Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଚାଣକ୍ୟ ନୀତି: ଏପରି ଲୋକମାନଙ୍କ ସହିତ କଦାପି ବନ୍ଧୁତା କରନ୍ତୁ ନାହିଁ, ଶତ୍ରୁଙ୍କ ଅପେକ୍ଷା ଅଧିକ ବିପଜ୍ଜନକ

ଚାଣକ୍ୟ ନୀତି: ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାକୁ ପ୍ରେରଣା ଦିଏ। ଚାଣକ୍ୟ ନୀତି ମଧ୍ୟ ଅନ୍ଧକାରରେ ଆଲୋକ ଦେଖାଇବା ପାଇଁ କାର୍ଯ୍ୟ କରେ। ହତାଶା ଏବଂ ନିରାଶା ଦୂର କରିବାରେ ଚାଣକ୍ୟ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର କାରଣ ହେଉଛି ଏତେ ବର୍ଷ ପରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତିର ପ୍ରାସଙ୍ଗିକତା ରହିଆସିଛି। ବିଶ୍ୱାସ କରାଯାଏ ଯେ, ଆଜି ବି ବହୁ ସଂଖ୍ୟକ ଲୋକ ଚାଣକ୍ୟ ନୀତି ଅଧ୍ୟୟନ କରନ୍ତି।

ଆଚାର୍ଯ୍ୟ ଚାଣକ୍ୟ ଭାରତର ସର୍ବୋତ୍ତମ ପଣ୍ଡିତମାନଙ୍କ ମଧ୍ୟରେ ଅନ୍ଯତମ। ବିଶ୍ୱାସ କରାଯାଏ ଯେ ଆଚାର୍ଯ୍ୟ ଚାଣକ୍ୟ ଗୋଟିଏ ନୁହେଁ ଅନେକ ବିଷୟ ଉପରେ ଜ୍ଞାନ ଥିଲା। ଚାଣକ୍ୟ ତାଙ୍କ ସମୟର ବିଶ୍ୱ ପ୍ରସିଦ୍ଧ ତକ୍ଷଶୀଳା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ। ଅର୍ଥନୀତି ସହ କୂଟନୀତି, ରାଜନୀତି ବିଜ୍ଞାନ ଇତ୍ୟାଦି ବିଷୟଗୁଡିକରେ ଆଚାର୍ଯ୍ୟ ଚାଣକ୍ୟଙ୍କର ଜ୍ଞାନ ଥିଲା। ଏହା ସହିତ, ମଣିଷକୁ ପ୍ରଭାବିତ କରୁଥିବା ସମସ୍ତ ବିଷୟ ମଧ୍ୟ ଗଭୀର ଭାବରେ ଅଧ୍ୟୟନ କରିଥିଲେ। ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱାସ କରୁଥିଲେ ଯେ, ଜଣେ ବ୍ୟକ୍ତି ଶତ୍ରୁ ଏବଂ ବନ୍ଧୁଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ୍, ଯଦି ସେ ଏହା ବୁଝିବାରେ ଅସମର୍ଥ, ତେବେ ସେ କ୍ଷତି ସହିବାକୁ ପ୍ରସ୍ତୁତ ହେବା ଉଚିତ୍।

ସ୍ୱାର୍ଥପର ବନ୍ଧୁ ପ୍ରତି ସାବଧାନ ରୁହନ୍ତୁ:

ଜଣେ ସ୍ୱାର୍ଥପର ବ୍ୟକ୍ତି ସର୍ବଦା ନିଜର ସ୍ୱାର୍ଥ ପ୍ରତି ଧ୍ୟାନ ଦିଅନ୍ତି। ଜଣେ ସ୍ୱାର୍ଥପର ବନ୍ଧୁ ଶତ୍ରୁ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ। ଏପରି ବନ୍ଧୁଙ୍କ ସହିତ ଜଣେ ସର୍ବଦା ସତର୍କ ରହିବା ଉଚିତ୍। ଜଣେ ସ୍ୱାର୍ଥପର ବ୍ୟକ୍ତି ନିଜ ସ୍ୱାର୍ଥ ପୂର୍ବରୁ ଆପଣଙ୍କର ସମ୍ମାନ ଏବଂ ସହଯୋଗକୁ କେବେବି ପ୍ରାଧାନ୍ୟ ଦେବ ନାହିଁ। ଯେତେବେଳେ ବି ସେ ସୁଯୋଗ ପାଆନ୍ତି, ସେ କେବଳ ନିଜର ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତି। ତେଣୁ ଏପରି ଲୋକମାନଙ୍କ ସହିତ ବନ୍ଧୁତା କରିବା ସମୟରେ ସାବଧାନ ରୁହନ୍ତୁ।

ଭୁଲ କାର୍ଯ୍ୟକୁ ପ୍ରେରଣା ଦେଉଥିବା ବନ୍ଧୁ:

ପ୍ରକୃତ ବନ୍ଧୁ ଜୀବନରେ ଉପହାରଠାରୁ କମ୍ ନୁହେଁ। ଏପରି ବନ୍ଧୁଙ୍କୁ ସର୍ବଦା ସମ୍ମାନ ଦିଆଯିବା ଉଚିତ୍। ଜଣେ ବନ୍ଧୁଙ୍କଠାରୁ ତୁରନ୍ତ ଦୂରତା ରଖିବା ଭଲ, ଯିଏ ତାଙ୍କୁ ଭୁଲ କାର୍ଯ୍ୟ ପାଇଁ ପ୍ରେରଣା ଦେଇଥାଏ ଏବଂ ସଠିକ୍ ରାସ୍ତା ଦେଖାଏ ନାହିଁ। ନଚେତ୍ ତାଙ୍କୁ ପରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଜଣେ ପ୍ରକୃତ ବନ୍ଧୁ ମଧ୍ୟ ସମୟ ଆସିଲେ ଅଭିଭାବକ ଏବଂ ଗୁରୁ ଭୂମିକାରେ ଅଭିନୟ କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ବର୍ଷା: ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା

ରମେଶ ମହାନ୍ତି

ଜଗତସିଂହପୁର: ଦୀର୍ଘ ବର୍ଷ ପରେ ଜଗତସିଂହପୁର ଜିଲ୍ଲାରେ ଏପରି ଉତ୍ପାତିଆ ଲଘୁଚାପ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏହି ଲଗାଣ ବର୍ଷାର ପ୍ରକୋପରେ ଚାଷଜମି ଗୁଡିକ ପାଣିରେ ବୁଡ଼ି ରହିଥିବାରୁ ଚାଷୀ ମାନଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏମିତିକି ଅନେକ ସ୍ଥାନରେ ସାଧାରଣ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଗତକାଲି ଠାରୁ ଲାଗିରହିଥିବା ଏହି ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟି ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସମୀକ୍ଷା ଅନୁଯାୟୀ ଜିଲ୍ଲାର ୧୯୮ଟି ପଞ୍ଚାୟତର ୧୩୨୧ଟି ଗ୍ରାମ ଓ ୨ଟି ମ୍ୟୁନିସିପାଲିଟିର ୪୦ଟି ୱାର୍ଡ଼ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଜିଲ୍ଲାର ୯୯ଟି ଗାଁର ୧୬୯୨୦ ଲୋକ ବର୍ଷାଜଳ ଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାରେ ୪୩ଟି ଆଶ୍ରୟ ସ୍ଥଳୀରେ ୧୫୯୦ଜଣ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ୨୯ଟି କେନ୍ଦ୍ରରେ ମାଗଣା ଖାଦ୍ୟ ପ୍ରଦାନ କରାଯାଇଛି। ଜିଲ୍ଲାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାରେ ୩୦୦୦ କୁକୁଡ଼ା ଚିଆଁ ମରିଥିବା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିକୁ ମିଶାଇ ୫୩୦୪୨.୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ୭୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହେବା ସହିତ ୨୮ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ଷା ପ୍ରଭାବିତ ଲୋକଙ୍କୁ ୧୫୦ ପ୍ୟାକେଟ୍ ବିସ୍କୁଟ, ୧୨.୬୦ କ୍ୱିଣ୍ଟାଲ ଚୁଡ଼ା ଓ ୧.୦୮ କ୍ୱିଣ୍ଟାଲ ଗୁଡ ବଣ୍ଟନ କରାଯାଇଛି। ୨ଟି ଅଗ୍ନିଶମ ବାହୀନି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ ୩ଟି ମେଡିକାଲ ଟିମ୍ ନିୟୋଜିତ ହୋଇଛନ୍ତି। ବର୍ଷା ଜଳରେ ୭ଟି ରାସ୍ତା ବିଛିନ୍ନ ହୋଇଯାଇଥିବା ବେଳେ ୬ଟି କୋଠାଘର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଚଣ୍ଡେଶ୍ୱରରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କଲା ଟାଙ୍ଗୀ ପୋଲିସ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସାରା ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବାବେଳେ ଚୋରା ମଦ ବେପାରୀଙ୍କ ପାଇଁ ସତେ ଯେମିତି ଏହା ଏକ ସୁବର୍ଣ୍ଣ ସୁଯୋଗ ପାଲଟିଛି। ବର୍ଷାର ଫାଇଦା ନେଇ ଅନାୟାସରେ ଚୋରା ମଦ ବିକୁଥିବାବେଳେ ଆଜି ବିପୁଳ ଦେଶୀ ଓ ବିଦେଶୀ ମଦ ସହ ଜଣେ ଚୋରା ମଦ ବେପାରୀଙ୍କୁ ଧରିଛି ଟାଙ୍ଗୀ ପୋଲିସ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ବଜାର ଉପରେ ଏକ ଦୋକାନ ଭିତରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବାର ବାଲୁଗାଁ ଏସଡ଼ିପିଓ ଖବର ପାଇଥିଲେ। ତେବେ ପ୍ରବଳ ବର୍ଷା ସତ୍ତ୍ୱେ ଆଜି ସଂଧ୍ୟାରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ପୋଲିସ ଦୋକାନ ମଧ୍ୟରୁ ୧୦୮ ବୋତଲ ବିଦେଶୀ ମଦ, ୪୨ ବୋତଲ ଆସ୍କା-୪୦ ଏବଂ ନକଦ ୩୦୦୦ ଟଙ୍କା ଜବତ କରିଛି।

