଏଜି ଛକସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତିଚାରଣ କରାଯାଇଥିଲା। ଆମ୍ବେଦକରଙ୍କୁ ଭଲ ପାଉଥିବା ଲୋକମାନେ କହିଥିଲେ ଯେ, ଭାରତ ପରି ଏକ ବିବିଧତାପୂର୍ଣ୍ଣ ଦେଶ ପାଇଁ ଡଃ ଆମ୍ବେଦକର ଏକ ସଶକ୍ତ ସମ୍ବିଧାନ ଦେଇଛନ୍ତି ଯାହାଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷିତ ଓ ମର୍ଯ୍ୟାଦାବନ୍ତ ହୋଇଛନ୍ତି।

ଏତଦ୍‌ବ୍ୟତୀତ ଦଳିତମାନଙ୍କର ସେ ହେଉଛନ୍ତି ତ୍ରାଣକର୍ତ୍ତା। ତାଙ୍କ ଯୋଗୁଁ ଦଳିତମାନଙ୍କର ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ଅଭ୍ୟୁଥାନ ଘଟିଛି । ତାଙ୍କ ଆଦର୍ଶକୁ ପାଥେୟ କରି ଚାଲିଲେ ଦଳିତମାନେ ଦେଶରେ ଅଗ୍ରଣୀ ହେବେ।

ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମଣ ମଲ୍ଲିକ, ସୁନାକର ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ଶ୍ୟାମସୁନ୍ଦର ମଲ୍ଲିକ, ଦାମୋଦର ମଲ୍ଲିକ, ବାବୁଲି ମଲ୍ଲିକ, ଅଶୋକ ମଲ୍ଲିକ, ରବୀନ୍ଦ୍ର କୁମାର ସେଠୀ, ଆକୁଳି ଚରଣ ସେଠୀ, ଅଭିମନ୍ୟୁ ସେଠୀ, ନରେନ୍ଦ୍ର କୁମାର ସେଠୀ, ଅଚ୍ୟୁତ ନାୟକ, ପୁରୁଷୋତ୍ତମ ମାଝୀ, ମନମୋହନ ଚୌଧୁରୀ, ହରିହର ସେଠୀ ଓ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୨ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୩୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୫୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୧୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୨୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୯ ଟି ଜିଲ୍ଲାରୁ ୨ ହଜାର ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୪୫୮, ଖୋର୍ଦ୍ଧା ଜିଲ୍ଲାରୁ ୩୪୮ ଜଣ, ଅନୁଗୁଳ ୪୮ ଜଣ, ବାଲେଶ୍ଵର ଜିଲ୍ଲାରୁ ୬୭ ଜଣ, ବରଗଡ ଜିଲ୍ଲାରୁ ୧୨୦ ଜଣ, ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୯୩ ଜଣ, କଟକ ୧୧୭ ଜଣ, ଦେବଗଡ ଜିଲ୍ଲାରୁ ୧୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫ ଜଣ, ଗଜପତି ଜିଲ୍ଲାରୁ ୩୧ ଜଣ, ଗଞ୍ଜାମ ଜିଲ୍ଲାରୁ ୭୦ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୫ ଜଣ, ଯାଜପୁର ଜିଲ୍ଲାରୁ ୫୨ ଜଣ, ଝାରସୁଗୁଡା ଜିଲ୍ଲାରୁ ୫୫ ଜଣ, କଳାହାଣ୍ଡିରୁ ୩୪ ଜଣ, କନ୍ଧମାଳ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୨ ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ ଜଣ, କୋରାପୁଟ ଜିଲ୍ଲାରୁ ୧୨ ଜଣ, ମାଲକାନାଗିରି ଜିଲ୍ଲାରୁ ୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬୦ ଜଣ, ନବରଂଗପୁର ଜିଲ୍ଲାରୁ ୧୦୪ ଜଣ, ନୟାଗଡ ଜିଲ୍ଲାରୁ ୧୯ ଜଣ, ନୂଆପଡା ଜିଲ୍ଲାରୁ ୧୦୪ ଜଣ, ପୁରୀ ଜିଲ୍ଲାରୁ ୭୦ ଜଣ, ରାୟଗଡା ଜିଲ୍ଲାରୁ ୨୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୦ ଜଣ, ସୋନପୁର ଜିଲ୍ଲାରୁ ୧୬ ଜଣ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଫଟୋ ଖବର

ଝାରସୁଗୁଡା ଏବଂ ସମ୍ବଲପୁର ଯିବା ରାସ୍ତାରେ ପାଣି ଭିତରେ ପୂଜା ପାଉଛନ୍ତି ମହାଦେବ

Bhubaneswar, Submerged Shiva Temple. The demarcation point between Jharsuguda and Sambalpur, Odisha, Bharat. This view is only seen in early spring or autumn.

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୮୪ ହଜାର ୩୭୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୮ ଲକ୍ଷ ୭୩ ହଜାର ୮୨୫ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୨ ହଜାର ୮୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩୬ ହଜାର ୩୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୩ ଲକ୍ଷ ୬୫ ହଜାର ୭୦୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର

ସିବିଏସଇ ବୋର୍ଡ ପରୀକ୍ଷା ନେଇ ଆଜି ହେବ ଘୋଷଣା, ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ବ ପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ, ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଯେପରି ବୃଦ୍ଧି ପାଇବାରେ ଲାଗିଛି ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି। ବିଶେଷ କରି ସାରା ଦେଶରେ ହେବାକୁ ଥିବା ସିବିଏସଇ ପରୀକ୍ଷା କିପରି ହେବ ସେ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତାରେ ଅଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ଅପରାହ୍ନରେ ହେବାକୁ ଥିବା ଏହି ବୈଠକରେ ଶିକ୍ଷାମନ୍ତ୍ରୀ ଓ ସଚିବ ସହିତ ଉଚ୍ଚ ଅଧିକାରୀ ଯୋଗ ଦେବେ। ଏହି ବୈଠକ ପରେ ବୋର୍ଡ ପରୀକ୍ଷା ହେବ କି ନାହିଁ ତାହା ଘୋଷଣା କରାଯିବ।