ଏ ସଂକ୍ରାନ୍ତରେ ଟାଙ୍ଗୀ ପୋଲିସ ଓଡିଶା ଅବକାରୀ ଆଇନ ଅନୁଯାୟୀ ୩୨୨/୨୧ ରେ ଏକ ମାମଲା ରୁଜୁକରିବା ସହ ଦୋକାନୀ ପ୍ରସନ୍ନ ସାମନ୍ତଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଏୟାରଟେଲ, ଭିଆଇ, ଜିଓ ରେ ଦୈନିକ ୩ ଜିବି ଡାଟା ପ୍ଳାନ: ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଅଧିକ ସୁବିଧା

ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅନେକ ପ୍ରକାରର ରିଚାର୍ଜ ପ୍ଳାନ ଉପଲବ୍ଧ ହେଉଛି। ଏହାର କାରଣ ହେଉଛି ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା। ଆଜି ବଜାରରେ ସବୁଠାରୁ ଶସ୍ତା ଏବଂ ମହଙ୍ଗା ଯୋଜନା ଉପଲବ୍ଧ। ଆଜି ଆମେ ୩ ଜିବି ଦୈନିକ ଡାଟା ପ୍ରଦାନ କରୁଥିବା ଯୋଜନା ବିଷୟରେ ଆଲୋଚନା କରିବା। ବାସ୍ତବରେ, ଇଣ୍ଟରନେଟ୍ ତଥ୍ୟର ଚାହିଦା ବୃଦ୍ଧି ହେତୁ ଟେଲିକମ୍ କମ୍ପାନୀଗୁଡିକ ଅଧିକ ଡାଟା ପ୍ଳାନ ପ୍ରସ୍ତୁତ କରିଛନ୍ତି।

ଏୟାରଟେଲ, ଭିଆଇ (ଭୋଡାଫୋନ୍-ଆଇଡିଆ) ଏବଂ ରିଲାଏନ୍ସ ଜିଓର ସେହି ପ୍ରି-ପେଡ୍ ପ୍ଳାନ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଦୈନିକ ୩ ଜିବି ଡାଟା, ମାଗଣା କଲିଂ ଏବଂ ମେସେଜିଂ ସୁବିଧା ପ୍ରଦାନ କରିଥାଏ।

ଭିଆଇ’ର ୫୦୧ ଟଙ୍କା ଯୋଜନା:

– ଭିଆଇ’ର ଏହି ଯୋଜନାର ବୈଧତା ୨୮ ଦିନ ଅଟେ।
– ଏହି ଯୋଜନାରେ ଦୈନିକ ୩ ଜିବି ଡାଟା ପ୍ରଦାନ କରାଯାଇଛି।
– ଏଥିରେ ବ୍ୟବହାରକାରୀଙ୍କୁ ୧୬ ଜିବି ଅତିରିକ୍ତ ଡାଟା ଦିଆଯାଉଛି।
– ଏହି ଯୋଜନାରେ ଡିସ୍ନି ହଟଷ୍ଟାରର ଏକ ମୋବାଇଲ୍ ସବସ୍କ୍ରିପସନ୍ ଏକ ବର୍ଷ ପାଇଁ ଦିଆଯାଉଛି।
– ଅସୀମିତ କଲ୍ + ୧୦୦ ଏସଏମଏସ / ଦୈନିକ

ଜିଓ ୩୪୯ ଟଙ୍କା ଯୋଜନା:

– ଜିଓର ଏହି ଯୋଜନାର ବୈଧତା ୨୮ ଦିନ ଅଟେ।
– ଉପଭୋକ୍ତା ପ୍ରତିଦିନ ୩ ଜିବି ଡାଟା ପାଇବେ।
– କଲିଂ ପାଇଁ ଅସୀମିତ ଅନ୍-ନେଟ୍ କଲିଂ ସୁବିଧା ଦିଆଯାଉଛି।
– ଉପଭୋକ୍ତାମାନେ ଅସୀମିତ ଘରୋଇ କଲିଂର ସୁବିଧା ପାଇବେ।

ଏୟାରଟେଲ ୩୯୮ ଟଙ୍କା ଯୋଜନା:

– ଏହି ପ୍ରି-ପେଡ୍ ଯୋଜନାରେ ଦୈନିକ୩ ଜିବି ଡାଟା ପ୍ରଦାନ କରାଯାଏ।
– ଏହି ଯୋଜନାର ବୈଧତା ୨୮ ଦିନ ଅଟେ।
– ଯୋଜନାରେ ଅସୀମିତ କଲିଂ ସହିତ ପ୍ରତିଦିନ ୧୦୦ ଟି ଏସଏମଏସ ପ୍ରଦାନ କରାଯାଉଛି।
– ଏୟାରଟେଲ ଏକ୍ସଷ୍ଟ୍ରିମ ପ୍ରିମିୟମ ସହିତ ୱିଙ୍କ ମ୍ୟୁଜିକ୍ ଏବଂ ଶ’ ଏକାଡେମୀକୁ ସବସ୍କ୍ରିପସନ୍ ଏହି ଯୋଜନାରେ ଦିଆଯାଉଛି।
– ମାଗଣା ହେଲୋ ଟ୍ୟୁନ୍ ଏବଂ ଫାଷ୍ଟ ଟ୍ୟାଗ (FASTag) କାରବାରରେ ଗ୍ରାହକଙ୍କୁ ୧୫୦ ଟଙ୍କା କ୍ୟାସବ୍ୟାକ୍ ଦିଆଯାଉଛି।

Categories
ଆଞ୍ଚଳିକ

ଲଘୁଚାପଜନିତ ବର୍ଷାରେ ବେହାଲ ଚିଲିକାବାସୀ: ପାଣି ଘେରରେ ଅନେକ ଗ୍ରାମ

ସୀତାରାମ ଅଗ୍ରୱାଲ

ଚିଲିକା: ସାରା ରାଜ୍ୟରେ ଶନିବାର ଠାରୁ ଲଘୁଚାପଜନିତ ବର୍ଷା ଲାଗିରହିଥିବା ବେଳେ କେତେବେଳେ ଝିପି ଝିପି ତ କେତେବେଳେ ମୁଷଳ ଧାରାରେ ବର୍ଷୁଛି। ତୁହାକୁ ତୁହା ବର୍ଷା ହେବା ଫଳରେ ଚାରିଆଡ଼େ ଜଳମଗ୍ନ। ଯାହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି।

ଆଜି ଚିଲିକା ବ୍ଲକରେ ୧୬୦ ମିଲିମିଟର ଓ ବାଣପୁର ବ୍ଲକରେ ୧୩୯ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା, କାଳୁପଡ଼ା, ଚଣ୍ଡେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଜନସାଧାରଣ ଜଳବନ୍ଦୀ ହୋଇଥିବାବେଳେ ଏକାଧିକ ସ୍ଥାନରେ ୪ ଫୁଟରୁ ଉର୍ଦ୍ଧ ଲହଡି ମାରୁଛି। ତାହା ସହ ଚିଲିକା କୁଳିଆ ମତ୍ସଜୀବୀଙ୍କର ହଜାର ହଜାର ଟଙ୍କାର ଜାଲ ଡଙ୍ଗା ପ୍ରଭାବିତ ହୋଇଛି। କାଳୁପଡ଼ା ଘାଟ ଅଞ୍ଚଳର ଝୁନୁପଦା ଠାରେ ଅଣ୍ଟାଏ ଉଚ୍ଚର ପାଣି ଲହଡି ମାରୁଛି। ସେହିଭଳି ଭାବେ କାଳୁପଡାଘାଟ ରେଳ ଲାଇନ ନିକଟ ଶଙ୍ଖ ବିପଦ ସଙ୍କୁଳ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି।

ଚଣ୍ଡେଶ୍ୱର ଅଁଳାଡିହ ଗ୍ରାମର ଚଢେଇ ଗୁଆଁ ଗ୍ରାମରେ ଭାଙ୍ଗିଛି ନଦୀ ବନ୍ଧ। ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବାଲି ବସ୍ତା ରଖି ବନ୍ଧକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛନ୍ତି। ବାଁଉଶମୂଳରୁ ସୋରଣ ଯିବା ରାସ୍ତା ଉପରେ ୪ ଫୁଟର ବର୍ଷା ଜଳ ଲହଡି ଭାଙ୍ଗୁଛି।

ସେହିପରି ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଜଳ ନିଷ୍କାସିତ ନ ହୋଇ ରାସ୍ତା ଘାଟରେ ଜମି ରହିବା ଦ୍ୱାରା ଅନେକ ସ୍ଥାନରେ ଯଥା ବାଣପୁର ବାଲୁଗାଁର ମୁଖ୍ୟ ରାସ୍ତା ଆଇବି ରୋଡ଼, ଉମାମହେଶ୍ୱର ରାସ୍ତା, ସୂର୍ଯ୍ୟନଗର, ଗଙ୍ଗନଗର ସମେତ ବାଲୁଗାଁ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ଅବସ୍ଥାରେ ରହିଛି। ଚାରିଆଡେ ପାଣି ଜମିରହିବା ଫଳରେ ମଶା ବଂଶ ବିସ୍ତାର ଯାହାକି ଡେଙ୍ଗୁ ଆଦି ନାନାଦି ମାରାତ୍ମକ ରୋଗ ବ୍ୟାପିବା ସାଙ୍ଗକୁ ସରୀସୃପଙ୍କ ଭୟରେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ରାସ୍ତା ସମସ୍ୟା ହେଉ ଅଥବା ଡ୍ରେନ ସମସ୍ୟା ବହୁ ପୂର୍ବରୁ ଲାଗିରହିଥିଲେ ସୁଦ୍ଧା ପ୍ରଶାସନ ଏଯାବତ ତାହାକୁ ସଜାଡିପାରିନାହିଁ।

ଲଗାତର ବର୍ଷା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା। କୂଳ ଲଙ୍ଘି ଚିଲିକା ଜଳରାଶି ଫୁଲିବାରେ ଲାଗିଛି। ଯାହାର ପ୍ରଭାବରେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ଏବଂ ବେପାରୀ ନିଜର ବେଉସା ହରାଇ ବସିଛନ୍ତି। ଏପରିକି ବାଲୁଗାଁ ଜେଟି ଓ ବଡ଼କୁଳ ନିକଟ ପାନ୍ଥନିବସ ଜେଟିରେ ଶତାଧିକ ମତ୍ସ୍ୟଜୀବୀ ନିଜର ଡ଼ଙ୍ଗାକୁ କୂଳରେ ରଖି ବସିଥିବା ବେଳେ ନିଜ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହୋଇପଡିଛି। ଏଥି ସହିତ ତୁହାକୁ ତୁହା ବର୍ଷାରେ ଲୋକେ ଘରୁ ବାହାରକୁ ବାହାରିପାରୁ ନ ଥିବା ଫଳରେ ଚାରିଆଡେ ଖାଁ ଖାଁ ଲାଗୁଛି।

ସେହିପରି ଭାବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଣପୁର ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଛି। ଗମ୍ଭାରୀମୁଣ୍ଡାର ବାବା ବାଙ୍କନିଧି ଦେବଙ୍କ ମନ୍ଦିର ଭିତରେ ୪ଫୁଟ ର ପାଣି ଓ ନରେନ୍ଦ୍ରପୁର ଗାଁ ର ରାଧାକୃଷ୍ଣ ଦେବଙ୍କ ମନ୍ଦିରରେ ୨ଫୁଟ ର ପାଣିର ଲହଡି ଯୋଗୁଁ ଯୋଗୁଁ ପୂଜାକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ସେହିଭଳି ବରପାଟଣା ଭଗବତୀପୁର ଓ ଘାଷେଡିହ ଗ୍ରାମର ଜନସାଧାରଣ ମାନେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଉକ୍ତ ଅଞ୍ଚଳଗୁଡିକୁ ବାଦ ଦେଲେ ଏବେବି ୮ଟି ଗାଁ ଜଳମଗ୍ନ ଭିତରେ ରହିଛି ଓ ବିଭିନ୍ନ ସ୍ଥାନରେ ପାଣି ଜମିରହିଛି। ଶାଳିଆ ନଦୀର ଧାର ସାପୁଆ ନଦୀ ର ପ୍ରଭାବରେ ଗାଲୁଆ ଗ୍ରାମ ପଞ୍ଚାୟତ ଓ ବାଣପୁର ଏନ୍.ଏ.ସି ର କିଛିଗ୍ରାମ ଜଳ ଘେରୀରେ ଅଛି। ସେହିଭଳି କ୍ଷୁଦ୍ର ଜଳ ବିଭାଜନ ଷଣ୍ଡା ଡ୍ୟାମର ଦୁଇ ନଦୀ ଅନ୍ଧାରୀ ଓ ନୀୟମ ନାଳର ଜଳରାଶି ବୃଦ୍ଧି ହେବା ଯୋଗୁଁ ଆୟତପୁର, ଦେଓଗାଁ, ଗମ୍ଭାରିମୁଣ୍ଡା ଓ ତୋରସିଂହ ପଞ୍ଚାୟତରେ ନଦୀଜଳ ଅନେକ ଗାଁକୁ ପ୍ରବେଶ କରିଥିବା ବେଳେ ପାଣ୍ଡବାଶୁଣି ପାହାଡରୁ ଅଜଗର ନଦୀ କୁଲେଇ ପଂଚାୟତର ଗମେଇ ଗ୍ରାମ ଭିତରେ ନଦୀ ଜଳ ପଶିବାର ଦେଖାଯାଇଥିଲା।

ତେବେ ସମସ୍ତ ଅଞ୍ଚଳରେ ଜିରୋ କାଜୁଆଲିଟି ଥିବା ଉଭୟ ବାଣପୁର ଓ ଚିଲିକା ତହସିଲଦାର ସୂଚନା ଦେଇଛନ୍ତି। ବାଣପୁରରେ ଏଯାବତ କୌଣସି ଘର ବର୍ଷାରେ ଭାଂଗିନଥିବାବେଳେ ଚିଲିକା ଅଞ୍ଚଳରେ ଏକାଧିକ ଘର ଭାଙ୍ଗିଥିବାର ସୂଚନା ଦେଇଛନ୍ତି ତହସିଲଦାର। ସେହିପରି ଭାବେ ଚିଲିକା ପ୍ରଶାସନ ଜନସାଧାରଣଙ୍କ ପାଇଁ ବହୁ ବିଦ୍ୟାଳୟରେ ରହିବା ବ୍ୟବସ୍ଥା କରିଥିବାର ସୂଚନା ମିଳିଛି। ତେବେ ପ୍ରଶାସନ ଦିନତମାମ ସଜାଗ ରହିଥିବାର ଉଭୟ ତହସିଲଦାର ସୂଚନା ଦେଇଛନ୍ତି।

ଅନୁରୂପଭାବେ ସମସ୍ତ ପରିସ୍ଥିତି ଉପରେ ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ସଜାଗ ରହିଥିବାର କହିଛନ୍ତି ବାଲୁଗାଁ ଏସଡ଼ିପିଓ। ଅଗ୍ନିଶମ ବାହିନୀ ମଧ୍ୟ ସତର୍କ ଥିବାର ଉଭୟ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ତତସହିତ ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର- ଦେଓଗାଁ ମୁଖ୍ୟ ରାସ୍ତା ଛକରେ ଆଜି ଲଗାଣ ବର୍ଷା ଫଳରେ ଏକ ବିରାଟକାୟ ବରଗଛ ଭାଙ୍ଗିପଡ଼ି ମୁଖ୍ୟ ରାସ୍ତା ଅବରୋଧ କରିଥିବାବେଳେ ବାଣପୁର ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତା ସଫା କରିଥିବାର ଦେଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାଇକେଲ୍‌ରେ ୬୦ କି.ମି. ଯାତ୍ରା କରି ଲୋକଙ୍କୁ ଆତ୍ମହତ୍ୟା ବିରୋଧୀ ସଚେତନତା କଲେ ସମ୍ ଡାକ୍ତର

ଭୁବନେଶ୍ୱର: ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା। ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତ୍ତି ନିଅନ୍ତି। ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ ପାଳନ କରାଯାଏ।

ଆତ୍ମହତ୍ୟାରେ ମାନସିକ ଚାପର ଏକ ପ୍ରମୁଖ ଭୂମିକା ରହିଛି। ସଂପ୍ରତି କୋଭିଡ୍‌-୧୯ର ବିଭୀଷିକା ଆତ୍ମହତ୍ୟାର ଏକ କାରଣ ପାଲଟିଛି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରେ ରହିବା, ଚାକିରୀ ହରାଇବା, ବ୍ୟବସାୟରେ କ୍ଷତି ସହ୍ୟ କରିବା, ସାଙ୍ଗ ସାଥୀଙ୍କ ଠାରୁ ଦୂରରେ ରହିବା, ପାରିବାରିକ ମତାନ୍ତର ଓ କଳହ ଇତ୍ୟାଦି କାରଣରୁ ସମସ୍ତେ ମାନସିକ ଚାପ ମଧ୍ୟରେ ରହୁଛନ୍ତି।

ଏହି ଦିବସ ଅବସରରେ ଭୁବନେଶ୍ୱରର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଅଭିଜ୍ଞ ଡାକ୍ତର ମାନେ ଭୁବନେଶ୍ୱରରୁ କୋର୍ଣାକ ପର୍ଯ୍ୟନ୍ତ ଏକ ସାଇକେଲ୍ ରାଲି ରେ ଯାତ୍ରାକରି ଆତ୍ମହତ୍ୟା ବିରୁଦ୍ଧରେ ସଚେତନତା ସୃଷ୍ଟି କରିଛନ୍ତି।

ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଡଃ. ଜିମି ନାରାୟଣ (ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ) ଓ ଡଃ. ବୁଲୁ ନାହାକ (ଇଏନଟି୍ ବିଭାଗ) ସାଇକେଲ୍‌ରେ ୬୦ କି.ମି. ଯାତ୍ରାକରି ଲୋକମାନଙ୍କୁ ଆତ୍ମହତ୍ୟା ବିରୁଦ୍ଧରେ ସଚେତନ କରାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭାକ୍ସିନକୁ ମିଳିବ ମଞ୍ଜୁରୀ!: ଏହି ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିପାରେ ଘୋଷଣା

ନୂଆଦିଲ୍ଲୀ: ଏହି ସପ୍ତାହରେ ଭାରତ ବାୟୋଟେକର କରୋନାଭାଇରସ୍ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଞ୍ଜୁରୀ ଦେଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଟୀକାକୁ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେଇନାହିଁ।

ଏଥିପାଇଁ ଭରତ ବାୟୋଟେକ ଜୁଲାଇ ମାସରେ ଡବ୍ଲୁଏଚଓ ସମ୍ମୁଖରେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ତଥ୍ୟ ଉପଲବ୍ଧ କରାଇଥିଲା। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ଡବ୍ଲୁଏଚଓ ଏହି ସପ୍ତାହରେ କୋଭାକ୍ସିନ ଟିକାକୁ ଅନୁମତି ଦେଇପାରେ।

ଜରୁରୀକାଳୀନ ବ୍ୟବହାର ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ଵାରା ଏହି ଟିକା ସମୀକ୍ଷା କରାଯାଉଥିଲା। ଜୁଲାଇ ମାସରେ ଦକ୍ଷିଣ-ପୂର୍ବ ଏସିଆର ଡବ୍ଲୁଏଚଓ ର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ୍ କ୍ଷେତ୍ରପାଲ ସିଂ କହିଥିଲେ ଯେ, ବୈଷୟିକ ବିଶେଷଜ୍ଞ କମିଟି ଏହି ଡୋଜିୟରର ସମୀକ୍ଷା କରୁଛନ୍ତି।

ସେ କହିଥିଲେ, “ଫାଇଜର, ଆଷ୍ଟ୍ରା ଜେନେକା, ମୋଡର୍ନା, ଜନସନ ଆଣ୍ଡ ଜନସନ, ସିନୋଭାକ ଏବଂ ସିନୋଫାର୍ମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍ଵଦେଶୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ -୧୯ ଟିକା ତୃତୀୟ ପର୍ଯ୍ୟାୟର ପରୀକ୍ଷା ତଥ୍ୟ ଡିସିଜିଆଇ ରେ ଦାଖଲ କରିଥିଲା। ଏହାପୂର୍ବରୁ, ଜାନୁଆରୀ ମାସରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତଥ୍ୟ ଆଧାରରେ ଡିସିଜିଆଇ ଭାରତରେ କୋଭାକ୍ସିନ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏହି ପରୀକ୍ଷା ଭାରତର ୨୫ଟି ସ୍ଥାନରେ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ଜେକେବିକେ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଧୀରେନ୍ଦ୍ର କୁମାର ଷଡଙ୍ଗୀଙ୍କ ଦ୍ୱାରା ଲିଖିତ ‘ଓଡ଼ିଶାରେ ଦୃଷ୍ଟିହୀନ ଶିକ୍ଷାର ଇତିହାସ’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରି ଏଭଳି ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି।
ଲେଖକ ଡ. ଷଡଙ୍ଗୀ ଏହାର ବ୍ରେଲି ସଂସ୍କରଣ ପ୍ରକାଶନ ନିମନ୍ତେ ଅନୁରୋଧ କରିଥିଲେ ।

ରାଜ୍ୟପାଳ ଏଥି ନିମନ୍ତେ ବ୍ରହ୍ମପୁରରେ ଥିବା ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌କୁ ପରାମର୍ଶ ଦେବେ ବୋଲି କହିଥିଲେ । ଭାରତରେ ଦୃଷ୍ଟିହୀନ ଶିକ୍ଷା ଇତିହାସ ସଂମ୍ବନ୍ଧିତ ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ କାର୍ଯ୍ୟ ଆଗେଇ ଚାଲିଛି ଏବଂ
ଖୁବ୍‌ଶୀଘ୍ର ପ୍ରକାଶିତ ହେବ ବୋଲି ଡ. ଷଡଙ୍ଗୀ ସୂଚନା ଦେଇଥିଲେ । ଉନ୍ମୋଚନ ଉତ୍ସବରେ ଲେଖକଙ୍କ ପତ୍ନୀ ଶାନ୍ତିଲତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୮୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୧୮, କଟକରୁ ୯୩, ବାଲେଶ୍ଵରରୁ ୫୦, ମୟୂରଭଞ୍ଜରୁ ୩୭, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୪, ସୁନ୍ଦରଗଡରୁ ୨୦, ଜଗତସିଂହପୁରରୁ ୧୭, ସମ୍ବଲପୁରରୁ ୧୬, ଅନୁଗୁଳରୁ ୧୫, ବରଗଡରୁ ୧୪, କେନ୍ଦ୍ରାପଡାରୁ ୧୩, ନବରଙ୍ଗପୁରରୁ ୧୧, ନୟାଗଡରୁ ୧୧, ପୁରୀରୁ ୧୦, ରାୟଗଡାରୁ ୯, ଭଦ୍ରକରୁ ୮, କେନ୍ଦୁଝରରୁ ୮, ସୋନପୁରରୁ ୬, ଗଞ୍ଜାମରୁ ୫, ଦେବଗଡରୁ ୪, କଳାହାଣ୍ଡିରୁ ୪, ଝାରସୁଗୁଡାରୁ ୩, ଗଜପତିରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨ ଏବଂ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨ ହଜାର ୮୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୮୩୩ କୁ ବୃଦ୍ଧି ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୮ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ହାତରେ ଧରା ହେଲେ ଝାଡଖଣ୍ଡି ସାଇବର ଲୁଟେରା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ପୋଲିସ ହାତରେ ୩ ଜଣ ସାଇବର ଲୁଟେରା ଧରା ପଡିଛନ୍ତି। ହେଲେ ସମସ୍ତ ଲୁଟେରା ପଡୋଶୀ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକାଧିକ ଅନଲାଇନ ଠକେଇରେ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ରହିଛି।

ସୂଚନା ଅନୁଯାୟୀ ଗତ ଜୁନ ୬ ତାରିଖରେ ଜିଲ୍ଲାର କେସିଙ୍ଗା ସହରର ଯୁବ ବ୍ୟବସାୟୀ ବିବେକ ଅଗ୍ରୱାଲ ଅନଲାଇନରେ କିଛି ସାମଗ୍ରୀ ମଗାଇ ଥିଲେ, ଯାହା ସ୍କାଏକିଙ୍ଗ କୋରିଅର ମାଧ୍ୟମରେ ତାଙ୍କ ନିକଟକୁ ଆସିବାର ଥିଲା। ନିର୍ଦ୍ଧାରିତ ଡେଲିଭରି ତାରିଖ ବିଳମ୍ବ ହେବାରୁ ସେ ଅନଲାଇନରେ କୋରିଅର ସଂସ୍ଥାର ଗ୍ରାହକ ସେବା କେନ୍ଦ୍ର ନମ୍ବରରେ ଯୋଗାଯୋଗ କରିଥିଲେ। ପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବା ସହ ଏକ ଲିଙ୍କ ପଠାଯାଇଥିଲା। ଫୋନ ବାର୍ତ୍ତାଳପରେ ଦୀର୍ଘ ସମୟ ଧରି ବ୍ୟସ୍ତ ରଖି ବିବେକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୯ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା।

ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କକୁ ଅବଗତ କରି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିବେକ। ଅଭିଯୋଗ ଆଧାରରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଟିମ ଘଟଣାରେ ସମ୍ପୃକ୍ତ ଝାଡଖଣ୍ଡର ଜମତାରା ଜିଲ୍ଲାର ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରଇଶ ଆନସାରୀ, ମହମ୍ମଦ ସଜ୍ଵାଦ ଓ ଅବଦୁଲ ଅନସାରୀ ସମସ୍ତଙ୍କ ଘର ଝାଡଖଣ୍ଡ ଅଞ୍ଚଳର ହୋଇଥିବାବେଳେ ଏମାନେ ପୂର୍ବରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକ ସୂଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥର ସଫଳତା, ୧୦୦ ନିୟୁତ ଟନ୍ ପଣ୍ୟ ପରିବହନ କରି ହେଲା ପ୍ରଥମ ଜୋନାଲ ରେଲୱେ

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ଏପ୍ରିଲ ମାସ ପହିଲା ଠାରୁ ସେପ୍ଟେମ୍ବର ମାସ ୧୦ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷ ସମାନ ସମୟ ଅବଧି ମଧ୍ୟରେ ହୋଇଥିବା ପଣ୍ୟ ବୋଝେଇ ୭୭.୫୮ ନିୟୁତ ଟନ ତୁଳନାରେ ୧୦୦.୩୦ ନିୟୁତ ଟନ ପଣ୍ୟ ପରିବହନ କରି ୨୨.୭୨ ନିୟୁତ ଟନ ଅଧିକ ପରିବହନ କରିପାରିଛି ଯାହାକି ଗତ ବର୍ଷ ତୁଳନାରେ ୨୯.୩% ଅଧିକ ଏବଂ ଲକ୍ଷ୍ୟ ଠାରୁ ୫.୫% ଅଧିକ ଅଟେ। ଏହି ସମୟ ମଧ୍ୟରେ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ଲୋଡିଂ ଟାର୍ଗେଟ୍ ୯୫.୦୯ ନିୟୁତ ଟନ କୁ ମଧ୍ୟ ପୂର୍ବତଟ ରେଳପଥ ଅତିକ୍ରମ କରିପାରିଛି।

ପୂର୍ବ ତଟ ରେଳପଥର ତିନୋଟି ରେଳମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ୫୫.୨୮ ନିୟୁତ ଟନ କୋଇଲା, ଷ୍ଟିଲ ପ୍ଲାଣ୍ଟ ପାଇଁ ୩.୬୬ ନିୟୁତ ଟନ କଞ୍ଚାମାଲ, ୯.୬୨ ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, ୧୪.୨୬ ନିୟୁତ ଟନ ଲୁହାପଥର, ୦.୫୭ ନିୟୁତ ଟନ ସିମେଣ୍ଟ, ୧.୪୧ ନିୟୁତ ଟନ ଖାଦ୍ୟ ଶସ୍ୟ, ୨.୪୩ ନିୟୁତ ଟନ ସାର, ୧.୦୭ ନିୟୁତ ଟନ ତୈଳ ଜାତୀୟ ଦ୍ରବ୍ୟ, କଣ୍ଟେନେରରେ ୧.୮୭ ନିୟୁତ ଟନ ମାଲ ପରିବହନ ଏବଂ ଅନ୍ୟାନ କାର୍ଗୋ ୧୦.୧୪ ନିୟୁତ ଟନ ପରିବହନ କରିପାରିଛି।

ମାଲ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଉଛନ୍ତି ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା।

ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ ୬୭.୧୯ ନିୟୁତ ଟନ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ ୨୮.୨୪ ନିୟୁତ ଟନ ଏବଂ ସମ୍ବଲପୁର ରେଳମଣ୍ଡଳରୁ ୪.୮୩ ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି।

ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବରର ପ୍ରଥମ ୧୦ ଦିନ ଅର୍ଥାତ୍ ୧ ରୁ ୧୦ ସେପ୍ଟେମ୍ବର, ୨୦୨୧ ମଧ୍ୟରେ ପୂର୍ବ ତଟ ରେଳପଥ ୬.୦୧ ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାର ୫.୩୦ ନିୟୁତ ଟନ ପଣ୍ୟ ଠାରୁ ୧୩.୩% ଅଧିକ ପଣ୍ୟ ପରିବହନ ପଞ୍ଜିକରଣ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ୧୭ ତାରିଖରୁ ଦୁଇଟି ସ୍ବତନ୍ତ୍ର ଟ୍ରେନର ଚଳାଚଳ ସମୟରେ ହେବ ପରିବର୍ତ୍ତନ

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଏବଂ ରାୟଗଡା-ଗୁଣ୍ଟୁର ସ୍ପେସିଆଲ ଟ୍ରେନ ୧୭ ସେପ୍ଟେମ୍ବର, ୨୦୨୧ ଠାରୁ ସଂଶୋଧିତ ସମୟ ସାରଣୀରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ ଭୁବନେଶ୍ୱରରୁ ୧୭ ସେପ୍ଟେମ୍ବର, ୨୦୨୧ ଠାରୁ ତିଲାରୁ ଠାରେ ଅପରାହ୍ନ ୧ଘ.୧୭ମି.ରେ ପହଞ୍ଚି ୧ଘ.୧୯ମି.ରେ ଛାଡିବାକୁ ଥିବାବେଳେ ଏହା ଶ୍ରୀକାକୁଲମ୍ ରୋଡ୍ ଠାରେ ଅପରାହ୍ନ ୧ଘ.୩୫/୩୭ମିରେ, ପୋନ୍ଦୁରୁ ଠାରେ ୧ଘ.୫୦/୫୨ମିରେ, ଚିପୁରୁପାଲୀ ଠାରେ ଅପରାହ୍ନ ୨ଘ.୧୦ମି/୧୨ମି.ରେ, ବିଜୟନଗରମ ଠାରେ ଅପରାହ୍ନ ୨ଘ.୪୦ମି/୪୫ମି.ରେ, କୋଟ୍ଟଭଲସା ଠାରେ ଅପରାହ୍ନ ୩ଘ.୧୩ମି/୧୫ମି.ରେ ପହଞ୍ଚି ଛାଡ଼ିବାକୁଥିବାବେଳେ ସିମାଞ୍ଚଳମ ଠାରେ ଅପରାହ୍ନ ୩ଘ.୨୮ମି.ରେ ପହଞ୍ଚି ଅପରାହ୍ନ ୩ଘ.୩୦ମି.ରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିବ।

୦୭୨୪୪ ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ ରାୟଗଡାରୁ ୧୭ ସେପ୍ଟେମ୍ବର, ୨୦୨୧ ଠାରୁ ରାୟାଗଡା ଏବଂ ବିଜୟନଗରମ ଷ୍ଟେସନ ମଧ୍ୟରେ ସଂଶୋଧିତ ସମୟ ସହିତ ଚଳାଚଳ କରିବ। ଏହି ଟ୍ରେନ୍ ରାୟଗଡା ଠାରୁ ଅପରାହ୍ନ ୨ଘ.୫୦ମି. ପରିବର୍ତେ ଅପରାହ୍ନ ୩ଘ.୩୦ମି.ରେ ଛାଡିବ।ଏହା ବିଜୟନଗରମ ଷ୍ଟେସନ ଠାରେ ଏହାର ପୂର୍ବ ନିର୍ଧାରିତ ସମୟ ପରିବର୍ତ୍ତେ ସନ୍ଧ୍ୟା ୫ଘ.୫୫ମି. ରେ ପହଞ୍ଚି ସନ୍ଧ୍ୟା ୬ ଘଟିକାରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ରାୟଗଡା ଓ ବିଜୟନଗରମ ଷ୍ଟେସନ ମଧ୍ୟରେ ପାର୍ବତୀପୁରମ୍ ଟାଉନ୍, ପାର୍ବତୀପୁରମ୍, ସୀତାନଗରମ୍, ବବିଲି, ଡୋଙ୍କିନାଭାଲାସା, କୋମାଟିପାଲ୍ଲୀ ଏବଂ ଗଜପତିନଗରମ୍ ଷ୍ଟେସନ୍ ମାନଙ୍କ ଠାରେ ସଂଶୋଧିତ ସମୟ ସହିତ ଚଳାଚଳ କରିବ।

ଅନ୍ୟ ଷ୍ଟେସନଗୁଡିକରେ ଏହି ଟ୍ରେନ ଦ୍ବୟ ପାଇଁ ନିର୍ଦ୍ଧାରିତ ଷ୍ଟପେଜ୍ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

କର୍କଟ ରୋଗୀମାନଙ୍କ ପାଇଁ ବହୁତ ଲାଭଦାୟକ ଛାସ୍: ଜାଣନ୍ତୁ ଏଥିରେ କଣ ରହିଛି ଉପକାରିତା ଗୁଣ

ନୂଆଦିଲ୍ଲୀ: ଦହି ବା ଛାସ୍ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ପ୍ରାକୃତିକ ଭାବରେ ଜ୍ୱର, ଉତ୍ତାପ ବିରୁଦ୍ଧରେ କାମ କରେ। ଦହି ବ୍ୟବହାର କରିବା ରକ୍ତହୀନତା ଏବଂ ଭୋକ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ଅତ୍ୟାବଶ୍ୟକ ଏନଜାଇମ୍ ଥାଏ। ଏହାକୁ ପ୍ରତିଦିନ ବ୍ୟବହାର କରାଯାଇପାରିବ। ୯୦ପ୍ରତିଶତ ଛାସ୍ ହେଉଛି ଜଳ। ଏହାର ବ୍ୟବହାର ଶରୀରର ଜଳ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଅନ୍ୟ ସ୍ୱାଦଯୁକ୍ତ ପାନୀୟ କିମ୍ବା ସାଧା ପାଣି ଅପେକ୍ଷା ଛାସ୍ ପିଇବା ଭଲ।

କର୍କଟ ରୋଗୀମାନେ ଛାସ୍ ରୁ କିପରି ଉପକୃତ ହୋଇପାରିବେ?:

ଚିକିତ୍ସା ସମୟରେ ଏବଂ ପରେ କର୍କଟ ରୋଗୀଙ୍କ ପାଇଁ ଏକ ସନ୍ତୁଳିତ ଖାଦ୍ୟ ଭାବେ ଛାସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କର୍କଟ ଚିକିତ୍ସା ଜଣେ ବ୍ୟକ୍ତିଙ୍କୁ ଦୁର୍ବଳ କରିଦିଏ ଏବଂ ଅନେକ ସମୟରେ ତାଙ୍କୁ ଦୈନନ୍ଦିନ କାର୍ଯ୍ୟରେ ଅସମର୍ଥ କରିଥାଏ। ଏଭଳି ପରିସ୍ଥିତିରେ କର୍କଟ ରୋଗୀଙ୍କ ପାଇଁ ଛାସ୍ ଏକ ବିଶେଷ ଭୂମିକାରେ ଆସିଥାଏ ଏବଂ ଏହିପରି ଉପକାର ଆଣିଥାଏ।

ଡାଇରିଆ:

କର୍କଟ ଚିକିତ୍ସା ଏବଂ ଔଷଧ ରୋଗୀମାନଙ୍କର ଡାଇରିଆ ସୃଷ୍ଟି କରିପାରେ। ଅନିୟନ୍ତ୍ରିତ ଝାଡ଼ା ଡିହାଇଡ୍ରେସନ୍, ଭୋକ ହ୍ରାସ ଏବଂ ଦୁର୍ବଳତାର କାରଣ ହୋଇପାରେ। ଛାସ୍ ଏକ ଭଲ ଜିନିଷ, କାରଣ ଏହାର ଏସିଡ୍ ସାମଗ୍ରୀ ଜୀବାଣୁ ସହିତ ଲଢି ଏବଂ ପେଟକୁ ସଫା କରିବାରେ ସାହାଯ୍ୟ କରେ। ଛାସ୍ ଅସ୍ୱାଭାବିକତାକୁ ସହଜ କରିଥାଏ ଏବଂ ଭଲ ବ୍ୟାକ୍ଟେରିଆରେ ପରିପୂର୍ଣ୍ଣ ଥିବାରୁ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରିଥାଏ।

ଡିହାଇଡ୍ରେସନ୍:

ଡିହାଇଡ୍ରେସନ୍ ହେଉଛି କର୍କଟ ଚିକିତ୍ସାର ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। କେମୋଥେରାପି ଏବଂ ବିକିରଣ ଚିକିତ୍ସା ଡିହାଇଡ୍ରେସନ୍ ହୋଇପାରେ। ଏହା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ ଯେପରିକି ଜ୍ୱର, ବାନ୍ତି, ଡାଇୟୁରେସିସ୍ କିମ୍ବା ଅତ୍ୟଧିକ ପରିସ୍ରା। ଡିହାଇଡ୍ରେସନ୍ ରୋକିବା ପାଇଁ ଛାସ୍ ଏକ ଉତ୍ତମ ପାନୀୟ, କାରଣ ଏହା ଇଲେକ୍ଟ୍ରୋଲାଇଟ୍ ବିଶେଷକରି ପୋଟାସିୟମ୍ ସହିତ ପ୍ୟାକ୍ ହୋଇଛି ଏବଂ ଏଥିରେ ୯୦ ପ୍ରତିଶତ ପାନୀୟ ଜଳ ଅଛି।

କେତେକ ପ୍ରକାରର କର୍କଟ ଏବଂ ଏହାର ଚିକିତ୍ସା ଆପଣଙ୍କ ସ୍ୱାଦ ଏବଂ ଗନ୍ଧ ବଦଳାଇପାରେ। ସାଧାରଣ କାରଣ ମଧ୍ୟରେ ମସ୍ତିଷ୍କ ଏବଂ ଗଳା ଟ୍ୟୁମର୍ ଅନ୍ତର୍ଭୁକ୍ତ। ଏହି କାରକ ରୋଗୀକୁ ଖାଇବା ସମୟରେ ସ୍ୱାଦର ଅଭାବ ଅନୁଭବ କରିପାରେ କିମ୍ବା ଖାଦ୍ୟକୁ ଅତ୍ୟଧିକ ମିଠା, ଲୁଣିଆ ଲାଗିପାରେ। ସାଧାରଣତଃ ଏହି ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ହୋଇଥାଏ ଏବଂ ଧୀରେ ଧୀରେ ଏହା ପରିବର୍ତ୍ତନ ହୋଇଥାଏ। କିନ୍ତୁ କର୍କଟ ରୋଗୀଙ୍କ ପାଇଁ ପତଳା ପ୍ରୋଟିନ୍, ଫଳ, ପନିପରିବା, ଶସ୍ୟ ସହିତ ଏକ ସନ୍ତୁଳିତ ଖାଦ୍ୟ ଅନୁସରଣ କରିବା ମଧ୍ୟ ଭଲ। ତେଣୁ, କର୍କଟ ରୋଗର ଚିକିତ୍ସା ପରେ ଆପଣଙ୍କ ଖାଦ୍ୟକୁ ଛାସ୍ ସହିତ ସପ୍ଲିମେଣ୍ଟ କରନ୍ତୁ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଏହିସବୁ କାରଣରୁ ଦାନ୍ତରେ ଭୀଷଣ ଯନ୍ତ୍ରଣା ହୁଏ, ଘରୋଇ ଉପଚାର ଦ୍ଵାରା ତୁରନ୍ତ ମିଳିବ ଆରମ

ସ୍ୱାସ୍ଥ୍ୟ ଟିପ୍ସ: ଆଜିର ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଲୋକମାନେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତି ନାହିଁ। ଯେଉଁଥିପାଇଁ ଦାନ୍ତର ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଦାନ୍ତର ସମସ୍ୟା ଏମିତି ହୋଇଥାଏ ଯେ, ଯନ୍ତ୍ରଣା ଅସହ୍ୟ ହୋଇପଡିଥାଏ। ଦାନ୍ତରେ ଯନ୍ତ୍ରଣା ହେବାର ଅନେକ କାରଣ ଥାଇପାରେ, ଯେପରିକି ଦାନ୍ତକୁ ସଠିକ୍ ଭାବରେ ନଘଷିବା, ଶୋଇବା ପୂର୍ବରୁ ମିଠା ଖାଇବା ପରେ ପାଟି ନଧୋଇବା, ଦାନ୍ତରେ ପୋକ କିମ୍ବା ଦାନ୍ତରେ କ୍ଷୟ ହେବା। ଏହା ସହିତ ଜୀବାଣୁ ସଂକ୍ରମଣ କିମ୍ବା କ୍ୟାଲସିୟମର ଅଭାବ ମଧ୍ୟ ଯନ୍ତ୍ରଣା ହେବାର କାରଣ ହୋଇପାରେ। ଅନେକ ଥର ଲୋକମାନେ ଏହି ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଔଷଧ ସେବନ କରନ୍ତି, କିନ୍ତୁ ଯଦି ଆପଣ ଔଷଧ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଆପଣ ଆମ ଦ୍ୱାରା ଦିଆଯାଇଥିବା ଟିପ୍ସ ଅନୁସରଣ କରିପାରିବେ। ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର କହିବୁ, ଯାହା ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ।

ଦାନ୍ତ ଯନ୍ତ୍ରଣା ପାଇଁ ସହଜ ଘରୋଇ ଉପଚାର:

– ଦାନ୍ତ ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଇବା ପାଇଁ ଆପଣ ଲବଙ୍ଗ ବ୍ୟବହାର କରିପାରିବେ। ପ୍ରଭାବିତ ଅଞ୍ଚଳରେ ଲବଙ୍ଗ ତେଲ ଲଗାଇବା ମଧ୍ୟ ଲାଭଦାୟକ କିମ୍ବା ଏହାକୁ ମଧ୍ୟ ଦାନ୍ତରେ ଚୋବାଇପାରିବେ।

– ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ଭରପୂର ରସୁଣ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏକ ରାମବାଣ ଭାବରେ କାର୍ଯ୍ୟ କରିବ। ଏଥିପାଇଁ ରସୁଣକୁ ଛେଚି ପ୍ରଭାବିତ ଅଞ୍ଚଳରେ ଲଗାନ୍ତୁ କିମ୍ବା ରସୁଣର ଖଣ୍ଡଗୁଡ଼ିକୁ ଚୋବାନ୍ତୁ। ଏହା ଯନ୍ତ୍ରଣା ସହିତ ଦାନ୍ତ ମୂଳ ଫୁଲାକୁ ମଧ୍ୟ ହ୍ରାସ କରିଥାଏ।

– ଦାନ୍ତରୁ ତୁରନ୍ତ ଆରାମ ପାଇବା ପାଇଁ ଆପଣ ପିଜୁଳି ପତ୍ରର ସାହାଯ୍ୟ ନେଇପାରିବେ। ଦାନ୍ତ ଯନ୍ତ୍ରଣା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ଏଥିପାଇଁ ଆପଣ ପିଜୁଳି ପତ୍ର ଚୋବାଇ ଲାଭ ଉଠାଇ ପାରିବେ।

– ଦାନ୍ତରେ ଯନ୍ତ୍ରଣା କମାଇବା ପାଇଁ, ତିନିରୁ ଚାରି ବୁନ୍ଦା ସୋରିଷ ତେଲକୁ ଏକ ଚାମଚ ଲୁଣରେ ମିଶାଇ ଦାନ୍ତ ଓ ମାଢିରେ ମାଲିସ୍ କରନ୍ତୁ, ଏହା ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ଦେବ ଏବଂ ମାଢିକୁ ମଧ୍ୟ ଶକ୍ତିଶାଳୀ ହେବ।

– ଲେମ୍ବୁ ଉଭୟ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଲାଭଦାୟକ ଅଟେ। ଭିଟାମିନ୍ ସିରେ ଭରପୂର ଲେମ୍ବୁ ଫାଳକୁ ଦାନ୍ତ ଯନ୍ତ୍ରଣା କ୍ଷେତ୍ରରେ ପ୍ରୟୋଗ କଲେ ଆରାମ ମିଳିବ।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ବିଧାୟକଙ୍କ ବଡ ବୟାନ: କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ମିଳିଥିଲା ଟଙ୍କାର ଅଫର

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ବିଧାୟକ ଶ୍ରୀମନ୍ତ ବାଲାସାହେବ ପାଟିଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ମୁଁ କଂଗ୍ରେସ ପାର୍ଟିରେ ଥିଲି ଏବଂ ରାଜ୍ୟରେ ଜେଡିଏସ-କଂଗ୍ରେସ ସରକାର ଥିଲା, ମୋତେ ବିଜେପିରେ ଯୋଗଦେବା ପାଇଁ ଟଙ୍କା ଯଚା ଯାଇଥିଲା। ପାଟିଲ ଦାବି କରିଛନ୍ତି ଯେ, ସେତେବେଳ ମୁଁ ଯାହା ଚାହିଁଥାନ୍ତି, ମୋତେ ମିଳିଥାନ୍ତା। କିନ୍ତୁ ମୁଁ ଲୋକଙ୍କ ସେବା କରିବା ପାଇଁ ମନ୍ତ୍ରୀ ପଦ ମାଗିଥିଲି।

ଶ୍ରୀମନ୍ତ ବାଲାସାହେବ ପାଟିଲ କହିଛନ୍ତି ଯେ, ମୁଁ କୌଣସି ଟଙ୍କା ନ ନେଇ ବିଜେପିରେ ଯୋଗ ଦେଇଥିଲି। ମୋତେ ପଚରାଗଲା ମୁଁ କେତେ ଟଙ୍କା ଚାହୁଁଛି। କିନ୍ତୁ ମୁଁ ଟଙ୍କା ନେବାକୁ ମନା କରିଥିଲି। ଲୋକଙ୍କ ସେବା କରିବା ପାଇଁ ମୁଁ ମନ୍ତ୍ରୀ ପଦ ମାଗିଥିଲି। ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ କାହିଁକି ମନ୍ତ୍ରୀ କରାଯାଇ ନାହିଁ, ମୁଁ ଜାଣିନି। କିନ୍ତୁ ପରବର୍ତ୍ତୀ ସମ୍ପ୍ରସାରଣରେ ମୋତେ ମନ୍ତ୍ରୀ ପଦ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀମନ୍ତ ବାଲାସାହେବ ପାଟିଲ କର୍ଣ୍ଣାଟକର କାଗୱାଡ ଅଞ୍ଚଳର ବିଧାୟକ। ସେ ଏହା ପୂର୍ବରୁ କଂଗ୍ରେସରେ ଥିଲେ। କିନ୍ତୁ ଜୁଲାଇ ୨୦୧୯ ରେ ସେ ଦଳ ବଦଳାଇ ବିଜେପିରେ ଯୋଗ ଦେଇଥିଲେ। କଂଗ୍ରେସ ଏବଂ ଜେଡିଏସ୍ ଦଳ ଛାଡି ବିଜେପିରେ ଯୋଗଦେଇଥିବା ୧୬ ଜଣ ବିଧାୟକଙ୍କ ମଧ୍ୟରୁ ବାଲାସାହେବ ପାଟିଲ ଅନ୍ୟତମ।

ରାଜ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ମିଳିତ ସରକାରରୁ ଏହି ୧୬ ଜଣ ବିଧାୟକଙ୍କ ପରିବର୍ତ୍ତନ ହେତୁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା। ଏହା ପରେ କଂଗ୍ରେସ-ଜେଡିଏସ୍ ମିଳିତ ସରକାରର ପତନ ହେଲା। ପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ କଲା। ବିଏସ୍ ୟେଦିୟୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ବାଣପୁର ପାଇଁ କେବଳ ୧ ହଜାର ୭ ଶହ ଡୋଜ ଟୀକା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୧୪ ତାରିଖ) ରେ ୧ ହଜାର ୭ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- କୃତିବାସ ଭବନ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୫ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

ଅଫଲାଇନ ଟୀକାକରଣ:

୫ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ରଙ୍କନାଥପାଟଣା କମ୍ୟୁନିଟି ସେଣ୍ଟର (ୱାର୍ଡ -୪ , ବାଣପୁର ଏନଏସି) ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭ – ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୮- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୧. ମାଣିକପୁର ବାତ୍ୟା ଆଶ୍ରୟସ୍ଥଳୀ– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୨. ନନ୍ଦପୁର (ମେଘାମ୍ବରି ମନ୍ଦିର ପାଖ)- ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୩. ଗାଲୁଆ ଗ୍ରାମ ପଞ୍ଚାୟତ (ଭୀମପୁର ଉ.ପ୍ରା ବିଦ୍ୟାଳୟ) – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୪. ଭୁଷକାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଭବାନୀପୁର ଗ୍ରାପ)-
ସବୁ ବର୍ଗର ନାଗରିକ

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୫. ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ (ଶିକ୍ଷକ, ଶିକ୍ଷୟିତ୍ରୀ):

– ଉଭୟ ଡୋଜ – ୧୦୦

୧୬. ନଛିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ତୋରସିଂହ ଗ୍ରାପ)-
ସବୁ ବର୍ଗର ନାଗରିକ

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୭. ଶ୍ରୀନିବାସପୁର କମ୍ୟୁନିଟି ସେଣ୍ଟର (ୱାର୍ଡ -୩, ବାଣପୁର ଏନଏସି ) ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮.୩୦ ଘଟିକାରୁ ଟୀକାକରଣ ଆରମ୍ଭ ହେବ। କେବଳ ରଙ୍କନାଥପାଟଣା, ଭୁଷକାପଡ଼ା, ନଛିପୁର, ମାଣିକପୁର, ଗାଲୁଆ ଗ୍ରାମ ପଞ୍ଚାୟତ ଏବଂ ବିଇଓ କାର୍ଯ୍ୟାଳୟରେ ଅପରାହ୍ନ ୧ ଟା ୩୦ ରୁ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ବର: ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ଆଜି ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। ବିଭିନ୍ନ କଲେଜର କଟ୍ ଅଫ୍ ମାର୍କର ତାଲିକା ଆଜି ସାମସ୍ ଓ୍ୱେବସାଇଟରେ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଏହି ୱେବସାଇଟ ପରିଦର୍ଶନ କରି ମେଧା ତାଲିକା ଦେଖିପାରିବେ। ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ୧୪ ତାରିଖ ଠାରୁ ୨୧ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ।

ତେବେ ନାମ ଲେଖା ସମୟରେ କରୋନା ନିୟମକୁ କଡାକଡି କରାଯିବ। ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ନାମ ଲେଖା କାର୍ଯ୍ୟ ଜାରି ରହିବ। ସକାଳ ୯ ଟା ରୁ ୧ ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ନାମ ଲେଖା ଅପରାହ୍ନ ୧ ଟାରୁ ୫ ଟା ପର୍ଯ୍ୟନ୍ତ ଜାରି ରହିବ।

ଏହାପରେ ଆସନ୍ତା ୨୭ରେ ବାହାରିବ ଦ୍ୱିତୀୟ କଟ୍ ଅଫ ମାର୍କ। ଏଥିପାଇଁ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଦୁଇଟି ପର୍ଯ୍ୟାୟରେ ନାମଲେଖା ପରେ ବଳକା ସିଟ୍ ପାଇଁ ସ୍ପଟ ଆଡମିଶନ ହେବ। ଏଥିପାଇଁ ଅକ୍ଟୋବର ୪ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ। ୭ ତାରିଖ ସୁଦ୍ଧା ଯୁକ୍ତ ୨ ନାମଲେଖା ସରିବ।

Categories
ଆଜିର ଖବର ଜାତୀୟ ଖବର

ଆଇଆଇଟିରୁ ଅଧ୍ୟୟନ କରିଥିବା ଏହି ୫ ନେତା, ରାଜନୀତିରେ ହାସଲ କରିଛନ୍ତି ଅନେକ ସଫଳତା

ନୂଆଦିଲ୍ଲୀ: ଆଜିକାଲି ଭାରତୀୟ ରାଜନୀତିରେ ଅଶିକ୍ଷିତ ଲୋକମାନେ ପାଦ ଦେଉଥିବା କୁହାଯାଉଛି। କିଛି ପରିମାଣରେ ଏହା ମଧ୍ୟ ସତ, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ୫ ଜଣ ନେତାଙ୍କୁ କହିବାକୁ ଯାଉଛୁ, ଯେଉଁମାନେ ଆଇଆଇଟିରେ ଅଧ୍ୟୟନ କରିଛନ୍ତି। ସେମାନେ ଚାହିଁଥିଲେ, ଇଞ୍ଜିନିୟରିଂରେ କ୍ୟାରିୟର କରିପାରିଥାନ୍ତେ। କିନ୍ତୁ ସେମାନେ ରାଜନୀତିକୁ ବାଛିଥିଲେ। ଏହି ସମସ୍ତ ନେତାମାନେ ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନରୁ ଅଧ୍ୟୟନ କରିଛନ୍ତି। ସେ ଯେତିକି ଅଧ୍ୟୟନରେ ସକ୍ଷମ ଥିଲେ, ସେତିକି ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ।

୧- ଅରବିନ୍ଦ କେଜ୍ରିୱାଲ:

ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଟନ୍ତି। ସେ ଆଇଆଇଟି ଖଡଗପୁରରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଅଧ୍ୟୟନ କରିଛନ୍ତି। ରାଜନୀତିରେ ଯୋଗଦେବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଜଣେ ସାମାଜିକ କର୍ମୀ ଥିଲେ। ସେ ଭାରତୀୟ ରାଜସ୍ୱ ବିଭାଗରେ କାର୍ଯ୍ୟ କରିଥିଲେ।

୨- ଅଜିତ ସିଂ:

ଚୌଧୁରୀ ଅଜିତ ସିଂଙ୍କୁ ପଶ୍ଚିମ ଉତ୍ତରପ୍ରଦେଶର ଗର୍ବ କୁହାଯାଏ। ସେ ଆଇଆଇଟି ଖଡଗପୁରରୁ ଅଧ୍ୟୟନ କରିଥିଲେ। ଅଜିତ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ପୁଅ, ଯିଏକି କରୋନା ସଂକ୍ରମଣ ହେତୁ ନିକଟରେ ମୃତ୍ୟୁ ବରଣ କରିଛନ୍ତି। ଭାରତ ସରକାରଙ୍କ କୃଷି ମନ୍ତ୍ରୀଙ୍କ ବ୍ୟତୀତ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ରହିଥିଲେ।

୩- ମନୋହର ପାରିକର:

ମନୋହର ପାରିକରଙ୍କ ନାମ ଦେଶରେ ଏକ ସ୍ୱଚ୍ଛ ପ୍ରତିଛବି ନେତା ଭାବରେ ନିଆଯାଇଛି। ସେ ଆଇଆଇଟି ମୁମ୍ବାଇରୁ ଅଧ୍ୟୟନ କରିଥିଲେ। ମନୋହର ପାରିକର ଗୋଆର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏହା ବ୍ୟତୀତ ସେ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। କର୍କଟ ରୋଗ ହେତୁ ସେ ୨୦୧୯ ରେ ମୃତ୍ୟୁ ବରଣ କରିଥିଲେ।

୪- ଜୟରାମ ରମେଶ:

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭାରତୀୟ ରାଜନୀତିରେ ଜଣେ ଅଭିନବ ଭାବରେ ଜଣାଶୁଣା। ସେ ଆଇଆଇଟି ବମ୍ବେରୁ ଅଧ୍ୟୟନ କରିଥିଲେ। ଦେଶରେ ମନ୍ତ୍ରୀ ଭାବରେ ଜୟରାମ ରମେଶ ତାଙ୍କର ଭୂମିକା ନିଭାଇଛନ୍ତି।

୫- ଜୟନ୍ତ ସିହ୍ନା:

ବିଜେପି ନେତା ତଥା ହଜରିବାଗ ସାଂସଦ ଜୟନ୍ତ ସିହ୍ନା ଦିଲ୍ଲୀ ଆଇଆଇଟିରୁ ଇଞ୍ଜିନିୟରିଂ ଅଧ୍ୟୟନ କରିଛନ୍ତି। ସେ କେନ୍ଦ୍ର ସରକାରରେ କେନ୍ଦ୍ର ମନ୍ତ୍ରୀ ଭୂମିକାରେ ଅଛନ୍ତି। ତାଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଛି।

ଏହି ୫ ଜଣ ନେତା ଯେଉଁମାନେ ଆଇଆଇଟିରୁ ଅଧ୍ୟୟନ କରିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଅନେକ ନେତା ଅଛନ୍ତି ଯେଉଁମାନେ ବହୁତ ଶିକ୍ଷିତ।

Categories
ବିଶେଷ ଖବର ରାଜ୍ୟ ଖବର

ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ

ଭୁବନେଶ୍ବର: ଗତକାଲିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଜାରି ରହିଛି। କେବଳ ରାଜଧାନୀ ନୁହେଁ ଅଧା ଓଡିଶାରେ ଏହି ବର୍ଷା ଲାଗି ରହିଛି। ଏପରି ବର୍ଷାରେ ରାଜଧାନୀର ଅବସ୍ଥା ସାଂଘାତିକ ହୋଇପଡିଛି। ଏହି ଭଳି ଏକ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ ସେ ରାଜନୀତି କରିଛନ୍ତି ଖୋଦ୍ ବିଏମସିର ପୂର୍ବତନ କମିସନର ତଥା ବର୍ତ୍ତମାନ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ। ବର୍ଷାରେ ରାଜଧାନୀର ଅବସ୍ଥା କିପରି ହୋଇଛି ତାହାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିବାରେ ଲାଗିଛନ୍ତି।

ସେତିକି ନୁହେଁ ଗଣମାଧ୍ୟମ ଆଗରେ ଭୁବନେଶ୍ବରର ଏପରି ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ ବୋଲି କହିଛନ୍ତି। ପ୍ରକୃତରେ ଭୁବନେଶ୍ବରର ଅବସ୍ଥା ଯାହା ଏହାକୁ ଯେ କେହି ନିନ୍ଦା କରିବ ଏଥିରେ ସନ୍ଦେହ ନାହିଁ। ହେଲେ ଖୋଦ ଭୁବନେଶ୍ବର ସାଂସଦ ଏପରି କହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୁବନେଶ୍ବରର ଏପରି ଅବସ୍ଥାରେ ସାଂସଦ ଅପରାଜିତା ମଧ୍ୟ ସମ ପରିମାଣରେ ଦାୟୀ, ଏ କଥା ବୋଧହୁଏ ସେ ଭୁଲି ଯାଉଛନ୍ତି। କାରଣ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ ହୁଏତ ଅବସ୍ଥା ଏତେ ସାଂଘାତିକ ହୋଇ ନ ଥାଆନ୍ତା। ଏ କଥା ବୋଧହୁଏ ସାଂସଦ ଅପରାଜିତା ଷଡଙ୍ଗୀ ଜାଣିପାରୁ ନାହାଁନ୍ତି।

କେବଳ ସାଂସଦ ହିସାବରେ ନୁହେଁ, ସେ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ କମିଶନର ଭାବେ ମଧ୍ୟ ଏହି ଅବସ୍ଥା ପାଇଁ ଦାୟି ରହିବେ। କାରଣ ସେ ଯେତେବେଳେ କମିସନର ଥିଲେ ଭଲ କାମ କରିଛନ୍ତି ବୋଲି ବେଶ ପ୍ରଚାର ପ୍ରସାର କରାଯାଇଥିଲା। ସେହି ଭଲ କାମର ଅବସ୍ଥା କଣ ତାହା ଅପରାଜିତା ନିଜେ ବର୍ତ୍ତମାନ ହୃଦବୋଧ କରୁଥିବେ। ହେଲେ ଏପରି ଅବସ୍ଥାରେ ସେ ନିଜକୁ କାହିଁକି ଦୋଷମୁକ୍ତ କରୁଛନ୍ତି ତାହା ବୁଝି ହେଉ ନାହିଁ।

ନିଜେ ଯେଉଁ ଅଞ୍ଚଳର କମିସନର ଥିଲେ ଏବଂ ବର୍ତ୍ତମାନ ଯେଉଁ ଅଞ୍ଚଳର ସାଂସଦ ଅଛନ୍ତି ସେହି ଅଞ୍ଚଳର ବେହାଲ ଅବସ୍ଥାକୁ ସେ ଲୋକଲୋଚନକୁ ଆଣୁଛନ୍ତି। ଅର୍ଥାତ ନିଜ ଗୋଡରେ ନିଜେ କୁରାଢି ମାରୁଛନ୍ତି ଅପରାଜିତ ଷଡଙ୍ଗୀ। ତାଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ଯେ ସେମାନେ ବର୍ଷାରେ ବୁଡି ରହିଥିବା ବେଳେ ତାହାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇବା। ତାଙ୍କୁ ଭୋଟ ଦେଇ ନ ଥିଲେ ଯେ, କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜେ ଦୋଷ ମୁକ୍ତ ହେବା।

ଏହି ସମ୍ବେଦନଶୀଳ ଘଟଣାରେ ଏପରି ଭୂମିକା ନିର୍ବାହ କରିବା ଏକ ଅପରିପକ୍ବ ନେତ୍ରୀ ଭାବେ ଅପରାଜିତା ନିଜକୁ ପ୍ରମାଣିତ କରାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରପ୍ରଦେଶ ନିର୍ବାଚନ ଲାଗି ଅଣ୍ଟା ଭିଡୁଛି କଂଗ୍ରେସ: ପ୍ରିୟଙ୍କା ଗାନ୍ଧୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟତା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁରସିଦ ଏକ ବଡ଼ ବୟାନ ଦେଇଛନ୍ତି। ଖୁରସିଦ କହିଛନ୍ତି ଯେ, ଆମେ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ୨୦୨୨ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛୁ। କଂଗ୍ରେସର ବିଜୟ ନିଶ୍ଚିତ କରିବାକୁ ସେ କଠିନ ପରିଶ୍ରମ କରୁଛନ୍ତି। ପରେ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବୋଲି ଘୋଷଣା କରିପାରିବୁ। ଏହାପୂର୍ବରୁ କଂଗ୍ରେସ ନିର୍ବାଚନ ସମ୍ପର୍କରେ ନିଜର ପ୍ରୋମୋ ଜାରି କରିଛି ଯେଉଁଥିରେ ପ୍ରିୟଙ୍କାଙ୍କୁ ୟୁପିର ଭରସା ବୋଲି କୁହାଯାଇଛି।

ଆଜିକାଲି ପ୍ରିୟଙ୍କା ଗାନ୍ଧୀ ୟୁପି ଗସ୍ତରେ ଅଛନ୍ତି। ଲକ୍ଷ୍ନୌ ବ୍ୟତୀତ ସେ ରାୟବରେଲି ଏବଂ ଆମେଥୀ ପରିଦର୍ଶନ କରିଛନ୍ତି। ୟୁପିରେ ରହିବା ସମୟରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ କାର୍ଯ୍ୟାଳୟର ଅଧିକାରୀ ତଥା ବରିଷ୍ଠ ନେତାମାନଙ୍କୁ ଭେଟୁଛନ୍ତି ଏବଂ ମତାମତ ନେଇ ନିର୍ବାଚନ ରଣନୀତିକୁ ମଜବୁତ କରିବା ଅଭିଯାନରେ ନିୟୋଜିତ ଅଛନ୍ତି।

ୟୁପି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ‘ପ୍ରତିଜ୍ଞା ଯାତ୍ରା’ ବାହାର କରିବାକୁ ଘୋଷଣା କରିଛି। ୟୁପିରେ ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଘର ଘର ସମ୍ପର୍କ ପାଇଁ କଂଗ୍ରେସ ୧୨ ହଜାର କିଲୋମିଟର ଲମ୍ୱା ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି। ଏହାର ନାମ “କଂଗ୍ରେସ ପ୍ରତିଜ୍ଞା ଯାତ୍ରା: ହମ୍ ବଚନ ନିଭାଏଙ୍ଗେ” ନାମରେ ନାମିତ କରାଯାଇଛି। ଯାହା ସହରାଞ୍ଚଳ ସହିତ ଗ୍ରାମ ଏବଂ ସହର ଦେଇ ଯିବ।

ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପ୍ରୋମୋ ମଧ୍ୟ କଂଗ୍ରେସ ପ୍ରକାଶ କରିଛି। ଏଥିରେ ପ୍ରିୟଙ୍କାଙ୍କୁ ‘ୟୁପିର ଭରସା’ ବୋଲି ବର୍ଣ୍ଣନା କରାଯାଇଛି। କଂଗ୍ରେସର ରଣନୀତି ହେଉଛି ଫେବୃଆରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସରଣ କରିବ। ଯାହାଫଳରେ ବିଜେତା ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇପାରିବ। ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଏପର୍ଯ୍ୟନ୍ତ କୋଣସି ବଡ ଦଳ ସହ ମେଣ୍ଟ କରିବାକୁ ସଙ୍କେତ ଦେଇନାହିଁ। କିନ୍ତୁ କୌଣସି ଛୋଟ ଦଳ ସହ କଂଗ୍ରେସ ମେଣ୍ଟ କରିବା ନେଇ ମନା କରି ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୨୭ ହଜାର ୨୫୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୭ ହଜାର ୨୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୨ ଲକ୍ଷ ୬୪ ହଜାର ୧୭୫ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୮୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୪୭ ହଜାର ୩୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୭୪ ହଜାର ୨୬୯ ଆକ୍ଟିଭ୍‌ କେସ୍ ରହିଛି।